BSE Odisha 7th Class Political Science Solutions Chapter 1 ସମ୍ବିଧାନ

Odisha State Board BSE Odisha 7th Class Political Science Solutions Chapter 1 ସମ୍ବିଧାନ Textbook Exercise Questions and Answers.

BSE Odisha Class 7 Political Science Solutions Chapter 1 ସମ୍ବିଧାନ

୧। ସଂକ୍ଷେପରେ ଉତ୍ତର ଲେଖ ।

(କ) ସମ୍ବିଧାନ କହିଲେ କ’ଣ ବୁଝ ?
Answer:

  • ସମ୍ବିଧାନ ହେଉଛି ଗୋଟିଏ ରାଷ୍ଟ୍ରର ମୌଳିକ ତଥା ସର୍ବୋଚ୍ଚ ଆଇନ । ଏହି ମୌଳିକ ଆଇନଦ୍ୱାରା ସରକାର ଗଠନ କରାଯାଏ ଓ ବିଭିନ୍ନ ପ୍ରକାର ସରକାରରେ କ୍ଷମତାର ସୁନିୟନ୍ତ୍ରଣ ଓ ବଣ୍ଟନ କରାଯାଇଥାଏ ।
  • ସମ୍ବିଧାନ ବ୍ୟତୀତ ଅଧୁନା ଗୋଟିଏ ରାଷ୍ଟ୍ରର ପରିକଳ୍ପନା କରାଯାଇପାରିବ ନାହିଁ । ସଂଘୀୟ ରାଷ୍ଟ୍ର ନିମନ୍ତେ ସମ୍ବିଧାନ ଏକାନ୍ତ ଆବଶ୍ୟକ । କାରଣ ଏହା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତାର ବଣ୍ଟନ କରାଯାଇଥାଏ ।

BSE Odisha 7th Class Political Science Solutions Chapter 1 ସମ୍ବିଧାନ

(ଖ) ସମ୍ବିଧାନର ପ୍ରକାରଭେଦ ଲେଖ ।
Answer:

  • ସମ୍ବିଧାନକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା— (୧) ବିକଶିତ ସମ୍ବିଧାନ (୨) ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ପ୍ରଣୀତ ସମ୍ବିଧାନ । ପୁନଶ୍ଚ ସମ୍ବିଧାନକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ, ଯଥା— (୧) ଲିଖିତ ସମ୍ବିଧାନ (Written Constitution), (୨) ଅଲିଖିତ ସମ୍ବିଧାନ (Unwritten Constitution) ।
  • ଏହାଛଡ଼ା ଲିଖିତ ସମ୍ବିଧାନକୁ ଆଉ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା— (୧) ନମନୀୟ ସମ୍ବିଧାନ (Flexible Constitution), (୨)ଅନମନୀୟ ସମ୍ବିଧାନ (Rigid Constitution)।

(ଗ) ଲିଖିତ ସମ୍ବିଧାନର ଆବଶ୍ୟକତା କ’ଣ ?
Answer:

  • ଲିଖିତ ସମ୍ବିଧାନ ହେଉଛି ଗୋଟିଏ ଦେଶର ସାମ୍ବିଧାନିକ ଆଇନ, ଯାହାକୁ ସେହି ଦେଶର ସରକାର ଏବଂ ଜନସାଧାରଣ ମାନିବାକୁ ବାଧ୍ୟ ହୁଅନ୍ତି ।
  • ଲିଖିତ ସମ୍ବିଧାନରେ ସରକାରର ସଙ୍ଗଠନ, ସରକାରର ବିଭିନ୍ନ ଅଙ୍ଗମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ, ନାଗରିକମାନଙ୍କର ଅଧିକାର ଏବଂ ସୁରକ୍ଷା, ସରକାର ଓ ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ ଆଦିର ବର୍ଣ୍ଣନା କରାଯାଇଥାଏ । ଏହା ଗୋଟିଏ ଦେଶର ସର୍ବୋଚ୍ଚ ଆଇନ ।

BSE Odisha 7th Class Political Science Solutions Chapter 1 ସମ୍ବିଧାନ

(ଘ) ଅଲିଖିତ ଓ ଅନମନୀୟ ସମ୍ବିଧାନ ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:

ଅଲିଖିତ ସମ୍ବିଧାନ ଅନମନୀୟ ସମ୍ବିଧାନ
  • ଅଲିଖିତ  ସମ୍ବିଧାନ   ସମ୍ବିଧାନ ପ୍ରଶ୍ରୟନ ସଭାଦ୍ଵାରା ତିଆରି ହୋଇ ନଥାଏ କିମ୍ବା  କୌଣସି ଲିଖିତ ପୁସ୍ତକ ବା ଦଲିଲ  ଆକାରରେ ପ୍ରସ୍ତୁତ ହୋଇ ପ୍ରକାଶିତ ହୋଇ ନଥାଏ ।ଏହାର ଉତ୍ପତ୍ତି
  • ମୁଖ୍ୟତଃ ପ୍ରଥା, ପରମ୍ପରା,  ଚଳଣି ଉପରେ ପର୍ଯ୍ୟବସିତ ହୋଇଥାଏ ଏବଂ କ୍ଷମତାଗୁଡ଼ିକ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ  ଲିଖିତ ଆଇନ ଏବଂ ପ୍ରଥାଦ୍ଵାରା  ହୁଏ ।
  • ବିଶ୍ଵର କୌଣସି ସମ୍ବିଧାନ ସମ୍ପୂର୍ଣ୍ଣ ଅଲିଖିତ  ନୁହେଁ । ଗାର୍ନରଙ୍କ ମତରେ, ଏକ ଅଲିଖିତ ମାତ୍ର ସମସ୍ତ  ସମ୍ବିଧାନରେ  ଅଧାକଣ  ଆଇନ ଅଲିଖିତ  ଆଇନ ଅଲିଖିତ ନୁହେଁ ।
  • ଯେଉଁ ସମ୍ବିଧାନକୁ ସହଜରେ ସଂଶୋଧନ ଏବଂ ଯେଉଁ ସମ୍ବିଧାନକୁ ସହଜରେ ସଂଶୋଧନ ଏବଂ ପରିବର୍ତ୍ତନ କରାଯାଇପାରେ ନାହିଁ। ତାହାକୁ ଅନମନୀୟ ସମ୍ବିଧାନ କୁହାଯାଏ ।
  • ଅନମନୀୟ ସମ୍ବିଧାନର ସଂଶୋଧନ ପ୍ରକ୍ରିୟା କଷ୍ଟସାଧ୍ୟ । ସାମ୍ବିଧାନିକ ଆଇନଗୁଡ଼ିକ  ସମ୍ବିଧାନର ନିର୍ଦ୍ଦିଷ୍ଟ ପଦ୍ଧତି ଅନୁ ସାରେ ସଂଶୋଧନ କରାଯାଇଥାଏ ।
  • ଏକ ଅନମନୀୟ ସମ୍ବିଧାନରେ ସମ୍ବିଧାନର ବ୍ୟାଖ୍ୟା ଓ ତର୍ଜମା ନ୍ୟାୟାଳୟଦ୍ଵାରା  ହୋଇଥାଏ ।

BSE Odisha 7th Class Political Science Solutions Chapter 1 ସମ୍ବିଧାନ

(ଙ) କେଉଁ ରାଷ୍ଟ୍ରରେ ଅନମନୀୟ ସମ୍ବିଧାନର ଆବଶ୍ୟକତା ଅଛି ଓ କାହିଁକି ?
Answer:

  • ସଂଘୀୟ ରାଷ୍ଟ୍ର ପାଇଁ ଏକ ଲିଖିତ ଓ ଅନମନୀୟ ସମ୍ବିଧାନର ଆବଶ୍ୟକତା ଅଛି ।
  • ନମନୀୟ ସମ୍ବିଧାନ ପରିବର୍ତ୍ତନଶୀଳ ହୋଇଥିବାରୁ ଦେଶର ଶାସନ କ୍ଷେତ୍ରରେ ଏହା ସ୍ଥିରତା ଆଣିପାରେ ନାହିଁ; ମାତ୍ର ଅନମନୀୟ ସମ୍ବିଧାନର ସଂଶୋଧନ ଉପାୟ କଷ୍ଟସାଧ୍ୟ ହୋଇଥିବାରୁ ଏହା ଶାସନ କ୍ଷେତ୍ରରେ ସ୍ଥିରତା ଆଣିବାରେ ସହାୟକ ହୋଇଥାଏ ।
  • ଅନମନୀୟ ସମ୍ବିଧାନ ଶାସକଗୋଷ୍ଠୀଙ୍କ ମନମୁଖୀ ଶାସନକୁ ପ୍ରଶ୍ରୟ ଦିଏ ନାହିଁ ।

(ଚ) ନମନୀୟ ସମ୍ବିଧାନ ଦେଶର ପ୍ରଗତିରେ କିପରି ସହାୟକ ହୁଏ ?
Answer:

  • ସମାଜ ପରିବର୍ତ୍ତନଶୀଳ । ସମ୍ବିଧାନ ପୁରୁଣା ହୋଇଗଲେ ତାହା ସମାଜର ପରିବର୍ତ୍ତନ ସହିତ ତାଳ ମିଳାଇ ଚାଲିପାରେ ନାହିଁ ।
  • ତେଣୁ ସମ୍ବିଧାନ ନମନୀୟ ହେଲେ ସମୟ ସହିତ ତାଳ ମିଳାଇ ଚାଲିବାରେ ଅସୁବିଧା ହୁଏ ନାହିଁ ଏବଂ ଏହା ଦେଶର ପ୍ରଗତିରେ ସହାୟକ ହୋଇଥାଏ ।

BSE Odisha 7th Class Political Science Solutions Chapter 1 ସମ୍ବିଧାନ

୨। ‘କ’ ସ୍ତମ୍ଭରେ ଲିଖିତ ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭରେ ଥ‌ିବା ସମ୍ପର୍କିତ ଶବ୍ଦକୁ ଗାର ଟାଣି ଯୋଡ଼ ।

BSE Odisha 7th Class Political Science Solutions Chapter 1 ସମ୍ବିଧାନ Q. 1
BSE Odisha 7th Class Political Science Solutions Chapter 1 ସମ୍ବିଧାନ Q. 2

Leave a Comment