BSE Odisha 7th Class Odia Solutions Chapter 17 ମନରେ ଆସୁ ମୋ ଭଲ ଭାବନା

Odisha State Board BSE Odisha 7th Class Odia Solutions Chapter 17 ମନରେ ଆସୁ ମୋ ଭଲ ଭାବନା Textbook Exercise Questions and Answers.

BSE Odisha Class 7 Odia Solutions Chapter 17 ମନରେ ଆସୁ ମୋ ଭଲ ଭାବନା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ସୁଖ ଚାହିଁବାକୁ ହେଲେ ଆମକୁ ପ୍ରଥମେ କ’ଣ କରିବାକୁ ହେବ ?
Answer:
ସୁଖ ଚାହିଁବାକୁ ହେଲେ ମାନସିକ ଶାନ୍ତିର ଆବଶ୍ୟକତା ରହିଛି । ଅନ୍ୟକୁ ଭଲ ପାଇବାରେ ଏହି ଶାନ୍ତି ନିହିତ । ଅନ୍ୟମାନଙ୍କ ପାଇଁ ମନ ଭିତରେ ଭଲ ଭାବନା ରଖୁଲେ ଓ ଅନ୍ୟର ହିତ କାମନା କଲେ ଆମକୁ ସମସ୍ତେ ଆପଣାର ଜଣାପଡ଼ିବେ ଓ ଆମେ ମାନସିକ ଶାନ୍ତି ଲାଭ କରିପାରିବା । ଏହି ମାନସିକ ଶାନ୍ତି ହିଁ ଆମକୁ ସୁଖ ପ୍ରଦାନ କରିବ ।

(ଖ) ଆମେ କ’ଣ କଲେ ଆମକୁ ସମସ୍ତେ ଭଲ ପାଇବେ ?
Answer:
‘ଆପେ ଭଲ ହେଲେ ଦୁନିଆ ଭଲ ’’ । ଏହି ଉକ୍ତିଟି ସବୁବେଳେ ସତ । ଆମେ ଅନ୍ୟମାନଙ୍କ ପାଇଁ ମନ ଭିତରେ ସବୁବେଳେ ଭଲ ଚିନ୍ତାକଲେ, ଅନ୍ୟମାନଙ୍କ ହିତ କାମନା କଲେ, ମନ ଭିତରେ ଭଲ ଭାବନା ରଖୁଲେ ଓ ସମସ୍ତଙ୍କୁ ଆପଣାର ମନେକଲେ ସମସ୍ତେ ଆମକୁ ଭଲ ପାଇବେ ଓ ଆମେ ସୁଖରେ ରହିବା ।

(ଗ) ରାଜା ପ୍ରତିଦିନ କେଉଁ କାମଟି କରିବାକୁ ଭଲ ପାଉଥିଲେ ?
Answer:
ରାଜା ଥିଲେ ପ୍ରଜାନୁରଞ୍ଜକ । ପ୍ରଜାମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖିବାକୁ ସେ ଭଲ ପାଉଥିଲେ । ତେଣୁ ସମୟ ସମୟରେ ରାଜଧାନୀରେ ହାତୀ ଉପରେ ବସି ଭ୍ରମଣ କରୁଥିଲେ । ବିଶେଷତଃ ସନ୍ଧ୍ୟା ସମୟରେ ହାତୀ ଚଢ଼ି ବୁଲିବାକୁ ରାଜା ଭଲ ପାଉଥିଲେ ।

(ଘ) ରାଜା ନିଜର ଦୁଶ୍ଚିନ୍ତା ସମ୍ପର୍କରେ କାହା ସହିତ ଆଲୋଚନା କଲେ ?
Answer:
ରାଜାଙ୍କ ମନରେ ଦୋକାନୀ ପ୍ରତି ସୃଷ୍ଟି ହୋଇଥିବା ଅହେତୁକ ଘୃଣା କ୍ରମଶଃ ତାଙ୍କ ଦୁଶ୍ଚିନ୍ତାର କାରଣ ହେଲା । ଶାନ୍ତ ସ୍ବଭାବ ବିଶିଷ୍ଟ ରାଜାଙ୍କ ମନ ଭିତରେ ଦେଖା ଦେଇଥ‌ିବା କୁଚିନ୍ତାର କାରଣ ନିର୍ଦ୍ଧାରଣ କରିବାପାଇଁ ତାଙ୍କ ମନରେ ଉତ୍କଣ୍ଠା ଜାତ ହେଲା । ମନ୍ତ୍ରୀଙ୍କୁ ଡକାଇ କାରଣ ଅନୁସନ୍ଧାନ କରିବାପାଇଁ ସେ ତାଙ୍କ ସହ ଆଲୋଚନା କଲେ ।

(ଙ) ମନ୍ତ୍ରୀ ଦୋକାନୀବନ୍ଧୁଙ୍କ ସହ କାହିଁକି ଦୁଃଖସୁଖ ହେବାପାଇଁ ଚାହିଁଲେ ?
Answer:
ଚନ୍ଦନ କାଠ ବିକ୍ରି କରୁଥିବା ଦୋକାନୀ ଥିଲେ ମନ୍ତ୍ରୀଙ୍କର ଜଣେ ବନ୍ଧୁ । ଦୀର୍ଘଦିନ ଧରି ଦୁଇବନ୍ଧୁଙ୍କର ଦେଖା ସାକ୍ଷାତ ହୋଇ ନଥିଲା । ମନ୍ତ୍ରୀଙ୍କୁ ଦେଖିଲା ମାତ୍ରେ ଦୋକାନୀ ଜଣକ ଆନନ୍ଦରେ ତାଙ୍କୁ ସାଦର ସମ୍ବର୍ଦ୍ଧନା ଜଣାଇଲେ । ପୁନଶ୍ଚ ରାଜାଙ୍କ ମନରେ ଦୋକାନୀ ପ୍ରତି ଜାତ ହୋଇଥିବା କୁଭାବନାର କାରଣ କ’ଣ ତାହା ମନ୍ତ୍ରୀ ଜାଣିବାକୁ ଚାହୁଁଥିଲେ

(ଚ) ଦୋକାନୀ ଜଣକ କିପରି ନିଜ ସମସ୍ୟାରୁ ମୁକ୍ତ ହେବେ ବୋଲି କହିଲେ ?
Answer:
ଦୋକାନୀ ଜଣକ ନିଜ ବ୍ୟବସାୟର ମାନ୍ଦା ଅବସ୍ଥା ନେଇ ଚିନ୍ତିତ ଥିଲେ । ବଜାରରେ ଚନ୍ଦନ କାଠର ଚାହିଦା କମି ଯାଇଥବାରୁ ଦର କମି ଯାଇଥିଲା । ଫଳରେ ବ୍ୟବସାୟରେ ଖଟାଇଥିବା ଟଙ୍କା ସେ କିପରି ଫେରିପାଇବେ, ସେହି ଚିନ୍ତା ତାଙ୍କୁ ଭୀଷଣ କଷ୍ଟ ଦେଉଥିଲା । ସେହି ସମସ୍ୟାରୁ ମୁକ୍ତି ପାଇବାପାଇଁ ସେ ଚିନ୍ତା କରିଥିଲେ ଯେ ଯଦି ରାଜାଙ୍କର ମୃତ୍ୟୁ ହୁଅନ୍ତା ତେବେ ତାଙ୍କ ଶବଦାହ ପାଇଁ ଅନେକ ଚନ୍ଦନ କାଠ ଆବଶ୍ଯକ ହୁଅନ୍ତା; ଯଦ୍ୱାରା ତାଙ୍କ ଦୋକାନରେ ଗଚ୍ଛିତ ଥ‌ିବା ସମସ୍ତ କାଠ ସହଜରେ ବିକ୍ରି ହୋଇଯା’ନ୍ତା । ଫଳତଃ ସେ ବ୍ୟବସାୟରେ ଖଟାଇଥିବା ଟଙ୍କାତକ ଫେରିପାଇଯାନ୍ତେ ଓ ସମସ୍ୟାରୁ ମୁକ୍ତ ହୋଇଯାଆନ୍ତେ ବୋଲି ମନ୍ତ୍ରୀଙ୍କୁ କହିଲେ ।

