BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ

Odisha State Board BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ Important Questions and Answers.

BSE Odisha Class 6 Science Important Questions Chapter 7 ଜୀବ ଓ ନିର୍ଜୀବ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଚଳନ କ’ଣ ? ଉଭିଦ କିପରି ଚଳନ କରିଥାଏ ?
ଉ –

  • ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାକୁ ଚଳନ କୁହାଯାଏ ।
  • ଉଭିଦ କ୍ଷେତ୍ରରେ ପ୍ରତ୍ୟକ୍ଷ ଚଳନ ଦେଖାଯାଇନଥାଏ । ଏହାର ମୂଳ ମାଧ୍ୟାକର୍ଷଣ ଦିଗରେ ଓ କାଣ୍ଡ ଆଲୋକ ଦିଗରେ ଗତି କରିଥାଏ ।

Question 2.
ରେଚନ କ’ଣ ? ଉଭିଦ ଶରୀରରୁ ଉତ୍ପନ୍ନ ବର୍ଜ୍ୟବସ୍ତୁର ନାମ ଲେଖ ।
ଉ –

  • ଜୀବ ଶରୀରରୁ ବର୍ଜ୍ୟ ପଦାର୍ଥ ନିଷ୍କାସିତ ହେବାକୁ ରେଚନ କୁହାଯାଏ ।
  • ଉଦ୍ଭଦ ଶରୀରରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ ହେଲା – ଅଠା, ଝୁଣା, ଲାଖ ।

Question 3.
ଶ୍ଵାସକ୍ରିୟା ଓ ଶ୍ଵାସନ ମଧ୍ୟରେ ପାର୍ଥକ୍ୟ ଲେଖ ।
ଉ –

  • ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ ଓ ନିଃଶ୍ବାସରେ ଅଙ୍ଗାରକାମ୍ଳ ତ୍ୟାଗକୁ ଶ୍ଵାସକ୍ରିୟା କୁହାଯାଏ । ଏହା ଶ୍ଵାସନର ଏକ ଅଂଶ ।
  • ଶ୍ଵାସନରେ ଅମ୍ଳଜାନ ଦ୍ଵାରା ଖାଦ୍ୟର ଜାରଣ ଘଟି ଶକ୍ତି ଉତ୍ପନ୍ନ ହୁଏ ।

BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ

Question 4.
ସଜୀବମାନଙ୍କର ଜୀବନଚକ୍ର କେତୋଟି ଉପାୟରେ ସମାପ୍ତ ହୁଏ ? ସେଗୁଡ଼ିକର ନାମ ଲେଖ ।
ଉ –

  • ସଜୀବମାନଙ୍କର ଜୀବନଚକ୍ର ଦୁଇଟି ଉପାୟରେ ସମାପ୍ତ ହୁଏ ।
  • ପ୍ରଥମଟି ହେଲା ଅଙ୍ଗୀୟ ବୃଦ୍ଧିକାଳ ଓ ଦ୍ବିତୀୟଟି ହେଲା ପ୍ରଜନନ ବୃଦ୍ଧିକାଳ ।

Question 5.
ପ୍ରାଣୀ ଓ ଉଦ୍ଭିଦମାନେ କିପରି ବଂଶବିସ୍ତାର କରନ୍ତି ?
ଉ –

  • ପ୍ରାଣୀ ସନ୍ତାନ ଜନ୍ମକରି କିମ୍ବା ଡିମ୍ବ ଦେଇ ବଂଶବିସ୍ତାର କରନ୍ତି ।
  • ଉଦ୍ଭଦ ମଞ୍ଜି, ଡାଳ, ମୂଳ ଓ ପତ୍ରଦ୍ଵାରା ବଂଶବିସ୍ତାର କରିଥାଏ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ଜୀବ ଶ୍ଵାସକ୍ରିୟାରେ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ଛାଡ଼େ, ବୁଝାଅ ।
ଉ –

