Odisha State Board BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ Important Questions and Answers.
BSE Odisha Class 6 Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ଯବକ୍ଷାରଜାନ ବିବନ୍ଧନ କାହାଦ୍ଵାରା ହୁଏ ?
ଉ –
ଉର୍ବର ମାଟିରେ ଯବକ୍ଷାରଜାନ ବିବନ୍ଧନ ଆଜାଟୋବ୍ୟାକ୍ଟେରିଆ କ୍ଲଷ୍ଟ୍ରୋଡ଼ିୟମ୍ ଓ ବୀଜାଣୁଦ୍ବାରା ହୋଇଥାଏ ।
Question 2.
ଶ୍ଵାସକ୍ରିୟା କାହାକୁ କହନ୍ତି ?
ଉ –
- ଅମ୍ଳଜାନର ଆହରଣ ଓ ଅଙ୍ଗାରକାମ୍ଳର ତ୍ୟାଗ ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ ।
- ଶ୍ବସନ ପ୍ରକ୍ରିୟାର ଏକ ଅଂଶବିଶେଷ ହିଁ ଶ୍ଵାସକ୍ରିୟା ।
Question 3.
ମାଛକୁ ପାଣିରୁ ବାହାର କରି ଆଣିଲେ କିଛି ସମୟ ପରେ କାହିଁକି ମରିଯାଏ ?
ଉ –
- ଜଳ ମଧ୍ୟରେ ଗାଲି ଶ୍ଵାସକ୍ରିୟାରେ ସାହାଯ୍ୟ କରୁଥିବାବେଳେ ସ୍ଥଳଭାଗରେ ଫୁସ୍ଫୁସ୍ ସାହାଯ୍ୟ କରେ ।
- ମାଛର ଫୁସ୍ଫୁସ୍ ନଥିବାରୁ ଏହାକୁ ପାଣିରୁ ବାହାର କରି ଆଣିଲେ ଶ୍ଵାସକ୍ରିୟା କରି ନପାରି ମରିଯାଏ ।
Question 4.
ଶ୍ଵାସନ ଓ ଶ୍ଵାସକ୍ରିୟା ମଧ୍ୟରେ ପାର୍ଥକ୍ୟ ଲେଖ ।
ଉ –
- ଶ୍ବସନ ପ୍ରକ୍ରିୟାରେ ଜୀବକୋଷରେ ଖାଦ୍ୟର ଅମ୍ଳଜାନ ସହ ଦହନ ଘଟି ଶକ୍ତି ଉତ୍ପନ୍ନ ହୋଇଥାଏ ।
- ଶ୍ଵାସକ୍ରିୟାରେ ଅମ୍ଳଜାନର ଆହରଣ ଓ ଅଙ୍ଗାରକାମ୍ଳର ନିର୍ଗମ ଘଟିଥାଏ ।
Question 5.
ଲୁଣା ପ୍ରାଦ୍ଭିଦ କେଉଁଠାରେ ଦେଖାଯାଏ? ଏହା କିପରି ଶ୍ଵାସକ୍ରିୟା କରିପାରେ ?
ଉ –
- ଲବଣାକ୍ତ ଜଳ ଅଞ୍ଚଳରେ ଲୁଣା ପ୍ରାଦ୍ଭିଦ ଦେଖାଯାଏ ।
- ଲୁଣା ପ୍ରାଦ୍ଭିଦ ଅଧିକ ଅମ୍ଳଜାନ ମାଟି ଭିତରେ ଜଳରୁ ନ ପାଇବାରୁ ଏମାନଙ୍କର ଏକପ୍ରକାର ମୂଳ ମାଟି ଉପରକୁ ଉଠିଥାଏ । ମୂଳର ଅଗ୍ରଭାଗରେ ଥିବା ରନ୍ଧ୍ରରେ ସେମାନେ ବାୟୁରୁ ଅମ୍ଳଜାନ ଗ୍ରହଣକରିଥା’ନ୍ତି ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ସ୍ଥଳଚର ପ୍ରାଣୀମାନେ କିପରି ଶ୍ଵାସକ୍ରିୟା କରନ୍ତି ଲେଖ ।
ଉ –
- ସ୍ଥଳଭାଗରେ ରହୁଥିବା ଅସରପା, ଝିଣ୍ଟିକାର ଶରୀରର ଯୋଡ଼ ମଧ୍ଯରେ ଶ୍ଵାସରନ୍ଧ୍ର ଥାଏ । ବାୟୁ ଶ୍ଵାସରନ୍ଧ୍ର ଦେଇ ପ୍ରବେଶ କରେ ଓ ପରେ ଶ୍ଵାସନଳୀ ଓ ତା’ର ସୂକ୍ଷ୍ମ ଶାଖାରେ ପହଞ୍ଚି, ଜୀବକୋଷରେ ଶ୍ୱସନ କରିଥାଏ ।
- ସାପ, ବତକ, ମଣିଷ, ବାହୁଡ଼ି ଆଦି ଫୁସ୍ଫୁସ୍ର ସଙ୍କୋଚନ ଓ ପ୍ରସାରଣ ଫଳରେ ଫୁସ୍ଫୁସ୍ ମଧ୍ୟକୁ ବାୟୁ
- କଇଁଛ, କୁମ୍ଭୀର ଭଳି ପ୍ରାଣୀର ଶ୍ଵାସକ୍ରିୟା ଫୁସ୍ଫୁସ୍ ସାହାଯ୍ୟରେ ହୁଏ ।
- ବେଙ୍ଗ ତା’ର ଚର୍ମଦ୍ଵାରା ଶ୍ଵାସକ୍ରିୟା କରିଥାଏ ।
Question 2.
