BSE Odisha 7th Class Maths Solutions Chapter 10 ପରିମିତି Ex 10.4

Odisha State Board BSE Odisha 7th Class Maths Solutions Chapter 10 ପରିମିତି Ex 10.4 Textbook Exercise Questions and Answers.

BSE Odisha Class 7 Maths Solutions Chapter 10 ପରିମିତି Ex 10.4

Question 1.
ଗୋଟିଏ 45 ମି. ଦୈର୍ଘ୍ୟ ଓ 20 ମି. ପ୍ରସ୍ଥ ବିଶିଷ୍ଟ ଆୟତକ୍ଷେତ୍ରର ଭିତର ପାଖରେ ଏହାର ଧାରକୁ ଲାଗି 2.5 ମି. ଚଉଡ଼ା ଅଞ୍ଚଳରେ ଗୋଡ଼ି ବିଛାଇବାକୁ 1 ବର୍ଗ ମି. ପ୍ରତି ଗୋଡ଼ି ବିଛାଇବା ଖର୍ଚ୍ଚ 4 ଟଙ୍କା ହେଲେ, ଗୋଡ଼ି ବିଛାଇବା ଲାଗି ମୋଟ କେତେ ଖର୍ଚ୍ଚ ହେବ ?
ସମାଧାନ:
BSE Odisha 7th Class Maths Solutions Chapter 10 ପରିମିତି Ex 10.4 1
ABCD ଆୟତକ୍ଷେତ୍ରର ଦୈର୍ଘ୍ୟ AB = 45 ମି. ଓ ପ୍ରସ୍ଥ = 20 ମି.
∴ ABCD ଆୟତକ୍ଷେତ୍ରର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 45 ମି. × 20 ମି. = 900 ବର୍ଗ ମି. 
ଏହାର ଭିତର ଧାରକୁ ଲାଗି 2.5 ମି. ଚଉଡ଼ାର ଏକ ରାସ୍ତା ହେବ ।
PORS ଆୟତକ୍ଷେତ୍ରର ଦୈର୍ଘ୍ୟ = 45 ମି. – (2 × 2.5) ମି. = 40 ମି.
ପ୍ରସ୍ଥ = 20 ମି. – (2 × 2.5) ମି. = 15 ମି. ହେବ ।
∴ PQRS ଆୟତକ୍ଷେତ୍ରର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 40 ମି. × 15 ମି. = 600 ବର୍ଗ ମି.
∴ ରାସ୍ତାର କ୍ଷେତ୍ରଫଳ = ABCD ଆୟତକ୍ଷେତ୍ରର କ୍ଷେତ୍ରଫଳ – PORS ଆୟତକ୍ଷେତ୍ରର କ୍ଷେତ୍ରଫଳ
= 900 ବର୍ଗ ମି. – 600 ବର୍ଗ ମି. = 300 ବର୍ଗ ମି.
1 ବର୍ଗ ମି. ଗୋଡ଼ି ବିଛାଇବାକୁ ଖର୍ଚ୍ଚ ହୁଏ 4 ଟଙ୍କା ।
300 ବର୍ଗ ମି. ଗୋଡ଼ି ବିଛାଇବାକୁ ଖର୍ଚ୍ଚ ହେବ = 300 × 4 ଟଙ୍କା = 1200 ଟଙ୍କା 
∴ ଗୋଡ଼ି ବିଛାଇବା ଲାଗି ମୋଟ 1200 ଟଙ୍କା ଖର୍ଚ୍ଚ ହେବ ।

