CHSE Odisha Class 12 Sociology Unit 3 Long Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 3 ସାଂସ୍କୃତିକ ବିବିଧତାର ଆହ୍ଵାନ Long Answer Questions.

CHSE Odisha 12th Class Sociology Unit 3 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଜାତୀୟ ସଂହତି କ’ଣ ? ଏହାର ବିପଦଗୁଡ଼ିକୁ ଲେଖ ।
Answer:
ବାସ୍ତବିକ ଜାତୀୟ ସଂହତି ଏକ ବ୍ୟାପକ ତଥା ବହୁମୁଖୀ ସାମାଜିକ ପ୍ରକ୍ରିୟା ଅଟେ । ଏହା ସଂକୀର୍ଣ୍ଣ ସ୍ବାର୍ଥକୁ ପ୍ରତିହତ କରି ଜାତୀୟ ସ୍ବାର୍ଥକୁ ଅଗ୍ରାଧ‌ିକାର ଦେଇଥାଏ । ଜାତୀୟ ସଂହତି ପାରସ୍ପରିକ ସହନଶୀଳତାକୁ ବୁଝାଏ । ଏହା ମିଶ୍ରଣ ନୁହେଁ ସଂଯୋଜନ, ସମାନତା ନୁହେଁ ବରଂ ଏକତା । ଭାରତର ଏକତା ଓ ଅଖଣ୍ଡତା ପ୍ରତି ଅନେକ ବାହ୍ୟ ଓ ଆଭ୍ୟନ୍ତରୀଣ ବିପଦର ସମ୍ଭାବନା ଅଛି ।

ପ୍ରଫେସର ଘୁରେଙ୍କ ମତରେ, ‘ଜାତୀୟ ସଂହତି ଏକ ମନୋବୈଜ୍ଞାନିକ ଏବଂ ଶୈକ୍ଷଣିୟ ପ୍ରକ୍ରିୟା, ଯେଉଁଥୁରେ କି ଏକତା, ଦୃଢ଼ତା ଏବଂ ପାରସ୍ପରତିକ ସମ୍ବନ୍ଧ ପ୍ରତିଷ୍ଠା ଇତ୍ୟାଦି ଭାବନା ତଥା ଲୋକମାନଙ୍କ ମଧ୍ୟରେ ସାଧାରଣ ନାଗରିକ ଭାବନା ଏବଂ ରାଷ୍ଟ୍ର ପ୍ରତି ଆନୁଗତ୍ୟ ଦେଖିବାକୁ ମିଳିଥାଏ ।’’

ଜାତୀୟ ସଂହତି ଦେଶର ନାଗରିକମାନଙ୍କ ହୃଦୟରେ ‘ଆମ ଭାବନା’ ଉଦ୍ରେକ କରିଥାଏ । ଅଧିକନ୍ତୁ ବିଭିନ୍ନ ରାଜନୈତିକ, ଧାର୍ମିକ, ଭାଷାଗତ ଓ ସାଂସ୍କୃତିକ ସମୂହ ମଧ୍ଯରେ ଏହା ଐକ୍ୟ ଭାବନା ସୃଷ୍ଟି କରିଥାଏ । ଯେଉଁସବୁ ଶକ୍ତି ଜାତୀୟ ସଂହତି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ, ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।

ବାହ୍ୟ ବିପଦ :
(କ) ପଡ଼ୋଶୀସୃଷ୍ଟ ବିପଦ : ବହିଃଶତ୍ରୁ ଆକ୍ରମଣ ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥାଏ । ପାକିସ୍ତାନ ଓ ଚୀନ୍ ଭାରତର ଦୁଇଟି ମୁଖ୍ୟ ପଡ଼ୋଶୀ । ଉଭୟଙ୍କ ସହ ଭାରତର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ସୀମାରେଖା ନିର୍ଦ୍ଧାରଣ ନେଇ ଉଭୟ ପଡ଼ୋଶୀଙ୍କ ସହ ଭାରତର ସମ୍ପର୍କ ତିକ୍ତ ।

ପାକିସ୍ତାନ ସହ ତିକ୍ତତା ସୃଷ୍ଟିର ପ୍ରଧାନ କାରଣ ହେଉଛି ଜାମ୍ମୁ ଓ କାଶ୍ମୀର । ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାର କିଛି ଅଞ୍ଚଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଆସୁଅଛି । ସମୁଦାୟ କାଶ୍ମୀରକୁ ନିଜ ନିୟନ୍ତ୍ରଣାଧୀନ କରିବାର ପ୍ରବଳ ପ୍ରୟାସ ଜାରିରଖୁଛି । ଫଳତଃ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତର ଏକତାପ୍ରତି ବିପଦ ସୃଷ୍ଟି କରୁଛି ।

(ଖ) ଆନ୍ତର୍ଜାତିକ ସନ୍ତ୍ରାସବାଦ : ଆନ୍ତର୍ଜାତିକ ସ୍ତରର କୁଖ୍ୟାତ ସନ୍ତ୍ରାସବାଦୀ ଅନୁଷ୍ଠାନଗୁଡ଼ିକ ବିଶ୍ୱଶାନ୍ତି ଓ ସମୃଦ୍ଧି ପ୍ରତି ବିପଦ ସୃଷ୍ଟି କରିଆସୁଛନ୍ତି । ଭାରତ ସେମାନଙ୍କର ଦୌରାତ୍ମ୍ୟରୁ ମୁକ୍ତ ନୁହେଁ । ଏହି ଆତଙ୍କବାଦୀମାନଙ୍କ ଯୋଗୁଁ ଅପହରଣ, ମୁଣ୍ଡଜାମିନ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟୁଛି ଓ ଭାରତର ଏକତା ବିପନ୍ନ ହେବାର ଆଶଙ୍କା ରହିଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଆଭ୍ୟନ୍ତରୀଣ ବିପଦ :
(କ) ସାଂପ୍ରଦାୟିକତା : ଅବଦୁଲ ଅହମ୍ମଦଙ୍କ ମତରେ, ‘ସାଂପ୍ରଦାୟିକତା ହେଉଛି ଏକ ସାମାଜିକ ଘଟଣା ଯାହାକି ଦୁଇ ସଂପ୍ରଦାୟର ଧର୍ମକୁ ନେଇ ପୁଷ୍ଟ ଓ ସେମାନଙ୍କୁ ଉଗ୍ରତା, ଉତ୍ତେଜନା ଏବଂ ଦଙ୍ଗା ଆଡ଼କୁ ଟାଣି ନେଇଥାଏ ।’’ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଲେ ମଧ୍ୟ ସାଂପ୍ରଦାୟିକ ବିଦ୍ବେଷରୁ ମୁକ୍ତ ନୁହେଁ ।

ଧର୍ମ ନାମରେ କେତେକ ସ୍ଵାର୍ଥାନ୍ଵେଷୀ ବ୍ୟକ୍ତି ଓ ସଂସ୍ଥା ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ, ଘୃଣା, ଭୟ, ଅବିଶ୍ଵାସ ଓ ତିକ୍ତତା ସୃଷ୍ଟି କରି ସାଂପ୍ରଦାୟିକ ଉତ୍ତେଜନା ଓ ସଂଘର୍ଷ ସୃଷ୍ଟି କରିଥାଆନ୍ତି । ଏହାଦ୍ଵାରା ଜାତୀୟ ସମ୍ପତ୍ତି ନଷ୍ଟ ହେବାସହ ଜାତୀୟ ଏକତା କ୍ଷୁଣ୍ଣହୁଏ । ନିକଟରେ ସଙ୍ଗଠିତ ହୋଇଥିବା ଗୁଜରାଟର ଗୋଧ୍ରା ନରସିଂହାର ସାଂପ୍ରଦାୟିକତାର ଏକ ବେଦନାସିକ୍ତ ଉଦାହରଣ ।

(ଖ) ଭାଷାବାଦ : ଭାଷାଗତ ବୈଷମ୍ୟ ଜାତୀୟ ଏକତାର ଅନ୍ୟ ଏକ ପ୍ରତିବନ୍ଧକ । ମାତୃଭାଷା ପ୍ରତି ପ୍ରଗାଢ଼ ଅନୁରକ୍ତି ସହ ଅନ୍ୟଭାଷାର ବିରୁଦ୍ଧାଚରଣ ଭାଷାବାଦ ସୃଷ୍ଟି କରେ । ଉଗ୍ର ଭାଷାବାଦ ସଂକୀର୍ଣ୍ଣ ଆଞ୍ଚଳିକତାକୁ ପ୍ରୋତ୍ସାହନ ଦେଇ ଦେଶର ଶାନ୍ତିପୂର୍ଣ୍ଣ ବାତାବରଣକୁ ବ୍ୟାହତ କରେ । ଫଳରେ ଜାତୀୟ ଏକତା ନଷ୍ଟହେବାର ଆଶଙ୍କା ଥାଏ ।

ସ୍ଵାଧୀନୋତ୍ତର ଭାରତରେ ରାଜ୍ୟ ପୁନର୍ଗଠନ ଭାଷାଭିଭିକ ହୋଇଥିବାରୁ ଆଞ୍ଚଳିକ ଭାଷାଗୁଡ଼ିକ ମଧ୍ୟରେ ଭାରସାମ୍ୟ ରକ୍ଷାକରି ଦେଶରେ ଏକତା ବଜାୟ ରଖୁବା ଏକ ଦୁରୂହ ବ୍ୟାପାର ।

(ଗ) ଆଞ୍ଚଳିକ ମନୋଭାବ : ଆଞ୍ଚଳିକ ସ୍ଵାର୍ଥ ପ୍ରତି ପ୍ରାଧାନ୍ୟ ଜାତୀୟ ଏକତା ପଥରେ ଏକ ଗୁରୁତ୍ଵପୂର୍ଣ୍ଣ ଅନ୍ତରାୟ ସୃଷ୍ଟିକରେ । ଆଞ୍ଚଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମାତ୍ରାତ୍ମକ ଆର୍ଥିକ ସୁବିଧାସୁଯୋଗ ହାସଲ କରିନେଲେ ତାହା ମଧ୍ୟ ଅବହେଳିତ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

ଫଳରେ ଆଞ୍ଚଳିକ ବୈଷମ୍ୟ ସୃଷ୍ଟିହୋଇ ଦେଶର ଅଖଣ୍ଡତା ବ୍ୟାହତ ହୁଏ । ଭାରତର ଉତ୍ତର ପୂର୍ବାଞ୍ଚଳରେ ଥିବା ନାଗାଲ୍ୟାଣ୍ଡ, ମଣିପୁର ଓ ମିଜୋରାମ ଭଳି ରାଜ୍ୟମାନଙ୍କରେ ଏହି ଆଞ୍ଚଳିକ ବିଦ୍ବେଷ ଉଗ୍ର ରୂପ ଧାରଣ କରିଅଛି ।

(ଘ) ଜାତିବାଦ : ଜାତିବାଦ ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରତିବନ୍ଧକ । କାକା କାଲେଲକରଙ୍କ ମତରେ, ‘ଜାତିବାଦ ହେଉଛି ମାତ୍ରାତିରିକ୍ତ ଏବଂ ଦାୟିକ ଗୋଷ୍ଠୀ ଆନୁଗତ୍ୟ ଯାହାକି ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ ଓ ବିଶ୍ୱଭ୍ରାତୃତ୍ଵଭାବ ଆଦି ସୁସ୍ଥ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ ।’’

ଜାତିବାଦରେ ବିଶ୍ବାସ କରୁଥିବା ବ୍ୟକ୍ତି, ଉଚିତ ଅନୁଚିତ, ନ୍ୟାୟ-ଅନ୍ୟାୟ ଆଦିର କୌଣସି ବାଛବିଚାର ନକରି ନିଜ ଜାତିର ସ୍ବାର୍ଥହାସଲ ପାଇଁ ଅଧିକ ଗୁରୁତ୍ଵ ଦେଇଥାଏ ଓ ଅନ୍ୟଜାତିର ସ୍ବାର୍ଥକୁ ଉପେକ୍ଷା କରିଥାଏ, ଯାହାଫଳରେ ଜାତୀୟ ସଂହତି ବାଧାପ୍ରାପ୍ତ ହୁଏ ।

(‍ଙ) ଆର୍ଥିକ ଦୁଃସ୍ଥିତି : ଆର୍ଥିକ ଦୁରବସ୍ଥା ଓ ବୈଷମ୍ୟ ଦେଶ ମଧ୍ୟରେ ଅବିଶ୍ବାସ ଓ ସନ୍ଦେହର ବାତାବରଣ ସୃଷ୍ଟିକରେ । ଆର୍ଥିକ ଦୃଷ୍ଟିରୁ ଅନୁନ୍ନତ ଶ୍ରେଣୀର ଲୋକମାନେ ସମୃଦ୍ଧ ବର୍ଗଦ୍ଵାରା ଶୋଷିତ ହେଉଥିବା ଅନୁଭବ କରନ୍ତି । ଏହି ଅର୍ଥନୈତିକ ତାରତମ୍ୟ ଧନୀ-ଦରିଦ୍ର ମଧ୍ୟରେ ଉତ୍ତେଜନା ଓ ଦ୍ବନ୍ଦ ସୃଷ୍ଟିକରି ଦେଶର ଏକତା ପ୍ରତି ବିପଦ ସୃଷ୍ଟି କରିଥାଏ ।

(ଚ) କଳୁଷିତ ରାଜନୀତି : ରାଜନୈତିକ ନେତାମାନେ ମୂଲ୍ୟବୋଧଭିଭିକ ରାଜନୀତି ଅବଲମ୍ବନ ନକଲେ ରାଜନୀତି ଦିଗଭ୍ରଷ୍ଟ ଓ କଳୁଷିତ ହୁଏ । ଭାରତରେ ରାଜନୈତିକ ଦଳ ଓ ନେତାମାନେ ଦଳସର୍ବସ୍ଵ ତଥା ଆର୍ଥସର୍ବସ୍ୱ ହୋଇପଡ଼ୁଥିବାରୁ ସାମ୍ପ୍ରଦାୟିକତା, ଜାତିବାଦ, ଆଞ୍ଚଳିକତାବାଦ, ହିଂସା, ଦ୍ବେଷ ଆଦି ସମସ୍ୟା ମୁଣ୍ଡ ଟେକୁଛି । ଜାତି ଓ ଧର୍ମକୁ କେନ୍ଦ୍ରକରି ରାଜନୈତିକ ଦଳ ଗଠିତ ହେଉଛି । ଅର୍ଥ ଓ ବାହୁ ବଳରେ ନେତାମାନେ ନିର୍ବାଚନ ବୈତରଣୀ ପାରହେବାକୁ ଚେଷ୍ଟା କରୁଛନ୍ତି ।

ରାଜନୀତିରେ ସାଧୁତା ଓ ଚରିତ୍ରବତ୍ତାର କିଛି ଗୁରୁତ୍ବ ନାହିଁ । ସାଂସଦ ଓ ବିଧାୟକମାନେ ପଣ୍ୟଦ୍ରବ୍ୟରେ ପରିଣତ ହୋଇଛନ୍ତି । ରାଜନୀତି ନାମରେ ଘୋଡ଼ା ବେପାର ଚାଲୁଛି । ଭାରତୀୟ ରାଜନୀତିରେ ଅପରାଧୀକରଣ ଏକ ଜଟିଳ ସମସ୍ୟାରୂପେ ଦେଖାଦେଇଛି । ନାନା ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନେ ରାଜନୀତିରେ ପ୍ରବେଶ କରୁଛନ୍ତି । ସରାକାରୀ କଳର ଅପପ୍ରୟୋଗ ହେଉଛି । ନିର୍ମଳ ଓ ଦୁର୍ନୀତିମୁକ୍ତ ଶାସନ ମରୀଚିକାରେ ପରିଣତ ହୋଇଛି । ଫଳରେ ଦେଶର ଐକ୍ୟ ବିପନ୍ନ ହେଉଛି ।

(ଛ) ଦୁର୍ବଳ ଶାସନ : ଦେଶର ଶାସନ ବ୍ୟବସ୍ଥା ଦୁର୍ବଳ, ତ୍ରୁଟିଯୁକ୍ତ କିମ୍ବା ପ୍ରଭାବହୀନ ହୋଇପଡ଼ିଲେ ଅସାମାଜିକ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଏ, ଯାହାଫଳରେ ଦେଶର ଏକତା ପ୍ରଭାବିତ ହୁଏ । ପ୍ରଗତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ଅବିଶ୍ଵାସ, ଭୟ ଓ ଆତଙ୍କର ବାତାବରଣ ସୃଷ୍ଟିହୁଏ । ନୀତିହୀନ ନେତା ଓ ଦୁର୍ନୀତିମୁକ୍ତ ଅମଲାତନ୍ତ୍ର ଅଭାବରୁ ଆମ ଦେଶର ଅଖଣ୍ଡତା ପରାହତ ହେଉଛି ।

(ଜ) ତ୍ରୁଟିଯୁକ୍ତ ଶିକ୍ଷାବ୍ୟସ୍ଥା : ପ୍ରଚଳିତ ଶିକ୍ଷାବ୍ୟବସ୍ଥା ଯୁଗୋପଯୋଗୀ ଓ ପ୍ରୟୋଗାତ୍ମକ ହେଉ ନଥିବାରୁ ଯୁବପୀଢ଼ି ଦିଗହରା ହୋଇଯାଉଛନ୍ତି । ସେମାନଙ୍କର କାର୍ଯ୍ୟଦକ୍ଷତା ତଥା ନୈତିକ କର୍ତ୍ତବ୍ୟବୋଧ ଉପରେ ଦେଶର ପ୍ରଗତି ଓ ଏକତା ନିର୍ଭରଶୀଳ । ସାଂପ୍ରତିକ ଶିକ୍ଷାବ୍ୟବସ୍ଥା ଯୁବପୀଢ଼ିର ଚାହିଦା ପୂରଣ କରିବାରେ ସକ୍ଷମ ହେଉନାହିଁ । ଯଦ୍ବାରା ବେରୋଜଗାରୀ ଓ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହୋଇ ସେମାନେ ନିରାଶା ଜର୍ଜରିତ । ଏହାଦ୍ଵାରା ଜାତୀୟ ଏକତା ପ୍ରଭାବିତ ହେଉଅଛି ।

(ଝ) ସୀମାହୀନ ଦୁର୍ନୀତି : ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଦେଶର ସାମାଜିକ, ଅର୍ଥନୈତିକ, ଧାର୍ମିକ ଓ ନୈତିକ ଜୀବନକୁ କଳୁଷିତ କରୁଛି । ଦେଶର ସ୍ବାର୍ଥକୁ ଅର୍ଥଲାଳସାରେ ଜଳାଞ୍ଜଳି ଦେଇ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ନିଜ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଛି । ଦେଶକୁ ବିଦେଶୀ ଶତ୍ରୁ ହାତକୁ ଟେକିଦେବାକୁ ମଧ୍ୟ କୁଣ୍ଠାବୋଧ କରୁନାହିଁ । ଦେଶପ୍ରେମ ଓ ଜାତୀୟତାବାଦର ଅଭାବ ପରିଲକ୍ଷିତ ହେଉଛି, ଯାହାଦ୍ୱାରା ଦେଶର ଏକତା ପରାହତ ହେଉଛି ।

(ଞ) ବୈଦେଶିକ ଷଡ଼ଯନ୍ତ୍ର : ବୈଦେଶିକ ଶତ୍ରୁମାନେ ଆମ ଦେଶରେ ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବା ନିମନ୍ତେ ଷଡ଼ଯନ୍ତ କରୁଛନ୍ତି । ଆତଙ୍କବାଦୀ ସଙ୍ଗଠନ ମାଧ୍ୟମରେ ହିଂସା ଓ ଆତଙ୍କରାଜ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ସାଂପ୍ରଦାୟିକ ଓ ଆଞ୍ଚଳିକ ଭେଦଭାବ ସୃଷ୍ଟିକରି ଜାତୀୟ ଏକତା କ୍ଷୁଣ୍ଣ କରିବାକୁ ପ୍ରୟାସ କରୁଛନ୍ତି ।

CHSE Odisha Class 12 Sociology Unit 3 Long Answer Questions in Odia Medium

୨ । ଜାତୀୟ ସଂହତି ସୁରକ୍ଷାର ଉପାଦାନଗୁଡ଼ିକ କ’ଣ ?
Answer:
ଜାତୀୟ ସଂହତିର ସୁରକ୍ଷା ନିମନ୍ତେ ଏହା ପଥରେ ଥ‌ିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ବିଧେୟ ।
(କ) ସୁଦୃଢ଼ ଶାସନ : ସମଗ୍ର ରାଷ୍ଟ୍ରରେ ଶାସନ ବ୍ୟବସ୍ଥା ସୁଦୃଢ଼ ରହିଲେ ଦେଶର ଏକତା ପ୍ରତି ଭୟ ରହେନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକକ ସଂଖ୍ୟାଗରିଷ୍ଠ ଦଳ ହାତରେ ଶାସନ ଡୋରି ରହିଲେ ନୀତି ନିର୍ଦ୍ଧାରଣରେ ଅସୁବିଧା ରହେନାହିଁ । ପ୍ରଗତିମୂଳକ କିମ୍ବା ସଂସ୍କାରମୂଳକ ପଦକ୍ଷେପ ସହଜରେ ଗ୍ରହଣ କରିହୁଏ । ବିଦେଶୀ ଶତ୍ରୁର ଆକ୍ରମଣ କିମ୍ବା ଷଡ଼ଯନ୍ତ୍ରର ଉଚିତ ମୁକାବିଲା କରିହୁଏ ।

ପଡ଼ୋଶୀ ରାଷ୍ଟ୍ର ପାଖରେ ସମ୍ମାନ ବୃଦ୍ଧିପାଏ । ଆନ୍ତର୍ଜାତିକ ସ୍ତରରେ ସ୍ଵାଭିମାନ ପ୍ରତିଷ୍ଠା ହୁଏ । ଆନ୍ତର୍ଜାତିକ ସନ୍ତ୍ରାସବାଦର ମୁକାବିଲା ନିମନ୍ତେ ସହଯୋଗ ମିଳେ । ସମ୍ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ରସ୍ତରରେ ମିଳିତ ସରକାର ଦେଖାଯାଉଛି, ଯଦ୍ବାରା ଦେଶର ଏକତା ପ୍ରଭାବିତ ହେଉଛି ।

(ଖ) ଆର୍ଥିକ ପ୍ରଗତି : ଅର୍ଥନୈତିକ ପ୍ରଗତି ଜାତୀୟ ଏକତାର ଭିତ୍ତିଭୂମିକୁ ସୁଦୃଢ଼ କରେ । ଏହାଦ୍ଵାରା ଦେଶରୁ ଆର୍ଥିକ ଓ ସାମାଜିକ ବୈଷମ୍ୟ ଦୂର ହୁଏ । ଧନୀ ଓ ଦରିଦ୍ର ମଧ୍ୟରେ ଦୂରତା କମ୍ ହୁଏ । ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରସାରିତ ହୁଏ । ଜାତୀୟ ଐକ୍ୟ ବଜାୟ ରହେ ।

(ଗ) ସାଂପ୍ରଦାୟିକ ଏକତା : ଭାରତକୁ ଭାଗ ଭାଗ କରିବାପାଇଁ ଧର୍ମ ଓ ଜାତି ବିଭାଗ ବହୁ ପରିମାଣରେ ଦାୟୀ । ଧର୍ମଗତ ଭେଦଭାବ ଓ ଏକ ଧର୍ମ ମଧ୍ଯରେ ଥିବା ଜାତିଆଣ ମନୋବୃତ୍ତି ଦୂର ନହେବା ପର୍ଯ୍ୟନ୍ତ ଜାତୀୟ ସଂହତିର ସୁରକ୍ଷା ଅସମ୍ଭବ । ଆଇନଦ୍ୱାରା କିମ୍ବା ସାମାଜିକ ସଚେତନତା ମାଧ୍ୟମରେ ସାଂପ୍ରଦାୟିକ ଏକତା ପ୍ରତିଷ୍ଠା ଆବଶ୍ୟକ ।

ଧାର୍ମିକ ସମନ୍ଵୟ ରକ୍ଷା, ବ୍ୟକ୍ତିର ଧାର୍ମିକ ସ୍ବାଧୀନତା ପ୍ରତି ହସ୍ତକ୍ଷେପ ନ କରିବା, ଧର୍ମାନ୍ତରୀକରଣ ପାଇଁ ଉଦ୍ୟମ ନ କରିବା, ଧର୍ମ ବା ଜାତି ଭିଭିରେ ଭେଦଭାବ ନ ରଖୁବା ଓ ବୈବାହିକ ସମ୍ପର୍କ ମାଧ୍ୟମରେ ବିଭିନ୍ନ ଧର୍ମ ଓ ଜାତି ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବାଦ୍ୱାରା ଆମ ଦେଶରେ ଏକତା ଅକ୍ଷୁଣ୍ଣ ରହିପାରିବ ।

(ଘ) ଗଣତାନ୍ତ୍ରିକ ମୂଲ୍ୟବୋଧ : ଗଣତାନ୍ତ୍ରିକ ମୂଲ୍ୟବୋଧଦ୍ଵାରା ସମାନତା, ନ୍ୟାୟ ଓ ସ୍ଵାଧୀନତାଭାବ ପ୍ରସାରିତ ହୁଏ । ଏହାଦ୍ଵାରା ସାମାଜିକ-ସାଂସ୍କୃତିକ ଏକତା ପ୍ରତିଷ୍ଠିତ ହୁଏ । ଭାରତରେ ଗଣତାନ୍ତ୍ରିକ ଭାବଧାରା ବଜାୟ ରହିଥ‌ିବା ପର୍ଯ୍ୟନ୍ତ ଦେଶର ସଂହତି ଅତୁଟ ରହିପାରିବ ।

(ଙ) ସୁସ୍ଥ ରାଜନୈତିକ ପରମ୍ପରା : ସୁସ୍ଥ ରାଜନୈତିକ ପରମ୍ପରା ଅନୁସରଣରେ ଦୃଢ଼ ଜନମତ ସୃଷ୍ଟି କରି ଦେଶରେ ସୁଶାସନ ପ୍ରତିଷ୍ଠା କରାଯାଇପାରିବ । ରାଜନୈତିକ ଦଳ ଓ ନେତାମାନେ ଦେଶର ସ୍ବାର୍ଥକୁ ଜଳାଞ୍ଜଳି ଦେଇ, ରାଜନୈତିକ ମୂଲ୍ୟବୋଧକୁ ତ୍ୟାଗ କରି ନିଜ ସ୍ବାର୍ଥ ହାସଲ ନିମନ୍ତେ ସାଂପ୍ରଦାୟିକତା, ଜାତିବାଦ, ଆଞ୍ଚଳିକତାବାଦ, ଧାର୍ମିକ ବିଶ୍ଳେଷକୁ ପ୍ରୋତ୍ସାହନ ଦେଲେ ରାଜନୀତିରେ ଅପରାଧ ପ୍ରବଣତା ବୃଦ୍ଧିପାଇବ ଓ ହିଂସା, ଦ୍ବେଷ, ଅପହରଣ, ଗୁପ୍ତହତ୍ୟା ଆଦି ଜଘନ୍ୟ ଅପରାଧ ସଂଘଟିତ ହେବ ।

ଏହି ପରିପ୍ରେକ୍ଷୀରେ ଆମ ଦେଶର ସାର୍ବଭୌମତ୍ୱ ଓ ସଂହତିର ସୁରକ୍ଷା ରାଜନୈତିକ ନେତାମାନଙ୍କ ଉପରେ ଅଧିକ ନିର୍ଭରଶୀଳ ।

(ଚ) ଭାଷାବାଦ : ଭାଷାବାଦ ଭାରତର ମୌଳିକ ସମସ୍ୟା । ପୃଥ‌ିବୀର ଅନ୍ୟ କୌଣସି ଦେଶରେ ଏତେ ଭାଷାଭାଷୀ ଲୋକ ଦେଖାଯା’ନ୍ତି ନାହିଁ । ବିଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରିବା, ଗୋଟିଏ ଭାଷାକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ଦେବା, ବିଭିନ୍ନ ଆଞ୍ଚଳିକ ଭାଷାର ମୌଳିକତା ରକ୍ଷାକରିବା ଭାରତ ପାଇଁ ଏକ ଆହ୍ୱାନ । ଅବଶ୍ୟ ଇଂରାଜୀ ଭାଷାର ବହୁଳ ପ୍ରଚଳନ ଭାରତର ଭାଷାଜନିତ ସମସ୍ୟାକୁ ବହୁମାତ୍ରାରେ ସରଳ କରିପାରିଛି । ତଥାପି ଭାଷାଗତ ସମସ୍ୟା ଜାତୀୟ ସଂହତି ପ୍ରତି ବିପଦ ହୋଇ ରହିଛି ।

