BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Odisha State Board BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା Textbook Exercise Questions and Answers.

BSE Odisha Class 7 Odia Solutions Chapter 18 ମୋ ପିଲା ବେଳ କଥା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ମୋଜାଫରପୁରରେ ରମାଦେବୀ କେଉଁମାନଙ୍କ ସହ ରହୁଥିଲେ ?
Answer:
ମୋଜାଫରପୁରରେ ରମାଦେବୀ ତାଙ୍କର ବାପା, ମା’ ଓ ବଡ଼ଭଉଣୀଙ୍କ ସହ ରହୁଥିଲେ ।

(ଖ) ଦୁଇ ଭଉଣୀ ହଠାତ୍ କାହିଁକି ଚମକି ପଡ଼ିଲେ ?
Answer:
ରମାଦେବୀ ତାଙ୍କର ବାପା ଓ ବଡ଼ଭଉଣୀଙ୍କ ସହିତ ରାତିରେ ଖାଇ ବସିଥିଲେ । ହଠାତ୍ ଗୋଟିଏ ବଡ଼ ଶବ୍ଦ ହେଲା, ଯାହାକୁ ଶୁଣି ଦୁଇ ଭଉଣୀ ଚମକି ପଡ଼ିଲେ । ସେହି ଶବ୍ଦଟି ଥିଲା ଏକ ବୋମା ଫୁଟିବାର ଶବ୍ଦ ।

(ଗ) ଦେଶ ପାଇଁ କାମ କଲେ କ’ଣ କ’ଣ କରିବାକୁ ହୁଏ ବୋଲି ଲେଖିକା କହିଛନ୍ତି ?
Answer:
ଲେଖିକା ରମାଦେବୀ ତାଙ୍କର ଆତ୍ମଜୀବନୀରେ କହିଛନ୍ତି, ଦେଶ ପାଇଁ କାମ କଲେ ଜେଲ୍ ଯିବାକୁ ହୁଏ, ଫାଶୀ ପାଇବାକୁ ହୁଏ, ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରିବାକୁ ହୁଏ । ତାଙ୍କ ଘରେ ବାପାଙ୍କ ସହ ଅନ୍ୟମାନେ କରୁଥିବା ଆଲୋଚନା ଶୁଣି ଏଭଳି ଧାରଣା ତାଙ୍କ ମନରେ ବଦ୍ଧମୂଳ ହୋଇଯାଇଥିଲା ।

(ଘ) ଜେଲ୍ ସମ୍ପର୍କରେ ରମାଦେବୀ ଅନେକ କଥା କିପରି ଜାଣିଥିଲେ ?
Answer:
ରମାଦେବୀ ପିଲାଦିନେ ତାଙ୍କ ବାପାଙ୍କ ସହିତ ମଝିରେ ମଝିରେ ଜେଲ୍ ପରିଦର୍ଶନରେ ଯାଉଥିଲେ । ତାଙ୍କର ବାପା ଅଫିସ୍‌ରେ ରହୁଥିଲାବେଳେ ସେଠାକାର ଲୋକମାନେ ତାଙ୍କୁ ନେଇ ଜେଲ୍ ଭିତର ଦେଖାଉଥିଲେ । ଫଳରେ ଜେଲ୍ ସମ୍ପର୍କରେ ରମାଦେବୀ ଅନେକ କଥା ଜାଣିଥିଲେ ।

(ଡ) ଶ୍ରୀଅରବିନ୍ଦଙ୍କ ପ୍ରତି ଲେଖିକାଙ୍କର କାହିଁକି ଭକ୍ତି ଆସିଲା ?
Answer:
ଲେଖିକା ରମାଦେବୀ ପିଲାଦିନରୁ ଶ୍ରୀ ଶ୍ରୀ ଅରବିନ୍ଦଙ୍କ ସମ୍ପର୍କରେ ଅନେକ କଥା ଶୁଣିଥିଲେ । ସେତିକିବେଳୁ ଶ୍ରୀ ଶ୍ରୀ ଅରବିନ୍ଦଙ୍କ ପ୍ରଭାବ ତାଙ୍କ ମନରେ ଦେଶ କାମ କରିବାର ଛାପ ପକାଇଥିଲା । ଦେଶ ପାଇଁ ସର୍ବସ୍ବ ଦେବାକୁ ହେବ, ଏପରି ଭାବନା ଶ୍ରୀ ଅରବିନ୍ଦ ତାଙ୍କ ମନରେ ସୃଷ୍ଟି କରିଥିଲେ । ପୁନଶ୍ଚ ଶ୍ରୀ ଅରବିନ୍ଦଙ୍କର ଚରିତ୍ରକୁ ତାଙ୍କର ମା’ ଗଳ୍ପ କହିବା ଛଳରେ ଏପରି ବର୍ଣ୍ଣନା କରିଥିଲେ ଯେ ତାଙ୍କ ମନରେ ଶ୍ରୀ ଅରବିନ୍ଦଙ୍କ ପ୍ରତି ଭକ୍ତି ଆସିଲା ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଖୁଦିରାମ କାହିଁକି ଇତିହାସରେ ପ୍ରସିଦ୍ଧ ହେଲେ ?
Answer:
ଖୁଦିରାମଙ୍କ ପୂରାନାମ ହେଉଛି ଖୁଦିରାମ ବୋଷ ଓ ସେ ଥିଲେ ସ୍ବଦେଶପ୍ରେମୀ । ସେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ଇଂରେଜ ସରକାରର ପ୍ରବଳ ବିରୋଧ କରିଥିଲେ । ଫଳରେ ମାତ୍ର ୧୯ ବର୍ଷ ବୟସରେ ତାଙ୍କୁ ଜେଦଣ୍ଡ ଓ ପରେ ଫାଶୀଦଣ୍ଡ ହୋଇଥିଲା । ଦେଶ ପାଇଁ ଅପୂର୍ବ ତ୍ୟାଗ ହେତୁ ଖୁଦିରାମ ଇତିହାସରେ ପ୍ରସିଦ୍ଧ ହେଲେ ।

(ଖ) ରମାଦେବୀଙ୍କ ଉପରେ ଶ୍ରୀଅରବିନ୍ଦଙ୍କର କି ପ୍ରଭାବ ପଡ଼ିଥିଲା ?
Answer:
ରମାଦେବୀ ପିଲାଦିନରୁ ଶ୍ରୀଅରବିନ୍ଦଙ୍କ ସ୍ଵଦେଶପ୍ରେମ କଥା ଶୁଣି ଆସିଥିଲେ । ସେ ବାସ୍ତବରେ ତାଙ୍କୁ ଦେଖିନଥିଲେ ମଧ୍ୟ ଦେଶ ପାଇଁ ସର୍ବସ୍ଵ ତ୍ୟାଗ କରିବାକୁ ହେବ, ଏପରି ଭାବନା ତାଙ୍କ ମନରେ ବିପ୍ଳବୀ କରିଥିଲେ । ପୁନଶ୍ଚ ମା’ଙ୍କଠାରୁ ଗଳ୍ପ ଶୁଣିବା ଛଳରେ ଅରବିନ୍ଦଙ୍କ ବିପ୍ଳବୀ ଭାବନା ବିଷୟରେ ସେ
ଅନେକ କିଛି ଜାଣିପାରିଥିଲେ, ଯାହାକି ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ।

(ଗ) ଖୁଦିରାମ ଫାଶୀ ସମୟରେ ବାପାଙ୍କୁ ଉପସ୍ଥିତ ନ ରହିବାପାଇଁ ରମାଦେବୀ କାହିଁକି ଅନୁରୋଧ କଲେ ?
Answer:
ଖୁଦିରାମ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଏବଂ ଇଂରେଜ ସରକାରଙ୍କ ବିରୁଦ୍ଧାଚରଣ କରି ଜେଲ୍‌ରେ ରହିଥିଲେ । ସେହି ଖୁଦିରାମଙ୍କ ଅପୂର୍ବ ତ୍ୟାଗ ଓ ବୀରତ୍ଵ କଥା ଶୁଣି ରମାଦେବୀଙ୍କ ମନରେ ତାଙ୍କ ପ୍ରତି କିପରି ଏକ ମାୟା ଜମି ଆସିଥିଲା । ତାଙ୍କର ଫାଶୀଦଣ୍ଡ କଥା ଶୁଣି ରମାଦେବୀ କାନ୍ଦ କାନ୍ଦ ହୋଇଯାଇଥିଲେ । ତେଣୁ ଏଭଳି ପ୍ରିୟ ଲୋକର ଫାଶୀଦଣ୍ଡ ସମୟରେ ବାପାଙ୍କୁ ଉପସ୍ଥିତ ନ ରହିବାପାଇଁ ରମାଦେବୀ ଅନୁରୋଧ କରିଥିଲେ ।

