Odisha State Board BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ Textbook Exercise Questions and Answers.
BSE Odisha Class 6 Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ
Question 1.
ନିମ୍ନଲିଖୂତ ପରିବର୍ତ୍ତନଗୁଡ଼ିକ ଭିତରୁ କେଉଁଟି ପ୍ରତ୍ୟାବର୍ତୀ ଓ କେଉଁଟି ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଲେଖ ।
(କ) ଫୁଲରୁ ଫଳ ହେବା
(ଖ) ଲାଜକୁଳୀ ପତ୍ର ଆଘାତପାଇ ନଇଁଯିବା
(ଗ) ଲୁହାରେ କଳଙ୍କି ଲାଗିବା
(ଘ) ଲୁହାଖଣ୍ଡକୁ ଚୁମ୍ବକରେ ପରିଣତ କରିବା
ଉତ୍ତର –
(କ) ଅପ୍ରତ୍ୟାବର୍ତ୍ତୀ
(ଖ) ପ୍ରତ୍ୟାବର୍ତ୍ତୀ
(ଗ) ଅପ୍ରତ୍ୟାବର୍ତ୍ତୀ
(ଘ) ପ୍ରତ୍ୟାବର୍ତ୍ତୀ
Question 2.
ନିମ୍ନୋକ୍ତ ପ୍ରକ୍ରିୟା ମଧ୍ୟରୁ କେଉଁଟି ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ, ଭୌତିକ ବା ରାସାୟନିକ ପ୍ରକ୍ରିୟା ଲେଖ ।
(କ) କିରୋସିନ୍ ଦହନ
(ଖ) କଳଙ୍କି ଲାଗି ଲୁହାକଣ୍ଟାର ବସ୍ତୁତ୍ଵରେ ବୃଦ୍ଧି
(ଗ) ବେଶୀ ବେଶୀ ଲୁଣ ଜଳରେ ଦ୍ରବୀଭୂତ କରାଇ ସଂତୃପ୍ତ ଦ୍ରବଣ ତିଆରି କରିବା ପ୍ରକ୍ରିୟା
(ଘ) ବୁଟକୁ ପାଣିରେ ବତୁରାଇ ଫୁଲାଇବା
(ଙ) ଚୁମ୍ବକ ଦଣ୍ଡକୁ ଗରମ କରିବା
ଉତ୍ତର –
(କ) ରାସାୟନିକ
(ଖ) ରାସାୟନିକ
(ଗ) ଭୌତିକ
(ଘ) ପ୍ରତ୍ୟାବର୍ତ୍ତୀ
(ଙ) ଅସ୍ଥାୟୀ
Question 3.
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଲେଖ ।
(କ) ଲୁହାକଣ୍ଟାକୁ ଉତ୍ତପ୍ତ କରି ଲାଲ କରିବା କେଉଁ ପ୍ରକାର ପରିବର୍ତ୍ତନ ?
ଉ –
ଲୁହାକଣ୍ଟାକୁ ଉତ୍ତପ୍ତ କରି ଲାଲ କରିବା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
(ଖ) ଗୋଟିଏ ରାସାୟନିକ ପରିବର୍ତ୍ତନ ଘଟିଲା ବୋଲି ଜାଣିବା କିପରି ?
ଉ –
(i) ତୁତିଆକୁ ଅଧିକ ଉତ୍ତପ୍ରକଲେ ଶେଷରେ ଏକ କଳା ରଙ୍ଗର କଠିନ ପଦାର୍ଥ ପରୀକ୍ଷା ନଳୀର ତଳେ ରହିଯିବ । ଏହି ନୂତନ ପଦାର୍ଥର ରାସାୟନିକ ନାମ କପର ଅକ୍ସାଇଡ୍ । ଏଥୁରୁ ଆଉ ତୁତିଆ ପ୍ରସ୍ତୁତ ହୋଇ ପାରିବ ନାହିଁ । ତେଣୁ ଏହି ପରିବର୍ତ୍ତନଟି ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।
(ii) ଏହି ପରିବର୍ତ୍ତନଗୁଡ଼ିକର ଶେଷରେ ମିଳୁଥିବା ଉତ୍ପାଦଗୁଡ଼ିକ ଗୋଟିଏ ଗୋଟିଏ ନୂତନ ପଦାର୍ଥ । ତେଣୁ ଏହି ପରିବର୍ତ୍ତନରେ ରାସାୟନିକ ପରିବର୍ତ୍ତନ ଘଟିଲା ବୋଲି ଜାଣିବା ।
(ଗ) ମିଶ୍ରିକୁ ଜଳରେ ମିଳାଇ ସର୍ବତ ପ୍ରସ୍ତୁତ କରିବା କେଉଁ ପ୍ରକାର ପରିବର୍ତ୍ତନ ?
ଉ –
ମିଶ୍ରିକୁ ଜଳରେ ମିଳାଇ ସର୍ବତ ପ୍ରସ୍ତୁତ କରିବା ଏକ ଭୌତିକ ପରିବର୍ତ୍ତନ ।
Question 4.
ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ତୁତିଆ ଜଳରେ ଦ୍ରବୀଭୂତ ହୁଏ । ଏହା ତା’ର କି ପ୍ରକାର ଗୁଣ ?
