BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

Odisha State Board BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ Textbook Exercise Questions and Answers.

BSE Odisha Class 7 History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୧। ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ କେଉଁ କେଉଁ ଜିନିଷ ଆମଦାନି କରୁଥିଲେ ?
Answer:
ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ ପାଟବସ୍ତ୍ର, ଲବଙ୍ଗ, ମରିଚ ଆଦି ମସଲା; ମୂଲ୍ୟବାନ୍ ପଥର, ହାତୀଦାନ୍ତ ଆଦି ବିଳାସ ସାମଗ୍ରୀ ଆମଦାନି କରୁଥିଲେ ।

(ଖ) ଇଉରୋପୀୟମାନେ ଭାରତକୁ ଆସିବାକୁ କାହିଁକି ଆଗ୍ରହ ପ୍ରକାଶ କରିଥିଲେ ?
Answer:

  • ତ୍ରୟୋଦଶ ଶତାବ୍ଦୀରେ ଇଟାଲୀର ଜଣେ ସାହସୀ ଯୁବକ ମାର୍କୋପୋଲୋ ଏସିଆ ଭ୍ରମଣ କରି ନିଜ ଦେଶକୁ ଫେରିଥିଲେ । ସେ ନିଜ ଦେଶରେ ଭାରତର ହୀରା, ମୁକ୍ତା, ସୂକ୍ଷ୍ମ କାର୍ପାସବସ୍ତ୍ର ଓ ଅନ୍ୟାନ୍ୟ ଉତ୍କୃଷ୍ଟ ଜିନିଷ ବିଷୟରେ ବର୍ଣ୍ଣନା କରିଥିଲେ ।
  • ମାର୍କୋପୋଲୋଙ୍କର ଏହି ବର୍ଣ୍ଣନା ଇଉରୋପୀୟମାନଙ୍କୁ ଭାରତ ଆସିବାକୁ ଉତ୍ସାହିତ କରିଥିଲା ।

(ଗ) ଭାରତର ବିଭିନ୍ନ ଜିନିଷଗୁଡ଼ିକ ଇଉରୋପ ମହାଦେଶରେ ମହଙ୍ଗାରେ ବିକ୍ରି ହେଉଥିଲା କାହିଁକି ?
Answer:

  • ତ୍ରୟୋଦଶ ଶତାବ୍ଦୀରେ ଭାରତରୁ ଇଉରୋପକୁ ଆସିବାକୁ କୌଣସି ସିଧା ରାସ୍ତା ନଥିବାରୁ ଭାରତର ଜିନିଷଗୁଡ଼ିକ କାବୁଲ, ଆଫଗାନିସ୍ଥାନ, ପାରସ୍ୟ, କନଷ୍ଟାଣ୍ଟିନୋପଲ୍ ଇତ୍ୟାଦି ଦେଶ ଦେଇ ବୁଲାଣି ବାଟରେ ଇଉରୋପୀୟ ଦେଶମାନଙ୍କରେ ପହଞ୍ଚୁଥିଲା ।
  • ବୁଲାଣି ବାଟରେ ମାଲଗୁଡ଼ିକର ପରିବହନ ମୂଲ୍ୟ ଅଧିକ ପଡୁଥିବାରୁ ଇଉରୋପ ମହାଦେଶରେ ଏଗୁଡ଼ିକ ମହଙ୍ଗାରେ ବିକ୍ରି ହେଉଥିଲା ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଘ) ଇଉରୋପ ମହାଦେଶ ସହ ଭାରତର ବାଣିଜ୍ୟ କାରବାର ବନ୍ଦ ହେବାର କାରଣ କ’ଣ ଥିଲା ?
Answer:

  • ୧୪୫୩ ଖ୍ରୀଷ୍ଟାବ୍ଦରେ ଅଟୋମାନ ତୁର୍କମାନେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରି କନ୍‌ଷ୍ଟାଣ୍ଟିନୋପଲ୍ ଅଧ୍ୟାର କରିଥିଲେ ।
  • ଏଣୁ ଏହି ବାଟ ଦେଇ ଭାରତରୁ ଇଉରୋପୀୟ ଦେଶମାନଙ୍କୁ ମାଲ ପରିବହନ ବନ୍ଦ ହୋଇଗଲା ।

