BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Odisha State Board BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ Textbook Exercise Questions and Answers.

BSE Odisha Class 6 Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 1.
ଦିଆଯାଇଥ‌ିବା ଖାଦ୍ୟ ତାଲିକାରୁ କେଉଁଟି କେଉଁ ଶ୍ରେଣୀର ଖାଦ୍ୟ ଚିହ୍ନଟ କରି ସଂପୃକ୍ତ କୋଠରିରେ ଲେଖ ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 1
ଉ –
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 2

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 2.
କେଉଁଗୁଡ଼ିକ ଠିକ୍, (✓) ଚିହ୍ନ ଦେଇ ଦର୍ଶାଅ ।
(କ) ସୂର୍ଯ୍ୟ କିରଣରେ ଭିଟାମିନ୍ ‘D’ ଥାଏ ।
(ଖ) ଅଁଳାରେ ଭିଟାମିନ୍ ‘C’ ଥାଏ ।
(ଗ) ଶୁଖୁଆରେ ଅଧିକ ସ୍ନେହସାର ରହିଛି ।
(ଘ) ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ପୂରଣ କରେ ।
(ଙ) ରକ୍ତହୀନତା ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ ।
(ଚ) ଭିଟାମିନ୍ ‘K’ ସଜନା ଛୁଇଁରେ ମିଳେ ନାହିଁ ।
(ଛ) ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ ।
(ଜ) କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ ।
ଉ –
(କ) ସୂର୍ଯ୍ୟ କିରଣରେ ଭିଟାମିନ୍ ‘D’ ଥାଏ । (✓)
(ଖ) ଅଁଳାରେ ଭିଟାମିନ୍ ‘C’ ଥାଏ । (✓)
(ଗ) ଶୁଖୁଆରେ ଅଧିକ ସ୍ନେହସାର ରହିଛି । (✗)
(ଘ) ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ପୂରଣ କରେ । (✓)
(ଙ) ରକ୍ତହୀନତା ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ । (✓)
(ଚ) ଭିଟାମିନ୍ ‘K’ ସଜନା ଛୁଇଁରେ ମିଳେ ନାହିଁ । (✓)
(ଛ) ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ । (✓)
(ଜ) କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ । (✓)

Question 3.
ଦୁଇଟି ବା ତିନୋଟି ବାକ୍ୟରେ କାରଣ ଲେଖ ।
(କ) ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ ।
ଉ –

  • ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ନ ରହିଲେ ଝାଡ଼ା ପରିଷ୍କାର ହୁଏ ନାହିଁ । ଖାଦ୍ୟନଳୀରୁ ମଳ ବାହାର କରିବାରେ
  • ପେଟରୁ ମଳ ଭଲ ଭାବରେ ବାହାରି ନଗଲେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ତେଣୁ ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ ।

(ଖ) ଆମିଷ ଖାଉ ନଥିବା ପିଲା ଅଧ୍ଵ ପରିମାଣର କ୍ଷୀର, ଡାଲି, ବାଦାମ ଖାଇବା ଆବଶ୍ୟକ ।
ଉ –

  • ମାଛ, ମାଂସ ଓ ଅଣ୍ଡାରେ ପୁଷ୍ଟିସାର ଅଧିକ ପରିମାଣରେ ଥାଏ ।
  • ଆମିଷ ଖାଉ ନଥିବା ପିଲା ମାଛ, ମାଂସ ଓ ଅଣ୍ଡାରେ ଥିବା ପୁଷ୍ଟିସାର କ୍ଷୀର, ଡାଲି, ବାଦାମରୁ ପାଇଥାଏ । ପିଲାମାନଙ୍କ ଶରୀର ବୃଦ୍ଧି ନିମିତ୍ତ ଆମିଷ ଖାଉ ନଥୁବା ପିଲା ଅଧ୍ଵ ପରିମାଣରେ କ୍ଷୀର, ଡାଲି, ବାଦାମ. ଖାଇବା ଆବଶ୍ୟକ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

(ଗ) ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ ।
ଉ –

  • ଚକ୍ରଧରକୁ ଭିଟାମିନ୍ – ‘A’ ଅଭାବରୁ ଅନ୍ଧାରକଣା ରୋଗ ହୋଇଛି ।
  • ତେଣୁ ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ ।