ଉ –
ତୁତିଆ ଜଳରେ ଦ୍ରବୀଭୂତ ହୁଏ । ଏହା ତା’ର ଦ୍ରବଣୀୟତା ଗୁଣ ।
(ଖ) ଅତି ସଂତୃପ୍ତ ଦ୍ରବଣ କ’ଣ ?
ଉ –
(i) ସଂତୃପ୍ତ ଦ୍ରବଣକୁ ଗରମକଲେ, ତାହା ଆଉକିଛି ଅଧିକ ଦ୍ରାବକୁ ଦ୍ରବୀଭୂତ କରିଥାଏ । ଏହିପରିଭାବେ ଯେଉଁ ଦ୍ରବଣ ପ୍ରସ୍ତୁତ ହୁଏ ତାକୁ ଅତି ସଂତୃପ୍ତ ଦ୍ରବଣ କୁହାଯାଏ ।
(ii) ଲୁଣ ପାଣିରେ ତିଆରି ହୋଇଥିବା ସଂତୃପ୍ତ ଦ୍ରବଣକୁ ଗରମକଲେ ଦ୍ରବୀଭୂତ ନ ହୋଇ ରହିଯାଇଥ ଲୁଣ ମିଳାଇ ଯାଉଛି । ଆଉ ଲୁଣ ମିଶାଇଲେ ହୁଏତ ତାହା ଦ୍ରବୀଭୂତ ହେବ ନାହିଁ । ଏହି ଦ୍ରବଣକୁ ଅଦି
ସଂତୃପ୍ତ ଦ୍ରବଣ କୁହାଯାଏ ।
(ଗ) ତାପର ପରିବର୍ତ୍ତନରେ ଦ୍ରବଣ କି ପ୍ରକାର ପ୍ରଭାବିତ ହୁଏ ?
ଉ –
ଏହା ସବୁପ୍ରକାର ଦ୍ରାବ କ୍ଷେତ୍ରରେ ସତ୍ୟ ନୁହେଁ ।
Question 5.
ଜଳରେ ଦ୍ରବୀଭୂତ ନ ହେଉଥିବା ଚାରିଗୋଟି ପଦାର୍ଥର ନାମ ଲେଖ ।
ଉ –
ବାଲି
କାଚଗୁଣ୍ଡ
ଚକ୍ଗୁଣ୍ଡ
ଇଟାଗୁଣ୍ଡ ଆଦି ଜଳରେ ଦ୍ରବୀଭୂତ ହୁଏ ନାହିଁ । କାରଣ ଦର୍ଶାଅ ।
Question 6.
କାରଣ ଦର୍ଶାଅ ।
(କ) କ୍ଷୀର ଛିଣ୍ଡି ଛେନା ହେବା ଏକ ରାସାୟନିକ ପରିବର୍ତ୍ତନ ।
ଉ –
କ୍ଷୀର ଛିଣ୍ଡି ଛେନା ହେବା ଏକ ରାସାୟନିକ ପରିବର୍ତ୍ତନ; କାରଣ କ୍ଷୀରରୁ ଛେନା ହେବା ଏକ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ । ଛେନାକୁ ଆଉ କ୍ଷୀରରେ ପରିଣତ କରିହେବ ନାହିଁ । ତେଣୁ ଏହି ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନଟି ରାସାୟନିକ ପରିବର୍ତ୍ତନ ଅଟେ ।
(ଖ) ଲୁଣକୁ ଗୁଣ୍ଡ କରିବା ଏକ ରାସାୟନିକ ପରିବର୍ତ୍ତନ ନୁହେଁ ।
ଉ –
ଲୁଣକୁ ଗୁଣ୍ଡ କରିବା ଏକ ରାସାୟନିକ ପରିବର୍ତ୍ତନ ନୁହେଁ; କାରଣ ଏହା ଏକ ଭୌତିକ ପରିବର୍ତ୍ତନ । ଲୁଣକୁ ଗୁଣ୍ଡ କଲେ ସେହି ଲୁଣ ଗୁଣ୍ଡରେ ପରିଣତ ହୁଏ । ଏଠାରେ ଲୁଣର ଯେଉଁ ପରିବର୍ତ୍ତନ ଘଟିଲା ତାହା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ । ଏହି ପରିବର୍ତ୍ତନରେ କୌଣସି ନୂତନ ଉତ୍ପାଦ ସୃଷ୍ଟି ହୋଇ ନାହିଁ । ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ ନୁହେଁ ।
Question 7.