(ଛ) ମନ୍ତ୍ରୀଙ୍କଠାରୁ ରାଜାଙ୍କ ଇଚ୍ଛା ସମ୍ପର୍କରେ ଜାଣିଲା ପରେ, ଦୋକାନୀ ଜଣକ କ’ଣ ଚିନ୍ତା କଲେ ?
Answer:
ରାଜା ଚନ୍ଦନ କାଠର କିଛି ସାମଗ୍ରୀ ତିଆରି କରାଇବାକୁ ଇଚ୍ଛା କରିଛନ୍ତି ବୋଲି ମନ୍ତ୍ରୀ ଦୋକାନୀକୁ କହିଲେ । ଏତେ ପରିମାଣରେ ଚନ୍ଦନ କାଠ ରାଜଧାନୀରେ ମିଳିପାରିବ କି ନାହିଁ ଏହା ବୁଝିବାକୁ ସେ ଆସିଛନ୍ତି ବୋଲି କହିବାରୁ ଦୋକାନୀ ଜଣକ ଖୁସି ହୋଇଗଲେ । ଏହା ଏକ ଅପୂର୍ବ ଯୋଗାଯୋଗ ବୋଲି ଅନୁଭବ କରି ଓ ଚନ୍ଦନ କାଠତକ ବିକ୍ରି ହୋଇଯିବ ଭାବି ସେ ଖୁସି ହୋଇଗଲେ । ଏଭଳି ଦୟାଳୁ ରାଜାଙ୍କର ଅକାଳ ମରଣ କଥା ଚିନ୍ତା କରିଥିବାରୁ ସେ ଲଜ୍ଜିତ ହେଲେ ଓ ମନେ ମନେ ଅନୁତାପ କଲେ ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ରାଜାଙ୍କ ସ୍ଵଭାବ କିପରି ଥିଲା ?
Answer:
ରାଜା ଥିଲେ ପ୍ରଜାନୁରଞ୍ଜକ ଓ ଶାନ୍ତିପ୍ରିୟ । ପ୍ରଜାମାନଙ୍କର ମଙ୍ଗଳ କାମନା କରି ସେ ରାଜ୍ୟରେ ଲୋକହିତକର କାର୍ଯ୍ୟ କରାଉଥିଲେ । ପ୍ରଜାମାନଙ୍କ ସହିତ ମିଶି ତାଙ୍କର ସୁଖଦୁଃଖ, ହାନିଲାଭ ବୁଝିବାକୁ ସେ ଭଲ ପାଉଥିଲେ । ଜନହିତକର କାର୍ଯ୍ୟରେ ବ୍ରତୀ ଥ‌ିବା ରାଜାଙ୍କୁ ପ୍ରଜାମାନେ ମଧ୍ୟ ଖୁବ୍ ଭଲ ପାଉଥିଲେ ଏବଂ ସମ୍ମାନ ପ୍ରଦର୍ଶନ କରୁଥିଲେ ।

(ଖ) ପ୍ରଥମେ ଦୋକାନୀ ଜଣଙ୍କୁ ଦେଖ୍ ରାଜାଙ୍କର କ’ଣ କରିବାକୁ ଇଚ୍ଛା ହେଲା ?
Answer:
ଦୋକାନୀ ଉପରେ ଦୃଷ୍ଟି ପଡ଼ିଲା ମାତ୍ରେ ରାଜାଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା । ବିନା କାରଣରେ ସେ ଦୋକାନୀ ଉପରେ ବିରକ୍ତ ହୋଇଉଠିଲେ । ଦୋକାନୀ ପ୍ରତି ତାଙ୍କ ମନରେ କ୍ରୋଧ ଓ ଘୃଣାଭାବ ସୃଷ୍ଟି ହେଲା । ସେ ଏପରି ବିରକ୍ତ ହୋଇପଡ଼ିଲେ ଯେ ସିପାହୀ ପଠାଇ ଦୋକାନୀକୁ ଗିରଫ କରିବା ସହ ଫାଶୀଖୁଣ୍ଟରେ ଝୁଲାଇ ଦେବାକୁ ମଧ୍ୟ ତାଙ୍କ ମନରେ ଇଚ୍ଛା ଜାତ ହେଲା । ଦୋକାନୀଟି ରାଜାଙ୍କର କିଛି କ୍ଷତି କରିନଥିଲେ କିମ୍ବା କୌଣସି ଦୋଷ କରିନଥିଲେ ମଧ୍ୟ ରାଜାଙ୍କ ମନରେ ଅହେତୁକ ଭାବେ ତା’ ପ୍ରତି ଖରାପ ଭାବନା ଜାତ ହୋଇଥିଲା ।

(ଗ) ଦୋକାନୀ ଜଣକ ମନ୍ତ୍ରୀକୁ ନିଜ ବ୍ୟବସାୟ ସମ୍ପର୍କରେ କ’ଣ କହିଲେ ?
Answer:
ଦୋକାନୀ ଜଣକ ମନ୍ତ୍ରୀଙ୍କର ଜଣେ ଭଲ ବନ୍ଧୁ ଥିଲେ । ବ୍ୟବସାୟ କିପରି ଚାଲିଛି ବୋଲି ମନ୍ତ୍ରୀ ପଚାରିବାରୁ ଦୋକାନୀ ଜଣକ ଦୁଃଖର ସହ କହିଥିଲେ ଯେ ତାଙ୍କ ବ୍ୟବସାୟ ମାନ୍ଦାବସ୍ଥା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପୂର୍ବରୁ ଚନ୍ଦନ କାଠର ଲାଭ କମି ଯାଇଥବାରୁ ଭବିଷ୍ୟତରେ ଦର ବୃଦ୍ଧି ହେବାର ଆଶାକରି ସେଥୁରୁ ପ୍ରଚୁର ଲାଭ ପାଇବାପାଇଁ ସେ ବହୁ ପରିମାଣରେ ଚନ୍ଦନ କାଠ କିଣି ପକାଇଥିଲେ । ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହାର ଚାହିଦା କମିବାକୁ ଲାଗିଲା, ଫଳରେ ଦର ହ୍ରାସ ପାଇବାକୁ ଲାଗିଲା । ଦୋକାନରେ ମାଲ୍ ଭର୍ତ୍ତି ହୋଇ ରହିଥିବାବେଳେ ଲୋକେ କିଣିବାକୁ ଇଚ୍ଛା କରୁନଥିବାରୁ ବ୍ୟବସାୟରେ ଖଟାଇଥିବା ଟଙ୍କା ଫେରିପାଇବା କଷ୍ଟକର ହୋଇପଡ଼ୁଛି । ସେଥ‌ିପାଇଁ ସେ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି ବୋଲି ମନ୍ତ୍ରୀଙ୍କୁ କହିଥିଲେ ।

(ଘ) ମନ୍ତ୍ରୀ ନିଜ ଆସିବାର କାରଣ କ’ଣ ବୋଲି ଦୋକାନୀଙ୍କୁ କହିଲେ ?
Answer:
ମନ୍ତ୍ରୀ ବନ୍ଧୁଙ୍କ ସମସ୍ୟା ବିଷୟରେ ଶୁଣି ଦୁଃଖ ପ୍ରକାଶ କରିବା ସହ ନିଜ ଆସିବାର କାରଣ ପ୍ରକାଶ କରିବାକୁ ଯାଇ କହିଥିଲେ ଯେ ରାଜା ଚନ୍ଦନ କାଠର କିଛି ସାମଗ୍ରୀ ଗଢ଼ାଇବାପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ସେଥ‌ିପାଇଁ ବହୁ ପରିମାଣରେ ଚନ୍ଦନ କାଠ ଆବଶ୍ୟକ । ରାଜଧାନୀ ବଜାରରେ ଏତେ ପରିମାଣରେ ଚନ୍ଦନ କାଠ ମହଜୁଦ୍ ଅଛି କି ନାହିଁ ତାହା ବୁଝିବାପାଇଁ ରାଜା ତାଙ୍କୁ ପଠାଇଛନ୍ତି । ବନ୍ଧୁଟି ଏକମାତ୍ର ଚନ୍ଦନ କାଠ ବ୍ୟବସାୟୀ ହୋଇଥିବାରୁ ତାଙ୍କୁ ସାକ୍ଷାତ କରି ଚନ୍ଦନ କାଠ ସମ୍ପର୍କରେ ବୁଝିବାକୁ ସେ ଆସିଛନ୍ତି ବୋଲି କହିଲେ ।

(‍ଙ) ଦୋକାନୀ ଜଣକ ମନେ ମନେ କାହିଁକି ଲଜିତ ହେଲେ ?
Answer:
ଦୋକାନରେ ମହଜୁଦ ଥ‌ିବା ଚନ୍ଦନ କାଠ କିପରି ବିକ୍ରି ହେବ ସେ ବିଷୟରେ ଚିନ୍ତିତ ଥିବା ବ୍ୟବସାୟୀ ମନ୍ତ୍ରୀଙ୍କ ନିକଟରୁ ରାଜାଙ୍କ ଇଚ୍ଛା ସମ୍ପର୍କରେ ଜାଣିଲା ପରେ ମନେ ମନେ ଖୁବ୍ ଲଜ୍ଜା ଅନୁଭବ କଲେ । ଅକାରଣରେ ରାଜାଙ୍କ ଅକାଳ ମୃତ୍ୟୁ କାମନା କରିଥିବାରୁ ସେ ନିଜକୁ ସ୍ଵୀକାର କରିବାକୁ ଲାଗିଲେ। ଏପରି ଦୟାଳୁ ରାଜାଙ୍କ ସମ୍ପର୍କରେ ଏଭଳି ଖରାପ ଭାବନା ମନରେ ପୋଷଣ କରିଥିବାରୁ ସେ ଅନୁତାପ କରିବାକୁ ଲାଗିଲେ ।

(ଚ) ରାଜା ଦ୍ଵିତୀୟ ଥର ଦୋକାନୀଙ୍କୁ ଦେଖିବା ପରେ ତାଙ୍କ ମନରେ କି ଭାବନା ଜାଗ୍ରତ ହେଲା ?
Answer:
ମନ୍ତ୍ରୀ ଚତୁରତାର ସହ ରାଜାଙ୍କ ମନରେ ଦୋକାନୀ ପ୍ରତି ସୃଷ୍ଟି ହୋଇଥ‌ିବା କ୍ରୋଧ ଓ ଘୃଣାର କାରଣ ଜାଣିପାରି ନିରାକରଣର ପନ୍ଥା ସ୍ଥିର କରି ସାରିଥିଲେ । ଫଳରେ ଦୋକାନୀଟି ମନରୁ ରାଜାଙ୍କ ପ୍ରତି କୁଭାବନା ଦୂର ହୋଇଗଲା । ଦ୍ୱିତୀୟଥର ଦୋକାନୀକୁ ଦେଖ‌ିବା ପରେ ରାଜାଙ୍କ ମନରେ ଦୋକାନୀ ପ୍ରତି ମଧ୍ୟ ସ୍ନେହଭାବ ଉତ୍ପନ୍ନ ହେଲା । ଦୁଇଦିନ ତଳେ ଦୋକାନୀ ପ୍ରତି ତାଙ୍କ ମନରେ ଯେଉଁ ଖରାପ ଭାବନା ଜାତ ହୋଇଥିଲା, ତାହା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ଯାଇଥିଲା । ଦୋକାନର ସାଜସଜ୍ଜା ତଥା ଚନ୍ଦନ କାଠର ମହକ ରାଜାଙ୍କୁ ବହୁତ ଭଲ ଲାଗିଲା । ଜଣେ ନିଘୋଷ ଲୋକକୁ ଫାଶୀଖୁଣ୍ଟରେ ଝୁଲାଇବାର ଚିନ୍ତା ତାଙ୍କ ମନରେ ସୃଷ୍ଟି ହୋଇଥିବା କଥା ଚିନ୍ତାକରି ରାଜା ଅନୁତପ୍ତ ହେଲେ ।

