BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Odisha State Board BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ Textbook Exercise Questions and Answers.

BSE Odisha Class 6 Odia Solutions Chapter 2 ପ୍ରଭାତ ଅବକାଶ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହା
(କ) ସକାଳ ହେବାରୁ କେଉଁ କେଉଁ ପକ୍ଷୀ ରାବିଲେ ?
ସକାଳ ହେବାରୁ ଶୁଆ, କାଉ, କୋଇଲି ଓ କୁକୁଡ଼ା ଆଦି ପକ୍ଷୀମାନେ ରାବିଲେ ।

(ଖ) ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କେଉଁସବୁ ଖାଦ୍ୟ ଖୁଆଇବେ ବୋଲି କହିଛନ୍ତି ?
Answer:
ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କଦଳୀ, ଲହୁଣୀ ମିଶ୍ରିତ ପେଡ଼ା, ରାବିଡ଼ି ଏବଂ ଖଣ୍ଡ ଓ ସର ପ୍ରଭୃତି ଖୁଆଇବେ ବୋଲି କହିଛନ୍ତି ।

(ଗ ) ଶ୍ରୀକୃଷ୍ଣ କେଉଁ କାରଣରୁ ପଥଶ୍ରମ ପାଇ ଅଧ‌ିକ ସମୟ ଶୋଇଯାଇଛନ୍ତି ?
Answer:
ଶ୍ରୀକୃଷ୍ଣ ଗତକାଲି ବାଛୁରୀ ଚରାଇବାକୁ ଯାଇ ପଥଶ୍ରମ ପାଇ ଶରୀରରେ ଦୁର୍ବଳତା ଅନୁଭବ କରିଛନ୍ତି । ତେଣୁ ଅଳସରେ ଅଧିକ ସମୟ ଶୋଇଯାଇଛନ୍ତି ବୋଲି ଯଶୋଦା ଭାବିଛନ୍ତି ।

(ଘ) କେଉଁମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ?
Answer:
ଗୋପାଳ ବାଳକମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୨।
ଉତ୍ତର ଲେଖ ।
(କ) କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଉଛନ୍ତି ?
Answer:
ମନ୍ଦିରରେ ଶୁଆ, ଗଛରେ କାଉ ଓ କୋଇଲି ଏବଂ କୁକୁଡ଼ା ଭଳି ପକ୍ଷୀମାନେ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଉଛନ୍ତି ।

(ଖ) ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ କହୁଛନ୍ତି ?
ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମାଆ ଯଶୋଦା ଝରିରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ତାଙ୍କର ଶ୍ରୀମୁଖକୁ ଧୋଇଦେବେ । ତା’ପରେ ତାଙ୍କୁ କଦଳୀ, ଲହୁଣୀ ମିଶ୍ରିତ ଗୋଟିକା, ଅଧାମ, ଖଣ୍ଡ ଏବଂ ସର ପ୍ରଭୃତି ଖୁଆଇବେ ବୋଲି କହୁଛନ୍ତି ।

(ଗ) ଶ୍ରୀକୃଷ୍ଣ କାହିଁକି ଏତେବେଳ ପର୍ଯ୍ୟନ୍ତ ଶୋଇଛନ୍ତି ବୋଲି ମାତା ଯଶୋଦା ଭାବୁଛନ୍ତି ?
Answer:
ଶ୍ରୀକୃଷ୍ଣ ଗତକାଲି ବାଛୁରୀ ଚରାଇବାକୁ ବନକୁ ଯାଇଥିଲେ । ବାଛୁରୀ ପଛେ ପଛେ ବୁଲି ପଥଶ୍ରମ ହେତୁ ତାଙ୍କ ଦେହ ଦୁର୍ବଳ ହୋଇପଡ଼ିଥିବ । ତେଣୁ ଆଳସ୍ୟ ହେତୁ ଶ୍ରୀକୃଷ୍ଣ ଏତେବେଳଯାଏ ଶୋଇଛନ୍ତି ବୋଲି ମାଆ ଯଶୋଦା ମନେ ମନେ ଭାବୁଛନ୍ତି ।

(ଘ) ଏହି କବିତାଟିରେ ଯଶୋଦାଙ୍କର ମାତୃସ୍ନେହ କିପରି ଫୁଟି ଉଠିଛି ?
Answer:
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କର ଉଠିବାରେ ବିଳମ୍ବ ହେବାର ଦେଖ୍ ଖୁବ୍ ଶ୍ରଦ୍ଧାରେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଛନ୍ତି । ଉଠିବାମାତ୍ରେ ସୁଗନ୍ଧଯୁକ୍ତ ଜଳରେ ମୁହଁ ଧୁଆଇ ସ୍ବାଦିଷ୍ଟ ଖାଦ୍ୟ ଖୁଆଇବାର ଲୋଭ ଦେଖାଉଛନ୍ତି । ଏପରିକି ଗୋଚାରଣ ନିମିତ୍ତ ଯିବାବେଳେ ଦଧୂ ଅନ୍ନ ସଙ୍ଗରେ ନେବା କଥା ମଧ୍ୟ କହୁଛନ୍ତି । ତତ୍‌ସହିତ ଶ୍ରୀକୃଷ୍ଣଙ୍କର ଶାରୀରିକ ପରିଶ୍ରମ କଥା ମନେପକାଇ ନିଜେ ଯଶୋଦା ଚିନ୍ତିତ ହେଉଛନ୍ତି । ଏହିପରି ଭାବେ ଉକ୍ତ କବିତାରେ ଯଶୋଦାଙ୍କର ଅନାବିଳ ମାତୃସ୍ନେହର ଚିତ୍ର ଫୁଟି ଉଠିଛି ।