ପାର୍ଥକ୍ୟ ଦର୍ଶାଅ ।
(କ) ଭୌତିକ ପରିବର୍ତ୍ତନ ଓ ରାସାୟନିକ ପରିବର୍ତ୍ତନ
ଉ –
(ଖ) ସଂତୃପ୍ତ ଦ୍ରବଣ ଓ ଅସଂତୃପ୍ତ ଦ୍ରବଣ
ଉ –
ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ Notes :
→ ଉପକ୍ରମ :
(i) ଆମ ଚାରିପାଖରେ ଥିବା ବସ୍ତୁ ଓ ପଦାର୍ଥଗୁଡ଼ିକର ସର୍ବଦା ପରିବର୍ତ୍ତନ ଘଟିଚାଲିଛି ।
(ii) କେତେକ ପରିବର୍ତ୍ତନଗୁଡ଼ିକୁ ଦେଖୁରିବା ଓ ସେଗୁଡ଼ିକ ସହିତ ଆମ ସଂପର୍କ ମଧ୍ଯ ଜାଣିପାରିବା ।
(iii) ଆଉ କେତେକ ପରିବର୍ତ୍ତନକୁ ଜାଣିବା ଓ ବୁଝିବା ପାଇଁ ସାମାନ୍ୟ ଚେଷ୍ଟା କରିବା ଆବଶ୍ୟକ ହୋଇପାରେ ।
→ ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ :
→ ବସ୍ତୁ ଓ ପଦାର୍ଥର ବିଭିନ୍ନ ପ୍ରକାର ପରିବର୍ତ୍ତନ :
ତୁମପାଇଁ କାମ – ୧
- ମହମବତିଟି ମହମରେ ତିଆରି । ମହମ ଏକ ବାହନୀୟ ପଦାର୍ଥ ହୋଇଥିବାରୁ ସେଥିରେ ଥିବା ସଳିତାରେ ନିଆଁ ଲଗାଇଲେ ତାହା ଜଳେ ।
- ମହମବତି ଜଳିଲାବେଳେ କିଛି ମହମ ତରଳିଯାଏ । ସେଥୁରୁ କିଛି ତଳକୁ ବୋହିଆସେ । ଅବଶିଷ୍ଟ ତରଳ ମହମ ଜଳିଯାଏ ।
- ମହମବତି ଜଳିବାବେଳେ ଆଲୋକ ଓ ଉତ୍ତାପ ଦିଏ ।
- ମହମ ତରଳି ତଳକୁ ବୋହିଆସି ଥଣ୍ଡାହୋଇ ପ୍ଲେଟ୍ ଉପରେ ପୁଣି କଠିନ ମହମରେ ପରିବର୍ତ୍ତିତ ହୋଇଯାଏ ।
- ପ୍ଲେଟ୍ରେ ଥିବା କଠିନ ମହମକୁ ନେଇ ପୁଣି ଜଳିପାରୁଥିବା ମହମବତୀ ତିଆରି କରାଯାଇପାରିବ ।
- ମହମବତିର ଜ୍ଵଳନ ବେଳେ ମହମର ଦୁଇ ପ୍ରକାର ପରିବର୍ତ୍ତନ ହୋଇଥାଏ । ପ୍ରଥମତଃ ଦହନ ଓ ତଜନିତ କ୍ଷୟ । ଏହା ଏକ ସ୍ଥାୟୀ ପରିବର୍ତ୍ତନ । ଏହା ମଧ୍ୟ ଏକ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ । କାରଣ ମହମ ଆଉ ଫେରାଇ ଆଣିହେବ ନାହିଁ ।
- ଦ୍ଵିତୀୟତଃ, ଅଳ୍ପ ମହମର ଭୌତିକ ଅବସ୍ଥାରେ ପରିବର୍ତ୍ତନ ଘଟି, କଠିନକୁ ତରଳ ମହମ ଓ ପୁଣି ତରଳ ମହମ ଥଣ୍ଡା ହୋଇ କଠିନ ମହମରେ ପରିବର୍ତ୍ତିତ ହେଉଛି, ଏହି ପ୍ରକ୍ରିୟା ଭିନ୍ନ ଏକ ପରିବର୍ତ୍ତନ । ଏହା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ କଠିନ ମହମରେ ପରିଣତ ହୋଇପାରୁଛି ।
- ସବୁ ପରିବର୍ତ୍ତନ ଏକାପ୍ରକାର ନୁହେଁ ।
- ଯେଉଁ ପରିବର୍ତ୍ତନ ସ୍ଥାୟୀ ଓ ପରିବର୍ତ୍ତନ ପରେ ପୂର୍ବ ଅବସ୍ଥାକୁ ଫେରିପାରେ ନାହିଁ, ତାହାକୁ ସ୍ଥାୟୀ ବା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ ।
- କାଠକୁ ଜଳାଇ ଅଙ୍ଗାର ତିଆରି କରିବା ଏକ ସ୍ଥାୟୀ ବା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
- ଯେଉଁ ପରିବର୍ତ୍ତନ ସ୍ଥାୟୀ ନୁହେଁ ଓ ପରିବର୍ତ୍ତନ ପରେ ପୂର୍ବ ଅବସ୍ଥାକୁ ଫେରିଆସିପାରେ, ତାହାକୁ ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ ।
- ବରଫକୁ ତରଳାଇ ଜଳ ପାଇବା ଏକ ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
→ ପରିବର୍ତ୍ତନରେ ତାପର ପ୍ରଭାବ :
ତୁମପାଇଁ କାମ – ୨
