BSE Odisha 7th Class Odia Solutions Chapter 1 କଳାମାଣିକରେ

Odisha State Board BSE Odisha 7th Class Odia Solutions Chapter 1 କଳାମାଣିକରେ Textbook Exercise Questions and Answers.

BSE Odisha Class 7 Odia Solutions Chapter 1 କଳାମାଣିକରେ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି ?
Answer:
ସ୍ନେହମୟୀ ମାତା ଯଶୋଦା କୃଷ୍ଣଙ୍କ ବନରୁ ଫେରିବା ବିଳମ୍ବରେ ଅଧୀରା ହୋଇପଡ଼ିଛନ୍ତି । ପ୍ରତ୍ୟହ ସନ୍ଧ୍ୟାପୂର୍ବରୁ କୃଷ୍ଣ ଗୋଚାରଣରୁ ଫେରିଆସନ୍ତି; କିନ୍ତୁ ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି; ତେଣୁ ମାତା ଯଶୋଦାଙ୍କ ମନ ଭୟ ଓ ନାନା ଆଶଙ୍କାରେ ବିବ୍ରତ ହୋଇପଡ଼ିଛି ।

(ଖ) ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା ?
Answer: –
ଶ୍ରୀକୃଷ୍ଣଙ୍କ ଶରୀର ଥୁଲା ଦୁର୍ବଳ । ତେଣୁ ମା’ ତାଙ୍କୁ ନାନା କ୍ଷୀରଜାତ ଦ୍ରବ୍ୟ; ଯଥା- ଗୋଟିକା, ଅଧାମ ଓ ସର ଆଦି ଯାଚି ଖୁଆଇବାକୁ ଚେଷ୍ଟା କରୁଥିଲେ । ମାତ୍ର ସେସବୁ ଖାଦ୍ୟ କୃଷ୍ଣଙ୍କୁ ରୁଚୁ ନଥିଲା । କିନ୍ତୁ ଲହୁଣି ପ୍ରତି ତାଙ୍କ ମନରେ ଗଭୀର ଆଗ୍ରହ ଥିଲା ଓ ମା’ଙ୍କୁ ସେ ଲହୁଣି ଲାଞ୍ଚ ମାଗୁଥିଲେ ।

(ଗ) ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ?
Answer:
ଯଶୋଦାଙ୍କର ବୃଦ୍ଧାବୟସରେ ଶ୍ରୀକୃଷ୍ଣ ଏକମାତ୍ର ସନ୍ତାନ ହୋଇଥିବାରୁ ସେ କ୍ଷଣମାତ୍ର ପାଖରୁ ଛାଡ଼ିବାକୁ ଇଚ୍ଛା କରୁନଥିଲେ; କିନ୍ତୁ କୃଷ୍ଣ ଗୋଚାରଣରେ ଯିବାକୁ ଜିଦ୍ କରୁଥିଲେ । ବନରୁ ଫେରିବାରେ ବିଳମ୍ବ ହେବାରୁ ଯଶୋଦା ବ୍ୟସ୍ତ ଓ ବିବ୍ରତ ହୋଇ ନିଜକୁ ଡଙ୍କୁଣୀ ବୋଲି କହି ଅନୁତାପ କରୁଥିଲେ ।

(ଘ) ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆଙ୍କ ମନରେ କାହିଁକି ସୃଷ୍ଟି ହୋଇଛି ?
Answer:
ଗୋଚାରଣରେ ଯିବାବେଳେ ଶ୍ରୀକୃଷ୍ଣ କଠଉ ଓ ଛତା ସଙ୍ଗରେ ନେଇଥାଆନ୍ତି । କିନ୍ତୁ ସେଦିନ ସେସବୁ ନେବାକୁ ସେ ଭୁଲି ଯାଇଥିଲେ । କଠଉ ନ ଥିବାରୁ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି ତାଙ୍କୁ କଷ୍ଟ ହେଉଥ‌ିବ ଭାବି ମା’ ମନରେ ଆଶଙ୍କା ସୃଷ୍ଟି ହୋଇଛି । ବନ ମଧ୍ଯରେ ପଡ଼ିଥିବା ଅନାବନା କଣ୍ଟା ଫୁଟି ପାଦରୁ ରକ୍ତ ଝରିପଡ଼ୁଥ‌ିବ ଓ ସେ ଯନ୍ତ୍ରଣା ଭୋଗୁଥ‌ିବେ, ଏହିକଥା ମନରେ ଭାଳି ମା’ଙ୍କ ମନ ବିଷାଦରେ ଭରିଉଠିଛି ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଦିଅ ।
(କ) ଶ୍ରୀକୃଷ୍ଣଙ୍କୁ କଳାମାଣିକ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
ମାଣିକ୍ୟ ହେଉଛି ଏକ ବହୁମୂଲ୍ୟ ରତ୍ନପଥର । ଏହା ବିଭିନ୍ନ ବର୍ଷର ହୋଇଥାଏ ଓ ବର୍ଣ୍ଣ ଅନୁସାରେ ତା’ର ନାମକରଣ ହୋଇଥାଏ । ଏହା ଚିକ୍‌କଣ, ସୁନ୍ଦର ଓ ବହୁ ମୂଲ୍ୟବାନ୍ । ଯଶୋଦାଙ୍କ ପାଇଁ ଶ୍ରୀକୃଷ୍ଣ ଥିଲେ ସର୍ବସୁନ୍ଦର ଓ ବହୁ ମୂଲ୍ୟବାନ୍ । କିନ୍ତୁ କୃଷ୍ଣଙ୍କ ଶରୀରର ରଙ୍ଗ ଶ୍ୟାମଳ ହୋଇଥିବାରୁ ଯଶୋଦା ପୁତ୍ର କୃଷ୍ଣଙ୍କୁ ସ୍ନେହରେ କଳାମାଣିକ ବୋଲି ସମ୍ବୋଧନ କରିଛନ୍ତି ।

(ଖ) ପୁଅର କେଉଁସବୁ କାର୍ଯ୍ୟ ମନେପକାଇ ମାଆ ଭାଳି ହେଉଛନ୍ତି ?
Answer:
ମା’ ମନ ସନ୍ତାନ ପାଇଁ ସତତ ବ୍ୟାକୁଳ। କୃଷ୍ଣ ଯଶୋଦାଙ୍କର ଏକମାତ୍ର ସନ୍ତାନ ଥିଲେ। ମା’ଙ୍କ ବାରଣ ସତ୍ତ୍ଵେ ଆଦରର ଧନ ତାଙ୍କର ଗୋରୁ ଚରାଇବାକୁ ବଣକୁ ଯାଇ ଫେରିବାରେ ବିଳମ୍ବ କରିଛନ୍ତି। ତେଣୁ ସ୍ନେହମୟୀ, ମମତାମୟୀ ମା’ର ହଦୟ ଅହେତୁକ ଭୟ ଓ ଆଶଙ୍କାରେ ଥରିଉଠିଛି। କୃଷ୍ଣଙ୍କୁ ଘରେ ଅଧାମ, ଗୋଟିକା, ସର ଆଦି ସୁସ୍ଵାଦୁ ଖାଦ୍ୟ ରୁଚେ ନାହିଁ । ଲହୁଣି ମାଗି ମାଗି ନୃତ୍ୟ କରିବା, ଅଳି ଅଝଟ କରି ତଳେ ଗଡ଼ିଯିବା, ଧୂଳି ଧୂସର ହୋଇ କୋଳରେ ଲୋଟିଯିବା ଭଳି କୃଷ୍ଣଙ୍କର ଶିଶୁସୁଲଭ ଚପଳତାକୁ ମା’ ମନେ ପକାଇ ଭାଳି ହେଉଛନ୍ତି । ଜଙ୍ଗଲରେ ଡାହାଣୀ ଓ ରାକ୍ଷସଙ୍କର ଉପଦ୍ରବ ହେଉଥ‌ିବ, ଟାଣଖରାରେ ଶ୍ରମଝାଳ ବୋହି ଯାଉଥବ, ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ – ଏମିତି କେତେକଥା ଭାବି ଭାଳି ହେଉଛନ୍ତି ଏବଂ ଭାବି ଭାବି ମା ଯଶୋଦା ବିଳାପ କରୁଥିଲେ ।