ଜଳଚର ପ୍ରାଣୀମାନେ ଓ ଜଳଜ ଉଦ୍ଭିଦମାନେ କିପରି ଶ୍ଵାସକ୍ରିୟା କରନ୍ତି ଲେଖ ।
ଉ –
ଜଳଚର ପ୍ରାଣୀମାନେ ଶ୍ଵାସକ୍ରିୟା:
- ଏମିବା ଭଳି ଏକକୋଷୀ ପ୍ରାଣୀ ଓ ହାଇଡ୍ରା ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ବିସରଣ ପ୍ରକ୍ରିୟାରେ ସିଧାସଳଖ କୋଷ ଭିତରକୁ ନେଇଥା’ନ୍ତି ।
- କଙ୍କଡ଼ା, ଚିଙ୍ଗୁଡ଼ି, ଗେଣ୍ଡା ଶାମୁକା ଏବଂ ମାଛ ଗାଲିଦ୍ଵାରା ଶ୍ଵାସକ୍ରିୟା କରନ୍ତି ।
ଜଳଚର ପ୍ରାଦ୍ଭିଦର ଶ୍ଵାସକ୍ରିୟା:
- ଜଳରେ ବୁଡ଼ି ରହିଥିବା ପ୍ରାଦ୍ଭିଦ ଜଳରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନକୁ ଶ୍ଵାସକ୍ରିୟାରେ ବ୍ୟବହାର କରନ୍ତି । ସେମାନଙ୍କ କ୍ଷେତ୍ରରେ ବିସରଣ ପ୍ରକ୍ରିୟାରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସ୍ୟର ବିନିମୟ ହୋଇଥାଏ ।
- ପଦ୍ମ ଓ କଇଁ ପ୍ରଭୃତି ଜଳଜ ଉଦ୍ଭିଦ ପତ୍ରଛିଦ୍ରଦ୍ୱାରା ଅମ୍ଳଜାନ ଗ୍ରହଣ କରିପାରନ୍ତି ।
- ଲବଣାକ୍ତ ଜଳ ଅଞ୍ଚଳରେ ଦେଖାଯାଉଥିବା ଲୁଣା ପ୍ରାଦ୍ଭିଦ ଅଧିକ ଅମ୍ଳଜାନ ମାଟି ଭିତରେଥିବା ଜଳରୁ ନପାଇବାରୁ ଏମାନଙ୍କର ଏକ ପ୍ରକାର ମୂଳ ମାଟି ଉପରକୁ ଉଠିଥାଏ । ମୂଳର ଅଗ୍ରଭାଗରେ ଥିବା ରନ୍ଧ୍ରରେ ସେମାନେ ବାୟୁରୁ ଅମ୍ଳଜାନ ଗ୍ରହଣ କରିଥା’ନ୍ତି ।
ବସ୍ତୁନିଷ୍ଠ ପ୍ରଶୋଉର
Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଶ୍ୱସନ ପ୍ରକ୍ରିୟାର ଏକ ଅଂଶବିଶେଷ ହିଁ …………… ।
(ଖ) …………… ଗ୍ୟାସ୍ ଦହନରେ ସହାୟକ ।
(ଗ) ଚୂନପାଣି …………… ସଂସ୍ପର୍ଶରେ ଆସିଲେ ଏହା ରଙ୍ଗ ହୋଇଯାଏ ।
(ଘ) …………… ଦୁଧୂ ଦ୍ଵାରା କଇଁ ଓ ପଦ୍ମ ଅମ୍ଳଜାନ ଗ୍ରହଣକରନ୍ତି ।
(ଙ) ଗେଣ୍ଡା …………… ଦ୍ଵାରା ଶ୍ଵାସକ୍ରିୟା କରେ ।
(ଚ) ଶିମ୍ବଜାତୀୟ ଉଦ୍ଭଦର ଚେରରେ …………… ପରି ବୀଜାଣୁ ଥାଆନ୍ତି ।
(ଛ) ଉଦ୍ଭିଦ ପତ୍ରରେ ଥିବା …………… ଦ୍ଵାରା ଶ୍ଵାସକ୍ରିୟା କରେ ।
Question 2.
ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) କେଉଁ ପ୍ରାଣୀ ଫୁସ୍ଫୁସ୍ଦ୍ୱାରା ଶ୍ଵାସକ୍ରିୟା କରେ ?