- ତାପ ପ୍ରୟୋଗରେ ବାୟୁ ପ୍ରସାରିତ ହୁଏ ଏବଂ ଥଣ୍ଡାକଲେ ବାୟୁ ସଙ୍କୁଚିତ ହୁଏ ।
- ତାପର ପ୍ରଭାବରେ ମହମ ତରଳିଯାଇ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ଆସିଥାଏ । ତରଳ ମହମ ଅଧିକ ଥଣ୍ଡା ହେଲେ କଠିନ ଅବସ୍ଥାକୁ ଫେରିଯାଏ ।
- ଜଳକୁ ଗରମକଲେ ବାମ୍ଫ ହୁଏ, ବାମ୍ଫକୁ ଥଣ୍ଡାକଲେ ପୁଣି ଜଳ ହୁଏ । ଜଳକୁ ଅଧିକ ଥଣ୍ଡାକଲେ ବରଫ ହୋଇଯାଏ ।
- ତାପ ପ୍ରୟୋଗକଲେ ବସ୍ତୁ ବା ପଦାର୍ଥର ଭୌତିକ ଅବସ୍ଥାରେ ପରିବର୍ତ୍ତନ ଆସେ ।
- ଅଧୂକ ତାପର ପ୍ରଭାବରେ ଦହନୀୟ ବସ୍ତୁ ପଦାର୍ଥଗୁଡ଼ିକ; ଯଥା – କାଗଜ, ତୁଳା, କପଡ଼ା, ମହମ, କିରୋସିନି, ପେଟ୍ରୋଲ, ରୋଷେଇ କାମରେ ବ୍ୟବହାର ହେଉଥିବା ଗ୍ୟାସ୍, ଶୁଖୁ ପତ୍ର, କାଠ ଓ କୋଇଲା ଇତ୍ୟାଦି ଜଳିଥା’ନ୍ତି ।
(v) ଧାତବ ପଦାର୍ଥକୁ ଉତ୍ତପ୍ତକଲେ ଆକାରରେ ପ୍ରସାରିତ ହୁଏ । ଥଣ୍ଡା ହୋଇଯିବା ପରେ ତାହା ସଙ୍କୁଚିତ ହୋଇ ପୂର୍ବାବସ୍ଥାକୁ ଫେରିଆସେ ।
- ଧାତବ ପଦାର୍ଥ ଉତ୍ତପ୍ତ ହୋଇ ପ୍ରସାରିତ ହେବା ପୁଣି ଥଣ୍ଡାହୋଇ ପୂର୍ବ ଅବସ୍ଥାକୁ ଫେରି ଆସିବାକୁ ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ ବା ଭୌତିକ ପରିବର୍ତ୍ତନ କୁହାଯାଏ ।
ତୁମପାଇଁ କାମ – ୩
- ଗୋଟିଏ ମୋଟା ମଲାଟ ପଟା ବା ଖଣ୍ଡିଏ କାର୍ଡ଼ବୋର୍ଡ଼ ନିଅ । ପଟା ମଝିରୁ ଗୋଟିଏ ଧାତବ ଟଙ୍କାକିଆ ମୁଦ୍ରାର ବ୍ୟାସ ମାପରେ ଖଣ୍ଡିଏ କାଟି ବାହାର କରିଦିଅ ।
- ଗୋଟିଏ ବ୍ଲେଡ୍ ମଝିରୁ ଭାଙ୍ଗି ଦିଖଣ୍ଡ କର । ଏହି ଦୁଇଟି ବ୍ଲେଡ୍ ଖଣ୍ଡକୁ କାର୍ଡ଼ବୋର୍ଡ଼ କଟାଯାଇଥିବା ଜାଗାର ଦୁଇପାଖରେ ଅଠା ସାହାଯ୍ୟରେ ଲଗାଇ ରଖ । ସେହି ଧାତବ ଟଙ୍କିକିଆ ମୁଦ୍ରା ନେଇ ଦେଖି ଯାହା କଟାଯାଇଥିବା ବାଟ ଦେଇ ଠିକ୍ ଯାଇପାରୁଥ୍ । ଅଧ୍ଵ ଢିଲା ନହେବା ଆବଶ୍ୟକ ।
- ଧାତବ ମୁଦ୍ରାଟିକୁ ଚିମୁଟା ସାହାଯ୍ୟରେ ଧରି ମହମବତି ବା ସ୍ପିରିଟ୍ ବତିରେ ଗରମ କର । ସେହି ଗରମ ମୁଦ୍ରାଟିକୁ କାର୍ଡ଼ବୋର୍ଡ଼ର କଟା ସ୍ଥାନରେ ଗଳାଅ ।
- ଦେଖୁ ଯେ ମୁଦ୍ରାଟି ବ୍ଲେଡ୍ ଦୁଇ ଖଣ୍ଡ ମଧ୍ୟରେ ଥିବା ସ୍ଥାନ ମଧ୍ୟ ଦେଇ ଗଳିପାରୁନାହିଁ, କାରଣ ମୁଦ୍ରାଟି ଉତ୍ତପ୍ତ ହେବାପରେ ଏହାର ଆକାର ସାମାନ୍ୟ ବଢ଼ିଯାଇଛି ।
- ସେଇ ମୁଦ୍ରାଟି ଥଣ୍ଡା ହୋଇଯିବା ପରେ, ପୂର୍ବପରି ତାହା ପୁଣି ସେଇ ସ୍ଥାନରେ ଗଳିଯିବ ।
- ଧାତବ ପଦାର୍ଥଟିଏ ଉତ୍ତପ୍ତ ହେଲେ ଆକାରରେ ପ୍ରସାରିତ ହୁଏ । ଥଣ୍ଡା ହୋଇଯିବା ପରେ ତାହା ସଂକୁଚିତ ହୋଇ ପୂର୍ବାବସ୍ଥାକୁ ଫେରିଆସେ ।
(vi) ଲୁଣ ପାଣିକୁ ପାତ୍ରରେ ନେଇ ଗରମକଲେ ସେଗୁଡ଼ିକର ଜଳ ବାମ୍ଫ ହୋଇ ଚାଲିଯିବା ପରେ ଗୋଳାଇ ହୋଇ ରହିଥିବା କଠିନ ପଦାର୍ଥ ହେଉଛି ଲୁଣ । ଲୁଣର ଯେଉଁ ପରିବର୍ତ୍ତନ ଘଟିଲା ତାହା ଏକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ
ତୁମପାଇଁ କାମ – ୪
- ଗୋଟିଏ ପାତ୍ରରେ କପେ ପରିଷ୍କାର ଜଳନେଇ ସେଥିରେ ଅଧ ଚାମଚ ଖାଇବା ଲୁଣ ଗୋଳାଅ । ଲୁଣ ମିଳାଇ ଜଳରେ ମିଶିଯିବ । ଏହି ଲୁଣମିଶା ଜଳରୁ ଅଳ୍ପ ନେଇ ଚାଖ୍ଲେ କ’ଣ ଲାଗିବ ?