(ଛ) ଉନ୍ନତ ଶିକ୍ଷାବ୍ୟବସ୍ଥା : ପ୍ରଚଳିତ ଶିକ୍ଷାବ୍ୟବସ୍ଥା ଯୁଗୋପଯୋଗୀ ନହେଲେ ଯୁବପୀଢ଼ି ଦିଗ୍‌ଦର୍ଶନ ହରାଇ ବସନ୍ତି । ଭବିଷ୍ୟତ ନାଗରିକ ଉଚିତ ଶିକ୍ଷା ଆଭବରୁ ନୈରାଶ୍ୟର ସମ୍ମୁଖୀନ ହୁଅନ୍ତି । ତେଣୁ ଉନ୍ନତ ପାଠ୍ୟକ୍ରମ ପ୍ରଚଳନ, ପ୍ରୟୋଗାତ୍ମକ ଜ୍ଞାନର ପ୍ରସାର, ନୈତିକ କର୍ଭବ୍ୟବୋଧ ସୃଷ୍ଟି, ଦେଶପ୍ରେମ ଶିକ୍ଷାଦ୍ଵାରା ଦେଶର ପ୍ରଗତି ଓ ଏକତା ସୁରକ୍ଷିତ ହୁଏ । ଆମ ଦେଶରେ ଶିକ୍ଷା କ୍ଷେତ୍ରରେ ପ୍ରୟୋଗାତ୍ମକ ବିଶ୍ଳେଷଣ ଜାରିରଖୁ ଉଚିତ ।

ଗବେଷଣା ନିମନ୍ତେ ପ୍ରୋତ୍ସାହନ ଦେବା ତଥା ଗବେଷଣାଲବ୍ଧ ଜ୍ଞାନର ଉପଯୋଗ ହେବା ଉଚିତ । ସର୍ବୋପରି ଲିଙ୍ଗ ଭେଦରେ ଶିକ୍ଷା ପ୍ରସାରକୁ ସଂକୋଚନ ନ କରି ଉଭୟ ବାଳକ ଓ ବାଳିକାମାନଙ୍କ ଶିକ୍ଷା ପ୍ରତି ସମାନ ଦୃଷ୍ଟି ଦେଲେ ଦେଶର ପ୍ରଗତି ଓ ଐକ୍ୟ ବଜାୟ ରହିପାରିବ ।

(ଜ) ଆନ୍ତର୍ଜାତିକ କୂଟନୀତି : ଦେଶର ଅର୍ଥନୀତି ଓ ରାଜନୈତିକ ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବାରେ ବୈଦେଶିକ ଶକ୍ତିମାନଙ୍କର ଯଥେଷ୍ଟ ଭୂମିକା ରହିଛି । ଆନ୍ତର୍ଜାତିକ ସ୍ତରରେ କୂଟନୈତିକ ସମ୍ପର୍କ ବଳରେ ଆମ ଦେଶର ଆଭିମୁଖ୍ୟର ସଫଳ ପ୍ରଚାର ହେବା ଉଚିତ । ଏହାଦ୍ୱାରା ଦେଶର ମାନବୃଦ୍ଧି ହେବା ସହ ବିଦେଶୀ ରାଷ୍ଟ୍ରମାନଙ୍କ ସହ ମିତ୍ରତା ସ୍ଥାପନ ହୋଇପାରିବ ଓ ସହଯୋଗ ବୃଦ୍ଧି ପାଇବ ।

ବହିର୍ବାଣିଜ୍ୟର ପ୍ରସାର ଘଟି ଦେଶର ଆର୍ଥିକ ଉନ୍ନତି ହେବ ଓ ପ୍ରତ୍ୟାର୍ପଣ ଚୁକ୍ତି ମାଧ୍ୟମରେ ଆମ ଦେଶରୁ ଲୁଚି ପଳାଇଥବା ଅପରାଧୀମାନଙ୍କୁ କାବୁ କରିହେବ ।

(ଝ) ଆବେଗାତ୍ମକ ଏକତା : ଦେଶପ୍ରେମ ବଳରେ ଦେଶ ସହ ଏକ ଆବେଗାତ୍ମକ ସମ୍ପର୍କ ସ୍ଥାପିତ ହୁଏ । ଦେଶପ୍ରେମରେ ଉଦ୍‌ବୁଦ୍ଧ ବ୍ୟକ୍ତି ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାରେ ଯତ୍ନଶୀଳ ରହେ । ତେଣୁ ବିଭିନ୍ନ କିସମର ସାଂସ୍କୃତିକ ଶିକ୍ଷା, ଆଧ୍ୟାତ୍ମିକତା ଚିନ୍ତାଧାରା, ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଦେଶପ୍ରେମ ଭାବନା ଜାଗ୍ରତ କରାଇବା ଉଚିତ ।

ଆମ ଦେଶରେ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସ୍ତରରେ ଗଭୀର ଆବେଗାତ୍ମକ ଆକର୍ଷଣ ରହିଛି । ସୁସ୍ଥ ମାନସିକତା ଓ ଏକତା ଜାତୀୟ ସଂହତିକୁ ସୁଦୃଢ଼ କରିପାରିବ ।

CHSE Odisha Class 12 Sociology Unit 3 Long Answer Questions in Odia Medium

୩ । ସାମ୍ପ୍ରଦାୟିକତାର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ସାମ୍ପ୍ରଦାୟିକତା ହେଉଛି ଏକ ସାମାଜିକ ଘଟଣା ଯାହାକି ଦୁଇ ସମ୍ପ୍ରଦାୟର ଧର୍ମକୁ ନେଇ ସୃଷ୍ଟି ଓ ଏହା ବେଳେବେଳେ ସେମାନଙ୍କୁ ଉଗ୍ରତା, ଉତ୍ତେଜନା ଓ ଦଙ୍ଗା ଆଡ଼କୁ ଟାଣିନିଏ । ଭାରତରେ ସାମ୍ପ୍ରଦାୟିକ ସମସ୍ୟା ଏତେ ଜଟିଳ ଯେ ଏହାର କାରଣ ନିର୍ଦ୍ଦେଶ କରିବା ଏତେଟା ସହଜ ନୁହେଁ । ନିମ୍ନରେ କେତେକ ସମ୍ଭାବ୍ୟ କାରଣ ଆଲୋଚନା କରାଗଲା ।

(୧) ଐତିହାସିକ ପୃଷ୍ଠଭୂମି – ଇତିହାସରୁ ଜଣାଯାଏ ଯେ ଅତୀତରେ ଧର୍ମକୁ ଭିଭିକରି ଅନେକ ସଂଘର୍ଷ ଘଟିଛି । ଫଳସରୂପ ମୁଖ୍ୟତଃ ଦୁଇଟି ପରସ୍ପର ବିରୋଧୀ ଧାର୍ମିକ ସମୂହ ସୃଷ୍ଟି ହୋଇଛି । ହିନ୍ଦୁ, ଇସଲାମ, ହିନ୍ଦୁ-ବୌଦ୍ଧ କେତେକ ଐତିହାସିକ ତଥ୍ୟରେ ସାମ୍ପ୍ରଦାୟିକବାଦର ସମ୍ମୁଖୀନ ହେଉଥିଲେ ।

(୨) ମନୋବୈଜ୍ଞାନିକ ଉପାଦାନ – ପରସ୍ପର ପ୍ରତି ଅବିଶ୍ଵାସ, ସନ୍ଦେହ, ଭୟ ତଥା ହୀନମନ୍ୟତା ଆଦି ମନୋବୈଜ୍ଞାନିକ କାର୍ଯ୍ୟଗୁଡ଼ିକ ସାମ୍ପ୍ରଦାୟିକତା ବୃଦ୍ଧି ପାଇଁ ଅଧିକାଂଶ ପରିମାଣରେ ଦାୟୀ ଅଟେ । ବିଭିନ୍ନ ରାଜନୈତିକ ଦଳ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଅନ୍ୟାୟ ଭାବରେ ତୋଷଣ ନୀତି ଅବଲମ୍ବନ କରିବା ଓ ସଂଖ୍ୟାଗରିଷ୍ଠମାନଙ୍କୁ ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ଉଦ୍‌ବୁଦ୍ଧ କରିବା ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ଯରେ ଅନିଶ୍ଚିତତା ଭାବ ପରସ୍ପର ମଧ୍ୟରେ ସନ୍ଦେହ ଓ ବିଦ୍ବେଷ ସୃଷ୍ଟି କରିଅଛି ।

(୩) ସାମାଜିକ ଉପାଦାନ – ଭାରତବର୍ଷରେ ବିଭିନ୍ନ ଧର୍ମ ଅନୁଯାୟୀ ସଂସ୍କୃତିଗତ ପ୍ରଭେଦ ଦେଖା ଯାଇଥାଏ । ଏଠାରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିୟାନ ତଥା ପାର୍ସୀମାନଙ୍କ ରୀତିନୀତି, ଚାଲିଚଳନ, ବେଶଭୂଷା, ଧର୍ମ, ବିଶ୍ବାସ, ପର୍ବପର୍ବାଣି ଇତ୍ୟାଦି ପରସ୍ପରଠାରୁ ପୃଥକ୍ । ସାମାଜିକ ବିଧ୍ଵବିଧାନ ମଧ୍ୟ ସମ୍ପୂର୍ଣ୍ଣ ଅଲଗା । ଫଳରେ ସେମାନେ ପରସ୍ପରପ୍ରତି ଭିନ୍ନ ମନୋଭାବ ପୋଷଣ କରିଥା’ନ୍ତି ।

(୪) ରାଜନୈତିକ ଉପାଦାନ – ଗଣତନ୍ତ୍ର ସର୍ବୋତ୍ତମ ଶାସନ ବ୍ୟବସ୍ଥା । ମାତ୍ର ଭୋଟ ପାଇଁ ରାଜନୀତି ହେଉଥୁବାରୁ ଧର୍ମକୁ ଭୋଟ ଆହରଣର ଏକ ପ୍ରଚ୍ଛନ୍ନ ଅଥଚ ପ୍ରକୃଷ୍ଟ ମାର୍ଗଭାବରେ ବ୍ୟବହାର କରାଯାଇଛି । ଭୋଟ ସମୟରେ ଧର୍ମନାମରେ ପ୍ରଚାର ସାମ୍ପ୍ରଦାୟିକତାକୁ ତୀବ୍ରତର କରିଥାଏ । ଏବେ ସାମ୍ପ୍ରଦାୟିକତାକୁ ଭିଭିକରି ଗଢ଼ି ଉଠିଥିବା କେତେକ ରାଜନୈତିକ ଦଳ ଭୋଟ ରାଜନୀତିରେ ଅବତୀର୍ଣ୍ଣ ହେବାପରେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଛି ।

(୫) ସମାଜବିରୋଧୀ ତତ୍ତ୍ବର ପ୍ରଚାର – ପ୍ରତ୍ୟେକ ସମାଜରେ କିଛି ନା କିଛି ସାମାଜ ବିରୋଧୀ ଲୋକ ରହିଛନ୍ତି । ସେମାନଙ୍କ କାର୍ଯ୍ୟ ହେଲା ବିଭିନ୍ନ ଧର୍ମସମୂହଗୁଡ଼ିକ ମଧ୍ୟରେ ସଂଘର୍ଷ ସୃଷ୍ଟି କରିବା ଓ ତହିଁରୁ ନିଜ ଫାଇଦା ଉଠାଇବା । ଏମାନେ ସାଧାରଣତଃ କୌଣସି ବିଶେଷ ପର୍ବପର୍ବାଣି ବା ଉତ୍ସବ ଅବସରରେ ମନଗଢ଼ା ଭୁଲ୍‌ତଥ୍ୟ ପରିବେଷଣ କରି ସାମ୍ପ୍ରଦାୟିକତାର ବୀଜବପନ କରିଥା’ନ୍ତି ।

(୬) ସାମ୍ପ୍ରଦାୟିକ ସଂଗଠନ – ଆମ ଦେଶରେ ବିଭିନ୍ନ ଧର୍ମକୁ ନେଇ ମୌଳିକ ସଙ୍ଗଠନମାନ ରହିଅଛି । ମୌଳିକତାବାଦୀମାନେ ସ୍ଥାନ, କାଳ, ପାତ୍ର ଭେଦରେ ଧର୍ମର ବାଖ୍ୟା ଓ ଆଚରଣ ବଦଳିବାରେ ବିଶ୍ଵାସ କରନ୍ତି ନାହିଁ । ସେମାନେ ଧର୍ମର ଏକ ସଂକୀର୍ଣ୍ଣ ଋଢ଼ବାଦୀ ବ୍ୟାଖ୍ୟା କରି ନିଜ ଧର୍ମର ଅନନ୍ୟତା ଓ ଶ୍ରେଷ୍ଠତା ପ୍ରମାଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ଧର୍ମର ନ୍ୟୁନତା ପ୍ରମାଣ କରିବାକୁ ଚେଷ୍ଟା କରିଥାଆନ୍ତି ।

ଆଜିକାଲି ହିନ୍ଦୁ, ମୁସଲମାନ, ଶିଖ୍, ଜନଜାତି ଆଦି ସମ୍ପ୍ରଦାୟର ଅନେକ ସଙ୍ଗଠନ ମୁଣ୍ଡ ଟେକିବାରେ ଲାଗିଛି । ଏ ପ୍ରକାର ସଙ୍ଗଠନ ଆପଣା ଧର୍ମର ଲୋକମାନଙ୍କୁ ଏକଜୁଟ୍ କରି ଧର୍ମ ନାମରେ ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କ ପ୍ରତି ଘୃଣା ଓ ବିଦ୍ବେଷ ମନୋଭାବ ସୃଷ୍ଟି କରନ୍ତି |

(୭) ଇତିହାସର ମିଥ୍ୟାବର୍ଣ୍ଣନା – ଭାରତର ଇତିହାସକୁ ଭୁଲ୍ ଭାବରେ ଉପସ୍ଥାପନା କରିବାର ଅପଚେଷ୍ଟା ବ୍ରିଟିଶ ଶାସକମାନଙ୍କଠାରୁ ଆରମ୍ଭ ହୋଇଅଛି । ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଦ୍ବେଷ ସୃଷ୍ଟି କରି Divide and rule ଅନୁଯାୟୀ ବ୍ରିଟିଶରମାନେ ଐତିହାସିକ ଭୁଲ୍‌ତଥ୍ୟ ଯୋଗାଇ ଦେଇଛନ୍ତି । ସମୟେ ସମୟେ ପାଠ୍ୟ ପୁସ୍ତକଗୁଡ଼ିକରେ ଇତିହାସର ଭ୍ରମାତ୍ମକ ବର୍ଣ୍ଣନା ସ୍ଥାନ ପାଇଥିବାରୁ ତାହା ଶିଶୁ ମନରେ ଅଯଥା ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟି କରୁଅଛି ।

(୮) ବୈଦେଶିକ ହସ୍ତକ୍ଷେପ – ବେଳେବେଳେ ବୈଦେଶିକ ରାଷ୍ଟ୍ରଗୁଡ଼ିକ ଭାରତ ପ୍ରତି ହିଂସା ମନୋଭାବ ରଖ୍ ଦେଶର ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ଉତ୍ସାହ ପ୍ରଦାନ କରିଥା’ନ୍ତି । ଆମେରିକାର ଗୁପ୍ତଚର ସଂସ୍ଥା CIA ମଧ୍ୟ ଅତୀତରେ ଭାରତକୁ ଦୁର୍ବଳ କରିବାପାଇଁ ସାମ୍ପ୍ରଦାୟିକ ଦଙ୍ଗାକୁ ଉତ୍ସାହିତ କରିବାର ଅଭିଯୋଗ ହୋଇଥିଲା ।

(୯) ଗଣମାଧ୍ୟମ – ସାମ୍ପ୍ରଦାୟିକ ଉତ୍ତେଜନାକୁ ପ୍ରଜ୍ବଳିତ କରିବାରେ ଗଣମାଧ୍ୟମଗୁଡ଼ିକ ବେଳେବେଳେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥା’ନ୍ତି | ଶୂନ୍ୟରୁ ତୋଳି ସମ୍ବାଦ ପ୍ରକାଶ କରି ଏବଂ ପ୍ରମାଦପୂର୍ଣ୍ଣ ତଥ୍ୟ ପରିବେଷଣ କରି ସାମ୍ପ୍ରଦାୟିକ ରୂପୀ ଅଗ୍ନିରେ ଘିଅ ଢାଳିଥା’ନ୍ତି |

(୧୦) ମୁଖ୍ୟସ୍ରୋତରୁ ଦୂରତ୍ବ – ସଂଖ୍ୟାଲଘୁମାନେ ମୁଖ୍ୟସ୍ରୋତରୁ ଦୂରରେ ରହିଥିବାରୁ ସାମ୍ପ୍ରଦାୟିକ ଶକ୍ତିର ଚାପ ଫଳରେ ସାମ୍ପ୍ରଦାୟିକତା ପ୍ରତି ଆକୃଷ୍ଟ ହୁଅନ୍ତି ।

(୧୧) ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ – ସାମ୍ପ୍ରଦାୟିକ ସଦ୍‌ଭାବର ପ୍ରସାର ପାଇଁ ଭିନ୍ନ ଭିନ୍ନ ସମୟରେ ପ୍ରତ୍ୟେକ ଅଞ୍ଚଳରେ ସଭା, ଶୋଭାଯାତ୍ରା, ଶିବିର ଓ ପ୍ରଦର୍ଶନୀର ଆବଶ୍ୟକତା ରହିଛି । ବିଶେଷଭାବରେ ସଂଖ୍ୟାଲଘୁ ସମୁଦାୟର ପ୍ରତ୍ୟେକ ଅଞ୍ଚଳରେ ସଭା, ଶୋଭାଯାତ୍ରା, ଶିବିର ଓ ପ୍ରଦର୍ଶନୀର ଆବଶ୍ୟକତା ରହିଛି । ବିଶେଷଭାବରେ ସଂଖ୍ୟାଲଘୁ ସମୁଦାୟର ସଦସ୍ୟମାନଙ୍କୁ ଏସବୁ କାର୍ଯ୍ୟକ୍ରମରେ ଅଧ‌ିକ ସଂଖ୍ୟାରେ ଯୋଗଦେବାପାଇଁ ପଦକ୍ଷେପ ନିଆଯିବା ଉଚିତ ।

ପ୍ରାଚୀରପତ୍ର, ଚିତ୍ରକଳା, ନାଟକ, ପାଲା, ଦାସକାଠିଆ ମାଧ୍ୟମରେ ଧର୍ମନିରପେକ୍ଷ ବିଚାରଧାରାର ବହୁଳ ପ୍ରଚାର କରିବା ଆବଶ୍ୟକ । ଗଣମାଧ୍ୟମ ଏ ସଂକ୍ରାନ୍ତରେ ସକ୍ରିୟ ଭୂମିକା ଗ୍ରହଣ କରିବା ଆବଶ୍ୟକ ।

(୧୦) ଗାନ୍ଧିବାଦର ପ୍ରସାର – ଜାତିର ପିତା ମହାତ୍ମା ଗାନ୍ଧୀ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ମହାନ୍ ପ୍ରତୀକ । ତାଙ୍କର ପ୍ରଦର୍ଶିତ ମାର୍ଗ ଓ ବିଚାରଧାରା ଯଥା ଅହିଂସା, ମୈତ୍ରୀ, ସର୍ବଧର୍ମକୁ ସମ୍ମାନ ଓ ପରସ୍ପର ମଧ୍ୟରେ ଭ୍ରାତୃତ୍ଵର ପ୍ରସାରଦ୍ୱାରା ଭାରତ ଏକ ବୃହତ୍ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇପାରିଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

୪ । ସାମ୍ପ୍ରଦାୟିକତାବାଦର ନିରାକରଣ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯିବା ଉଚିତ, ଆଲୋଚନା କର ।
Answer:
ସାଧୀନତାର ଛଅ ଦଶନ୍ଧିରୁ ଅଧ୍ବକ କାଳ ବିତିଯାଇଥିଲେ ମଧ୍ୟ ସାମ୍ପ୍ରଦାୟିକତା ଆମ ଦେଶର ଜାତୀୟ ସଂହତି ପାଇଁ ଏକ ମୁଖ୍ୟ ସମସ୍ୟା ହୋଇ ରହିଛି । ବିଗତ ବର୍ଷମାନଙ୍କରେ ଅତି କମ୍‌ରେ ଦଶହଜାରରୁ ଅଧିକ ଲୋକ ସାମ୍ପ୍ରଦାୟିକ ଦଙ୍ଗାରେ ମୃତ୍ୟୁବରଣ କରିଛନ୍ତି । ଅଯୋଧ୍ୟା, ଗୋଧ୍ରା, ବମ୍ବେର ସାମ୍ପ୍ରଦାୟିକ ଦଙ୍ଗା ଆଜି ମଧ୍ୟ ଲୋକମାନେ ପାସୋରି ପାରି ନାହାନ୍ତି ।

ସାମ୍ପ୍ରଦାୟିକତାକୁ ପ୍ରତିହତ କରି ନପାରିବା ଆମ ରାଷ୍ଟ୍ରତନ୍ତ୍ର ଓ କ୍ଷମତାର ଅଧିକାରୀମାନଙ୍କର ବିଫଳତା । ଏହାର ପ୍ରତିରୋଧ ଓ ବିଲୋପ ପାଇଁ ନିମ୍ନରେ କେତେକ ପ୍ରସ୍ତାବକୁ ଆଲୋଚନା କରାଗଲା ।

(କ) ତୁରନ୍ତ ପଦକ୍ଷେପ :
(୧) ଗଣମାଧ୍ୟମର ଗୁଜବ ପ୍ରଚାର ବା ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶନ ବା ସମ୍ପ୍ରସାରଣକୁ ନିଷିଦ୍ଧ କରିବା ।
(୨) ଚରମପନ୍ଥୀ ସନ୍ତ୍ରାସବାଦର ମୂଳୋତ୍ପାଟନ ଆବଶ୍ୟକ । ଦଙ୍ଗାଗୋଳ ସୃଷ୍ଟି କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।
(୩) ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ସମ୍ମାନାସ୍ପଦ ସଦସ୍ୟମାନଙ୍କୁ ସାମିଲ କରି ଶାନ୍ତି କମିଟିର ଗଠନ ଓ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ।
(୪) ଦଙ୍ଗାଗୋଳକୁ ପ୍ରତିହତ କରିବାପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ପାରଙ୍ଗମ ସ୍ୱତନ୍ତ୍ର ସୁରକ୍ଷାବାହିନୀଗୁ ସୃଷ୍ଟି କରି ନିୟୋଜିତ କରିବା ।
(୫) ଦଙ୍ଗାଗଣ୍ଡଗୋଳରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଅଦାଲତ ମାଧ୍ୟମରେ ତୁରନ୍ତ ଦଣ୍ଡବ୍ୟବସ୍ଥା କରିବା ।
(୬) ଦଙ୍ଗାବିଧ୍ବସ୍ତ ଲୋକମାନଙ୍କର ଥଇଥାନ ପାଇଁ ବିପର୍ଯ୍ୟସ୍ତ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁରକ୍ଷା ପ୍ରଦାନ କରିଥା ତଥା ରିଲିଫ୍ କ୍ୟାମ୍ପରେ ରଖ୍ ସେମାନଙ୍କ ଖାଦ୍ୟବସ୍ତ୍ର ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ଜରୁରୀ ବ୍ୟବସ୍ଥା କରିବା ଆବଶ୍ୟକ ।
(୭) ଦଙ୍ଗାଭୟଭୀତ ଲୋକମାନଙ୍କର ମନୋବୈଜ୍ଞାନିକ ସମାଜତାତ୍ତ୍ୱିକ ବ୍ୟବସ୍ଥାରେ ଥଇଥାନ କରିବା ଆବଶ୍ୟକ ।

ସୂଦୂରପ୍ରସାରୀ ପଦକ୍ଷେପ :
(୧) ସାକ୍ଷରତା – ସମସ୍ତ ସାଧାରଣ ନାଗରିକ ଓ ଯୁବକ ଯୁବତୀମାନଙ୍କ ମଧ୍ୟରେ ଶିକ୍ଷା ଓ ସଚେତନତାର ପ୍ରସାରଦ୍ଵାରା ଧର୍ମନିରପେକ୍ଷତା ମଜବୁତ ହେବ ଓ ସଂପ୍ରଦାୟିକତାର ମୂଳୋତ୍ପାଟନ ହୋଇପାରିବ ।

(୨) ଆର୍ଥିକ ବିକାଶ – ସଂଖ୍ୟାଲଘୁ ସଂପ୍ରଦାୟର ଆର୍ଥିକ ବିକାଶ ହୋଇପାରିଲେ କେତେକାଂଶରେ ସାମ୍ପ୍ରଦାୟିକତାକୁ ରୋକାଯାଇପାରିବ ।

(୩) କର୍ମସଂସ୍ଥାନ – ସଂଖ୍ୟାଲଘୁ ସମୁଦାୟର ଅଧିକାଂଶ ସଦସ୍ୟ ଶିକ୍ଷାଲାଭରୁ ବଞ୍ଚିତ ହୋଇଥିବାରୁ ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ରରେ ବହୁଳଭାବରେ ଯୋଗଦେଇ ପାରୁନାହାଁନ୍ତି । ସେମାନଙ୍କୁ ଉଚିତ ରୂପରେ କର୍ମସଂସ୍ଥାନ ଓ ବୃତ୍ତି କ୍ଷେତ୍ରରେ ନିୟୋଜିତ କରିପାରିଲେ, ସେମାନେ ସାମ୍ପ୍ରଦାୟିକ ଶକ୍ତିର ଶିକାର ହେବେ ନାହିଁ ।

(୪) ସାମ୍ପ୍ରଦାୟିକ ବିଚାରଧାରାର ଲୋପ – ଧର୍ମ ଓ ସଂପ୍ରଦାୟର ବିରୋଧୀ ମନୋଭାବର ବିକାଶକୁ ସମାଜରୁ ବିଲୋପ କରିବା ଅତ୍ୟନ୍ତ ଜରୁରୀ । ଅନ୍ୟ ଧର୍ମ ପ୍ରତି ଘୃଣା, ଆକ୍ଷେପ ବା ଆକ୍ରୋଶମୂଳକ ମନୋଭାବକୁ ପରିବର୍ତ୍ତନ କରାଯିବା ଆବଶ୍ୟକ ।

(୫) ଧର୍ମ ଓ ରାଜନୀତିକୁ ପୃଥକ କରିବା – ସମସ୍ତ ରାଜନେତା, ରାଜନୈତିକ ଦଳ ଓ ସଙ୍ଗଠନ ସାମ୍ପ୍ରଦାୟିକତା ମନୋଭାବରୁ ବିରତ ରହିବା ଆବଶ୍ୟକ । ଦେଶର ରାଜନୈତିକ କ୍ଷେତ୍ର ସହ ଧର୍ମକୁ ସଂଶ୍ଳିଷ୍ଟ ନକରି ପୃଥକ୍ ରଖୁବା ଉଚିତ ।

(୬) ଧର୍ମାନ୍ତରୀକରଣକୁ ବିରୋଧ – କୌଣସି ଧର୍ମ ବା ସମୁଦାୟର ଲୋକମାନଙ୍କୁ ବଳପୂର୍ବକ ଅଥବା ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମରେ ଦୀକ୍ଷିତ ହେବାକୁ କଡ଼ାକଡ଼ି ଭାବରେ ପ୍ରତିରୋଧ କରିବା ଆବଶ୍ୟକ । ସଇଚ୍ଛାରେ କେହି ଅନ୍ୟ ଧର୍ମ ଗ୍ରହଣ କରିବା ଦୋଷାବହ ନୁହେଁ, ମାତ୍ର ଲୋକମାନଙ୍କର ନିରକ୍ଷରତା ଓ ସରଳତାର ସୁଯୋଗ ନେଇ ସେମାନଙ୍କର ଧର୍ମାନ୍ତରିତ କରିବା ଏକ ଜଘନ୍ୟ ଅପରାଧ । ଏଥିପାଇଁ ଦୃଢ଼ ଆଇନ ବ୍ୟବସ୍ଥା ପ୍ରଣୟନ କରିବା ସହ ଏହାକୁ ସତର୍କତାର ସହ କାର୍ଯ୍ୟକାରୀ କରିବା ବିଧେୟ ।

