BSE Odisha 6th Class Geography Important Questions Chapter 6(b) ଆଫ୍ରିକା

Odisha State Board BSE Odisha 6th Class Geography Important Questions Chapter 6(b) ଆଫ୍ରିକା Important Questions and Answers.

BSE Odisha Class 6 Geography Important Questions Chapter 6(b) ଆଫ୍ରିକା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଆଫ୍ରିକା ମହାଦେଶର ପ୍ରାକୃତିକ ଉଭିଦ ଓ ବନ୍ୟଜନ୍ତୁ ବିଷୟରେ ବର୍ଣ୍ଣନା କର ।
Answer:

  • ଆଫ୍ରିକା ମହାଦେଶର ବିଷୁବ ମଣ୍ଡଳ ଅନ୍ତର୍ଗତ ଅଞ୍ଚଳରେ ବର୍ଷସାରା ଅଧିକ ତାପମାତ୍ରା ଓ ବୃଷ୍ଟିଯୋଗୁଁ ଘନଜଙ୍ଗଲ ଦେଖାଯାଏ । ଏହାକୁ ଚିରହରିତ୍‌ ଅରଣ୍ୟ କୁହାଯାଏ ।
  • ସାହାରା ଓ କାଲାହାରୀ ମରୁ ଅଞ୍ଚଳରେ ଉଭିଦ ପ୍ରାୟ ଜନ୍ମେ ନାହିଁ । ମରୁଭୂମିରେ ସ୍ଥାନେ ସ୍ଥାନେ ଝରଣା ଥାଏ ଓ ସେଠାରେ ମରୁଦ୍ୟାନ ଦେଖାଯାଏ । ସେଠାରେ ଖଜୁରୀ ଓ ଅନ୍ୟାନ୍ୟ କେତେକ ବୃକ୍ଷ ଦେଖାଯାଏ ।
  • ଆଫ୍ରିକାର ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମିକୁ ସାଭାନ୍ନା କୁହାଯାଏ ।
  • ବିଷୁବମଣ୍ଡଳୀୟ ଅରଣ୍ୟରେ ସିମ୍ପାଜୀ, ମାଙ୍କଡ଼, ହସ୍ତୀ, ଜଳହସ୍ତୀ, ଗଣ୍ଡା, କୁମ୍ଭୀର, ବିଭିନ୍ନ ପ୍ରକାର ସାପ ଓ ପକ୍ଷୀ ବାସକରନ୍ତି । ଏହି ଅଞ୍ଚଳକୁ ପୃଥ‌ିବୀର ଚିଡ଼ିଆଖାନା କୁହାଯାଏ ।
  • ଆଫ୍ରିକାର ତୃଣଭୂମି ଅଞ୍ଚଳରେ ଗୟଳ, ଚିତା, ହରିଣ, ଜେବ୍ରା, ଜିରାଫ୍, ବିଲୁଆ, ସିଂହ ଓ ହେଟାବାଘ ଆଦି ପ୍ରାଣୀ ବାସ କରନ୍ତି ।

୨। ଆଫ୍ରିକା ମହାଦେଶର ଅଧିବାସୀ ଓ ସେମାନଙ୍କ ଜୀବନଯାପନ ପ୍ରଣାଳୀ ବିଷୟରେ ଉଲ୍ଲେଖ କର ।
Answer:

  • ଆଫ୍ରିକାରେ ମୁଖ୍ୟତଃ ଆଫ୍ରିକୀୟ ଓ ଅଣଆଫ୍ରିକୀୟମାନେ ବାସ କରନ୍ତି ।
  • ନିଗ୍ରୋମାନେ ଆଫ୍ରିକାର ପ୍ରାଚୀନ ଅଧ୍ୟାସୀ ଏବଂ ଅଣଆଫ୍ରିକୀୟମାନେ ଏସିଆ ଓ ଇଉରୋପ ମହାଦେଶରୁ ଆସି ଶହ ଶହ ବର୍ଷ ଧରି ଏଠାରେ ବାସ କରୁଛନ୍ତି ।
  • ନୀଳନଦୀର ଉପତ୍ୟକା ଏବଂ ତାର ତ୍ରିକୋଣଭୂମି ଅଞ୍ଚଳର ମୃତ୍ତିକା ଉର୍ବର ହୋଇଥିବାରୁ ଓ ଏଠାରେ ଜଳସେଚନର ସୁବିଧାର୍ଥବାରୁ ଲୋକମାନେ କୃଷିକାର୍ଯ୍ୟ ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି ।
  • ଭୂମଧ୍ଯସାଗର ତୀରବର୍ତ୍ତୀ ଅଞ୍ଚଳର ଲୋକେ ଅଙ୍ଗୁର କମଳାଲେମ୍ବୁ ଆଦି ଫଳଚାଷ ଏବଂ ତୃଣଭୂମି ଅଞ୍ଚଳର ଲୋକେ ଗୋରୁ, ମେଷ ଇତ୍ୟାଦି ପାଳନ କରି ଜୀବିକା ନିର୍ବାହ କରନ୍ତି ।
  • ଅନେକ ଲୋକ ସୁନା, ହୀରା ଆଦି ଖଣି, ରବର, ଫଳ ଆଦି କୃଷି, ଶିଳ୍ପ, ବାଣିଜ୍ୟ ଓ ଗମନାଗମନ କ୍ଷେତ୍ରରେ ନିଯୁକ୍ତି ପାଇ ଜୀବିକା ନିର୍ବାହ କରନ୍ତି ।

ସଂକ୍ଷେପରେ ଉତ୍ତର ଦିଅ ।
୧। ଆଫ୍ରିକାରେ କେତୋଟି ମରୁଭୂମି ଅଛି ? ଏଗୁଡ଼ିକ ଆଫ୍ରିକାର କେଉଁ ଭାଗରେ ଅବସ୍ଥିତ ?
Answer:
(i) ଆଫ୍ରିକାରେ ଦୁଇଟି ମରୁଭୂମି ଅଛି ।
(ii) ଆଫ୍ରିକାର ଉତ୍ତର ଭାଗରେ ସାହାରା ମରୁଭୂମି ଓ ଦକ୍ଷିଣ ଭାଗରେ କାଲାହାରୀ ମରୁଭୂମି ଅବସ୍ଥିତ ।

୨। ଚିରହରିତ୍‌ ଅରଣ୍ୟ କାହାକୁ କୁହାଯାଏ ?
Answer:
(i) ବିଷୁବ ମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ବର୍ଷସାରା ଅଧ୍ଵ ତାପମାତ୍ରା ଓ ଅଧ‌ିକ ବୃଷ୍ଟି ହେଉଥ‌ିବାରୁ ଘନ ଜଙ୍ଗଲ ଦେଖାଯାଏ ଏବଂ ଏଠାରେ ଥିବା ଗଛଗୁଡ଼ିକରୁ ଆଦୌ ପତ୍ର ଝଡ଼େ ନାହିଁ ।
(ii) ଏହି ଅଞ୍ଚଳରେ ଗଛଗୁଡ଼ିକ ବହୁତ ଉଚ୍ଚ ଓ ବର୍ଷସାରା ସବୁଜ ରହେ । ତେଣୁ ଏହି ଅରଣ୍ୟକୁ ଚିରହରିତ୍‌ ଅରଣ୍ୟ କହନ୍ତି ।