- ସେହି ଲୁଣ ପାଣିକୁ ସେହି ପାତ୍ରରେ ନେଇ ଗରମ କର, ସବୁତକ ଜଳ ବାମ୍ଫ ହୋଇ ଚାଲିଯିବାପରେ, ଶେଷରେ ପାତ୍ରରେ କ’ଣ ରହିଲା ଦେଖ ।
- ଲୁଣ ଜଳରେ ମିଳାଇଗଲେ ମଧ୍ୟ, ଲୁଣର ସ୍ବାଦରେ ପରିବର୍ତ୍ତନ ହୁଏ ନାହିଁ । ସେଥିପାଇଁ ଲୁଣପାଣି ଲୁଣିଆ ଲାଗେ ।
- ଲୁଣ ପାଣିରୁ ଜଳକୁ ବାମ୍ଫ ରୂପରେ ଉଡ଼ାଇ ଦେବାପରେ, ସେଥିରେ ଗୋଳାଇ ହୋଇ ରହିଥିବା କଠିନ ପଦାର୍ଥ ମଧ୍ଯ ଲୁଣିଆ ଲାଗେ । କାରଣ ଏହା ଆଉ
- କିଛି ନୁହେଁ, ପ୍ରଥମରୁ ଗୋଳାଇଥିବା ସେଇ ଲୁଣ । ଏଠାରେ ଲୁଣର ଯେଉଁ ପରିବର୍ତ୍ତନ ଘଟିଥିଲା ତାହା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ।
- ଓଦା ଲୁଗା ଖରାରେ ଶୁଖୁଯିବା ଓ ମିଶ୍ରି ମୁଣ୍ଡାକୁ ଭାଙ୍ଗି ଗୁଣ୍ଡ ମିଶ୍ରି କରିବା ଭୌତିକ ପରିବର୍ତ୍ତନର ଉଦାହରଣ କି ?
- ବସ୍ତୁ ଓ ପଦାର୍ଥର ଅନ୍ୟ କେତେକ ପରିବର୍ତ୍ତନ ଘଟେ, ଯାହା ଉପରେ ଦିଆଯାଇଥିବା ପରିବର୍ତ୍ତନଗୁଡ଼ିକଠାରୁ ଭିନ୍ନ ।
(vii) ମାଗ୍ନେସିୟମ୍ ପାତକୁ ଜଳାଇଲେ ତାହା ଅତି ଉଜ୍ଜ୍ବଳ ଆଲୋକ ଦେଇ ଜଳିଉଠିବ ଓ ଧଳା ପାଉଁଶପରି ଗୋଟିଏ ନୂତନ ପଦାର୍ଥରେ ପରିଣତ ହେବ । ଏହାର ନାମ ମାଗ୍ନେସିୟମ୍ ଅକ୍ସାଇଡ୍ । ଏହା ଏକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
ତୁମପାଇଁ କାମ – ୫
- ଖଣ୍ଡିଏ ଛୋଟ ମାଗ୍ନେସିୟମ୍ ପାତକୁ ଚିମୁଟା ସାହାଯ୍ୟରେ ଧରି ସ୍ପିରିଟ୍ତି ବା ମହମବତିରେ ଉତ୍ତପ୍ତ କର । ଏହାଦ୍ଵାରା ମାଗ୍ନେସିୟମ୍ ଅତି ଉଜ୍ଜ୍ବଳ ଆଲୋକ ଦେଇ ଜଳିଉଠିବ ଓ ଧଳା ପାଉଁଶ ପରି ଗୋଟିଏ ନୂତନ ପଦାର୍ଥରେ ପରିଣତ
- ଏହାର ରାସାୟନିକ ନାମ ମାଗ୍ନେସିୟମ୍ ଅକ୍ସାଇଡ୍ । ଏହା ଗୋଟିଏ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
(viii) ଷ୍ଟିଲ୍ ଚାମଚରେ ଚିନିକୁ ନେଇ ଗରମକଲେ ଚିନିର ପରିବର୍ତ୍ତନ ଘଟି ଚିନି ଅଙ୍ଗାରରେ ପରିଣତ ହେବ । ଏହି ପ୍ରକାର ପରିବର୍ତ୍ତନ ମଧ୍ୟ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
ତୁମପାଇଁ କାମ – ୬
