BSE Odisha 6th Class Science Solutions Chapter 12 ବିଦ୍ୟୁତ୍

Odisha State Board BSE Odisha 6th Class Science Solutions Chapter 12 ବିଦ୍ୟୁତ୍ Textbook Exercise Questions and Answers.

BSE Odisha Class 6 Science Solutions Chapter 12 ବିଦ୍ୟୁତ୍

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ସେଲ୍‌ରେ …………… ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳିଥାଏ ।
(ଖ) ଗାଡ଼ିରେ ବ୍ୟବହୃତ ହେଉଥିବା ବ୍ୟାଟେରୀରେ ରାସାୟନିକ ………… ଅବସ୍ଥାରେ ଥାଏ ।
(ଗ) ପରିପଥରେ ଲାଗୁଥ‌ିବା ବିଦ୍ୟୁତ୍ ତାର …………… ବିଯୁକ୍ତ ବିଦ୍ୟୁତଗ୍ର ।
(ଘ) ସେଲ୍‌ରେ ବିଦ୍ୟୁତଗ୍ରଗୁଡ଼ିକର ନାମ ହେଉଛି ………………. ଓ …………… ।
ଉ –
(କ) ରାସାୟନିକ
(ଖ) ତରଳ
(ଗ) ଧାତବ
(ଘ) ଯୁକ୍ତ ବିଦ୍ୟୁତଗ୍ର ଓ

BSE Odisha 6th Class Science Solutions Chapter 12 ବିଦ୍ୟୁତ୍

Question 2.
ଭୁଲ୍ ଥିଲେ ସଂଶୋଧନ କରି ଲେଖ ।
(କ) ସେଲ୍‌ର ଯୁକ୍ତ ବିଦ୍ୟୁତଗ୍ର ଧାତବ ଟୋପି ହୋଇଥାଏ ।
(ଖ) ଥର୍ମୋକଲ୍‌ରେ ବିଦ୍ୟୁତ୍ ପ୍ରବାହ ହୁଏ ।
(ଗ) ବିଦ୍ୟୁତ୍ କୁପରିବାହୀ ବସ୍ତୁଟିଏ ସୁଇଚ୍ ଭାବେ କାର୍ଯ୍ୟ କରିପାରେ ।
(ଘ) ପରିପଥରେ ବିଦ୍ୟୁତ୍ ପ୍ରବାହ ସେଲ୍‌ର ଯୁକ୍ତ ବିଦ୍ୟୁତଗ୍ରରୁ ବାହାରି ବିଯୁକ୍ତ ବିଦ୍ୟୁତଗ୍ର ଆଡ଼କୁ ଯାଏ ।
ଉ –
(କ) ସେଲ୍‌ର ଯୁକ୍ତ ବିଦ୍ୟୁତ୍‌ ଧାତବ ଟୋପି ହୋଇଥାଏ ।
(ଖ) ଥର୍ମୋକଲ୍‌ରେ ବିଦ୍ୟୁତ୍ ପ୍ରବାହ ହୁଏ ନାହିଁ ।
(ଗ) ଏହା ଠିକ୍ ଅଛି ।
(ଘ) ଏହା ଠିକ୍ ଅଛି ।

Question 3.
କାରଣ ଦର୍ଶାଅ ।
(କ) ଗୋଟିଏ ବିଦ୍ୟୁତ୍ ପରିପଥରେ ବଲ୍‌ବ ଓ ତାରର ଯୋଡ଼େଇ ସ୍ଥାନଗୁଡ଼ିକ ଠିକ୍ ଅଛି । ସୁଇଚ୍ ମଧ୍ଯ ମୁଦିତ ଅଛି । ମାତ୍ର ବଲ୍‌ବ ଆଲୋକ ଦେଉ ନାହିଁ ।
(ଖ) ବିଦ୍ୟୁତ୍ ପରିବାହୀ ତାର ଉପରେ ପ୍ଲାଷ୍ଟିକ୍‌ର ଆବରଣ ଦିଆଯାଇଥାଏ ।
ଉ –
(କ)

