Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Go through 6th Class Science Book Odia Medium Question Answer and Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା to understand textbook questions more clearly.

6th Class Science Chapter 2 Question Answer Odia Medium

Class 6 Science Chapter 2 Odia Medium

ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା

Question 1.
ଏଠାରେ ଦୁଇ ପ୍ରକାରର ମଞ୍ଜି ରହିଛି । ସେମାନଙ୍କ ଉଭିଦର ମୂଳ ଏବଂ ପତ୍ରର ଶିରା ବିନ୍ୟାସ ମଧ୍ୟରେ ତୁମେ କ’ଣ ପାର୍ଥକ୍ୟ ଦେଖୁଛ ?
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 1
Answer:

କ୍ର.ସଂ ବୈଶିଷ୍ଟ୍ୟ ଗହମ ମଞ୍ଜି ରାଜମା ମଞ୍ଜି
୧. ବୈଶିଷ୍ଟ୍ୟ ଗୁଚ୍ଛମୂଳ ଗହମ ମଳ
9. ମୂଳର ବୈଶିଷ୍ଟ୍ୟ ଘନ ଓ ଏହାର ଚାରିପଟେ ପତଳା ଚେରର ଉପସ୍ଥିତି ପ୍ରଧାନ ମୂଳ ମଧ୍ୟଭାଗରେ ଗୋଟିଏ ପ୍ରଧାନ ଓ ଏଠାରୁ ଶାଖାମୂଳ ସୃଷ୍ଟି
୩. ଶି ରାବିନ୍ଯାସ ସମାନ୍ତରାଳ ଜାଲକ
୪. ଶିରା ବିନ୍ୟାସର ବୈଶିଷ୍ଟ୍ୟ ଶିରାଗୁଡ଼ିକ ପତ୍ରର ଲମ୍ବ ଦିଗରେ ସମାନ୍ତରାଳ ଭାବେ ରହିଥାନ୍ତି ମଧ୍ୟଭାଗରେ ଥିବା ମୁଖ୍ୟ ଶିରାର ଦୁଇପଟେ ଜାଲ ଭଳି ଶାଖାଶିରାଗୁଡ଼ିକ ରହିଥାନ୍ତି
୫. ଚିତ୍ର Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 2 Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 3

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Question 2.
କିଛି ପ୍ରାଣୀମାନଙ୍କ ନାମ ନିମ୍ନରେ ଦିଆଯାଇଛି । ସେମାନଙ୍କୁ ସେମାନଙ୍କର ବାସସ୍ଥାନ ଆଧାରରେ ବର୍ଗୀକରଣ କର । ‘କ’ ଚିହ୍ନିତ ଅଞ୍ଚଳରେ ଜଳଚର ପ୍ରାଣୀ ଏବଂ ‘ଖ’ ଚିହ୍ନିତ ଅଞ୍ଚଳରେ ସ୍ଥଳଚର ପ୍ରାଣୀଙ୍କ ନାମ ଲେଖ । ‘ଗ’ ଭାଗରେ ଉଭୟଚର ପ୍ରାଣୀଙ୍କ ନାମ ଲେଖ । ଘୋଡ଼ା, ଡଲ୍‌ଫିନ୍, ବେଙ୍ଗ, ମେଣ୍ଢା, କୁମ୍ଭୀର, ଗୁଣ୍ଡୁଚି ମୂଷା, ତିମି, ଜିଆ, କଇଁଛ, ପାରା
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 4
Answer:
କ୍ର – ଡଲଫିନ୍, ତିମି
ଖ – ଘୋଡ଼ା, ମେଣ୍ଢା, ଗୁଣ୍ଡୁଚିମୂଷା, ଜିଆ, ପାରା
ଗ – ବେଙ୍ଗ, କୁମ୍ଭୀର, କଇଁଛ

Question 3.
ମୁନୁର ମା’ ଏକ ବଗିଚା କରିଛନ୍ତି । ଦିନେ ସେ ମୂଳା ଏକ ପ୍ରକାର ମୂଳ । ଗୋଟିଏ ମୂଳାକୁ ଲକ୍ଷ୍ୟ ମାଟିରୁ ମୂଳା ଖୋଳୁଥିଲେ । ସେ ମୁନୁକୁ କହିଥିଲେ ଯେ, କର ଏବଂ ଏହା କେଉଁ ପ୍ରକାରର ମୂଳ ତାହା ଲେଖ । ମୂଳା ଗଛର ପତ୍ରରେ ତୁମେ କେଉଁ ପ୍ରକାର ଶିରା ବିନ୍ୟାସ ଦେଖୁଲ ?
Answer:

  1. ମୂଳାରେ ଥିବା ମୂଳ ପ୍ରଧାନ ମୂଳ ଅଟେ । ଏ ପ୍ରକାର ମୂଳ ମୋଟାହୋଇ ମାଟିର ଗଭୀରତମ ଭାଗକୁ ଯାଇଥାଏ । ସାଧାରଣତଃ ଲମ୍ବା ଓ କୋନ୍ ଆକୃତିର ହୋଇଥାଏ । ଏହା ଉଭିଦର ଖାଦ୍ୟ ସଂରକ୍ଷଣ କରିବାରେ ସହାୟକ ହୋଇଥାଏ ।
  2. ଏହାର ପତ୍ରରେ ଜାଲକ ଶିରା ବିନ୍ୟାସ ଦେଖିବାକୁ ମିଳିଥାଏ ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Question 4.
ସମତଳ ଅଞ୍ଚଳରେ ମିଳୁଥିବା ଗୋଟିଏ ଛେଳି ଓ ଏକ ପର୍ବତ ଅଞ୍ଚଳରେ ରହୁଥ‌ିବା ଛେଳିର ଚିତ୍ର ଦେଖ । ସେମାନଙ୍କ ମଧ୍ୟରେ ସମାନତା ଏବଂ ପାର୍ଥକ୍ୟ ଦର୍ଶାଅ । ଏହି ପାର୍ଥକ୍ୟର କାରଣ କ’ଣ ?
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 5
Answer:
ସମାନତା :
(i) ଉଭୟ ଅଞ୍ଚଳରେ ଦେଖାଯାଉଥ‌ିବା ଛେଳି ଏକା ପରିବାରର ଅନ୍ତର୍ଭୁକ୍ତ ଅଟନ୍ତି ।
(ii) ଉଭୟ ଖାଦ୍ୟଗ୍ରହଣ ଦୃଷ୍ଟିରୁ ତୃଣଭୋଜୀ ଅଟନ୍ତି । ସେମାନେ ଡାଳ, ପତ୍ର ଓ ମୂଳ ଖାଇଥା’ନ୍ତି ।
ପାର୍ଥକ୍ୟ :
ସମତଳ ଅଞ୍ଚଳର ଛେଳି
(i) ଉଷ୍ମ ଜଳବାୟୁରେ ଖାପଖୁଆଇ ଚଳିବା ନିମନ୍ତେ ଶରୀରରେ ଛୋଟ ଓ ପତଳା ଲୋମ ଥାଏ ।
(ii) ସମତଳ ଓ ଖୋଲା ଅଞ୍ଚଳ ସହ ଖାପଖୁଆଇବା ପାଇଁ ଶରୀର ଗଠନ ପତଳା ହୋଇଥାଏ ।
(iii) ସମତଳ ତୃଣଭୂମିରେ ଚାଲିବା ପାଇଁ ଖୁରା ସୁଗଠିତ ହୋଇଥାଏ ।

ପର୍ବତ ଅଞ୍ଚଳର ଛେଳି
(i) ପାର୍ବତ୍ୟ ଅଞ୍ଚଳର ଥଣ୍ଡା ପରିବେଶରୁ ସୁରକ୍ଷା ପାଇଁ ଶରୀରରେ ଲମ୍ବା ଓ ଘନ ଲୋମ ଥାଏ ।
(ii) ପଥୁରିଆ ଉପତ୍ୟକାରେ ସହଜରେ ଚଢ଼ିପାରିବା ପାଇଁ ଶରୀର ପୃଥୁଳ ଓ ମାଂସପେଶୀ ବହୁଳ ହୋଇଥାଏ ।
(iii) ପଥୁରିଆ ପୃଷ୍ଠକୁ ଦୃଢ଼ ଭାବରେ ଧରିବା ପାଇଁ ସ୍ୱତନ୍ତ୍ର ଧରଣର ଆବଡ଼ାଖାବଡ଼ା ଖୁରା ଥାଏ ।

Question 4.
ଏହି ଅଧ୍ୟାୟରେ ଆଲୋଚନା କରାଯାଇଥିବା ବୈଶିଷ୍ଟ୍ୟ ନିମ୍ନଲିଖତ ପ୍ରାଣୀମାନଙ୍କୁ ଦୁଇଟି ପର୍ବତ ଅଞ୍ଚଳର ଛେଳି ଶ୍ରେଣୀରେ ବିଭକ୍ତ କର – ଗାଈ, ଅସରପା, ପାରା, ବାଦୁଡ଼ି, କଇଁଛ, ତିମି, ମାଛ, ଝିଣ୍ଟିକା, ଝିଟିପିଟି ।
Answer:
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 6
ଉଡ଼ିପାରୁଥିବା ପ୍ରାଣୀ
(iii) ବାଦୁଡ଼ି
(iv) ଝିଣ୍ଟିକା

ଉଡ଼ିପାରୁ ନଥ‌ିବା ପ୍ରାଣୀ
(iii) ତିମି
(iv) ମାଛ
(v) ଝିଟିପିଟି

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Question 6.
ଜନସଂଖ୍ୟା ବଢି ଚାଲିଛି ଓ ଲୋକମାନେ ଅଧ‌ିକ ଆରାମଦାୟକ ଜୀବନ ଯାପନ କରିବାକୁ ଚାହୁଁଛନ୍ତି ଫଳରେ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଜଙ୍ଗଲ କଟାଯାଉଛି । ଏହା ଆମ ପରିବେଶକୁ କିପରି ପ୍ରଭାବିତ କରିପାରେ ? ଆମେ ଏହି ସମସ୍ୟାର କିପରି ମୁକାବିଲା କରିପାରିବା ବୋଲି ତୁମେ ଭାବୁଛ ?
Answer:
ଜଙ୍ଗଲ ନଷ୍ଟର ପରିବେଶ ଉପରେ ପ୍ରଭାବ :

  1. ଜୈବ ବିବିଧତା ହ୍ରାସ ପାଉଅଛି ।
  2. ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଛି ।
  3. ମୃତ୍ତିକା ପ୍ରଦୂଷଣ ବା କ୍ଷୟ ବୃଦ୍ଧି ପାଉଛି ।
  4. ଜଳଚକ୍ର ପ୍ରଭାବିତ ହେଉଅଛି ।
  5. ବାୟୁ ପ୍ରଦୂଷଣ ଫଳରେ ବାୟୁର ଗୁଣବତ୍ତା ହ୍ରାସ ପାଉଛି ।

ସମସ୍ୟାର ସମାଧାନ ପାଇଁ ଗ୍ରହଣୀୟ ପଦକ୍ଷେପ :

  1. ସଂରକ୍ଷିତ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ ।
  2. ଅଧ‌ିକ ମାତ୍ରାରେ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ପାର୍କ ସ୍ଥାପନ କରାଯାଇପାରିବ ।
  3. ଜଙ୍ଗଲ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇପାରିବ ।
  4. ଜଙ୍ଗଲ କ୍ଷୟର ପ୍ରତିରୋଧ ପାଇଁ ବିଭିନ୍ନ ଆଇନ ଓ ନିୟମ ପ୍ରଣୟନ କରାଯାଇପାରିବ ।
  5. ଜାଳେଣି କାଠ ପରିବର୍ତ୍ତେ ସୌର ରନ୍ଧକ ବ୍ୟବହାର କରାଯାଇ ପାରିବ ।

Question 7.
ଫ୍ଲୋଚାର୍ଟକୁ ବିଶ୍ଳେଷଣ କର । ‘କ’ ଓ ‘ଖ’ ସ୍ଥାନରେ ଉଭିଦର ନାମ ଲେଖ ।
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 7
Answer:
କ – ପତ୍ରରେ ଜାଲକ ଶିରା ବିନ୍ୟାସ ଦେଖାଯାଏ ।
ଦ୍ଵିବୀଜପତ୍ରୀ ଅଟନ୍ତି । ଉଦାହରଣ – ମଟର, ତେନ୍ତୁଳି, ଆମ୍ବ, ମନ୍ଦାର, ସୋରିଷ ଇତ୍ୟାଦି ।
ଖ – ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ଦେଖାଯାଏ ।
ଏକ ବୀଜପତ୍ରୀ ଅଟନ୍ତି । ଉଦାହରଣ – ଧାନ, ମକା, ଗହମ, ଘାସ ଇତ୍ୟାଦି ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Question 8.
ରାଜୁ ତା’ ବନ୍ଧୁ ସଞ୍ଜୟ ସହ ଯୁକ୍ତିତର୍କ କରିଥିଲା ଯେ, ‘ମନ୍ଦାର ହେଉଛି ଏକ ବୁନ୍ଦା’’ । ସଞ୍ଜୟ ସ୍ପଷ୍ଟୀକରଣ ପାଇଁ କ’ଣ ପ୍ରଶ୍ନ ପଚାରିଥ‌ିବ ?
Answer:

  • ମନ୍ଦାର ଗଛର ଉଚ୍ଚତା କେତେ ?
  • ଏହାର କାଣ୍ଡର ରଂଗ
  • ଏହାର କାଣ୍ଡ ଓ ଶାଖା ମାଟିଠାରୁ କେତେ ଉଚ୍ଚରେ ଅଛି ?
  • କାଣ୍ଡଗୁଡ଼ିକ ଶକ୍ତ ଅଥବା କିପରି ଅଟେ ?

