Odisha State Board BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ Textbook Exercise Questions and Answers.
BSE Odisha Class 6 Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ
Question 1.
ଧାନ ଓ କଦଳୀପତ୍ର ବ୍ୟତୀତ ଅନ୍ୟ ଯେଉଁ ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ରହିଛି ସେଥୁରୁ ଦୁଇଟିର ଚିତ୍ର ଅଙ୍କନ କର ।
ଉ –
ପିଆଜ, ରସୁଣ, ରଜନୀଗନ୍ଧା, ଅଦା, ହଳଦୀ, ଗହମ, ବାର୍ଲି ବାଉଁଶ ମକା ଆଦି ଗଛର ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ ।
Question 2.
ମୂଳର ଗଠନ ଓ କାର୍ଯ୍ୟଗୁଡ଼ିକ ଚିତ୍ର ସହ ବର୍ଣ୍ଣନା କର ।
ଉ –
ମୂଳର ଗଠନ :
- କେତେକ ଉଭିଦର ପ୍ରଧାନମୂଳ ଥାଏ । ପ୍ରଧାନମୂଳରୁ ଶାଖାମୂଳ ଓ ସେଥୁରୁ ପ୍ରଶାଖା ମୂଳ ବାହାରି ମାଟିଭିତରେ ବଢ଼ିଥାଏ ଓ ଏହା ମାଟିର ବହୁତଳକୁ ଯାଇ ମାଟିକୁ ଜାବୁଡ଼ିଧରେ ।
- ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ମୂଳତ୍ରାଣ ଟୋପି ପରି ରହିଥାଏ । ଏହା ମୂଳକୁ ମାଟି ସହ ଘଷି ହୋଇ କ୍ଷୟ ହେବାରୁ ରକ୍ଷାକରେ ।
- ମୂଳତ୍ରାଣ ପଛକୁ କୋଷ ବିଭାଜନ ଓ ତା’ପରେ ଥିବା ବର୍ଷନଶୀଳ ଅଂଶ ମୂଳକୁ ବୃଦ୍ଧିରେ ସାହାଯ୍ୟ କରେ ।
- ବର୍ଦ୍ଦନଶୀଳ ଅଂଶର ପଛରେ ଥିବା ମୂଳରୁ ଗୁଡ଼ିଏ ମୂଳଲୋମ ବାହାରିଥାଏ । ଏହି ମୂଳଲୋମ ହିଁ ଜଳ ଶୋଷଣ କରିବାରେ ସାହାଯ୍ୟ କରେ ।
- ପ୍ରତ୍ୟେକ ଶାଖା ଓ ପ୍ରଶାଖା ମୂଳରେ ମଧ୍ଯ କୋଷ ବିଭାଜନ ଅଂଶ, ବର୍ଦ୍ଦନଶୀଳ ଅଂଶ, ମୂଳଲୋମ ଅଂଶ ରହିଥାଏ ।
ମୂଳର କାର୍ଯ୍ୟ :
- ମୂଳ ଉଦ୍ଭଦକୁ ମାଟିସହ ଜାବୁଡ଼ି ଧରିରଖୁଥାଏ, ଫଳରେ ଗଛଟି ମାଟି ଉପରେ ଦୃଢ଼ ଭାବରେ ଠିଆହୋଇରହେ ।
- ଗଛର ମୂଳ ମାଟିରେ ଥିବା ଜଳ ଓ ଖଣିଜ ଲବଣକୁ ଶୋଷଣ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
- ରୂପାନ୍ତରିତ ମୂଳଗୁଡ଼ିକ ଖାଦ୍ୟ ସଞ୍ଚୟ କରି ରଖୁ ସହ କାଣ୍ଡକୁ ଆଶ୍ରା ମଧ୍ୟ ଦେଇଥାଏ ।
Question 3.