(୭) ଶିକ୍ଷିତ ଓ ମଧ୍ୟବିତ୍ତ ଶ୍ରେଣୀର ଭୂମିକା – ଭାରତର ଶିକ୍ଷିତ ଓ ମଧ୍ୟବିତ୍ତ ଶ୍ରେଣୀ ଇତିହାସକାଳରୁ ଦେଶ ଗଠନ ଓ ସାମାଜିକ ବିପ୍ଳବ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛନ୍ତି । ସାମ୍ପ୍ରଦାୟିକତା ବିରୁଦ୍ଧରେ ସଭାସମିତି ଓ ବିଚାର ଗୋଷ୍ଠୀ ତଥା ମାର୍ଗଦର୍ଶନ ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସାମ୍ପ୍ରଦାୟିକତା ଦମନ କରିବାପାଇଁ ଏମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିବା
ଆବଶ୍ୟକ ।

(୮) ପାଠ୍ୟପୁସ୍ତକ ଓ ଶିକ୍ଷାନୁଷ୍ଠାନର ଭୂମିକା – ଆମ ଦେଶର ପାଠ୍ୟପୁସ୍ତକ ବିଶେଷଭାବରେ ଇତିହାସ ଶିକ୍ଷାଦାନ କ୍ଷେତ୍ରରେ ଅନେକ ଭ୍ରମାତ୍ମକ ଓ ସାମ୍ପ୍ରଦାୟିକ ତତ୍ତ୍ୱ ତଥା ଇତିହାସକୁ ବିକୃତ କରି ଚିତ୍ରଣ କରିବାର ଦୃଷ୍ଟାନ୍ତ ଦେଖାଦିଏ । ଇତିହାସକାର ଓ ପାଠ୍ୟପୁସ୍ତକ ପ୍ରଣେତା ତଥା ଶିକ୍ଷକବର୍ଗ ଏଥପାଇଁ ସଚେତନ ହେବା ତଥ୍ୟ ବିଭ୍ରାନ୍ତିକର ତଥ୍ୟକୁ ତୁରନ୍ତ ବାଦ ଦେଇ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ । ଶିକ୍ଷାନୁଷ୍ଠାନମାନଙ୍କରେ ଭିନ୍ନ ଭିନ୍ନ ସମୁଦାୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ଓ ମୈତ୍ରୀର ପ୍ରସାର ଆବଶ୍ୟକ ।

୫ । ଆତଙ୍କବାଦ କ’ଣ ? ଆତଙ୍କବାଦର ବୈଶିଷ୍ଟ୍ୟକୁ ଆଲୋଚନା କର ।
Answer:
ହିଂସାତ୍ମକ କର୍ମକୁ ଲକ୍ଷ୍ୟଲାଭର ସମୁଚିତ ପନ୍ଥାରୂପେ ମନେକରୁଥିବା ପୃଥିବୀବ୍ୟାପୀ ସନ୍ତ୍ରାସବାଦୀ ଗୋଷ୍ଠୀମାନଙ୍କର କାର୍ଯ୍ୟକଳାପକୁ ଆତଙ୍କବାଦ କୁହାଯାଏ । ଏକ ସଙ୍ଗଠିତ ଦଳ ବା ସମୂହ ନିଜର ନିର୍ଦ୍ଧାରିତ ଲକ୍ଷ୍ୟପୂରଣ ନିମିତ୍ତ ଯୋଜନାବଦ୍ଧ ଭାବରେ ହିଂସାର ବ୍ୟବହାର କରିବାର ପଦ୍ଧତି ହେଉଛି ଆତଙ୍କବାଦ । ଆତଙ୍କବାଦର କେତେକ ବୈଶିଷ୍ଟ୍ୟକୁ ନିମ୍ନରେ ଆଲୋଚନା କରାଗଲା ।

(୧) ରାଜନୈତିକ ଅଭିପ୍ରାୟ – ସମ୍ପ୍ରତି ଆତଙ୍କବାଦ ବିଶ୍ବ ରାଜନୀତି ପ୍ରତି ଏକ ଆକ୍ରମଣାତ୍ମକ କାର୍ଯ୍ୟ ଅଟେ । ଏହା ରାଷ୍ଟ୍ରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ବାଂଲାଦେଶରୁ ଭାରତକୁ ମୁସଲମାନମାନଙ୍କ ଅନୁପ୍ରବେଶ ଏବଂ ଏହାକୁ ରୋକିବାରେ ସରକାରଙ୍କ ଅକ୍ଷମତା ସାମାଜିକ ସ୍ଥିତିକୁ ଉଦ୍‌ବେଗ କରିଅଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

(୨) ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ସମୂହ – ୨୦୦୦ ମସିହାହୁ ୨୦୧୧ ମସିହା ପର୍ଯ୍ୟନ୍ତ ଆତଙ୍କବାଦୀମାନେ ଅହମ୍ମଦାବାଦ, ପୁନେ, ବେଙ୍ଗାଲୁର, ହାଇଦ୍ରାବାଦ, ଜୟପୁର, ବାରଣାସୀରେ ଅମାନୁଷିକ/ବର୍ବର ଆକ୍ରମଣ କରିଛନ୍ତି । ୨୦୦୧ରେ ଭାରତୀୟ ପାର୍ଲାମେଣ୍ଟ ଆକ୍ରମଣ ଏବଂ ୨୦୦୮ରେ ୨୬/୧୧ର ଆତଙ୍କବାଦୀ ଆକ୍ରମଣ ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟି କରିଅଛି । ଭାରତର ନାଗାଲାଣ୍ଡ, ମିଜୋରାମ ଏବଂ ମଣିପୁରର ଜାତି ବିଭେଦକୁ ନେଇ ହିଂସା ଓ ପ୍ରତିହିଂସା ହୋଇଅଛି ।

(୩) ଆତଙ୍କବାଦ ରାଷ୍ଟ୍ର ଏବଂ ସମୁଦାୟ ବିରୋଧୀ – ବିପଦପୂର୍ଣ୍ଣ ଆତଙ୍କବାଦ ଜାତୀୟ ଐକ୍ୟ ଓ ସଂହତିରେ ବାଧା ସୃଷ୍ଟି କରିଥାଏ । ଆତଙ୍କବାଦୀମାନେ ସାଧାରଣତଃ ଜାତୀୟ ସଂହତି, ରାଜନୈତିକ ସଂହତି, ରାଜନୈତିକ ଅନୁଷ୍ଠାନ ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ଲକ୍ଷ୍ୟରଖୁ ନାନା ଅଘଟଣମାନ ଭାରତରେ କରିଥା’ନ୍ତି । ସମାଜ ଓ ସାମାଜିକ, ରାଜନୈତିକ ଓ ଅର୍ଥକ ସମ୍ପର୍କକୁ ବିଶୃଙ୍ଖଳିତ କରିଥା’ନ୍ତି । ଗ୍ରାମ ବା ସହର ସାମୁଦାୟିକ ମନୋଭାବକୁ ଦୁର୍ବଳ କରିଥାନ୍ତି ।

(୪) ଆତଙ୍କବାଦ ବେଆଇନ ଆଇନ ବିରୁଦ୍ଧ ଓ ଆଇନ ଅସଙ୍ଗତ ଅଟେ – ଆତଙ୍କବାଦ ରାଜନୈତିକ, ଆଦର୍ଶଗତ, ସାମାଜିକ, ଅର୍ଥନୈତିକ କାରଣଗୁଡ଼ିକ ନେଇ ଆଇନ ବିରୋଧୀ କାର୍ଯ୍ୟ କରି ସ୍ବାର୍ଥ ହାସଲ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥାଏ । ପ୍ରାୟତଃ ଆତଙ୍କବାଦୀମାନଙ୍କର କାର୍ଯ୍ୟ ପଦ୍ଧତି ବେଆଇନ ବା ଆଇନ ବିରୋଧୀ ଅଟେ । ଆଇନଗୁଡ଼ିକ ଅବମାନନା କରି ବିଦ୍ରୋହୀଗଣ ସମାଜରେ ନାନା ଅଘଟଣ ଘଟାଇଥା’ନ୍ତି, ଯାହାକି ସମାଜ, ରାଷ୍ଟ୍ରର ବିକାଶ, ପ୍ରଗତି ଓ ଉନ୍ନତିରେ ବାଧକ ହୋଇଥାଏ । ଏହା ଆଇନ ଅସଙ୍ଗତ । ଏହା ଦେଶରେ ବିବିଧତା ଆଣିଥାଏ ଏବଂ ଶାନ୍ତି ଭଙ୍ଗ କରିଥାଏ ।

(୫) ଆତଙ୍କବାଦ ଭୟ ପ୍ରଦର୍ଶନ କରିଥାଏ ପଞ୍ଜାବ, କାଶ୍ମୀରରେ ଆତଙ୍କବାଦ, ନକ୍ସଲ, ଉଲ୍‌ଫା ଆତଙ୍କବାଦ ଇତ୍ୟାଦି ସମାଜରେ ଭୟ ସଂଚାର କରିଥା’ନ୍ତି । ଆତଙ୍କବାଦୀଙ୍କଦ୍ୱାରା ବ୍ୟବହୃତ ବୋମା, ବିସ୍ଫୋରକ ଦ୍ରବ୍ୟ, ଦୋକାନ ବଜାର, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡରେ ବୋମା ବିସ୍ଫୋରଣ, ସ୍ଥାନୀୟ ମୁଖ୍ୟଲୋକଙ୍କୁ ଅପହରଣ ଓ ହତ୍ୟାଧମକ ନାନା ଭୟ ସଞ୍ଚାର କରିଥାଏ ।

(୬) ଆତଙ୍କବାଦ ସୁସଙ୍ଗତ ବିଚାରକୁ ନିବାରଣ କରିଥାଏ – ସମାଜର ଅନୁମୋଦିତ, ସୀକୃତ ଓ ପ୍ରଣୋଦିତ ନୀତିନିୟମ, ଆଇନକାନୁନକୁ ଆତଙ୍କବାଦୀମାନେ ସହଜରେ ଗ୍ରହଣ କରି ନଥା’ନ୍ତି । ବରଂ ଆଇନକୁ ଅବମାନନା ବା ବେଖାତିର କରି ଆତଙ୍କି, ବା ସନ୍ତ୍ରାସ କରି ନିଜର ମତାମତ ଗ୍ରହଣ କରିବାକୁ ପ୍ରଶାସନ ତଥା ଜନସାଧାରଣଙ୍କୁ ବାଧ୍ୟ କରାଇବା ସନ୍ତ୍ରାସବାଦୀଙ୍କ ଉଦ୍ଦେଶ୍ୟ
ଥାଏ ।

(୭) ଆତଙ୍କବାଦ ସେଚ୍ଛାଚାରିତାକୁ ପ୍ରଶୟ ପ୍ରଦାନ କରିଥାଏ – ନିଜର ନିଷ୍ପଭିକୁ ଅନ୍ଧଭାବରେ ଗ୍ରହଣ କରିବାପାଇଁ ଦାବିଗୁଡ଼ିକ ଆତଙ୍କବାଦୀମାନେ ଉପସ୍ଥିତ କରିଥାନ୍ତି । ସେମାନଙ୍କର ମନମୁଖୀ ବ୍ୟବହାର ଅଶାନ୍ତି ବା ସାମାଜିକ ତଥା ଆଇନଗତ ବିଶୃଙ୍ଖଳାର କାରଣ ହୋଇଥାଏ ।

(୮) ଆତଙ୍କବାଦ ଜନସାଧାରଣଙ୍କୁ ଅସହାୟ କରିଦିଏ – ବହୁ ନିରୀହ ଜନସାଧାରଣ ଆତଙ୍କବାଦର ଆକ୍ରୋଶର ଶିକାର ହୋଇଥାନ୍ତି । ବହୁ ଧନସମ୍ପଭିର କ୍ଷୟକ୍ଷତି ହୋଇଥାଏ । ଏହି ବିପର୍ଯୟର ଶିକାର ହୋଇ ବହୁ ଅନାଥ, ବିଧବା, ଗୃହହୀନ ଆତଙ୍କବାଦ ଦମନର ଏକ ମାଧ୍ୟମ ଅଟେ । ଏହା ଏକ ହିଂସାତ୍ମକ ପଦକ୍ଷେପ ଅଟେ ।

୬ । ଆତଙ୍କବାଦର କାରଣଗୁଡ଼ିକ ବର୍ଣନା କର ।
Answer:
ସାଧାରଣତଃ ଜନସାଧାରଣଙ୍କୁ ପ୍ରଭାବିତ କରି ରାଜନୀତିକ କିମ୍ବା ବିଦ୍ରୋହ ନିମିତ୍ତ ସୁବିଧା ସୁଯୋଗ ଲାଭ କରିବାପାଇଁ ପୂର୍ବ ପରିକଳ୍ପିତ ବା ସ୍ଥିରୀକୃତ ଉଦ୍ଦେଶ୍ୟମୂଳକ ଓ ଯୋଜନାମୂଳକ ହତ୍ୟା, ଆତଙ୍କ ନିରୀହମାନଙ୍କୁ ଭୀତି ପ୍ରଦର୍ଶନ ହେଉଛି ଆତଙ୍କବାଦ ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଆତଙ୍କବାଦର ଅନେକ କାରଣମାନ ରହିଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।

ସାମାଜିକ କାରଣ – ଯେତେବେଳେ ସଂଖ୍ୟାଲଘୁ ଗୋଷ୍ଠୀ ସେମାନଙ୍କର ଅଧିକାରଗୁଡ଼ିକ ଠିକ୍ ଭାବରେ ପୂରଣ କରିବାରେ ଅସମର୍ଥ ହୋଇଥା’ନ୍ତି ଏବଂ ସେମାନଙ୍କର ସାଂସ୍କୃତିର ଅବକ୍ଷୟ ହେଉଅଛି ବୋଲି ଅନୁଭବ କରିଥା’ନ୍ତି, ସେଥ‌ିପାଇଁ ଉପଯୁକ୍ତ ସହାୟତା ଓ ପ୍ରୋତ୍ସାହନରେ ବିଫଳ ହେଲେ ସେମାନେ ଚରମପନ୍ଥୀ ହୋଇଥା’ନ୍ତି ।

କେତେକ କାରଣବଶତଃ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟମାନେ ସାମାଜିକ ସମ୍ପର୍କକୁ ବ୍ୟାପକ କରିବାରେ ବିଫଳ ହୋଇଥାନ୍ତି । ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତି ନାହିଁ । ଫଳରେ ବିକଳ୍ପ ପନ୍ଥା ଅନୁସରଣ କରି ଆତଙ୍କବାଦ ଭିତରେ ନିଜକୁ ପରିଚାଳନା କରିଥା’ନ୍ତି ଓ ଆତଙ୍କବାଦୀ ପାଲଟିଯା’ନ୍ତି ।

(୨) ଅର୍ଥନୈତିକ କାରଣ – ଦାରିଦ୍ର୍ୟ ଆତଙ୍କବାଦର ପ୍ରଧାନ କାରଣ ଅଟେ । ସାମାଜିକ ଓ ଅର୍ଥକ ଅବସ୍ଥାର ଅସନ୍ତୁଳନ ବିକଳ୍ପ ପନ୍ଥା ପାଇଁ ବାଟ ଦେଖାଇଥାଏ । ସେମାନେ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ ଅସହିଷ୍ଣୁ ଓ ହିଂସ୍ର ଆଚରଣ ଦେଖାଇଥା’ନ୍ତି । ଏପରିକି ସେମାନେ ଆବଶ୍ୟକତାକୁ ପୂରଣ କରିବାପାଇଁ ଆତ୍ମଘାତୀ ନୀତି ଅବଲମ୍ବନ କରି ଅନ୍ୟର କ୍ଷତି କରିଥା’ନ୍ତି ଓ ସେମାନଙ୍କର ମନରେ ଭୟର ସଞ୍ଚାର କରିଥା’ନ୍ତି ।

ଦ୍ଵିତୀୟତଃ, ଶିକ୍ଷିତ ବେକାରୀ ଚାକିରି ପ୍ରତି ବିଶେଷ ଧ୍ୟାନଦେଇ ବିଫଳ ହେବାରୁ ଓ ସାମାଜିକ ମର୍ଯ୍ୟଦା ଅଧୋପତନ ଭୟରୁ ସେମାନେ ବିପଥଗାମୀ ହୁଅନ୍ତି । ଦୁର୍ନୀତି, ପ୍ରୀୟାପ୍ରୀତି, ଅସାଧୁତା, ବେକାରୀ ସମସ୍ୟାକୁ ବିଛାଇ ଦେଇଅଛି । ଆର୍ଥିକ ଅବସ୍ଥା ଓ ଜୀବନକୁ ମୁକ୍ତ ଭାବେ ଉପଭୋଗ ପାଇଁ ସେମାନେ ଆତଙ୍କବାଦ ଗ୍ରହଣ କରୁଛନ୍ତି ।

ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର ରାଜ୍ୟରେ କେତେକ ଅର୍ଥନୈତିକ କାରଣ, ଯଥା-ଭୂ-ସମ୍ପରି ସଂସ୍କାର, ଗ୍ରାମୀଣ ବେକାରୀ, ଭୂମିହୀନ ଶ୍ରମିକଙ୍କ ପ୍ରତି ଜମିଦାରଙ୍କ ଶୋଷଣ ଆତଙ୍କବାଦିତାକୁ ବୃଦ୍ଧି କରେ ।

(୩) ଜାତିଗତ କାରଣ – ନାଗାଲାଣ୍ଡ, ମିଜୋରାମ, ମଣିପୁର ଓ ଆସାମରେ ହେଉଥ‌ିବା ଆତଙ୍କବାଦଗୁଡ଼ିକ ପ୍ରଜାତୀୟ ଓ ଜାତିଭିତ୍ତିକ ଦ୍ବେଷ ପାଇଁ ହେଉଅଛି । ଜାତିଆଣଭାବ ସଂକୀର୍ଣ୍ଣ ସ୍ବାର୍ଥ, ହିଂସାତ୍ମକ ଆଚରଣ କରିବାପାଇଁ କେତେକ ଗୋଷ୍ଠୀ ପ୍ରବର୍ତ୍ତାଉଛନ୍ତି । ଫଳରେ ରାଜ୍ୟଗୁଡ଼ିକରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଜାତିଗତ ସଂଘର୍ଷ, ଶ୍ରେଣୀ ଜଟିଳତା, ଅସମାନତା, ରାଜନୈତିକ ସୁଯୋଗରୁ ବଞ୍ଚିତ ହେଉଥ‌ିବା ଗୋଷ୍ଠୀ ଓ ଜାତି ସାମର୍ଥ୍ୟକୁ ବଳବତ୍ତର ରଖୁବା ପାଇଁ ଆତଙ୍କବାଦର ସାହାଯ୍ୟ ଗ୍ରହଣ କରି ବ୍ୟକ୍ତି ଆତଙ୍କବାଦୀ ହୋଇଥାଏ ।

(୪) ଧର୍ମୀୟ କାରଣ – ସାଧାରଣତଃ ବିଶ୍ବରେ ଯେଉଁ ଆତଙ୍କବାଦଜନିତ ବିଘଟନ ଘଟିଯାଉଛି ତା’ର ମୁଖ୍ୟ କାରଣ ହେଉଛି ଧର୍ମୀୟ ଈର୍ଷା ଓ ଆସୂୟା ମନୋଭାବ । ପଞ୍ଜାବର ଖଲିସ୍ଥାନବାଦୀ, ଜାମ୍ମୁ କାଶ୍ମୀରର ମୁକ୍ତି ସଙ୍ଗଠନ, ଏପରିକି ହିଜ୍କୁଲ୍ ମୁଜାହିଦ୍ଦିନର ଦାବି ଜାମ୍ମୁ ଓ କାଶ୍ମୀରକୁ ପାକିସ୍ତାନ ସହ ମିଶ୍ରିତ ଧର୍ମୀୟ ସଂଘର୍ଷର ରୂପ ପ୍ରଦାନ କରେ । ଏହା ଜନଜୀବନକୁ ନଷ୍ଟ କରିଥାଏ ।

(୫) ଗଣତନ୍ତ୍ର ବିରୋଧୀ – ଆଧୁନିକ ରାଜନୀତିରେ ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଅଟେ; କିନ୍ତୁ କେତେକ ମୁଷ୍ଟିମେୟ ଗୋଷ୍ଠୀ ଏହି ସୁଯୋଗର ଅସହୁପଯୋଗ କରନ୍ତି । ଦଳୀୟ କୁତ୍ସିତ ମନୋଭାବ, ହୀନ ସାର୍ଥପରତା ଗଣତନ୍ତ୍ରକୁ ବିକଳାଙ୍ଗ କରିଛି । ‘ଜୋର ଯାହାର ମୂଲକ ତା’ର’ ନୀତି ସାମାଜିକ, ରାଜନୈତିକ ଜୀବନ ବିଶୃଙ୍ଖଳିତ କରିଥାଏ । ଏହା ଆତଙ୍କବାଦକୁ ପ୍ରୋତ୍ସାହିତ କରେ ।

(୬) ଅମାନବିକତା – ଜାତୀୟତାବୋଧର ଅଭାବ ମଣିଷ ଜାତିର ମହନୀୟତାକୁ ନଷ୍ଟ କରିଦିଏ । ଜାତି, ଧର୍ମ, ବର୍ଣ୍ଣର ଅନ୍ଧ ଆନୁଗତ୍ୟଭାବ ମାନବିକତାକୁ ନଷ୍ଟ କରିଥାଏ ଓ ସେମାନେ ବିଶୃଙ୍ଖଳିତ ହୋଇ ଆତଙ୍କରାଜ, ଲୁଟତରରାଜ ଚଳାଇଥା’ନ୍ତି । ଗୋଷ୍ଠୀ, ହିତାହିତ ଜ୍ଞାନ ହରାଇବସନ୍ତ ଓ ଉଦ୍ଦାମତ୍ତାର ଶିକାର ହୋଇଥା’ନ୍ତି । ସେମାନେ ଉଚିତ ଓ ଅନୁଚିତର ବିଚାର କରିବାର ସାମର୍ଥ୍ୟ ହରାଇ ବସନ୍ତି ଏବଂ ତହୁ ଉଗ୍ରବାଦ ବା ଆତଙ୍କବାଦ ସେମାନଙ୍କ ଜୀବନକୁ ନଷ୍ଟକରେ ।

ଆତଙ୍କବାଦର ଅନ୍ୟାନ୍ୟ କାରକଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ପ୍ରାଦ୍ୟୋଗିକ ସମାଜର ଯାନ୍ତ୍ରିକ ସଭ୍ୟତା, ଯୋଗାଯୋଗ ଓ ପରିବହନ ତଥା କଳକାରଖାନାର ପରିବେଶ ପରୋକ୍ଷରେ
(ii) ଆଜିର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀ ଆନ୍ଦୋଳନଗୁଡ଼ିକୁ ଅପେକ୍ଷାକୃତ ଭାବରେ ତୀବ୍ର କରିଥାଏ । ଦୂରବର୍ତ୍ତୀ ନିୟନ୍ତ୍ରକଦ୍ବାରା ଚାଳିତ ଯୁଦ୍ଧାସ୍ତ୍ର ମାଧ୍ୟମରେ ଆତଙ୍କବାଦୀ ଘୋର କ୍ଷତି କରନ୍ତି ।
(iii) ଆଧୁନିକ ଯୁଦ୍ଧକୌଶଳ ପାଇଁ ବିଶ୍ବର ବୃହତ୍ ଆତଙ୍କବାଦୀ ସଂଗଠନ ସହ ଆଞ୍ଚଳିକ କ୍ଷୁଦ୍ର ଆତଙ୍କବାଦୀ ସଙ୍ଗଠନର ହାତ ମିଳାଇବା ଫଳରେ ଆତଙ୍କବାଦ ତେଜିଥାଏ ।
(iv) ଆନ୍ତର୍ଜାତିକ ଆତଙ୍କବାଦୀ ବ୍ୟବସ୍ଥାର ବୃଦ୍ଧି ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ।
(v) ଗଣମାଧ୍ୟମରେ ହିଂସା ଓ ଆତଙ୍କବାଦଜନିତ କୌଶଳର ବହୁଳ ପ୍ରଚାର ପ୍ରସାର ଏହାକୁ ବୃଦ୍ଧିକରେ ।
ଆତଙ୍କବାଦର କାରଣ ପାଇଁ ଉପରୋକ୍ତ କାରକଗୁଡ଼ିକ ଦାୟୀ ଅଟନ୍ତି ।

୭ । ଭାରତୀୟ ସମାଜରେ ଆତଙ୍କବାଦର ପ୍ରଭାବକୁ ଆଲୋଚନା କର ।
Answer:
ଆତଙ୍କବାଦର ପ୍ରଭାବ ରାଷ୍ଟ୍ର ଉପରେ ପଡ଼ିବା ସହିତ ସମଗ୍ର ବିଶ୍ବରେ ପଡ଼ିଥାଏ ଓ ଏହା ଉଦ୍‌ବେଗର କାରଣ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ସାର୍ଥକୁ କେନ୍ଦ୍ରକରି ଯେଉଁ ଆତଙ୍କ ଖେଳିଯାଏ ତା’ର ପ୍ରଭାବରେ ବ୍ୟକ୍ତି ଓ ସମାଜ କ୍ଷତିଗ୍ରସ୍ତ ହୁଏ । ଆତଙ୍କବାଦର ପ୍ରଭାବକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଯୁବ ସମାଜ ଉପରେ ପ୍ରଭାବ – ଆତଙ୍କବାଦ ତରୁଣଗୋଷ୍ଠୀକୁ ସାରା ବିଶ୍ବରେ କବଳିତ କରିଛି । ବେକାର ଯୁବକମାନେ ଅର୍ଥର ଲାଳସାରେ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ସଦସ୍ୟତା ଗ୍ରହଣ କରି ରାଜନୈତିକ ତଥା ସାମାଜିକ ଅବସ୍ଥାକୁ ବିପର୍ଯ୍ୟସ୍ତ କରିଥା’ନ୍ତି । ସାର୍ଥସାଧନ ପାଇଁ ସେମାନଙ୍କର ଶିଷ୍ଟତା, ନୀତିନିଷ୍ଠତା, ବିବେକ ଓ ବିଚାରବୋଧ ଇତ୍ୟାଦି ନଥାଏ ।

ଭାରତର ମୁମ୍ବାଇ ଆକ୍ରମଣ, ତାଜ ହୋଟେଲର କ୍ଷୟକ୍ଷତି ଓ ନିରୀହ ଜନସାଧାରଣଙ୍କର ଧନଜୀବନ ହାନିର କାରଣ ଏହି ଯୁବଗୋଷ୍ଠୀକୁ ଦିଆଯାଇପାରେ । ସେମାନଙ୍କର ସେମାନଙ୍କର ସାହସିକତା କେତେଗୁଡ଼ିଏ ଉଗ୍ରବାଦୀ ସଙ୍ଗଠନକୁ ମଜବୁତ କରିଥାଏ, କିନ୍ତୁ ଏହା ଜାତୀୟ ସଂହତିରେ ବାଧା ସୃଷ୍ଟି କରିଥାଏ । ଯୁବଗୋଷ୍ଠୀ ସଂଯମତା ଓ ଶୃଙ୍ଖଳାକୁ ଗୌଣ ମନେକରନ୍ତି । ସେମାନଙ୍କର ଜାତିପ୍ରୀତି ଓ ଦେଶସେବା ମନୋବୃତ୍ତି ନଥାଏ ।

ତେଣୁ ଆତଙ୍କବାଦ ଯୁବଗୋଷ୍ଠୀଙ୍କ ବ୍ୟବହାରକୁ ପରିବର୍ତ୍ତନ କରିଥାଏ ଓ ସେମାନେ ଉଗ୍ର ସଭାବର ହୋଇଥା’ନ୍ତି ଓ ମାନବିକତାକୁ ହରାଇ ବସିଥା’ନ୍ତି ।

(୨) ଅର୍ଥନୈତିକ ପ୍ରଭାବ – ବିଶ୍ବରେ ଅର୍ଥନୈତିକ ସଙ୍କଟ ଲାଗିରହିଛି ଓ ଭାରତୀୟ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଅଛି । ଆତଙ୍କବାଦୀଙ୍କଦ୍ବାରା ମୁମ୍ବାଇର ତାଜ ହୋଟେଲ ଆକ୍ରମଣ, ନକ୍‌ସଲ, ମାଓସେନା ଆକ୍ରମଣ ତଥା ସୀମାରେ ଉଗ୍ରବାଦୀଙ୍କର ଅନୁପ୍ରବେଶ ଭାରତର ଆର୍ଥିକ ସଂକଟକୁ ଦ୍ବିଗୁଣିତ କରୁଅଛି । ବିସ୍ଫୋରଣ, ହିଂସା, ସଂଘର୍ଷ ଇତ୍ୟାଦି କରୁଥ‌ିବା ଆତଙ୍କବାଦୀକୁ ଦମନ କରିବାପାଇଁ ସରକାରୀ ଉଦ୍ୟମ ରାଷ୍ଟ୍ରର ଅର୍ଥନୀତି ଉପରେ ଚାପ ପକାଇଥାଏ ।