Question ୩ ।
ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଲେଖ ।
(କ) ରାଜା ଏବଂ ଦୋକାନୀ ପରସ୍ପରକୁ ଦେଖିବା ପରେ ମନ ଭିତରେ କ’ଣ କ’ଣ ଭାବିଲେ ?
Answer:
ପ୍ରଜାନୁରଞ୍ଜକ ରାଜା ହାତୀ ପିଠିରେ ବସି ବେଳେବେଳେ ରାଜଧାନୀ ପରିକ୍ରମାରେ ଯାଉଥିଲେ । ଦିନେ ସନ୍ଧ୍ୟାରେ ଭ୍ରମଣ କରୁ କରୁ ଗୋଟିଏ ଚନ୍ଦନ କାଠ ଦୋକାନୀ ଉପରେ ତାଙ୍କ ଦୃଷ୍ଟି ପଡ଼ିଲା । ଦୋକାନୀକୁ ଦେଖିଲା ମାତ୍ରେ ରାଜାଙ୍କ ମନରେ ଦୋକାନୀ ପ୍ରତି ଅହେତୁକ କ୍ରୋଧ ଓ ଘୃଣା ସୃଷ୍ଟି ହେଲା । ଦୋକାନୀ ପ୍ରତି ତାଙ୍କ ମନରେ ଏପରି ବିରକ୍ତି ଭାବନା ସୃଷ୍ଟି ହେଲା ଯେ ସେ ସିପାହୀ ପଠାଇ ତାଙ୍କୁ ଗିରଫ କରିବା ସହ ଫାଶୀଖୁଣ୍ଟରେ ଝୁଲାଇବାକୁ ଇଚ୍ଛା କଲେ । ରାଜା ସ୍ଵଭାବତଃ ଶାନ୍ତିପ୍ରିୟ ଥିଲେ । କୌଣସି ଦୋଷ କରିନଥ‌ିବା ଦୋକାନୀ ସମ୍ପର୍କରେ ତାଙ୍କ ମନରେ କାହିଁକି ଏପରି କୁଭାବନା ସୃଷ୍ଟି ହେଲା ସେ ତା’ର କାରଣ ଚିନ୍ତା କରିବାକୁ ଲାଗିଲେ । ସେହି ଭାବନା ରାଜାଙ୍କୁ ଏପରି ବିବ୍ରତ କଲା ଯେ ତା’ର କାରଣ ଅନୁସନ୍ଧାନ କରିବାକୁ ରାଜା ମନ୍ତ୍ରୀଙ୍କୁ ଅନୁରୋଧ କଲେ ।

ବ୍ୟବସାୟରେ କ୍ଷତି ହେଉଥ‌ିବା ଲକ୍ଷ୍ୟ କରି ଦୋକାନୀ କିପରି ନିଜ ମୂଳଧନ ଗଣ୍ଡାକ ଫେରିପାଇବେ ସେ ବିଷୟରେ ଚିନ୍ତିତ ଥିଲେ । କିପରି ମହଜୁଦ ଥ‌ିବା ଚନ୍ଦନ କାଠତକ ବିକ୍ରି ହେବ ସେ ବିଷୟରେ ନାନା କଳ୍ପନା କରୁଥିବାବେଳେ ତାଙ୍କ ମନକୁ ଏକ କୁର୍ଭାବନା ଗ୍ରାସ କଲା । ଦୋକାନୀ ଜଣକ ଭାବିଲେ ଯଦି ରାଜାଙ୍କର ଅକସ୍ମାତ୍ ମୃତ୍ୟୁ ହୁଏ ତେବେ ହୁଏତ ଶବଦାହ ପାଇଁ ବହୁପରିମାଣରେ ଚନ୍ଦନ କାଠ ଆବଶ୍ୟକ ହେବ । ସେ ରାଜଧାନୀର ଏକମାତ୍ର ଚନ୍ଦନ କାଠ ବ୍ୟବସାୟୀ ହୋଇଥିବାରୁ କାଠତକ କିଣିବାପାଇଁ ରାଜକର୍ମଚାରୀମାନେ ଅବଶ୍ୟ ତାଙ୍କ ଦୋକାନକୁ ଆସିବେ । ଫଳରେ ତାଙ୍କ ନିକଟରେ ଗଚ୍ଛିତ ଥ‌ିବା କାଠତକ ବିକ୍ରି ହୋଇଯିବ ଓ ବ୍ୟବସାୟରେ ଖଟାଇଥିବା ମୂଳଧନ ସହ ଲାଭ ମଧ୍ୟ ପାଇପାରିବେ । ଏସବୁ କଥା ଦୋକାନୀ ଜଣକ ଭାବୁଥିବା ବେଳେ ମନ୍ତ୍ରୀ ରାଜାଙ୍କ ନିର୍ଦ୍ଦେଶରେ ତା’ପାଖରେ ପହଞ୍ଚିଲେ । ମନ୍ତ୍ରୀ ଦୋକାନୀଟିର ଭଲ ବନ୍ଧୁ ହୋଇଥ‌ିବାରୁ ଦୁହେଁ ଗପସପ ଆରମ୍ଭ କରିଦେଲେ। କଥା ପ୍ରସଙ୍ଗରେ ନିଜର ମନର ଭାବନା କଥା ସେ ମନ୍ତ୍ରୀଙ୍କ ଆଗରେ ପ୍ରକାଶ କଲେ। ଏଥୁରୁ ମନ୍ତ୍ରୀ ରାଜାଙ୍କ କୁଭାବନା ଉତ୍ପତ୍ତି କାରଣ ଜାଣିପାରିଲେ ।

ଅନ୍ୟ ପ୍ରତି ମନରେ କୁଭାବନା ସୃଷ୍ଟି ହେଲେ ଅନୁରୂପ ଭାବେ ଅନ୍ୟମାନଙ୍କ ମନରେ ମଧ୍ଯ ଆମ ପ୍ରତି ଖରାପ ଚିନ୍ତା ସୃଷ୍ଟି ହୁଏ । ଅନ୍ୟମାନଙ୍କ ସମ୍ପର୍କରେ ଆମ ମନର ଖରାପ ଭାବନା ଆମ ପ୍ରତି ସେମାନଙ୍କ ମନରେ ବିରକ୍ତି ଓ ଘୃଣାଭାବ ସୃଷ୍ଟି କରିଥାଏ । ରାଜା ଓ ଦୋକାନୀଙ୍କ କ୍ଷେତ୍ରରେ ଏହାହିଁ ଘଟିଥୁଲୀ । ଦୋକାନୀ ନିଜ ସ୍ୱାର୍ଥ ପାଇଁ ଜଣେ ଉତ୍ତମ, ଶାନ୍ତିପ୍ରିୟ ଓ ପ୍ରଜାପ୍ରେମୀ ରାଜାଙ୍କ ସମ୍ପର୍କରେ ମନରେ ଏପରି ଅଶୁଭ ଚିନ୍ତା ଆଣିଥିବାରୁ ତାକୁ ଦେଖୁବାମାତ୍ରେ ରାଜାଙ୍କ ମନରେ ତା’ ପ୍ରତି କ୍ରୋଧ ଓ ଘୃଣା ଜାଗ୍ରତ ହୋଇଥିଲା । ପ୍ରବନ୍ଧଟିରୁ ଏହି ଶିକ୍ଷା ମିଳେ ଯେ ନିଜେ ସୁଖ ଓ ଶାନ୍ତିରେ ରହିବାପାଇଁ ଅନ୍ୟମାନଙ୍କ ପ୍ରତି ନିଜେ ମନରେ ସୁଚିନ୍ତା ପୋଷଣ କରିବା ଉଚିତ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୪।
ସରଳ ଭାଷାରେ ବୁଝାଇ ଦିଅ ।
(କ) ‘‘ସୁଖରେ ରହିବାକୁ ହେଲେ ମନ ଭିତରେ ସବୁବେଳେ ଭଲ ଚିନ୍ତା ରଖିବା, ଅନ୍ୟମାନଙ୍କ ହିତ କାମନା କରିବା, ମନ ଭିତରେ ଭଲ ଭାବନା ରଖୁ ଆମ ପାଇଁ ଏ ଦୁନିଆ ହୋଇଉଠିବ ସୁନ୍ଦର ଓ ଆକର୍ଷଣୀୟ ।”?
Answer:
‘ସୁଖରେ ରହିବାକୁ …………………………………. ସୁନ୍ଦର ଓ ଆକର୍ଷଣୀୟ।?
ଶଂସିତ ଗଦ୍ୟାଶଟି ଡକ୍ଟର ଚକ୍ରଧର ବିଶ୍ୱାଳଙ୍କ ରଚିତ ‘ମନରେ ଆସୁ ମୋ ଭଲ ଭାବନା’ ଶୀର୍ଷକ ଗଳ୍ପରୁ ଆନୀତ । ଏଠାରେ ଲେଖକ ଏକ ଗଭୀର ତତ୍ତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ସ୍ୱାର୍ଥ ସର୍ବସ୍ଵ ଦୋକାନୀଟି ନିଜ ବ୍ୟବସାୟରେ ପ୍ରଚୁର ଲାଭ ପାଇବାପାଇଁ ସଦାସର୍ବଦା ଚିନ୍ତିତ ଥିଲା। ଏପରିକି ବଜାର ମାନ୍ଦା ଥିବାବେଳେ କାଠତକ ବିକ୍ରି କରିବା ନିମନ୍ତେ ତାଙ୍କ ମନରେ ଏକ ଉଦ୍ଭଟ ଭାବନା ସୃଷ୍ଟି ହୋଇଥିଲା । ରାଜାଙ୍କର ଅକାଳ ମୃତ୍ୟୁ ହେଲେ ତାଙ୍କ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଚିନ୍ତା କରିଥିଲେ । ରାଜାଙ୍କ ସମ୍ପର୍କରେ ଏପରି କୁଭାବନା ଅନୁରୂପ ଭାବେ ରାଜାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା ।

