Odisha State Board BSE Odisha 6th Class Odia Solutions Chapter 15 ଓଡ଼ିଶାର ସଂସ୍କୃତି Textbook Exercise Questions and Answers.
BSE Odisha Class 6 Odia Solutions Chapter 15 ଓଡ଼ିଶାର ସଂସ୍କୃତି
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର
Question ୧।
ଉତ୍ତର କୁହ ।
(କ) ସଂସ୍କୃତି କହିଲେ ଆମେ କ’ଣ ବୁଝୁ ?
Answer:
ସଂସ୍କୃତି କହିଲେ ଆମେ ସାମାଜିକ ଜୀବନର ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ବୁଝୁ ।
(ଖ) ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ କାହିଁକି ରହେ ?
Answer:
ଯେଉଁ ଜାତିର ଆଦର୍ଶ, ଭାବଧାରା, ଜ୍ଞାନ, ସୃଜନୀଶକ୍ତି ଓ ଆତ୍ମବିଶ୍ଵାସ ଯେତେ ବିସ୍ତୃତ, ସେ ଜାତିର ସଂସ୍କୃତି ସେତେ ଉନ୍ନତ । ଏହି ଦୃଷ୍ଟିରୁ ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ ଦେଖାଯାଏ ।
(ଗ) ବିଭିନ୍ନ ପର୍ବପର୍ବାଣି ପାଳନଦ୍ୱାରା ଆମର କି ଉପକାର ହୁଏ ?
Answer:
ନାନା ପର୍ବପର୍ବାଣି ପାଳନ କରିବାଦ୍ୱାରା ଆମ ମନରେ ଭଗବତ୍ ଚିନ୍ତା, ସତ୍ୟ, ଦୟା, ନିଷ୍ଠା, ପବିତ୍ରତା ଆଦି ଗୁଣର ବିକାଶ ଘଟେ । ସମାଜରେ ପରସ୍ପର ମଧ୍ୟରେ ମିତ୍ରଭାବ ବୃଦ୍ଧିପାଏ, ଭାବର ଆଦାନ ପ୍ରଦାନ ମଧ୍ୟ ହୁଏ । ଏହା ଜାତୀୟ ସଂହତି ଓ ଏକତା ରକ୍ଷା ଦିଗରେ ସହାୟକ ହୋଇଥାଏ ।
(ଘ) ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମଧୁର କାହିଁକି ?
Answer:
ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମଧୁର କାରଣ ପରିବାରରେ ସମସ୍ତେ ସ୍ନେହ, ପ୍ରୀତି ଓ ଆଦର ଯତ୍ନରେ ବନ୍ଧା । ବିଭିନ୍ନ ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧବଙ୍କର ଉପସ୍ଥିତି ଉତ୍ସବକୁ ଆନନ୍ଦମୁଖର କରିଥାଏ । ବିପଦ ଆପଦବେଳେ ପଡ଼ୋଶୀ ତଥା ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ଯୋଗୁଁ ଦୁଃଖ ଅନେକ ପରିମାଣରେ ଲାଘବ ହୋଇଥାଏ ।
(ଙ) ଓଡ଼ିଶାର ସଂସ୍କୃତି ବିଦେଶରେ କାହିଁକି ପରିଚିତ ?
Answer:
ସମଗ୍ର ବସୁଧାକୁ ଗୋଟିଏ କୁଟୁମ୍ବ ଭାବି ସମୁଦାୟ ମାନବ ଜାତିର ସୁଖ କାମନା କରିବା ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଏହି ସଂସ୍କୃତି ବିଶ୍ଵକୁ ଶାନ୍ତି, ସମତା ଓ ଭ୍ରାତୃତ୍ୱର ନିଦର୍ଶନ ଦେଇଛି । ସମୂହ ସ୍ଵାର୍ଥ ନିମନ୍ତେ ବ୍ୟକ୍ତିଗତ ସ୍ଵାର୍ଥକୁ ବଳି ଦେବା ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ । ଓଡ଼ିଶାର ସ୍ଥାପତ୍ୟ, ଭାସ୍କର୍ଯ୍ୟ, ବସ୍ତ୍ରଶିଳ୍ପ, ସାହିତ୍ୟ ଓ ଓଡ଼ିଶୀ ନୃତ୍ୟଯୋଗୁଁ ଓଡ଼ିଶାର ସଂସ୍କୃତି ବିଦେଶରେ ପରିଚିତ ହୋଇପାରିଛି ।
Question ୨।
ଶବ୍ଦ ବାଛି ଲେଖ ।
(କ) ମୁନିଋଷିମାନେ ଏ ମାଟିରେ ଜନ୍ମଗ୍ରହଣ କରି ଏହାକୁ ପରିବର୍ତ୍ତନ କରିଛନ୍ତି
(ଖ) ଭାରତୀୟ ସଂସ୍କୃତିର ଆଧାର ହେଉଛି ଈଶ୍ଵର ବିଶ୍ଵାସ ।
(ଗ) ଓଡ଼ିଶାର ସଂସ୍କୃତି, ମହାନ୍ ଭାରତୀୟ ସଂସ୍କୃତିର ଏପରି ଅଙ୍ଗ ଯାହାକୁ ଅଲଗା କରିହେବ ନାହିଁ ।
(ଘ) ଧର୍ମପଦର କାହାଣୀ ତ୍ୟାଗର ଏକ ଉଜ୍ଜ୍ଵଳ ଉଦାହରଣ ।
(ଙ) ବସ୍ତ୍ରଶିଳ୍ପରେ ଓଡ଼ିଶା ପ୍ରାଚୀନ କାଳରୁ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି ।
(ଚ) ବିଦେଶରେ ମଧ୍ୟ ଓଡ଼ିଶାର ନୃତ୍ୟକଳା ଆଦରଲାଭ କରିଛି ।
(ସମୃଦ୍ଧ, ବୟନଶିଳ୍ପ, ଅବିଚ୍ଛେଦ୍ୟ ଅଙ୍ଗ, ଦୃଷ୍ଟାନ୍ତ, ଆଧ୍ୟାତ୍ମିକତା, ଆଦୃତ)
Answer:
(କ) ମୁନିଋଷିମାନେ ଏ ମାଟିରେ ଜନ୍ମଗ୍ରହଣ କରି ଏହାକୁ ସମୃଦ୍ଧ କରିଛନ୍ତି ।
(ଖ) ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଧ୍ୟାତ୍ମିକତା ।
(ଗ) ଓଡ଼ିଶାର ସଂସ୍କୃତି, ମହାନ୍ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ।
(ଘ) ଧର୍ମପଦର କାହାଣୀ ତ୍ୟାଗର ଏକ ଉଜ୍ଜଳ ଦୃଷ୍ଟାନ୍ତ ।
(ଙ) ବୟନଶିଳ୍ପରେ ଓଡ଼ିଶା ପ୍ରାଚୀନ କାଳରୁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ।
(ଚ) ବିଦେଶରେ ମଧ୍ୟ ଓଡ଼ିଶାର ନୃତ୍ୟକଳା ଆଦୃତ ।
(୫) ଉତ୍କଳର ସଂସ୍କୃତି କିପରି ସମୃଦ୍ଧ ହୋଇଛି ?
(୬) ଦିନେ ଓଡ଼ିଶାର ସୀମା କେଉଁଠାରୁ କେଉଁଯାଏ ବିସ୍ତୃତ ଥିଲା ?
(୭) ଚଣ୍ଡାଶୋକ କେଉଁଠି ଧର୍ମାଶୋକରେ ପରିଣତ ହୋଇଥିଲେ ?
(୮) ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ କ’ଣ ?
(୯) ଧର୍ମପଦର କାହାଣୀ କେଉଁ ଶିକ୍ଷା ଦିଏ ?