BSE Odisha 6th Class Geography Important Questions Chapter 6(b) ଆଫ୍ରିକା

୩। ଆଫ୍ରିକା ମହାଦେଶର ଅବସ୍ଥିତି ସମ୍ବନ୍ଧରେ ଲେଖ ।
Answer:
(i) ଆଫ୍ରିକା ମହାଦେଶ ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାଦେଶ ।
(ii) ଏହା ୩୫° ଦକ୍ଷିଣ ଅକ୍ଷାଂଶରୁ ୩୭° ଉତ୍ତର ଅକ୍ଷାଂଶ ଏବଂ ୫୧° ପୂର୍ବ ଦ୍ରାଘିମାରୁ ୨୦° ପଶ୍ଚିମ ଦ୍ରାଘିମା ମଧ୍ୟରେ ଅବସ୍ଥିତ ।

୪। ପୃଥ‌ିବୀର ଦୀର୍ଘତମ ନଦୀ କିଏ ? ଏହା କେଉଁ ସାଗରରେ ପଡ଼ିଅଛି ?
Answer:
(i) ପୃଥ‌ିବୀର ଦୀର୍ଘତମ ନଦୀର ନାମ ହେଲା ନୀଳନଦୀ ।
(ii) ଏହା ଭୂମଧ୍ୟ ସାଗରରେ ପଡ଼ିଅଛି ।

୫। ଆଫ୍ରିକା ମହାଦେଶର ପ୍ରଧାନ ସହରଗୁଡ଼ିକର ନାମ ଲେଖ ?
Answer:
(i) ଆବାବା, ପ୍ରିଟୋରିଆ, କାଇରୋ, ତ୍ରିପୋଲି, ଖାରତୁମ, ଲାଗୋସ । କାଇରୋ ମିଶର ଦେଶର ରାଜଧାନୀ ଅଟେ ।
(ii) କାଇରୋ ମିଶର ଦେଶର ରାଜଧାନୀ ଅଟେ ।

୬। ଆଫ୍ରିକାର ଅଧ୍ୟାସୀମାନେ କିପରି ଜୀବିକା ନିର୍ବାହ କରନ୍ତି ?
Answer:
(i) ଆଫ୍ରିକାର ଅଧିବାସୀମାନେ କୃଷିକାର୍ଯ୍ୟ ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି ।
(ii) ଭୂମଧ୍ୟ ସାଗର ତୀରବର୍ତ୍ତୀ ଅଞ୍ଚଳର ଲୋକେ ଅଙ୍ଗୁର, କମଳାଲେମ୍ବୁ ଇତ୍ୟାଦି ଫଳଚାଷ କରି ଜୀବନ ନର୍ବାହ କରନ୍ତି । ତୃଣଭୂମିମାନଙ୍କରେ ଗୋରୁ, ମେଷ ଇତ୍ୟାଦି ପଶୁପାଳନ କରନ୍ତି ।

(ଖ) ସଂକ୍ଷିପ୍ତ ଟିପ୍ପଣୀ ଲେଖ
୧ । ମାଳଭୂମିପୂର୍ଣ୍ଣ ମହାଦେଶ ।
Answer:
(i) ସମଗ୍ର ଆଫ୍ରିକା ମହାଦେଶ ଅନେକଗୁଡ଼ିଏ ମାଳଭୂମିକୁ ନେଇ ଗଠିତ ।
(ii) ତେଣୁ ଏହାକୁ ମାଳଭୂମିପୂର୍ଣ ମହାଦେଶ ମଧ୍ୟ କୁହାଯାଏ ।

୨। ଭିକ୍ଟୋରିଆ ଜଳପ୍ରପାତ :
Answer:
(i) ଆଫ୍ରିକାର ନଦୀଗୁଡ଼ିକ ମାଳଭୂମି ଅଞ୍ଚଳରେ ପ୍ରବାହିତ ହେଉଥ‌ିବାରୁ ପ୍ରପାତପୂର୍ବ ଓ ଖରସ୍ରୋତା ।
(ii) ଜାମ୍ବେଜୀ ନଦୀରେ ଭିକ୍ଟୋରିଆ ଜଳପ୍ରପାତ ଅବସ୍ଥିତ । ଏଠାରେ ପ୍ରଶସ୍ତ ନଦୀଶଯ୍ୟାରେ ଅତି ଉଚ୍ଚରୁ ଜଳ ପଡ଼ୁଅଛି ।

