Odisha State Board BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ Textbook Exercise Questions and Answers.
BSE Odisha Class 6 Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ
Question 1.
କିପରି ପୃଥକ୍/ ପରିଷ୍କାର କରିବା ?
(କ) ହରଡ଼ ଡାଲିରେ ସୁଜି ମିଶି ଯାଇଥିଲେ
(ଖ) ଚାଉଳରେ କୁଣ୍ଡା ଥିଲେ
(ଗ) ଅଟାରେ ଚୋକଡ଼ ଥିଲେ
(ଘ) ଉଖୁଡ଼ାରେ ଧାନ ଚୋପା ଲାଗିଥିଲେ
(ଙ) ଗୋଲମରିଚ ସହିତ ପାଚିଲା ଅମୃତଭଣ୍ଡା ମଞ୍ଜି ମିଶିଥିଲେ
ଉ –
(କ) ହରଡ଼ ଡାଲିରେ ସୁଜି ମିଶିଯାଇଥିଲେ, ଏହାକୁ ଏକ ଚାଲୁଣିରେ ଚଲାଇଦେଲେ ଚାଲୁଣିରେ ଥିବା କଣାରେ ସୁଜିଗୁଡ଼ିକ ତଳକୁ ଗଳିପଡ଼ିବ । ଚାଲୁଣିରେ ହରଡ଼ ଡ଼ାଲି ରହିଯିବ ।
(ଖ) ଚାଉଳରେ କୁଣ୍ଡା ଥିଲେ, ଏହାକୁ କୁଲା ସାହାଯ୍ୟରେ ପାଛୁଡ଼ିଦେଲେ ଏଥିରେ ରହିଥିବା କୁଣ୍ଡା ଅଲଗା ହୋଇଯିବ । ଅନ୍ୟ ଏକ ଉପାୟରେ ଚାଉଳକୁ କୁଲାରେ ଧରି ଉପରୁ ତଳକୁ ଧୀରେ ଧୀରେ ଢାଳିଲେ ପବନ ଦ୍ଵାରା ହାଲୁକା କୁଣ୍ଡା ଚାଉଳଠାରୁ ଅଲଗା ହୋଇଯିବ ।
(ଗ) ଅଟାରେ ଚୋକଡ଼ ଥିଲେ, ଏହାକୁ ଅଟାଚଲା ଚାଲୁଣିରେ ଚଲାଇଦେଲେ ଚାଲୁଣିର କଣାରେ ଅଟା ତଳକୁ ଗଳିପଡ଼ିବ । ଚାଲୁଣିରେ ଚୋକଡ଼ ରହିଯିବ ।
(ଘ) ଉଖୁଡ଼ାରେ ଧାନ ଚୋପା ଲାଗିଥିଲେ, ଏହାକୁ ଖଇଚଲା ଚାଲୁଣିରେ ଚଲାଇଦେଲେ ଚାଲୁଣିର କଣାରେ ଧାନ ଚୋପା ଗଳିପଡ଼ିବ ଓ ଚାଲୁଣିରେ ଉଖୁଡ଼ା ରହିଯିବ ।
(ଙ) ଗୋଲମରିଚ ସହିତ ମିଶିଯାଇଥିବା ଅମୃତଭଣ୍ଡା ମଞ୍ଜି ନେଇ ସେଥୁରେ ଜଳ ମିଶାଅ । ଅମୃତଭଣ୍ଡା ମଞ୍ଜି ଜଳରେ ଭାସିବ ଏବଂ ଗୋଲମରିଚ ଜଳରେ ବୁଡ଼ିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳି ଅମୃତଭଣ୍ଡା
Question 2.
ପାର୍ଥକ୍ୟ ଲେଖ ।
(କ) ପାଛୁଡ଼ିବା ଓ ଉଡ଼ାଇବା
(ଖ) ଧାନ ବାଡେଇବା ଓ ବେଙ୍ଗଳା ପକାଇବା
(ଗ) ଅବକ୍ଷେପଣ ଓ ପରିସ୍ରବଣ
ଉ –
(କ) ପାଛୁଡ଼ିବା ଓ ଉଡ଼ାଇବା
(ଖ) ଧାନ ବାଡେଇବା ଓ ବେଙ୍ଗଳା ପକାଇବା
(ଗ) ଅବକ୍ଷେପଣ ଓ ପରିସ୍ରବଣ
Question 3.