କାଣ୍ଡ କେତେ ପ୍ରକାରର ଏବଂ ଏହା ଉଦ୍ଭଦର କେଉଁ କେଉଁ କାର୍ଯ୍ୟ କରିଥାଏ, ବର୍ଣ୍ଣନା କର ।
ଉ –
କାଣ୍ଡ :
- (i) ଗଠନଦୃଷ୍ଟିରୁ କାଣ୍ଡଗୁଡ଼ିକ ଦୁଇପ୍ରକାରର ଅଟନ୍ତି, ଯଥା – ସବଳ କାଣ୍ଡ ଓ ଦୁର୍ବଳ କାଣ୍ଡ ।
- (ii) ଆମ୍ବ, ପଣସ, ପିଜୁଳି, ବାଉଁଶ, ବାଇଗଣ ଆଦି ସବଳ କାଣ୍ଡ ଏବଂ କଖାରୁ, ପୋଇ, କଲରା, ଲାଉ ଆଦି ଦୁର୍ବଳ କାଣ୍ଡ ।
କାଣ୍ଡର କାର୍ଯ୍ୟ :
- କାଣ୍ଡ ଉଭିଦର ବିଭିନ୍ନ ଅଂଶକୁ ଧରି ରଖିବା ସହ ସେଗୁଡ଼ିକୁ ସୂର୍ଯ୍ୟାଲୋକ ପାଇବାରେ ସାହାଯ୍ୟ କରିଥାଏ ।
- କାଣ୍ଡ ମୂଳ ସାହାଯ୍ୟରେ ଶୋଷିତ ଜଳ ଓ ଖଣିଜ ଲବଣକୁ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
- କାଣ୍ଡ ମଧ୍ଯ ପତ୍ରଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
- ମାଟିତଳେ ଥବା ପିଆଜ, ଆଳୁ, ଓଲୁଅ ଆଦି ରୂପାନ୍ତରିତ କାଣ୍ଡ ଖାଦ୍ୟ ସଞ୍ଚୟ କରି ରଖା’ନ୍ତି ।
Question 4.
ଦୁଇଟି ମୌଳିକ ଓ ଦୁଇଟି ଯୌଗିକ ପତ୍ରର ନାମ ଲେଖ ।
ଉ –
- ଆମ୍ବ, ପଣସର ପତ୍ର ମୌଳିକ ପତ୍ର ।
- ନିମ୍ବ, ଶିମ୍ବର ପତ୍ର ଯୌଗିକ ପତ୍ର ।
Question 5.
ଯେଉଁ ଗଛର ମୂଳ ଗୁଚ୍ଛମୂଳ ହୋଇଥାଏ, ତାହାର ଶିରାବିନ୍ୟାସ କିପରି ହେବାର ସମ୍ଭାବନା ଥାଏ । ପର୍ଯ୍ୟବେକ୍ଷଣ କରି ଲେଖ ।
ଉ –
- ଯେଉଁ ଗଛର ମୂଳ ଗୁଚ୍ଛମୂଳ ହୋଇଥାଏ, ତାହାର ସମାନ୍ତରାଳ ଶିରାବିନ୍ୟାସ ହେବାର ସମ୍ଭାବନା ଥାଏ ।
- ଉଦାହରଣ – ଧାନ, କଦଳୀ ଇତ୍ୟାଦି ।
Notes :
→ ଉପକ୍ରମ :
ଜୀବ ବଞ୍ଚିବାପାଇଁ ଖାଦ୍ୟ, ଜଳ, ବାୟୁ ଇତ୍ୟାଦି ଅନେକ ପଦାର୍ଥ ଆବଶ୍ୟକ କରିଥାଏ । ଖାଦ୍ୟ ପ୍ରସ୍ତୁତି, ଜଳଶୋଷଣ ଶ୍ଵାସକ୍ରିୟା ରେଚନ ଓ ପ୍ରଜନନ ଆଦି କାର୍ଯ୍ୟ ଜୀବ ଶରୀରରେ ହୋଇଥାଏ । ଏହିସବୁ କାର୍ଯ୍ୟ ନିମନ୍ତେ ଜୀବ ଦେହରେ ବିଭିନ୍ନ ଅଂଶ ରହିଛି । ଏହି ଅଂଶଗୁଡ଼ିକଦ୍ୱାରା ଜୀବ କେତେକ କାର୍ଯ୍ୟ କରିଥାଏ । ସମସ୍ତ ଅଂଶ କାର୍ଯ୍ୟଦ୍ଵାରା ହିଁ ଶରୀର ବଞ୍ଚିରହେ ।