(ଘ) ସଞ୍ଜବେଳେ ମା’ଦୁଇ ଭଉଣୀଙ୍କୁ କି କି କଥା ଶୁଣାଉଥିଲେ ?
Answer:
ରମାଦେବୀଙ୍କ ମା’ ସଞ୍ଜବେଳେ ପୂଜାକାମ ସାରି ଦୁଇ ଭଉଣୀଙ୍କୁ ବିଭିନ୍ନ ଗପ ଶୁଣାଉଥିଲେ । ସେଥ‌ିରେ ସେ ପିଲାଙ୍କ ଆଗରେ ବର୍ଣ୍ଣନା କରାଯାଇ ପାରିବା ଭଳି ରାମାୟଣ ଓ ମହାଭାରତର ବିଭିନ୍ନ ଚରିତ୍ର ବିଷୟରେ କହୁଥିଲେ । ଏହାଛଡ଼ା ସେ ଭାରତର ଐତିହାସିକ ଘଟଣା, ଆନନ୍ଦମଠ, ଦେବୀ ଚୌଧୁରାଣୀ, ରାଣାପ୍ରତାପ ଓ ରବୀନ୍ଦ୍ରନାଥଙ୍କ ଗପ ମଧ୍ୟ ଶୁଣାଉଥିଲେ ।

Question ୩।
ପ୍ରାୟ ଶହେଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) କୈଶୋର ଅବସ୍ଥାରେ ରମାଦେବୀଙ୍କ ମନରେ କିପରି ସ୍ୱଦେଶପ୍ରୀତିର ଭାବ ଉଦ୍ରେକ ହୋଇଥିଲା ?
Answer:
କଥାରେ ଅଛି, “Morning shows the day.” ବଡ଼ ଲୋକଙ୍କର ଭଲଗୁଣ ପିଲାଟିଦିନରୁ ଜଣାପଡ଼ିଥାଏ। ପିଲାଦିନେ ରମାଦେବୀ ପରିବାରରୁ ଦେଶଭକ୍ତି ଓ ସେବା ମନୋଭାବ ଶିକ୍ଷା କରିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମ ସମୟରେ ଦେଶର ବହୁ ଗୁରୁତ୍ଵପୂର୍ଣ୍ଣ କଥା ସେ ଶୁଣୁଥିଲେ। ଦେଶବନ୍ଦନା ବୋଲିବା, ବଙ୍ଗଲକ୍ଷ୍ମୀ ମିଲର ମୋଟାଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାରରେ ସେ ମନ ବଳାଇଥିଲେ। ଖୁଦିରାମଙ୍କର ଫାଶୀ ପାଇବାର କଥାରେ ସେ ବେଶ୍ ପ୍ରଭାବିତ ହୋଇଥିଲେ। ଦେଶପାଇଁ କାମ କରିବାକୁ ହେଲେ ଜେଲଯିବାକୁ ପଡ଼େ ଓ ଫାଶୀ ପାଇବାକୁ ହୁଏ ବୋଲି ତାଙ୍କର ଦୃଢ଼ ଧାରଣା ହୋଇଥିଲା। ଅରବିନ୍ଦଙ୍କର “ ଦେଶପାଇଁ ସର୍ବସ୍ଵ ଦେବାକୁ ହେବ” – କଥାରେ ସେ ପ୍ରଭାବିତ ହୋଇ ଦେଶପାଇଁ କାମ କରିବାକୁ ଆଗେଇ ଆସିଥିଲେ।

(ଖ) ଶ୍ରୀଅରବିନ୍ଦ ଓ ଖୁଦିରାମ ସମ୍ବନ୍ଧରେ ଲେଖିକା କ’ଣ କହିଛନ୍ତି ?
Answer:
ଲେଖିକା ରମାଦେବୀ ନିଜର ଆତ୍ମଜୀବନୀ ଗ୍ରନ୍ଥ ‘ଜୀବନ ପଥେ’ରେ ତାଙ୍କର ପିଲାବେଳ କଥା ବର୍ଣ୍ଣନା ପ୍ରସଙ୍ଗରେ ଶ୍ରୀଅରବିନ୍ଦ ଓ ଖୁଦିରାମଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଶ୍ରୀଅରବିନ୍ଦଙ୍କୁ ରମାଦେବୀ ଦେଖିନଥିଲେ ମଧ୍ୟ ତାଙ୍କର କଥା ଶୁଣି ଶୁଣି ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ମନେ ମନେ ତାଙ୍କୁ ସେ ଭକ୍ତି କରୁଥିଲେ । ତାଙ୍କ ବିଷୟରେ ଅଧିକ ଜାଣିବାପାଇଁ ଚେଷ୍ଟା କରୁଥିଲେ । ତାଙ୍କ ମନରେ ଯେପରି ଅରବିନ୍ଦଙ୍କ ଛାପ ଗଭୀର ଭାବରେ ପ୍ରଭାବ ବିସ୍ତାର କରିଥିଲା । ଦେଶ ପାଇଁ ସର୍ବସ୍ଵ ଦେବାକୁ ହେବ, ଏଭଳି ଚିନ୍ତାଧାରା ବିପ୍ଳବୀ ଅରବିନ୍ଦ ତାଙ୍କ ମନରେ ସୃଷ୍ଟି କରିଥିଲେ । ରମାଦେବୀ ତାଙ୍କ ପିତାଙ୍କ ସହିତ ଅନେକ ସମୟରେ ଜେଲ୍ ବୁଲି ଦେଖିବାର ସୁଯୋଗ ପାଇଥିଲେ ।

ସେହି ସମୟରେ ଜେଲ୍‌ରେ ଖୁଦିରାମ ରହୁଥ‌ିଲେ। ଖୁଦିରାମଙ୍କୁ ଦେଖିବାପାଇଁ ରମାଦେବୀଙ୍କ ମନରେ ରହିଥିଲା ବିଶେଷ ଆଗ୍ରହ ଥିଲା । ମାତ୍ର ତାଙ୍କ ବାପା ଏଥ‌ିରେ ରାଜି ହୋଇ ନଥିଲେ । ଖୁଦିରାମଙ୍କର ପ୍ରଶଂସା ଶୁଣି ଶୁଣି ସେ ତାଙ୍କ ପ୍ରତି ଆକୃଷ୍ଟ ହୋଇଯାଇଥିଲେ । ଖୁଦିରାମଙ୍କ ପ୍ରତି ତାଙ୍କରେ ମନରେ କିପରି ମାୟା ଜମି ଯାଇଥିଲା । ସେ ଫାଶୀଦଣ୍ଡ ପାଇବା କଥା ଶୁଣି ରମାଦେବୀ କାନ୍ଦ କାନ୍ଦ ହୋଇଯାଇଥିଲେ । ସେ ବାପାଙ୍କୁ ଖୁଦିରାମଙ୍କ ଫାଶୀ ଦିନ ଉପସ୍ଥିତ ନ ରହିବା ପାଇଁ ଅନୁରୋଧ କରିଥିଲେ । ଖୁଦିରାମଙ୍କୁ ଫାଶୀ ହେବା ଦିନ ସେହି ଖବରରେ ତାଙ୍କ ସାହିର ସମସ୍ତେ କିପରି ଗମ୍ଭୀର ହୋଇଯାଇଥିଲେ । ଏପରିକି ରମାଦେବୀଙ୍କ ମନରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା । ସମସ୍ତେ ମନର ଉତ୍ତେଜନାକୁ ଲୁଚେଇ ଲୁଚେଇ ପ୍ରକାଶ କରିଥିଲେ ।

 ତୁମପାଇଁ କାମ :

