Go through 6th Class Science Book Odia Medium Question Answer and Class 6 Science Chapter 9 Question Answer Odia Medium ପୃଥକୀକରଣର ପଦ୍ଧତି to understand textbook questions more clearly.
6th Class Science Chapter 9 Question Answer Odia Medium
Class 6 Science Chapter 9 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ଅଲଗା କରିବା ପାଇଁ ହାତରେ ବାଛିବା ପ୍ରଣାଳୀର ଉଦ୍ଦେଶ୍ୟ କ’ଣ ?
(କ) ଛାଣିବା
(ଖ) ବାଛି ଅଲଗା କରିବା
(ଗ) ବାଷ୍ପୀକରଣ ହେବା
(ଘ) ଅବକ୍ଷୟ ହେବା
Answer:
(ଖ) ବାଛି ଅଲଗା କରିବା
Question 2.
ନିମ୍ନ ଲି ଖତ ପଦାର୍ଥଗୁଡ଼ିକ ମଧ୍ୟରୁ କେଉଁଟି ସାଧାରଣତଃ ମନ୍ଥନ ପଦ୍ଧତି ବ୍ୟବହାର କରି ଅଲଗା କରାଯାଏ ?
(କ) ପାଣିରୁ ତେଲ
(ଖ) ପାଣିରୁ ବାଲି
(ଗ) କ୍ଷୀରରୁ ଲହୁଣୀ
(ଘ) ବାୟୁରୁ ଅମ୍ଳଜାନ
Answer:
(ଗ) କ୍ଷୀରରୁ ଲହୁଣୀ
![]()
Question 3.
ପରିସ୍ରବଣ ପାଇଁ ସାଧାରଣତଃ କେଉଁ କାରଣ ଆବଶ୍ୟକ ?
(କ) ଉପକରଣ ଆକାର
(ଖ) ବାୟୁର ଉପସ୍ଥିତି
(ଗ) ଛିଦ୍ରର ଆକାର
(ଘ) ମିଶ୍ରଣର ତାପମାତ୍ରା
Answer:
(ଗ) ଛିଦ୍ରର ଆକାର
Question 4.
ନିମ୍ନରେ ଦିଆଯାଇଥିବା ଉକ୍ତିଗୁଡ଼ିକୁ ଠିକ୍ (✓) କିମ୍ବା ଭୁଲ (✗) କାରଣ ସହ କୁହ । ଭୁଲ ଉକ୍ତିଟିକୁ ସଂଶୋଧନ କର ।
(କ) ଲୁଣ ଦ୍ରବଣରୁ ଲୁଣ ଅଲଗା କରିବା ପାଇଁ ଖରାରେ ରଖାଯାଏ ।
Answer:
(✓)
ଉକ୍ତିଟି ଠିକ୍ ଅଟେ । କାରଣ ଖରାରେ ଜଳ ବାଷ୍ପୀଭୂତ ହୋଇଯିବ ଏବଂ ମୂଳ ପାତ୍ରରେ କଠିନ ଲୁଣ ରହିଯିବ ।
(ଖ) ମିଶ୍ରଣରେ ଉପାଦାନର ମାତ୍ରା କମ୍ ହେଲେ ହିଁ ହାତରେ ବାଛିବା ପ୍ରଣାଳୀ ବ୍ୟବହାର କରିବା ଉଚିତ।
Answer:
(✓)