(ଘ) ପିଲାମାନଙ୍କର ପୁଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ବେଶୀ ।
ଉ –

  • ପୁଷ୍ଟିସାର ଜାତୀୟ ଖାଦ୍ୟ ପିଲାମାନଙ୍କର ଶରୀର ବୃଦ୍ଧିରେ ସାହାଯ୍ୟ କରେ ।
  • ପୁଷ୍ଟିସାର ଜାତୀୟ ଖାଦ୍ୟଗୁଡ଼ିକ ହେଉଛି ମାଛ, ମାଂସ, ଅଣ୍ଡା, ଡାଲି, ଛତୁ, ସୋୟାବିନ୍ ଇତ୍ୟାଦି ।

(ଙ) ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଅଧିକ ।
ଉ –

  • ପାହାଡ଼ିଆ ଅଞ୍ଚଳରେ ହେଉଥ‌ିବା ଖାଦ୍ୟ ପଦାର୍ଥରେ ଆୟୋଡ଼ିନ୍‌ର ଅଭାବ ଥାଏ ।
  • ରକ୍ତରେ ଆୟୋଡ଼ିନ ଅଭାବଯୋଗୁଁ ଗଳଗଣ୍ଡ ରୋଗ ହୁଏ । ତେଣୁ ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଥାଏ ।

Question 4.
ତଳେ ଦିଆଯାଇଥ‌ିବା ପ୍ରତ୍ୟେକ ପୋଷକ ପାଇଁ ଦୁଇଟି ଖାଦ୍ୟ ପଦାର୍ଥର ନାମ ଲେଖ ।
(କ) ପୁଷ୍ଟିସାର – ……………….. – …………………..
(ଖ) ଭିଟାମିନ୍ C. – ……………….. – ………………
(ଗ) ଖଣିଜ ଲବଣ – ……………….. – …………………..
ଉ –
(କ) ଡାଲି, ମାଛ
(ଖ) କମଳା, ପିଜୁଳି
(ଗ) ଚୂନାମାଛ, ସଜନା ଛୁଇଁ

Question 5.
ଶାଗରେ କେଉଁଟି ନଥାଏ ?
(କ) ଖଣିଜ ଲବଣ (ଖ) ତନ୍ତୁ (ଗ) ଭିଟାମିନ୍ (ଘ) ସ୍ନେହସାର
ଉ –
(ଘ) ସ୍ନେହସାର

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 6.
ଯଦି ସବୁ ଗାଈ ଓ ମଇଁଷି ଲୋପପାଇଯାଆନ୍ତି; ତାହାହେଲେ କ୍ଷୀର, ଦହି, ଘିଅ, ଛେନା ବ୍ୟତୀତ ଆଉ ଯେଉଁସବୁ ଖାଦ୍ୟ ପଦାର୍ଥ ମିଳିବ ନାହିଁ, ସେହି ମଧ୍ୟରୁ ଦୁଇଟିର ନାମ ଲେଖ ।
ଉ –
ଲହୁଣି, ରାବିଡ଼ି

Question 7.
ଗୋଟିଏ ବଦ୍ଧିଷ୍ଣୁ ଶିଶୁର ଓ ଜଣେ ବୃଦ୍ଧର ଖାଦ୍ୟର ଆବଶ୍ୟକତା ମଧ୍ୟରେ ଥ‌ିବା ପାର୍ଥକ୍ୟ ଯୁକ୍ତି ସହ ସଂକ୍ଷେପରେ ଲେଖ ।
ଉ –
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 3

ଖାଦ୍ୟର ଶ୍ରେଣୀ ବିଭାଗ Notes :

