BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Odisha State Board BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ Important Questions and Answers.

BSE Odisha Class 6 Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ହାତରେ ବାଛିବା ପ୍ରଣାଳୀ କ’ଣ ? ଗୋଟିଏ ଉଦାହରଣଦେଇ ଲେଖ ।
ଉ –

  • ଯେଉଁ ପ୍ରଣାଳୀରେ ଆଙ୍ଗୁଠି ଦ୍ଵାରା ଧରିହେଉଥବା ପଦାର୍ଥକୁ ପୃଥକ୍ କରାଯାଇଥାଏ, ତାହାକୁ ହାତରେ ବାଛିବା ପ୍ରଣାଳୀ କୁହାଯାଏ ।
  • ଚାଉଳରେ ମିଶିଥିବା ଗୋଡ଼ି, କାଠି ଓ ମଲା ଚାଉଳକୁ ଏହି ପ୍ରଣାଳୀରେ ପୃଥକ୍ କରାଯାଏ ।

Question 2.
ଧାନ କିପରି ଅମଳ କରାଯାଏ ।
ଉ –

  • ଧାନପେଣ୍ଡା କଟାହୋଇ ଆସିଲେ ବେଙ୍ଗଳା ସାହାଯ୍ୟରେ ଧାନ ଅମଳ କରାଯାଏ ।
  • ଧାନ ନଡ଼ାରେ ରହିଥିଲେ ତାକୁ ଭାଡ଼ି ବା ଘୋଡ଼ିଆ ସାହାଯ୍ୟରେ ପିଟାଯାଇ ଅମଳ କରାଯାଏ ।

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 3.
କୁଲା ଓ ଚାଲୁଣିଦ୍ଵାରା କି କାର୍ଯ୍ୟ କରାଯାଏ ?
ଉ –

  • କୁଲାଦ୍ଵାରା ପାଛୁଡ଼ିବା ଓ ଉଡ଼େଇବା କାର୍ଯ୍ୟ କରାଯାଏ ।
  • ଚାଲୁଣିଦ୍ଵାରା ଚଲେଇବା କାର୍ଯ୍ୟ କରାଯାଏ ।

Question 4.
ପାଛୁଡ଼ିବା କହିଲେ କ’ଣ ?

  • ଯେଉଁ ପ୍ରଣାଳୀରେ ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା କରାଯାଇଥାଏ, ସେହି ପ୍ରଣାଳୀକୁ ପାଛୁଡିବା କୁହାଯାଏ ।
  • ଉଦାହରଣସ୍ୱରୂପ ଚାଉଳକୁ କୁଲା ସାହାଯ୍ୟରେ ପାଛୁଡ଼ି ଦେଲେ ସେଥୁରେ ରହିଥିବା କୁଣ୍ଡା ଓ ହାଲୁକା କାଠି

Question 5.
ହରଡ଼ ଡାଲିରେ ସୁଜି ମିଶିଯାଇଥିଲେ କିପରି ପୃଥକ୍ କରିବ ?
ଉ –

  • ସୁଜିର ଆକାର ହରଡ଼ ଡାଲିର ଆକାରଠାରୁ କ୍ଷୁଦ୍ର ହୋଇଥିବାରୁ ଚଲେଇବା ପ୍ରଣାଳୀରେ ସୁଜିକୁ ହରଡ଼ ଡାଲିରୁ ପୃଥକ୍ କରିହେବ ।
  • ମିଶ୍ରିତ ସୁଜି ଓ ଡାଲିକୁ ଏକ ଚାଲୁଣିରେ ରଖ୍ ଚଲେଇଲେ ଚାଲୁଣିର ରନ୍ଧ୍ରଦେଇ ସୁଜି ବାହାରିଯିବ ଓ ଡାଲି ଚାଲୁଣିରେ ରହିଯିବ ।

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ଏକ ଉଦାହରଣ ସହ ଆସ୍ରବଣ ଓ ଅବକ୍ଷେପଣ କ’ଣ ବୁଝାଅ ।
ଉ –

  • ଗୋଟିଏ ପାତ୍ରରେ କିଛି ଚାଉଳ ନେଇ ସେଥୁରେ ଜଳ ମିଶାଅ । ଭଲ ଭାବରେ ଏହାକୁ ଗୋଳାଇଦିଅ ।
  • କିଛି ସମୟ ସ୍ଥିର ଭାବରେ ରହିବାପରେ ଜଳରେ ହାଲୁକା କୁଣ୍ଡା, କାଠି, ଧୂଳି ଭାସିବ । ପାତ୍ରର ତଳେ ଗୋଡ଼ି, ବାଲି ଓ ଚାଉଳ ବସିଯିବ ।
  • ଏହାପରେ ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳିଲେ, ସେଥୁ ଧୂଳି, କୁଣ୍ଡା ଓ କାଠି ଚାଲିଯିବ ।
  • ଜଳ ସହିତ ହାଲୁକା କଠିନ ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ ଆଶ୍ରବଣ କହନ୍ତି । ତଳେ କଠିନ ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ ।

