BSE Odisha 10th Class Odia Solutions Chapter 14 କାଠ

Odisha State Board BSE Odisha 10th Class Odia Solutions Chapter 14 କାଠ Textbook Exercise Questions and Answers.

BSE Odisha Class 10 Odia Solutions Chapter 14 କାଠ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ଚିରାକାଠ କିଣିବା ଅପେକ୍ଷା ଗୋଦାମରୁ କେଉଁ କାଠ କିଣିବା ଲାଭଜନକ ହେବ ବୋଲି ଲେଖକ ନିଷ୍ପଭି ନେଲେ ?
Answer:
ଚିରାକାଠ କିଣିବା ଅପେକ୍ଷା ଗୋଦାମରୁ ଗୋଟିଏ ଗଡ଼ ବା ମୁଣ୍ଡାକାଠ କିଣି ଚିରାଇବା ଲାଭଜନକ ହେବ ବୋଲି ଲେଖକ ନିଷ୍ପଭି ନେଲେ।

Question ୨।
କେଉଁ କାଠଗୋଦାମରୁ କାଠ ଅଣାଯାଇଥିଲା ?
Answer:
ଭାରତ କାଠ ଗୋଦାମରୁ କାଠ ଅଣାଯାଇଥିଲା

Question ୩।
କିଣାଯାଇଥିବା କାଠର ନାମ କ’ଣ ?
Answer:
କିଣାଯାଇଥ‌ିବା କାଠର ନାମ ଧଅ କାଠ ।

Question ୪ ।
ଲେଖକ କେଉଁ ରାଜ୍ୟର ଲୋକ ବୋଲି କହିଛନ୍ତି ?
Answer:
ଲେଖକ ଜଙ୍ଗଲ ରାଜ୍ୟର ଲୋକ ବା ଜଙ୍ଗଲ ଅଞ୍ଚଳରେ ଜନ୍ମହୋଇ ବଢ଼ିଥିବା ଲୋକ ବୋଲି କହିଛନ୍ତି ।

Question
ହଠାତ୍ କିଏ ଭୋ ଭୋ ହୋଇ ଭୁକି ଉଠିଲା ?
Answer:
ହଠାତ୍ ଲେଖକଙ୍କର ପୋଷା କୁକୁର ମୋତି ଭୋ ଭୋ ହୋଇ ଭୁକି ଉଠିଲା ।

BSE Odisha 10th Class Odia Solutions Chapter 14 କାଠ

Question ୬।
ଗୁଦାମରେ କୁଇଣ୍ଟାଲ କାଠ କାଟିବାକୁ କେତେ ଦିଆଯାଏ ?
Answer:
ଗୁଦାମରେ କୁଇଣ୍ଟାଲ କାଠ କାଟିବାକୁ ଦୁଇ ଟଙ୍କା ଦିଆଯାଏ ।

Question ୭ ।
କାଠୁରିଆର ଘର କେଉଁଠି ?
Answer:
କାଠୁରିଆର ଘର ମୟୂରଭଞ୍ଜର ବେତନଟା ପାଖରୋ

Question ୮।
କାଠୁରିଆର ଛୁଆମାନେ ପାଠ ନ ପଢ଼ିଲେ କ’ଣ କରିବେ ?
Answer:
କାଠୁରିଆର ଛୁଆମାନେ ପାଠ ନ ପଢ଼ିଲେ ସଡ଼କ କାମ ଓ ଜମିଚାଷ ସହିତ, ବାବୁମାନଙ୍କର ଘରକାମ କରିବେ ।

Question ୯୮
କାଠୁରିଆକୁ ହିତକଥା ନ ପଚାରି ବା ନ ଶୁଣାଇ ଲେଖକ କ’ଣ ଦେଖିବାକୁ ଲାଗିଲେ ?
Answer:
କାଠୁରିଆକୁ ହିତକଥା ନ ପଚାରି ବା ନ ଶୁଣାଇ ଲେଖକ କାଠକଟା ଚାତୁରୀ ସହିତ, ନିଜ ସୁବିଧା ଅନୁଯାୟୀ, କିପରି କାଠ ଚିରାହେବ ଦେଖିବାକୁ ଲାଗିଲେ ।

Question ୧୦ ।
କିଏ ଡେଇଁ ପଡ଼ି ଆଧୁନିକ କ୍ଳିଷ୍ଟ ଅବୋଧ କବିତାକୁ ତନ୍ତ୍ର ତନ୍ତ୍ର ବିଶ୍ଳେଷର କରି ଅନ୍ତର୍ନିହିତ ସାରତତ୍ତ୍ଵ ପ୍ରକଟ କରନ୍ତି ?
ଭ-
ପୋଖତ ସମାଲୋଚକ ଡେଇଁ ପଡ଼ି ଆଧୁନିକ କ୍ଳିଷ୍ଟ ଅବୋଧ କବିତାକୁ ତନ୍ନତନ୍ନ ବିଶ୍ଳେଷଣ କରି ଅନ୍ତର୍ନିହିତ

Question ୧୧ ।
କାଠୁରିଆ ଅତ୍ୟନ୍ତ ଆଗ୍ରହରେ ଗ୍ରନ୍ଥିକ ଶିରାଳ କାଠକୁ ଛିନ୍ନଭିନ୍ନ କରି କ’ଣ ବାହାର କରିଦେଉଥିଲା ?
Answer:
କାଠୁରିଆ ଅତ୍ୟନ୍ତ ଆଗ୍ରହରେ ଗ୍ରନ୍ଥିକ ଶିରାଳ କାଠକୁ ଛିନ୍ନଭିନ୍ନ କରି ମଞ୍ଜ ବାହାର କରି ଦେଉଥିଲା ।

Question ୧୨ ।
କେତେ ଘଣ୍ଟା ଭିତରେ କାଠୁରିଆ ଅଧାଅଧ୍ କାଠ ଚିରିଦେଲା ?
Answer:
ଘଣ୍ଟାଏ ଦେଢ଼ ଘଣ୍ଟା ଭିତରେ କାଠୁରିଆ ଅଧାଅଧ୍ କାଠ ଚିରିଦେଲା ।

Question ୧୩।
କାଠୁରିଆଠୁଁ କ’ଣ ଆଦାୟ କରିବାକୁ ଲେଖକ ଜଗି ବସିଥିଲେ ?
Answer:
କାଠୁରିଆଠୁଁ ଉପଯୁକ୍ତ କାମ ଆଦାୟ କରିବାକୁ ଲେଖକ ଜଗି ବସିଥିଲେ ।

BSE Odisha 10th Class Odia Solutions Chapter 14 କାଠ

Question ୧୪ ।
ଚିରାକାଠଗୁଡ଼ିକ ଛୋଟ ଛୋଟ ଥ‌ିବା ସତ୍ତ୍ବେ ଲେଖକ କାଠୁରିଆକୁ କ’ଣ କହିଲେ ?
Answer:
ଚିରାକାଠଗୁଡ଼ିକ ଛୋଟ ଛୋଟ ଥିବା ସତ୍ତ୍ବେ ଲେଖକ କାଠୁରିଆକୁ ତାଙ୍କ ଛୋଟ ଚୁଲିରେ ଜଳିବା ମୁତାବକ ଆହୁରି

Question ୧୫ ।
ପ୍ରତିଥର ଚୋଟ ସାଙ୍ଗକୁ କାଠୁରିଆ ପାଟିରୁ କେଉଁ ଶବ୍ଦ ବାହାରୁଥାଏ ?
Answer:
ପ୍ରତିଥର ଚୋଟ ସାଙ୍ଗକୁ କାଠୁରିଆ ପାଟିରୁ ପରିଶ୍ରମଜନିତ ଏଁ ଏଁ ଶବ୍ଦ ବାହାରୁଥାଏ ।

Question ୧୬ ।
କୁରାଢ଼ିଟି କେତେ କିଲ ଲୁହାରେ ତିଆରି ହୋଇଥିଲା ?
Answer:
କୁରାଢିଟି ଦୁଇ କିଲ ଲହାରେ ତିଆରି ହୋଇଥିଲା।

Question ୧୭ ।
ଲେଖକ ଦେଖି କାଠୁରିଆର କ’ଣ ଏକାଠି ଲାଗିଯାଇଛି ?
Answer:
ଲେଖକ ଦେଖ‌ିଲେ କାଠୁରିଆର ପେଟ ପିଠି ଏକାଠି ଲାଗିଯାଇଛି ।

Question ୧୮।
କାଠୁରିଆ ସକାଳୁ କ’ଣ ପିଇ ଆସିଥିଲା ?
Answer:
କାଠୁରିଆଟି ଅଭାବୀ ଲୋକ ହୋଇଥିବାରୁ, ସେ ସକାଳୁ କେବଳ ତୋରାଣି କଂସାଏ ପିଇ ଆସିଥିଲା ।