  • ରମାଦେବୀଙ୍କ ଆତ୍ମଜୀବନୀ ପୁସ୍ତକ ସଂଗ୍ରହ କର ଓ ପଢ଼ ।
  • ଓଡ଼ିଶାର ଲେଖାମାନଙ୍କର ନାମ ତାଲିକା କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ରମାଦେବୀଙ୍କର ସଂକ୍ଷିପ୍ତ ପରିଚୟ ଦିଅ ।
Answer:
ରମାଦେବୀ ଥିଲେ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥ‌ିବା ଅନ୍ୟତମ ନାରୀନେତ୍ରୀ । ତାଙ୍କ ପିତାଙ୍କ ନାମ ଗୋପାଳବଲ୍ଲଭ ଦାସ ଏବଂ ମାତାଙ୍କ ନାମ ବସନ୍ତକୁମାରୀ ଦେବୀ । ତାଙ୍କ ପିତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଥିଲେ । ଆଜୀବନ ଗାନ୍ଧିବାଦୀ ନେତା, ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ । ଜଗତ୍‌ସିଂହପୁରରେ ଅଳକା ଆଶ୍ରମ ପ୍ରତିଷ୍ଠା କରି ସେ ସାଧାରଣ ମଣିଷର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।

Question ୨।
କିଂସ୍ ଫୋର୍ଡ ସାହେବ କିଏ ?
Answer:
କିଂସ୍ ଫୋର୍ଡ ସାହେବ ଥିଲେ ରମାଦେବୀଙ୍କ ପିତା ଗୋପାଳବଲ୍ଲଭ ଦାସଙ୍କର ଘନିଷ୍ଠ ବନ୍ଧୁ । ସେ ଚପରାସୀ ହାତରେ ରମାଦେବୀଙ୍କ ପିତାଙ୍କ ନିକଟକୁ ଏକ ଚିଠି ପଠାଇଥିଲେ । ରମାଦେବୀ ବାପାଙ୍କ ସାଙ୍ଗରେ ଅନେକ ଥର ତାଙ୍କ ଘରକୁ ଯାଇଥିଲେ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୩ ।
ରମାଦେବୀ ମୋଜାଫରପୁରରେ ଥିଲାବେଳେ କେଉଁମାନେ ତାଙ୍କର ପଡ଼ୋଶୀ ଥିଲେ ?
Answer:
ରମାଦେବୀ ମୋଜାଫରପୁରରେ ଥିଲାବେଳେ କେତୋଟି ବଙ୍ଗାଳୀ ପରିବାର ତାଙ୍କର ପଡ଼ୋଶୀ ଥିଲେ । ପଡ଼ୋଶୀମା’ ଙ୍କ ସହ ରମାଦେବୀଙ୍କ ପରିବାରର ଖୁବ୍ ଭଲ ସମ୍ପର୍କ ଥିଲା ।

Question ୪।
ରମାଦେବା ପିଲାଦିନେ କେଉଁମାନଙ୍କଠାରୁ ଦେଶବନ୍ଦନା ଗାତ ଶିଖିଥିଲେ?
Answer:
ରମାଦେବୀ ମୋଜାଫରପୁରରେ ଥିଲାବେଳେ ତାଙ୍କର କେତେ ଘର ବଙ୍ଗାଳୀ ପଡ଼ୋଶୀ ଥିଲେ । ସେହିସବୁ ପଡେ।ଶୀ ଘରର ପିଲାମାନେ ଦେଶବନ୍ଦନା ବୋଲୁଥିଲୋ ରମାଦେବା ପିଲାଦିନେ ସେହି ପଢ଼େ। ଘରର ପିଲାମାନଙ୍କଠାରୁ ଦେଶବନ୍ଦନା ଗୀତ ଶିଖିଥିଲେ ।

Question ୫।
ରମାଦେବୀଙ୍କ ଘରେ ହେଉଥ‌ିବା ଆଲୋଚନାର କେଉଁ ଅଂଶକୁ ସେ ମନଦେଇ ଶୁଣୁଥିଲେ ?
Answer:
ରମାଦେବୀଙ୍କ ଘରେ ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହେଉଥିଲା। ବାପା ଓ ତାଙ୍କର ବନ୍ଧୁମାନେ କଥାବାର୍ତ୍ତା ହେଲାବେଳେ ଅଧିକ ଇଂରାଜୀ ଭାଷା ବ୍ୟବହାର କରୁଥିଲେ ବି ତା’ ଭିତରେ କିଛି କଥା ହିନ୍ଦୀ ଓ ବଙ୍ଗଳାରେ ରହୁଥିଲା । ଇଂରାଜୀ ବୁଝି ନ ପାରିଲେ ମଧ୍ୟ ସେଥ‌ିରେ ଯେତିକି ହିନ୍ଦୀ ବା ବଙ୍ଗଳା ଭାଷା ଥିଲା, ତାହାକୁ ରମାଦେବୀ ମନଦେଇ ଶୁଣୁଥିଲେ ।

Question ୬।
ରମାଦେବୀଙ୍କ ବାପା ଭୋର ତିନିଟାରୁ ପୋଷାକ ପିନ୍ଧି କେଉଁଠାକୁ ଯାଉଥିଲେ ?
Answer:
ଯେଉଁଦିନ କେହି ଫାଶୀ ପାଉଥିଲେ, ଫାଶୀ ପାଇବା ସ୍ଥାନରେ ରମାଦେବୀଙ୍କ ବାପା ଉପସ୍ଥିତ ରହୁଥିଲେ । ସେହି ଦାୟିତ୍ଵ ତୁଲାଇବାପାଇଁ ରମାଦେବୀଙ୍କ ବାପା ଭୋର ତିନିଟାରୁ ପୋଷାକ ପିନ୍ଧି ଫାଶୀ ସ୍ଥାନକୁ ଯାଉଥିଲେ ।

Question ୭।
ରମାଦେବୀ ପଡ଼ୋଶୀମାନଙ୍କଠାରୁ କ’ଣ ଶିକ୍ଷା କରିଥିଲେ ?
Answer:
ବିହାରର ମୋଜାଫୁରଠାରେ ରମାଦେବୀ ସପରିବାରେ ରହୁଥିଲେ । ସେଠାକାର କେତେକ ବଙ୍ଗାଳୀ ପରିବାର ତାଙ୍କର ପଡ଼ୋଶୀ ଥିଲେ । ପଡ଼ୋଶୀମାନେ ସରକାରୀ ଚାକିରିଆ ନ ଥିଲେ । ମାତ୍ର ସେମାନଙ୍କର ସ୍ଵଦେଶ ପ୍ରୀତି ରମାଦେବୀଙ୍କୁ ପ୍ରଭାବିତ କରିଥିଲା । ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ଥିବାରୁ ରମାଦେବୀ ତାଙ୍କ ପିଲାମାନଙ୍କଠାରୁ ଦେଶବନ୍ଦନା ଶିଖିଥିଲେ । ବଙ୍ଗଲକ୍ଷ୍ମୀ ମିଶ୍ରର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀଦ୍ରବ୍ୟ ବ୍ୟବହାର କରିବା ଏବଂ ଦେଶପାଇଁ କାମ କରିବାର ପ୍ରେରଣା ରମାଦେବୀ ପିଲାଦିନୁ ପଡ଼ୋଶୀମାନଙ୍କ ଠାରୁ ହିଁ ଶିକ୍ଷା କରିଥିଲେ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୮।
“ପିଲାବେଳ କଥା”ରୁ ଖୁଦୀରାମଙ୍କ ବିଷୟରେ କ’ଣ ଜାଣିଲ ଲେଖ।
Answer:
ଭାରତର ସ୍ଵାଧୀନତା ସଂଗ୍ରାମର ଦେଶପ୍ରେମୀ ସହିଦ୍ ଖୁଦିରାମ ବୋଷ ଏକ ଅନନ୍ୟ ଚରିତ୍ର । ମୁକ୍ତି ସଂଗ୍ରାମରେ ଇଂରେଜ ସରକାରଙ୍କୁ ବିରୋଧ କରି ମାତ୍ର ୧୯ ବର୍ଷ ବୟସରେ ସେ ଫାଶୀଦଣ୍ଡ ପାଇଥିଲେ। ରମାଦେବୀ ଖୁଦିରାମଙ୍କର ପ୍ରଶଂସା ଶୁଣି ଶୁଣି ତାଙ୍କୁ ଦେଖିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କ ଫାଶୀଦଣ୍ଡ କଥା ଶୁଣି ବାପାଙ୍କୁ ସେଠାରେ ଉପସ୍ଥିତ ନ ରହିବାକୁ ଅନୁରୋଧ କରିଥିଲେ। ଫାଶୀଦିନ ରମାଦେବୀଙ୍କର ମନରେ ଉତ୍ତେଜନା ଓ ବିଦ୍ରୋହଭାବ ପ୍ରକାଶ ପାଇଥିଲା। ଜଣେ ସଚ୍ଚା ଦେଶସେବକଙ୍କର ଆତ୍ମବଳିଦାନ ତାଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିଥିଲା ।