Question 2.
କୁଲାରେ ପାଛୁଡ଼ି ଅଲଗା କରାଯାଉଥିବା ୪ଟି ମିଶ୍ରଣର ନାମ ଲେଖ ।
ଉ –

  • କୁଲାରେ ପାଛୁଡ଼ିବା ଦ୍ଵାରା ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା ହୋଇଯାଏ । ଏହାକୁ ପାଛୁଡ଼ିବା ପ୍ରଣାଳୀ କୁହନ୍ତି । ଏହାଦ୍ଵାରା ନିମ୍ନୋକ୍ତ ମିଶ୍ରଣଗୁଡ଼ିକ ଅଲଗା କରାଯାଇପାରିବ –
  • ଧାନରୁ ଅଗାଡ଼ି, କାଠି, ପତ୍ର।
  • ଗ୍ରହମରୁ କଣିଆ ଗହମ, କାଠି, ପତ୍ର।
  • ଚାଉଳରେ ମିଶିଥ‌ିବା କୁଣ୍ଡା ।
  • ପେଶି, ରାଶି, ସୋରିଷ ଇତ୍ୟାଦି ତୈଳବୀଜରେ ମିଶିଥିବା ପତ୍ର, କାଠି ।

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 3.
ଚାଲୁଣି ସାହାଯ୍ୟରେ ଚଲେଇ କେଉଁ ଖାଦ୍ୟପଦାର୍ଥକୁ ପରିଷ୍କାର କରାଯାଏ, ତାହାର ୪ଟି ଉଦାହରଣ ଦିଅ ।
ଉ –
ଚାଲୁଣି ସାହାଯ୍ୟରେ ନିମ୍ନଲିଖ୍ ଖାଦ୍ୟ ପଦାର୍ଥକୁ ଚଲେଇ ପରିଷ୍କାର କରାଯାଏ

  • ମୁଢ଼ିରୁ ବାଲି ଅଲଗା କରିବା
  • ଚୁନାରୁ ଚାଉଳ ଅଲଗା କରିବା
  • ଧାନରୁ ଅଗାଡ଼ି ଓ କୁଟା ଆଦି ଅଲଗା କରିବା
  • ଚୁଡ଼ାରୁ କୁଣ୍ଡା ଅଲଗା କରିବା

Question 4.
ପରିସ୍ରବଣ ପ୍ରଣାଳୀ କ’ଣ ସଂକ୍ଷେପରେ ବୁଝାଅ ।
ଉ –
BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 1

