BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା

Odisha State Board BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା Important Questions and Answers.

BSE Odisha Class 6 Geography Important Questions Chapter 6(d) ଦକ୍ଷିଣ ଆମେରିକା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଦକ୍ଷିଣ ଆମେରିକାର ଭୌଗୋଳିକ ଅବସ୍ଥିତି ଏହାର ଜଳବାୟୁକୁ କିପରି ନିୟନ୍ତ୍ରଣ କରିଥାଏ ?
Answer:

  • ଏହି ମହାଦେଶର ବିଷୁବବୃତ୍ତ ଓ ମକରକ୍ରାନ୍ତି ମଧ୍ୟବର୍ତ୍ତୀ ବୃହତ୍ ଅଞ୍ଚଳରେ ଉଷ୍ଣ ଜଳବାୟୁ ଅନୁଭୂତ ହୁଏ ।
  • ଏହି ମହାଦେଶର ଦକ୍ଷିଣପ୍ରାନ୍ତ କୁମେରୁ ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ ।
  • ପାର୍ବତ୍ୟ ଅଞ୍ଚଳରେ ମଧ୍ୟ ଖୁବ୍ ଥଣ୍ଡା ଅନୁଭୂତ ହୁଏ ।
  • ଆମାଜନ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ପ୍ରଚୁର ବୃଷ୍ଟି ହେଉଥ‌ିବାରୁ ସେଠାରେ ନିରକ୍ଷୀୟ ଚିରହରିତ୍‌ ଜଙ୍ଗଲ ‘ସେଲ୍‌ଭା’ ଦେଖାଯାଏ ।
  • ଆମାଜନ ନଦୀର ଉଭୟ ପାର୍ଶ୍ବରେ ସାଭାନ୍ନା ତୃଣଭୂମି ଦେଖାଯାଏ । ଏହି ତୃଣଭୂମି ବ୍ରାଜିଲରେ କାମ୍ପୋସ୍ ଓ ଓରିନୋକୋ ଉପତ୍ୟକାରେ ‘ଲାନୋସ୍’ କୁହାଯାଏ ।

୨। ଦକ୍ଷିଣ ଆମେରିକାର ଅଧ୍ବବାସୀ ଓ ସେମାନଙ୍କ ଜୀବନଯାପନ ପ୍ରଣାଳୀ ବିଷୟରେ ଲେଖ ।
Answer:

  • ଲୋହିତ ଭାରତୀୟ, ନିଗ୍ରୋ ଓ ୟୁରୋପୀୟମାନେ ଦକ୍ଷିଣ ଆମେରିକାରେ ବାସ କରନ୍ତି ।
  • ଚାଷଜମି କମ୍ ଥୁଲେ ହେଁ ଏହି ମହାଦେଶର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରନ୍ତି ।
  • ଗୋପାଳନ ଓ ମେଷପାଳନ ଦକ୍ଷିଣ ଆମେରିକାର ଲୋକମାନଙ୍କ ପ୍ରଧାନ ବ୍ୟବସାୟ । ସେମାନେ ଘୋଡ଼ା ଓ ଗଧ ମଧ୍ୟ ପାଳନ୍ତି ।
  • ମାଂସ, ପଶମ ଓ ଚମଡ଼ା ବ୍ୟବସାୟ କରି ଅନେକ ଅଧ୍ବବାସୀ ଜୀବିକା ନିର୍ବାହ କରନ୍ତି । ମାଛ ଧରିବା ମଧ୍ୟ ଏଠାକାର ଅନେକ ଲୋକଙ୍କ ପ୍ରଧାନ ଜୀବିକା ।
  • ଏହାଛଡ଼ା ଶିଳ୍ପ, ଖଣିଜ ଉତ୍ତୋଳନ, ଶିକ୍ଷା, ଗମନାଗମନ, ଆଦି କ୍ଷେତ୍ରରେ ଅନେକ ଲୋକ ନିଯୁକ୍ତି

୩। ଦକ୍ଷିଣ ଆମେରିକାର ଜଳବାୟୁ ଓ ନଦୀଗୁଡ଼ିକ ବିଷୟରେ ଲେଖ ।
Answer:

  • ଦକ୍ଷିଣ ଆମେରିକାର ବିଷବ ବୃତ୍ତ ଓ ମକରକ୍ରାନ୍ତି ମଧ୍ୟବର୍ତ୍ତୀ ଅଞ୍ଚଳରେ ଉଷ୍ଣ ଜଳବାୟୁ ଅନୁଭୂତ ହୁଏ ।
  • ଏହି ମହାଦେଶର କୁମେରୁ ବୃତ୍ତ ନିକଟବର୍ତ୍ତୀ ଦକ୍ଷିଣପ୍ରାନ୍ତ ଓ ପାର୍ବତ୍ୟ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୁଏ ।
  • ସମଗ୍ର ମହାଦେଶରେ ଉତ୍ତମ ବୃଷ୍ଟିପାତ ହୋଇଥାଏ ।
  • ଦକ୍ଷିଣ ଆମେରିକାରେ ପ୍ରବାହିତ ଆମାଜନ ନଦୀ ପୃଥ‌ିବୀର ବୃହତ୍ତମ ନଦୀ ।
  • (ଏହି ମହାଦେଶର ଅନ୍ୟାନ୍ୟ ନଦୀମାନଙ୍କ ମଧ୍ୟରେ ଆଣ୍ଡିଜ୍‌ ପର୍ବତମାଳାରୁ ବାହାରିଥିବା ଓରିନୋକୋ, ପାରନା-ପାରାଗୁଏ ଓ ଉରୁଗୁଏ ନଦୀ ପ୍ରଧାନ ।

BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା

ସଂକ୍ଷେପରେ ଉତ୍ତର ଦିଅ ।
(କ) ସଂକ୍ଷେପରେ ଉତ୍ତର ଦିଅ ।

୧। ଲାନୋସ୍ ଓ କାର୍ଲୋସ୍ କାହାକୁ କୁହାଯାଏ ?
Answer:
(i)ସାଭାନ୍ନା ତୃଣଭୂମିକୁ ଓରିନୋକୋ ନଦୀ ଉପତ୍ୟକାରେ ‘ଲାନୋସ୍’ କୁହାଯାଏ ।
(ii) ଏହି ତୃଣଭୂମିକୁ ବ୍ରାଜିଲରେ ‘କାମ୍ବୋସ’ କୁହାଯାଏ ।

୨। ଦକ୍ଷିଣ ଆମେରିକାରେ କେଉଁ କେଉଁ ଜାତିର ଲୋକେ ବାସ କରନ୍ତି ?
Answer:
(i) ଦକ୍ଷିଣ ଆମେରିକାରେ ମୁଖ୍ୟତଃ ଲୋହିତ ଭାରତୀୟ । ନିଗ୍ରୋ ଓ ୟୁରୋପୀୟମାନେ ବାସ କରନ୍ତି ।
(ii) ୟୁରୋପୀୟମାନଙ୍କ ମଧ୍ୟରେ ପର୍ତ୍ତୁଗୀଜ ଓ ସ୍ପେନୀୟ ଅଧିକ ସଂଖ୍ୟାରେ ବାସ କରନ୍ତି ।

୩। ଦକ୍ଷିଣ ଆମେରିକାର ଜଳବାୟୁ କିପରି ?
Answer:
(i) ଦକ୍ଷିଣ ଆମେରିକାର ବିଷୁବବୃତ୍ତ ଓ ମକର କ୍ରାନ୍ତି ମଧ୍ୟବର୍ତ୍ତୀ ଅଞ୍ଚଳରେ ଉଷ୍ଣ ଜଳବାୟୁ, କୁମେରୁ ନିକଟବର୍ତ୍ତୀ ଅଞ୍ଚଳ ଓ ପାର୍ବତ୍ୟାଞ୍ଚଳରେ ଅତ୍ୟଧିକ ଥଣ୍ଡା ଜଳବାୟୁ ଅନୁଭୂତ ହୁଏ ।
(ii) ସମଗ୍ର ମହାଦେଶରେ ଉତ୍ତମ ବୃଷ୍ଟିପାତ ହୁଏ ।