Question ୭।
ସରଳ ଭାଷାରେ ବୁଝାଇ ଲେଖ ।
(କ) ସମଗ୍ର ବିଶ୍ଵକୁ ଏହି ସଂସ୍କୃତି ଦେଇଛି ଶାନ୍ତି, ସମତା ଓ ଭ୍ରାତୃତ୍ଵର ଦିଗ୍ଦର୍ଶନ ।
Answer:
ସମଗ୍ର ବିଶ୍ବକୁ ………………………………………. ଭ୍ରାତୃର ଦିଗ୍ଦର୍ଶନା
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଉଦ୍ଧୃତ । ଏଠାରେ ଓଡ଼ିଶାର ସଂସ୍କୃତିର ମହାନତା ସମ୍ପର୍କରେ ଆଲୋକପାତ କରାଯାଇଛି । ଓଡ଼ିଶା ଆପଣାର ସଂସ୍କୃତି ଓ ପରମ୍ପରାକୁ ନେଇ ସାରା ପୃଥିବୀରେ ବେଶ୍ ପ୍ରସିଦ୍ଧ । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଏହାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀଯାଏ ବିସ୍ତୃତ ଥିଲା । ଏଇ ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ସମୂହ ସ୍ଵାର୍ଥପାଇଁ ଓଡ଼ିଆ ପୁଅ ଆପଣାର ସ୍ଵାର୍ଥକୁ ବଳିଦିଏ । ଧର୍ମପଦ ତା’ର ଜ୍ଵଳନ୍ତ ଉଦାହରଣ । ସମଗ୍ର ମାନବଜାତିକୁ ନିଜ କୁଟୁମ୍ବ ଭାବି ସେମାନଙ୍କ ସୁଖ କାମନା କରିବା ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଶିବ, ଶକ୍ତି ଓ ଜଗନ୍ନାଥଙ୍କ ଆରାଧନା କରି ଓଡ଼ିଶା ସମଗ୍ର ମାନବ ଜାତିକୁ ଆପଣା କରିନେଇଛି । ସମଗ୍ର ବିଶ୍ଵରେ ଏହି ସଂସ୍କୃତି ଶାନ୍ତି, ସମତା ଓ ଭ୍ରାତୃତ୍ଵର ବାର୍ତ୍ତା ପ୍ରଚାର କରିଛି । ବାସ୍ତବରେ ଓଡ଼ିଶାର ସଂସ୍କୃତି ଅନନ୍ୟ ।
(ଖ) ନୃତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ସମଗ୍ର ବିଶ୍ଵରେ ପ୍ରତିଷ୍ଠାଲାଭ କରିଛି ।
Answer:
ନୃତ୍ୟ ମାଧ୍ୟମରେ …………………………. ପ୍ରତିଷ୍ଠାଲାଭ କରିଛିା
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧରୁ ଆସିଅଛି । ଏଠାରେ ଓଡ଼ିଶାର ନୃତ୍ୟକଳା କିପରି ବିଶ୍ଵରେ ପ୍ରସିଦ୍ଧିଲାଭ କରିଛି, ତାହା ବର୍ଣ୍ଣିତ ହୋଇଛି । ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟତମ ବିଭବ । ଓଡ଼ିଶାର ଉଚ୍ଚକୋଟୀର ନୃତ୍ୟସଙ୍ଗୀତ ଏହାର ନିଦର୍ଶନ । ଛନ୍ଦୋମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟର ସ୍ଥାନ ସ୍ବତନ୍ତ୍ର । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ- ପରମ୍ପରାକୁ ନେଇ ଗଢ଼ିଉଠିଥିବା ସମ୍ବଲପୁରୀ, ଛଉ, ଦଣ୍ଡ, ପାଇକ, ରଣପା ଓ ଗୋଟିପୁଅ ଆଦି ଲୋକନୃତ୍ୟ ଜୀବନକୁ ସରସ, ସୁନ୍ଦର କରିଥାଏ । ପାଲା, ଦାସକାଠିଆ, ଯାତ୍ରା, ରାମଲୀଳା ପ୍ରଭୃତି ମାଧ୍ୟମରେ ଓଡ଼ିଆ ସାହିତ୍ୟ ବହୁ କାଳରୁ ସୁପ୍ରଚାରିତ ହୋଇ ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରିଛି । ଦେଶବିଦେଶରେ ଓଡ଼ିଶାର ନୃତ୍ୟକଳା ବିଶେଷ ଭାବରେ ଆଦରଲାଭ କରିଛି । ଏହାଦ୍ଵାରା ଓଡ଼ିଶାର ସଂସ୍କୃତି ବିଶ୍ଵରେ ପ୍ରତିଷ୍ଠା ଲାଭ କରିଛି ।
(ଗ) ବାହ୍ୟ ଚାକଚକ୍ୟ ଅପେକ୍ଷା ଅନ୍ତରର ସଦ୍ଗୁଣରେ ମଣ୍ଡିତ ହେବାକୁ ଓଡ଼ିଆ ଶ୍ରେୟ ମନେକରେ ।
Answer:
ବାହ୍ୟ ଚାକଚକ୍ୟ ……………………………….. ଶ୍ରେୟ ମନେକରେ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଆସିଅଛି । ଏଠାରେ ଓଡ଼ିଶା ଜନଜୀବନର ମହତ୍ତ୍ଵ ବର୍ଣ୍ଣିତ ହୋଇଛି । ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମହାନ୍ । ଓଡ଼ିଆ ପରିବାରରେ ସମସ୍ତେ ପରସ୍ପର ସ୍ନେହ, ପ୍ରୀତି ଓ ଆଦର ଯତ୍ନରେ ବନ୍ଧା । ବିଭିନ୍ନ ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନମାନଙ୍କୁ ଶଙ୍ଖଳିବା ଏକ ସାଧାରଣ ପ୍ରଥା । ବନ୍ଧୁବାନ୍ଧବମାନଙ୍କ ଉପସ୍ଥିତି ଉତ୍ସବକୁ ଆନନ୍ଦମୁଖର କରିଥାଏ । ସେମାନଙ୍କର ଶାରୀରିକ ଓ ଆର୍ଥିକ ସହଯୋଗଦ୍ଵାରା
Question ୩ ।
ନିମ୍ନ ଚକ୍ରରେ ଥିବା ଶବ୍ଦଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ସଂସ୍କୃତିକୁ ସମୃଦ୍ଧ କରିଛି, ତାକୁ ସଂସ୍କୃତି ସହ ଯୋଡ଼ି ଲେଖ ।
Question ୪।
ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ନମୁନା ଭାବରେ କିଛି ମନ୍ଦିରର ନାମ ଦିଆଯାଇଛି । ସେହିପରି ଅନ୍ୟ କେତୋଟି ମନ୍ଦିରର ନାମ ଲେଖ ।
Answer:
ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର, ଖୂର କୀଚକେଶ୍ଵରୀ ମନ୍ଦିର, ଭୁବନେଶ୍ଵରର ରାଜାରାଣୀ ମନ୍ଦିର ।
Question ୫।
ଓଡ଼ିଶାର କାରୁଶିଳ୍ପ ମଧ୍ୟରୁ ‘ସୁନା ରୁପା’ର ତାରକସି କାମ ଅନ୍ୟତମ । ସେହିପରି ଓଡ଼ିଶାର ଅନ୍ୟ କାରୁଶିଳ୍ପର ନାମ ଲେଖ ।
Answer:
ପିତଳର ସୂକ୍ଷ୍ମ କାରୁକାର୍ଯ୍ୟ, ମୃଣ୍ମୟ ଶିଳ୍ପ, ଶିଙ୍ଗରୁ ତିଆରି ନାନା ପଦାର୍ଥ, ଚାନ୍ଦୁଆ, ପଟ୍ଟଚିତ୍ର ।
Question ୬।
ନିମ୍ନରେ ଗୋଟିଏ ଅନୁଚ୍ଛେଦ ଦିଆଯାଇଛି । ତାକୁ ପଢ଼ି ପ୍ରଶ୍ନସବୁ ତିଆରି କର, ଯାହାର ଉତ୍ତର ଏହି ଅନୁଚ୍ଛେଦରୁ ମିଳିବ ।
ସାମାଜିକ ଜୀବନର ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ । ଯେଉଁ ଜାତିର ଆଦର୍ଶ, ଭାବଧାରା, ଜ୍ଞାନ, ସୃଜନୀଶକ୍ତି ଓ ଆତ୍ମବିଶ୍ଵାସ ଯେତେ ବିସ୍ତୃତ, ସେ ଜାତିର ସଂସ୍କୃତି ସେତେ ଉନ୍ନତ । ଏହି ଦୃଷ୍ଟିରୁ ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ ସର୍ବଦା ବିଦ୍ୟମାନ । ଓଡ଼ିଶା ଆପଣାର ସ୍ବତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ନେଇ ସମଗ୍ର ବିଶ୍ଵରେ ଖ୍ୟାତିଲାଭ କରିଛି । ଉତ୍କଳର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ଐତିହାସିକ ଘଟଣାବଳୀ । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଓଡ଼ିଶାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା । ଏହି ଓଡ଼ିଶାରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ବ୍ୟକ୍ତିଗତ ସ୍ଵାର୍ଥକୁ ସମୂହ ସ୍ଵାର୍ଥ ପାଇଁ ଅକାତରରେ ବଳିଦେବା ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ । ଧର୍ମପଦ କାହାଣୀ ତା’ର ଏକ ଉଜ୍ଜ୍ଵଳ ଦୃଷ୍ଟାନ୍ତ ।
Answer:
(୧) ସଂସ୍କୃତି କହିଲେ ଆମେ କ’ଣ ବୁଝୁ ?
(୨) କୌଣସି ଜାତିର ସଂସ୍କୃତି କିପରି ଉନ୍ନତ ହୋଇଥାଏ ?
(୩) ଦେଶ ଦେଶ ଓ ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ କାହିଁକି ରହିଥାଏ ?