  • ଗୋଟିଏ ବୋତଲରେ କିଛି ସ୍ଵଚ୍ଛ ଚିନିପାଣି ନିଆଯାଉ ।
  • ସେଥୁରେ ଓଦାମାଟି ସହ କିଛି ଜିଆ ନେଇ ଗୋଟିଏ କନାରେ ବାନ୍ଧି ଝୁଲାଇ ଦିଆଯାଉ ।
  • କିଛି ସମୟ ପରେ ଦେଖାଯିବ ଯେ, ବୋତଲରେ ଥିବା ସ୍ଵଚ୍ଛ ଚୂନପାଣି ଦୁଧୁବର୍ଣ୍ଣ ହୋଇଯିବ ।
  • ଏଥିରୁ ଜଣାଗଲା ଯେ, ପ୍ରାଣୀ ଶ୍ଵାସକ୍ରିୟାରେ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ଛାଡ଼େ । କାରଣ ଅଙ୍ଗାରକାମ୍ଳ ସ୍ୱଚ୍ଛ ଚୂନପାଣିକୁ ଦୁଧୂ ବର୍ଷ କରେ ।

Question 2.
ସଜୀବର ବୃଦ୍ଧି ଘଟେ । ଏହାର ଯଥାର୍ଥତା ବୁଝାଅ ।
ଉ –

  • ସଜୀବମାନେ ବଞ୍ଚିରହିବା ପାଇଁ ଭିନ୍ନ ଭିନ୍ନ ଜୀବନ ପ୍ରକ୍ରିୟା କରିଥା’ନ୍ତି ଯେପରିକି ଖାଦ୍ୟଗ୍ରହଣ, ଶ୍ଵାସକ୍ରିୟା, ରେଚନକ୍ରିୟା ଆଦି ।
  • ପ୍ରତ୍ୟେକ ସଜୀବଙ୍କର ବୃଦ୍ଧି ହୋଇଥାଏ । ଛୋଟ ପିଲାଟି, ବାଳକ, ଯୁବକ ଓ ଶେଷରେ ବୃଦ୍ଧ ହୋଇଥାଏ ।
  • ସେହିପରି ଗୋଟିଏ କୁକୁଡ଼ା ଅଣ୍ଡାରୁ ଚିଆଁ, କୁକୁଡ଼ା ଛୁଆ ଓ ବଡ଼ କୁକୁଡ଼ା ହୋଇ ବଂଶବୃଦ୍ଧି କରିଥା’ନ୍ତି ।
  • ଉଭିଦମାନେ ସଜୀବ ହୋଇଥିବାରୁ ମଞ୍ଜିରୁ ଚାରାଗଛ ଓ ତାପରେ ବଡ଼ଗଛରେ ପରିଣତ ହୁଅନ୍ତି ଓ ବଂଶବୃଦ୍ଧି କରନ୍ତି । ତେଣୁ ପ୍ରତ୍ୟେକ ଜୀବର ବୃଦ୍ଧି ଘଟିଥାଏ ।

BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ

Question 3.
ଜୀବର ରେଚନ କହିଲେ କ’ଣ ବୁଝ ?
ଉ –

  • ସମସ୍ତ ଜୀବ ଖାଦ୍ୟ ଖାଆନ୍ତି । ଖାଦ୍ୟର ସାରାଂଶ ଶରୀର ଗ୍ରହଣକରିବା ପରେ ଏଥୁରୁ କେତେକ ବର୍ଜ୍ୟବସ୍ତୁ ସୃଷ୍ଟି ହୁଏ ।
  • ଯେଉଁ ପ୍ରକ୍ରିୟାରେ ଶରୀର ଏହି ବର୍ଜ୍ୟବସ୍ତୁ ଶରୀର ବାହାରକୁ ତ୍ୟାଗକରେ, ତାକୁ ରେଚନ କୁହାଯାଏ ।
  • ଏହି ପ୍ରକ୍ରିୟା ଦ୍ବାରା ପ୍ରାଣୀମାନେ ମଳ, ମୂତ୍ର, ଝାଳ ତ୍ୟାଗକରନ୍ତି । ଉଭିଦମାନେ ଏହି ପ୍ରକ୍ରିୟାଦ୍ଵାରା ବର୍ଜ୍ୟବସ୍ତୁ ତ୍ୟାଗକରନ୍ତି ।