(ଙ) ପର୍ତ୍ତୁଗୀଜ୍‌ମାନେ ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ କି କି ପଦକ୍ଷେପ ନେଇଥିଲେ ?
Answer:

  • ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ ପର୍ତ୍ତୁଗୀଜ୍ ନାବିକମାନେ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଥିଲେ ।
  • ପର୍ତ୍ତୁଗୀଜ୍ ନାବିକ ବାର୍ଥଲୋମିଓ ଡାଏଜ୍ ଆଫ୍ରିକା ଉପକୂଳରୁ ନିଜର ଯାତ୍ରା ଆରମ୍ଭ କରି ଉତ୍ତମାଶା ଅନ୍ତରୀପ ପର୍ଯ୍ୟନ୍ତ ଆସିପାରିଥିଲେ ।
  • ପରେ ପର୍ତ୍ତୁଗୀଜ୍ ସରକାରଙ୍କ ରାଜକର୍ମଚାରୀ କଲମ୍ବସ୍ ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ଭାରତରେ ନ ପହଞ୍ଚ୍ ଆମେରିକାରେ ପହଞ୍ଚିଲେ ।
  • ଏହାର ୬ ବର୍ଷପରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ତିନୋଟି ଜାହାଜ ନେଇ ପର୍ତ୍ତୁଗାଲରୁ ଆଟଲାଣ୍ଟିକ୍ ମହାସାଗରରେ ଜଳଯାତ୍ରା କରି ଆଫ୍ରକାର ଉତ୍ତମାଶା ଅନ୍ତରୀପଠାରେ ପହଞ୍ଚିଥିଲେ ।
  • ସେଠାରୁ ଭାରତ ମହାସାଗର ଦେଇ ଜଳଯାତ୍ରା କରି ଭାରତର କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଥିଲେ ।

(ଚ) ଡମାନେ ଷୋଡ଼ଶ ଶତାବ୍ଦୀରେ ଭାରତକୁ କାହିଁକି ଆସିଥିଲେ ?
Answer:

  • ଭାରତ ଓ ଦକ୍ଷିଣ-ପୂର୍ବ ଏସିଆରୁ ଗରମ ମସଲା ଆମଦାନି କରିବା ଡମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ।
  • ତେଣୁ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଡବମାନେ ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ।

(ଛ) ୧୫୯୯ ମସିହାରେ ଲଣ୍ଡନର କେତେକ ନାବିକ ଓ ବଣିକମାନେ କେଉଁ ସଂସ୍ଥା ଗଠନ କରିଥିଲେ ? ଏହାଦ୍ଵାରା ସେମାନଙ୍କର କ’ଣ ଲାଭ ହୋଇଥିଲା ?
Answer:

  • ୧୫୯୯ ମସିହାରେ ଲଣ୍ଡନର କେତେକ ନାବିକ ଓ ବଣିକମାନେ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ ।
  • ପରବର୍ତ୍ତୀ କାଳରେ ଏହି ସଂସ୍ଥା ଇଷ୍ଟଇଣ୍ଡିଆ କମ୍ପାନୀ ନାମରେ ପରିଚିତ ହୋଇଥିଲା ।
  • ଏହି କମ୍ପାନୀ ଭାରତରେ ସେମାନଙ୍କର ବାଣିଜ୍ୟ ପ୍ରସାର ଘଟାଇ ପରବର୍ତ୍ତୀ ସମୟରେ ଭାରତୀୟ ରାଜନୀତିରେ ହସ୍ତକ୍ଷେପ କରି ଭାରତବର୍ଷକୁ ଶାସନ କରିବାର ସୁଯୋଗ ଲାଭ କରିଥିଲେ ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଜ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ କାହିଁକି ଗଠନ କରାଯାଇଥିଲା ?
Answer:

  • ଭାରତ ତଥା ଅନ୍ୟାନ୍ୟ ପ୍ରାଚ୍ୟ ଦେଶମାନଙ୍କ ସହିତ ବାଣିଜ୍ୟ କାରବାର କରିବା ଫରାସୀମାନଙ୍କର ଉଦ୍ଦେଶ୍ୟ ଥିଲା ।
  • ତେଣୁ ସେମାନେ ୧୬୬୪ ଖ୍ରୀ.ଅ.ରେ ଭାରତକୁ ଆସି ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ।

(ଝ) କର୍ଣ୍ଣାଟକ ସମର କ’ଣ ? ଏହା କାହିଁକି ହୋଇଥୁଲା ?
Answer:

  • ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ଵହିତାର ଫଳ ଯୁଦ୍ଧର ରୂପ ନେଇଥିଲା । ଏହି ଯୁଦ୍ଧକୁ କର୍ଣ୍ଣାଟକ ସମର କୁହାଯାଏ ।
  • ଏହି ଯୁଦ୍ଧ ବାଣିଜ୍ୟ ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ଯୋଗୁଁ ହୋଇଥିଲା ।

୨। ରେଖାଙ୍କିତ ପଦ/ପଦଗୁଡ଼ିକ ବଦଳାଇ ଭ୍ରମ ସଂଶୋଧନ କର ।
(କ) ଅଟୋମାନ୍ ତୁର୍କମାନେ ୧୪୪୮ ଖ୍ରୀଷ୍ଟାବ୍ଦରେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ।
Answer:
ଅଟୋମାନ ତୁର୍କମାନେ ୧୪୫୩ ଖ୍ରୀଷ୍ଟାବ୍ଦରେ କନଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ ।

(ଖ) ବାର୍ଥଲୋମିଓ ଫରାସୀ ନାବିକ ଥିଲେ ।
Answer:
ବାର୍ଥଲୋମିଓ ପର୍ତ୍ତୁଗୀଜ୍ ନାବିକ ଥିଲେ ।

(ଗ) ପେଡ୍ରୋଆଲଭାରେଜ୍ କାବ୍ରେଲ ୫୦ ଖଣ୍ଡ ବାଣିଜ୍ୟ ତରୀ ସହ ଲିସବନ୍‌ଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।
Answer:
ପେଡ୍ରୋଆଲଭାରେଜ୍ କାବ୍ରେଲ ୧୩ ଖଣ୍ଡ ବାଣିଜ୍ୟ ତରୀ ସହ ଲିସବନ୍‌ଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।

(ଘ) ଡର୍‌ମାନେ ଓଡ଼ିଶାର ପାରଦ୍ଵୀପଠାରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।
Answer:
ଡର୍‌ମାନେ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟକେନ୍ଦ୍ର ସ୍ଥାପନ କରିଥିଲେ ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଙ) ଜାହାଙ୍ଗୀର ଇଂରେଜମାନଙ୍କ ଉପରେ ଖୁସି ହୋଇ ବମ୍ବେଠାରେ ସେମାନଙ୍କୁ ବାଣିଜ୍ୟ କୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ ।
Answer:
ଜାହାଙ୍ଗୀର୍ ଇଂରେଜମାନଙ୍କ ଉପରେ ଖୁସି ହୋଇ ସୁରାଟଠାରେ ସେମାନଙ୍କୁ ବାଣିଜ୍ୟକୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ ।

(ଚ) ଫରାସୀମାନେ ମାଲବାର ଉପକୂଳର କୋଚିନ୍ ବନ୍ଦର ଅଧ୍ବକାର କରିଥିଲେ ।
Answer:
ଫରାସୀମାନେ ମାଲବାର ଉପକୂଳର ମାହେ ବନ୍ଦର ଅଧିକାର କରିଥିଲେ ।

୩ । ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ତ୍ରୟୋଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
Answer:
ପଞ୍ଚଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।

(ଖ) ଭାରତକୁ ଜଳପଥ ଆବିଷ୍କାର କରିବାରେ ଫରାସୀମାନେ ଆଗରେ ଥିଲେ ।
Answer:
ଭାରତକୁ ଜଳପଥ ଆବିଷ୍କାର କରିବାରେ ପର୍ତ୍ତୁଗୀଜ୍‌ମାନେ ଆଗରେ ଥିଲେ ।