(ଗ) ମାଆଙ୍କର ହୃଦୟ ତାପ ବିନାଶ କରିବାରେ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ ବୋଲି କହିବାର କାରଣ କ’ଣ ?
Answer:
ହରିଚନ୍ଦନ ହେଉଛି ଦେବଯୋଗ୍ୟ ସୁବାସିତ ଶ୍ଵେତ ଚନ୍ଦନ । ଗ୍ରୀଷ୍ମକାଳରେ ଶରୀରକୁ ଶୀତଳତା ପ୍ରଦାନ କରିବାପାଇଁ ଚନ୍ଦନ ଲଗାଯାଏ ଯାହାକି ହୃଦୟର ସକଳ ସନ୍ତାପ, ଦୁଃଖ, ତାପ ଓ ଦିହନକୁ ଶାନ୍ତ କରେ । ଯଶୋଦାଙ୍କ ଜୀବନରେ କୃଷ୍ଣ ଥିଲେ ବାର୍ଦ୍ଧକ୍ୟର ଏକମାତ୍ର ସମ୍ବଳ, ଜୀବନର୍‌ ସର୍ବସ୍ଵ । ଯେତେବେଳେ ସେ କୃଷ୍ଣଙ୍କୁ ହୃଦୟରେ ଲଗାଇ ଆଲିଙ୍ଗନ କରନ୍ତି, ତାଙ୍କ ହୃଦୟର ସକଳ ଦୁଃଖ, ସନ୍ତାପ ଦୂରୀଭୂତ ହୁଏ । କ୍ଷଣକ ପାଇଁ ପାଖରୁ ଅନ୍ତର ହେଲେ ଭୟ ଓ ଆଶଙ୍କାରେ ତାଙ୍କ ମନରେ ବ୍ୟାକୁଳତା ଭରିଯାଏ ଏବଂ କୋଳକୁ ଫେରିଆସିଲେ ସେ ପରମ ସୁଖ ଅନୁଭବ କରନ୍ତି । ତେଣୁ ସେ କୃଷ୍ଣଙ୍କୁ ହୃଦୟର ତାପ ବିନାଶକ ହରିଚନ୍ଦନ ବୋଲି କହିଛନ୍ତି ।

(ଘ) ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ ?
Answer:
ବୃଦ୍ଧ ବୟସରେ ଶ୍ରୀକୃଷ୍ଣଙ୍କ ପରି ସନ୍ତାନ ଯଶୋଦାଙ୍କ ଜୀବନର ସର୍ବସ୍ବ ଏବଂ ଏକମାତ୍ର ସମ୍ବଳ ଥିଲେ । ତାଙ୍କ ପାଇଁ କୃଷ୍ଣ ଥିଲେ ନୟନ ପ୍ରତିମା ସଦୃଶ । କ୍ଷଣକ ପାଇଁ କୃଷ୍ଣ ପାଖରୁ ଅନ୍ତର ହେଲେ ସେ ବିଳାପ କରି ଉଠୁଥିଲେ । କୃଷ୍ଣ ତାଙ୍କ ପାଇଁ ଅନ୍ଧର ଲଉଡ଼ି ଓ ଦରିଦ୍ରର ଧନ ପରି ଥିଲେ । ଅଝଟ କୃଷ୍ଣ କିନ୍ତୁ ତାଙ୍କ ବାରଣ ନ ମାନି ଗୋଚାରଣରେ ବନକୁ ଚାଲି ଯାଉଥିଲେ । ଜୀବର ଜୀବନ ତଥା ହୃଦରତ୍ନହାର ସଦୃଶ କୃଷ୍ଣ ତାଙ୍କ ଜୀବନର ସମସ୍ତ ସୁଖର କାରଣ ଥିଲେ । ତାଙ୍କ ଚନ୍ଦ୍ରବଦନ ଦର୍ଶନରେ ମା’ ପାଉଥିଲେ ଅସୀମ ଆନନ୍ଦ । ଜୀବନର ସମସ୍ତ ଦୁଃଖ ପାସୋରି ସେ ତାଙ୍କୁ କୋଳେଇ ନେଉଥିଲେ ।

(ଡ) ଶ୍ରୀକୃଷ୍ଣଙ୍କର ବେଣୁସ୍ଵନକୁ କାନ ଡେରିବା ପ୍ରସଙ୍ଗରେ କେଉଁ ଭାବ ପ୍ରକାଶ ପାଇଛି ?
Answer:
ଶ୍ରୀକୃଷ୍ଣ ନିତିପ୍ରତି ଗୋଚାରଣରେ ବନକୁ ଯାଇ ସନ୍ଧ୍ୟା ପୂର୍ବରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଗୋଧୂଳି ବେଳରେ ତାଙ୍କ ବଂଶୀସ୍ୱନକୁ କାନଡେରି ରହୁଥିଲେ ମାତା ଯଶୋଦା । ଦୂରରୁ ସୁମଧୁର ବେଣୁତାନ ତାଙ୍କ ମନରେ ଆନନ୍ଦ ଭରି ଦେଉଥିଲା । ସେ ଦାଣ୍ଡକୁ ଧାଇଁ ଯାଉଥିଲେ ପୁଅକୁ ପାଛୋଟି ଆଣିବାପାଇଁ । ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କୃଷ୍ଣଙ୍କ ଘରବାହୁଡ଼ାରେ ବିଳମ୍ବ ଦେଖି ମା’ ଯଶୋଦାଙ୍କ ମନ ଭୟ ଓ ଆଶଙ୍କାରେ ଭରି ଉଠିଥିଲା । ବଂଶୀର ସ୍ଵନକୁ ଅପେକ୍ଷା କରି କରି ନାନା ବିପଦ ଆଶଙ୍କାରେ ବ୍ୟାକୁଳ ହୋଇଥିଲା ତାଙ୍କ ମନ । ତେଣୁ ନିଜକୁ ସ୍ଵୀକାର କରି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସେ । ପୁତ୍ରର ଗୁଣ ସ୍ମରଣ କରି ସେ କରୁଣ ସ୍ବରରେ ବିଳାପ କରିଉଠିଥିଲେ । ଏଠାରେ ମାତା ଯଶୋଦାଙ୍କର ଅପୂର୍ବ ବାତ୍ସଲ୍ୟ-ମମତାର ଭାବ ପ୍ରକାଶ ପାଇଛି ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୩।
ପଠିତ କବିତାଟିକୁ ମନେପକାଇ କବିତାଂଶ ପୂରଣ କର ।
(କ) ଅନ୍ଧ ଲଉଡ଼ି ବାବୁରେ ………………..।
(ଖ) ………………………. ରଖି ଯାଉ ଗୋରୁ।
(ଗ) ହୃଦତାପ ବିନାଶନେ ……………….।
(ଘ) ………………………. ସର ନ ରୁଚଇ ତୋତେ।
(ଙ) ବନେ କଣ୍ଟା ଲାଗି ହୋଏ ……………….।
Answer:
(କ) ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା
(ଖ) ଡରୁ ଥାଉ ଅନ୍ଧାରକୁ ରଖି ଯାଉ ଗୋରୁ।
(ଗ) ହୃଦତାପ ବିନାଶନେ ହରିଚନ୍ଦନ।
(ଘ) ଗୋଟିକା, ଅଧାମ, ସର ନ ରୁଚଇ ତୋତେ।
(ଙ) ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା।

