BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

Odisha State Board BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ Important Questions and Answers.

BSE Odisha Class 7 Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

Subjective Type Questions With Answers
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେବେ ବସିଥିଲା ? ଏଥରେ କିଏ ସଭାପତିତ୍ବ କରିଥିଲେ କରିଥିଲେ ?
Answer:

  • ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ମାସରେ ବସିଥିଲା ।
  • ଏଥରେ ସଚ୍ଚିଦାନନ୍ଦ ସିହ୍ନା ଅଧ୍ୟକ୍ଷତା କରିଥିଲେ ।

BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୨। ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ନିଯୁକ୍ତ ହୋଇଥିଲେ ? ଚିଠା ପ୍ରଣୟନ ସମିତିର ସଭାପତି ରୂପେ କିଏ ସଭାପତି କିଏ ଥିଲେ ?
Answer:

  • ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଥିଲେ ।
  • ଡକ୍ଟର ଭୀମରାଓ ଆମ୍ବେଦକର ଚିଠା ପ୍ରଣୟନ ସମିତିର ସଭାପତିରୂପେ ନିଯୁକ୍ତ ହୋଇଥିଲେ ।

୩ । ଆମ୍ବେଦକରଙ୍କ ପ୍ରକୃତ ନାମ କ’ଣ ଥିଲା ? ସେ କେଉଁଠାରେ ଜନ୍ମୟଗ୍ରହଣ କରିଥିଲେ ?
Answer:

  • ଆମ୍ବେଦକରଙ୍କ ପ୍ରକୃତ ନାମ ଥିଲା ଆତ୍ମାଭାଦେକର ।
  • ସେ ମହାରାଷ୍ଟ୍ରର ରତ୍ନଗିରିଠାରେ ଜନ୍ମଗ୍ରହଣ କରିଥିଲେ ।

୪। ଭାରତ ସମ୍ବିଧାନରେ କେତୋଟି ଧାରା, ଅନୁସୂଚୀ ଓ ଭାଗ ରହିଛି ?
Answer:

  • ଭାରତା ସମ୍ବିଧାନରେ ୩୯୫ଟି ଧାରା ଅଛି ।
  • ଏଥରେ ୮ଟି ଅନୁସୂଚୀ ଓ ୨୨ଟି ଭାଗ ରହିଛି ।

BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୫। ଭାରତ ସମ୍ବିଧାନ ଏକ ନମନୀୟ ଓ ଅନମନୀୟ ସମ୍ବିଧାନର ମିଶ୍ରଣ-କିପରି ?
Answer:

  • ଭାରତ ସମ୍ବିଧାନର କେତେକ ଧାରା କେନ୍ଦ୍ର ସଂସଦର ଉଭୟ ଗୃହର ସରଳ ସଂଖ୍ୟା ଗରିଷ୍ଠ ସମର୍ଥନରେ ସଂଶୋଧନ ହୋଇଥାଏ, ମାତ୍ର ଅନ୍ୟ କେତେକ ଧାରାରେ ସଂଶୋଧନ ପ୍ରଣାଳୀ ଖୁବ୍‌ ଜଟିଳ ।
  • ତେଣୁ ଏହା ନମନୀୟ ଓ ଅନମନୀୟ ସମ୍ବିଧାନର ଏକ ମିଶ୍ରଣ ଅଟେ ।

୬। ଭାରତକୁ ଏକ ଅର୍ଥସଂଘୀୟ ରାଷ୍ଟ୍ର କୁହାଯାଏ କାହିଁକି ?
Answer:

  • ଭାରତ ଏକ ସଂଘୀୟ ରାଷ୍ଟ୍ର ହେଲେହେଁ କେନ୍ଦ୍ର ସରକାର ଅଧ‌ିକ କ୍ଷମତାର ଅଧିକାରୀ।
  • ତେଣୁ ଭାରତକୁ ଏକ ଅର୍ଥସଂଘୀୟ ରାଷ୍ଟ୍ର କୁହାଯାଏ ।

୭। ଆମ ଭାରତର ସଂସଦରେ କେତୋଟି ସଦନ ଅଛି ? ସେହି ସଦନଗୁଡ଼ିକର ନାମ କ’ଣ ?
Answer:

  • ଆମ ଭାରତର ସଂସଦରେ ଦୁଇଟି ସଦନ ଅଛି ।
  • ଏହି ଦୁଇଟି ସଦନ ହେଉଛି ଲୋକସଭା ଓ ରାଜ୍ୟସଭା ।

BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୮। ଭାରତର ଶାସନମୁଖ୍ୟ ରାଷ୍ଟ୍ରପତି, ମାତ୍ର ଏହା ରାଷ୍ଟ୍ରପତୀୟ ରାଷ୍ଟ୍ର ନୁହେଁ କିପରି ?
Answer:

  • ଭାରତର ଶାସନମୁଖ୍ୟ ରାଷ୍ଟ୍ରପତି ହେଲେହେଁ ପ୍ରକୃତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ହାତରେ ଥାଏ ।
  • ତେଣୁ ଭାରତ ଏକ ରାଷ୍ଟ୍ରପତୀୟ ରାଷ୍ଟ୍ର ନୁହେଁ ।

୯। ସଂଘୀୟ ରାଷ୍ଟ୍ରର ୪ଟି ଲକ୍ଷଣ ଉଲ୍ଲେଖ କର ।
Answer:

  • ଲିଖ୍ ଓ ଅନମନୀୟ ସମ୍ବିଧାନ
  • ଦ୍ଵୈତ ଶାସନ
  • କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ
  • ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟାଳୟ

BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ୧୯୭୮ ମସିହା ପୂର୍ବରୁ ଜଣେ ଭାରତୀୟ ନାଗରିକ କେତୋଟି ମୌଳିକ ଅଧିକାର ଉପଭୋଗ କରୁଥିଲେ ?
Answer:
୧୯୭୮ ମସିହା ପୂର୍ବରୁ ଜଣେ ଭାରତୀୟ ନାଗରିକ ୭ଟି ମୌଳିକ ଅଧିକାର ଉପଭୋଗ କରୁଥିଲେ ।

୨। ତୁମ ଗ୍ରାମରେ ଏକ ଯୁବକ ସଂଘ ଗଠନ କରିବା ସମ୍ବିଧାନର କେଉଁ ମୌଳିକ ଅଧିକାରର ଅନ୍ତର୍ଗତ ?
Answer:
ଏହା ସ୍ଵାଧୀନତା ଅଧିକାରର ଅନ୍ତର୍ଗତ ।

୩। ସଂସଦୀୟ ଗଣତନ୍ତ୍ରରେ ପ୍ରକୃତ କ୍ଷମତା କାହା ହାତରେ ଥାଏ ?
Answer:
ସଂସଦୀୟ ଗଣତନ୍ତ୍ରରେ ପ୍ରକୃତ କ୍ଷମତା ମନ୍ତ୍ରୀମଣ୍ଡଳ ହାତରେ ରହିଥାଏ।

BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୪। କେନ୍ଦ୍ରରେ ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ଭଳି ରାଜ୍ୟର ମୁଖ୍ୟ କିଏ ?
Answer:
ରାଜ୍ୟର ମୁଖ୍ୟ ରାଜ୍ୟପାଳ ଅଟନ୍ତି ।

୫। ୨୦୦୨ ମସିହାରେ ଭାରତର ସମ୍ବିଧାନକୁ ସଂଶୋଧନ କରାଯାଇ କେଉଁ ଧାରାରେ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ମୌଳିକ ଅଧୂକାରର ଏକ ଅଂଶ ବୋଲି ଗ୍ରହଣ କରାଯାଇଛି ?
Answer:
ଧାରା ୨୧(କ) ରେ ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ମୌଳିକ ଅଧିକାରର ଏକ ଅଂଶ ବୋଲି ଗ୍ରହଣ କରାଯାଇଛି ।

୬। ଜଣେ ଭାରତୀୟ ନାଗରିକର ବର୍ତ୍ତମାନ କେତୋଟି ମୌଳିକ କର୍ତ୍ତବ୍ୟ ରହିଅଛି ?
Answer:
ଜଣେ ଭାରତୀୟ ନାଗରିକର ବର୍ତ୍ତମାନ୧୧ଟି ମୌଳିକ କର୍ତ୍ତବ୍ୟ ରହିଅଛି ।

୭। “ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି “ସମ୍ବିଧାନର କେଉଁ ପରିଚ୍ଛେଦରେ ଉଲ୍ଲେଖ ରହିଛି ?
Answer:
ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ଉଲ୍ଲେଖ ରହିଛି ।

BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୮। ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତୋ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
Answer:
ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।

୯। ମୌଳିକ ଅସ୍ଵୀକାର ନାଗରିକମାନଙ୍କୁ କେଉଁ ପ୍ରକାର ଅଧିକାର ପ୍ରଦାନ କରେ ?
Answer:
ମୌଳକ ଅଧ୍ଵର ନାଗରିକମାନଙ୍କୁ ରାଜନୈତିକ ଅଧିକାର ପ୍ରଦାନ କରେ ।