କେଉଁ ପ୍ରଣାଳୀ ପାଇଁ ଆବଶ୍ୟକ ?
(କ) କୁଲା
(ଖ) ଚାଲୁଣି
(ଗ) ଫିଲ୍ଟର୍ ପେପର୍
ଉ –
(କ) କୁଲା – ପାଛୁଡ଼ିବା ଓ ଉଡ଼େଇବା ପ୍ରଣାଳୀ ପାଇଁ କୁଲା ଆବଶ୍ୟକ ।
(ଖ) ଚାଲୁଣି – ଚଲେଇବା ପ୍ରଣାଳୀ ପାଇଁ ଚାଲୁଣି ଆବଶ୍ୟକ ।
(ଗ) ଫିଲ୍ଟର୍ ପେପର୍ – ପରିସ୍ରବଣ ପ୍ରଣାଳୀ ପାଇଁ ଫିଲ୍ଟର୍ ପେପର୍ ଆବଶ୍ୟକ ।
Question 4.
କାରଣ କ’ଣ ?
(କ) କୁଣ୍ଡାମିଶା ଚାଉଳକୁ ପାଛୁଡ଼ି ପରିଷ୍କାର କରାଯାଏ ।
(ଖ) ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବରେ ଧୁଆଯାଏ ।
(ଗ) ବେସନ ଓ ମଇଦାର ମିଶ୍ରଣକୁ ଚାଲୁଣିଦ୍ଵାରା ପୃଥକ୍ କରାଯାଇପାରିବ ନାହିଁ ।
(ଘ) ସୋରିଷକୁ ପରିସ୍ରବଣ ପ୍ରଣାଳୀରେ ପରିସ୍କାର କରାଯାଇପାରେ ନାହିଁ ।
ଉ –
(କ) ପାଛୁଡ଼ିବା ପ୍ରଣାଳୀରେ ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା ହୋଇଥାଏ । କୁଣ୍ଡାମିଶା ଚାଉଳକୁ କୁଲା ସାହାଯ୍ୟରେ ପାଛୁଡ଼ିଦେଲେ ସେଥୁରୁ ହାଲୁକା କୁଣ୍ଡା ଅଲଗା ହୋଇ ପରିଷ୍କାର ଚାଉଳ ମିଳେ ।
(ଖ) ଚାଉଳକୁ ପାତ୍ରରେ ପୂରାଇ ଧୋଇଲେ ସେଥିରେ ଥିବା ହାଲୁକା କୁଣ୍ଡା ଜଳରେ ଭାସିବ ଓ ଚାଉଳ ପାତ୍ରରେ ବସିଯିବ । ଧୀରେ ଧୀରେ ଉପର ଜଳ ସହିତ କୁଣ୍ଡାକୁ ବାହାର କରିଦେଲେ ପରିଷ୍କାର ଚାଉଳ ମିଳିବ । ତେଣୁ ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବରେ ଧୁଆଯାଏ ।
(ଗ) ବେସନ ଓ ମଇଦାକୁ ଚାଲୁଣିରେ ରଖ୍ ଚଲାଇଦେଲେ ଉଭୟର ଆକାର ସମାନ ହୋଇଥିବାରୁ ଉଭୟ ଚାଲୁଣିର କଣାରେ ତଳକୁ ଗଳିପଡ଼ିବେ । ତେଣୁ ବେସନ ଓ ମଇଦାର ମିଶ୍ରଣକୁ ଚାଲୁଣିଦ୍ଵାରା ପୃଥକ୍ କରାଯାଇପାରିବ ନାହିଁ ।
(ଘ) ପରିସ୍ରବଣ ପ୍ରଣାଳୀ ଦ୍ବାରା ତରଳ ପଦାର୍ଥରେ ରହିଥିବା ଅଦ୍ରବଣୀୟ କଠିନ ପଦାର୍ଥକୁ ତରଳ ପଦାର୍ଥରୁ ପୃଥକ୍ କରାଯାଇଥାଏ । ସୋରିଷରେ ଅଦ୍ରବଣୀୟ ହାଲୁକା କାଠି କୁଟା ମିଶିଥିବାରୁ ଏହାକୁ ପରିସ୍ରବଣ ପ୍ରଣାଳୀରେ ପରିଷ୍କାର କରାଯାଇପାରିବ ନାହିଁ ।
Question 5.