(୪) ଓଡ଼ିଶା କାହିଁକି ସମଗ୍ର ବିଶ୍ଵରେ ଖ୍ୟାତିଲାଭ କରିଛି ?
(୫) ଉତ୍କଳର ସଂସ୍କୃତି କିପରି ସମୃଦ୍ଧ ହୋଇଛି ?
(୬) ଦିନେ ଓଡ଼ିଶାର ସୀମା କେଉଁଠାରୁ କେଉଁଯାଏ ବିସ୍ତୃତ ଥିଲା ?
(୭) ଚଣ୍ଡାଶୋକ କେଉଁଠି ଧର୍ମାଶୋକରେ ପରିଣତ ହୋଇଥିଲେ ?
(୮) ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ କ’ଣ ?
(୯) ଧର୍ମପଦର କାହାଣୀ କେଉଁ ଶିକ୍ଷା ଦିଏ ?
Question ୭।
ସରଳ ଭାଷାରେ ବୁଝାଇ ଲେଖ ।
(କ) ସମଗ୍ର ବିଶ୍ଵକୁ ଏହି ସଂସ୍କୃତି ଦେଇଛି ଶାନ୍ତି, ସମତା ଓ ଭ୍ରାତୃତ୍ଵର ଦିଗ୍ଦର୍ଶନ ।
Answer:
ସମଗ୍ର ବିଶ୍ଵକୁ ……………………. ଭ୍ରାତୃତ୍ଵର ଦିଗ୍ଦର୍ଶନ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଉଦ୍ଧୃତ । ଏଠାରେ ଓଡ଼ିଶାର ସଂସ୍କୃତିର ମହାନତା ସମ୍ପର୍କରେ ଆଲୋକପାତ କରାଯାଇଛି । ଓଡ଼ିଶା ଆପଣାର ସଂସ୍କୃତି ଓ ପରମ୍ପରାକୁ ନେଇ ସାରା ପୃଥିବୀରେ ବେଶ୍ ପ୍ରସିଦ୍ଧ । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଏହାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀଯାଏ ବିସ୍ତୃତ ଥିଲା । ଏଇ ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ସମୂହ ସ୍ଵାର୍ଥପାଇଁ ଓଡ଼ିଆ ପୁଅ ଆପଣାର ସ୍ଵାର୍ଥକୁ ବଳିଦିଏ । ଧର୍ମପଦ ତା’ର ଜ୍ଵଳନ୍ତ ଉଦାହରଣ । ସମଗ୍ର ମାନବଜାତିକୁ ନିଜ କୁଟୁମ୍ବ ଭାବି ସେମାନଙ୍କ ସୁଖ କାମନା କରିବା ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଶିବ, ଶକ୍ତି ଓ ଜଗନ୍ନାଥଙ୍କ ଆରାଧନା କରି ଓଡ଼ିଶା ସମଗ୍ର ମାନବ ଜାତିକୁ ଆପଣା କରିନେଇଛି । ସମଗ୍ର ବିଶ୍ଵରେ ଏହି ସଂସ୍କୃତି ଶାନ୍ତି, ସମତା ଓ ଭ୍ରାତୃତ୍ଵର ବାର୍ତ୍ତା ପ୍ରଚାର କରିଛି । ବାସ୍ତବରେ ଓଡ଼ିଶାର ସଂସ୍କୃତି ଅନନ୍ୟ ।
(ଖ) ନୃତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ସମଗ୍ର ବିଶ୍ଵରେ ପ୍ରତିଷ୍ଠାଲାଭ କରିଛି ।
Answer:
ନୃତ୍ୟ ମାଧ୍ୟମରେ ……………………………………… ପ୍ରତିଷ୍ଠାଲାଭ କରିଛା
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧରୁ ଆସିଅଛି । ଏଠାରେ ଓଡ଼ିଶାର ନୃତ୍ୟକଳା କିପରି ବିଶ୍ଵରେ ପ୍ରସିଦ୍ଧିଲାଭ କରିଛି, ତାହା ବର୍ଣ୍ଣିତ ହୋଇଛି । ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟତମ ବିଭବ । ଓଡ଼ିଶାର ଉଚ୍ଚକୋଟୀର ନୃତ୍ୟସଙ୍ଗୀତ ଏହାର ନିଦର୍ଶନ । ଛନ୍ଦୋମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟର ସ୍ଥାନ ସ୍ଵତନ୍ତ୍ର । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ- ପରମ୍ପରାକୁ ନେଇ ଗଢ଼ିଉଠିଥିବା ସମ୍ବଲପୁରୀ, ଛଉ, ଦଣ୍ଡ, ପାଇକ, ରଣପା ଓ ଗୋଟିପୁଅ ଆଦି ଲୋକନୃତ୍ୟ ଜୀବନକୁ ସରସ, ସୁନ୍ଦର କରିଥାଏ । ପାଲା, ଦାସକାଠିଆ, ଯାତ୍ରା, ରାମଲୀଳା ପ୍ରଭୃତି ମାଧ୍ୟମରେ ଓଡ଼ିଆ ସାହିତ୍ୟ ବହୁ କାଳରୁ ସୁପ୍ରଚାରିତ ହୋଇ ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରିଛି । ଦେଶବିଦେଶରେ ଓଡ଼ିଶାର ନୃତ୍ୟକଳା ବିଶେଷ ଭାବରେ ଆଦରଲାଭ କରିଛି । ଏହାଦ୍ଵାରା ଓଡ଼ିଶାର ସଂସ୍କୃତି ବିଶ୍ଵରେ ପ୍ରତିଷ୍ଠା ଲାଭ କରିଛି।
(ଗ) ବାହ୍ୟ ଚାକଚକ୍ୟ ଅପେକ୍ଷା ଅନ୍ତରର ସଦ୍ଗୁଣରେ ମଣ୍ଡିତ ହେବାକୁ ଓଡ଼ିଆ ଶ୍ରେୟ ମନେକରେ ।
Answer:
ବାହ୍ୟ ଚାକଚକ୍ୟ …………………………………….. ଶ୍ରେୟ ମନେକରେ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଆସିଅଛି । ଏଠାରେ ଓଡ଼ିଶା ଜନଜୀବନର ମହତ୍ତ୍ବ ବର୍ଣ୍ଣିତ ହୋଇଛି । ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମହାନ୍ । ଓଡ଼ିଆ ପରିବାରରେ ସମସ୍ତେ ପରସ୍ପର ସ୍ନେହ, ପ୍ରୀତି ଓ ଆଦର ଯତ୍ନରେ ବନ୍ଧା । ବିଭିନ୍ନ ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନମାନଙ୍କୁ ଶଙ୍ଖୁଳିବା ଏକ ସାଧାରଣ ପ୍ରଥା । ବନ୍ଧୁବାନ୍ଧବମାନଙ୍କ ଉପସ୍ଥିତି ଉତ୍ସବକୁ ଆନନ୍ଦମୁଖର କରିଥାଏ । ସେମାନଙ୍କର ଶାରୀରିକ ଓ ଆର୍ଥିକ ସହଯୋଗଦ୍ଵାରା କର୍ତ୍ତାଙ୍କ କାମ ସହଜ ହୋଇଥାଏ । ବିପଦ ଆପଦବେଳେ ପଡ଼ୋଶୀ ତଥା ଅନ୍ୟମାନଙ୍କ ସାହାଯ୍ୟ ମଧ୍ୟ ଦୁଃଖକୁ ଅନେକ ପରିମାଣରେ ଲାଘବ କରେ । ଅତିଥ୍ୟପରାୟଣତା ଓଡ଼ିଆ ଜାତିର ଅନ୍ୟତମ ବୈଶିଷ୍ଟ୍ୟ । ବସନ, ଭୂଷଣ ଓ ଚଳଣିରେ ଓଡ଼ିଆମାନେ ଆଡ଼ମ୍ବରଶୂନ୍ଯ ଓ ସରଳ । ବାହ୍ୟ ଚାକଚକ୍ୟ ଅପେକ୍ଷା ଓଡ଼ିଆମାନେ ସଦ୍ଗୁଣର ବିକାଶ କରିବାକୁ ଚାହାଁନ୍ତି; ତେଣୁ ସେମାନଙ୍କ ଦୃଷ୍ଟି ଅନ୍ତର୍ମୁଖୀ ।
Question ୮।