୩। ଚିରହରିତ୍‌ ଅରଣ୍ୟ :
Answer:
(i) ବିଷୁବମଣ୍ଡଳରେ ବର୍ଷସାରା ତାପମାତ୍ରା ଓ ବୃଷ୍ଟି ଅଧିକ ହେବା ହେତୁ ସେଠାରେ ଘନ ଜଙ୍ଗଲ ଦେଖାଯାଏ ।
(ii) ଏହି ଜଙ୍ଗଲରେ ଗଛଗୁଡ଼ିକ ବହୁତ ଉଚ୍ଚ ଏବଂ ବର୍ଷସାରା ସବୁଜ ରହେ । ତେଣୁ ଏହାକୁ ଚିରହରିତ୍‌ ଅରଣ୍ୟ କୁହାଯାଏ ।

BSE Odisha 6th Class Geography Important Questions Chapter 6(b) ଆଫ୍ରିକା

୪। କାଲାହାରୀ ମରୁଭୂମି :
Answer:
(i) ଆଫ୍ରିକାର ଦକ୍ଷିକାଂଶରେ ଥିବା ମରୁ ଅଞ୍ଚଳକୁ କାଲାହାରୀ ମରୁଭୂମି କୁହାଯାଏ ।
(ii) ଏହି ମରୁଭୂମିରେ ଓଟପକ୍ଷୀ ଦେଖାଯାଆନ୍ତି ।

(ଗ) ପାର୍ଥକ୍ୟ ଦର୍ଶାଅ ।
୧। ସାହାରା ଓ କାଲାହାରୀ :
Answer:

ସାହାରା କାଲାହାରୀ
(i) ଆଫ୍ରିକାର ଉତ୍ତର ପଶ୍ଚିମାଞ୍ଚଳରେ କମ୍ ବୃଷ୍ଟିପାତ ହେତୁ ସାହାରା ମରୁଭୂମି ସୃଷ୍ଟି ହୋଇଛି ।
(ii) ଏହା ପୃଥ‌ିବୀର ବୃହତ୍ତମ ଉଷ୍ଣ ମରୁଭୂମି ଅଟେ ।
(i) ଆଫ୍ରିକାର ଦକ୍ଷିଣ ପଶ୍ଚିମାଞ୍ଚଳରେ କମ୍ ବୃଷ୍ଟିପାତ ହେତୁ କାଲାହାରୀ ମରୁଭୂମି ସୃଷ୍ଟି ହୋଇଅଛି ।
(ii) ଏହା ଅପେକ୍ଷାକୃତ କ୍ଷୁଦ୍ର ଉଷ୍ଣ ମରୁଭୂମି ଅଟେ ।

୨। ସାଭାନ୍ନା ଓ ଡାଉନସ୍ :
Answer:

ସାଭାନ୍ନା ଡାଉନସ୍
(i) ଆଫ୍ରିକା ଓ ଉତ୍ତର ଆମେରିକାର ଗ୍ରୀଷ୍ମମଣ୍ଡଳୀୟ
ତୃଣଭୂମିକୁ ସାଭାନ୍ନା କୁହାଯାଏ ।
(ii) ଏହି ତୃଣଭୂମିର ଘାସଗୁଡ଼ିକ ମୋଟା ଓ ଲମ୍ବା ।
(i) ଅଷ୍ଟ୍ରେଲିଆ ନାତିଶୀତୋଷ୍ଣ ମଣ୍ଡଳୀୟ ତୃଣଭୂମିକୁ
ଡାଉନସ୍ କୁହାଯାଏ ।
(ii) ଏହି ତୃଣଭୂମିର ଘାସ ଛୋଟ ଓ ନରମ ।

୩ । ସାଭାନ୍ନା ଓ ସେଲ୍‌ :
Answer:

ସାଭାନ୍ନା ସେଲ୍‌
(i) ଆଫ୍ରିକା ଓ ଉତ୍ତର ଆମେରିକାର ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମିକୁ ସାଭାନ୍ନା କୁହାଯାଏ । ଏହି ତୃଣଭୂମିରେ ଘାସଗୁଡ଼ିକ ମୋଟା ଓ ଲମ୍ବା ।
(ii) ଏହା ଆମାଜନ ନଦୀର ଉଭୟ ପାର୍ଶ୍ଵରେ ବ୍ରାଜିଲ୍‌ରେ ଓ ଓରିନୋକୋ ନଦୀ ଉପତ୍ୟକାରେ ଦେଖାଯାଏ ।
(i) ଆମାଜନ୍ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ପ୍ରଚୁର ବୃଷ୍ଟିପାତ ହେଉଥ‌ିବା ଯୋଗୁଁ ଏଠାରେ ନିରକ୍ଷୀୟ ଚିରହରିତ୍‌ ଅରଣ୍ୟ ଦେଖାଯାଏ । ଏହି ଅରଣ୍ୟକୁ ସେଲ୍‌ଭା କୁହାଯାଏ ।
(ii) ଏହି ଅରଣ୍ୟ ପୃଥ‌ିବୀର ବୃହତ୍ତମ ଅରଣ୍ୟ ।

(ଘ) ଭୌଗୋଳିକ କାରଣ ଦର୍ଶାଅ ।
୧। ଆଫ୍ରିକା ମହାଦେଶରେ ଏକ ସମୟରେ ଦୁଇଟି ଋତୁ ଅନୁଭୂତ ହୁଏ ।
Answer:
(i) ଆଫ୍ରିକା ମହାଦେଶର ମଧ୍ୟଭାଗ ଦେଇ ବିଷୁବରେଖା ଯାଇଥ‌ିବାରୁ ଏହାର ଉତ୍ତର ଭାଗ ଉତ୍ତର ଗୋଲାର୍ଦ୍ଧରେ ଓ ଦକ୍ଷିଣ ଭାଗ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ।
(ii) ତେଣୁ ଆଫ୍ରିକା ମହାଦେଶରେ ଏକ ସମୟରେ ଦୁଇଟି ଋତୁ ଅନୁଭୂତ ହୁଏ । ଅର୍ଥାତ୍‌ ଉତ୍ତର ଭାଗରେ ଗ୍ରୀଷ୍ମଋତୁ ବେଳେ ଦକ୍ଷିଣ ଭାଗରେ ଶୀତଋତୁ ଓ ଦକ୍ଷିଣଭାଗରେ ଗ୍ରୀଷ୍ମଋତୁ ବେଳେ ଉତ୍ତର ଭାଗରେହୋଇଥାଏ ।

୨। ମିଶରକୁ ପିରାମିଡ଼ର ଦେଶ କୁହାଯାଏ ।
Answer:
(i) ମିଶର ଦେଶର ପୂର୍ବ ରାଜାମାନଙ୍କ କବରସ୍ଥଳୀଗୁଡ଼ିକୁ ପିରାମିଡ୍ କୁହାଯାଏ ।
(ii) ମିଶର ଦେଶରେ ପୃଥ‌ିବୀ ପ୍ରସିଦ୍ଧ ପିରାମିଡ଼ଗୁଡ଼ିକ ଅଛି । ଏଗୁଡ଼ିକୁ ଦେଖିବାପାଇଁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି । ତେଣୁ ମିଶରକୁ ପିରାମିଡ଼ର ଦେଶ କୁହାଯାଏ ।