Question 2.
ପାର୍ଶ୍ୱସ୍ଥ ଚିତ୍ରର ଚିହ୍ନିତ ଅଂଶର କ୍ଷେତ୍ରଫଳ ନିର୍ଣ୍ଣୟ କର ।
BSE Odisha 7th Class Maths Solutions Chapter 10 ପରିମିତି Ex 10.4 2
ସମାଧାନ:
ବାହାର ଆୟତକ୍ଷେତ୍ରର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 14 ମି. × 12 ମି. = 168 ବର୍ଗ ମି. 
ଭିତର ଆୟତକ୍ଷେତ୍ରର ଦୈର୍ଘ୍ୟ = 14 ମି. – (2 × 2) ମି. = 10 ମି.
ପ୍ରସ୍ଥ = 12 ମି. – 2 ମି. = 10 ମି.
∴ ଭିତର ଆୟତକ୍ଷେତ୍ରଟି ଏକ ବର୍ଗକ୍ଷେତ୍ର ।
ହାର କ୍ଷେତ୍ରଫଳ = 10 ମି. × 10 ମି. = 100 ବର୍ଗ ମି. [ବର୍ଗକ୍ଷେତ୍ର ଏକ ଆୟତକ୍ଷେତ୍ର ଯାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ ।]
∴ ଚିହ୍ନିତ ଅଂଶର କ୍ଷେତ୍ରଫଳ 100 ବର୍ଗ ମି. ।

BSE Odisha 7th Class Maths Solutions Chapter 10 ପରିମିତି Ex 10.4

Question 3.
60 ମି. ଚଉଡ଼ା ଓ 75 ମି. ଲମ୍ବ ପଡ଼ିଆର ଚାରିପଟେ 1.5 ମି. ଓସାରର ଘାସ ବିଛାଇବା ପାଇଁ ବର୍ଗ ମି. ପ୍ରତି 3 ଟଙ୍କା ହିସାବରେ କେତେ ଖର୍ଚ୍ଚ ହେବ ?
ସମାଧାନ:
BSE Odisha 7th Class Maths Solutions Chapter 10 ପରିମିତି Ex 10.4 3
PQRS ଆୟତକ୍ଷେତ୍ରର ଦୈର୍ଘ୍ୟ = 75 ମି. ଓ ପ୍ରସ୍ଥ = 60 ମି.
PQRS ଆୟତକ୍ଷେତ୍ରର ଦୈର୍ଘ୍ୟ = PQ × QR = 75 ମି. × 60 ମି. = 4500 ବର୍ଗ ମି. ।
ଏହାର ଚାରିପଟେ 1.5 ମି. ଓସାରର ରାସ୍ତା ଅଛି ।
ABCD ଆୟତକ୍ଷେତ୍ରର ଦୈର୍ଘ୍ୟ = 75 ମି. + (1.5 × 2) ମି. = 78 ମି.
ପ୍ରସ୍ଥ = 60 ମି. + (1.5 × 2) ମି. = 63 ମି.
ABCD ଆୟତକ୍ଷେତ୍ରର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 78 ମି. × 63 ମି. = 4914 ବର୍ଗ ମି. ।
∴ ଘାସ ବିଛାଇବା ଅଂଶର କ୍ଷେତ୍ରଫଳ = ABCD ର କ୍ଷେତ୍ରଫଳ – PORS ର କ୍ଷେତ୍ରଫଳ 
= 4914 ବର୍ଗ ମି. – 4500 ବର୍ଗ ମି. = 414 ବର୍ଗ ମି.
1 ବର୍ଗ ମି.କୁ ଘାସ ବିଛାଇବାପାଇଁ ଖର୍ଚ୍ଚ ହୁଏ 3 ଟଙ୍କା ।
414 ବର୍ଗ ମି.କୁ ଘାସବିଛାଇବା ପାଇଁ ଖର୍ଚ୍ଚ ହେବ = 414 × 3 ଟଙ୍କା = 1242 ଟଙ୍କା 
∴ ଘାସ ବିଛାଇବା ପାଇଁ 1242 ଟଙ୍କା ଖର୍ଚ୍ଚ ହେବ ।