Question ୯।
ରମାଦେବୀ ତାଙ୍କ ମା’ଙ୍କଠାରୁ କି ଶିକ୍ଷା ପାଇଥିଲେ ?
Answer:
ପିଲାଙ୍କର ପରିବାର ହେଉଛି ଏକ ‘ପାଠଶାଳା’ ଏବଂ ମା’ ହେଉଛନ୍ତି ପ୍ରଥମ ଶିକ୍ଷକ। ମା’ ବସନ୍ତ କୁମାରୀ ଜଣେ ଦେଶଭକ୍ତ ଓ ଧର୍ମପରାୟଣା ମହିଳା ଥିଲେ । ସେ ପ୍ରତିଦିନ ପିଲାମାନଙ୍କୁ ରାମାୟଣ ଓ ମହାଭାରତର ବିଭିନ୍ନ ଆଦର୍ଶ ଚରିତ୍ରମାନଙ୍କ ବିଷୟରେ ଗପ କହୁଥିଲେ । ଭାରତର ଐତିହାସିକ ଘଟଣା, ଆନନ୍ଦମଠ, ରାଣାପ୍ରତାପ, ଦେବୀ ଚୌଧୁରାଣୀ, ଅରବିନ୍ଦ, ଖୁଦିରାମ ଇତ୍ୟାଦି ସମ୍ପର୍କରେ ଗପଶୁଣାଇ ପିଲାମାନଙ୍କ ମନରେ ଦେଶଭକ୍ତି ଏବଂ ଆଦର୍ଶ ଭାବଧାରା ଭରି ଦେଉଥ‌ିଲେ। ପିଲାଦିନୁ ରମାଦେବୀ ମା’ଙ୍କଠାରୁ ନୈତିକତା, ଦେଶଭକ୍ତି, ଚରିତ୍ରଗଠନ, ସେବାମନୋବୃତ୍ତି ଇତ୍ୟାଦି ସଦ୍‌ଗୁଣ ଶିକ୍ଷା କରିଥିଲେ ।

Question ୧୦।
ଦେଶପାଇଁ କାମ କଲେ କ’ଣ କ’ଣ କରିବାକୁ ହୁଏ ବୋଲି ରମାଦେବୀ ବୁଝିଥିଲେ ?
Answer:
ବାଲ୍ୟକାଳରୁ ରମାଦେବୀ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ଭାରତର ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ପିତା ଗୋପାଳବଲ୍ଲଭ ଦାସ ଜଣେ ଜେଲ୍ କର୍ମଚାରୀ ଥିଲେ । ତେଣୁ ଘରେ ଦେଶର ଗୁରୁତ୍ଵପୂର୍ଣ୍ଣ ଘଟଣାର ଆଲୋଚନା ଶୁଣି ଶୁଣି ତାଙ୍କ ମନରେ ଦେଶପାଇଁ ଭକ୍ତି ଓ କାମକରିବାର ଇଚ୍ଛା ଜାଗ୍ରତ ହୋଇଥିଲା। ଦେଶବନ୍ଦନା ବୋଲିବା, ବଙ୍ଗଲକ୍ଷ୍ମୀ ମିଶ୍ରର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରିବା କଥାରୁ ଦେଶପାଇଁ କାମକରିବା କଥା ରମାଦେବୀ ଶିକ୍ଷାକରିଥିଲେ। ଦେଶ ପାଇଁ କାମକଲେ ଜେଲ୍ ଯିବାକୁ ହୁଏ ଏବଂ ଫାଶୀପାଇବାକୁ ହୁଏ ବୋଲି ସେ ଜାଣିଲେ। ଖୁଦିରାମ ଏହାର ପ୍ରକୃଷ୍ଟ ଉଦାହରଣ । ବିପ୍ଳବୀ ଅରବିନ୍ଦଙ୍କର ଆଦର୍ଶରେ ପ୍ରଭାବିତ ହୋଇ ରମାଦେବୀ ମୁକ୍ତି ସଂଗ୍ରାମର ଜଣେ ଅଗ୍ରଣୀ ନେତ୍ରୀ ଭାବେ ନିଜର ମୁଖ୍ୟ ସମ୍ଭୋଗ ସବୁ ଜଳାଞ୍ଜଳି ଦେଇଥିଲେ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର:

Question ୧।
ରମାଦେବୀ ଦେଶ ବନ୍ଦନା କାହାଠାରୁ ଶୁଣିଲେ ?
Answer:
ରମାଦେବା ବଙ୍ଗାଳାଘରର ପିଲାମାନଙ୍କଠାର ଦେଶ ବନ୍ଦନା ଶିଖିଲୋ

Question ୨।
ରମାଦେବୀଙ୍କ ଘରେ କେଉଁ ସବୁ ଦ୍ରବ୍ୟ ବ୍ୟବହାର କରାଗଲା ?
Answer:
ମାଦେବୀଙ୍କ ଘରେ ବଙ୍ଗ ଲକ୍ଷ୍ମୀ ମିଲର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରାଗଲା।

Question ୩।
ଦେଶ ପାଇଁ କାମ କରିବାକୁ ହେଲେ କ’ଣ କରିବାକୁ ପଡ଼େ ?
Answer:
ଦେଶ ପାଇଁ କାମ କରିବାକୁ ହେଲେ ଜେଲ୍ ଯିବାକୁ ହୁଏ, ଫାଶୀ ପାଇବାକୁ ହୁଏ। ସ୍ଵଦେଶୀ ଜିନିଷ ବ୍ୟବହାର କରିବାକୁ ପଡ଼େ ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୪।
ରମାଦେବୀଙ୍କ ଉପରେ କାହାର ପ୍ରଭାବ ଦେଶ କାମ କରିବାକୁ ପ୍ରେରଣା ଯୋଗାଇଥିଲା ?
Answer:
ଅରବିନ୍ଦଙ୍କ ପ୍ରଭାବ ରମାଦେବୀଙ୍କ ମନରେ ଦେଶ କାମ କରିବାପାଇଁ ପ୍ରେରଣା ଯୋଗାଇଥିଲା।

Question ୫।
କାହାକୁ ଫାଶୀ ଦେବାକୁ ହୁକୁମ ହେଲା ?
Answer:
ଖୁଦିରାମଙ୍କୁ ଫାଶୀ ଦେବାପାଇଁ ହୁକୁମ ହେଲା ।

Question ୬।
କିଏ ଖୁଦିରାମଙ୍କୁ ଦେଖାକରିବାକୁ ଆସିଥିଲେ ?
Answer:
ଖୁଦିରାମଙ୍କ ମା’ ତାଙ୍କୁ ଦେଖାକରିଚାକୁ ଆସିଥିଲୋ

Question ୭।
ସମସ୍ତଙ୍କ ମନରେ କାହା ପ୍ରତି ମାୟା ଜମି ଯାଇଥିଲା ?
Answer:
ସମସ୍ତଙ୍କ ମନରେ ଖୁଦିରାମଙ୍କ ପ୍ରତି ମାୟା ଜମି ଯାଇଥିଲା ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୮।
ପିଲାବେଳେ ରମାଦେବୀ କ’ଣ ଶୁଣିବାକୁ ଭଲ ପାଉଥିଲେ ?
Answer:
ପିଲାବେଳେ ରମାଦେବୀ ଗପ ଶୁଣିବାକୁ ଭାରି ଭଲ ପାଉଥିଲେ ।

Question ୯।
ମାଆ କେତେବେଳେ ରମାଦେବୀକୁ ଗପ ଶୁଣାଉଥିଲେ ?
Answer:
ମାଆ ସନ୍ଧ୍ୟାବେଳେ ପୂଜା ସାରି ସେମାନଙ୍କୁ ଗପ ଶୁଣାଉଥିଲେ।