→ ଉଭିଦର ବିଭିନ୍ନ ଅଂଶ :
ତୁମ ପାଇଁ କାମ – ୧
ଏକ ବଣ ଚାକୁଣ୍ଡା ଉପାଡ଼ି ଆଣ, ଉପାଡ଼ିଲାବେଳେ ତା’ର ମୂଳ ଯେପରି ଛିଡ଼ି ନ ଯାଏ ତାହା ଲକ୍ଷ୍ୟ ରହିବ । ଗଛଟିକୁ ଲକ୍ଷ୍ୟ କରି ତା’ର ବିଭିନ୍ନ ଅଂଶଗୁଡ଼ିକର ଗୋଟିଏ ଚିତ୍ର ଅଙ୍କନ କରି ଏହାର ବିଭିନ୍ନ ଅଂଶର ନାମ ଲେଖ ।
Question ୧।
ଗୋଟିଏ ଗଛର ଚିତ୍ର ଅଙ୍କନ କର ଓ ଏହାର ବିଭିନ୍ନ ଅଂଶର ନାମ ଲେଖ ।
ଉ –
ମୂଳ :
- ଉଭିଦର ଯେଉଁ ଅଂଶ ମୂଳରୁ ବାହାରି ମାଟି ଭିତରକୁ ଥାଏ ତାକୁ ମୂଳ କୁହାଯାଏ । ଏହା ଆଲୋକର ବିପରୀତ ଦିଗରେ (ମାଧ୍ୟାକର୍ଷଣ ଦିଗରେ) ମୃତ୍ତିକା ଆଡ଼କୁ ବଢ଼ିଥାଏ ।
- ପ୍ରଧାନ ମୂଳରୁ ଶାଖାମୂଳ ଓ ସେଥୁରୁ ପ୍ରଶାଖା ମୂଳ ବାହାରି ମାଟିର ଜଳ ସଂଗ୍ରହ କରି ଦୃଢ଼ ଭାବରେ ବଢ଼ିଥାଏ ।
ମୂଳର ବିଭିନ୍ନ ଅଂଶ :
- ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ଟୋପିପରି ରହି ମୂଳର ଅଗ୍ରଭାଗକୁ ମାଟି ସହ ଘଷିହୋଇ କ୍ଷୟ ହେବାରୁ ରକ୍ଷାକରେ । ଏହାକୁ ମୂଳତ୍ରାଣ କୁହାଯାଏ ।
- ମୂଳତ୍ରାଣ ପଛକୁ କୋଷ ବିଭାଜନ ଓ ତା’ପରେ ଥିବା ବର୍ଦ୍ଦନଶୀଳ ଅଂଶ ମୂଳକୁ ବୃଦ୍ଧିରେ ସାହାଯ୍ୟ କରେ ।
- ବର୍ଷନଶୀଳ ଅଂଶର ପଛରେ ଥିବା ମୂଳରୁ ଗୁଡ଼ିଏ ମୂଳଲୋମ ବାହାରିଥାଏ । ଏହି ମୂଳଲୋମ ହିଁ ଜଳ ଶୋଷଣ କରିବାରେ ସାହାଯ୍ୟ କରେ ।
- ଭିତରେ ବଢ଼ିଥାଏ । ପ୍ରତ୍ୟେକ ଶାଖା ଓ ପ୍ରଶାଖା ମୂଳରେ ମଧ୍ୟ କୋଷ ବିଭାଜନ ଅଂଶ, ବର୍ଦ୍ଦନଶୀଳ ଅଂଶ, ମୂଳ ଲୋମ ଅଂଶ ରହିଥାଏ ।
- ମୂଳର ଗଠନ ଓ କାର୍ଯ୍ୟ ଅନୁସାରେ ଏହାକୁ ପ୍ରଧାନ ମୂଳ, ଗୁଚ୍ଛମୂଳ ଓ ରୂପାନ୍ତରିତ ମୂଳ କୁହାଯାଏ ।