  • ଗୋଟିଏ ବିଦ୍ୟୁତ୍ ପରିପଥରେ ବଲ୍‌ବ ଓ ତାରର ଯୋଡ଼େଇ ସ୍ଥାନଗୁଡ଼ିକ ଠିକ୍ ଅଛି । ସୁଇଚ୍ ମଧ୍ଯ
  • ଯଦି ସୁଇଚ୍ କଳଙ୍କି ବିହୀନ ଓ ସଫା ନ ଥୁବ ତେବେ ବିଦ୍ୟୁତ୍ ପରିପଥରେ ସୁଇଚ୍ ମୁଦିତ ହେଲେ ମଧ୍ୟ ବଲ୍‌ବ ଆଲୋକ ଦେବ ନାହିଁ ।

(ଖ)

  • ଯୋଡ଼ିକିଆ ତାର ଦେଇ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ । ଗୋଟିକରେ ଯୁକ୍ତାତ୍ମକ ଓ ଅନ୍ୟଟିରେ ବିଯୁକ୍ତାତ୍ମକ ଚାର୍ଜ ପ୍ରବାହିତ ହୋଇଥାଏ । ଏ ଦୁଇଟି ପରସ୍ପର ଯୋଡ଼ି ହୋଇଗଲେ ବିଦ୍ୟୁତ୍ ଦୁର୍ଘଟଣା ଘଟିବ ।
  • ବିଦ୍ୟୁତ୍ ତାର ଉନ୍ମୁକ୍ତ ରହିଲେ ଆମ ଶରୀର ସଂସ୍ପର୍ଶରେ ଆସି ଆମକୁ ବିଦ୍ୟୁତ୍ ଧକ୍କା ଲାଗି ମୃତ୍ୟୁ ହେବାର ସମ୍ଭାବନା ଥାଏ ।
  • ପ୍ଲାଷ୍ଟିକ୍ ବିଦ୍ୟୁତର କୁପରିବାହୀ । ତେଣୁ ବିଦ୍ୟୁତ୍ ତାର ଉପରେ ପ୍ଲାଷ୍ଟିକ୍‌ର ଆବରଣ ଦିଆଯାଇଥାଏ ।

BSE Odisha 6th Class Science Solutions Chapter 12 ବିଦ୍ୟୁତ୍

Question 4.
ଗୋଟିଏ ସେଲ୍‌ର ବିଦ୍ୟୁତଗ୍ର ଦୁଇଟିକୁ ଖଣ୍ଡିଏ ତମ୍ବା ତାରରେ ସଂଯୋଗ କରିଦେଲେ କ’ଣ ହେବ ବୁଝାଅ ।
ଉ –
ଗୋଟିଏ ସେଲ୍‌ର ବିଦ୍ୟୁତଗ୍ର ଦୁଇଟିକୁ ଖଣ୍ଡିଏ ତମ୍ବା ତାରରେ ସଂଯୋଗ କରିଦେଲେ ସେଲ୍‌ର ରାସାୟନିକ ପଦାର୍ଥ ଚଞ୍ଚଳ ସରିଯିବ ଓ ସେଲ୍‌ ଅକାମୀ ହୋଇଯିବ ।

ବିଦ୍ୟୁତ୍ Notes :

→ ଉପକ୍ରମ :
(i) ଘରେ ବିଜୁଳିବତୀ, ପଙ୍ଖା, ରେଡ଼ିଓ, ଟେଲିଭିଜନ, କମ୍ପ୍ୟୁଟର, ଇସ୍ତ୍ରୀ ପ୍ରଭୃତି ଉପକରଣ ଚଳାଇବା ପାଇଁ ବିଦ୍ୟୁତ୍ ଆବଶ୍ୟକ ହୁଏ ।
(ii) ଟର୍ଚ୍ଚ ଲାଇଟ୍‌ରେ ଗୋଟିଏ ବା ଏକାଧ୍ଵକ ସେଲ୍ ବିଦ୍ୟୁତଶକ୍ତିର ଉତ୍ସରୂପେ କାର୍ଯ୍ୟ କରେ ।
ଏକାଧ୍ଵକ ସେଲ୍‌ର ସମାହାରକୁ ବ୍ୟାଟେରୀ କୁହାଯାଏ ।
BSE Odisha 6th Class Science Solutions Chapter 12 ବିଦ୍ୟୁତ୍ - 1

→ ସେଲ୍ (Cell) :