(ଗ) ଶ୍ରୀରାମପୁର ଉତ୍ତର ପ୍ରଦେଶରେ ଅବସ୍ଥିତ ।
Answer:
ଶ୍ରୀରାମପୁର ବଙ୍ଗଦେଶରେ ଅବସ୍ଥିତ ।

(ଘ) ଫରାସୀମାନେ ହକିନ୍ସଙ୍କୁ ଜାହାଙ୍ଗୀରଙ୍କୁ ଦରବାରକୁ ବାଣିଜ୍ୟ ସୁବିଧା ହାସଲ କରିବାପାଇଁ ପଠାଇଥିଲେ ।
Answer:
ଇଂରେଜମାନେ ହକିନ୍ସଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ବାଣିଜ୍ୟ ସୁବିଧା ହାସଲ କରିବାପାଇଁ ପଠାଇଥିଲେ ।

(ଙ) ଫରାସୀ ଇଣ୍ଡିଇଣ୍ଡିଆ କମ୍ପାନୀ ୧୬୬୨ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା ।
Answer:
ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ୧୬୬୪ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଚ) ଚନ୍ଦନନଗର ଓଡ଼ିଶାରେ ଅବସ୍ଥିତ ।
Answer:
ଚନ୍ଦନନଗର ବଙ୍ଗଦେଶରେ ଅବସ୍ଥିତ ।

୪। ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
(କ) ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥର ଆବିଷ୍କାର

  • ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ଭାରତକୁ ଜଳପଥ ଆବିଷ୍କାର ପାଇଁ ତିନୋଟି ଜାହାଜ ସହିତ ପର୍ତ୍ତୁଗାଲରୁ ଜଳଯାତ୍ରା ଆରମ୍ଭ କରି ଆଟ୍‌ଲାଣ୍ଟିକ୍ ମହାସାଗରରେ ଜାହାଜ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତମାଶା ଅନ୍ତରୀପଠାରେ ପହଞ୍ଚିଲେ ।
  • ଏହାପରେ ଭାରତ ମହାସାଗର ଦେଇ ଜଳଯାତ୍ରା କରି ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତର ପଶ୍ଚିମ ଉପକୂଳରେ ଥ‌ିବା କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଥିଲେ । ଏହି ଜଳଯାତ୍ରାଦ୍ଵାରା ଭାରତକୁ ଜଳପଥ ଆବିଷ୍କୃତ ହୋଇଥିଲା ।

(ଖ) ପେଟ୍ରୋଆଲ୍‌ଭାରେଜ୍ କାବ୍ରେଲ୍

  • ରାଜଦରବାରରେ ଭାରତରେ ଇଉରୋପୀୟ ଜିନିଷର ଚାହିଦା ବିଷୟରେ ଭାସ୍କୋଡ଼ାଗାମା ପ୍ରକାଶ କରିବା ପରେ ଉତ୍ସାହିତ ହୋଇ ୧୫୦୦ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ପେଟ୍ରୋଆଲ୍‌ଭାରେଜ କାବ୍ରେଲ ନାମକ ଜଣେ ନାବିକ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।
  • ସେ ଲିସବନ୍‌ଠାରୁ ୧୩ ଖଣ୍ଡ ବାଣିଜ୍ୟ ତରୀ ସହ ଜଳଯାତ୍ରା ଆରମ୍ଭ କରି ସେପ୍ଟେମ୍ବର ମାସରେ ଭାରତରେ ପହଞ୍ଚିଲେ ।
  • କାଲିକଟ୍‌ର ରାଜା ଜାମୋରିନ୍‌ଙ୍କ ସହ ତାଙ୍କର ମତଭେଦ ହେବାରୁ ସେ କାଲିକଟ୍ ଛାଡ଼ି କୋଚିନ୍‌ରେ ଆଶ୍ରୟ ନେଇଥିଲେ ।