Question 4.
40 ମି. ଦୀର୍ଘ ଓ 30 ମି. ଓସାର ବିଶିଷ୍ଟ ଆୟତକ୍ଷେତ୍ରର ଭିତର ଧାରକୁ ଲାଗି 1 ମି. ଚଉଡ଼ା ଅଞ୍ଚଳରେ ମାଟି ବିଛାଇବାପାଇଁ ବର୍ଗମିଟର ପ୍ରତି 8 ଟଙ୍କା ହିସାବରେ କେତେ ଖର୍ଚ୍ଚ ହେବ ?
ସମାଧାନ:
BSE Odisha 7th Class Maths Solutions Chapter 10 ପରିମିତି Ex 10.4 4
ABCD ଆୟତକ୍ଷେତ୍ରର ଦୈର୍ଘ୍ୟ AB = 40 ମି. ଓ ପ୍ରସ୍ଥ = 30 ମି.
∴ ଆୟତକ୍ଷେତ୍ରର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 45 ମି. × ପ୍ରସ୍ଥ = 40 ମି. × 30 ମି. = 1200 ବର୍ଗ ମି.
ଭିତରପଟକୁ 1 ମି. ଚଉଡ଼ାର ମାଟି ବିଛାଯିବ ।
PQRS ଆୟତକ୍ଷେତ୍ରର ଦୈର୍ଘ୍ୟ = 40 ମି. – (1 × 2) ମି. = 38 ମି.
ଓ ପ୍ରସ୍ଥ = 30 ମି. – (1 × 2) ମି. = 28 ମି.
∴ PQRS ଆୟତକ୍ଷେତ୍ରର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 38 × 28 ବର୍ଗ ମି. = 1064 ବର୍ଗ ମି.
∴ ମାଟି ବିଛାଇବା ଅଂଶର କ୍ଷେତ୍ରଫଳ = ABCD ଆୟତକ୍ଷେତ୍ରର କ୍ଷେତ୍ରଫଳ – PQRS ଆୟତକ୍ଷେତ୍ରର କ୍ଷେତ୍ରଫଳ
= 1200 ବର୍ଗ ମି. – 1064 ବର୍ଗ ମି. = 136 ବର୍ଗ ମି.
1 ବର୍ଗ ମି.କୁ ମାଟି ବିଛାଇବାରେ ଖର୍ଚ୍ଚ ହୁଏ 8 ଟଙ୍କା ।
∴ 136 ବର୍ଗ ମି.କୁ ମାଟି ବିଛାଇବାରେ ଖର୍ଚ୍ଚ ହେବ = 136 × 8 ଟଙ୍କା = 1088 ଟଙ୍କା
∴ ମାଟି ବିଛାଇବା ପାଇଁ 1088 ଟଙ୍କା ଖର୍ଚ୍ଚ ହେବ ।

Question 5.
ଗୋଟିଏ ସ୍କୁଲରେ ଥିବା 20 ମି. ଲମ୍ବ ଓ 12 ମି. ଓସାରର ପ୍ରାର୍ଥନା ସଭାଗୃହର ଭିତର ଧାରକୁ ଲାଗି 1 ମିଟର ଚଉଡ଼ା ସ୍ଥାନରେ ବର୍ଗକୃତି ବିଶିଷ୍ଟ ଟାଇଲ୍ ବିଛାଯିବ । ପ୍ରତ୍ୟେକ ଟାଇଲିର ଦୈର୍ଘ୍ୟ 25 ସେ.ମି. ହେଲେ, ମୋଟରେ କେତୋଟି ଟାଇଲି ଲାଗିବ ?
ସମାଧାନ:
BSE Odisha 7th Class Maths Solutions Chapter 10 ପରିମିତି Ex 10.4 5
ABCD ପ୍ରାର୍ଥନା ସଭାଗୃହର ଦୈର୍ଘ୍ୟ = 20 ମି. ଓ ପ୍ରସ୍ଥ = 12 ମି. 
ABCD ପ୍ରାର୍ଥନା ଗୃହର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ 
= 20 ମି. × 12 ମି. = 240 ବର୍ଗ ମି.
ଭିତର ପାଖକୁ 1 ମି. ଚଉଡ଼ା ସ୍ଥାନରେ ଟାଇଲି ବିଛାଯିବ । 
ଭିତରେ ଯେଉଁ ଅଂଶରେ ଟାଇଲ୍ ବିଛାଯିବ ନାହିଁ ତାହା ଏକ ଆୟତକ୍ଷେତ୍ର ।
PQRS ଆୟତକ୍ଷେତ୍ରର ଦୈର୍ଘ୍ୟ = 20 ମି. – (1 × 2) ମି. = 18 ମି.
ଓ ପ୍ରସ୍ଥ = 12 ମି. – (1 × 2) ମି. = 10 ମି.
PQRS ଆୟତକ୍ଷେତ୍ରର କ୍ଷେତ୍ରଫଳ = 18 × 10 ବର୍ଗ ମିଟର = 180 ବର୍ଗ ମିଟର
ଟାଇଲ୍ ବିଛାଇବା ଅଂଶର କ୍ଷେତ୍ରଫଳ = 240 ବର୍ଗ ମିଟର – 180 ବର୍ଗ ମିଟର = 60 ବର୍ଗ ମିଟର
ପ୍ରତ୍ୟେକ ବର୍ଗାକାର ଟାଇଲ୍‌ର ଦୈର୍ଘ୍ୟ = 25 ସେ.ମି. = \(\frac{1}{4}\) ମି.
ଗୋଟିଏ ଟାଇଲ୍‌ର କ୍ଷେତ୍ରଫଳ = \(\frac{1}{4}\) × \(\frac{1}{4}\) ବର୍ଗ ମିଟର = \(\frac{1}{16}\) ବର୍ଗ ମିଟର ।
ମୋଟ ଟାଇଲ୍ ଆବଶ୍ୟକ = 60 ÷ \(\frac{1}{16}\) = 60 × 16 = 960 ଖଣ୍ଡ ।