- ଗୋଟିଏ ପାତ୍ରରେ କିଛି ଗୁଣ୍ଡ ପୋଡ଼ା ଚୂନ ନେଇ ସେଥିରେ କିଛି ପରିମାଣରେ ପରିଷ୍କାର ଜଳ ମିଶାଅ । ଦେଖୁ ପାଣି ଫୁଟିବ ଓ ପାତ୍ରଟି ଖୁବ୍ ଉତ୍ତପ୍ତ ହୋଇଯିବ । ଶେଷରେ ଏହା କଲିଚୂନରେ ପରିବର୍ତ୍ତିତ ହୋଇଯିବ ।
- ଏହି ସ୍ବଚ୍ଛ ଚୂନପାଣିରୁ ଅଳ୍ପ ଅନ୍ୟ ଏକ ପାତ୍ରରେ ନିଅ । ଚୂନପାଣି ମଧ୍ୟରେ ଗୋଟିଏ ସରବତ ନଳୀ ବୁଡ଼ାଇ ଫୁଙ୍କ । କିଛି ସମୟ ପରେ ଦେଖୁ ସ୍ବଚ୍ଛ ଚୂନପାଣିର ରଙ୍ଗ ଧଳା ହୋଇଯାଇଛି ଏବଂ ଏହାକୁ ରଖିଦେଲେ କିଛି ସମୟ ପରେ ପାତ୍ରର ତଳ ଭାଗରେ ଗୋଟିଏ ଧଳା ପଦାର୍ଥ ଜମିଯିବ । ଏହି ପଦାର୍ଥଟି ଦାନା ସଦୃଶ ଗୋଟିଏ ନୂଆ ପଦାର୍ଥ ଅଟେ । ଏହାର ରାସାୟନିକ ନାମ କାସିୟମ୍ କାର୍ବୋନେଟ୍ । ଏହି ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।
ତୁମପାଇଁ କାମ – ୭
ଗୋଟିଏ ଷ୍ଟିଲ୍ ଚାମଚରେ ଅଳ୍ପ ଚିନି ନେଇ ଗରମ କର । ଚିନି ପ୍ରଥମେ ହଳଦିଆ ତା’ପରେ ବାଦାମୀ ଓ ଶେଷରେ କଳା ପଡ଼ିଯିବ ।
ଥଣ୍ଡା କରି ଏହାକୁ ଚାଖୁଲେ ତାହା ଆଉ ମିଠା ଲାଗିବ ନାହିଁ । ଏହି ପରିବର୍ତ୍ତନ ଦ୍ବାରା ଚିନି ଆଉ ଚିନି ହୋଇ ରହିନାହିଁ । ଏହା ଅନ୍ୟ ଏକ ପଦାର୍ଥରେ ବଦଳିଯାଇଛି । ଏହାର ରାସାୟନିକ ନାମ ଚିନି ଅଙ୍ଗାର । ଏହାକୁ ଆଉ ଚିନିରେ ପରିଣତ କରାଯାଇପାରିବ ନାହିଁ । ଏହି ପରିବର୍ତ୍ତନଟି ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।
ତୁମପାଇଁ କାମ – ୮
- ଗୋଟିଏ ପରୀକ୍ଷା ନଳୀରେ କିଛି ଦାନା ବାନ୍ଧିଥିବା ତୁତିଆ ନେଇ ଆସ୍ତେ ଆସ୍ତେ ଗରମ. କର । ପ୍ରଥମେ ନୀଳ ରଙ୍ଗର ତୁତିଆ ଧଳା ହୋଇଯିବ ଏବଂ ସେଥୁରୁ ବାହାରି ଯାଇଥିବା ଜଳୀୟ ବାଷ୍ପ ଥଣ୍ଡା ହୋଇ ପରୀକ୍ଷାନଳୀର ଉପରି ଭାଗରେ ଛୋଟ ଛୋଟ ଟୋପା ହୋଇ ଲାଗିଯିବ ।
- ତୁତିଆକୁ ଅଧ୍ଵ ଉତ୍ତପ୍ତକଲେ ଶେଷରେ ଏକ କଳାରଙ୍ଗର କଠିନ ପଦାର୍ଥ ପରୀକ୍ଷା ନଳୀର ତଳେ ରହିଯିବ । ଏହି ପଦାର୍ଥର ରାସାୟନିକ ନାମ କପର ଅକ୍ସାଇଡ୍ । ଏଥୁରୁ ଆଉ ତୁତିଆ ପ୍ରସ୍ତୁତ ହୋଇପାରିବ ନାହିଁ । ତେଣୁ ଏହି ପରିବର୍ତ୍ତନଟି ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।
ତୁମପାଇଁ କାମ – ୯