ସରକାରୀ ଅନୁଷ୍ଠାନ, ସର୍ବସାଧାରଣ ବ୍ୟବହୃତ ଯାନବାହନ, ରେଳ, ପୋଲ, ଧ୍ବସ୍ତ ବିଧ୍ବସ୍ତ ହେବା ଫଳରେ ଜାତୀୟ ସମ୍ପତ୍ତି ଓ ଅଭିବୃଦ୍ଧି ହାର ଘୋର ସଙ୍କଟରେ ପଡ଼ିଥାଏ ।

(୩) ସମାଜ ଉପରେ ପ୍ରଭାବ – ଆତଙ୍କବାଦୀଙ୍କର ଦୌରାତ୍ମ୍ୟରେ ସମାଜିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇଥାଏ । ପରିବାର ବିଘଟିତ ହୋଇଥାଏ । ଏହା ସଂସ୍କାରବିହୀନ ହୋଇପଡ଼େ । ଜାତୀୟ ସଚେତନତା କ୍ଷୁଣ୍ଣ ହୋଇଯାଏ, ଯାହାକି ଜାତୀୟ ପ୍ରଗତିରେ ପ୍ରତିବନ୍ଧକ ହୋଇଥାଏ । ଜାତିଗତ, ଧର୍ମଗତ ବିବିଧତା ରାଷ୍ଟ୍ରରେ ଐକ୍ୟ ସ୍ଥାପନରେ ବିଫଳ ହୋଇଯାଏ ।

ସମାଜରେ ଶ୍ରେଣୀ ସମସ୍ୟା ସୃଷ୍ଟି ହୋଇଥାଏ ଓ ଏହା ଶ୍ରେଣୀ ସଂଘର୍ଷର ରୂପ ନେଇ ବହୁ ଅଭାବନୀୟ ଘଟଣା ସୃଷ୍ଟି କରିଥାଏ । ବ୍ୟକ୍ତିତ୍ବ ବିଘଟନ ଓ ସାମାଜିକ ବିଘଟନ ପାଇଁ ଆତଙ୍କବାଦ ହିଁ ଦାୟୀ ଅଟେ ।

(୪) ପରିବେଶ ଉପରେ ପ୍ରଭାବ – ପ୍ରକାରାନ୍ତରେ ଦେଖିବାକୁ ଗଲେ ମନୁଷ୍ୟ ପରିବେଶର ବହୁ କ୍ଷତି ଘଟାଇଥାଏ । ଉଗ୍ରବାଦଦ୍ବାରା ମାନବଜାତିର ତଥା ପ୍ରାକୃତିକ ଓ ସାମାଜିକ ପରିବେଶ ଧ୍ବସ୍ତବିଧ୍ୱସ୍ତ ହୋଇଥାଏ । ଆତଙ୍କବାଦୀଙ୍କଦ୍ବାରା ବ୍ୟବହୃତ ଅସ୍ତ୍ର, ରାସାୟନିକ ବୋମା, କ୍ଷେପଣାସ୍ତ୍ର ଇତ୍ୟାଦି ପ୍ରାକୃତିକ ପରିବେଶକୁ ପ୍ରଦୂଷିତ କରିଥାଏ । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଏ ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଏହା ସାମାଜିକ ପରିବେଶକୁ ମଧ୍ୟ ପ୍ରଭାବିତ କରିଥାଏ । ପରିବେଶରେ ଭୟ ଓ ଆତଙ୍କ ଖେଳାଇ ଦେଇଥାଏ ।

(୫) ଜାତୀୟ ସୁରକ୍ଷା ଉପରେ ପ୍ରଭାବ – ଆତଙ୍କବାଦ ଜାତୀୟ ସୁରକ୍ଷାରେ ବାଧା ସୃଷ୍ଟି କରିଥାଏ । ଏହା ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ପ୍ରତି ବିପଦ ଆଣିଥାଏ । ସନ୍ତ୍ରାସବାଦୀ ଆକ୍ରମଣ ବାହ୍ୟଶତ୍ରୁଙ୍କଦ୍ୱାରା ପ୍ରାୟତଃ ସଙ୍ଗଠିତ ହୋଇଥାଏ । ପଡ଼ୋଶୀ ରାଷ୍ଟ୍ରମାନଙ୍କଦ୍ୱାରା ପ୍ରେରିତ ସନ୍ତ୍ରାସବାଦୀମାନେ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ତଥା ବନ୍ଧୁକଚାଳନା ଇତ୍ୟାଦି ବିଭିନ୍ନ ପ୍ରକାର ବିଘଟନ ଘଟାଇଥା’ନ୍ତି ।

ବିଦେଶୀ ଶକ୍ତିଦ୍ଵାରା ପ୍ରୋତ୍ସାହିତ ହୋଇ ନିଜ ରାଷ୍ଟ୍ରର ନାଗରିକମାନେ ଏହିଭଳି ସନ୍ତ୍ରାସବାଦୀ କାର୍ଯ୍ୟରେ ଲିପ୍ତ ରହିଥା’ନ୍ତି । ଫଳରେ ରାଷ୍ଟ୍ରର ସଂହତି ତଥା ସୁରକ୍ଷା ପ୍ରତି ଏକ ଶକ୍ତ ଆହ୍ଵାନ ପରିସ୍ଥିତି ସୃଷ୍ଟି ହୋଇଥାଏ ।

(୬) ପରିଭ୍ରମଣ ଉପରେ ପ୍ରଭାବ – ପରିଭ୍ରମଣ ଆଞ୍ଚଳିକ ତଥା ରାଷ୍ଟ୍ରୀୟ ଅର୍ଥନୀତିକୁ ସୁଦୃଢ଼ କରିଥାଏ । ଭ୍ରମଣ ଉପରେ ନିର୍ଭର କରୁଥିବା ସ୍ଥାନୀୟ ବାସିନ୍ଦା ବ୍ୟବସାୟ ମାଧ୍ୟମରେ ଆର୍ଥିକ ସଚ୍ଛଳ ହୋଇଥା’ନ୍ତି । କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପ ଫଳରେ ବିଭିନ୍ନ ସ୍ଥାନରୁ ଆସୁଥିବା ଭ୍ରମଣକାରୀ ନିଜର ଧନଜୀବନର ସୁରକ୍ଷା ସମ୍ପର୍କରେ ଅନିଶ୍ଚିତତା ତଥା ଭୟ ଆଶଙ୍କା କରି ଏଭଳି ଭ୍ରମଣ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖୁଥାଆନ୍ତି, ଯଦ୍ବାରା ପରିଭ୍ରମଣ ଭଳି ଏକ ଚିତ୍ତ ବିନୋଦନ କାର୍ଯ୍ୟ ବ୍ୟାହତ ହେବା ସହିତ ସ୍ଥାନୀୟ ଅଧ୍ଵବାସୀମାନଙ୍କର ଜୀବିକା ଅର୍ଜନ ଯଥେଷ୍ଟ ହ୍ରାସ ପାଏ ।

(୭) ରାଷ୍ଟ୍ରର ପ୍ରଗତିରେ ବାଧକ ଆତଙ୍କବାଦୀଙ୍କର କାର୍ଯ୍ୟକଳାପ ରାଷ୍ଟ୍ରର ବିକାଶ, ପ୍ରଗତି ଅଥବା ଉନ୍ନତିରେ ବାଧା ସୃଷ୍ଟି କରିଥାଏ ଓ ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ଝଡ଼ ସୃଷ୍ଟି କରିଥାଏ । ରାଷ୍ଟ୍ରରେ ଆଇନ୍ ଶୃଙ୍ଖଳା ବ୍ୟାହତ ହୋଇଥାଏ । ନାଗରିକ ଅଧିକାରରୁ ଜନସାଧାରଣ ବଞ୍ଚିତ ହୋଇଥା’ନ୍ତି । ସରକାରୀ ସ୍ତରରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଠିକ୍ ଭାବରେ ତ୍ବରାନ୍ବିତ ହୋଇପାରେ ନାହିଁ ।

ଆତଙ୍କବାଦୀଙ୍କ ଧମକ ଓ ଭୟ ସଞ୍ଚାର, ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ସୁଚାରୁରୂପେ କାର୍ଯ୍ୟକ୍ଷମ କରାଇପାରେ ନାହିଁ । ଅପହରଣ, ହତ୍ୟା ଇତ୍ୟାଦି ହିଂସାତ୍ମକ କାର୍ଯ୍ୟକୁ ପ୍ରତିହତ କରାଇବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଉପାୟ ଓ ଯୋଜନାଗୁଡ଼ିକ ଅବଲମ୍ବନ କରାଯାଇଅଛି; କିନ୍ତୁ ଆତଙ୍କବାଦୀଙ୍କ ହସ୍ତକ୍ଷେପ ଓ ଦାଦାବଟି ଆଦାୟ ରାଷ୍ଟ୍ରର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଅଛି । ଏହାର ପ୍ରତିକ୍ରିୟା ରାଷ୍ଟ୍ରର ସଂହତି ଓ ପ୍ରଗତିରେ ବାଧା ସୃଷ୍ଟି କରିଥିଲା ।

ଆତଙ୍କବାଦ ବ୍ୟକ୍ତିର କ୍ଷତି ପହଞ୍ଚାଇବା ସହିତ ସେମାନଙ୍କର ଚିନ୍ତା ଓ ଚେତନା ଏବଂ ମନୋଭାବକୁ ପ୍ରଭାବିତ କରିଥାଏ । ପ୍ରତ୍ୟେକଙ୍କ ମନରେ ଏହା ଏକ ଅଜଣା ଭୟ ସଞ୍ଚାର ହୋଇଥାଏ ଓ ସର୍ଭିଏ ନିଜକୁ ଅସୁରକ୍ଷିତ ମନେ କରିଥା’ନ୍ତି ।

୮ । ଜାତିବାଦ କ’ଣ ? ଭାରତରେ ଜାତିବାଦ ବୃଦ୍ଧିର କାରଣମାନ ଲେଖ ।
Answer:
ଜାତିବାଦରେ ବିଶ୍ଵାଶ କରୁଥିବା ବ୍ୟକ୍ତି ଉଚିତ-ଅନୁଚିତ, ନ୍ୟାୟ-ଅନ୍ୟାୟ ଆଦିର କୌଣସି ବାଛବିଚାର ନ କରି ନିଜ ଜାତିର ସ୍ବାର୍ଥ ହାସଲ ପାଇଁ ଗୁରୁତ୍ଵ ଦେଇଥାଏ ଓ ଅନ୍ୟଜାତିର ସାର୍ଥକୁ ଉପେକ୍ଷା କରିଥାଏ । ବାବା କାଲେଲକରଙ୍କ ମତରେ, “ଜାତିବାଦ ହେଉଛି ମାତ୍ରାତିରିକ୍ତ ଅନ୍ଧ ଏବଂ ଦାୟିକ ଗୋଷ୍ଠୀ ଆନୁଗତ୍ୟ ଯାହାକି ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ ଓ ବିଶ୍ୱଭ୍ରାତୃତ୍ୱଭାବ ଆଦି ସୁସ୍ଥ ମାନବବାଦ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ” ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଜାତିବାଦ ପଛରେ କେତେକ ମୌଳିକ କାରଣ ରହିଛି । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଜାତିର ସାମଜିକ ପ୍ରତିଷ୍ଠା ପାଇଁ ପ୍ରତିଯୋଗିତା – ନିଜ ନିଜ ଜାତିର ସାମାଜିକ ପ୍ରତିଷ୍ଠା ପାଇଁ ଜାତି – ଜାତି ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଅହରହ ଲାଗିରହିଥାଏ । ବ୍ୟକ୍ତି ସମ୍ମାନକୁ ଜାତି ସମ୍ମାନରୂପେ ଗହଣ କରାଯାଇଥାଏ । ଫଳରେ ଜାତିବାଦର ମୂଳ ସୁଦୃଢ଼ ହୋଇଥାଏ ।

(୨) ସମଜାତି ବିବାହ – ଜାତି – ଜାତି ମଧ୍ୟରେ ବା ସାଜାତିରେ ହେଉଥ‌ିବା ବିବାହକୁ ସମଜାତି ବିବାହ କହନ୍ତି । ଏହି ନିୟମ ଅନୁଯାୟୀ ଜାତି ବା ଉପଜାତି ବାହାରେ ବିବାହକୁ ଅନୁମତି ଦିଆଯାଇ ନଥାଏ । ଫଳରେ ବୈବାହିକ ସମ୍ପର୍କ ଜାତି ମଧ୍ୟରେ ସୀମିତ ରହିଯିବାରୁ ବିବାହ ବନ୍ଧନଦ୍ବାରା ଆବଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଏକତା ଓ ଘନିଷ୍ଠତା ବୃଦ୍ଧିଯାଏ । ବିଭିନ୍ନ କ୍ଷେତ୍ରରେ ସେମାନେ ନିଜ ନିଜର ଜାତିର ସଦସ୍ୟମାନଙ୍କର ସାର୍ଥକୁ ଅଗ୍ରାଧିକାର ଦେବାକୁ ବାଧ୍ୟ ହୋଇଥା’ନ୍ତି ।

(୩) ସହରୀକରଣ – ଆମ ଦେଶରେ ଆଜିକାଲି ସହରୀକରଣ ପ୍ରକ୍ରିୟାର ଦ୍ରୁତ ପ୍ରସାର ଲକ୍ଷ୍ୟ କରାଯାଇଛି । ଏହା ଜାତିବାଦକୁ ଉତ୍ସାହିତ କରୁଛି ବୋଲି ଅନେକ ମତ ଦେଇଛନ୍ତି । କାରଣ ଗାଁଗଣ୍ଡା ଛାଡ଼ି ସହରକୁ ଆସୁଥ‌ିବା ବ୍ୟକ୍ତି ନିଜକୁ ଅସହାୟ ମନେକରନ୍ତି । ବିପଦ ଆପଦରେ ନିଜ ନଜର ଜାତିଭାଇମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ଲୋଡ଼ିଥା’ନ୍ତି । ତେଣୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥାଏ ।

(୪) ନିର୍ବାଚନ – ନିର୍ବାଚନ ସମୟରେ ଜାତିକୁ ହାତବାରିସି ରୂପେ ବ୍ୟବହାର କରାଯାଇ ବିଭିନ୍ନ ନେତାମାନେ ନିଜ ଜାତିକୁ ପାଥେୟ କରି ଭୋଟ ଭିକ୍ଷା କରନ୍ତି । ନିର୍ବାଚନରେ ଅନେକ ସମୟରେ ମନ୍ତ୍ରିମଣ୍ଡଳରେ ପ୍ରତିନିଧୁତ୍ଵ ମଧ୍ଯ ଜାତିକୁ ଭିଭିକରି ହୋଇଥାଏ ।

(୫) ପରିବହନ ଓ ଯୋଗାଯୋଗ ସୁବିଧାର ଉନ୍ନତି – ଗମନାଗମନର ଉନ୍ନତି, ଡାକତାର ଓ ଛାପାକଳର ଉଦ୍ଭାବନ ପ୍ରଭୃତି ଯୋଗୁଁ ବିଭିନ୍ନ ଜାତିର ଲୋକମାନେ ଯଥେଷ୍ଟ ଦୂରରେ ରହୁଥିଲେ ହେଁ ଏକାଠି ସଙ୍ଗଠିତ ହେବାର ସୁଯୋଗ ପାଇଛନ୍ତି । ପ୍ରାଦେଶିକ ଓ ଜାତୀୟ ସ୍ତରରେ ବିଭିନ୍ନ ଜାତିଗୁଡ଼ିକ ସଙ୍ଗଠିତ ହେବା ଫଳରେ ଜାତିବାଦ ବୃଦ୍ଧି ପାଇବାରେ ଲାଗିଛି ।

(୬) ଜାତିଭିତ୍ତିକ ସୁବିଧା ସୁଯୋଗ – କେତେକ ନିର୍ଦ୍ଦିଷ୍ଟ ଜାତିର ଲୋକମାନଙ୍କୁ ଅଧିକ ସୁବିଧା ସୁଯୋଗ ଦେବାପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଅଛି । ସମାଜବିଜ୍ଞାନୀଙ୍କ ମତରେ ଏହା ଜାତିଆଣ ମନୋବୃତ୍ତିକୁ ସୁଦୃଢ଼ କରୁଅଛି । ସରକାରୀ ସ୍ତରରେ ସୁବିଧା ସୁଯୋଗ ପାଇବାପାଇଁ ଏସବୁ ଜାତିର ଲୋକେ ସତନ୍ତ୍ର ସତ୍ତା ବଜାୟ ରଖୁବାକୁ ଚେଷ୍ଟା କରୁଛନ୍ତି |

(୭) ନିରକ୍ଷରତା ଓ ରକ୍ଷଣଶୀଳତା – ଗ୍ରାମୀଣ ଲୋକମାନେ ନିରକ୍ଷରତା ଓ ଅନ୍ଧବିଶ୍ଵାସ ଯୋଗୁ ଜାତିର କଠୋରତା ମଧ୍ୟରେ ସୀମିତ ହୋଇ ରହିଥା’ନ୍ତି । ସେମାନଙ୍କ ରକ୍ଷଣଶୀଳ ମନୋଭାବ ସାମାଜିକ ବ୍ୟବଧାନ ସୃଷ୍ଟି କରିଥାଏ । ଏଥିପାଇଁ ସେମାନେ ପରିବର୍ତ୍ତନକୁ ଆହ୍ବାନ କରନ୍ତି ନାହିଁ ।

ସେମାନେ ରକ୍ଷଣଶୀଳ ବ୍ୟବହାର ପରିବର୍ତ୍ତନକୁ ବିରୋଧ କରିଥାନ୍ତି ଏବଂ ନିଜ ଜାତି ପରିସୀମା ମଧ୍ୟରେ ରହି ଆମ୍ବସନ୍ତୋଷ ଲାଭ କରିବା ସହିତ ସାର୍ଥସାଧନ କରି ନିଜର ପ୍ରସ୍ଥିତି ରାକ୍ଷା କରିଥାନ୍ତି । ଫଳସ୍ୱରୂପ ଏହା ଜାତିବାଦକୁ ପ୍ରୋତ୍ସାହିତ କରିଥାଏ ।

୯ । ଜାତିବାଦର ପରିଣାମ ଓ ପ୍ରଭାବ ଲେଖ ।
Answer:
ସାଧାରଣଭାବରେ କୁହାଯାଇପାରେ ଯେ ନିଜର ତଥା ଜାତିର ପ୍ରସ୍ଥିତି ପାଇଁ ଉଦ୍ୟମ କରିବା ଏକ ସକାରାତ୍ମକ ଚିନ୍ତାଧାରା । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଉଗ୍ର ଜାତି ପ୍ରୀତିବ୍ୟକ୍ତି ଓ ସମାଜ ଉପରେ ଏକ ନକାରାତ୍ମକ ଚିନ୍ତାଧାରା ପକାଇ ସମାଜକୁ ବିଘଟିତ କରାଇଥାଏ ।

(୧) ଜାତୀୟତାବାଦରେ ପ୍ରତିବନ୍ଧକ – ଜାତୀୟତାବାଦ ଜନସାଧାରଣଙ୍କ ମଧ୍ୟରେ ସଦେଶପ୍ରେମ ଓ ଆନୁଗତ୍ୟଭାବ ଜାଗ୍ରତ କରିଥାଏ । ଜତୀୟତାବାଦ ଜାତିବାଦକୁ ପ୍ରଶ୍ରୟ ଦିଏ ନାହିଁ । ଜାତିବାଦ ଜାତି ଜାତି ମଧ୍ୟରେ ବିବାଦ ସୃଷ୍ଟି କରିଥାଏ ।

(୨) ରାଷ୍ଟ୍ରୀୟ ଏକତାରେ ପ୍ରତିବନ୍ଧକ – ଜାତିବାଦର ସମର୍ଥନକାରୀମାନେ ଏତେ ପରିମାଣର ଆତ୍ମକୈନ୍ଦ୍ରିକ ହୋଇଥା’ନ୍ତି ଯେ ସେହି ସାର୍ଥକୁ ନେଇ ଜାତି ଜାତି ମଧ୍ୟରେ ସଂଘର୍ଷ ଉପୁଜେ ।

(୩) ଗଣତନ୍ତ୍ରରେ ପ୍ରତିବନ୍ଧକ – ଜାତିବାଦ ଗଣତାନ୍ତ୍ରିକ ମୌଳିକ ନିୟମ ବା ଆଚରଣବିଧୁଗୁଡ଼ିକୁ ମାନିନେବା ପାଇଁ ପ୍ରସ୍ତୁତ ନଥାଏ । ଗଣତନ୍ତ୍ର ସାମାଜିକ ସଂପୃକ୍ତକୁ ଗୁରୁତ୍ଵ ଦେଇଥାଏ । ଫଳରେ ଜାତି ଓ ଶ୍ରେଣୀ ମଧ୍ଯରେ ତାରତମ୍ୟ ବା ପ୍ରଭେଦ ରହି ନଥାଏ । କିନ୍ତୁ ଜାତିବାଦ ସାମାଜିକ ସମ୍ପୃକ୍ତିକୁ ପ୍ରଣୟ ଦେଇ ନଥାଏ, ଅର୍ଥାତ ବାରଣ କରିଥାଏ ।

(୪) ଜନଜୀବନରେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା – ପ୍ରତ୍ୟେକ ଜାତି ନିଜର ପ୍ରାର୍ଥସାଧନ ପାଇଁ ଯେକୌଣସି ମାଧ୍ୟମ ଗ୍ରହଣ କରନ୍ତି ଏବଂ ନିଜ ଜାତି ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ନିଜ ଜାତି ଯେକୌଣସି ପ୍ରକାର ଅନୈତିକ ଏବଂ ଅନୁଚିତ କାର୍ଯ୍ୟ କରିଥାଏ । ଏହା ଦୁର୍ନୀତିକୁ ପ୍ରଶୟ ଦେଇଥାଏ ।

(୫) ଅସ୍ପୃଶ୍ୟତାର ଉତ୍ସ – ଜାତିବାଦ ଛୁଆଁ ଅଛୁଆଁ ଭେଦଭାବ ସୃଷ୍ଟି କରିଥାଏ, ଯାହାକି ସାମଜିକ ସମାନତା ଓ ନ୍ୟାୟ ପ୍ରଦାନରେ ପ୍ରତିବନ୍ଧକ ହୋଇଥାଏ ।

(୬) ସାମାଜିକ ସମନ୍ବୟରେ ବାଧକ ନିଜ ଜାତି ପ୍ରତି ଅନ୍ଧ ଆନୁଗତ୍ୟଭାବ ତଥା ଅତ୍ୟଧିକ ଶ୍ରଦ୍ଧା ଯୋଗୁଁ ଜାତୀୟ ସଂହତି ପ୍ରତି ଏକ ଆହ୍ବାନ ଏପରିକି ବିପଦ ସୃଷ୍ଟି କରିଥାଏ ।

(୭) ପାରମ୍ପରିକ ଓ ରକ୍ଷଣଶୀଳ ଭାବ – ପ୍ରତ୍ୟେକ ଜାତିର ସଦସ୍ୟମାନେ ପ୍ରଥା, ପରମ୍ପରା, ରକ୍ଷଣଶୀଳ ଓ ପରମ୍ପରାଗତ ମତର ସମର୍ଥକ ଅଟନ୍ତି । ସେମାନଙ୍କର ରକ୍ଷଣଶୀଳ ମନୋଭାବ ଜାତିର ସଦସ୍ୟମାନଙ୍କୁ ଚିନ୍ତା ଓ ଚେତନା ସ୍ତରକୁ ଅଧିକାଂଶ କ୍ଷେତ୍ରରେ ସଂକୁଚିତ ଓ ସଂକୀର୍ଣ୍ଣମନା କରିଥା’ନ୍ତି । ଫଳରେ ଏହାର ଏକ ନକାରାତ୍ମକ ପ୍ରଭାବ ସମାଜ ଉପରେ ପଡ଼ିଥାଏ ।

(୮) ଜାତି ସ୍ତରୀକରଣ ଓ ସମାଜିକ ଗତିଶୀଳତାରେ ପ୍ରତିବନ୍ଧକ- ଜାତିର ଜନ୍ମଭିଭିକ ସୟଂସମ୍ପୂର୍ଣ୍ଣ ଜୀବନଧାରା ସମାଜକୁ ସ୍ତରୀକରଣରେ ସାହାଯ୍ୟ କରିଥାଏ ।

(୯) ରାଜନୈତିକ ଅସ୍ଥିରତା – ଜାତିବାଦ ସାଧାରଣତଃ ରାଜନୀତିର ନେତୃବୃନ୍ଦଙ୍କ ହାତବାରିସି ହୋଇ ଆସିଛି । ଜାତିଦ୍ୱାରା ନିର୍ବାଚିତ ସଦସ୍ୟ ନିଜ ଦକ୍ଷତା ବା କ୍ଷମତାକୁ ସଂକୁଚିତ କରି ନିର୍ଦ୍ଦିଷ୍ଟ ଜାତି ବା ସଂପ୍ରାଦାୟର ବିକାଶ କରିବାକୁ ଚାହେଁ ।

(୧୦) ଯାନ୍ତ୍ରିକ ବିଜ୍ଞାନ ଓ ପ୍ରୋଦ୍ୟୋଗିକ ଦକ୍ଷତାରେ ବାଧା – ନିଯୁକ୍ତି କ୍ଷେତ୍ରରେ ବ୍ୟକ୍ତିର ଯୋଗ୍ୟତା ଓ ଦକ୍ଷତା ଅଧିକାଂଶ କ୍ଷେତ୍ରରେ ଜାତି ବିବେଚନା କରିଥାଏ । ଏହା ପ୍ରତ୍ୟକ୍ଷ ବା ପରୋକ୍ଷରେ ସାଧାରଣ ବ୍ୟକ୍ତିର ଯୋଗ୍ୟତା ନିଜର ଦକ୍ଷତା ଉପରେ ପ୍ରଭାବ ପକାଇଥାଏ ।

(୧୧) ଧର୍ମୀୟ ପରିବର୍ତ୍ତନ – ଜାତିର କଠୋରତା, ଉଚ୍ଚଜାତିର ଶୋଷଣ ଓ ଅତ୍ୟାଚାର, ଜାତି ସ୍ତରୀକରଣର କିଛି ନିମ୍ନସ୍ତରର ସଦସ୍ୟମାନଙ୍କୁ ଧର୍ମାନ୍ତରୀକରଣ, ଧର୍ମୀୟ ପରିବର୍ତ୍ତନରେ ସାହାଯ୍ୟ କରିଥାଏ ।

୧୦ । ଜାତିବାଦ ସମସ୍ୟାର ସମାଧାନ କିପରି ହେବ, ବର୍ଣନା କର ।
Answer:
ଜାତିବାଦ ଜାତୀୟ ସଂହତିରେ ବାଧା ସୃଷ୍ଟି କରିଥାଏ । ଜାତିବାଦ ଭଳି ଏକ ଘୃଣ୍ୟପ୍ରଥାକୁ ସୁଧାରିବାପାଇଁ ବିଭିନ୍ନ ସମାଜବିଜ୍ଞନୀଙ୍କ ଦ୍ଵାରା ବହୁ ପରାମର୍ଶ ଦିଆଯାଇଛି । ସେଥିମଧ୍ୟରୁ କେତେକ ପ୍ରଧାନ ପରାମର୍ଶ ଏଠାରେ ଉଲ୍ଲେଖ କରାଗଲା ।

(୧) ବିଚାରନିଷ୍ଠ ଓ ବିଜ୍ଞାନ ଶିକ୍ଷା – ପ୍ରଫେସର ଏମ୍. ଏନ୍ . ଶ୍ରୀନିବାସ ଜାତିବାଦର ନିରାକରଣ ପାଇଁ ଓ ଯୁବକମାନଙ୍କୁ ବିଜ୍ଞାନ ଓ ସାର୍ବଜନୀର ଶିକ୍ଷା ପ୍ରଦାନରେ ଆବଶ୍ୟକତାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି । ଅଜ୍ଞତା, ଅନ୍ଧବିଶ୍ବାସ ଓ ଧର୍ମାନ୍ଧତା ପ୍ରଭୃତି ସଂକୀର୍ଣ୍ଣତା ଯୋଗୁଁ ଜାତିବାଦର ପ୍ରସାରଲାଭ କରେ । ଶିକ୍ଷାହିଁ ବୁଝାଇଦିଏ ଦକ୍ଷତା ।