ତେଣୁ ରାଜାଙ୍କ ମନରେ ଦୋକାନୀଟି ପ୍ରତି କ୍ରୋଧ ଓ ଘୃଣାଭାବ ସୃଷ୍ଟି ହୋଇଥିଲା । ଚତୁର ମନ୍ତ୍ରୀଙ୍କ କୌଶଳରେ ଉଭୟଙ୍କ ମନର ଭାବନା ପରିବର୍ତ୍ତିତ ହେଲା । ଏହାପରେ ଦୁହେଁ ପରସ୍ପର ପ୍ରତି ମନରେ ପୋଷଣ କରିଥିବା ଖରାପ ଭାବନା ପାଇଁ ଅନୁତପ୍ତ ହେଲେ । ଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ସୁଖରେ ରହିବାକୁ ହେଲେ ମନ ଭିତରେ ସବୁବେଳେ ଭଲ ଚିନ୍ତା ରଖିବା ଆବଶ୍ୟକ । ଅନ୍ୟମାନଙ୍କ ହିତ କାମନା କରି ଅନ୍ୟ ପ୍ରତି ମନରେ ଭଲ ଭାବନା ରଖି ସାରା ଦୁନିଆ ଆମକୁ ସୁଖକର ମନେହେବ ଓ ସମସ୍ତେ ଆପଣାର ପରି ଲାଗିବେ । ଏଣୁ ସମସ୍ତଙ୍କ ପ୍ରତି ମନରେ ଭଲ ଚିନ୍ତା ପୋଷଣ କରିବା ହିଁ ସୁଖ ଲାଭର ଏକମାତ୍ର ଚାବିକାଠି ।

(ଖ) ‘ଅସୁବିଧା ନ ଥିଲେ ସୁବିଧାର ସୁଆଦ ଚାଖ୍ ହୁଅନ୍ତା ନାହିଁ ।’’
Answer:
‘ଅସୁବିଧା ନ ଥିଲେ …………………………….. ହୁଅନ୍ତା ନାହିଁ ।”
ଶଂସିତ ଗଦ୍ୟାଶଟି ଡକ୍ଟର ଚକ୍ରଧର ବିଶ୍ୱାଳଙ୍କ ଲିଖତ “ ମନରେ ଆସୁ ମୋ ଭଲ ଭାବନା” ଗଳ୍ପର ଉଦ୍ଧୃତ। ଅସୁବିଧା ନ ଥିଲେ ସୁବିଧାର ମହତ୍ତ୍ଵ ଆମେ ବୁଝି ପାରିବା ନାହିଁ ବୋଲି ଏଠାରେ ଗାଳ୍ପିକ କହିଛନ୍ତି। ଏହା ନିରାଟ ସତ୍ୟ କଥା ଯେ, ରାତିର ଅମା ଅନ୍ଧକାର ନ ଥିଲେ ପୂର୍ଣ୍ଣିମାର ଜ୍ୟୋତ୍ସ୍ନା ବିଧୌତ ରଜନୀର ମହତ୍ତ୍ଵ ଆମେ ବୁଝିପାରନ୍ତେ ନାହିଁ । ସେହିପରି ଅନ୍ଧାର ନ ଥିଲେ ଆଲୋକର, ଦୁଃଖ ନ ଆସିଲେ ସୁଖର, ରାତି ନଥଲେ ଦିନର, ମନ୍ଦ ନଥିଲେ ଭଲର ଏବଂ ଅସୁବିଧା ନଥିଲେ ସୁବିଧାର ଅନ୍ମଭବ ଆମେ କରିପାରନ୍ତେ ନାହିଁ। ଦୁଃଖ ସହିଥ୍ ଲେ ମୁଖ ପାଇବା, କ୍ଷତି ସହିଥୁଲେ ଲାଭ ପାଇବା ମଣିଷ ଜୀବନର ଏହି ବାସ୍ତବ ସତ୍ୟ ବିଷୟରେ ମନ୍ତ୍ରୀ ବନ୍ଧୁ ଦୋକାନୀକୁ ବୁଝାଇଥିଲେ । ବ୍ୟବସାୟ ମାନ୍ଦା ହେଉଥିବାରୁ ତାଙ୍କୁ ଧୈର୍ଯ୍ୟଧରି ଅପେକ୍ଷା କରିବାକୁ କହିଥିଲେ । ଉତ୍‌ଥାନ-ପତନ, ସୁଖ- ଦୁଃଖ, ଲାAnswer: କ୍ଷତି ମଣିଷ ଜୀବନର ସାଧାରଣ ଘଟଣା। ତେଣୁ ଅଧୀର ନ ହୋଇ ଧୈର୍ଯ୍ୟ ସହିତ ଅପେକ୍ଷାକଲେ ପୁଣି ସୁଦିନ ଫେରିଆସିବ ବୋଲି ମନ୍ତ୍ରା ବୁଝାଇଥିଲୋ

Question ୫।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ଗୋଟିଏ ଗୋଟିଏ ବାକ୍ୟ ଗଠନ କର ।
ସାମଗ୍ରୀ, ଉତ୍କଣ୍ଠିତ, ଅଶ୍ଵାସନା, ଉତ୍ସୁକତା, ସାଜସଜ୍ଜା
Answer:
ସାମଗ୍ରୀ – ରାମବାବୁ ପୂଜା ସାମଗ୍ରୀ କିଣିବାକୁ ଦୋକାନକୁ ଯାଇଛନ୍ତି ।
ଉତ୍କଣ୍ଠିତ – ପରୀକ୍ଷା ଫଳ ଜାଣିବାପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠିତ ହୋଇପଡ଼ିବା ସ୍ଵାଭାବିକ ।
ଆଶ୍ୱାସନା – ଦୁଃଖୀ ଲୋକକୁ ଆଶ୍ବାସନା ଦେବା ଆମର କର୍ତ୍ତବ୍ୟ ।
ଉତ୍ସୁକତା – କ୍ରିକେଟ ଖେଳ ପ୍ରତି ଲୋକମାନଙ୍କ ମନର ଉତ୍ସୁକତା ହିଁ ଅନ୍ୟ କ୍ରୀଡ଼ାଗୁଡ଼ିକର ପତନର କାରଣ ।
ସାଜସଜ୍ଜା – ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସାଜସଜ୍ଜା ଅତୀବ ଆକର୍ଷଣୀୟ ହୋଇଥାଏ ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୬।
‘ଭାବାନ୍ତର’ ଯେପରି ‘ଅନ୍ୟ ଭାବ ବା ଭାବନାରେ ପରିବର୍ତ୍ତନ’’, ସେହିପରି ଏହି ଶବ୍ଦଗୁଡ଼ିକ କ’ଣ ହେବ ଲେଖ ।
ମତାନ୍ତର, ଦେଶାନ୍ତର, ମନାନ୍ତର, ଗ୍ରାମାନ୍ତର
Answer:
ମତାନ୍ତର – ଅନ୍ୟ ମତ ବା ମତରେ ପରିବର୍ତ୍ତନ ।
ଦେଶାନ୍ତର – ଅନ୍ୟ ଦେଶ ।
ମନାନ୍ତର – ଅନ୍ୟ ମନ ବା ମନରେ ପରିବର୍ତ୍ତନ ।
ଗ୍ରାମାନ୍ତର – ଅନ୍ୟ ଗ୍ରାମ ।

Question ୮।
ଯେପରି ‘ନାକ ଟେକିବା’ର ଅର୍ଥ ‘ଘୃଣା କରିବା’, ସେହିପରି ତଳେ ଦିଆଯାଇଥ‌ିବା ପଦଗୁଡ଼ିକର ଅର୍ଥ ବୁଝାଇ ଲେଖ ।
କାନ ପାରିବା, ଆଖି ପକାଇବା, ଭାଗ ବସାଇବା, କପାଳ ଫାଟିବା
Answer:
କାନ ପାରିବା – କଥା ଶୁଣିବା ପାଇଁ ଉତ୍କଣ୍ଠିତ ହେବା ।
ପର କଥାକୁ କାନ ପାରିବା ସୀତାକାନ୍ତ ବାବୁଙ୍କର ଏକ ମନ୍ଦ ଅଭ୍ୟାସ ।

