Odisha State Board BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ Important Questions and Answers.
BSE Odisha Class 6 Science Important Questions Chapter 14 ପ୍ରାକୃତିକ ଘଟଣାବଳୀ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
କରକାପାତ କାହିଁକି ହୁଏ ?
ଉ –
- ସମୟ ସମୟରେ ଅତି ଥଣ୍ଡାରେ ବାୟୁମଣ୍ଡଳରେ ଥିବା ଜଳବିନ୍ଦୁଗୁଡ଼ିକ ବରଫ ପାଲଟିଯାଏ ଓ ବର୍ଷାଜଳ ସହ ଭୂପୃଷ୍ଠରେ ପଡ଼େ ।
- ବରଫ ସହ ବର୍ଷାହେବାକୁ କରିକାପାତ କୁହାଯାଏ ।
Question 2.
ଜଳ କେତୋଟି ଅବସ୍ଥାରେ ରହିପାରେ ? ତାହା କ’ଣ କ’ଣ ?
ଉ –
- ଜଳ ତିନୋଟି ଅବସ୍ଥାରେ ରହିପାରେ ।
- ବରଫ, ଜଳ ଓ ଜଳୀୟବାଷ୍ପ ଏହି ତିନି ଅବସ୍ଥାରେ ଜଳ ରହିଥାଏ ।
Question 3.
ବାଷ୍ପୀକରଣ କହିଲେ କ’ଣ ବୁଝ ଉଦାହରଣ ସହ ଲେଖ ।
ଉ –
- ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ, ତାହାକୁ ବାଷ୍ପୀକରଣ କୁହାଯାଏ ।
- ରୋଷେଇବେଳେ, କଳକାରଖାନାରୁ ଓ ଶିଳ୍ପ ଅଞ୍ଚଳରୁ ଜଳ ବାଷ୍ପୀକରଣ ପ୍ରକ୍ରିୟାରେ ବାଷ୍ପହୋଇ ବାୟୁମଣ୍ଡଳରେ ମିଶେ ।
Question 4.
ଘନୀକରଣର ସଂଜ୍ଞା ଲେଖ ଓ ଏହାର ଦୁଇଟି ଉଦାହରଣ ଲେଖ ।
ଉ –
- ଯେଉଁ ପ୍ରଣାଳୀରେ ଗ୍ୟାସୀୟ ପଦାର୍ଥ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ଘନୀକରଣ କହନ୍ତି ।
- ଘନୀକରଣ ଫଳରେ ଜଳୀୟବାଷ୍ପ ଥଣ୍ଡାହୋଇ ମେଘ ସୃଷ୍ଟି କରେ ଏବଂ ଶୀତଦିନେ ଘାସରେ କାକର ପଡ଼େ ।
Question 5.
ବାଷ୍ପୀମୋଚନ କ’ଣ ?
ଉ –
ଯେଉଁ ପ୍ରକ୍ରିୟାରେ ଉଭିଦ ବଳକା ଜଳକୁ ବାୟୁମଣ୍ଡଳକୁ ବାଷ୍ପ ଆକାରରେ ତ୍ୟାଗ କରିଥାଏ, ତାହାକୁ ବାଷ୍ପୀମୋଚନ କ୍ରିୟା କୁହାଯାଏ ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ବାଷ୍ପୀଭବନ କାହାକୁ କହନ୍ତି ଉଦାହରଣ ସହ ଲେଖ । ଏହା କେଉଁ କେଉଁ ପ୍ରଭାବରେ ଅଧିକ ବେଗରେ ହୁଏ ?
ଉ –
- ବାଷ୍ପୀଭବନ ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ପାଣି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ ।
- ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ, ତାପମାତ୍ରା ବଢ଼ିଲେ, ସୂର୍ଯ୍ୟକିରଣ ପଡ଼ିଲେ, ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ ।
Question 2.