  • ସେଲ୍ ବିଦ୍ୟୁତ୍‌ର ଉତ୍ସରୂପେ କାର୍ଯ୍ୟ କରେ । ଏହାର ଗୋଟିଏ ଯୁକ୍ତ ବିଦ୍ୟୁତଗ୍ର ଓ ଗୋଟିଏ ବିଯୁକ୍ତ ବିଦ୍ୟୁତଗ୍ର ଥାଏ ।
  • ସେଲ୍ ଭିତରେ କିଛି ରାସାୟନିକ ପଦାର୍ଥ ରଖାଯାଇଥାଏ । ଯେତେବେଳେ ସେଲ୍‌ରୁ ବିଦ୍ୟୁତ୍ ପ୍ରବାହ ଆବଶ୍ୟକ ହୁଏ ସେତେବେଳେ ଏହି ରାସାୟନିକ ପଦାର୍ଥ ଅନ୍ୟ ରୁପକୁ ପରିବର୍ତ୍ତନ ହୁଏ ।
    • ସେଲ୍‌ରେ ରାସାୟନିକ ଶକ୍ତି ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତରିତ ହୁଏ ।
  • ଯେଉଁ ସେଲ୍‌ରେ ରାସାୟନିକ ପଦାର୍ଥଟି ପ୍ରାୟ ଶୁଖୁଲା ଅବସ୍ଥାରେ ରହେ, ତାହାକୁ ଶୁଷ୍କ ସେଲ୍ (Dry Cell) କୁହାଯାଏ ।
  • ଟର୍ଚ୍ଚଲାଇଟ୍‌, ଘଣ୍ଟା, କାଲ୍‌କୁଲେଟର, ସେଲଫୋନ୍, କମ୍ପ୍ୟୁଟର ପ୍ରଭୃତି ଉପକରଣରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ।
  • ମୋଟର ଗାଡ଼ି, ସ୍କୁଟର, ମୋଟର ସାଇକେଲ୍ ଆଦି ଯାନରେ ଭିନ୍ନ ପ୍ରକାର ବ୍ୟାଟେରୀ ରହିଥାଏ । ଏଥିରେ ରାସାୟନିକ ପଦାର୍ଥଟି ତରଳ ବା ଜଳୀୟ ଅବସ୍ଥାରେ ଥାଏ ।

BSE Odisha 6th Class Science Solutions Chapter 12 ବିଦ୍ୟୁତ୍

→ ବିଦ୍ୟୁତ୍ ପରିପଥ (Electrical Circuit) :

  • ବିଦ୍ୟୁତ୍ ତାର ମାଧ୍ୟମରେ ସେଲ୍ ଓ ବଲ୍‌ବର ସଂଯୁକ୍ତ ବ୍ୟବସ୍ଥାକୁ ମୁଦିତ ବିଦ୍ୟୁତ୍ ପରିପଥ କୁହାଯାଏ ।
  • ମୁଦିତ ବା ସମ୍ପୂର୍ଣ୍ଣ ପରିପଥରେ ବିଦ୍ୟୁତ୍ ପ୍ରବାହ ହୋଇପାରେ । ପରିପଥଟି ମୁକ୍ତ ଥିଲେ ବା ସେଥୁରେ କେଉଁଠି ଫାଙ୍କା ରହିଗଲେ ବିଦ୍ୟୁତ୍ ପ୍ରବାହ ହୋଇପାରେ ନାହିଁ ।
  • ପରିପଥରେ ବିଦ୍ୟୁତ୍ ପ୍ରବାହ ପାଇଁ ପରିପଥଟି ମୁଦିତ ହେବା ଆବଶ୍ୟକ ।
  • ବିଦ୍ୟୁତ୍ ପରିପଥକୁ ମୁଦିତ ଓ ମୁକ୍ତ କରିବାପାଇଁ ଉପକରଣ ଗୁଡ଼ିକରେ ଗୋଟିଏ ଯାନ୍ତ୍ରିକ ବ୍ୟବସ୍ଥା କରାଯାଏ । ଏହାକୁ ସାଧାରଣତଃ ସୁଇଚ୍ କୁହାଯାଏ ।

