Odisha State Board BSE Odisha 7th Class Geography Solutions Chapter 5 ବ୍ୟାବହାରିକ ଭୂଗୋଳ Textbook Exercise Questions and Answers.
BSE Odisha Class 7 Geography Solutions Chapter 5 ବ୍ୟାବହାରିକ ଭୂଗୋଳ
୧ । ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଲେଖ ।
Question କ.
ବ୍ୟାବହାରିକ ଭୂଗୋଳ କହିଲେ କ’ଣ ବୁଝାଏ ?
Answer:
- ଭୂଗୋଳଲବ୍ଧ ଜ୍ଞାନକୁ ମଣିଷର ଦୈନନ୍ଦିନ କାର୍ଯ୍ୟକଳାପରେ ପ୍ରୟୋଗ କରିବାର ପଦ୍ଧତିକୁ ବ୍ୟାବହାରିକ ଭୂଗୋଳ କୁହାଯାଏ ।
- ଭୂଗୋଳ ଏକ କ୍ଷେତ୍ର ବିଜ୍ଞାନ ହୋଇଥିବାରୁ ଏଥିରେ ବିଭିନ୍ନ ସ୍ଥାନ ବା ଅଞ୍ଚଳ ସମ୍ବନ୍ଧରେ ପ୍ରତ୍ୟକ୍ଷ ନିରୀକ୍ଷଣ ବା ଅଧ୍ୟୟନର ଆବଶ୍ୟକତା ଥାଏ । ଭୌଗୋଳିକ ତଥ୍ୟ ସଂଗ୍ରହ ପାଇଁ ବିଭିନ୍ନ ବୈଜ୍ଞାନିକ ଯନ୍ତ୍ରପାତି ବା ପରିମାପକ ଯନ୍ତ୍ର ବ୍ୟବହାର କରାଯାଏ ।
- ଏହି ଯନ୍ତ୍ର ଦ୍ଵାରା ପାଣିପାଗ ଓ ଜଳବାୟୁକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକର ମାତ୍ରା ବା ପରିମାଣ ସମ୍ପର୍କରେ ଜାଣିହୁଏ ।
Question ଖ.
କେଉଁ ଯନ୍ତ୍ର ସାହାଯ୍ୟରେ ବାୟୁ ତାପମାତ୍ରାର ନିରବଚ୍ଛିନ୍ନ ରେକର୍ଡ଼ ସମ୍ଭବ ?
Answer:
ଥର୍ମୋଗ୍ରାଫ୍ ଯନ୍ତ୍ର ସାହାଯ୍ୟରେ ବାୟୁ ତାପମାତ୍ରାର ନିରବଚ୍ଛିନ୍ନ ରେକର୍ଡ଼ ସମ୍ଭବ ।
Question ଗ.
କେଉଁ ଚାପମାନ ଯନ୍ତ୍ରର ବହୁଳ ବ୍ୟବହାର କରାଯାଏ ଓ କାହିଁକି ?
Answer:
ଆନି ରଏଡ୍ ଚାପମାନ ଯନ୍ତ୍ରର ବହୁଳ ବ୍ୟବହାର କରାଯାଏ । କାରଣ ଏହା ଆକାରରେ ଛୋଟ ଓ ନେବା ଆଣିବା ପାଇଁ ସହଜ ।
Question ଘ.
ଆପେକ୍ଷିକ ଆର୍ଦ୍ରତା କ’ଣ ?
Answer:
- ବାୟୁ କୌଣସି ନିର୍ଦ୍ଦିଷ୍ଟ ପରିମାଣର ଜଳୀୟବାଷ୍ପ ଧରି ରଖୂପାରେ । ତେବେ ବାୟୁରେ ପ୍ରକୃତପକ୍ଷେ ଜଳୀୟବାଷ୍ପ କମ୍ ବେଶୀ ଥାଇପାରେ ।
- ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବାୟୁରେ ଥିବା ଜଳୀୟବାଷ୍ପର ପରିମାଣ ତଥା ସେହି ତାପମାତ୍ରାରେ ବାୟୁର ଜଳୀୟବାଷ୍ପ ଧାରଣ କ୍ଷମତାର ଅନୁପାତକୁ ଶତାଂଶରେ ପ୍ରକାଶ କରିବାକୁ ବାୟୁର ଆପେକ୍ଷିକ ଆର୍ଦ୍ରତା କୁହାଯାଏ ।
Question ଙ.
