Odisha State Board BSE Odisha 6th Class Odia Solutions Chapter 3 ଜନ୍ମଭୂମି Textbook Exercise Questions and Answers.
BSE Odisha Class 6 Odia Solutions Chapter 3 ଜନ୍ମଭୂମି
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର
Question ୧।
ଉତ୍ତର କୁହ ।
(କ) ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ କ’ଣ ବୋଲି କହିବା ?
Answer:
ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ, ତାହାକୁ ଜନ୍ମଭୂମି ବୋଲି କହିବା ।
(ଖ) ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ କ’ଣ ଦିଏ ?
Answer:
ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ ଫଳ ଓ ଶସ୍ୟ ପ୍ରଦାନ କରେ । ତାହାର ବାୟୁ ଆମ ନିଃଶ୍ବାସ ପ୍ରଶ୍ଵାସରେ ପ୍ରବାହିତ ହୁଏ, ତାହାର ସ୍ନିଗ୍ଧ ସ୍ଵଚ୍ଛ ଜଳରେ ଆମର ଶୋଷ ଦୂର ହୁଏ ।
(ଗ) ଜନ୍ମଭୂମି କାହା ସହିତ ତୁଳନୀୟ ?
Answer:
ଜନ୍ମଭୂମି ମାଆ ସହିତ ତୁଳନୀୟ ।
(ଘ) ପରିବାରରେ ଫୁଟିଲା ଫୁଲମାନେ କିଏ ?
Answer:
ଫୁଟିଲା ଫୁଲ ଉଦ୍ୟାନର ଶୋଭା ବଢ଼ାଇଥାଏ । ସେହିପରି ସ୍ନେହର ପିତୁଳା ଭାଇଭଉଣୀମାନେ ଫୁଟିଲା ଫୁଲ ପରି ପରିବାରକୁ ସୁଖମୟ ଓ ସୁନ୍ଦର କରିଥା’ନ୍ତି ।
(ଙ) ମଣି ଓ ମୁକୁତା କେଉଁଠି ସାଇତା ହୋଇ ରହିଛି ?
Answer:
ଆମ ଦେଶରେ ଅନେକ ଖଣିଜ ସମ୍ପଦ ଭରପୂର ହୋଇ ରହିଛି । ଆମ ଦେଶର ଖଣିମାନଙ୍କରେ ମଣି ଓ ସାଗର ଗର୍ଭରେ ମୁକ୍ତା ସାଇତା ହୋଇ ରହିଛି ।
(ଚ) ଜନ୍ମଭୂମି ସ୍ମୃତି ଆମର କି କର୍ତ୍ତବ୍ୟ ରହିଛି ?
Answer:
ଜନ୍ମଭୂମି ଆମର ଜନନୀ ପରି । ଜନ୍ମଭୂମିର ଗୌରବ ରକ୍ଷା ତଥା ଦେଶବାସୀଙ୍କ ସେବା କରିବା ଆମ ଜାବନର ପରମ କର୍ତ୍ତବ୍ୟ ହେବା ଉଚିତା
(ଛ) କେଉଁମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ ?
Answer:
ଯେଉଁ ମହାପୁରୁଷମାନେ ନିଜ ଦେଶର ମଙ୍ଗଳପାଇଁ ଆପଣାର ଶରୀରକୁ ଦାନ କରିଛନ୍ତି, ନିଜର ସୁଖଶାନ୍ତି, ଘର, ପରିବାରକୁ ଭୁଲି ଭିକ୍ଷାଥାଳ ଧରି ଘର ଘର ବୁଲିଛନ୍ତି, ଏପରିକି ଲୋକଙ୍କର ମଙ୍ଗଳ ପାଇଁ ବହୁ କଷ୍ଟ ସହିଛନ୍ତି; ସେହିମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ ।
Question ୨।
ତିନୋଟି ଏକ ଜାତୀୟ ଶବ୍ଦ ସହିତ ଯେଉଁ ଭିନ୍ନ ଜାତୀୟ ଶବ୍ଦଟି ଅଛି, ତାହାକୁ ବାଛି ଅଲଗା କର ।
(କ) ବାୟୁ, ପବନ, ଆନନ୍ଦ, ଅନିଳ
(ଖ) ଜନନୀ, ମାତା, ମାଆ, ପିତା,
(ଗ) ରବି, କବି, ସୂର୍ଯ୍ୟ, ତପନ,
(ଘ) ବିହଗ, ନକ୍ଷତ୍ର, ବିହଙ୍ଗମ, ପକ୍ଷୀ
(ଙ) ବଣ, ଜଙ୍ଗଲ, ପର୍ବତ, କାନନ
Answer:
(କ) ଆନନ୍ଦ
(ଖ) ପିତା
(ଗ) କବି
(ଘ) ନକ୍ଷତ୍
(ଙ) ପର୍ବତ
Question ୩ ।
ମନେପକାଇ କବିତାଂଶକୁ ପୂରଣ କର ।
(କ) ଯା’ର ଫଳ ଶସ୍ୟ କରେ _____________ ଧାରଣ ।
(ଖ) ଯେ ଦେଶେ ଅଛନ୍ତି ମୋର ପ୍ରିୟ_____________ ।
(ଗ) ସ୍ନେହର ପିତୁଳା _____________ ସକଳୋ
(ଘ) ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ _____________ ।
(ଙ) ଯେ ଦେଶ କାନନେ ଶୋଭେ _____________ ।
Answer:
(କ) ଜାବନ
(ଖ) ପରିବାର
(ଗ) ଭାଇ ଉତ୍ତଶା
(ଘ) ଆକାଶେ
(ଙ) କେତେ ତୋରା ଫୁଲ
Question ୪।
ସରଳ ଭାବରେ ଅର୍ଥ ବୁଝାଇ ଲେଖ ।
(କ) ସେହି ମୋର ଜନ୍ମଭୂମି ଜନନୀ ସମାନ
ଧରାତଳେ କାହିଁ ଅଛି ତା’ ସମାନ ସ୍ଥାନ !
Answer:
ସେହି ମୋର ……………………………… ସମାନ ସ୍ଥାନ!