ଗୋଟା ବିରି, ସୋରିଷ ଓ ବୁଟ ମିଶିଯାଇଛି, କିପରି ପୃଥକ୍ କରିବ ?
ଉ –
(i) ଗୋଟା ବିରି, ସୋରିଷ ଓ ବୁଟ ମିଶିଯାଇଥଲେ, ପ୍ରଥମେ ହାତରେ ବାଛି ବୁଟଗୁଡ଼ିକୁ ଅଲଗା କରାଯାଇଥାଏ ।
(ii) ଏହାପରେ ଏକ ଚାଲୁଣିରେ ଗୋଟା ବିରି ଓ ସୋରିଷକୁ ନେଇ ଚଲାଇଲେ ଚାଲୁଣିର କଣାରେ ସୋରିଷ ତଳକୁ ଗଳିପଡ଼ିବ ଏବଂ ଚାଲୁଣିରେ ବିରି ରହିଯିବ ।
ଖାଦ୍ୟ ପଦାର୍ଥର ପରିଷ୍କରଣ Notes :
→ ଉପକ୍ରମ :
(i) କେତେକ ଖାଦ୍ୟ ପଦାର୍ଥ ମିଶିଯାଇଥିଲେ ବା ଖାଦ୍ୟ ପଦାର୍ଥରେ ଅନ୍ୟାନ୍ୟ ପଦାର୍ଥ ମିଶି ଯାଇଥିଲେ ଏହାକୁ ପୃଥକ କରି ଖାଦ୍ୟକୁ ପରିଷ୍କାର କରିବା ଆବଶ୍ୟକ ହୋଇଥାଏ ।
(ii) ଖାଦ୍ୟ ପଦାର୍ଥକୁ ବିଭିନ୍ନ ପ୍ରଣାଳୀରେ ପୃଥକ୍ କରାଯାଏ; ଯଥା –
- ହାତରେ ବାଛିବା
- ଚଲେଇବା
- ପାଛୁଡ଼ିବା ବା ଉଡ଼େଇବା
- ଆସ୍ରବଣ ଓ ଅବକ୍ଷେପଣ
- ପରିସ୍ରବଣ ପ୍ରଣାଳୀ
- ଶସ୍ୟ ଅମଳ କରିବା
→ ପୃଥକ କରିବାର ପ୍ରଣାଳୀ :
ହାତରେ ବାଛିବା (Hand picking):
- ଟେବୁଲ ଉପରେ ବା ଚଟାଣରେ ଖଣ୍ଡେ ଧଳା କାଗଜ ବିଛାଇ ଦିଅ ।
- ଘରୁ ଦୁଇମୁଠା ଚାଉଳ ଆଣି କାଗଜ ଉପରେ ଚାଉଳକୁ ଖେଳାଇ ଦିଅ ।
- ଚାଉଳରେ ଗୋଡ଼ି, ବାଲି, କୁଣ୍ଡା, ଧୂଳି, ମଲା (କଳା) ଚାଉଳ, ଧାନ, କାଠି ଆଦି ଥାଇପାରେ ।
- ବଡ଼ ଗୋଡ଼ି, କାଠି ଓ ମଲା ଚାଉଳକୁ ହାତରେ ବାଛି ବାହାର କରିପାରିବ । ଏହାକୁ ହାତରେ ବାଛିବା ପ୍ରଣାଳୀ କୁହାଯାଏ ।
- ଏହି ପ୍ରଣାଳୀରେ ଆଙ୍ଗୁଠି ଦ୍ଵାରା ଧରିହେଉଥବା ପଦାର୍ଥକୁ ପୃଥକ କରାଯାଇଥାଏ ।
- ବ୍ୟବହାର କରାଯାଏ ତାଲିକା କର ।
Question 1.
