BSE Odisha 6th Class Science Important Questions Chapter 11 ଗତି

Odisha State Board BSE Odisha 6th Class Science Important Questions Chapter 11 ଗତି Important Questions and Answers.

BSE Odisha Class 6 Science Important Questions Chapter 11 ଗତି

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଗତି କହିଲେ କ’ଣ ବୁଝ ? ବିଭିନ୍ନ ପ୍ରକାର ଗତିର ନାମ ଲେଖ ।
ଉ –
(i) ସମୟ ଅନୁସାରେ ବସ୍ତୁ ବା ତାହାର ଅଂଶଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ଗତି କୁହାଯାଏ ।
(ii) ବିଭିନ୍ନ ପ୍ରକାର ଗତିଗୁଡ଼ିକ ହେଲା – ସରଳରେଖ ଗତି, ଆବର୍ତୀ ଗତି, ବୃତ୍ତୀୟ ଗତି, ଦୋଳନ ଗତି ।

Question 2.
ଦୋଳନ ଗତି କହିଲେ କ’ଣ ବୁଝ ?
ଉ –
(i) ଗୋଟିଏ ଦୋଳାୟମାନ ବସ୍ତୁ ଏକ ନିର୍ଦ୍ଦିଷ୍ଟ ସମୟରେ ପୁନରାବୃତ୍ତି କରୁଥିବା ଗତିକୁ ଦୋଳନ ଗତି କୁହାଯାଏ ।
(ii) ଘଣ୍ଟା ଦୋଳକର ଗତି, ଦୋଳିରେ ଝୁଲୁଥ୍ ପିଲାର ଗତି ଏହି ପ୍ରକାର ଗତି ।

Question 3.
ସାଇକେଲ୍ଟି ଗତିଶୀଳ ଥିବାବେଳେ ସେଥ‌ିରେ କି ପ୍ରକାର ଗତି ଦେଖାଯାଏ ?
ଉ –
(i) ସାଇକେଲ୍‌ ଗତିଶୀଳ ଥିବାବେଳେ ସେଥୁରେ ଦୁଇ ପ୍ରକାର ଗତି ଦେଖାଯାଏ – ଗୋଟିଏ ବୃତ୍ତୀୟ ଓ ଅନ୍ୟଟି ସରଳରେଖ୍ୟ ।
(ii) ଚକର ଘୂର୍ଣ୍ଣନ ବୃତ୍ତୀୟ ଗତି ଓ ଚକ ରାସ୍ତାରେ ଚାଲିବା ସରଳରେଖ୍ୟକ ଗତିର ଉଦାହରଣ ଅଟେ ।

Question 4.
ବସ୍‌ରେ ଯାତ୍ରା କଲାବେଳେ ରାସ୍ତାକଡ଼ରେ ଥ‌ିବା ଗଛଗୁଡ଼ିକ ଗତିଶୀଳ ବୋଲି ଜଣାପଡ଼େ ।
ଉ –
(i) ବସ୍‌ରେ ଯାତ୍ରାକଲାବେଳେ ବସ୍‌ ଗତିଶୀଳ ହୁଏ । ତେଣୁ ବସ୍ ଓ ରାସ୍ତାକଡ଼ରେ ଥିବା ଗଛ ମଧ୍ୟରେ ବ୍ୟବଧାନ ପରିବର୍ତ୍ତନ ହୁଏ ।
(ii) ଆମେ ବସ୍‌ରେ ବସିଥିବା ହେତୁ ବସ୍‌ ଆମକୁ ସ୍ଥିର ଜଣାପଡ଼େ ଓ ବସ୍ ଓ ଗଛ ମଧ୍ୟରେ ବ୍ୟବଧାନ ବଦଳୁଥ‌ିବାରୁ ଗଛଟି ଆମକୁ ଗତିଶୀଳ ଜଣାପଡ଼େ ।

BSE Odisha 6th Class Science Important Questions Chapter 11 ଗତି

Question 5.
ସରଳରୈଖିକ ଗତି ଓ ବୃତ୍ତୀୟ ଗତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 6th Class Science Important Questions Chapter 11 ଗତି - 1

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ସମୟାନୁସାରେ ବସ୍ତୁର ସ୍ଥାନ ପରିବର୍ତ୍ତନକୁ ………… କୁହାଯାଏ ।
(ଖ) ବିଦ୍ୟୁତ୍ ପଙ୍ଖାର ବ୍ଲେଡ୍‌ର ଗତି ଗତିର ଉଦାହରଣ ………… ଅଟେ ।
(ଗ) ଦରଜି ମେସିନ୍ ଚଲାଉଥ‌ିବା ବେଳେ ମେସିନ୍ ଛୁଞ୍ଚ୍ ଉପର ତଳ ହୋଇ ………… ଗତି କରିଥାଏ ।
(ଘ) ସୂର୍ଯ୍ୟ ନିଜ ଅକ୍ଷ ଚାରିପାଖରେ କରୁଥିବା ଗତି ………… ଅଟେ ।
(ଙ) ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ନାହିଁ, ତାହାକୁ ………… କୁହାଯାଏ ।
ଉ –
(କ) ଗତି
(ଖ) ବୃତ୍ତୀୟ
(ଗ) ସରଳଭୌଗ୍କ
(ଘ) ଆବର୍ତ୍ତା
(ଙ) ସ୍ଥିର ବିସ୍ତ୍ରୁ

