Odisha State Board BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ Important Questions and Answers.
BSE Odisha Class 6 Science Important Questions Chapter 12 ବିଦ୍ୟୁତ୍
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ମୁଦିତ ବିଦ୍ୟୁତ୍ ପରିପଥ କ’ଣ ?
ଉ –
- ବିଦ୍ୟୁତ୍ ତାର ମାଧ୍ୟମରେ ସେଲ୍ ଓ ବଲ୍ବର ସଂଯୁକ୍ତ ବ୍ୟବସ୍ଥାକୁ ମୁଦିତ ବିଦ୍ୟୁତ୍ ପରିପଥ କୁହାଯାଏ ।
- ମୁଦିତ ପରିପଥରେ ବିଦ୍ୟୁତ୍ ପ୍ରବାହ ହୋଇପାରେ । ପରିପଥଟି ମୁକ୍ତଥିଲେ ବା ସେଥିରେ କେଉଁଠି ଫାଙ୍କା ରହିଗଲେ ବିଦ୍ୟୁତ୍ ପ୍ରବାହ ହୋଇପାରେ ନାହିଁ ।
Question 2.
ବିଦ୍ୟୁତ୍ ପରିପଥରେ ସୁଇଚ୍ର କାର୍ଯ୍ୟ କ’ଣ ?
ଉ –
- ସୁଇଚ୍ ଦ୍ଵାରା ପରିପଥକୁ ମୁଦିତ କଲେ ସେଥିରେ ବିଦ୍ୟୁତ୍ ପ୍ରବାହିତ ହୁଏ ।
- ସୁଇଦ୍ୱାରା ପରିପଥକୁ ମୁକ୍ତ କଲେ ସେଥିରେ ବିଦ୍ୟୁତ୍ ପ୍ରବାହିତ ହୁଏନାହିଁ ।
Question 3.
ବିଦ୍ୟୁତ୍ ସୁପରିବାହୀ କହିଲେ କ’ଣ ବୁଝ ? ଚାରୋଟି ବିଦ୍ୟୁତ୍ ସୁପରିବାହୀର ଉଦାହରଣ ଦିଅ ।
ଉ –
- ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ତାହାକୁ ବିଦ୍ୟୁତ୍ ସୁପରିବାହୀ କୁହାଯାଏ ।
- ସମସ୍ତ ଧାତୁ; ଯଥା – ଲୁହା, ସୁନା, ରୁପା, ଆଲୁମିନିୟମ୍ ଆଦି ବିଦ୍ୟୁତ୍ ସୁପରିବାହୀ ।
Question 4.
ଗୋଟିଏ ବିଦ୍ୟୁତ୍ ପରିପଥରେ ବଲ୍ବ ଓ ତାରର ଯୋଡ଼େଇ ସ୍ଥାନଗୁଡ଼ିକ ଠିକ୍ ଅଛି ଓ ସୁଇଚ୍ ମଧ୍ଯ ମୁଦିତ ଅଛି, ମାତ୍ର ବଲ୍ବ ଆଲୋକ ଦେଉନାହିଁ – କାରଣ ଦର୍ଶାଅ ।
ଉ –
- ପରିପଥରେ ସେଲ୍ ସଂଯୁକ୍ତ ହୋଇନଥିବାରୁ ତାହା ସଂପୂର୍ଣ୍ଣ ନୁହେଁ ।
- ସେଲ୍ ବିଦ୍ୟୁତ୍ ଶକ୍ତିର ଉତ୍ସ ଅଟେ । ସେଲ୍ନଥିବାରୁ ବିଦ୍ୟୁତ୍ ଶକ୍ତି ପାଇନପାରି ବଲ୍କ ଆଲୋକ ହେଉନାହିଁ ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ବିଦ୍ୟୁତ୍ ସୁପରିବାହୀ ଓ ବିଦ୍ୟୁତ୍ କୁପରିବାହୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
ବିଦ୍ୟୁତ୍ ସୁପରିବାହୀ | ବିଦ୍ୟୁତ୍ କୁପରିବାହୀ |
(i) ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ତାହାକୁ ବିଦ୍ୟୁତ୍ ସୁପରିବାହୀ କୁହାଯାଏ । | (i) ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ନାହିଁ ତାହାକୁ ବିଦ୍ୟୁତ୍ କୁପରିବାହୀ କୁହାଯାଏ । |
(ii) ସମସ୍ତ ଧାତୁ, ଯଥା – ଲୁହା, ସୁନା, ରୁପା, ଆଲୁମିନିୟମ୍, ତମ୍ବା ଇତ୍ୟାଦି ବିଦ୍ୟୁତ୍ ସୁପରିବାହୀ । | (ii) ପ୍ଲାଷ୍ଟିକ୍, ରବର, ଶୁଖୁକାଠ, କାଚ ଆଦି ବିଦ୍ୟୁତ୍ କୁପରିବାହୀ । |
Question 2.