(୨) ଆନ୍ତଃଜାତି ବିବାହ -ଜାତିବାଦର ବିଲୋପ ପାଇଁ ଅନ୍ୟ ଏକ ଆମୋଘ ଅସ୍ତ୍ର ହେଉଛି ଆନ୍ତଃଜାତି ବିବାହ । ଜି.ଏସ୍. ୟୂରେଙ୍କ ମତରେ, ଜାତିବାଦ ଯୋଗୁ ଉପୁଜିଥିବା ଉତ୍ତେଜନାକୁ ଆନ୍ତଃବିବାହ ଦୂର କରିପାରିବ । ତେଣୁ ଶିକ୍ଷାର ପ୍ରଚଳନ ସହ ନିଯୁକ୍ତି ତଥା ଆନ୍ତଃଜାତି ବିବାହ କରୁଥିବା ବ୍ୟକ୍ତିକୁ ବିଭିନ୍ନ ସରକାରୀ ସାହାଯ୍ୟ ନେଇ ଅନ୍ତଃଜାତି ବିବାହ ବ୍ୟବସ୍ଥାକୁ ଉତ୍ସାହିତ କରାଯାଇ ପାରିବ । ଏହି ବିବାହଦ୍ବାରା ଦୁଇ ଭିନ୍ନ ଜାତିଭିଭିକ ପରିବାର ମଧ୍ୟରେ ସଦ୍‌ଭାବ ସୃଷ୍ଟି ହୁଏ ।

(୩) ସାମ୍ୟ ପ୍ରତିଷ୍ଠା – ଜାତିବାଦର ବିଲୋପ ପାଇଁ ସମାଜରେ ବାସ କରୁଥିବା ବିଭିନ୍ନ ଗୋଷ୍ଠୀର ବ୍ୟକ୍ତିମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସାମ୍ୟ ପ୍ରତିଷ୍ଠା ହେବା ଦରକାର ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଶ୍ରୀମତୀ ଇରାବତୀ କାର୍ଭେଙ୍କ ମତରେ, ‘ଅର୍ଥନୈତିକ ଓ ସାଂସ୍କୃତିକ ସାମ୍ୟ ପ୍ରତିଷ୍ଠା ଦ୍ଵାରା ଜାତିବାଦକୁ ଦୂର କରାଯାଇପାରିବ” ବୋଲି ମତପୋଷଣ କରିଛନ୍ତି ।

(୪) ଜାତିବାଦକୁ ଉତ୍ସାହିତ କରୁଥିବା ରାଜନୈତିକ ଦଳ ଓ ସଙ୍ଗଠନକୁ ବେଆଇନ ଘୋଷଣା – ଯେଉଁ ରାଜନୈତିକ ଦଳଗୁଡ଼ିକ ଜାତିବାଦ ଉପରେ ପ୍ରତିଷ୍ଠିତ ଓ ଯେଉଁମାନେ ନିଜର ସ୍ବାର୍ଥସାଧନ ପାଇଁ ଜାତିଆଣ ଭାବକୁ ଅସ୍ତ୍ରରୂପେ ବ୍ୟବହାର କରନ୍ତି ସେଗୁଡ଼ିକୁ ବେଆଇନ ଘୋଷଣା କରିବା ଉଚିତ । ନିର୍ବାଚନବେଳେ ଯେଉଁ ରାଜନୈତିକ ବ୍ୟକ୍ତିମାନେ ଜାତି ନାଁରେ ଶସ୍ତା ଲୋକପ୍ରିୟତା ଅର୍ଜନ କରିବାକୁ ଉଦ୍ୟମ କରନ୍ତି ସେମାନଙ୍କୁ ଆଇନଦ୍ୱାରା ଦଣ୍ଡିତ କରାଯିବା ଉଚିତ୍ । ଜାତିଭିଭିକ ପତ୍ରିକା, ସମ୍ବାଦପତ୍ର ଓ ସଙ୍ଗଠନଗୁଡ଼ିକୁ ମଧ୍ୟ ବେଆଇନ ବୋଲି ଘୋଷଣା କରିବା ଆବଶ୍ୟକ ।

(୫) ସତନ୍ତ୍ର ସୁବିଧା ପାଇଁ ଅନ୍ୟ ଭିତ୍ତି ପ୍ରସ୍ତୁତି – ସରକାରୀ ସାହାଯ୍ୟଗୁଡ଼ିକ ଜାତି ଭିତ୍ତିରେ ଦିଆନଯାଇ ଏଥପାଇଁ ଅନ୍ୟ ଭିତ୍ତି ପ୍ରସ୍ତୁତି କରିବା ଆବଶ୍ୟକ । ଏପରି କ୍ଷେତ୍ରରେ ବ୍ୟକ୍ତିର ସାମାଜିକ ତଥା ଅର୍ଥନୈତିକ ଭିଭିକୁ ବିଚାରକୁ ନିଆଗଲେ ଜାତିବାଦ ଅନେକାଂଶରେ ଏଡ଼ାଇ ଦେଇ ହୁଅନ୍ତା ।

(୬) ସେଚ୍ଛାସେବୀ ସଙ୍ଗଠନ ପ୍ରତିଷ୍ଠା – ଜାତିବାଦକୁ ରୋକିବା ଦିଗରେ ସେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ଆବଶ୍ୟକ ପରିମାଣରେ ସାହାଯ୍ୟ ଓ ତାଲିମ ଦିଆଯିବା ଦରକାର ।

(୭) ଗଣମାଧ୍ୟମର ଉପଯୋଗ – ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ସମ୍ବାଦପତ୍ର ପ୍ରଭୃତି ଗଣମାଧ୍ୟମଗୁଡ଼ିକର ଜାତିବାଦର ବିଚାରଣରେ ପ୍ରଧାନ ଭୂମିକା ରହିଅଛି । ତଥ୍ୟମୂଳକ ସମ୍ବାଦ ପରିବେଷଣ କରି, ଫିଚର ଓ ସମ୍ପାଦକୀୟ ଆଦି ଲେଖୁ ସମ୍ବାଦପତ୍ରରେ ଜାତିବାଦକୁ ନିରୁତ୍ସାହିତ କରାଯାଇ ପାରିଛି ।

(୮) ସାମ୍ବିଧାନିକ ବ୍ୟବସ୍ଥା – ସାମ୍ବିଧାନିକ ବ୍ୟବସ୍ଥା ପ୍ରତ୍ୟେକ ଜାତିର ସଦସ୍ୟକୁ ନ୍ୟାୟ ଓ ସମାନତା ଦେବାରେ ସାହାଯ୍ୟ କରିଥାଏ ଓ ଜାତୀୟ ସଂହତି, ଭ୍ରାତୃଭାବ, ବ୍ୟକ୍ତି, ମର୍ଯ୍ୟାଦା ରକ୍ଷା କରିବାରେ ସାହାଯ୍ୟ କରିଥାଏ । ସମ୍ବିଧାନର ୧୫(୧) ଧାରା, ଧାରା ୧୬ (୧), ଧାରା ୩୮, ଦେଶର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଥାଏ ଓ ଲିଙ୍ଗଗତ ପକ୍ଷପାତିତା କରିନଥାଏ । ୧୯୫୫ ମସିହାରେ ଅସ୍ପୃଶ୍ୟତା ଅପସାରଣ ଆଇନ ଜାତିଆଣ ଭାବକୁ ଖଣ୍ଡନ କରିଅଛି ।

ସମାଜବିଜ୍ଞାନୀ ପ୍ରଫେସର ପି.ଏନ୍. ପ୍ରଭୁଙ୍କ ମତରେ, ‘ପରିବର୍ତ୍ତିତ ମନୋଭାବରେ ନିତାନ୍ତ ଆବଶ୍ୟକ ରହିଅଛି ଯାହାକି ଜାତି ଜାତି ମଧ୍ୟରେ ଥିବା ସଂଘର୍ଷକୁ ଦୂର କରିଦେଇ ପାରିବା । ସରକାରୀ ବେସରକାରୀ ସ୍ତରରେ ଜାତିବାଦ ଦୂର କରାଯାଇପାରିବ ।

ସେଥ‌ିପାଇଁ ଗଠନମୂଳକ ସକାରାତ୍ମକ ମନୋଭାବ ଆବଶ୍ୟକ ।

୧୧ । ଆଞ୍ଚଳିକତାବାଦ କ’ଣ ? ଏହାର କାରଣଗୁଡ଼ିକ ଲେଖ ।
Answer:
ସାଧାରଣତଃ ଆଞ୍ଚଳିକତାବାଦ କହିଲେ ଯେଉଁ ଅଞ୍ଚଳରେ ଆମେ ବାସ କରିଥାଉ ସେହି ଅଞ୍ଚଳକୁ ଭଲପାଇବା ଓ ସେଥପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ବୁଝାଇଥାଏ । ସଂକୀର୍ୟ ଅର୍ଥରେ ଏହା ଅନ୍ୟ ଅଞ୍ଚଳର ସାର୍ଥ ପ୍ରତି ଦୃଷ୍ଟି ନଦେଇ କେବଳ ନିଜ ଅଞ୍ଚଳର ଉନ୍ନତି, ସୁବିଧା ସୁଯୋଗ ଓ ସାର୍ଥ ପ୍ରତି ଦୃଷ୍ଟିଦେବାକୁ ବୁଝାଇଥାଏ । ଏ ପ୍ରକାର ମନୋଭାବକୁ କେହି କେହି ‘ଉପଜାତୀୟତାବାଦ’ (Sub Nationalism) ନାମରେ ନାମିତ କରିଥା’ନ୍ତି ।

ଏଥିରେ ନିଜ ଅଞ୍ଚଳକୁ ଅନ୍ୟ ଅଞ୍ଚଳଠାରୁ ବଡ଼ ମନେ କରିବା, ନିଜ ଅଞ୍ଚଳକୁ ସବୁଠାରୁ ଅଧିକ ସାୟର ଶାସନ ଅଧିକାର ଦେବା, ଅନ୍ୟ ଅଞ୍ଚଳରୁ ଆସୁଥୁବା ଲୋକମାନଙ୍କୁ ନିଜ ଅଞ୍ଚଳରେ ବସବାସ କରି ରହିବାକୁ ବିରୋଧ କରିବା ଇତ୍ୟାଦି ସ୍ଥାନ ପାଇଥାଏ ।

ଦେଶ ଅପେକ୍ଷା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତି ଅତ୍ୟଧକ ଆସକ୍ତି ଏବଂ କେତେକ କ୍ଷେତ୍ରରେ ରାଜ୍ୟର କୌଣସି ଏକ ଅଞ୍ଚଳ ପ୍ରତି ଅଧିକ ଅନୁରକ୍ତି ପ୍ରଦର୍ଶନକୁ ଆଞ୍ଚଳିକବାଦ କୁହାଯାଏ । ସେଲିଗ୍‌ମ୍ୟାନ ଓ ଜନସନ୍‌ଙ୍କ ଭାଷାରେ – ଆଞ୍ଚଳିକତାବାଦ ସମ୍ପ୍ରସାରଣଧର୍ମୀ ଯେକୌଣସି ନିଷ୍ପେଷକାରୀ କେନ୍ଦ୍ରାଭିମୁଖୀ ବ୍ୟବସ୍ଥା ବିରୋଧରେ ଏକ ଆନ୍ଦୋଳନ ।

ଆଞ୍ଚଳିକତାବାଦ ପ୍ରକୃତି ହେଉଛି ବିଚ୍ଛିନ୍ନତାବାଦୀ ପ୍ରବୃତ୍ତି, ସଂଘୀୟ ଗଣତାନ୍ତ୍ରିକ ବିଧ୍ ବ୍ୟବସ୍ଥାକୁ କ୍ଷତି କରିବାପାଇଁ ଭୟ ଦେଖାଇବା ଓ ସ୍ଥାନୀୟ ଜନସଂଖ୍ୟାର ଉଚ୍ଚାକାଂକ୍ଷାକୁ ବ୍ୟକ୍ତ କରିବା । ଏହା ତୁଳତାତ୍ମକ ବିଦ୍ବେଷ ସୃଷି କରେ । ଜାତୀୟତାବାଦରେ ବହୁସମୟରେ ଏହା ଅନ୍ତରାୟ ବା ପ୍ରତିବନ୍ଧକ ଅଟେ । ବିଶ୍ଵାସର ମଧ୍ୟ ଏହା ପୁନଃ ଅବତାରଣା କରିଥାଏ ।

ଆଞ୍ଚଳିକତାବାଦ କାରଣ : ଭାରତରେ ଆଞ୍ଚଳିକତାବାଦର ବିଭିନ୍ନ କାରଣମାନ ରହିଅଛି । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଐତିହାସିକ କାରଣ – ଆମ ଦେଶର ଇତିହାସ ଆଞ୍ଚଳିକତାବାଦ ପ୍ରସାର ପାଇଁ କେତେକାଂଶରେ ଦାୟୀ ଅଟେ । ଉଦାହରଣସରୂପ, ଇତିହାସ କହେ, ପୂର୍ବ ଭାରତର କେତେକ ଶାସକ ଦକ୍ଷିଣ ଭାରତକୁ ଜୟ କରିଥିଲେ । ସେତେବେଳେ ଦକ୍ଷିଣ ଭାରତର କେତେକ ରାଜ୍ୟ ଉତ୍ତର ଭାରତ ପର୍ଯ୍ୟନ୍ତ ବ୍ୟାପିଥିଲା । ତେଣୁ କେତେକ ଦକ୍ଷିଣ ଭାରତୀୟ ଉତ୍ତର ଭାରତର ଅଧିବାସୀମାନଙ୍କଠାରୁ ନିଜକୁ ପୃଥକ୍ ବୋଲି ମନେକରନ୍ତି ।

(୨) ଭୌଗୋଳିକ କାରଣ – ଅଞ୍ଚଳଗୁଡ଼ିକର ଭୌଗୋଳିକ ଅବସ୍ଥିତି ପରି ସେ ପ୍ରତ୍ୟେକ ପରସ୍ପରଠାରୁ ସମ୍ପୂଣ୍ଣ ଭିନ୍ନ ଭିନ୍ନ ଜଣାପଡ଼ିଥା’ନ୍ତି, ଅଞ୍ଚଳଗୁଡ଼ିକରେ ବସବାସ କରି ରହୁଥ‌ିବା ଅଧିବାସୀମାନଙ୍କଠାରୁ ପୂରାପୂରି ଅଲଗା ବୋଲି ନିଜକୁ ଭାବିଥାନ୍ତି । ଏ ପ୍ରକାର ମନୋଭାବ ଆଞ୍ଚଳିକବାଦ ରୂପକ ଅଗ୍ନିଶିଖାକୁ ପ୍ରଜ୍ଜ୍ୱଳିତ କରି ରଖୁବାରେ ସହାୟକ ହୋଇଥାଏ ।

(୩) ରାଜନୈତିକ କାରଣ – ଅନେକ ରାଜନୈତିକ ନେତୃବର୍ଗ ଆପଣା ଆପଣା ଅଞ୍ଚଳମାନଙ୍କରେ ନିଜ ନିଜର ପ୍ରଭାବ ପ୍ରତିଷ୍ଠା କରିବା ତଥା ଦଳଗତ ସାର୍ଥ ସାଧନ ନିମିତ୍ତ ଉକ୍ତ ଅଞ୍ଚଳରେ ଅଧ୍ବବାସୀମାନଙ୍କ ମନରେ ଆଞ୍ଚଳିକତାବାଦର ଧାରଣା ସୃଷ୍ଟି କରିଥିବା ଜଣାପଡ଼ୁଛି । ତର୍କ ବିତର୍କ ମାଧ୍ୟମରେ ଆପଣା ଆପଣା ଅଞ୍ଚଳ ପ୍ରତି ଜାତୀୟ ସରକାରଙ୍କ ଉଦାସୀନତାର ଅପପ୍ରଚାର କରିବାରେ ଲାଗିଛନ୍ତି ।

ଅର୍ଥନୈତିକ ଏକତା ଦ୍ଵାରାହିଁ କେବଳ ସମସ୍ୟା ଦୂର କରାଯାଇପାରିବ ଏ ପ୍ରକାର ଆଶାଭରସା ଲୋକମାନଙ୍କୁ ଦେଇଛନ୍ତି । ବେଳେବେଳେ ଆନ୍ଦୋଳନ ତଥା ଉପଦ୍ରବ ସୃଷ୍ଟିକରି ଅଞ୍ଚଳିକତାବାଦକୁ ଉସୁକଉଛନ୍ତି । ଫଳରେ ଆଞ୍ଚଳିକତାବାଦ ଆମ ଦେଶ ଆଗରେ ବିରାଟ ସମସ୍ୟା ହୋଇ ଠିଆ ହୋଇଛି ।

(୪) ଅର୍ଥନୈତିକ କାରଣ · ଏହା ସ୍ବୀକାର୍ଯ୍ୟ ଯେ ଆମ ଦେଶର କେତେକ ଅଞ୍ଚଳ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନୁନ୍ନତ ଅଟେ । ଫଳରେ ଏହି ଅଞ୍ଚଳରେ ସେମାନଙ୍କ ମନରେ ହୀନମନୋଭାବ ସୃଷ୍ଟି ହୋଇଥାଏ । ସେମାନେ ନିଜକୁ ଅତି ଛୋଟ ମନେକରିଥା’ନ୍ତି । ଅପର ପକ୍ଷରେ ଯେଉଁ ଅଞ୍ଚଳଗୁଡ଼ିକ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତ, ସେ ଅଞ୍ଚଳଗୁଡ଼ିକର ଅଧ୍ଵବାସୀମାନେ ନିଜକୁ ସତନ୍ତ୍ର ବୋଲି ମନେକରିଥା’ନ୍ତି । ଅନୁନ୍ନତ ଅଞ୍ଚଳଗୁଡ଼ିକ ସହ ଅର୍ଥନୀତିର ସମବଣ୍ଟନ ପାଇଁ କୁଣ୍ଠାବୋଧ କରିଥା’ନ୍ତି ।

(୫) ମନୋବୈଜ୍ଞାନିକ କାରଣ – ନିଜ ଅଞ୍ଚଳକୁ କିପରି ଭାବରେ ଅଧିକ ଉନ୍ନତ କରିବା କେବଳ ଏ ପ୍ରକାର ଭାବନାରେ କେତେକ ଲୋକ ବ୍ୟସ୍ତ ରହନ୍ତି । ଏ ପ୍ରକାର ଇଚ୍ଛାର ବଶବର୍ତ୍ତୀ ହୋଇ ସେମାନେ ସାମଗ୍ରିକ ଜାତୀୟ ସାର୍ଥର ବିରୁଦ୍ଧରେ କାର୍ଯ୍ୟ କରିଥା’ନ୍ତି । ଅନ୍ୟ ଅଞ୍ଚଳ ପ୍ରତି ବୈମାତୃକ ଭାବ ପ୍ରଦର୍ଶନ କରିଥା’ନ୍ତି । ଏହାଛଡ଼ା , କେତେକ ଲୋକ ହିଂସା, ଦ୍ବେଷ, ପରଶ୍ରୀକାତରତା ଆଦି ମନୋଭାବର ଶୀକାର ହୋଇ ଆଞ୍ଚଳିକତାବାଦର ଦ୍ରୁତ ପ୍ରସାର କରିଥାଆନ୍ତି ।

(୬) ସାଂସ୍କୃତିକ ଓ ସାମାଜିକ ତାରତମ୍ୟ – ଗୋଟିଏ ଅଞ୍ଚଳରେ ବସବାସ କରୁଥିବା ଲୋକେ ସେମାନଙ୍କର ସାଂସ୍କୃତିକ ଓ ସାମାଜିକ ଐତିହ୍ୟକୁ ନେଇ ବଞ୍ଚିଥାନ୍ତି । ଯଦି ସେମାନଙ୍କର ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନଗୁଡ଼ିକ ଅନ୍ୟ ଅଞ୍ଚଳରେ ରହୁଥ‌ିବା ସଂସ୍କୃତି ଓ ସାମାଜିକ ଐତିହ୍ୟ ମଧ୍ୟରେ ପ୍ରଭେଦ ପରିଲକ୍ଷିତ ହୋଇଥାଏ, ତେବେ ନିଜ ନିଜ ଅଞ୍ଚଳର ସଂସ୍କୃତି ଓ ସାମାଜିକ ଐତିହ୍ୟ ପ୍ରତି ସେମାନେ ନିଜର ଆନୁଗତ୍ୟ ଦେଖାଇଥାନ୍ତି । ଫଳରେ ଆଞ୍ଚଳିକତାବାଦ ସୃଷ୍ଟି ହୋଇଥାଏ ।

(୭) ପରିବହନ ଓ ଯୋଗାଯୋଗ ସୁବିଧାର ଅଭାବ – ପରିବହନ ଏବଂ ଯୋଗାଯୋଗ ସୁବିଧା ନ ଥିଲେ ବ୍ୟକ୍ତି ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯାଇପାରେ ନାହିଁ । ଫଳରେ ସେମାନଙ୍କ ମଧ୍ୟରେ ପାରସ୍ପରିକ ଯୋଗସୂତ୍ର ରାକ୍ଷା ହୋଇପାରେ ନାହିଁ । ଫଳରେ ବୁଝାମଣାର ଅଭାବ ଦେଖାଯାଏ ଓ ସେମାନେ ନିଜ-ପର ଭାବନାରେ ପରିଚାଳିତ ହୋଇଥା’ନ୍ତି ।

(୮) ଭାଷାଗତ କାରଣ – ଭାଷାକୁ ଭିଭିକରି ଭାରତରେ ପ୍ରାକ୍ ସ୍ବାଧୀନତା ସମୟରେ ବିଭିନ୍ନ ପ୍ରଦେଶରେ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାରେ ପଞ୍ଜାବ, ହରିୟାଣା, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ପ୍ରଭୃତି ସତନ୍ତ୍ର ପ୍ରଦେଶ ଭାବରେ ପୁନର୍ଗଠିତ ହୋଇଅଛନ୍ତି । ଏହି ଭାଷାଭିଭିକ ରାଜ୍ୟଗୁଡ଼ିକ ବିଶେଷ ଭାବରେ ଉଗ୍ର ଆଞ୍ଚଳିକତାବାଦର ସ୍ପଷ୍ଟ ପ୍ରତିଫଳନ ଅଟେ ।

ତେଲେଙ୍ଗାନା ରାଜ୍ୟ ଗଠନ ପ୍ରସ୍ତାବ, କୋଶଳ ରାଜ୍ୟ ଗଠନ ପ୍ରସ୍ତାବ, ସେହିପରି ଆସାମ ଓ ମେଘାଳୟର ସତନ୍ତ୍ର ରାଜ୍ୟ ଗଠନ ପ୍ରସ୍ତାବ ଭାଷାଗତ କାରଣ ସହ ଜଡ଼ିତ ।

(୯) ସୀମା ଓ ନଦୀଜଳ ବଣ୍ଟନ ବିବାଦ – ଆଞ୍ଚଳିକତାବାଦ ରାଜ୍ୟଗୁଡ଼ିକରେ ଦେଖାଯାଉଥିବା ସୀମା ଓ ନଦୀଜଳ ବଣ୍ଟନ ବିବାଦକୁ ତୀବ୍ରତର କରାଇଥାଏ । ଭାରତରେ ନର୍ମଦା, କ୍ରିଷ୍ଣା ଓ କାବେରୀ ଇତ୍ୟାଦି ନଦୀଜଳ ବଣ୍ଟନ ଆଞ୍ଚଳିକତାବାଦକୁ ପ୍ରେତ୍ସାହିତ କରି ରାଜ୍ୟମାନଙ୍କରେ ଯଥା- ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରେ ବିବାଦ ସୃଷ୍ଟି କରିଆସୁଛି । ଏହା ରାଜ୍ୟଗୁଡ଼ିକର ଆଞ୍ଚଳିକବାଦକୁ ପ୍ରୋତ୍ସାହିତ କରିଥାଏ ।

(୧୦) ବୈମାତୃକ ମନୋଭାବ – ପକ୍ଷପାତ ନୀତି ଅଧୁକାଂଶ କ୍ଷେତ୍ରରେ ଆଞ୍ଚଳିକତାବାଦକୁ ଜନ୍ମ ଦେଇଥାଏ । ଯେତେବେଳେ ରାଜ୍ୟ ଓ କେନ୍ଦ୍ରଶାସନ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହୋଇଥାଏ, ସେତେବେଳେ ଦୁଇ ରାଜନୈତିକ ପୃଷ୍ଠଗତ ଦ୍ବନ୍ଦ୍ବ ଆଞ୍ଚଳିକତାବାଦ ସୃଷ୍ଟି କରିଥାଏ । ରାଜନୈତିକ ଅସୂୟା, ବୈମାତୃକ ମନୋଭାବ ଓ ଉନ୍ନୟନମୂଳକ ଅବହେଳା ନିର୍ଦ୍ଦିଷ୍ଟ ରାଜ୍ୟଗୁଡ଼ିକରେ ଆଞ୍ଚଳିକତାବାଦ ସୃଷ୍ଟି କରିଥାଏ ।

CHSE Odisha Class 12 Sociology Unit 3 Long Answer Questions in Odia Medium

୧୨ । ଭାରତରେ ଆଞ୍ଚଳିକତାବାଦର ପ୍ରକାରଭେଦଗୁଡ଼ିକ ଆଲୋଚନା କର ।
Answer:
ଭାରତର ଆଞ୍ଚଳିକତାବାଦ ପ୍ରାୟ ଦ୍ରାବିଡ଼ୀୟ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା । ଆଞ୍ଚଳିକତାବାଦର ପ୍ରକାରଭେଦକୁ ନିମ୍ନରେ ଆଲୋଚନା କରାଗଲା ।
(i) ଭାଷାଭିଭିକ ଆଞ୍ଚଳିକତାବାଦ
(ii) ଭୂମିପୁତ୍ର ନୀତିଭିତ୍ତିକ ଆଞ୍ଚଳିକତାବାଦ
(iii) ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି
(iv) ପୂର୍ବ ରାଜ୍ୟପାହ୍ୟା ଦାବି
(v) ଆନ୍ତଃରାଜ୍ୟ ବିବାଦ
(vi) ସାୟତ୍ତତା ଦାବି
(vii) ବିଚ୍ଛିନ୍ନତାବାଦ
(viii) ରାଜ୍ୟ ମଧ୍ୟରେ ଆଞ୍ଚଳିକ ସାୟତ୍ତତା ପାଇଁ ଦାବି
(ix) ଯୁଦ୍ଧଖୋର ମନୋଭାବ

(i) ଭାଷାଭିରିକ ଆଞ୍ଚଳିକତାବାଦ – ଭାଷା ମଧ୍ଯମରେ ଉକ୍ତ ଆଞ୍ଚଳିକତାବାଦ ସୃଷ୍ଟି ହୋଇଥାଏ । ୧୯୫୩ ମସିହାରେ ଭାଷାକୁ ପ୍ରାଧାନ୍ୟ ଦେଇ ସତନ୍ତ୍ର ରାଜ୍ୟ ଗଠନ କରାଯାଇଥିଲା ଯାହା ଆଜିର ଆନ୍ଧ୍ରପ୍ରଦେଶ ରାଜ୍ୟ ସୃଷ୍ଟି ହୋଇଅଛି । ରାଷ୍ଟ୍ରଭାଷା ହିନ୍ଦୀକୁ ନେଇ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପ୍ରଭୃତି ଅଣହିନ୍ଦୀ ରାଜ୍ୟଗୁଡ଼ିକ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଞ୍ଜାବ, ପଶ୍ଚିମବଙ୍ଗ, ବିହାର ଓ ଆସାମ ରାଜ୍ୟଗୁଡ଼ିକରେ ମଧ୍ୟ ଭାଷାକୁ କେନ୍ଦ୍ରକରି ଆଞ୍ଚଳିକତା ପରିପ୍ରକାଶ ହେଉଛି ।

(ii) ଭୂମିପୁତ୍ର ନୀତିଭିତ୍ତିକ ଆଞ୍ଚଳିକତାବାଦ – ବିଶେଷତଃ, ନିଯୁକ୍ତି କ୍ଷେତ୍ରରେ ନିଜ ରାଜ୍ୟର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଅସନ୍ତୋଷର କାରଣ ହୋଇଥାଏ । ତେଣୁ ନିଜ ରାଜ୍ୟର ଲୋକଙ୍କୁ ଚାକିରି କ୍ଷେତ୍ରରେ, ବ୍ୟବସାୟ ବାଣିଜ୍ୟରେ ଅଧିକ ସୁବିଧା ସୁଯୋଗ ଓ ଅଗ୍ରାଧିକାର, ଅନ୍ୟ ରାଜ୍ୟ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରୁଅଛି । ମହାରାଷ୍ଟ୍ରରେ ଶିବସେନା, ତାମିଲନାଡୁରେ ‘ତାମିଲ ସେନା’ ଇତ୍ୟାଦି ଭୂମିପୁତ୍ର ନୀତିର ଗୋଟିଏ ଗୋଟିଏ ଉଦାହରଣ ।

