BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3

Question 1.
\(\overleftrightarrow{\mathrm{AB}}\) ଅଙ୍କନ କର । ଏହାର ବହିଃସ୍ଥ ‘P’ ବିନ୍ଦୁ ନିଅ । P ବିନ୍ଦୁ ଦେଇ \(\overleftrightarrow{\mathrm{AB}}\) ସହ ସମାନ୍ତର \(\overleftrightarrow{\mathrm{CD}}\) ଅଙ୍କନ କର । (ଅଙ୍କନ ପାଇଁ କେବଳ ସ୍କେଲ୍ ଓ କମ୍ପାସ ବ୍ୟବହାର କରାଯିବ ।)
ସମାଧାନ:
ଅଙ୍କନ ପ୍ରଣାଳୀ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3 1
(i) \(\overleftrightarrow{\mathrm{AB}}\) ସରଳରେଖା ଅଙ୍କନ କର । ଏହାର ବହିଃସ୍ଥ ବିନ୍ଦୁ P ନିଅ । 
(ii) \(\overleftrightarrow{\mathrm{AP}}\) ଅଙ୍କନ କର ।
(iii) A କୁ କେନ୍ଦ୍ରଭାବେ ନେଇ ଯେକୌଣସି ବ୍ୟାସାର୍ଥବିଶିଷ୍ଟ ଏକ ଚାପ ଅଙ୍କନ କର ଯେପରି ସେହି ଚାପ \(\overleftrightarrow{\mathrm{AB}}\) କୁ M ବିନ୍ଦୁରେ ଓ \(\overleftrightarrow{\mathrm{AP}}\) କୁ N ବିନ୍ଦୁରେ ଛେଦ କରିବ ।
(iv) ବର୍ତ୍ତମାନ Pକୁ କେନ୍ଦ୍ରକରି ପୂର୍ବ ସୋପାନରେ ନେଇଥ‌ିବା ବ୍ୟାସାର୍ଷକୁ ନବଦଳାଇ ଏକ ଚାପ ଅଙ୍କନ କର, ଯାହା \(\overleftrightarrow{\mathrm{AP}}\) କୁ ଛେଦ କରିବ । ଏହି ଚାପର ଛେଦବିନ୍ଦୁର ନାମ E ଦିଅ ।
(v) E କୁ କେନ୍ଦ୍ରକରି M ଓ N ମଧ୍ୟସ୍ଥ ଦୂରତାକୁ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର, ଯାହା ପୂର୍ବ ସୋପାନରେ ଅଙ୍କିତ ଚାପକୁ ଛେଦ କରିବ । ଛେଦବିନ୍ଦୁର ନାମ D ଦିଆଯାଉ ।
(vi) ବର୍ତ୍ତମାନ P ଓ D ବିନ୍ଦୁରେ ସଂଯୋଜକ ରେଖା \(\overleftrightarrow{\mathrm{DP}}\) ଯୋଗକରି \(\overleftrightarrow{\mathrm{CD}}\) ସରଳରେଖା ଅଙ୍କନ କର । ଏଠାରେ \(\overleftrightarrow{\mathrm{AB}}\) || \(\overleftrightarrow{\mathrm{CD}}\)

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3

Question 2.
\(\overleftrightarrow{\mathrm{PQ}}\) ଅଙ୍କନ କର । \(\overleftrightarrow{\mathrm{PQ}}\) ଠାରୁ 4 ସେ.ମି. ଦୂରତାରେ \(\overleftrightarrow{\mathrm{CD}}\) ଅଙ୍କନ କର, ଯେପରି \(\overleftrightarrow{\mathrm{PQ}}\) || \(\overleftrightarrow{\mathrm{CD}}\) ହେବ ।
ସମାଧାନ:
ଅଙ୍କନ ପ୍ରଣାଳୀ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3 2
(i) \(\overleftrightarrow{\mathrm{PQ}}\) ଅଙ୍କନ କର । \(\overleftrightarrow{\mathrm{PQ}}\) ଉପରେ X ଏକ ବିନ୍ଦୁ ଚିହ୍ନଟ କର ।
(ii) X ବିନ୍ଦୁରେ ∠YXQ ଅଙ୍କନ କର ଯାହାର ପରିମାଣ 90° ।
(iii) X ବିନ୍ଦୁକୁ କେନ୍ଦ୍ରକରି 4 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ଚାପ ଅଙ୍କନ କର ଯାହା X͞Y କୁ R ବିନ୍ଦୁରେ ଛେଦ କରିବ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3 3
(iv) R ବିନ୍ଦୁରେ X͞Y ପ୍ରତି ଲମ୍ବ ଅଙ୍କନ କର (ଦ୍ୱିତୀୟ ସୋପାନ ଭଳି) ସେ ସରଳରେଖାର ନାମ \(\overleftrightarrow{\mathrm{CD}}\) ଦିଅ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3 4
(v) ବର୍ତ୍ତମାନ \(\overleftrightarrow{\mathrm{CD}}\) || \(\overleftrightarrow{\mathrm{PQ}}\) ।

Question 3.
l ନାମକ ସରଳରେଖା ନିଅ ଓ P ବିନ୍ଦୁ ନିଅ ଯାହା l ଉପରେ ନ ଥ‌ିବା P ବିନ୍ଦୁଦେଇ l ସହିତ ସମାନ୍ତର କରି ‘m’ ସରଳରେଖା ଅଙ୍କନ କର ।

  • ଏବେ l ଉପରେ Q ନାମକ ବିନ୍ଦୁ ନିଅ ଏବଂ PQ ଅଙ୍କନ କର ।
  • m ଉପରେ R ବିନ୍ଦୁ ନିଅ । R ବିନ୍ଦୁ ଦେଇ PQ ସହ ସମାନ୍ତର କରି ଗୋଟିଏ ସରଳରେଖା ଅଙ୍କନ କର । 
  • ଏହି ସରଳରେଖା l କୁ S ବିନ୍ଦୁରେ ଛେଦ କରୁ ।
  • ଏହି ଦୁଇ ଯୋଡ଼ା ସମାନ୍ତର ସରଳ ରେଖା ଦ୍ଵାରା କେଉଁ ପ୍ରକାରର ଆକୃତି ସୃଷ୍ଟି ହେଉଛି ?

ସମାଧାନ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.3 5
ଦୁଇଯୋଡ଼ା ସମାନ୍ତର ସରଳରେଖାଦ୍ଵାରା ସାମାନ୍ତରିକ ଚିତ୍ର ସୃଷ୍ଟି ହେବ ।

Leave a Comment