BSE Odisha 7th Class Political Science Notes Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

Odisha State Board BSE Odisha 7th Class Political Science Notes Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟାwill enable students to study smartly.

BSE Odisha Class 7 Political Science Notes Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

ବିଷୟବସ୍ତୁସମ୍ବହ

  • ବିଭିନ୍ନ ସମୟରେ ପ୍ରଣୀତ ଭାରତ ଶାସନ ଆଇନ (୧୮୫୮ ମସିହାର ଭାରତ ଶାସନ ଆଇନ, ୧୮୬୧ ମସିହା ଭାରତୀୟ ପରିଷଦ ଆଇନ, ୧୮୯୨ ମସିହା ଶାସନ ସଂସ୍କାର ଆଇନ, ୧୯୦୯ ମସିହା ମର୍ଲେ-ମିଣ୍ଡୋ ଶାସନ ସଂସ୍କାର, ୧୯୧୯ ମସିହା ଭାରତ ଶାସନ ଆଇନ, ୧୯୩୫ ମସିହା ଭାରତ ଶାସନ ଆଇନ, ୧୯୪୭ ମସିହା ଭାରତର ସ୍ବାଧୀନତା ଆଇନ)
  • ସମ୍ବିଧାନ ପ୍ରଣୟନ ସଭା

BSE Odisha 7th Class Political Science Notes Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ବିଭିନ୍ନ ସମୟରେ ପ୍ରଣୀତ ଭାରତ ଶାସନ ଆଇନ :

  • ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ବିଲାତର ଇଷ୍ଟଇଣ୍ଡିଆ କମ୍ପାନୀ ଭାରତକୁ ଆସିଥିଲା। ବାଣିଜ୍ୟ କରିବା ସହ ସୁଯୋଗ ପାଇ ସେମାନେ ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଲେ। ଭାରତୀୟମାନଙ୍କୁ ଶୋଷଣ କରି ଭାରତରୁ ଅର୍ଥ ସେମାନଙ୍କ ଦେଶକୁ ବୋହିନେଲେ।
  • ଭାରତୀୟମାନଙ୍କ ମନରେ ଇଂରେଜମାନଙ୍କ ବିରୁଦ୍ଧରେ ଯେଉଁ ଅସନ୍ତୋଷର ନିଆଁ ଜଳିଲା ତାହା ବିଦ୍ରୋହର ରୂପ ନେଲା। ୧୮୫୭ ମସିହାରେ ହିନ୍ଦୁ ଓ ମୁସଲମାନ ସିପାହୀମାନେ ଭାରତର ସ୍ଵାଧୀନତା
  • ସଂଗ୍ରାମୀମାନଙ୍କ ନେତୃତ୍ବରେ ଏକତ୍ରିତ ହୋଇ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହ ଘୋଷଣ କଲେ, ଯାହା ସିପାହୀ ବିଦ୍ରୋହ ନାମିତ।
  • ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଏ। ସିପାହୀ ବିଦ୍ରୋହ ପରେ ୧୮୫୮ ଘୋଷଣାନାମା ବଳରେ ଇଷ୍ଟଇଣ୍ଡିଆ କମ୍ପାନୀ ହାତରୁ କ୍ଷମତା ହସ୍ତାନ୍ତରିତ ହୋଇ ବ୍ରିଟିଶ୍ ରାଣୀଙ୍କ ହାତକୁ ଗଲା ।
  • ୧୮୫୮ ମସିହା ଭାରତ ଶାସନ ଆଇନକୁ ଭାରତର ମାଗ୍ନାକାର୍ଟା (Magnacarta) ଆଖ୍ୟା ଦିଆଯାଇଥାଏ।
  • ୧୮୮୫ ମସିହାରେ ଆଲାନ୍ ଅକ୍ଟାଭିଆନ୍ ହ୍ୟୁମ୍ନଙ୍କ ଉଦ୍ୟମରେ ଭାରତୀୟ ଜାତୀୟ କଂଗ୍ରେସ ସୃଷ୍ଟି ହେଲା।
  • ୧୮୯୨ ମସିହା ଭାରତୀୟ ଶାସନ ସଂସ୍କାର ଆଇନ ବଳରେ ସର୍ବୋଚ୍ଚ ବିଧାନ ପରିଷଦ ଏବଂ ବମ୍ବେ ଓ ମାଡ୍ରାସ ପରି ପ୍ରାଦେଶିକ ବିଧାନ ପରିଷଦର ସଭ୍ୟସଂଖ୍ୟା ଓ କ୍ଷମତା ପରିସର ବୃଦ୍ଧି କରାଗଲା।
  • ୧୯୦୫ ମସିହାରେ ବଙ୍ଗ ପ୍ରଦେଶକୁ ବିଭାଜନ କରାଗଲା ।
  • ୧୯୦୯ ମସିହା ମର୍ଲେ-ମିଣ୍ଟୋ ଶାସନ ସଂସ୍କାର ଆଇନଦ୍ୱାରା ପ୍ରଥମଥର ପାଇଁ ମୁସଲମାନଙ୍କ ନିମନ୍ତେ ପୃଥକ୍ ନିର୍ବାଚନ ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲା।
  • ୧୯୧୯ ମସିହା ମଣ୍ଟାଗୁ-ଚେମସ୍ଫୋର୍ଡ଼ ଶାସନ ସଂସ୍କାର ଆଇନଦ୍ୱାରା ପ୍ରଦେଶମାନଙ୍କର ଦ୍ୱୈତ ଶାସନ ବ୍ୟବସ୍ଥା ରଖାଗଲା। ଦ୍ୱୈତ ଶାସନରେ ସଂରକ୍ଷିତ (Reserved) ଏବଂ ହସ୍ତାନ୍ତରିତ (Transferred) କ୍ଷମତା ବ୍ୟବସ୍ଥା ରଖାଗଲା।
  • ୧୯୩୫ ମସିହାରେ ବ୍ରିଟିଶ୍ ପାର୍ଲାମେଣ୍ଟ ଭାରତ ଶାସନ ଆଇନ ପ୍ରଣୟନ କଲେ ଓ ଏଥରେ ଭାରତରେ ଏକ ସଂଘ ରାଷ୍ଟ୍ର ସୃଷ୍ଟି କରିବାର ବ୍ୟବସ୍ଥା ରହିଲା।
  • ୧୯୪୭ ମସିହାରେ ବ୍ରିଟିଶ୍ ସରକାରଙ୍କ ପ୍ରତିନିଧ୍ ସମସ୍ୟା ସମାଧାନ ଉଦ୍ଦେଶ୍ୟରେ ଭାରତ ଆସିଥିଲେ। ତାଙ୍କ ସୁପାରିସକୁ ବ୍ରିଟିଶ୍ ସରକାର ଅନୁମୋଦନ କରିଥିଲେ।
  • ୧୯୪୭ ମସିହା ଭାରତର ସ୍ଵାଧୀନତା ଆଇନ ବଳରେ ବ୍ରିଟିଶ୍ ଆଧ୍ୟତ୍ୟ ଭାରତରୁ ଲୋପ ପାଇ ଭାରତ ଓ ପାକିସ୍ତାନ ଦୁଇଟି ଅଲଗା ରାଷ୍ଟ୍ର ସୃଷ୍ଟି କରାଗଲା।

BSE Odisha 7th Class Political Science Notes Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

→ ସମ୍ବିଧାନ ପ୍ରଣୟନ ସଭା :

  • କ୍ୟାବିନେଟ ମିଶନର ସୁପାରିସକ୍ରମେ ଭାରତ ପାଇଁ ଏକ ସମ୍ବିଧାନ ପ୍ରଣୟନ ସଭା ୧୯୪୬ ମସିହା ଡିସେମ୍ବର ୯ ତାରିଖରେ ବସିଥିଲା।
  • ପ୍ରଣୀତ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଗୃହୀତ ହୋଇଥିଲା।
  • ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରୁ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଆସୁଛି ।

Leave a Comment