ତୁମପାଇଁ କାମ – ୧

  • ୧୦ ରୁ ୧୨ ସେ.ମି. ଲମ୍ବର ଚାରିଖଣ୍ଡ ସରୁ ପ୍ଲାଷ୍ଟିକ୍ ଆବରଣ ଯୁକ୍ତ ବିଦ୍ୟୁତ୍ ତାର ନିଅ । ତାରଗୁଡ଼ିକର ଦୁଇ ମୁଣ୍ଡରୁ ୧-୧.୫ ସେ.ମି. ପର୍ଯ୍ୟନ୍ତ ଆବରଣ ଛଡ଼ାଇ ବ୍ୟାଟେରୀ ଦିଅ ।
    BSE Odisha 6th Class Science Solutions Chapter 12 ବିଦ୍ୟୁତ୍ - 2
  • ବର୍ତ୍ତମାନ ଦୁଇଖଣ୍ଡ ତାରର ଦୁଇ ମୁଣ୍ଡକୁ ସେଲ୍‌ର ଧାତବ ଟୋପି ଓ ଧାତବ ପାତ୍ରର ତଳ ଭାଗ ସହ ଅଠାଳିଆ କାଗଜ ବା ସେଲୋଟେପ୍ ଦ୍ଵାରା ଯୋଡ଼ିଦିଅ । ଏ ଦୁଇଟି ତାରର ଶେଷାଶକୁ ଯଥାକ୍ରମେ ୧ ଓ ୨ କୁହାଯାଉ ।
  • ସେଇଭଳି ଅନ୍ୟ ଦୁଇଟି ତାରର ଦୁଇ ମୁଣ୍ଡକୁ ବଲ୍‌ବର ଧାତବ ଆଧାର ଓ ତା ତଳେ ଥିବା ଛୋଟ ଧାତୁ ଖଣ୍ଡସହ ଯୋଡ଼ି ଦିଅ । ଏ ଦୁଇଟି ତାରର ଶେଷାଶକୁ ଯଥାକ୍ରମେ ୩ ଓ ୪ କୁହାଯାଉ ।

ତୁମପାଇଁ କାମ – ୨

  • ବର୍ତ୍ତମାନ ବଲ୍‌ବଟିକୁ ସେଲ୍‌ ନିକଟକୁ ନେଇ ଶେଷଶ ୩ କୁ ୧ ସହ ଓ ୪ କୁ ୨ ସହ ଲଗାଇ ରଖ । ସେଲ୍ ଓ ବଲ୍‌ବର ଏହି ସଂଯୁକ୍ତ ବ୍ୟବସ୍ଥାକୁ ମୁଦିତ ବିଦ୍ୟୁତ୍ ପରିପଥ (Closed electric circuit) କୁହାଯାଏ । ଏ କ୍ଷେତ୍ରରେ ସେଲ୍‌ର ଯୁକ୍ତ ବିଦ୍ୟୁତ୍‌ଅଗ୍ରରୁ ବିଦ୍ୟୁତ୍ ପ୍ରବାହ ବାହାରି ତାର ମଧ୍ୟ ଦେଇ ଆସି ଶେଷାଗ୍ର ୧ ଓ ୩ ଦେଇ ବଲ୍‌ବରେ ପ୍ରବେଶ କରେ ଏବଂ ବଲ୍‌ବରୁ ଶେଷାଗ୍ର ୪ ଓ ୨ ମାଧ୍ୟମରେ ସେଲ୍‌ର ବିଯୁକ୍ତ ବିଦ୍ୟୁତ୍ଵଗ୍ରରେ ପ୍ରବେଶ କରେ ।
  • ଏହି ଉପାୟରେ ବିଦ୍ୟୁତ୍‌ ପ୍ରବାହ ପଥ ବା ପରିପଥ ସମ୍ପୂର୍ଣ୍ଣ ବା ମୁଦିତ ହୁଏ ଏବଂ ବଲ୍‌ବ ଆଲୋକ ପ୍ରଦାନ କରେ ।
  • ବର୍ତ୍ତମାନ ୩ ଓ ୧ କୁ ଯୋଡ଼ି ରଖ୍ ୪ ଓ ୨ କୁ ଅଲଗା କରିଦେଲେ ବଲ୍‌ବରୁ ଆଲୋକ ବାହାରିବା ବନ୍ଦ ହୋଇଯିବ । ୪ ଓ ୨ ମଝିରେ ଫାଙ୍କ ହୋଇ ଯିବାରୁ ବିଦ୍ୟୁତ୍ ପରିପଥଟି ଅସମ୍ପୂର୍ଣ୍ଣ ବା ମୁକ୍ତ (Open) ହୋଇଗଲା ଏବଂ ସେଲ୍‌ରୁ ବିଦ୍ୟୁତ୍ ପ୍ରବାହ ବନ୍ଦ ହୋଇଗଲା ।
  • ବର୍ତ୍ତମାନ ୪ ଓ ୨ କୁ ସଂଯୁକ୍ତ କରି ୩ ଓ ୧ କୁ ବିଚ୍ଛିନ୍ନ କରିଦିଅ । ପରିପଥ ମୁକ୍ତ ହୋଇଗଲା କି ନାହିଁ ? ଏବେ ୩ କୁ ୨ ସହ ଓ ୪ କୁ ୧ ସହ ସଂଯୁକ୍ତ କର । ବଲ୍‌ବ ଆଲୋକ ଦେଲା କି ନାହିଁ ?