ଉକ୍ତ ପଦ୍ୟାଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖ୍ ‘ଜନ୍ମଭୂମି’ କବିତାରୁ ଉଦ୍ଧୃତ । ଏଠାରେ କବି ଜନ୍ମଭୂମିର ପରିଚୟ ପ୍ରଦାନ କରିବା ସହିତ ତା’ ସହିତ କେହି ତୁଳନୀୟ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି । କବିତାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜନ୍ମଭୂମିର ପରିଚୟ ପ୍ରଦାନ କରିବାକୁ ଯାଇ କବି କହିଛନ୍ତି ଯେ, ଯେଉଁ ଦେଶରେ ମୁଁ ଜନ୍ମଗ୍ରହଣ କରିଛି, ଯାହାର ପବନ ମୋର ନିଃଶ୍ବାସ ପ୍ରଶ୍ଵାସରେ ବହୁଛି, ଏପରିକି ଯେଉଁ ଦେଶରେ ରବି କିରଣ ଓ ଉତ୍ତାପ ଦେଉଛନ୍ତି, ତାହା ମୋର ଜନ୍ମଭୂମି । ଯାହାର ସୁଶୀତଳ ସ୍ଵଚ୍ଛ ଜଳ ପାନ କରି ମୋର ଶୋଷ ଦୂର ହେଉଛି, ଯାହାର ଫଳ ଓ ଶସ୍ୟ ଖାଇ ମୁଁ ଜୀବନ ଧାରଣ କରୁଛି, ଏପରିକି ଯାହାର ବକ୍ଷଦେଶରେ ମୁଁ ସର୍ବଦା ଚଲାବୁଲା କରୁଛି, ସେହି ଦେଶ ମୋର ଜନନୀ ପରି, ସେ ମୋର ଜନ୍ମଭୂମି ଅଟେ । ଏ ପୃଥିବୀରେ ତାହା ସହିତ ସମାନ ହେଲାପରି ସ୍ଥାନ ଆଉ କେଉଁଠି ନାହିଁ । ବାସ୍ତବରେ ଜନନୀତୁଲ୍ୟା ଜନ୍ମଭୂମି ସହ କେହି ସମାନ ହୋଇପାରିବେ ନାହିଁ ।
(ଖ) ତାହା ଲାଗି ଶରୀରର ରକ୍ତବିନ୍ଦ ଦାନ
ଯେ ନ କରେ କୃତଘ୍ନ ସେ ପଶୁର ସମାନ ।
Answer:
ତାହା ଲାଗି ………………………………. ପଶୁର ସମାନା
ଶଂସିତ ପଦ୍ୟାଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖ୍ତ ‘ଜନ୍ମଭୂମି’ କବିତାରୁ ଆନୀତ । ଏଠାରେ ଜନ୍ମମାଟି ପାଇଁ ଯିଏ କିଛି ତ୍ୟାଗ ନ କରେ ସେ କିପରି କୃତଘ୍ନ ଓ ପଶୁତୁଲ୍ୟ ବିବେଚିତ ହୁଏ, ତାହା ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ମନୁଷ୍ୟ ଜନ୍ମଭୂମିର ଅନ୍ନ, ଜଳ ଖାଇ ଆପଣାର ଶରୀରକୁ ଜୀବିତ ରଖନ୍ତି। ସେହି ମାଟି ମାଆର ପରିଚୟରେ ଅନ୍ୟ ନିକଟରେ ପରିଚିତ ହୁଅନ୍ତି । ତା’ର ଗୌରବରେ ସେମାନଙ୍କର ସୁଖ ସୌଭାଗ୍ୟର ଉଦୟ ହୁଏ । ତା’ର ପତନରେ ସେମାନଙ୍କ ପତନ ଅବଶ୍ୟମ୍ଭାବୀ ହୋଇପଡ଼େ । ସେହି ଜନ୍ମମାଟିର କଥାକୁ ଦୂର ଦେଶରେ ଥାଇ ମନେ ପକାଇଲେ ମନଟା ଗୋଳେଇ ଘାଣ୍ଟି ହୁଏ । ମନ ଦୁଃଖରେ ତାକୁ ଦେଖିବାପାଇଁ ସର୍ବଦା ଝୁରିହେବାକୁ ପଡ଼େ । ସେହି ଜନ୍ମମାଟିଠାରୁ ବହୁଭାବେ ଉପକୃତ ହୋଇଥିବା ବ୍ୟକ୍ତି ଯଦି ଆପଣା ଶରୀରର ରକ୍ତବିନ୍ଦୁ ମାଟିମାଆ ପାଇଁ ଦାନ ନ କରେ, ତେବେ ସେ ପଶୁତୁଲ୍ୟ ବିବେଚିତ ହୁଏ । ତାକୁ କୃତଘ୍ନ ବୋଲି କୁହାଯାଏ । ଜନ୍ମମାଟି ପ୍ରତି ସର୍ବଦା କୃତଜ୍ଞ ହୋଇ ରହିବା ଉଚିତ । ବାସ୍ତବରେ କବିଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।
(ଗ) ମୁଣ୍ଡଝାଳ ଗୋଡ଼େ ମାରି ସ୍ଵଦେଶ ମଙ୍ଗଳେ
ଲେଖିଯାଇଛନ୍ତି ନାମ ଅକ୍ଷୟ ଅକ୍ଷରେ।
Answer:
ମୁଣ୍ଡଝାଳ ……………………………. ଅକ୍ଷୟ ଅକ୍ଷରେ ।
ନିଜ ଜନ୍ମଭୂମିର ମଙ୍ଗଳ ବିଧାନ ପାଇଁ ଆପଣାର ଶରୀର ଦାନ କରିବାକୁ ପଛାଇ ନାହାନ୍ତି । ନିଜର ସୁଖଶାନ୍ତି, ପରିବାରକୁ ଭୁଲି ସେମାନେ ଭିକ୍ଷାଥାଳ ଧରି ଦ୍ଵାରେ ଦ୍ଵାରେ ବୁଲିଛନ୍ତି । ସେମାନେ ଏ ମାଟି ପାଇଁ ନିଃସ୍ଵ କାଙ୍ଗାଳ ହୋଇଯାଇଛନ୍ତି । ଅନ୍ୟର ମଙ୍ଗଳ ବିଧାନ ନିମିତ୍ତ ମୁଣ୍ଡଝାଳକୁ ଗୋଡ଼ରେ ମାରି ବହୁ କଷ୍ଟକର କାର୍ଯ୍ୟ କରିଛନ୍ତି । ଏପରି ବୀର ସନ୍ତାନମାନେ ନିଜର କର୍ମଦ୍ଵାରା ଅକ୍ଷୟ ଅକ୍ଷରରେ ଆପଣାର ନାମକୁ ଲେଖାଯାଇଛନ୍ତି । ଲୋକମୁଖରେ ଯୁଗ ଯୁଗ ଧରି ସେମାନଙ୍କର ଅମର ଗାଥା ପ୍ରଚାରିତ ହେଉଛି । ସେହିଭଳି ସନ୍ତାନ ଲାଭକରି ସେମାନଙ୍କର ପିତାମାତା ଓ ଜନ୍ମଭୂମି ଧନ୍ୟ ହୋଇଛି।
ବାସ୍ତବରେ ସେହି ମହାନ୍ ବୀରଙ୍କର ଅମରଗାଥାର ପଟ୍ଟାନ୍ତର ନାହିଁ ।
Question ୫।
ବିଶେଷଣ ପଦଗୁଡ଼ିକ ଚିହ୍ନାଇ ଦିଅ ।
ସ୍ଵଚ୍ଛ ଜଳ, ପ୍ରିୟ ପରିବାର, ଦୟାମୟ ପିତା, ଫୁଟିଲା ଫୁଲ, ସୁନୀଳ ଆକାଶ, ନବ ଜଳଧର, ତୋରା ଫୁଲ ।
Answer:
ବିଶେଷଶ ପଦଗୁଡ଼ିକ ହେଲା – ସ୍ୱଚ୍ଛ, ପ୍ରିୟ, ଦୟାମୟ, ଫୁଟିଲା, ସୁନାଳ, ନବ, ତୋରା ।
Question ୬।
ଉତ୍ତର ଲେଖ ।
(କ) ଜୀବନ ଧାରଣ ପାଇଁ କେଉଁ କେଉଁ ଜିନିଷ ଆମର ଅତି ଆବଶ୍ୟକ ?