Question ୧୯ ।
ରୋଷେଇ ଘରଆଡ଼ୁ ମହକ ଶୁଙ୍ଘି ଲେଖକ୍ କ’ଣ ଖାଇବାକୁ ଘର ଭିତରକୁ ଗଲେ ?
Answer:
ରୋଷେଇ ଘରଆଡ଼ୁ ମହକ ଶୁଙ୍ଘି ଲେଖକ ମୁଢ଼ି ସହିତ କଷାମାଂସ ଖାଇବାକୁ ଘର ଭିତରକୁ ଗଲେ ।

Question ୨୦ ।
ଚାକର ପିଲାଟିର ନାଁ କ’ଣ ?
Answer:
ଚାକର ପିଲାଟିର ନାଁ ଚୈତନ ।

Question ୨୧ ।
କାହା ପାଦରେ ଚେନାଚୋପରା କାଠସବୁ ଫୁଟିଯିବ ବୋଲି ଲେଖକ କହିଲେ ?
Answer:
ତାଙ୍କ ପୋଷା କୁକୁର ମୋତି ପାଦରେ ବ୍ଲେଚୋପରା କାଠସବୁ ଫୁଟିଯିବ ବୋଲି ଲେଖକ କହିଲେ ।

BSE Odisha 10th Class Odia Solutions Chapter 14 କାଠ

Question ୨୨ ।
କାଠୁରିଆ ହାତକୁ ଦିଖଣ୍ଡ ଦି’ଟଙ୍କିଆ ନୋଟ ବଢ଼ାଇଦେଇ ଲେଖକ ତାକୁ କେତେ ପଇସା ମାଗିଲେ ?
Answer:
କାଠୁରିଆ ହାତକୁ ଦିଖଣ୍ଡ ଦି’ଟଙ୍କିଆ ନୋଟ ବଢ଼ାଇ ଦେଇ ଲୋକ ତା’କୁ ଚାରିଅଣା ପଇସା ମାଗିଲେ ।

Question ୨୩ ।
ଲେଖକଙ୍କ କେଉଁ ପଦିଏ କଥାରେ କାଠୁରିଆ ଲାଲ ଲାଲ ଆଖୁ ଚାହିଁଲା ?
Answer:
ଲେଖକ କାଠୁରିଆକୁ ତା’ ଉପରେ ତାଙ୍କର ବିଶ୍ଵାସ ନାହିଁ ବୋଲି କହିବାରୁ, କାଠୁରିଆ ଲାଲ୍ ଲାଲ୍ ଆଖ୍ୟାରେ ଚାହିଁଲା ।

Question ୨୪ ।
କାଠୁରିଆ ଲେଖକଙ୍କ ପ୍ରତି କି ଭାବ ରଖୁଥ‌ିବା କଥା ଲେଖକ ଭାବିଥିଲେ ?
Answer:
କାଠୁରିଆ ଲେଖକଙ୍କ ପ୍ରତି ଆଉ ଗୋଟାଏ ଧଅ କାଠଗଡ଼ ରହିଗଲାର ଭାବ ରଖୁଥିବା କଥା ଲେଖକ ଭାବିଥିଲେ ।

Question ୨୫ ।
କାହା ହାତରେ ନୋଟ୍ ଦିଟା କାଠୁରିଆ ପାଖକୁ ଲେଖକ ପଠାଇ ଦେଇ କବାଟ ବନ୍ଦ କରିଦେଲେ ?
Answer:
ଚୈତନ ହାତରେ ନୋଟ୍ ଦିଟା କାଠୁରିଆ ପାଖକୁ ଲେଖକ ପଠାଇ ଦେଇ କବାଟ ବନ୍ଦ କରିଦେଲେ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

(A) ।ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question ୧।
ଗାଳ୍ପିକ କେଉଁଠାରୁ ଓ କେତେ ପରିମାଣର ଗଣ୍ଡିକାଠ ଆଣିଲେ ?
Answer:
ଗାଳ୍ପିକ ଭାରତ କାଠ ଗୋଦାମରୁ ଦୁଇ କୁଇଣ୍ଟାଲ ଗଣ୍ଡି କାଠ ଆଣିଲେ ।

Question ୨ ।
ଗୋଦାମବାଲା କାଠ ବିଷୟରେ ଗାଳ୍ପିକଙ୍କୁ କ’ଣ ସୂଚନା ଦେଲା ?
Answer:
ଗୋଦାମବାଲା କାଠ ବିଷୟରେ କହିଲା ଯେ, ଏହି ଧଅ ମୁଣ୍ଡା କାଠ ଧୂଆଁ ନହୋଇ ବାରୁଦ ପରି ଜଳିବ ।

Question ୩ ।
ଗାଳ୍ପିକ ଧଅ କାଠକୁ କାହିଁକି ପସନ୍ଦ କଲେ ?
Answer:
ଗାଳ୍ପିକ ଜଙ୍ଗଲ ରାଜ୍ୟର ଲୋକ ହୋଇଥିବାରୁ ଧଅ କାଠ ଘରଦ୍ଵାର କଳା ନ ହୋଇ ଫୁର୍ ଫୁର୍ ହୋଇ ଜଳିବ ବୋଲି ପସନ୍ଦ କଲେ ।

Question ୪।
ଗାଳ୍ପିକ କାହିଁକି ଚିରା କାଠ ଅପେକ୍ଷା ଗଡ଼ କାଠ କଣିବା ପାଇଁ ନିଷ୍ପତି ନେଲେ ?
Answer:
ଗାଳ୍ପିକ ଚିରା କାଠ ଅପେକ୍ଷା ଗୋଦାମରୁ ଗଡ଼କାଠ ଆଣି ଚିରିଲେ ତାଙ୍କ ପାଇଁ ଲାଭଜନକ ହେବ ବୋଲି ନିଷ୍ପତ୍ତି ନେଲେ ।

Question ୫।
ମୋତି ଭୋ ଭୋ ଭୁକି ଉଠିଲା କାହିଁକି ?
Answer:
ଗୋଟିଏ ଦରବୁଢ଼ା କାଠ ଚିରାଳି କାନ୍ଧରେ କୁରାଢ଼ି ପକାଇ ସଡ଼କରୁ ଗାଳ୍ପିକଙ୍କ ଆଡ଼କୁ ଢଳି ଢଳି ଆସୁଥ‌ିବାର ଦେଖୁ ମୋତି ଭୋ ଭୋ ହୋଇ ଭୁକି ଉଠିଲା ।

Question ୬ ।
ଗାଳ୍ପିକ ସାନ୍ତାଳଙ୍କ ବିଷୟରେ ମନେ ମନେ କ’ଣ ଭାବିଲେ ?
Answer:
ବର୍ଷ ବର୍ଷ ଧରି ସାନ୍ତାଳମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏମାନେ ଭାଷାକୁ ଭଲ ଭାବରେ ଶିଖ୍ ପାରିଲେ ନାହିଁ ବୋଲି ଗାଳ୍ପିକ ମନେ ମନେ ଭାବିଲେ ।

Question ୭ ।
ଗାଳ୍ପିକ ଖତେଇ ହୋଇ କାଠ ଚିରାଳିର ଗଳା
Answer:
ଗାଳ୍ପିକ ଖତେଇ ହୋଇ କାଠ ଚିରାଳିର ଗଳା କହିଲେ, ‘‘ହଁ ହଁ, କାଟିବି, କାଟିବି; କେତେ ନେବୁ ?””

Question ୮ ।
କାଠ ଚିରାଳି କେତେ ଟଙ୍କାରେ କାଠ କାଟିବା ପାଇଁ ଗାଳ୍ପିକଙ୍କୁ କହିଛି ?
Answer:
କାଠ ଚିରାଳି ଗୋଦାମ ଦରରେ ଦୁଇ କୁଇଣ୍ଟାଲ୍ କାଠକୁ ଚିରିଦେଲେ ଚାରି ଟଙ୍କା ନେବ ବୋଲି ଗାଳ୍ପିକଙ୍କୁ କହିଛି ।

BSE Odisha 10th Class Odia Solutions Chapter 14 କାଠ

Question ୯ ।
ଲେଖକଙ୍କର କାଠ ଚିରାଳିଙ୍କ ଉପରେ ସନ୍ଦେହ ହେଲା କାହିଁକି ?
Answer:
କାଠ ଚିରାଳିର ବୟସ୍କ ଓ ଚେହେରାରୁ ତା’ର ପାରିବା ପଣିଆ ଉପରେ ଲେଖକଙ୍କର ସନ୍ଦେହ ହେଲା ।

Question ୧୦ ।
କାଠ ଚିରାଳି ଏହି କାଠ ଚିରିବାରେ ତା’ର କ୍ଷତି ହେବ ବୋଲି କାହିଁକି କହିଛି ?
Answer:
କାଠଟି ମଞ୍ଜ, ଗଣ୍ଠିଆ, ଚେମେଡ଼ା, ଟାଣ ଧଅ କାଠ ହୋଇଥିବାରୁ ତାକୁ କାଟିବାକୁ ଅଧିକ ପରିଶ୍ରମ ଓ ଅଧ୍ଵ ସମୟ ଲାଗିବ, ତେଣୁ ସେ ତା’ର କ୍ଷତି ବୋଲି କହିଲା ।