ତୁମ ପାଇଁ କାମ – ୨
- ବର ଓହଳ ବା କିଆ ଗଛର ଚେର ସଂଗ୍ରହ କରି ଆଣ । ବୋରଝାଞ୍ଜକୁ ସଂଗ୍ରହ କରି ତା’ର ମୂଳର ଚିତ୍ର ଅଙ୍କନ କର ।
- ବରଗଛର ଓହଳ ବାହାରି ମାଟି ଭିତରକୁ ଯାଇଥାଏ । ଏହା ବରଗଛକୁ ସଳଖ ଭାବରେ ରଖୁଏ । ଏହାକୁ ସ୍ତମ୍ଭମୂଳ କହନ୍ତ୍ର ।
- କିଆ ଗଛରୁ ବାହାରିଥିବା ମୂଳ କିଆ ଗଛକୁ ଠେସି ରଖେ । ଏହାକୁ ଠେସମୂଳ କୁହାଯାଏ ।
- ଏ ସମସ୍ତପ୍ରକାର ମୂଳକୁ ଆସ୍ଥାନିକ ରୂପାନ୍ତରିତମୂଳ କୁହାଯାଏ ।
- ମୂଳା, ଗାଜର, ସାଲଗମ୍, ବିଟ୍ ଓ କନ୍ଦମୂଳ କ୍ଷେତ୍ରରେ ପ୍ରଧାନ ମୂଳ ରୂପାନ୍ତରିତ ହୋଇ ଭଣ୍ଡାର ମୂଳ ହୋଇଥାଏ ।
େସମୂଳ, ସ୍ତମ୍ଭମୂଳ, ଭଣ୍ଡାରମୂଳ ଆଦି ମୂଳକୁ ଆସ୍ଥାନିକ ରୂପାନ୍ତରିତ ମୂଳ କୁହାଯାଏ ।
→ ମୂଳର କାର୍ଯ୍ୟ :
(i) ମୂଳ ଉଦ୍ଭିଦକୁ ମାଟିସହ ଜାବୁଡିଧରିବାସହ ମାଟିରୁ ଓ ଖଣିଜ ଲବଣ ଶୋଷଣ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
(ii) ରୂପାନ୍ତରିତ ମୂଳଗୁଡ଼ିକ ଖାଦ୍ୟ ସଞ୍ଚୟ କରି ରଖୁବାସହ କାଣ୍ଡକୁ ଆଶ୍ରା ମଧ୍ୟ ଦେଇଥାଏ ।
Question ୨।
ପ୍ରଧାନମୂଳ, ଗୁଚ୍ଛମୂଳ ଓ ରୂପାନ୍ତରିତ ମୂଳକୁ ଭିଭିକରି କେତେକ ଗଛର ନାମ ଲେଖ ।
ଉ –
Question ୩ ।
କେଉଁ ମୂଳ ଖାଦ୍ୟ ସଞ୍ଚୟ କରିଥାଏ ତାହାର ଦୁଇଟି ଉଦାହରଣ ସହ ଲେଖ ।
ଉ –
(i) ରୂପାନ୍ତରିତ ମୂଳ ଖାଦ୍ୟ ସଞ୍ଚୟ କରିଥାଏ ।
(ii) ମୂଳା, ଗାଜର ଆଦି ରୂପାନ୍ତରିତ ମୂଳ ।
ତୁମ ପାଇଁ କାମ – ୩
- କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରିଥାଏ ତାହାକୁ ଗଣ୍ଠି କହନ୍ତି ।
- ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ କହନ୍ତି ।