(ଙ‍) ଗୋପାଳ ବାଳକମାନେ କ’ଣ କହି ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଉଛନ୍ତି ?
Answer:
ପ୍ରତିଦିନ ଗୋପାଳ ବାଳକମାନଙ୍କ ସହ ଶ୍ରୀକୃଷ୍ଣ ଗାଈ ଚରାଇବାକୁ ବଣକୁ ଯାଆନ୍ତି । ସେଦିନ ସୂର୍ଯ୍ୟୋଦୟ ହୋଇ ସାରିଥିଲେ ମଧ୍ୟ ଶ୍ରୀକୃଷ୍ଣ ଉଠିନଥିବାରୁ ସାଥୀ ଗୋପାଳ ବାଳକମାନେ ତାଙ୍କୁ ‘ଅଚ୍ୟୁତ ତୁ କେତେ ନିଦରେ ଶୋଇଛୁ’ ବୋଲି କହି ନିଜରୁ ଉଠାଇବାକୁ ଚେଷ୍ଟା କରିଛନ୍ତି ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଅମୃତ ପାଣି କଦଳୀ, ଲବଶା ସଙ୍ଗତେ ଗୋଳି
ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ।
Answer:
ଅମୃତ ପାଣି ……………………………………. ସର ହେ ।
ଶଂସିତ ପଦ୍ୟାଶଟି ଭକ୍ତକବି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦ୍ରାରୁ ଉଠିଲା ପରେ ଯେଉଁସବୁ ସ୍ଵାଦିଷ୍ଟ ଦ୍ରବ୍ୟ ଭୋଜନ କରାଇବେ ବୋଲି କହିଛନ୍ତି, ସେ ସମ୍ପର୍କରେ ଆଲୋକପାତ କରାଯାଇଛି । ରାତି ପାହିଲାଣି, ଅଥଚ ଶ୍ରୀକୃଷ୍ଣ ନିଦ୍ରା ତ୍ୟାଗ କରିନାହାନ୍ତି । ତେଣୁ ତାଙ୍କୁ ଜଣାଇ ଦେବାପାଇଁ ମାଆ କହୁଛନ୍ତି ହେ ବଂଶୀଧର ! ମନ୍ଦିରରେ ଶୁଆ, ଗଛରେ କାଉ, କୋଇଲି ଓ କୁକୁଡ଼ାମାନେ ବାରମ୍ବାର ଡାକିଲେଣି । ତୁମେ ଶୀଘ୍ର ଉଠିଯାଅ । ତୁମେ ଉଠିଲେ ଝରିରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ମୁଁ ତୁମର ମୁହଁ ଧୋଇଦେବି । ତା’ପରେ ତୁମ ପାଇଁ ଅମୃତତୁଲ୍ୟ ଯେଉଁସବୁ ଖାଦ୍ୟ ପଦାର୍ଥ ରଖୁଛି, ତାହା ମଧ୍ୟ ଖୁଆଇବି । କଦଳୀ, ଲହୁଣୀ ମିଶ୍ରିତ ପେଡ଼ା, ସରପୁଳି ସହିତ ଖଣ୍ଡ ଓ ସର ମଧ୍ୟ ଖୁଆଇବି । ଯେଉଁସବୁ ଖାଦ୍ୟ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ, ତାହାକୁ ଖୁଆଇବାର ଲୋଭ ମାଆ ଯଶୋଦା ଦେଖାଇଛନ୍ତି । ବାସ୍ତବରେ ମାଆ ଯଶୋଦା ପୁତ୍ରସ୍ନେହରେ ଆବଦ୍ଧ ହୋଇ ଯେଉଁପରି ସ୍ନେହପୂର୍ଣ ଅନ୍ୟତ୍ର ବିରଳ ।