ପବନର ବେଗ ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?
Answer:
ପବନର ବେଗ ମାପିବା ପାଇଁ ପବନ ବେଗମାପକ ଯନ୍ତ୍ର ବା ଆନିମୋମିଟର ବ୍ୟବହାର କରାଯାଏ ।
Question ଚ.
ପାଗର ଭାବୀ ସୂଚନା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
- ଆମର ନିତିଦିନିଆ ଜୀବନକୁ ପାଣିପାଗ ବିଶେଷଭାବେ ପ୍ରଭାବିତ କରିଥାଏ ।
- କୃଷିକାର୍ଯ୍ୟ, ସମୁଦ୍ରରେ ମାଛଧରା, ଜଳ, ସ୍ଥଳ ତଥା ଆକାଶପଥରେ ଯାତାୟାତ ଅନୁକୂଳ ପାଣିପାଗ ଉପରେ ନିର୍ଭର କରେ ।
- ବନ୍ୟା, ବାତ୍ୟା ଓ ଅନାବୃଷ୍ଟି ଆଦିର ପ୍ରାକ୍-ସୂଚନା ଆମକୁ ଅନେକ ସମ୍ଭାବ୍ୟ ବିପଦରୁ ସାହାଯ୍ୟ କରେ । ତେଣୁ ପାଗର ଭାବୀ ସୂଚନା ଗୁରୁତ୍ଵପୂର୍ଣ୍ଣ ।
Question ଛ.
ସ୍ଵଳ୍ପକାଳୀନ ଭାବୀ ସୂଚନାର ଆବଶ୍ୟକତା କ’ଣ ?
Answer:
- ସ୍ଵଳ୍ପକାଳୀନ ଭାବୀ ସୂଚନାରୁ ଝଡ଼ବାତ୍ୟା, ଅତ୍ୟଧିକ ବୃଷ୍ଟିପାତ, ହିମପାତ, ଶିଶିରପାତ, ବାଲୁକା ଓ ଧୂଳିଝଡ଼ ଇତ୍ୟାଦି ସମ୍ବନ୍ଧୀୟ ତଥ୍ୟ ମିଳେ ।
- ଏହା ତିନିଦିନ ବା ୭୨ ଘଣ୍ଟା ପାଇଁ ପ୍ରତିଦିନ ଦୁଇଥର ଲେଖାଏଁ ଦିଆଯାଇଥାଏ ।
Question କ.
ଦୀର୍ଘକାଳୀନ ଭାବୀ ସୂଚନା କିପରି ସୂଚିତ ହୋଇଥାଏ ?
Answer:
- ବିଭିନ୍ନ ବୈଜ୍ଞାନିକ ପଦ୍ଧତି ତଥା ଗାଣିତିକ ସୂତ୍ର ବ୍ୟବହାର କରି ଦୀର୍ଘକାଳୀନ ଭାବୀ ସୂଚନା ଦିଆଯାଏ ।
- ଏପରିକି ଆମ ରାଜ୍ୟରେ ପ୍ରଚଳିତ ପଞ୍ଜିକାରେ ଗ୍ରହ- ନକ୍ଷତ୍ର ଆଦିର ଅବସ୍ଥିତି ତଥା ସମ୍ବନ୍ଧକୁ ବିଚାରକୁ ନେଇ ଦୀର୍ଘକାଳୀନ ପାଗର ଭାବୀ ସୂଚନା ଦିଆଯାଇଥାଏ ।
Question ଝ.
ସମୋଳରେଖା କ’ଣ ?
Answer:
- ସମୁଦ୍ର ପତ୍ତନରୁ ସମାନ ଉଚ୍ଚତାରେ ଥିବା ସ୍ଥାନଗୁଡ଼ିକୁ ମାନଚିତ୍ରରେ ଯୋଗ କରୁଥିବା ରେଖାକୁ ସମୋଚ୍ଚରେଖା କୁହାଯାଏ ।
- ଏହି ରେଖାଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଟଣାଯାଇଥାଏ ।
୨ । ପାର୍ଥକ୍ୟ ଦର୍ଶାଅ ।
Question କ.