- ଗଣ୍ଠିର ଯେଉଁଠାରୁ ପତ୍ର ବାହାରିଥାଏ ସେହିଠାରେ କାଣ୍ଡ ଓ ପତ୍ରର ମଧ୍ୟବର୍ତ୍ତୀ ସ୍ଥାନକୁ କକ୍ଷ କହନ୍ତି । ଏହି କକ୍ଷରେ କଢ଼ି ବା କଳିକା ଥାଏ । ଏହା କକ୍ଷ କଳିକା ଅଟେ । ଏହି କକ୍ଷ କଳିକାଗୁଡ଼ିକ ଶାଖା, କାଣ୍ଡ ଓ ଫୁଲରେ ପରିଣତ ହୁଅନ୍ତି ।
Question ୪ ।
ବାଉଁଶ, ବିଶଲ୍ୟକରଣୀ, ଚାକୁଣ୍ଡା ଓ ଆଖୁ ଗଛର ଚିତ୍ର ଖାତାରେ ଅଙ୍କନ କରି ତାହାର ପବ, କକ୍ଷ, ଚିହ୍ନାଅ ।
ଉ –
ତୁମ ପାଇଁ କାମ – ୪
- ଗୋଟିଏ କଖାରୁଗଛ ଓ ପିଜୁଳିଗଛର କାଣ୍ଡକୁ ଭଲ ଭାବରେ ଲକ୍ଷ୍ୟ କର ।
- କଖାରୁ କାଣ୍ଡଟି ଅନ୍ୟର ଆଶ୍ରାରେ ବଢ଼ିଲାବେଳେ ପିଜୁଳି କାଣ୍ଡଟି ସିଧାହୋଇ ବିନା ଆଶ୍ରାରେ ବଢ଼ିପାରୁଛି । ଗଠନରେ ଦୃଷ୍ଟିରୁ କାଣ୍ଡଗୁଡ଼ିକ ଦୁଇ ପ୍ରକାରର ଅଟନ୍ତି; ଯଥା – ସବଳ କାଣ୍ଡ, ଦୁର୍ବଳ କାଣ୍ଡ ।
- ସବଳ କାଣ୍ଡ – ଆମ୍ବ, ପଣସ, ପିଜୁଳି, ବାଉଁଶ, ବାଇଗଣ ଇତ୍ୟାଦି ।
- ଦୁର୍ବଳ କାଣ୍ଡ – କଖାରୁ, ପୋଇ, କଲରା ଇତ୍ୟାଦି ।
Question ୫ ।
କଖାରୁ ଗଛ ଓ ପିଜୁଳି ଗଛ ମଧ୍ଯରେ ଯେଉଁ ପାର୍ଥକ୍ୟ ଦେଖୁଛ ଲେଖ ।
ଉ –
→ ଉଭିଦର କାଣ୍ଡ :
- ଗୋଟିଏ ଉଭିଦର ଯେଉଁ ଅଂଶ ତା’ର ଭ୍ରୂଣ କାଣ୍ଡରୁ ବାହାରି ମାଟି ଉପରେ ବଢ଼ିଥାଏ, ତାହାକୁ କାଣ୍ଡ କୁହାଯାଏ ।
- କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରିଥାଏ, ତାହାକୁ ଗଣ୍ଠି କହନ୍ତି । ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ କହନ୍ତି ।
- ଗଣ୍ଠିର ଯେଉଁଠାରୁ ପତ୍ର ବାହାରିଥାଏ ସ୍ଥାନକୁ କକ୍ଷ କହନ୍ତି । ଏହି କକ୍ଷରେ କଢ଼ି ବା କଳିକା ଥାଏ । ଏହାକୁ କକ୍ଷ କଳିକା କୁହାଯାଏ । ଏହି କକ୍ଷ କଳିକାଗୁଡ଼ିକ ଶାଖା, କାଣ୍ଡ ଓ ଫୁଲରେ ପରିଣତ ହୁଅନ୍ତି ।
- ଗଠନଦୃଷ୍ଟିରୁ କାଣ୍ଡଗୁଡ଼ିକ ଦୁଇପ୍ରକାର; ଯଥା – ସବଳ କାଣ୍ଡ ଓ ଦୁର୍ବଳ କାଣ୍ଡ । ଆମ୍ବ, ପଣସ, ପିଜୁଳି ଆଦି ସବଳ କାଣ୍ଡ ଓ କଖାରୁ, ପୋଇ, କଲରା ଶିମ୍ବ ଆଦି ଦୁର୍ବଳ କାଣ୍ଡ ଅଟେ ।