ଯେପରି ‘ସମାଜ’ରୁ ‘ସାମାଜିକ’ ହୁଏ, ସେହିପରି ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ରୂପ କଅଣ ହେବ ଲେଖ ।
ପରିବାର, ବ୍ୟବହାର, ଶରୀର, ସମୂହ, ସଂସ୍କୃତି, ଧର୍ମ, ପରମ୍ପରା
Answer:
ପରିବାର – ପାରିବାରିକ
ଶରୀର – ଶାରୀରିକ
ସଂସ୍କୃତି – ସାଂସ୍କୃତିକ
ପରମ୍ପରା – ପାରମ୍ପରିକ
ବ୍ୟବହାର – ବ୍ୟାବହାରିକ
ସମୂହ – ସାମୂହିକ
ଧର୍ମ – ଧାମିକ
Question ୯।
ନିମ୍ନରେ ଦିଆଯାଇଥବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କର ।
ବିଭବ, ସମନ୍ବୟ, ସ୍ଵାକ୍ଷର, ସମୃଦ୍ଧ, ବିଦ୍ୟମାନ
Answer:
ବିଭବ – କଳା ଓ ସ୍ଥାପତ୍ୟ ସଂସ୍କୃତିର ଅନ୍ୟତମ ବିଭବ ।
ସମନ୍ୱୟ – ମୁନିଋଷିମାନେ ସର୍ବଧର୍ମ ସମନ୍ବୟ ତ୍ତପରେ ଗୁରୁତ୍ଵ ଦେଇଛନ୍ତ୍ରି ।
ସ୍ବାକ୍ଷର – ଏହି ଲେଖାଟି ଲୋକଙ୍କ ମୌଳିକ ବିଚାରଧାରାର ସ୍ବାକ୍ଷର ବହନ କରିଛି ।
ସମୃଦ୍ଧ – ଓଡ଼ିଆ ଭାଷା ସାହିତ୍ୟ ବହୁ କଥା କାହାଣୀଦ୍ଵାରା ସମୃଦ୍ଧ ହୋଇପାରିଛି ।
ବିଦ୍ୟମାନ – କାରୁକାର୍ଯ୍ୟ ବିମଣ୍ଡିତ କୋଣାର୍କ ମନ୍ଦିର ଆଜି ସଗର୍ବେ ବିଦ୍ୟମାନ ।
ତୁମ ପାଇଁ କାମ:
୧ । ତୁମ ଅଞ୍ଚଳରେ ପାଳିତ ହେଉଥିବା ପର୍ବପର୍ବାଣିର ତାଲିକା କର ।
୨। ବିଭିନ୍ନ ପର୍ବ ଦିନରେ ତୁମ ଘରେ ତିଆରି କରାଯାଉଥିବା ପିଠାପଣାର ନାମ ଲେଖ ।
୩ । ତୁମ ଖାତାରେ ଗୋଟିଏ ଲୁଗାଧଡ଼ିର ଚିତ୍ର ଅଙ୍କନ କର ।
ପରାକ୍ଷା ତ୍ତପଯୋଗା ଅତିରିକ୍ତ ପ୍ରଶ୍ନୋତ୍ତର
୧। ସଂକ୍ଷେପରେ ଉତ୍ତର ଦିଅ ।
(କ) ଓଡ଼ିଆମାନଙ୍କର ପର୍ବପର୍ବାଣି ପାଳନର ମୂଳ ଲକ୍ଷ୍ୟ କ’ଣ ?
Answer:
ଗୃହ, ଶରୀର ଓ ମନକୁ ନିର୍ମଳ କରି ବିଶ୍ଵାସ ଓ ନିଷ୍ଠାର ସହ ପୂଜା ଅର୍ଚ୍ଚନା ମାଧ୍ୟମରେ ଓଡ଼ିଆମାନେ ଜଗତର ହିତପାଇଁ ଦେବତାଙ୍କ ଆଶୀର୍ବାଦ ପାଇବା ନିମନ୍ତେ ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି । ଏହାହିଁ ସେମାନଙ୍କର ପର୍ବ ପାଳନର ମୂଳ ଲକ୍ଷ୍ୟ ।
(ଖ) ଓଡ଼ିଶୀ ନୃତ୍ୟ ନୃତ୍ୟକଳାରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି କାହିଁକି ?
Answer:
ଓଡ଼ିଶାର ବିଭିନ୍ନ ନୃତ୍ୟକଳା ମଧ୍ଯରେ ‘ଓଡ଼ିଶୀ’ ନୃତ୍ୟ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ଛନ୍ଦୋମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଏହାର ସ୍ଥାନ ଉଚ୍ଚରେ । ତେଣୁ ଏହି ନୃତ୍ୟ ବିଦେଶୀମାନଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ ।
(ଗ) ‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧଟି ଆମକୁ କି ଶିକ୍ଷା ଦିଏ ?
Answer:
‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧଟି ଆମର ଗୌରବମୟ ସଂସ୍କୃତି ଓ ପରମ୍ପରାର ଭାବଧାରା ବହନ କରିଛି । ବର୍ତ୍ତମାନ ଜ୍ଞାନ ବିଜ୍ଞାନର ପ୍ରସାର ଫଳରେ ମାନବଜାତି କୁପଥଗାମୀ ହେଉଛି । ତା’ର ସାମାଜିକ ଓ ସାଂସ୍କୃତିକ ଜୀବନରେ ନାନା ପରିବର୍ତ୍ତନ ଘଟୁଛି । କିନ୍ତୁ ଯାହାହେଉ ପଛକେ ଆମେ ଆମର ସଂସ୍କୃତି ଓ ପରମ୍ପରାରୁ କେବେ ବିଚ୍ଛିନ୍ନ ହେବା ନାହିଁ । ଏପରି କଲେ ନିଜର ସମ୍ମାନହାନି ଘଟିବା ସଙ୍ଗେ ସଙ୍ଗେ ଓଡ଼ିଶା ତା’ର ପୂର୍ବ ଗୌରବ ହରାଇ ବସିବ । ତେଣୁ ଆମେ ଓଡ଼ିଶାବାସୀ ଆପଣାର ମୌଳିକତାକୁ ବଜାୟ ରଖ୍ ବିକାଶ ପଥରେ ଅଗ୍ରସର ହେବା ଉଚିତ । ଆମ୍ଭେମାନେ ଉକ୍ତ ପ୍ରବନ୍ଧଟିରୁ ଏହି ଶିକ୍ଷାଲାଭ କରୁ ।
(ଘ) ଧର୍ମପଦ କାହାଣୀ ଆମକୁ କ’ଣ ଶିକ୍ଷାଦିଏ ?
Answer:
ବ୍ୟକ୍ତିଗତ ସ୍ଵାର୍ଥକୁ ସମୂହ ସ୍ଵାର୍ଥପାଇଁ ଅକାତରରେ ବଳିଦେବାକୁ ଧର୍ମପଦ କାହାଣୀ ଆମକୁ ଶିକ୍ଷା ଦିଏ । ଅର୍ଥାତ୍ ଭୋଗରେ ନୁହେଁ, ତ୍ୟାଗରେ ଆମକୁ ବଞ୍ଚିବାକୁ ହେବ ।
(ଙ) ଭାରତୀୟ ସଂସ୍କୃତିର ଆଧାର କ’ଣ ?
Answer:
ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଧ୍ୟାତ୍ମିକତା ବା ଈଶ୍ଵର ବିଶ୍ଵାସ ।
(ଚ) ଓଡ଼ିଶାର ସ୍ଥାପତ୍ୟର କେଉଁ ନିଦର୍ଶନ ରହିଛି ?
Answer:
ଓଡ଼ିଶାର ସ୍ଥାପତ୍ୟର ନିଦର୍ଶନ ରୂପେ କୋଣାର୍କର ସୂର୍ଯ୍ୟମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ଵରର ଲିଙ୍ଗରାଜ ଓ ରାଜାରାଣୀ ମନ୍ଦିର, ଖିଚିଂର କୀଚକେଶ୍ଵରୀ ମନ୍ଦିର ଦେହରେ ଖୋଦିତ ମୂର୍ତ୍ତି ଓ ବିଭିନ୍ନ ଚିତ୍ରକଳା ଏ ଜାତିର କଳାଚାତୁରୀର ମହନୀୟତା ଦର୍ଶାଇଛି ।
(ଛ) ଓଡ଼ିଶାର ପାଞ୍ଚଗୋଟି ସୁନ୍ଦର ହସ୍ତଶିଳ୍ପର ନାମ ଲେଖ ।
Answer:
ଓଡ଼ିଶାର ପାଞ୍ଚଗୋଟି ସୁନ୍ଦର ହସ୍ତଶିଳ୍ପ ହେଲା – (୧) ସୁନାରୁପାର ତାରକସି କାମ, (୨) ପିତଳର ସୂକ୍ଷ୍ମ କାରୁକାର୍ଯ୍ୟ, (୩) ଶିଙ୍ଘରୁ ତିଆରି ବିଭିନ୍ନ ପଦାର୍ଥ, (୪) ଚାନ୍ଦୁଆ, (୫) ପଟ୍ଟଚିତ୍ର ।
(କ) ଓଡ଼ିଶାର କେଉଁ କୁଟୀରଶିଳ୍ପ ବିଶ୍ଵପ୍ରସିଦ୍ଧ ?
