Odisha State Board BSE Odisha 6th Class Science Important Questions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ Important Questions and Answers.
BSE Odisha Class 6 Science Important Questions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ମନୁଷ୍ୟକୃତ ପରିବର୍ତ୍ତନ କ’ଣ ? ଦୁଇଟି ଉଦାହରଣ ଦିଅ ।
ଉ –
- ମନୁଷ୍ୟଦ୍ଵାରା ପଦାର୍ଥର ଯେଉଁ ପରିବର୍ତ୍ତନ ଘଟେ ତା’କୁ ମନୁଷ୍ୟକୃତ ପରିବର୍ତ୍ତନ କୁହାଯାଏ ।
- ତୁଳାରୁ ସୂତା ହେବା, ସୁନା ଓ ରୁପାରୁ ଅଳଙ୍କାର ତିଆରି ହେବା ଆଦି ମନୁଷ୍ୟକୃତ ପରିବର୍ତ୍ତନ ।
Question 2.
ଭୌତିକ ପରିବର୍ତ୍ତନ କ’ଣ ? ଦୁଇଟି ଉଦାହରଣ ଦିଅ ।
ଉ –
- ଯେଉଁ ପରିବର୍ତ୍ତନରେ କୌଣସି ନୂତନ ପଦାର୍ଥ ସୃଷ୍ଟି ହୁଏ ନାହିଁ, ତାହାକୁ ଭୌତିକ ପରିବର୍ତ୍ତନ କୁହାଯାଏ ।
- କାଚ ଗ୍ଲାସ୍ ଭାଙ୍ଗିଯିବା, ଟେବୁଲକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ଆଦି ଭୌତିକ ପରିବର୍ତ୍ତନ ।
Question 3.
ଅପ୍ରତ୍ୟାବର୍ତୀ ପ୍ରତିକ୍ରିୟା କ’ଣ ? ଦୁଇଟି ଉଦାହରଣ ଦିଅ ।
ଉ –
- ଯେଉଁ ପ୍ରତିକ୍ରିୟା କେବଳ ଗୋଟିଏ ଦିଗରେ ଘଟିଥାଏ, ତାହାକୁ ଅପ୍ରତ୍ୟାବର୍ତ୍ତୀ ପ୍ରତିକ୍ରିୟା କୁହାଯାଏ ।
- କ୍ଷୀର ଦହିରେ ପରିଣତ ହେବା, ମଞ୍ଜିରୁ ଗଜା ହେବା ଆଦି ଅପ୍ରତ୍ୟାବର୍ତ୍ତୀ ପ୍ରତିକ୍ରିୟା ।
Question 4.
ଶଗଡ଼ ଚକରେ ନାଲ କିପରି ମଡ଼ାଯାଏ ?
ଉ –
- ପ୍ରଥମେ ଲୁହାରେ ତିଆରି ନାଲକୁ ଉତ୍ତପ୍ତ କରିବାଦ୍ଵାରା ଏହା ପ୍ରସାରିତ ହୁଏ ।
- ଉତ୍ତପ୍ତ ହେବାପରେ ନାଲଟିକୁ ଚକ ଚାରିପାଖରେ ଲଗାଇ ଥଣ୍ଡା କଲେ ଚକରେ ନାଲ ଲାଗିଯାଏ ।
Question 5.