Answer:
ଜୀବନ ଧାରଣ ପାଇଁ ଜନ୍ମଭୂମିର ପବନ, ସୂର୍ଯ୍ୟକିରଣ, ସ୍ଵଚ୍ଛ ଜଳ ଓ ଶସ୍ୟ-ଫଳ ଆମର ଅତି ଆବଶ୍ୟକ ।
(ଖ) ଜନ୍ମଭୂମି ଜନନୀ ସହିତ ସମାନ କାହିଁକି ?
Answer:
ମାଆ ଯେପରି ଆମକୁ ତା’ ବକ୍ଷର କ୍ଷୀର ଦିଏ, ଆମକୁ ଲାଳନପାଳନ କରେ, ସେହିପରି ଜନ୍ମଭୂମି ଆମକୁ ନିଜ ପାଖରେ ରଖିଥିବା ନାନାବିଧ ପଦାର୍ଥ ଦାନକରି ପାଳନ କରେ । ଜନ୍ମଭୂମିର ବାୟୁ, ସୂର୍ଯ୍ୟକିରଣ, ସ୍ଵଚ୍ଛ ଜଳ ଏବଂ ଶସ୍ୟ-ଫଳ ଆମ ଜୀବନ ଧାରଣପାଇଁ ନିତାନ୍ତ ଆବଶ୍ୟକ । ତେଣୁ ଜନ୍ମଭୂମିକୁ ଜନନୀ ସହିତ ତୁଳନା କରାଯାଏ ।
(ଗ) ପରିବାରର କେଉଁମାନେ ଆମର ପ୍ରିୟ ?
Answer:
ପରିବାର ସମସ୍ତଙ୍କ ପାଇଁ ଖୁବ୍ ଆପଣାର । ପରିବାରରେ ଦୟାମୟ ପିତା, ସ୍ନେହମୟୀ ଜନନୀ ଓ ସ୍ନେହର ପିତୁଳା ଭାଇଭଉଣୀ ଆମର ଅତି ପ୍ରିୟ ଅଟନ୍ତି ।
(ଘ) କାହାକୁ କବି କୃତଘ୍ନ ଓ ପଶୁର ସମାନ ବୋଲି କହିଛନ୍ତି ?
ଯେଉଁ ଲୋକ ଜନ୍ମଭୂମିଠାରୁ ନାନାବିଧ ଉପକାର ପାଇ ତା’ର ମଙ୍ଗଳ ବିଧାନ ପାଇଁ ଆପଣା ଶରୀରରୁ ରକ୍ତ ଦାନ ନ କରେ, ତାକୁ କବି କୃତଘ୍ନ ଓ ପଶୁ ସହିତ ସମାନ ବୋଲି ବିବେଚନା କରିଛନ୍ତି ।
(ଙ) ମହାପୁରୁଷମାନଙ୍କ ଜୀବନୀରୁ ଆମେ କି ଶିକ୍ଷା ପାଉ ?
Answer:
ଦେଶର ମଙ୍ଗଳ ବିଧାନ ପାଇଁ ନିଜର ଶରୀରକୁ ଦାନ କରିବା ଉଚିତ । ନିଜର ସୁଖଶାନ୍ତି, ଘର, ପରିବାରକୁ ଭୁଲିଯାଇ ଅନ୍ୟର ମଙ୍ଗଳ କରିବା ଉଚିତ । ଏପରିକି ନାନାବିଧ କଷ୍ଟ ସହି ଲୋକଙ୍କର ମଙ୍ଗଳ ସାଧନ କରିବା ଆବଶ୍ୟକ । ଏହାହିଁ ମହାପୁରୁଷମାନଙ୍କର ଜୀବନୀରୁ ଆମେ ଶିକ୍ଷାଲାଭ କରୁ ।
Question ୭।
‘ସ୍ନେହର ପିତୁଳା’ ଭଳି ‘ପିତୁଳା’ ଶବ୍ଦ ପୂର୍ବରୁ ଆଉ କେଉଁ ଶବ୍ଦଟି ବ୍ୟବହାର କରିହେବ ଭାବି ଲେଖ ।
Answer:
ନୟନ ପିତୁଳା ।
Question ୮।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନରେ ଲେଖ ।
(କ) ରବି ତାପ (ଶୋଭା ଧରେ, କିରଣ ବିତରେ, ବିଚରଣ କରେ)
(ଖ) କାନନେ ଶୋଭେ କେତେ (ବିହଙ୍ଗମ କୁଳ, ନବ ଜଳଧର, ତୋରା ଫୁଲ)
(ଗ) ଯାହାର ଗୌରବେ କେତେ (ଶରୀର ଜୀବିତ, ପତନ ନିଶ୍ଚୟ, ସୁଖର ଉଦୟ)
Answer:
(କ) ରବି ତାପ କିରଣ ବିତରେ ।
(ଖ) ଜ୍ଞାନନେ ଶୋଭେ କେତେ ତୋରା ଫୁଲ ।
(ଗ) ଯାହାର ଗୌରବ କେତେ ସୁଖର ଉଦୟ ।
Question ୯।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥ ପ୍ରକାଶ କରୁଥିବା କେଉଁ କେଉଁ ଶବ୍ଦ କବିତାରେ ବ୍ୟବହାର କରାଯାଇଛି ଖୋଜି କରି ଲେଖ ।
ମେଘ, ବିଜୁଳି, ଚଢ଼େଇ, ତାରା, ପୃଥିବୀ
Answer:
ମେଘ ଜଳଧର, ବିଜୁଳି ସୌଦାମିନୀ, ଚଢ଼େଇ ବିହଙ୍ଗମ, ତାରା ନକ୍ଷତ୍ର, ପୃଥିବୀ ଧରା ।
ତୁମ ପାଇଁ କାମ:
- ଜନ୍ମଭୂମି ସମ୍ପର୍କରେ ଅନ୍ୟ କବିମାନେ ଲେଖୁଥିବା କବିତାଗୁଡ଼ିକୁ ସଂଗ୍ରହ କରି ପଢ଼ ।
- ନିଜ ମନରୁ ଜନ୍ମଭୂମି ସମ୍ପର୍କରେ କବିତାଟିଏ ଲେଖୁବାକୁ ଚେଷ୍ଟା କର ।
- କବି ପଦ୍ମଚରଣ ପଟ୍ଟନାୟକଙ୍କର ଅନ୍ୟାନ୍ୟ କବିତା ସଂଗ୍ରହ କରି ପଢ଼ ।
ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଜନ୍ମଭୂମିର ପ୍ରାକୃତିକ ଚିତ୍ର କିପରି ବର୍ଣ୍ଣିତ ହୋଇଛି ?