(iii) ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବି – 2000 ମସିହାରେ ଉତ୍ତରପ୍ରଦେଶର କିଛି ଅଞ୍ଚଳକୁ ନେଇ ଉତ୍ତରାଞ୍ଚଳ, ବିହାରର କିଛି ଅଂଶକୁ ନେଇ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶର କିଛି ଅଂଶ ନେଇ ‘ଛତିଶଗଡ଼’ର ସୃଷ୍ଟି, ସତନ୍ତ୍ର ରାଜ୍ୟପାହ୍ୟାର ଦାବିର ଅନ୍ତର୍ଭୁକ୍ତ । ସେହିପରି ତେଲେଙ୍ଗାନା ରାଜ୍ୟ, କୋଶଳ ରାଜ୍ୟ ଗଠନ ତଥା ଗୁର୍ଖାଲାଣ୍ଡ ଦାବି ଏହି ମନୋଭାବର ଅନ୍ତର୍ଗତ ।

(iv) ପୂର୍ବରାଜ୍ୟ ପାହ୍ୟା ଦାବି – କେନ୍ଦ୍ରଶାସିତ ଅଞ୍ଚଳଭାବେ ସୃଷ୍ଟି, ହମାଚଳପ୍ରଦେଶ, ମଣିପୁର, ତ୍ରିପୁରା, ଗୋଆ, ମିଜୋରାମ ଓ ଅରୁଣାଚଳପ୍ରଦେଶ ପୂର୍ବ ରାଜ୍ୟପାହ୍ୟାପାଇଁ ଦାବିକରି ରାଜ୍ୟର ମାନ୍ୟତା ହାସଲ କରିଥିଲା । ନିଜକୁ ପୂର୍ବ ରାଜ୍ୟପାହ୍ୟା ଦାବିରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

(v) ଆନ୍ତଃରାଜ୍ୟ ବିବାଦ – ସୀମା, ଜଳବଣ୍ଟନ ଓ ସଂହତିକୁ ନେଇ ଭାରତରେ ବହୁ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ବିବାଦ ରହିଅଛି । ପୋଲାଭରମ ପ୍ରକଳ୍ପରେ ମହେନ୍ଦ୍ରତନୟା ନଦୀବନ୍ଧରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ, କାବେରୀ ନଦୀଜଳ ବଣ୍ଟନକୁ ନେଇ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ମଧ୍ୟରେ ବିବାଦ ଲାଗିଛି ।

(vi) ସାୟତ୍ତତା ଦାବ – ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ କନଫରେନସ୍, ଆନ୍ଧ୍ରପ୍ରଦେଶର ତେଲୁଗୁଦେଶମ୍, ପଶ୍ଚିବବଙ୍ଗର ସି.ପି. ଆଇ. ଏମ୍, ପଞ୍ଜାବର ଅକାଳୀ ଦଳ, ତାମିଲନାଡୁର ଡି.ଏମ୍.କେ ଦଳ ନିଜର ରାଜ୍ୟଗୁଡ଼ିକୁ ସୟଂଚାଳିତ କରିବାକୁ ଦାବିକରି କେତେକ ଗୁରୁତ୍ଵପୂର୍ଣ୍ଣ ବିଭାଗ ବ୍ୟତୀତ ଅନ୍ୟ ବିଭାଗରେ ରାଜ୍ୟକୁ ସାୟତ୍ତତା ଦେବାପାଇଁ ଦାବି କରୁଛନ୍ତି ।

(vii) ବିଚ୍ଛିନ୍ନତାବାଦୀ – ସାଧୀନ ଭାବରେ ଶାସନ କରିବା ଓ ସାର୍ବଭୌମତ୍ୱ ହାସଲ କରିବା ଏହାର ମୁଖ୍ୟ ଉଦେଶ୍ୟ । ଆସାମ ମିଳିତ ସାମ୍ମୁଖ୍ୟ (ULFA), JKLF ଜାମ୍ମୁ କାଶ୍ମୀର ପୂର୍ଣ୍ଣ ସାମ୍ମୁଖ୍ୟ, ଖଲିସ୍ଥାନ, ମିଜୋ ଜାତୀୟବାଦୀ, ନାଗାଲାଣ୍ଡ, ଗୁର୍ଖାଲାଣ୍ଡ, ସାଧୀନ ରାଜ୍ୟ ଗଠନ ନିମନ୍ତେ ସର ଉତ୍ତୋଳନ କରୁଛନ୍ତି ।

(viii) ରାଜ୍ୟ ମଧ୍ୟରେ ଆଞ୍ଚଳିକ ସାୟତ୍ତତା ପାଇଁ ଦାବୀ – ଓଡ଼ିଶାରେ ଆଞ୍ଚଳିକତା ମନୋଭାବ ମଧ୍ଯ ରହୁଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଜାମ୍ମୁ-କାଶ୍ମୀର ସଦସ୍ୟ, ପଶ୍ଚିମବଙ୍ଗର ଗୋଖାଁ ଅଞ୍ଚଳକୁ ସୟଂଶାସନର କ୍ଷମତା ପ୍ରଦାନ ପାଇଁ ଦାବି ହେଉଅଛି ।

(ix) ଯୁଦ୍ଧଖୋର ମନୋଭାବ – କେତେକ ହିଂସାର ପଥ ଅନୁସରଣ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚାହାଁନ୍ତି । କ୍ରୂର ଆଞ୍ଚଳିକତା ମନୋଭାବ ସେମାନଙ୍କୁ ଏହି ଅବସ୍ଥାରେ ପହଞ୍ଚାଇଥାଏ । ମହାରାଷ୍ଟ୍ରର ଶିବସେନା, ତାମିଲନାଡୁର ତାମିଲସେନା ଯୋଗୁ ଦେଶରେ ହିଂସାଭାବ ସୃଷ୍ଟି ହୋଇଅଛି । କେତେକ ରାଜ୍ୟରେ ଉଗ୍ରବାଦ ଓ କେନ୍ଦ୍ର ପ୍ରତି ବୈର ମନୋଭାବ ସୃଷ୍ଟି ହେଉଅଛି ।

୧୩ । ଆଞ୍ଚଳିକତାବାଦର ନିରାକରଣ ବା ପ୍ରତିବାଦ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇପାରେ, ଆଲୋଚନା କର ।
Answer:
ପରିବହନ ଓ ଯୋଗାଯୋଗ ସୁବିଧାର ଉନ୍ନତି – ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିର ପାଖରେ ସହଜ ଓ ସୁବିଧାରେ ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଆବଶ୍ୟକ ହୋଇଥାଏ ।

(୧) ପରିବହନ ଓ ଯୋଗାଯୋଗ ସୁବିଧାର ଉନ୍ନତି – ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିର ପାଖରେ ସହଜ ଓ ସୁବିଧାରେ ପହଞ୍ଚିପାରିଲେ ସେମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇ ପରସ୍ପର ମଧ୍ୟରେ ବନ୍ଧୁତା ଘନିଷ୍ଠ ହୋଇପାରିବ । ଯଦି ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାର ସୁବିଧା କରିଦିଆଯା’ନ୍ତା, ତାହାହେଲେ ଲୋକେ କାଶ୍ମୀରଠାରୁ କନ୍ୟାକୁମାରୀ, ଦ୍ଵାରକାଠାରୁ ପୁରୀ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ଲୋକମାନଙ୍କର ସଂସ୍ପର୍ଶରେ ଆସିପାରନ୍ତେ ।

ସେମାନଙ୍କ ମନରେ ଭାବନା ଆସନ୍ତା ଯେ ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକ ନୁହଁନ୍ତି, ଭାରତର ସ୍ଥାୟୀ ବାସିନ୍ଦା ।

(୨) ଜାତୀୟ ଇତିହାସର ପ୍ରସାର -ଜାତିର ଇତିହାସ ଦେଶର ବିଭିନ୍ନ ଅଞ୍ଚଳର ଲୋକମାନଙ୍କର ଅବଦାନଦ୍ୱାରା ଉନ୍ନତ ହୋଇଥାଏ । ତେଣୁ ପ୍ରତ୍ୟେକ ଲୋକଙ୍କ ନିକଟରେ ଜାତୀୟତାଭାବକୁ ଠିକ୍‌ଭାବରେ ଗଢ଼ିବା ହେଉଛି ଏକ ଦାୟିତ୍ଵ । ତେଣୁ ଶିଶୁମାନଙ୍କୁ ଶିକ୍ଷାୟତନରେ ଶିକ୍ଷା ଦାନ କରିବା ଆବଶ୍ୟକ ଯେ ସେମାନେ ଜଣେ ଉତ୍ତମ ଓଡ଼ିଆ, ପଞ୍ଜାବୀ, ତେଲୁଗୁ ବା ଗୁଜୁରାଟୀ ନ ହୋଇ ଜଣେ ଉତ୍ତମ ନାଗରିକ ଭାବରେ ମନବଳାନ୍ତୁ ।

(୩) ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ବେଆଇନ ଘୋଷଣା – କେତେକ ନ୍ୟସ୍ତସାର୍ଥ ବ୍ୟକ୍ତି ରାଜନୈତିକ ଦଳଗୁଡ଼ିକ ଆଞ୍ଚଳିକତାବାଦକୁ ଉସୁକାଉଛନ୍ତି । ବିଭିନ୍ନ ଦଳ ଆଞ୍ଚଳିକ ଭିତ୍ତିରେ ଗଢ଼ିଉଠିଛି, ତେଣୁ ରାଜନୈତିକ ଦଳମାନଙ୍କୁ ଆଞ୍ଚଳିକ ଦଳ ଭିଭିରେ ଗଠନ କରାଯିବା ଉପରେ ନିଷେଧାଜ୍ଞା ଜାରିହେବା ଆବଶ୍ୟକ । ନିର୍ବାଚନ କମିଶନ ଏପରିକି ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନରେ ଭାଗ ନ ନେବା ପାଇଁ ଏକ ବିଜ୍ଞପ୍ତି ଜାରିକରିବା ଉଚିତ ।

CHSE Odisha Class 12 Sociology Unit 3 Long Answer Questions in Odia Medium

(୪) ଜାତୀୟ ମନୋଭାବ ସୃଷ୍ଟି – ଲୋକମାନଙ୍କ ମନରେ ମହାଭାରତୀୟ ଭାବନା ଜାଗ୍ରତ କରିବା ପାଇଁ ବିଭିନ୍ନ ଗଣମାଧ୍ୟମଗୁଡ଼ିକୁ ଉପଯୋଗ କରିବା ଉଚିତ । ଏପରିକି ଗାଁ ଗହଳିରେ ଗାଉଁଲି ଗଣମାଧ୍ୟମ ଯଥା ଦାସକାଠିଆ, ପାଲା, ହରିକଥା, ଲୀଳା, ସୁଆଙ୍ଗ ଇତ୍ୟାଦି ମାଧ୍ୟମରେ ଆଞ୍ଚଳିକତାବାଦର ବିଭିନ୍ନ କୁପରିଣାମଗୁଡ଼ିକୁ ପରିବେଷଣ କରିବା ଉଚିଦ ।

ଟେଲିଭିଜନ, ଦୈନିକ ସମ୍ବାଦପତ୍ର, ରେଡ଼ିଓ ଇତ୍ୟାଦି ଆଧୁନିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ପରିବେଷଣ କରାଯାଇ ଲୋକମାନଙ୍କ ମନରୁ ଭ୍ରାନ୍ତ ଆଞ୍ଚଳିକତା ଦୂରକରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ।

(୫) ଜାତୀୟ ଭାଷାର ଉନ୍ନତି – ଆଞ୍ଚଳିକ ଭାଷା ପ୍ରତି ଦୁର୍ବଳତା ଓ ଏହାର ପ୍ରଚାର, ପ୍ରସାର ଓ ପ୍ରାଧାନ୍ୟ ଆଞ୍ଚଳିକତାବାଦକୁ ସୁଦୃଢ଼ କରିଥାଏ । ତେଣୁ ଜାତୀୟ ଭାଷାର ସମ୍ମାନ ଓ ଉତ୍‌ଥାନ ଆବଶ୍ୟକ । ରାଷ୍ଟ୍ରର ସମସ୍ତ ଭାଷାଗୁଡ଼ିକୁ ସମ୍ମାନ ପ୍ରଦର୍ଶନ ଓ ଜାତୀୟ ତଥା ରାଷ୍ଟ୍ରୀୟ ଭାଷା ଯୋଗାଯୋଗର ସୂତ୍ର ରୂପେ ସମସ୍ତ ନାଗରିକ ବ୍ୟବହାର କଲେ ଆଞ୍ଚଳିକତାବାଦ ଦୂର ହୋଇପାରିବ । ଏଥ ନିମନ୍ତେ ମାନବିକତାର ଆବଶ୍ୟକତା ରହିଛି ।

(୬) ସାର୍ବଜନୀନ ଶିକ୍ଷା ଓ ସାଧାରଣ ପାଠ୍ୟକ୍ରମ – ପ୍ରାଥମିକ ସ୍ତରରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିବିଧତା ମଧ୍ୟରେ ଐକ୍ୟଭାବ କିପରି ସ୍ଥାପନ କରାଯାଇପାରିବ, ସେଥ‌ିପ୍ରତି ଧ୍ୟାନଦେବା ଓ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଉଚିତ । ଫଳରେ ଆଞ୍ଚଳିକ ପକ୍ଷପାତିତା ପରିବର୍ତ୍ତେ ଜାତୀୟତା ଓ ଦେଶପ୍ରୀତିଭାବ ଛାତ୍ରଛାତ୍ରୀଙ୍କ ମନରେ ରହିପାରିବ ଓ ଉତ୍ତମ ନାଗରିକ ଭାବରେ ସେମାନଙ୍କର ପରିଚୟ ପ୍ରଦାନ କରିପାରିବ ।

(୭) ସମତୁଲ ବିକାଶ | ଉନ୍ନତି – ପ୍ରତ୍ୟେକ ରାଜ୍ୟଗୁଡ଼ିକର ବିକାଶ କେନ୍ଦ୍ର ସରକାରଙ୍କ ଦାୟିତ୍ଵ । ଏଥିରେ ଖ୍ଲାପ ଓ ପକ୍ଷପାତିତା ହେଲେ ରାଜ୍ୟଗୁଡ଼ିକରେ ଅସନ୍ତୋଷ ଭାବ ଆସିଥାଏ । ବହୁ ଆଞ୍ଚଳିକ ଦଳଗୁଡ଼ିକ ସକ୍ରିୟ ହୋଇଯାଇଥା’ନ୍ତି । ତେଣୁ କେନ୍ଦ୍ର ସରକାରଙ୍କର ସମତୁଲ ବିକାଶ ଓ ନିରପେକ୍ଷ ବିକାଶର ଧାରା ଆଞ୍ଚଳିକତାବାଦକୁ ରୋକିଦେଇ ପାରିବ ।

ରାଷ୍ଟ୍ର ମଧ୍ୟରେ ବିକାଶ ଓ ଉନ୍ନତି କ୍ଷେତ୍ରରେ ପାତର ଅନ୍ତର ହେଲେ ଆଞ୍ଚଳିକ ଶକ୍ତିଗୁଡ଼ିକ ସକ୍ରିୟ ହୋଇଥା’ନ୍ତି । ସେହି ସମସ୍ୟାର ସମାଧାନ ସମତୁଲ ନ୍ୟାୟଦ୍ବାରା ନୀତିଦ୍ଵାରା କରାଯାଇ ପାରିବ ।

(୮) ଗଣମାଧ୍ୟମର ସହଯୋଗ ମନୋଭାବ – ଆଞ୍ଚଳିକତାବାଦକୁ ହ୍ରାସ କରିବାପାଇଁ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ । ସାଧାରଣତଃ ଟେଲିଭିଜନ, ସମ୍ବାଦପତ୍ର, ରେଡ଼ିଓ , ଚଳଚ୍ଚିତ୍ର, ବିଜ୍ଞାପନ, ପତ୍ରପତ୍ରିକା ଠିକ୍ ତଥ୍ୟ ଜନସାଧାରଣଙ୍କୁ ପ୍ରଦାନ କରି ଅର୍ଥନୈତିକତାବାଦକୁ ଦୂର କରିପାରିଥାଏ । ଗଣମାଧ୍ଯମ ଜାତୀୟ ଐକ୍ୟ ପ୍ରତିଷ୍ଠା କରିଥାଏ ।

(୯) ଜନଜାତି ଅଧୁଷିତ ଅଞ୍ଚଳର ବିକାଶ – ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଜନଜାତିମାନେ ପଛୁଆ ଅଟନ୍ତି । ସେହି ଅନୁଭବ ସେମାନଙ୍କୁ କେତେକ ଭୁଲ୍ ସଙ୍ଗଠନରେ ସାମିଲ ହେବା ପାଇଁ ସୁଯୋଗ ସୃଷ୍ଟି କରିଥାଏ ଏବଂ ଆମୂଳକ ବିଚ୍ଛିନ୍ନତାଭାବକୁ ସୁଦୃଢ଼ କରିଥାଏ ।

ତେଣୁ ଆଦିବାସୀବହୁଳ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଅର୍ଥନୈତିକ ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନଦେବା ଉଚିତ । ଭ୍ରାତୃତ୍ୱ ମନୋଭାବ, ଜାତୀୟତା ପ୍ରତିଷ୍ଠା ଓ ସାର୍ବଜନୀନ ମନୋଭାବ ଏହାଦ୍ବାରା ସମ୍ଭବ ହେବ ।

(୧୦) ପର୍ଯ୍ୟଟନ, ଐତିହ୍ୟସ୍ଥଳୀର ବିକାଶ – ଭାରତ ହେଉଛି ପ୍ରକୃତି କୋଳରେ ସୌନ୍ଦର୍ଯ୍ୟର ସୁରମ୍ୟ ସ୍ଥାନ । ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀ ରହିଅଛି । ସମସ୍ତ ସ୍ଥାନକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯୋଗାଯୋଗ ଓ ସଂହତି ରକ୍ଷା କରାଗଲେ ଆଞ୍ଚଳିକତାବାଦ ଦୂର ହେବ ।

(୧୧) ସନ୍ତୁଳିତ ଅର୍ଥନୈତିକ ପ୍ରଗତି – ସମସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ସମଭାବରେ ଯୋଜନା ପ୍ରସ୍ତୁତି, ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଆର୍ଥିକ ସହାୟତା, ନିଯୁକ୍ତି କ୍ଷେତ୍ରରେ ସମାନ ଗୁରୁତ୍ଵ ପ୍ରଭୃତି ବିଭିନ୍ନ ସମସ୍ୟାଗୁଡ଼ିକୁ ସମାଧାନ କରିପାରିବ ଓ ଜନ ଅସନ୍ତୋଷ ଦୂର କରିପାରିବ । ସମସ୍ତ ରାଜ୍ୟଗୁଡ଼ିକରେ ସମାନ ଅର୍ଥନୈତିକ ପ୍ରଗତିର ଆବଶ୍ୟକତା ରହିଅଛି ।

ଉପରୋକ୍ତ ଆଲୋଚନାରୁ ସୁସ୍ପଷ୍ଟ, ଜାତୀୟ ବଜାର, ଯୋଗାଯୋଗର ପ୍ରସାର, ଭାରତୀୟ ଅନୁଷ୍ଠାନଗୁଡ଼ିକର ପ୍ରଭାବ, ଗଣମାଧ୍ୟମର ସକ୍ରିୟ ଅଂଶଗ୍ରହଣ, ସାଧାରଣ ଶିକ୍ଷା ପାଠ୍ୟକ୍ରମ ଓ ସଚେତନତା ତଥା ଜାତୀୟ ମନୋଭାବ ଆଞ୍ଚଳିକତାବାଦକୁ ଦୂର କରିପାରିବ ।

୧୪ । ଭାରତରେ ଏକତାର ସମସ୍ୟାମାନ ଲେଖ ।
Answer:
ଆମ ମାତୃଭୂମି ଭାରତବର୍ଷ ଏକ ବିଶାଳ ଉପମହାଦେଶ । ଏହା କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ । ଏହି ଉପମହାଦେଶ ବିଶ୍ବ ଦରବାରରେ ଏକ ବିଶିଷ୍ଟ ସ୍ଥାନର ଅଧିକାରୀ । ଏହାର ଉତ୍ତରରେ ଜାଗ୍ରତ ପ୍ରହରୀ ସଦୃଶ ଅତ୍ୟଚ୍ଚ ହିମାଳୟ ପର୍ବତମାଳା, ଦକ୍ଷିଣରେ ବିଶାଳ ଭାରତ ମହାସାଗର, ପୂର୍ବରେ ଲବଣାକ୍ତ ବଙ୍ଗୋପସାଗର ଏବଂ ପଶ୍ଚିମରେ ଆରବ ସାଗର ଓ ବିନ୍ଧ୍ୟ ପର୍ବତମାଳା ଏହାର ସୀମାରେଖାକୁ ଦର୍ଶାଇଥାଏ ।

ଅଧ୍ଵନ୍ତୁ ଏହା ବିଭିନ୍ନ ପ୍ରଜାତୀୟ, ଧର୍ମୀୟ, ଭାଷାଗତ ଏବଂ ଜନଜାତୀୟ ସମୂହକୁ ନେଇ ଗଠିତ । ଭାରତର ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ଭାଷାରେ ଭିନ୍ନତା, ଧର୍ମରେ ନିରପେକ୍ଷତା, ଚଳଣିରେ ପାର୍ଥକ୍ୟ ଓ ବେଶଭୂଷାରେ ଅନନ୍ୟତା ଏ ଦେଶକୁ ଐକ୍ୟ ପ୍ରଦାନ କରିଆସୁଛି ।

ସ୍ଵାଧୀନତା ପରେ ଭାରତବର୍ଷରେ ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକ ମୁଣ୍ଡଟେକି ଉଠିଛି । ନିର୍ବାଚନକାଳୀନ ସଂଘର୍ଷରୁ ସାଂପ୍ରଦାୟିକତାବାଦ ଓ ଜାତିଆଣ ଭେଦଭାବ ଭୟଙ୍କର ରୂପ ଧାରଣ କରିଛି । ଭାରତ-ପାକିସ୍ତାନ ଯୁଦ୍ଧ, ଅର୍ଥନୈତିକ ଦୁର୍ଗତି ଏବଂ ସାମାଜିକ ପ୍ରସ୍ଥିତି ଦେଶର ଏକତାକୁ ବିପର୍ଯ୍ୟସ୍ତ କରୁଛି । ସେଗୁଡ଼ିକ ମଧ୍ୟରୁ ସଂପ୍ରଦାୟିକତାବାଦ (Communalism), ଜାତିବାଦ (Casteism), ଭାଷାବାଦ (Linguism) ଏବଂ ଆଞ୍ଚଳିକତାବାଦ (Regionalism) ପ୍ରଧାନ ।

ଏହି କାରଣଗୁଡ଼ିକ ଭାରତୀୟ ସାମାଜିକ ଜୀବନରେ ଅଶାନ୍ତି ଓ ଅସ୍ଥିରତା ଆଣିବା ସହିତ ଦେଶର ଜାତୀୟ ସଂହତି ପଥରେ ଘୋର ପ୍ରତିବନ୍ଧକ ସୃଷ୍ଟି କରିଥା’ନ୍ତି । ସୁତରାଂ ଏହି ଚାରୋଟି ସମାଜର ଐକ୍ୟତାକୁ ନଷ୍ଟ କରେ, ଯାହାକୁ ନିମ୍ନଲିଖ୍ ଭାବେ ପର୍ଯ୍ୟାଲୋଚନା କରାଯାଇପାରେ ।

(i) ସଂପ୍ରଦାୟିକତାବାଦ (Communalism) – ଭାରତବର୍ଷ ବହୁ ଧର୍ମ ଓ ସଂପ୍ରଦାୟର କେନ୍ଦ୍ରସ୍ଥଳୀ । ଏଠାରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଆଦି ପ୍ରତ୍ୟେକ ଧାର୍ମିକ ସଂପ୍ରଦାୟର ଲୋକମାନେ ବାସ କରନ୍ତି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏଥ‌ିରେ ସବୁ ସଂପ୍ରଦାୟର ଲୋକଙ୍କୁ ସବୁ କ୍ଷେତ୍ରରେ ସମାନ ସୁବିଧାସୁଯୋଗ ଦିଆଯାଉଛି ।

କେହି କାହାର ଧର୍ମ ଉପରେ ଅଯଥା ହସ୍ତକ୍ଷେପ କରନ୍ତି ନାହିଁ, ତଥାପି ବେଳେବେଳେ ଧର୍ମ ନାମରେ ଅପପ୍ରଚାର ଫଳରେ ସଂପ୍ରଦାୟଗୁଡ଼ିକ ମଧ୍ୟରେ ତିକ୍ତତା ଓ ଶତ୍ରୁତା ମନୋଭାବ ଦେଖାଯାଏ । ଧର୍ମଗତ ପ୍ରଭେଦତାକୁ ଭିଭିକରି ବିଭିନ୍ନ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହେଉଥ‌ିବା ଶତ୍ରୁତା ମନୋଭାବକୁ ସାଂପ୍ରଦାୟିକତାବାଦ କୁହାଯାଏ । ଅନ୍ୟ ଅର୍ଥରେ ନିଜ ସଂପ୍ରଦାୟ ଏବଂ ଧର୍ମ ପ୍ରତି ଅନ୍ଧ ଆନୁଗତ୍ୟ ସାଂପ୍ରଦାୟିକତାବାଦ ରୂପେ ପରିଚିତ ।

ଏହା ଭାରତର ଜାତୀୟ ଐକ୍ୟ ଓ ସଂହତିକୁ ବିପର୍ଯ୍ୟସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ସାଂପ୍ରଦାୟିକତାବାଦ ଯୋଗୁଁ 1947 ମସିହାରେ ଦେଶ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ରାଷ୍ଟ୍ରରେ ବିଭାଜିତ ହୋଇଥିଲା । ବିଭାଜନ ପରେ ମଧ୍ୟ ଭାରତର ଏହି ସମସ୍ୟା ଦୂରୀଭୂତ ହୋଇପାରୁ ନାହିଁ । କାରଣ ବର୍ତ୍ତମାନ ଭାରତରେ ସଂଖ୍ୟାତ୍ମକ ମୁସଲମାନ ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି ।

ଫଳତଃ ସର୍ବଦା ହିନ୍ଦୁ-ମୁସଲିମ୍ ସାଂପ୍ରଦାୟିକତା ମନୋଭାବ ସୃଷ୍ଟି ହେଉଛି । ରାମ ମନ୍ଦିର ଓ ବାବରୀ ମସ୍‌ଜିଦ୍ ସମସ୍ୟା ଏହାର ଏକ ଉଜ୍ଜ୍ବଳ ନମୁନା । ବେଳେବେଳେ ସାଂପ୍ରଦାୟିକ ଦଙ୍ଗାହଙ୍ଗାମା ସୃଷ୍ଟି ହୋଇ ଦେଶରେ ଜାତୀୟ ସଂହତିକୁ ବିପନ୍ନ କରୁଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

(ii) ଜାତିବାଦ (Casteism) – ଜାତିବାଦ ଭାରତୀୟ ସମାଜର ଏକ ସ୍ବକୀୟ ବ୍ୟାଧ୍ । ଜାତିବାଦ ଜାତିପ୍ରଥା ସହିତ ଘନିଷ୍ଠ ଭାବେ ସଂପୃକ୍ତ । ତେଣୁ ଏହା ମୁଖ୍ୟତଃ ଏକ ଗ୍ରାମ୍ୟ ସମାଜର ସମସ୍ୟା ରୂପେ ପରିଚିତ । ସମୁଦାୟ ହିନ୍ଦୁ ସମାଜ ଜାତିପ୍ରଥାଦ୍ଵାରା କ୍ଷୁଦ୍ର କ୍ଷୁଦ୍ର ସମୂହରେ ବିଭକ୍ତ । ପ୍ରତିଟି ଜାତି ସମୂହର ସଦସ୍ୟମାନଙ୍କ ମଧ୍ୟରେ ଦୃଢ଼ ଆର୍ଥିକ ଭାବନା (We feeling) ଏବଂ ଅନ୍ଧ ଆନୁଗତ୍ୟ ରହିଥାଏ ।