Question ୧୧ ।
ବାବୁ କାଠଟିକୁ ଛୋଟ ଓ ପତଳା କରି କାଟିବାକୁ କହିଲେ କାହିଁକି ?
Answer:
ବାବୁଙ୍କର ଚୁଲି ସାନ ହୋଇଥିବାରୁ ବଡ଼ କାଠ ଜଳାଇବା କଷ୍ଟ ହେବ, ତେଣୁ ସେ କାଠଟିକୁ ଛୋଟ ଓ ପତଳା କରି କାଟିବାକୁ କହିଥିଲେ ।

Question ୧୨ ।
‘କାଠ’ ଗଳ୍ପରେ କେଉଁ କଥା ପ୍ରଦର୍ଶିତ ହୋଇଛି ?
Answer:
‘କାଠ’ ଗଳ୍ପରେ ଆଧୁନିକ ମଣିଷର ସ୍ୱାର୍ଥ ଓ ଶଠତାର ଚିତ୍ର ଏବଂ ସମାଜର ନିମ୍ନବର୍ଗର ଲୋକଙ୍କର ସରଳତା ଓ ସ୍ଵାଭିମାନର ସ୍ଵରୂପ ପ୍ରଦର୍ଶିତ ହୋଇଛି ।

Question ୧୩ ।
କାଠ କାଟିବା ଅବସରରେ କାଠୁରିଆ ବାବୁଙ୍କୁ କ’ଣ ପ୍ରକାଶ କରିଛି ?
Answer:
କାଠ କାଟିବା ଅବସରରେ କାଠୁରିଆ ତା’ର ଜୀବନରେ ଘଟିଯାଇଥିବା ଘଟଣାକୁ ସରଳ ଭାଷାରେ ପ୍ରକାଶ କରିଛି ।

Question ୧୪ ।
କାଠ ଚିରାଳିଟି କିପରି ନିଜକୁ ପ୍ରସ୍ତୁତ କରି କୁରାଢ଼ି ଧଇଲା ?
Answer:
କାଠ ଚିରାଳି ଦୁଇ ପରସ୍ତ କରି ଘୋଡ଼ିହୋଇଥବା ଅଳ୍ପ ଓସାର ନାଲିଧଡ଼ିର ଶାଢ଼ିଟାକୁ ଦେହରୁ କାଢ଼ି ପାଖ ବେଗୁନିଆଁ ଗଛ ଡାଳରେ ଲଟକାଇ କାନିର ଗଣ୍ଠି ଫିଟାଇ ଦୋକତା ଚୂନ ବାହାର କରି କଳରେ ଜାକି କୁରାଢ଼ି ଧରିଲା ।

Question ୧୫ ।
ଏକାଦିନରେ କାଠ ଚିରାଳିର କିଏ ସବୁ ମରିଗଲେ ?
Answer:
କାଠ ଚିରାଳିର ଡଗର ଡାଗର ପୁଅ ଦୁଇଟା, ଏହାର ଆଗ ସ୍ତ୍ରୀଟା ଏକାଦିନରେ ମରିଗଲେ ।

BSE Odisha 10th Class Odia Solutions Chapter 14 କାଠ

Question ୧୬ ।
କାଠି ଚିରାଳିର ରୁଦ୍ର ମୂର୍ତ୍ତି ଦେଖୁ ସେଇ ମୁହୂର୍ତ୍ତରେ ଗାଳ୍ପିକ କ’ଣ ଉପଲବ୍ଧି କଲେ ?
Answer:
କାଠି ଚିରାଳିର ରୁଦ୍ର ମୂର୍ତ୍ତି ଦେଖୁ ସେଇ ମୁହୂର୍ତ୍ତରେ ଗାଳ୍ପିକ ତାକୁ ସଜାଗ ସଚେତନ କରି ଉସୁକାଇ ବଡ଼ ଭୁଲ କରିଛନ୍ତି ବୋଲି ଉପଲବ୍ଧି କଲେ ।

Question ୧୭ ।
କାଠ ଚିରାଳିଟି ଗାଳ୍ପିକଙ୍କ ଉପରେ ଉତ୍ୟକ୍ତ ଓ ଉତ୍‌କ୍ଷିପ୍ତ ହେବ କାହିଁକି ?
Answer:
ଯେତେବେଳେ କାଠ ଚିରାଳିଟି ବୁଝିପାରିବ ଯେ ଗାଳ୍ପିକଙ୍କ ଆଚରଣ ଓ ବ୍ୟବହାରରେ ଆତ୍ମୀୟତା ବା ଆନ୍ତରିକତା ନ ଥାଇ କେବଳ ନିଜର ସ୍ୱାର୍ଥ ଓ ପ୍ରତାରଣା ଥିଲା, ସେ ସେତେବେଳେ ଗାଳ୍ପିକଙ୍କ ଉପରେ ଉତ୍ୟକ୍ତ ଓ ଉତ୍‌କ୍ଷିପ୍ତ ହେବ ।

Question ୧୮ ।
ଗାଳ୍ପିକକୁ କ’ଣ ଭାବି କାଠୁରିଆ ଚିରି ଦୁଇ ଫାଳ କରିଦେବ ?
Answer:
ଗାଳ୍ପିକଙ୍କୁ ଆଉ ଗୋଟେ ଧଅ କାଠଗଡ଼ ଭାବି ଦୁଇ କେଜିଆ କୁରାଢ଼ିରେ ହୁଏତ ତାଙ୍କ ଛାତି ମୁଣ୍ଡକୁ ଚିରି ଦୁଇ ଫାଳ

(B) ।ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question ୧।
‘କାଠ’ ଗଳ୍ପର ଗାଳ୍ପିକଙ୍କ ନାମ କ’ଣ ?
Answer:
ପ୍ରଫେସର ବସନ୍ତ କୁମାର ଶତପଥୀ

Question ୨ ।
ଗାଳ୍ପିକ ବସନ୍ତ କୁମାର ଶତପଥୀ କେଉଁ ଗଳ୍ପ ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ?
Answer:
ଆଣ୍ଟିରୋମାଣ୍ଟିକ ଗଳ୍ପ ସଂକଳନ ପାଇଁ

Question ୩ ।
କାଠ ଚିରାଳି ପାଟିରେ କ’ଣ ପକାଇ କାଠ କାଟିବାକୁ ବାହାରିଥିଲା ?
Answer:
ଦୋକତା ଚୂନ

Question ୪।
ଗାଳ୍ପିକ କାଠ ଗୋଦାମରୁ କେଉଁ ଗାଡ଼ିରେ କାଠ ଆଣିଥିଲେ ?
Answer:
ଠେଲା ଗାଡ଼ିରେ

Question ୫ ।
କେତେ ସମୟ ମଧ୍ୟରେ ଅଧାଅଧ୍ କାଠ ଚିରିଦେଲା ?
Answer:
ଘଣ୍ଟାଏରୁ ଦେଢ଼ଘଣ୍ଟା ଭିତରେ

Question ୬ ।
କେଉଁଥରେ କାଠୁରିଆ କୁରାଢ଼ିର ମୁନକୁ ପଜାଉଥୁଲା
Answer:
ଗୋଟେ ଜିମା ପଥରରେ

BSE Odisha 10th Class Odia Solutions Chapter 14 କାଠ

Question ୭ ।
ଲେଖକ କାଠୁରିଆକୁ କ’ଣ ଖାଇବାକୁ ଦେଲେ ?
Answer:
ଦୁଇ ଦିନର ବାସି ରୁଟି

Question ୮ ।
କାଠ ଚିରାଳିକୁ କେଉଁ ଲୋଟାରେ ଚୈତନ ପାଣି ପିଇବାକୁ ଦେଇଥୁଲା ?
Answer:
ଆଲୁମିନିୟମ ପାଇଖାନା ଲୋଟାରେ

Question ୯ ।
ଟୁକୁରା କାଠର ମୂଲ୍ୟ ପ୍ରାୟ କେତେ ହେବ ?
Answer:
ପ୍ରାୟ ଆଠ ଅଣା

Question ୧୦।
ଲୋଟାକୁ କାଠୁରିଆ କେଉଁଥରେ ମାଜି ଚିକ୍ ଚିକ୍ କରିଥିଲା ?
Answer:
ପାଉଁଶରେ

Question ୧୧ ।
କାହିଁକି ବଜାରରେ ଟଙ୍କା ଭଙ୍ଗାଇ ପାରିବ ନାହିଁ ବୋଲି କାଠୁରିଆ କହିଥିଲା ?
Answer:
ରବିବାର ବଜାର ବନ୍ଦ ଥ‌ିବାରୁ

