Odisha State Board BSE Odisha 6th Class Science Important Questions Chapter 15 ଆଲୋକ Important Questions and Answers.
BSE Odisha Class 6 Science Important Questions Chapter 15 ଆଲୋକ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ରନ୍ଧ୍ର କ୍ୟାମେରାରେ ବସ୍ତୁର କିପରି ପ୍ରତିବିମ୍ବ ସୃଷ୍ଟି ହୁଏ ? ଏହାର କାରଣ କ’ଣ ?
ଉ –
- ରନ୍ଧ୍ର କ୍ୟାମେରାରେ ବସ୍ତୁର ସଳଖ ଓ ଓଲଟା ପ୍ରତିବିମ୍ବ ସୃଷ୍ଟି ହୁଏ ।
- ଆଲୋକ ଏକ ସରଳରେଖାରେ ଗତିକରେ ବୋଲି ଏପରି ପ୍ରତିବିମ୍ବ ସୃଷ୍ଟିହୁଏ ।
Question 2.
ଅସ୍ବଚ୍ଛ ପଦାର୍ଥ କାହାକୁ କହନ୍ତି ? ଏହାର ଦୁଇଟି ଉଦାହରଣ ଦିଅ ।
ଉ –
- ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଆଦୌ ଯାଇପାରେ ନାହିଁ ସେଗୁଡ଼ିକୁ ଅସ୍ବଚ୍ଛ ପଦାର୍ଥ କୁହାଯାଏ ।
- କାଗଜ, କାର୍ଡ଼ବୋର୍ଡ଼, ଖପରା ଆଦି ଅସ୍ବଚ୍ଛ ପଦାର୍ଥ ।
Question 3.
ପ୍ରତିଫଳନ ପୃଷ୍ଠ କ’ଣ ? ୨ଟି ଉଦାହରଣ ଦିଅ ।
ଉ –
- ଯେଉଁ ପୃଷ୍ଠରେ ଆଲୋକ ପଡ଼ିଲେ ଆଲୋକର ପ୍ରତିଫଳନ ହୋଇଥାଏ, ତାହାକୁ ପ୍ରତିଫଳନ ପୃଷ୍ଠା କୁହାଯାଏ ।
- ଯଥା :- କାଚ ଓ ପାଣି ।
Question 3.
ଆଲୋକ ଗୁଚ୍ଛ କ’ଣ?
ଉ –
- ଆଲୋକ ଉତ୍ସରୁ ଆଲୋକ ସବୁଦିଗକୁ ସରଳରେଖାରେ ଗତିକରେ । ଏହାକୁ ଆଲୋକ ରଶ୍ମି କହନ୍ତି ।
- ରଶ୍ମିମାନଙ୍କର ସମାହାରକୁ ଆଲୋକ ଗୁଚ୍ଛ କହନ୍ତି । ଟର୍ଚ୍ଚ ଓ ଗାଡ଼ିରୁ ଆଲୋକ ଗୁଚ୍ଛ ଆସେ ।
Question 4.
ଛାୟା କାହାକୁ କହନ୍ତି ? ଛାୟାର ଆକାର କାହା କାହା ଉପରେ ନିର୍ଭର କରେ ?
ଉ –
- ଆଲୋକ ଆଗରେ କୌଣସି ଅସ୍ଵଚ୍ଛ ବସ୍ତୁ ରଖିଲେ ବସ୍ତୁର ପଛପଟେ ଅନ୍ଧକାର ସୃଷ୍ଟି ହୁଏ । ଏହାକୁ ବସ୍ତୁର ଛାୟା କହନ୍ତି । ଏହି ଛାୟା ଭୂମିରେ ବା ଗୋଟିଏ ପରଦା ଉପରେ ପଡ଼ିଥାଏ ।
- ଛାୟାର ଆକାର ଆଲୋକ, ଅସ୍ବଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଉପରେ ନିର୍ଭର କରେ ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ଆଲୋକ ଭେଦରେ ପଦାର୍ଥକୁ କେତେ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ଉଦାହରଣ ସହ ଲେଖ ।
ଉ –
ଆଲୋକ ଭେଦରେ ପଦାର୍ଥମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – ସ୍ବଚ୍ଛ ପଦାର୍ଥ, ଅସ୍ବଚ୍ଛ ପଦାର୍ଥ ଓ ଅଳ୍ପ ସ୍ବଚ୍ଛ ପଦାର୍ଥ ।
ସ୍ୱଚ୍ଛ ପଦାର୍ଥ :
- ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଯାଇପାରେ, ସେଗୁଡ଼ିକୁ ସ୍ବଚ୍ଛ ପଦାର୍ଥ କୁହାଯାଏ ।
- କାଚ, ଚଷମା, ପାଣି ଆଦି ସ୍ବଚ୍ଛ ପଦାର୍ଥ ।
ଅସ୍ବଚ୍ଛ ପଦାର୍ଥ :
- ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଆଦୌ ଯାଇପାରେ ନାହିଁ, ତାହାକୁ ଅସ୍ବଚ୍ଛ ପଦାର୍ଥ କୁହାଯାଏ ।
- ଖପରା, କାଗଜ, କାର୍ଡ଼ବୋର୍ଡ଼ ଆଦି ଅସ୍ବଚ୍ଛ ପଦାର୍ଥ ।
ଅଳ୍ପ ସ୍ବଚ୍ଛ ପଦାର୍ଥ:
- ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଅଳ୍ପ ଅଳ୍ପ ଆସେ, ତାହାକୁ ଅଳ୍ପ ସ୍ବଚ୍ଛ ପଦାର୍ଥ କୁହାଯାଏ ।
- ପତଳା ପ୍ଲାଷ୍ଟିକ୍, ତେଲଲଗା କାଗଜ, ରଙ୍ଗିନ୍ କାଗଜ ଆଦି ଅଳ୍ପ ସ୍ଵଚ୍ଛ ପଦାର୍ଥ ।
Question 2.