Question 9.
ସାରଣୀରେ ଥିବା ସୂଚନା ଆଧାରରେ, ପ୍ରତ୍ୟେକ ଶ୍ରେଣୀ ପାଇଁ ଏହି ଉଭିଦଗୁଡ଼ିକର ଉଦାହରଣ ଲେଖ ।
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 8
(କ) ଶ୍ରେଣୀ ‘କ’ର ଉଭିଦଗୁଡ଼ିକର ଆଉ କ’ଣ ସମାନତା ରହିଛି ?
(ଖ) ଶ୍ରେଣୀ ‘ଖ’ର ଉଭିଦଗୁଡ଼ିକର ଆଉ କ’ଣ ସମାନତା ରହିଛି ?
Answer:
କ – ବୁଟ, ମୁଗ, ତେନ୍ତୁଳି, ଚିନାବାଦାମ ଇତ୍ୟାଦି ।
ଖ – ଧାନ, ଗହମ, ମକା ଇତ୍ୟାଦି ।
ଶ୍ରେଣୀ ‘କ’ ର ସମାନତା : ଦ୍ଵିବୀଜପତ୍ରୀ ଓ ପତ୍ରରେ ଜାଲକ ଶିରାବିନ୍ୟାସ ରହିଥାଏ ।
ଶ୍ରେଣୀ ‘ଖ’ ର ସମାନତା : ଏକବୀଜପତ୍ରୀ ଓ ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ରହିଥାଏ ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Question 10.
ଦିଆଯାଇଥବା ଚିତ୍ରରେ ବତକର ନାମକରଣ କରାଯାଇଥିବା ଅଂଶକୁ ନିରୀକ୍ଷଣ କର । ଅନ୍ୟ ପକ୍ଷୀଙ୍କ ତୁଳନାରେ ବ୍ରତକର ପାଦରେ କ’ଣ ପାର୍ଥକ୍ୟ ଦେଖ‌ିବାକୁ ମିଳେ ? ବତକ ଏହି ଅଂଶ ବ୍ୟବହାର କରି କେଉଁ କାର୍ଯ୍ୟ କରିବାକୁ ସକ୍ଷମ ହୁଏ ?
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 9
Answer:

  • ବ୍ରତକର ପାଦ ପରଦାଯୁକ୍ତ ହୋଇଥାଏ କିନ୍ତୁ ପାରାର ପାଦରେ ଏହି ପରଦା ନଥାଏ । ବତକ ଏକ ଜଳଚର ଜୀବ ହୋଇଥ‌ିବାରୁ ଏହି ପାଦ ତାହାକୁ ପାଣିରେ ପହଁରିବା କାର୍ଯ୍ୟ କରିଥାଏ ।
  • ବତକର ଏହି ପରଦାଯୁକ୍ତ ପାଦ ବତକକୁ କାଦୁଆ ଓ ସନ୍ତସନ୍ତିଆ ଅଞ୍ଚଳରେ ଚାଲିବାରେ ଦୃଢ଼ତା ଯୋଗାଇଥାଏ । ଏହା ମଧ୍ୟ ତାହାକୁ ପାଣିରେ ବୁଡ଼ିବାକୁ ପ୍ରତିରୋଧ କରେ । ଏହି ପାଦ ବ୍ରତକକୁ ପାଣିରେ ସଠିକ ଭାବେ ପହଁରିବା ସହ ଥଣ୍ଡା ପାଣିରେ ପାଦରେ ଥ‌ିବା ରକ୍ତକୁ ଜମାଟ ବାନ୍ଧିବାକୁ ଦେଇ ନଥାଏ ।
  • ଏହାର ପାଦରେ ଶତକଡ଼ା 60 ଭାଗ ହାଡ଼ ଓ 40 ଭାଗ ମାଂସ ରହିଥାଏ ।

ଅଧ୍ବକ ଶିଖ୍ ବା

Question 1.
ଭାରତର ଜୈବ ବିବିଧତାର ସୁରକ୍ଷା ଦିଗରେ କାମ କରୁଥିବା ଜଣେ ଭାରତୀୟ ବୈଜ୍ଞାନିକ କିମ୍ବା ବନ୍ୟପ୍ରାଣୀ ଜୀବବିଜ୍ଞାନୀଙ୍କ ବିଷୟରେ ପଢ଼ ଓ ଭାରତର ଜୈବ ବିବିଧତାର ସୁରକ୍ଷା
Answer:
ଭାରତର ଜୈବ ବିବିଧତାର ସୁରକ୍ଷା ଦିଗରେ ଅନେକ ଭାରତୀୟ ବୈଜ୍ଞାନିକ କାର୍ଯ୍ୟ କରିଛନ୍ତି । ସେମାନେ
ହେଲେ :

  1. ଡକ୍ଟର ସଲିମ୍ ଅଲ୍ଲୀ : ‘ଭାରତର ପକ୍ଷୀ ମାନବ’ ଭାବରେ ବିବେଚିତ ସଲୀମ୍ ଅଲ୍ଲୀ, ଭାରତର ତଥା ଏସିଆ ମହାଦେଶର ପକ୍ଷୀମାନଙ୍କ ଉପରେ ବ୍ୟାପକ ଅନୁଧ୍ୟାନ ଓ ଗବେଷଣା କରିଛନ୍ତି ଏବଂ ପକ୍ଷୀ ସଂରକ୍ଷଣ ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ଥାନର ଭରତପୁର କେଓଲାଦେଓ ଜାତୀୟ ଉଦ୍ୟାନ ଏବଂ କର୍ଣ୍ଣାଟକର ମାଣ୍ଡାସ୍ଥିତ ରଙ୍ଗନାଥୁରୁ ପକ୍ଷୀ ଅଭୟାରଣ୍ୟ ତାଙ୍କ ସଂରକ୍ଷଣ ଅଞ୍ଚଳର ଉଦାହରଣ ।
  2. ଡକ୍ଟର ଅସୀର ଜବାହାର ଥୋମାସ୍ : ଏହି ବନ୍ୟପ୍ରାଣୀ ଜୀବବିଜ୍ଞାନୀ ତଥା ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ଅଧ୍ୟାପକ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ ଏସୀୟ ହାତୀ ଓ ଏସୀୟ ସିଂହ ଭଳି ପ୍ରଜାତି ଉପରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
  3. ଡକ୍ଟର କମଲଜିତ୍ ବାୱା : ଏହି ଜୀବବିଜ୍ଞାନୀ ଉଷ୍ମ କଟିବନ୍ଧୀୟ ଭାରତର ସମୃଦ୍ଧ ଜୈବ ବିବିଧତାକୁ ସୁରକ୍ଷା ଦେବାପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି ।
  4. ଡକ୍ଟର ଅନିଲ କୁମାର : ଏହି ଉଦ୍ଭଦବିଜ୍ଞାନୀ ଜୈବ ବିବିଧତା ସଂରକ୍ଷଣ, ଏହାର ସ୍ଥାୟୀ ବ୍ୟବହାର ଏବଂ ଜୈବିକ ସମ୍ପଦରୁ ଲାଭର ସମାନ ବଣ୍ଟନରେ ଦଶନ୍ଧିର ଅଭିଜ୍ଞତା ସମ୍ପର୍କୀୟ ଅନେକ ତଥ୍ୟ ପ୍ରଦାନ କରିଛନ୍ତି ।
  5. ଡକ୍ଟର ଉଲ୍ଲାସ କରନ୍ଥ : ଜୈବ ବିବିଧତା ସଂରକ୍ଷଣ ବିଜ୍ଞାନର ଜଣେ ଅଗ୍ରଣୀ ବୈଜ୍ଞାନିକ ଭାବରେ ବନ୍ୟପ୍ରାଣୀ ଜୀବ ବିଜ୍ଞାନ ଏବଂ ସଂରକ୍ଷଣରେ ଏକ ପ୍ରୋଗ୍ରାମ ବିକଶିତ କରିଯାଇଛନ୍ତି ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

ଜୈବ ବିବିଧତା ସଂରକ୍ଷଣର ଜନକ :
ଇ.ଓ ୱିଲସନ୍ 2007 ମସିହାରେ ବିବର୍ତ୍ତନବାଦୀ ଜୀବବିଜ୍ଞାନ ଏବଂ ଜୈବ ବିବିଧତା ସଂରକ୍ଷଣରେ ତାଙ୍କ ଜୀବନର କାର୍ଯ୍ୟପାଇଁ TED ପୁରସ୍କାର ପାଇଥିଲେ । ତାଙ୍କ ଭାଷଣରେ ସେ କହିଥିଲେ, ‘ମୁଁ ଇଚ୍ଛା ପ୍ରକାଶ କରେ ଯେ ଆମେ ପୃଥ‌ିବୀର ଜୈବ ବିବିଧତା ସଂରକ୍ଷଣକୁ ପ୍ରେରଣା ଦେବା ପାଇଁ ଆବଶ୍ୟକ ପ୍ରମୁଖ ଉପକରଣଗୁଡ଼ିକ ସୃଷ୍ଟି କରିବାରେ ସାହାଯ୍ୟ କରିବା ପାଇଁ ଏକାଠି କାର୍ଯ୍ୟ କରିବା ।’’
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 10

Question 2.
ଭାରତରେ ଜୈବ ବିବିଧତା ପାଇଁ ଦିବ୍ୟା ମୁଦଗ୍ଧା, ଉଷା ଲଢ଼ୁଙ୍ଗା, ଗଜଲା ସାହାବୁଦ୍ଦିନ, ନନ୍ଦିନୀ ଭେଲହୋ, ବିଦ୍ୟା ଆଥେୟା, ଉମା ରାମକ୍ରିଷ୍ଣନ ଏବଂ ଦିବ୍ୟା ବର୍ଣ୍ଣାଡ଼ଙ୍କ ଅବଦାନ ବିଷୟରେ ଅନୁସନ୍ଧାନ କର । ସେମାନଙ୍କ ମଧ୍ୟରୁ କୌଣସି ତିନି ଜଣଙ୍କଦ୍ଵାରା କରାଯାଇଥିବା କାର୍ଯ୍ୟର ଏକ ବିବରଣୀ ପ୍ରସ୍ତୁତ କର ।
Answer:
(i) ଦିବ୍ୟା ମୁଦଗା (Divya Mudappa) : ଏହି ମହିଳା ଭାରତର ପ୍ରକୃତି ସଂରକ୍ଷଣ ଫାଉଣ୍ଡେସନ୍‌ର ଜଣେ ବନ୍ୟପ୍ରାଣୀ ଏବଂ ସଂରକ୍ଷଣ ବୈଜ୍ଞାନିକ ଅଟନ୍ତି । ସେ ପଶ୍ଚିମଘାଟ ପର୍ବତମାଳାର ପୁନରୁଦ୍ଧାର ପ୍ରକଳ୍ପରେ କାର୍ଯ୍ୟ କରିଛନ୍ତି । ଏଠାରେ ସେ ଏବଂ ତାଙ୍କର ଦଳ ବୃକ୍ଷରୋପଣ ଏବଂ ସମ୍ପଭିରେ ବର୍ଷାଜଳ ସଂରକ୍ଷଣ ଓ ଏହାର ପୁନରୁଦ୍ଧାର ସମ୍ପର୍କିତ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିଛନ୍ତି ।
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 11
(ii) ଉଷା ଲଢ଼ୁଙ୍ଗା (Usha Lachungpa) : ସେ ଭାରତର ଜଣେ ପ୍ରସିଦ୍ଧ ପରିବେଶବିତ୍ ଅଟନ୍ତି । ବିଶେଷକରି ହିମାଳୟ ଅଞ୍ଚଳରେ ଜୈବ ବିବିଧତା ସଂରକ୍ଷଣ ପାଇଁ ତାଙ୍କର ପ୍ରୟାସ ଜଣାଶୁଣା ଅଟେ । ସାମଗ୍ରିକ ଭାବରେ ଜୈବ ବିବିଧତା ସଂରକ୍ଷଣକୁ ପ୍ରୋତ୍ସାହିତ କରିବାରେ ସେ ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ ମଧ୍ୟ ପରିବେଶ ସଂରକ୍ଷଣ ଶିକ୍ଷାଗତ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି ।
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 12
(iii) ଗଜଲା ସାହାବୁଦ୍ଦିନ୍ (Ghazala Shahabuddin) : ଏହି ମହିଳା ଭାରତ ଏବଂ ଏସିଆରେ ଜୈବ ବିବିଧତା ଏବଂ ବନୀକରଣ ପ୍ରସଙ୍ଗରେ କାର୍ଯ୍ୟ କରିଥିବା ଜଣେ ପରିବେଶବିତ୍ ଅଟନ୍ତି । ତାଙ୍କର ଗବେଷ6ଗୁଡ଼ିକ ଜଙ୍ଗଲର ଜୈବ ବିବିଧତା, ସାମାଜିକ ପରିସଂସ୍ଥାନ ଏବଂ ଜଙ୍ଗଲ ନୀତିର ପ୍ରଭାବ ସହିତ ଜଡ଼ିତ ଅଟେ ।
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 13
(iv) ନନ୍ଦିନୀ ଭେଲହୋ (Nandini Velho) : ଏହି ମହିଳା ଉତ୍ତର-ପୂର୍ବ ଭାରତର ଗୁରୁତ୍ବପୂର୍ଣ୍ଣ ଅଭୟାରଣ୍ୟଗୁଡ଼ିକର ବ୍ୟାଘ୍ର ସଂରକ୍ଷଣ ଯୋଜନା ସମୀକ୍ଷା କରିଛନ୍ତି ଏବଂ ଲେଖୁବାରେ ସାହାଯ୍ୟ କରିଛନ୍ତି । ସେ ଏକ ମନୋରମ ପ୍ରକୃତି ବ୍ୟାଖ୍ୟା କେନ୍ଦ୍ର ଡିଜାଇନ୍ ସୃଷ୍ଟି କରିବାରେ ସାହଯ୍ୟ କରିଛନ୍ତି ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