Question ୧୨ ।
ଗାଳ୍ପିକ କାହାର ରୁଦ୍ର ମୂର୍ତ୍ତି ଦେଖୁଲେ ?
Answer:
ପଖାଳ ମୁଠାଏ

Question ୧୩ ।
କାଠଗଡ଼ଟି ଗୋଦାମରେ କେତେ ବର୍ଷ ହେଲା ପଡ଼ି ରହିଥିଲା ?
Answer:
ଦୁଇବର୍ଷ

Question ୧୪ ।
ଗାଳ୍ପିକଙ୍କ କୁକୁରର ନାମ କ’ଣ ?
Answer:
ମୋତି

Question ୧୫ ।
ଲେଖକଙ୍କ ପୁଅ ଆଉ କେତେ ଅଣା କାଠ ଚିରାଳିକୁ ଦେବା କଥା କହିଲା ?
Answer:
ଚାରିଅଣା

Question ୧୬ ।
ଲେଖକଙ୍କ ପୁଅ କେଉଁଠି ଠିଆ ହୋଇଥିଲା ?
Answer:
ଦରଜା ପାଖରେ

Question ୧୭ ।
କାଠଗଡ଼ରେ କାଠ ଚିରାଳିର ପ୍ରଥମ ଚୋଟଟି ପ୍ରାୟ କେତେ ଇଞ୍ଚ ଭିତରକୁ ପଶିଗଲା ?
Answer:
ପ୍ରାୟ ଦୁଇ ଇଞ୍ଚ

BSE Odisha 10th Class Odia Solutions Chapter 14 କାଠ

Question ୧୮ ।
କାମ ସରିଲାପରେ ବାବୁ କେତେ ଟଙ୍କିଆ ନୋଟି ଆଣି ଦେଲେ ?
Answer:
ଦୁଇଖଣ୍ଡ ଦୁଇ ଟଙ୍କିଆ ନୋଟ୍

Question ୧୯ ।
କେଉଁ କାଠକୁ ସଜାଡ଼ି ରଖୁବାକୁ ବାବୁ ବରାତ କରିଛନ୍ତି ?
Answer:
ବୃକ୍ଷ ରାକ୍ଷସ

Question ୨୦ ।
ପୂର୍ବଥର କଟାଇଥିବା କାଠ ମାସକ ଜାଗାରେ କେତେ ଦିନ ଯାଇଥିଲା ?
Answer:
ଅଠେଇଶ ଦିନ

Question ୨୧ ।
ସାନ୍ତାଳ ଜାତ ଜମି ଜାଗା ଖୋଳିତାଡ଼ି ଯାହା କରିଥିଲେ କେଉଁମାନେ ତାକୁ ନେଇଗଲେ ବୋଲି କାଠି ଚିରାଳିଟି କହିଲା ?
Answer:
ଗାଳ୍ପିକଙ୍କ ଭଳି ହାଟୁଆମାନେ

Question ୨୨ ।
କାଠ ଚିରାଳିର ସ୍ତ୍ରୀ ଆଉ ଛୁଆ ଦୁଇଟା କ’ଣ ଖାଇ କାମକୁ ଗଲେ ?
Answer:
ପଖାଳ ମୁଠାଏ

Question ୨୩ ।
କାଠ କଟାଳି କେତେ ଟଙ୍କାରେ କାଠ କାଟିବା ପାଇଁ ରାଜି ହେଲା ?
Answer:
ତିନିଟଙ୍କା ବାରଅଣାରେ

Question ୨୪ ।
‘କାଠ କାଟିବୁ ବାବୁ’ ଏ କଥା କିଏ ପଚାରିଲା ?
Answer:
କାଠ ଚିରାଳି

(C) ଶୂନ୍ୟସ୍ଥାନ ପୂରଣ କର ।

Question ୧।
ଦୁଇ କୁଇଣ୍ଟାଲ କାଠ ଘର ସାମନା ପଡ଼ିଆରେ …………………. ରେ ଆଣି ପକାଗଲା ।
Answer:
ଠେଲାଗାଡ଼ିରେ

Question ୨।
……………………… କାଠ ଗୋଦାମରୁ କାଠ କିଣାଗଲା ।
Answer:
ଭାରତ

Question ୩।
କାଠ କୁଇଣ୍ଟାଲ ପ୍ରତି ଦର …………………… ଥିଲା ।
Answer:
ବାର ଟଙ୍କା

BSE Odisha 10th Class Odia Solutions Chapter 14 କାଠ

Question ୪ ।
ଲେଖକ କାଠ ଗୋଦାମରୁ …………………. କାଠ କିଶିଥ୍ ଲୋ
Answer:
ଧଅ

Question ୫।
………………………… ମାନଙ୍କର ହାଣ୍ଡିଆ ଖୁଆ, କୁକୁଡ଼ା ଲଢ଼େଇ, ଧୂମୂଷା ମାଦଳ ନ ସରିବା ପର୍ଯ୍ୟନ୍ତ କାଠ ଚିରା ହୋଇପାରିବ ନାହିଁ ।
Answer:
ସାନ୍ତାଳ

Question ୬ ।
କାଠ ଠାରୁ ………………………… ଚୁଲା ଶସ୍ତା ହେବ ବୋଲି ଗାଳ୍ପିକ କହିଛନ୍ତି ।
Answer:
ଗ୍ୟାସ

Question ୭।
ଗୋଦାମବାଲା ………………… ଆଡ଼େ ଦୋକାନ ଚାବି ଦେଇ ଯାଇଥିଲା ।
Answer:
ପାହାଡ଼

Question ୮ ।
କାଠ କଟାଳିର ଘର …………………….. ଜିଲ୍ଲାରେ ଅବସ୍ଥିତ ।
Answer:
ମୟୂରଭଞ୍ଜ

Question ୯ ।
କାଠ କଟାଳିର କୁରାଢ଼ି ……………………… କିଲୋ ଲୁହାରେ ତିଆରି କରିଛି ।
Answer:
ଦୁଇ

Question ୧୦ ।
କାଠୁରିଆ ……………………….. ଗଛରୁ ଓଢ଼ଣି ଆଣି କୁରାଢ଼ି କାନ୍ଧରେ ପକାଇ ପାଉଣା ପାଇଁ ଛିଡ଼ା ହେଲା ।
Answer:
ବେଗୁନିଆ ।

(D) ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (✗) ଲେଖ ।

୧ । କାଠ ଚିରାଳି ଶେଷରେ ଚାରି ଅଣା ନେବାକୁ ରାଜି ହେଲା ।
୨ । ମୋତି ଭୋ ଭୋ ଭୁକି ଉଠିଲା ।
୩ । ଶାଳ ଗଛରୁ ଓଢ଼ଣି ଆଣି କୁରାଢ଼ି କାନ୍ଧରେ ପକାଇ ଛିଡ଼ା ହେଲା ପାଉଣାର ଆଶାରେ ।
୪। ମର ଡଗର ଡାଗର ପୁଅ ଦୁଇଟା ଆର ଆଗ ତିର୍ଲାଟା ଏକାଦିନରେ ମରିଗଲେ ।
୫। କାଠ ଚିରାଳିକୁ ଗାଳ୍ପିକ ମୁଢ଼ି, କଷା ମାଉଁସ ଖାଇବାକୁ ଦେଲେ ।
୬ । ଢିଲା ଆଉ ଛୁଆ ଦୁଇଟା ପଖାଳ ମୁଠାଏ ଖାଇ କରି ସଡ଼ପ କାମକୁ ଗଲେ ।
୭ । ଗାଳ୍ପିକ କାଠ କୁଇଣ୍ଟାଲ ବାର ଟଙ୍କା ଦାମ୍‌ରେ କିଣିଲେ ।
୮ । ଗାଳ୍ପିକ ବର୍ଷାଦିନ ସକାଳୁଆକୁ ଉପଭୋଗ କରୁଥିଲେ ।
୯ । ଆଦିବାସୀ କାଠ ଚିରାଳି ସରଳ ମଣିଷଟିଏ ।
୧୦ । ବିଶ୍ଵାସୀ ମଣିଷକୁ ଅବିଶ୍ୱାସୀ କହିଲେ, ତାର ଦେହ ଚହଲିଯାଏ ।
Answer:
୧ । କାଠ ଚିରାଳି ଶେଷରେ ଚାରି ଅଣା ନେବାକୁ ରାଜି ହେଲା । (✗)
୨ । ମୋତି ଭୋ ଭୋ ଭୁକି ଉଠିଲା ।(✓)
୩ । ଶାଳ ଗଛରୁ ଓଢ଼ଣି ଆଣି କୁରାଢ଼ି କାନ୍ଧରେ ପକାଇ ଛିଡ଼ା ହେଲା ପାଉଣାର ଆଶାରେ । (✗)
୪। ମର ଡଗର ଡାଗର ପୁଅ ଦୁଇଟା ଆର ଆଗ ତିର୍ଲାଟା ଏକାଦିନରେ ମରିଗଲେ । (✓)
୫। କାଠ ଚିରାଳିକୁ ଗାଳ୍ପିକ ମୁଢ଼ି, କଷା ମାଉଁସ ଖାଇବାକୁ ଦେଲେ । (✗)
୬ । ଢିଲା ଆଉ ଛୁଆ ଦୁଇଟା ପଖାଳ ମୁଠାଏ ଖାଇ କରି ସଡ଼ପ କାମକୁ ଗଲେ । (✓)
୭ । ଗାଳ୍ପିକ କାଠ କୁଇଣ୍ଟାଲ ବାର ଟଙ୍କା ଦାମ୍‌ରେ କିଣିଲେ । (✓)
୮ । ଗାଳ୍ପିକ ବର୍ଷାଦିନ ସକାଳୁଆକୁ ଉପଭୋଗ କରୁଥିଲେ । (✗)
୯ । ଆଦିବାସୀ କାଠ ଚିରାଳି ସରଳ ମଣିଷଟିଏ । (✓)
୧୦ । ବିଶ୍ଵାସୀ ମଣିଷକୁ ଅବିଶ୍ୱାସୀ କହିଲେ, ତାର ଦେହ ଚହଲିଯାଏ । (✗)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଧୁମୁଷା ଶାତ
କଣିକଶି କାଠ
ଧଅ କିତାବ
ହିସାବ ମାଦଳ
ଭଗର ଭାଗର ପୁଅ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଧୁମୁଷା ମାଦଳ
କଣିକଶି ଶାତ
ଧଅ କାଠ
ହିସାବ କିତାବ
ଭଗର ଭାଗର ପୁଅ