Question ୧୦।
ରମାଦେବୀଙ୍କ ମା’ ସନ୍ଧ୍ୟାବେଳେ ସେମାନଙ୍କୁ କେଉଁ ବିଷୟରେ ଶିକ୍ଷା ଦେଉଥିଲେ ?
Answer:
ସନ୍ଧ୍ୟାବେଳେ ରମାଦେବୀଙ୍କ ମା’ ପୂଜାସାରି ଗପ କହନ୍ତି। ରାମାୟଣ, ମହାଭାରତର ବିଭିନ୍ନ ଚରିତ୍ର ବର୍ଣ୍ଣନା କରନ୍ତି। ଆନନ୍ଦ ମଠ, ଦେବୀ ଚୌଧୁରାଣୀ, ରାଣାପ୍ରତାପ, ରବୀନ୍ଦ୍ରନାଥଙ୍କ ଗପ ମଧ୍ୟ ସେମାନଙ୍କୁ ଶୁଣାନ୍ତି।

ଗୁଣ୍ଡୁନିଷ୍ଠ ପ୍ରଶ୍ନେ।ଭର:

Question ୧।
ରମା ଦେବୀଙ୍କ ମା’ଙ୍କ ନାମ କ’ଣ ?
(କ) ବାସନ୍ତୀ ଦେବୀ
(ଖ) ବସନ୍ତ କୁମାରୀ ଦେବୀ
(ଗ) ପ୍ରଭାବତା ଦେବା
(ଘ) ହେମନ୍ତ କୁମାରୀ
Answer:
(ଖ) ବସନ୍ତ କୁମାରୀ ଦେବୀ

Question ୨।
‘ଦେଶପାଇଁ ସର୍ବସ୍ବ ଦେବାକୁ ହେବ’ – ଏ ଭାବନା କିଏ ସୃଷ୍ଟି କରିଥିଲେ ?
(କ) ବଙ୍କିମଚନ୍ଦ୍ର
(ଖ) ରବୀନ୍ଦ୍ରନାଥ
(ଗ) ବିପ୍ଳବୀ ଅରବିନ୍ଦ
(ଘ) ବିପ୍ଳବୀ ଖୁଦିରାମ
Answer:
(ଗ) ବିପ୍ଳବୀ ଅରବିନ୍ଦ

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୩।
ଦେଶପାଇଁ କାମ କରିବାକୁ ହେଲେ
(କ) ସରକାରୀ କର୍ମଚାରୀ ହେବାକୁ ହୁଏ
(ଖ) ଫାଶୀ ପାଇବାକୁ ହୁଏ
(ଗ) ବୋମା ଫୁଟାଇବାକୁ ହୁଏ
(ଘ) ଇତିହାସ ଜାଣିବାକୁ ହୁଏ
Answer:
(ଖ) ଫାଶୀ ପାଇବାକୁ ହୁଏ

Question ୪।
ଖୁଦିରାମଙ୍କ ଫାଶୀବେଳେ ବାପା ସେଠାରେ ଅନୁପସ୍ଥିତ ରହିବାକୁ ରମା ଦେବୀ ଚାହୁଁଥିଲେ କାରଣ
(କ) ଖୁଦିରାମ ବଙ୍ଗାଳୀ ଲୋକ ଥିଲେ
(ଖ) ଖୁଦିରାମ ୧୯ ବର୍ଷ ବୟସରେ ଫାଶୀ ପାଉଥିଲେ
(ଗ) ତାଙ୍କପ୍ରତି ରମା ଦେବୀଙ୍କର ଦୁର୍ବଳତା ଥିଲା
(ଘ) ଖୁଦିରାମ ଦେଶପାଇଁ ପ୍ରାଣବଳି ଦେଉଥିଲେ
Answer:
(ଘ) ଖୁଦିରାମ ଦେଶପାଇଁ ପ୍ରାଣବଳି ଦେଉଥିଲେ

Question ୫।
ନିମ୍ନୋକ୍ତ ମଧ୍ୟରୁ କିଏ ‘ଆନନ୍ଦ ମଠ’ ଲେଖୁଥିଲେ ?
(କ) କବିଗୁରୁ ରବୀନ୍ଦ୍ରନାଥ
(ଖ) ଶ୍ରୀ ଅରବିନ୍ଦ ଘୋଷ
(ଗ) ଖୁଦିରାମ ବୋଷ
(ଘ) ବଙ୍କିମଚନ୍ଦ୍ର
Answer:
(ଘ) ବଙ୍କିମଚନ୍ଦ୍ର

Question ୬।
ଜେଲ ଭିତରେ କେହି ଫାଶୀ ପାଇଲେ ସେଠାରେ କିଏ ଉପସ୍ଥିତ ରହୁଥିଲେ ?
(କ) ରମା ଦେବୀଙ୍କ ଦାଦା
(ଗ) ରମା ଦେବୀଙ୍କ ବାପା
(ଖ) ରମା ଦେବୀଙ୍କ ଭାଇ
(ଘ) ରମା ଦେବୀଙ୍କ ବଡ଼ବାପା
Answer:
(ଗ) ରମା ଦେବୀଙ୍କ ବାପା

Question ୭।
ଖୁଦିରାମ କ’ଣ ପାଇଁ ଜେଲ ଯାଇଥିଲେ ?
(କ) ଚୋରୀ ମାମଲାରେ
(ଖ) ହତ୍ୟା ମାମଲାରେ
(ଗ) ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ
(ଘ) ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ
Answer:
(ଗ) ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୮।
ଖୁଦିରାମ କେତେ ବର୍ଷ ବୟସରେ ଜେଲ ଯାଇଥିଲେ ?
(କ) ୨୨ ବର୍ଷ
(ଖ) ୨୭ ବର୍ଷ
(ଗ) ୨୧ ବର୍ଷ
(ଘ) ୧୯ ବର୍ଷ
Answer:
(ଘ) ୧୯ ବର୍ଷ

Question ୯।
ନିମ୍ନୋକ୍ତ ମଧ୍ଯରୁ କେଉଁଟି ବଙ୍କିମଚନ୍ଦ୍ରଙ୍କ ଲେଖା ଅଟେ ?
(କ) ଗୀତାଞ୍ଜଳି
(ଖ) ଉତ୍କଳ କଥା
(ଗ) କୀଚକ ବଧ
(ଘ) ଆନନ୍ଦ ମଠ
Answer:
(ଘ) ଆନନ୍ଦ ମଠ

Question ୧୦।
ରମା ଦେବୀ କାହାକୁ ବିବାହ କରିଥିଲେ ?
(କ) ଗୋପବନ୍ଧୁ ଚୌଧୁରୀ
(ଖ) ଗୋପବନ୍ଧୁ ଦାସ
(ଗ) ମଧୁସୂଦନ ଦାସ
(ଘ) ବିକାଶ ରାୟଚୌଧୁରୀ
Answer:
(କ) ଗୋପବନ୍ଧୁ ଚୌଧୁରୀ

ଲେଖିକା ପରିଚିତି

ରମାଦେବୀ ଥିଲେ ନାରୀ ପ୍ରଗତିର ବାର୍ତ୍ତାବହ । ନାରୀନେତ୍ରୀ ଭାବରେ ସେ ନିଜକୁ ଦେଶ ଓ ଜାତି ପାଇଁ ଉତ୍ସର୍ଗ କରିଥିଲେ । ସେ ଥିଲେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳବଲ୍ଲଭ ଦାସଙ୍କ ସାନ ଝିଅ । ପିତାଙ୍କଦ୍ବାରା ପ୍ରଭାବିତ ହୋଇ ସେ ବାଲ୍ୟକାଳରୁ ଦେଶପ୍ରେମରେ ଉଦବୁଦ୍ଧ ହୋଇଥିଲୋ ସର୍ବଭାରତୀୟ ସ୍ତ୍ରରରେ ସ୍ୱାଧାନତା ସଂଗ୍ରାମରେ ଯୋଗଦେବାପାଇଁ ଗାନ୍ଧିଜା ଯେଉଁ ଆହ୍ୱାନ ଦେଇଥ୍ଲେ, ସେଥିରେ ସାମିଲ ହୋଇଥିଲେ ରମାଦେବା । ସଂଗ୍ରାମା ଗୋପବନ୍ଧୁ ଚୌଧୁରାଙ୍କୁ ସେ ବିବାହ କରିଥ୍କୋ ନିଜର କର୍ମଭୂମି ରୂପେ ସେ ଜଗତସିଂହମରର ଅଳକା ଆଶ୍ରମକୁ ବାଛି ନେଇଥିଲେ ।ସେଠାରେ ସେ ସାଧାରଣ ମଣିଷର ସେବା କରିବା ଓ ସେମାନଙ୍କୁ ଦେଶପ୍ରେମରେ ଉଦ୍‌ ବୁଦ୍ଧ କରି ବାରମନୋଭାବ ପ୍ରତିପୋଷଣ କରିଥିଲେ ।