ଏହି ପରୀକ୍ଷାରୁ ତୁମେ ଜାଣିଲ ଯେ :

  • ମୁଦିତ ବା ସମ୍ପୂର୍ଣ୍ଣ ପରିପଥରେ ବିଦ୍ୟୁତ୍ ପ୍ରବାହ ହୋଇପାରେ । ପରିପଥଟି ମୁକ୍ତ ଥିଲେ ବା ସେଥ‌ିରେ କେଉଁଠି ଫାଙ୍କା ରହିଗଲେ ବିଦ୍ୟୁତ୍ ପ୍ରବାହ ହୋଇପାରେ ନାହିଁ ।
  • ତେଣୁ ପରିପଥରେ ବିଦ୍ୟୁତ୍ ପ୍ରବାହ ବନ୍ଦ କରିବାକୁ ହେଲେ ପରିପଥକୁ ମୁକ୍ତ କରିଦେବା ଆବଶ୍ୟକ ।
  • ତୁମେ ଜାଣିଥୁବା ବ୍ୟାଟେରୀ ଚାଳିତ ବିଭିନ୍ନ ଉପକରଣର ତାଲିକାଟିଏ କର ।
    ଉ –
    ବ୍ୟାଟେରୀ ଚାଳିତ ଉପକରଣଗୁଡ଼ିକ ହେଲା – ଟର୍ଚ୍ଚଲାଇଟ୍‌, ବିଭିନ୍ନ ଖେଳଣା ଓ କଣ୍ଢେଇ, ଘଣ୍ଟା, କାଲ୍‌କୁଲେଟର, ସେଲଫୋନ୍, କମ୍ପ୍ୟୁଟର, ସ୍କୁଟର, ମୋଟର ସାଇକେଲ, ମୋଟର ଗାଡ଼ି, ଏମରଜେନ୍ସି ଲାଇଟ୍ ।

→ବିଦ୍ୟୁତ୍ ସୁଇଚ୍ (Electric Switch) :