BSE Odisha 10th Class Odia Solutions Chapter 14 କାଠ

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଧକକାଠ କୁକୁରପାଦ
ଭାରତ ଏଲୁମିନିୟମ୍ ତିଆରି
ନାଲି ଧଡି କାଠ ଖୋଦାମ
ମୋଟା ଶାଢ଼ି
ଚେନାଚେପରା ବାରୁଦ ପରି ଜଳିବା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଧକକାଠ ବାରୁଦ ପରି ଜଳିବା
ଭାରତ କାଠ ଖୋଦାମ
ନାଲି ଧଡି ଶାଢ଼ି
ମୋଟା ଏଲୁମିନିୟମ୍ ତିଆରି
ଚେନାଚେପରା କୁକୁରପାଦ

ଗାଳ୍ପିକ ପରିଚୟ ।

ଗାଳ୍ପିକ ବସନ୍ତ କୁମାର ଶତପଥୀ ସାହିତ୍ୟ ଜଗତର ଜଣେ ଅନନ୍ୟ ପ୍ରତିଭା । ସାହିତ୍ୟର ବିଭିନ୍ନ ବିଭାଗରେ ନିଜର ରୁଦ୍ଧିମନ୍ତ ରଚନା ପାଇଁ ସେ ବେଶ୍ ସୁପରିଚିତ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରର ଅନତିଦୂରରେ ପାନ୍ଧଡ଼ା ନାମକ ଗ୍ରାମରେ ସେ ୧୯୧୩ ମସିହା ଜୁନ୍ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଅତ୍ୟନ୍ତ ଦୁର୍ଦ୍ଦିନମୟ ଜୀବନ ଜୀବିକାର ଝଡ଼ଝଞ୍ଜା ମଧ୍ଯରେ ଇଂରାଜୀ ସାହିତ୍ୟରେ ସ୍ନାଡକୋତ୍ତର ଡିଗ୍ରୀ ହାସଲ କରି ବାରିପଦା ରାଜାଙ୍କ ଅଧସ୍ତନ କର୍ମଚାରୀ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୪୯ ମସିହାରେ ମୟୂରଭଞ୍ଜ ଜିଲ୍ଲାର ଓଡ଼ିଶା ସହ ମିଶ୍ରଣ ‘ହେବାରୁ ତାଙ୍କୁ ‘ଭଞ୍ଜ ପ୍ରଦୀପ’ର ସମ୍ପାଦନା ଦାୟିତ୍ଵ ମିଳିବା ସହ ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ସୁନାମଧନ୍ୟ ବାଲେଶ୍ଵରର ଫକୀରମୋହନ କଲେଜରୁ ଅଧ୍ୟାପକ ଭାବେ ଅବସର ନେବା ପରେ ନିଜର ଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠା ପାଇଁ ସୋର କଲେଜରେ ପୁନର୍ବାର ଅଧ୍ୟକ୍ଷ ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ ।

ପ୍ରଫେସର ବସନ୍ତ କୁମାର ଶତପଥୀ ଇଂରାଜୀ ଅଧ୍ୟାପକ ଓ ପରେ ପରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ତୁଲାଇଲାବେଳେ ନିଜକୁ ଜଣେ ବିଶିଷ୍ଟ ଶିକ୍ଷାବିତ୍, ପ୍ରଶାସକ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବେ ପ୍ରମାଣିତ କରିଥିଲେ । ସାହିତ୍ୟ ସାଧନା କ୍ଷେତ୍ରରେ ସେ ନିଜକୁ ବ୍ରତୀ କରିପାରିଥିଲେ । ତାଙ୍କର ଗଳ୍ପସମ୍ଭାର ଚରିତ୍ରଗୁଡ଼ିକରେ ନିବିଡ଼ ମାନବିକତାର ମଧୁର ସମନ୍ଵୟ ସହ ସମ୍ବେଦନଶୀଳତାର ଚିତ୍ର ବେଶ୍ ପ୍ରଭାବଶାଳୀ ଓ ଆବେଗଧର୍ମୀ ଥିଲା । ସ୍ଵକୀୟ କଥାଶୈଳୀ ଓ ମନସ୍ତାତ୍ତ୍ଵିକ ସୂକ୍ଷ୍ମତା ତାଙ୍କ ଗଳ୍ପରେ ମାର୍ମିକ ଭାଷାରେ ପରିବେଷିତ ହୋଇପାରିଥିଲା ।ଶିକ୍ଷା ଓ ଶିକ୍ଷାୟତନ ମଧ୍ୟରେ ବାନ୍ଧି ନ ହୋଇ ପ୍ରଫେସର ବସନ୍ତ କୁମାର ଶତପଥୀ ନିଜକୁ ସାହିତ୍ୟ ସାଧନା ମଧ୍ୟରେ ନିମଗ୍ନ ରଖ୍ ରଚନା କରିଛନ୍ତି ଅନେକ କାଳଜୟୀ ସୃଷ୍ଟି । ସେ ଥିଲେ ଏକାଧାରାରେ ଜଣେ ଅଧ୍ୟାପକ, ଗାଳ୍ପିକ, ଲେଖକ, ସମାଲୋଚକ, ନାଟ୍ୟକାର ଓ କଥାକାର ।

ତାଙ୍କ ରଚିତ ଗଳ୍ପଗୁଡ଼ିକ ମଧ୍ୟରେ ‘ଗୋଟାଏ ଆଳୁ’’, ‘ଗଙ୍ଗା ଓ ଗାଙ୍ଗୀ’’, ‘ଆକାଶୀଫୁଲ’’, ‘ନୀଡ଼ାଶ୍ରୟୀ’’, ‘‘ହାଇଦ୍ରାବାଦ ‘ଅଙ୍ଗୁର’’, ‘ମାଂସାସୀମାନଙ୍କ ଉଦ୍ଦେଶ୍ୟରେ’’, ‘ଅଜାଗା ଘାଆ’’, ‘ମେଜର ଅପରେସନ’’, ‘ଗରିବ ହଟାଓ’’ ଓ ଅନ୍ୟାନ୍ୟ ଗଳ୍ପ’ ଓ ‘ପୁଅ ପାଇଁ ଝିଅ’ ପ୍ରଭୃତି ଅତ୍ୟନ୍ତ ସମାଜ ଉପଯୋଗୀ ସୃଷ୍ଟି । ନାଟକ ଓ ଏକାଙ୍କିକା ରଚନା କ୍ଷେତ୍ରରେ ମଧ୍ୟ ସେ ବେଶ୍ ପାଠକୀୟ ଶ୍ରଦ୍ଧାଭାଜନ ହୋଇପାରିଥିଲେ । ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାହିତ୍ୟକୃତି ଉପରେ ତାଙ୍କର ଆଲୋଚନା ମଧ୍ୟ ଅତି ଉଚ୍ଚକୋଟୀର ହୋଇପାରିଥିଲା । କଥାକାର ତଥା ଗାଳ୍ପିକ ପ୍ରଫେସର ବସନ୍ତ କୁମାର ଶତପଥୀ ‘ ‘ଆଣ୍ଟିରୋମାଣ୍ଟିକ୍‌’ ଗଳ୍ପ ସଂକଳନ ପାଇଁ ଓଡ଼ିଆ ସାହିତ୍ୟ ଏକାଡ଼େମୀ ଦ୍ଵାରା ପୁରସ୍କାର ଲାଭ କରିପାରିଥିଲେ ।

