Odisha State Board BSE Odisha 7th Class Maths Solutions Chapter 10 ପରିମିତି Ex 10.1 Textbook Exercise Questions and Answers.
BSE Odisha Class 7 Maths Solutions Chapter 10 ପରିମିତି Ex 10.1
Question 1.
ବେବିନାର ଘରକୁ ଲାଗି ରହିଥିବା ଫୁଲ ବଗିଚାର ଗୋଟିଏ ପାଖରେ ତା’ର ଘର ରହିଛି । ଅନ୍ୟ ତିନି ପାଖର ଦୈର୍ଘ୍ୟ 13.5 ମି., 7.8 ମି. ଓ 11.7 ମି. । ସେହି ଫୁଲ ବଗିଚାକୁ ସେ ବାଡ଼ ଦେଇ ସୁରକ୍ଷିତ କରିବାକୁ ମନ କଲା । ବାଡ଼ ଦେବାକୁ ମିଟର ପ୍ରତି 6.50 ଟଙ୍କା ହିସାବରେ ତା’ର କେତେ ଖର୍ଚ୍ଚ ହେଲା ?
ସମାଧାନ:
ଫୁଲ ବଗିଚାର ତିନି ପାଖର ଦୈର୍ଘ୍ୟର ସମଷ୍ଟି = 13.5 ମି. + 7.8 ମି. + 11.7 ମି. = 33 ମି.
1 ମିଟରକୁ ବାଡ଼ ଦେବାକୁ ଖର୍ଚ୍ଚ = 6.50 ଟଙ୍କା
33 ମିଟରକୁ ବାଡ଼ଦେବାରେ ଖର୍ଚ୍ଚ = 6.50 x 33 ଟଙ୍କା = 214.50 ଟଙ୍କା
∴ ବାଡ଼ଦେବାକୁ 214.50 ଟଙ୍କା ଖର୍ଚ୍ଚ ହୁଏ ।
Question 2.
ଗୋଟିଏ 10 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ବର୍ଗ ଆକୃତିର ପଟି କାଗଜ ଓ ଆଉ ଗୋଟିଏ 12 ସେ.ମି. ଦୈର୍ଘ୍ୟ ଓ 8 ସେ.ମି. ପ୍ରସ୍ଥ ବିଶିଷ୍ଟ ଆୟତକ୍ଷେତ୍ର ଆକୃତିର ପଟି କାଗଜର ଗୋଟିଏ ଗୋଟିଏ କଣରୁ 4 ସେ.ମି. ଦୈର୍ଘ୍ୟର ବର୍ଗକ୍ଷେତ୍ର କାଟି ନିଆଗଲା । ପ୍ରତ୍ୟେକ ପଟିର କ୍ଷେତ୍ରର ଅବଶିଷ୍ଟ ଅଂଶର ପରିସୀମା ନିର୍ଣ୍ଣୟ କର ।
ସମାଧାନ:
ବର୍ଗ ଆକୃତି ପଟିର ପରିସୀମା = (10 + 10 + 6 + 4 + 4 + 6) ସେ.ମି. = 40 ସେ.ମି.
ଆୟତକ୍ଷେତ୍ର ଆକୃତି ପଟିର ପରିସୀମା
= (8 + 12 + 4 + 4 + 4 + 8) ସେ.ମି.. = 40 ସେ.ମି.
∴ ପ୍ରତ୍ୟେକ ପଟିର କ୍ଷେତ୍ରର ଅବଶିଷ୍ଟ ଅଂଶର ପରିସୀମା 40 ସେ.ମି. ।
Question 3.
ଗୋଟିଏ ଆୟତକ୍ଷେତ୍ରର ଦୈର୍ଘ୍ୟ ତା’ର ପ୍ରସ୍ଥର 2 ଗୁଣ ଓ ପରିସୀମା 600 ମିଟର । ଏହାର ପ୍ରସ୍ଥ ସହ ସମଦୈର୍ଘ୍ୟ ବିଶିଷ୍ଟ ବର୍ଗକ୍ଷେତ୍ରର ପରିସୀମା ନିର୍ଣ୍ଣୟ କର ।
ସମାଧାନ:
ମନେକର ଆୟତକ୍ଷେତ୍ରର ପ୍ରସ୍ଥ = x ମିଟର ଓ ଦୈର୍ଘ୍ୟ = 2x ମିଟର ।
∴ ଆୟତକ୍ଷେତ୍ରର ପରିସୀମା = 2(ଦୈର୍ଘ୍ୟ + ପ୍ରସ୍ଥ) = 2(2x + x) ମି. = 2 × 3x = 6x ମିଟର ।
ପ୍ରଶ୍ବାନୁସାରେ, 6x = 600
⇒ x = \(\frac{600}{6}\) ମି.= 100 ମିଟର ।
∴ ଆୟତକ୍ଷେତ୍ରର ପ୍ରସ୍ଥ = 100 ମିଟର = ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ ।
∴ ବର୍ଗକ୍ଷେତ୍ରର ପରିସୀମା = 4 × ବାହୁର ଦୈର୍ଘ୍ୟ = 4 × 100 ମିଟର = 400 ମିଟର