ହାଇଗ୍ଲୋମିଟର ଓ ଆନିମୋମିଟର
Answer:
Question ଖ.
ଦୈନିକ ଭାବୀ ସୂଚନା ଓ ସ୍ଵଳ୍ପକାଳୀନ ଭାବୀ ସୂଚନା
Answer:
୩ । ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Question କ.
ପାରଦ ତାପମାନ ଯନ୍ତ୍ର :
Answer:
- ପାରଦ ତାପମାନ ଯନ୍ତ୍ରରେ ବାୟୁର ତାପମାତ୍ରା ନିଶ୍ଚୟ କରାଯାଏ । ଏହା ଡିଗ୍ରୀ ଏକକରେ ପ୍ରକାଶ କରାଯାଏ ।
- ସାଧାରଣତଃ ତିନି ପ୍ରକାରର ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ; ଯଥା – (୧) ସେଲ୍ସିୟସ୍ ତାପମାନ ଯନ୍ତ୍ର, (୨) ଫାରେନ୍ହିଟ୍ ତାପମାନ ଯନ୍ତ୍ର ଏବଂ (୩) ରିଉମାର୍ ତାପମାନ ଯନ୍ତ୍ର ।
- ଆମ ଦେଶରେ ସେଲ୍ସିୟସ୍ ତାପମାନ ଯନ୍ତ୍ର ବ୍ୟବହୃତ ହୁଏ । ଦିନରାତି ୨୪ ଘଣ୍ଟା ମଧ୍ୟରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଜାଣିବାପାଇଁ ‘U’ ଆକାର ବିଶିଷ୍ଟ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ଯନ୍ତ୍ର ବ୍ୟବହାର କରାଯାଏ ।
Question ଖ.
ବୃଷ୍ଟିମାପକ ଯନ୍ତ୍ର :
Answer:
- ବୃଷ୍ଟିମାପକ ଯନ୍ତ୍ର ବା ରେନ୍ଗଗଳ୍ପରେ ବୃଷ୍ଟିପାତର ପରିମାଣ ନିରୂପଣ କରାଯାଏ ।
- ଏହି ଯନ୍ତ୍ରଟି ୧୨.୫ ସେ.ମି.ରୁ ୨୦ ସେ.ମି. ବ୍ୟାସବିଶିଷ୍ଟ ଏକ ତମ୍ବା ସିଲିଣ୍ଡର ଓ ଏଥରେ ସେହି ସମାନ ବ୍ୟାସବିଶିଷ୍ଟ ଏକ ତମ୍ବା କାହାଳୀର ନିମ୍ନଭାଗ ଏକ କାଚଜାର୍ ବା ତମ୍ବାପାତ୍ର ମଧ୍ୟକୁ ପ୍ରବେଶ କରିଥାଏ ।
- ସମୁଦାୟ ସିଲିଣ୍ଡରକୁ ଅନ୍ୟ ଏକ ଟିଣ ଖୋଳ ଦ୍ଵାରା ଆବୃତ କରି ରଖାଯାଇଥାଏ ।
- ସାଧାର ଣତଃ ଖୋଲାପଡ଼ିଆରେ ଏହି ଯନ୍ତ୍ରକୁ ରଖାଯାଇଥାଏ । ଏହାର ନିଘାଂଶ ମାଟିତଳେ ଓ ଉପର ଅଂଶଟି ମାଟି ଉପରୁ ପ୍ରାୟ ୩୦ ସେ.ମି. ଉଚ୍ଚତାରେ ରହିଥାଏ ।
- ବୃଷ୍ଟିପାତ ପରିମାଣକୁ ଅନ୍ୟ ଏକ ମାପପାତ୍ର ଦ୍ବାରା ମାପ କରାଯାଏ । ଏଥିରେ ଥିବା ଇଞ୍ଚ ବା ମିଲିମିଟର ମାପ ଦାଗରୁ ବର୍ଷାର ପରିମାଣ ନିର୍ଣ୍ଣୟ କରାଯାଏ ।
Question ଗ.