ଉକ୍ତିଟି ଠିକ୍ ଅଟେ, କାରଣ ମିଶିଥିବା ଉପାଦାନର ମାତ୍ରା କମ୍ ଥିବାରୁ ହାତରେ ବାଛିବା ସହଜ ହୋଇଥାଏ ।
(ଗ) ମୁଢ଼ି ଏବଂ ଚାଉଳର ମିଶ୍ରଣର ମିଶ୍ରଣକୁ ଘଷିବା ଦ୍ଵାରା ଅଲଗା କରାଯାଇପାରିବା ।
Answer:
(✗)
ଉକ୍ତିଟି ଭୁଲ ଅଟେ, କାରଣ ଏହି ମିଶ୍ରଣକୁ ଉଡ଼ାଇବା କିମ୍ବା ପାଛୁଡ଼ିବାଦ୍ଵାରା ଅଲଗା କରାଯାଇପାରିବ ।
ଠିକ୍ ଉକ୍ତି : ମୁଢ଼ି ଓ ଚାଉଳର ମିଶ୍ରଣକୁ କୁଲାରେ ପାଛୁ ଡ଼ି ବ। ଦ୍ଵା। ର। ଅ ଲ ଗ କରାଯାଇପାରିବ ।
![]()
(ଘ) ସୋରିଷ ତେଲ ଏବଂ ଲେମ୍ବୁ ପାଣିର ମିଶ୍ରଣକୁ ଆସ୍ରବଣଦ୍ଵାରା ଅଲଗା କରାଯାଇପାରିବ ।
Answer:
(✓)
ଉକ୍ତିଟି ଠିକ ଅଟେ, କାରଣ ତେଲ ଓ ପାଣିର ସାନ୍ଦ୍ରତା ଅଲଗା ଅଟେ ।
(ଙ) ଚାଉଳ ଚୂନା ଏବଂ ପାଣିର ମିଶ୍ରଣକୁ ଅଲଗା କରିବା ପାଇଁ ଚାଲୁଣୀ ବ୍ୟବହାର କରାଯାଏ ।
Answer:
(✗)
ଉକ୍ତିଟି ଭୁଲ ଅଟେ । ଚାଉଳ ଚୁନା ଓ ପାଣିର ମିଶ୍ରଣକୁ ପରି ସ୍ରବଣ ପଦ୍ଧତିରେ ଅଲଗା କରାଯାଇପାରିବ ।
ଠିକ୍ ଉକ୍ତି : ଚାଉଳ ଚୂନା ଓ ପାଣିର ମିଶ୍ରଣକୁ ଅଲଗା କରିବା ପାଇଁ ପରି ସ୍ରବଣ ପଦ୍ଧତି ବ୍ୟବହାର କରାଯାଏ ।
Question 5.
ସ୍ତମ୍ଭ-1 ରେ ଥିବା ମିଶ୍ରଣଗୁଡ଼ିକୁ ସ୍ତମ୍ଭ-2 ରେ ଥିବା ସେମାନଙ୍କର ପୃଥକୀକରଣ କରିବା ପଦ୍ଧତି ସହିତ ଯୋଡ଼ ।

Answer:
| ସ୍ତମ୍ଭ-1 | ସ୍ତମ୍ଭ-2 |
| (କ) ମୁଗ ସହ ବେସନର ମିଶ୍ରଣ | (ଘ) ଚଲାଇବା |
| (ଖ) ପାଣିରେ ଚକ ପାଉଡ଼ର ମିଶ୍ରଣ | (ଙ)ପରିସ୍ରବଣ |
| (ଗ) ଆଳୁ ସହ ମକାର ମିଶ୍ରଣ | (କ) ହାତରେ ବାଛିବା |
| (ଘ) କାଠଗୁଣ୍ଡ ସହ ଲୁହା ଗୁଣ୍ଡର ମିଶ୍ରଣ | (ଖ) ଚୁମ୍ବକୀୟ ପୃଥକୀକରଣ |
| (ଙ) ପାଣିରେ ତେଲର ମିଶ୍ରଣ | (ଗ) ଆସ୍ରବଣ |
![]()
Question 6.
କେଉଁ ପରିସ୍ଥିତିରେ କଠିନ ପଦାର୍ଥକୁ ତରଳ ପଦାର୍ଥରୁ ଅଲଗା କରିବା ପାଇଁ ତୁମେ ଛଣା ପରିବର୍ତ୍ତେ ଆସ୍ରବଣ ପଦ୍ଧତିକୁ ବ୍ୟବହାର କରିବ ?