(ଖ) ବାଛୁରୀ ଚରାଇ ଯାଇ, କାଲି ପଥଶ୍ରମ ପାଇ
ଅଳସରେ ଅଛୁ ଶୋଇ, ଅଶକତ ହୁଏ କି ଶରୀର ହେ ।
Answer:
ବାଛୁରା ……………………………………… ଶରୀର ହେ ।
ଉଦ୍ଧୃତାଂଶଟି ଭକ୍ତକବି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ଶ୍ରୀକୃଷ୍ଣଙ୍କ ଉଠିବାରେ ବିଳମ୍ବର କାରଣ ସମ୍ପର୍କରେ ମାଆ ଯଶୋଦାଙ୍କ ମନରେ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ତାହା ବର୍ଣ୍ଣିତ ହୋଇଛି । ଦିନେ ଶ୍ରୀକୃଷ୍ଣଙ୍କର ଉଠିବାରେ ବିଳମ୍ବ ହୋଇଛି । ମାଆ ନିଜ ଆଦରର ପୁତ୍ର ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବାପାଇଁ ଉଦ୍ୟମ କରୁଛନ୍ତି । ସେ କହିଛନ୍ତି ଯେ ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଲାଣି । ଏପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରୁନାହିଁ ! ତେଣୁ ମାଆ ତାଙ୍କୁ ଲୋଭଗ୍ରସ୍ତ କରାଉଛନ୍ତି । ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଖାଦ୍ୟ ଖୁଆଇବାର ଲୋଭ ଦେଖାଉଛନ୍ତି । ଏପରିକି ଡେରି ହେଲେ ଗାଈମାନଙ୍କୁ ଗୋଠକୁ ନେଇଯିବାରେ ବିଳମ୍ବ ହେବ ବୋଲି ମଧ୍ୟ ସେ କହିଛନ୍ତି । ତଥାପି ମାଆର ମନ ବୁଝିନାହିଁ । ତେଣୁ ସେ ଭାବୁଛନ୍ତି, ଗତକାଲି ବାଛୁରୀ ଚରାଇବାକୁ ଯାଇ ପୁଅ ପଥଶ୍ରମ ହେତୁ ଖୁବ୍ ଦୁର୍ବଳ ହୋଇପଡ଼ିଛି । ତେଣୁ ଶରୀରରେ ଦୁର୍ବଳତା ହେତୁ ଅଳସୁଆ ହୋଇ ସେ ଶୋଇପଡ଼ିଛି ! ସେଥ‌ିପାଇଁ ବୋଧହୁଏ ତା’ ର ଉଠିବାରେ ବିଳମ୍ବ ହେଉଛି । ବାସ୍ତବରେ ପୁତ୍ରବତ୍ସଳା ଜନନୀ ଯଶୋଦାଙ୍କର ଅନାବିଳ ପୁତ୍ର ସ୍ନେହର ପଟାନ୍ତର ନାହିଁ ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୪।
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବାପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି । ଯେଉଁ ପଦଟିରୁ ଏହାର ସୂଚନା ମିଳୁଛି, ସେହି ପଦଟି ଲେଖ ।
Answer:
‘ସିଂହଦ୍ଵାରେ ଗୋପସୁତ, ଡାକନ୍ତି ଉଠ ଅଚ୍ୟୁତ
କେତେ ନିଦ୍ରାଯାଉ ତୁ ତ, ଆକାଶେ ଉଦୟ ଦିନକର ହେ ।’’

Question ୫।
ଶ୍ରୀକୃଷ୍ଣଙ୍କୁ କିଏ, କେଉଁ ନାମ ଧରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।
Answer:

କିଏ ଡାକିଛନ୍ତି କେଉଁ ନାମରେ
ଯଶୋଦା ବଂଶୀଧର, ବନମାଳୀ,ରାମ, ବାସୁଦେବ
ଗୋପସ୍ତୁତ ଅଚ୍ୟୁତ
କବି ବନମାଳୀ ଚକ୍ରଧର

Question ୬।
ବଂଶୀ ଧରନ୍ତି ଯେ, ସେ ‘ବଂଶୀଧର’; ଏହିଭଳି ଆଉ କେତୋଟି ଶବ୍ଦ ଲେଖ ।
Answer: ଚକ୍ର ଧରନ୍ତି ଯେ – ଚକ୍ରଧର
ଧରନ୍ତି ଯେ – ଧନୁର୍ଦ୍ଧର
ଶ୍ରୀ ଧରନ୍ତି ଯେ – ଶ୍ରୀଧର
ଭୂ ଧରନ୍ତି ଯେ – ଭୂଧର

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୭।
ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ବାସୁଦେବ ଉଛୁର ଗୋ-ଗୋଷ୍ଠି ହେବ ରାମ ଉଠ ।
Answer:
ଉଠ ରାମ ବାସୁଦେବ, ଗୋ-ଗୋଷ୍ଠୀ ଉଛୁର ହେବ।

(ଖ) ଆହାର ନଦୀକୂଳେ ଦଧି ସାଥେ ଅନ୍ନ ନେବ କରିବ ହେ ।
Answer:
ଦଧି ଅନ୍ନ ସାଥେ ନେବ, ନଦୀକୂଳେ କରିବ ଆହାର ହେ।

ତୁମ ପାଇଁ କାମ:

  • ୧। କାଉ, କୁକୁଡ଼ା, ଶୁଆ, ମୟୂର ଓ ଅନ୍ୟ ପକ୍ଷୀମାନଙ୍କର ପର ସଂଗ୍ରହ କରି ଏବଂ ସେଗୁଡ଼ିକ ତୁମ ବିଦ୍ୟାଳୟରେ ରଖ ।
  • ୨। ଶ୍ରୀକୃଷ୍ଣଙ୍କ ପିଲାଦିନ ଉପରେ ଲେଖାଯାଇଥ‌ିବା ଅନ୍ୟ କବିତା ସଂଗ୍ରହ କର ଏବଂ ପଢ଼ି ।
  • ୩ । ବନମାଳୀ ଦାସଙ୍କ ଲିଖ୍ତ ଅନ୍ୟ କବିତାଗୁଡ଼ିକୁ ସଂଗ୍ରହ କରି ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ଆବୃତ୍ତି କର ।
    [ ଛାତ୍ରଛାତ୍ରୀମାନେ ଶିକ୍ଷକ/ଅଭିଭାବକଙ୍କ ସାହାଯ୍ୟ ନେଇ ନିଜେ ଅଭ୍ୟାସ କରିବେ ।]

