Odisha State Board BSE Odisha 7th Class Political Science Solutions Chapter 1 ସମ୍ବିଧାନ Textbook Exercise Questions and Answers.
BSE Odisha Class 7 Political Science Solutions Chapter 1 ସମ୍ବିଧାନ
୧। ସଂକ୍ଷେପରେ ଉତ୍ତର ଲେଖ ।
(କ) ସମ୍ବିଧାନ କହିଲେ କ’ଣ ବୁଝ ?
Answer:
- ସମ୍ବିଧାନ ହେଉଛି ଗୋଟିଏ ରାଷ୍ଟ୍ରର ମୌଳିକ ତଥା ସର୍ବୋଚ୍ଚ ଆଇନ । ଏହି ମୌଳିକ ଆଇନଦ୍ୱାରା ସରକାର ଗଠନ କରାଯାଏ ଓ ବିଭିନ୍ନ ପ୍ରକାର ସରକାରରେ କ୍ଷମତାର ସୁନିୟନ୍ତ୍ରଣ ଓ ବଣ୍ଟନ କରାଯାଇଥାଏ ।
- ସମ୍ବିଧାନ ବ୍ୟତୀତ ଅଧୁନା ଗୋଟିଏ ରାଷ୍ଟ୍ରର ପରିକଳ୍ପନା କରାଯାଇପାରିବ ନାହିଁ । ସଂଘୀୟ ରାଷ୍ଟ୍ର ନିମନ୍ତେ ସମ୍ବିଧାନ ଏକାନ୍ତ ଆବଶ୍ୟକ । କାରଣ ଏହା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତାର ବଣ୍ଟନ କରାଯାଇଥାଏ ।
(ଖ) ସମ୍ବିଧାନର ପ୍ରକାରଭେଦ ଲେଖ ।
Answer:
- ସମ୍ବିଧାନକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା— (୧) ବିକଶିତ ସମ୍ବିଧାନ (୨) ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ପ୍ରଣୀତ ସମ୍ବିଧାନ । ପୁନଶ୍ଚ ସମ୍ବିଧାନକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ, ଯଥା— (୧) ଲିଖିତ ସମ୍ବିଧାନ (Written Constitution), (୨) ଅଲିଖିତ ସମ୍ବିଧାନ (Unwritten Constitution) ।
- ଏହାଛଡ଼ା ଲିଖିତ ସମ୍ବିଧାନକୁ ଆଉ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା— (୧) ନମନୀୟ ସମ୍ବିଧାନ (Flexible Constitution), (୨)ଅନମନୀୟ ସମ୍ବିଧାନ (Rigid Constitution)।
(ଗ) ଲିଖିତ ସମ୍ବିଧାନର ଆବଶ୍ୟକତା କ’ଣ ?
Answer:
- ଲିଖିତ ସମ୍ବିଧାନ ହେଉଛି ଗୋଟିଏ ଦେଶର ସାମ୍ବିଧାନିକ ଆଇନ, ଯାହାକୁ ସେହି ଦେଶର ସରକାର ଏବଂ ଜନସାଧାରଣ ମାନିବାକୁ ବାଧ୍ୟ ହୁଅନ୍ତି ।
- ଲିଖିତ ସମ୍ବିଧାନରେ ସରକାରର ସଙ୍ଗଠନ, ସରକାରର ବିଭିନ୍ନ ଅଙ୍ଗମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ, ନାଗରିକମାନଙ୍କର ଅଧିକାର ଏବଂ ସୁରକ୍ଷା, ସରକାର ଓ ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ ଆଦିର ବର୍ଣ୍ଣନା କରାଯାଇଥାଏ । ଏହା ଗୋଟିଏ ଦେଶର ସର୍ବୋଚ୍ଚ ଆଇନ ।
(ଘ) ଅଲିଖିତ ଓ ଅନମନୀୟ ସମ୍ବିଧାନ ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
ଅଲିଖିତ ସମ୍ବିଧାନ | ଅନମନୀୟ ସମ୍ବିଧାନ |
|
|
(ଙ) କେଉଁ ରାଷ୍ଟ୍ରରେ ଅନମନୀୟ ସମ୍ବିଧାନର ଆବଶ୍ୟକତା ଅଛି ଓ କାହିଁକି ?
Answer:
- ସଂଘୀୟ ରାଷ୍ଟ୍ର ପାଇଁ ଏକ ଲିଖିତ ଓ ଅନମନୀୟ ସମ୍ବିଧାନର ଆବଶ୍ୟକତା ଅଛି ।
- ନମନୀୟ ସମ୍ବିଧାନ ପରିବର୍ତ୍ତନଶୀଳ ହୋଇଥିବାରୁ ଦେଶର ଶାସନ କ୍ଷେତ୍ରରେ ଏହା ସ୍ଥିରତା ଆଣିପାରେ ନାହିଁ; ମାତ୍ର ଅନମନୀୟ ସମ୍ବିଧାନର ସଂଶୋଧନ ଉପାୟ କଷ୍ଟସାଧ୍ୟ ହୋଇଥିବାରୁ ଏହା ଶାସନ କ୍ଷେତ୍ରରେ ସ୍ଥିରତା ଆଣିବାରେ ସହାୟକ ହୋଇଥାଏ ।
- ଅନମନୀୟ ସମ୍ବିଧାନ ଶାସକଗୋଷ୍ଠୀଙ୍କ ମନମୁଖୀ ଶାସନକୁ ପ୍ରଶ୍ରୟ ଦିଏ ନାହିଁ ।
(ଚ) ନମନୀୟ ସମ୍ବିଧାନ ଦେଶର ପ୍ରଗତିରେ କିପରି ସହାୟକ ହୁଏ ?
Answer:
- ସମାଜ ପରିବର୍ତ୍ତନଶୀଳ । ସମ୍ବିଧାନ ପୁରୁଣା ହୋଇଗଲେ ତାହା ସମାଜର ପରିବର୍ତ୍ତନ ସହିତ ତାଳ ମିଳାଇ ଚାଲିପାରେ ନାହିଁ ।
- ତେଣୁ ସମ୍ବିଧାନ ନମନୀୟ ହେଲେ ସମୟ ସହିତ ତାଳ ମିଳାଇ ଚାଲିବାରେ ଅସୁବିଧା ହୁଏ ନାହିଁ ଏବଂ ଏହା ଦେଶର ପ୍ରଗତିରେ ସହାୟକ ହୋଇଥାଏ ।
୨। ‘କ’ ସ୍ତମ୍ଭରେ ଲିଖିତ ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ଗାର ଟାଣି ଯୋଡ଼ ।