BSE Odisha 6th Class Geography Important Questions Chapter 6(b) ଆଫ୍ରିକା

୩। ଆଫ୍ରିକାର ସାଭାନ୍ନା ତୃଣଭୂମିକୁ ପୃଥ‌ିବୀର ଚିଡ଼ିଆଖାନା କୁହାଯାଏ ।
Answer:
(i) ଆଫ୍ରିକା ମହାଦେଶର ସାଭାନ୍ନା ତୃଣଭୂମି ଅଞ୍ଚଳରେ ବିଭିନ୍ନ ଜାତିର ଲମ୍ବା ଓ ମୋଟା ତୃଣମାନ ବିସ୍ତୀର୍ଣ୍ଣ ଭାବରେ ଦେଖିବାକୁ ମିଳେ ।
(ii) ଫଳରେ ଏହି ତୃଣଭୂମି ଅଞ୍ଚଳରେ ଗୟଳ, ଚିତା, ହରିଣ, ଜେବ୍ରା, ଜିରାଫ୍, ବିଲୁଆ, ସିଂହ ଓ ହେଟାବାଘ ଆଦି ପ୍ରାଣୀ ବାସ କରନ୍ତି । ତେଣୁ ଏହି ଅଞ୍ଚଳକୁ ପୃଥ‌ିବୀର ଚିଡ଼ିଆଖାନା କୁହାଯାଏ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।
(୧) ଚିରହରିତ୍‌ ଅରଣ୍ୟ ବର୍ଷସାରା _____________________ ରହେ ।
Answer:
ସବୁଜ

(୨) ଆଫ୍ରିକାର ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମିକୁ ________________ କୁହାଯାଏ ।
Answer:
ସାଭାନ୍ନା

(୩) ପୃଥ‌ିବୀର ଦୀର୍ଘତମ ନଦୀ _______________ ଅଟେ ।
Answer:
ନୀଳନଦୀ

(୪) ମିଶର ଦେଶର ରାଜଧାନୀ ______________ ଅଟେ ।
Answer:
କାଇରୋ

(୫) ଆଲଆଜିଜିୟାଠାରେ ପୃଥ‌ିବୀର ସର୍ବୋଚ୍ଚ ତାପମାତ୍ରା ________________ ରେକର୍ଡ଼ କରାଯାଉଛି ।
Answer:
୫୮°

BSE Odisha 6th Class Geography Important Questions Chapter 6(b) ଆଫ୍ରିକା

(୬) ଜାମ୍ବେଜୀ ନଦୀରେ ____________ ଜଳପ୍ରପାତ ଅବସ୍ଥିତ ।
Answer:
ଭିକ୍ଟୋରିଆ

(୭) ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମାଞ୍ଚଳରେ _______________ ପର୍ବତମାଳା ଅବସ୍ଥିତ ।
Answer:
ଆଟ୍‌ସ

(୮) ପୃଥ‌ିବୀର ବୃହତ୍ତମ ଉଷ୍ଣ ମରୁଭୂମି __________________ ଅଟେ ।
Answer:
ସାହାରା

(୯) __________________ ମହାଦେଶ କ୍ଷେତ୍ରଫଳ ଦୃଷ୍ଟିରୁ ଦ୍ଵିତୀୟ ବୃହତ୍ତମ ମହାଦେଶ ।
Answer:
ଆଫ୍ରିକା

(୧୦) __________________ ର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଚୁର ବୃଷ୍ଟିପାତ ହୁଏ ।
Answer:
ବିଷୁବରେଖା