କବିତାର ପ୍ଠଷ୍ଠଭୂମି

ଆଜିର ଦୈନନ୍ଦିନ ଜୀବନରେ ଘଟୁଥ‌ିବା ପ୍ରବହମାନ ଘଟଣାବଳୀ ଚକ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅବହେଳିତ, ନିସ୍ପେଷିତ, ଲୁଣ୍ଠିତ ଓ ଅତ୍ୟାଚାରିତ ସମାଜର ନିମ୍ନବର୍ଗ ବ୍ୟକ୍ତିମାନଙ୍କର ସରଳତାର ସୁଯୋଗ ନେଇ କିଭଳି ଆଧୁନିକ ଉଚ୍ଚବର୍ଗ ସ୍ବାର୍ଥ ଓ ଶଠତାଦ୍ୱାରା ତାଙ୍କୁ ପ୍ରତାରିତ କରେ ଏବଂ ଚାପା ଗୁଞ୍ଜରିତ ହେଉଥ‌ିବା ନିମ୍ନବର୍ଗର ସ୍ବାଭିମାନର ନିଚ୍ଛକ ପ୍ରତିକ୍ରିୟା କିପରି ଅବଲୋକତ ହୁଏ, ତାହା କଥାକାର ଗାଳ୍ପିକ ପ୍ରଫେସର ବସନ୍ତ କୁମାର ଶତପଥୀ ଅତି ଚମତ୍କାର ଭାବରେ ମାର୍ମିକ କଥ୍ତ ଭାଷାରେ ଉପସ୍ଥାପନ କରିଛନ୍ତି । ଗାଳ୍ପିକ ଅତି ସୁନ୍ଦର ଭାବରେ କଥାବସ୍ତୁ ମାଧ୍ୟମରେ ଉଚ୍ଚବର୍ଗ ଓ ନିମ୍ନବର୍ଗର କଥୋପକଥନରୁ ସାମ୍ପ୍ରତିକ ସମାଜର ବାସ୍ତବିକ ଚରିତ୍ରର ଚିତ୍ରଣ କରିଛନ୍ତି । ଉଚ୍ଚବର୍ଗ ନିମ୍ନବର୍ଗ ପ୍ରତି ଥିବା ହୀନ ଉଦ୍ଦେଶ୍ୟ ପ୍ରଣୋଦିତ ବ୍ୟବହାର କିଭଳି ମାଟି ମାଆର ନିପଟ ଏକ ଆଦିବାସୀ ସମାଜର ଏକ କାଠ ହଣାଳି |ଚିରାଳିର ମନୋଭାବରେ ଗଭୀର ରେଖାପାତ କଲା ଏବଂ ତା’ ଅନ୍ତରର ଅଭିବ୍ୟକ୍ତି ମାଧ୍ୟମରେ ନିଜର ସଜୋଟପଣିଆ ଓ ସ୍ବାଭିମାନସମୃଦ୍ଧ ବ୍ୟକ୍ତିର ପରିଚୟ ଦେଲା, ତାହା କଥାକାର ତଥା ବିଶିଷ୍ଟ ଗାଳ୍ପିକଙ୍କ ଗଳ୍ପ ‘‘କାଠ’’ରେ ଏକ ଜ୍ଵଳନ୍ତ ଉଦାହରଣ ହୋଇପାରିଛି ।

BSE Odisha 10th Class Odia Solutions Chapter 14 କାଠ

ଗତ୍ତର ସାରକଥା:

‘କାଠ’ ଗଳ୍ପରେ କଥାକାର ବସନ୍ତ କୁମାର ଶତପଥୀ, ତଥାକଥ୍ତ ସଭ୍ୟ ଓ ନିଜକୁ ଚାଲାକ ବୋଲାଉଥ‌ିବା ମଣିଷଙ୍କର ସୁବିଧାବାଦୀ ଚିନ୍ତାଧାରାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଅପରପକ୍ଷରେ ଯେଉଁମାନେ ପରିଶ୍ରମ କରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି, ସେମାନଙ୍କ ହୃଦୟରେ ରହିଥ‌ିବା ସରଳ ଭାବକୁ, ସେ ଅତି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ଖଟି ଖାଉଥ‌ିବା, ପରିଶ୍ରମ କରି ଦୁଇ ପଇସା ରୋଜଗାର କରୁଥିବା ମଣିଷମାନେ, ଦିହ ମେହନତ କରି ବଞ୍ଚନ୍ତି, ହେଲେ ସେମାନଙ୍କର ସ୍ୱାଭିମାନକୁ ସେମାନେ କେବେହେଲେ ତଳେ ପକାଇଦେବାକୁ ଚାହାଁନ୍ତି ନାହିଁ । ସହଜ ସରଳଭାବରେ ପରିଶ୍ରମ
କରି ମୂଲ ମାଗନ୍ତି, ଠକି କିମ୍ବା ଧପେଇ ନେବାକୁ ଉଚିତ ମନେକରନ୍ତି ନାହିଁ । ଯେତେବେଳେ ସେମାନଙ୍କୁ କେହି ମୂଲଚାଲ କରି ଠକିବାକୁ ଚାହେଁ, ସେତେବେଳେ ସେମାନେ ସବୁକିଛି ଛାଡ଼ିଦେଇ ଯିବାକୁ ସୁଦ୍ଧା ପଛାନ୍ତି ନାହିଁ । ଗଳ୍ପଟିରେ ଗାଳ୍ପିକ ସାମ୍ପ୍ରତିକ ସଭ୍ୟ ମଣିଷମାନଙ୍କର ସଂକୀର୍ଣ୍ଣ ବିଚାରବୋଧକୁ ଦେଖାଇଦେବାକୁ ଚେଷ୍ଟା କରିଛନ୍ତି । ଗଳ୍ପପୁରୁଷ ଯାଇଛନ୍ତି ଜାଳେଣି କାଠ କିଣିବାପାଇଁ । ବହୁ ହିସାବ କିତାବ ଓ ତର୍କ ବିତର୍କ ପରେ ନିଷ୍ପତ୍ତି ନେଇଛନ୍ତି, ଚିରାକାଠ ଅପେକ୍ଷା ଗୋଦାମରୁ ଗଡ଼ ବା କାଠମୁଣ୍ଡା କିଣି ଆଣି ଚିରିଲେ ତାଙ୍କ ପାଇଁ ଲାଭଜନକ ହେବ । ସେହି ଉଦ୍ଦେଶ୍ୟରେ

ସେ ଗୋଦାମରୁ ଦୁଇ କୁଇଣ୍ଟାଲ ବିଶିଷ୍ଟ ଗଣ୍ଡିକାଠ ଆଣି ଘରପାଖ ପଡ଼ିଆରେ ପକାଇ ଦେଇଛନ୍ତି । ସେହି କାଠଗଣ୍ଡି କିଣିବା ପୂର୍ବରୁ ଗୋଦାମବାଲା କହିଛି, ସେହି କାଠଟି ଦୁଇ ବର୍ଷ ତଳର କାଠ । ଶୁଖି ଠଣ୍ ଠଣ୍ ହୋଇଯାଇଛି । ସେହି କାଠକୁ ନେଇ ଚିରାଇଦେଲେ, ଭଲ ଜାଳେଣି ହେବ । ବାରୁଦ ପରି ଜଳିବ । ଅନ୍ୟ କାଠ କମ୍ ପଇସା ହେଲେ ବି, କଞ୍ଚା ପଡ଼ିବ, ଭଲ ଜଳିବ ନାର୍ହି ବରଂ ଧୂଆଁ ହେବା

ଗଳ୍ପପୁରୁଷ ଥିଲେ ଜଙ୍ଗଲ ରାଜ୍ୟରେ ଜନ୍ମିଥିବା ଓ ବଢ଼ିଥିବା ମଣିଷ । ସେ ଜାଣିଛନ୍ତି କେଉଁ କାଠ କିପରି ଜଳିବ । ଅଧିକ ପଇସା ପଛେ ପଡ଼ୁ ଯେଉଁ କାଠ ଭଲ ଜଳିବ, ଧୂଆଁ ହେବ ନାହିଁ, ଘର ଅଳନ୍ଧୁ ହେବ ନାହିଁ, ସେହିଭଳି ଶୁଖୁଲା ଗଣ୍ଡିକାଠକୁ ସେ ବାଛିଛନ୍ତି । କାଠ ସପ୍ତାହ ହେଲା ଆସିଲେ ବି ଚିରିଲାବାଲାଙ୍କର ଦେଖା ନଥିଲା । କାରଣ ଯେଉଁ ଆଦିବାସୀ ସାନ୍ତାଳମାନେ କାଠ ଚିରନ୍ତି, ସେମାନେ ହାଣ୍ଡିଆଖିଆ, କୁକୁଡ଼ା ଲଢ଼େଇ, ଧୂମୂଷା ମାଦଳ ପର୍ବ ନସରିବା ଯାଏ କାମ କରିବାକୁ ଆସନ୍ତି ନାହିଁ । ତେଣୁ ସପ୍ତାହେ କାଳ କାଠ ଚିରାଳି ଲୋକଟିଏ ମିଳିବା କଷ୍ଟକର ହୋଇଛି । ଘରେ ଜାଳେଣି କାଠ ମଧ୍ଯ ସରିଯାଇଥାଏ । କାଠ ଚିରାହେଲେ ଚୁଲି ଜଳିବ ।