ଅଦା, ଆଳୁ, ପିଆଜ, ଓଲୁଅ ଆଦି ରୂପାନ୍ତରିତ କାଣ୍ଡ । ସପ୍ତଫେଣୀ, ନାଗଫେଣୀ ମଧ୍ଯ ରୂପାନ୍ତରିତ କାଣ୍ଡ । କଖାରୁ, ଜହ୍ନି, କଲରା ଆଦି ଗଛର ଆକର୍ଷୀ ମଧ୍ୟ ଗୋଟିଏ ରୂପାନ୍ତରିତ କାଣ୍ଡ ।
→ କାଣ୍ଡର କାର୍ଯ୍ୟ :
- ଉଦ୍ଭିଦର ବାଣ୍ଡ ଉଦ୍ଭିଦର ବିଭିନ୍ନ ଅଂଶକୁ ଧରିରଖୁବା ସହ ସେଗୁଡ଼ିକୁ ସୂର୍ଯ୍ୟାଲୋକ
- ଖଣିଜ ଲବଣକୁ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
- କାଣ୍ଡ ମଧ୍ଯ ପତ୍ରଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
ଅଦା, ଆଳୁ, ଓଲୁଅ ଆଦି ରୂପାନ୍ତରିତ କାଣ୍ଡ ଖାଦ୍ୟ ସଞ୍ଚୟ କରି ରଖିଥାଆନ୍ତି ।
ତୁମ ପାଇଁ କାମ – ୫
ଗୋଟିଏ ମନ୍ଦାରପତ୍ର ତୋଳିଆଣି ତା’ର ଗୋଟିଏ ଚିତ୍ର ଅଙ୍କନ କର । ପତ୍ରର ଅଂଶଗୁଡ଼ିକୁ ଚିହ୍ନ ।
→ ଉଭିଦର ପତ୍ର :
- ଅଧିକାଂଶ ପତ୍ରରେ ଥିବା ଓସାରିଆ ଅଂଶକୁ ଫଳକ କୁହାଯାଏ । ବୃନ୍ତଦ୍ୱାରା ଏହା ଉଦ୍ଭଦସହ ଲାଗିରହିଥାଏ ।
- ବୁନ୍ତର ଉପସ୍ଥିତି ଅନୁ ଯାୟୀ ପତ୍ର ଦୁ ଇପ୍ର କାର ; ଯଥା – ସବୃନ୍ତକ ଓ ଅବୃନ୍ତକ । ଆମ୍ବ, ପଣସ ଗଛର ପତ୍ର ସବୃନ୍ତକ ଏବଂ ରଙ୍ଗଣୀ ଗଛର ପତ୍ର ଅବୃନ୍ତକ ଅଟେ ।
ତୁମ ପାଇଁ କାମ – ୬
- ପ୍ରତ୍ୟେକ ପତ୍ରକରେ ଛୋଟ ଛୋଟ ଡେମ୍ଫ ଥାଏ । ବେଳେବେଳେ ପତ୍ରକଟି ପତ୍ରଭଳି ଦେଖାଗଲେ ମଧ୍ୟ ଏହା ପତ୍ର ନୁହେଁ । ଏହା ଫଳକର ଗୋଟିଏ ଅଂଶ ମାତ୍ର । ଏହିଭଳି ପତ୍ରକ ଥିବା ପତ୍ରକୁ ଯୌଗିକ ପତ୍ର କୁହାଯାଏ । କିନ୍ତୁ ଆମ୍ବ, ପଣସ ଓ ଅମୃତଭଣ୍ଡା ଆଦିର ପତ୍ରକୁ ମୌଳିକ ପତ୍ର କୁହାଯାଏ ।
- ଆମ୍ବ, ପଣସ, ପିଜୁଳି ଇତ୍ୟାଦି ପତ୍ରର ଧାର ଦନ୍ତୁରିତ ନୁହେଁ । କିନ୍ତୁ ମନ୍ଦାର ପତ୍ରର ଧାର ଦନ୍ତୁରିତ । ଅମୃତଭଣ୍ଡା ପତ୍ରର ଧାର ବହୁ ପରିମାଣରେ ଦନ୍ତୁରିତ ।