Answer:
ଜନ୍ମଭୂମିର ପର୍ବତ ଓ ନଦୀଗୁଡ଼ିକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ ଶୋଭା ପାଆନ୍ତି । ଏହାର ଖଣିରେ ମଣି ଓ ସାଗରରେ ମୁକ୍ତା ରହିଛି । ସୁନୀଳ ଆକାଶରେ ଅସଂଖ୍ୟ ତାରା, ନୂଆ ମେଘ ସହିତ ବିଜୁଳି ଶୋଭାପାଉଛି । ଏହାର ବଣରେ କେତେ ସୁନ୍ଦର ଫୁଲ ଶୋଭାପାଉଛି । ସେହି ବଣର ଗଛରେ ନାନାବିଧ ପକ୍ଷୀ କଳକଣ୍ଠ ସ୍ବରରେ ଗୀତ ଗାଇ ଏହାର ଶୋଭାକୁ ବହୁଗୁଣିତ କରୁଛନ୍ତି ।
(ଖ) ଦୂର ଦେଶରେ ଥାଇ ମନ କାହାକୁ ଝୁରେ ?
Answer:
ଦୂର ଦେଶରେ ଥାଇ ଜନ୍ମଭୂମି କଥା ମନେ ପକାଇଲେ ମନ ଖାଲି ଘାଣ୍ଟିହୁଏ । ଆଉ ତାକୁ ଦେଖିବାକୁ ଚକ୍ଷୁ ଦୁଇଟି ଦୁଃଖରେ ଝୁରି ହୁଏ ।
(ଗ) କେଉଁମାନଙ୍କର ପିତାମାତା ଓ ଜନ୍ମସ୍ଥାନ ଧନ୍ୟ ହୋଇଥାଏ ?
Answer:
ଯେଉଁ ମହାପୁରୁଷଗଣ ଆପଣାର ଜନ୍ମମାଟିର ମଙ୍ଗଳ ବିଧାନ ପାଇଁ ଜୀବନକୁ ଉତ୍ସର୍ଗ କରି ସ୍ଵର୍ଣ୍ଣାକ୍ଷରରେ ନିଜ ନାମକୁ ଇତିହାସର ପୃଷ୍ଠାରେ ଲେଖାଯାଇଛନ୍ତି, ଯେଉଁମାନଙ୍କ ନାମ ଲୋକମୁଖରେ ସଦା ପ୍ରଚାରିତ, ସେହିମାନଙ୍କର ପିତାମାତା ଓ ଜନ୍ମସ୍ଥାନ ଧନ୍ୟ ହୋଇଥାଏ।
(ଘ) ଖେଳସାଥୀ ମେଳକୁ ନନ୍ଦନକାନନ ବୋଲି କବି କାହିଁକି କହିଛନ୍ତି ?
Answer:
ନନ୍ଦନକାନନରେ ଯେପରି ଆନନ୍ଦରେ ବୁଲି ମଜାମଉଜ କରିହୁଏ । ସେହିପରି ଖେଳସାଥୀ ମେଳରେ ରହି ବେଶ ମଜାମଉଜ କରିହୁଏ । ତେଣୁ ଖେଳସାଥୀ ମେଳକୁ ନନ୍ଦନକାନନ ବୋଲି କୁହାଯାଇଛି ।
Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଆମ ଦେଶର ଆକାଶ କିପରି ଶୋଭା ଧାରଣ କରିଥାଏ ?
Answer:
ଆମ ଦେଶର ସୁନୀଳ ଆକାଶରେ ଅସଂଖ୍ୟ ନକ୍ଷତ୍ର ଶୋଭାପାଆନ୍ତି । ପୁଣି ସୁନୀଳ ଆକାଶରେ ମେଘମାଳା ସହ ଚିକ୍ଚିକ୍ କରୁଥବା ବିଜୁଳି ଭାସି ବୁଲୁଥାଏ ଯାହାକି ଆକାଶର ଶୋଭାକୁ ଆହୁରି ବଢ଼ାଇଦିଏ ।
(ଖ) କବି କାହାକୁ କୃତଘ୍ନ ବୋଲି କହିଛନ୍ତି ?
Answer:
ସମସ୍ତେ ଜନ୍ମଭୂମିଠାରୁ ସକଳ ଆବଶ୍ୟକୀୟ ଜିନିଷ ପାଇ ଜୀବନ ଧାରଣ କରିଥା’ନ୍ତି । ତେଣୁ ସେହି ଜନ୍ମଭୂମିର ମଙ୍ଗଳ ବିଧାନ ପାଇଁ ଯିଏ ଆପଣା ଶରୀରରୁ ରକ୍ତଦାନ ନ କରେ, ତାକୁ କବି କୃତଘ୍ନ ବୋଲି କହିଛନ୍ତି ।
(ଗ) ଜୀବନଧାରଣ ପାଇଁ ଜନ୍ମଭୂମି ଆମକୁ କ’ଣ ଦିଏ ?
Answer:
ଜୀବନ ଧାରଣ ପାଇଁ ଜନ୍ମଭୂମି ଆମକୁ ଫଳ ଓ ଶସ୍ୟ ପ୍ରଦାନ କରେ । ତାହାର ବାୟୁ ଆମ ନିଃଶ୍ବାସ ପ୍ରଶ୍ଵାସରେ ପ୍ରବାହିତ ହୁଏ, ତାହାର ସ୍ନିଗ୍ଧ ସ୍ବଚ୍ଛ ଜଳରେ ଆମର ଶୋଷ ଦୂର ହୁଏ ।
(ଘ) କାହାର ଗୌରବ ଓ ପତନ ସହ ଆମ ସୁଖ ଦୁଃଖ ଜଡ଼ିତ ?