Answer:
ଓଡ଼ିଶାର କୁଟୀର ଶିଳ୍ପଭାବେ ବୟନଶିଳ୍ପ ବିଶ୍ଵପ୍ରସିଦ୍ଧ । ସମ୍ବଲପୁର, ବ୍ରହ୍ମପୁର ଓ ନୂଆପାଟଣାର ହାତବୁଣା ବସ୍ତ୍ର ଓଡ଼ିଆ କାରିଗର ହାତର କଳାନିପୁଣତାକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପନ କରିଥାଏ ।
(ଝ) ଓଡ଼ିଆ ଭାଷାରେ ରଚିତ ପୁରାଣ ଓ କାବ୍ୟ-କବିତାଗୁଡ଼ିକ ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି କିପରି ?
Answer:
ଓଡ଼ିଆ ଭାଷାରେ ରଚିତ ମହାଭାରତ, ରାମାୟଣ, ଭାଗବତ ଏବଂ ଅନ୍ୟ ପୁରାଣସବୁ ସୁନ୍ଦର ଛନ୍ଦଲହରୀରେ ଓଡ଼ିଶାର ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିରେ ପାଠ କରାଯାଏ । ଏବେ ମଧ୍ୟ ବହୁ ଢଗଢ଼ମାଳି, ଲୋକଗୀତ ଓ ଲୋକଗଳ୍ପ ସମାଜରେ ଆଦରଲାଭ କରିଛି । ଏଗୁଡ଼ିକ ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି ।
(ଞ) ଓଡ଼ିଶାର ଚାରିଗୋଟି ଲୋକନୃତ୍ୟର ନାମ ଲେଖ ।
Answer:
ଓଡ଼ିଶାର ଚାରିଗୋଟି ଲୋକନୃତ୍ୟର ନାମ ହେଲା (୧) ସମ୍ବଲପୁରୀ ନୃତ୍ୟ, (୨) ଦଣ୍ଡ ନୃତ୍ୟ, (୩) ଛଉ ନୃତ୍ୟ, (୪) ଗୋଟିପୁଅ ନୃତ୍ୟ ।
(ଟ) କେଉଁ କାରଣରୁ ଓଡ଼ିଶାର ସାମାଜିକ ରୀତିନୀତିରେ ପରିବର୍ତ୍ତନ ଦେଖାଯାଇଛି ?
Answer:
ଜ୍ଞାନବିଜ୍ଞାନର ପ୍ରସାର ଫଳରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ନାନା ପରିବର୍ତ୍ତନ ଘଟିଛି । ପୂର୍ବର କେତେକ ପର୍ବପର୍ବାଣି ଲୋପ ହୋଇ ନୂଆ ପର୍ବର ସୃଷ୍ଟି ହୋଇଛି ଏବଂ ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଓ ସାମାଜିକ ରୀତିନୀତିରେ ପରିବର୍ତ୍ତନ ଘଟିଛି ।
Question ୨।
ସରଳ ଭାଷାରେ ବୁଝାଇ ଦିଅ ।
(କ) ଏହି ପରିବର୍ତ୍ତନର ପ୍ରବାହରେ ଆପଣାର ମୌଳିକତାକୁ ବଜାୟ ରଖ୍ ବିକାଶ ପଥରେ ଅଗ୍ରସର ହେବାହିଁ ଆମର ଲକ୍ଷ୍ୟ ।
Answer:
ଏହି ପରିବର୍ତ୍ତନର ………………………………….. ଆମର ଲକ୍ଷ୍ୟ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଆସିଅଛି । ଏଠାରେ ଲେଖିକା ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ସାଂସ୍କୃତିକ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇଛନ୍ତି । ଜ୍ଞାନବିଜ୍ଞାନର ପ୍ରସାର ଫଳରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ପରିବର୍ତ୍ତନ ଘଟିଛି । ପୂର୍ବର କେତେକ ପର୍ବପର୍ବାଣି ଲୋପ ପାଇବା ସଙ୍ଗେ ସଙ୍ଗେ କେତେକ ନୂତନ ପର୍ବପର୍ବାଣି ସୃଷ୍ଟି ହୋଇଛି । ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଓ ସାମାଜିକ ରୀତିନୀତିରେ ମଧ୍ୟ ବହୁ ପରିବର୍ତ୍ତନ ଦେଖାଦେଇଛି । ଏହି ପରିବର୍ତ୍ତନର ପ୍ରବାହରେ ଆପଣାର ମୌଳିକତା ବଜାୟ ରଖୁବା ଉଚିତ । କାରଣ ନିଜସ୍ଵତାକୁ ହଜେଇ ଦେଲେ ସଂସ୍କୃତିର ସ୍ଵାତନ୍ତ୍ର୍ୟ ପ୍ରତି ସନ୍ଦେହ ସୃଷ୍ଟି ହୁଏ । ତେଣୁ ସାଂସ୍କୃତିକ ମୌଳିକତାକୁ ବଜାୟ ରଖି ଆମକୁ ଆଗେଇବାକୁ ପଡ଼ିବ । ପ୍ରଗତି ସହ ନିଜ ସାଂସ୍କୃତିକ ସ୍ଵାତନ୍ତ୍ର୍ୟର ସହାବସ୍ଥାନ ଆମର ଲକ୍ଷ୍ୟ ହେବା ଉଚିତ ।
(ଖ) ‘ଆମ ଓଡ଼ିଶାର ସଂସ୍କୃତି ଏହି ମହାନ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ।’’
Answer:
ଆମ ଓଡ଼ିଶାର ……………………………. ଅବିଚ୍ଛେଦ୍ୟ ଅଙ୍ଗ ।
ଶଂସିତ ଗଦ୍ୟାଶଟି ଆମ ପଠିତ ‘ଆମ ସାହିତ୍ୟ ପୁସ୍ତକର ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖୁ ଡଃ ଚାରୁବାଳା ମହାନ୍ତି ଭାରତୀୟ ଓ ଉତ୍କଳୀୟ ସଂସ୍କୃତି ମଧ୍ୟରେ ଥିବା ଐକ୍ୟ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ଏ ଦେଶ ମୁନିଋଷି ଓ ମହାପୁରୁଷମାନଙ୍କର ଦେଶ । ଏ ଦେଶର ସଂସ୍କୃତି ଅତି ପ୍ରାଚୀନ । ଧର୍ମ ଏହାର ଭିତ୍ତିଭୂମି । ଏ ସଂସ୍କୃତିର ଦାନ ସମଗ୍ର ମାନବ ସଭ୍ୟତାକୁ ପ୍ରଭାବିତ କରିଛି । ଏହି ମହାଭାରତୀୟ ସଂସ୍କୃତିର ମହାନତାରେ ବିଭିନ୍ନ ରାଜ୍ୟର ସଂସ୍କୃତି ବିଶେଷ ଭାବେ ଅନୁପ୍ରାଣିତ ହୋଇଛି । ଆମ ଓଡ଼ିଶା ଏହି ପ୍ରାଚୀନ ମହାନ ସଂସ୍କୃତିର ସଂସ୍ପର୍ଶରେ ଆସିଛି । ଆମ ରାଜ୍ୟର ସଂସ୍କୃତିକୁ ଭାରତୀୟ ସଂସ୍କୃତିର ଏକ ସ୍ବତନ୍ତ୍ର ବିକଶିତ ରୂପ ଭାବରେ ପ୍ରକାଶ କରାଯାଇଛି । ଆମର ଆଚାର ବିଚାର, ଚାଲିଚଳନ ଓ ଭାଷା, ସାହିତ୍ୟ, କଳା, ଭାସ୍କର୍ଯ୍ୟ ଆଦି ବିଭିନ୍ନ ଦୃଷ୍ଟିରୁ ଅଲଗା ଜଣାଯାଉଥିଲେ ମଧ୍ୟ ଏହା ମହାଭାରତୀୟ ସଂସ୍କୃତିଦ୍ୱାରା ଉଦ୍ବୃଦ୍ଧ ହୋଇଛି । ଏଠାରେ ଅନୈକ୍ୟ ଭିତରେ ଐକ୍ୟ ପ୍ରତିଷ୍ଠିତ ହୋଇଛି । ବାସ୍ତବରେ ପ୍ରସଙ୍ଗଟି ପ୍ରଶଂସନୀୟ ଅଟେ ।
Question ୩।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଓଡ଼ିଶାର ସାଂସ୍କୃତିକ ଜୀବନରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଗୁରୁତ୍ଵ ବିଚାର କର ।
Answer:
ପ୍ରତେକ ଦେଶର ସଂସ୍କୃତିକୁ ତାହାର ନୃତ୍ୟ ଓ ସଙ୍ଗୀତ ଋଦ୍ଧିମନ୍ତ କରିଥାଏ । ତେଣୁ ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟତମ ବିଭାବ ଅଟେ । ଓଡ଼ିଶାର ଉଚ୍ଚକୋଟୀର ନୃତ୍ୟ ଓ ସଙ୍ଗୀତ ଏହାର ମହାନ୍ ସଂସ୍କୃତିର ନିଦର୍ଶନ । ଛନ୍ଦୋମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ ସ୍ବତନ୍ତ୍ର ସ୍ଥାନ ଲାଭ କରିଛି । କେବଳ ଓଡ଼ିଶାରେ ନୁହେଁ ଦେଶ ବିଦେଶରେ ମଧ୍ୟ ଓଡ଼ିଶୀ ନୃତ୍ୟ ଆଦୃତି ଲାଭ କରିଛି । ସେହିପରି ଓଡ଼ିଶୀ ସଙ୍ଗୀତ ମଧ୍ଯ ଓଡ଼ିଶାର ସଂସ୍କୃତିକୁ ମହିମାମଣ୍ଡିତ କରିଛା
(ଖ) ଓଡ଼ିଶାର ଭାଷା ଓ ସାହିତ୍ୟ ଏହାର ସଂସ୍କୃତିର ଅମୂଲ୍ୟ ସମ୍ପଦ କିପରି ?