(i) କଙ୍କଡ଼ା
(ii) ଚିଙ୍ଗୁଡ଼ି
(iii) କଇଁଚ
(iv) ମାଛ
ଉ –
(iii) କଇଁଚ
(ଖ) ଶୀତଦିନେ ମାଟିତଳେ ଥିବା ସମୟରେ ବେଙ୍ଗ କାହାଦ୍ଵାରା ଶ୍ଵାସକ୍ରିୟା କରିଥାଏ ?
(i) ଶ୍ଵାସରନ୍ଧ୍ର
(ii) ଗାଲି
(iii) ଚର୍ମ
(iv) ଶ୍ଵାସନଳୀ
ଉ –
(iii) ଚର୍ମ
(ଗ) ବାୟୁର କେଉଁ ଉପାଦାନ ନିଆଁ ଜଳିବାରେ ସାହାଯ୍ୟ କରେ ?
(i) ଯବକ୍ଷାରଜାନ
(ii) ଅଙ୍ଗାରକାମ୍ଳ
(iii) ଅମ୍ଳଜାନ
(iv) ଜଳୀୟବାଷ୍ପ
ଉ –
(iii) ଅମ୍ଳଜାନ
(ଘ) ଅର୍କିଡ଼ ଗଛ କେଉଁଥିରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନ ଗ୍ରହଣ କରେ ?
(i) ଯବକ୍ଷାରଜାନ
(ii) ଅଙ୍ଗାରକାମ୍ଳ
(iii) ଅମ୍ଳଜାନ
(iv) ଜଳୀୟବାଷ୍ପ
ଉ –
(iv) ଜଳୀୟବାଷ୍ପ
(ଙ) ଜିଆ କେଉଁ ଅଙ୍ଗ ସାହାଯ୍ୟରେ ଅମ୍ଳଜାନ ଗ୍ରହଣ କରେ ?
(i) ପାଟି
(ii) ନାକ
(iii) ଓଦାଚର୍ମ
(iv) ଫୁସ୍ଫୁସ୍
ଉ –
(iii) ଓଦାଚର୍ମ
(ଚ) ମାଛମାନେ କେଉଁ ଅଙ୍ଗ ସାହାଯ୍ୟରେ ଅମ୍ଳଜାନ ଗ୍ରହଣକରନ୍ତି ?
(i) ପାଟି
(ii) ଲାଜ୍ଞ
(iii) ନାକ
(iv) ଗାଲି
ଉ –
(iv) ଗାଲି
Question 3.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦ ଲେଖ ।
(କ) ବେଙ୍ଗ : ଚର୍ମ : : ସାପ : ………….
(ଖ) କୁମ୍ଭୀର : ଫୁସ୍ଫୁସ୍ : : ଶାମୁକା …………
(ଗ) ଜାମୁ : ସ୍ତୋମ୍ : : ଅର୍କିଡ଼ : ………….
(ଘ) ଆମ୍ବ : ସ୍ତୋମ୍ : : ସିଜୁ : …………
ଉ –
(କ) ଫୁସ୍ଫୁସ୍
(ଖ) ଗାଲି
(ଗ) ମୂଳ
(ଘ) ନିମ୍ନ ସ୍ତୋମ୍
Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଶୀତଦିନେ ବେଙ୍ଗ ଅଧିକାଂଶ ସମୟ ମାଟିତଳେ ରହୁଥିବାରୁ ଫୁସ୍ଫୁସ୍ଦ୍ୱାରା ଶ୍ଵାସକ୍ରିୟା କରେ ।
(ଖ) ବେଙ୍ଗ ଏକ ସ୍ଥଳଚର ପ୍ରାଣୀ ।
(ଗ) ଏମିବା ଓ ହାଇଡ୍ରା ସମୁଦ୍ର ଜଳରେ ବାସ କରନ୍ତି ।
(ଘ) ଚିଙ୍ଗୁଡ଼ି ଫୁସ୍ଫୁସ୍ଦ୍ୱାରା ଶ୍ଵାସକ୍ରିୟା କରେ ।
(ଙ) ଝିଣ୍ଟିକା ଗାଲିଦ୍ଵାରା ଶ୍ଵାସକ୍ରିୟା କରେ ।
ଉ –
(କ) ଶୀତଦିନେ ବେଙ୍ଗ ଅଧିକାଂଶ ସମୟ ମାଟିତଳେ ରହୁଥିବାରୁ ଚର୍ମଦ୍ଵାରା ଶ୍ଵାସକ୍ରିୟା କରେ ।
(ଖ) ବେଙ୍ଗ ଏକ ଉଭୟଚର ପ୍ରାଣୀ ।
(ଗ) ଏମିବା ଓ ହାଇଡ୍ରା ମଧୁର ଜଳରେ ବାସ କରନ୍ତି ।
(ଘ) ଚିଙ୍ଗୁଡ଼ି ଗାଲିଦ୍ୱାରା ଶ୍ଵାସକ୍ରିୟା କରେ ।
(ଙ) ଝିଣ୍ଟିକା ଶ୍ଵାସରନ୍ଧ୍ରଦ୍ଵାରା ଶ୍ଵାସକ୍ରିୟା କରେ ।