Answer:
ଜନ୍ମଭୂମିର ଅନ୍ନଜଳ ଗ୍ରହଣ କରି ଆମ ଶରୀର ପୁଷ୍ଟ ହୋଇଛି । ତେଣୁ ଜନ୍ମଭୂମିର ଗୌରବରେ ଆମର ସୁଖର ଉଦୟ ହୁଏ ଓ ତାହାର ପତନରେ ଆମର ମଧ୍ୟ ପତନ ଘଟିଥାଏ ।
Question ୩।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘‘ଯାର ଫଳଶସ୍ୟ କରେ ଜୀବନ ଧାରଣ
ଯାର ବକ୍ଷେ ସଦା ସୁଖେ କରେ ବିଚରଣ ।’’
Answer:
ଯାଇ ଫଳଶସ୍ୟ …………………………… କରେ ବିଚରଣ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଜନ୍ମଭୂମି’ କବିତାରୁ ସଂଗୃହୀତ । ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମମାଟିର ଖାଦ୍ୟଶସ୍ୟ ଖାଇ ଆମର କିପରି ଜୀବନଧାରଣ ହୋଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ଜନ୍ମମାଟି ଆମକୁ ମାଆ ପରି ଲାଳନପାଳନ କରେ । ତା’ର ପବନ ଆମ ନିଃଶ୍ୱାସ-ପ୍ରଶ୍ଵାସରେ ପ୍ରବାହିତ ହୁଏ । ତା’ର ସ୍ୱଚ୍ଛଜଳ ପାନକରି ଆମର ତୃଷା ଦୂର ହୁଏ । ଆମର ଜୀବନଧାରଣ ପାଇଁ ସେ ତା’ ବକ୍ଷରେ ନାନାବିଧ ଖାଦ୍ୟଶସ୍ୟ ଓ ଫଳ ସାଇତି ରଖୁଛି, ଯାହାକୁ ଖାଇ ଆମେ ବଞ୍ଚି ରହିଥାଉ । ତା’ର ଛାତିରେ ଆମେ ଆନନ୍ଦରେ ଚଲାବୁଲା କରିଥାଉ । ତେଣୁ ସେହି ଜନ୍ମମାଟି ଆମର ମାତୃସମା, କଲ୍ୟାଣମୟୀ ଜନନୀ । ତା’ ସହିତ ପୃଥିବୀର ଅନ୍ୟ କୌଣସି ସ୍ଥାନ ସମାନ ହୋଇପାରିବ ନାହିଁ ।
(ଖ) ‘‘ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ,
ନବ ଜଳଧର ସଙ୍ଗେ ସୌଦାମିନୀ ଭାସେ !??
Answer:
ଅସଂଖ୍ୟ …………………………ଭାସୋ
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଜନ୍ମଭୂମି’ କବିତାରୁ ସଂଗୃହୀତ । ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମମାଟିର ପ୍ରାକୃତିକ ଶୋଭାକୁ ବର୍ଣ୍ଣନା କରିଛନ୍ତି । ଏହି ଜନ୍ମଭୂମିରେ ନଦୀ, ପାହାଡ଼, ପର୍ବତ, ଝରଣା ବଣଜଙ୍ଗଲ ଶୋଭାବର୍ଦ୍ଧନ କରିଥାଆନ୍ତି । ଖଣି ମଧ୍ୟରେ ମଣି ଓ ସମୁଦ୍ରରେ ମୁକୁତା ରହିଅଛି । ଜନ୍ମଭୂମିର ସୁନୀଳ ଆକାଶରେ ନକ୍ଷତ୍ରମାନ ଶୋଭା ପାଉଛନ୍ତି । ଏହି ସୁନୀଳ ଆକାଶ ବକ୍ଷରେ କଳାମେଘ ସହିତ ବିଜୁଳିର ଝଲକ ଭାବୁକ ପ୍ରାଣରେ ଅହେତୁକ ଭାବନା ରାଜି ଖେଳାଇଦିଏ । ଏହି ଦେଶର ବନ ଉପବନରେ ନାନା-ଜାତିର ଫୁଲ ଫୁଟି ବଶିକର ପ୍ରାଣକୁ ବିମୋହିତ କରିଥାଏ। ବନ ଉପବନର ଗହଳ ଲତାକୁଞ୍ଜ ଓ ପତ୍ର ଉହାଡ଼ରେ ଥାଇ ପକ୍ଷୀମାନଙ୍କର ମଧୁର କାକଳି ବେଶ୍ ଆନନ୍ଦ ଦେଇଥାଏ। ସେମାନଙ୍କର କଳନିନାଦିନୀ କଣ୍ଠରୁ ଝରିଆସୁଥିବା ଗୀତର ସ୍ଵର ଶ୍ରୋତାକୁ ବେଶ୍ ଆନନ୍ଦ ଦିଏ। ବାସ୍ତବରେ କବିଙ୍କର ଏହି ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ଓ ହୃଦୟସ୍ପର୍ଶୀ ହୋଇପାରିଛି।
Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଆମ ଦେଶରେ ବାସ କରୁଥିବା ପରିବାର ଓ ସାଥୀଙ୍କ ବିଷୟରେ କବି କ’ଣ କହିଛନ୍ତି ?
Answer:
ଆମ ଦେଶରେ ଆମର ପ୍ରିୟ ପରିବାର ବାସ କରନ୍ତି । ପରିବାରରେ ଆମର ଦୟାମୟ ପିତା ଓ ଦୟାମୟୀ ଜନନୀ ଅଛନ୍ତି । ପରିବାର ପ୍ରତି ସେମାନଙ୍କର ଅମାପ ସ୍ନେହ ଓ ଶ୍ରଦ୍ଧା ରହିଛି । ପରିବାରରେ ଆମର ସ୍ନେହର ପିତୁଳା ସଦୃଶ ଭାଇଭଉଣୀ ରହିଥା’ନ୍ତି । ସେମାନେ ପରିବାର ରୂପକ ଉଦ୍ୟାନରେ ପ୍ରସ୍ଫୁଟିତ ସୁନ୍ଦର ପୁଷ୍ପଭଳି ଶୋଭା ପାଉଛନ୍ତି । ଆମ ଦେଶରେ ଆମର ଖେଳସାଥୀ ଓ ପ୍ରିୟ ବନ୍ଧୁଗଣ ରହିଛନ୍ତି । ସେମାନଙ୍କ ସହ ହସି ଖେଳି ଆମ ଜୀବନ ଆନନ୍ଦମୟ ହୋଇଉଠୁଛି । ଏଭଳି ଜନ୍ମଭୂମି ମୋ ଦେଶ ପୃଥିବୀରେ ମହାନ୍ ।
(ଖ) ଜନ୍ମଭୂମିର ଶ୍ରୀ ଓ ଶୋଭାସମ୍ପଦ ବିଷୟରେ କବି କ’ଣ କହିଛନ୍ତି ?