ରଙ୍ଗ ପରସ୍ତ୍ରୀକରଣ :
Answer:
- ଭୂପୃଷ୍ଠର ବିଭିନ୍ନ ଉଚ୍ଚ ନୀଚ ଭୂମିରୂପକୁ ଦର୍ଶାଇବା ପାଇଁ ରଙ୍ଗ ପରସ୍ତୀକରଣ ପ୍ରଣାଳୀ ବହୁଳ ଭାବରେ ଆଦୃତ ହୋଇଛି । ଏହି ପ୍ରଣାଳୀରେ ରଙ୍ଗର ଘନତ୍ବରେ ହ୍ରାସବୃଦ୍ଧିଦ୍ୱାରା ବିଭିନ୍ନ ଭୂମି ରୂପର ପ୍ରଦର୍ଶନ କରାଯାଇଥାଏ ।
- ମାନଚିତ୍ରରେ ଉଚ୍ଚ ଅଞ୍ଚଳକୁ ଗାଢ଼ ରଙ୍ଗ ଓ ନିମ୍ନ ଭୂମିଗୁଡ଼ିକୁ ଅପେକ୍ଷାକୃତ ହାଲୁକା ରଙ୍ଗ ଦିଆଯାଇଥାଏ ।
- ସେହିପରି ସମୁଦ୍ରର ଗଭୀରତା ଦର୍ଶାଇବା ପାଇଁ ଅଳ୍ପ ଗଭୀରତା ବିଶିଷ୍ଟ ସମୁଦ୍ର ଅଞ୍ଚଳକୁ ହାଲୁକା ନୀଳରଙ୍ଗ ଓ ଗଭୀର ସମୁଦ୍ରକୁ ଗାଢ଼ ନୀଳରଙ୍ଗ ବ୍ୟବହାର କରାଯାଏ ।
- ଏହି ପଦ୍ଧତିରେ ସ୍ଥାନର ପ୍ରକୃତ ଉଚ୍ଚତା ତଥା କ୍ରମ ନିମ୍ନତା ସଠିକ୍ଭାବେ ଦର୍ଶାଇ ହୁଏ ନାହିଁ ।
୪ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ୨୪ ଘଣ୍ଟା ମଧ୍ୟରେ ବାୟୁର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଜାଣିବାପାଇଁ ବ୍ୟବହୃତ ତାପମାନ ଯନ୍ତ୍ର ଇଂରାଜୀ ଅକ୍ଷର ______ ଆକୃତି ବିଶିଷ୍ଟ । (V, U, W, X)
Answer:
U
(ଖ) ସମୁଦ୍ର ପତ୍ତନରେ ବାୟୁଚାପ _______ ସେଣ୍ଟିମିଟର ପାରଦ ସ୍ତମ୍ଭର ଉଚ୍ଚତା ସଙ୍ଗେ ସମତା ରକ୍ଷା କରେ । (୭୦, ୭୬, ୮୦, ୮୬)
Answer:
୭୬
(ଗ) ହାଇଡ୍ରୋମିଟର ଯନ୍ତ୍ର ବାୟୁର ________ ମାପିବାରେ ସାହାଯ୍ୟ କରେ । (ଦିଗ, ବେଗ, ଆର୍ଦ୍ରତା, ଶୁଷ୍କତା)
Answer:
ଆର୍ଦ୍ରତା
BSE Odisha 7th Class Geography Notes Chapter 5 ବ୍ୟାବହାରିକ ଭୂଗୋଳ
ବ୍ୟାବହାରିକ ଭୂଗୋଳ :
- ଭୂଗୋଳ ଲଜ୍ଜାଜ୍ଞାନକୁ ମଣିଷର ଦୈନନ୍ଦିନ କାର୍ଯ୍ୟକଳାପରେ ପ୍ରୟୋଗ କରିବାର ପଦ୍ଧତିକୁ ବ୍ୟାବହାରିକ ଭୂଗୋଳ କୁହାଯାଏ ।
- ପାଣିପାଗ ଓ ଜଳବାୟୁ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପାଇଁ ବିଭିନ୍ନ ବୈଜ୍ଞାନିକ ଯନ୍ତ୍ରପାତି ତଥା ପରିମାପକ ଯନ୍ତ୍ରର ଆବଶ୍ୟକତା ପଡ଼େ ।