ଏହି ଆନୁଗତ୍ୟର ବଶବର୍ତୀ ହୋଇ ଯେତେବେଳେ କୌଣସି ଜାତିର ସଦସ୍ୟମାନେ ନିଜ ଜାତିର ସ୍ବାର୍ଥ ଓ ଆଧୂପତ୍ୟ ବଜାୟ ରଖୁବା ନିମିତ୍ତ ବିବେକହୀନ ଭାବେ ଅନ୍ୟ ଜାତି ପ୍ରତି ବୈରୀ ମନୋଭାବ ପୋଷଣ କରନ୍ତି, ସେତେବେଳେ ଜାତିବାଦ ଜନ୍ମଲାଭ କରେ । ସୁତରାଂ ଜାତିବାଦ କହିଲେ ନିଜ ଜାତି ପ୍ରତି ଅନ୍ଧ ଓ ବିବେକହୀନ ଆନୁଗତ୍ୟକୁ ହିଁ ବୁଝାଯାଏ, ଯାହାର ବଶବର୍ତ୍ତୀ ହୋଇ ଏକ ଜାତିର ସଦସ୍ୟଗଣ ଅନ୍ୟ ଜାତି ପ୍ରତି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରନ୍ତି ।

ଅନ୍ୟ ଅର୍ଥରେ ନିଜ ଜାତିର ସ୍ବାର୍ଥ ଓ ମର୍ଯ୍ୟାଦା ନାମରେ ହିଂସାପରାୟଣ ହୋଇ ଅନ୍ୟ ଜାତି ବିରୁଦ୍ଧରେ ଯେକୌଣସି ପ୍ରକାର ଅମାନୁଷିକ ତଥା ଅଯଥାର୍ଥ କାର୍ଯ୍ୟ କରିବାର ଦୃଢ଼ ସଂକଳ୍ପକୁ ଜାତିବାଦ କୁହାଯାଏ । କାକା କାଲୋଲ୍‌କର କହିଛନ୍ତି, ଜାତିବାଦ ହେଉଛି ଏକ ଦୃଢ଼ ଓ ବଳିଷ୍ଠ ସମୂହ ଆନୁଗତ୍ୟ, ଯାହା ନ୍ୟାୟ, ନ୍ୟାର୍ଯ୍ୟ ବ୍ୟବହାର ଏବଂ ସାର୍ବଜନୀନ ଭ୍ରାତୃତ୍ୱଭାବର ସୁସ୍ଥ ସାମାଜିକ ଆଦର୍ଶକୁ ଅବିମାନନା କରିଥାଏ (Casteism is a strong blood supreme group loyalty that ignores the healthy social standards of justice, fair play and universal brotherhood.) ।

ଆଇ.ଏନ୍. ଶର୍ମାଙ୍କ ମତରେ, ଜାତିବାଦ ନିଜ ଜାତି ବା ଉପଜାତି ପ୍ରତି ଏକ ବିବେକହୀନ ସମୂହ ଆନୁଗତ୍ୟ, ଯାହା ଅନ୍ୟ ଜାତିର ସ୍ବାର୍ଥ ପ୍ରତି ଦୃଷ୍ଟି ଦେଇ ନଥାଏ ଓ ନିଜ ସମୂହର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଅନ୍ୟାନ୍ୟ ସ୍ୱାର୍ଥ ପୂରଣ କରିବାପାଇଁ ଚେଷ୍ଟା କରିଥାଏ (Casteism is a blind loyalty towards ones’ own caste or sub-caste, which does not care for the interests of other castes and seeks to realise the social, economic public and other interests of its own group.) |

ଜାତିବାଦ ସ୍ବାର୍ଥପର, ସଂକୀର୍ଣ୍ଣତା ଏବଂ ଈର୍ଷାପରାୟଣ ମନୋଭାବର ଏକ ପ୍ରତୀକ । ଏହା ଜାତି ଜାତି ମଧ୍ୟରେ ହିଂସା, ଦ୍ବେଷ ଓ ପରଶ୍ରୀକାତରତା ସୃଷ୍ଟି କରେ । ଯେତେବେଳେ ଗୋଟିଏ ଜାତିର ସଦସ୍ୟଗଣ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରିବାକୁ ଚାହାନ୍ତି, ସେତେବେଳେ ସେମାନେ ଅନ୍ୟ ଜାତିକୁ ସେଥୁରୁ ବଞ୍ଚିତ କରିବାପାଇଁ ବିଚ୍ଛିନ୍ନ ହୋଇ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ।

ଧୀରେ ଧୀରେ ଏହି ଈର୍ଷାନ୍ୱିତ ମନୋଭାବ ସଂଘର୍ଷର ରୂପ ଧାରଣ କରି ଦଙ୍ଗାହଙ୍ଗାମା ଓ ରକ୍ତପାତର ତାଣ୍ଡବଲୀଳା ସୃଷ୍ଟି କରେ । ସୁତରାଂ ଜାତିବାଦ ଏକ ଉତ୍କଟ ସାମାଜିକ ସମସ୍ୟା ରୂପେ ଦେଶର ଜାତୀୟ ସଂହତିକୁ ବିପଦାପନ୍ନ କରୁଅଛି, ଏହା ନିଃସନ୍ଦେହ ।

(iii) ଭାଷାବାଦ (Linguism) – ଆମ ମାତୃଭୂମି ଭାରତବର୍ଷ ଏକ ବିଶାଳ ଦେଶ । ବିଭିନ୍ନ ଭାଷାଭାଷୀ ଲୋକମାନେ ଭାରତର ପ୍ରକୃତ ଅଧିବାସୀ । ଏହି ଦୃଷ୍ଟିରୁ ଭାରତ ବିଭିନ୍ନ ଭାଷାର ଏକ କେନ୍ଦ୍ରସ୍ଥଳୀ । ତେଣୁ ଭାରତକୁ ବହୁ ଭାଷା ମିଶ୍ରିତ ଏକ କୋଳାହଳମୟ ଦୁର୍ଗ (Varitable tower of babel) କୁହାଯାଏ । ବର୍ତ୍ତମାନ ଭାରତରେ ବହୁ ଭାଷା ଦେଖିବାକୁ ମିଳୁଛି । କିନ୍ତୁ ପ୍ରାଚୀନ ସମୟରେ ଏହି ଭାଷାଗତ ବିଭିନ୍ନତା ଦେଶ ପାଇଁ ଏକ ବଡ଼ ସମସ୍ୟା ନଥିଲା ।

କାରଣ ସଂସ୍କୃତ ସର୍ବପ୍ରଥମେ, ତା’ପରେ ପାର୍ସୀ ଏବଂ ଦେଢ଼ଶହ ବର୍ଷ ଧରି ସମସ୍ତ ବୁଦ୍ଧିଜୀବୀ ମହଲରେ ଇଂରାଜୀ ଏକ ସଂଯୋଗକାରୀ ଭାଷା ରୂପେ କରୁଥିଲା । କିନ୍ତୁ ବର୍ତ୍ତମାନ ଭାଷାଗତ ସମସ୍ୟା ଏକ ମୁଖ୍ୟ ସମସ୍ୟାଭାବେ ଦେଖାଦେଇ ଦେଶର ସ୍ଥିତି ପ୍ରତି ବିପଦ ସୃଷ୍ଟି କରୁଛି । କାରଣ ଏପର୍ଯ୍ୟନ୍ତ ଇଂରାଜୀ ଭାଷା ଭଳି କୌଣସି ସଂଯୋଗକାରୀ ଭାଷାର ବିକାଶ ଘଟିନାହିଁ ।

ଯଦିଓ ହିନ୍ଦୀ ଭାଷା ଭାରତୀୟ ରାଷ୍ଟ୍ର ଭାଷା ରୂପେ ସାମ୍ବିଧାନିକ ଭାବେ ସ୍ବୀକୃତିପ୍ରାପ୍ତ ତଥାପି ଏହାର ପ୍ରଚଳନ ଏକ ବିବଦମାନ ବିଷୟ । ଭାଷାବାଦ କହିଲେ ନିଜ ଭାଷା ପ୍ରତି ଅତିଶୟ ବ୍ୟକ୍ତିଗତ ଅନୁରକ୍ତିକୁ ହିଁ ବୁଝାଇଥାଏ । ଅନ୍ୟ ଅର୍ଥରେ ନିଜ ଭାଷା ପ୍ରତି ଅନୁରକ୍ତ ରହି ଅନ୍ୟ ଭାଷା ବିରୁଦ୍ଧରେ ସ୍ଵର ମଧ୍ୟରେ ଶତ୍ରୁତା ମନୋଭାବ ସୃଷ୍ଟି ହେଉଥ‌ିବାର ଅନେକ ଦୃଷ୍ଟାନ୍ତ ରହିଛି ।

ଭାଷାବାଦ ଭାରତର ଜାତୀୟ ସ୍ବାଧୀନତା ସଂଗ୍ରାମରୁ ଜାତ ହୋଇଛି । ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଇଂରେଜମାନେ ଦେଶକୁ ଭାଷାଗତ ସୀମା ଭିତ୍ତିରେ ବିଭିନ୍ନ ପ୍ରଦେଶରେ ବିଭକ୍ତ କରିଥିଲେ । ଯଦିଓ ପ୍ରଥମେ ସ୍ଵାଧୀନତା ଆନ୍ଦୋଳନର ଜାତୀୟ ନେତାମାନେ ଏହି ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ତଥାପି ପରେ ଭାଷାଭିଭିକ ଆଞ୍ଚଳିକ ବିଭାଜନକୁ ସେମାନେ ଅନୁସରଣ କଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରାଦେଶିକ ବିଭାଜନ ମଧ ଭାଷାଗତ ସୀମାଭିଭିକ ହୋଇଥିଲା ।

ଭାରତ ସ୍ଵାଧୀନ ହେବାପରେ ଭାଷାଗତ ସମ-ମୌଳିକତା (Homogenequsly) ଭିରିରେ ଭାରତକୁ କେତୋଟି ରାଜ୍ୟରେ ବିଭକ୍ତ କରାଯାଇ ପ୍ରତିଟି ରାଜ୍ୟର ଭାଷାକୁ ସ୍ବୀକୃତି ଦିଆଗଲା । ସେହି ସମୟଠାରୁ ଭାରତରେ ଭାଷାବାଦ ସମସ୍ୟା ଅଳ୍ପେ ବହୁତେ ସୃଷ୍ଟି ହେଉଅଛି ।

ଆଞ୍ଚଳିକବାଦ (Regionalism) – ଏକ ନିର୍ଦ୍ଦିଷ୍ଟ ତଥା ସ୍ଥିରୀକୃତ ସୀମାରେଖାକୁ ଧାରଣ କରିଥିବା କୌଣସି ଏକ ସ୍ଥାନକୁ ଏକ ଅଞ୍ଚଳ (Region) ଭାବେ ପ୍ରତିପାଦିତ କରାଯାଇପାରେ । ଏକ ଅଞ୍ଚଳର ପରିସରଭୁକ୍ତ ଲୋକମାନେ ଉକ୍ତ ଅଞ୍ଚଳର ସ୍ଥାୟୀ ଅଧ୍ୟାବାସୀ ରୂପେ ପରିଚିତ । ସେମାନେ ସଂପୃକ୍ତ ଅଞ୍ଚଳର ସମସ୍ତ ଅଧିକାର ଓ ସୁବିଧା ସୁଯୋଗ ଉପଭୋଗ କରିବା ସହିତ ଅଞ୍ଚଳର ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ବ୍ୟାପାରରେ ସକ୍ରିୟ ଅଂଶଗ୍ରହଣ କରିଥା’ନ୍ତି ।

ଅଞ୍ଚଳର ସମ୍ମାନ ତଥା ଖ୍ୟାତି ଓ ଗୌରବ ବୃଦ୍ଧି ସେମାନଙ୍କର ପରମ କର୍ତ୍ତବ୍ୟ ବୋଲି ମନେକରନ୍ତି । ବାସ୍ତବ କ୍ଷେତ୍ରରେ ଭାରତର ପ୍ରତ୍ୟେକ ଭାଷାଗତ ସ୍ଥାନ ଏକ ଅଞ୍ଚଳରୁପେ ପରିଚିତ । କିନ୍ତୁ ଏହା ଭିତରେ ଅର୍ଥନୈତିକ ବିକାଶର ସ୍ତର, ସାମାଜିକ ଚଳଣି ଓ ସାଂସ୍କୃତିକ ପ୍ରଭେଦତା ଆଦି ଅନ୍ୟ କେତେକ ମାନଦଣ୍ଡ ଭିଭିରେ ଏକାଧିକ ଅଞ୍ଚଳ ଜ୍ଵାର ହୃଦ୍‌ବୋଧ ହୁଏ ।

CHSE Odisha Class 12 Sociology Unit 3 Long Answer Questions in Odia Medium

୧୫ । ଜାତିବାଦ କ’ଣ ଓ ଏହା ଫଳାଫଳମାନ ଦର୍ଶାଅ ।
Answer:
(୧) ଜାତିବାଦ କ’ଣ ? – ଅନ୍ୟ ଜାତି ବିଦ୍ବେଷ ମନୋଭାବ ।
(୨) ଜାତିବାଦର କାରଣ – ଜାତିର ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟା, ପରିବହନ ଓ ଯୋଗାଯୋଗର ଉନ୍ନତି, ନିର୍ବାଚନ ପ୍ରକ୍ରିୟା, ବିବାହ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହରୀକରଣ ।
(୩) ଜାତିବାଦର କୁପରିଣାମ – ଜାତୀୟ ଏକତା ଓ ସଂହତି ପ୍ରତି ସମସ୍ୟା, ଗଣତନ୍ତ୍ରର ବିରୁଦ୍ଧାଚରଣ, ଅର୍ଥନୈତିକ ଉନ୍ନତିରେ ପ୍ରତିବନ୍ଧକ, ଦୁର୍ନୀତି ଇତ୍ୟାଦି ।

ଜାତିବାଦ ଭାରତୀୟ ଜାତୀୟ ଏକତାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଏକ ମୁଖ୍ୟ ଉପାଦାନ ଅଟେ । ଯେତେବେଳେ ଏକ ଜାତି ନିଜ ସପକ୍ଷରେ ଅନ୍ଧ ଓ ବିବେକହୀନ ବିଚାର କରିଥାଏ ଓ ଅନ୍ୟ ଜାତି ପ୍ରତି ବିଦ୍ବେଷ ମନୋଭାବ ଦେଖାଇଥାଏ, ସେତେବେଳେ ତାହାକୁ ଜାତିବାଦ କୁହାଯାଏ ।

କାକା କାଲେକରଙ୍କ ମତରେ ‘ ଜାତିବାଦ ହେଉଛି ମାତ୍ରାତିରକ୍ତି ଅନ୍ଧ ଓ ଦାୟିକ ଗୋଷ୍ଠୀ ଆନୁଗତ୍ୟ, ଯାହାକି ନ୍ୟାୟବୋଧ ଔଦ୍ଧତ୍ୟ, ସାମ୍ୟ ଓ ବିଶ୍ୱଭ୍ରାତୃତ୍ୱଭାବ ଆଦି ସୁସ୍ଥ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ । ଜାତିବାଦ ପାଇଁ ଅନେକ କାରଣ ଦାୟୀ ଅଟନ୍ତି । ସେହି କାରଣମାନ ହେଲା –

(୧) ଜାତିର ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟା – ଏକ ଜାତି ବ୍ୟବସ୍ଥା ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିର ପ୍ରସ୍ଥିତି, ତା’ ଜାତିର ପ୍ରସ୍ଥିତି ଉପରେ ନିର୍ଭର କରିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସ୍ତରୀକରଣ ବ୍ୟବସ୍ଥାରେ ତା’ ଜାତିର ସମ୍ମାନ ବୃଦ୍ଧି କରିବାକୁ ଚେଷ୍ଟା କରିଥାଏ । ତେଣୁ ବ୍ୟକ୍ତି ଓ ଜାତି ମଧ୍ୟରେ ସେମାନଙ୍କର ନିଜ ନିଜର ଜାତିର ସମ୍ମାନ ବୃଦ୍ଧି ପାଇଁ ହେଉଥ‌ିବା ତୀବ୍ର ପ୍ରତିଯୋଗିତାକୁ ଜାତିବାଦ ସୃଷ୍ଟି ହୁଏ ।

(୨) ପରିବହନ ଓ ଯୋଗାଯୋଗର ଉନ୍ନତି – ପରିବହନ ଯୋଗାଯୋଗ ବ୍ୟବସ୍ଥାର କ୍ରମ ଉନ୍ନତି ଜାତିବାଦର ଉତ୍‌ଥାନକୁ ପ୍ରୋତ୍ସାହିତ କରିବା ସହିତ ଏହାକୁ ଅଧ୍ବକ ବୃହତ୍ତର କରିଥିଲା । ଏଥ୍ ଯୋଗୁଁ ଦୂରଦୂରାନ୍ତରେ ବାସ କରୁଥିବା ଗୋଟିଏ ଜାତିର ସଦସ୍ୟମାନଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ସ୍ଥାପନ ସମ୍ଭବ ହୋଇପାରିଲା ଏବଂ ସେମାନେ ଅଧିକ ସଂଗଠିତ ହୋଇପାରିଲେ । ଏହା ସେମାନଙ୍କୁ ସେମାନଙ୍କର ସ୍ବାର୍ଥ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିବାକୁ ଏକତ୍ର କରିଥିଲା । ଫଳରେ ଜାତିବାଦ ଅଧ୍ବକ ଦୃଢ଼ତର ହୋଇଥିଲା ।

(୩) ନିର୍ବାଚନ ପ୍ରକ୍ରିୟା – ଆମ ଦେଶର ନିର୍ବାଚନ ପ୍ରକ୍ରିୟା ଜାତିବାଦକୁ ପ୍ରୋତ୍ସାହିତ କରିଥାଏ । ପ୍ରତ୍ୟେକ ରାଜନୈତିକ ଦଳ ଓ ଏହାର ନେତାମାନେ ନିର୍ବାଚନରେ ଜିତିବାପାଇଁ ଜାତିଗତ ଆନୁଗତ୍ୟକୁ ଉତ୍ସାହିତ କରିଥା’ନ୍ତି । ନିର୍ବାଚନ ସମୟରେ ନିର୍ଦ୍ଦିଷ୍ଟ ଜାତିର ପ୍ରାର୍ଥୀଙ୍କୁ ବାଛିବା ଓ ସେମାନଙ୍କୁ ସ୍ୱତନ୍ତ୍ର ସୁବଧା ପ୍ରଦାନ କରିବାଦ୍ୱାରା ଜାତିବାଦ ଅଧିକ ଦୃଢ଼ତର ହୋଇଛି ।

(୪) ବିବାହ ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିବନ୍ଧକ – ପ୍ରତ୍ୟେକ ଜାତି ଏବଂ ଉପଜାତି ଏହାର ସଦସ୍ୟମାନଙ୍କ ଉପରେ ବିବାହ ବୃତ୍ତି ନିର୍ବାଚନ, ଖାଦ୍ୟପାନୀୟ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ କେତେକ କଟକଣା ଲାଗୁ କରିଥାଏ । ଜାତି ଏଣ୍ଡୋଗାମୀ ନିୟମ ଅନୁସାରେ ପ୍ରତ୍ୟେକ ଜାତିର ସଦସ୍ୟ ତା’ର ନିଜ ଜାତିରେ ବିବାହ କରିବାକୁ ବାଧ୍ୟ । ସେହିପରି ଜଣେ ତା’ର ଜାତିବୃତ୍ତିକୁ ଗ୍ରହଣ କରିବାକୁ ବାଧ୍ୟ । ଗୋଟିଏ ଜାତିର ସଦସ୍ୟମାନେ ଅନ୍ୟ ଜାତିର ସଦସ୍ୟମାନଙ୍କଠାରୁ ଖାଦ୍ୟ ଗ୍ରହଣ କରିପାରିବେ ନାହିଁ । ଏହିସବୁ ବାଧା ଓ କଟକଣା ଯୋଗୁଁ ଜାତିବାଦର ଉତ୍‌ଥାନ ସହଜ ହୋଇଥାଏ ।

(୫) ସହରୀକରଣ – ସହରୀକରଣର ବ୍ୟାପକତା ଜାତି ପ୍ରଭାବକୁ ହ୍ରାସ କରିଥିଲେ ମଧ୍ୟ ପ୍ରକାରାନ୍ତରେ ଏହା ଜାତିବାଦର ଉତ୍‌ଥାନକୁ ପ୍ରୋତ୍ସାହିତ କରିଥାଏ । ସହରର ଜନଗହଳି ମଧ୍ୟରେ ଲୋକମାନେ ସେମାନଙ୍କର ପରିଚୟର ଅଭାବ ଓ ବ୍ୟକ୍ତିତ୍ଵର ଅଭାବ ଆଦି ଅନୁଭବ କରିଥା’ନ୍ତି । ଏସବୁର ଅଭାବ ପୂରଣ ପାଇଁ ଏବଂ ନିଜର ଗୁରୁତ୍ଵକୁ ଜାହିର କରିବାପାଇଁ ମନୁଷ୍ୟ ଜାତି ଉପରେ ନିର୍ଭର କରୁଛି, ଯାହାକି ଜାତିବାଦର ବୃଦ୍ଧି ଘଟାଉଛି ।

ଜାତିବାଦର କୁପରିଣାମ :
(କ) ଜାତୀୟ ଏକତା ଓ ସଂହତି ପ୍ରତି ସମସ୍ୟା – ଜାତିବାଦ ସଂକୀର୍ଣ୍ଣ ସ୍ବାର୍ଥ ଉପରେ ପର୍ଯ୍ୟବସିତ ହୋଇଥ‌ିବାରୁ ଏହା ଜାତୀୟ ସ୍ଵାର୍ଥର ପରିପନ୍ଥୀ । ଜାତି ଜାତି ମଧ୍ୟରେ ସର୍ବଦା ବିବାଦ ଲାଗି ରହିଥ‌ିବାରୁ ଏହା ଜାତୀୟ ଏକତା ଓ ସଂହତି ପଥରେ ବାଧା ସୃଷ୍ଟି କରିଥାଏ ।

(ଖ) ଗଣତାନ୍ତ୍ରିକ ବିରୁଦ୍ଧାଚରଣ – ଗଣତନ୍ତ୍ର ସମାନତା ଉପରେ ପ୍ରତିଷ୍ଠିତ ହୋଇଥାଏ; କିନ୍ତୁ ଜାତି ବ୍ୟବସ୍ଥା ଅସମାନତା, ଉଚ୍ଚନୀଚ କ୍ରମ ଓ ଅସ୍ପୃଶ୍ୟତା ଆଦିରେ ବିଶ୍ୱାସ କରିଥାଏ । ତେଣୁ ଏକ ଜାତିଭିଭିକ ସମାଜରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରାୟତଃ ଦେଖାଯାଇ ନଥାଏ ।

(ଗ) ଅର୍ଥନୈତିକ ଉନ୍ନତିରେ ପ୍ରତିବନ୍ଧକ ଆଣିଥାଏ – ପ୍ରତ୍ୟେକ ଜାତିର ଏକ ଜାତି ବୃଦ୍ଧି ରହିଥାଏ, ଯାହାକୁ ଏହାର ସଦସ୍ୟମାନେ ଗ୍ରହଣ କରିବାକୁ ବାଧ୍ୟ ହୋଇଥା’ନ୍ତି । ଇଚ୍ଛା ବିରୋଧରେ ବୃତ୍ତି ଗ୍ରହଣ କରିବାରୁ ବ୍ୟକ୍ତିର ଆର୍ଥିକ ପରିସ୍ଥିତିରେ ଉନ୍ନତି ହୋଇପାରେ ନାହିଁ । ଏତଦ୍‌ବ୍ୟତୀତ ଜାତିଭିଭିକ ସମାଜରେ ବିଭିନ୍ନ କଟକଣା, ନିୟମ, ସଂରକ୍ଷଣ ନିୟମ ଓ ଦୁର୍ନୀତି ଯୋଗୁଁ ବ୍ୟକ୍ତି ଓ ସମାଜର ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ।

(ଘ) ସାଧାରଣ ଜୀବନରେ ଦୁର୍ନୀତିକୁ ଉତ୍ସାହିତ କରିଥାଏ – ଏକ ଜାତିଭିତ୍ତିକ ସମାଜରେ ଲୋକମାନଙ୍କର ନିଜ ନିଜ ଜାତି ପ୍ରତି ଥ‌ିବା ଅନ୍ଧ ଆନୁଗତ୍ୟ ସେମାନଙ୍କର ନିଜ ନିଜ ସଦସ୍ୟମାନଙ୍କ ପାଇଁ ପ୍ରଶାସନିକ ଓ ବିଭିନ୍ନ ସ୍ତରରେ ସମର୍ଥନକୁ ପ୍ରୋତ୍ସାହିତ କରିଥାଏ । ଫଳରେ ଲୋକମାନେ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

୧୬ । ସନ୍ତ୍ରାସବାଦ ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
(୧) ସନ୍ତ୍ରାସବାଦ ଉତ୍ପତ୍ତି
(୨) ରାଜନୈତିକ ଅଭିପ୍ରାୟ
(୩) ସନ୍ତ୍ରାସବାଦର ଐତିହ୍ୟ
(୪) ସନ୍ତ୍ରାସବାଦର ଲକ୍ଷ୍ୟ
(୫) ଭାରତରେ ସକ୍ରିୟ ସନ୍ତ୍ରାସବାଦ ଗୋଷ୍ଠୀ
(୬) ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଦମନ / ପ୍ରତିକାର ବ୍ୟବସ୍ଥା ଇତ୍ୟାଦି ।

CHSE Odisha Class 12 Sociology Unit 3 Long Answer Questions in Odia Medium

ବିଂଶ ଶତାବ୍ଦୀର ଶେଷଭାଗରେ ସମଗ୍ର ବିଶ୍ବ ଯେଉଁ ଭୟାବହ ଜଟିଳ ସମସ୍ୟାରେ ଜର୍ଜରିତ, ତାହାହିଁ ହେଉଛି ସନ୍ତ୍ରାସବାଦ । ମାନବିକତାହୀନ ତଥା ବର୍ବରୋଚିତ ଆକ୍ରମଣ ଓ ମାନସିକତା ପ୍ରସୂତ ପୈଶାଚିକ ଆଚରଣ ହିଁ ସନ୍ତ୍ରାସବାଦୀ ସଂଗଠନର କାର୍ଯ୍ୟକଳାପ । ସଂଗଠିତ ହତ୍ୟା ଲୁଣ୍ଠନ, ଅପହରଣ ଓ ବିସ୍ଫୋରଣ ଘଟାଇ ଧନଜୀବନ ନଷ୍ଟ କରିବା ଇତ୍ୟାଦି ଅମାନୁଷିକ କାର୍ଯ୍ୟ ହିଁ ସନ୍ତ୍ରାସବାଦୀମାନଙ୍କର ପ୍ରଧାନ କାର୍ଯ୍ୟ ।

ଏହା ଏକ ଉଗ୍ର ମନୋଭାବାପନ୍ନ କାର୍ଯ୍ୟ ହୋଇଥ‌ିବାରୁ ଏହାକୁ ଉଗ୍ରବାଦ ବା ଆତଙ୍କବାଦ ବୋଲି କୁହାଯାଏ । ସେହିପରି କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ସଂଗଠନ ନିଜର କୌଣସି ଦାବି ହାସଲ କରିବା ପାଇଁ ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ନିରୀହ ଜନସାଧାରଣଙ୍କୁ ହତ୍ୟା କରନ୍ତି, ତାକୁ ମଧ୍ୟ ଆତଙ୍କବାଦ କୁହାଯାଏ । ସେମାନଙ୍କ ହିଂସାକାଣ୍ଡର ନାମ ହେଉଛି ଆତଙ୍କବାଦ (Terrorism) ।

ଏସବୁ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଯେ, କିଛି ରାଜନୈତିକ ଅଭିପ୍ରାୟ ନେଇ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରରେ ପ୍ରାୟ ଶତାଧିକ ସନ୍ତ୍ରାସବାଦୀ ସଂଗଠନ କାର୍ଯ୍ୟ କରୁଛନ୍ତି । ଦୃଷ୍ଟାନ୍ତସ୍ୱରୂପ, ଏଠାରେ ଆଲୋଚ୍ୟ ଆଫଗାନିସ୍ତାନର ‘ଅଲକାଇଦା’ ଶ୍ରୀଲଙ୍କାର ‘ଏଲ୍.ଟି.ଟି.ଇ’, ନେପାଳର ‘ମାଓପନ୍ଥୀ ଗରିଲା ଗୋଷ୍ଠୀ’,ପାକିସ୍ତାନର ‘ ଜୈସ-ଇ-ମହମ୍ମଦ’’, ପାଲେଷ୍ଟାଇନର ‘ହାମାସ୍’ ପ୍ରଭୃତି ସଂଗଠନକୁ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି ।