(v) ବିଦ୍ୟା ଆଥ୍ରୋୟା (Vidya Athreya) : ଏହି ମହିଳା ଜଣେ ପରିବେଶବିତ୍ ଯିଏ 2003 ମସିହାରୁ ମାନବ ଚିତାବାଘ ସଂଘର୍ଷ ପ୍ରସଙ୍ଗରେ କାର୍ଯ୍ୟ କରୁଛନ୍ତି । ସେ ଭାରତରେ ମାନବ ବ୍ୟବହାର ଭୂମିରେ ଚିତାବାଘର ପରିବେଶ ଉପରେ ଗବେଷଣା କରିଛନ୍ତି । ସେ ମଧ୍ୟ ଚିତାବାଘ ସମ୍ବନ୍ଧରେ ଜଣେ ବିଶ୍ଵ ବିଶେଷଜ୍ଞ ଅଟନ୍ତି ।
Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା 14
(vi) ଉମା ରାମକ୍ରିଷ୍ଣନ୍ (Uma Ramakrishnan) : ଏହି ମହିଳା ଜଣେ ଭାରତୀୟ ଆଣବିକ ପରିବେଶ ବିଜ୍ଞାନୀ ଏବଂ ବାଙ୍ଗାଲୋର ନ୍ୟାସନାଲ ସେଣ୍ଟର ଫର ବାଇଓଲୋଜିକାଲ ସାଇନ୍ସରେ ଜଣେ ପ୍ରଫେସର ଅଟନ୍ତି । ତାଙ୍କର ଗବେଷଣା ଭାରତୀୟ ଉପମହାଦେଶରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜନସଂଖ୍ୟା ଏବଂ ବିବର୍ତ୍ତନର ଇତିହାସ ସହିତ ବାଘମାନଙ୍କୁ ସୁରକ୍ଷା ପ୍ରଦାନ ସମ୍ପର୍କିତ କାର୍ଯ୍ୟ ସହ ଜଡ଼ିତ ।

(vii) ଦିବ୍ୟା କର୍ଣ୍ଣାଡ଼ (Divya Karnad ) : ଏହି ମହିଳା ଆନ୍ତର୍ଜାତିକ ପୁରସ୍କାର ବିଜେତା ଅଟନ୍ତି । ସେ ସାମୁଦ୍ରିକ ସଂରକ୍ଷଣବାଦୀ ଏବଂ ଜଣେ ବୈଜ୍ଞାନିକ ଅଟନ୍ତି । ସାମୁଦ୍ରିକ ଖାଦ୍ୟ ଏବଂ ସାମୁଦ୍ରିକ ମତ୍ସ୍ୟ ସମ୍ବନ୍ଧରେ ସେ 463 ପୃଷ୍ଠାର ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି । ତାଙ୍କର ଋଷିକୂଲ୍ୟା ନଦୀରେ କୃତ୍ରିମ ଆଲୋକ ଯୋଗୁଁ ଅଲିଭ୍ ରିଡ଼ଲେ ଛୁଆମାନଙ୍କର ପ୍ରଭାବ ସମ୍ବନ୍ଧୀୟ କାର୍ଯ୍ୟ ଉଲ୍ଲେଖନୀୟ ।

Question 3.
ତୁମ ଶିକ୍ଷକ କିମ୍ବା ମାଳୀଙ୍କ ସାହାଯ୍ୟରେ ତୁମ ବିଦ୍ୟାଳୟରେ ଥ‌ିବା ଉଭିଦଗୁଡ଼ିକୁ ନାମକରଣ କର । ସେଗୁଡ଼ିକୁ ତୁମ ଖାତାରେ ତାଲିକାଭୁକ୍ତ କର ।
Answer:
ବଗିଚାରେ ଦେଖାଯାଉଥିବା ଉଦ୍ଭଦ : ଟଗର, ମନ୍ଦାର, କନିଅର, ମଲ୍ଲୀ, ଅପରାଜିତା, ଗେଣ୍ଡୁ, ଗୋଲାପ, ସୂର୍ଯ୍ୟମୂଖୀ, ଆମ୍ବ, ପଣସ, ଲିଲି, ନିମ୍ବ, କାମିନି, ଡାଲିଆ, ଚମ୍ପା, ସଦାବିହାରୀ, ପଲାସ, କୃଷ୍ଣଚୂଡ଼ା, ହରଗୌରା ।

Question 4.
ତୁମ ଶିକ୍ଷକଙ୍କ ସହାୟତାରେ, ଏକ କ୍ଷେତ୍ର ପରିଭ୍ରମଣ କିମ୍ବା ଏକ ପ୍ରକୃତି ଭ୍ରମଣ ଯୋଜନା କର । ତୁମ ପର୍ଯ୍ୟବେକ୍ଷଣକୁ ଲିପିବଦ୍ଧ କର । ଏହି ସମୟରେ ନିଆଯାଇଥିବା ପ୍ରତ୍ୟକ ଶିକ୍ଷାର୍ଥୀଙ୍କ ପର୍ଯ୍ୟବେକ୍ଷଣ ଓ ଟିପ୍‌ପଣୀକୁ ଏକାଠି କରି ଶ୍ରେଣୀର ଏକ ଜୈବ ବିବିଧତା ପଞ୍ଜିକା ପ୍ରସ୍ତୁତ କର ।
Answer:
ଜୈବ ବିବିଧତା ପଞ୍ଜିକା (ନମୁନା) :
କ୍ଷେତ୍ର ଭ୍ରମଣ ସ୍ଥାନ – ନନ୍ଦନକାନନ
ସମୟ –
ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କ ନାମ –
ଶିକ୍ଷକ/ଶିକ୍ଷୟତ୍ରୀଙ୍କ ନାମ –
ଅନୁଧ୍ୟାନ ସମୟ –
ପ୍ରାଣୀମାନଙ୍କ ବିବରଣୀ –
ତାରିଖ –
ଉଭିଦମାନଙ୍କ ବିବରଣୀ –
ସ୍ପାପ୍ ବୁକ୍ ପ୍ରସ୍ତୁତି (ପତ୍ର, ଫୁଲ, ଫଟୋଚିତ୍ର ସଂଗ୍ରହ) –

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Question 5.
ଆମର ଜୈବ ବିବିଧତାର ସୁରକ୍ଷା ପାଇଁ ଭାରତରେ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ ଟାଇଗର’ ଏବଂ ଅନ୍ୟାନ୍ୟ ଅନୁରୂପ ପ୍ରକଳ୍ପ ବିଷୟରେ ତୁମେ ତଥ୍ୟ ସଂଗ୍ରହ କରି ଶ୍ରେଣୀରେ ଉପସ୍ଥାପନ କର ।
Answer:
‘ପ୍ରୋଜେକ୍ଟ ଟାଇଗର’ (Project Tiger) : ଏହି କାର୍ଯ୍ୟକ୍ରମ ହେଉଛି ଭାରତରେ ଥିବା ବିପଦଗ୍ରସ୍ତ ବାଘଙ୍କୁ ସୁରକ୍ଷା ଦେବାପାଇଁ ଆରମ୍ଭ ହୋଇଥିବା ଏକ ବନ୍ୟପ୍ରାଣୀ ସଂରକ୍ଷଣ ଆନ୍ଦୋଳନ । ଏହି ପ୍ରକଳ୍ପକୁ 1973 ମସିହାଠାରୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟଦ୍ଵାରା ଆରମ୍ଭ କରାଯାଇଅଛି । ମାର୍ଚ୍ଚ 2025 ସୁଦ୍ଧା, ଭାରତରେ 58 ଟି ସଂରକ୍ଷିତ ଅଞ୍ଚଳକୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ।

Question 6.
ତୁମ ଶ୍ରେଣୀର ଛଅ ଜଣ ଲେଖାଏଁ ଛାତ୍ରଙ୍କୁ ନେଇ ଦଳ ଗଠନ କର । ତୁମେ କିପରି ତୁମ ଆଖପାଖରେ ଥବା ଜୈବ ବିବିଧତାକୁ ସୁରକ୍ଷିତ ରଖପାରିବ ସେ ବିଷୟରେ ଶ୍ରେଶୀରେ ଆଲୋଚନା ଆରମ୍ଭ କରି । ଏକ ଦଳଭିତ୍ତିକ ବିବରଣୀ ପ୍ରସ୍ତୁତ କର ଯେଉଁଥୁରେ ପ୍ରତ୍ୟେକ ଦଳର ସଦସ୍ୟଙ୍କଦ୍ଵାରା ନିଆଯାଇଥିବା ପରାମର୍ଶ ଥବ ।
Answer:
ମୁଖ୍ୟ ପ୍ରସଙ୍ଗ : ଜୈବ ବିବିଧତାର ସୁରକ୍ଷା
ତୁମ ପ୍ରସଙ୍ଗ : ଜଙ୍ଗଲର ସୁରକ୍ଷା ହିଁ ମଣିଷ ଜାତିର ସୁରକ୍ଷା
ବିଷୟ : ଜଙ୍ଗଲ ବଞ୍ଚିଲେ ମଣିଷ ସମାଜ ସୁସ୍ଥ ଜୀବନ ବିତାଇ ପାରିବ ।
ଉଦ୍ଦେଶ୍ୟ : ଆମ ଦେଶ ଭାରତ ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଅଟେ । ଏହି ଦେଶର ପରିବେଶ ଅର୍ଥନୀତି ଓ ବନ୍ୟ ସମ୍ପଦ ସାମାଜିକ ଜୀବନରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ବହନ କରୁଅଛି । ବନ ଓ ଜୀବନର ପାରସ୍ପରିକ ପରିପୂରକ ତତ୍ତ୍ଵକୁ ହୃଦୟଙ୍ଗମ କରି ଅନେକ ବନୀକରଣକୁ ଜୀବନ ବଞ୍ଚିବାର ମୁଖ୍ୟ ଆଧାରରେ ପରିଣତ କରିଛନ୍ତି । ଜଙ୍ଗଲ ସମ୍ପଦର ସୁରକ୍ଷା ଓ ଜଙ୍ଗଲର ଅତୁଳନୀୟ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ପ୍ରୟାସ କରାଯାଇଛି ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

1ମ ଦଳର ବିବରଣୀ : (6 ଜଣ ଛାତ୍ରଛାତ୍ରୀଙ୍କ ନାମ)
ଭାରତୀୟ ସଂସ୍କୃତିରେ ଜୈବ ବିବିଧତା :