→ ଉପକ୍ରମ :
(i) ଆମେ ଖାଉଥ‌ିବା ବିଭିନ୍ନ ପ୍ରକାର ଖାଦ୍ୟରେ ଚାଉଳ, ଡାଲି, ପନିପରିବା, ଚିନି, ଅଣ୍ଡା, ମାଂସ, ମାଛ, ଛେନା, କ୍ଷୀର, ଚୁଡ଼ା, ମୁଢ଼ି, ପିଜୁଳି, କମଳା, କାକୁଡ଼ି, ଲଙ୍କା, ଲେମ୍ବୁ, ଅଟା, ବାଜ୍‌, ମାଣ୍ଡିଆ, ଗୁଡ଼, ଘିଅ, ତେଲ ଇତ୍ୟାଦି ପଦାର୍ଥ ବ୍ୟବହାର କରିଥାଉ ।
(ii) ଆମେ ଖାଦ୍ୟାଭାବରେ ଯାହାସବୁ ଖାଉଛେ ସେ ସବୁର ଆବଶ୍ୟକତା ଆମ ଶରୀର ପାଇଁ ରହିଛି ।
(iii) ଖାଦ୍ୟ ଆମ ଶରୀର ବୃଦ୍ଧିରେ ସାହାଯ୍ୟ କରେ ଓ କାମ କରିବାପାଇଁ ଶକ୍ତି ଯୋଗାଇଥାଏ ।
(iv) ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ । ଖାଦ୍ୟ ପଦାର୍ଥରେ ଥ‌ିବା ରାସାୟନିକ ପଦାର୍ଥକୁ ପୋଷକ କୁହାଯାଏ ।
(v) ଭିନ୍ନ ଭିନ୍ନ ଖାଦ୍ୟପଦାର୍ଥରେ ଏହି ପୋଷକ ମଧ୍ୟରେ ପାର୍ଥକ୍ୟ ଥାଏ । ତେଣୁ ସୁସ୍ଥ ରହିବାପାଇଁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବ! ଆବଶ୍ୟକ । ଖାଦ୍ୟରେ ଥ‌ିବା ମୁଖ୍ୟ ପୋଷକକୁ ଆଧାର କରି ଖାଦ୍ୟକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି; ଯଥା – ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍ ବା ଜୀବସାର, ଖଣିଜ ଲବଣ ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 4
(vi) ଶରୀରର ଆବଶ୍ୟକତା ପୂରଣ କରିବାପାଇଁ ଜଳ ଓ ତନ୍ତୁ ଜାତୀୟ ଖାଦ୍ୟର ଆବଶ୍ୟକତା ରହିଛି ।

  • ପ୍ରତ୍ୟେକ ଖାଦ୍ୟରେ ପ୍ରାୟ ସମସ୍ତ ପ୍ରକାର ପୋଷକ ଅଳ୍ପ ବା ବେଶି ପରିମାଣରେ ଥାଏ । ଯେଉଁ ଖାଦ୍ୟରେ ଯେଉଁ ପୋଷକ ଅଧିକ ପରିମାଣରେ ଥାଏ ତାକୁ ଆମେ ସେହି ଜାତୀୟ ଖାଦ୍ୟ କରିଥାଉ ।
  • ଖାଦ୍ୟରେ ଥ‌ିବା ମୁଖ୍ୟ ପୋଷକକୁ ଆଧର କରି ଖାଦ୍ୟକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି ।
    BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 5
  • ଖଣିଜ ଲବଣ ବା ଧାତୁସାର

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

→ ଖାଦ୍ୟର ଶ୍ରେଣୀବିଭାଗ :
ଶ୍ଵେତସାର ଜାତୀୟ ଖାଦ୍ୟର ଚିହ୍ନଟ ପ୍ରଣାଳୀ :
ତୁମପାଇଁ କାମ : 1
ଗୋଟିଏ ଏକ ଚାମଚ ଅଟା ନେଇ ସେଥ‌ରେ ୩/୪ ଚାମଚ ପାଣି ମିଶାଇ ଭଲ ଭାବରେ ଗୋଳାଇଦିଅ । ସେହି ପାଣିଆ ଅଟାରେ ୨-୩ ବୁନ୍ଦା ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୋଇଥିବା ଆୟୋଡି଼ନ୍‌ ଦ୍ରବଣ ମିଶାଅ । ଏହାକୁ ଚାମଚ ସାହାଯ୍ୟରେ ଭଲ ଭାବରେ ଘାଣ୍ଟିଦିଅ । ଆୟୋଡ଼ିନ୍ ଦ୍ରବଣ ଶ୍ଵେତସାର ଜାତୀୟ ଖାଦ୍ୟକୁ ଗାଢ଼ ନୀଳ ରଙ୍ଗ କରିଦିଏ ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 6
ଆୟୋଡ଼ିନ୍ ଦ୍ରବଣ ଶ୍ଵେତସାର ଜାତୀୟ ଖାଦ୍ୟକୁ ଗାଢ଼ ନୀଳରଙ୍ଗ କରିଦିଏ ।
ସିଝା ଆଳୁ, ଚୁଡ଼ା, ଚାଉଳ, ଅଟା, ମୁଢ଼ି, କନ୍ଦମୂଳ, ଚିନି, ସାରୁ, ଓଲୁଅ, ବାଜରା, ମାଣ୍ଡିଆ ଆଦି ଶ୍ଵେତସାର ଜାତୀୟ ଖାଦ୍ୟ ।