Question 2.
ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ନିମ୍ନଲିଖ ମଧ୍ୟରୁ କାହାର ଗତି ସରଳରେଖ୍କ ?
(i) ସାପର ଗତି
(ii) ପୃଥ‌ିବୀର ଗତି
(iii) ଟ୍ରକ୍‌ର ଗତି
(iv) ସୂର୍ଯ୍ୟରଶ୍ମିର ଗତି
ଉ –
(iv) ସୂର୍ଯ୍ୟରଶ୍ମିର ଗତି

BSE Odisha 6th Class Science Important Questions Chapter 11 ଗତି

(ଖ) ନିମ୍ନଲିଖ ମଧ୍ୟରୁ କେଉଁଟିକୁ ଦୋଳନ ଗତି କହିବା
(i) କାନ୍ଥ ଘଣ୍ଟାର ପେଣ୍ଡୁଲମ୍ର ଗତି
(ii) ରେଳଗାଡ଼ିର ଗତି
(iii) ଆକାଶରେ ଚନ୍ଦ୍ରର ଗତି
(iv) ବନ୍ଧୁକଗୁଳିର ଗତି
ଉ –
(i) କାନ୍ଥଘଣ୍ଟାର ପେଣ୍ଡୁଲମ୍ର ଗତି

(ଗ) ନିମ୍ନଲିଖ ମଧ୍ୟରୁ କେଉଁଟିକୁ ବୃତ୍ତୀୟ ଗତି କହିବା
(i) କାରର ଗତି
(ii) ସୂର୍ଯ୍ୟର ଗତି
(iii) ଚନ୍ଦ୍ରର ଗତି
(iv) ଗଛରୁ ପଡ଼ୁଥିବା ଫଳର ଗତି
ଉ –
(iii) ଚନ୍ଦ୍ରର ଗତି

(ଘ) ନିମ୍ନଲିଖ ମଧ୍ୟରୁ କେଉଁଟି ବୃତ୍ତୀୟ ଗତି ନୁହେଁ ?
(i) ପୃଥ‌ିବୀର ଗତି
(ii) ବେଙ୍ଗଳାରେ ବୁଲୁଥିବା ବଳଦର ଗତି
(iii) ଘୂରୁଥ‌ିବା ପଙ୍ଖାର ଗତି
(iv) ଦୋଳିର ଗତି
ଉ –
(iv) ଦୋଳିର ଗତି

Question 3.
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
(କ) ପାହାଡ଼ : ସ୍ଥିର :: ପକ୍ଷୀ : ……………..
(ଖ) ରଜଦୋଳି : ଦୋଳନ :: ସିଲେଇ କଳର ଛୁଞ୍ଚିର ଗତି : ……………..
(ଗ) ଆଲୋକର ଗତି : ସରଳରୈଖିକ :: ପଙ୍ଖାବ୍ଲେଡ଼ର ଗତି : ……………..
(ଘ) ପୃଥ‌ିବୀର ପରିକ୍ରମଣ : ବୃତ୍ତୀୟ ଗତି :: ପୃଥ‌ିବୀର ଆବର୍ତ୍ତନ : ……………..
(ଙ) କାର୍‌ର ଗତି : ସରଳରୈଖିକ ଗତି :: କାରର ଚକର ଗତି : ……………..
ଉ –
(କ) ଗତିଶୀଳ
(ଖ) ସରଳରେଖିକ ଗତି
(ଗ) ବୃତ୍ତୀୟ
(ଘ) ଆବର୍ତୀ ଗତି
(ଡ) ବୃତ୍ତୀୟ ଗତି ।

BSE Odisha 6th Class Science Important Questions Chapter 11 ଗତି

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଗୋଟିଏ ବସ୍ତୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୂରିବାକୁ ସରଳରେଖ୍ୟ ଗତି କହନ୍ତି ।
(ଖ) ଘଣ୍ଟାରେ ସେକେଣ୍ଡ କଣ୍ଟାର ଗତି ଦୋଳନ ଗତି ।
(ଘ) ପୃଥବୀ ନିଜ ଚାରିପଟେ ଘୂରିବା ଦୋଳନ ଗତିର ଉଦାହରଣ ।
(ଙ) ହୃତପିଣ୍ଡର ସ୍ପନ୍ଦନ ବୃତ୍ତୀୟ ଗତି ।
ଉ –
(କ) ଗୋଟିଏ ବସ୍ତୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୂରିବାକୁ ବୃତ୍ତୀୟ ଗତି କହନ୍ତି ।
(ଗ) ବେଙ୍ଗଳାରେ ବଳଦମାନଙ୍କର ଗତି ବୃତ୍ତୀୟ ଗତି ।
(ଘ) ପୃଥ‌ିବୀ ନିଜ ଚାରିପଟେ ଘୂରିବା ଆବର୍ତ୍ତୀ ଗତିର ଉଦାହରଣ ।
(ଙ) ହୃତ୍‌ପିଣ୍ଡର ସ୍ପନ୍ଦନ ଆବର୍ତୀ ଗତି ।

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 11 ଗତି - 2
ଉ –
BSE Odisha 6th Class Science Important Questions Chapter 11 ଗତି - 3

Leave a Comment