- ଅଶ୍ଵତ୍ଥ ପତ୍ରର ଅଗ୍ର ଖୁବ୍ ଗୋଜିଆ ହେଲାବେଳେ ପଣସ ପତ୍ରର ଅଗ୍ର ଆଦୌ ଗୋଜିଆ ନୁହେଁ । ବହୁ ଜାତିର ପତ୍ରର ଅଗ୍ର ଅଳ୍ପବହୁତେ ଗୋଜିଆ ହୋଇଥାଏ; ମାତ୍ର କାଞ୍ଚନ ପତ୍ରର ଅଗ୍ରଟି ଦେଖିଲେ ମନେହୁଏ ଯେପରି ତାହା ଭିତରକୁ ପଶିଯାଇଛି ।
- ବିଭିନ୍ନ ଜାତିର ପତ୍ର ଫଳକ ମଝିରେ ଗୋଟିଏ ଗୋଟିଏ ମୋଟା ଶିରା ଥାଏ ଏବଂ ସେଥୁରୁ ଶାଖା ଓ ପ୍ରଶାଖା ଶିରାମାନ ବାହାରିଥାଏ । ଦୁଇଟି ଶାଖା ଶିରାରୁ ବାହାରିଥିବା ଦୁଇଟି ପ୍ରଶାଖା ଶିରା ପରସ୍ପର ସହିତ ଯୋଡ଼ିହୋଇ ଫଳକ ଦେହରେ କୁହାଯାଏ ।
(iii) ଶିମ୍ବ, ନିମ୍ବ, ସଜନା ଆଦି ପତ୍ରର ଫଳକଗୁଡ଼ିକ ଛୋଟ ଛୋଟ ଅଂଶରେ ବିଭକ୍ତ । ଏହି ଛୋଟ ଅଂଶଗୁଡ଼ିକୁ ପତ୍ରକ କହନ୍ତି । ପ୍ରତ୍ୟେକ ପତ୍ରକରେ ଛୋଟ ଛୋଟ ଡେମ୍ଫ ଥାଏ ।
(iv) ବେଳେବେଳେ ପତ୍ରକଟି ପତ୍ରଭଳି ଦେଖାଗଲେ ମଧ୍ୟ ଏହା ପତ୍ର ନୁହେଁ । ଏହା ଫଳକର ଗୋଟିଏ ଅଂଶ ମାତ୍ର । ଏହିଭଳି ପତ୍ରକ ଥିବା ପତ୍ରକୁ ଯୌଗିକ ପତ୍ର କୁହାଯାଏ । ଆମ୍ବ, ପଣସ ଓ ଅମୃତଭଣ୍ଡା ଆଦିର ପତ୍ରକୁ ମୌଳିକ ପତ୍ର କୁହାଯାଏ ।
→ ପତ୍ରର କାର୍ଯ୍ୟ :
- ପତ୍ର ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ସମସ୍ତ ଜୀବଜଗତକୁ ଖାଦ୍ୟ ପ୍ରଦାନ କରିଥାଏ ।
- ପତ୍ରରେ ଥିବା ଅସଂଖ୍ୟ ଛିଦ୍ରଦ୍ୱାରା ଉଭିଦ ବାୟୁମଣ୍ଡଳରୁ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ତ୍ୟାଗ କରି ଶ୍ବସନ କରିଥାଏ । ଏହି ଛିଦ୍ରଗୁଡ଼ିକ ଦ୍ଵାରା ଉଭିଦ ଶରୀରରୁ ଅତ୍ୟଧିକ ଜଳକୁ ଜଳୀୟବାଷ୍ପ ଆକାରରେ ବାହାରକୁ ଛାଡ଼ିଥାଏ । ଏହାକୁ ଉଚ୍ଛେଦନ କୁହାଯାଏ । ଏହି ପ୍ରକ୍ରିୟାଦ୍ଵାରା ଗଛପାଖ ଥଣ୍ଡା ଲାଗେ ।
ଫୁଲ :