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) କବି ବନମାଳୀ କିପରି ଶ୍ରୀକୃଷ୍ଣଙ୍କୁ ଉଠିବାକୁ ନିବେଦନ କରିଛନ୍ତି ?
Answer:
ଭକ୍ତକବି ବନମାଳୀ କହୁଛନ୍ତି, ହେ ପ୍ରଭୁ ଚକ୍ରଧର ! ବଣକୁ ଯିବାକୁ ଡେରି ହେବ । ତେଣୁ ଶୀଘ୍ର ଉଠି ବଣକୁ ଗମନ କରନ୍ତୁ । ତୁମର ପାଦରେ ମୁଁ ଚାକର ପରି ନିବେଦନ କରୁଛି ।

(ଖ) ନଦୀକୂଳରେ କ’ଣ ଖାଇବାକୁ ଜନନୀ କହିଛନ୍ତି ?
Answer:
ନଦୀକୂଳରେ ଦହି ଭାତ ଖାଇବାକୁ ଜନନୀ କହିଛନ୍ତି ।

(ଗ) ‘‘ଆକାଶେ ଉଦୟ ଦିନକର ହେ’’
Answer:
ସୂର୍ଯ୍ୟ ଉଦୟ ହୋଇଗଲେଣି । ରାତି ପାହି ସାରିଲାଣି । ତେଣୁ ଆଉ ଶୋଇବା ଅନୁଚିତ । ଉକ୍ତିରୁ ଏହି କଥା ମାଆ କହିବାର ସୂଚନା ମିଳୁଛି ।

(ଘ) ଯଶୋଦା କିପରି ଶ୍ରୀକୃଷ୍ଣଙ୍କର ମୁହଁ ଧୋଇବାକୁ କହିଛନ୍ତି ?
Answer:
ଶ୍ରୀକୃଷ୍ଣ ନିଦରୁ ଉଠିଲେ ଝରିରେ ରଖୁବା ସୁଗନ୍ଧିତ ଜଳରେ ଯଶୋଦା ତାଙ୍କର ମୁହଁ ଧୋଇବାକୁ କହିଛନ୍ତି ।

(ଙ‍) ଭକ୍ତ କବିତାରେ କବି ଶ୍ରୀକୃଷ୍ଣଙ୍କର ଯେଉଁ ଯେଉଁ ନାମ ଉଲ୍ଲେଖ କରିଛନ୍ତି, ତାହାକୁ କ୍ରମାନ୍ୱୟରେ ଲେଖ ।
Answer:
ବଂଶୀଧର, ବନମାଳୀ, ରାମ, ବାସୁଦେବ, ଅଚ୍ୟୁତ ଓ ଚକ୍ରଧର – ଏହିସବୁ ନାମ କବି ଉକ୍ତ କବିତାରେ କ୍ରମାନ୍ୱୟରେ ଉଲ୍ଲେଖ କରିଛନ୍ତି ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ‘ଉଠ ରାମ ବାସୁଦେବ’ ବୋଲି କିଏ କାହା ଉଦ୍ଦେଶ୍ୟରେ କହିଛନ୍ତି ?
Answer:
କୃଷ୍ଣ ଜନନୀ ଯଶୋଦାଙ୍କର ନୟନ ପିତୁଳା ଥିଲେ ।‘ଉଠ ରାମ ବାସୁଦେବ’ ବୋଲି କୃଷ୍ଣପ୍ରାଣା ଜନନୀ ଯଶୋଦା ବଳରାମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

(ଖ) ସକାଳ ହେବାରୁ କେଉଁ କେଉଁ ପକ୍ଷୀ ଭାବିଲେ ?
Answer:
ସକାଳ ହେବାରୁ ମନ୍ଦିରରେ ଶୁକପକ୍ଷୀ ଓ ବୃକ୍ଷଡାଳରେ କାଉ ରାବିଲେ । କୋଇଲି କୁହୁ କୁହୁ ତାନରେ ଓ କୁକୁଡ଼ା ଉଚ୍ଚ ସ୍ୱରରେ ରାବିଲେ ।

(ଗ) ଶ୍ରୀକୃଷ୍ଣ କେଉଁ କାରଣରୁ ପଥଶ୍ରମ ପାଇ ଅଧ୍ବ ସମୟ ଶୋଇଯାଇଛନ୍ତି ?
Answer:
ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ଗତକାଲି ବାଛୁରୀ ଚରାଇବାକୁ ଯାଇ ପଥଶ୍ରମ ପାଇ ଦୁର୍ବଳ ହୋଇ

(ଘ) ଯଶୋଦା କିପରି କୃଷ୍ଣଙ୍କ ମୁଖ ପଖାଳିବେ ବୋଲି କହିଛନ୍ତି ?
Answer:
ରାତି ପାହିଯିବାରୁ ଯଶୋଦା ଶ୍ରୀକୃଷ୍ଣଙ୍କୁ ଶଯ୍ୟା ତ୍ୟାଗ କରି ଉଠିବାକୁ କହିଛନ୍ତି । କୃଷ୍ଣ ଉଠିଲା ପରେ ସେ ଝରିରେ ରଖିଥ‌ିବା ସୁବାସିତ ପାଣିରେ ତାଙ୍କ ମୁଖ ପଖାଳିବେ ବୋଲି କହିଛନ୍ତି ।

