BSE Odisha 7th Class Maths Solutions Chapter 10 ପରିମିତି Ex 10.1

Odisha State Board BSE Odisha 7th Class Maths Solutions Chapter 10 ପରିମିତି Ex 10.1 Textbook Exercise Questions and Answers.

BSE Odisha Class 7 Maths Solutions Chapter 10 ପରିମିତି Ex 10.1

Question 1.
ବେବିନାର ଘରକୁ ଲାଗି ରହିଥ‌ିବା ଫୁଲ ବଗିଚାର ଗୋଟିଏ ପାଖରେ ତା’ର ଘର ରହିଛି । ଅନ୍ୟ ତିନି ପାଖର ଦୈର୍ଘ୍ୟ 13.5 ମି., 7.8 ମି. ଓ 11.7 ମି. । ସେହି ଫୁଲ ବଗିଚାକୁ ସେ ବାଡ଼ ଦେଇ ସୁରକ୍ଷିତ କରିବାକୁ ମନ କଲା । ବାଡ଼ ଦେବାକୁ ମିଟର ପ୍ରତି 6.50 ଟଙ୍କା ହିସାବରେ ତା’ର କେତେ ଖର୍ଚ୍ଚ ହେଲା ?
ସମାଧାନ: 
ଫୁଲ ବଗିଚାର ତିନି ପାଖର ଦୈର୍ଘ୍ୟର ସମଷ୍ଟି = 13.5 ମି. + 7.8 ମି. + 11.7 ମି. = 33 ମି. 
1 ମିଟରକୁ ବାଡ଼ ଦେବାକୁ ଖର୍ଚ୍ଚ = 6.50 ଟଙ୍କା
33 ମିଟରକୁ ବାଡ଼ଦେବାରେ ଖର୍ଚ୍ଚ = 6.50 x 33 ଟଙ୍କା = 214.50 ଟଙ୍କା
∴ ବାଡ଼ଦେବାକୁ 214.50 ଟଙ୍କା ଖର୍ଚ୍ଚ ହୁଏ ।

Question 2.
ଗୋଟିଏ 10 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ବର୍ଗ ଆକୃତିର ପଟି କାଗଜ ଓ ଆଉ ଗୋଟିଏ 12 ସେ.ମି. ଦୈର୍ଘ୍ୟ ଓ 8 ସେ.ମି. ପ୍ରସ୍ଥ ବିଶିଷ୍ଟ ଆୟତକ୍ଷେତ୍ର ଆକୃତିର ପଟି କାଗଜର ଗୋଟିଏ ଗୋଟିଏ କଣରୁ 4 ସେ.ମି. ଦୈର୍ଘ୍ୟର ବର୍ଗକ୍ଷେତ୍ର କାଟି ନିଆଗଲା । ପ୍ରତ୍ୟେକ ପଟିର କ୍ଷେତ୍ରର ଅବଶିଷ୍ଟ ଅଂଶର ପରିସୀମା ନିର୍ଣ୍ଣୟ କର ।
ସମାଧାନ:
ବର୍ଗ ଆକୃତି ପଟିର ପରିସୀମା = (10 + 10 + 6 + 4 + 4 + 6) ସେ.ମି. = 40 ସେ.ମି.
BSE Odisha 7th Class Maths Solutions Chapter 10 ପରିମିତି Ex 10.1 1
ଆୟତକ୍ଷେତ୍ର ଆକୃତି ପଟିର ପରିସୀମା
= (8 + 12 + 4 + 4 + 4 + 8) ସେ.ମି.. = 40 ସେ.ମି.
BSE Odisha 7th Class Maths Solutions Chapter 10 ପରିମିତି Ex 10.1 2
∴ ପ୍ରତ୍ୟେକ ପଟିର କ୍ଷେତ୍ରର ଅବଶିଷ୍ଟ ଅଂଶର ପରିସୀମା 40 ସେ.ମି. ।

BSE Odisha 7th Class Maths Solutions Chapter 10 ପରିମିତି Ex 10.1

Question 3.
ଗୋଟିଏ ଆୟତକ୍ଷେତ୍ରର ଦୈର୍ଘ୍ୟ ତା’ର ପ୍ରସ୍ଥର 2 ଗୁଣ ଓ ପରିସୀମା 600 ମିଟର । ଏହାର ପ୍ରସ୍ଥ ସହ ସମଦୈର୍ଘ୍ୟ ବିଶିଷ୍ଟ ବର୍ଗକ୍ଷେତ୍ରର ପରିସୀମା ନିର୍ଣ୍ଣୟ କର ।
ସମାଧାନ:
ମନେକର ଆୟତକ୍ଷେତ୍ରର ପ୍ରସ୍ଥ = x ମିଟର ଓ ଦୈର୍ଘ୍ୟ = 2x ମିଟର ।
∴ ଆୟତକ୍ଷେତ୍ରର ପରିସୀମା = 2(ଦୈର୍ଘ୍ୟ + ପ୍ରସ୍ଥ) = 2(2x + x) ମି. = 2 × 3x = 6x ମିଟର ।
ପ୍ରଶ୍ବାନୁସାରେ, 6x = 600
⇒ x = \(\frac{600}{6}\) ମି.= 100 ମିଟର ।
∴ ଆୟତକ୍ଷେତ୍ରର ପ୍ରସ୍ଥ = 100 ମିଟର = ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ ।
∴ ବର୍ଗକ୍ଷେତ୍ରର ପରିସୀମା = 4 × ବାହୁର ଦୈର୍ଘ୍ୟ = 4 × 100 ମିଟର = 400 ମିଟର

Leave a Comment