- ଗୋଟିଏ ପରୀକ୍ଷା ନଳୀରେ କିଛି ତମ୍ବାଗୁଣ୍ଡ (ଛୋଟ ତାର ବା ପାତର ଖଣ୍ଡ) ନିଅ । ସେଥିରେ ଅଳ୍ପ ଗନ୍ଧକ ଗୁଣ୍ଡ ମିଶାଅ । ଏହି ମିଶ୍ରଣକୁ ନେଇ ଏହା ଲାଲ୍ ହେବା ପର୍ଯ୍ୟନ୍ତ ଉତ୍ତପ୍ତ କଲେ । କପର ସଲ୍ଫେଟ୍ ସୃଷ୍ଟି ହେବ ।
- କିଛି ସମୟ ପରେ ଏହା ଥଣ୍ଡା ହୋଇଗଲେ, ଏହା ଆଉ ତମ୍ବା ବା ଗନ୍ଧକ ନୁହେଁ । ଏଥୁରୁ ତମ୍ବା ବା ଗନ୍ଧକ ଫେରାଇ ଅଣାଯାଇପାରିବ ନାହିଁ । ଏହି ପରିବର୍ତ୍ତନଟି ମଧ୍ଯ ଏକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
ପଦାର୍ଥ । ଏଣୁ ଏହି ପରିବର୍ତ୍ତନକୁ ରାସାୟନିକ ପରିବର୍ତ୍ତନ କୁହାଯାଏ ।
Question ୧।
ନିମ୍ନ ପରିବର୍ତ୍ତନଗୁଡ଼ିକ କେଉଁ ପ୍ରକାର ପରିବର୍ତ୍ତନ ଜାଣି ଚିହ୍ନିତ ସ୍ଥାନରେ ଠିକ୍ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
ଦ୍ରବଣ :
(i) ଦ୍ରବଣ ଏକ ମିଶ୍ରଣ ଅଟେ । ଚିନି ଓ ପାଣିର ଦ୍ରବଣ ମଧ୍ଯ ଏକ ମିଶ୍ରଣ । ଏଠାରେ ଜଳକୁ ଦ୍ରାବକ ଓ ଚିନିକୁ ଦ୍ରାବ କୁହାଯାଏ । ଜଳରେ ଦ୍ରବୀଭୂତ ହୋଇପାରୁଥିବା ଚିନି ଓ ଲୁଣ ଭଳି ପଦାର୍ଥର ଏହି ଗୁଣକୁ ଦ୍ରବଣୀୟତା କୁହାଯାଏ ।
(ii) ଅସଂତୃପ୍ତ ଦ୍ରବଣ ଦ୍ରାବକରେ ଯେତେବେଳପର୍ଯ୍ୟନ୍ତ ସ୍ରାବ ଦ୍ରବୀଭୂତ ହେଉଥାଏ, ସେତେବେଳପର୍ଯ୍ୟନ୍ତ ଦ୍ରବଣକୁ ଅସଂତୃପ୍ତ ଦ୍ରବଣ କୁହାଯାଏ ।
(iii) ସଂତୃପ୍ତ ଦ୍ରବଣ – ଯେଉଁ ଦ୍ରବଣ ଅଧିକ ଦ୍ରାବ ଦ୍ରବୀଭୂତ କରିପାରେ ନାହିଁ, ସେହିଭଳି ଦ୍ରବଣକୁ ସଂତୃପ୍ତ ଦ୍ରବଣ କୁହାଯାଏ ।
(iv) ଅତି ସଂତୃପ୍ତ ଦ୍ରବଣ – ସଂତୃପ୍ତ ଦ୍ରବଣକୁ ଗରିମକଲେ, ତାହା ଆଉ କିଛି ଅଧିକ ଦ୍ରାବକୁ ଦ୍ରବୀଭୂତ କରିଥାଏ । ଏହିପରିଭାବେ ଯେଉଁ ଦ୍ରବଣ ପ୍ରସ୍ତୁତ ହୁଏ, ତାହାକୁ ଅତି ସଂତୃପ୍ତ ଦ୍ରବଣ କୁହାଯାଏ ।
ତୁମପାଇଁ କାମ – ୧୦
- ଗୋଟିଏ ଛୋଟ ପାତ୍ରରେ (ଷ୍ଟିଲ୍ ଗିନା) କପେ ପରିଷ୍କାର ଜଳ ନିଅ । ଖାଇବା ଲୁଣରୁ ଚାମଚେ ଲୁଣ ନେଇ ଗିନାରେ ।
- ଜଳରେ ଲୁଣ ଦ୍ରବୀଭୂତ ହୋଇଯିବ ଓ ଗୋଟିଏ ଲୁଣିଆ ଦ୍ରବଣ ପ୍ରସ୍ତୁତ ହୋଇଯିବ । ଏହାକୁ ଅସଂତୃପ୍ତ ଦ୍ରବଣ କୁହାଯାଏ । ଏହି ଦ୍ରବଣରେ ଆଉ ଏକ ଚାମଚ ଲୁଣ ମିଶାଇ ଘାଣ୍ଟ । ଚାମଚ ପରେ ଚାମଚ କରି ଲୁଣ ମିଶାଇ ଚାଲିଲେ, ମିଶାଉଥିବା ଲୁଣ ଆଉ ମିଳାଇଯିବ ନାହିଁ । ଅଧ୍ଵକ ଲୁଣ ଗିନାର ତଳ ଭାଗରେ ସେହିପରି କଠିନ ଅବସ୍ଥାରେ ରହିଯିବ । ଏହିଭଳି ପ୍ରସ୍ତୁତ ହୋଇଥିବା ଲୁଣର ଦ୍ରବଣ ଅତ୍ୟଧିକ ଲୁଣିଆ ଲାଗିଥାଏ । ଏହା ଲୁଣ ପାଣିର ସଂତୃପ୍ତ ଦ୍ରବଣ ।
