Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3 Textbook Exercise Questions and Answers.
BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3
Question 1.
\overleftrightarrow{\mathrm{AB}} ଅଙ୍କନ କର । ଏହାର ବହିଃସ୍ଥ ‘P’ ବିନ୍ଦୁ ନିଅ । P ବିନ୍ଦୁ ଦେଇ \overleftrightarrow{\mathrm{AB}} ସହ ସମାନ୍ତର \overleftrightarrow{\mathrm{CD}} ଅଙ୍କନ କର । (ଅଙ୍କନ ପାଇଁ କେବଳ ସ୍କେଲ୍ ଓ କମ୍ପାସ ବ୍ୟବହାର କରାଯିବ ।)
ସମାଧାନ:
ଅଙ୍କନ ପ୍ରଣାଳୀ:
(i) \overleftrightarrow{\mathrm{AB}} ସରଳରେଖା ଅଙ୍କନ କର । ଏହାର ବହିଃସ୍ଥ ବିନ୍ଦୁ P ନିଅ ।
(ii) \overleftrightarrow{\mathrm{AP}} ଅଙ୍କନ କର ।
(iii) A କୁ କେନ୍ଦ୍ରଭାବେ ନେଇ ଯେକୌଣସି ବ୍ୟାସାର୍ଥବିଶିଷ୍ଟ ଏକ ଚାପ ଅଙ୍କନ କର ଯେପରି ସେହି ଚାପ \overleftrightarrow{\mathrm{AB}} କୁ M ବିନ୍ଦୁରେ ଓ \overleftrightarrow{\mathrm{AP}} କୁ N ବିନ୍ଦୁରେ ଛେଦ କରିବ ।
(iv) ବର୍ତ୍ତମାନ Pକୁ କେନ୍ଦ୍ରକରି ପୂର୍ବ ସୋପାନରେ ନେଇଥିବା ବ୍ୟାସାର୍ଷକୁ ନବଦଳାଇ ଏକ ଚାପ ଅଙ୍କନ କର, ଯାହା \overleftrightarrow{\mathrm{AP}} କୁ ଛେଦ କରିବ । ଏହି ଚାପର ଛେଦବିନ୍ଦୁର ନାମ E ଦିଅ ।
(v) E କୁ କେନ୍ଦ୍ରକରି M ଓ N ମଧ୍ୟସ୍ଥ ଦୂରତାକୁ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର, ଯାହା ପୂର୍ବ ସୋପାନରେ ଅଙ୍କିତ ଚାପକୁ ଛେଦ କରିବ । ଛେଦବିନ୍ଦୁର ନାମ D ଦିଆଯାଉ ।
(vi) ବର୍ତ୍ତମାନ P ଓ D ବିନ୍ଦୁରେ ସଂଯୋଜକ ରେଖା \overleftrightarrow{\mathrm{DP}} ଯୋଗକରି \overleftrightarrow{\mathrm{CD}} ସରଳରେଖା ଅଙ୍କନ କର । ଏଠାରେ \overleftrightarrow{\mathrm{AB}} || \overleftrightarrow{\mathrm{CD}}
Question 2.
\overleftrightarrow{\mathrm{PQ}} ଅଙ୍କନ କର । \overleftrightarrow{\mathrm{PQ}} ଠାରୁ 4 ସେ.ମି. ଦୂରତାରେ \overleftrightarrow{\mathrm{CD}} ଅଙ୍କନ କର, ଯେପରି \overleftrightarrow{\mathrm{PQ}} || \overleftrightarrow{\mathrm{CD}} ହେବ ।
ସମାଧାନ:
ଅଙ୍କନ ପ୍ରଣାଳୀ:
(i) \overleftrightarrow{\mathrm{PQ}} ଅଙ୍କନ କର । \overleftrightarrow{\mathrm{PQ}} ଉପରେ X ଏକ ବିନ୍ଦୁ ଚିହ୍ନଟ କର ।
(ii) X ବିନ୍ଦୁରେ ∠YXQ ଅଙ୍କନ କର ଯାହାର ପରିମାଣ 90° ।
(iii) X ବିନ୍ଦୁକୁ କେନ୍ଦ୍ରକରି 4 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ଚାପ ଅଙ୍କନ କର ଯାହା X͞Y କୁ R ବିନ୍ଦୁରେ ଛେଦ କରିବ ।
(iv) R ବିନ୍ଦୁରେ X͞Y ପ୍ରତି ଲମ୍ବ ଅଙ୍କନ କର (ଦ୍ୱିତୀୟ ସୋପାନ ଭଳି) ସେ ସରଳରେଖାର ନାମ \overleftrightarrow{\mathrm{CD}} ଦିଅ ।
(v) ବର୍ତ୍ତମାନ \overleftrightarrow{\mathrm{CD}} || \overleftrightarrow{\mathrm{PQ}} ।
Question 3.
l ନାମକ ସରଳରେଖା ନିଅ ଓ P ବିନ୍ଦୁ ନିଅ ଯାହା l ଉପରେ ନ ଥିବା P ବିନ୍ଦୁଦେଇ l ସହିତ ସମାନ୍ତର କରି ‘m’ ସରଳରେଖା ଅଙ୍କନ କର ।
- ଏବେ l ଉପରେ Q ନାମକ ବିନ୍ଦୁ ନିଅ ଏବଂ PQ ଅଙ୍କନ କର ।
- m ଉପରେ R ବିନ୍ଦୁ ନିଅ । R ବିନ୍ଦୁ ଦେଇ PQ ସହ ସମାନ୍ତର କରି ଗୋଟିଏ ସରଳରେଖା ଅଙ୍କନ କର ।
- ଏହି ସରଳରେଖା l କୁ S ବିନ୍ଦୁରେ ଛେଦ କରୁ ।
- ଏହି ଦୁଇ ଯୋଡ଼ା ସମାନ୍ତର ସରଳ ରେଖା ଦ୍ଵାରା କେଉଁ ପ୍ରକାରର ଆକୃତି ସୃଷ୍ଟି ହେଉଛି ?
ସମାଧାନ:
ଦୁଇଯୋଡ଼ା ସମାନ୍ତର ସରଳରେଖାଦ୍ଵାରା ସାମାନ୍ତରିକ ଚିତ୍ର ସୃଷ୍ଟି ହେବ ।