ରନ୍ଧ୍ର କ୍ୟାମେରାର ଗଠନ ଲେଖ ।
ଉ –
- ମୋଟା କାଗଜର ଦୁଇଟି ଲମ୍ବାକୃତି ଖୋଳ ନେବା ଯେପରି ଗୋଟିଏ ଖୋଳ ଅନ୍ୟ ଖୋଳ ଭିତରକୁ ଯାଇପାରୁଥବ ।
- ପ୍ରତ୍ୟେକ ଖୋଳର ଗୋଟିଏ ଓସାର ପାଖ ଖୋଲାଥିବ । ବଡ଼ ଖୋଳର ବନ୍ଦ ପାଖରେ ଗୋଟିଏ ସୂକ୍ଷ୍ମଛିଦ୍ରଟିଏ କରିବା ।
- ସାନ ଖୋଳର ବନ୍ଦ ପାଖରେ ବଡ଼ ରନ୍ଧ୍ରଟିଏ କରି ତେଲବୋଳା କାଗଜ ତା’ଉପରେ ମଡ଼ାଇବା ।
- ବଡ଼ ଖୋଳର ଖୋଲା ମୁହଁ ବାଟେ ଛୋଟ ଖୋଳର ଖୋଲା ମୁହଁଟିକୁ ପ୍ରବେଶ କରାଇବା । ଏହା ଏକ ରନ୍ଧ୍ର କ୍ୟାମେରା ହେବ ।
ବସ୍ତୁନିଷ୍ଠ ପ୍ରଶୋଉର
Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଆଲୋକ ………….. ବସ୍ତୁ ଦେଇ ଭଲ ଭାବରେ ଗତିପକରେ ।
(ଖ) …………… ବିଭିନ୍ନ ପଦାର୍ଥକୁ ଦେଖିବାରେ ସାହାଯ୍ୟ କରେ ।
(ଗ) ଆଲୋକ ରଶ୍ମି ……………… ରେଖାରେ ଗତିକରେ ।
(ଘ) ଆଲୋକ ଗତିପଥରେ ……………. ବସ୍ତୁ ରଖୁ ଛାୟା ସୃଷ୍ଟି ହୁଏ ନାହିଁ ।
(ଙ) ରନ୍ଧ୍ର କ୍ୟାମେରାରେ ବସ୍ତୁର …………………… ଓ ……………… ପ୍ରତିବିମ୍ବ ସୃଷ୍ଟି ହୁଏ ।
(ଚ) …………….. ଏକ ପ୍ରତିଫଳନ ପୃଷ୍ଠ ।
(ଛ) ଆଲୋକ ଗତିପଥରେ …………………… ବସ୍ତୁ ରଖୁଲେ ବସ୍ତୁ ଆକାରରେ ଛାୟା ସୃଷ୍ଟି ହୁଏ ।
ଉ –
(କ) ସ୍ଵଚ୍ଛ
(ଖ) ଆଲୋକ
(ଗ) ସରଳ
(ଘ) ସ୍ଵଚ୍ଛ
(ଙ) ସଳଖ, ଓଲଟା
(ଚ) ଦର୍ପଣ
(ଛ) ଅସ୍ବଚ୍ଛ ।
Question 2.
ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥିବା ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ନିମ୍ନଲିଖ ମଧ୍ୟରୁ କେଉଁଟି ସ୍ଵଚ୍ଛ ବସ୍ତୁ ?
(i) ଦର୍ପଣ
(ii) କାର୍ବନପେପର
(iii) ଟ୍ରେସିଂପେପର
(iv) ଜଳ
ଉ –
(iv) ଜଳ
(ଖ) ନିମ୍ନଲିଖ ମଧ୍ୟରୁ କେଉଁଟି ଏକ ଅସ୍ବଚ୍ଛ ବସ୍ତୁ ?
(i) ଜଳ
(ii) ଚଷମା
(iii) ଦର୍ପଣ
(iv) କାଚ
ଉ –
(iii) ଦର୍ପଣ
(ଗ) ନିମ୍ନଲିଖ ମଧ୍ୟରୁ କେଉଁଟି ଏକ ଅର୍ଦ୍ଧସ୍ବଚ୍ଛ ବସ୍ତୁ ?