  • ଯେଉଁ ପ୍ରଣାଳୀ ଦ୍ଵାରା ତରଳ ପଦାର୍ଥରେ ରହିଥିବା ଅଦ୍ରବଣୀୟ କଠିନ ପଦାର୍ଥରୁ ତରଳ ପଦାର୍ଥରୁ ପୃଥକ୍ କରାଯାଏ, ତାହାକୁ ପରିସ୍ରବଣ କୁହାଯାଏ ।
  • ଘରେ ଚା’ ଛାଣିବାପାଇଁ କନାର ବା ତାରର ଅଥବା, ପ୍ଲାଷ୍ଟିକ୍ ର ଜାଲି ବ୍ୟବହାର ଫିଲ୍‌ଟର୍ ପେପର୍ ବା ଚୁଟିଙ୍ଗ୍ ପେପର୍ ବ୍ୟବହାର କରାଯାଇଥାଏ ।
    ବିଜ୍ଞାନାଗାର ରେ ପରି ସ୍ରବଣ ପାଇଁ କାଚଫୁଲଣା, ଫୁଲଣା ଧାରକ ଷ୍ଟାଣ୍ଡ, ଦୁଇଟି ବିକର୍‌, ଖଣ୍ଡିଏ ସରୁ କାଚଦଣ୍ଡ, ଫିଲ୍ମର ପେପର୍ ଆବଶ୍ୟକ ହୋଇଥାଏ ।
  • ବୃତ୍ତାକାର ଫିଲଟର୍ ପେପର୍‌କୁ ଚାରିଭାଙ୍ଗ କରି ଚାରି ପରସ୍ତରୁ ଗୋଟିଏ ପରସ୍ତକୁ ଟାଣି ଫୁଲଣା ବା ଫନେଲ୍ ଆକାର କରି ଫୁଲଣାରେ ରଖ୍ (ଚିତ୍ରରେ ଦେଖାଗଲାପରି) ଓ ଫୁଲଣାକୁ ଷ୍ଟାଣ୍ଡ ଧାରକରେ ରଖ୍ କାଚଦଣ୍ଡକୁ ତେରଛା ଧରି ଧୀରେ ଧୀରେ ଅଦ୍ରାବ୍ୟ ଭାସମାନ କଠିନ ପଦାର୍ଥ ମିଶିଥିବା ତରଳ ପଦାର୍ଥକୁ ଢଳାଯାଏ ।
  • ଫଳରେ ଫୁଲଣା ତଳେଥିବା ବିକକୁ ପରିଷ୍କାର ତରଳ ପଦାର୍ଥ (ପରିଷ୍କୃତ) ଚାଲିଯାଏ ଓ ଫିଲ୍‌ଟର୍ କାଗଜ ଉପରେ ଅଦ୍ରାବ୍ୟ (ଅବଶେଷ) ରହିଯାଏ ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ପାଛୁଡ଼ିବା ଓ ଉଡ଼ାଇବା ପ୍ରଣାଳୀ ପାଇଁ ………………… ବ୍ୟବହାର କରାଯାଏ ।
(ଖ) ଆଜିକାଲି ………………… ସାହାଯ୍ୟରେ ଉଡ଼ାଯାଉଛି ।
(ଗ) …………….. ପ୍ରଣାଳୀରେ ତଳେ ପଦାର୍ଥରେ ରହିଥିବା ଅଦ୍ରବଣୀୟ କଠିନ ତରଳ ପଦାର୍ଥରୁ ପୃଥକ କରାଯାଇପାରେ ।
(ଘ) ପରିସ୍ରବଣ ପ୍ରଣାଳୀରେ ଫିଲ୍ଗର୍ ପେପର୍ ବଦଳରେ ………. ପେପର୍ ବ୍ୟବହାର କରାଯାଏ ।
(ଙ) ଜଳ ସହିତ ମିଶି ରହିଥ‌ିବା ଅଦ୍ରବଣୀୟ ହାଲୁକା ପଦାର୍ଥକୁ ………… ପ୍ରଣାଳୀରେ ପୃଥକ୍ କରାଯାଏ ।
ଉ –
(କ) କୁଲା
(ଖ) ବିଦ୍ୟୁତ୍ ପଙ୍ଖା
(ଗ) ପରିସ୍ରବଣ
(ଘ) ବ୍ଳଟିଇଂ ପେପର
(ଙ) ଆସ୍ରବଣ

Question 2.
ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ବାମ ପାର୍ଶ୍ବର ଦୁଇଟି ଶବ୍ଦର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ଶବ୍ଦ ପାଖରେ ‘?” ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(କ) ଚାଉଳରୁ ମଲା ଚାଉଳ ଅଲଗା କରିବା : ହାତରେ ବାଛିବା :: ଲେମ୍ବୁ ସରବତରୁ ଲେମ୍ବୁ ମଞ୍ଜି ଅଲଗା କରିବା : (?) ।
(ଖ) ଛାଣିବା : ପରିସ୍ରବଣ :: ଧୀରେ ଧୀରେ ଢାଳିବା : (?) ।
(ଗ) କୁଲା : ପାଛୁଡ଼ିବା :: ଫିଲ୍‌ଟର୍‌ ପେପର୍ : (?) ।
(ଘ) ବିରି ଅମଳକରିବା : ବେଙ୍ଗଳା :: ମେଥ୍ ପରିଷ୍କାର କରିବା : (?) ।
(ଙ) ଗୋଳିଆ ପାଣି : ଅବକ୍ଷେପଣ ଓ ଆସ୍ରବଣ :: ଚା’ ପାଣି : (?) ।
(ଚ) ମୁଢ଼ିରୁ ବାଲି : ଚାଲୁଣି :: ଧାନରୁ ଅଗାଡ଼ି : (?) ।
ଉ –
(କ) ପରିସ୍ରବଣ
(ଖ) ଆସ୍ରବଣ
(ଗ) ପରିସ୍ରବଣ
(ଘ) ଆସ୍ରବଣ ଓ ଅବକ୍ଷେପଣ
(ଙ) ପରିସ୍ରବଣ
(ଚ) ପବନରେ ଉଡ଼େଇବା

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 3.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ଅଟାରୁ ଚୋକଡ଼ ବାହାର କରିବାକୁ କ’ଣ ଆବଶ୍ୟକ ?
(i) କୁଲା
(ii) ଚାଲୁଣି
(iii) ବିଦ୍ୟୁତ ପଙ୍ଖା
(iv) ବ୍ଲଟିଂପେପର୍
ଉ –
(ii) ଚାଲୁଣି

(ଖ) ନଡ଼ାରେ ଶସ୍ୟ ରହିଥିଲେ କ’ଣ କରାଯାଏ ?
(i) ବେଙ୍ଗଳା ପକାଯାଏ
(ii) ଛଣାଯାଏ
(iii) ପିଟାଯାଏ
(iv) ବଛାଯାଏ
ଉ –
(iii) ପିଟାଯାଏ