ପ୍ରାକୃତିକ ପରିବର୍ତ୍ତନ କ’ଣ ? ଦୁଇଟିର ଉଦାହରଣ ଦିଅ ।
ଉ –
- ପ୍ରାକୃତିକ ଉପାୟରେ ଘଟୁଥିବା ପରିବର୍ତ୍ତନଗୁଡ଼ିକୁ ପ୍ରାକୃତିକ ପରିବର୍ତ୍ତନ କହନ୍ତି ।
- ଓଦାଲୁଗା ଶୁଖୁ, ପିଲାଟି ବୁଢ଼ା ହେବା ଆଦି ପରିବର୍ତ୍ତନ ପ୍ରାକୃତିକ ପରିବର୍ତ୍ତନ ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ଗୋଟିଏ ରାସାୟନିକ ପରିବର୍ତ୍ତନ ଘଟିଲା ବୋଲି ଜାଣିବା କିପରି, ଏକ ଉଦାହରଣ ସହ ଲେଖ ।
ଉ –
- ତିଆକୁ ଅଧ୍ବକ ଉତ୍ତପ୍ତ କଲେ ଶେଷରେ ଏକ କଳା ରଙ୍ଗର କଠିନ ପଦାର୍ଥ ପରୀକ୍ଷା ନଳୀର ତଳେ ରହିଯିବ ଏହି ପଦାର୍ଥର ରାସାୟନିକ ନାମ କପର ଅକ୍ସାଇଡ୍ । ଏଥୁରୁ ଆଉ ତୁତିଆ ପ୍ରସ୍ତୁତ ହୋଇ ପାରିବ ନାହିଁ । ତେଣୁ ଏହି ପରିବର୍ତ୍ତନଟି ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।
- ଏହି ପରିବର୍ତ୍ତନଗୁଡ଼ିକର ଶେଷରେ ମିଳୁଥିବା ଉତ୍ପାଦଗୁଡ଼ିକ ଗୋଟିଏ ଗୋଟିଏ ନୂତନ ପଦାର୍ଥ । ତେଣୁ ଏହି ପରିବର୍ତ୍ତନରେ ରାସାୟନିକ ପରିବର୍ତ୍ତନ ଘଟିଲା ବୋଲି ଜାଣିବା ।
Question 2.
ଉଦାହରଣ ଦେଇ ଦ୍ରବ, ଦ୍ରାବକ, ଦ୍ରବଣ ଓ ଦ୍ରବଣୀୟତା କ’ଣ ବୁଝାଅ ।
ଉ –
- ଦ୍ରବ ଓ ଦ୍ରାବକର ମିଶ୍ରଣକୁ ଦ୍ରବଣ କହନ୍ତି; ଯଥା – ଚିନିପାଣି, ଲୁଣପାଣି ।
- ଚିନିପାଣିରେ ଚିନି ଦ୍ରାବ ଓ ଲୁଣ ପାଣିରେ ଲୁଣ ହେଉଛି ସ୍ରାବ ।
- ଚିନିପାଣି ଓ ଲୁଣପାଣିରେ ପାଣି ହେଉଛି ଦ୍ରାବକ ।
- ଜଳରେ ଦ୍ରବୀଭୂତ ହୋଇପାରୁଥିବା ଚିନି ଓ ଲୁଣ ଭଳି ପଦାର୍ଥର ଏହି ଗୁଣକୁ ଦ୍ରବଣୀୟତା କହନ୍ତି ।
Question 3.
ଏକ ପରୀକ୍ଷା ସାହାଯ୍ୟରେ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କ’ଣ ବୁଝାଅ ।
ଉ –
ପରୀକ୍ଷା :
(i) ଗୋଟିଏ ମହମବତିକୁ ଜଳାଇ ଚିନାମାଟିର ପ୍ଲେଟ୍ ଉପରେ ରଖୁ । ଏହାପରେ ଜଳୁଥିବା ମହମବତିକୁ ଲକ୍ଷ୍ୟକଲୁ ।
(ii) ଦେଖୁ ମହମବତିଟି ଜଳି ଜଳି ଲିଭିଗଲା । ମହମବତୀଟି ମହମରେ ତିଆରି । ମହମ ଏକ ଦହନୀୟ ପଦାର୍ଥ ହୋଇଥିବାରୁ ସେଥିରେ ଥିବା ସଳିତାରେ ନିଆଁ ଲଗାଇଲେ ତାହା ଜଳିବ ।
(iii) ମହମବତି ଜଳିଲାବେଳେ କିଛି ମହମ ତରଳିଯାଏ । ସେଥୁରୁ କିଛି ତଳକୁ ବୋହିଆସେ । ଅବଶିଷ୍ଟ ତରଳ ମହମ ଜଳିଯାଏ ।