ବାଷ୍ପୀକରଣ କ’ଣ ? ଏହା କିପରି ହୁଏ ପରୀକ୍ଷା ସହ ବୁଝାଅ ।
ଉ –
ବାଷ୍ପୀକରଣ – ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ, ତାହାକୁ ବାଷ୍ପୀକରଣ କୁହାଯାଏ ।
- ଗୋଟିଏ ଫ୍ୟୁଜ୍ ଇଲେକ୍ଟ୍ରିକ୍ ବଲ୍ବର ପୋଡ଼ା ତାରକୁ ବାହାର କରି ଗୋଟିଏ ଫ୍ଲାସ୍କ ପ୍ରସ୍ତୁତ କରାଯାଉ ।
- ଫ୍ଲାସ୍କରେ କିଛି ପାଣି ନିଆଯାଉ ଓ କିଛି ଲୁଣ ପକାଯାଉ । ଗୋଟିଏ ଷ୍ଟାଣ୍ଡ୍ ବା ଚିମୁଟାରେ ଫ୍ଲସ୍କକୁ ଝୁଲାଇ ରଖାଯାଉ ।
- ଫ୍ଲାସ୍କର ତଳୁ ଏକ ସ୍ପିରିଟ୍ ଲ୍ୟାମ୍ପ୍ ବା ଡିବି ଦ୍ଵାରା ଉତ୍ତପ୍ତ କରାଯାଉ ।
- କିଛି ସମୟପରେ ପାଣି ଫୁଟି ବାମ୍ଫ ହେବ ଏବଂ ଏହି ବାମ୍ଫଗୁଡ଼ିକ ବାଷ୍ପୀକରଣ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଚାଲିଯାଉଛି ଓ ଲୁଣ ତଳେ ରହିଯାଉଛି ।
Question 3.
ବିଜୁଳି ଓ ଘଡ଼ଘଡ଼ି କିପରି ସୃଷ୍ଟି ହୁଏ ?
ଉ –
- ବାୟୁମଣ୍ଡଳରେ ଥିବା ମେଘର ଜଳବିନ୍ଦୁଗୁଡ଼ିକ ଦୁଇପ୍ରକାର ଚାର୍ଜଯୁକ୍ତ ହୋଇଥାଆନ୍ତି । କେତେକ ମେଘ ଯୁକ୍ତ ଚାର୍ଜ (+)ର ଜଳକଣା ଓ ଅନ୍ୟ କେତେକ ମେଘରେ ବିଯୁକ୍ତାତ୍ମକ (-)ର ଜଳକଣା ଥାଏ ।
- ଝଡ଼ ସମୟରେ ଯେତେବେଳେ ଅଧିକ ବେଗରେ ପବନ ବହୁଥାଏ, ସେତେବେଳେ ବିଷମ ଚାର୍ଜ ବିଶିଷ୍ଟ ମେଘ ` ପ୍ରଚଣ୍ଡ ବେଗରେ ଗତିକରି ନିଜ ନିଜର ନିକଟବର୍ତ୍ତୀ ହୁଅନ୍ତି ।
- ବିଷମ ଚାର୍ଜର ଆକର୍ଷଣ ବଳରେ ସେମାନଙ୍କ ଭିତରେ ଥିବା ବାୟୁ ଉତ୍ତପ୍ତ ହୋଇଯାଏ । ସ୍କାର୍କ ସୃଷ୍ଟିକରେ ଶବ୍ଦ ମଧ୍ୟ ବାହାରେ ।
- ମେଘ ସହିତ ମେଘ ବାଡ଼େଇହେଲେ ବା ବିଦ୍ୟୁତ୍ ଚାର୍ଜ ଭୂମି ଆଡ଼କୁ ଗତିକଲେ ବାୟୁ ସ୍ତରରେ ଅତ୍ୟ ଚାପରେ ସ୍ପାର୍କ ଓ ଶବ୍ଦ ସୃଷ୍ଟି ହୁଏ ।
- ମେଘରେ ସୃଷ୍ଟି ହେଉଥିବା ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ ।
Question 4.