- ଏହି ଯନ୍ତ୍ରଗୁଡ଼ିକ ଦ୍ୱାରା ଆମେ ବାୟୁର ତାପମାତ୍ରା, ଚାପ, ଆର୍ଦ୍ରତା, ପବନର ବେଗ ଓ ଦିଗ, ବୃଷ୍ଟିପାତର ପରିମାଣ ଆଦି ଜାଣିପାରୁ ।
ତାପମାତ୍ରା ନିରୂପଣ :
- ବାୟୁର ତାପମାତ୍ରା ନିରୂପଣ ନିମିତ୍ତ ତିନିପ୍ରକାର ତାପମାନ ଯନ୍ତ୍ର ବ୍ୟବହୃତ ହୁଏ, ଯଥା – (i) ସେଲ୍ ସିୟସ୍, (ii) ଫାରେନ୍ହିଟ୍ ଓ (iii) ରିଜମାରୁ ।
- ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବାଷ୍ପ ହୁଏ, ତାହା ସ୍ଫୁଟନାଙ୍କ ଓ ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବରଫରେ ପରିଣତ ହୁଏ, ତାକୁ ହିମାଙ୍କ କୁହାଯାଏ ।
- ନିମ୍ନସ୍ଥ ସାରଣୀର ପ୍ରତ୍ୟେକ ତାପମାନ ଯନ୍ତ୍ରର ହିମାଙ୍କ ଓ ସ୍ଫୁଟନାଙ୍କ ଜାଣିବା :
- ଆମ ଦେଶରେ ସେଲ୍ ସିୟସ୍ ସ୍କେଲ ବ୍ୟବହାର କରାଯାଏ ।
- ଆମ ଶରୀରର ତାପମାତ୍ରା ଫାରେନ୍ହିଟ୍ ଡିଗ୍ରୀରେ ପ୍ରକାଶ କରାଯାଏ ।
- ଆମ ଶରୀରର ସାଧାରଣ ତାପମାତ୍ରା = ୯୮.୬°F ।
- ଦିନରାତି ୨୪ ଘଣ୍ଟା ମଧ୍ୟରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଜାଣିବା ପାଇଁ ‘U’-ଆକାରର ଏକ ସ୍ଵତନ୍ତ୍ର ତାପମାନ ଯନ୍ତ୍ର ବ୍ୟବହାର କରାଯାଏ ।
- ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ଯନ୍ତ୍ରର ବାମପାର୍ଶ୍ଵ ବାହୁ ସର୍ବନିମ୍ନ ତାପମାତ୍ରା ଏବଂ ଦକ୍ଷିଣ ପାର୍ଶ୍ଵ ବାହୁ ସର୍ବୋଚ୍ଚ ତାପମାତ୍ରା ଦର୍ଶାଇଥାଏ ।
- ଥର୍ମୋଗ୍ରାଫ୍ ଯନ୍ତ୍ର ଦ୍ବାରା କ୍ରମାଗତଭାବେ ତାପମାତ୍ରା ରେକର୍ଡ଼ କରାଯାଉଛି ।
ବାୟୁ ଚାପ :
- ବାୟୁ ଚାପ ମାପିବା ନିମିତ୍ତ ପାରଦ ଚାପମାନ ଯନ୍ତ୍ର (Mercury Barometer) ଏବଂ ଆନି ରଏଡ୍ ଚାପମାନ ଯନ୍ତ୍ର (Ancroid Barometer) ବ୍ୟବହାର କରାଯାଏ ।
- ପାରଦ ବାରୋମିଟର (ଚାପମାନ ଯନ୍ତ୍ର)ର ପାରଦ ସ୍ତମ୍ଭ ଉଚ୍ଚତ ସମୁଦ୍ର ପତ୍ତନରେ ୭୬ ସେ.ମି. ହୋଇଥାଏ ।
- ପାରଦ ଚାପମାନ ଯନ୍ତ୍ର ଓ ଆନିରଏଡ୍ ଚାପମାନ ଯନ୍ତ୍ର ମଧ୍ୟରେ ତୁଳନା :