ବିଦ୍ୟୁତ୍ ତାର, ସୁଇଚ୍ ଆଦି ସଜାଡ଼ିଲାବେଳେ ରବର ଜୋତା କାହିଁକି ପିନ୍ଧନ୍ତି ?
ଉ –
- ମଣିଷ ଶରୀର ବିଦ୍ୟୁତ୍ ସୁପରିବାହୀ ଅଟେ ।
- ବିଦ୍ୟୁତ୍ ତାର, ସୁଇଚ ଆଦି ସଜାଡ଼ିଲାବେଳେ କୌଣସି ପ୍ରକାରେ ଆମ ଶରୀର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାହା ଭୂମିକୁ ସ୍ପର୍ଶକଲେ ମୃତ୍ୟୁର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
- ରବର ଜୋତା ବିଦ୍ୟୁତ୍ କୁପରିବାହୀ । ରବର ଜୋତା ପିନ୍ଧିଥିଲେ ଆମ ଶରୀରରେ ବିଦ୍ୟୁତ୍ ସ୍ରୋତ ପ୍ରବେଶ କଲେ ମଧ୍ୟ ଭୂମିକୁ ପ୍ରବାହିତ ହୋଇପାରୁନଥିବାରୁ ଶରୀରର କୌଣସି କ୍ଷତି ହୋଇନଥାଏ । ତେଣୁ ବିଦ୍ୟୁତ୍ ତାର, ସୁଇଚ୍ ଆଦି ସଜାଡ଼ିଲାବେଳେ ରବର ଜୋତା ପିନ୍ଧାଯାଏ ।
Question 3.
ସେଲ୍ର ଗଠନ ଚିତ୍ରସହ ବୁଝାଅ ।
ଉ –
- ସେଲ୍ର ଗୋଟିଏ ମୁଣ୍ଡର ବାହାର ପଟେ ଛୋଟ ଧାତବ ଟୋପିଟିଏ ଓ ଅନ୍ୟ ମୁଣ୍ଡରେ ଖଣ୍ଡିଏ ଧାତବ ଫଳକ ଥାଏ । ଏହି ଫଳକଟି ଧାତବପାତ୍ରର ନିମାଂଶ ।
- ସେଲ୍ର ଘୋଡ଼ଣି ଦେହରେ ଟୋପି ପଟକୁ ଯୁକ୍ତ (+) ଓ ଅନ୍ୟ ପଟକୁ ବିଯୁକ୍ତ (-) ଚିହ୍ନ ଦିଆଯାଇଥାଏ । ଧାତବ ଟୋପିକୁ ଯୁକ୍ତ ବିଦ୍ୟୁତଗ୍ର ଓ ଧାତବ ପାତକୁ ବିଯୁକ୍ତ ବିଦ୍ୟୁତଗ୍ର ବୋଲି କୁହାଯାଏ ।
- ସେଲ୍ ଭିତରେ କିଛି ରାସାୟନିକ ପଦାର୍ଥ ରଖାଯାଇଥାଏ । ଯେତେବେଳେ ସେଲ୍ରୁ ବିଦ୍ୟୁତ୍ ପ୍ରବାହ ଆବଶ୍ୟକ ହୁଏ, ସେତେବେଳେ ଏହି ରାସାୟନିକ ପଦାର୍ଥ ଅନ୍ୟ ରୂପକୁ ପରିବର୍ତ୍ତନ ହୁଏ ଓ ସେଥୁରେ ଥିବା ରାସାୟନିକ ଶକ୍ତି ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତରିତ ହୁଏ । ଫଳରେ ମୂଳ ରାସାୟନିକ ପଦାର୍ଥର ପରିମାଣ କମିଯାଏ । ଏହା
- ଏ ପ୍ରକାର ସେଲ୍ରେ ରାସାୟନିକ ପଦାର୍ଥଟି ପ୍ରାୟ ଶୁଖୁଲା ଅବସ୍ଥାରେ ରହୁଥିବାରୁ ଏହାକୁ ଶୁଷ୍କ ସେଲ୍ କୁହାଯାଏ । ଟର୍ଚ୍ଚ ଲାଇଟ୍, ଘଣ୍ଟା, କାଲ୍କୁଲେଟର, ସେଲ୍ଫୋନ୍, କମ୍ପ୍ୟୁଟର ପ୍ରଭୃତି ଉପକରଣରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ।