ତୁମପାଇଁ କାମ : 2
ସିଝା ଆଳୁ, ଚୁଡ଼ାଗୁଣ୍ଡ, ସୋରିଷ ତେଲ, ଡାଲିଗୁଣ୍ଡ, କ୍ଷୀରକୁ ଅଲଗା ଅଲଗା ଗିଲାସରେ ନେଇ ସେଥ‌ିରେ ଆୟୋଡିନ୍ ଦ୍ରବଣ ମିଶାଅ । କେଉଁ କେଉଁ କ୍ଷେତ୍ରରେ ଗାଢ଼ ରଙ୍ଗ ହେଲା ଦେଖ । ନିମ୍ନ ସାରଣୀଟିକୁ ପୂରଣ କର ।
ଡ –

ଗାଢ଼ ନୀଳ ରଙ୍ଗ ହେଲ ଗାଢ଼ନୀଳ ରଙ୍ଗ ହେଲା ନାହିଁ
ସିଝା ଆଳୁ ଡାଲିଗୁଣ୍ଡ, କ୍ଷୀର
ଚୁଡ଼ା ଗୁଣ୍ଡ ଗାଢ଼ନୀଳ

→ ପୁଷ୍ଟିସାର ଜାତୀୟ ଖାଦ୍ୟର ଚିହ୍ନଟ ପ୍ରଣାଳୀ :
ତୁମପାଇଁ କାମ : ୨
ଗୋଟିଏ ସ୍ବଚ୍ଛ ପ୍ଲାଷ୍ଟିକ ବୋତଲ ନେଇ ସେଥ‌ିରେ ଅଳ୍ପ ଗୁଣ୍ଡଡାଲି ପୂରାଅ । ଡ୍ରପର ସାହାଯ୍ୟରେ ସେଥ‌ିରେ ୮-୧୦ ବୁନ୍ଦା ପାଣି ମିଶାଅ । ଏହାପରେ ସେଥ‌ିରେ ଦୁଇବୁନ୍ଦା ତୁତିଆ ଦ୍ରବଣ (କପର ସଲଫେଟ୍) ଓ ୮-୧୦ ବୁନ୍ଦା କ୍ଷାରସୋଡ଼ାର ଦ୍ରବଣ ମିଶାଅ । ଠିପି ଲଗାଅ ଓ ଏହାକୁ ଭଲ ଭାବରେ ହଲାଅ, ଯେପରି ଦ୍ରବଣଗୁଡ଼ିକ ମିଶିଯିବ । କିଛି ସମୟ ଗୋଟିଏ ସ୍ଥାନରେ ସ୍ଥିର ଭାବରେ ରଖୁଦିଅ ।

  • ପୁଷ୍ଟିସାର ଜାତୀୟ ଖାଦ୍ୟ ତୁଡିଆ ( କପର ସଲଫେଟ୍) ଦ୍ରବଣ ସହ ମିଶିଲେ ଦ୍ରବଣଟି ବାଇଗଣି ରଙ୍ଗ ହୁଏ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

୨ । କ୍ଷୀର, ବାଇଗଣ ଚକଟା, ଅଣ୍ଡାଲାଳ, ଭାତ ନେଇ ପରୀକ୍ଷାଟି କର । କେଉଁ କ୍ଷେତ୍ରରେ ବାଇଗଣି ରଙ୍ଗ ହେଉଛି ତଳ ସାରଣୀରେ ଲେଖ ।

