BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Odisha State Board BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ Important Questions and Answers.

BSE Odisha Class 6 Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଯବକ୍ଷାରଜାନ ବିବନ୍ଧନ କାହାଦ୍ଵାରା ହୁଏ ?
ଉ –
ଉର୍ବର ମାଟିରେ ଯବକ୍ଷାରଜାନ ବିବନ୍ଧନ ଆଜାଟୋବ୍ୟାକ୍ଟେରିଆ କ୍ଲଷ୍ଟ୍ରୋଡ଼ିୟମ୍ ଓ ବୀଜାଣୁଦ୍ବାରା ହୋଇଥାଏ ।

Question 2.
ଶ୍ଵାସକ୍ରିୟା କାହାକୁ କହନ୍ତି ?
ଉ –

  • ଅମ୍ଳଜାନର ଆହରଣ ଓ ଅଙ୍ଗାରକାମ୍ଳର ତ୍ୟାଗ ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ ।
  • ଶ୍ବସନ ପ୍ରକ୍ରିୟାର ଏକ ଅଂଶବିଶେଷ ହିଁ ଶ୍ଵାସକ୍ରିୟା ।

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 3.
ମାଛକୁ ପାଣିରୁ ବାହାର କରି ଆଣିଲେ କିଛି ସମୟ ପରେ କାହିଁକି ମରିଯାଏ ?
ଉ –

  • ଜଳ ମଧ୍ୟରେ ଗାଲି ଶ୍ଵାସକ୍ରିୟାରେ ସାହାଯ୍ୟ କରୁଥିବାବେଳେ ସ୍ଥଳଭାଗରେ ଫୁସ୍‌ଫୁସ୍ ସାହାଯ୍ୟ କରେ ।
  • ମାଛର ଫୁସ୍‌ଫୁସ୍‌ ନଥ‌ିବାରୁ ଏହାକୁ ପାଣିରୁ ବାହାର କରି ଆଣିଲେ ଶ୍ଵାସକ୍ରିୟା କରି ନପାରି ମରିଯାଏ ।

Question 4.
ଶ୍ଵାସନ ଓ ଶ୍ଵାସକ୍ରିୟା ମଧ୍ୟରେ ପାର୍ଥକ୍ୟ ଲେଖ ।
ଉ –

  • ଶ୍ବସନ ପ୍ରକ୍ରିୟାରେ ଜୀବକୋଷରେ ଖାଦ୍ୟର ଅମ୍ଳଜାନ ସହ ଦହନ ଘଟି ଶକ୍ତି ଉତ୍ପନ୍ନ ହୋଇଥାଏ ।
  • ଶ୍ଵାସକ୍ରିୟାରେ ଅମ୍ଳଜାନର ଆହରଣ ଓ ଅଙ୍ଗାରକାମ୍ଳର ନିର୍ଗମ ଘଟିଥାଏ ।

Question 5.
ଲୁଣା ପ୍ରାଦ୍ଭିଦ କେଉଁଠାରେ ଦେଖାଯାଏ? ଏହା କିପରି ଶ୍ଵାସକ୍ରିୟା କରିପାରେ ?
ଉ –

  • ଲବଣାକ୍ତ ଜଳ ଅଞ୍ଚଳରେ ଲୁଣା ପ୍ରାଦ୍ଭିଦ ଦେଖାଯାଏ ।
  • ଲୁଣା ପ୍ରାଦ୍ଭିଦ ଅଧିକ ଅମ୍ଳଜାନ ମାଟି ଭିତରେ ଜଳରୁ ନ ପାଇବାରୁ ଏମାନଙ୍କର ଏକପ୍ରକାର ମୂଳ ମାଟି ଉପରକୁ ଉଠିଥାଏ । ମୂଳର ଅଗ୍ରଭାଗରେ ଥ‌ିବା ରନ୍ଧ୍ରରେ ସେମାନେ ବାୟୁରୁ ଅମ୍ଳଜାନ ଗ୍ରହଣକରିଥା’ନ୍ତି ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ସ୍ଥଳଚର ପ୍ରାଣୀମାନେ କିପରି ଶ୍ଵାସକ୍ରିୟା କରନ୍ତି ଲେଖ ।
ଉ –

  • ସ୍ଥଳଭାଗରେ ରହୁଥ‌ିବା ଅସରପା, ଝିଣ୍ଟିକାର ଶରୀରର ଯୋଡ଼ ମଧ୍ଯରେ ଶ୍ଵାସରନ୍ଧ୍ର ଥାଏ । ବାୟୁ ଶ୍ଵାସରନ୍ଧ୍ର ଦେଇ ପ୍ରବେଶ କରେ ଓ ପରେ ଶ୍ଵାସନଳୀ ଓ ତା’ର ସୂକ୍ଷ୍ମ ଶାଖାରେ ପହଞ୍ଚି, ଜୀବକୋଷରେ ଶ୍ୱସନ କରିଥାଏ ।
  • ସାପ, ବତକ, ମଣିଷ, ବାହୁଡ଼ି ଆଦି ଫୁସ୍‌ଫୁସ୍‌ର ସଙ୍କୋଚନ ଓ ପ୍ରସାରଣ ଫଳରେ ଫୁସ୍‌ଫୁସ୍ ମଧ୍ୟକୁ ବାୟୁ
  • କଇଁଛ, କୁମ୍ଭୀର ଭଳି ପ୍ରାଣୀର ଶ୍ଵାସକ୍ରିୟା ଫୁସ୍‌ଫୁସ୍ ସାହାଯ୍ୟରେ ହୁଏ ।
  • ବେଙ୍ଗ ତା’ର ଚର୍ମଦ୍ଵାରା ଶ୍ଵାସକ୍ରିୟା କରିଥାଏ ।