Answer:
ଓଡ଼ିଶାର ଭାଷା ଓ ସାହିତ୍ୟ ଏହାର ଜାତୀୟ ଜୀବନକୁ ପ୍ରାଣବନ୍ତ କରିଛି । ପୃଥିବୀର ଉନ୍ନତ ଭାଷାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଅନ୍ୟତମ । ଏହାର ନିଜସ୍ଵ ଲିପି ଅଛି । ଏହି ଭାଷାରେ ରଚିତ ‘ମହାଭାରତ’, ‘ରାମାୟଣ’, ‘ଭାଗବତ’ ପରି ବହୁ ପୁରାଣ ଓ କାବ୍ୟ କବିତା ଏହାର ସଂସ୍କୃତିକୁ ଋଦ୍ଧିମନ୍ତ କରିଛି । ଓଡ଼ିଶାର ପୁରପଲ୍ଲୀର ଲୋକେ ଏସବୁକୁ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଠ କରିଥା’ନ୍ତି । ଓଡ଼ିଆ ଭାଷାରେ ଅନେକ ଢଗଢ଼ମାଳି ଓ ଲୋକଗଳ୍ପ ମଧ୍ୟ ପ୍ରଚଳିତ ଅଛି । ଏସବୁ ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରୁଥିବାରୁ ଏସବୁକୁ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ସମ୍ପଦ ଭାବେ ବିବେଚନା କରାଯାଏ ।
(ଗ) ଜ୍ଞାନ ବିଜ୍ଞାନର ପ୍ରସାର ଫଳରେ ଓଡ଼ିଆ ସଂସ୍କୃତିର କି ପରିବର୍ତ୍ତନ ଘଟିଛି ?
Answer:
ଜ୍ଞାନ ବିଜ୍ଞାନର ପ୍ରସାର ଫଳରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଏବେ ନାନା ପରିବର୍ତ୍ତନ ସଂଘଟିତ ହୋଇଛି । ପୂର୍ବରୁ ପାଳିତ ହେଉଥିବା କେତେକ ପର୍ବପର୍ବାଣି ଏବେ ଲୋପ ପାଇଗଲାଣି । ଏଗୁଡ଼ିକ ସ୍ଥାନରେ ଅନେକ ନୂତନ ପର୍ବପର୍ବାଣି ସୃଷ୍ଟି ହୋଇଛି । ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଓ ସାମାଜିକ ରୀତିନୀତିରେ ବହୁ ପରିବର୍ତ୍ତନ ଦେଖାଯାଉଛି । ମାତ୍ର ଆମେ ଆମ ପ୍ରାଚୀନ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭୁଲିଯିବା ଅନୁଚିତ । ଏହି ପରିବର୍ତ୍ତନର ପ୍ରବାହରେ ଆପଣାର ମୌଳିକତାକୁ ବଜାୟ ରଖ୍ ବିକାଶ ପଥରେ ଅଗ୍ରସର ହେବା ଆମର ଲକ୍ଷ୍ୟ ହେବା ଉଚିତ ।
(ଘ) ଓଡ଼ିଆମାନଙ୍କର ପର୍ବପର୍ବାଣି ପାଳନର ମୂଳ ଲକ୍ଷ୍ୟ କ’ଣ ?
Answer:
ଓଡ଼ିଶାର ସଂସ୍କୃତିରେ ପର୍ବପର୍ବାଣି ପାଳନ ଏକ ଗୁରୁତ୍ଵପୂର୍ଣ ସ୍ଥାନ ଗ୍ରହଣ କରିଛି । ଓଡ଼ିଆମାନେ ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିନରେ ନାନା ପୂଜା, ଓଷା ଓ ବ୍ରତ ପାଳନ କରିଥା’ନ୍ତି । ଗୃହ, ଶରୀର ଓ ମନକୁ ନିର୍ମଳ କରି ବିଶ୍ଵାସ ଓ ନିଷ୍ଠାର ସହ ପୂଜା ଅର୍ଚ୍ଚନା ମାଧ୍ୟମରେ ଜଗତର ହିତ ପାଇଁ ଦେବତାଙ୍କ ଆଶୀର୍ବାଦ ଭିକ୍ଷା କରିବା ଏହି ପର୍ବ ପାଳନର ମୂଳ ଲକ୍ଷ୍ୟ । ଏହା ଫଳରେ ସତ୍ୟ, ଦୟା, ନିଷ୍ଠା ଓ ପବିତ୍ରତା ଆଦି ଗୁଣର ବିକାଶ ଘଟେ ଓ ସମାଜରେ ପରସ୍ପର ମଧ୍ୟରେ ମିତ୍ରତା ବୃଦ୍ଧି ପାଏ । ମକର ଚାଉଳ, ମହାପ୍ରସାଦ, ଆମ୍ବ ବଉଳ ଇତ୍ୟାଦି ଦେଇ ବନ୍ଧୁ ହେବା ଓଡ଼ିଆର ଏକ ପ୍ରାଚୀନ ପରମ୍ପରା । ଏହା ଜାତୀୟ ସଂହତି ଓ ଏକତା ରକ୍ଷା କ୍ଷେତ୍ରରେ ସହାୟକ ହୋଇଥାଏ ।
(ଙ) ‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧଟି ଆମକୁ କି ଶିକ୍ଷା ଦିଏ ?
Answer:
ଜ୍ଞାନ ବିଜ୍ଞାନର ପ୍ରସାର ଫଳରେ ମାନବଜାତି କୁପଥଗାମୀ ହେଉଛି । ତା’ର ସାମାଜିକ ଓ ସାଂସ୍କୃତିକ ଜୀବନରେ ନାନା ପରିବର୍ତ୍ତନ ଘଟୁଛି । କିନ୍ତୁ ଯାହାହେଉ ପଛକେ ଆମେ ଆମର ସଂସ୍କୃତି ଓ ପରମ୍ପରାରୁ କେବେ ବିଚ୍ଛିନ୍ନ ହେବା ନାହିଁ । ଏପରି କଲେ ନିଜର ବଜାୟ ରଖ୍ ବିକାଶ ପଥରେ ଅଗ୍ରସର ହେବା ଉଚିତ । ଆମ୍ଭେମାନେ ଉକ୍ତ ପ୍ରବନ୍ଧଟିରୁ ଏହି ଶିକ୍ଷା ଲାଭକରୁ ।
(ଚ) ଓଡ଼ିଶାର ସଂସ୍କୃତି ଦେଶ ବିଦେଶରେ ପରିଚିତ କିପରି ?