କେଉଁ କେଉଁ ଖାଦ୍ୟ ପଦାର୍ଥକୁ ପରିଷ୍କାର କରିବାପାଇଁ ‘ହାତରେ ବାଛିବା’ ପ୍ରଣାଳୀ ବ୍ୟବହାର କରାଯାଏ ?
ଉ –
- ବିରିରୁ ଗୋଡି଼ ଅଲଗା କରିବା
- ଧାନରୁ ଗୋଡ଼ି ଅଲଗା କରିବା
- ଚାଉଳରୁ ଧାନ ଅଲଗା କରିବା
- ଚୁଡ଼ାରୁ ଧାନ ଅଲଗା କରିବା
- ମୁଗରୁ ମାଟି ଅଲଗା କରିବା ଇତ୍ୟାଦି ।
→ ଚଲେଇବା (Sieving) :
- ଚାଉଳରୁ ଗୋଡ଼ି ଓ ମଲା ଚାଉଳ, କାଠି ହାତରେ କାଢ଼ି ବାହାର କରିଦିଆଯାଇଛି ।
- ଏବେ ଚାଉଳରେ ଧୂଳି, ସରୁ ବାଲି ଓ କୁଣ୍ଡା ମିଶି କରି ରହିଛି ।
- ଚାଲୁଣିରେ ଛୋଟ ଛୋଟ କଣା ଥାଏ । ଏଥିରେ ଚାଉଳକୁ ଚଲାଇଦେଲେ ଚାଉଳରୁ ସରୁବାଲି, ଧୂଳି, କୁଣ୍ଡା ଓ ଭଙ୍ଗା ଚାଉଳ (ଖୁଦ) ଇତ୍ୟାଦି ଚାଲୁଣିର କଣାରେ ତଳକୁ ଗଳିପଡ଼ିବ ।
- ଚାଲୁଣିରେ ପରିଷ୍କାର ଚାଉଳ ରହିଯିବ ଏବଂ ଚାଲୁଣି କଣାଠାରୁ ବଡ଼ କୁଣ୍ଡା ମଧ୍ୟ ଚାଉଳ ସହିତ ରହିଯିବ । ଚାଲୁଣି ସାହାଯ୍ୟରେ ପରିଷ୍କାର କରିବା ପ୍ରଣାଳୀକୁ ଚଲେଇବା କୁହାଯାଏ ।
- ଏହି ପ୍ରଣାଳୀରେ ଅଟାରୁ ଚୋକଡ଼ ଅଲଗା କରାଯାଏ ।
Question 2.
ଚାଲୁଣି ସାହାଯ୍ୟରେ ଚଲେଇ କେଉଁ କେଉଁ ଖାଦ୍ୟ ପଦାର୍ଥକୁ ପରିଷ୍କାର କରାଯାଏ ?