Question ୪ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ତୋଳି ମୁଁ ଧଇଲେ ……………………….ପଶିବଇଁ ମୁହଁ ।
Answer:
ପ୍ରଦତ୍ତ ପଦ୍ୟାଶଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ‘କଳା ମାଣିକରେ’ ଶୀର୍ଷକ ପଦ୍ୟରୁ ଆନୀତ । ଏଠାରେ ମା’ର ବାତ୍ସଲ୍ୟପ୍ରୀତି ଏବଂ ସନ୍ତାନର ଜନନୀପ୍ରୀତି ଉଭୟର ପରିପ୍ରକାଶ ଘଟିଛି । ବାଲ୍ୟକାଳରେ ଶ୍ରୀକୃଷ୍ଣ ଅତ୍ୟନ୍ତ ଦୁର୍ବଳ ଶରୀରବିଶିଷ୍ଟ ଥିଲେ । ସେଥ‌ିପାଇଁ ମାତା ଯଶୋଦା ଚିନ୍ତିତ ଥିଲେ । ସନ୍ତାନ ଯେତେ ସୁସ୍ଥ ସବଳ ଥିଲେ ମଧ୍ୟ ଜନନୀ ଚକ୍ଷୁରେ ସେ ସଦାବେଳେ ଦୁର୍ବଳ ମନେ ହୋଇଥାଏ । କୃଷ୍ଣଙ୍କୁ କୋଳରେ ଧରି ସ୍ନେହ କଲାବେଳେ ଯଶୋଦା ପୁତ୍ରର ଅସୁସ୍ଥତା ଆଶଙ୍କା କରିଥାଆନ୍ତି । ତେଣୁ ଗୋଟିକା, ଅଧାମ ଓ ସର ଆଦି ପୁଷ୍ଟିକର ଖାଦ୍ୟ ଖାଇବାକୁ ତାଙ୍କୁ ବାଧ୍ୟ କରନ୍ତି । ଏହିପରି ଦୁର୍ବଳ କୋମଳ ଶରୀର ଧାରଣ କରି ସେ ଗୋଚାରଣ ନିମନ୍ତେ ବନକୁ ଯାଇଥିବାରୁ ମା’ ମନ ସଦା ଆତଙ୍କିତ ଥାଏ । ପୁନଶ୍ଚ ସନ୍ଧ୍ୟା ପରେ ବନରୁ ଫେରିବାରେ ବିଳମ୍ବ ହେବାରୁ ଆଶଙ୍କାରେ ଅତିଷ୍ଠ ହୋଇ ଯଶୋଦା ବ୍ୟାକୁଳ ହୋଇଉଠିଛନ୍ତି ଓ ପୁତ୍ରର ଗୁଣାବଳୀ ସ୍ମରଣ କରି ବିଳାପ କରିଛନ୍ତି ।

(ଖ) ନେଲୁ ନାର୍ହି କାର୍ହି ପାଇଁ ………………………….. ..ମୃଦୁ ପାଦ ଚିନ୍ତା ।
Answer:
ପ୍ରୋକ୍ତ ପଦ୍ୟାଶଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ‘କଳା ମାଣିକରେ’ ଶୀର୍ଷକ ପଦ୍ୟରୁ ଆନୀତ । ସ୍ନେହମୟୀ ଜନନୀ ଯଶୋଦାଙ୍କର ବିଳାପ ବର୍ଣ୍ଣନା କରିଛନ୍ତି । ସନ୍ଧ୍ୟାରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେବାରୁ ଯଶୋଦା କୃଷ୍ଣଙ୍କ ଚିନ୍ତାରେ ବ୍ୟାକୁଳ ହୋଇଉଠିଛନ୍ତି । ଗାଈଗୋଠ ସହ ଗଲାବେଳେ କୃଷ୍ଣ ତାଙ୍କ କଠଉ ଓ ଛତା ସଙ୍ଗରେ ନେବାକୁ ଭୁଲିଯାଇଛନ୍ତି । ସେଥ‌ିପାଇଁ ମା’ଙ୍କ ମନରେ ଅସୁମାରି ଆଶଙ୍କା ସୃଷ୍ଟି ହୋଇଛି । ସେ ଚିନ୍ତା କରିଛନ୍ତି ହୁଏତ ନିଦାଘ ଝାଞ୍ଜି ହେତୁ କୃଷ୍ଣଙ୍କ ଦେହରୁ ଝାଳ ବହି ପଡ଼ୁଥ‌ିବ । ବନ ମଧ୍ୟରେ ଅନାବନା କଣ୍ଟା ମାଡ଼ି ସୁକୋମଳ ପାଦ ଦୁଇଟିରୁ ରକ୍ତ ଝରିପଡ଼ୁଥ‌ିବ । ଯନ୍ତ୍ରଣାରେ ତାଙ୍କ ଅଲିଅଳ ପୁଅ ଅଧୀର ହୋଇପଡ଼ୁଥ୍ । ଚାଲିବାରେ କଷ୍ଟ ଅନୁଭବ କରି ହୁଏତ ଆସିବାରେ ବିଳମ୍ବ ହୋଇଛି । ଏହିପରି ନାନା ଭୟ ଓ ଆଶଙ୍କାରେ ମା’ ମନ ଶିହରି ଉଠିଛି । ବାତ୍ସଲ୍ୟ ମମତାମୟୀ ଜନନୀ ଯଶୋଦାଙ୍କର ବ୍ୟାକୁଳତା କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି।

Question ୫।
ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ତୁ ତୁ ବିନାଶନେ ଏକଇ ବୃଦ୍ଧକାଳେ ନନ୍ଦ ହୃଦତାପ ହରିଚନ୍ଦନ ମୋହର ।
Answer:
ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ ।

(ଖ) ଶ୍ରୁତିକି ଡଙ୍କୁଣୀ ବନକୁ ମାତିବାର ଶୁଭୁଛି ଛାଡ଼ିଦେଲି ନିଶାଚର କାହିଁକି ମୁଁ ।
Answer:
ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି ।

Question ୬।
ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ସମ୍ବୋଧନ କରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।
Answer:
ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଜନନୀ ଯଶୋଦା ସମ୍ବୋଧନ କରି ଡାକିଥିବା ନାମଗୁଡ଼ିକ ହେଲା କଳାମାଣିକ, ନିଧନ ସଙ୍ଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହାରା, ଜୀବ ଜୀବନ, ନୟନ ପ୍ରତିମା, ହରିଚନ୍ଦନ ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୭।
ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।
(କ) ନିଧନ ସଙ୍ଖାଳି ମୋର ଦରିଦ୍ର ପସରା ।
Answer:
ନିଧନ – ନିର୍ଜନ, ଧନହୀନ, ଦରିଦ୍ର, ଗରିବ ।

(ଖ) ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ ।
Answer:
ନିଧନ – ପୁଅ, ପୁତ୍ର ।

(ଗ) ଗୋଟିକା ଅଧାମ ସର ନ ରୁଚଇ ତୋତେ ।
Answer:
ଅଧାମ – ଦୁଗ୍ଧଜାତ ମିଷ୍ଟାନ୍ନ ବିଶେଷ, ରାବିଡ଼ି, ସରପୁଳି। ଦୁଗ୍ଧକୁ ଗରମ କରି ଏଥୁରୁ ଜଳୀୟ ଅଂଶ କମିଗଲା ପରେ ଅର୍ଦ୍ଧତରଳ ଅବସ୍ଥାରେ ଯାହା ରହେ ତାହାକୁ ଅଧାମ କୁହାଯାଏ । ଏହା ଏକ ସୁସ୍ବାଦୁ ଖାଦ୍ୟ ।.