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର

ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ଭାରତର ସମ୍ବିଧାନ ପ୍ରଣୟନ ସଭା ସମ୍ବିଧାନ ପ୍ରଣୟନ ପାଇଁ କେତେ ସମୟ ନେଇଥିଲେ ?
(୧ ବର୍ଷ ୫ ମାସ ୧୮ ଦିନ, ୨ ବର୍ଷ ୫ ମାସ ୧୮ ଦିନ, ୨ ବର୍ଷ ୧୧ ମାସ ୧୨ ଦିନ, ୨ ବର୍ଷ ୧୧ମାସ ୧୮ ଦିନ)
Answer:
୨ ବର୍ଷ ୧୧ ମାସ ୧୮ ଦିନ

BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୨। ଭାରତୀୟ ସମ୍ବିଧାନ ଚିଠା ପ୍ରଣୟନ ସମିତିର ସଭାପତି ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର କେଉଁ ରାଜ୍ୟର ବାସିନ୍ଦା ଥୁଲେ ?
(ଓଡ଼ିଶା, ବଙ୍ଗଳା, ମହାରାଷ୍ଟ୍ର, କର୍ଣ୍ଣାଟକ)
Answer:
ମହାରାଷ୍ଟ୍ର

୩। ବିଶିଷ୍ଟ ସମ୍ବିଧାନବିତ୍ ପାଲଓ୍ୱାଲା ସମ୍ବିଧାନର ‘ପ୍ରସ୍ତାବନା’କୁ କ’ଣ କହିଛନ୍ତି ?
Answer:
ସମ୍ବିଧାନର ପରିଚୟ ପତ୍ର

୫। ଆମେରିକା ସମ୍ବିଧାନରେ କେତୋଟି ଧାରା ଅଛି ?
(୨୦୦ଟି, ୩୦୦ଟି, ୬ଟି, ୭ଟି)
Answer:
୭ଟି

୪। ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲାବେଳକୁ ସେଥ‌ିରେ କେତୋଟି ଧାରା ଥିଲା ?
(୭ଟି, ୨୨୦ଟି, ୨୯୫ଟି, ୩୯୫ଟି)
Answer:
୩୯୫ଟି

୬। ଆମ ଭାରତବର୍ଷର ରାଷ୍ଟ୍ରମୁଖ୍ୟ କିଏ ?
(ପ୍ରଧାନମନ୍ତ୍ରୀ, ବାଚସ୍ପତି, ରାଷ୍ଟ୍ରପତି, ଉପରାଷ୍ଟ୍ରପତି)
Answer:
ରାଷ୍ଟ୍ରପତି

BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୭। ଆମ ଭାରତବର୍ଷର ସଂସଦର ନିମ୍ନ ସଦନକୁ କ’ଣ କୁହାଯାଏ ?
(ସଂସଦ ଭବନ, ରାଜ୍ୟସଭା, ଲୋକସଭା, ବିଧାନସଭା )
Answer:
ଲୋକସଭା

୮। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂଘୀୟ ରାଷ୍ଟ୍ରର ଲକ୍ଷଣ ନୁହେଁ ?
(ଏକ ଲିଖ୍ ଅନମନୀୟ ସମ୍ବିଧାନ, ଦ୍ଵୈତ ଶାସନ, ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟାଳୟ, ଏକ ଅଲିଖ ନମନୀୟ ସମ୍ବିଧାନ)
Answer:
ଏକ ଅଲିଖିତ ନମନୀୟ ସମ୍ବିଧାନ

୯। କୌଣସି ରାଜ୍ୟର ରାଜ୍ୟପାଳଙ୍କୁ ନିମ୍ନୋକ୍ତ ମଧ୍ଯରୁ କିଏ ନିଯୁକ୍ତ କରନ୍ତି ?
(ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ରାଷ୍ଟ୍ରପତି, ବିଦାୟୀ ରାଜ୍ୟପାଳ)
Answer:
ରାଷ୍ଟ୍ରପତି

BSE Odisha 7th Class Political Science Important Questions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୧୦। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଣେ ଭାରତୀୟ ନାଗରିକର ମୌଳିକ ଅଧିକାର ପରିସରଭୁକ୍ତ ନୁହେଁ ?
(ସ୍ଵାଧୀନତା ଅଧିକାର, ସମତାର ଅଧିକାର, ସମ୍ପଭିଗତ ଅଧ୍ୟାକାର, ଶୋଷଣ ବିରୁଦ୍ଧରେ ଅଧିକାର)
Answer:
ସମ୍ପଭିଗତ ଅଧିକାର।

Leave a Comment