ଲେଖା ଓ ଲେଖିକା :

ରମାଦେବା ଥିଲେ ଏକ ସାରସ୍ୱତ ସାଧନା କରୁଥିବା ପରିବାରର ଯଥାର୍ଥ ଦାୟାଦ । ତାଙ୍କର ପିତା ଗୋପାଳବଲ୍ଲଭ ଥିଲେ ଜଶେ ଔପନ୍ୟାସିକା ସେ ସେତେବେଳେ ଆଦିବାସୀ ସମ୍ବଳିତ ଉପନ୍ୟାସ ‘ଭୀମଭୂୟାଁ’ ରଚନା କରିଥିଲେ । ପୁନଶ୍ଚ ତାଙ୍କର ବଡ଼ଭଉଣୀ ‘ସରଳାଦେବୀ’ ମଧ୍ୟ ସବୁଜଯୁଗର ଅନ୍ୟତମ ସାହିତ୍ୟ ସାଧୁ । ନାରୀପ୍ରଗତି ଓ ଉତ୍କଳୀୟ ସଂସ୍କୃତିକୁ ନେଇ ସେ ଅନେକ ପ୍ରବନ୍ଧ ରଚନା କରିଥିଲେ । ସେହିଭଳି ପରିବାରର ଦାୟାଦ ଭାବରେ ଲେଖିକା ରମାଦେବୀ ନାରୀ ସ୍ଵାଧୀନତା ଓ ସ୍ଵାଧୀନତା ସଂଗ୍ରାମରେ ସେମାନଙ୍କର ଭୂମିକାକୁ ନେଇ ଅନେକ ଲେଖା ଲେଖିଥିଲେ । ଆମ ଦେଶରେ ଯେତେବେଳେ ଶିକ୍ଷାର କୌଣସି ପ୍ରକାର ପ୍ରସାର ଘଟି ନଥୁଲା, ସେ ସମୟରେ ଜଣେ ନାରୀ କିପରି ଦେଶ ଓ ଜାତିର ପ୍ରଗତି ପାଇଁ ସାହସର ସହିତ ଆଗକୁ ଆସିଥିଲେ, ତାହା ଚିରକାଳ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ । ଆଲୋଚ୍ୟ ‘ପିଲାବେଳ କଥା ଗଦ୍ୟଭାଗଟି ରମାଦେବାଙ୍କ ଆମ୍ଜାବନା ‘ଜାବନ ପଥେ’
ଗ୍ରନ୍ଥରୁ ଗୃହୀତ ହୋଇଛି ।

ବିଷୟର ସାରକଥା :

ରମାଦେବୀ ନିଜର ପିଲାଦିନର ଅନୁଭୂତିକୁ ବର୍ଣ୍ଣନା କରିବା ଅବସରରେ ଏହା ଉଲ୍ଲେଖ କରିଛନ୍ତି ।ଏଥରେ ତାଙ୍କ ଜୀବନର ଜାତୀୟତାବୋଧ କିପରି ପିଲାଦିନରୁ ପ୍ରକାଶ ପାଇଥିଲା, ତାହାର ସୂଚନା ମିଳିଛି ।

(୧) ବୋମା ଫୁଟିବାର ଶବ୍ଦ:
ସେତେବେଳେ ଲେଖିକା ତାଙ୍କ ପିତାମାତା ଓ ଭଉଣୀଙ୍କ ସହିତ ବିହାରର ଏକ ସହର ମୋଜାଫରପୁରରେ ରହୁଥିଲେ । ରାତି ପ୍ରାୟ ନଅଟା ବେଳ । ସେହି ସମୟ ଥୁଲା ତାଙ୍କ ପରିବାରର ରାତ୍ରିଭୋଜନର ସମୟ । ବାପାଙ୍କ ସହିତ ସେ ଓ ତାଙ୍କ ଭଉଣୀ ଖାଉଥିଲେ । ମା’ପାଖରେ ବସିଥିଲେ । ସେହି ସମୟରେ ବାହାରେ ଭାରି ଗୋଟାଏ ଶବ୍ଦ ହେଲା । ସେହି ଶବ୍ଦରେ ସେମାନେ ଚମକିପଡ଼ିଲେ । ବାପା ସେମାନଙ୍କୁ କହିଲେ, ଏହା ହେଉଛି ବୋମା ଫୁଟିବାର ଶବ୍ଦ । ଖାଉଥିଲେ ବି ବାପା କିପରି ଟିକିଏ ଗମ୍ଭୀର ହୋଇଯାଇଥିଲେ ।

କିଛି ସମୟ ପରେ ଚପରାସୀଟି ଆସି ବାପାଙ୍କ ହାତକୁ ଚିଠିଟିଏ ଦେଲା । ବାପା ଚିଠିଟି ପଢ଼ିଲେ । ବାପା କହିଲେ, କିଂସ୍ ଫୋର୍ଡ଼ ସାହେବ ଚିଠି ଦେଇଛନ୍ତି । କିଂସ୍ ଫୋର୍ଡ଼ ସାହେବ ଥିଲେ ବାପାଙ୍କର ଅନ୍ୟତମ ଘନିଷ୍ଠ ବନ୍ଧୁ । ତାଙ୍କ ଘରକୁ କେତେଥର ସେମାନେ ବାପାଙ୍କ ସହିତ ବୁଲି ଯାଇଥିଲେ । ବାପା ବୋମା ଫୁଟିବାର କାରଣ ସମ୍ବନ୍ଧରେ ମା’ଙ୍କ ସହିତ କଥାବାର୍ତ୍ତା ହେଲେ ।

(୨) ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର:
ରମାଦେବୀ ଯେଉଁଠାରେ ରହୁଥିଲେ, ସେଠାରେ କେତୋଟି ବଙ୍ଗାଳୀ ପରିବାର ମଧ୍ୟ ରହୁଥିଲେ । ସୁତରାଂ ସେହି ପରିବାର ସହିତ ତାଙ୍କ ପରିବାରର ସମ୍ପର୍କ ରହିଥିଲା । ସେମାନେ କେହି ସରକାରୀ ଚାକିରିଆ ନଥିଲେ । ସେମାନଙ୍କ ମଧ୍ୟରେ ଯୋଗେଶବାବୁ ବୋଲି ଜଣେ ବଡ଼ ଓକିଲ ଥିଲେ । ସେହିସବୁ ବଙ୍ଗାଳୀ ପରିବାର ସହିତ ରମାଦେବୀଙ୍କ ପରିବାରର ଖୁବ୍ ଭଲ ସମ୍ପର୍କ ଥିଲା । ସେମାନେ ବେଳେବେଳେ ଆସି ତାଙ୍କ ବାପାଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ତାଙ୍କର ପିଲାମାନେ ଦେଶବନ୍ଦନା ବୋଲୁଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ଲେଖିକା ଓ ତାଙ୍କର ଭଉଣୀ କେତେଗୁଡ଼ିଏ ଗୀତ ଶିଖିଯାଇଥିଲେ। ସେହିସବୁ ପରିବାର ମଧ୍ୟରେ ସ୍ଵଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ରହିଥିଲା । ଫଳରେ ସେମାନଙ୍କ ଘରେ ବଙ୍ଗ ଲକ୍ଷ୍ମୀ ମିଲର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରିବା ପୂରା ଦମ୍‌ରେ ଚାଲିଥିଲା ।

ଶୁଣିଥିଲେ । ବାପା ତାଙ୍କର ବନ୍ଧୁମାନଙ୍କ ସହିତ ଯେଉଁ କଥାବାର୍ତ୍ତା ହେଉଥିଲେ, ସେଥ‌ିରେ ଥ‌ିବା ଇଂରାଜୀ କଥାକୁ ସେ ବୁଝି ନ ପାରିଲେ ବି, ଯେଉଁ ହିନ୍ଦୀ ଓ ବଙ୍ଗଳା ଭାଷାର କଥା ଚାଲୁଥିଲା, ତାହାକୁ ସେ ବୁଝିପାରୁଥିଲେ । ସେହିସବୁ କଥାକୁ ସେ ମନଦେଇ ଶୁଣୁଥିଲେ । ସେ ସମୟରେ ଉତ୍ତେଜନାର ବାତାବରଣ ରହିଥିଲା । ସେତେବେଳେ ଯେଉଁମାନେ ଦେଶ ପାଇଁ କାମ କରୁଥିଲେ, ସେମାନଙ୍କୁ ଜେଲ୍ ଯିବାକୁ ହେଉଥିଲା । ବେଳେବେଳେ ଫାଶୀ ମଧ୍ଯ ହୋଇଯାଉଥିଲା । ସେଭଳି ଦେଶପ୍ରେମୀମାନେ ସବୁବେଳେ ସ୍ବଦେଶୀ ଦ୍ରବ୍ୟ ବ୍ୟବହାର କରୁଥିଲେ । ସେମାନେ ସମସ୍ତଙ୍କଦ୍ବାରା ପ୍ରଶଂସିତ ହେଉଥିଲେ ।