Answer:
ସମଗ୍ର ବସୁଧାକୁ ଗୋଟିଏ କୁଟୁମ୍ବ ଭାବି ସମୁଦାୟ ମାନବ ଜାତିର ସୁଖ କାମନା କରିବା ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଏହି ସଂସ୍କୃତି ବିଶ୍ୱକୁ ଶାନ୍ତି, ସମତା ଓ ଭ୍ରାତୃତ୍ଵର ନିଦର୍ଶନ ଦେଇଛି । ସମୂହ ସ୍ବାର୍ଥ ନିମନ୍ତେ ବ୍ୟକ୍ତିଗତ ସ୍ଵାର୍ଥକୁ ବଳି ଦେବା ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ । ଓଡ଼ିଶାର ସ୍ଥାପତ୍ୟ, ଭାସ୍କର୍ଯ୍ୟ, ବସ୍ତ୍ରଶିଳ୍ପ, ସାହିତ୍ୟ ଓ ଓଡ଼ିଶୀ ନୃତ୍ୟ ଯୋଗୁଁ ଓଡ଼ିଶାର ସଂସ୍କୃତି ଦେଶ ବିଦେଶରେ ପରିଚିତ ହୋଇପାରିଛି ।
(ଛ) ଓଡ଼ିଶାର ସଂସ୍କୃତି କିପରି ସମୃଦ୍ଧ ହୋଇଛି ଆଲୋଚନା କର ।
Answer:
ଓଡ଼ିଶା ଆପଣାର ସ୍ବତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ନେଇ ସମଗ୍ର ବିଶ୍ବରେ ଖ୍ୟାତିଲାଭ କରିଛି । ଓଡ଼ିଶାର ସଂସ୍କୃତିକୁ ଏହାର ଐତିହାସିକ ଘଟଣାବଳୀ ସମୃଦ୍ଧ କରିଛି । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଓଡ଼ିଶାର ସୀମା ଆଶାତୀତ ଭାବେ ବିସ୍ତୃତ ହୋଇଥିଲା । ଓଡ଼ିଶା ଦିନେ ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ହୋଇଥିଲା । ଏହି ଓଡ଼ିଶା ମାଟି ଦିନେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲା । ସମୂହ ସ୍ବାର୍ଥପାଇଁ ବ୍ୟକ୍ତିଗତ ସ୍ଵାର୍ଥକୁ ବଳିଦେବା ଓଡ଼ିଆର ସଂସ୍କୃତିର ବୈଶିଷ୍ଟ୍ୟ । ଧର୍ମପଦ କାହାଣୀ ତାହାର ଏକ ଉଜ୍ଜଳ ଦୃଷ୍ଟାନ୍ତ ।
(ଜ) ଧର୍ମପଦ କାହାଣୀ ଆମକୁ କି ଶିକ୍ଷା ଦିଏ ?
Answer:
ଧର୍ମପଦ କାହାଣୀ ଏକ କିମ୍ବଦନ୍ତୀ । ଓଡ଼ିଶାର ପୁରପଲ୍ଲୀରେ ଏହି କାହାଣୀ ବହୁଳ ପ୍ରଚାରିତ । ଧରମାକୁ ଓଡ଼ିଶାବାସୀ ସେମାନଙ୍କର ଆଦର୍ଶ ମନେକରନ୍ତି । ବାରଶହ ବଢ଼େଇ କରିପାରୁ ନ ଥିବା କାମ ବାର ବର୍ଷର ବାଳକ ଧରମା କରିପାରିଥିଲା । ସେ କୋଣାର୍କ ମନ୍ଦିରର ମୁଣ୍ଡି ମାରିଦେଲା । ବାରଶହ ବଢ଼େଇଙ୍କ ଜୀବନରକ୍ଷା ପାଇଁ ସେ ହସି ହସି ସାଗରକୁ ଲମ୍ଫ ଦେଇ ଜୀବନ ବିସର୍ଜନ କରିଥିଲା । କୋଣାର୍କର କଳାଚାତୁରୀ ଆଜି ବିଶ୍ଵବିଦିତ । ଧରମାର ଜୀବନଦାନ କଥା ଆଜି ଅମର କାହାଣୀର ଆଖ୍ୟା ଲାଭ କରିଛି । ସମୂହ ସ୍ବାର୍ଥ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲା । ତେଣୁ ଏହି କାହାଣୀ ଆମକୁ ସମୂହ ସ୍ବାର୍ଥ ପାଇଁ ଆପଣା ସ୍ବାର୍ଥକୁ ତ୍ୟାଗ କରିବାକୁ ପ୍ରେରଣା ଦିଏ ।
ଲେଖିକା ପରିଚୟ :
ଡକ୍ଟର ଚାରୁବାଳା ମହାନ୍ତି (୧୯୫୦-୧୯୯୬) ଜଗତ୍ସିଂହପୁର ଜିଲ୍ଲାର ଅରେଇକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ବହୁ ପ୍ରବନ୍ଧ ଓ କବିତା ପ୍ରକାଶ ପାଇଛି । ‘ଭିଜା ରାତିର ସୂର୍ଯ୍ୟୋଦୟ’ ତାଙ୍କ ଲିଖ୍ ଏକ କବିତା ସଂକଳନ ।
ବିଷୟ ସୂଚନା :
ସମାଜରେ ଘଟୁଥିବା ନାନାପ୍ରକାର ସମସ୍ୟାକୁ ଲେଖିକା ତାଙ୍କ ଲେଖାମାନଙ୍କରେ ରୂପ ଦେଇଛନ୍ତ୍ରା ଭାରତାୟ ସଂସ୍କୃତିର କେନ୍ଦ୍ରବିନ୍ଦୁ ହେଉଛି ଉତ୍କଳ । ଉତ୍କଳର ପରମ୍ପରା ଓ ସଂସ୍କୃତି ମହାନ୍ । ନିଜ ପରମ୍ପରା ଓ ସଂସ୍କୃତିରୁ ଦୂରେଇଗଲେ ସାମାଜିକ ଜୀବନ ଦୁଃଖମୟ ହେବ । ଉକ୍ତ ପ୍ରବନ୍ଧରେ ଲେଖୁ ଓଡ଼ିଶାର ସଂସ୍କୃତିର ମହତ୍ତ୍ଵ ଓ ଆଦର୍ଶ ଉପରେ ଆଲୋଚନା କରିଛନ୍ତ୍ରି ।
ସାରକଥା :
ଭାରତର ପ୍ରାଚୀନ ସଭ୍ୟତା କେତେ ମୁନିଋଷି ଓ ମହାପୁରୁଷଙ୍କଦ୍ଵାରା ପରିପୁଷ୍ଟ ହୋଇଛି । ଆଧ୍ୟାତ୍ମିକତା ହେଉଛି ଭାରତୀୟ ସଂସ୍କୃତିର ମୂଳାଧାର । ବିଜ୍ଞାନ, ସାହିତ୍ୟ, ସଙ୍ଗୀତ, ଚିତ୍ରକଳା, ଧର୍ମ, ଶିକ୍ଷା, ସ୍ଥାପତ୍ୟ ଆଦି ପ୍ରତ୍ୟେକ ସାଂସ୍କୃତିକ ବିଭବ ମୂଳରେ ଆଧ୍ୟାୟିକ ଭାବଧାରା ନିହିତ । ଏହା ଭାରତୀୟଙ୍କୁ ଏକ ବିଶିଷ୍ଟ ଜାତିରେ ପରିଣତ କରିଛି । ଓଡ଼ିଶାର ସଂସ୍କୃତି ସେହି ମହାନ୍ ସଂସ୍କୃତିର ଅଂଶବିଶେଷ । ଓଡ଼ିଶା ଆପଣାର ସ୍ବତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ନେଇ ସମଗ୍ର ବିଶ୍ଵରେ ଖ୍ୟାତିଲାଭ କରିଛି । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଓଡ଼ିଶାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ଥିଲା । ଚଣ୍ଡାଶୋକକୁ ଏହି ଓଡ଼ିଶା ଧର୍ମାଶୋକରେ ପରିଣତ କରିଥିଲା । ଓଡ଼ିଶାର ଧର୍ମପଦ ସମୂହ ସ୍ଵାର୍ଥ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲା ।
‘ବସୁଧୈବ କୁଟୁମ୍ବକଂ’ ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଶକ୍ତି, ଶିବ, ଜଗନ୍ନାଥ ଆରାଧନା ମାଧ୍ୟମରେ ଓଡ଼ିଶା ଏହି ଆଦର୍ଶକୁ ଅନୁସରଣ କରିଆସୁଛି । ଓଡ଼ିଆମାନେ ନାନା ପୂଜା, ଓଷା, ବ୍ରତ ପାଳନ କରନ୍ତି । ଜଗତର ହିତ ସାଧନପାଇଁ ଦେବତାଙ୍କ ଆଶୀର୍ବାଦ ଭିକ୍ଷା ଏସବୁ ପର୍ବପର୍ବାଣି ପାଳନର ଉଦ୍ଦେଶ୍ୟ। ଏସବୁ ପରସ୍ପର ମଧ୍ୟରେ ମିତ୍ରତା ବଢ଼ାଇବାରେ ସହାୟକ ହୋଇଛି । ମହାପ୍ରସାଦ, ମକରଚାଉଳ, ଆମ୍ବ ବଉଳ ଦେଇ ବନ୍ଧୁ ହେବା ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା ।