(‍ଙ) ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ଖୁଆଇବେ ବୋଲି କହିଛନ୍ତି ?
Answer:
ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରି ଉଠିବା ପରେ ମାତା ଯଶୋଦା ତାଙ୍କୁ ଅମୃତ ପାଣି କଦଳୀ, ଲବଣୀ, ଅଧାମ, ଗୋଟିକା, ଖଣ୍ଡ ଓ ପୁଳି ଆଦି ଖୁଆଇବେ ବୋଲି କହିଛନ୍ତି ।

Question ୩।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘‘ସିଂହଦ୍ଵାରେ ଗୋପସ୍ତୁତ, ଡାକନ୍ତ ଉଠ ଅଚ୍ୟୁତ ।’’
Answer:
ସିଂହଦ୍ଵାରେ …………………… ଅଚ୍ୟୁତ ।
ଶଂସିତ ପଦ୍ୟାଶଟି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କ ନିଦ୍ରାଭଙ୍ଗ କରିବାକୁ ଯେଉଁସବୁ କଥା କହିଛନ୍ତି, ତାହା ବର୍ଣ୍ଣିତ ହୋଇଛି । ରାତି ପାହିଯାଇଛି । ପକ୍ଷୀମାନେ ରାବ କରିଲେଣି। ତଥାପି ଶ୍ରୀକୃଷ୍ଣ ଅଳସୁଆ ହୋଇ ଶୋଇଛନ୍ତି । ମାଆ ଯଶୋଦା ତାଙ୍କୁ ତାଙ୍କ ପ୍ରିୟ ଖାଦ୍ୟର ପ୍ରଲୋଭନ ଦେଖାଇ ସାରିଲା ପରେ ଶ୍ରୀକୃଷ୍ଣ ନ ଉଠିବାରୁ ବାଧ୍ୟହୋଇ ସିଂହଦ୍ଵାରରେ ଗୋପବାଳକଙ୍କ ଭିଡ଼ ମଧ୍ଯ ଲାଗିବା କଥା କହିଛନ୍ତି । ଗୋପାଳ ବାଳକମାନେ କେତେବେଳରୁ ଆସି ‘ଅଚ୍ୟୁତ’ ବୋଲି ଡାକିଲେଣି । ତଥାପି ସେ ଶୋଇଛନ୍ତି ! ତତ୍ ସହିତ ପୂର୍ବଦିଗର ଆକାଶରେ ସୂର୍ଯ୍ୟ ଉଦୟ ମଧ୍ଯ ହୋଇସାରିଲେଣି । ତେଣୁ ଶ୍ରୀକୃଷ୍ଣ ଆଉ ଶୋଇବା ଅନୁଚିତ ବୋଲି ମାଆ ଯଶୋଦା କହିଛନ୍ତି । ବାସ୍ତବରେ ଯଶୋଦାଙ୍କର ଏହି ଉକ୍ତି ବେଶ୍ ଭାବପୂର୍ଣ୍ଣ ହୋଇପାରିଛି ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କବି ବନମାଳୀ ନିଜକୁ କାହାର ଚରଣ କିଙ୍କର ବୋଲି କହିଛନ୍ତି ?
Answer:
କବି ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର ଜଣେ ଶ୍ରେଷ୍ଠ କବି । ସେ କୃଷ୍ଣଲୀଳା ସମ୍ବଳିତ ଅନେକ ଭଜନ, ଜଣାଣ ଓ ପଦାବଳୀ ରଚନା କରିଥିଲେ । ସେ କୃଷ୍ଣଙ୍କ ଲୀଳା ବର୍ଣ୍ଣନାରେ ଏପରି ମଜ୍ଜି ଯାଉଥିଲେ ଯେ ତାଙ୍କୁ ସବୁକିଛି କୃଷ୍ଣମୟ ଦେଖାଯାଉଥିଲା । ସେ କୃଷ୍ଣଙ୍କୁ ନିଜର ପ୍ରଭୁ ମନେକରୁଥିଲେ । ସେ ନିଜକୁ ପ୍ରଭୁ କୃଷ୍ଣଙ୍କର ସେବକ ଓ ଦାସ ବୋଲି ମନେକରୁଥିଲେ । ପଠିତ ‘ପ୍ରଭାତ ଅବକାଶ’ କବିତାରେ କବି ନିଜକୁ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ କିଙ୍କର ବୋଲି ବର୍ଣ୍ଣନା କରିଛନ୍ତି ।