ଗାଢ଼ ନୀଳ ରଙ୍ଗ ହେଲ ଗାଢ଼ନୀଳ ରଙ୍ଗ ହେଲା ନାହିଁ
ଡାଲି ଗୁଣ୍ଡ ଭାତ
କ୍ଷୀର ବାଇଗଣ ଚକଟା
ଅଣ୍ଡାଲାଳ

ଡାଲି, ଅଣ୍ଡାଲାଳ, କ୍ଷୀର, ମାଛ, ମାଂସ, ସୋୟାବିନ୍, ଛତୁ ଆଦି ପୁଷ୍ଟିସାର ଜାତୀୟ ଖାଦ୍ୟ ।

→ ସ୍ନେହସାର ଜାତୀୟ ଖାଦ୍ୟର ଚିହ୍ନଟ ପ୍ରଣାଳୀ :
ତୁମପାଇଁ କାମ : ୩
କେତେଖଣ୍ଡ ଧଳା କାଗଜ ନିଅ । ଅଟା, ସିଝାଆଳୁ, ଚିନାବାଦାମ ଗୁଣ୍ଡ, କୋରାଯାଇଥିବା ପାକଳ ନଡ଼ିଆ, ସୋରିଷ ଗୁଣ୍ଡ ଅଲଗା ଅଲଗା କାଗଜରେ ଘସି ଗୁଣ୍ଡ ପଦାର୍ଥଗୁଡ଼ିକୁ କାଗଜ ଉପରୁ ଝାଡ଼ିଦେଇ କାଗଜକୁ ଖରାରେ କିଛି ସମୟ ଶୁଖାଇ ଦିଅ । ଦେଖୁ ଯେଉଁ କାଗଜଟି ତେଲିଆ ଦେଖାଯାଉଛି, ସେଥୁରେ ଘସାଯାଇଥିବା ପଦାର୍ଥରେ ତେଲ ଅଛି । ଯେଉଁ କାଗଜ ତେଲିଆ ଦେଖା ଯାଉନାହିଁ, ସେଥୁରେ ଘସାଯାଇଥ‌ିବା ଖାଦ୍ୟ ପଦାର୍ଥରେ ତେଲ ନାହିଁ ବା କମ୍ ପରିମାଣରେ ରହିଛି ।
(i) ସ୍ନେହସାର ଜାତୀୟ ଖାଦ୍ୟରେ ଅଧୂକ ପରିମାଣରେ ତେଲ ଥାଏ ।
(ii) ଚିନାବାଦାମ, ସୋରିଷ, ନଡ଼ିଆ, ସୂର୍ଯ୍ୟମୁଖୀ ମଞ୍ଜି, ରାଶି, ଅତସୀ, କୁସୁମ, ଜଡ଼ା, ମାଛ ଓ ମାଂସର ଚର୍ବି, ଅଣ୍ଡାର କେଶର, ଗାଈ ଓ ମଇଁଷି ଘିଅ, ଲହୁଣି ଆଦି ସ୍ନେହସାର ଜାତୀୟ ଖାଦ୍ୟ ।

  • ଯେଉଁ ସ୍ନେହସାର ଉଦ୍ଭଦରୁ ମିଳେ ତାହା ଉଦ୍ଭଜ ସ୍ନେହସାର ଏବଂ ଯାହା ପ୍ରାଣୀଙ୍କଠାରୁ ମିଳେ ତାହାକୁ ପ୍ରାଣୀଜ ସ୍ନେହସାର କୁହାଯାଏ ।
  • ଖାଦ୍ୟରେ ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍ ଓ ଖଣିଜ ଲବଣ ଥାଏ । ଏହା ମଧ୍ୟ ଆମ ଶରୀର ପାଇଁ ଏକାନ୍ତ ଆବଶ୍ୟକ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