Answer:
ଆମ ଜନ୍ମଭୂମି ମହାନ୍ । ଆମ ଦେଶର ଗିରି, ନଦନଦୀ, ବନ, ଝରଣା ସବୁଠାରେ ଶୋଭାସମ୍ପଦ ପୂରି ରହିଛି । ଆମ ଦେଶରେ ଥିବା ଖଣିଗୁଡ଼ିକ ମଧ୍ୟରେ ମଣି ଓ ସାଗର ଗର୍ଭରେ ମୁକ୍ତା ଶୋଭାପାଉଛି । ସୁନୀଳ ଗଗନରେ ଅସଂଖ୍ୟ ନକ୍ଷତ୍ର ଓ ନୂଆ ମେଘ କୋଳରେ ବିଜୁଳି ଆମ ଜନ୍ମଭୂମିର ଶୋଭାକୁ ବହୁଗୁଣିତ କରୁଛି। ଆମ ଦେଶର ବନ ଉପବନରେ ଅନେକ ସୁନ୍ଦର ସୁନ୍ଦର ଫୁଲ ଫୁଟେ । ବିହଙ୍ଗମ କୁଳର ସୁନ୍ଦର କାକଳି ମନକୁ ମୁଗ୍ଧ କରେ। ଆମ ଦେଶର ଶୋଭା ସମ୍ପଦ ପୃଥିବୀରେ ଅନନ୍ୟ। ପୃଥିବୀରେ ଏପରି ସ୍ଥାନ ଆଉ କେଉଁଠାରେ ନାହିଁ।
(ଗ) ଜନ୍ମଭୂମିକୁ ଜନନୀ ସହିତ କାହିଁକି ତୁଳନା କରାଯାଇଛି ?
Answer:
ଜନନୀ ନିଜ ସନ୍ତାନକୁ ସ୍ନେହ ଶ୍ରଦ୍ଧା ଦେଇ ପାଳି, ଖୁଆଇ ପିଆଇ ବଢ଼ାଇଥାଏ । ଜନନୀର ଆଦର ଯତ୍ନ ବିନା ସନ୍ତାନ ବଞ୍ଚିବା, ବଢ଼ିବା ସମ୍ଭବ ନୁହେଁ । ଜନ୍ମଭୂମି ଆମର ଲାଳନ ପାଳନରେ ସେହିପରି ଭୂମିକା ଗ୍ରହଣ କରିଥାଏ । ଜନ୍ମଭୂମିର ବାୟୁ ଆମେ ପ୍ରଶ୍ଵାସରେ ନେଉ। ଜନ୍ମଭୂମିର ସ୍ବଚ୍ଛ ଜଳଧାରା ଆମର ତୃଷା ମେଣ୍ଟାଏ। ଜନ୍ମଭୂମିର ଶସ୍ୟ ଓ ଫଳ ଆମର କ୍ଷୁଧା ନିବାରଣ କରେ। ତା’ର ବକ୍ଷରେ ଆମେ ବିଚରଣ କରୁ ଓ ତା’ର ଆଲୋକ ଆମ ଦେହରେ ଜୀବନୀ ଶକ୍ତି ଭରିଦିଏ। ସେଥିପାଇଁ ଜନ୍ମଭୂମିକୁ ଜନନୀ ସହିତ ତୁଳନା କରାଯାଇଛି।
(ଘ) ଜୀବନଧାରଣ ପାଇଁ ଜନ୍ମଭୂମି ଆମକୁ କେଉଁ କେଉଁ ଜିନିଷ ପ୍ରଦାନ କରିଛି ?
Answer:
ଜୀବନଧାରଣ ପାଇଁ ଆବଶ୍ୟକ ସମସ୍ତ ଉପାଦାନ ଆମେ ଜନ୍ମଭୂମିଠାରୁ ପାଇଥାଉ। ଜନ୍ମଭୂମିରେ ପ୍ରବାହିତ ବିଶୁଦ୍ଧ ବାୟୁକୁ ଆମେ ଶ୍ଵାସକ୍ରିୟାରେ ଗ୍ରହଣ କରୁ। ଜନ୍ମଭୂମିର ରବିକିରଣ ଆମ ପିଣ୍ଡରେ ଜୀବନୀଶକ୍ତି ଭରିଦିଏ। ତା’ର ସ୍ଵଚ୍ଛ ସ୍ନିଗ୍ଧ ଜଳ ପାନ କରି ଆମେ ତୃଷା ମେଣ୍ଟାଇଥାଉ। କ୍ଷୁଧା ନିବାରଣ ପାଇଁ ଆମେ ଆବଶ୍ୟକ କରୁଥିବା ଶସ୍ୟ ଓ ଫଳ ଜନ୍ମଭୂମି ଆମକୁ ଯୋଗାଇଦିଏ। ତେଣୁ ଆମ ଜନ୍ମଭୂମି ମହାନ୍। ସେ ଆମ ପାଇଁ ଜନନୀଠାରୁ ବି ମହୀୟାନ।
(ଙ) କବି କାହାକୁ କୃତଘ୍ନ ଓ ପଶୁ ସମାନ ବୋଲି କହିଛନ୍ତି ?
Answer:
ଜନ୍ମଭୂମି ଜନନୀ ସହ ସମାନ । ଜନ୍ମଭୂମିର ଅନ୍ତଜଳରେ ଆମ ଶରୀର ପରିପୁଷ୍ଟ ହୁଏ । ଆମେ ପୃଥିବୀରେ ଜନ୍ମଭୂମିର ନାମ ନେଇ ପରିଚିତ ହେଉ । ଜନ୍ମଭୂମିର ଗୌରବ ସହିତ ଆମର ଉନ୍ନତି ସାଧୂତ ହୋଇଥାଏ । ଜନ୍ମଭୂମିର ପତନରେ ଆମେ ଦୁଃଖ କଷ୍ଟ ବରଣ କରୁ। ଦୂର ଦେଶରେ ଥିଲେ ଆମେ ଆପଣା ଜନ୍ମଭୂମି ବା ଦେଶକୁ ମନେପକାଉ। ତା’ର ସ୍ମୃତି ଆମ ମନକୁ ଆନ୍ଦୋଳିତ କରେ। ତା’ର ସେବା କରିବା ଆମର କର୍ତ୍ତବ୍ୟ। ତା’ର ଗୌରବ ରକ୍ଷା ପାଇଁ ଆବଶ୍ୟକ ହେଲେ ଆମେ ଶରୀରର ରକ୍ତବିନ୍ଦୁ ଢାଳିଦେବା ଉଚିତ। ଯେଉଁ ବ୍ୟକ୍ତି ଦେଶସେବା କରିବା କ୍ଷେତ୍ରରେ ପଛଘୁଞ୍ଚା ଦିଏ, ଜନ୍ମଭୂମିର ସମ୍ମାନ ରକ୍ଷାପାଇଁ ଜୀବନ ଦାନ କରେ ନାହିଁ, ସେ କୃତଘ୍ନ ଓ ପଶୁତୁଲ୍ୟ ବୋଲି କବି କହିଛନ୍ତି।
(ଚ) ଆମ ଦେଶର ଶ୍ରୀ ଓ ଶୋଭା କିପରି ପ୍ରକାଶିତ ହୋଇଥାଏ ?