- ଗୋଟିଏ ଷ୍ଟିଲ୍ ଗିନାରେ କପେ ପରିଷ୍କାର ଜଳ ନେଇ ସେଥ୍ରେ ଚାମଚେ ଲୁଣ ମିଶାଇ ଘାଣ୍ଟିଲେ ଲୁଣ ଦ୍ରବୀଭୂତ ହୋଇଯିବ ଓ ଗୋଟିଏ ଲୁଣିଆ ଦ୍ରବଣ ପ୍ରସ୍ତୁତ ହେବ । ଏହାକୁ ଅସଂତୃପ୍ତ ଦ୍ରବଣ କୁହାଯାଏ ।
→ ଦ୍ରବଣୀୟତା ଉପରେ ତାପର ପ୍ରଭାବ
- ଏହି ସଂପୃକ୍ତ ଦ୍ରବଣକୁ ଗିନାରେ ନେଇ ଗରମକଲେ କିଛି ଲୁଣ ମିଳାଇଯିବ; ମାତ୍ର ଆଉ ଅଧିକ ଲୁଣ ମିଶାଇଲେ ତାହା ଆଉ ଦ୍ରବୀଭୂତ ହେବ ନାହିଁ । ସେତେବେଳେ ଏହାକୁ ଅତି ସଂତୃପ୍ତ ଦ୍ରବଣ କୁହାଯାଏ ।
- ଦାସର ପ୍ରଭାବରେ ଦ୍ରବଣୀୟତା ବଢ଼ିଥାଏ ଓ ଥଣ୍ଡାକଲେ ବା ତାପ କମାଇଦେଲେ ଦ୍ରବଣୀୟତା କମିଯାଏ ।
- ଦ୍ରବଣୀୟତା ଏକ ଭୌତିକ ପରିବର୍ତ୍ତନ ଅଟେ । ବିଭିନ୍ନ ଦ୍ରାବର ଦ୍ରବଣୀୟତା, ଗୋଟିଏ ଦ୍ରାବକରେ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।
ତୁମପାଇଁ କାମ – ୧୧
- ଦୁଇଟି କାଚ ଗ୍ଲାସ ନେଇ ପ୍ରତ୍ୟେକରେ ସମାନ ପରିମାଣର (ଅଧାକପ) ପରିଷ୍କାର ଜଳ ନିଅ । ଗୋଟିଏ ଚାମଚ ଲୁଣ ପ୍ରଥମ ଗ୍ଲାସିରେ ଥିବା ଜଳରେ ମିଶାଇ ଘାଣ୍ଟ । ତାହା ଦ୍ରବୀଭୂତ ହୋଇଯିବା ପରେ ଆଉ ଚାମଚେ ଲୁଣ ଦେଇ ଘାଣ୍ଟ । ଏହିଭଳି କେତେ ଚାମଚ ଲୁଣ ନେଲେ ଦ୍ରବଣଟି ଏକ ସଂତୃପ୍ତ ଦ୍ରବଣରେ ପରିଣତ ହେଲା ତାହା ସାରଣୀରେ ଲେଖୁଖ ।
- ତାପରେ ଦ୍ଵିତୀୟ ଗ୍ଲାସ୍ରେ ଥିବା ଜଳରେ ସେଇ ଚାମଚ ସାହାଯ୍ୟରେ ଚିନି ଥରକୁ ଚାମଚେ କରି ମିଶାଅ ଓ ଘାଣ୍ଟ । ଗୋଟିଏ ଚାମଚ ଚିନି ସଂପୂର୍ଣ୍ଣ ରୂପେ ଦ୍ରବୀଭୂତ ହୋଇସାରିବା ପରେ ଆଉ ଗୋଟିଏ ଚାମଚ ଚିନି ମିଶାଇବ । ଏପରି ଏକ ଅବସ୍ଥା ଆସିବ ଯେତେବେଳେ ଗୋଟିଏ ସଂତୃପ୍ତ ଦ୍ରବଣ ପ୍ରସ୍ତୁତ ହୋଇଯିବ ।
- ଏଥୁରୁ ଜାଣିଲେ ଯେ ନିର୍ଦ୍ଦିଷ୍ଟ ପରିମାଣର ଦ୍ରାବକରେ ଏକ ସମାନ ତାପମାତ୍ରାରେ (ଏଠାରେ ବାୟୁମଣ୍ଡଳୀୟ ତାପମାତ୍ରା) ଭିନ୍ନ ଭିନ୍ନ ପରିମାଣର ଦ୍ରାବ (ଏଠାରେ ଲୁଣ ଓ ଚିନି) ଦ୍ରବୀଭୂତ ହୋଇଥାଏ ।