BSE Odisha 7th Class Maths Solutions Chapter 10 ପରିମିତି Ex 10.4

Question 6.
ଗୋଟିଏ ବର୍ଗାକୃତି ବିଶିଷ୍ଟ ପଡ଼ିଆର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 40 ମି. । ପଡ଼ିଆର ଧାରକୁ ଲାଗି ଏହାର ଚାରି ପାଖରେ 1 ମି. ଚଉଡ଼ାର ରାସ୍ତାଟିଏ ତିଆରି ହେଲା ଏବଂ ବର୍ଗମିଟର ପ୍ରତି 10 ଟଙ୍କା ହାରରେ ରାସ୍ତା ତିଆରି କରିବା ଲାଗି ମୋଟ 1640 ଟଙ୍କା ଖର୍ଚ୍ଚ ହେଲା । ତେବେ :
(କ) ପଡ଼ିଆର କ୍ଷେତ୍ରଫଳ ନିର୍ଣ୍ଣୟ କର ।
(ଖ) ରାସ୍ତାର କ୍ଷେତ୍ରଫଳ ନିର୍ଣ୍ଣୟ କର ।
(ଗ) ପଡ଼ିଆ ସହିତ ରାସ୍ତାକୁ ଏକାଠି ନେଲେ ଯେଉଁ କ୍ଷେତ୍ରଟି ହେଲା ତାହା କି ପ୍ରକାର କ୍ଷେତ୍ର ?
(ଘ) ଏହି କ୍ଷେତ୍ରର ବାହୁର ଦୈର୍ଘ୍ୟ ନିର୍ଣ୍ଣୟ କର 
ସମାଧାନ:
BSE Odisha 7th Class Maths Solutions Chapter 10 ପରିମିତି Ex 10.4 6
ABCD ବର୍ଗୀକୃତି ପଡ଼ିଆର ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 40 ମି.
PQRS ବର୍ଗାକୃତି ପଡ଼ିଆର ବାହୁର ଦୈର୍ଘ୍ୟ = 40 ମି. + (1 × 2) ମି. = 42 ମି.
(କ) ପଡ଼ିଆର କ୍ଷେତ୍ରଫଳ = (40 ମି.)2 = 1600 ବର୍ଗ ମି.
(ଖ) ରାସ୍ତାର କ୍ଷେତ୍ରଫଳ = (1640 ÷ 10) ବର୍ଗ ମି. = 164 ବର୍ଗ ମି.
(ଗ) ପଡ଼ିଆସହ ରାସ୍ତାକୁ ଏକାଠି କଲେ ଉତ୍ପନ୍ନ କ୍ଷେତ୍ରଟି ଏକ ବର୍ଗକ୍ଷେତ୍ର ।
(ଘ) ବର୍ଗ କ୍ଷେତ୍ରର ବାହୁର ଦୈର୍ଘ୍ୟ = (40 + 2 × 1) = 42 ମି. ।

Leave a Comment