(ଗ) ଡବ୍‌ମାନଙ୍କର ଭାରତରେ ବାଣିଜ୍ୟ

  • ଷୋଡ଼ଶ ଶତାବ୍ଦୀର ଶେଷଭାଗରେ ହଲାଣ୍ଡର ଅଧ‌ିବାସୀ ଡମାନେ ଭାରତକୁ ବାଣିଜ୍ୟ କରିବାକୁ ଆସି ୧୬୦୨ ଖ୍ରୀଷ୍ଟାବ୍ଦରେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ନାମକ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ ।
  • ଭାରତ ଓ ଦକ୍ଷିଣ-ପୂର୍ବ ଏସିଆରୁ ଗରମ ମସଲା ଆମଦାନି କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ପର୍ତ୍ତୁଗୀଜମାନଙ୍କୁ ପରାସ୍ତ କରି ଡବ୍‌ମାନେ ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗ, ବିହାର, ସୁରତ, କାଶିମ୍ ବଜାର, କୋଚିନ୍, ବାଲେଶ୍ଵର ଆଦି ସ୍ଥାନରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।
  • ଭାରତକୁ ଇଂରେଜମାନେ ଆସିବା ପରେ ଡବ୍‌ମାନେ ଇଂରେଜ ଓ ଫରାସୀମାନଙ୍କୁ ପ୍ରତିରୋଧ କରି ନପାରି ଭାରତ ତ୍ୟାଗକରି ଜାଭା, ସୁମାତ୍ରା, ମାଳୟ ଦ୍ଵୀପପୁଞ୍ଜରେ ବାଣିଜ୍ୟ କାରବାର କରିଥିଲେ ।

(ଘ) ୧୫୯୯ ଖ୍ରୀଷ୍ଟାବ୍ଦରେ ଲଣ୍ଡନରେ ଗଠିତ ଇଷ୍ଟଇଣ୍ଡିଆ କମ୍ପାନୀ

  • ୧୫୯୯ ଖ୍ରୀଷ୍ଟାବ୍ଦରେ ଲଣ୍ଡନର କେତେକ ବଣିକ ଓ ନାବିକମାନେ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ । ଏହି ସଂସ୍ଥାକୁ ଇଂଲଣ୍ଡର ରାଣୀ ଏଲିଜାବେଥ୍ ବାଣିଜ୍ୟ କରିବାପାଇଁ ଅନୁମତି ଦେଇଥିଲେ । ପରବର୍ତ୍ତୀ କାଳରେ ଏହି କମ୍ପାନୀ ଇଷ୍ଟଇଣ୍ଡିଆ କମ୍ପାନୀ ନାମରେ ପରିଚିତ ହୋଇଥିଲା ।
  • ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରଥମେ ଜାଭା, ସୁମାତ୍ରା ଇତ୍ୟାଦି ସ୍ଥାନରେ ବାଣିଜ୍ୟ କରିଥିଲା । ଏହିସବୁ ସ୍ଥାନରେ ସେମାନେ ଡବମାନଙ୍କ ପ୍ରବଳ ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇଥିଲେ । ତେଣୁ ସେମାନେ ଭାରତରେ ବାଣିଜ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
  • ଏଥିପାଇଁ ସେମାନେ ସେ ସମୟର ମୋଗଲ ଶାସକ ସମ୍ରାଟ ଜାହାଙ୍ଗୀରଙ୍କ ଦରବାରକୁ କ୍ୟାପଟେନ୍ ହକିନ୍ସଙ୍କୁ ପଠାଇଥିଲେ । ଜାହାଙ୍ଗୀର ଅତ୍ୟନ୍ତ ପ୍ରୀତ ହୋଇ ସେମାନଙ୍କୁ ସୁରଟଠାରେ ବାଣିଜ୍ୟକୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ; ମାତ୍ର ପର୍ତ୍ତୁଗୀଜମାନଙ୍କ ଷଡ଼ଯନ୍ତ୍ର ଯୋଗୁଁ ସେମାନଙ୍କର କୌଣସି ବାଣିଜ୍ୟିକ ସୁବିଧା ନ ହେବାରୁ ସେମାନେ ଇଂଲଣ୍ଡ ଫେରିଯାଇଥିଲେ ।
  • ପରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ ସାର୍ ଟମାସ୍ ରୋ ନାମକ ଜଣେ ବିଚକ୍ଷଣ ରାଜଦୂତଙ୍କୁ ସମ୍ରାଟ ଜାହାଙ୍ଗୀରଙ୍କ ଦରବାରକୁ ପଠାଇ ଅନେକ ବାଣିଜ୍ୟ ସୁବିଧା ହାସଲ କରିଥିଲେ ।
  • କ୍ରମେ କ୍ରମେ ଇଂରେଜମାନେ ଭାରତର ବିଭିନ୍ନ ସ୍ଥାନ ଯଥା ଆଗ୍ରା, ଅହମ୍ମଦାବାଦ, ସୁରଟ, ମୁସଲିପତ୍ତନମ୍, ବମ୍ବେ, ବଙ୍ଗଳାର ସୁତାନଟି, ଓଡ଼ିଶାର ବାଲେଶ୍ଵର ଆଦି ସ୍ଥାନରେ ବାଣିଜ୍ୟକୋଠିମାନ ସ୍ଥାପନ କରିଥିଲେ । ଇଂରେଜମାନେ ବାଣିଜ୍ୟର ପ୍ରସାର ଘଟାଇବା ସଙ୍ଗେ ସଙ୍ଗେ ଭାରତୀୟ ରାଜନୀତିରେ ହସ୍ତକ୍ଷେପ କରିଥିଲେ ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଙ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ

  • ପର୍ତ୍ତୁଗୀଜ୍, ଡବ୍ ଓ ଇଂରେଜମାନଙ୍କର ଭାରତକୁ ଆସିବାର ବହୁବର୍ଷ ପରେ ଫରାସୀମାନେ ବାଣିଜ୍ୟ କରିବାପାଇଁ ଭାରତକୁ ଆସିଥିଲେ ।
  • ସେମାନେ ଭାରତକୁ ଆସି ୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ । ପ୍ରାଚ୍ୟ ଦେଶମାନଙ୍କ ସହ ବାଣିଜ୍ୟ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ପରବର୍ତୀ ସମୟରେ ୧୬୬୮ ଖ୍ରୀଷ୍ଟାବ୍ଦରେ କେତେକ ଫରାସୀ ସୁରଟଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ଓ ଏହା ପରେ ସେମାନେ ଗୋଲକୁଣ୍ଡା ସୁଲତାନ୍‌ଙ୍କଠାରୁ ଅନୁମତି ପାଇ ମୁସଲିପତ୍ତନମ୍‌ଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
  • ଏହାପରେ ସେମାନେ ପଣ୍ଡିଚେରୀ, ବଙ୍ଗଳାର ଚନ୍ଦନନଗର ଓ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟକୋଠି ନିର୍ମାଣ କରିବା ସହିତ ମାଲବାର ଉପକୂଳର ମାହେ ବନ୍ଦର ଅଧିକାର କରି ସେଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
  • ପ୍ରତିଦ୍ଵନ୍ଦିତାର ଫଳ ଯୁଦ୍ଧର ରୂପ ନେଇଥିଲା, ଯାହାକୁ କର୍ଣ୍ଣାଟକ ସମର କୁହାଯାଏ । ତିନିଥର କର୍ଣ୍ଣାଟକ ପ୍ରତିଦ୍ଵନ୍ଦିତାର ଫଳ ଯୁଦ୍ଧର ରୂପ ନେଇଥିଲା, ଯାହାକୁ କର୍ଣ୍ଣାଟକ ସମର କୁହାଯାଏ । ତିନିଥର କର୍ଣ୍ଣାଟକ ବିପର୍ଯ୍ୟସ୍ତ ହେବା ସଙ୍ଗେ ସଙ୍ଗେ ଭାରତରେ ସାମ୍ରାଜ୍ୟ ପ୍ରତିଷ୍ଠା ଆଶା ମଉଳିଗଲା ।

Leave a Comment