  • ଆମ ଭାରତୀୟ ସଂସ୍କୃତି ଓ ଐତିହ୍ୟ ମହାନ୍ ଅଟେ । ଭାରତୀୟ ସଂସ୍କୃତିରେ ପ୍ରକୃତି ପୂଜାର ସ୍ଵତନ୍ତ୍ର ସ୍ଥାନ ରହିଛି । ବୃକ୍ଷକୁ ଦେବତାଭାବେ ମନେକରି ଏବେବି ପୁରପଲ୍ଲୀରେ ଗ୍ରୀଷ୍ମ ଋତୁରେ ଭାରତୀୟ ନାରୀମାନେ ବୃକ୍ଷମୂଳରେ ପାଣି ଅର୍ପଣକରି ପୂଜା କରୁଛନ୍ତି । ମହାନ୍ ତୀର୍ଥସ୍ଥାନ ପୁରୀ ଜଗନ୍ନାଥ ମନ୍ଦିର ବେଢ଼ାରେ କଳ୍ପବଟ କେଉଁ ଅତୀତ କାଳରୁ ପୂଜା ପାଇ ଆସୁଅଛି ।
  • ପୃଥ‌ିବୀ ପୃଷ୍ଠରେ ପ୍ରଥମ ବୃକ୍ଷ ଓ ପରେ ଜୀବର ସୃଷ୍ଟି ହୋଇଛି । ପ୍ରଥମେ ଆଦିମ, ପରେ ଦ୍ରାବିଡ଼ ଓ ତତ୍‌ପରେ ଆର୍ଯ୍ୟମାନେ ସେମାନଙ୍କ ଜୀବନଯାତ୍ରା ଘନ ଜଙ୍ଗଲରୁ ହିଁ ଆରମ୍ଭ କରିଛନ୍ତି । ସବୁଜିମାରେ ପରିପୂର୍ଣ୍ଣ ବନ ପ୍ରକୃତିର ଏକ ପୂଜନୀୟ ଓ ଅଭିନ୍ନ ଅଙ୍ଗ ଅଟେ । ଏହାକୁ ଆଧ୍ୟାତ୍ମିକ ଶାନ୍ତି ଓ ଶକ୍ତି ତଥା ଜ୍ଞାନପ୍ରାପ୍ତିର ମହାନ୍ ସ୍ତମ୍ଭଭାବେ ଗ୍ରହଣ କରାଯାଇଛି ।
  • ଆମର ପବିତ୍ର ଗ୍ରନ୍ଥ ରାମାୟଣ ଓ ମହାଭାରତରେ ଜଙ୍ଗଲର ‘ଗୁରୁ ଆଶ୍ରମ’’କୁ ଶିକ୍ଷାର ମନ୍ଦିରରୂପେ ବର୍ଣ୍ଣନା କରାଯାଇଛି । ଜଗତ୍ଵଜନନୀ ମା’ ଦୁର୍ଗା, ଧନଦାତ୍ରୀ ଲକ୍ଷ୍ମୀ, ଜ୍ଞାନଦାତ୍ରୀ ସରସ୍ଵତୀ, ଭଗବାନ ଶିବ, କୃଷ୍ଣ, ଗଣେଶ, କାର୍ଭିକ ଆଦି ଅନେକ ଦେବଦେବୀଙ୍କ ପ୍ରିୟ ବାହନମାନେ ହେଉଛନ୍ତି ପଶୁ, ପକ୍ଷୀ ବା ସରୀସୃପ ।
  • ଜଙ୍ଗଲୀ ଜୀବନଜନ୍ତୁଙ୍କ ସହିତ ଦେବଦେବୀଙ୍କ ସମ୍ପର୍କ କେଉଁ ଆଦିମକାଳରୁ ରହି ଆସିଅଛି । ଅତୀତରେ ରାଜା, ମହାରାଜାମାନେ ମଧ୍ଯ ଜଙ୍ଗଲ, ପଶୁ ଓ ପକ୍ଷୀର ଆଦର କରୁଥିଲେ ଏବଂ ସେମାନଙ୍କ ଯନ୍ତ୍ର ମଧ୍ୟ ନେଉଥିଲେ । ମଣିଷ ଅତୀତରେ ଜଙ୍ଗଲକୁ ନିଜର କର୍ମସ୍ଥଳ ଭାବେ ଗ୍ରହଣ କରୁଥିଲେ ଓ ଏହାର ସୁରକ୍ଷା ପାଇଁ ଆତ୍ମବଳି ମଧ୍ୟ ଦେଉଥିଲେ ।

2ୟ ଦଳର ବିବରଣୀ : (6 ଜଣ ଛାତ୍ରଛାତ୍ରୀଙ୍କ ନାମ)
ଜାତୀୟ ବନବାହିନୀ ଦିବସପାଳନର ମହତ୍ତ୍ବ

  • ‘ଜଙ୍ଗଲ ନାହିଁ ତ ଜୀବନ ନାହିଁ?’ । ଜଙ୍ଗଲର ସୁରକ୍ଷା ଓ ଜଙ୍ଗଲ ସମ୍ପଦର ବୃଦ୍ଧି ପାଇଁ ଭାରତରେ ଘଟିଥିବା ଏକ ଘଟଣା ଆମମାନଙ୍କ ମନରେ ବିସ୍ମୟ ସୃଷ୍ଟିକରେ । 1730 ମସିହା ସେପ୍ଟେମ୍ବର 11 ତାରିଖରେ – ମାରୱାଡ଼ର ତତ୍କାଳୀନ ମହାରାଜା ଅଭୟ ସିଂହ ଏକ ନୂଆ ପ୍ରସାଦ ନିର୍ମାଣ ପାଇଁ ନିକଟବର୍ତ୍ତୀ ଜଙ୍ଗଲରୁ ଗଛ କାଟି ଆଣିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ ।
  • ମାତ୍ର ସେଠାକାର ବାସିନ୍ଦା, ବୃକ୍ଷପ୍ରେମୀ ଅମୃତା ଦେବୀ ଗଛଗୁଡ଼ିକୁ ଆଦରରେ ଆଲିଙ୍ଗନ କରି ଗଛ କାଟିବାକୁ ବାରଣ କରିଥିଲେ । ସେଥ‌ିରେ ତାଙ୍କର 3 ଜଣ ଝିଅ ମଧ୍ୟ ଗଛକଟାକୁ ବିରୋଧ କରିଥିଲେ । ରାଜାଙ୍କର ନିଷ୍ଠର ସୈନିକମାନେ ଅମୃତା ଓ ତାଙ୍କର 3 ଟି ଝିଅଙ୍କୁ ହତ୍ୟା କଲେ
  • ଏହି ଘଟଣାରେ ବିଷୋଇ ସମ୍ପ୍ରଦାୟର ଗ୍ରାମବାସୀମାନେ ସୈନିକମାନଙ୍କ ସହିତ ଯୁଦ୍ଧ ଘୋଷଣା କରି 363 ଜଣ ପ୍ରାଣ ହରାଇଥିଲେ । ବିଷୋଇ ସମାଜର ଗୁରୁ ମହାରାଜା ଜମ୍ବାନୀ ଗଛ କାଟିବା ଓ ପଶୁହତ୍ୟାକୁ ବାରଣ କରିଛନ୍ତି । ଏହି ମହାନ୍ ପରିବେଶଧର୍ମୀ ସହିଦଙ୍କୁ ସ୍ମରଣ କରି ସେମାନଙ୍କ ସମ୍ମାନାର୍ଥେ 2013 ମସିହାରୁ ସେପ୍ଟେମ୍ବର 1 ତାରିଖକୁ ‘‘ଜାତୀୟ ବନବାହିନୀ ଦିବସ’’ ଭାବେ ସେମାନେ ପାଳନ କରାଯାଉଛି ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

3ୟ ଦଳର ବିବରଣୀ : (6 ଜଣ ଛାତ୍ରଛାତ୍ରୀଙ୍କ ନାମ)
ଚିପ୍‌ ଆନ୍ଦୋଳନ

  • ଜଙ୍ଗଲର ସୁରକ୍ଷା ଓ ଜଙ୍ଗଲ ସମ୍ପଦର ବୃଦ୍ଧି ପାଇଁ ଭାରତର କେତୋଟି ପ୍ରମୁଖ ସଂସ୍ଥା ତତ୍ପର ଅଛନ୍ତି ଓ ନିଃସ୍ୱାର୍ଥ ଭାବରେ ଅହରହ କାର୍ଯ୍ୟ ଜାରିରଖୁଛନ୍ତି । 1973 ମସିହାରେ ଗଡ଼ୱାଲ ଓ ଚମୋଲିଠାରେ ହଜାର ହଜାର ସଂଖ୍ୟାରେ ମହିଳା ବୃକ୍ଷମାନଙ୍କୁ ଆଲିଙ୍ଗନ କରି ସେଥ‌ିରେ ପବିତ୍ର ସୂତା ବାନ୍ଧି ନିଜର ମମତା ପ୍ରଦର୍ଶନ କରିଥିଲେ ।
  • ଏହି ଅଭୁଲା ଐତିହାସିକ ଆନ୍ଦୋଳନର କର୍ଣ୍ଣଧାର ଥିଲେ ପ୍ରଖ୍ୟାତ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା । ଏମାନଙ୍କ ଦାବି ଥିଲା ଯେ, ଜଙ୍ଗଲ ଯାହାର ଅଧିକାର ସେହି ସମ୍ପଦର ଉପକାରିତା ସ୍ଥାନୀୟ ଅଧ୍ୟାବାସୀ ପାଇବା ଉଚିତ ଅଟେ ।
  • ଏହି ପରିବେଶ ଅନୁକୂଳ ଚିପ୍‌ ଆନ୍ଦୋଳନରେ ଗୌରଦେବୀ, ସ୍ଵଦେଶ ଦେବୀ ପ୍ରମୂଖ ବଡ଼ ବଡ଼ ନେତୃତ୍ଵ ସାମିଲ ହୋଇଥିଲେ । 1978 ମସିହାରେ ଗ୍ରାମବାସୀଙ୍କ ସପକ୍ଷରେ ସରକାର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ । ଏହା ଦେଶର ସର୍ବପ୍ରଥମ ପରିବେଶ ଜନଜାଗରଣ ଆନ୍ଦୋଳନ ଅଟେ ।

ଚତୁର୍ଥ ଦଳର ବିବରଣୀ : (6 ଜଣ ଛାତ୍ରଛାତ୍ରୀଙ୍କ ନାମ)
ସାଇଲେଣ୍ଟ ଭ୍ୟାଲି ବଞ୍ଚାଅ ଓ କାଞ୍ଚୀ ଗାଚିବୋୱାଲି ଆନ୍ଦୋଳନ

  • 1970 ଦଶକରେ କେରଳର ବିଦ୍ୟୁତ୍ ବୋର୍ଡ଼ ନୀରବ ଉପତ୍ୟକାରେ ଜଳବିଦ୍ୟୁତ୍ ପ୍ରକଳ୍ପ ଯୋଜନା ପ୍ରସ୍ତୁତ କରିଥିଲେ । ଏହା ୫ ବର୍ଗ କିଲୋମିଟର ସବୁଜ ଜଙ୍ଗଲ ଉପରେ ବିପଦ ସୃଷ୍ଟି କଲା । ତେଣୁ ଏହି ବିରାଟ ଓ ବିରଳ ଜଙ୍ଗଲର ସୁରକ୍ଷା ପାଇଁ କେରଳ ଶାସ୍ତ୍ର ସାହିତ୍ୟ ପରିଷଦ ସଂସ୍ଥା ଓ ସାମାଜିକ କର୍ମୀ ସୁଗାଥା କୁମାରୀ ଅଭିଯାନ ଆରମ୍ଭ କରିଥିଲେ ।
  • ଏହି ଅଭିଯାନକୁ ବିରାଟ ଜନତାଙ୍କର ସମର୍ଥନ ମିଳିଥିଲା । ଏହା ସରକାରଙ୍କ ଉପରେ ଚାପ ସୃଷ୍ଟିକଲା ଓ 1981 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନୀରବ ଉପତ୍ୟକାକୁ ସଂରକ୍ଷିତ ରଖୁବାର ଘୋଷଣା କରିଥିଲେ ଓ ଜଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟ ସ୍ଥଗିତ ରଖୁବାକୁ ବାଧ୍ୟ ହୋଇଥିଲେ ।
  • ବିବିଧ ବିରଳ ପ୍ରଜାତିର ବୃକ୍ଷ ଓ ପଶୁପକ୍ଷୀ ନିର୍ଭୟ ଆଶ୍ରୟସ୍ଥଳ ହାଇଦ୍ରାବାଦଠାରେ କାଞ୍ଚା ଗାଚିବୋୱାଲି ଜଙ୍ଗଲ ସଫାକରି ତେଲେଙ୍ଗାନା ସରକାର I.G ପାର୍କ ପ୍ରତିଷ୍ଠାର ଯୋଜନାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ଏହି ଜଙ୍ଗଲ ହାଇଦ୍ରାବାଦର ପୁସ୍‌ଫୁସ୍ ବୋଲି କୁହାଯାଏ । ସୁପ୍ରିମ କୋର୍ଟ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ସଂପ୍ରତି ରାୟ ପ୍ରଦାନ କରିଅଛନ୍ତି ।