Answer:
ଯେତେବେଳେ କଠିନ କଣିକାଗୁଡ଼ିକ ଭାରୀ ହୋଇଥାଆନ୍ତି ଏବଂ ପାତ୍ରର ନିମ୍ନଭାଗରେ ସ୍ଥିର ଭାବରେ ରହି ଯାଆନ୍ତି ସେତେବେଳେ ଆସ୍ରବଣ ପଦ୍ଧତିରେ ଏହି କଠିନ ଓ ତରଳ ପଦାର୍ଥକୁ ଅଲଗା କରାଯାଇଥାଏ । କଠିନ କଣକାଗୁଡ଼ିକ ପାତ୍ରର ନିମ୍ନ ଭାଗରେ ରହିଥା’ନ୍ତି ଏବଂ ପରିଷ୍କାର ତରଳ ପଦାର୍ଥ ପାତ୍ରର ଉପରିଭାଗରେ ରହିଥାଏ, ତେ ଣୁ ଆସ୍ର ବ ଣ ପଦ୍ଧତିରେ ଏହାକୁ ଅଲଗା କରାଯାଇଥାଏ । ଉଦାହରଣ ସ୍ଵରୂପ ବାଲି ଓ ଜଳର ମିଶ୍ରଣକୁ ଏହି ପଦ୍ଧତିରେ ଅଲଗା କରାଯାଇଥାଏ ।
Question 7.
ତୁମ ନାକରେ ଥିବା କେଶର ଉପସ୍ଥିତିକୁ କୌଣସି ପୃଥକୀକରଣ ପ୍ରକ୍ରିୟା ସହିତ ସମ୍ବନ୍ଧିତ କରିପାରିବ କି ?
Answer:
ହଁ, ନାକରେ ଥିବା କେଶ ପ୍ରାକୃତିକ ଫିଲଟର (ଛଣା ଯନ୍ତ୍ର) ପରି କାର୍ଯ୍ୟ କରିଥାଏ । କେଶର ଉପସ୍ଥିତ ଯୋଗୁଁ ଶ୍ଵାସକ୍ରିୟା ସମୟରେ ବାୟୁମଣ୍ଡଳରେ ଧୂଳିକଣା ତଥା ଦୂଷିତ କଣିକାଗୁଡ଼ିକ ଛାଣିହୋଇ ନାକ ପୁଡ଼ାରେ ରହିଯାଏ ।
Question 8.
କୋଭିଡ଼ -19 ମହାମାରୀ ସମୟରେ ଆମେ ସମସ୍ତେ ମାସ୍କ ପିନ୍ଧିଥିଲେ । ସାଧାରଣତଃ, ଏହା କେଉଁ ପଦାର୍ଥରେ ତିଆରି ହୋଇଥାଏ ? ଏହି ମାସ୍କର ଭୂମିକା କ’ଣ ?
Answer:
କୋଭିଡ଼- 19 ସମୟରେ ଆମେ ପିନ୍ଧୁଥିବା ମାସ୍କ ସାଧାରଣତଃ କଟନ (କପାସୂତା), ସଂଶ୍ଳେଷିତ ତନ୍ତୁରୁ ପ୍ରସ୍ତତ ସୂତା ବା ପଲିପ୍ରପିଲିନ୍ ରୁ ତିଆରି ହୋଇଥାଏ । ଏହି ମାସ୍କର ମୁଖ୍ୟ ଭୂମିକା ହେଉଛି ବାୟୁମଣ୍ଡଳରେ ଭାସିବୁଲୁଥିବା ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆ ଓ ଭାଇରସ୍ ଆଦିକୁ ସୁସ୍ଥଲୋକର ଶରୀର ମଧ୍ୟକୁ ଶ୍ଵାସକ୍ରିୟା ମାଧ୍ୟମରେ ପ୍ରବେଶ କରିବାରେ ପ୍ରତିବନ୍ଧକ ସୃଷ୍ଟିକରିବା ଓ ରୋଗ ବ୍ୟାପିବାକୁ ନଦେବା ।
Question 9.