Answer:
ଆମ ଦେଶ ମହାନ୍ତି । ଏହାର ନଦନଦୀ, ଗିରି, ବନ, ନିର୍ଝର ଅମ୍ବର ସବୁଠାରେ ଶ୍ରୀ ଓ ଶୋଭା ପରିପ୍ରକାଶିତ ହୁଏ । ଆମ ଦେଶର ଗିରି ଓ ନଦୀରେ ଶୋଭା ପ୍ରକାଶିତ ହୁଏ। ଖଣି ମଧ୍ୟରେ ମଣି, ସାଗରରେ ମୁକ୍ତା, ସୁନୀଳ ଗଗନରେ ଅସଂଖ୍ୟ ନକ୍ଷତ୍ର ଶୋଭା ପାଆନ୍ତି। ନୂଆ ମେଘ କୋଳରେ ବିଜୁଳିର ଝଟକ ଆମ ଦେଶର ଶୋଭା ପ୍ରକଟ କରେ। କାନନରେ ବିକଶିତ କୁସୁମ, ବିହଙ୍ଗମକୁଳଙ୍କ କଳରବ ଅପୂର୍ବ ଶ୍ରୀ ଓ ଶୋଭାରେ ଆମ ଦେଶକୁ ସମୃଦ୍ଧ କରେ।
(ଛ) ଆମ ଦେଶର ପରିବାରର ସୁଖ ସମୃଦ୍ଧି କିଭଳି ?
Answer:
ଆମ ଦେଶ ମହାନ୍ତି । ଆମର ସଂସ୍କୃତି ସମୃଦ୍ଧ । ଆମର ପରିବାରର ସୁଖ ସମୃଦ୍ଧି ଅତୁଳନୀୟ। ଆମର ପ୍ରିୟ ପରିବାରରେ ପିତାମାତାଙ୍କର ଅମାପ ଦୟା ଓ ସ୍ନେହ ପ୍ରକାଶିତ ହୁଏ। ଭାଇ ଭଉଣୀଙ୍କର ଅନାବିଳ ସ୍ନେହ ଓ ମମତା ଝରିପଡ଼େ। ସମସ୍ତେ ସୁଶୋଭିତ ଉଦ୍ୟାନର ଫୁଟିଲା ଫୁଲପରି ପରିବାରରେ ଫୁଟି ଉଠୁଥା’ନ୍ତି। ସ୍ନେହ, ଶାନ୍ତି ଓ ସରାଗରେ ପରିବାର ପାଲଟିଯାଏ ବୈକୁଣ୍ଠ ପରି । ବାସ୍ତବିକ ଆମ ଦେଶର ପରିବାରର ସୁଖ ଓ ସମୃଦ୍ଧି ଅତ୍ୟନ୍ତ ମହାନ।
କବି ପରିଚୟକ :
କବି ପଦ୍ମଚରଣ ପଟ୍ଟନାୟକ (୧୮୮୫-୧୯୫୬) ଜଣେ ଜାତୀୟତାବାଦୀ କବି ଭାବରେ ସୁପରିଚିତ । ଗୁରୁ ‘ଖୋରଧା ପ୍ରଥମ ଦର୍ଶନେ’, ‘ତ୍ରିବେଣୀ ତଟେ’, ‘ପଦ୍ମପାଖୁଡ଼ା’, ‘ଆଶା ମଞ୍ଜରୀ’, ‘ସୂର୍ଯ୍ୟମୁଖୀ’, ‘ସୁନାର ଦେଶ’, ‘ଗୋଲାପ ଗୁଚ୍ଛ’ ଓ ‘ସ୍ପର୍ଶରେଣୁ’ ପ୍ରଭୃତି ଅନ୍ୟତମ । ଏହାଛଡ଼ା ସେ ‘ମାର୍ଟିନ୍ ଲୁଥର’, ‘ମହାତ୍ମାଗାନ୍ଧୀ’, ‘ନେପୋଲିୟନ’, ‘ଫକୀରମୋହନ’ ପ୍ରଭୃତି କେତୋଟି ଜୀବନୀ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।
କବିତାର ଆଦର୍ଶ :
ଜନ୍ମଭୂମି ପ୍ରତ୍ୟେକ ମନୁଷ୍ୟ ପାଇଁ ମହାନ୍ ଅଟେ । ତା’ ସହିତ ଏ ପୃଥିବୀରେ ଆଉ କେହି ସମାନ ହୋଇପାରିବେ ନାହିଁ । ଇତିହାସର ଅନେକ ମହାବୀର ନିଜର ଜନ୍ମଭୂମିର ମହତ୍ତ୍ବ ରକ୍ଷା ପାଇଁ ଆତ୍ମବଳି ଦେଇ ଅକ୍ଷୟ ଅକ୍ଷରରେ ଆପଣାର ନାମକୁ ଲେଖିଯାଇଛନ୍ତି । ସେମାନଙ୍କ ପାଇଁ ଏ ମାଟି ଧନ୍ୟ ହୋଇଛି ।
ସାରକଥା :
ଯେଉଁ ଦେଶରେ ମୁଁ ଜନ୍ମ ନେଇଛି, ଯେଉଁ ଦେଶର ବାୟୁ ମୋର ନିଃଶ୍ବାସ ପ୍ରଶ୍ଵାସରେ ପ୍ରବାହିତ ହେଉଛି, ଯେଉଁ ଦେଶର ସୂର୍ଯ୍ୟ ଉତ୍ତାପ ଓ କିରଣ ବାଣ୍ଟନ୍ତି, ଯାହାର ସ୍ବଚ୍ଛ ଜଳରେ ମୋର ଶୋଷ ଦୂର ହୁଏ, ଯାହାର ଫଳ ଓ ଶସ୍ୟ ଗ୍ରହଣ କରି ମୁଁ ଜୀବନ ଧାରଣ କରେ, ଯାହା ଉପରେ ମୁଁ ଆନନ୍ଦରେ ଭ୍ରମଣ କରେ, ସେହି ସ୍ଥାନ ମୋର ଜନ୍ମଭୂମି । ସେ ମୋ ମାଆ ପରି । ଏ ପୃଥିବୀରେ ତା’ପରି ସ୍ଥାନ ଆଉ କେଉଁଠି ନାହିଁ ।