ଆଖୁ ପକାଇବା – ଖୋଜିବା ।
ହରିବାବୁ ନିଜ ଝିଅ ପାଇଁ ଭଲ ବରପାତ୍ରଟିଏ ଉପରେ ଆଖୁ ପକାଇବାକୁ କୁଳମଣିବାବୁଙ୍କୁ କହିଲେ ।

ଭାଗ ବସାଇବା – ଅଂଶ ଦାବି କରିବା ।
ନକୁଳ ସବୁ ଜିନିଷରେ ଭାଗ ବସାଇବାକୁ ଆଗଭର ହେଉଛି ।

କପାଳ ଫାଟିବା – ସର୍ବନାଶ ହେବା ।
ଘର ତିଆରି ପାଇଁ ବ୍ୟାଙ୍କ ଋଣ କରିଥିବା ଟଙ୍କା ଚୋରଦଳ ଲୁଟିନେଲେ । ବୈଦ୍ୟନାଥବାବୁଙ୍କ କପାଳ ଫାଟିଲା ସିନା !
(ଛାତ୍ରଛାତ୍ରୀମାନେ ଅଧିକ ଜାଣିବାପାଇଁ ପଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କରାଯାଇଛି ।)

Question ୯।
ଯେପରି ଖରାପ କାମ ପାଇଁ – ‘କୁକର୍ମ’ ଶବ୍ଦ ବ୍ୟବହୃତ ହୁଏ ସେହିପରି – କ’ଣ ହେବ ?
ଖରାପ ଚିନ୍ତା –
ଖରାପ କଥା –
ଖରାପ ପଥ –
Answer:
ଖରାପ ଚିନ୍ତା – କୁଚିନ୍ତା ।
ଖରାପ କଥା – କୁକଥା ।
ଖରାପ ପଥ – କୁପଥ ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୧୦ ।
‘ଭାବ’ ଶବ୍ଦ ପୂର୍ବରୁ ‘ସ୍ୱ’ ବସିଲେ ସ୍ବଭାବ ହୁଏ । ଏହିପରି ଆଉ ପାଞ୍ଚୋଟି ଶବ୍ଦ ପୂର୍ବରୁ ‘ସ୍ୱ’ ବ୍ୟବହାର କରି ଲେଖ ।
(୧) ସ୍ଵ + ରାଜ୍ୟ = ସ୍ୱରାଜ୍ୟ
(୩) ସ୍ୱ + ଅଭିମାନ = ସ୍ଵାଭିମାନ ।
(୫) ସୃ + ଅବଲମ୍ବନ = ସ୍ଵାବଲମ୍ବନ ।
(୨) ସ୍ଵ + ଅର୍ଥ = ସ୍ଵାର୍ଥ ।
(୪) ସ୍ଵ + ଅଧ୍ୟାୟ = ସ୍ବାଧ୍ୟାୟ ।

Question ୧୧ ।
ରେଖାଙ୍କିତ ଶବ୍ଦଗୁଡ଼ିକର ପୁରୁଷ ଓ ବଚନ ଲେଖ ।
(କ) ଆମେ ଅନ୍ୟମାନଙ୍କୁ ଭଲ ପାଇବା ଉଚିତ ।
Answer:
ଆମେ – ପ୍ରଥମ ପୁରୁଷ, ବହୁବଚନ !
ଅନ୍ୟମାନଙ୍କୁ – ତୃତୀୟ ପୁରୁଷ, ବହୁବଚନ ।

(ଖ) ରାଜା ନିଜ ପ୍ରଜାମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରି ଆନନ୍ଦ ଅନୁଭବ କରନ୍ତି ।
Answer:
ରାଜା – ତୃତୀୟ ପୁରୁଷ, ଏକବଚନ ।
ପ୍ରଜାମାନଙ୍କ – ତୃତୀୟ ପୁରୁଷ, ବହୁବଚନ ।

(ଗ) ସେମାନଙ୍କ ମନରେ ବିରକ୍ତି ଓ ଘୃଣାଭାବ ସୃଷ୍ଟି କରିବ ।
Answer:
ସେମାନଙ୍କ – ତୃତୀୟ ପୁରୁଷ, ବହୁବଚନ ।

(ଘ) ଯାହା ହେଲେ ବି ତୁମକୁ କିଛିଦିନ ଧୈର୍ଯ୍ୟ ଧରିବାକୁ ପଡ଼ିବ ।
Answer:
ତୁମକୁ- ଦ୍ବିତୀୟ ପୁରୁଷ, ଏକବଚନ ।

(ଙ) ମୁଁ ତତ୍‌କ୍ଷଣାତ୍‌ ମୁକ୍ତି ପାଇଯାଆନ୍ତି ।
ମୁଁ – ପ୍ରଥମ ପୁରୁଷ, ଏକବଚନ ।

ତୁମପାଇଁ କାମ :

  • ରାଜା ଓ ମହାରାଜାଙ୍କ କାହାଣୀ ବା ଜୀବନୀ ସଂଗ୍ରହ କରି ଏବଂ ପଢ଼ି ।
  • ନୀତିଶିକ୍ଷାମୂଳକ ଗଳ୍ପଟିଏ ଲେଖୁ ତୁମ ସାଙ୍ଗକୁ ଶୁଣାଅ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ମନ୍ତ୍ରୀ ଦୋକାନୀ ସହିତ କଥାବାର୍ତ୍ତା କରି କ’ଣ ଜାଣି ପାରିଲେ।
Answer:
ରାଜାଙ୍କର ସ୍ଵଭାବ ଅତି ଉତ୍ତମ ଥିଲା; ମାତ୍ର ଦୋକାନୀ ଉପରେ ରାଜାଙ୍କର ଘୃଣା, ବିରକ୍ତି ଭାବର କାରଣ ମନ୍ତ୍ରୀଙ୍କୁ ବ୍ୟଥିତ କଲା। ସେ ଦୋକାନୀ ସହିତ ବନ୍ଧୁ ହିସାବରେ କଥାବାର୍ତ୍ତା କରି ଏହାର କାରଣ ଜାଣିବାକୁ ପାଇଥିଲେ। ଚନ୍ଦନ କାଠ ବ୍ୟବସାୟୀ ଦୋକାନୀଟିର ବ୍ୟବସାୟ ଭଲ ଚାଲୁନଥିଲା। ତେଣୁ ସେ ଚାହୁଁଥୁଲା ଯଦି ରାଜା ମରିଯା’ନ୍ତେ, ତାହେଲେ ତା’ର ସମସ୍ତ ଚନ୍ଦନ କାଠ ରାଜାଙ୍କର ଶବଦାହ କାମରେ ଲାଗନ୍ତା ଏବଂ ତା’ର ମଧ୍ୟ ଭଲା ରୋଜଗାର ହୁଅନ୍ତା। ମନ୍ତ୍ରୀ ଜାଣିଲେ ଯେ, ଦୋକାନୀ ରାଜାଙ୍କର ଅହିତ ଚିନ୍ତା କରିଥିବାରୁ ରାଜାଙ୍କର ମଧ୍ୟ ଦୋକାନୀ ପ୍ରତି ମନ୍ଦ ଚିନ୍ତା ଓ ଘୃଣାଭାବ ଜାଗ୍ରତ ହୋଇଥ୍ଲା