ଉ-
ଚାଲୁଣି ସାହାଯ୍ୟରେ ନିମ୍ନଲିଖ୍ ଖାଦ୍ୟ ପଦାର୍ଥକୁ ପରିଷ୍କାର କରାଯାଏ –
(i) ମୁଢ଼ିରୁ ବାଲି ଅଲଗା କରିବା
(ii) ଚୁନାରୁ ଚାଉଳ ଅଲଗା କରିବା
(iii) ଧାନରୁ ଅଗାଡ଼ି ଓ କୁଟା ଅଲଗା କରିବା
(iv) ଚୁଡ଼ାରୁ କୁଣ୍ଡା ଅଲଗା କରିବା
(v) ଲିଆରୁ ଧାନଚୋପା ଅଲଗା କରିବା
(vi) ବିରିରୁ ଚୋପା ଓ କାଠି ଅଲଗା କରିବା
→ ପାଛୁଡ଼ିବା ବା ଉଡ଼େଇବା (Winnowing) :
- ଚାଉଳରେ ବଡ଼ ବଡ଼ କୁଣ୍ଡା ଓ କିଛି କାଠି କୁଟା ଥାଏ ।
- ଚାଉଳକୁ ପାଛୁଡ଼ିଦେଲେ ଏଥିରେ ରହିଥିବା କୁଣ୍ଡା ଓ ହାଲୁକା କାଠି ଅଲଗା ହୋଇଯିବ । ଏହାକୁ ପାଛୁଡ଼ିବା ପ୍ରଣାଳୀ କୁହାଯାଏ ।
- ଅନ୍ୟ ଏକ ଉପାୟରେ ଚାଉଳକୁ କୁଲାରେ ଧରି ଉପରୁ ତଳକୁ ଧୀରେ ଧୀରେ ଢାଳିଲେ ପବନ ଦ୍ଵାରା ହାଲୁକା କୁଣ୍ଡା, କାଠି, ପତ୍ର ଉଡ଼ି ଚାଉଳଠାରୁ ଅଲଗା ହୋଇଯିବ । ଏହାକୁ ଉଡ଼ାଇବା ପ୍ରଣାଳୀ କୁହାଯାଏ ।
- ଏହି କାଠି ଓ ପତ୍ର ଅଲଗା କରିପାରିବା ।
- ବିରି, ମୁଗ ଆଦି ଶସ୍ୟକୁ ପାଛୁଡ଼ି ବା ଉଡ଼ାଇ ସଫା କରାଯାଏ ।
Question 3.
ଭିନ୍ନ ଭିନ୍ନ ଚାଲୁଣିରେ ଥିବା କଣାର ଆକାର ବଡ଼ ଓ ସାନ ହୋଇଥାଏ ଏହାର କାରଣ କ’ଣ ?
ଉ –
ଖାଦ୍ୟ ପଦାର୍ଥରେ ମିଶିଥିବା ଅପଦ୍ରବର ଆକାର ଅନୁଯାୟୀ ଚାଲୁଣିରେ ଥିବା କଣାର ଆକାର ବଡ଼ ଓ ସାନ ହୋଇଥାଏ ।
Question 4.
କେଉଁ କେଉଁ ଖାଦ୍ୟ ପଦାର୍ଥକୁ ପରିଷ୍କାର କରିବା ପାଇଁ ‘ପାଛୁଡ଼ିବା ବା ଉଡ଼ାଇବା’ ପ୍ରଣାଳୀ ବ୍ୟବହାର କରାଯାଏ ?
ଉ –
ଧାନ, ଗହମ, ମୁଗ, ବିରି, କୋଳଥ, ହରଡ଼ ଆଦି ଶସ୍ୟକୁ ପରିଷ୍କାର କରିବା ପାଇଁ ‘ପାଛୁଡ଼ିବା ବା ଉଡ଼ାଇବା’ ପ୍ରଣାଳୀ ବ୍ୟବହାର କରାଯାଏ ।
→ ଆସ୍ରବଣ ଓ ଅବକ୍ଷେପଣ (Decantation and Sedimentation) :
- ଗୋଟିଏ ପାତ୍ରରେ କିଛି ଚାଉଳ ନେଇ ସେଥିରେ ଜଳ ମିଶାଇ ଭଲ ଭାବରେ ଗୋଳାଇ ଦିଅ । କିଛି ସମୟ ସ୍ଥିର ଭାବରେ ରଖୁଦିଅ ।
- ଜଳରେ ହାଲୁକା କୁଣ୍ଡା, କାଠି, ଧୂଳି ଭାସିବ । ପାତ୍ରର ତଳେ ଗୋଡ଼ି, ବାଲି ଓ ଚାଉଳ ବସିଯିବ ।
- ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳି ଦେଲେ ସେଥୁରେ ଧୂଳି, କୁଣ୍ଡା ଓ କାଠି ଚାଲିଯିବ । ଜଳ ସହିତ ହାଲୁକା କଠିନ ପଦାର୍ଥକୁ ଅନ୍ୟ
- ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ ଆସ୍ରବଣ କହନ୍ତି । ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ ।
- ଆମେ ଜାଣିଲେ ଜଳ ସହିତ ହାଲୁକା ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ ଆସ୍ରବଣ କହନ୍ତି । ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ ।
- ଜଳ ସହିତ ମିଶି ରହିଥିବା ଆସ୍ରବଣୀୟ କଠିନ ଓଜନିଆ ପଦାର୍ଥକୁ ଅବକ୍ଷେପଣ ଏବଂ ଦାର୍ଥକୁ ଆସ୍ରବଣ ପ୍ରଣାଳୀରେ ପୃଥକ୍ କରାଯାଏ ।
- ସୋରିଷ, ଜିରା, ମେଥ୍ ଆଦିକୁ ଅବକ୍ଷେପଣ ଓ ଆସ୍ରବଣ ପ୍ରଣାଳୀରେ ପରିଷ୍କାର କରାଯାଏ ।
Question 5.