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 2.
ଜଳଚର ପ୍ରାଣୀମାନେ ଓ ଜଳଜ ଉଦ୍ଭିଦମାନେ କିପରି ଶ୍ଵାସକ୍ରିୟା କରନ୍ତି ଲେଖ ।
ଉ –
ଜଳଚର ପ୍ରାଣୀମାନେ ଶ୍ଵାସକ୍ରିୟା:

  • ଏମିବା ଭଳି ଏକକୋଷୀ ପ୍ରାଣୀ ଓ ହାଇଡ୍ରା ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ବିସରଣ ପ୍ରକ୍ରିୟାରେ ସିଧାସଳଖ କୋଷ ଭିତରକୁ ନେଇଥା’ନ୍ତି ।
  • କଙ୍କଡ଼ା, ଚିଙ୍ଗୁଡ଼ି, ଗେଣ୍ଡା ଶାମୁକା ଏବଂ ମାଛ ଗାଲିଦ୍ଵାରା ଶ୍ଵାସକ୍ରିୟା କରନ୍ତି ।

ଜଳଚର ପ୍ରାଦ୍ଭିଦର ଶ୍ଵାସକ୍ରିୟା:

  • ଜଳରେ ବୁଡ଼ି ରହିଥିବା ପ୍ରାଦ୍ଭିଦ ଜଳରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନକୁ ଶ୍ଵାସକ୍ରିୟାରେ ବ୍ୟବହାର କରନ୍ତି । ସେମାନଙ୍କ କ୍ଷେତ୍ରରେ ବିସରଣ ପ୍ରକ୍ରିୟାରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସ୍‌ୟର ବିନିମୟ ହୋଇଥାଏ ।
  • ପଦ୍ମ ଓ କଇଁ ପ୍ରଭୃତି ଜଳଜ ଉଦ୍ଭିଦ ପତ୍ରଛିଦ୍ରଦ୍ୱାରା ଅମ୍ଳଜାନ ଗ୍ରହଣ କରିପାରନ୍ତି ।
  • ଲବଣାକ୍ତ ଜଳ ଅଞ୍ଚଳରେ ଦେଖାଯାଉଥ‌ିବା ଲୁଣା ପ୍ରାଦ୍ଭିଦ ଅଧ‌ିକ ଅମ୍ଳଜାନ ମାଟି ଭିତରେଥିବା ଜଳରୁ ନପାଇବାରୁ ଏମାନଙ୍କର ଏକ ପ୍ରକାର ମୂଳ ମାଟି ଉପରକୁ ଉଠିଥାଏ । ମୂଳର ଅଗ୍ରଭାଗରେ ଥ‌ିବା ରନ୍ଧ୍ରରେ ସେମାନେ ବାୟୁରୁ ଅମ୍ଳଜାନ ଗ୍ରହଣ କରିଥା’ନ୍ତି ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଶ୍ୱସନ ପ୍ରକ୍ରିୟାର ଏକ ଅଂଶବିଶେଷ ହିଁ …………… ।
(ଖ) …………… ଗ୍ୟାସ୍ ଦହନରେ ସହାୟକ ।
(ଗ) ଚୂନପାଣି …………… ସଂସ୍ପର୍ଶରେ ଆସିଲେ ଏହା ରଙ୍ଗ ହୋଇଯାଏ ।
(ଘ) …………… ଦୁଧୂ ଦ୍ଵାରା କଇଁ ଓ ପଦ୍ମ ଅମ୍ଳଜାନ ଗ୍ରହଣକରନ୍ତି ।
(ଙ) ଗେଣ୍ଡା …………… ଦ୍ଵାରା ଶ୍ଵାସକ୍ରିୟା କରେ ।
(ଚ) ଶିମ୍ବଜାତୀୟ ଉଦ୍ଭଦର ଚେରରେ …………… ପରି ବୀଜାଣୁ ଥାଆନ୍ତି ।
(ଛ) ଉଦ୍ଭିଦ ପତ୍ରରେ ଥିବା …………… ଦ୍ଵାରା ଶ୍ଵାସକ୍ରିୟା କରେ ।

Question 2.
ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) କେଉଁ ପ୍ରାଣୀ ଫୁସ୍‌ଫୁସ୍‌ଦ୍ୱାରା ଶ୍ଵାସକ୍ରିୟା କରେ ?
(i) କଙ୍କଡ଼ା
(ii) ଚିଙ୍ଗୁଡ଼ି
(iii) କଇଁଚ
(iv) ମାଛ
ଉ –
(iii) କଇଁଚ