→ ପୋଷକ ଆମ ଶରୀର ପାଇଁ ଆବଶ୍ୟକ :
(i) ଖାଦ୍ୟରେ ଥ‌ିବା ଭିନ୍ନ ଭିନ୍ନ ପୋଷକ ଭିନ୍ନ ଭିନ୍ନ କାର୍ଯ୍ୟ କରନ୍ତି ଓ ଭିନ୍ନ ଭିନ୍ନ ଉତ୍ସରୁ ମିଳିଥାଆନ୍ତି ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 7
(ii) ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର ଅଭାବରେ ଅପପୁଷ୍ଟିଜନିତ ରୋଗ ହୋଇଥାଏ ।
(iii) ଶ୍ଵେତସାର ଅଭାବରେ ମାରାସମସ୍ ରୋଗ ହୁଏ । ଏହି ରୋଗର ଲକ୍ଷଣଗୁଡ଼ିକ ହେଲା- ପତଳାଝାଡ଼ା ହେବା, ବୃଦ୍ଧିରେ ବାଧା, ଶରୀର କ୍ଷୀଣ ହେବା, କେଶ କହରା ହେବା ଇତ୍ୟାଦି ।
(iv) ପୁଷ୍ଟିସାର ଅଭାବରେ କ୍ଲାସିଓକର୍ ରୋଗ ହୁଏ । ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଗୋଡ଼, ହାତ, ମୁହଁ
(v) ଜୀବସାର ବା ଭିଟାମିନ୍ ଆମ ଆଖୁ, ଦାନ୍ତ, ଅସ୍ଥିକୁ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ । ଏହି ଭିଟାମିନ୍‌ର ଅଭାବରେ ବିଭିନ୍ନ ପ୍ରକାର ରୋଗ ହୁଏ ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 8
(vi) ଏତଦ୍‌ବ୍ୟତୀତ ଭିଟାମିନ୍ B,, B, Bj ଓ B, ରହିଛି । ସାଧାରଣତଃ ମାଛ, ମାଂସ, ଅଣ୍ଡା, କ୍ଷୀର, କଲିଜା ଆଦିରେ ଭିଟାମିନ୍ B,, ଥାଏ । ଭିଟାମିନ୍ B, ରକ୍ତରେ ଥିବା ଲୋହିତ କୋଷିକା ତିଆରିରେ ସାହାଯ୍ୟ କରିଥାଏ ଏବଂ ସ୍ନାୟୁମାନଙ୍କ କାମପାଇଁ ମଧ୍ୟ ଏହା ଦରକାର ହୁଏ ।

  • ଭିଟାମିନ୍ B ଓ ଭିଟାମିନ୍ C ଜଳରେ ଦ୍ରବଣୀୟ; କିନ୍ତୁ ଭିଟାମିନ୍ A, D, E ଓ K ସ୍ନେହସାରରେ ଦ୍ରବଣୀୟ ।

(vii) ଗାଈ ଓ ମଇଁଷି କ୍ଷୀରରେ ଭିଟାମିନ୍ C ବ୍ୟତୀତ ଅନ୍ୟ ସମସ୍ତ ପୋଷକ ଥାଏ ।
(viii) ଖାଦ୍ୟପଦାର୍ଥରେ ଥ‌ିବା ଖଣିଜ ଲବଣ ଆମ ଶରୀରର ଅନେକ କାର୍ଯ୍ୟରେ ଲାଗିଥାଏ । ଏହାର ଅଭାବରେ
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 9

  • ଲୁଣର ରାସାୟନିକ ନାମ ସୋଡ଼ିୟମ୍‌ କ୍ଲୋରାଇଡ୍ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

→ ତନ୍ତୁଜାତୀୟ ଖାଦ୍ୟ :