ସେଦିନ ଥାଏ ରବିବାର । ବାବୁ ଶୀତଦିନିଆ ସକାଳକୁ ବେଶ୍ ଉପଭୋଗ କରୁଥା’ନ୍ତି । ବାରଣ୍ଡାରେ ଆରାମ ଚେୟାର ପକାଇ, ଖରାଆଡ଼କୁ ପିଠିକରି ଖବରକାଗଜ ପଢୁଥା’ନ୍ତି । ଖବରକାଗଜରୁ ଆଦିବାସୀଙ୍କ ପାଇଁ ଗତ ତିରିଶ ବର୍ଷ ଭିତରେ କ’ଣ କ’ଣ ଉନ୍ନତିମୂଳକ କାର୍ଯ୍ୟ ହୋଇଛି, ତାହାର ବିବରଣୀ ଉପରେ ଆଖବୁଲେଇ ନେଉଥା’ନ୍ତି । ସେହି ସମୟରେ ମୋତି ଭୁକିବାରୁ, ସେ ଚମକି ପଡ଼ିଛନ୍ତି । ଦେଖୁଛନ୍ତି, ବୁଢ଼ା କାଠଚିରାଳିଟିଏ ତାଙ୍କରି ଆଡ଼କୁ ଆସୁଛି । ସିଧା ଆସି ପଚାରିଛି, କାଠ ଚିରିବା ପାଇଁ । ତାହାର କଥା କହିବାର ସହଜ ସରଳ ଶୈଳୀ ବାବୁଙ୍କୁ ପସନ୍ଦ ଆସିନାହିଁ । ତେଣୁ ସେ ଖତେଇ ହେବା ଭଳି କହିଛନ୍ତି, କାଠ କାଟିଲେ କେତେ ପଇସା ନେବୁ ।

ଆଦିବାସୀ କାଠଚିରାଳି ସରଳ ମଣିଷଟିଏ । ସେ ବୁଝିପାରେନି ସଭ୍ୟ ମଣିଷର ବ୍ୟଙ୍ଗବିସ୍ତୂପକୁ । ବରଂ ସହଜ ସରଳଭାବେ ଦୁଇ କୁଇଣ୍ଟାଲ୍ କାଠ ଚିରିଦେଲେ, ଚାରି ଟଙ୍କା ନେବ ବୋଲି କହିଛି । ସେହି କାଠ ବଜାରରେ ଚିରିଲେ ଯେଉଁ ଚାରିଟଙ୍କା ପାଇଥା’ନ୍ତା, ସେହି ଚାରି ଟଙ୍କା ନେବାକୁ କହିଛି । ବାବୁ କିନ୍ତୁ କାଠଚିରାଳିର ପରିଶ୍ରମର ମୂଲଚାଲ କରିଛନ୍ତି । ବିଭିନ୍ନ ପ୍ରକାର ହିସାବ କିତାବ କରି, ତିନି ଟଙ୍କା ଆଠଅଣ ନେବାକୁ କହିଛନ୍ତି । କାଠଚିରାଳିଟି ସରଳ ଭାବରେ ନିଜର ପରିସ୍ଥିତି କଥା ସୂଚିତ କରିଛି । ବାବୁଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । କହିଛି, ଗୋଦାବବାଲା ନ ଥ‌ିବାରୁ ସେ ଏଠାକୁ ଆସିଛି ନୋହିଲେ ସେ ଆସିନଥା’ନ୍ତା ।

ଏହି ସମୟରେ ବାବୁଙ୍କ କଲେଜ ପଢୁଆ ପୁଅ କହିଛି, ଆଉ ଚାରି ଅଣା ଅଧିକ ନେଇ କାଠ ଚିରିଦେବାକୁ । ଏଥରେ ବାବୁ ବିରକ୍ତି ପ୍ରକାଶ କରିଛନ୍ତି ପୁଅ ଉପରେ । ତଥାପି ସେତିକିରେ ଅର୍ଥାତ୍ ତିନିଟଙ୍କା ବାରଅଣାରେ କାଠ ଚିରିଦେବାକୁ କହିଛନ୍ତିା ମୂଲଚାଲପରେ କାଠୁରିଆଟି କାଠ କାଟିଛି । ବୟସ ଓ ପାରିବା ପଣିଆରେ ସନ୍ଦେହ ହେଲେ ବି ସେ ତା’ର ଅଭ୍ୟସ୍ତ ଶୈଳୀରେ କାଠ ଚିରିଛି । କାଠ ଚିରିବାବେଳେ କାଠ ଚେମଡ଼ା, ଟାଣୁଆ, ଚିରିଲେ ହାତ ଫୁଟୁକା ହୋଇଯିବ ବୋଲି କହିଛି । କାଠଚିରାର ଫାଳ ବଡ଼ ହେବାରୁ ବାବୁ ଆହୁରି ଛୋଟ କରିବାକୁ କହିଛନ୍ତି, ଠିକ୍ ରୂପେ କାମ ନେବାକୁ ଚେଷ୍ଟା କରିଛନ୍ତି। ବାବୁଙ୍କର ଏପରି କଥାକୁ କାଠୁରିଆ ତାତ୍ସଲ୍ୟ କରିଛି । ସେ ସବୁ ଜାଣିଛି ବୋଲି ସଫେଇ ଦେଇ କହିଛି ।

କାଠ ଚିରିବା ଅବସରରେ, କାଠୁରିଆ ତା’ର ପରିଚୟ ଦେଇଛି । ଜୀବନରେ ଘଟିଯାଇଥବା ଦୁଃଖଦ ଘଟଣାକୁ ସହଜ ସରଳ ଭାବରେ ବଖାଣି ବସିଛି । ନିଜକୁ ବାବୁଙ୍କଠାରୁ ସାମାନ୍ୟ ବଡ଼ କରି ପ୍ରମାଣିତ କରିବାକୁ ଚାହିଁଛି । ତା’ ବିଚାରରେ ସେମାନଙ୍କ ପରିଶ୍ରମ ପାଇଁ ବାବୁମାନେ ସବୁ ସୁଖ ପାଉଛନ୍ତି । ବାବୁ, ଛୁଆଙ୍କୁ ପାଠ ପଢ଼ାଇବା କଥା ପଚାରିବାରୁ, ସେ ‘କହିଛି, ତାଙ୍କ ପିଲା ପାଠ ପଢ଼ିଲେ ବାବୁଙ୍କର କାମ କରିବାପାଇଁ ଲୋକ ମିଳିବେ ନାହିଁ । ବାବୁଙ୍କ ସହିତ କାଠଚିରାଳିଟି ସୁଖ ଦୁଃଖ ହୋଇଛି । ନିଜର ସହଜ ସରଳ ବିଚାରବୋଧକୁ ପ୍ରକାଶ କରିଛି । ତା’ର ଚଳଣିରେ ସେ ଖୁସିଥୁଲା ଭଳି ମନେହେ।ଇଛି

କାଠକୁ ଠିକ୍ ରୂପେ ବାଗେଇ ସାଗେଇ ଘଣ୍ଟାଏ ଦେଢ଼ଘଣ୍ଟାରେ କାଠୁରିଆ ଅଧାଅଧ୍ ଚିରିଦେଇଛି । ଲୋକଟି ଥକି ପଡ଼ିଲେ ବି ବାବୁ ତା’ଠାରୁ ଆହୁରି ଆହୁରି କାମ ଆଦାୟ କରିବାକୁ ଚେଷ୍ଟା କରୁଥା’ନ୍ତି । ଏପରିକି କୌତୂହଳବଶତଃ କୁରାଢ଼ିକୁ ଟେକି, କାଠ ଚିରିବାକୁ ଯାଇ ଅସଫଳ ହେଲେ ବି କାଠୁରିଆକୁ ପାରିଶ୍ରମିକ ଦେବାକୁ ସେ ଚାହିଁ ନାହାନ୍ତି । କାଠୁରିଆ କିନ୍ତୁ ସବୁକାମ ଠିକ୍ଠିକ୍ କରିବାର ପ୍ରୟାସ କରୁଥାଏ।

ବାବୁ ଦେଖୁଲେ କାଠୁରିଆର ପେଟ ପିଠିକୁ ଲାଗିଯାଉଛି । ତାକୁ ଖାଇବା କଥା ପଚାରିଛନ୍ତି ବାବୁ । ହେଲେ ଭଲ କରି ଗଣ୍ଡା ଖାଇବାକୁ ଦେବାକୁ ଚାହିଁ ନାହାଁନ୍ତି । ବରଂ ଦୁଇଦିନର ବାସିରୁଟି, ଯେଉଁ ରୁଟି ତାଙ୍କ ପୋଷାକୁକୁର ଖାଇବ ନାହିଁ, ସେହି ରୁଟି ଖାଇବାକୁ ଦେଇଛନ୍ତି । ଏଲୁମିନିୟମ୍ ପାଇଖାନା ଲୋଟାରେ ପାଣି ପିଇବାକୁ ଦେଇଛନ୍ତି । ସେହି ରୁଟି ଖାଇ, ପାଇଖାନା ଲୋଟାରେ ପାଣି ପିଇ ମଧ୍ୟ ସେ କିଛି ଭାବିନାହିଁ ବରଂ ସେହି ଲୋଟାକୁ ପାଉଁଶ ପକାଇ ମାଜି ଚିକ୍‌ଚିକ୍ କରିଦେଇଛି । ବାବୁ ଗଲେ ଭାତ ଖାଇବାକୁ । ଦେଖାଇ ଦେଇଗଲେ କାଠସବୁ କାଠଘରେ ସଜାଡ଼ି ରଖିବାକୁ । ବାବୁ ରବିବାରର ଗରିଷ୍ଠ ଭୋଜନ ଖାଇ, ସିଗାରେଟ୍ ଖଣ୍ଡେ ଧରି ଗଲେ କାଠ ଦେଖିବାକୁ । ସବୁ ଠିକ୍ ରହିଥିବା ଦେଖିଛନ୍ତି । ଛୋଟ ଛୋଟ କାଠକୁ ସଜାଡ଼ି ରରାଦ କରିଛନ୍ତି।

