Odisha State Board BSE Odisha 7th Class Political Science Solutions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା Textbook Exercise Questions and Answers.
BSE Odisha Class 7 Political Science Solutions Chapter 2 ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା
୧। ଭାରତର ସ୍ଵାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ୍ ସାମ୍ରାଜ୍ୟ ଅଧୀନରେ କେଉଁ ଶାସନ ଆଇନ ଅଧ୍ୟା ଗୁରୁତ୍ଵପୂର୍ଣ୍ଣ ଏବଂ କାହିଁକି ? ପାଞ୍ଚ ଧାଡ଼ିରେ ଲେଖ ।
Answer:
- ଭାରତର ସ୍ଵାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ୍ ସାମ୍ରାଜ୍ୟ ଅଧୀନରେ ୧୯୩୫ ମସିହାରେ ବ୍ରିଟିଶ୍ ପାର୍ଲାମେଣ୍ଟ ଭାରତ ଶାସନ ଆଇନ ପ୍ରଣୟନ କରିଥିଲେ ଯାହା ଭାରତ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା । ଭାରଶ—
- ଏଥିରେ ଭାରତରେ ଏକ ସଂଘ ରାଷ୍ଟ୍ର ସୃଷ୍ଟି କରିବାର ବ୍ୟବସ୍ଥା ରହିଲା ।
- କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ, ସାମ୍ପ୍ରଦାୟିକତା ଭିଭିରେ ପ୍ରତିନିଧ୍ବ କରିବାର ବ୍ୟବସ୍ଥା, କେନ୍ଦ୍ର-ରାଜ୍ୟ ବିବାଦର ସମାଧାନ ଏବଂ ସମ୍ବିଧାନର ତର୍ଜମା କରିବାପାଇଁ ସଂଘୀୟ ନ୍ୟାୟାଳୟର ବ୍ୟବସ୍ଥା ଏଥୁରେ ରହିଥିଲା ।
- ମଣ୍ଢାଗୁ-ଚେମସ୍କୋର୍ଡ ଶାସନ ସଂସ୍କାର ଆଇନର ପ୍ରଦେଶମାନଙ୍କୁ ପ୍ରଦତ୍ତ ସଂରକ୍ଷିତ ଓ ହସ୍ତାନ୍ତରିତ କ୍ଷମତାକୁ ବାଦ୍ ଦିଆଯାଇ କେନ୍ଦ୍ର ସରକାରଙ୍କ କ୍ଷମତାଗୁଡ଼ିକୁ ସଂରକ୍ଷିତ ଓ ହସ୍ତାନ୍ତରିତ କ୍ଷମତାରେ ଭାଗ କରାଗଲା ।
- ୧୯୩୫ ମସିହା ଆଇନରେ ବ୍ରିଟିଶ୍ ସରକାରଙ୍କର ବିଭାଜନ ଓ ଶାସନ ପ୍ରତିଫଳିତ ହୋଇଥିଲା ।
୨। ୧୮୫୭ ମସିହା ସିପାହୀ ବିଦ୍ରୋହର ତାତ୍ପର୍ଯ୍ୟ କ’ଣ ? ସଂକ୍ଷେପରେ ବୁଝାଅ ।
Answer:
- ଭାରତରେ ବାଣିଜ୍ୟ କରିବାକୁ ଆସିଥିବା ଇଷ୍ଟଇଣ୍ଡିଆ କମ୍ପାନୀ କ୍ରମେ କ୍ରମେ ଭାରତରେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କଲେ ଓ ଭାରତରୁ ଧନସବୁ ବୋହିନେଲେ ।
- ଫଳରେ ଭାରତୀୟମାନଙ୍କ ମନରେ ଇଂରେଜମାନଙ୍କ ବିରୁଦ୍ଧରେ ଅସନ୍ତୋଷର ନିଆଁ ଜଳିବାକୁ ଲାଗିଲା । କ୍ରମେ ସେହି ଅସନ୍ତୋଷର ନିଆଁ ବିଦ୍ରୋହର ରୂପ ନେଲା ।
- ୧୮୫୭ ମସିହାରେ ହିନ୍ଦୁ ଓ ମୁସଲମାନ ସିପାହୀମାନେ ଭାରତର ସ୍ଵାଧୀନତା ସଂଗ୍ରାମୀମାନଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ ।
- ଇଂରେଜମାନେ ଶକ୍ତି ପ୍ରୟୋଗ କରି ସେହି ବିଦ୍ରୋହକୁ ଦମନ କଲେ ।
- ମାତ୍ର ଭାରତୀୟମାନଙ୍କ ଅସନ୍ତୋଷର ସୂଚନା ପାଇ ଇଂରେଜ ସରକାର କେତେକ ଶାସନ ସଂସ୍କାର ଭାରତରେ ପ୍ରବର୍ତ୍ତନ କଲେ।
୩। ରାଣୀ ଭିକ୍ଟୋରିଆଙ୍କର ଘୋଷଣାନାମା ବଳରେ ଭାରତ ଶାସନରେ କି କି ପରିବର୍ତ୍ତନ ଘଟିଲା ?