  • କେତେକ ଖାଦ୍ୟରେ ଅଧୂକ ପରିମାଣରେ ତନ୍ତୁ ଥାଏ ।
  • ତନ୍ତୁ ଶରୀର ପାଇଁ ଏକ ପୋଷକ ନହେଲେ ମଧ୍ୟ ଏହା ଖାଦ୍ୟ ନଳୀରୁ ମଳ ବାହାର କରିବାରେ ସାହାଯ୍ୟ କରେ । ଝାଡ଼ା ପରିଷ୍କାର ନହେଲେ ତନ୍ତୁଯୁକ୍ତ ଖାଦ୍ୟ ଖାଇବା ଉଚିତ ।
  • ଚୋପାଲଗା କଞ୍ଚାଫଳ ଓ ମଞ୍ଜି, ଚୋପାଲଗା କଞ୍ଚା ପରିବା; ଯଥା – ଟମାଟୋ, ମୂଳା, ଗାଜର, ବିଟ୍, କାକୁଡ଼ି, ଚକିପେଶା ଅଟା, ଚୋପାଲଗା ଡାଲି ଓ ସମସ୍ତ ପ୍ରକାର ଶାଗରେ ତନ୍ତୁ ଥାଏ । ପନିପରିବାରେ ତନ୍ତୁ ଅଂଶ ଅଧ୍ୟା ଥାଏ । ସବୁଦିନ ସାଲାଡ୍ ଖାଇବା ଉଚିତ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

→ ସୁଷମ ଖାଦ୍ୟ :

  • ଆମେ ଗୋଟିଏ ପ୍ରକାର ଖାଦ୍ୟ ନ ଖାଇ ବିଭିନ୍ନ ପ୍ରକାର ଖାଦ୍ୟକୁ ମିଶାଇ ଖାଇଲେ ଆମ ଶରୀର ଆବଶ୍ୟକ ପୋଷକ ପାଇପାରିବ ।
  • ଜଣେ ଲୋକ ପାଇଁ ବିଭିନ୍ନ ପୋଷକ ଥିବା ଆବଶ୍ୟକୀୟ ଖାଦ୍ୟର ପରିମାଣ ଲୋକଟିର ବୟସ, ଲିଙ୍ଗ, ତଥା ସେ କରୁଥିବା କାର୍ଯ୍ୟ ଉପରେ ନିର୍ଭର କରେ ।
  • ଛୋଟ ଶିଶୁଟିଏ ପାଇଁ ଯେଉଁ ଖାଦ୍ୟ ଆବଶ୍ୟକ, ତାହା ତୁମପାଇଁ ଉପଯୁକ୍ତ ହୋଇ ନପାରେ ।
  • ଯୁବକର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେଉଥ‌ିବା ଖାଦ୍ୟ ବୃଦ୍ଧର ଖାଦ୍ୟଠାରୁ ଭିନ୍ନ ।
  • ଆବଶ୍ୟକତା ପାଠ ପଢୁଥିବା, ଅଫିସରେ କାମ କରୁଥିବା ଲୋକଙ୍କ ଖାଦ୍ୟଠାରୁ ଭିନ୍ନ ଅଟେ ।
    • ବ୍ୟକ୍ତିର ଆବଶ୍ୟକତା ଅନୁସାରେ ଖାଦ୍ୟ ଉପାଦାନମାନ ଯୋଗାଇ ଦେଉଥ‌ିବା ଖାଦ୍ୟକୁ ସୁଷମ ଖାଦ୍ୟ କୁହାଯାଏ
    • ସୁଷମ ଖାଦ୍ୟର ତାଲିକା ପ୍ରସ୍ତୁତ କଲାବେଳେ ଲୋକଟିର ବୟସ, ଲିଙ୍ଗ, ତଥା ସେ କରୁଥିବା କାର୍ଯ୍ୟ ବିଚାରକୁ ନିଆଯାଏ ।
    • ଶରୀରର ଆବଶ୍ୟକତାକୁ ପୂରଣ କରୁଥିବା ଉପଯୁକ୍ତ ପରିମାଣର ଖାଦ୍ୟପଦାର୍ଥଗୁଡ଼ିକୁ ନେଇ ସୁଷମ ଖାଦ୍ୟର ତାଲିକା କରାଯାଏ ।
      ୧୦-୧୨ ବର୍ଷ ପିଲାଙ୍କର ଖାଦ୍ୟ ତାଲିକା :
      BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 10
    • ନିରାମିଷ ଭୋଜନ କରୁଥିବା ବ୍ୟକ୍ତି ଦୈନିକ ଚିନାବାଦାମ ଖାଇବା ଉଚିତ ।
    • ଖାଦ୍ୟ ଖାଇବା ସହିତ ଦୈନିକ ୮-୧୦ ଗିଲାସ ପାଣି ପିଇବା ଦରକାର ।

Leave a Comment