ସେମାନଙ୍କୁ ସମସ୍ତେ ଧନ୍ୟ ଧନ୍ୟ କହୁଥିଲେ । ସେହି ପ୍ରଭାବ ରମାଦେବୀଙ୍କ ଉପରେ ପଡ଼ିଥିଲା । ସେ ଜାଣିଥିଲେ, ଦେଶ ପାଇଁ କାମ କଲେ ଏଭଳି ପ୍ରଶଂସା ମିଳିଥାଏ । ସେହି ସମୟରେ ସେ ଅରବିନ୍ଦଙ୍କ ସଂପର୍କରେ ଯାହା ଶୁଣିଥିଲେ, ସେଥ‌ିରେ ତାଙ୍କ ପ୍ରତି ସ୍ଵତଃ ଭକ୍ତିଭାବ ଜାତ ହୋଇଥିଲା । ଅରବିନ୍ଦଙ୍କ ପ୍ରଭାବରେ ସେ ପ୍ରଭାବିତ ହୋଇଥଲେ ଓ ତାଙ୍କ ସମ୍ପର୍କରେ ଅଧୂକ ଜାଣିବାପାଇଁ ଚେଷ୍ଟା କରିଥିଲେ ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

(୪) ଜେଲ୍ ପରିଦର୍ଶନ:
ପିଲାଦିନରୁ ରମାଦେବୀଙ୍କର ଜେଲ୍ ସମ୍ବନ୍ଧରେ ଧାରଣା ଥିଲା । ସେ ତାଙ୍କର ବାପାଙ୍କ ସହିତ ମଝିରେ ମଝିରେ ଜେଲ ପରିଦର୍ଶନରେ ଯାଉଥିଲେ । ବାପା ତାଙ୍କର ଜେଲ୍ ଅଫିସରେ କାମ କରୁଥିଲାବେଳେ, ରମାଦେବୀ ଓ ତାଙ୍କର ଭଉଣୀଙ୍କୁ ସେଠାକାର କର୍ମଚାରୀମାନେ ଜେଲ୍ ବୁଲାଇ ନେଉଥିଲେ ।

(୫) ଖୁଦିରାମଙ୍କୁ ଫାଶୀ ହୁକୁମ୍:
ଖୁଦିରାମ ଥିଲେ ଦେଶପ୍ରେମୀ । ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ସେ ଜେଲ୍ ଯାଇଥିଲେ । ଖୁଦିରାମଙ୍କ ଦୋଷ ବିଚାର କରାଯାଇ ତାଙ୍କୁ ଫାଶୀ ହୁକୁମ୍ ହେଲା । ଖୁଦିରାମଙ୍କୁ ରମାଦେବୀ କୌଣସି ଦିନ ଜେଲ୍‌ରେ ଦେଖି ନଥିଲେ; ମାତ୍ର ତାଙ୍କ ଦେଶପ୍ରେମ ସମ୍ବନ୍ଧରେ ସେ ଅନେକ କଥା ଶୁଣିଥିଲେ । ଥରେ ଖୁଦିରାମଙ୍କ ମା’ ଆସିଲେ ପୁଅକୁ ଦେଖ‌ିବାପାଇଁ । ସମସ୍ତଙ୍କ ମୁହଁରେ ଥିଲା ଖୁଦିରାମଙ୍କ ପ୍ରତି ଦରଦୀଭାବ । ଖୁଦିରାମଙ୍କ ପ୍ରତି ରମାଦେବୀଙ୍କ ମନରେ ମଧ୍ଯ କେମିତି ଗୋଟିଏ ମାୟା ଲାଗିଯାଇଥିଲା । ସେ ଫାଶୀ ପାଇବା କଥା ଶୁଣି ତାଙ୍କ ମନରେ ଦୁଃଖ ଆସିଥିଲା ।

ଖୁଦିରାମଙ୍କୁ ଦେଖିବାପାଇଁ ରମାଦେବୀ ତାଙ୍କର ବାପାଙ୍କୁ ଡରି ଡରି କହିଥିଲେ– ମାତ୍ର ତାଙ୍କର ବାପା ସେଥ‌ିରେ ରାଜି; ହୋଇ ନଥିଲେ । ବାରଣ କରି କହିଥିଲେ – “ ନା….ନା, ତମକୁ ଦେଖିବାପାଇଁ ଛାଡ଼ିବେ ନାହିଁ ।’’ କେହି ଲୋକ ଫାଶୀ ପାଇଲେ ରମାଦେବୀଙ୍କ ବାପା ଫାଶୀ ସ୍ଥାନରେ ଉପସ୍ଥିତ ରହୁଥିଲେ । ତାଙ୍କ ଉପରେ ସେହି ଦାୟିତ୍ଵ ରହିଥିଲା । ତେଣୁ କାହାରି ଫାଶୀ ପାଇବା ଦିନ, ସେ ଭୋର୍ ତିନିଟାରୁ ପୋଷାକ ପିନ୍ଧି ସେହି ସ୍ଥାନକୁ ବାହାରିଯାଉଥିଲେ ।

(୬) ଖୁଦିରାମଙ୍କ ଫାଶୀଦିନ:
ଖୁଦିରାମଙ୍କ ଫାଶୀଦିନ ନିକଟ ହୋଇ ଆସିଲା । ସେହି ଫାଶୀ ପ୍ରସଙ୍ଗରେ ରମାଦେବୀ ଜାଣିଲେ ଯେ, ଫାଶୀ ପୂର୍ବଦିନ ଫାଶୀ ପାଉଥିବା ଲୋକକୁ ତା’ର ଶେଷଇଚ୍ଛା ପ୍ରକାଶ କରିବାପାଇଁ କୁହାଯାଇଥାଏ । ଶେଷଇଚ୍ଛା ଆଇନସମ୍ମତ ହୋଇଥିଲେ, ତାହା ପୂରଣ କରାଯାଏ । ସେଦିନ ରାତି ପାହାନ୍ତାରେ ଖୁଦିରାମଙ୍କୁ ଫାଶୀ ହେବାର ଯୋଜନା ଥିଲା । ଖୁଦିରାମଙ୍କୁ ଯେ ଫାଶୀ ହୋଇଯିବ, ସେହିକଥା ମନେପକାଇ ରମାଦେବୀ ଓ ତାଙ୍କ ଭଉଣୀ କାନ୍ଦ କାନ୍ଦ ହୋଇ ଯାଇଥିଲେ । ସେମାନେ ତାଙ୍କ ବାପାଙ୍କୁ ସେଠାକୁ ନ ଯିବା ପାଇଁ କହିବାକୁ ମା’ଙ୍କୁ କହିଲେ । ମା’ ସେମାନଙ୍କୁ ବାପାଙ୍କୁ ମନା କରିବାକୁ କହିଲେ। ଡରି ଡରି ରମାଦେବୀ ଓ ତାଙ୍କର ବଡ଼ ଭଉଣୀ ବାପାଙ୍କ ନିକଟରେ ପହଞ୍ଚିଲେ; ମାତ୍ର କିଛି କହିପାରି ନଥିଲେ । ତାଙ୍କର ବାପା ଯେତେବେଳେ ଆସିବାର କାରଣ ସମ୍ବନ୍ଧରେ ପଚାରିଥିଲେ ସେତେବେଳେ ରମାଦେବୀ ସାହସ କରି ଖୁଦିରାମଙ୍କ ଫାଶୀ ସ୍ଥାନକୁ ନ ଯିବାପାଇଁ ବାପାଙ୍କୁ କହିଥିଲେ । ସେଭଳି କଥାରେ ତାଙ୍କ ବାପା ଗମ୍ଭୀର ହୋଇଯାଇଥିଲେ । ଶେଷରେ ଝିଅଦୁହିଁଙ୍କ କଥାରେ ସମ୍ମତି ପ୍ରକାଶ କଲେ । ଯଥା ସମୟରେ ଖୁଦିରାମଙ୍କ ଫାଶୀ ହୋଇଥିଲା । ସକାଳ ହେଲାବେଳକୁ ସେ ଖବର ଚାରିଆଡ଼େ ବ୍ୟାପି ଯାଇଥିଲା । ସେହି ଖବରରେ ସମସ୍ତେ ମନର ଉତ୍ତେଜନା ଲୁଚେଇ ଲୁଚେଇ ପ୍ରକାଶ କରୁଥିଲେ ।