(ଖ) ଶ୍ରୀକୃଷ୍ଣ କାର୍ହିକି ଏତେବଳ ପର୍ଯ୍ୟନ୍ତ ଶଯ୍ୟାତ୍ୟାଗ କରିନାହାନ୍ତି ବୋଶାଦା ଭାବିଛନ୍ତି?
Answer:
ଯଶୋଦାଙ୍କ ହୃଦୟରେ ଶ୍ରୀକୃଷ୍ଣଙ୍କ ପାଇଁ ଅମାପ ସ୍ନେହ ଶ୍ରଦ୍ଧା ପୂରି ରହିଥିଲା । ସେ ସଦାସର୍ବଦା କୃଷ୍ଣଙ୍କ କଥା ହିଁ ଚିନ୍ତା କରୁଥିଲେ । ଅଲିଅଳ ପୁତ୍ର କୃଷ୍ଣଙ୍କୁ ଦଣ୍ଡେ ନ ଦେଖିଲେ ସେ ପାଗଳୀ ପ୍ରାୟ ହେଉଥିଲେ । ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରିବାରେ ବିଳମ୍ବ ହେବାରୁ ତାଙ୍କ ମନ ଚିନ୍ତାଗ୍ରସ୍ତ ହୋଇଛି । ସେ ଭାବିଛନ୍ତି ଯେ ଗତକାଲି ଶ୍ରୀକୃଷ୍ଣ ଗୋ-ବସାମାନଙ୍କୁ ଚାରଣ କରିବାକୁ ବନକୁ ଯାଇ ପଥଶ୍ରମ ପାଇଛନ୍ତି । ତେଣୁ ତାଙ୍କର ବିଳମ୍ବ ଘଟୁଛି । ତାଙ୍କ ଶରୀର ଦୁର୍ବଳ ହୋଇଯାଇଛି । ଏହିଭଳି ଆଶଙ୍କାରେ ଜନନୀ ଯଶୋଦା ବ୍ୟସ୍ତ ହୋଇଛନ୍ତି ।

(ଗ) ‘ପ୍ରଭାତ ଅବକାଶ’ କବିତାରେ କବି କିଭଳି ପ୍ରଭାତର ସୂଚନା ଦେଇଛନ୍ତି ବର୍ଣ୍ଣନା କର ।
Answer:
ଭକ୍ତକବି ବନମାଳୀ ଦାସ କୃଷ୍ଣକଥାକୁ ନେଇ ଅନେକ ଭଜନ ଓ ଜଣାଣ ରଚନା କରିଛନ୍ତି । ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ଦେଖିବାକୁ ମିଳେ । ‘ ପ୍ରଭାତ ଅବକାଶ’ କବିତାରେ କବି ପ୍ରଭାତର ସୁନ୍ଦର ସୂଚନା ଦେଇଛନ୍ତି । କବି ବର୍ଣ୍ଣନା କରିଛନ୍ତି ଯେ ରାତି ପାହିବା ପରେ ପ୍ରଭାତ ଆସିଛି । ପ୍ରଭାତ ହେବାରୁ ମନ୍ଦିରରେ ଶୁକପକ୍ଷୀ ଡାକ ଛାଡ଼ିଛି। କାଉ ବୃକ୍ଷ ଡାଳରେ କା’ କା’ ରାବଦେଇ ପ୍ରଭାତର ସୂଚନା ଦେଉଛି । କୋଇଲିର କୁହୁକୁହୁ ରାବ ପ୍ରଭାତକୁ ଅଧିକ ରମଣୀୟ କରୁଛି । କୁକୁଡ଼ାମାନେ ଉଚ୍ଚସ୍ଵରରେ ଡାକ ଛାଡ଼ି ରାତି ପାହିବାର ସୂଚନା ଦେଉଛନ୍ତି ।

(ଘ) ‘ପ୍ରଭାତ ଅବକାଶ’ କବିତାରେ ଜନନୀ ଯଶୋଦାଙ୍କ ମାତୃସ୍ନେହ କିପରି ଫୁଟିଉଠିଛି ବର୍ଣ୍ଣନା କର । କିମ୍ବା, ପ୍ରଭାତ ଅବକାଶ ପଦ୍ୟରୁ ଯଶୋଦାଙ୍କର ମାତୃସ୍ନେହ ବର୍ଣ୍ଣନା କର ।
Answer:
କୃଷ୍ଣ ଥିଲେ ମାତା ଯଶୋଦାଙ୍କ ପ୍ରାଣସ୍ୱରୂପ । ତାଙ୍କ ପାଇଁ ଯଶୋଦାଙ୍କ ହୃଦୟରେ ଅନାବିଳ ବାତ୍ସଲ୍ୟ ସ୍ନେହ ପୂରି ରହିଥିଲା । କୃଷ୍ଣଙ୍କୁ ନ ଦେଖିଲେ ସେ ପାଗଳୀ ପ୍ରାୟ ହେଉଥିଲେ । କୃଷ୍ଣଙ୍କର ମୁହୂର୍ଭକର ବିଳମ୍ବ ତାଙ୍କୁ ଯୁଗ ପରି ଲାଗୁଥିଲା । ପୂର୍ବଦିନ ସାଙ୍ଗସାଥୀଙ୍କ ସହ ଗୋଚାରଣ କରି କୃଷ୍ଣ ପଥଶ୍ରାନ୍ତ ହୋଇ ନିଦ୍ରା ଯାଇଛନ୍ତି । ତାଙ୍କ ଉଠିବାରେ ବିଳମ୍ବ ହୋଇଛି । ଯଶୋଦା ତାଙ୍କୁ ନିଦରୁ ଉଠାଇବା ପାଇଁ ବନମାଳୀ, ବଂଶୀଧର, ବାସୁଦେବ ଆଦି ସୁମଧୁର ସମ୍ବୋଧନ କରିଛନ୍ତି । ତାଙ୍କୁ ନିଦରୁ ଉଠାଇ ସୁବାସିତ ଜଳରେ ମୁଖ ଧୌତ କରାଇ କ୍ଷୀର ସଙ୍ଗେ କଦଳୀ, ଲହୁଣୀ, ସରପୁଳି, ଖଣ୍ଡସର ଖୁଆଇବାକୁ କହିଛନ୍ତି । କୃଷ୍ଣଙ୍କର ଗୋଷ୍ଠ ବାହୁଡ଼ାରେ ବିଳମ୍ବ ହେତୁ ସଙ୍ଗରେ ଦଧି ଅନ୍ନ ନେଇ ନଦୀକୂଳରେ ଆହାର କରିବାକୁ କହିଛନ୍ତି ।