ପବନ ଦିଗବାରେଣୀ ଯନ୍ତ୍ର (ଉଇଣ୍ଡଭେନ୍) :
ପବନ କେଉଁ ଦିଗରୁ ବହୁଛି ଜାଣିବାପାଇଁ ପବନ ଦିଗବାରେଣୀ ଯନ୍ତ୍ର ବା ଉଇଣ୍ଡଭେଡ୍ ଯନ୍ତ୍ର ବ୍ୟବହାର କରାଯାଏ ।
ପବନ ବେଗମାପକ ଯନ୍ତ୍ର (ଆନିମୋମିଟର) :
ଆନିମୋମିଟର ଯନ୍ତ୍ର ଦ୍ବାରା ପବନର ବେଗ ମପାଯାଏ ।
ଆପେକ୍ଷିକ ଆର୍ଦ୍ରତା :
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବାୟୁରେ ଥିବା ଜଳୀୟବାଷ୍ପର ପଇଁ ମାଣ ତଥା ସେହି ତାପମାତ୍ରାରେ ବାୟୁ ର ଜଳୀୟବାଷ୍ପ ଧାରଣ କ୍ଷମତାର ଅନୁପାତକୁ ଶତାଂଶରେ ପ୍ରକାଶ କରିବାକୁ ବାୟୁର ଆପେକ୍ଷିକ ଆର୍ଦ୍ରତା କୁହାଯାଏ ।
ହାଇଡ୍ରୋମିଟର ଯନ୍ତ୍ର ଦ୍ବାରା ବାୟୁର ଆପେକ୍ଷିକ ଆର୍ଦ୍ରତା ମପାଯାଏ ।
‘ଆର୍ଦ୍ର ଓ ଶୁଷ୍କ ବଲ୍ବ ହାଇକ୍ରୋମିଟରରେ ବାୟୁର ଆର୍ଦ୍ରତା ମାପିବାର ପଦ୍ଧତି :
- ଏହି ହାଇଡ୍ରୋମିଟରରେ ଥିବା ଦୁଇଟି ତାପମାନ ଯନ୍ତ୍ରରୁ ଗୋଟିଏ ସାଧାରଣ ତାପମାତ୍ରା ନିର୍ଣ୍ଣୟ କରେ । ଅନ୍ୟ ତାପମାନ ଯନ୍ତ୍ରଟି ମସ୍ଲିନ୍ କନାରେ ଗୁଡ଼ାଇ ଜଳପାତ୍ରରେ ବୁଡ଼ାଇ ରଖାଯାଏ ।
- ଫଳରେ ମସ୍ଲିନ୍ କନାରୁ ଜଳ ବାଷ୍ପୀଭୂତ ହେବା କାରଣରୁ ବଲ୍ବଟି ଥଣ୍ଡା ରହେ ଓ କମ୍ ତାପମାତ୍ରା ରେକର୍ଡ଼ କରେ । ଉଭୟ ତାପମାନ ଯନ୍ତ୍ର ତାପମାତ୍ରାରେ ଥିବା ପାର୍ଥକ୍ୟକୁ ହିସାବ କରି ଏକ ନିର୍ଦ୍ଧାରିତ ସାରଣୀ ସାହାଯ୍ୟରେ ଆପେକ୍ଷିକ ଆର୍ଦ୍ରତା ନିର୍ଣ୍ଣୟ କରାଯାଏ ।
ବୃଷ୍ଟି ମାପକ ଯନ୍ତ୍ର :
ବୃଷ୍ଟିମାପକ ଯନ୍ତ୍ରକୁ ରେନ୍ଗଗଜ କୁହାଯାଏ ।
ଗଠନ :
- ଏହି ଯନ୍ତ୍ରଟି ୧୨.୫ ସେ.ମି.ରୁ ୨୦ ସେ.ମି. ବ୍ୟାସବିଶିଷ୍ଟ ଏକ ତମ୍ବା ସିଲିଣ୍ଡର । ଏହା ଭିତରେ ସମାନ ବ୍ୟାସବିଶିଷ୍ଟ ଏକ ତମ୍ବା କାହାଳୀର ନିମ୍ନଭାଗ ଏକ କାଚ ଜାର୍ ବା ତମ୍ବାପାତ୍ର ମଧ୍ୟକୁ ପ୍ରବେଶ କରିଥାଏ ।
- ଟିଣ ଖୋଳ ଦ୍ୱାରା ସମ୍ପୂର୍ଣ୍ଣ ଆବୃତ ଏହି ଯନ୍ତ୍ରର ନିମାଂଶକୁ ମାଟିତଳେ ଓ ଉପର ଅଂଶ ମାଟିଠାରୁ ପ୍ରାୟ ୩୦ ସେ.ମି. ଉଚ୍ଚତାରେ ରଖାଯାଇଥାଏ ।