(ଘ) ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ।
Answer:
ମୃଦୁ – କୋମଳ, ନରମ ।

(ଙ‍) ବାର ବାର ବାରୁଥାଇ ଯିବା ପାଇଁ ବନେ ।
Answer:
ବାରୁଥାଇ – ବାରଣ କରୁଥାଇ, ମନା କରୁଥାଇ ।

Question ୮।
ତଳେ ଦିଆଯାଇଥ‌ିବା ସମୋଚ୍ଚାରିତ ଶବ୍ଦଗୁଡ଼ିକ ମଧ୍ୟରେ ଥ‌ିବା ଅର୍ଥଗତ ପାର୍ଥକ୍ୟ ଲେଖ ।
ବେଶି – ବେଶା,  ନିଧନ –  ନିଧନ,  ଶ୍ରୁତି – ଶ୍ରୁତି,  ନିଶା –  ନିଶା,  ବର – ବର
Answer:
ବେଶି – ଅଧ୍ଵ ।
ବେଶା – ବେଶଧାରା ।
ନିଧନ – ମୃତ୍ୟୁ, ବିନାଶ ।
ନିଧନ – ଧନହୀନ, ଦରିଦ୍ର ।
ଶ୍ରୁତି – କାନ, ଶ୍ରବଣ, ଶୁଣିବା ।
ଶ୍ରୁତି – ବେଦ, କିମ୍ବଦନ୍ତୀ ।
ନିଶା – ରାତ୍ରି ।
ନିଶା – ନିଶାଦ୍ରବ୍ୟ ଅଭସ୍ତ
ବର – ବୃକ୍ଷ ବିଶେଷ, ସ୍ୱାମା, ପତି।
ବର – ଆଶାର୍ବାଦା

Question ୯।
ତଳଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କାନନ, ଦରିଦ୍ର, ନୟନ, ଜନନୀ, ଲଉଡ଼ି
Answer:
କାନନ – ବଣ, ଜଙ୍ଗଲ ।,
ନୟନ – ଚକ୍ଷୁ, ଆଖି ।
ଲଉଡ଼ି – ବାଡ଼ି, ଯଷ୍ଟି ।
ଦରିଦ୍ର – ଦୀନ, ଗରିବ ।
ଜନନୀ – ମାତା, ମା’ ।

ତୁମପାଇଁ କାମ :

ଏ ଗୀତଟିକୁ ସ୍ଵର, ତାଳ ସହ ଗାନ କର ।
ସନ୍ତାନ ପ୍ରତି ସ୍ନେହ ପ୍ରକାଶ କରୁଥିବା ଏହିପରି ବିଭିନ୍ନ କବିଙ୍କର ଆଉ କେତୋଟି ଗୀତ ସଂଗ୍ରହ କର ଓ ପଢ଼ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କର ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧ ।
‘କଳାମାଣିକରେ’ କବିତାର କବିଙ୍କ ନାମ କ’ଣ ?
Answer:
କଳାମାଣିକରେ କବିତାର କବି ହେଉଛନ୍ତି ଅଭିମନ୍ୟୁ ସାମନ୍ତସିଂହାର।

Question ୨ ।
କଳାମାଣିକରେ କବିତାଟି କେଉଁ କାବ୍ୟରୁ ଆସିଅଛି ?
Answer:
କଲାମାଶିକାରେ କବିତାଟି ଅଭିମନ୍ୟୁ ସାମନ୍ତ୍ରସିଂହାରଙ୍କ ରଚିତ ‘ବିନ୍ଦଗ୍ଧ ଚିନ୍ତ୍ର।ମଶି’ କାବ୍ୟରୁ ଆସିଅଛି।

Question ୩ ।
କୃଷ୍ଣଙ୍କୁ କିଏ ଝୁରି ହେଉଛନ୍ତି ?
Answer:
କୃଷ୍ଣଙ୍କୁ ମାଆ ଯଶୋଦା ବାତ୍ସଲ୍ୟ ସ୍ନେହହେତୁ ମନେ ମନେ ତାଙ୍କୁ ଝୁରି ହେଉଛନ୍ତି।

Question ୪ ।
ଶ୍ରୀକୃଷ୍ଣ କାହାକୁ ଡରୁଥିଲେ ?
Answer:
ଶ୍ରୀକୃଷ୍ଣ ଅନ୍ଧି।ରକୁ ଡରୁଥିଲୋ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୫ ।
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ବଣକୁ ଯିବାକୁ ବାରଣ କରୁଥିଲେ କାହିଁକି ?
Answer:
ବଣ ମଧ୍ଯରେ ଡାହାଣୀମାନେ କ୍ଷତି ଘଟାନ୍ତି। ସେଥ‌ିପାଇଁ ଶ୍ରୀକୃଷ୍ଣଙ୍କୁ ମାଆ ଯଶୋଦା ବଣକୁ ଯିବାକୁ ବାରଣ କରୁଥ୍ ଲୋ

Question ୬ ।
ଶ୍ରୀକୃଷ୍ଣ କେଉଁ ଖାଦ୍ୟକୁ ଭଲ ପାଉଥିଲେ ?
Answer:
ଶ୍ରୀକୃଷ୍ଣ ଲବଣି ଖାଇବା ପାଇଁ ଭଲ ପାଉଥ୍ ଲୋ

Question ୭ ।
ମାଆ ଯଶୋଦାଙ୍କୁ କ’ଣ ନ ଶୁଣିପାରିଥିବାରୁ ସେ ଅତ୍ୟଧୁକ ବ୍ୟସ୍ତ ହୋଇପଡ଼ିଛନ୍ତି ?
Answer:
ମାଆ ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣଙ୍କ ବଂଶୀ ସ୍ଵରକୁ ଶୁଣିଥା’ନ୍ତି । କିନ୍ତୁ ଆଜି ସେ ବଂଶୀ ସ୍ଵରକୁ ନ ଶୁଣି ପାରିଥବାରୁ ଅତ୍ୟଧୂକ ବ୍ୟସ୍ତ ହୋଇପଡ଼ିଛନ୍ତି।

Question ୮ ।
ଶ୍ରୀକୃଷ୍ଣଙ୍କ ପାଦରେ କଷ୍ଟ ହେଉଥ‌ିବ ବୋଲି ଯଶୋଦା କାହିଁକି ଭାବୁଥିଲେ ?
Answer:
ଶ୍ରୀକୃଷ୍ଣ ବଣକୁ ଗଲାବେଳେ ସାଙ୍ଗରେ କଠଉ ନେଇ ନ ଥିଲେ। ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ ବୋଲି ଯଶୋଦା ଭାବୁଥିଲେ ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୯ ।
ଶ୍ରୀକୃଷ୍ଣଙ୍କ ଦେହରୁ ଝାଳ ବୋହୁଥ‌ିବ ବୋଲି କାହିଁକି ମାଆ ଯଶୋଦା ଭାବୁଥିଲେ ?
Answer:
ଝାଞ୍ଜି ଖରାରେ ଶ୍ରୀକୃଷ୍ଣଙ୍କ ଦେହରୁ ଝାଳ ବୋହୁଥ୍‌ବ ବୋଲି ଯଶୋଦା ଭାବୁଥ୍ ଲୋ

Question ୧୦ ।
ନିଶାଚରମାନେ କେଉଁଠି ମାତିଥିବାର ଯଶୋଦା ଶୁଣିଥିଲେ ?
Answer:
ନିଶାଚରମାନେ ବଣରେ ମାତିଥିବାର ଯଶୋଦା ଶୁଣିଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର:

Question ୧।
‘କଳାମାଣିକରେ’ କବିତାଟି କେଉଁ ବହିରୁ ଅଣାଯାଇଛି ?
(କ) ବିଦଗ୍‌ଧ ଚିନ୍ତାମଣି
(ଖ) ତପସ୍ବିନୀ
(ଗ) ପ୍ରଶୟବଳ୍ମରା
(ଘ) ପ୍ରେମକଳା
Answer:
(କ) ବିଦଗ୍‌ଧ ଚିନ୍ତାମଣି

Question ୨ ।
‘କଳାମାଣିକରେ’ କବିତାଟି କାହାର ରଚନା ?
(କ) ଉପେନ୍ଦ୍ର ଭଞ୍ଜ
(ଖ) ଦୀନକୃଷ୍ଣ ଦାସ
(ଗ) ଅଭିମନ୍ୟୁ ସାମନ୍ତସିଂହାର
(ଘ) ଗାଙ୍ଗଧର ମେହେର
Answer:
(ଗ) ଅଭିମନ୍ୟୁ ସାମନ୍ତସିଂହାର