ସବୁକାମ ସରିଲା ପରେ ବାବୁ ଆଣି ଦେଇଛନ୍ତି, ଦିଖଣ୍ଡ ଦି’ଟଙ୍କିଆ ନୋଟ୍ । ଚାରିଅଣା ପଇସା ଫେରାଇବାକୁ କହିଛନ୍ତି । କାଠୁରିଆଟି ନିଜର ଅସାମର୍ଥ୍ୟ ପ୍ରକାଶ କରିଛି । ତଥାପି ବଜାରରୁ ଭଙ୍ଗେଇ ଆଣି ଚାରିଅଣା ପଇସା ଦେବାକୁ ବାବୁ ବାଧ୍ୟ କରିଛନ୍ତି । କାଠୁରିଆଟି କହିଛି, ଭବିଷ୍ୟତରେ ମୁଁ କାଠଚିରି ପଇସା ଶୁଝିଦେବ । ମାତ୍ର ବାବୁ କହିଛନ୍ତି, ‘ତୁ ଆସିବୁ ନ ଆସିବୁ କି ବିଶ୍ଵାସ’ ।

ବିଶ୍ଵାସୀ ମଣିଷକୁ ଅବିଶ୍ୱାସ କହିଲେ, ତା’ର ମୁଣ୍ଡ ଚହଲିଯାଏ । ସେ ଜାଣିପାରେ ସଭ୍ୟ ମଣିଷର ଶୋଷଣର କଥାକୁ । ତେଣୁ କାଠୁରିଆ ଆଖି ଲାଲ୍ ଲାଲ୍ କରି କହିଛି – “କି କହିଲୁ ବାବୁ ! କି ବିଶ୍ଵାସ ! ଏତେବେଳେଯାଏଁ ମତେ ଟେକାଟେକି କରି, ଭୁଲେଇ ବୁଲେଇ ତୋର ସବୁକାମ ଆଦାୟ କରିନେଲୁ। ମର ଜମିଜାଇଗା ବି ସବୁ ତମରମାନେ ନେଲା, ମର ନ କରିବା କାମ ବି କରିଦେଲି । ଦୁଇଟା ଶୁଖିଲା ରୁଟିଦେଲୁ ଯେ ଭାବିଛୁ ଢେର ଦେଲୁ । କହୁଛି କି ବିଶ୍ଵାସ ! ଆମର କି ମଣିଷ ନାଇଁ ବଣର ଭାଲୁ ହେଇଛି ? ପଇସାରେ ବଡ଼ ନୁକି ଦେଖେଇ ହେଉଛୁ । ମୁଁ ତୋର ଚାଲାକି ସବୁ ବୁଝିଛି । ନେ ତର ପଇସା ।”

ନୋଟ ଦୁଇଟାକୁ ବାବୁଙ୍କ ଆଡ଼କୁ କାଠୁରିଆ ଫୋପାଡ଼ି ଦେଇ, ଥମଥମ୍ କରି ଫାଟକ ପାରହୋଇ ସଡ଼କ ଧରିଛି । ବାବୁ କାଠୁରିଆର ବ୍ୟବହାରରେ ଡରିଯାଇଛନ୍ତି । ସେ ଜାଣି ପାରିଛନ୍ତି, ତାକୁ ଏପରି କଥା କହି, ସେ ଭୁଲ୍ କରିଛନ୍ତି । କାଠୁରିଆ ହୁଏତ ଅଘଟଣ ଘଟାଇ ଦେବ ବୋଲି ଆଶଙ୍କା କରିଛନ୍ତି । ସେ ଆତଙ୍କିତ ହୋଇ ଚୈତନ ହାତରେ ନୋଟ ଦୁଇଟି ତାକୁ ଦେବାକୁ ଧରେଇ ଦେଇ, ଘର ଭିତରକୁ ଚାଲିଯାଇଛନ୍ତି । ସର୍ବାଙ୍ଗ ତାଙ୍କର ଝାଳରେ ବୁଡ଼ିଯାଇଛି ।

BSE Odisha 10th Class Odia Solutions Chapter 14 କାଠ

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ଧଅ କାଠ – ଏକ ଧ୍ଵସର ବର୍ଣ୍ଣର ନିଦା କାଠ
  • ହସ୍ତାଏ – ଏକ ସପ୍ତାହ
  • ଧ୍ୱମୂଷା ମାଦଳ – ଏକ ବାଦ୍ୟଯନ୍ତ୍ର
  • ଫାଳ ଏ – କାଠଗଣ୍ଡିର ଆଧା
  • କଣିକଶି ଶାତ – ହାଡ଼ଭଙ୍ଗା ଶାତ
  • ଖଢେଇ – ମୁହଁକୁ ବିକୃତ କରି ଦେଖାଇବା
  • ଗୁଟେ – ଗୋଟାଏ
  • ଗେସ ଗୁଲି – ଗ୍ୟାସ ଚୁଲି
  • କାଠୁଆ – କାଠ ଚିଚାଳି
  • ନୁକ – ଲୋକ
  • ନାର୍ଗ – ପାଇଁ
  • ତର – ତୋର
  • ଦରଜା – କବାଟ
  • ନାଭ – ଲାଭ
  • ମର – ମୋର
  • ନୁକ ସାନ୍ – କ୍ଷତି
  • ବାଝୁଆ -ମଞ୍ଜ କାଠ
  • ଏଗା – ଏଗୁଡ଼ା
  • ତାତ୍ସଲ୍ୟ କରି – ପରିହାସ କରି
  • ରକମ – ପ୍ରକାର
  • କେତଡ଼ – ଗହୁତ/କେତେ କେତେ
  • ତଗର ଭାଗର – ୪ /୫ ବର୍ଷର ଛୋଟ ଖେଳୁଆଡ଼ ବୟସର ପିଲା
  • ଆରମ ଆଗ ନିର୍ଲାଟା – ଏହା ପୂର୍ବ ସ୍ରାଟା
  • ଦେନା – ଦେଲା
  • ମତପ୍ କାମ – ରାସ୍ତ୍ରୀ କାମ
  • ତିରିଲା – ପ୍ତା
  • କଟେଇ – ଅସ୍ତ୍ରୋପଚାର
  • ଧ୍ ମେଇ – ଧାରେ ଧାରେ
  • ଚାତୁରା – କଳା କୌଶଳ
  • ଠିକିରି ପଡ଼ିବା – ଛିଟିକି ପଡ଼ିବା
  • ନୁହା – ଲୁହା
  • ଗୁଦାମ – ଗୋଦାମ
  • ଦୁଇ କିଲ ଆର ଅଧେ – ଅଢେଇ କିଲେ।
  • ଶେଷ ପ୍ରସ୍ତ – ଛାନିଆ ଶେଷ ପର୍ଯ୍ୟୟ କାମ
  • ଧଇଲା – ଆରମ୍ଭ କଲା
  • ତାଦ୍ଦଣ୍ଡେ – ସଙ୍ଗେ ସଙ୍ଗେ/ତତ୍ କ୍ଷଣାତ୍
  • ଭିଶି – ଖେଳେଇ ହୋଇ/ ବିଛାଡ଼ି ହୋଇ
  • ଗରନା – ଝାତୁ
  • ଚେଳଚେପାରା – ଛୋଟ ଛୋଟ ଖଣ୍ଡ ଓ ଚୋପା ଚୋପରା
  • ବିନା ଓଜର ଆପତ୍ତିରେ – ବିନା ପ୍ରତିବାଦରେ
  • ପାଉଶା – ପାରିଶ୍ରମିକ / ମଜୁରି
  • ଭଙ୍ଗେଇ – ଖୁଚୁରା
  • ରଇବାର – ରବିବାର
  • ଦୁକାନ – ଦୋକାନ
  • ସଞ୍ଚତ – ଗଛିତ
  • ଆମଥମ -ରାଗରଗ
  • ଏକମୁହଁ – ଏକତରଫା
  • ରୁଦ୍ର ମୂର୍ତ୍ତ – ଭୟଙ୍କର
  • ଉପଲବ୍ଜି – ବୁଝିଲି
  • ଉତକ୍ତ – ରାଗିଯିବା

Leave a Comment