ବୃଷ୍ଟିପାତର ପରିମାଣ ନିଷ୍କ୍ରିୟ :
ମାପପାତ୍ର ଓ ବୃଷ୍ଟିମାପକ ଯନ୍ତ୍ରରେ ଥିବା କାହାଳୀ ମୁହଁର କ୍ଷେତ୍ରଫଳର ଅନୁପାତ ଦ୍ଵାରା ବୃଷ୍ଟିପାତ ପରିମାଣ ନିର୍ଣ୍ଣୟ କରାଯାଏ ।
ବୃଷ୍ଟିପାତର ପରିମାଣ ସାଧାରଣତଃ ମିଲିମିଟର । ମି.ମି. ଏକକରେ ପ୍ରକାଶ କରାଯାଏ ।
ପାଣିପାଗର ଭାବୀ ସୂଚନା :
ପାଣିପାଗ ଭାବୀ ସୂଚନା ସାଧାରଣତଃ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି ।
ଭୂମିରୂପ :
- ପୃଥିବୀର ବିଭିନ୍ନ ଭୂମିରୂପ ଦେଖିବାକୁ ମିଳେ, ଯଥା- ପାହାଡ଼, ପର୍ବତ, ମାଳଭୂମି, ସମତଳ ଭୂମି, ଉପତ୍ୟକା, ବିସ୍ତୃତ ସମୁଦ୍ରଶଯ୍ୟା ଇତ୍ୟାଦି ।
- ଭୂମିରୂପର ଉଚ୍ଚତା ୩୦୦ ମିଟରରୁ କମ୍ ଥିଲେ ତାହା ପାହାଢ଼ ଏବଂ ୩୦୦ ମିଟରରୁ ଅଧିକ ଥିଲେ ତାହା ପର୍ବତ ।
- ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ଥିବା ବିସ୍ତୃତ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ । ଏହାର ଚତୁଃପାର୍ଶ୍ବ ସ୍ଥ ଢାଲୁ ।
- ଦୁଇଟି ସଂଲଗ୍ନସ୍ଥ ଉଚ୍ଚଭୂମି ମଧ୍ୟବର୍ତ୍ତୀ ନିମ୍ନଭୂମିକୁ ଉପତ୍ୟକା କୁହାଯାଏ ।
- କୌଣସି ପର୍ବତମାଳାର ଶିଖର ମଧ୍ୟବର୍ତ୍ତୀ ଅପେକ୍ଷାକୃତ ନିମ୍ନଭୂମି ଦେଇ ବ୍ୟବହୃତ ଯାତାୟାତ ପଥକୁ ଗିରିପଥ କୁହାଯାଏ ।
ମାନଚିତ୍ରରେ ଭୂମିରୂପ ଦର୍ଶାଇବାର ଭିନ୍ନ ଭିନ୍ନ ପ୍ରଣାଳୀ :
- କାଗଜପୃଷ୍ଠ ଦୁଇ ପରିସର (ଦୈର୍ଘ୍ୟ ଓ ପ୍ରସ୍ଥ), ମାତ୍ର ଭୂସ୍ଥିରୂପଗୁଡ଼ିକ ତିନି ପରିସରବିଶିଷ୍ଟ (ଦୈର୍ଘ୍ୟ, ଉଚ୍ଚତା ଓ ପ୍ରସ୍ଥ) ।
- ମାନଚିତ୍ରରେ ଉଚ୍ଚ ନୀଚ ଭୂମିରୂପକୁ ଦର୍ଶାଇବା ପାଇଁ ମୁଖ୍ୟ ଦୁଇଟି ପ୍ରଣାଳୀ ହେଉଛି : (i) ରଙ୍ଗ ପରସ୍ତୀକରଣ ଓ (ii) ସମୋଚ୍ଚରେଖା ପ୍ରଣାଳୀ ।
ରଙ୍ଗ ପରସ୍ତୀକରଣ :
ରଙ୍ଗର ଘନତ୍ଵରେ ହ୍ରାସବୃଦ୍ଧି ଦ୍ଵାରା ଭୂମିରୂପଗୁଡ଼ିକର ପ୍ରଦର୍ଶନ ପଦ୍ଧତିକୁ ରଙ୍ଗ ପରସ୍ତ୍ରୀକରଣ କୁହାଯାଏ ।
କେଉଁ ଭୂମିରୂପ ପାଇଁ କେଉଁ ରଙ୍ଗ ବ୍ୟବହାର ହୁଏ :