Question 4.
ଜୀବ ଓ ନିର୍ଜୀବ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ - 1

BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ତୁମେ ଦେଖୁଥ‌ିବା ବସ୍ତୁମାନଙ୍କ ମଧ୍ୟରୁ ଯାହା ଦେହରେ ଜୀବନ ଅଛି, ………… କୁହାଯାଏ ।
(ଖ) ………….. ମାନେ ବଞ୍ଚିରହିବା ପାଇଁ ଭିନ୍ନ ଭିନ୍ନ ଜୀବନ ପ୍ରକ୍ରିୟା କରିଥା’ନ୍ତି ।
(ଗ) ଉଭିଦର ……………. ଦିଗରେ ଗତିକରିବା ମଧ୍ୟ ଉଭିଦର ଅଙ୍ଗଚାଳନା ।
(ଘ) ଉଭିଦମାନେ ମାଟିରୁ ଜଳ ଓ ………….. ନେଇ ନିଜେ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି ।
(ଙ) ନିଃଶ୍ଵାସଦ୍ୱାରା ……………. ଯୁକ୍ତ ବାୟୁକୁ ବାହାରକୁ ଛାଡୁ ।
(ଚ) ଶ୍ଵସନରେ ବାହାରୁଥିବା ………. ଚୂନପାଣିକୁ ଦୁଧୂ ବର୍ଷ କରିଦିଏ ।
(ଛ) ଜୀବମାନେ ………….. ସହ ପ୍ରତିକ୍ରିୟା କରନ୍ତି ।
ଉ –
(କ) ଜୀବ
(ଖ) ଜୀବ
(ଗ) ମାଧ୍ୟାକର୍ଷଣ
(ଘ) ଖଣିଜ ଲବଣ
(ଙ) ଅଙ୍ଗାରକାମ୍ଳ
(ଚ) ଅଙ୍ଗାରକାମ୍ଳ
(ଛ) ପରିବେଶ

Question 2.
ଜୀବ କ’ଣ ?
ଉ –
ଯାହା ଦେହରେ ଜୀବନ ଅଛି ତାହାକୁ ଜୀବ କହନ୍ତି । ମଣିଷ, କୁକୁର, କୁକୁଡ଼ା, ଗଛ, ପ୍ରଭୃତିର ଜୀବନ ଥ‌ିବାରୁ

BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ

Question 3.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ଉଦ୍ଭଦର କେଉଁ ଅଂଶ ଆଲୋକ ଦିଗରେ ଗତି କରେ ?
(i) ମୂଳ
(ii) କାଣ୍ଡ
(iii) ପତ୍ର
(iv) ଫଳ
ଉ –
(ii) କାଣ୍ଡ

(ଖ) କେଉଁ ଗଛର ଡାଳରୁ ନୂତନ ଗଛ ହୁଏ ନାହିଁ ?
(i) ମନ୍ଦାର
(ii) ଗୋଲାପ
(iii) ସଜନା
(iv) ଆମ୍ବ
ଉ –
(iv) ଆମ୍ବ

(ଗ) କିଏ ପ୍ରତ୍ୟକ୍ଷ ଚଳନ କରିଥାଏ ?
(i) ଆମ୍ବଗଛ
(i) ଚଳନ
(iii) ଶୈବାଳ
(iv) ସଜନା ଗଛ
ଉ –
(iii) ଶୈବାଳ

BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ

(ଘ) କେଉଁଟି ସଜୀବର ବିଶେଷତ୍ଵ ?
(i) ସମସ୍ତ
(ii) ଖାଦ୍ୟଗ୍ରହଣ
(iii) ବୃଦ୍ଧି
(iv) ଉପରୋକ୍ତ ସମସ୍ତ
ଉ –
(i) ସମସ୍ତ

