BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2

Question 1.
ଏକ ତ୍ରିଭୁଜର ମଧ୍ଯମାଟିଏ ସମ୍ପୂର୍ଣ ଭାବରେ ତ୍ରିଭୁଜର ଅନ୍ତର୍ଦେଶରେ ରହିଥାଏ କି ? ନିଜ ଉତ୍ତରର ଯଥାର୍ଥତା ଦର୍ଶାଅ ?
ସମାଧାନ:
ଏକ ତ୍ରିଭୁଜର ମଧ୍ଯମାଟିଏ ସମ୍ପୂର୍ଣ୍ଣଭାବେ ତ୍ରିଭୁଜର ଅନ୍ତର୍ଦ୍ଦେଶରେ ନଥାଏ । ମଧ୍ଯମାର ଦୁଇଟି ପ୍ରାନ୍ତବିନ୍ଦୁକୁ ଛାଡ଼ି ଅନ୍ୟ ସମସ୍ତ ବିନ୍ଦୁ ତ୍ରିଭୁଜର ଅନ୍ତର୍ଦ୍ଦେଶରେ ରହିଥାଏ ।

Question 2.
ଚିତ୍ରଟିଏ ଅଙ୍କନ କରି ଦେଖାଅ।
(କ) Δ ABC ଅଙ୍କନ କର ଯେପରି AB = AC ( ଯେ କୌଣସି ମାପ ନିଅ।) ।
A͞D ମଧ୍ୟମା ଅଙ୍କନ କର । ପ୍ରୋଟ୍ରାକ୍ଟର ସାହାଯ୍ୟରେ ∠ADB ର ପରିମାଣ ନିର୍ଣ୍ଣୟ କର ।
ସମାଧାନ:
ଅଙ୍କନ ପ୍ରଣାଳୀ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2 1
(i) ଯେ କୌଣସି ଦୈର୍ଘ୍ୟ ବିଶିଷ୍ଟ B͞C ରେଖାଖଣ୍ଡ ଅଙ୍କନ କର ।
(ii) B ଓ C ବିନ୍ଦୁକୁ କେନ୍ଦ୍ର କରି ଯେକୌଣସି ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ସମାନ ଚାପ ପରସ୍ପରକୁ A ବିନ୍ଦୁରେ ଛେଦ କରନ୍ତୁ ।
(iii) Δ ABC ସମ୍ପୂର୍ଣ କର ।
(iv) B͞C ର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର ଯାହା A ବିନ୍ଦୁ ମଧ୍ୟଦେଇ ଯିବ ।
(v) ∠ADB ର ପରିମାଣ 90° ହେବ ।

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2

(ଖ) AB = AC ନେଇ ଅନ୍ୟ ଏକ ତ୍ରିଭୁଜ ଅଙ୍କନ କର । B͞E ଓ C͞F ମଧ୍ୟମା ଅଙ୍କନ କର। ଅଙ୍କିତ ମଧ୍ୟମା
ଦୁଇଟିର ଦୈର୍ଘ୍ୟ ମାପରେ କ’ଣ ଲକ୍ଷ୍ୟ କରୁଛ ?
ସମାଧାନ:
ଅଙ୍କନ ପ୍ରଣାଳୀ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2 2
(i) ‘କ’ରେ ଅଙ୍କିତ ଚିତ୍ରପରି ଏକ ତ୍ରିଭୁଜ ଅଙ୍କନ କର ଯାହାର AB = AC ହେବ ।
(ii) A͞B ଓ A͞C ର ସମଦ୍ବିଖଣ୍ଡକ ଲମ୍ବ ଦ୍ବୟ ଅଙ୍କନ କରି ସେମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ F ଓ E ସ୍ଥିର କର ।
(iii) B͞E ଓ C͞F ମଧ୍ୟମାଦ୍ବୟ ଅଙ୍କନ କର ।
(iv) ଏମାନଙ୍କର ଦୈର୍ଘ୍ୟ ମାପିଲେ ସେମାନଙ୍କର ମାପଦ୍ବୟ ସମାନ ହେବ ।

Leave a Comment