ପଞ୍ଚମ ଦଳର ବିବରଣୀ : (6 ଜଣ ଛାତ୍ରଛାତ୍ରୀଙ୍କ ନାମ)
ଆପିକୋ ଓ ଜଙ୍ଗଲ ବଞ୍ଚାଅ ଆନ୍ଦୋଳନ

  • `ବିଶିଷ୍ଟ ପରିବେଶବିତ୍ ପାଣ୍ଡୁରଙ୍ଗ ହେଗଡ଼େଙ୍କ ବଳିଷ୍ଠ ନେତୃତ୍ୱରେ 1983 ମସିହାରେ କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଜଙ୍ଗଲ ସୁରକ୍ଷା ଓ ସଚେତନତା ସୃଷ୍ଟି କରିବା ପାଇଁ ଆଞ୍ଚଳିକ ଅଧ୍ବବାସୀ ଗଛ ସହିତ ଲାଖ୍ ହୋଇ ଜଙ୍ଗଲରେ ପଦ ସଞ୍ଚାଳନ କରିବା ସହିତ ସ୍ଲାଇଡ଼ ସୋ, ଲୋକନୃତ୍ୟ, ପଥପ୍ରାନ୍ତ ନାଟକ ଆଦି ପ୍ରଦର୍ଶନ କରିଥିଲେ । ଏହି ଆନ୍ଦୋଳନ ସଫଳ ହୋଇଥିଲା ।
  • 1982 ମସିହାରେ ଝାଡ଼ଖଣ୍ଡର ସିଂହଭୂମି ଜିଲ୍ଲାରେ ଆଦିବାସୀମାନେ ନିଜ ଜଙ୍ଗଲର ସୁରକ୍ଷା ପାଇଁ ଏକ ବଡ଼ ଆନ୍ଦୋଳନ କରିଥିଲେ । ଜଙ୍ଗଲର ଘଞ୍ଚ ପ୍ରାକୃତିକ ଜଙ୍ଗଲରୁ ମୂଲ୍ୟବାନ ଶାଳ ବୃକ୍ଷକୁ କାଟିବା ଏହାର ଯୋଜନା ଥିଲା । ଏହାଦ୍ଵାରା ଆଦିବାସୀମାନଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେଲା । ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ 1978 – 83 ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବେଳେ 18 ଜଣଙ୍କର ମୃତ୍ୟୁ ସହ ଶତାଧ୍ୱ ଆହତ ହୋଇଥିଲେ । ଶେଷରେ 1985 ମସିହାରେ ସରକାର ଜଙ୍ଗଲ ଅଧିକାର ଆଇନ ପାସ୍ କରିଥିଲେ ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

ଶିକ୍ଷକଙ୍କଦ୍ଵାରା ଉପସଂହାର :

  • ଜଳବାୟୁ ନିୟନ୍ତ୍ରଣ, ଜଳଚକ୍ର ନିର୍ଦ୍ଧାରଣ, ବୃଷ୍ଟିପାତର ସୂତ୍ରପାତ, ମୃତ୍ତିକାର ଉର୍ବରତା ବୃଦ୍ଧି, ଭୂସ୍ଖଳନ, ମେଘଫଟା ବର୍ଷା, ପ୍ରବଳ ବାତ୍ୟା ଓ ବନ୍ୟାପରି ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବାରେ ଜଙ୍ଗଲର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
  • ଜଙ୍ଗଲ ବିବିଧ ପ୍ରଜାତିର ଗଛ ଏବଂ ପଶୁପକ୍ଷୀ, କୀଟ ଓ ପତଙ୍ଗଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ ହେବା ସହିତ ଜୈବ ବିବିଧତା ସଂରକ୍ଷଣରେ ପ୍ରମୁଖ ଭୂମିକା ନିର୍ବାହ କରୁଅଛି ।
  • ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଗୋଟିଏ ବୃକ୍ଷ ତାର ଜୀବନକାଳ ମଧ୍ୟରେ ଜଳଧାରଣର ଶକ୍ତି, ଫଳ, ମୂଳ, ଛାୟା ଓ ଅମ୍ଳଜାନ ପ୍ରଦାନକୁ ଆକଳନ କଲେ ଏହାର ମୂଲ୍ୟ ପ୍ରାୟ 2 କୋଟି ଟଙ୍କା ହେବ ।
  • ଭାରତୀୟ ସଂସ୍କୃତିରେ ଜଙ୍ଗଲକୁ ମାତୃତମ ସ୍ଥାନ ପ୍ରଦାନ କରାଯାଇଛି । ଏହା ସହ ଜଡ଼ିତ ଆଦିବାସୀ ପାରମ୍ପରିକ ପ୍ରଥା ଏବଂ ପରିବେଶ ଜ୍ଞାନ ମଣିଷ ସମାଜକୁ ପ୍ରକୃତି ସହ ସନ୍ତୁଳନ ରକ୍ଷା କରି ଆତ୍ମନିର୍ଭରଶୀଳ ଜୀବନ ନିର୍ବାହ କରିବାରେ ସହାୟକ ହେବ ।

Question 7.
ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କ ବିଷୟରେ ଜାଣିବା ପାଇଁ ତୁମ ପରିବାର କିମ୍ବା ପାଖ ପଡ଼ୋଶୀର ବୟସ୍କମାନଙ୍କ ସହ କଥାବାର୍ତ୍ତା କର । ଯେଉଁ ପ୍ରାଣୀ ଓ ଉଭିଦ ପୂର୍ବରୁ ଦେଖାଯାଇଥିଲେ କିନ୍ତୁ ବର୍ତ୍ତମାନ ଦେଖାଯାଉନାହାନ୍ତି, ସେହି ପ୍ରାଣୀ ଓ ଉଭିଦଗୁଡ଼ିକର ଫଟୋ ସଂଗ୍ରହ କର ଏବଂ ସ୍ଟ୍ରାପ୍ ବୁକ୍‌ରେ ଅଠାଦେଇ ଲଗାଅ । ତୁମ ଶିକ୍ଷକଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଷୟରେ ଅଧ‌ିକ ତଥ୍ୟ ସଂଗ୍ରହ କର ।
Answer:
ଯେଉଁ ପ୍ରାଣୀ ଓ ଉଦ୍ଭିଦମାନେ ପୂର୍ବରୁ ଦେଖାଯାଉଥିଲେ କିନ୍ତୁ ବର୍ତ୍ତମାନ ଦେଖାଯାଉ ନାହାନ୍ତି ସେମାନଙ୍କୁ ମୁଖ୍ୟତଃ ନିମ୍ନଲିଖତ ରୂପେ ଶ୍ରେଣୀବିଭାଗ କରାଯାଏ ।
(i) ବିଲୁପ୍ତ ଜାତି (Extinct species)
(ii) ଲୁପ୍ତପ୍ରାୟ ଜାତି (Endangered species)
(iii) ଅସୁରକ୍ଷିତ ଜାତି (Vulnerable species)
(iv) ଦୁର୍ଲଭ ଜାତି (Rare species)
(v) କମ୍ ଜଣାଥୁବା ଜାତି (Insufficiently known species)
ବିଲୁପ୍ତ ଜାତି :
ଏହି ଜୀବମାନେ ଅନ୍ୟୁନ 50 ବର୍ଷ ହେଲା ଅଦୃଶ୍ୟ ହୋଇଯାଇଛନ୍ତି ଓ ଏମାନେ ପୃଥ‌ିବୀ ପୃଷ୍ଠରୁ ଅପସରି
ଗଲେଣି ବୋଲି ବିଚାର କରାଯାଏ । ଉଦାହରଣ – ଡୋଡୋ ପକ୍ଷୀ, ମାମଥ୍ ଇତ୍ୟାଦି ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

ଲୁପ୍ତପ୍ରାୟ ଜାତି :
ଏହି ଜୀବମାନଙ୍କର ସଂଖ୍ୟା ଅତିମାତ୍ରାରେ କମିଗଲାଣି ଓ ନିକଟ ଭବିଷ୍ୟତରେ ଏମାନେ ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ଉଦାହରଣ – ବୃହତ୍‌ୟ ପାଣ୍ଡା, ପାତାଳ ଗରୁଡ଼ ଗଛ ଇତ୍ୟାଦି ।

ଅସୁରକ୍ଷିତ ଜାତି :
ଏହି ଜୀବଙ୍କର ଶିକାର ଓ ବ୍ୟବହାର ଅତି ମାତ୍ରାରେ ହେଉଥ‌ିବାରୁ ଏବଂ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଏମାନେ ଅସୁରକ୍ଷିତ ଅଟନ୍ତି ।
ଉଦାହରଣ – ଔଷଧୀୟ ଗୁଳ୍ମ, ଏସୀୟ ହସ୍ତୀ, ପାଙ୍ଗୋଲିନ୍ ଇତ୍ୟାଦି ।

ଦୁର୍ଲଭ ଜାତି :
ଏହି ଜାତିର ଖୁବ୍ କମ୍ ସଂଖ୍ୟକ ଜୀବ ପୃଥ‌ିବୀ ପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କେବଳ ଦେଖାଯାଉଛନ୍ତି । ଉଦାହରଣ – ଆସାମର ଜାତୀୟ ଉଦ୍ୟାନରେ ଦେଖାଯାଉଥ‌ିବା ସୁବର୍ଣ୍ଣ ମର୍କଟ ।

କମ୍ ଜଣାଥୁବା ଜାତି :
ଏହି ଜାତିର ଜୀବମାନେ ମାନବ ସମାଜଠାରୁ ବହୁତ ଦୂରରେ ଥ‌ିବାର ଆଶଙ୍କା କରାଯାଏ ।
ଉଦାହରଣ – ଗଭୀର ସମୁଦ୍ର ଓ ଅଜ୍ଞାତ ଦ୍ଵୀପରେ ଥ‌ିବା ଉଭିଦ ସମ୍ପଦ ।

‘‘ରେଡ୍ ଡାଟା ବୁକ୍’’ :
ଏହି ଗ୍ରନ୍ଥରେ ବିଲୁପ୍ତ, ଲୁପ୍ତପ୍ରାୟ, ଅସୁରକ୍ଷିତ ଓ ଦୁର୍ଲଭ ଜୀବମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । IUCN ଦ୍ଵାରା ଏହି ପୁସ୍ତକ ପ୍ରଣୟନ କରାଯାଇଛି ।

‘‘ରେଡ଼ ଡାଟା ବ୍ଲକ୍‌’’ର ପୃଷ୍ଠାଗୁଡ଼ିକର ବୈଶିଷ୍ଟ୍ୟ :
ଏହି ଗ୍ରନ୍ଥରେ ଗୋଲାପି ଓ ସବୁଜ ରଙ୍ଗର ପୃଷ୍ଠା ରହିଅଛି । ଗୋଲାପି ପୃଷ୍ଠାରେ ଲୁପ୍ତପ୍ରାୟ ଜାତି ଓ ସବୁଜ ପୃଷ୍ଠାରେ ଅତୀତରେ ଲୁପ୍ତପ୍ରାୟ ଜାତିଙ୍କ ବିଷୟରେ ଲେଖାଯାଇଛି ।

ବିପନ୍ନ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଅନୁସୃତ କୌଶଳ :
ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାପାଇଁ 2 ପ୍ରକାର କୌଶଳ ଗ୍ରହଣ କରାଯାଉଛି ।
ଯଥା – (i) ବାହ୍ୟସ୍ଥାନେ ସଂରକ୍ଷଣ ଓ (ii) ସ୍ଵସ୍ଥାନେ ସଂରକ୍ଷଣ
ବାହ୍ୟସ୍ଥାନେ ସଂରକ୍ଷଣ :
ଏହି କେନ୍ଦ୍ରଗୁଡ଼ିକରେ ଲୁପ୍ତପ୍ରାୟ ଜାତିର ଜୀବମାନଙ୍କ ସମ୍ବନ୍ଧରେ ଗବେଷଣା କରାଯାଉଛି ।
ଉଦାହରଣ : (i) ଚିଡ଼ିଆଖାନା ଓ (ii) ଉଦ୍ଭଦ ଉଦ୍ୟାନ

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

ସ୍ଵସ୍ଥାନେ ସଂରକ୍ଷଣ :
Answer:
ଏହି ସ୍ଥାନମାନଙ୍କରେ ଜୀବମାନଙ୍କୁ ସେମାନଙ୍କ ନିଜସ୍ଵ ପ୍ରାକୃତିକ ପରିବେଶରେ ବୃଦ୍ଧି ସହ ସୁରକ୍ଷା ପ୍ରଦାନ କରାଯାଉଛି । ଉଦାହରଣ : (i) ଜାତୀୟ ଉଦ୍ୟାନ ଓ (ii) ଅଭୟାରଣ୍ୟ ।

ଶୂନ୍ୟସ୍ଥାନ ପୂରଣ କର ।

[ଶକ୍ତ ଓ ସରୁ, ଶକ୍ତ, ଶକ୍ତ ଓ ମୋଟା, ଘନ ଓ କଠିନ, କୋମଳ ଓ ସରୁ]
(a) ଘାସର କାଣ୍ଡ __________ ହୋଇଥାଏ ।
Answer:
କୋମଳ ଓ ସରୁ

(b) ତୁଳସୀର କାଣ୍ଡ ________ ହୋଇଥାଏ ।
Answer:
ଶକ୍ତ ଓ ସରୁ

(c) ମନ୍ଦାର ଗଛର କାଣ୍ଡ _______ ହୋଇଥାଏ ।
Answer:
ଶକ୍ତ

(d) ନିମ୍ବ ଗଛର କାଣ୍ଡ ________ ହୋଇଥାଏ ।
Answer:
ଶକ୍ତ ଓ ମୋଟା

(e) ଆମ୍ବ ଗଛର କାଣ୍ଡ _________ ହୋଇଥାଏ ।
Answer:
ଘନ ଓ କଠିନ

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

ଶୂନ୍ୟସ୍ଥାନ ପୂରଣ କର ।

[ବାଇଗଣୀ, ବଉଳ, ଛୋଟ ଓ ସୁଗନ୍ଧବିହୀନ, ଲାଲ ଓ ଧଳା, ଧଳା ଓ ହଳଦିଆ]