ସୋରିଷ, ଜିରା, ମେଥ୍ ଆଦିକୁ କିପରି ପରିଷ୍କାର କରିବ ?
ଊ –
- ଗୋଟିଏ ପାତ୍ରରେ କିଛି ସୋରିଷ ନେଇ ସେଥୁରେ ଜଳ ମିଶାଅ । ଜଳରେ ହାଲୁକା କାଠି ଓ କୁଟା ଭାସିବ; କିନ୍ତୁ ସୋରିଷ ପାତ୍ରର ତଳେ ବସିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳି ସୋରିଷକୁ ପରିଷ୍କାର କରିହେବ । ସୋରିଷକୁ ଆସ୍ରବଣ ଓ ଅବକ୍ଷେପଣ ପଦ୍ଧତିରେ ପରିଷ୍କାର କରାଯାଏ ।
- ଗୋଟିଏ ପାତ୍ରରେ କିଛି ଜିରା ନେଇ ସେଥିରେ ଜଳ ମିଶାଅ । ଜଳରେ ଜିରା ଭାସିବ କିନ୍ତୁ ସେଥିରେ ମିଶିଥିବା ବାଲି ଓ ଗୋଡ଼ି ତଳେ ବସିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳିଦେଲେ ଜିରା ପରିଷ୍କାର ହୋଇଯିବ । ଜିରାକୁ ଆଶ୍ରବଣ ଓ ଅବକ୍ଷେପଣ ପଦ୍ଧତିରେ ପରିଷ୍କାର କରାଯାଏ ।
- ଗୋଟିଏ ପାତ୍ରରେ କିଛି ମେଥ୍ ନେଇ ସେଥିରେ ଜଳ ମିଶାଅ । ମେଥରେ ମିଶିଥିବା ହାଲୁକା କାଠି ଓ କୁଟା ଜଳ ଉପରେ ଭାସିବ; କିନ୍ତୁ ମେଥ୍ ତଳେ ବସିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳିଦେଲେ ମେଥ୍ ପରିଷ୍କାର ହୋଇଯିବ । ମେଥୁକୁ ମଧ୍ୟ ଆସ୍ରବଣ ଓ ଅବକ୍ଷେପଣ ପଦ୍ଧତିରେ ପରିଷ୍କାର କରାଯାଏ ।
→ ପରିସ୍ରବଣ ପ୍ରଣାଳୀ (Filtration) :
- ବନ୍ୟା ସମୟରେ ନଦୀ ଓ ପୋଖରୀ ପାଣି ଗୋଳିଆ ହୋଇଯାଇଥାଏ ।
- ଜଳରେ ମାଟି, ବାଲି, ଧୂଳି ମିଶିଗଲେ ଏହା ଗୋଳିଆ ହୋଇଯାଏ । ଏହି ଗୋଳିଆ ଜଳକୁ ଗୋଟିଏ କାଚ ଗ୍ଲାସରେ ଅଧା ପର୍ଯ୍ୟନ୍ତ ପୂରାଅ ।