(ଙ) କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଇଛନ୍ତି ?
Answer:
ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହ ଗୋଚାରଣ କରିବାକୁ ଯାଇ ପଥଶ୍ରମ ପାଇ ନିଦ୍ରା ଯାଇଛନ୍ତି । ରାତି ପାହିଯିବା ପରେ ମଧ୍ୟ ତାଙ୍କ ନିଦ ଭାଙ୍ଗିନାହିଁ । ପ୍ରଭାତ ସମୟରେ ବିଭିନ୍ନ ପକ୍ଷୀମାନେ ରାତି ପାହି ଦିବସ ଆଗମନ କରିବାର ସୂଚନା ଦେଉଛନ୍ତି । ତଥାପି କୃଷ୍ଣଙ୍କର ନିଦ୍ରାଭଙ୍ଗ ହେଉନାହିଁ । ତେଣୁ ମାତା ଯଶୋଦା କୃଷ୍ଣଙ୍କୁ ସକାଳ ହେଲାଣି ଓ ବିଭିନ୍ନ ପକ୍ଷୀମାନେ ରାବିଲେଣି ବୋଲି କହିଛନ୍ତି । ଶୁକପକ୍ଷୀ ମନ୍ଦିରରେ ଓ କାକ ପକ୍ଷୀ ବୃକ୍ଷ ଡାଳରେ ରାବିଛନ୍ତି । ପିକ କୁହୁକୁହୁ ତାନରେ ଓ କୁକୁଡ଼ା ଉଚ୍ଚସ୍ଵରରେ ଡାକଦେଇ ରାତି ପାହିବାର ସୂଚନା ଶ୍ରୀକୃଷ୍ଣଙ୍କୁ ଦେଇଛନ୍ତି ।

(ଚ) ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ ବୋଲି କହିଛନ୍ତି ?
Answer:
କୃଷ୍ଣ ଥିଲେ ମା’ ଯଶୋଦାଙ୍କର ଅତି ଅଲିଅଳ ଓ ଆଦରର ପୁତ୍ର । କୃଷ୍ଣଙ୍କ ବିନା ତାଙ୍କୁ କିଛି ସୁଖ ଲାଗୁନଥିଲା । ଚାରିଆଡ଼ ଅନ୍ଧକାର ଦିଶୁଥିଲା । ସେ ସର୍ବଦା କୃଷ୍ଣଙ୍କ ସେବାଯତ୍ନରେ ଲାଗିଥିଲେ । ରାତି ପାହିଲା ପରେ ସେ ଶ୍ରୀକୃଷ୍ଣଙ୍କୁ ‘ବଂଶୀଧର’ ବୋଲି ସୁମଧୁର ସମ୍ବୋଧନ କରି ଶଯ୍ୟାତ୍ୟାଗ କରିବାକୁ କହିଛନ୍ତି । କୃଷ୍ଣ ନିଦରୁ ଉଠିବା ପରେ ସେ ସୁବାସିତ ଜଳରେ ତାଙ୍କ ମୁହଁ ଧୋଇଦେବେ । ତାଙ୍କୁ କ୍ଷୀର, କଦଳୀ ସହିତ ଲବଣୀ ଗୋଳାଇ ଖୁଆଇବେ । ଅଧାମ ସହିତ ସରପୁଳି ଓ ଖଣ୍ଡସର ଖୁଆଇବେ ବୋଲି କହିଛନ୍ତି ।

କବି ପରିଚୟ :

‘ପ୍ରଭାତ ଅବକାଶ’ କବିତାର ରଚୟିତା ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର ଜଣେ ଭକ୍ତକବି । ସେ ପୁରୀରେ ବାସ କରୁଥିଲେ । ଜଗନ୍ନାଥଙ୍କର ସେବା କରିବା ସହିତ ସେ ବହୁ ଭଜନ ଓ ଜଣାଣ ରଚନା କରିଛନ୍ତି । କୃଷ୍ଣଙ୍କୁ ନେଇ ସେ ଅନେକ କବିତା ରଚନା କରିଛନ୍ତି । ତାଙ୍କର କବିତାଗୁଡ଼ିକ ଯେପରି ସରଳ, ସେହିପରି ସଙ୍ଗୀତମୟ । ତାଙ୍କ ରଚିତ ସମସ୍ତ କବିତାକୁ ‘ବନମାଳୀ ପଦ୍ୟାବଳୀ’ ନାମରେ ଏକତ୍ର କରି ପ୍ରକାଶ କରାଯାଇଛି ।

କବିତାର ଆଦର୍ଶ :