(ଖ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ପୃଥ‌ିବୀର ବୃହତ୍ତମ ନଦୀ – ଆମାଜନ୍
(୨) ଆଫ୍ରିକାର ବିଷୁବମଣ୍ଡଳୀୟ ଅଞ୍ଚଳରେ ଯେଉଁ ଅରଣ୍ୟ ଦେଖାଯାଏ – ଚିରହରିତ୍
(୩) ପୃଥ‌ିବୀର ଦୀର୍ଘତମ ନଦୀ ଯେଉଁ ମହାଦେଶରେ ପ୍ରବାହିତ – ଆଫ୍ରିକା
(୪) ଆଫ୍ରିକା ମହାଦେଶର ବୃହତ୍ତମ ସହର – କାଇରୋ
(୫) ମିଶର ଦେଶର ପୂର୍ବରାଜାମାନଙ୍କର କବରସ୍ଥଳୀ – ପିରାମିଡ଼୍
(୬) ଆଫ୍ରିକାର ପ୍ରାଚୀନ ଅଧ୍ବବାସୀ – ନିମ୍ନୋ
(୭) ପଥବୀର ଚିଡ଼ିଆଖାନା – ସାଭାନ୍ନା ତୃଣଭୂମି
(୮) ଜାମ୍ବେଜୀ ନଦୀର ଯେଉଁ ଜଳପ୍ରପାତ ଅବସ୍ଥିତ – ଭିକ୍ଟୋରିଆ
(୯) ଘାନାର ରାଜଧାନୀ – ଆକ୍ରା
(୧୦) ଦକ୍ଷିଣ ଆଫ୍ରିକାର ରାଜଧାନୀ – ପ୍ରିଟୋରିଆ

(ଗ) ସ୍ତମ୍ଭ ମିଳନ କର ।

BSE Odisha 6th Class Geography Important Questions Chapter 6(b) ଆଫ୍ରିକା 1
Answer:
BSE Odisha 6th Class Geography Important Questions Chapter 6(b) ଆଫ୍ରିକା 2

BSE Odisha 6th Class Geography Important Questions Chapter 6(b) ଆଫ୍ରିକା 3
Answer:
BSE Odisha 6th Class Geography Important Questions Chapter 6(b) ଆଫ୍ରିକା 4

(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଆଫ୍ରିକାର ବିକାଶଶୀଳ ଦେଶ କିଏ ?
(A) ନାଇଜେରିଆ
(B) ଘାନା
(C) ତାଞ୍ଜାନିଆ
(D) ମରକୋ
Answer:
ନାଇଜେରିଆ

BSE Odisha 6th Class Geography Important Questions Chapter 6(b) ଆଫ୍ରିକା

୨। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀର ଦୀର୍ଘତମ ନଦୀ କିଏ ?
(A) ଜାମ୍ବେଜୀ
(B) ଅରେଞ୍ଜ
(C) ଆମାଜନ୍
(D) ନୀଳନଦୀ
Answer:
ନୀଳନଦୀ

୩। ଆଫ୍ରିକାର କେଉଁ ଭାଗରେ ବୃଷ୍ଟିପାତର ପରିମାଣ ସର୍ବାଧ‌ିକ ?
(A) ମଧ୍ଯ
(B) ଉତ୍ତର
(C) ଦକ୍ଷିଣ
(D) ଉତ୍ତର ପୂର୍ବ
Answer:
ମଧ୍ଯ

୪। ନିମ୍ନଲିଖ୍ କେଉଁ ହ୍ରଦରୁ ନୀଳନଦୀ ବାହାରିଛି ?
(A) ମାକାଞ୍ଜି
(B) ଓରିନାକୋ
(C) ଅରେଞ୍ଜ
(D) ଭିକ୍ଟୋରିଆ
Answer:
ଭିକ୍ଟୋରିଆ

୫। ପୃଥ‌ିବୀର ଦ୍ଵିତୀୟ ବୃହତ୍ତମ ମହାଦେଶ କେଉଁଟି ?
(A) ଏସିଆ
(B) ଆଫ୍ରିକା
(C) ଅଷ୍ଟ୍ରେଲିଆ
(D) ୟୁରୋପ
Answer:
ଆଫ୍ରିକା

୬। ନିମ୍ନଲିଖ ମଧ୍ୟରୁ ଜିମ୍ବାୱେର ରାଜଧାନୀ କିଏ ?
(A) ଲୁସାକା
(B) ରବର୍ଟ
(C) ହରାରେ
(D) ଖାରତୁମ୍
Answer:
ହରାରେ