ଆଳୁ, ଲୁଣ ଓ କାଠଗୁଣ୍ଠ ଯୁକ୍ତ ମିଶ୍ରଣ ତୁମକୁ ଦିଆଯାଇଛି । ଏହି ମିଶ୍ରଣରୁ ପ୍ରତ୍ୟେକ ଉପାଦାନକୁ ଅଲଗା କରିବା ପାଇଁ ପ୍ରକ୍ରିୟାଗୁଡ଼ିକୁ ପର୍ଯ୍ୟାୟକ୍ରମେ ବର୍ଣ୍ଣନା କର ।
Answer:
ସୋପାନ – 1 : ପ୍ରଥମେ ଆଳୁକୁ ହାତରେ ବାଛି ଅଲଗା କରିବା ।
ସୋପାନ – 2 : ଲୁଣ ଓ କାଠଗୁଣ୍ଠ ମିଶ୍ରଣରେ ପାଣି ମିଶାଯାଉ । ଏହାଦ୍ଵାରା ଲୁଣ ପାଣିରେ ଦ୍ରବୀଭୂତ ହେବ ।
ସୋପାନ – 3: ପରି ସ୍ରବଣ ପଦ୍ଧତି ରେ ଏହି ମିଶ୍ର ଣରେ ଥିବା କାଠ ଗୁଣ୍ଡକୁ ଅଲଗା କରାଯାଇପାରିବ ।
ସୋପାନ – 4 : ବାଷ୍ପୀଭବନ ପଦ୍ଧତି ବ୍ୟବହାର କରି ଲୁଣ ପାଣିରେ ଥିବା ଜଳକୁ ବାଷ୍ପ କରାଯାଇପାରିବ ଏବଂ ପାତ୍ରରେ ଲୁଣ ଅବଶେଷ ଆକାରରେ ରହିଯିବ ।
![]()
Question 10.
ବୁଦ୍ଧିମତୀ ଲୀଲା ଶୀର୍ଷକ କାହାଣୀ ପଢ଼ ଏବଂ ସବୁଠାରୁ ଉପଯୁକ୍ତ ବିକଳ୍ପକୁ ଠିକ୍ଠିହ୍ନ (✓) ଦିଅ । ପାରାଗ୍ରାଫ୍ ପାଇଁ ତୁମ ପସନ୍ଦର ଏକ ଉପଯୁକ୍ତ ଶୀର୍ଷକ ମଧ୍ୟ ପ୍ରଦାନ କର ।
ଲୀଲା ତାଙ୍କ ବାପାଙ୍କ ସହ ଚାଷ ଜମିରେ କାମ କରୁଥିବା ବେଳେ ସେ ଜାଣିବାକୁ ପାଇଲା ଯେ, ସେମାନେ ପିଇବା ପାଣି ଘରେ ଛାଡ଼ି ଦେଇଛନ୍ତି । ବାପାଙ୍କୁ ଶୋଷ/ ଭୋକ ଲାଗିବା ପୂର୍ବରୁ ସେ ନିକଟସ୍ଥ ପୋଖରୀରୁ କିଛି ପାଣି ଶସ୍ୟ ଆଣିବାକୁ ଯାଇଥିଲା । ପାତ୍ରରେ କିଛି ପାଣି ଭରିବା ପରେ ସେ ଦେଖୁଲା ଯେ ପାଣିରେ କାଦୁଅ ମିଶିଛି ଏବଂ ପିଇବା ପାଇଁ ଉପଯୁକ୍ତ/ଅନୁପଯୁକ୍ତ । ପାଣିକୁ ଶୁଦ୍ଧ କରିବା ପାଇଁ ସେ ଏହାକୁ କିଛି ସମୟ ସ୍ଥିର କରି ରଖୁଲା ଏବଂ ତା’ପରେ ସେ କାଗଜ/ ମସଲିନ କପଡ଼ା ବ୍ୟବହାର କରି କାଦୁଅ ପାଣିକୁ ଛାଣି/ମନ୍ଥନ ରଖୁଲା । ଏହାପରେ ଲୀଳା ଏକ ଆବଦ୍ଧ ପାତ୍ରରେ ପାଣିକୁ ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା କଲା | ଫୁଟାଇଲା । ଥଣ୍ଡା କରିବା/ଫୁଟିବା ପରେ ସେ ଏହାକୁ ପୁଣି ଥରେ ଛାଣି/ମନ୍ଥନ କରି ପିଇବା ପାଇଁ ଉପଯୁକ୍ତ / ଅନୁପଯୁକ୍ତ କରିଥିଲା । ଖାଦ୍ୟ ଖାଉଥିବା ବେଳେ ସେ ତାଙ୍କ ବାପାଙ୍କୁ ଏହି ପାଣି ପିଆଇଥିବାରୁ ସେ ଆଶୀର୍ବାଦ ଦେଇଥିଲେ ଏବଂ ତା’ର ପ୍ରୟାସକୁ ପ୍ରଶଂସା କରିଥିଲେ ।