(a) ଘାସ ଗଛର ଫୁଲଗୁଡ଼ିକ ________ ଅଟନ୍ତି ।
Answer:
ଛୋଟ ଓ ସୁଗନ୍ଧବିହୀନ

(b) ତୁଳସୀ ଗଛର ଫୁଲଗୁଡ଼ିକ ________ ର ଙ୍ଗ ର ହୋଇଥାଏ ।
Answer:
ବାଇଗଣୀ

(c) ମନ୍ଦାର ଗଛର ଫୁଲ ଗୁଡ଼ିକର ରଙ୍ଗ ______ ଅଟେ ।
Answer:
ଲାଲ ଓ ଧଳା

(d) ନିମ୍ବ ଗଛର ଫୁଲଗୁଡ଼ିକର ରଙ୍ଗ _______ ଅଟେ ।
Answer:
ଧଳା ଓ ହଳଦିଆ

(e) ଆମ୍ଭ ଗଛର ଫୁଲଗୁଡ଼ିକୁ _______ କୁହାଯାଏ ।
Answer:
ବଉଳ

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

ଶୂନ୍ୟସ୍ଥାନ ପୂରଣ କର ।

[ମାଟି ଓ ଗାତ ଭିତରେ, ନଦୀ/ସମୁଦ୍ର, ଗଛ, ଜଳ, ଗୁହାଳ]

(a) କାଉର ବାସସ୍ଥାନ _______ ଅଟେ ।
Answer:
ଗଛ

(b) ପିମ୍ପୁଡ଼ିର ବାସସ୍ଥାନ _______ ଅଟେ ।
Answer:
ମାଟି ଓ ଗାତ ଭିତରେ

(c) ଗାଈର ବାସସ୍ଥାନ _______ ଅଟେ ।
Answer:
ଗୁହାଳ

(d) ମାଛର ବାସସ୍ଥାନ _______ ଅଟେ ।
Answer:
ଜଳ

(e) କଇଁଛର ବାସସ୍ଥାନ _______ ଅଟେ ।
Answer:
ନଦୀ/ସମୁଦ୍ର

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

ଉକ୍ତିଟି ଭୁଲ୍ ଥିଲେ (✗) ଓ (✓) ଠିକ୍ ଥିଲେ ଚିହ୍ନ ଦିଅ । (ପ୍ରଶ୍ନ ସହିତ ଉତ୍ତର)

(a) ଗୁଳ୍ମ ଜାତୀୟ ଉଦ୍ଭଦଗୁଡ଼ିକ ଛୋଟ, କୋମଳ ଓ ସବୁଜ କାଣ୍ଡ ବିଶିଷ୍ଟ ଅଟନ୍ତି ।
Answer:
(✓)

(b) ଆମ୍ବ ଏକ ବୁଦା ଜାତୀୟ ଗଛ ଅଟେ ।
Answer:
(✗)

(c) ପଣସ ଗଛର କାଣ୍ଡ ଶକ୍ତ ଓ ମୋଟା ।
Answer:
(✓)

(d) ଉଚ୍ଚତାକୁ ଶ୍ରେଣୀ ବିଭାଗର ଆଧାର ଭାବେ ବାଛିପାରିବା ।
Answer:
(✓)

(e) ଉଦ୍ଭଦ ଓ ପ୍ରାଣୀମାନେ ପରସ୍ପର ଉପରେ ନିର୍ଭରଶୀଳ ।
Answer:
(✓)

ଉକ୍ତିଟି ଭୁଲ୍ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହିତ ଉତ୍ତର)

(a) ବୁଦାର କାଣ୍ଡଗୁଡ଼ିକ ମାଟିର ବହୁତ ନିକଟରୁ ବାହାରିଥା’ନ୍ତି ।
Answer:
(✓)

(b) ଗୋଲାପ ଏକ ଗଛ ଜତୀୟ ଉଦ୍ଭିଦ ।
Answer:
(✗)

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

(c) ଗୋଲାପ ଗଛର କାଣ୍ଡ କୋମଳ ଓ ପତଳା ।
Answer:
(✗)

(d) ଗଛରେ ଫୁଲ ଫୁଟେ ବା ଫୁଟେ ନାହିଁ ଏହାକୁ ଶ୍ରେ ଣୀ ବି ଭାଗ ର ଆଧାର ଭାବେ ବାଛିପାରିବା ।
Answer:
(✓)

(e) ଜୈବ ବିବିଧତାରେ ପ୍ରତ୍ୟେକ ସଦସ୍ୟଙ୍କ ଭିନ୍ନ ଭିନ୍ନ ଭୂମିକା ରହିଥାଏ ।
Answer:
(✓)

ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହିତ ଉତ୍ତର)

(a) ବୃକ୍ଷର ଶାଖାଗୁଡ଼ିକ ଉଚ୍ଚ ଓ ମାଟିଠାରୁ ଦୂରରୁ ବାହାରିଥା’ନ୍ତି ।
Answer:
(✓)

(b) ଟମାଟୋ ଏକ ବୁଦା ଜାତୀୟ ଉଦ୍ଭିଦ ଅଟେ ।
Answer:
(✗)

(c) ଆମ୍ବ ଗଛର କାଣ୍ଡ କୋମଳ ଓ ପତଳା ।
Answer:
(✓)

(d) ଉଚ୍ଚତା ଓ କାଣ୍ଡର ଆଧାରରେ ଉଭିଦର ଶ୍ରେଣୀବିଭାଗ ସମ୍ଭବ ।
Answer:
(✓)

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

(e) ଏକ ନିର୍ଦ୍ଦିଷ୍ଟ ସ୍ଥାନର ଜୀବମାନଙ୍କ ବିବିଧତା ଜୈବ ବିବିଧତା ଅଟେ ।
Answer:
(✓)

‘କ’ ସ୍ତମ୍ଭ, ‘ଖ’ ସ୍ତମ୍ଭ ଓ ‘ଗ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର । (ପ୍ରଶ୍ନ ସହିତ ଉତ୍ତର)

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ ‘ଗ’ ସ୍ତମ୍ଭ
(a) ବୃକ୍ଷ ସବୁଜ କାଣ୍ଡ ଟଗର
(b) ବୁଦା ଶକ୍ତ କାଣ୍ଡ ଆମ୍ବ
(c) ଗୁଳ୍ମ ବାଦାମୀ କାଣ୍ଡ ଟମାଟୋ
(d) ବୃକ୍ଷ ମଧ୍ୟମ ଉଚ୍ଚ ପଣସ
(e) ବୁଦା ଲ ମ୍ବା ଗୋଲାପ

Answer:

‘କ’ ସ୍ତମ୍ଭ  ‘ଖ’ ସ୍ତମ୍ଭ  ‘ଗ’ ସ୍ତମ୍ଭ
(a) ବୃକ୍ଷ ଶକ୍ତ କାଣ୍ଡ ଆମ୍ବ
(b) ବୁଦା ବାଦାମୀ କାଣ୍ଡ ଗୋଲାପ
(c) ଗୁଳ୍ମ ସବୁଜ କାଣ୍ ଟମାଟୋ
(d) ବୃକ୍ଷ ଲ ମ୍ବା ପଣସ
(e) ବୁଦା ମଧ୍ୟମ ଉଚ୍ଚ ଟଗର

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ ‘ଗ’ ସ୍ତମ୍ଭ
(a) ଘାସ ଜାଳକ ଶି ରାବିନ୍ଯାସ ଗୁଚ୍ଛ ମୂଳ
(b) ଧାନ ସମାନ୍ତରାଳ ଶି ରାବିନ୍ଯାସ ପ୍ରଧାନ ମୂଳ
(c) ଆମ୍ବ ସମାନ୍ତରାଳ ଶି ରାବିନ୍ଯାସ ଗୁଚ୍ଛ ମୂଳ
(d) ପଣସ ଜାଲ କ ଶି ରାବିନ୍ଯାସ ପ୍ରଧାନ ମୂଳ
(e) ଡ।ଳ ସମାନ୍ତରାଳ ଶି ରାବିନ୍ଯାସ ଗୁଚ୍ଛ ମୂଳ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ ‘ଗ’ ସ୍ତମ୍ଭ
(a) ଘାସ ସମାନ୍ତରାଳ ଶି ରାବିନ୍ଯାସ ଗୁଚ୍ଛ ମୂଳ
(b) ଧାନ ସମାନ୍ତରାଳ ଶି ରାବିନ୍ଯାସ ଗୁଚ୍ଛ ମୂଳ
(c) ଆମ୍ବ ଜାଳକ ଶି ରାବିନ୍ଯାସ ପ୍ରଧାନ ମୂଳ
(d) ପଣସ ଜାଲ କ ଶି ରାବିନ୍ଯାସ ପ୍ରଧାନ ମୂଳ
(e) ଡ।ଳ ସମାନ୍ତରାଳ ଶି ରାବିନ୍ଯାସ ଗୁଚ୍ଛ ମୂଳ

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ ‘ଗ’ ସ୍ତମ୍ଭ
(a) ଦ୍ବିବୀଜପତ୍ରୀ ଚାଲେ ଓ ଉଡ଼େ ଜାଲକ ଶି ରାବିନ୍ଯାସ
(b) ଏକବୀଜପତ୍ରୀ ଚାଲେ ଓ ଡିଏଁ ସମାନ୍ତରାଳ ଶି ରାବିନ୍ଯାସ
(c) ପିମ୍ପୁଡ଼ି ଚଣା ଡେଣା ବା ପକ୍ଷ
(d) ଛେଳି ମକା ଗୋଡ଼ ଓ ପର
(e) ପାରା ଉଡ଼େ ଗୋଡ଼ ଓ ଖୁରା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ ‘ଗ’ ସ୍ତମ୍ଭ
(a) ଦ୍ବିବୀଜପତ୍ରୀ ଚଣା ଜାଲକ ଶି ରାବିନ୍ଯାସ
(b) ଏକବୀଜପତ୍ରୀ ମକା ସମାନ୍ତରାଳ ଶି ରାବିନ୍ଯାସ
(c) ପିମ୍ପୁଡ଼ି ଚାଲେ ଓ ଉଡ଼େ ଗୋଡ଼ ଓ ପର
(d) ଛେଳି ଚାଲେ ଓ ଡିଏଁ ଗୋଡ଼ ଓ ଖୁରା
(e) ପାରା ଉଡ଼େ ଡେଣା ବା ପକ୍ଷ

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

ଶୂନ୍ୟସ୍ଥାନ ପୂରଣ କର ।

(a) ସେଭ୍ ସାଇଲେଣ୍ଟ ଭ୍ୟାଲି : ଜାନକୀ ଅମ୍ମାଲ :: ବାର୍ଡ଼ ମ୍ୟାନ୍ ଅଫ୍ ଇଣ୍ଡିଆ : _______
Answer:
ସଲିମ୍ ଅଲ୍ଲୀ

(b) ଜାନକୀ ଅମ୍ମାଲ : ଉଭିଦ ବିଜ୍ଞାନୀ :: ସଲିମ୍ ଅଲ୍ଲୀ : _______
Answer:
ପକ୍ଷୀ ବିବିଧତା ଅନୁଧ୍ୟାନ

(c) ଛେଳି : ଗୋଡ଼ :: ମାଛ : ________
Answer:
ପକ୍ଷ

(d) ଓଟ : ମରୁଭୂମି :: ଦେବଦାରୁ : ________
ପାହାଡ଼ିଆ ଅଞ୍ଚଳ

(e) ମାଛ : ସମୁଦ୍ର :: ସିଂହ : _______
Answer:
ଜଙ୍ଗଲ

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
କାହାକୁ କୁହନ୍ତି ଲେଖ । (ପ୍ରଶ୍ନ ସହ ଉତ୍ତର)
(a) ପ୍ରକୃତି ଭ୍ରମଣ (Nature camp) :
ଯେଉଁ ପ୍ରାକୃତିକ ପରିବେଶରେ ଜୀବମାନଙ୍କର ସୌନ୍ଦର୍ଯ୍ୟ ଓ ଭିନ୍ନତା ସମ୍ବନ୍ଧରେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ଭ୍ରମଣ କରାଯାଇଥାଏ, ତାହାକୁ ପ୍ରକୃତି ଭ୍ରମଣ କୁହାଯାଏ ।

(b) ଜଳଚର (Aquatic) :
ଯେଉଁ ଜୀବମାନଙ୍କର ରହୁଥ‌ିବା ସ୍ଥାନ ଜଳ ଅଟେ, ସେମାନଙ୍କୁ ଜଳଚର ଜୀବ କୁହାଯାଏ । ପ୍ରାଣୀ – ମାଛ ଓ ଉଭିଦ – ଶୈବାଳ ଏହାର ଉଦାହରଣ ।