- ମୋଟର ଗାଡ଼ି, ସ୍କୁଟର, ମୋଟର ସାଇକେଲ୍ ଆଦି ଯାନରେ ଭିନ୍ନ ପ୍ରକାର ବ୍ୟାଟେରୀ ରହିଥାଏ । ଏଥିରେ ରାସାୟନିକ ପଦାର୍ଥଟି ତରଳ ବା ଜଳୀୟ ଅବସ୍ଥାରେ ଥାଏ ।
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଏକାଧ୍ଵକ ସେଲ୍ର ସଂଯୁକ୍ତ ରୂପକୁ ……….. କହନ୍ତି ।
(ଖ) ସେଲ୍ ……….. ର ଉତ୍ସରୂପେ କାର୍ଯ୍ୟ କରେ ।
(ଗ) ପରିପଥରେ ବିଦ୍ୟୁତ୍ ପ୍ରବାହ ପାଇଁ ପରିପଥଟି ………. ହେବା ଆବଶ୍ୟକ ।
(ଘ) …………. ଦ୍ଵାରା ବିଦ୍ୟୁତ୍ ପରିପଥକୁ ମୁକ୍ତ ଓ ମୁଦିତ କରାଯାଏ ।
(ଙ) ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୁଏ ନାହିଁ ତାହା ବିଦ୍ୟୁତ୍ର ………… ।
(ଚ) ସେଲ୍ରେ ରାସାୟନିକ ଶକ୍ତି …………….. ଶକ୍ତିକୁ ରୂପାନ୍ତରିତ ହୁଏ ।
(ଛ) ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୁଏ ତାହା ବିଦ୍ୟୁତ୍ର …………….. ।
(ଜ) ସମସ୍ତ ଧାତୁ ବିଦ୍ୟୁତ୍ର ………….. ।
ଉତ୍ତର
(କ) ବ୍ୟାଟେରୀ
(ଖ) ବିଦ୍ୟୁତ୍
(ଗ) ମୁଦିତ
(ଘ) ସୁଇଚ୍
(ଙ) କୁପରିବାହୀ
(ଚ) ବିଦ୍ୟୁତ୍
(ଛ) ସୁପରିବାହୀ
(ଜ) ସୁପରିବାହୀ
Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।
(କ) କେଉଁ ଉପକରଣରେ ସେଲ୍ ବ୍ୟବହୃତ ହୁଏ ନାହିଁ ?
(i) ରେଡ଼ିଓ
(ii) ପଙ୍ଖା
(iii) ଟର୍ଚ୍ଚ
(iv) କମ୍ପ୍ୟୁଟର
ଉ –
(ii) ପଙ୍ଖା
(ଖ) କେଉଁଟି ବିଦ୍ୟୁତ୍ କୁପରିବାହୀ ଅଟେ ?
(i) ଲୁହା
(ii) ତମ୍ବା
(iii) କାଠ
(iv) ଆଲୁମିନିୟମ୍
ଉ –
(iii) କାଠ
(ଗ) କେଉଁଟି ବିଦ୍ୟୁତ୍ ଶକ୍ତିରେ ଚାଲେ ନାହିଁ ?
(i) ରେଡ଼ିଓ
(ii) କାଲକୁଲେଟର
(iii) କମ୍ପ୍ୟୁଟର
(iv) ମୋବାଇଲ୍
ଉ –
(ii) କାଲକୁଲେଟର
(ଘ) ମୋଟର ଗାଡ଼ି ବ୍ୟାଟେରୀରେ ରାସାୟନିକ ପଦାର୍ଥ କେଉଁ ଅବସ୍ଥାରେ ଥାଏ ?