Question ୨।
ପ୍ରକୃତ ସୁଖ ପାଇବାକୁ ହେଲେ ଆମକୁ କ’ଣ କରିବାକୁ ହେବ ?
Answer:
ସୃଷ୍ଟିରେ ପ୍ରତ୍ୟେକ ମଣିଷ ଚାହେଁ ଧନରତ୍ନ ରୋଜଗାର କରି ବଡ଼ ଲୋକ ହେବ, ଘରଦ୍ବାର କରିବ, ଟଙ୍କା ପଇସା ଜମେଇବ, ବିଳାସବ୍ୟସନରେ ଦିନକାଟିବ। ତା’ ହେଲେ ତାକୁ ସୁଖ ମିଳିବ। ପଶୁପକ୍ଷୀ, କୀଟପତଙ୍ଗ ଆଦି ସମସ୍ତେ ନିଜର ସୁଖ ସୁବିଧା ଚାହାଁନ୍ତି । କିନ୍ତୁ ସୁଖ ପାଇବାକୁ ହେଲେ ଆମ ମନକୁ ଶାନ୍ତ ରଖିବାକୁ ପଡ଼ିବ। ମନର ଶାନ୍ତି ପାଇଁ ସତ୍ ଭାବନା, ସତ୍ ଚିନ୍ତା, ସତ୍ ଆଚାର ସହିତ ଇଶ୍ଵରଙ୍କୁ ଭଲ ପାଇବାକୁ ହେବ । ଆମେ ଅନ୍ୟକୁ ଭଲ ପାଇଲେ ସେ ଆମକୁ ଭଲ ପାଇବ । ଆମେ ଯଦି ଅନ୍ୟ ପାଇଁ ମନରେ ଖରାପ ଚିନ୍ତା ଆଣିବା, ତା’ହେଲେ ସେ ମଧ୍ୟ ଆମ ପାଇଁ ଖରାପ ଚିନ୍ତା କରିବ। ସୁତରାଂ ମନ୍ଦ କଥା, ମନ୍ଦ ଚିନ୍ତା ତ୍ୟାଗ କରି ଅନ୍ୟ ପାଇଁ ହିତ କାମନା, ଭଲ ଚିନ୍ତା କରିପାରିଲେ ଆମେ ପ୍ରକୃତ ସୁଖ ପାଇପାରିବା ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୩।
“ ମନରେ ଆସୁ ମୋ ଭଲ ଭାବନା” ଗଳ୍ପରେ ଗାଳ୍ପିକ କେଉଁ କଥା କହିଛନ୍ତି ?
Answer:
‘ମନରେ ଆସୁ ମୋ ଭଲ ଭାବନା’ ଗଳ୍ପରେ ଗାଳ୍ପିକ ଡକ୍ଟର ଚକ୍ରଧର ବିଶ୍ୱାଳ ପ୍ରତ୍ୟେକ ମଣିଷର ମନସ୍ତାତ୍ତ୍ଵିକ ଦିଗ ଉପରେ ଆଲୋକପାତ କରିଛନ୍ତି । ଜଣେ ଅନ୍ୟଜଣକୁ ନେଇ ଯେମିତି ଚିନ୍ତା କରିବ ସେ ବ୍ୟକ୍ତି ମନରେ ମଧ୍ୟ ଅନୁରୂପ ଭାବନା ପ୍ରତିଫଳିତ ହେବ । ତେଣୁ ସମାଜରେ ଆମେ ଯଦି ସମସ୍ତଙ୍କୁ ଭଲ ପାଇବା, ଅନ୍ୟମାନଙ୍କ ହିତ କାମନା କରିବା, ମନ ଭିତରେ ଭଲ ଭାବନା ରଖିବା; ତା’ହେଲେ ଏ ଦୁନିଆ ଆମ ପାଇଁ ଅତି ସୁନ୍ଦର ଓ ଆକର୍ଷଣୀୟ ହୋଇଉଠିବ। ତେଣୁ କହନ୍ତି – “ ଆପେ ଭଲ ହେଲେ ଦୁନିଆଁ ଭଲ।” ଧନରତ୍ନ, କୋଠାବାଡ଼ି, ଗାଡ଼ିଘୋଡ଼ା, ବିଳାସ-ବ୍ୟସନ ମଣିଷକୁ ସୁଖ ଦେଇପାରେ ନାହିଁ । କାରଣ ସେଥୁରେ ମାନସିକ ତୃପ୍ତି ଓ ଶାନ୍ତି ମିଳେନା। ଚନ୍ଦନ ବ୍ୟବସାୟୀ ରାଜାଙ୍କର ଅହିତ କଥା ଚିନ୍ତା କରିବାରୁ ପ୍ରଜାବତ୍ସଳ ରାଜାଙ୍କ ମନରେ ତା’ ପାଇଁ ବିରକ୍ତି ଓ କ୍ରୋଧଭାବ ଜାତ ହୋଇଥିଲା। ପୁଣି ସମୟକ୍ରମେ ଉଭୟଙ୍କର ମାନସିକ ପରିବର୍ତ୍ତନରେ ଦୁହିଁଙ୍କ ମନରେ ସ୍ନେହ, ପ୍ରେମ ଓ ଭକ୍ତି ଭାବ ଜାଗ୍ରତ ହୋଇଥିଲା।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର :

Question ୧।
ରାଜା ରାଜଧାନୀରେ କିପରି ଭ୍ରମଣ କରନ୍ତି ?
Answer:
ରାଜା ରାଜଧାନୀରେ ହାତୀ ଉପରେ ବସି ଭ୍ରମଣ କରନ୍ତି ।

Question ୨।
ରାଜା ନଗର ଭ୍ରମଣ କରୁଥିବାବେଳେ ହାତୀଟି ବୁଲି ବୁଲି କେଉଁଠି ପହଞ୍ଚିଲା ?
Answer:
ରାଜା ନଗର ଭ୍ରମଣ କରୁଥିବାବେଳେ ହାତୀଟି ବୁଲି ବୁଲି ଗୋଟିଏ ଦୋକାନ ଆଗରେ ପହଞ୍ଚିଲା ।

Question ୩।
ହାତୀ ଯେଉଁ ଦୋକାନ ପାଖରେ ପହଞ୍ଚିଲା ସେହି ଦୋକାନରେ କ’ଣ ବିକ୍ରି ହେଉଥିଲା ?
Answer:
ସେହି ଦୋକାନରେ ଚନ୍ଦନ କାଠ ଓ ତହିଁରେ ନିର୍ମିତ ବିଭିନ୍ନ ସାମଗ୍ରୀ ବିକ୍ରୟ ହେଉଥିଲା ।

Question ୪।
ଦୋକାନୀ ପ୍ରତି ରାଜାଙ୍କ ମନରେ କେଉଁ ଭାବନା ସୃଷ୍ଟି ହେଲା ?
Answer:
ଦୋକାନୀ ପ୍ରତି ରାଜାଙ୍କ ମନରେ କ୍ରୋଧ ଓ ଘୃଣା ଭାବନା ସୃଷ୍ଟି ହେଲା । ସେ ଇଚ୍ଛା କରିଥିଲେ ସିପାହୀ ପଠାଇ ଦୋକାନୀକୁ ଗିରଫ କରି ଫାଶୀ ଖୁଣ୍ଟରେ ଝୁଲାଇବାକୁ ।

Question ୫।
ମନ୍ତ୍ରୀ କେତେବେଳେ ଚନ୍ଦନକାଠ ବିକ୍ରି ହେଉଥ‌ିବା ଦୋକାନରେ ପହଞ୍ଚିଲେ ?
Answer:
ମନ୍ତ୍ରୀ ତା’ ପରଦିନ ସନ୍ଧ୍ୟାବେଳେ ଚନ୍ଦନକାଠ ବିକ୍ରି ହେଉଥ‌ିବା ଦୋକାନରେ ପହଞ୍ଚିଲେ ।

Question ୬।
ଚନ୍ଦନକାଠ ଦୋକାନୀ କାହାର ବନ୍ଧୁ ଥୁଲେ ?
Answer:
ଚନ୍ଦନକାଠ ହୋକାନା ଜଣଙ୍କ ମନ୍ତ୍ର।ଙ୍କର ବନ୍ଧୁ ଥିଲୋ

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୭।
ଦୋକାନୀ ବ୍ୟବସାୟ ସମ୍ପର୍କରେ ମନ୍ତ୍ରୀ ପଚାରିବାରୁ ଦୋକାନୀ କ’ଣ କହିଲେ ?
Answer:
ଦୋକାନୀ ମନ୍ତ୍ରୀଙ୍କୁ କହିଥିଲେ ସେ ବହୁତ ଚିନ୍ତାରେ ଅଛନ୍ତି। ଚନ୍ଦନକାଠର ଦର ଆଗକୁ ବଢ଼ିବା ଆଶାରେ ସେ ବହୁତ ଚନ୍ଦନକାଠ କିଣି ରଖୁଥିଲେ; କିନ୍ତୁ ଏବେ ଚନ୍ଦନକାଠର ଚାହିଦା ନ ଥ‌ିବାରୁ କେହି କିଣୁନାହାଁନ୍ତି । ତେଣୁ ତାଙ୍କ ପାଖକୁ ଟଙ୍କା

Question ୮।
ମନ୍ତ୍ରୀ ଦୋକାନୀକୁ କିପରି ଆଶ୍ଵାସନା ଦେଲେ ?
Answer:
ମନ୍ତ୍ରୀ ଦୋକାନୀକୁ ବୁଝାଇ କହିଲେ ବ୍ୟବସାୟରେ ଭଲମନ୍ଦ ରହିଛି। ସବୁ ଦିନ ସମାନ ନାହିଁ । ଅସୁବିଧା ନ ହେଲେ ସୁଆଦ ଚାଖପାରିବ ନାହିଁ ।

Question ୯ ।
କେଉଁ ଘଟଣା ଘଟିଲେ ଦୋକାନୀ ମୁକ୍ତି ପାଇଯାଆନ୍ତା ବୋଲି ମନ୍ତ୍ରୀଙ୍କୁ ଜଣାଇଲା ?
Answer:
ଦୋକାନୀ ଧୀର କଣ୍ଠରେ ମନ୍ତ୍ରୀଙ୍କୁ କହିଲେ ଯଦି ରାଜାଙ୍କର ମୃତ୍ୟୁ ହୋଇଯାଆନ୍ତା; ତେବେ ତାଙ୍କ ଦୋକାନରୁ ସମସ୍ତ ଚନ୍ଦନ କାଠ ରାଜାଙ୍କ ଶବଦାହ ପାଇଁ ବିକ୍ରି ହୋଇଯାଆନ୍ତା ଓ ସେ ଚିନ୍ତାରୁ ମୁକ୍ତି ପାଇଯାଆନ୍ତେ।

Question ୧୦।
ରାଜାଙ୍କ ମନରେ ଦୋକାନୀ ପ୍ରତି ଜାତ ହୋଇଥିବା ଅସଲ କାରଣ କିପରି ମନ୍ତ୍ରୀ ଜାଣିପାରିଲେ ?
Answer:
ଦୋକାନୀର କଥା ଶୁଣି ମନ୍ତ୍ରୀ ସବୁ ବୁଝିପାରିଲେ। ରାଜାଙ୍କର ଅକାଳ ମୃତ୍ୟୁ ଘଟିଯାଉ ବୋଲି ଦୋକାନୀ ମନରେ ଭାବନାଟିଏ ଆସିଥିବା କାରଣରୁ ରାଜାଙ୍କ ମନରେ ଦୋକାନୀ ପ୍ରତି ଏଭଳି କୁଚିନ୍ତା ଉଦ୍ରେକ ହୋଇଥିଲା।

Question ୧।
‘ସ୍ବାଧ୍ୟାୟ’ ଶବ୍ଦର ସନ୍ଧିବିଚ୍ଛେଦ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ?
(କ) ସ୍ଵ + ଧାୟ
(ଖ) ସୁ + ଅଧ୍ୟାୟ
(ଗ) ସ୍ଵ + ଅଧ୍ୟାୟ
(ଘ) ସୁଅ + ଧ୍ୟାୟ
Answer:
(ଗ) ସ୍ଵ + ଅଧ୍ୟାୟ