ସମୋଚ୍ଚରେଖା :
ସମୁଦ୍ର ପତ୍ତନରୁ ସମାନ ଉଚ୍ଚତାରେ ପୂ ବ । ସ୍ଥାନଗୁଡ଼ିକୁ ମାନଚିତ୍ରରେ ଯୋଗ କରୁଥିବା ରେଖାକୁ ସେ ମ ଜ ର ଖ । କୁହାଯାଏ ।
- ସମୋଚ୍ଚ ରେ ଖାଗୁ ଡ଼ି କ ୫୦ ଫୁଟ, ୧୦୦ ଫୁଟ, ୧୫ ମିଟର, ୩୦ ମିଟର ଆଦି ବ୍ୟବଧାନ ରେ ଟଣାଯାଇଥାଏ ।
- ସମୋଚ୍ଚରେଖାଗୁଡ଼ିକ ପାଖାପାଖୁ ଥିଲେ ଢାଲୁ ଅଧିକ ହୋଇଥାଏ ଏବଂ ବ୍ୟବଧାନ କମ୍ ଥିଲେ ଢାଲୁ କମ୍ ହୋଇଥାଏ ।
କେତେକ ଭୌଗୋଳିକ ଶବ୍ଦାବଳୀ
- ସ୍ଫୁଟନାଙ୍କ : ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବାଷ୍ପରେ ପରିଣତ ହୁଏ, ତାକୁ ସ୍ଫୁଟନାଙ୍କ କୁହାଯାଏ ।
- ହିମାଙ୍କ : ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବରଫରେ ପରିଣତ ହୁଏ, ତାକୁ ହିମାଙ୍କ କୁହାଯାଏ ।
- ଡିଗ୍ରୀ : ତାପମାତ୍ରା ମାପିବାର ଏକକ ।
- ଥର୍ମୋଗ୍ରାଫ୍ : ପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ମାନଙ୍କରେ କ୍ରମାଗତ ଭାବେ ତାପମାତ୍ରା ରେକର୍ଡ଼ କରିବାପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ର ।
- ବାରୋମିଟର : ବାୟୁ ଚାପ ମାପିବା ଯନ୍ତ୍ର ।
- ଉଇଣ୍ଡଭେନ୍ : ପବନ ଦିଗ ନିର୍ଣ୍ଣୟ କରିବା ଯନ୍ତ୍ର ।
- ଆନିମୋମିଟର : ପବନର ବେଗ ମାପକ ଯନ୍ତ୍ର ।
- ହାଇଡ୍ରୋମିଟର : ବାୟୁର ଆପେକ୍ଷିକ ଆର୍ଦ୍ରତା ମାପୁଥିବା-ଯନ୍ତ୍ର ।
- ରଙ୍ଗ ପରସ୍ତୀକରଣ : ରଙ୍ଗର ଘନତ୍ଵରେ ହ୍ରାସବୃଦ୍ଧି ଦ୍ଵାରା ମାନଚିତ୍ରରେ ବିଭିନ୍ନ ଭୂମିରୂପ ପ୍ରଦର୍ଶନ ପଦ୍ଧତିକୁ ରଙ୍ଗ ପରସ୍ତୀକରଣ କୁହାଯାଏ ।
- ସମୋଚ୍ଚରେଖା : ସମୁଦ୍ର ପତ୍ତନରୁ ସମାନ ଉଚ୍ଚତାରେ ଥିବା ସ୍ଥାନଗୁଡ଼ିକୁ ମାନଚିତ୍ରରେ ଯୋଗ କରୁଥିବା ରେଖା ।
- ସ୍ଥାନିକ ଉଚ୍ଚତା : ମାନଚିତ୍ରରେ ଆବଶ୍ୟକ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନର ଉଚ୍ଚତା ଦିଆଯାଇଥିଲେ ତାହାକୁ ସ୍ଥାନିକ ଉଚ୍ଚତା କୁହାଯାଏ ।