Question ୩।
‘କଳାମାଣିକରେ’ କବିତା ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର କେଉଁ ଛାନ୍ଦରୁ ଅଣାଯାଇଛି ?
(କ) ଚତୁର୍ଦ୍ଦଶ ଛାନ୍ଦ
(ଖ) ଷଷ୍ଠ ଛାନ୍ଦ
(ଗ) ଚଉଷଠି ଛାନ୍ଦ
(ଘ) ସତଷଠି ଛାନ୍ଦ
Answer:
(ଘ) ସତଷଠି ଛାନ୍ଦ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୪।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚନା ନୁହେଁ ?
(କ) ବାଘଗାତ
(ଖ) ଚଢ଼େଇ ଗୀତ
(ଗ) ନାନାବାୟା ଗୀତ
(ଘ) ବୋଲେ ହୁଁଟି
Answer:
(ଗ) ନାନାବାୟା ଗୀତ

Question ୫।
‘କଳାମାଣିକରେ’ କବିତାରେ ମାତାଙ୍କର କେଉଁ ମୁଖ୍ୟଭାବ କବି ପ୍ରକାଶକରିଛନ୍ତି ?
(କ) ବାତ୍ସଲ୍ୟମୟୀ ହୃଦୟର ଆବେଗ
(ଗ) ମାତୃ ହୃଦୟର ପ୍ରେମ
(ଖ) ମାତୃ ହୃଦୟର ସ୍ନେହ
(ଘ) ସନ୍ତାନର ମୋହ
Answer:
(କ) ବାତ୍ସଲ୍ୟମୟୀ ହୃଦୟର ଆବେଗ

Question ୬ ।
‘ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ’ – ଏଠାରେ ଏହି କବିତାଂଶରେ ‘ଧୀରେ’ କାହାକୁ ସମ୍ବୋଧନ କରାଯାଇଛି ?
(କ) ଯଶୋଦାଙ୍କୁ
(ଖ) ଗୋପୀମାନଙ୍କୁ
(ଗ) କବିତାଟି ଯେଉଁମାନେ ଶୁଣିବେ
(ଘ) ପଣ୍ଡିତମାନଙ୍କୁ
Answer:
(ଘ) ପଣ୍ଡିତମାନଙ୍କୁ

Question ୭।
‘କଳାମାଣିକ’ କାହାକୁ କୁହାଯାଇଛି ?
(କ) ଏକ ମୂଲ୍ୟବାନ୍ ଧାତୁ
(ଖ) ଧନସମ୍ପତ୍ତି
(ଗ) ଶ୍ରୀକୃଷ୍ଣ
(ଘ) ପଦ୍ମରାଗ ମଶି
Answer:
(ଗ) ଶ୍ରୀକୃଷ୍ଣ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୮ ।
‘ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ’ ବୋଲି କାହାକୁ କୁହାଯାଇଛି ?
(କ) ଶ୍ରୀକୃଷ୍ଣଙ୍କୁ
(ଖ) ନନ୍ଦରାଜାଙ୍କୁ
(ଗ) ଅଭିମନ୍ୟୁଙ୍କୁ
(ଘ) ବଳରାମଙ୍କୁ
Answer:
(କ) ଶ୍ରୀକୃଷ୍ଣଙ୍କୁ

Question ୯୮
‘ହୃଦତାପ ବିନାଶନେ ତୁ ହରିଚନ୍ଦନ’ – ଏହି ପଦ୍ୟାଶରେ ‘ହରିଚନ୍ଦନ’ କାହାକୁ ଲକ୍ଷ୍ୟକରି କୁହାଯାଇଛି ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) କୃଷ୍ଣ ଓ ବଳରାମ
(ଘ) ବିଷ୍ଣୁଙ୍କ ଚନ୍ଦନ
Answer:
(ଘ) ବିଷ୍ଣୁଙ୍କ ଚନ୍ଦନ

Question ୧୦ ।
ନେଲୁ ନାହିଁ କାହିଁ ତୋ କଠଉ ଛତା’ ପଦ୍ୟାଶରେ ମାଆଙ୍କର କେଉଁ ମନୋଭାବ ପ୍ରକାଶ ପାଉଛି ?
(କ) ପୁଅ ପ୍ରତି ବିରକ୍ତିଭାବ
(ଖ) ପୁଅର ନିଭୀକତା ସଂପର୍କରେ ଆସ୍ଥା
(ଗ) ପୁଅର ଗୋଡ଼ରେ କଣ୍ଟା ପଶିବାର ଭୟ
(ଘ) ପୁଅର ନିରାପତ୍ତା ପ୍ରତି ସଂଶୟ
Answer:
(ଗ) ପୁଅର ଗୋଡ଼ରେ କଣ୍ଟା ପଶିବାର ଭୟ

Question ୧୧।
‘ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି’ ? – ଏଥରେ କେଉଁ ମୁଖ୍ୟ ଭାବଟି ପ୍ରକାଶ ପାଇଛି ?
(କ) ସ୍ନେହ
(ଖ) ବାତ୍ସଲ୍ୟ
(ଗ) ଆଶଙ୍କା
(ଘ) ଚିନ୍ତା
Answer:
(ଗ) ଆଶଙ୍କା

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୧୨ ।
‘ନିଶାଚର ମାତିବାର ଶୁଭୁଛି ଶ୍ରୁତିକି’ – ଏହି ପଦ୍ୟାଶରେ ‘ନିଶାଚର’ କାହାକୁ ଲକ୍ଷ୍ୟକରି କୁହାଯାଇଛି ?
(କ) ରାକ୍ଷସ
(ଖ) ରାତିଚୋର
(ଗ) ହିଂସ୍ରଜନ୍ତୁ
(ଘ) ଖଣ୍ଡ
Answer:
(କ) ରାକ୍ଷସ

Question ୧୩ ।
ହରିଚନ୍ଦନ କ’ଣ କରେ ?
(କ) ହୃଦତାପ ବିନାଶ କରେ
(ଖ) ବୃଦ୍ଧକାଳେ ସାହାଯ୍ୟ କରେ
(ଗ) ହୃଦୟରେ ଭକ୍ତିଭାବ ଆଣେ
(ଘ) ମନରେ ସାହସ ଦିଏ
Answer:
(କ) ହୃଦତାପ ବିନାଶ କରେ

Question ୧୪ ।
ଶ୍ରୀକୃଷ୍ଣ ନାଚି ନାଚି ମା’ଙ୍କୁ କ’ଣ ଲାଞ୍ଚ ମାଗନ୍ତି ?
(କ) ପେଡ଼ା
(ଖ) ରାବିଡ଼ି
(ଗ) ହୁଧସର
(ଘ) ଲହୁଣି
Answer:
(ଘ) ଲହୁଣି

Question ୧୫ ।
ନିମ୍ନୋକ୍ତ ମଧ୍ୟରୁ ବାତ୍ସଲ୍ୟ ମମତାର ଅର୍ଥ କେଉଁଟି ?
(କ) ପୁଅଝିଅମାନଙ୍କର ଉନ୍ନତି
(ଖ) ପୁଅଝିଅଙ୍କ ପ୍ରତି ପିତାମାତାଙ୍କର କର୍ତ୍ତବ୍ୟ
(ଗ) ଦୁଧସର
(ଘ) ଲହୁଣି
Answer:
(ଘ) ଲହୁଣି