ସାଂପ୍ରତିକ ଯୁଗରେ ବିପୁଳ ଅର୍ଥ ପ୍ରୟୋଗ ମାଧ୍ୟମରେ ଅତ୍ୟାଧୁନିକ ମାରଣାସ୍ତ୍ରମାନ ସଂଗ୍ରହ କରି ସନ୍ତ୍ରାସବାଦୀମାନେ ବିଭିନ୍ନ ସ୍ଥାନରେ ଯେଭଳି ନାରକୀୟ ହିଂସାକାଣ୍ଡମାନ ଭିଆଉ କେବଳ ବିଶ୍ୱମାନବିକତାକୁ ବ୍ୟଥ୍‌ତ କରି ନାହିଁ, ବରଂ ମାନବୀୟ ସଭ୍ୟତାର ଇତିହାସରେ ମଧ୍ଯ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି । ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଣୁ ବିଭିନ୍ନ ରାଷ୍ଟ୍ରର ରାଜନେତା ତଥା ଜାତିସଂଘର ତୁଙ୍ଗ ନେତୃବର୍ଗ ଏହି ସମସ୍ୟା ପ୍ରତି ବିଶେଷ ସଚେତନ ହୋଇ ଉଠିଛନ୍ତି ।

ସନ୍ତ୍ରାସବାଦର ଐତିହ୍ୟ :
‘ସନ୍ତ୍ରାସବାଦ’ ଶବ୍ଦଟି ଅତୀତରେ ସୁପରିଚିତ ନ ଥିଲେ ହେଁ ଏହାର ଇତିହାସ ସୁପ୍ରାଚୀନ । ଏପରିକି ପୃଥ‌ିବୀ ଇତିହାସର ପୃଷ୍ଠା ଲେଉଟାଇଲେ ଅତୀତର ବହୁ ରାଜନୈତିକ ବିଘଟନ ଆରମ୍ଭ ଦୃଷ୍ଟି ପଥାରୂଢ଼ ହୋଇଥାଏ । ସମୟାନୁକ୍ରମେ ଭୟାବହ ଗଣବିପ୍ଳବ ଘଟି ବହୁ ରାଜଶକ୍ତି କ୍ଷମତାଚ୍ୟୁତ ହୋଇଛନ୍ତି । କାରୁଣ୍ୟର ଉଲ୍ଲାସରେ ଅଶ୍ରୁସିକ୍ତ ବିଶ୍ବମାନବିକତା ଏକାନ୍ତରେ ବିଳାପ କରିଉଠିଛି ।

ଦୃଷ୍ଟାନ୍ତସ୍ୱରୂପ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଇହୁଦୀମାନେ ପାଲେଷ୍ଟାଇନ୍‌ରେ ରୋମ୍ ରାଜତନ୍ତ୍ରକୁ ବିରୋଧ କରି ସେଠାରେ ବହୁ ରୋମୀୟଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ସେହିପରି ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ଫରାସୀ ଲୁଇ ଶାସନ ବିରୋଧରେ ଯେଉଁ ପ୍ରଚଣ୍ଡ ଗଣ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ତା’ର ପରିସମାପ୍ତି ଘଟିଥିଲା ଅମାନୁଷିକ ହତ୍ୟାକାଣ୍ଡ ଓ ରକ୍ତପାତ ମଧ୍ଯରେ ।

ରାଜା ଷୋଡ଼ଶ ଲୁଇ ଓ ରାଜପରିବାରର ସମସ୍ତ ସଦସ୍ୟଙ୍କ ସହିତ ବହୁ ସମର୍ଥକମାନଙ୍କୁ ବିପ୍ଳବୀମାନେ ସମବେତ ଜନତାଙ୍କ ଗହଣରେ ପ୍ରାକାଶ୍ୟରେ ହତ୍ୟା କରିଥିଲେ । ଫ୍ରାନ୍ସ ଭଳି ରୁଷ୍ ଓ ଆମେରିକାରେ ମଧ୍ୟ ବିପ୍ଳବ ଘଟି ହତ୍ୟାର ବିଭୀଷିକା ସୃଷ୍ଟି ହୋଇଥିଲା । ସେହିପରି ପୃଥ‌ିବୀର ବିଭିନ୍ନ ଦେଶରେ ବହୁ ରାଷ୍ଟ୍ରନେତା ତଥା ବିଶିଷ୍ଟ ବ୍ୟକ୍ତିସମୂହ ଗଣବିପ୍ଳବର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଥିବା ଇତିହାସରେ ନଜିର ରହିଛି ।

୧୮୮୧ରେ ରୁଷର ସମ୍ରାଟ୍ ଜାର ଦ୍ବିତୀୟ ଆଲେକ୍‌ଜାଣ୍ଡର ବୋମା ବିସ୍ଫୋରଣରେ ନିହତ ହୋଇଥିବାବେଳେ ୧୮୯୮ରେ ଅଷ୍ଟ୍ରିଆର ସାମ୍ରାଜ୍ଞୀ ଏଲିଜାବେଥଙ୍କୁ ଓ ୧୮୬୫ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଆବ୍ରାହମ୍ ଲଙ୍କନଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ୧୮୧୮ ମସିହାରେ ସ୍ଵେଚ୍ଛାଚାରୀ ଜାର୍ ଶାସନର ଅବସାନ ଘଟାଇବାକୁ ଯାଇ ବିପ୍ଳବୀମାନେ ସମ୍ରାଟ୍ ଦ୍ୱିତୀୟ ନିକୋଲାସ୍‌ଙ୍କୁ ପରିବାର ସହ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିଥିଲେ ।

ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଜେନେରାଲ ବୈଦ୍ୟ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ସନ୍ତ୍ରାସବାଦର ଶିକାର ହୋଇ ଜୀବନ ହରାଇଥିଲେ । ଆଧୁନିକ ବିଶ୍ଵରେ ବିଶେଷକରି ବିଂଶ ଶତାବ୍ଦୀର ଅନ୍ତିମ ପର୍ଯ୍ୟାୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ସରକାରଙ୍କ ବିରୋଧ ସତ୍ତ୍ବେ ବା ଦେଶର ବିଭିନ୍ନ ପ୍ରତିକାର ବ୍ୟବସ୍ଥା କରାଯିବା ସତ୍ତ୍ବେ ସନ୍ତ୍ରାସବାଦୀ ଗୋଷ୍ଠୀ ଶକ୍ତିଶାଳୀ ହୋଇଉଠିଛନ୍ତି ।

ସାମ୍ପତିକ ଯୁଗରେ ଏହି କାର୍ଯ୍ୟକଳାପ ବିଭିନ୍ନ ରାଜୈନତିକ ଦଳର ନେତାମାନଙ୍କର ମୁଣ୍ଡବ୍ୟଥାର କାରଣ ହୋଇପଡ଼ିଛି । ଅତ୍ୟାଧୁନିକ ମାରଣାସ୍ତ୍ର ନିର୍ମାଣ, ବିସ୍ଫୋରକ ସାମଗ୍ରୀର ଉଦ୍‌ଭାବନ, ଉନ୍ନତ ପରିବହନ ଓ ଯୋଗାଯୋଗର ବ୍ୟବସ୍ଥା, ଅତ୍ୟାଧୁନିକ ଯାନବାହନର ଆବିଷ୍କାର ଇତ୍ୟାଦି ସନ୍ତ୍ରାସବାଦୀମାନଙ୍କର ଶକ୍ତି ଓ ଜ୍ଞାନକୌଶଳକୁ ଶାଣିତ କରିବାରେ ସାହାଯ୍ୟ କରିଛି ।

ଏଣୁ ଆଧୁନିକ ବିଜ୍ଞାନ ଓ ଜ୍ଞାନ କୌଶଳକୁ ଏ ଶ୍ରେଣୀୟ ଲୋକମାନେ ଅପବ୍ୟବହାର କରି ମାନବ ସମାଜକୁ କେବଳ ଧ୍ୱଂସପଥରେ ଆଗେଇ ନେବାରେ ସହାୟକ ହେଉଛନ୍ତି । ଏହାର କୁପରିଣତି ଯେ ଧ୍ୱଂସାଭିମୁଖୀ- ଏଥରେ ଦ୍ବିମତର କାରଣ ନାହିଁ । ଏସବୁ ଦୃଷ୍ଟିରୁ ଆଲୋଚନା କରାଗଲେ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ସୁଦୀର୍ଘ ପରମ୍ପରା ରହିଛି । ଏପରିକି ପୁରାଣ ଯୁଗରେ ମଧ୍ୟ ଏହାର ଦୃଷ୍ଟାନ୍ତ ଦେଖୁବାକୁ ମିଳେ ।

ରାମାୟଣରେ ରାମଦୂତ ହନୁମାନ୍‌ଙ୍କଦ୍ଵାରା ଲଙ୍କାପୋଡ଼ି ହେଉ ବା ମହାଭାରତର ପାଣ୍ଡବମାନଙ୍କ ନିଧନ ନିମନ୍ତେ ଜତୁଗୃହ ଦାହ ବା ପାଣ୍ଡବମାନଙ୍କ ନିଦ୍ରିତ ଶିଶୁପୁତ୍ରମାନଙ୍କୁ ଅଶ୍ୱତ୍‌ଥାମାଦ୍ଵାରା ନିଶାର୍ଦ୍ଧରେ ହତ୍ୟା ଇତ୍ୟାଦି ଅମାନୁଷିକ କାର୍ଯ୍ୟ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଜ୍ଵଳନ୍ତ ଆଲେଖ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ; କିନ୍ତୁ ଏଭଳି ହିଂସାତ୍ମକ କାର୍ଯ୍ୟକୁ ହୁଏତ ଏହି ଆତଙ୍କବାଦୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କର ନ ଗଲେ ହେଁ ଏହାକୁ ଏକ ପ୍ରତିହିଂସା ବା ପ୍ରତିଶୋଧମୂଳକ କାର୍ଯ୍ୟରୂପେ ଧରିନିଆଯାଇପାରେ ।

ସନ୍ତ୍ରାସବାଦୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ :
ଯେକୌଣସି ଏକ ଗୋଷ୍ଠୀ ବା ସଙ୍ଗଠନ ନିଜର କୌଣସି ଦାବି ହାସଲ ନିମନ୍ତେ ବା ଆତ୍ମନିର୍ଦ୍ଧାରଣ ଅଧିକାର ହାସଲ ପାଇଁ ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ନିରୀହ ଜନତାଙ୍କୁ ହତ୍ୟା କରନ୍ତି ଓ ରାଜ୍ୟରେ ବା ଦେଶରେ ଅରାଜକତା ସୃଷ୍ଟି କରିବା ହେଉଛି ସେମାନଙ୍କର ପ୍ରଧାନ ଲକ୍ଷ୍ୟ । ଏମାନଙ୍କର କାର୍ଯ୍ୟପ୍ରଣାଳୀ ଏକ ପ୍ରକାର ନାରକୀୟ ହତ୍ୟା ଓ ବୋମାମାଡ଼ ମାଧ୍ୟମରେ ଜନସମାଜରେ ଭୟୋଦ୍ରେକ କରାଇ ସରକାରଙ୍କଠାରୁ ଦାବି ହାସଲ କରିବା ।

ଏସବୁ କାର୍ଯ୍ୟକଳାପ ସାଧାରଣତଃ ଜନଗହଳି ରାସ୍ତା, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ, ମନ୍ଦିର, ଲୋକାରଣ୍ୟ ସ୍ଥାନ, ଦେଶର ନିଷିଦ୍ଧାଞ୍ଚଳରେ ରାସାୟନିକ ଦ୍ରବ୍ୟର ବିସ୍ଫୋରଣ, ଅତ୍ୟାବଶ୍ୟକୀୟ ସଂସ୍ଥାର ମୂଳୋତ୍ପାଟନ କରିବା ହେଉଛି ଆତଙ୍କବାଦୀଙ୍କ ଲକ୍ଷ୍ୟ । କେତେକ ସ୍ଥାନରେ ସରକାରୀ ରାଷ୍ଟ୍ରନେତାଙ୍କୁ ମୁଣ୍ଡଜାମିନ ରଖ୍ ସରକାରଙ୍କଠାରୁ ବିପୁଳ ଅର୍ଥ ଆଦାୟ କରିବା ବା ବିଭିନ୍ନ ଦାବି ହାସଲ କରିବାରେ ସନ୍ତ୍ରାସବାଦୀମାନେ ସକ୍ରିୟ ହୋଇ ଉଠୁଛନ୍ତି ।

ସେମାନଙ୍କର କାର୍ଯ୍ୟକଳାପ ଦେଶ ପାଇଁ କ୍ଷତିକାରକ । ଏହାଦ୍ଵାରା ବହୁ ନିରୀହ ଜୀବନ ନଷ୍ଟ ହେବାକୁ ଯାଉଛି । ଆଲୋଚନାର ପ୍ରସଙ୍ଗ ଦୃଷ୍ଟିରୁ ଏହି ଗୋଷ୍ଠୀକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା – ବିଚ୍ଛିନ୍ନତାବାଦୀ ଓ ସଂସ୍କାରବାଦୀ ଗୋଷ୍ଠୀ । ଏହି ଦୁଇ ଗୋଷ୍ଠୀଙ୍କ କାର୍ଯ୍ୟକଳାପ ଏକ ହେଲେ ହେଁ ଏମାନଙ୍କ ଉଦ୍ଦେଶ୍ୟ ଭିନ୍ନ । ବିଚ୍ଛିନ୍ନତାବାଦୀମାନେ ଭାରତରୁ ଅଲଗା ହୋଇ ଏକ ସ୍ବାଧୀନ ରାଷ୍ଟ୍ର ଗଠନ କରିବାକୁ ଚାହାନ୍ତି ।

‘ଖଲିସ୍ତାନ ଦାବି’ ଓ କାଶ୍ମୀର ସମସ୍ୟା ପ୍ରଭୃତି ଏହାର ଜ୍ଵଳନ୍ତ ନିଦର୍ଶନ । ସେହିପରି ‘ସଂସ୍କାରବାଦୀମାନେ ନିଜର ଭାଷା, ଜାତି, ସଂସ୍କୃତି, ସ୍ୱତନ୍ତ୍ରତା, ସାମାଜିକ ନ୍ୟାୟ ପ୍ରଭୃତିର ପ୍ରତିଷ୍ଠା ନିମନ୍ତେ ଆର୍ଥିକ ଲାଭ ଉଠାଇବା ଉଦ୍ଦେଶ୍ୟରେ ସଂଗ୍ରାମ ଚାଲୁ ରଖନ୍ତି ।

ଭାରତରେ ସକ୍ରିୟ ସନ୍ତ୍ରାସବାଦୀ ଗୋଷ୍ଠୀ :
ଭାରତରେ ସ୍ଵାଧୀନତା ପୂର୍ବରୁ ଦେଶରେ ଯେଉଁ ଗଣବିପ୍ଳବ ଦେଖାଦେଇଥିଲା ବା ବ୍ୟକ୍ତିବିଶେଷ ଦେଶ ପାଇଁ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ ତାହାକୁ ଠିକ୍ ରୂପେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବୋଲି କୁହା ନ ଯାଇପାରେ । କାରଣ ସେମାନଙ୍କର ହତ୍ୟାକାଣ୍ଡ ଅମାନୁଷିକ ବା ଅବିଚାରିତ ନ ଥିଲା । ଏପରିକି ସେମାନେ ନିଜର ଦାବି ହାସଲ ପାଇଁ ନିରୀହ ଜନତାକୁ ହତ୍ୟା କରୁ ନ ଥିଲେ କି ନିର୍ଯାତନା ଦେଉ ନ ଥିଲା ।

କିନ୍ତୁ ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶରେ ଦେଖାଯାଉଥ‌ିବା ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଭିନ୍ନ ଅଟେ । ଭାରତରେ ଦେଖାଦେଇଥ‌ିବା ପଞ୍ଜାବ, କାଶ୍ମୀର, ଆସାମ,ଶ୍ରୀଲଙ୍କା ପ୍ରଭୃତି ଅଞ୍ଚଳକୁ ନେଇ ଯେଉଁ ପ୍ରଚଣ୍ଡ ଉଗ୍ରବାଦ ମୁଣ୍ଡ ଟେକିଛି, ତାହା ସଂପୂର୍ଣ୍ଣଭାବେ ବିଚାର ବା ବିବେକଶୂନ୍ୟ ଅମାନୁଷିକ କାର୍ଯ୍ୟ । ଏହାଦ୍ୱାରା ନିରୀହ ଜନତାଙ୍କ ହତ୍ୟା, ଜାତୀୟ ସଂପରି ନଷ୍ଟ, ରାଜନୈତିକ ଲୋକଙ୍କ ଜୀବନ ଉପରେ ଆତଙ୍କ ସୃଷ୍ଟି, ମୁଣ୍ଡଜାମିନ, ଦେଶର ସୁରକ୍ଷାବହିନୀ ଉପରେ କୌଶଳପୂର୍ଣ ଅତର୍କିତ ଆକ୍ରମଣ ଇତ୍ୟାଦି ନିଜର ଦାବି ହସଲ କରିବା ଏକ ନିତିଦିନିଆ ବ୍ୟାପାର ହୋଇପଡ଼ିଛି ।

ପଞ୍ଜାବର ଖଲିସ୍ତାନ ଆନ୍ଦୋଳନ ହେଉଛି ଏକ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ଜ୍ଵଳନ୍ତ ନିଦର୍ଶନ । ସେହିପରି ପାକିସ୍ତାନ ସହାୟତାରେ କାଶ୍ମୀରରେ ଯେଉଁ ସନ୍ତ୍ରାସବାଦୀ କାର୍ଯ୍ୟକ୍ରମ ଚାଲୁରହିଛି, ତାହା ମୂଳରେ ରହିଛି ଭାରତରୁ ପୃଥକ୍ କରିନେଇ ପାକିସ୍ତାନରେ ମିଶାଇବାର ପ୍ରୟାସ । କାଶ୍ମୀର ଓ ପଞ୍ଜାବ ସମସ୍ୟା ସହିତ ଆସାମରେ ବୋଡ଼ୋ ଉଗ୍ରପନ୍ଥୀ,ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, ଦାର୍ଜିଲିଂର ଗୁର୍ଖା ସଙ୍ଗଠନ, ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ନକ୍‌ସଲପନ୍ଥୀ, ବିହାରରେ ମାଓପନ୍ଥୀ, କମ୍ୟୁନିଷ୍ଟ ସେଣ୍ଟର, ପିପୁଲସ୍ ଓ୍ବାର ଗ୍ରୁପ୍, ଏହି ସମସ୍ୟାକୁ ଅଧ‌ିକ ସକ୍ରିୟ କରିଦେଇଛି, ଯାହାକି ଏଠାରେ ଆଲୋଚନାର ବିଷୟ ।

ପଞ୍ଜାବର ଖଲିସ୍ତାନ ଦାବି :
ପ୍ରଥମେ ଭାରତର ପଞ୍ଜାବରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଅୟମାରମ୍ଭ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିଲେ ‘ଖଲିସ୍ତାନ କମାଣ୍ଡୋ ଫୋର୍ସ’ ଓ ‘ବାବର ଖାଲସା’ ପ୍ରଭୃତି ସନ୍ତ୍ରାସବାଦୀ ଅନୁଷ୍ଠାନ । ଏମାନେ ପାକିସ୍ତାନରେ ଶିବିର ସ୍ଥାପନ କରି ପଞ୍ଜାବରେ ଅନୁପ୍ରବେଶ କରୁଥିଲେ । ସନ୍ଥ ଭିଡ୍ରେନୱାଲାଙ୍କ ବାହୁଛାୟା ତଳେ ପବିତ୍ର ସ୍ଵର୍ଣ୍ଣ ମନ୍ଦିର ଓ ଗୁରୁଦ୍ୱାରାମାନଙ୍କରେ ଲୁଚି ରହି ଧ୍ୱଂସାତ୍ମକ କାର୍ଯ୍ୟକଳାପ ଚଳାଉଥିଲେ । ଏମାନଙ୍କର ମୁଖ୍ୟ ଦାବି ଥିଲା ଖଲିସ୍ତାନ ଗଠନ ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ‘ବୁ ଷ୍ଟାର ଅପରେସନ’ ମାଧ୍ୟମରେ ସ୍ବର୍ଣ୍ଣମନ୍ଦିରରୁ ଆତଙ୍କବାଦୀମାନଙ୍କୁ ହଟାଇ ଦେଇଥିଲେ । ଫଳରେ ସନ୍ତ୍ରାସବାଦୀମାନଙ୍କର ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହେବା ସଙ୍ଗେ ସଙ୍ଗେ ସଂଗଠନର ମୁଖ୍ୟ ଭିଟ୍ରେନୱାଲା ନିହତ ହେଲେ । ଏପରିକି ପଞ୍ଜାବରେ ମୁଖ୍ୟ ଆରକ୍ଷୀ ମହାରକ୍ଷୀ କେ.ପି.ଏସ୍ ଗିଲ୍‌ଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧ ଅଭିଯାନ ପ୍ରବଳ ହେବାରୁ ପଞ୍ଜାବରୁ ଶିଖ୍ ଆତଙ୍କବାଦୀମାନେ ମୂଳପୋଛ ହୋଇଗଲେ; କିନ୍ତୁ ପରବର୍ତ୍ତୀ ସମୟରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିଜର ପଞ୍ଜାବୀ ଦେହରକ୍ଷୀ ବିୟନ୍ତ ସିଂହଙ୍କ ଗୁଳିରେ ଇହଲୀଳା ସମ୍ବରଣ କରିଥିଲେ ।

ଏ ସମସ୍ୟାର ସମାଧାନ କରାଯାଇ ଦେଶରେ ଶାନ୍ତି ସ୍ଥାପନ କରାଯାଇଥିଲେ ହେଁ କେତେକ ଉଗ୍ରପନ୍ଥୀ ବ୍ୟକ୍ତି ବିଦେଶରେ ଥାଇ ଅଦ୍ୟାବଧୂ ସେମାନଙ୍କ କାର୍ଯ୍ୟକ୍ରମକୁ ବଞ୍ଚାଇ ରଖୁବାର ମସୁଧା ଚଳାଇଛନ୍ତି ।

କାଶ୍ମୀର ସମସ୍ୟା :
ଭାରତରେ ବିଶେଷ ସକ୍ରିୟ ବିଚ୍ଛିନ୍ନତାବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଜାମ୍ମୁ କାଶ୍ମୀର ରାଜ୍ୟର ‘ଲସ୍କର-ଇ-ତୋଇବା’, ‘କେ.କେ.ଏଲ୍.ଏଫ୍’ ଓ ‘ହୁରିୟାତ କନ୍‌ଫରେନ୍ସ’ ଆଦି ପ୍ରଧାନ ସନ୍ତ୍ରାସବାଦୀ ଅନୁଷ୍ଠାନ ଭାବେ ମୁଣ୍ଡ ଟେକିଛି । ଏମାନେ ମୌଳବାଦୀ ଜେହାଦୀ ସଂଗଠନର ମୁଖ୍ୟ । ଏମାନଙ୍କର ଦାବି ହେଲା କାଶ୍ମୀରକୁ ଭାରତରୁ ବିଚ୍ଛିନ୍ନ କରି ପାକିସ୍ତାନରେ ମିଶାଇବା ।

‘ଲସ୍କର-ଇ-ତୋଇବା’ ସଂଗଠନ ପାକିସ୍ତାନ, ଆଫଗାନିସ୍ତାନରୁ ଭଡ଼ାଟିଆ ଗୁଣ୍ଡା ଆତଙ୍କବାଦୀମାନଙ୍କୁ ଡାକିଆଣି ବିପୁଳ ଅର୍ଥ ବ୍ୟୟରେ କାଶ୍ମୀର ପଣ୍ଡିତମାନଙ୍କୁ ନିଧନ, ନିକଟ ଅତୀତରେ ଜାମ୍ମୁ-କାଶ୍ମୀର ବିଧାନସଭା ନିକଟରେ ବୋମା ବିସ୍ଫୋରଣ ଭାରତର ପାର୍ଲିଆମେଣ୍ଟ ଭିତରେ ଆକ୍ରମଣ ପ୍ରମାଣ ମିଳିଛି । ଏମାନେ ପାକିସ୍ତାନ ସହାୟତାରେ କାଶ୍ମୀର ଉପତ୍ୟକାରେ ଅଦ୍ୟାବଧୂ ସୀମାପାର ଆତଙ୍କବାଦ ଚଳାଉଥିବାର ଦୃଷ୍ଟାନ୍ତ ମିଳୁଛି ।

ଏଲ.ଟି.ଟି.ଇ :
ଶ୍ରୀଲଙ୍କାରେ ଆତଙ୍କବାଦୀ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଲା ଦକ୍ଷିଣ ଭାରତ ଓ ଉତ୍ତର ଶ୍ରୀଲଙ୍କାର ତାମିଲବହୁଳ ଅଞ୍ଚଳଗୁଡ଼ିକୁ ମିଶାଇ ସ୍ବାଧୀନ ‘ତାମିଲ ଇଲମ’ ଗଠନ କରିବା ।

ନକ୍ସଲପନ୍ଥୀ :
୧୯୬୯ ମସିହାରେ ପଶ୍ଚିମବଙ୍ଗର ନକ୍ସଲବାଡ଼ି ଅଞ୍ଚଳରୁ ଏହି ସୂତ୍ରପାତ ଘଟି ବର୍ତ୍ତମାନ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ରାଜ୍ୟକୁ ଉଗ୍ରରୂପ ଧାରଣ କରି ବ୍ୟାପିଚାଲିଛି ।

ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ଦମନ କରିବାର ବ୍ୟବସ୍ଥା :
ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ଦମନ କରିବା ନିମନ୍ତେ ସରକାରୀ ସ୍ତରରେ ପ୍ରଚେଷ୍ଟା ଜାରି ରହିଛି । ଭାରତର ଜଳପଥ, ସ୍ଥଳପଥ ଆକାଶପଥର ସୁଦୀର୍ଘ ସୀମାରେଖାକୁ ଅତିକ୍ରମ କରି ସନ୍ତ୍ରାସବାଦୀମାନଙ୍କର ପ୍ରବେଶ ପଥକୁ ସଂପୂର୍ଣ୍ଣ ବନ୍ଦ କରିବା ସହଜସାଧ୍ୟ ନ ହେଲେ ହେଁ ବୀର ଯବାନମାନଙ୍କର ଆପ୍ରାଣ ଉଦ୍ୟମ ପ୍ରଣିଧାନଯୋଗ୍ୟ । ଏଥ‌ିପାଇଁ ଦେଶର ଯବାନମାନେ ପ୍ରାଣପାତ କରି ଆତଙ୍କବାଦୀଙ୍କ ସହ ସଂଗ୍ରାମ ଜାରି ଅବ୍ୟାହତ ରଖୁଛନ୍ତି ।

ସେହିପରି ପୁଲିସ୍ ବାହିନୀ ସଜାଗ ରହି ଦେଶଦ୍ରୋହୀମାନଙ୍କୁ ଦମନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରତି ଉପଯୁକ୍ତ ଶାସ୍ତିବିଧାନ କରୁଛନ୍ତି । ତଥାପି ଆମ ଦେଶକୁ ପାକିସ୍ତାନ, ନେପାଳ, ଭୁଟାନ, ମିଆଁମାର ଓ ବାଙ୍ଗଲାଦେଶରୁ ଆତଙ୍କବାଦୀ ସଙ୍ଗଠନମାନେ ବିପୁଳ ଅର୍ଥ, ଅସ୍ତ୍ରଶସ୍ତ୍ର ଏପରିକି ଭଡ଼ାଟିଆ ଆତଙ୍କବାଦୀମାନଙ୍କୁ ପ୍ରେରଣ କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ।

ସେହିପରି ନେପାଳର ‘ମାଓବାଦୀ ସଂଗଠନ’ ବ୍ୟାପକ ହତ୍ୟାକାଣ୍ଡ ଘଟାଇଥିବା ଏହାର ଜ୍ୱଳନ୍ତ ନମୁନା ମାତ୍ର । ଏଥପାଇଁ ଆମର ନେତୃବର୍ଗ ଆତଙ୍କବାଦୀମାନଙ୍କୁ ଦୃଢ଼ହସ୍ତରେ ଦମନ କରିବା ନିମନ୍ତେ ଅଦ୍ୟାବଧୂ ସଂକଳ୍ପବଦ୍ଧ । ତା’ସହିତ ସରକାରୀ ତଥା ବେସରକାରୀ ସ୍ତରରେ ଉକ୍ତ ଦମନର ଉଦ୍ୟମ ଅବ୍ୟାହତ ରହିବା ଉଚିତ ।

ସନ୍ତ୍ରାସବାଦର ବିଲୋପ ଏକ ସାମୂହିକ ସଚେତନତାର ଉଦ୍ୟମ, ଯେଉଁଥରେ ମାନସିକତା ଓ କଲ୍ୟାଣମୂଳକ ଯୋଜନା ଓ ଅସନ୍ତୁଳିତ ବ୍ୟବସ୍ଥାକୁ ସୁଧାର କରିବା ଆବଶ୍ୟକ ।

Leave a Comment