BSE Odisha 6th Class Science Important Questions Chapter 16 ଜଳ

Odisha State Board BSE Odisha 6th Class Science Important Questions Chapter 16 ଜଳ Important Questions and Answers.

BSE Odisha Class 6 Science Important Questions Chapter 16 ଜଳ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଜଳ ସମ୍ପଦର ସୁରକ୍ଷା କରିବା କାହିଁକି ?
ଉ –

  • ପ୍ରାଣୀ ଓ ଉଭିଦ ବଞ୍ଚିରହିବା ପାଇଁ ଜଳ ମୁଖ୍ୟତଃ ଆବଶ୍ୟକ ।
  • ଜଳ ଦୂଷିତ ହେଲେ ଜୀବଜଗତ ଆଉ ବଞ୍ଚୁହିପାରିବ ନାହିଁ, ଏଣୁ ଜଳ ସମ୍ପଦର ସୁରକ୍ଷା ଆବଶ୍ୟକ ।

Question 2.
ମନୁଷ୍ୟ ଶରୀରରେ ଜଳ କି କି କାର୍ଯ୍ୟ କରେ?
ଉ –
ଜଳ ଆମ ଶରୀରରେ ରକ୍ତକୁ ତରଳ ରଖେ । ପ୍ରତ୍ୟେକ ଜୀବକୋଷରେ ଅଧାରୁ ଅଧ‌ିକ ଜଳ ରହିବାଯୋଗୁଁ ସେଗୁଡ଼ିକ କାର୍ଯ୍ୟକ୍ଷମ ରହନ୍ତି |

Question 3.
ଜଳର ଅପବ୍ୟୟ କମାଇବା ପାଇଁ ଦୁଇଟି ଉପାୟ ଲେଖ ।
ଉ –

  • ବ୍ୟବହାର ପରେ ପାଣିକଳକୁ ବନ୍ଦ କରିବା ଆବଶ୍ୟକ ।
  • ପାଣିକଳକୁ ଖୋଲାରଖ୍ ଦାନ୍ତ, ମୁହଁ ଓ ଲୁଗାପଟା ଆଦି ସଫା କରିବା ଅନୁଚିତ । କଳରୁ ବାଲ୍ଟିରେ ପାଣି ସଂଗ୍ରହ କରି ସେସବୁ କାର୍ଯ୍ୟ କରିବା ଆବଶ୍ୟକ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ଉଭିଦ କେଉଁ କେଉଁ କାର୍ଯ୍ୟପାଇଁ ଜଳ ଆବଶ୍ୟକ କରେ ?
ଉ –

  • ଖାଦ୍ୟ ପ୍ରସ୍ତୁତି ପାଇଁ ଉଭିଦ ଜଳ ଆବଶ୍ୟକ କରେ । ଅଙ୍ଗାରକାମ୍ଳ ଓ ଜଳର ସଂଯୋଗରେ ହିଁ ଶର୍କରା ସୃଷ୍ଟି ହୁଏ ।
  • ମାଟିରେ ଅଣୁଜୀବମାନେ ବଢ଼ିଥା’ନ୍ତି । ଯବକ୍ଷାରଜାନକୁ ମାଟିରେ ମିଶାଇବାପାଇଁ ସାହାଯ୍ୟ କରୁଥିବା ବୀଜାଣୁ ମଧ୍ୟ ଜଳ ଆବଶ୍ୟକ କରିଥା’ନ୍ତି ।
  • ଜଳ ଏକ ଦ୍ରାବକ ହୋଇଥିବାରୁ ମାଟିର ଲବଣକୁ ଏହା ଦ୍ରବୀଭୂତ କରିଥାଏ ।

Question 2.
ଜଳ ସଂରକ୍ଷଣ ପାଇଁ କେଉଁ କେଉଁ ବିଷୟପ୍ରତି ଧ୍ୟାନଦେବା ଆବଶ୍ୟକ ?
ଉ –

  • ଜଳକୁ ଅଯଥା ଅଧ‌ିକ ବ୍ୟବହାର କରିବା ଓ ନଷ୍ଟ କରିବା ନାହିଁ ।
  • ବ୍ୟବହାର ନ କରିବା ବେଳେ ପାଣି ଟ୍ୟାପ୍‌କୁ ସର୍ବଦା ବନ୍ଦ ରଖୁ ।
  • ଜଳ ଉତ୍ସଗୁଡ଼ିକର ପ୍ରଦୂଷଣ କରାଇବା ପାଇଁ ଯତ୍ନନେବା ।
  • ବର୍ଷାଜଳକୁ ଗ୍ରାମାଞ୍ଚଳରେ ଛୋଟ ଜଳଭଣ୍ଡାରରେ ସାଇତିରଖୁବା ।
  • ସହରାଞ୍ଚଳର ଛାତରେ ପଡ଼ୁଥିବା ବର୍ଷାଜଳ ଅମଳକରିବା; ଅର୍ଥାତ୍‌ ଏହାକୁ ବୋହିଯିବାକୁ ନଦେଇ ଗର୍ଭ ଖନନ କରି ସେଥୁରେ ସଂଗ୍ରହ କରିବା !