୪। ପୃଥ‌ିବୀର ବୃହତ୍ତମ ଅରଣ୍ୟର ନାମ କ’ଣ ? ଏହା କେଉଁଠାରେ ଦେଖାଯାଏ ?
Answer:
(i) ନିରକ୍ଷୀୟ ଚିରହରିତ ଅରଣ୍ୟ ପୃଥ‌ିବୀର ବୃହତ୍ତମ ଅରଣ୍ୟ ଅଟେ ।
(ii) ଏହା ଦକ୍ଷିଣ ଆମେରିକାର ଆମାଜନ ନଦୀ ଉପତ୍ୟକା ଅଞ୍ଚଳରେ ଦେଖାଯାଏ ।

୫। ଜାଗୁଆର କ’ଣ ?
Answer:
(i) ଜାଗୁଆର ଦକ୍ଷିଣ ଆମେରିକାର ଚିତାବାଘ ଅଟେ ।
(ii) ଏହା ଗଛ ଚଢ଼ିପାରେ ଓ ପାଣିରେ ପହଁରିପାରେ ।

୬। ସେଭା ଅରଣ୍ୟରେ କେଉଁସବୁ ପଶୁପକ୍ଷୀ ଦେଖାଯାଆନ୍ତି ?
Answer:
(i) ସେଲଭା ଅରଣ୍ୟରେ ବିଭିନ୍ନ ପ୍ରକାର ସରୀସୃପ, ମାଙ୍କଡ଼, ଜାଗୁଆର ଓ ପୁମା ପରି ହିଂସ୍ରଜନ୍ତୁ ଦେଖାଯାଆନ୍ତି ।
(ii) ବଜ୍ରକାପ୍‌ତା ଓ ଅନେକ ଜାତିର ପକ୍ଷୀ ଏଠାରେ ବାସ କରନ୍ତି ।

BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା

୭। ଆର୍ମାଡ଼ିଲୋ କ’ଣ ?
Answer:
(i) ଆର୍ମାଡ଼ିଲୋ ଏକ ଦନ୍ତହୀନ ପ୍ରାଣୀ ଅଟେ ।
(ii) ଏହାର ଜିଭ ଓ ମୁହଁ ଲମ୍ବା । ଏହା କୀଟପତଙ୍ଗ, ଜନ୍ଦା, ପିମ୍ପୁଡ଼ି ପ୍ରଭୃତି ଖାଇ ବଞ୍ଚେ ।

(ଖ) ପାର୍ଥକ୍ୟ ଦର୍ଶାଅ ।
୧। ସାଭାନ୍ନା ଓ ସେଲ୍‌
Answer:

ସାଭାନ୍ନା ସେଲ୍‌
(i) ଆଫ୍ରିକା ଓ ଉତ୍ତର ଆମେରିକାର ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମିକୁ ସାଭାନ୍ନା କୁହାଯାଏ । ଏହି ତୃଣଭୂମିରେ ଘାସଗୁଡ଼ିକ ମୋଟା ଓ ଲମ୍ବା ।
(ii) ଏହା ଆମାଜନ ନଦୀର ଉଭୟ ପାର୍ଶ୍ଵ ରେ, ବ୍ରାଜିଲରେ ଓ ଓରିନୋକୋ ନଦୀ ଉପତ୍ୟକାରେ ଦେଖାଯାଏ ।
(i) ଆମାଜନ୍ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ଆମାଜନ୍ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ନିରକ୍ଷୀୟ ଚିରହରିତ୍‌ ଅରଣ୍ୟ ଦେଖାଯାଏ । ଏହି ଅରଣ୍ୟକୁ ସେଲଭା କୁହାଯାଏ ।
(ii) ଏହି ଅରଣ୍ୟ ପୃଥ‌ିବୀର ବୃହତ୍ତମ ଅରଣ୍ୟ ।

୨ । କାସ ଓ ପମ୍ପାସ :
Answer:

କାସ ପମ୍ପାସ
(i) ସାଭାନ୍ନା ତୃଣଭୂମିକୁ ବ୍ରାଜିଲ୍‌ରେ କାମ୍ବୋସ କହନ୍ତି ।
(ii) ଏହା ଏକ ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମି ।
(i) ଆର୍ଜେଣ୍ଟିନାରେ ପମ୍ପାସ ତୃଣଭୂମି ଦେଖାଯାଏ ।
(ii) ପମ୍ପାସ ଏକ ନାତିଶୀତୋଷ୍ଣ ମଣ୍ଡଳୀୟ ତୃଣଭୂମି ।

(ଗ) ଭୌଗୋଳିକ କାରଣ ଦର୍ଶାଅ ।
୧। ‘ଦକ୍ଷିଣ ଆମେରିକାର ନଦୀଗୁଡ଼ିକ ସୁନାବ୍ୟା ।
Answer:
(i) ଦକ୍ଷିଣ ଆମେରିକାର ନଦୀମାନଙ୍କରେ ବର୍ଷସାରା ଯଥେଷ୍ଟ ପାଣି ଥାଏ ।
(ii) ଏହି ନଦୀଗୁଡ଼ିକରେ ବର୍ଷସାରା ନୌଚାଳନା ସମ୍ଭବପର ହୋଇଥାଏ । ତେଣୁ ଦକ୍ଷିଣ ଆମେରିକାର ନଦୀଗୁଡ଼ିକ ସୁନାବ୍ୟା ।

BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା

୨। ଦକ୍ଷିଣ ଆମେରିକା ଦୁଧ, ମାଂସ, ପଶମ ଓ ଚମଡ଼ା ନିମନ୍ତେ ପ୍ରସିଦ୍ଧ ।
Answer:
(i) ଦକ୍ଷିଣ ଆମେରିକାରେ ବିସ୍ତୀର୍ଣ୍ଣ ଚାରଣଭୂମି ରହିଛି । କୃଷି ଭଳି ଗୋପାଳନ ଓ ମେଷପାଳନ ଏଠାକାର
(ii) ମାଂସ, ପଶମ ଓ ଚମଡ଼ା ବ୍ୟବସାୟ କରି ଅନେକ ଅଧ୍ବବାସୀ ଜୀବିକା ନିର୍ବାହ କରନ୍ତି । ତେଣୁ ଦକ୍ଷିଣ ଆମେରିକା ଦୁଧ, ମାଂସ, ପଶମ ଓ ଚମଡ଼ା ନିମନ୍ତେ ପ୍ରସିଦ୍ଧ ।

୨। ଶୂନ୍ୟସ୍ଥାନ ପୂରଣ କର ।
(୧) ଆମାଜନ ନଦୀର ଉଭୟପାର୍ଶ୍ଵରେ _________________ ତୃଣଭୂମି ଦେଖାଯାଏ ।
Answer:
ସାଭାନ୍ନା

(୨) ପୃଥ‌ିବୀର ବୃହତ୍ତମ ନଦୀ ________________ ।
Answer:
ଆମାଜନ

(୩) ଦକ୍ଷିଣ ଆମେରିକାର _________________ ପ୍ରାଣୀ ଦନ୍ତହୀନ ଅଟେ ।
Answer:
ଆର୍ମାଡ଼ିଲୋ

(୪) ପୃଥ‌ିବୀର ବୃହତ୍ତମ ଅରଣ୍ୟ ____________________ ।
Answer:
ସେଲ୍‌ଭା

(୫) ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିକୁ _________________ କୁହାଯାଏ ।
Answer:
ପମ୍ପାସ

(୬) ଭେନେଜୁଏଲା ଓ କଲମ୍ବିଆରେ _________________ ମିଳେ ।
Answer:
ଖଣିଜତୈଳ

(୭) ଦକ୍ଷିଣ ଆମେରିକାର ଅନେକ ଲୋକଙ୍କର ପ୍ରଧାନ ବ୍ୟବସାୟ _________________ ।
Answer:
ମାଛ ଧରିବା