Question ୨।
‘ଆମେ ଅନ୍ୟମାନଙ୍କୁ ଭଲ ପାଇବା ଉଚିତ ।’ – ରେଖାଙ୍କିତ ଶବ୍ଦଟି କେଉଁ ପୁରୁଷ ଓ କେଉଁ ବଚନ ?
(କ) ପ୍ରଥମ ପୁରୁଷ, ଏକବଚନ
(ଖ) ଦ୍ଵିତୀୟ ପୁରୁଷ, ଏକବଚନ
(ଗ) ତୃତାୟ ପୁରୁଷ, ଏକବଚନ
(ଘ) ତୃତାୟ ପୁରୁଷ, ବହ୍ମବଚନ
Answer:
(ଘ) ତୃତାୟ ପୁରୁଷ, ବହ୍ମବଚନ

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୩।
ଯେପରି ‘କଥା ଶୁଣିବାପାଇଁ ଉତ୍କଣ୍ଠିତ ହେବା’ ବଦଳରେ ‘କାନପାରିବା’ ବ୍ୟବହାର କରାଯାଏ, ସେପରି ‘ଖୋଜିବା’ ବଦଳରେ ଆମେ କ’ଣ ବ୍ୟବହାର କରିବା ?
(କ) ନାକ ଟେକିବା
(ଖ) ଆଖି ପକାଇବା
(ଗ) ଭାଗ ବସାଇବା
(ଘ) ତିଳକୁ ତାଳ କରିବା
Answer:
(ଖ) ଆଖି ପକାଇବା

Question ୪।
ଦେଶାନ୍ତରର ଯେପରି ଅନ୍ୟ ଦେଶ, ସେହିପରି ‘ଗ୍ରାମାନ୍ତର’ କ’ଣ ହେବ ?
(କ) ଗ୍ରାମର ସମୀପ
(ଖ) ଗ୍ରାମ ସୀମା
(ଗ) ଅନ୍ୟ ଦେଶ
(ଘ) ଅନ୍ୟ ଗ୍ରାମ
Answer:
(ଘ) ଅନ୍ୟ ଗ୍ରାମ

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୫।
ନିମ୍ନୋକ୍ତ ମଧ୍ୟରୁ ‘ଅନୁସନ୍ଧାନ’ର ଅର୍ଥ କେଉଁଟି ?
(କ) ପାଇବା
(ଖ) ଖୋଜିବା
(ଗ) ଆବଶ୍ୟକତା
(ଘ) ଦେଖୁ
Answer:
(ଖ) ଖୋଜିବା

Question ୬।
ରାଜା ବେଳେବେଳେ କେଉଁ କାମଟି କରିବାକୁ ଭଲ ପାଉଥିଲେ ?
(କ) ଯୁଦ୍ଧ କରିବାକୁ
(ଖ) ହାତୀ ଉପରେ ବସି ଭ୍ରମଣକରିବାକୁ
(ଗ) ଶ୍ରିକାର କରିବାକୁ
(ଘ) ଅନ୍ୟମାନଙ୍କୁ ଲୁଣ୍ଠନକରିବାକୁ
Answer:
(ଖ) ହାତୀ ଉପରେ ବସି ଭ୍ରମଣକରିବାକୁ

Question ୭।
ରାଜା ନିଜର ଦୁଶ୍ଚିନ୍ତା ସମ୍ପର୍କରେ କାହା ସହିତ ଆଲୋଚନାକଲେ ?
(କ) ଯୁବରାଜଙ୍କ ସହିତ
(ଖ) ରାଣୀଙ୍କ ସହିତ
(ଗ) ଭଗବାନଙ୍କ ସହିତ
(ଘ) ମନ୍ତ୍ରୀଙ୍କ ସହିତ
Answer:
(ଘ) ମନ୍ତ୍ରୀଙ୍କ ସହିତ

Question ୮।
ରାଜାଙ୍କ ସ୍ଵଭାବ କିପରି ଥିଲା ?
(କ) ଶାନ୍ତ୍ର
(ଖ) କଠୋର
(ଗ) ଉଦାସ
(ଶ) ଅଣ୍ୟାଚାରା
Answer:
(କ) ଶାନ୍ତ୍ର

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୯।
ରାଜା ଦ୍ଵିତୀୟ ଥର ଦୋକାନୀଙ୍କୁ ଦେଖିବା ପରେ ତାଙ୍କ ମନରେ କି ଭାବନା ଜାଗ୍ରତ ହେଲା ?
(କ) ଭକ୍ତି
(ଖ) ସ୍ନେହ
(ଗ) କ୍ରୋଧ
(ଶ) ସମ୍ମାନ
Answer:
(ଖ) ସ୍ନେହ

Question ୧୦।
ରାଜା କାହାକୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଚାହୁଁଥିଲେ ?
(କ) ମନ୍ତ୍ରୀ
(ଖ) ଲୋକଟିକୁ
(ଗ) ଦେବାନା
(ଶ) ମନ୍ତ୍ରୀଙ୍କ ବନ୍ଧୁଙ୍କୁ
Answer:
(ଗ) ଦେବାନା

ଗାଞ୍ଜିକ ପରିଚୟ :

ଜଣେ ପ୍ରବୀଣ ଅଧ୍ୟାପକ ଭାବେ ସୁନାମର ସହିତ ଅଧ୍ୟାପନା କରିବା ଥିଲା ଡକ୍ଟର ବିଶ୍ୱାଳଙ୍କ ବୃତ୍ତି । କିନ୍ତୁ ସାରସ୍ଵତ ସୃଷ୍ଟିରେ ମନୋନିବେଶ କରି ଶିଶୁ ଓ କିଶୋର ବୟସର ପିଲାମାନଙ୍କ ପାଇଁ ଗଳ୍ପ ଓ ପ୍ରବନ୍ଧ ଆଦି ରଚନା କରିବା ତାଙ୍କର ସଉକ ଥିଲା। ନିଜ ବୃତ୍ତିଗତ ଜୀବନରୁ ସେ ୨୦୦୨ ମସିହା ମସିହ ଜାନୁୟାରା ମାସରେ ଅବସର ଗ୍ରହଣ କଲାପରେ ମଧ୍ୟ ଅଦ୍ୟାବଧ୍ ଶିଶୁ ସାହିତ୍ୟ ରଚନା କରିଚାଲିଛନ୍ତି। ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ମାରୀଚର ମନକଥା ଓ ଅନ୍ୟାନ୍ୟ ପ୍ରବନ୍ଧ’ ‘ଶବ୍ଦର ଭେଳିକି’ ‘ଶବ୍ଦର ଫୁଲମାଳ’, ‘କେତେ କଥା କେତେ ନଥା’ ଆଦି ପ୍ରଧାନ ।

ଗଞ୍ଜିକ ପୃଷ୍ଠଭୂମି :

ମନ ଭିତରେ ସବୁବେଳେ ଭଲ ଚିନ୍ତା କରି ଅନ୍ୟମାନଙ୍କ ହିତ କାମନା କଲେ ଆମ ପାଇଁ ଏ ଦୁନିଆଁ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ । ସଭିଏଁ ଆମକୁ ଆପଣାର ଜଣାପଡ଼ିବେ । ମନର ଶାନ୍ତି ପାଇଁ ଆମେ ଅନ୍ୟକୁ ଭଲପାଇବା ଦରକାର । ଏହି ସାରମର୍ମକୁ ନେଇ ଲେଖକଙ୍କର ‘ମନରେ ଆସୁ ମୋ ଭଲ ଭାବନା’ ପ୍ରବନ୍ଧଟି ଉପାଦେୟ ହୋଇଛି । ଏହି ଲେଖାଟି ଲେଖକଙ୍କର ‘ମାରୀଚର ମନକଥା ଓ ଅନ୍ୟାନ୍ୟ ପ୍ରବନ୍ଧ’ ଶୀର୍ଷକ ପୁସ୍ତକରୁ ସଂଗୃହୀତ । ‘ ‘

ଗଞ୍ଜିର ସାରକଥା :

କୌଣସି ଏକ ଦେଶରେ ଜଣେ ରାଜା ଥିଲେ । ପ୍ରଜାମାନଙ୍କ ଭଲମନ୍ଦ ବୁଝି, ସେମାନଙ୍କ ସହ ମିଶି ସେ ରାଜ୍ୟ ଶାସନ କରୁଥିଲେ । ପ୍ରଜାମାନଙ୍କ ମଙ୍ଗଳ ନିମନ୍ତେ ସେ ସଦାବେଳେ ଚିନ୍ତିତ ଥିଲେ । ତେଣୁ ପ୍ରଜାମାନେ ମଧ୍ୟ ତାଙ୍କୁ ସମ୍ମାନ ଦେଖାଉଥିଲେ। ହାତୀ ଉପରେ ବସି ରାଜଧାନୀରେ ଭ୍ରମଣ କରିବା ତାଙ୍କର ସଉକ ଥିଲା । ଦିନେ ସନ୍ଧ୍ୟା ସମୟରେ ଭ୍ରମଣ କରୁ କରୁ ଗୋଟିଏ ଚନ୍ଦନ କାଠ ସାମଗ୍ରୀ ଦୋକାନ ଉପରେ ରାଜାଙ୍କର ଦୃଷ୍ଟି ପଡ଼ିଲା । ଦୋକାନୀକୁ ଦେଖିଲା ମାତ୍ରେ ରାଜାଙ୍କ ମନରେ ଦୋକାନୀ ପ୍ରତି କ୍ରୋଧ ଓ ଘୃଣା ଭାବ ସୃଷ୍ଟି ହେଲା । ଦୋକାନୀଟି ରାଜାଙ୍କର କୌଣସି କ୍ଷତି କରି ନଥିଲେ ମଧ୍ୟ ତାଙ୍କ ମନରେ କାହିଁକି ଏପରି କୁଭାବନା ଜାତ ହେଲା ରାଜା ତା’ର କୌଣସି କାରଣ ଜାଣି ପାରିଲେନି । ତେଣୁ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜା ମନ୍ତ୍ରୀଙ୍କୁ ଡକାଇଲେ ଏବଂ ଦୋକାନୀ ପ୍ରତି ତାଙ୍କ ମନରେ ସୃଷ୍ଟି ହୋଇଥିବା କ୍ରୋଧ ଓ ଘୃଣାର କାରଣ ଅନୁସନ୍ଧାନ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କଲେ ।