BSE Odisha 6th Class Science Important Questions Chapter 16 ଜଳ

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଆମ ରକ୍ତରେ …………….. ଏକ ମୁଖ୍ୟ ଉପାଦାନ ।
(ଖ) ଅନେକ ଅଦରକାରୀ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ……………. ଓ …………………… ଆକାରରେ ଆମ ଶରୀରରୁ ବାହାରିଯାଏ ।
(ଗ) ଜଳ ଏକ ……………
(ଘ) ମାଟିର …………. କୁ ଜଳ ଦ୍ରବୀଭୂତ କରିଥାଏ ।
(ଙ) ଉଦ୍ଭଦ …………. ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ ।
(ଚ) ମହାନଦୀର ବନ୍ୟାଜଳକୁ ରୋକିବା ପାଇଁ ………….. ଠାରେ ବନ୍ଧ କରାଯାଇଛି ।
ଉ –
(କ) ଜଳ
(ଖ) ମୂତ୍ର, ଝାଳ
(ଗ) ଦ୍ରାବକ
(ଘ) ଲବଣ
(ଙ) ଶର୍କରା
(ଚ) ହୀରାକୁଦ

Question 2.
(କ) ଜଳ ……………. ମିଶି ଶର୍କରା ସୃଷ୍ଟି ହୁଏ ।
(ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ)
(ଖ) ………….. କ୍ରିୟାରେ ଜଳୀୟବାଷ୍ପ ତ୍ୟାଗ କରେ ।
(ଉଦ୍ବେଦନ, ବାଷ୍ପୀଭବନ, ଘନୀକରଣ)
(ଗ) ………….. ମାଟିର ଜଳ ଧରିରଖୁର କ୍ଷମତା ସବୁଠାରୁ ଅଧିକ ।
(ଚିକିଟା, ବାଲିଆ, ଦୋରସା)
(ଘ) …………..ମାଟିର ଜଳ ଧରିରଖୁବାର କ୍ଷମତା ସବୁଠାରୁ କମ୍ ।
(ଚିକିଟା, ବାଲିଆ, ଦୋରସା)
(ଙ) ………… ଗ୍ୟାସ୍‌କୁ ମାଟିରେ ମିଶାଇବାପାଇଁ ସାହାଯ୍ୟ କରୁଥିବା ବୀଜାଣୁ ମଧ୍ଯ ଜଳ ଆବଶ୍ୟକ କରନ୍ତି ।
(ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ)
ଉ –
(କ) ଅଙ୍ଗାରକାମ୍ଳ
(ଖ) ଉସ୍ବେଦନ
(ଗ) ଚିକିଟା
(ଘ) ବାଲିଆ
(ଙ) ଯବକ୍ଷାରଜାନ

BSE Odisha 6th Class Science Important Questions Chapter 16 ଜଳ

Question 3.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ରକ୍ତର ମୂଖ୍ୟ ଉପାଦାନ ଖାଦ୍ୟ ।
(ଖ) ବାଲିଆ ମାଟିରେ ପରିବା ଚାଷ ଭଲ ହୁଏ ।
(ଗ) ଦୋରସା ମାଟିର ଜଳଧାରଣ କ୍ଷମତା ସବୁଠାରୁ ଅଧିକ ।
(ଘ) ଚିକିଟା ମାଟିର ଜଳଧାରଣ କ୍ଷମତା ସବୁଠାରୁ କମ୍ ।
(ଙ) ଗଛ ଜଳତ୍ୟାଗ କରିବାକୁ ଅପଚୟ କୁହାଯାଏ ।
ଉ –
(କ) ରକ୍ତର ମୁଖ୍ୟ ଉପାଦାନ ଜଳ ।
(ଖ) ଦୋରସା ମାଟିରେ ପରିବା ଚାଷ ଭଲ ହୁଏ ।
(ଗ) ଚିକିଟା ମାଟିର ଜଳଧାରଣ କ୍ଷମତା ସବୁଠାରୁ ଅଧିକ ।
(ଘ) ବାଲିଆ ମାଟିର ଜଳଧାରଣ କ୍ଷମତା ସବୁଠାରୁ କମ୍ ।
(ଙ) ଗଛ ଜଳତ୍ୟାଗ କରିବାକୁ ଉଦନ କୁହାଯାଏ ।

Question 4.
ଠିକ୍ ଉତ୍ତର ପାଖରେ ( ✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ବାଲିଆ ମାଟିର ଜଳ ଧରି ରଖୁବାର କ୍ଷମତା ସବୁଠାରୁ ବେଶି । (✗)
(ଖ) ଚିକିଟା ମାଟିର ଜଳ ଧରି ରଖୁବାର କ୍ଷମତା ସବୁଠାରୁ କମ୍ । (✗)
(ଗ) ନଦୀ, ପୋଖରୀ ଇତ୍ୟାଦି ଜଳର ଉତ୍ସ ଅଟେ । (✓)
(ଘ) ଜଳ ଏକ ଦ୍ରବଣ । (✗)
(ଙ) ଆମ ରକ୍ତରେ ଜଳ ଏକ ମୁଖ୍ୟ ଅଂଶ ଅଟେ । (✓)

BSE Odisha 6th Class Science Important Questions Chapter 16 ଜଳ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 16 ଜଳ - 1
ଉ –
BSE Odisha 6th Class Science Important Questions Chapter 16 ଜଳ - 2

Leave a Comment