Question ୧୬ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟିକୁ କୃଷ୍ଣ ଡରନ୍ତି ବୋଲି ଯଶୋଦା କହିଛନ୍ତି ?
(କ) ଡାହାଣୀକୁ
(ଖ) ଅନ୍ଧିରକୁ
(ଗ) ନିଶାଚରକୁ
(ଘ) ହିଂସ୍ରଜନ୍ତୁଙ୍କୁ
Answer:
(ଘ) ହିଂସ୍ରଜନ୍ତୁଙ୍କୁ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୧୭ ।
କୃଷ୍ଣ ବଣକୁ ଯାଇଥିଲାବେଳେ ସାଥ୍‌ରେ କେଉଁ କେଉଁ ଜିନିଷ ନେଇ ନଥ‌ିବାରୁ ମାତା ଯଶୋଦା ଭାଳି ହୋଇଛନ୍ତି ?
(କ) ଗୋଟିକା, ଅଧାମ
(ଖ) ବଂଶୀ
(ଗ) କଠଉ, ଛତା
(ଘ) ମୟୂରଚଦ୍ରିକା
Answer:
(ଗ) କଠଉ, ଛତା

Question ୧୮ ।
ଅଧାମର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ପୋଡ଼ା
(ଖ) ରାବିଡ଼ି
(ଗ) କହିଶି
(ଘ) ରସଗୋଲା
Answer:
(ଖ) ରାବିଡ଼ି

Question ୧୯ ।
ଯଶୋଦା କ’ଣ ପାଇଁ କାନ ଡେରିଥା’ନ୍ତି ?
(କ) ଶ୍ରୀକୃଷ୍ଣଙ୍କ କଥା
(ଖ) ଶ୍ରୀକୃଷ୍ଣଙ୍କ ବଂଶୀର ସ୍ଵନ
(ଗ) ଗାଈପଲ ଫେରିବାର ଶବ୍ଦ
(ଘ) ଶ୍ରୀକୃଷ୍ଣଙ୍କ କଠଉର ଶବ୍ଦ
Answer:
(ଖ) ଶ୍ରୀକୃଷ୍ଣଙ୍କ ବଂଶୀର ସ୍ଵନ

Question ୨୦ ।
ବନକୁ ଯିବାପାଇଁ ଯଶୋଦା ଶ୍ରୀକୃଷ୍ଣଙ୍କୁ ବାରମ୍ବାର ବାରଣ କରୁଥିଲେ କାହିଁକି ?
(କ) ସାଥ୍‌ରେ କଠଉ ଓ ଛତା ନେବାକୁ ଶ୍ରୀକୃଷ୍ଣ ଭୁଲିଯା’ନ୍ତି ।
(ଖ) ବଣରେ ଅନ୍ଧାର ଘୋଟି ରହିଥାଏ ।
(ଗ) ବଣରେ ଗୋଟିକା, ଅଧାମ, ଲହୁଣି ଆଦି ମିଳିନଥାଏ ।
(ଘ) ଡାହାଣୀ ଶ୍ରୀକୃଷ୍ଣଙ୍କୁ ଲୋଭେଇଯା’ନ୍ତି ।
Answer:
(ଘ) ଡାହାଣୀ ଶ୍ରୀକୃଷ୍ଣଙ୍କୁ ଲୋଭେଇଯା’ନ୍ତି ।

Question ୨୧ ।
ମାତା ଯଶୋଦା କେଉଁ କଥା ଭାଳୁଛନ୍ତି ବୋଲି କବିତାରେ କୁହାଯାଇଛି ?
(କ) ଘରକଥା
(ଖ) ଗାଈଗୋରୁଙ୍କ କଥା
(ଗ) ବାତ୍ସଲ୍ୟମମତା କଥା
(ଘ) ପଡ଼େ।ଶାଙ୍କ ମମତା କଥା
Answer:
(ଗ) ବାତ୍ସଲ୍ୟମମତା କଥା

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୨୨ ।
ବନେ କଣ୍ଟା ଲାଗି ହୋଏ – ପାଦ ଚିନ୍ତା : ପାଦ ପୂରଣ କର ।
(କ) କଅଁଳ
(ଖ) ମୃଦୁ
(ଗ) ନରମ
(ଘ) କର୍କଶ
Answer:
(ଖ) ମୃଦୁ

Question ୨୩ ।
ନାଚି ଲାଞ୍ଚ ମାଗୁଥାଉ – କେମନ୍ତେ : – ପାଦ ପୂରଣ କର ।
(କ) ଲବଣି
(ଖ) ଗୋଟିକା
(ଗ) ଆଧାମ
(ଘ) ସର
Answer:
(କ) ଲବଣି

Question ୨୪ ।
ଅଭିମନ୍ୟୁ ସାମନ୍ତସିଂହାର କେଉଁ ଶତାବ୍ଦୀର କବି ?
(କ) ବିଂଶ
(ଖ) ଊନବିଂଶ
(ଗ) ସପ୍ତଦଶ
(ଘ) ଅଷ୍ଟାଦଶ
Answer:
(ଘ) ଅଷ୍ଟାଦଶ

Question ୨୫ ।
‘ତୋଳି’- ଏହା କେଉଁ ଅର୍ଥ ପ୍ରକାଶ କରେ ?
(କ) ତୋଳିବା
(ଖ) ସଂଗ୍ରହ କରିବା
(ଗ) ଟେକି ଧରି
(ଘ) ଏ ସମସ୍ତ
Answer:
(ଗ) ଟେକି ଧରି

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୨୬ ।
‘ସାରୁ’ – ଏହା କେଉଁ ଅର୍ଥ ପ୍ରକାଶ କରେ ?
(କ) ଶେଷକରୁ
(ଖ) ଏକପ୍ରକାର ପରିବା
(ଗ) ପରିବା
(ଘ) ଏଥିମଧ୍ୟରୁ କୌଣସିଟି ନୁହେଁ
Answer:
(କ) ଶେଷକରୁ

Question ୨୭ ।
ନିଧନସଙ୍ଖାଳି ମୋର ଦରିଦ୍ର ପସରା – ରେଖାଙ୍କିତ ଶବ୍ଦଟିର ଅର୍ଥ କ’ଣ ?
(କ) ଧନହାନ
(ଖ) ମୃତ
(ଗ) ଗରିବ
(ଘ) ପାଇବା
Answer:
(କ) ଧନହାନ

Question ୨୮ ।
ମାତା ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ?
(କ) ଶ୍ରୀକୃଷ୍ଣଙ୍କୁ କଠଉ, ଛତା ଦେଇ ନଥ‌ିବାରୁ
(ଖ) ନିଶାଚର ମାତିଥିବା ଶୁଣି ମଧ୍ୟ ଶ୍ରୀକୃଷ୍ଣଙ୍କୁ ବଣକୁ ଛାଡ଼ିଥିବାରୁ
(ଗ) ଶ୍ରୀକୃଷ୍ଣଙ୍କ ଦେହରେ ଖରାବାଜି ଝାଳ ବହୁଥ‌ିବାରୁ
(ଘ) ଶ୍ରୀକୃଷ୍ଣ ପଥଶ୍ରମ ପାଉଥିବାରୁ
Answer:
(ଖ) ନିଶାଚର ମାତିଥିବା ଶୁଣି ମଧ୍ୟ ଶ୍ରୀକୃଷ୍ଣଙ୍କୁ ବଣକୁ ଛାଡ଼ିଥିବାରୁ

Question ୨୯ ।
ଯଶୋଦା ଶ୍ରୀକୃଷ୍ଣଙ୍କୁ ଲକ୍ଷ୍ୟକରି ପ୍ରତ୍ୟକ୍ଷ ଭାବରେ କେଉଁ କଥାଟି କହିନାହାନ୍ତି ? ସେ ତାଙ୍କର-
(କ) ନିଧନସଙ୍ଖ୍।ଳି
(ଖ) ହରିଚନ୍ଦନ
(ଗ) କରିଦ୍ରପସରା
(ଘ) ନୟନପ୍ରତିମା
Answer:
(ଖ) ହରିଚନ୍ଦନ