୭। ନିମ୍ନଲିଖ କେଉଁ ଦେଶକୁ ‘ପିରାମୁଡ଼ର ଦେଶ’ କୁହାଯାଏ ?
(A) ଇରାକ୍
(B) ଇରାନ୍
(C) ମିଶର
(D) ଲିବିୟା
Answer:
(C) ମିଶର

BSE Odisha 6th Class Geography Important Questions Chapter 6(b) ଆଫ୍ରିକା

୮। ଆଜିଜିୟାଠାରେ ପୃଥ‌ିବୀର ସର୍ବୋଚ୍ଚ ତାପମାତ୍ରା କେତେ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ଼ କରାଯାଇଛି ?
(A) ୫୪°
(B) ୫୫°
(C) ୫୭°
(D) ୫୮°
Answer:
(D) ୫୮°

ତୁମ ପାଇଁ କାମ :

→ ଆଫ୍ରିକାର ରେଖାଙ୍କିତ ମାନଚିତ୍ର ଅଙ୍କନ କରି ନିମ୍ନଲିଖଗୁଡ଼ିକୁ ଦର୍ଶାଅ ।
ନଦୀ –ନୀଳନଦୀ, ଜାଇରେ, ଅରେଞ୍ଜ, ନାଇଜର, ଜାମ୍ବେଜୀ
ପର୍ବତ – ଆଟ୍‌ସ୍
ମରୁଭୂମି – ସାହାରା ଓ କାଲାହାରୀ
ହ୍ରଦ – ଭିକ୍ଟୋରିଆ
Answer:
(ନିଜେ କର।)

→ ଆଫ୍ରିକା ମହାଦେଶର ଯେକୌଣସି ୧୫ଟି ଦେଶର ନାମ ସହ ପ୍ରତ୍ୟେକର ରାଜଧାନୀଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
Answer:

BSE Odisha 6th Class Geography Important Questions Chapter 6(b) ଆଫ୍ରିକା 5

→ ଆଫ୍ରିକାର ବିଭିନ୍ନ ଆଦିମ ଅଧ‌ିବାସୀମାନଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କର ।
ଆଫ୍ରିକାରେ ସାଧାରଣତଃ ଆଫ୍ରିକୀୟ ଏବଂ ଅଣଆଫ୍ରିକୀୟ ଅଧ୍ବବାସୀ ବାସ କରନ୍ତି । ନିଗ୍ରୋମାନେ ଆଫ୍ରିକାର ପ୍ରାଚୀନ ଅଧ୍ବବାସୀ । ଅଣଆଫ୍ରିକୀୟମାନେ ଏସିଆ ଓ ଇଉରୋପ ମହାଦେଶରୁ ଆସି ଏଠାରେ ଶହ ଶହ ବର୍ଷ ଧରି ବାସ କରୁଛନ୍ତି । ନୀଳନଦୀର ଉପତ୍ୟକା ଏବଂ ତା’ର ତ୍ରିକୋଣଭୂମି ଅଞ୍ଚଳରେ ମୃଭିକା ଉର୍ବର ଓ ଜଳସେଚନର ସୁବିଧା ଥ‌ିବା ଯୋଗୁ ଲୋକମାନେ କୃଷିକାର୍ଯ୍ୟ ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି । ଭୂମଧ୍ୟ ସାଗର ତୀରବର୍ତ୍ତୀ ଅଞ୍ଚଳର ଲୋକେ ଅଙ୍ଗୁର କମଳାଲେମ୍ବୁ ଇତ୍ୟାଦି ଫଳଚାଷ କରି ଜୀବିକା ନିର୍ବାହ କରନ୍ତି । ଏହି ମହାଦେଶର ଅଧିକାଂଶ ଲୋକ ଶିଳ୍ପ, ବାଣିଜ୍ୟ ଓ ଗମନାଗମନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇ ଜୀବିକା ନିର୍ବାହ କରନ୍ତି ।

Leave a Comment