(ଗ) ଗହମରେ ମିଶି ରହିଥ‌ିବା କାଠିକୁ କେଉଁ ପ୍ରଣାଳୀରେ ପୃଥକ୍ କରାଯାଏ ?
(i) ଚଲେଇବା
(ii) ହାତବଛା
(iii) ଆସ୍ରବଣ
(iv) ପରିସ୍ରବଣ
ଉ –
(ii) ହାତବଛା

(ଘ) କେଉଁଟି ଅଲଗା କରିହେବ ନାହିଁ ?
(i) ଅଟାରେ ବେସନ ମିଶିଥିଲେ
(ii) ଡାଲିରେ ସୁଜି ମିଶିଥିଲେ
(iii) ଚାଉଳରେ କୁଣ୍ଡା ମିଶିଥିଲେ
(iv) ଚୁଡ଼ାରେ ଧାନଚୋପା ମିଶିଥିଲେ
ଉ –
(i) ଅଟାରେ ବେସନ ମିଶିଥିଲେ

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

(ଙ) ଜଳରେ ଭାସୁଥିବା କୁଣ୍ଡାକୁ କେଉଁ ପ୍ରଣାଳୀରେ ପୃଥକ କରାଯାଏ ?
(i) ଚଲେଇବା
(ii) ପରିସ୍ରବଣ
(iii) ଅମଳ
(iv) ଆସ୍ରବଣ
ଉ –
(ଡ) ଆସ୍ରବଣ

(ଚ) ଛଣାକାଗଜ କେଉଁଥରେ ବ୍ୟବହୃତ ହୁଏ ?
(i) ପରିସ୍ରବଣ
(ii) ଅବକ୍ଷେପଣ
(iii) ଚାଲୁଣି
(iv) ଆସ୍ରବଣ
ଉ –
(i) ପରିସ୍ରବଣ

(ଛ) ଧାନ ଉଡ଼େଇବା ପାଇଁ କେଉଁଟି ଆବଶ୍ୟକ ?
(i) ବିଞ୍ଚଣା
(ii) କୁଲା
(iii) ଚାଲୁଣି
(iv) ଚାଲୁଣି
ଉ –
(ii) କୁଲା

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 4
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଚାଉଳରେ କୁଣ୍ଡା ଥିଲେ ତାକୁ ବାଡ଼େଇ ବାଡ଼େଇ ଅଲଗା କରାଯାଏ ।
(ଖ) ଚାଉଳରୁ ଗୋଡ଼ିକୁ ଅଲଗା କରିବା ପାଇଁ ଉଡ଼ାଇବା ପ୍ରଣାଳୀ ଅବଲମ୍ବନ କରାଯାଏ ।
(ଗ) ନିର୍ମାଣ କାର୍ଯ୍ୟରେ ବାଲିକୁ ହାତବଛା ପ୍ରଣାଳୀରେ ପରିଷ୍କାର କରାଯାଏ ।
(ଘ) ଜଳରେ ବାଲି ମିଶିଥିଲେ ପୃଥକୀକରଣ ଆସ୍ରବଣ ପ୍ରଣାଳୀରେ କରାଯାଏ ।
(ଙ) ଗହମରେ ମିଶି ରହିଥିବା କାଠିକୁ ଆସ୍ରବଣ ପ୍ରଣାଳୀରେ ପୃଥକ୍ କରାଯାଏ ।
ଉ –
(କ) ଚାଉଳରେ କୁଣ୍ଡା ଥିଲେ ତାକୁ ପାଛୁଡ଼ି (କୁଲାରେ) ଅଲଗା କରାଯାଏ ।
(ଖ) ଚାଉଳରୁ ଗୋଡ଼ିକୁ ଅଲଗା କରିବା ପାଇଁ ହାତବଛା ପ୍ରଣାଳୀ ଅବଲମ୍ବନ କରାଯାଏ ।
(ଗ) ନିର୍ମାଣ କାର୍ଯ୍ୟରେ ବାଲିକୁ ଚାଲୁଣି ସାହାଯ୍ୟରେ ପରିଷ୍କାର କରାଯାଏ ।
(ଘ) ଜଳରେ ବାଲି ମିଶିଥିଲେ ପୃଥକୀକରଣ ପରିସ୍ରବଣ ପ୍ରଣାଳୀରେ କରାଯାଏ ।
(ଙ) ଗହମରେ ମିଶି ରହିଥିବା କାଠିକୁ ଆସ୍ରବଣ ପ୍ରଣାଳୀରେ ପୃଥକ୍ କରାଯାଏ ।

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
(କ)
BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 2
ଉ –
BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 3

Leave a Comment