(i) କାଚ
(ii) ଦର୍ପଣ
(iii) କାର୍ଡ଼ବୋର୍ଡ଼
(iv) ରଙ୍ଗିନ୍ କାଗଜ
ଉ –
(iv) ରଙ୍ଗିନ୍ କାଗଜ
(ଘ) ଛାୟାର ଆକାର କାହା ଉପରେ ନିର୍ଭର କରେ ନାହିଁ ?
(i) ପ୍ରତିଫଳନ ପୃଷ୍ଠ
(ii) ଆଲୋକ
(iii) ଅସ୍ବଚ୍ଛ ବସ୍ତୁ
(iv) ପରଦାର ଅବସ୍ଥାନ
ଉ –
(i) ପ୍ରତିଫଳନ ପୃଷ୍ଠ
(ଙ) ରନ୍ଧ୍ର କ୍ୟାମେରାରେ ବସ୍ତୁର କିପରି ପ୍ରତିବିମ୍ବ ସୃଷ୍ଟି ହୁଏ ?
(i) ସଳଖ ଓ ସିଧା
(ii) ସଳଖ ଓ ଓଲଟା
(iii) ବଙ୍କା ଓ ସିଧା
(iv) ବଙ୍କା ଓ ଓଲଟା
ଉ –
(iv) ବଙ୍କା ଓ ଓଲଟା
Question 3.
ବାମ ପାର୍ଶ୍ଵରେ ଥିବା ଶବ୍ଦଦ୍ଵୟର ସମ୍ପର୍କକୁ ଦେଖୁ ଦକ୍ଷିଣ ପାର୍ଶ୍ଵରେ ଥିବା ଶୂନ୍ୟସ୍ଥାନ ପୂରଣ କର ।
(କ) ଟେବୁଲ : ଆଲୋକ ଉତ୍ସ ନୁହେଁ : : ତାରା : ………… ।
(ଖ) ଦର୍ପଣ : ଉଜ୍ଜ୍ବଳ ବସ୍ତୁ ନୁହେଁ : : ଟର୍ଚ୍ଚ : ………… ।
(ଗ) ପତଳା ପ୍ଲାଷ୍ଟିକ୍ : ଅର୍ଦ୍ଧସ୍ବଚ୍ଛ : : ଫଟୋବନ୍ଧେଇ କାଚ : ………… ।
(ଘ) ପାଣି : ସ୍ୱଚ୍ଛ ପଦାର୍ଥ : : କାଗଜ କାର୍ଡ଼ବୋର୍ଡ଼ : ………… ।
(ଙ) ଖପରା : ଅସ୍ୱଚ୍ଛ ପଦାର୍ଥ : : ରଙ୍ଗିନ୍ କାଗଜ : ………… ।
ଉ –
(କ) ଆଲୋକ ଉତ୍ସ
(ଖ) ଉଜ୍ଜ୍ଵଳ ବସ୍ତୁ
(ଗ) ସ୍ବଚ୍ଛ
(ଘ) ଅସ୍ବଚ୍ଛ ପଦାର୍ଥ
(ଙ) ଅଳ୍ପ ସ୍ବଚ୍ଛ ପଦାର୍ଥ ।
Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଚଷମା କାଚ ଏକ ଅସ୍ବଚ୍ଛ ପଦାର୍ଥ ।
(ଖ) ରଶ୍ମିମାନଙ୍କର ସମାହାରକୁ ସରରେଖୀୟ ଗତି କୁହାଯାଏ ।
(ଗ) ଆଲୋକ ନିର୍ଗତ କରୁଥିବା ବସ୍ତୁକୁ ଆଲୋକଗୁଚ୍ଛ କୁହାଯାଏ
(ଘ) ଆଲୋକର ପ୍ରତିଫଳନ ସ୍ଵଚ୍ଛ ପଦାର୍ଥର ପୃଷ୍ଠରେ ହୁଏ ।
(ଙ) ନିର୍ମଳ ଜଳ ଏକ ଅସ୍ବଚ୍ଛ ପଦାର୍ଥ ।
ଉ –
(କ) ଚଷମା କାଚ ଏକ ସ୍ୱଚ୍ଛ ପଦାର୍ଥ ।
(ଖ) ରଶ୍ମିମାନଙ୍କର ସମାହାରକୁ ଆଲୋକଗୁଚ୍ଛ କୁହାଯାଏ ।
(ଗ) ଆଲୋକ ନିର୍ଗତ କରୁଥିବା ବସ୍ତୁକୁ ଆଲୋକ ଉତ୍ସ କୁହାଯାଏ ।
(ଘ) ଆଲୋକର ପ୍ରତିଫଳନ ଦର୍ପଣ ପୃଷ୍ଠରେ ହୁଏ ।
(ଙ) ନିର୍ମଳ ଜଳ ଏକ ସ୍ବଚ୍ଛ ପଦାର୍ଥ ।
Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
ଉ –