(iv) ମହମବତି ଜଳିଲାବେଳେ ଆଲୋକ ଓ ଉତ୍ତାପ ଦିଏ । ମହମବତି ଜଳିସାରିବାବେଳକୁ ଏହାର ଅଧ୍ଵ ଭାଗ ସରିଯାଇଥାଏ । ତାହା ଆଉ ଫେରିବା ସମ୍ଭବ ନୁହେଁ ।
(v) ପ୍ଲେଟ୍ରେ ଥିବା କଠିନ ମହମକୁ ନେଇ ପୁଣି ଜଳିପାରୁଥିବା ମହମବତି ତିଆରି କରାଯାଇପାରିବ ।
ସିଦ୍ଧାନ୍ତ : ଏହି ତଥ୍ୟକୁ ଅନୁଶୀଳନକଲେ ଆମେ ଦେଖୁ ଯେ ମହମବତିର ଜ୍ଵଳନବେଳେ ମହମର ଦୁଇ ପ୍ରକାର ପରିବର୍ତ୍ତନ ହୋଇଥାଏ । ପ୍ରଥମତଃ ଦହନ ଓ ତଦ୍ଵଜନିତ କ୍ଷୟ । ଏହା ଏକ ସ୍ଥାୟୀ ପରିବର୍ତ୍ତନ । ଏହା ମଧ୍ୟ ଏକ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
ବସ୍ତୁନିଷ୍ଠ ପ୍ରଶୋଉର
Question 1.
ନିମ୍ନଲିଖତ ପରିବର୍ତ୍ତନଗୁଡ଼ିକ ଭିତରୁ କେଉଁଟି ପ୍ରତ୍ୟାବର୍ତୀ ଓ କେଉଁଟି ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ସାରଣୀ କାଟି ଲେଖ ।
ଉ –
ଚାଉଳରୁ ଭାତହେବା, ଫୁଲରୁ ଫଳ ହେବା, ଜଳ ବାଷ୍ପରେ ପରିଣତ ହେବା, ଲାଜକୁଳୀ ପତ୍ର ନଇଁଯିବା, ଗଜା ବଢ଼ି ଛୋଟ ଗଛ ହେବା, ଦୁଧ ଦହିରେ ପରିଣତ ହେବା ।
Question 2.
ପ୍ରାକୃତିକ ପରିବର୍ତ୍ତନ ଓ ମନୁଷ୍ୟକୃତ ପରିବର୍ତ୍ତନର ଏକ ତାଲିକା ପ୍ରସ୍ତୁତ କର ।
ଉ –
Question 3.
ଶୂନ୍ୟସ୍ଥାନ ପୂରଣ କର ।
(କ) ଓଦାଲୁଗା ଶୁଖୁଯିବା ଏକ …………… ପରିବର୍ତ୍ତନ ।
(ଖ) ରୁପାରୁ ଗହଣା କରିବା ଏକ …………… ପରିବର୍ତ୍ତନ ।
(ଗ) କାଠକୁ ଜଳାଇ ଅଙ୍ଗାର ତିଆରି କରିବା …………… ପରିବର୍ତ୍ତନ ।
(ଘ) ବରଫକୁ ତରଳାଇ ଜଳ ପାଇବା ………….. ପରିବର୍ତ୍ତନ ।
(ଙ) ଦ୍ରାବକରେ ଯେତେବେଳପର୍ଯ୍ୟନ୍ତ ସ୍ରାବ ଦ୍ରବୀଭୂତ ହେଉଥାଏ, ସେତେବେଳ ପର୍ଯ୍ୟନ୍ତ ଦ୍ରବଣକୁ ………………କୁହାଯାଏ ।
(ଚ) ଯେଉଁ ଦ୍ରବଣ ଅଧିକ ଦ୍ରାବ ଦ୍ରବୀଭୂତ କରିପାରେ ନାହିଁ, ସେଭଳି ଦ୍ରବଣକୁ ……………… କୁହାଯାଏ ।
ଉ –
(କ) ପ୍ରାକୃତିକ
(ଖ) ମନୁଷ୍ୟକୃତ
(ଗ) ସ୍ଥାୟୀ ବା ଅପ୍ରତ୍ୟାବର୍ତ୍ତୀ
(ଘ) ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ
(ଙ) ଅସଂତୃପ୍ତ ଦ୍ରବଣ
(ଚ) ସଂତୃପ୍ତ ଦ୍ରବଣ
Question 4.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।
(କ) କେଉଁଟି ଦହନୀୟ ପଦାର୍ଥ ନୁହେଁ ?