(୭) ଅରବିନ୍ଦଙ୍କ ପ୍ରଭାବ:
କ୍ରମଶଃ ଖୁଦିରାମଙ୍କ ପ୍ରଭାବ ସମସ୍ତଙ୍କ ମନରୁ କମିଆସିଲା । ଅରବିନ୍ଦଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି ରହିଲା । ରମାଦେବୀଙ୍କ ମନରୁ ଅରବିନ୍ଦଙ୍କ ଛାପ ଲିଭିଲା ନାହିଁ । ସେ ଜାଣିଲେ ଅରବିନ୍ଦ ସଚ୍ଚା ଦେଶପ୍ରେମୀ । ଦେଶ ପାଇଁ ଯେ-ସର୍ବସ୍ଵ ଦେବାକୁ ହେବ, ଏପରି ବିଚାରଧାରା ସମସ୍ତଙ୍କ ମନରେ ଅରବିନ୍ଦ ସୃଷ୍ଟି କରିଥିଲେ । ବ୍ୟକ୍ତିଗତ ଭାବେ ତାଙ୍କୁ ଦେଖି ନଥିଲେ ମଧ୍ୟ ରମାଦେବୀ ଅରବିନ୍ଦଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ ।

(୮) ଲେଖିକାଙ୍କ ଗପ ଶୁଣା :
ଲେଖିକା ରମାଦେବୀ ପିଲାଦିନେ ଗପ ଶୁଣିବାକୁ ଭାରି ଭଲ ପାଉଥିଲେ । ତାଙ୍କର ମା’ ବସନ୍ତକୁମାରୀ ଦେବୀ ସନ୍ଧ୍ୟାବେଳେ ପୂଜାକାମ ସାରି ପିଲାମାନଙ୍କୁ ଗପ କହୁଥିଲେ । ରାମାୟଣ, ମହାଭାରତର ଯେତେସବୁ ଚରିତ୍ର ପିଲାଙ୍କ ଆଗରେ ବର୍ଣ୍ଣନା କରାଯାଇପାରେ, ସେହିସବୁ ଚରିତ୍ର ବିଷୟରେ ସେ କହୁଥିଲେ ପୌରାଣିକ ଚରିତ୍ର ବ୍ୟତୀତ ଅନେକ ଐତିହାସିକ ଘଟଣା ସେ ପିଲାମାନଙ୍କୁ ଶୁଣାଉଥିଲେ । ଆନନ୍ଦମଠ, ଦେବୀ ଚୌଧୁରାଣୀ, ରାଣାପ୍ରତାପ, ରବୀନ୍ଦ୍ରନ!ଥଙ୍କ ଗର୍ଭ ମା’ ତାଙ୍କୁ ସଞ୍ଜବେଳେ ଘଣ୍ଟାଏ ଘଣ୍ଟାଏ ଶୁଣାଉଥିଲେ । ଖୁଦିରାମ, ଅରବିନ୍ଦଙ୍କ କଥାକୁ ସେ ବେଶ୍ ଭଲଭାବରେ କହୁଥିଲେ । ପୁନଶ୍ଚ ରମାଦେବୀଙ୍କ ଘରେ ଖଣ୍ଡିଏ ଛବିବହି ଥିଲା । ସେହି ବହିରେ ସ୍ତ୍ରୀ ଲୋକ ତଥା ଗୃହିଣୀମାନଙ୍କ ପାଇଁ ବହୁ ଶିକ୍ଷାପ୍ରଦ ଛବି ଥିଲା। ସେହି ଛବିଗୁଡ଼ିକ ଦେଖାଇ ତାଙ୍କ ମା’ ତାଙ୍କୁ ସେ ସମ୍ବନ୍ଧରେ କହୁଥିଲେ । ସେମାନେ ଯାହା! ଶୁଣୁଥିଲେ ପରଦିନ ତାହାକୁ ଲେଖି ମା’ଙ୍କୁ ଦେଖାଉଥିଲେ । ଲେଖାରେ କିଛି ଭୁଲ୍ ହେଲେ ମା’ ସେମାନଙ୍କୁ ମାଡ଼ ଦେଉ ନଥିଲେ, ଏପରିକି ଗାଳି ମଧ୍ୟ ଦେଉ ନଥିଲେ। ଆଲୋଚ୍ୟ ଜୀବନୀ ଲେଖାରେ ରମାଦେବୀ ପିଲାଦିନ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

କଠିନ ଶବ୍ଦାର୍ଥ :

  • ମୋଜାଫରପୁର – ବିହାରର ଏକ ସହର ।
  • ବାପା – ରମାଦେବୀଙ୍କ ବାପା ଗୋପାଳବଲ୍ଲଭ ଦାସ (୧୮୬୦ – ୧୯୧୪) । ସେ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସାନଭାଇ ।
  • ଗମ୍ଭୀର – ବିଶେଷ ଚିନ୍ତାଧାରାରେ ଗ୍ରୁ ପ୍ ରହିବା ।
  • ଚପରାସୀ – ଅଫିସରଙ୍କର ବୋଲକରା/ଯିଏ କାଗଜପତ୍ର ନେବା ଆଣିବା କରନ୍ତି ।
  • ଘନିଷ୍ଠ – ଅତି ପ୍ରିୟ।
  • ବରାବର – ସବୁବେଳେ / ଅନେକ ସମୟରେ।
  • ସ୍ଵଦେଶୀ ଦ୍ରବ୍ୟ – ନିଜ ଦେଶରେ ତିଆରିହେଉଥ‌ିବା ଜିନିଷ।
  • ବଦ୍ଧମୂଳ – ସ୍ଥିର-ନିଶ୍ଚିତ|ଦୃଢ଼ ।
  • ପରିଦର୍ଶନ – ବୁଲି ଦେଖିବା ।
  • ବାରଣ – ମନା ।
  • ହାଉଆ – ପ୍ରଭାବ ।
  • ଖୁଦିରାମ – ଖୁଦି ରାମ ବୋଷ । ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ମାତ୍ର ୧୯ ବର୍ଷ ବୟସରେ ଫାଶୀ ପାଇଥିଲେ । ସେ ଥିଲେ ଜଣେ ଦେଶପ୍ରେମୀ ଯୋଦ୍ଧା ।
  • ଅରବିନ୍ଦ – ଶ୍ରୀଅରବିନ୍ଦ ଘୋଷ (୧୮୭୨- ୧୯୫୦) ମହାନ୍ ବିପ୍ଳବୀ ଓ ଆଧ୍ୟାତ୍ମିକବାଦୀ ।
  • ଅପ। – ରମାଦେବୀଙ୍କ ବଡଭଉଣୀ ସରଳାଦେବୀ
  • ମା’ – ର ମାଦେବୀଙ୍କ ମା’ବସନ୍ତ କୁମାରୀ
  • ଶିକ୍ଷାପ୍ରଦ – ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷଣୀୟ । ଆନନ୍ଦମଠ,
  • ଦେବୀ ଚୌଧରାଣୀ – ବୃଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କଦ୍ବାରା ଲିଖିତ ଦୁଇଟି ପ୍ରସିଦ୍ଧ ଉପନ୍ୟାସ ।
  • ରବୀନ୍ଦ୍ରନାଥ – ବଙ୍ଗଳାର ବିଶିଷ୍ଟ ସାହିତ୍ୟିକ । ସେ ସର୍ବପ୍ରଥମେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇଥିଲେ। ତାଙ୍କଦ୍ବାରା ପ୍ରଣୀତ ‘ଗୀତାଞ୍ଜଳି’ ତାଙ୍କର ଶ୍ରେଷ୍ଠ କୃତି ।

Leave a Comment