  • କରି ପରିପଥକୁ ମୁକ୍ତ କରୁଥୁଲ । ଏହି କାମକୁ ଗୋଟିଏ ସରଳ ସୁଇଚ ସାହାଯ୍ୟରେ କରିହେବ ।

ତୁମପାଇଁ କାମ – ୩
BSE Odisha 6th Class Science Solutions Chapter 12 ବିଦ୍ୟୁତ୍ - 3

  • ଗୋଟିଏ ପରିଷ୍କାର ଓ କଳଙ୍କିମୁକ୍ତ ଧାତବ ସେଫ୍‌ଟିପିନ୍ ଓ ଦୁଇଟି ଚଉଡ଼ା ମୁଣିଥିବା ଧାତବ ଡ୍ରଇଁ ପିନ୍ ନିଅ । ଖଣ୍ଡେ ଥର୍ମୋକୋଲ୍ ପଟି ବା ମୋଟା କାର୍ଡ଼ବୋର୍ଡ଼ ପଟିରେ ସେଫ୍‌ପିକୁ ଶୁଆଇ ଦିଅ ।
  • ତା’ର ତଳପାଖର ଗୋଲେଇ ମଝିରେ ଗୋଟିଏ ଡ୍ରଇଁ ପିକୁ ଚାପିଦିଅ ଯେପରିକି ପିନ୍ ଚାରିପାଖରେ ସେଫ୍‌ପିନ୍‌ ମୁକ୍ତ ଭାବେ ବୁଲିପାରିବ । ଅଳ୍ପ ଦୂରତାରେ ପଟି ଉପରେ ଅନ୍ୟ ଡ୍ରଇଁପିକୁ ଚାପିଦିଅ ଯେପରିକି ଦୁଇ ପିନ୍ ଭିତର ଦୂରତା ସେଫ୍‌ଟିପିନ୍‌ର ଦୈର୍ଘ୍ୟଠାରୁ କମ୍ ହେବ ଓ ସେଫ୍‌ଟିପିକୁ ବୁଲାଇଦେଲେ ତା’ର ଉପରମୁଣ୍ଡ ଦ୍ବିତୀୟ ପିକୁ ଛୁଉଁଥବ ।
  • ଦୁଇଟି ବିଦ୍ୟୁତ୍ ତାର ନେଇ ସେମାନଙ୍କ ଦୁଇ ଅଗ୍ରକୁ ଆବରଣମୁକ୍ତ କର । ଗୋଟିଏ ତାରର ଗୋଟିଏ ଅଗ୍ରକୁ ସେଫ୍‌ଟିପିନ୍‌ର ତଳ ଗୋଲେଇ ସହ ଭଲ କରି ଯୋଡ଼ିଦିଅ । ଅନ୍ୟ ତାରର ଗୋଟିଏ ଅଗ୍ରକୁ ଦ୍ବିତୀୟ ପିନ୍ଦେହରେ ଟାଣି କରି ଗୁଡ଼ାଇ ଦିଅ । ତାର ଦୁଇଟିର ବାକି ଦୁଇଟି ଅଗ୍ରକୁ ୫ ଓ ୬ ବୋଲି କୁହାଯାଉ । ଏବେ ପ୍ରସ୍ତୁତ ହୋଇଗଲା ଗୋଟିଏ ସରଳ ସୁଇଚ୍ ।

→ ବିଦ୍ୟୁତ୍ ସୁପରିବାହୀ ଓ କୁପରିବାହୀ (Euctrical conductors and non-conductors) :

  • ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ, ତାହାକୁ ବିଦ୍ୟୁତ୍ ସୁପରିବାହୀ କୁହାଯାଏ । ସମସ୍ତ ଧାତୁ; ଯଥା – ସୁନା, ରୁପା, ତମ୍ବା, ଟିଣ, ଦସ୍ତା, ଲୁହା ଇତ୍ୟାଦି ସୁପରିବାହୀ ଅଟନ୍ତି ।
  • ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ନାହିଁ, ତାହାକୁ ବିଦ୍ୟୁତ୍ କୁପରିବାହୀ କୁହାଯାଏ । କାଚ, ପ୍ଲାଷ୍ଟିକ୍, ରବର ଇତ୍ୟାଦି କୁପରିବାହୀ ଅଟନ୍ତି ।
  • ସୁରକ୍ଷା ପାଇଁ ବୈଦ୍ୟୁତିକ ଉପକରଣର ସୁପରିବାହୀ ଅଂଶକୁ କୁପରିବାହୀ ପଦାର୍ଥ ଦ୍ଵାରା ଆବୃତ କରାଯାଇଥାଏ ।

→ ସତର୍କ ସୂଚନା :
ଆମ ଶରୀର ବିଦ୍ୟୁତ୍ ସୁପରିବାହୀ । ତେଣୁ ଖାଲି|ଓଦା ହାତରେ କେବେ ହେଲେ କୌଣସି ବୈଦ୍ୟୁତିକ ଉପକରଣର ଧାତବ ଅଂଶକୁ ଛୁଇଁବ ନାହିଁ । ଘରେ ବା ବିଦ୍ୟାଳୟରେ ଖୋଲା ପ୍ଲଗ୍ ପଏଣ୍ଟ୍ ବା ସକେଟ୍ ଥିଲେ ତା’ ଭିତରେ ଆଙ୍ଗୁଠି ବା ଅନ୍ୟ କିଛି ଗେଞ୍ଜିବ ନାହିଁ । ସେମିତି ହେଲେ ମାରାତ୍ମକ ସକ୍ ଲାଗିପାରେ । ଏ ବିଷୟରେ ଛୋଟ ଭାଇ ଭଉଣୀମାନଙ୍କୁ ସତର୍କ କରାଇବ ।

ତୁମପାଇଁ କାମ – ୫

ବିଦ୍ୟୁତ୍ ସୁପରିବାହୀ ଓ କୁପରିବାହୀର ପରୀକ୍ଷଣ ପ୍ରଶ୍ନସହ ଉତ୍ତର
BSE Odisha 6th Class Science Solutions Chapter 12 ବିଦ୍ୟୁତ୍ - 4

Leave a Comment