(i) ମହମ
(ii) କାଗଜ
(iii) କିରୋସିନି
(iv) ଲୁହା
ଉ –
(iv) ଲୁହା
(ଖ) ଚିନିକୁ ଗରମକଲେ ଶେଷରେ ଏହା କଳା ପଡ଼ିଯିବ । ଏହା କି ପ୍ରକାର ପରିବର୍ତ୍ତନ ?
(i) ଅସ୍ଥାୟୀ
(ii) ପ୍ରତ୍ୟାବର୍ତ୍ତୀ
(iii) ରାସାୟନିକ
(iv) ଭୌତିକ
ଉ –
(iii) ରାସାୟନିକ
(ଗ) ନିମ୍ନଲିଖ ମଧ୍ୟରୁ କିଏ ଦ୍ରବୀଭୂତ ହୋଇପାରେ ?
(i) କଠିନ
(ii) ତରଳ
(iii) ଗ୍ୟାସୀୟ
(iv) ସମସ୍ତ
ଉ –
(iv) ସମସ୍ତ
(ଘ) ତୁତିଆକୁ ଗରମ କଲେ ଶେଷରେ ଏହାର ରଙ୍ଗ କିପରି ହୁଏ ?
(i) କଳା
(ii) ଧଳା
(iii) ନୀଳ
(iv) ଲାଲ
ଉ –
(i) କଳା
(ଙ) କେଉଁଟି ପ୍ରାକୃତିକ ପରିବର୍ତ୍ତନ ?
(i) କପାରୁ ସୂତା କରିବା
(ii) କାଠ ଜାଳିବା
(iii) ସୁନାରୁ ଗହଣା କରିବା
(iv) ବରଫ ତରଳିବା
ଉ –
(iv) ବରଫ ତରଳିବା
(ଚ) ମାଗ୍ନେସିୟମ୍ ତାର ଜଳି ଯେଉଁ ପାଉଁଶ ସୃଷ୍ଟିକରେ ତା’ର ରଙ୍ଗ କିପରି ହେବ ?
(i) କଳା
(ii) ଲାଲ
(iii) ଧଳା
(iv) ହଳଦିଆ
ଉ –
(iii) ଧଳା
(ଛ) ଜଳରେ ପୋଡ଼ା ଚୂନଗୁଣ୍ଡ ମିଶାଇଲେ କ’ଣ ହେବ ?
(i) ଜଳ ଥଣ୍ଡା ହେବ
(ii) ଜଳ ଗରମ ହେବ
(iii) ଜଳର ତାପମାତ୍ରା ଅପରିବର୍ତିତ ରହିବ
(iv) କେଉଁଟି ନୁହେଁ
ଉ –
(ii) ଜଳ ଗରମ ହେବ
(ଜ) ସ୍ବଚ୍ଛ ଚୂନପାଣିକୁ କିଛି ସମୟ ରଖିଦେଲେ ପାତ୍ରର ତଳଭାଗରେ ଗୋଟିଏ ଧଳା ପଦାର୍ଥ ଜମିଯିବ; ତାହା ହେଉଛି –
(i) କ୍ୟାଲସିୟମ୍ ଅକ୍ସାଇଡ୍
(ii) କ୍ୟାଲସିୟମ୍ ହାଇଡ୍ରିକସାଇଡ୍
(iii) କ୍ୟାଲସିୟମ୍ କ୍ଲୋରାଇଡ୍
(iv) କ୍ୟାଲସିୟମ କାର୍ବୋନେଟ୍
ଉ –
(iv) କ୍ୟାଲସିୟମ କାର୍ବୋନେଟ୍
Question 5.