(ଙ) କେଉଁ ଗ୍ୟାସ୍ ସ୍ବଚ୍ଛ ଚୂନପାଣିକୁ ଦୁଧୂ ବର୍ଷ କରେ ?
(i) ଅମ୍ଳଜାନ
(ii) ଅଙ୍ଗାରକାମ୍ଳ
(iii) ଉଦ୍‌ଜାନ
(iv) ଯବକ୍ଷାରଜାନ
ଉ –
(ii) ଅଙ୍ଗାରକାମ୍ଳ

(ଚ) ନିଃଶ୍ଵାସରେ ଆମେ କେଉଁ ଗ୍ୟାସ୍ ଛାଡୁ ?
(i) ଉଦ୍‌ଜାନ
(ii) ଅଙ୍ଗାରକାମ୍ଳ
(iii) ଯବକ୍ଷାରଜାନ
(iv) ଅମ୍ଳଜାନ
ଉ –
(ii) ଅଙ୍ଗାରକାମ୍ଳ

BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ

Question 4.
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
(କ) ମଣିଷ : ସଜୀବ :: ଟେଲିଭିଜନ : ………………..
(ଖ) କୁକୁର : ମଳ :: ସଜନା ଗଛ : ………………..
(ଗ) ଧାନ ଗଛ : ମଞ୍ଜି :: ଗୋଲାପ : ………………..
(ଘ) ମାଧ୍ୟାକର୍ଷଣ ଦିଗରେ : ମୂଳ :: ଆଲୋକ ଦିଗରେ : ………………..
(ଙ) ମନ୍ଦାର : ଡାଳ :: ଆମ୍ବ : ………………..
ଉ –
(କ) ନିର୍ଜୀବ
(ଖ) ଅଠା
(ଗ) ଡାଳ
(ଘ) କାଣ୍ଡ
(ଙ) ଟାକୁଆ

Question 5.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଶ୍ବସନ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଗ୍ୟାସ୍‌ର ବ୍ୟବହାର ହୋଇଥାଏ ।
(ଖ) ମୃତ୍ୟୁ ପର୍ଯ୍ୟନ୍ତ ପ୍ରାଣୀର ବୃଦ୍ଧି ଘଟିଥାଏ ।
(ଗ) ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନକୁ ଶ୍ୱସନ କୁହାଯାଏ ।
(ଘ) ଯେଉଁ ପ୍ରକ୍ରିୟାରେ ଜୀବର ଖାଦ୍ୟ ଜାରିତ ହୋଇ ଶକ୍ତି ମିଳେ, ତାକୁ ରେଚନ କହନ୍ତି ।
(ଙ) ଗୋଲାପ ମଞ୍ଜିଦ୍ୱାରା ବଂଶବୃଦ୍ଧି କରେ ।
ଉ –
(କ) ଶ୍ବସନ ପ୍ରକ୍ରିୟାରେ ଅମ୍ଳଜାନ ଗ୍ୟାସ୍‌ର ବ୍ୟବହାର ହୋଇଥାଏ ।
(ଖ) ମୃତ୍ୟୁ ପର୍ଯ୍ୟନ୍ତ ଉଭିଦର ବୃଦ୍ଧି ଘଟିଥାଏ ।
(ଗ) ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନକୁ ରେଚନ କୁହାଯାଏ ।
(ଘ) ଯେଉଁ ପ୍ରକ୍ରିୟାରେ ଜୀବର ଖାଦ୍ୟ ଜାରିତ ହୋଇ ଶକ୍ତି ମିଳେ, ତାକୁ ଶ୍ୱସନ କହନ୍ତି ।
(ଙ) ଗୋଲାପ ଡାଳ ବା କଲମିଦ୍ଵାରା ବଂଶବୃଦ୍ଧି କରେ ।

BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ

Question 6.
‘କ’ ସ୍ତମ୍ଭର ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ - 2
ଉ –
BSE Odisha 6th Class Science Important Questions Chapter 7 ଜୀବ ଓ ନିର୍ଜୀବ - 3

Leave a Comment