ପରଦିନ ମନ୍ତ୍ରୀ ସେହି ଦୋକାନ ନିକଟରେ ପହଞ୍ଚିଲେ । ସେହି ଦୋକାନୀ ଜଣକ କିନ୍ତୁ ମନ୍ତ୍ରୀଙ୍କର ଜଣେ ବନ୍ଧୁ ଥିଲେ । ତେଣୁ ଦୁହେଁ ଖୁସି ଗପରେ ମାତିଗଲେ । କଥା ପ୍ରସଙ୍ଗରେ ଦୋକାନ କିପରି ଚାଲିଛି ବୋଲି ମନ୍ତ୍ରୀ ପ୍ରଶ୍ନ କରିବାରୁ ଦୋକାନୀ ଦୁଃଖର ସହିତ କହିଲା ଯେ ତା’ର ବ୍ୟବସାୟ ବହୁତ ମାନ୍ଦା ହୋଇଯାଇଛି । ଆଗକୁ ଚନ୍ଦନ କାଠର ଦର ବଢ଼ିବ ବୋଲି ଆଶାକରି ସେ ଗୁଡ଼ାଏ କାଠ କିଣିଥିଲେ; ମାତ୍ର ବଜାର ଦର ଏବଂ କାଠର ଚାହିଦା କମିଯିବାରୁ ତାଙ୍କ ମୂଳଧନ ସେମିତି ପଡ଼ିରହିଛି । କିଛିଦିନ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଲେ । କିଛି ସମୟ ପରେ ଦୋକାନୀଟି ମନ୍ତ୍ରୀଙ୍କୁ କହିଲା ଯେ ସେହି ସମସ୍ୟାର ସମାଧାନ ହୋଇପାରନ୍ତା ଯଦି ଗୋଟିଏ ଘଟଣା ଘଟିଯାଆନ୍ତା । ମନ୍ତ୍ରୀ ସେହି ସମାଧାନର ପନ୍ଥା କ’ଣ ବୋଲି ଜାଣିବାକୁ ଚାହିଁବାରୁ ଦୋକାନୀ କହିଲା ଯେ ଯଦି ରାଜାଙ୍କର ହଠାତ୍ ମୃତ୍ୟୁ ହୁଅନ୍ତା ତେବେ ତାଙ୍କର ଶବଦାହ କାର୍ଯ୍ୟ ପାଇଁ ବହୁ ଚନ୍ଦନ କାଠ ଆବଶ୍ୟକ ପଡ଼ନ୍ତା ଓ ତାଙ୍କ ପାଖରେ ମହଜୁଦ ଥ‌ିବା କାଠତକ ବିକ୍ରି ହୋଇଯାଆନ୍ତା ।

ଦୋକାନୀର କଥା ଶୁଣିଲା ପରେ ରାଜାଙ୍କ ମନରେ ଦୋକାନୀ ପ୍ରତି ଅଯଥାରେ ଜାତ ହୋଇଥିବା କ୍ରୋଧ ଓ ଘୃଣାର କାରଣ ମନ୍ତ୍ରୀ ଜାଣିପାରିଲେ । ସେ ବୁଝିପାରିଲେ ଯେ ଦୋକାନୀଟି ରାଜାଙ୍କର ଅକାଳ ମୃତ୍ୟୁ କାମନା କରୁଥିବାରୁ ରାଜାଙ୍କ ମନରେ ଅନୁରୂପ ଭାବେ ଦୋକାନୀ ପ୍ରତି କ୍ରୋଧ ଜାତ ହୋଇଛି। ଦୋକାନୀକୁ ସାଲ୍ଗାନା ଦେବାକୁ ଯାଇ ମନ୍ତ୍ରୀ ଚତୁରତା ସହକାରେ ତାଙ୍କ ଆଗମନର କାରଣ କହିଲେ । ସେ କହିଲେ ଯେ ରାଜା ତାଙ୍କୁ କିଛି ଚନ୍ଦନକାଠ ଯୋଗାଡ଼ କରିବାକୁ ପଠାଇଛନ୍ତି ଯେଉଁଥରେ କିଛି ସାମଗ୍ରୀ ଗଢ଼ାଇବା ମଣିମାଙ୍କର ଇଚ୍ଛା । ପରଦିନ ସେ ସବୁତକ ଚନ୍ଦନକାଠ କିଣିନେବେ ବୋଲି କହିବା ମାତ୍ରେ ଦୋକାନୀର ମୁଖ ଉଜ୍ଜ୍ବଳ ହୋଇଉଠିଲା। ମନ୍ତ୍ରୀ ଚାଲିଗଲା ପରେ ଦୋକାନୀ ଜଣକ ନିଜ ମନରେ ରାଜାଙ୍କ ପ୍ରତି ସୃଷ୍ଟି ହୋଇଥିବା କୁଭାବନା ପାଇଁ ଦୁଃଖିତ ହେଲେ । ଏପରି ଦୟାଳୁ ରାଜାଙ୍କ ସମ୍ପର୍କରେ ଏଭଳି ଖରାପ କଥା ଚିନ୍ତା କରିଥିବା ହେତୁ ଦୋକାନୀ ଜଣକ ଅନୁତାପ କଲେ ଓ ରାଜାଙ୍କ ଦୀର୍ଘଜୀବନ କାମନା କରି ଈଶ୍ୱରଙ୍କୁ ପ୍ରାର୍ଥନା କଲେ ।

ପରଦିନ ରାଜା ପୂର୍ବପରି ଭ୍ରମଣରେ ଯିବାବେଳେ ଯେତେବେଳେ ସେହି ଦୋକାନୀ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା ତାଙ୍କ ମନ ଆନନ୍ଦରେ ଭରି ଉଠିଲା । ଦୋକାନର ସାଜସଜ୍ଜା ଓ ଚନ୍ଦନର ସୁବାସରେ ରାଜା ମୁଗ୍ଧ ହୋଇଗଲେ । ଦୁଇଦିନ ତଳେ ସେହି ଦୋକାନୀଟି ପ୍ରତି ତାଙ୍କ ମନରେ ଏପରି କ୍ରୋଧ ସୃଷ୍ଟି ହୋଇଥିଲା ଯେ ସେ ତାକୁ ଫାଶୀଖୁଣ୍ଟରେ ଝୁଲାଇବା କଥା ଚିନ୍ତା କରୁଥିଲେ । ମାତ୍ର ଏଥର ଦୋକାନୀଟିକୁ ଦେଖୁଲା ମାତ୍ରେ ରାଜାଙ୍କର ମନର ଭାବନା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ଜଣେ ନିର୍ଦ୍ଦେଷକୁ ଫାଶୀଦଣ୍ଡ ଦେବା କଥା ଚିନ୍ତା କରିଥିବାରୁ ରାଜା ମଧ୍ୟ ମନେ ମନେ ଅନୁତପ୍ତ ହେଲେ । ରାଜାଙ୍କୁ ଦେଖୁ ଦୋକାନୀ ମନରେ ମଧ୍ୟ ଆନନ୍ଦ ଖେଳିଗଲା । ରାଜାଙ୍କ ପ୍ରତି ତା’ ମନ କୃତଜ୍ଞତାରେ ଭରି ଉଠିଲା ।

କଠିନ ଶବ୍ଦାର୍ଥ :

  • ଭାବ।ନ୍ତିର – ଅନ୍ୟଭାବନାର ପରିବର୍ତ୍ତନା
  • ଶୋଷଶ – ଅନ୍ୟର ଶକ୍ତି ଓ ଉପାର୍ଜନକୁ ନିଜ ସ୍ୱାର୍ଥ ପାଇଁ ଛଡ଼ାଇନେବା ।
  • ପାଢ଼ନ – ଯନ୍ତ୍ରଣା / ଗାଡ଼ା / କଷ୍ଟ।
  • କୁକର୍ମ – ଖରାପ କାମ / ମନ୍ଦ କାମା
  • ବିଚଳିତ – ଅସ୍ଥିର / ଅସ୍ଥିର / ଅସ୍ତବ୍ୟସ୍ତା
  • ଉକ୍ ଣ୍ଠିତ -ଅତି ଆଗ୍ରହ / ଆବେଗମୟା
  • ଅନୁସନ୍ଧାନ – ଖୋଜିବା ।
  • ଚାହିଦା – ଆବଖ୍ୟାବଢା ।
  • ଉସ୍କୁକତା – ଅତିଶୟ ଆବେଗ / ଅତି ଆଗ୍ରହା
  • ଦୁଃଖ ଲାଘବ – ଦୁଃଖ କମାଇ ଦେବା ।
  • କରୁଣା – ବାୟା ।

Leave a Comment