Answer:
ଲୀଲା ତାଙ୍କ ବାପାଙ୍କ ସହ ଚାଷ ଜମିରେ କାମ କରୁଥିବା ବେଳେ ସେ ଜାଣିବାକୁ ପାଇଲା ଯେ, ସେମାନେ ପିଇବା ପାଣି ଘରେ ଛାଡ଼ି ଦେଇଛନ୍ତି । ବାପାଙ୍କୁ ଶୋଷ (✓)/ଭୋକ ଲାଗିବା ପୂର୍ବରୁ ସେ ନିକଟସ୍ଥ ପୋଖରୀରୁ କିଛି ପାଣି(✓)/ଶସ୍ୟ ଆଣିବାକୁ ଯାଇଥିଲା । ପାତ୍ରରେ କିଛି ପାଣି ଭରିବା ପରେ ସେ ଦେଖିଲା ଯେ ପାଣିରେ କାଦୁଅ ମିଶିଛି ଏବଂ ପିଇବା ପାଇଁ ଉପଯୁକ୍ତ | ଅନୁପଯୁକ୍ତ(✓) । ପାଣିକୁ ଶୁଦ୍ଧ କରିବା ପାଇଁ ସେ ଏହାକୁ କିଛି ସମୟ ସ୍ଥିର କରି ରଖୁଲ ଏବଂ ତା’ପରେ ସେ କାଗଜ/ମସଲିନ(✓) କପଡ଼ା ବ୍ୟବହାର କରି କାଦୁଅ ପାଣିକୁ ଛାଣି (✓)|ମନ୍ଥନ ରଖୁଲା । ଏହାପରେ ଲୀଳା ଏକ ଆବଦ୍ଧ ପାତ୍ରରେ ପାଣିକୁ ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା କଲା|ଫୁଟାଇଲା(✓) । ଥଣ୍ଡା କରିବା(✓)| ଫୁଟିବା ପରେ ସେ ଏହାକୁ ପୁଣି ଥରେ ଛାଣି(✓)/ ମନ୍ଥନ କରି ପିଇବା ପାଇଁ ଉପଯୁକ୍ତ (✓) ଅନୁପଯୁକ୍ତ କରିଥିଲା । ଖାଦ୍ୟ ଖାଉଥିବା ବେଳେ ସେ ତାଙ୍କ ବାପାଙ୍କୁ ଏହି ପାଣି ପିଆଇଥିବାରୁ ସେ ଆଶୀର୍ବାଦ ଦେଇଥିଲେ ଏବଂ ତା’ର ପ୍ରୟାସକୁ ପ୍ରଶଂସା କରିଥିଲେ ।
ଉପଯୁକ୍ତ ଶୀର୍ଷକ : ପାଣିକୁ ପରିଷ୍କାର ଓ ବିଶୁଦ୍ଧ କରିବା ପାଇଁ ଲୀଲାର ଚତୁର ସାମାଧାନ ।
ଶୂନ୍ୟସ୍ଥାନ ପୂରଣ କର ।
(କ) ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ _______ କୁହାଯାଏ ।
Answer:
ବକ୍ଷେପଣ
(ଖ) ଜଳରେ ଥିବ। ହାଲୁକ। ପଦାର୍ଥକୁ ______ ପ୍ରଣାଳୀରେ ପୃଥକ୍ କରାଯାଏ ।
Answer:
ଆସ୍ରବଣ
(ଗ) ଚାହାରୁ ଚାହା ଗୁଣ୍ଡ ପୃଥକ୍ କରି ବାର ପ୍ରଣାଳୀକୁ ______ କୁହାଯାଏ ।