(୮) _____________________ ଦକ୍ଷିଣ ଆମେରିକାର ଚିତାବାଘ ଅଟେ ।
Answer:
ଜାଗୁଆର

BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା

(୯) ଯେଉଁ ନଦୀଗୁଡ଼ିକରେ ବର୍ଷସାରା ନୌଚାଳନା ସମ୍ଭବପର ହୋଇଥାଏ, ସେହିଭଳି ନଦୀକୁ _____________________ କୁହାଯାଏ ।
Answer:
ସୁନାବ୍ୟା

(ଖ) ଗୋଟିଏ ବା ଦୁଇଟି ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ଦକ୍ଷିଣ ଆମେରିକାର ପଶ୍ଚିମରେ ଥ‌ିବା ପର୍ବତଶ୍ରେଣୀ – ଆଣ୍ଡିଜ୍ ପର୍ବତଶ୍ରେଣୀ
(୨) ଦକ୍ଷିଣ ଆମେରିକାରେ ବାସ କରୁଥିବା ଦନ୍ତହୀନ ପ୍ରାଣୀ – ଆର୍ମାଡ଼ିଲୋ
(୩) ଓରିନୋକୋ ନଦୀ ଉପତ୍ୟକାରେ ଥିବା ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମି – ଲାନୋସ୍
(୪) ବ୍ରାଜିଲରେ ଥ‌ିବା ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମି – କାମ୍ବୋସ୍
(୫) ପୃଥ‌ିବୀର ବୃହତ୍ତମ ଅରଣ୍ୟ – ସେଲ୍‌ଭା
(୬) ଆଣ୍ଡିଜ୍‌ର ଉଚ୍ଚ ଶୃଙ୍ଗରେ ବାସ କରୁଥିବା ଶାଗୁଣା ଜାତୀୟ ପକ୍ଷୀ – କଣ୍ଡର
(୭) ପାଟାଗୋନିଆ ଅଞ୍ଚଳରେ ବାସ କରୁଥିବା ପକ୍ଷୀ – ରିଆପକ୍ଷୀ
(୮) ଦକ୍ଷିଣ ଆମେରିକାର ବଳବାନ୍‌ ପ୍ରାଣୀ – ପୁମା

(ଗ) କେବଳ ନାମ ଲେଖ ।
(୧) ପୃଥ‌ିବୀର ବୃହତ୍ତମ ନଦୀ – ଆମାଜନ
(୨) ଦକ୍ଷିଣ ଆମେରିକାର ଚିତାବାଘ – ଜାଗୁଆର
(୩) ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ମରୁଭୂମି – ପାଟାଗୋନିଆ
(୪) ଚିଲିର ରାଜଧାନୀ – ସାଣ୍ଟିଆଗୋ
(୫) ଆର୍ଜେଣ୍ଟିନାର ରାଜଧାନୀ – ବୁଏନସ୍ ଏୟାରିସ୍
(୬) ପେରୁର ରାଜଧାନୀ – ଲିମା
(୭) କଲମ୍ବିଆର ରାଜଧାନୀ – ବୋଗୋଟା
(୮) ବ୍ରାଜିଲ୍‌ର ରାଜଧାନୀ – ବ୍ରାସିଲିଆ
(୯) ପୃଥ‌ିବୀର ଚତୁର୍ଥ ବୃହତ୍ତମ ମହାଦେଶ – ଦକ୍ଷିଣ ଆମେରିକା
(୧୦) ଦକ୍ଷିଣ ଆମେରିକାର ସିଂହ – ପୁମା

(ଘ) ସ୍ତମ୍ଭ ମିଳନ କର :
Answer:
BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା 1
Answer:
BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା 2

BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା 3
Answer:
BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା 4

(ଙ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ତୃଣଭୂମିରେ କେଉଁ ପ୍ରାଣୀ ଦେଖାଯାଆନ୍ତି ?
(A) ପୁମା
(B) ରିଆପକ୍ଷୀ
(C) ଜାଗୁଆର
(D) ଆର୍ମାଡିଲୋ
Answer:
(B) ରିଆପକ୍ଷୀ

BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା

୨। ସାଭାନ୍ନା ତୃଣଭୂମିକୁ ଓରିନୋକୋ ନଦୀ ଉପତ୍ୟକାରେ କ’ଣ କୁହାଯାଏ ?
(A) ସେଲ୍‌
(B) ଲାନୋସ୍
(C) କାର୍ମୋସ
(D) ପମ୍ପାସ
Answer:
(B) ଲାନୋସ୍

୩। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀର ବୃହତ୍ତମ ନଦୀ କିଏ ?
(A) ଆମାଜନ
(B) ମିଶୋରୀ
(C) ମସିସିପି
(D) ନୀଳ
Answer:
(A) ଆମାଜନ

୪। ନିମ୍ନଲିଖ ମଧ୍ୟରୁ କେଉଁ ପଶୁ ଗଛ ଚଢ଼ିପାରେ ଓ ପାଣିରେ ପହଁରିପାରେ ?
(A) ପୁମା
(B) ଜାଗୁଆର
(C) ମାଙ୍କଡ଼
(D) କଣ୍ଡର
Answer:
(B) ଜାଗୁଆର

୫। ନିମ୍ନଲିଖୂ ଜିନିଷ ମଧ୍ୟରୁ ଭେନେଜୁଏଲା ଓ କଲମ୍ବିଆରେ କ’ଣ ମିଳେ ?
(A) ରିଆ
(B) ଖଣିଜତୈଳ
(C) ସୁନା
(D) ହୀରା
Answer:
(B) ଖଣିଜତୈଳ

BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା

୬ । ଦକ୍ଷିଣ ଆମେରିକାର କେଉଁ ପକ୍ଷୀ ଉଡ଼ିପାରେ ନାହିଁ ?
(A) ରିଆ
(B) କାଉ
(C) ବଜ୍ରକାପ୍ତା
(D) ଚିଲ
Answer:
(A) ରିଆ

୭। ନିମ୍ନଲିଖୂତ ମଧ୍ୟରୁ କେଉଁଟି ଏକ ଦଣ୍ଡହୀନ ପ୍ରାଣୀ ?
(A) ପୁମା
(B) ମାଙ୍କଡ଼
(C) ଆର୍ମାଡ଼ିଲୋ
(D) ଜାଗୁଆର
Answer:
(C) ଆର୍ମାଡ଼ିଲୋ

୮। ନିମ୍ନଲିଖ କେଉଁ ପଶୁକୁ ଦକ୍ଷିଣ ଆମେରିକାର ଚିତାବାଘ କୁହାଯାଏ ?
(A) ପୁମା
(B) ବଜ୍ରକାପ୍ତା
(C) ବଣଘୁଷୁରୀ
(D) ଜାଗୁଆର
Answer:
(D) ଜାଗୁଆର

୯। ନିମ୍ନଲିଖ ମଧ୍ୟରୁ କେଉଁଟି ଦକ୍ଷିଣ ଆମେରିକାର ଏକ ବଡ଼ ହିଂସ୍ରଜନ୍ତୁ ?
(A) ପୁମା
(B) ବଜ୍ରକାପ୍ତା
(C) ଜାଗୁଆର
(D) ବଣଘୁଷୁରୀ
Answer:
(A) ପୁମା

BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା

→ ଦକ୍ଷିଣ ଆମେରିକାର ୧୦ଟି ଦେଶର ନାମ ଏବଂ ସେଗୁଡ଼ିକର ରାଜଧାନୀର ଏକ ତାଲିକା ପ୍ରସ୍ତୁତ କର ।
Answer:

BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା 5
BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା 6

→ ଦକ୍ଷିଣ ଆମେରିକାର ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖଗୁଡ଼ିକୁ ଦର୍ଶାଅ ।
ଆଣ୍ଡିଜ୍ ପର୍ବତମାଳା, ଓରିନୋକୋ ନଦୀ, ଆମାଜନ୍ ନଦୀ, ବିଷୁବମଣ୍ଡଳୀୟ ଅରଣ୍ୟ, ବୁଏନସ୍ ଏୟାରିସ୍ ସହର
Answer:
( ନିଜେ କର ।)

Leave a Comment