Question ୩୦
ମା’ ପୁଅକୁ ଲବଣି ପିତୁଳା ବୋଲି କାହିଁକି କହିଛନ୍ତି ?
(କ) ସ୍ନେହବଶତଃ
(ଖ) ଦୟ।ବଶତଃ
(ଗ) କରୁଣାବଶତଃ
(ଘ) ଭୟବଶତଃ
Answer:
(କ) ସ୍ନେହବଶତଃ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୩୧ ।
‘ଗୋଟିକା, ଅଧାମ, ସର ନ ରୁଚଇ ତୋତେ’ ଏଥୁ ‘ଗୋଟିକା’ ଶବ୍ଦର ଅର୍ଥ କ’ଣ ?
(କ) ସରପୁଳି
(ଖ) ରସାବଳି
(ଗ) ରାବିଡ଼ି
(ଘ) ପେଡ଼ା
Answer:
(ଘ) ପେଡ଼ା

Question ୩୨ ।
‘କଳାମାଣିକ’ କବିତାରେ ଯଶୋଦାଙ୍କର କେଉଁ ମନୋଭାବ ଉପରେ ଗୁରୁତ୍ଵ ଦିଆଯାଇଛି ?
(କ) ଉଦ୍‌ବିଗ୍ନତା
(ଖ) ଭୟାତୁରତା
(ଗ) ଅସହାୟତା
(ଘ) ସନ୍ତାନପ୍ରତି ମମତା
Answer:
(ଘ) ସନ୍ତାନପ୍ରତି ମମତା

Question ୩୩ ।
‘କଳାମାଣିକରେ’ କବିତାର ମୁଖ୍ୟ ଭାବ କ’ଣ ?
(କ) ଈଶ୍ବର ଭକ୍ତି
(ଖ) କରୁଣଭାବ
(ଗ) ବିଷାଦଭାବ
(ଘ) ସନ୍ତାନ ସ୍ନେହ
Answer:
(ଘ) ସନ୍ତାନ ସ୍ନେହ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୩୪ ।
ଶ୍ରୀକୃଷ୍ଣ ବଣକୁ ଯାଇଥିବାରୁ ଯଶୋଦଙ୍କ ମନରେ କେଉଁ ଭାବ ଉଦ୍ରେକ ହୋଇ ନାହିଁ ?
(କ) ଭୟ
(ଖ) ଉଦ୍‌ବେଗ
(ଗ) ଅ।ଶଙ୍କା
(ଘ) କୌତୂହଳ
Answer:
(ଘ) କୌତୂହଳ

କବି ପରିଚୟ :

ଇତିହାସରେ ଏକ ଉଜ୍ଜ୍ବଳ ଚରିତ୍ର । ସେ ‘କାବ୍ୟଯୁଗ’ ବା ‘ରାତିକ୍ଷୁଗ’ ବା ‘ଛନ୍ଦଯୁଗ’ ନାମରେ ନାମିତ ଏକ ସ୍ଵତନ୍ତ୍ର ସାର ସ୍କୃତ ଯୁଗର ଅନ୍ୟତମ ପ୍ରତିନିଧ୍। ରାଧାକୃଷ୍ଣଙ୍କର ଅମୃତ ଜୀବନଚରିତ ଆଧାରିତ ବହୁ କାବ୍ୟକବିତାର ସେ ରଚୟିତା । ପ୍ରତ୍ୟେକ ଓଡ଼ିଆଙ୍କ ନିକଟରେ ସେ ବିଦଗ୍ଧ କବିଭାବେ ପରିଚିଦ୍ଧ । ତାଙ୍କ ରଚିତ କାବ୍ୟକବିତାଗୁଡ଼ିକ ମଧ୍ୟରେ ‘ବିଦଗ୍ଧ ଚିନ୍ତାମଣି’, ‘ପ୍ରେମକଳା’, ‘ରସବତୀ’, ‘ସୁଲକ୍ଷଣା’, ‘ବାଘଗୀତ’, ‘ଚଢ଼େଇ ଗୀତ’, ‘ବୋଲେ ହୁଁ ଟି’ ଆଦି ପ୍ରଧାନ । ବାଲ୍ୟକାଳରୁ ସେ ସରଳ ସାବଲୀଳ କରୁଥିଲେ । କବିତା ‘କଳା ମାଣିକରେ’ କବିଙ୍କର ସର୍ଚଶ୍ରେଷ୍ଠ କାବ୍ୟ ‘ବିଦଗ୍ଧ ଚିନ୍ତାମଣି’ ର ସତଷଠି ଛାନ୍ଦରୁ ଗୃହୀତ ।

କବିତାର ପୃଷ୍ଠଭୂମି :

ଶ୍ରାକୃଷ୍ଣ ପ୍ତତିଦିନ ଗୋପବାଳକମାନଙ୍କ ସହ ବନକୁ ଗୋଚାରଣରେ ଯାଉଥିଲେ । ଏକଦା ସନ୍ଧ୍ୟାରେ ଗାଈଗୋଠ ସହ ଘରକୁ ଫେରିବାରେ ତାଙ୍କର ବିଳମ୍ବ ହେବାରୁ ଯଶୋଦାଙ୍କ ମନରେ ଅନେକ ଭୟ ଓ ଆଶଙ୍କା ଯଶୋଦାଙ୍କ ମନରେ ଅନେକ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ସେ ମନରେ ପୁତ୍ର କୃଷ୍ଣଙ୍କ ଗୁଣ ଗାନକରି ବିଳାପ କରିଛନ୍ତି । ସ୍ନେହ- ବତ୍ସଳ ମାତା ମନର ବ୍ୟସ୍ତତାରେ କବିତାଟି ରସାଣିତ ହୋଇଛି । କବି ବାତ୍ସଲ୍ୟଭରା ହୃଦୟର ଆବେଗକୁ ସୁନ୍ଦର ଭାବେ କବିତାରେ ରୂପ ଦେଇଛନ୍ତି ।

କବିତାର ସାରକଥା :
ଗୋପପୁରରେ ପ୍ରତ୍ୟହ ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହ ଗାଈଗୋଠ ନେଇ ବନ ମଧ୍ୟକୁ ଗୋଚାରଣ ନିମିତ୍ତ ଯାଇଥା’ନ୍ତି ଓ ସନ୍ଧ୍ୟା ସମୟରେ ପ୍ରତ୍ୟାବର୍ତ୍ତନ କରନ୍ତି । ସେଦିନ ଫେରିବା ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନ ବ୍ୟସ୍ତତାରେ ଭରି ଉଠିଛି । ମନ ମଧ୍ୟରେ ନାନା ଆଶଙ୍କା ସୃଷ୍ଟି ହୋଇଛି। କୃଷ୍ଣଙ୍କର ଗୁଣ ଓ କାର୍ଯ୍ୟକଳାପ ଆଦି ତାଙ୍କ ସ୍ମୃତିକୁ ଆସିବାରୁ ସେ ବିଳାପ କରିଉଠିଛନ୍ତି । ସ୍ନେହମୟୀ ଜନନୀଙ୍କ ବାତ୍ସଲ୍ୟ ମମତା କବିତାର ଛତ୍ରେ ଛତ୍ରେ ଫୁଟିଉଠିଛି ଯାହା କବି ସାମନ୍ତସିଂହାରଙ୍କ ଲେଖନୀରେ ଅତି ମନୋରମ ରୂପ ଲାଭ କରିଛି ।