ବାମ ପାର୍ଶ୍ଵରେ ଥିବା ଶବ୍ଦଦ୍ୱୟର ସମ୍ପର୍କକୁ ଦେଖ୍ ଦକ୍ଷିଣ ପାର୍ଶ୍ଵର ଶବ୍ଦ ସହିତ ଖାପଖାଉଥିବା ଶବ୍ଦଟିକୁ ଶୂନ୍ୟସ୍ଥାନରେ ଲେଖ ।
(କ) ମାଟିରୁ ଇଟା କରିବା : ମନୁଷ୍ୟକୃତ :: ଓଦାଲୁଗା ଶୁଖୁ : ……………. ।
(ଖ) କାଠ ଜଳି ଅଙ୍ଗାର ହେବା : ସ୍ଥାୟୀ ପରିବର୍ତ୍ତନ :: ବରଫ ତରଳିବା : ……………. ।
(ଗ) ମିଶ୍ରି ମୁଣ୍ଡା ଭାଙ୍ଗି ଗୁଣ୍ଡ କରିବା : ଭୌତିକ ପରିବର୍ତ୍ତନ :: ଲୁହାରେ କଳଙ୍କି ଲାଗିବା : ……………. ।
(ଘ) ଚିନି : ଦ୍ରାବ :: ଚିନିପାଣି : ……………. ।
(ଙ) କାଠ କୋଇଲା ଜଳିବା : ଅପ୍ରତ୍ୟାବର୍ତ୍ତୀ :: ଲୁଣପାଣି ବାଷ୍ପ ହେବା : ……………. ।
ଉ –
(କ) ପ୍ରାକୃତିକ
(ଖ) ଅସ୍ଥାୟୀ
(ଗ) ରାସାୟନିକ
(ଘ) ଦ୍ରବଣ
(ଡ) ପ୍ରତ୍ୟାବର୍ତ୍ତୀ
Question 6.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଗୋଟିଏ ଦ୍ରାବକରେ ବିଭିନ୍ନ ଦ୍ରାବର ଦ୍ରବଣୀୟତା ସମାନ ହୋଇଥାଏ ।
(ଖ) ତୁତିଆକୁ ଗରମ କଲେ ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ ନାମକ ରାସାୟନିକ ପଦାର୍ଥ ସୃଷ୍ଟି ହୁଏ ।
(ଗ) ଦ୍ରବଣୀୟତା ଏକ ରାସାୟନିକ ପରିବର୍ତ୍ତନ ।
(ଘ) ସୁଚ୍ଛ ଚୂନପାଣିକୁ ସରବତ ନଳୀ ଦ୍ଵାରା ଫୁଙ୍କିଲେ ଏହାର ରଙ୍ଗ କଳା ହୁଏ ।
(ଙ) କାଠରୁ ଟେବୁଲ ତିଆରି ହେବା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
ଉ –
(କ) ଗୋଟିଏ ଦ୍ରାବକରେ ବିଭିନ୍ନ ଦ୍ରାବର ଦ୍ରବଣୀୟତା ଭିନ୍ନ ଭିନ୍ନ ହୋଇଥାଏ ।
(ଖ) ତୁତିଆକୁ ଗରମ କଲେ କପର ଅକ୍ସାଇଡ୍ ନାମକ ରାସାୟନିକ ପଦାର୍ଥ ସୃଷ୍ଟି ହୁଏ ।
(ଗ) ଦ୍ରବଣୀୟତା ଏକ ଭୌତିକ ପରିବର୍ତ୍ତନ ।
(ଘ) ସ୍ଵଚ୍ଛ ଚୂନପାଣିକୁ ସରବତ ନଳୀ ଦ୍ଵାରା ଫୁଙ୍କିଲେ ଏହାର ରଙ୍ଗ ଧଳା ହୁଏ ।
(ଙ) କାଠରୁ ଟେବୁଲ ତିଆରି ହେବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
Question 7.
‘କ’ ସ୍ତମ୍ଭର ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
ଉ –