- ଏହାକୁ କିଛି ସମୟ ସ୍ଥିର ଭାବରେ ଗୋଟିଏ ସ୍ଥାନରେ ରଖୁ ଦେଖୁ ଗ୍ଳାସର ତଳଭାଗରେ କ’ଣ ଜମିଯାଇଛି । ହାଲୁକା କାଠି, କୁଟା ଓ ଧୂଳିକଣା ଜଳରେ ଭାସିବ । ଓଜନିଆ ବାଲି, ଗୋଡ଼ି ଓ ମାଟି ଜଳ ତଳେ ଜମି ରହିବ। ଏହି ଜମିରହିବାକୁ ଅବକ୍ଷେପଣ କହନ୍ତି । ଉପର ପାଣିକୁ ଅନ୍ୟ ଏକ ଗ୍ଲାସକୁ ଧୀରେ ଧୀରେ ଢାଳିଦିଅ । ଏହାକୁ ଆସ୍ରବଣ ପଦ୍ଧତି କରାଯାଏ ।
- ଗୋଟିଏ ପ୍ଲାଷ୍ଟିକ ବୋତଲ ଖୋଲୀ ମୁହଁରେ ଉପଯୁକ୍ତ ଆକାରର ଫନେଲ୍ ବା ଫୁଲଣା ପୂରାଅ । ଫୁଲଣା ଭିତରେ ଖଣ୍ଡିଏ ଫିଲଟର୍ ପେପର ଭାଙ୍ଗି ରଖ ।
- ଦ୍ୱିତୀୟ ଗ୍ଲାସରେ ସଂଗୃହୀତ ଜଳକୁ ଫୁଲଣା ଭିତରେ ଥିବା ଫିଲ୍ଟର୍ ପେପର ଉପରେ ଧୀରେ ଧୀରେ ଢାଳ । ବୋତଲ ଭିତରେ ଯେଉଁ ଜଳ ପଡୁଛି ତାହା ପରିଷ୍କାର ଦେଖାଯାଉଛି । ଏହି ପ୍ରଣାଳୀକୁ ପରିସ୍ରବଣ ପ୍ରଣାଳୀ କୁହାଯାଏ ।
- ଜଳରେ ଥିବା ଅଦ୍ରବଣୀୟ କଠିନ ପଦାର୍ଥକୁ ପରିସ୍ରବଣ ପଦ୍ଧତିରେ ପୃଥକ କରାଯାଏ ।
- ପରିସ୍ରବଣ ପ୍ରଣାଳୀରେ ଲେମ୍ବୁ ସରବତରୁ ଲେମ୍ବୁ ମଞ୍ଜି, ଛେନାରୁ ପାଣି ଅଲଗା କରାଯାଏ ।
Question 6.
ଛାଣିବା ପରିସ୍ରବଣ ପଦ୍ଧତି କି ?
ଉ-
ହଁ, ଛାଣିବା ପରିସ୍ରବଣ ପଦ୍ଧତି ଅଟେ ।
→ ଶସ୍ୟ ଅମଳକରିବା (Harvesting) :
- ବିଲରୁ ଧାନ କାଟି ବିଡ଼ା ବାନ୍ଧି ଆଣିବା ପରେ ତାକୁ ଗଦାକରି ରଖାଯାଏ ।
- ଧାନ ନଡ଼ାରେ ରହିଥିଲେ ତାକୁ ଭାଡ଼ି ବା ଘୋଡ଼ିଆ ସାହାଯ୍ୟରେ ପିଟାଯାଏ । ପେଣ୍ଡା କଟା ହୋଇ ଆସିଥିଲେ ବେଙ୍ଗଳା ସାହାଯ୍ୟରେ ଧାନ ଅମଳ କରାଯାଏ । ମୁଗ, ବିରି, କୋଳଥ ଆଦି ଶସ୍ୟ ମଧ୍ୟ ବେଙ୍ଗଳା ଦ୍ଵାରା ଅମଳ କରାଯାଏ ।
Question 7.
କେଉଁ ଶସ୍ୟକୁ ବାଡ଼େଇ ବା ବେଙ୍ଗଳା ପକାଇ ଅମଳ କରାଯାଏ ?
ଉ –
ଧାନ, ବିରି, ମୁଗ, ଗହମ, ହରଡ଼, ମାଣ୍ଡିଆ, ସୋରିଷ, ଧଣିଚା ଆଦି ଶସ୍ୟକୁ ବାଡ଼େଇ ବା ବେଙ୍ଗଳା ପକାଇ ଅମଳ କରାଯାଏ ।