Answer:
ପରିସ୍ରବଣ
![]()
(ଘ) ଜଳ ବାଷ୍ପ ହେବାର ପ୍ରକ୍ରିୟାକୁ ______ କୁହାଯାଏ ।
Answer:
ବାଷ୍ପୀକରଣ
(ଙ) କ୍ଷୀରରୁ ଲହୁଣୀ ପୃଥକ୍ କରିବା ପ୍ରଣାଳୀକୁ ______ କୁହାଯାଏ ।
Answer:
ମନ୍ଥନ ପ୍ରଣାଳୀ
(ଚ) ଚୁମ୍ବକ ଓ ଅଚୁମ୍ବକୀୟ ପଦାର୍ଥକୁ ଅଲଗା କରିବାର ପ୍ରଣାଳୀକୁ _______ କୁହାଯାଏ ।
Answer:
ଚୁମ୍ବକୀୟ ପୃଥକୀକରଣ ପ୍ରଣାଳୀ
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(କ) ଲୁଣ ଦ୍ରବଣରୁ ଲୁଣ ଅଲଗା କରିବା ପାଇଁ ଖରାରେ ରଖାଯାଏ ।
Answer:
(✓)
(ଖ) ଚାଉଳ ଚୁନା ଓ ପାଣିର ମିଶ୍ରଣକୁ ଅଲଗା କରିବା ପାଇଁ ଚାଲୁଣୀ ବ୍ୟବହାର କରାଯାଏ ।
Answer:
(✗)
(ଗ) ସୋରିଷ ତେଲ ଓ ଲେମ୍ବୁ ପାଣିର ମିଶ୍ରଣକୁ ଆସ୍ରବଣ ପ୍ରଣାଳୀ ଦ୍ଵାରା ଅଲଗା କରାଯାଇପାରିବ ।
Answer:
(✓)
(ଘ) ମୁଢ଼ି ଓ ଚାଉଳର ମିଶ୍ରଣକୁ କୁଲାରେ ପାଛୋଡ଼ି ବାଦ୍ଵାର। କରାଯାଇପାରିବ ।
Answer:
(✓)
![]()
(ଙ) ମିଶ୍ରଣରେ ଉପାଦାନର ମାତ୍ରା କମ୍ ହେଲେ ହିଁ ହାତର ବାଛିବା ପ୍ରଣାଳୀ ବ୍ୟବହାର କରିବା ଉଚିତ ।
Answer:
(✓)
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ମୁଗ ସହ ବେସନର ମିଶ୍ରଣ | ହାତରେ ବାଛିବା |
| ପାଣିରେ ଚକ୍ ପାଉଡ଼ର ମିଶ୍ରଣ | ଚୁମ୍ବକର ପୃଥକୀକରଣ |
| ଆଳୁ ସହ ମକାର ମିଶ୍ରଣ | ଆସ୍ରବଣ |
| କାଠଗୁଣ୍ଡ ସହ ଲୁହାଗୁଣ୍ଡର ମିଶ୍ରଣ | ପରି ସ୍ରବଣ |
| ପାଣିରେ ତେଲର ମିଶ୍ରଣ | ଚଲାଇବା |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ମୁଗ ସହ ବେସନର ମିଶ୍ରଣ | ଚଲାଇବା |
| ପାଣିରେ ଚକ୍ ପାଉଡ଼ର ମିଶ୍ରଣ | ପରିସ୍ରବଣ |
| ଆଳୁ ସହ ମକାର ମିଶ୍ରଣ | ହାତରେ ବାଛିବା |
| କାଠଗୁଣ୍ଡ ସହ ଲୁହାଗୁଣ୍ଡର ମିଶ୍ରଣ | ଚୁମ୍ବକର ପୃଥକୀକରଣ |
| ପାଣିରେ ତେଲର ମିଶ୍ରଣ | ଆସ୍ରବଣ |