ଯେଉଁ ଦେଶରେ ମୋର ପରିବାର, ଦୟାଶୀଳ ପିତାମାତା ଅଛନ୍ତି, ଭାଇଭଉଣୀ ଫୁଟିଲା ଫୁଲପରି ମୋର ଘରେ ଶୋଭାପାଉଛନ୍ତି, ଯେଉଁ ଦେଶରେ ମୋର ପ୍ରିୟ ଖେଳସାଥୀ ବନ୍ଧୁଗଣ ନନ୍ଦନକାନନ ପରି ଶୋଭାପାଉଛନ୍ତି, ସେହି ମୋର ଜନ୍ମଭୂମି । ଏ ପୃଥିବୀରେ ତା’ପରି ସ୍ଥାନ ଆଉ କେଉଁଠି ନାହିଁ ।
ଯେଉଁ ଦେଶର ପର୍ବତ ନଦୀ ଅନେକ ଶୋଭା ଧାରଣ କରେ, ଯାହାର ଖଣିରେ ମଣି ଓ ସାଗରରେ ମୁକ୍ତା ରହିଛି, ଯାହାର ସୁନୀଳ ଆକାଶରେ ଅସଂଖ୍ୟ ନକ୍ଷତ୍ର ଶୋଭାପାଉଛନ୍ତି ଓ ନୂତନ ମେଘ ସହିତ ବିଜୁଳି ଭାସିଯାଉଛି, ଯେଉଁ ଦେଶର ବନରେ ସୁନ୍ଦର ଫୁଲ ଶୋଭାପାଏ ଓ ନାନାବିଧ ପକ୍ଷୀ କଳରବ କରି ଗୀତ ଗାଇଥା’ନ୍ତି, ସେହି ମୋର ଜନନୀତୁଲ୍ୟ ଜନ୍ମଭୂମି ଅଟେ । ତା’ ସମାନ ସ୍ଥାନ ଏ ପୃଥିବୀରେ ଆଉ କେଉଁଠି ନାହିଁ ।
ଯାହାର ଅନ୍ନ ଜଳ ଖାଇ ମୁଁ ଶରୀର ଧାରଣ କରିଛି, ଯାହାର ନାମରେ ଏ ପୃଥିବୀରେ ମୁଁ ପରିଚିତ, ଯାହାର ଗୌରବରେ କେତେ ସୁଖ ଫୁଟିଉଠେ, ଆଉ ଯାହାର ପତନରେ ମୋର ପତନ ଅବଶ୍ୟମ୍ଭାବୀ, ଦୂର ଦେଶରେ ଥାଇ ଯାହାକୁ ମନେପକାଇଲେ ମନ ଖାଲି ବିକଳ ହୁଏ, ଦୁଃଖରେ ଝୁରି ହେବାକୁ ପଡ଼େ, ତାହା ପାଇଁ ଯେଉଁ ଲୋକ ଆପଣାର ରକ୍ତବିନ୍ଦୁ ଦାନ ନ କରେ, ସେ କୃତଘ୍ନ ପଶୁ ସହିତ ସମାନ ଅଟେ ।
ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡ଼େ କେତେ ମହାନ୍ ବୀର ନିଜ ଦେଶର ମଙ୍ଗଳ ପାଇଁ ଆପଣାର ଶରୀର ଦାନ କରିଛନ୍ତି । ନିଜର ସୁଖଶାନ୍ତି, ଘର, ପରିବାରକୁ ଭୁଲି ସେମାନେ ଭିକ୍ଷାଥାଳ ଧରି ଘର ଘର ବୁଲିଛନ୍ତି । ଅନ୍ୟ ଲୋକଙ୍କର ମଙ୍ଗଳ ବିଧାନ ପାଇଁ ମୁଣ୍ଡଝାଳ ଗୋଡ଼ରେ ମାରି ଆପଣାର ନାମକୁ ଅକ୍ଷୟ ଅକ୍ଷରରେ ଲେଖାଯାଇଛନ୍ତି । ଲୋକମୁଖରେ ସର୍ବଦା ସେମାନଙ୍କର ନାମ ପ୍ରଚାରିତ ହୁଏ । ସେମାନଙ୍କର ପିତାମାତା ତଥା ଜନ୍ମସ୍ଥାନ ଧନ୍ୟ ବୋଲି ପ୍ରଚାରିତ ହୁଏ ।
କଠିନ ଶବ୍ଦାର୍ଥ :
- ରବି -ସୂର୍ଯ୍ୟ ।
- ବିତରେ – ବାଣ୍ଟିଥାଏ ।
- ତୃଷା – ଶୋଷ ।
- ବର୍ଷେ – ଛାତିରେ ।
- ବିଚରଣ – ବୁଲିବା ।
- ଧରା – ପୃଥିବୀ ।
- ଜନନୀ – ମାଆ ।
- ପିତୁଳା – କଣ୍ଢେଇ ।
- ସକଳେ – ସମସ୍ତେ ।
- ଶୋଭନ୍ତି – ଶୋଭାପାଆନ୍ତି ।
- ଯେହ୍ନେ – ଯେପରି ।
- ଗିରି – ପର୍ବତ ।
- ଶୋଭେ – ଶୋଭାପାଏ ।
- ମୁକୁତା – ମୁକ୍ତା ।
- ଜଳଧର – ମେଘ ।
- ସୌଦାମିନୀ – ବିଜୁଳି ।
- ତୋରା – ମନୋହର ।
- କାନନ – ବଣ ।
- ବିହଙ୍ଗମ – ପକ୍ଷୀ ।
- ଅନ୍ନ – ଭାତ ।
- ସ୍ମରଣ – ମନେପକାଇବା ।
- ସ୍ବଚ୍ଛ – ନିର୍ମଳ ।
- ସିଗ୍ଧ – ଆରାମଦାୟକ, ଶୀତଳତାକାରକ ।
- କୃତଘ୍ନ – ଯେ ଉପକାରକୁ ସ୍ଵୀକାର କରେନାହିଁ ।
- ଅକ୍ଷୟ – ଯାହା କ୍ଷୟ ହୁଏ ନାହିଁ (ଅମର) ।
- ଲୋକମୁଖ – ଲୋକ ମୁହଁରେ ।