- ଫୁଲଟି ଗୋଟିଏ ବୃନ୍ତଦ୍ୱାରା କାଣ୍ଡ ସହିତ ଲାଗିରହିଥାଏ । ଗୋଟିଏ ଫୁଲରେ ବୃନ୍ତ, ବୃତ୍ତି, ଦଳ ବା ପାଖୁଡ଼ା, ପୁଂକେଶର ଓ ଗର୍ଭକେଶର ପରି ଅଂଶମାନ ଥାଏ ।
- ଫୁଲଟି କଢ଼ ଅବସ୍ଥାରେ ବୃଦ୍ଧିଚକ୍ର (୧ମ ଚକ୍ର) ବାହାରକୁ ଦେଖାଯାଏ । କଢ଼ ବଡ଼ ହେଲେ ଦଳଚକ୍ର (୨ୟ ଚକ୍ର) ଦେଖାଯାଏ । ଫୁଲ ଫୁଟିଲେ ପୁଂକେଶର ଚକ୍ର (୩ୟ ଚକ୍ର) ଓ ଗର୍ଭକେଶର ଚକ୍ର (୪ର୍ଥ ଚକ୍ର) ଦେଖାଯାଏ ।
ପୁଂକେଶର ଚକ୍ର ଥାଏ । ଏଥିରେ ୧୦ଟି ଫୁକେଶର ଅଛି । ଫୁକେଶର ଚକ୍ର ଚାରିପାଖରେ ଦଳଚକ୍ର ଥାଏ । ଏଥିରେ ପ୍ରାୟ ୫ଟି ଦଳ ବା ପାଖୁଡ଼ା ଅଛି । ଦଳଚକ୍ରକୁ ବୃତ୍ତିଚକ୍ର ଘେରିରହିଥାଏ । ଏଥିରେ ୫ଟି ବୃତ୍ତି ଅଛି ।
ତୁମ ପାଇଁ କାମ ୭
→ ଫୁଲର କାର୍ଯ୍ୟ :
- ଫୁଲର ପ୍ରତ୍ୟେକ ପୁଂକେଶରରେ ଗୋଟିଏ ଦଣ୍ଡ ଓ ତା’ ଅଗରେ ପରାଗ ପେଟିକା ଥାଏ । ପରାଗ ପେଟିକାରେ ପରାଗ ରେଣୁ ଥାଏ ।
- ପ୍ରତି ଗର୍ଭକେଶର ଅଗ୍ରଭାଗରେ ଗର୍ଭଶୀର୍ଷ, ମଧ୍ୟଭାଗରେ ଗର୍ଭ ଦଣ୍ଡ ଓ ତଳ ଭାଗରେ ଗର୍ଭାଶୟ ଥାଏ ।
- ପାକଳ ପରାଗ ପରିପକ୍ବ ଗର୍ଭ ଶୀର୍ଷରେ ପଡ଼ିଲେ ପରାଗ ସଙ୍ଗମ ହୁଏ । ପରାଗ ସଙ୍ଗମର କିଛି ଦିନ ପରେ ଗର୍ଭାଶୟଟି ଫଳରେ ପରିଣତ ହୁଏ । ଗର୍ଭାଶୟ ମଧ୍ୟରେ ଗୋଟିଏ ବା ଗୁଡ଼ିଏ ଡିମ୍ବକୋଷ ରହିଥା’ନ୍ତି । ଫଳ ମଧ୍ୟରେ
- କଖାରୁ, କଲରା ଆଦି ଗଛରେ ଅଣ୍ଡିରା ଫୁଲରେ ଗର୍ଭ କେଶର ନଥାଏ ଏବଂ ମାଈ ଫୁଲରେ ଫୁକେଶର ନଥାଏ । ପୋଟଳ, କାଙ୍କଡ଼, ଅମୃତଭଣ୍ଡା, ତାଳ ଜାତିର ଅଣ୍ଡିରା ଗଛ ଓ ମାଈ ଗଛ ଦେଖାଯାଏ ।
ଫଳ :
(i) ଗର୍ଭାଶୟଟି ପରାଗ ସଙ୍ଗମ ପରେ ଫଳ ହୁଏ । ପ୍ରତ୍ୟେକ ଫଳରେ ଗୋଟିଏ ଆବରଣ ଓ ଏକ କିମ୍ବା ଏକାଧ୍ଵ ବୀଜ ଥାଏ ।
(ii) ବୀଜ ଫଳ ଭିତରେ ନିରାପଦରେ ଗଠିତ ହୁଏ, ବଢ଼େ ଓ ପାକଳ ହୁଏ । ବୀଜ ପୁଣି ଆଉ ଥରେ ନୂତନ ଗଛ ହେବାପାଇଁ ସାହାଯ୍ୟ କରି ବଂଶବିସ୍ତାର କରେ ।