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

(ଖ) ଶୀତଦିନେ ମାଟିତଳେ ଥିବା ସମୟରେ ବେଙ୍ଗ କାହାଦ୍ଵାରା ଶ୍ଵାସକ୍ରିୟା କରିଥାଏ ?
(i) ଶ୍ଵାସରନ୍ଧ୍ର
(ii) ଗାଲି
(iii) ଚର୍ମ
(iv) ଶ୍ଵାସନଳୀ
ଉ –
(iii) ଚର୍ମ

(ଗ) ବାୟୁର କେଉଁ ଉପାଦାନ ନିଆଁ ଜଳିବାରେ ସାହାଯ୍ୟ କରେ ?
(i) ଯବକ୍ଷାରଜାନ
(ii) ଅଙ୍ଗାରକାମ୍ଳ
(iii) ଅମ୍ଳଜାନ
(iv) ଜଳୀୟବାଷ୍ପ
ଉ –
(iii) ଅମ୍ଳଜାନ

(ଘ) ଅର୍କିଡ଼ ଗଛ କେଉଁଥିରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନ ଗ୍ରହଣ କରେ ?
(i) ଯବକ୍ଷାରଜାନ
(ii) ଅଙ୍ଗାରକାମ୍ଳ
(iii) ଅମ୍ଳଜାନ
(iv) ଜଳୀୟବାଷ୍ପ
ଉ –
(iv) ଜଳୀୟବାଷ୍ପ

(ଙ) ଜିଆ କେଉଁ ଅଙ୍ଗ ସାହାଯ୍ୟରେ ଅମ୍ଳଜାନ ଗ୍ରହଣ କରେ ?
(i) ପାଟି
(ii) ନାକ
(iii) ଓଦାଚର୍ମ
(iv) ଫୁସ୍‌ଫୁସ୍
ଉ –
(iii) ଓଦାଚର୍ମ

(ଚ) ମାଛମାନେ କେଉଁ ଅଙ୍ଗ ସାହାଯ୍ୟରେ ଅମ୍ଳଜାନ ଗ୍ରହଣକରନ୍ତି ?
(i) ପାଟି
(ii) ଲାଜ୍ଞ
(iii) ନାକ
(iv) ଗାଲି
ଉ –
(iv) ଗାଲି

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 3.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦ ଲେଖ ।
(କ) ବେଙ୍ଗ : ଚର୍ମ : : ସାପ : ………….
(ଖ) କୁମ୍ଭୀର : ଫୁସ୍‌ଫୁସ୍‌ : : ଶାମୁକା …………
(ଗ) ଜାମୁ : ସ୍ତୋମ୍ : : ଅର୍କିଡ଼ : ………….
(ଘ) ଆମ୍ବ : ସ୍ତୋମ୍ : : ସିଜୁ : …………
ଉ –
(କ) ଫୁସ୍‌ଫୁସ୍
(ଖ) ଗାଲି
(ଗ) ମୂଳ
(ଘ) ନିମ୍ନ ସ୍ତୋମ୍

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଶୀତଦିନେ ବେଙ୍ଗ ଅଧିକାଂଶ ସମୟ ମାଟିତଳେ ରହୁଥ‌ିବାରୁ ଫୁସ୍‌ଫୁସ୍‌ଦ୍ୱାରା ଶ୍ଵାସକ୍ରିୟା କରେ ।
(ଖ) ବେଙ୍ଗ ଏକ ସ୍ଥଳଚର ପ୍ରାଣୀ
(ଗ) ଏମିବା ଓ ହାଇଡ୍ରା ସମୁଦ୍ର ଜଳରେ ବାସ କରନ୍ତି ।
(ଘ) ଚିଙ୍ଗୁଡ଼ି ଫୁସ୍‌ଫୁସ୍‌ଦ୍ୱାରା ଶ୍ଵାସକ୍ରିୟା କରେ
(ଙ) ଝିଣ୍ଟିକା ଗାଲିଦ୍ଵାରା ଶ୍ଵାସକ୍ରିୟା କରେ
ଉ –
(କ) ଶୀତଦିନେ ବେଙ୍ଗ ଅଧିକାଂଶ ସମୟ ମାଟିତଳେ ରହୁଥ‌ିବାରୁ ଚର୍ମଦ୍ଵାରା ଶ୍ଵାସକ୍ରିୟା କରେ ।
(ଖ) ବେଙ୍ଗ ଏକ ଉଭୟଚର ପ୍ରାଣୀ ।
(ଗ) ଏମିବା ଓ ହାଇଡ୍ରା ମଧୁର ଜଳରେ ବାସ କରନ୍ତି ।
(ଘ) ଚିଙ୍ଗୁଡ଼ି ଗାଲିଦ୍ୱାରା ଶ୍ଵାସକ୍ରିୟା କରେ ।
(ଙ) ଝିଣ୍ଟିକା ଶ୍ଵାସରନ୍ଧ୍ରଦ୍ଵାରା ଶ୍ଵାସକ୍ରିୟା କରେ ।

Leave a Comment