ଜଳଚକ୍ର କିପରି ହୁଏ ବୁଝାଅ ।
ଉ –
- ବାଷ୍ପୀଭବନ ପ୍ରଣାଳୀରେ ନଦୀ, ନାଳ, ହ୍ରଦ, ସମୁଦ୍ର ପ୍ରଭୃତିର ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶେ ।
- ରୋଷେଇ, କଳକାରଖାନାର ଜଳ ବାଷ୍ପୀକରଣ ପ୍ରଣାଳୀରେ ଜଳୀୟବାଷ୍ପ ବା ବାମ୍ଫ ଆକାରରେ ବାୟୁମଣ୍ଡଳକୁ ଯାଏ ।
- ଖାଦ୍ୟ ତିଆରି ଓ ବୃଦ୍ଧି ପାଇଁ ଉଦ୍ଭଦଟିଏ ଜଳ ଆବଶ୍ୟକ କରେ ଏବଂ ବଳକା ଜଳକୁ ବାଷ୍ପୀଭବନ ବା ଉସ୍ଵେଦନ ପ୍ରକ୍ରିୟାରେ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଛାଡ଼େ ।
- ବାୟୁମଣ୍ଡଳର ଅତି ଉଚ୍ଚରେ ଏତେ ଥଣ୍ଡା ଅନୁଭୂତ ହୁଏ ଯେ ସେଠାରେ ଥିବା ଜଳୀୟବାଷ୍ପ ଜଳବିନ୍ଦୁରେ ପରିଣତ ହୋଇ ମେଘ ସୃଷ୍ଟି କରେ ।
- ମେଘ ଅଧିକ ଥଣ୍ଡା ହୋଇ ଜଳ ହୁଏ । ବର୍ଷା ଆକାରରେ ସେହି ଜଳ ଭୂପୃଷ୍ଠକୁ ଆସେ ।
- ଭୂପୃଷ୍ଠର ଜଳ ଜଳୀୟବାଷ୍ପ ଆକାରରେ ଉପରକୁ ଯାଇ ପୁଣି ଜଳୀୟବାଷ୍ପଗୁଡ଼ିକ ଥଣ୍ଡା ହୋଇ ଜଳ ଆକାରରେ ଭୂପୃଷ୍ଠକୁ ଫେରିବାକୁ ଜଳର ଚକ୍ରାକାର ଗତି ବା ଜଳଚକ୍ର କହନ୍ତି ।
ବସ୍ତୁନିଷ୍ଠ ପ୍ରଶୋଉର
Question 1.
ଶୂନ୍ୟସ୍ଥାନ ପୂରଣ କର ।
(i) ଜଳକୁ ଉତ୍ତପ୍ତ କରି ବାଷ୍ପ କରିବାକୁ …………… କୁହାଯାଏ ।
(ii) ମେଘରେ ସୃଷ୍ଟି ହେଉଥିବା ସ୍କାକୁ ………….. କହନ୍ତି ।
(iii) ବୃକ୍ଷଲତା ଓ ଜଙ୍ଗଲ ………….. କରିବାରେ ସାହାଯ୍ୟ କରନ୍ତି ।
(iv) ବାଷ୍ପୀଭବନ ଓ ………….ପରସ୍ପର ବିପରୀତ ପ୍ରକ୍ରିୟା ।
(v) ଜଳୀୟବାଷ୍ପ ଥଣ୍ଡାହୋଇ ………………. ସୃଷ୍ଟି କରେ ।
(vi) ହାତରେ ଆଘାତ ଲାଗିଲେ ………….. ଘସାଯାଏ ।
ଉ –
(i) ବାଷ୍ପୀକରଣ
(ii) ବିଜୁଳି
(iii) ବର୍ଷା
(iv) ଘନୀକରଣ
(v) ମେଘ
(vi) ବରଫ
Question 2.
ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟିକୁ ବାଛି ଲେଖ ।
(i) କୁଆପଥର ଜଳର କେଉଁ ଅବସ୍ଥା ?
(କ) କଠିନ
(ଖ) ତରଳ
(ଗ) ଗ୍ୟାସୀୟ
(ଘ) ପ୍ଲାଙ୍କ୍ଷା
ଉ –
(କ) କଠିନ
(ii) ଭୂନିମ୍ନର ପାଣି କେଉଁ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ ?
(କ) ବାଷ୍ପୀମୋଚନ
(ଖ) ବାଷ୍ପୀଭବନ
(ଗ) ଘନୀକରଣ
(ଘ) ବାଷ୍ପୀକରଣ
ଉ –
(କ) ବାଷ୍ପୀମୋଚନ
(iii) ଘରର ଛାତ ଉପରେ ଜମିଥିବା ପାଣି କେଉଁ ପ୍ରଣାଳୀରେ ଶୁଖୁଯାଏ ?