ଓଡ଼ିଶାର ବିଭିନ୍ନ ଶିଳାଲିପି ଓ ମନ୍ଦିର ଏହାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ସ୍ବାକ୍ଷର ବହନ କରେ । କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ଵରର ଲିଙ୍ଗରାଜ ଓ ରାଜାରାଣୀ ମନ୍ଦିର, ଖିଚିଂର କୀଚକେଶ୍ଵରୀ ମନ୍ଦିର ଦେହରେ ଖୋଦିତ ମୂର୍ତ୍ତି ଓ ବିଭିନ୍ନ ଚିତ୍ରକଳା ଓଡ଼ିଆଙ୍କ ଶିଳ୍ପଚାତୁରୀର ନିଦର୍ଶନ । ସୁନାରୁପାର ତାରକସି କାମ, ପିତଳର ସୂକ୍ଷ୍ମ କାରୁକାର୍ଯ୍ୟ, ମୃଣ୍ମୟ ଶିଳ୍ପ, ଶିଙ୍ଗ କାମ, ଚାନ୍ଦୁଆ ଓ ପଟ୍ଟଚିତ୍ର ତିଆରି କ୍ଷେତ୍ରରେ ଓଡ଼ିଶା ପ୍ରସିଦ୍ଧି ଲାଭ କରିଛି ।
ଓଡ଼ିଶା ବସ୍ତ୍ରଶିଳ୍ପ କ୍ଷେତ୍ରରେ ପୃଥିବୀରେ ଖ୍ୟାତିଲାଭ କରିଛି । ସମ୍ବଲପୁର, ବ୍ରହ୍ମପୁର ଓ ନୂଆପାଟଣାର ହାତବୁଣା ଲୁଗା କାରିଗରୀ ନିପୁଣତାର ପରିଚାୟକ । ସୂକ୍ଷ୍ମବସ୍ତ୍ର ଓ ପଣ୍ୟଦ୍ରବ୍ୟ ନେଇ ଓଡ଼ିଆ ସାଧବପୁଅ ବୋଇତରେ ଦରିଆପାରିକୁ ଯାଇ ବାଣିଜ୍ୟ ବ୍ୟବସାୟ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଭ୍ରାତୃତ୍ଵର ବନ୍ଧନରେ ବାନ୍ଧି ଦେଇଥିଲା ।
ଓଡ଼ିଆ ଭାଷା ପୃଥିବୀର ଏକ ଉନ୍ନତ ଭାଷାରୂପେ ମାନ୍ୟତାପ୍ରାପ୍ତ । ଓଡ଼ିଆ ଭାଷାରେ ଲିଖ୍ ମହାଭାରତ, ରାମାୟଣ, ଭାଗବତ, ବହୁ ପୁରାଣ ଓ କାବ୍ୟକବିତା ଏହାର ସଂସ୍କୃତିକୁ ପରିପୁଷ୍ଟ କରିଛି । ଓଡ଼ିଆ ଭାଷାରେ ବହୁ ଢଗଢମାଳି ଓ ଲୋକଗଳ୍ପ ମଧ୍ୟ ପ୍ରଚଳିତ । ଓଡ଼ିଶାର ଉଚ୍ଚକୋଟୀର ନୃତ୍ୟ ଓ ସଙ୍ଗୀତ ଏହାର ମହାନ୍ ସଂସ୍କୃତିର ନିଦର୍ଶନ । ଛନ୍ଦୋମୟ ସୁଲଳିତ ଭଙ୍ଗୀପାଇଁ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ସ୍ଵତନ୍ତ୍ର ସ୍ଥାନ ଲାଭ କରିଛି । ଲୋକ ପରମ୍ପରାକୁ ନେଇ ସମୃଦ୍ଧ ସମ୍ବଲପୁରୀ, ଛଉ, ଦଣ୍ଡ, ପାଇକ, ରଣପା, ଗୋଟିପୁଅ ଆଦି ନୃତ୍ୟ ଜୀବନକୁ ରସସିକ୍ତ କରିଥାଏ । ଓଡ଼ିଶୀ ନୃତ୍ୟ କେବଳ ଓଡ଼ିଶାରେ ନୁହେଁ, ଦେଶବିଦେଶରେ ବେଶ୍ ଆଦୃତ ହୋଇପାରିଛି । ପାଲା, ଦାସକାଠିଆ, ରାସଲୀଳା ପ୍ରଭୃତି ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରିଛି ।
ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ଖୁବ୍ ମଧୁର । ପରିବାରର ସମସ୍ତେ ସ୍ନେହ ଓ ପ୍ରୀତିରେ ବନ୍ଧା । ବିପଦ ଆପଦରେ ପଡ଼ୋଶୀମାନଙ୍କ ସାହାଯ୍ୟ ଓ ସହଯୋଗ ମିଳିଥାଏ । ଅତିଥ୍ୟପରାୟଣତା ଓଡ଼ିଆ ଜାତିର ପ୍ରଧାନ ବୈଶିଷ୍ଟ୍ୟ । ସାଧାରଣ ବସନ, ଭୂଷଣ ଓ ଆଡ଼ମ୍ବରଶୂନ୍ୟ ଜୀବନଯାପନ କରିବାକୁ ଓଡ଼ିଆମାନେ ଭଲ ପାଆନ୍ତି । ଚାକଚାକ୍ୟ ପ୍ରଦର୍ଶନ ଅପେକ୍ଷା ସୁଗୁଣମଣ୍ଡିତ ହେବାକୁ ସେମାନେ ପସନ୍ଦ କରନ୍ତି ।
ଜ୍ଞାନବିଜ୍ଞାନର ପ୍ରସାର ହେତୁ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ପୁରାତନ ପର୍ବପର୍ବାଣିର ବିଲୋପ ସଙ୍ଗେ ସଙ୍ଗେ ନୂତନ ପର୍ବପର୍ବାଣି ସେ ସ୍ଥାନରେ ସୃଷ୍ଟି ହେଉଛି । ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଓ ସାମାଜିକ ରୀତିନୀତି ବଦଳିଯାଉଛି । ଏ ପରିବର୍ତ୍ତନ ପ୍ରବାହରେ ଭାସି ନ ଯାଇ ଆପଣା ମୌଳିକତା ରକ୍ଷା କରି ପ୍ରଗତି ପଥରେ ଆଗେଇଯିବା ଆମର ଏକମାତ୍ର ଧେୟ ହେବା ଉଚିତ ।
କଠିନ ଶବ୍ଦାର୍ଥ :
- ପ୍ରାଚୀନ – ପୁରୁଣା ।
- ପରିପୁଷ୍ଟ – ପରିବଦ୍ଧିତ ।
- ଆଧ୍ୟାତ୍ମିକତା – ଈଶ୍ଵର ବିଶ୍ଵାସ ।
- ଅବିଚ୍ଛେଦ୍ୟ – ଯାହାକୁ ଅଲଗା କରିହେବ ନାହିଁ ।
- ପରମ୍ପରା – ଚଳଣି ।
- ସୃଜନୀଶକ୍ତି – ସୃଷ୍ଟି କରିବାର କ୍ଷମତା ।
- ବିସ୍ତୃତ – ବିସ୍ତାରିତ ।
- ଖ୍ୟାତି – ପ୍ରସିଦ୍ଧି ।
- ବୈଶିଷ୍ଟ୍ୟ – ବିଶେଷତ୍ଵ ।
- ବସୁଧା – ପୃଥିବୀ ।
- କୁଟୁମ୍ବ – ପରିବାର ।
- କାମନା – ଇଚ୍ଛା ।
- ଆରାଧନା – ପୂଜା ।
- ସ୍ଥାପତ୍ୟ – ଗୃହ ବା ମନ୍ଦିରର ନିର୍ମାଣକଳା ।
- ଭାସ୍କର୍ଯ୍ୟ – ପଥର ଦେହରେ ମୂର୍ତ୍ତି ନିର୍ମାଣ I
- ନିଦର୍ଶନ – ନମୁନା ।
- ଶିଳାଲିପି – ପଥର ଉପରେ ଖୋଳାଯାଇଥିବା ଲେଖା ।
- ଦୃଷ୍ଟାନ୍ତ – ଉଦାହରଣ।
- ଦିଗ୍ଦର୍ଶନ – ବାଟ ଦେଖାଇବା ।
- ସମୃଦ୍ଧ – ଋଦ୍ଧିମନ୍ତ, ଧନଶାଳୀ ।
- ଐତିହାସିକ – ଇତିହାସ ସମ୍ବନ୍ଧୀୟ ।
- ମିତ୍ରତା – ବନ୍ଧୁତା ।
- ସଂହତି – ଏକତାଭାବ ।
- ସ୍ବାକ୍ଷର – ନିଜର ଅକ୍ଷର, ହସ୍ତାକ୍ଷର ।
- ପର୍ଯ୍ୟଟକ – ଭ୍ରମଣକାରୀ ।
- ଅମୂଲ୍ୟ – ମୂଲ୍ୟବାନ୍ ।
- ପଣ୍ୟଦ୍ରବ୍ୟ – ବିକ୍ରୟଯୋଗ୍ୟ ଦ୍ରବ୍ୟ ।
- ଆଦୃତ – ଆଦର ପାଇଥିବା ।
- ଲାଘବ – କମାଇ ଦେବା ।
- ବୟନଶିଳ୍ପ – ବସ୍ତ୍ରଶିଳ୍ପ ।