(c) ସ୍ଥଳଚର (Terrestrial) :
ଯେଉଁ ଜୀବମାନଙ୍କର ରହୁଥ‌ିବା ସ୍ଥାନ ସ୍ଥଳଭାଗ ଅଟେ, ସେମାନଙ୍କୁ ସ୍ଥଳଚର ଜୀବ କୁହାଯାଏ । ପ୍ରାଣୀ – ମଣିଷ, ଉଭିଦ – ଆମ୍ବ ଏହାର ଉଦାହରଣ ଅଟେ ।

(d) ଉଭୟଚର (Amphibians) :
ଯେଉଁ ଜୀବମାନେ ଉଭୟ ଜଳ ଓ ସ୍ଥଳ ଭାଗରେ ଜୀବନଧାରଣ କରିଥା’ନ୍ତି, ସେମାନଙ୍କୁ ଉଭୟଚର କୁହାଯାଏ । ପ୍ରାଣୀ – ବେଙ୍ଗ ଓ ଉଦ୍ଭଦ ବ୍ରାଇଓଫାଇଟା ଶ୍ରେଣୀର ଉଭିଦ ।

(e) ଜୈବ ବିବିଧତା (Biodiversity) :
ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଯାଉଥ‌ିବା ଉଭିଦ ଓ ପ୍ରାଣୀଙ୍କ ବିବିଧତାକୁ ସେହି ଅଞ୍ଚଳର ଜୈବ ବିବିଧତା କୁହାଯାଏ, ଏହି ଅଞ୍ଚଳର ପ୍ରତ୍ୟେକ ସଦସ୍ୟଙ୍କର ଭିନ୍ନ ଭିନ୍ନ ଭୂମିକା ରହିଥାଏ ।

(f) ବୃକ୍ଷ ବା ଗଛ (Tree) :
ଯେଉଁ ଉଭିଦଗୁଡ଼ିକର ଶାଖାଗୁଡ଼ିକ ସାଧାରଣତଃ ଉଚ୍ଚ ଓ ମାଟିଠାରୁ ଦୂରରେ ରହିଥା’ନ୍ତି, ସେମାନଙ୍କୁ ବୃକ୍ଷ ବା ଗଛ କୁହାଯାଏ । ଉଦାହରଣ ଆମ୍ବ, ପଣସ ଇତ୍ୟାଦି ।

(g) ବୁଦା (Shrub) :
ଯେଉଁ ଶ୍ରେଣୀର ଉଭିଦଗୁଡ଼ିକ ବୃକ୍ଷଭଳି ଲମ୍ବା ହୋଇ ନଥା’ନ୍ତି ଓ ଏଗୁଡ଼ିକର ଅନେକ ବାଦାମୀ କାଣ୍ଡ ମାଟିର ବହୁତ ନିକଟରୁ ବାହାରିଥା’ନ୍ତି, ସେମାନଙ୍କୁ ବୁଦା କୁହାଯାଏ । ଉଦାହରଣ – ଗୋଲାପ, ଟଗର ଇତ୍ୟାଦି ।

(h) ଗୁଳ୍ମ (Herb) :
ଯେଉଁ ଶ୍ରେଣୀର ଉଭିଦଗୁଡ଼ିକ ସାଧାରଣତଃ ଛୋଟ, କୋମଳ ଓ ସବୁଜ କାଣ୍ଡବିଶିଷ୍ଟ ହୋଇଥା’ନ୍ତି, ଏଗୁଡ଼ିକୁ ଗୁଳ୍ମ କୁହାଯାଏ । ଉଦାହରଣ – ଟମାଟୋ ଗଛ ।

(i) ଲତା (Climbers) :
ଦୁର୍ବଳ କାଣ୍ଡ ଥିବା କେତେକ ଉଭିଦ ଚଢ଼ିବା ଏବଂ ମାଡ଼ିବା ପାଇଁ ଆଶ୍ରୟ ଆବଶ୍ୟକ କରନ୍ତି, ସେମାନଙ୍କୁ ଲତା କୁହାଯାଏ । ଏମାନେ ଅନ୍ୟ ଉପରେ ଆଶ୍ରୟ ନେଇ ବା ଭୂମି ଉପରେ ମାଡ଼ିଥା’ନ୍ତି । ଉଦାହରଣ ପୋଇ ।

(j) ଆଶ୍ରିତ ଲତା (Creepers) :
ଆଶ୍ରୟ ନେଇ ବଢ଼ୁଥ‌ିବା ଲତାମାନଙ୍କୁ ଆଶ୍ରିତ ଲତା କୁହାଯାଏ । ଉଦ। ହ ର ଣ ଆଶ୍ରୟରେ ମାଟିରେ ମାଡୁଥୁବା ଲତା କୁହାଯାଏ ।

(k) ଶିରା (Vain) ଓ ପ୍ରଶିରା (Veinlets) :
ଗଛର ପତ୍ରରେ ସରୁସରୁ ହୋଇଥାଏ । ଏଗୁଡ଼ିକୁ ଶିରା କଖାରୁ । ବିନ ଲତାକୁ ବିନା ଆଶ୍ରିତ ରେଖାମାନ ଦୃଶ୍ୟମାନ ଓ ଶିରାରୁ ବାହାରିଥିବା କୁହାଯାଏ । ଏଗୁଡ଼ିକ ସରୁ ଶିରାମାନଙ୍କୁ ପ୍ରଶିରା ପତ୍ରର୍ ଉଭୟ ପାର୍ଶ୍ଵରେ ଦୃଶ୍ୟମାନ ହୋଇଥାଏ ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

(I) ଶିରା ବିନ୍ୟାସ (Venation) :
ପତ୍ରର ମଧ୍ଯ ରେଖାର ଉଭୟ ପାର୍ଶ୍ଵରେ ଶିରା ଓ ପ୍ରଶିରାମାନେ ଯେଉଁ ଢାଞ୍ଚା ପ୍ରଦର୍ଶନ କରିଥା’ନ୍ତି, ତାହାକୁ ଶିରା ବିନ୍ୟାସ କୁହାଯାଏ । ଏହା ମଧ୍ୟ ଦେଇ ଜଳ ଓ ପୋଷକର ପରିବହନ ହୋଇଥାଏ ।

(m) ଜାଲକ ଶିରା ବିନ୍ୟାସ (Reticulate venation) : କେତେକ ପତ୍ରରେ ଏକ ମୋଟା ଶିରାର ଉଭୟ ପାର୍ଶ୍ଵରେ ଜାଲପରି ଶିରା ଥ‌ିବାର ଦେଖାଯାଇଥାଏ । ଏହାକୁ ଜାଲକ ଶିରାବିନ୍ୟାସ କୁହାଯାଏ । ଉଦାହରଣ
ମନ୍ଦାର ।

(n) ସମାନ୍ତରାଳ ଶିରା ବିନ୍ୟାସ (Parallel venation) : କେତେକ ପତ୍ରରେ ଏକ ମୋଟା ଶିରାର ଉଭୟ ପାର୍ଶ୍ଵରେ ସମାନ୍ତରାଳ ଭାବରେ ଶିରାମାନ ରହିଥ‌ିବାର ଦେଖାଯାଏ । ଏହାକୁ ସମାନ୍ତରାଳ ଶିରାବିନ୍ୟାସ କୁହାଯାଏ । ଏକବୀଜପତ୍ରୀ ଉଭିଦରେ ଏ ପ୍ରକାର ଶିରାବିନ୍ୟାସ ଦେଖାଯାଏ । ଉଦାହରଣ ଧାନ ।

(o) ପ୍ରଧାନ ମୂଳ (Tap root) : କେତେକ ଉଭିଦରେ ଗୋଟିଏ ମୁଖ୍ୟ ମୂଳ ଓ ଏଥ‌ିରୁ ଉତ୍ପନ୍ନ ହୋଇଥିବା ଛୋଟ ପାର୍ଶ୍ଵ ମୂଳମାନ ରହିଥାଏ । ଏହି ମୁଖ୍ୟ ମୂଳକୁ ପ୍ରଧାନ ମୂଳ କୁହାଯାଏ । ଦ୍ଵିବୀଜପତ୍ରୀ ଉଭିଦମାନଙ୍କରେ ପ୍ରଧାନମୂଳ ଦେଖାଯାଏ, ଉଦାହରଣ – ସୋରିଷ ।

(p) ଗୁଚ୍ଛ ମୂଳ (Fibrous root) :
କେତେକ ଉଦ୍ଭଦରେ ଗଛର ଚେର କାଣ୍ଡର ତଳ ଭାଗରୁ ବାହାରିଥାଏ ଓ ସମାନ ଆକାରର ସରୁ ସରୁ ମୂଳର ଏକ ଗୁଚ୍ଛ ଭାବରେ ରହିଥାଏ । ଏକ ବୀଜପତ୍ରୀ ଉଭିଦ ମାନଙ୍କରେ ଗୁଚ୍ଛ ମୂ ଳ ଦେଖାଯାଏ, ଉଦାହରଣ ଧାନ ।

(g) ବୀଜପତ୍ର (Cotyledon) :
ମଞ୍ଜିରେ ପୋଷକ ପଦାର୍ଥ ସଞ୍ଚିତ ହୋଇ ରହିଥାଏ । ଏହା ପ୍ରାଥମିକ ଉଦ୍ଭଦକୁ ଖାଦ୍ୟ ଯୋଗାଇଥାଏ । ଏହାକୁ ବୀଜପତ୍ର କୁହାଯାଏ । ଉଭିଦ ବଡ଼ ହୋଇଗଲେ ଏହି ବୀଜପତ୍ରର ଆବଶ୍ୟକ ନଥାଏ ।

(r) ଏକବୀଜପତ୍ରୀ (Monocotyledon) :
ଯେଉଁ ଗଛର ମଞ୍ଜିରେ ଗୋଟିଏ ବୀଜପତ୍ର ରହିଥାଏ, ତାହାକୁ ଏକବୀଜପତ୍ରୀ ଉଭିଦ କୁହାଯାଏ । ଏହି ଉଭିଦ– ମାନଙ୍କରେ ସମାନ୍ତରାଳ ଶିରାବିନ୍ୟାସ ଓ ଗୁଚ୍ଛମୂଳ ଦେଖାଯାଏ । ଉଦାହରଣ ମକା, ଧାନ ଇତ୍ୟାଦି ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

(s) ଦ୍ଵିବୀଜପତ୍ରୀ (Dicotyledon) :
ଯେଉଁ ଗଛର ମଞ୍ଜିରେ ଦୁଇଟି ବୀଜପତ୍ର ରହିଥାଏ, ତାହାକୁ ଦ୍ଵିବୀଜପତ୍ରୀ ଉଭିଦ କୁହାଯାଏ । ଏହି ଉଭିଦମାନଙ୍କରେ ଜାଳକ ଶିରାବିନ୍ୟାସ ଓ ପ୍ରଧାନ ମୂଳ ଦେଖାଯାଏ । ଉଦାହରଣ – ସୋରିଷ, ତେନ୍ତୁଳି ଇତ୍ୟାଦି ।

(t) ଉପଯୋଜନ (Adaptation) :
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଢୁଥ‌ିବ। ଉଭିଦ ଓ ପ୍ରାଣୀମାନଙ୍କର ବିଶେଷ ବୈଶିଷ୍ଟ୍ୟ ରହିଥାଏ ଯାହା ସେମାନଙ୍କୁ ସେଠାରେ ବଞ୍ଚିବା ପାଇଁ ସହାୟକ ହୁଏ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜୀବମାନଙ୍କୁ ବଞ୍ଚିବାରେ ସକ୍ଷମ କରୁଥିବା ବୈଶିଷ୍ଟ୍ୟକୁ ଉପଯୋଜନ କୁହାଯାଏ ।

(u) ପରିସ୍ଥାନ (Ecosystem) :
ଯେଉଁ ସ୍ଥାନରେ ଉଭିଦ ଓ ପ୍ରାଣୀମାନେ ବାସ କରନ୍ତି, ତାହାକୁ ସେମାନଙ୍କର ପରିସ୍ଥାନ କୁହାଯାଏ । ଉଦାହରଣ – ଜଙ୍ଗଲ ପରିସ୍ଥାନ, ଲବଣାକ୍ତ ଜଳ ପରିସ୍ଥାନ, ମଧୁର ଜଳ ପରିସ୍ଥାନ ଇତ୍ୟାଦି ।

Question 2.
ପାର୍ଥକ୍ୟ ଦର୍ଶାଅ ।
(କ) ବୃକ୍ଷ, ବୁଦା ଓ ଗୁଳ୍ମ
Answer:

ବୃକ୍ଷ ନଦୀ ଗୁଳ୍ମ
ଡେଙ୍ଗା, କାଣ୍ଡ ଶକ୍ତ, ମୋଟା ବାଦାମୀ ଓ କଠିନ ଡାଳ ବିଶିଷ୍ଟ । ବୃକ୍ଷ ଭଳି ଲମ୍ବା ନୁହଁନ୍ତି । କାଣ୍ଡ ବାଦାମୀ ହୋଇଥାଏ । ଗଛଗୁଡ଼ିକ ଛୋଟ, କୋମଳ ଓ ସବୁଜ କାଣ୍ଡ ବିଶିଷ୍ଟ ।
ଶାଖାଗୁଡ଼ିକ ସାଧାରଣତଃ ଉଚ୍ଚ ଓ ମାଟିଠାରୁ ଦୁରରୁ ବାହାରିଥା’ନ୍ତି । ଉଦାହରଣ – ଆମ୍ବ ଗଛ । ଶାଖାଗୁଡ଼ିକ ମାଟିର ବହୁତ ନିକଟରୁ ବାହାରିଥା’ନ୍ତି । ଉଦାହରଣ – ଗୋଲାପ ଗଛ । ଶାଖାଗୁଡ଼ିକ ମାଟିର ବହୁତ ନିକଟରୁ ବାହାରିଥା’ନ୍ତି । ଉଦାହରଣ – ଟମାଟୋ ଗଛ ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

(ଖ) ଜଳଜ, ସ୍ଥଳଜ ଓ ଉଭୟଚର
Answer:

ଜଳ ଜ ସ୍ଥଳଜ ଉଭୟଚର
  • ଜଳରେ ବସବାସ କରୁଥିବା ଜୀବମାନଙ୍କୁ ଜଳଜ କୁହାଯାଏ ।
  • ଉଦାହରଣ – ପୋଖରୀ, ହ୍ରଦ, ବାସ ଓ ସମୁଦ୍ରରେ ବୁଦା କରୁଥିବା ଜୀବ ଓ ଉଦ୍ଭିଦ
  • ସ୍ଥଳଭାଗରେ ବସବାସ କରୁଥିବା ଜୀବମାନଙ୍କୁ ସ୍ଥଳଜ କୁହାଯାଏ ।
  • ଉଦାହରଣ –ଜଙ୍ଗଲ, ମରୁଭୂମି, ସ୍ଥଳଭାଗ ଉଭୟରେ ବାସ କରୁଥିବା ଜୀବ ଓ ଉଦ୍ଭିଦ
  • ଉଭୟ ଜଳ ଓ ସ୍ଥଳଭାଗରେ ବସବାସ କରୁଥିବା ଜୀବମାନଙ୍କୁ ଉଭୟଚର କୁହାଯାଏ ।
  • ଉଦାହରଣ – ଜଳଭାଗ ଓ ତୃଣଭୂମି, ପର୍ବତ୍ରରେ ବାସ କରୁଥିବା ଜୀବ ଓ ଉଦ୍ଭିଦ

(ଗ) ଜାଲକ ଶିରାବିନ୍ୟାସ ଓ ସମାନ୍ତରାଳ ଜାଲକ ଶିରାବିନ୍ୟାସ
Answer:

ଜାଲକ ଶିରାବିନ୍ୟାସ ସମାନ୍ତରାଳ ଶିରାବିନ୍ୟାସ
  • ପତ୍ରର ମୋଟା ମଧ୍ୟମ ଶିରାର ଉଭୟ ପାର୍ଶ୍ଵରେ ଜାଲପରି ଶିରା ଅବସ୍ଥାନ କରିଥାଏ ।
  • ଉଦାହରଣ – ମନ୍ଦାର ପତ୍ର ।
  • ପତ୍ରର ଶିରାଗୁଡ଼ିକ ସମାନ୍ତରାଳ ଭାବରେ ଅବସ୍ଥାନ କରିଥା’ନ୍ତି ।
  • ଉଦାହରଣ – କଦଳୀ ପତ୍ର ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

(ଘ) ପ୍ରଧାନ ମୂଳ ଓ ଗୁଚ୍ଛ ମୂଳ
Answer:

ପ୍ରଧାନ ମୂଳ ଗୁଚ୍ଛ ମୂଳ
ଗୋଟିଏ ମୁଖ୍ୟ ମୂଳ ଓ ଏଥିରୁ ଉତ୍ପନ୍ନ ହେଉଥ‌ିବା ଛୋଟ ପାର୍ଶ୍ଵମୂଳ ରହିଥାଏ ।

ଉଦାହରଣ – ମନ୍ଦାର ।

ଚେର କାଣ୍ଡର ତଳଭାଗରୁ ବାହାରିଥାଏ ଓ ସମାନ ଆକାରରେ ସରୁ ସରୁ ମୂଳର ଏକ ଗୁଚ୍ଛ ଭାବରେ ଦେଖାଯାଏ ।

ଉଦାହରଣ – ଘାସ ।

(ଙ) ଏକବୀଜପତ୍ରୀ ଉଭିଦ ଓ ଦ୍ଵିବୀଜପତ୍ରୀ ଉଭିଦ
Answer:

ଏକବୀଜପତ୍ରୀ ଉଭିଦ ଦ୍ଵିବୀଜପତ୍ରୀ ଉଭିଦ
  • ମଞ୍ଜିରେ ଗୋଟିଏ ବୀଜପତ୍ର ଥାଏ ।
  • ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ ।
  • ଗୁଚ୍ଛମୂଳ ରହିଥାଏ ।
    ଉଦାହରଣ – ଧାନ
  • ମଞ୍ଜିରେ ଦୁଇଟି ବୀଜପତ୍ର ରହିଥାଏ ।
  • ପତ୍ରରେ ଜାଲକ ଶିରାବିନ୍ୟାସ ଦେଖାଯାଏ ।
  • ପ୍ରଧାନ ମୂଳ ରହିଥାଏ ।
    ଉଦାହରଣ – ଚଣା

(ଚ) ଜୈବ ବିବିଧତା ଓ ଉପଯୋଜନ
Answer:

ଜୈବ ବିବିଧତା ଉପଯୋଜନ
ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଯାଉଥ‌ିବା ଜୀବମାନଙ୍କ ବିବିଧତା ହିଁ ଜୈବ ବିବିଧତା ଅଟେ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜୀବମାନଙ୍କର ବଞ୍ଚିବାରେ ସକ୍ଷମ କରୁଥିବା ବିଶେଷ ବୈଶିଷ୍ଟ୍ୟ ହିଁ ଉପଯୋଜନ ଅଟେ ।

(ଛ) ଆଶ୍ରିତ ଲତା ଓ ବିନା ଆଶ୍ରିତ ଲତା
Answer:

ଆଶ୍ରିତ ଲତା ବିନା ଆଶ୍ରିତ ଲତା
ଯେଉଁ ଦୁର୍ବଳ କାଣ୍ଡଥ‌ିବା ଉଦ୍ଭଦ ଅନ୍ୟର ଆଶ୍ରୟନେଇ ଉପରକୁ ବଢ଼ିଥାଏ, ତାହାକୁ ଆଶ୍ରିତ ଲତା କୁହାଯାଏ ।
ଉଦାହରଣ – ମନିପ୍ଲାଣ୍ଟ, ଅଙ୍ଗୁରୁ
ଯେଉଁ ଦୁର୍ବଳ କାଣ୍ଡଥବା ଉଭିଦ ଅନ୍ୟର ଆଶ୍ରୟ ନେଇ ବିନା ଆଶ୍ରୟରେ ମାଟିରେ ମାଡ଼ିଥାଏ, ତାହାକୁ ବିନା ଆଶ୍ରିତ ଲତା କୁହାଯାଏ ।
ଉଦାହରଣ – କଖାରୁ

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Question 3.
ପ୍ରକୃତିର ବିବିଧତାର ଚାରୋଟି ଉଦାହରଣ ଲେଖ ।
Answer:
(a) ପ୍ରତ୍ୟେକ ପକ୍ଷୀଙ୍କର ସ୍ଵତନ୍ତ୍ର ରାବ ରହିଥାଏ ।
(b) ପ୍ରତ୍ୟେକ ଉଭିଦର ଫୁଲ, ଫଳ ଓ ପତ୍ରରେ ପାର୍ଥକ୍ୟ
(c) ପ୍ରତ୍ୟେକ ମଣିଷର ମୁଖମଣ୍ଡଳରେ ବିବିଧତା ରହିଥାଏ ।
(d) ମାଟିର ରଙ୍ଗ ଓ ଗଠନ, ବର୍ଷାର ପରିମାଣରେ ମଧ୍ୟ ପାର୍ଥକ୍ୟ

Question 4.
ଉଦ୍ଭଦରେ ଦେଖାଯାଉଥ‌ିବା ୩ଟି ବୈଶିଷ୍ଟ୍ୟ ସମ୍ବନ୍ଧରେ ଲେଖ ।
Answer:
(a) ଉଚ୍ଚତା – ଡେଙ୍ଗା ବା ଗେଡ଼ା, କାଣ୍ଡ ଶକ୍ତ ବା କୋମଳ ।
(b) ପତ୍ରର ଆକୃତି, ଡାଳ ବା କାଣ୍ଡରେ ପତ୍ରର ସଜ୍ଜୀକରଣ
(c) ଫୁଲର ରଙ୍ଗ, ଆକୃତି ଏବଂ ସୁଗନ୍ଧରେ ଭିନ୍ନତା ।

Question 5.
ଉଦ୍ଭିଦ ଓ ପ୍ରାଣୀମାନେ ପରସ୍ପର ଉପରେ ନିର୍ଭରଶୀଳ, ଚାରୋଟି ଉଦାହରଣ ଦିଅ ।
Answer:
(a) ଉଦ୍ଭିଦ ପ୍ରାଣୀମାନଙ୍କୁ ଖାଦ୍ୟ ପ୍ରଦାନ କରିଥାଏ ।
(b) ଉଦ୍ଭଦର ବଂଶବିସ୍ତାର (ପରାଗସଙ୍ଗମ) ରେ ପ୍ରାଣୀମାନେ ସାହାଯ୍ୟ କରନ୍ତି ।
(c) ପ୍ରାଣୀମାନଙ୍କର ଆଶ୍ରୟସ୍ଥଳ ନିର୍ମାଣରେ ଉଭିଦ ସମ୍ପଦର ଅବଦାନ ଅତୁଳନୀୟ ।
(d) ପ୍ରାଣୀମାନଙ୍କର ଚିକିତ୍ସା ଉଭିଦ ବିନା ଅସମ୍ଭବ ।

Question 6.
ଉଦ୍ଭଦ ଶ୍ରେଣୀବିଭାଗ କଲାବେଳେ କାହାକୁ ଆଧାର ବା ମାନଦଣ୍ଡ ଭାବରେ ଗ୍ରହଣ କରାଯାଇଥାଏ ?
Answer:
(a) ଉଭିଦରେ ଫୁଲ ଫୁଟେ ବା ଫୁଟେ ନାହିଁ ।
(b) କାଣ୍ଡ ଶକ୍ତ ବା କୋମଳ ଅଟେ ।
(c) ବାସସ୍ଥାନ, ବୀଜପତ୍ର ସଂଖ୍ୟା, ଶିରାବିନ୍ୟାସ, ସଜ୍ଜା, ମୂଳର ଆକାର ।

Class 6 Science Chapter 2 Question Answer Odia Medium ଜୀବଜଗତର ବିବିଧତା

Question 7.
ପ୍ରକୃତିକୁ ବଞ୍ଚାଇବା ଓ ସୁରକ୍ଷା ଦେବା ପାଇଁ ଓଡ଼ିଶାରେ ହୋଇଥିବା କେତେକ ଆନ୍ଦୋଳନର ଉଦାହରଣ ଦିଅ ।
Answer:
(a) ବେଦାନ୍ତ ଏବଂ ପୋସ୍କୋ ଭଳି ପ୍ରତିଷ୍ଠାନଦ୍ୱାରା ସୁନ୍ଦରଗଡ଼ର କୁଲଡ଼ା ଖୋଲା ଖଣି ଭଳି ଅଞ୍ଚଳରେ ଶିଳ୍ପ ପ୍ରଦୂଷଣ ବିରୁଦ୍ଧରେ ଆନ୍ଦୋଳନ ।
(b) ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳର ଜୈବ ବିବିଧତା ସୁରକ୍ଷା ପାଇଁ ଆନ୍ଦୋଳନ ।
(c) ନିୟମଗିରି ପାହାଡ଼କୁ ବେଦାନ୍ତର ଖଣି କାର୍ଯ୍ୟରୁ ରକ୍ଷାକରିବା ପାଇଁ ଆନ୍ଦୋଳନ ।
(d) କୋଇଲା ଖଣି ବିରୋଧରେ ‘କର ବା ମର’’ ଆନ୍ଦୋଳନ ।
(e) ଭୁବନେଶ୍ଵରରେ ପରିବେଶ ବଞ୍ଚାଅ ଆନ୍ଦୋଳନ
(f) ଜଳ ଉତ୍ସ ଓ ଜୀବିକା ପାଇଁ କାଶୀପୁର ଆନ୍ଦୋଳନ ।
(g) କୁଚେଇପଦର (ରାୟଗଡ଼ା) ଆଦିବାସୀ ଆନ୍ଦୋଳନ ।

Leave a Comment