(କ) ବାଷ୍ପୀମୋଚନ
(ଖ) ବାଷ୍ପୀଭବନ
(ଗ) ଘନୀକରଣ
(ଘ) ଉସ୍ବେଦନ
ଉ –
(ଖ) ବାଷ୍ପୀଭବନ
(iv) ରୋଷେଇବେଳେ ଜଳ କେଉଁ ପ୍ରକ୍ରିୟାରେ ବାଷ୍ପହୋଇ ବାୟୁମଣ୍ଡଳରେ ମିଶେ ?
(କ) ବାଷ୍ପୀଭବନ
(ଖ) ବାଷ୍ପୀମୋଚନ
(ଗ) ଘନୀକରଣ
(ଘ) ବାଷ୍ପୀକରଣ
ଉ –
(ଘ) ବାଷ୍ପୀକରଣ
(v) କେଉଁ ପ୍ରକ୍ରିୟାରେ ବୃକ୍ଷ ବଳକା ଜଳକୁ ତ୍ୟାଗ କରେ ?
(କ) ବାଷ୍ପୀଭବନ
(ଖ) ବାଷ୍ପୀମୋଚନ
(ଗ) ବାଷ୍ପୀକରଣ
(ଘ) ଘନୀକରଣ
ଉ –
(ଖ) ବାଷ୍ପୀମୋଚନ
Question 3.
ବାମ ପାର୍ଶ୍ଵର ସାମଞ୍ଜସ୍ୟକୁ ଦେଖୁ ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ବର୍ଷାପରେ ରାସ୍ତା ଶୁଖୁ : ବାଷ୍ପୀଭବନ :: ଭୂନିମ୍ନସ୍ଥ ଜଳ : …………………… ।
(ii) ଗ୍ୟାସୀୟ ପଦାର୍ଥ ତରଳ ହେବା : ଘନୀକରଣ :: ତରଳ ପଦାର୍ଥ ଗ୍ୟାସ୍ ହେବା : …………………… ।
(iii) ଜଳ ଆପେ ଆପେ ବାଷ୍ପ ହେବା : ବାଷ୍ପୀଭବନ :: ଜଳ ଉତ୍ତପ୍ତ ହୋଇ ବାଷ୍ପ ହେବା : …………………… ।
(iv) ଜଳୀୟବାଷ୍ପ : ଗ୍ୟାସୀୟ :: ଆଇସ୍କ୍ରିମ୍ : …………………… ।
ଉ –
(i) ବାଷ୍ପୀମୋଚନ
(ii) ବାଷ୍ପୀକରଣ
(iii) ବାଷ୍ପୀକରଣ
(iv) କଠିନ
Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ ବାଷ୍ପୀଭବନ କମ୍ ହୁଏ ।
(ଖ) ତାପମାତ୍ରା ବଢିଲେ ବାଷ୍ପୀଭବନର ବେଗ କମେ ।
(ଗ) ଓଦାଲୁଗା ଘନୀକରଣ ପ୍ରକ୍ରିୟାରେ ଶୁଖେ ।
(ଘ) ସ୍ପାର୍କକୁ ଘଡ଼ଘଡ଼ି ଓ ଶବ୍ଦକୁ ବିଜୁଳି କୁହାଯାଏ ।
(ଙ) ଜଳ ଦୁଇଟି ଅବସ୍ଥାରେ ମିଳେ ।
ଉ –
(କ) ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ ବାଷ୍ପୀଭବନ ଅଧିକ ହୁଏ ।
(ଖ) ତାପମାତ୍ରା ବଢ଼ିଲେ ବାଷ୍ପୀଭବନର ବେଗ ବଢ଼େ ।
(ଗ) ଓଦାଲୁଗା ବାଷ୍ପୀଭବନ ପ୍ରକ୍ରିୟାରେ ଶୁଖେ ।
(ଘ) ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ ।
(ଙ) ଜଳ ତିନୋଟି ଅବସ୍ଥାରେ ମିଳେ ।
Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
ଉ –