BSE Odisha 7th Class Political Science Notes Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

Odisha State Board BSE Odisha 7th Class Political Science Notes Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟwill enable students to study smartly.

BSE Odisha Class 7 Political Science Notes Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

ବିଷୟବସ୍ତୁସମ୍ବହ

  • ପ୍ରସ୍ତାବନା
  • ଲିଖ୍ ସମ୍ବିଧାନ
  • ନମନୀୟ ଏବଂ ଅନମନୀୟ ସମ୍ବିଧାନର ମିଶ୍ରଣ
  • ସଂସଦୀୟ ଶାସନ ବ୍ୟବସ୍ଥା
  • କେନ୍ଦ୍ରାଭିମୁଖୀ ସଂଘୀୟ ବ୍ୟବସ୍ଥା
  • ଧର୍ମନିରପେକ୍ଷ ରାଷ୍ଟ୍ର
  • ମୌଳିକ ଅଧିକାର
  • ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି
  • ସ୍ଵାଧୀନ ବିଚାର ବ୍ୟବସ୍ଥା
  • ସାର୍ବଜନୀନ ସାବାଳକ ଭୋଟପ୍ରଥା
  • ମୌଳିକ କର୍ତ୍ତବ୍ଯ

BSE Odisha 7th Class Political Science Notes Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଭାରତ ସମ୍ବିଧାନର ବୈଶିଷ୍ଟ୍ୟ :

  • କ୍ୟାବିନେଟ୍ ମିଶନର ପ୍ରସ୍ତାବ ଅନୁଯାୟୀ ଭାରତର ସମ୍ବିଧାନ ପ୍ରଣୟନ ସଭା ୧୯୪୬ ମସିହା ଡିସେମ୍ବର ୯ ତାରିଖରୁ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ବସି ଭାରତର ସମ୍ବିଧାନ ପ୍ରଣୀତ ହୋଇଥିଲା।
  • ଭାରତର ସମ୍ବିଧାନ ପ୍ରଣୀତ ହେବାକୁ ୨ବର୍ଷ ୧୧ମାସ ୧୮ ଦିନ ସମୟ ଲାଗିଥିଲା ।
  • ଭାରତର ସମ୍ବିଧାନ ପ୍ରଣୟନ ସମୟରେ ବ୍ରିଟିଶ୍ ସମ୍ବିଧାନ, ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ, ଜର୍ମାନୀ, କାନାଡ଼ା ଓ ଅଷ୍ଟ୍ରେଲିଆର ସମ୍ବିଧାନକୁ ଅନୁଧ୍ୟାନ କରାଯାଇଥିଲା।
  • ଭାରତର ସମ୍ବିଧାନ ଏକ ଲିଖ୍ ସମ୍ବିଧାନ।
  • ଭାରତର ସମ୍ବିଧାନ ନମନୀୟ ଓ ଅନମନୀୟ ସମ୍ବିଧାନର ମିଶ୍ରଣ।
  • ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର।
  • ଭାରତ ଏକ ରାଷ୍ଟ୍ରସଂଘ ହୋଇଥିଲେ ମଧ୍ୟ ଐକକ ରାଷ୍ଟ୍ରର କେତେକ ଗୁଣାବଳୀ ଭାରତ ଶାସନରେ ପରିଲକ୍ଷିତ ହୁଏ।
  • ୧୯୫୦ ମସିହାରୁ କାର୍ଯ୍ୟକାରୀ ହୋଇଆସୁଥିବା ଭାରତ ସମ୍ବିଧାନର ପ୍ରସ୍ତାବନାରେ ପ୍ରଥମ ଥର ପାଇଁ ୧୯୭୬ ମସିହାରେ ୪୨ ତମ ସମ୍ବିଧାନ ସଂଶୋଧନ ବ୍ୟବସ୍ଥାନୁସାରେ ତିନୋଟି ଶବ୍ଦ; ଯଥା— ସମାଜବାଦୀ (Socialistic),ଧର୍ମନିରପେକ୍ଷ (Secular) ଏବଂ ଅଖଣ୍ଡତା (Integrity) ଯୋଡ଼ାଯାଇଛି।
  • ଭାରତୀୟ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ହେଲା ସଂସଦୀୟ ଶାସନ ବ୍ୟବସ୍ଥା, କେନ୍ଦ୍ରାଭିମୁଖୀ ସଂଘୀୟ ବ୍ୟବସ୍ଥା, ଧର୍ମନିରପେକ୍ଷ ରାଷ୍ଟ୍ର, ଭାରତୀୟ ନାଗରିକମାନଙ୍କର ମୌଳିକ ଅଧିକାର, ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି, ସ୍ଵାଧୀନ ବିଚାର ବ୍ୟବସ୍ଥା, ସାର୍ବଜନୀନ ଓ ସାବାଳକ ଭୋଟ ପ୍ରଥା, ଏକକ ନାଗରିକତା, ନାଗରିକର ମୌଳିକ କର୍ତ୍ତବ୍ୟ।

BSE Odisha 7th Class Political Science Notes Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

ମନେରଖ୍:
ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ର ନାଗରିକମାନଙ୍କର ବ୍ୟକ୍ତିତ୍ଵର ବିକାଶ ପାଇଁ କେତେକ ମୌଳିକ ଅଧିକାର ପ୍ରଦାନ କରିଥାଏ । ଭାରତର ସମ୍ବିଧାନର ତୃତୀୟ ପରିଚ୍ଛେଦ ଧାରା ୧୨ ରୁ ୩୫ ପର୍ଯ୍ୟନ୍ତ (୩୧ ବ୍ୟତୀତ) ଛଅଗୋଟି ମୌଳିକ କରାଯାଇଛି । ଏହି ଅଧିକାରଗୁଡ଼ିକ ରାଷ୍ଟ୍ରର ଲିଖ୍ତ ସମ୍ବିଧାନରେ ସ୍ଵତନ୍ତ୍ରଭାବେ ଉଲ୍ଲେଖ କରାଯାଇଛି ଓ ତାହା ସମ୍ବିଧାନଦ୍ୱାରା ସୁରକ୍ଷିତ ତଥା ତାହାର ସଂଶୋଧନ ପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ଥିବାରୁ ସେଗୁଡ଼ିକୁ ମୌଳିକ ଅଧିକାର କୁହାଯାଏ । ସମ୍ବିଧାନସ୍ବୀକୃତ ମୌଳିକ ଅଧିକାର ଓ ସମ୍ବିଧାନର ଧାରା ନିମ୍ନରେ ଦିଆଗଲା ।

BSE Odisha 7th Class Political Science Notes Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

(୧) ସମତାର ଅଧିକାର (Right to Equality) [ଧାରା ୧୪ରୁ ୧୮]
(୨) ସ୍ଵାଧୀନତା ଅଧିକାର (Right to Freedom) [ଧାରା ୧୯ରୁ ୨୨]
(୩) ଶୋଷଣ ବିରୁଦ୍ଧରେ ଅଧିକାର (Right against Exploitation) [ଧାରା ୨୩ ଓ ୨୪]
(୪) ଧର୍ମଗତ ଅଧିକାର (Right to Religion) [ଧାରା ୨୫ରୁ ୨୮]
(୫) ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (Cultural and Educational Rights) [ଧାରା ୨୯ ଓ ୩୦]
(୬) ସାମ୍ବିଧାନିକ ପ୍ରତିକାର ଅଧିକାର (Right to Constitutional Remedies) [ଧାରା- ୩୨]

Leave a Comment