(i) ତରଳ
(ii) ଅର୍ଷତରଳ
(iii) କଠିନ
(iv) ଅର୍ଥ କଠିନ
ଉ –
(i) ତରଳ
(ଙ) କେଉଁଟି ବିଦ୍ୟୁତ୍ ସୁପରିବାହୀ ?
(i) କାଠ
(ii) କାଚ
(iii) ବିଶୁଦ୍ଧ ଜଳ
(iv) ଗ୍ରାଫାଇଟ୍
ଉ –
(iv) ଗ୍ରାଫାଇଟ୍
Question 3.
ଯେଉଁଗୁଡ଼ିକ ବିଦ୍ୟୁତ୍ ସୁପରିବାହୀ ସେମାନଙ୍କ ଡାହାଣ ପାଖରେ ଠିକ୍ ଚିହ୍ନ (✓) ଓ ଯେଉଁଗୁଡ଼ିକ ବିଦ୍ୟୁତ୍ କୁପରିବାହୀ ସେମାନଙ୍କ ଡାହାଣ ପାଖରେ (✗) ଚିହ୍ନ ଦିଅ ।
ଉ –
Question 4.
ପ୍ରତ୍ୟେକ ପ୍ରଶ୍ନର ଶବ୍ଦ ଯୋଡ଼ାର ସମ୍ପର୍କକୁ ଦେଖୁ ଦ୍ବିତୀୟ ଯୋଡ଼ା ଶବ୍ଦ ପାଖରେ “?” ଚିହ୍ନ ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(କ) ଧାତୁ : ସୁପରିବାହୀ :: ଅଧାତୁ : (?) ।
(ଖ) ଧାତବ ଟୋପି : ଯୁକ୍ତ ବିଦ୍ୟୁତଗ୍ର :: ଧାତବ ପାତ୍ର : (?) ।
(ଗ) ରେଫ୍ରିଜେରେଟର୍ : ବିଦ୍ୟୁତ୍ :: କାଲ୍କୁଲେଟର : (?) ।
(ଘ) ଇବୋନାଇଟ୍ : କୁପରିବାହୀ :: ଓଦାକାଠ : (?) ।
(ଙ) ଘଣ୍ଟା : ରାସାୟନିକ ପଦାର୍ଥ (ଶୁଖୁଲା) :: ମୋଟର ସାଇକେଲ୍ : (?) ।
ଉ –
(କ) କୁପରିବାହୀ
(ଖ) ବିଯୁକ୍ତ ବିଦ୍ୟୁତଗ୍ର
(ଗ) ଶୁଷ୍କସେଲ୍
(ଘ) ସୁପରିବାହୀ
(ଙ) ରାସାୟନିକ ପଦାର୍ଥ (ତରଳ)
Question 5.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଶୁଷ୍କ ସେଲ୍ରେ ଗ୍ରାଫାଇଟ୍ ଯୁକ୍ତ ବିଦ୍ୟୁତ୍ଵଗ୍ର ରୂପେ କାର୍ଯ୍ୟ କରେ ।
(ଖ) ମୋଟରଗାଡ଼ିରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ।
(ଗ) ରେଡ଼ିଓରେ ଶୁଷ୍କ ସେଲ୍ ବ୍ୟବହୃତ ହୁଏ ନାହିଁ ।
(ଘ) ଗ୍ରାଫାଇଟ୍ ଧାତୁ ନ ହେଲେ ମଧ୍ୟ ବିଦ୍ୟୁତ୍ କୁପରିବାହୀ ।
(ଙ) ସେଲରେ ରାସାୟନିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳି ନ ଥାଏ ।
ଉ –
(କ) ଶୁଷ୍କ ସେଲ୍ରେ ପିତ୍ତଳଟୋପି ଯୁକ୍ତ ବିଦ୍ୟୁତ୍ଵଗ୍ର ରୂପେ କାର୍ଯ୍ୟ କରେ ।
(ଖ) ମୋଟରଗାଡ଼ିରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ନାହିଁ ।
(ଗ) ରେଡ଼ିଓରେ ଶୁଷ୍କ ସେଲ୍ ବ୍ୟବହୃତ ହୁଏ ।
(ଘ) ଗ୍ରାଫାଇଟ୍ ଧାତୁ ନ ହେଲେ ମଧ୍ୟ ବିଦ୍ୟୁତ୍ ସୁପରିବାହୀ ।
(ଙ) ସେଲ୍ରେ ରାସାୟନିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳିଥାଏ ।
Question 6.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
ଉ –