ଆଲୋଚ୍ୟ ‘ପ୍ରଭାତ ଅବକାଶ’ କବିତାଟି ‘ବନମାଳା ପଦ୍ୟାବଳା’ରୁ ସଂଗୃହାତା ଏଥିରେ ନିଦ୍ରାରତ ଶ୍ରାକୃଷ୍ଟଙ୍କର ନିଦ୍ରାଭଙ୍ଗ ନିମିତ୍ତ ଜନନୀ ଯଶୋଦାଙ୍କର ସ୍ନେହଶ୍ରଦ୍ଧାପୂର୍ଣ୍ଣ ବାଣୀର ସମାହାର ଦେଖିବାକୁ ମିଳେ । ଶ୍ରୀକୃଷ୍ଣଙ୍କର ନିଦ୍ରାଭଙ୍ଗ ହେବାରେ ବିଳମ୍ବ ହେବାର କାରଣ ମଧ୍ୟ ଏଥିରେ ବର୍ଣ୍ଣିତ ହୋଇଛି ।

ପାରକଥା :

ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ରାତି ପାହିବାର ସୂଚନା ଦେଉଛନ୍ତି । ମନ୍ଦିରରେ ଶୁଆ, ବୃକ୍ଷରେ କାଉ, କୋଇଲି ତଥା କୁକୁଡ଼ାର ଡାକ ଶୁଭିଲାଣି ବୋଲି କହୁଛନ୍ତି । ଯଶୋଦା ମାଆ ବନମାଳୀକୁ କହୁଛନ୍ତି ଯେ, ସେ ଉଠିଲେ ଗଡ଼ୁରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ତାଙ୍କ ମୁହଁ ଧୋଇଦେବେ । ଅମୃତ ପାଣି କଦଳୀ, ଲହୁଣୀ ସହିତ ମିଶ୍ରିତ ପେଡ଼ା, ସରପୁଳି ଓ ଖଣ୍ଡ(କନ୍ଦ) ସହିତ ସର ଖୁଆଇବେ । ହେ ରାମ ବାସୁଦେବ, ତୁମେ ଶୀଘ୍ର ଉଠ । କାରଣ ଗାଈଗୋଠ ଯିବାରେ ବିଳମ୍ବ ହେବ । ସାଙ୍ଗରେ ଦହିଭାତ ନେଇ ଯିବ । ନଈକୂଳରେ ଖାଇବ ।

ଗତକାଲି ବାଛୁରୀ ଚରାଇବାକୁ ଯାଇ ବୋଧହୁଏ ଖୁବ୍ ପରିଶ୍ରମ କରି କ୍ଲାନ୍ତ ହୋଇଛୁ । ତେଣୁ ଅଳସୁଆ ହୋଇ ଶୋଇରହିଛୁ। ଦେହ ଦୁର୍ବଳ ଲାଗୁଛି କି ? ସିଂହଦ୍ଵାରରେ ଗୋପାଳବାଳକେ ଡାକିଲେଣି । ଆଉ ତୁ କେତେ ସମୟ ଶୋଇବୁ ? ଆକାଶରେ ସୂର୍ଯ୍ୟ ଉଦୟ ହୋଇଗଲାଣି । ବନମାଳୀ କହୁଛନ୍ତି, ହେ ପ୍ରଭୁ ଚକ୍ରଧର ! ତୁମେ ଶୀଘ୍ର ଉଠ । ବନକୁ ଯିବାପାଇଁ ବିଳମ୍ବ ହେବ । ତୁମେ ବନକୁ ଗମନ କର । ତୁମର ଚରଣରେ ବନମାଳୀ ଦାସ ହୋଇଛି ।

କଠିନ ଶବ୍ଦାର୍ଥ :

  • ନିଶି – ରାତି ।
  • ବଂଶୀଧର – ଶ୍ରୀକୃଷ୍ଣ ।
  • ଶୁକ – ଶୁଆ ।
  • କାକ – କାଉ ।
  • ପିକ – କୋଇଲି ।
  • କୁକ୍‌କୁଟ – କୁକୁଡ଼ା
  • ପରଖର – ଖୁବ୍ ଜୋର୍‌ରେ ।
  • ଯଶୋବନ୍ତୀ – ଯଶୋଦା ।
  • ଭାଳି – ଚିନ୍ତିତ ହୋଇ ।
  • ପଖାଳି – ଧୋଇଦେବି ।
  • ଝରି – ନଳୀଯୁକ୍ତ ଜଳପାତ୍ର ।
  • ବାସ ନୀର – ସୁଗନ୍ଧିତ ଜଳ ।
  • ଲବଣୀ – ଲହୁଣୀ ।
  • ଅଧାମ – ରାବିଡ଼ି ।
  • ଗୋଟିକା – ପେଡ଼ା ।
  • ପୁଳି- ପିଠା (ଏଠାରେ ସରପୁଳି) ।
  • ଖଣ୍ଡ – କନ୍ଦ ।
  • ଭୁଞ୍ଜାଇବି – ଖୁଆଇବି ।
  • ଗୋ-ଗୋଷ୍ଠ – ଗାଈଗୋଠ ।
  • ଉଛୁର – ବିଳମ୍ବ ।
  • ଦଧୂ ଅନ୍ନ -ଦ ହି ଭାତ ।
  • ଆହାର -ଭୋଜନ ।
  • ଅଶକତ – ଦୁର୍ବଳ ।
  • ଗୋପସ୍ତୁତ – ଗୋପାଳ ବାଳକ ।
  • ଦିନକର – ସୂର୍ଯ୍ୟ ।
  • ଚରଣ – ପାଦ ।
  • କିଙ୍କର – ଚାକର ।

Leave a Comment