ଯଶୋଦାଙ୍କ ବୃଦ୍ଧାକାଳର ଏକମାତ୍ର ସନ୍ତାନ ଥିଲେ ଶ୍ରୀକୃଷ୍ଣ । ସେ ପିତାମାତାଙ୍କର ଅତି ଅଲିଅଳ ଥିଲେ । ଦୀର୍ଘସମୟ ଧରି ଶ୍ରୀକୃଷ୍ଣ ଆଖୁ ଆଢୁଆଳରେ ରହିଯିବାରୁ ମା’ ମନ ତାଙ୍କର ଆତଙ୍କିତ ହୋଇପଡ଼ିଛି । ଅହେତୁକ ଭୟରେ ମନ ଶିହରି ଉଠିଛି । ମା’ଙ୍କ ପାଇଁ ସେ ସତେଯେପରି ଥୁଲେ ଅନ୍ଧର ଲଉଡ଼ି, ଦରିଦ୍ରର ପସରା ଓ ନିର୍ଜନର ଧନ ସ୍ୱରୂପ । ତାଙ୍କ ପ୍ରାଣର ପ୍ରତିମା, ନୟନର ମଣି କୃଷ୍ଣଙ୍କର ବନ ମଧ୍ୟରେ କୌଣସି ଅସୁବିଧା ହେଲା କି ? ଏହା ଚିନ୍ତାକରି ଭୟରେ ମାତା ଯଶୋଦାଙ୍କ ହୃଦୟ ବ୍ୟସ୍ତତାରେ ଭରିଉଠିଛି, ବ୍ୟାକୁଳତାରେ ଅଧୀର ହୋଇପଡ଼ିଛନ୍ତି ସେ ।

ଯେଉଁ କୃଷ୍ଣ ଅନ୍ଧାରକୁ ଭୟ କରନ୍ତି, ସେ ଗାଈଗୋଠ ସହ ସନ୍ଧ୍ୟା ପରେ କିପରି ଘରକୁ ଫେରିବେ ସେ ବିଷୟରେ ଭାବି ମା’ ମନ ବାତୁଳ ପ୍ରାୟ ହୋଇଉଠିଛି । ବାରଣ କଲେ ମଧ୍ୟ କୃଷ୍ଣ ଗାଈଗୋଠ ସହ ବନକୁ ଯିବାକୁ ଜିଦ୍ କରୁଥିଲେ । ବୃଦ୍ଧ ବୟସରେ ତାଙ୍କ ହୃଦଚନ୍ଦନ ପ୍ରାୟ ଏକମାତ୍ର ପୁତ୍ରର ଅନୁପସ୍ଥିତି ତାଙ୍କୁ ବିବ୍ରତ କରିପକାଇଛି । ତାଙ୍କର ମନେପଡ଼ିଯାଇଛି କୃଷ୍ଣଙ୍କର ଲବଣି ମାଗିବାର ଭଙ୍ଗୀ । ଗୋଟିକା, ଅଧାମ, ସର ଖାଇବାକୁ ରୁଚୁ ନଥିଲାବେଳେ ଲହୁଣି ଚୋରାଇ ଖାଇବାରେ ସେ କିପରି ପାରଙ୍ଗମ ଥିଲେ ତାହା ଯଶୋଦାଙ୍କ ଆଖି ଆଗରେ ନାଚି ଉଠିଛି ।

ମା’ ଶୁଣିଥିଲେ ଯେ ବନରେ ଡାକିନୀ, ଯୋଗିନୀ ଆଦି ନିଶାଚରମାନେ ଉପଦ୍ରବ କରିଥାଆନ୍ତି, ଯେଉଁଥପାଇଁ ସେ ଦୁର୍ବଳ ମନା କୃଷ୍ଣଙ୍କୁ ବନକୁ ପଠାଇବାକୁ ବାରଣ କରି ଆସୁଥିଲେ । ସେମାନେ ପୁଅ ପାଇଁ କିଛି ବିପତ୍ତି ସୃଷ୍ଟି କରିନାହାନ୍ତି ତ ! ମମତାମୟୀ ମା’ ମନ ସେ କଥା ଚିନ୍ତାକରି ଆତଙ୍କିତ ହୋଇପଡ଼ିଛି। ନିଦାଘ ଝାଞ୍ଜିରେ ହୁଏତ କୋମଳ ଅଙ୍ଗରୁ ଝାଳ ବୋହି ପଡ଼ୁଥ‌ିବ । କଠଉ କି ଛତା ମଧ୍ଯ ନେବାକୁ ଭୁଲିଯାଇଛନ୍ତି ସେ । ହୁଏତ ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ । ଏ ସମସ୍ତ କଥା ମନରେ ଭାଳି ଯଶୋଦା ବିବ୍ରତ ହୋଇପଡ଼ିଛନ୍ତି । ଗୋଠ ବାହୁଡ଼ା ସମୟରେ ପୁଅର ବଂଶୀସ୍ବନ ନ ଶୁଣି ସେ ବ୍ୟସ୍ତ ହୋଇପଡ଼ିଛନ୍ତି । ବାତ୍ସଲ୍ୟ ମମତାରେ ଭରା ମା’ ହୃଦୟର ଉଦ୍‌ବିଗ୍ନତା କବିତାକୁ ରସାଣିତ କରିଛି ।

କଠିନ ଶବ୍ଦାର୍ଥ :

  • ଭାକୁଛନ୍ତି – ଭାବୁଛନ୍ତି
  • ଧୀରେ – ପଣ୍ଡିତମାନେ /ସୁଧୀଜନମାନେ ।
  • ବାତ୍ସଲ୍ୟ ମମତା – ନିଜ ପୁଅଝିଅମାନଙ୍କ ପ୍ରତି ପିତାମାତାଙ୍କ ଗଭୀର ସ୍ନେହ ।
  • ଘେନ – ଗ୍ରହଣ କର
  • କାନନ – ବଣ / ଜଙ୍ଗଲ ।
  • ନିଧନ – ଧନହୀନ / ଦରିଦ୍ର / ଗରିବ
  • ଲଉଡ଼ି – ବାଡ଼ି ।
  • ଅନ୍ଧ ଲଉଡ଼ି – ଅନ୍ଧଲୋକ ବାଡ଼ି ସାହାଯ୍ୟରେ ବାଟ ଖୋଜି ଚାଲେ । ବାଢ଼ିଟି ତା’ପାଇଁ ସବୁଠାରୁ ବେଶି -ପ୍ରିୟ, ବେଶି ପ୍ରୟୋଜନ ।
  • ଜୀବନ – ପ୍ରାଣ
  • ପାସୋରି – ଭୁଲି
  • ସାରୁ – ଶେଷକରୁ
  • ଜନକ – ପିତା / ବାପା ।
  • ଜନନୀ – ମାତା ।
  • ନନ୍ଦନ – ପୁତ୍ର ।
  • ବାରବାର – ବାରମ୍ବାର
  • ଡାକିନୀ – ଡାହାଣୀ
  • ହରିଚନ୍ଦନ – ଶୀତଳତା ପ୍ରଦାନକାରୀ ଶ୍ଵେତ ଚନ୍ଦନ ବା ଆହ୍ଲାଦ ପ୍ରଦାନକାରୀ ଚନ୍ଦନ ।
  • ବେଣୁଗୀତ – ବଂଶୀସ୍ବର
  • ହୃଦତାପ – ହୃଦୟର ଦୁଃଖଜ୍ଵାଳା ।
  • ଗୋଟିକା – ପେଡ଼ା / ସନ୍ଦେଶ ।
  • ଅଧାମ – ସରପୁଳି / ରାବିଡ଼ି ।
  • ଲବଣି – ଲହୁଣି ।
  • ବାରୁଥାଇ – ମନାକରୁଥାଏ
  • ମମତା – ସ୍ନେହ ।
  • ବେଣୁ – ବଂଶୀ ।
  • ନିଶାଚର – ରାକ୍ଷସ / ରାତ୍ରିରେ ଯେଉଁମାନେ ବିଚରଣ କରନ୍ତି ।
  • ଅଙ୍ଗୁ – ଦେହରୁ
  • ଶ୍ରୁତି – ଶୁଣିବା/କାନ ।
  • ତରୁ – ବୃକ୍ଷ ।
  • ମୃଦୁ – କୋମଳା
  • ସଙ୍ଖଳି – ପ୍ରାଣଧନ / ପ୍ରିୟବ୍ ସ୍ତୁ।
  • ତାଙ୍କୁଶା – ଡାହାଣା

Leave a Comment