Answer:
- ସିପାହୀ ବିଦ୍ରୋହର ଅବସାନ ପରେ ୧୮୫୮ ମସିହାରେ ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ନାମରେ ପ୍ରକାଶିତ ହୋଇଥିବା ଘୋଷଣାନାମା ବଳରେ ଭାରତୀୟ ପ୍ରଜାମାନେ ବ୍ରିଟିଶ୍ ସାମ୍ରାଜ୍ୟର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ବ୍ରିଟିଶ୍ ପ୍ରଜାମାନଙ୍କ ପରି ସମାନ ଅଧିକାର ଉପଭୋଗ କରିପାରିଲେ ।
- ଶିକ୍ଷାଗତ ଯୋଗ୍ୟତା ଭିଭିରେ ଭାରତୀୟମାନେ ସରକାରୀ ଚାକିରିରେ ନିଯୁକ୍ତ ପାଇପାରିଲେ ।
- ଭାରତର ଶାସନ ଇଷ୍ଟଇଣ୍ଡିଆ କମ୍ପାନୀ ହାତରୁ ହସ୍ତାନ୍ତରିତ ହୋଇ ବ୍ରିଟିଶ୍ ରାଣୀଙ୍କ ହାତକୁ ଗଲା।
୪। ଦ୍ୱୈତ ଶାସନ କ’ଣ ?
Answer:
- ୧୯୧୯ ମସିହାର ଭାରତ ଶାସନ ସଂସ୍କାର ଆଇନ ଯାହା ମଣ୍ଡାଗୁ-ଚେମସ୍କୋର୍ଡ ଶାସନ ସଂସ୍କାର ନାମରେ ଅଭିହିତ, ସେଥିରେ ପ୍ରଦେଶମାନଙ୍କରେ ଦ୍ୱୈତ ଶାସନ ବ୍ୟବସ୍ଥା ରଖାଗଲା ।
- ଦ୍ୱୈତ ଶାସନ ବ୍ୟବସ୍ଥାରେ କ୍ଷମତାଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଗଲା; ଯଥା— ସଂରକ୍ଷିତ ଓ ହସ୍ତାନ୍ତରିତ କ୍ଷମତା ।
- ସଂରକ୍ଷିତ କ୍ଷମତାଗୁଡ଼ିକ ଗଭର୍ଣ୍ଣରଙ୍କ ହାତରେ ରହିଲା ଓ ହସ୍ତାନ୍ତରିତ କ୍ଷମତାଗୁଡ଼ିକ ଭାରତୀୟ ସଦସ୍ୟମାନଙ୍କ ହସ୍ତରେ ରହିଲା।
୫। ୧୯୩୫ ମସିହା ଭାରତ ଶାସନ ଆଇନ ଆମ ଭାରତର ନୂଆ ସମ୍ବିଧାନକୁ କିପରି ପ୍ରଭାବିତ କରିଛି ?
Answer:
- ୧୯୩୫ ମସିହା ଭାରତ ଶାସନ ଆଇନ ଆମ ଭାରତର ନୂଆ ସମ୍ବିଧାନକୁ ବହୁ ଭାବରେ ପ୍ରଭାବିତ କରିଛି ।
- ୧୯୩୫ ମସିହା ଭାରତ ଶାସନ ଆଇନରେ ଥିବା ସଂଘ ରାଷ୍ଟ୍ର ବ୍ୟବସ୍ଥା, କେନ୍ଦ୍ର-ରାଜ୍ୟ ମଧ୍ୟରେ ସମ୍ପର୍କ, ଶାସନ ବ୍ୟବସ୍ଥା, କ୍ଷମତା ବଣ୍ଟନ, ସଙ୍ଗୀୟ ନ୍ୟାୟାଳୟ ଆଦି ବ୍ୟବସ୍ଥା ଆମ ଭାରତର ସମ୍ବିଧାନରେ ସନ୍ନିବେଶିତ ହୋଇଛି ।
୬। ୧୯୪୭ ମସିହା ଆଇନ ଭାରତକୁ ଏକ ସ୍ଵତନ୍ତ୍ର ରାଷ୍ଟ୍ର ହେବାରେ କିପରି ସହାୟକ ହେଲା ?
Answer:
- ଲର୍ଡ ମାଉଣ୍ଟବାଟେନ୍ ୧୯୪୭ ମସିହାରେ ଭାରତକୁ ଆସି କଂଗ୍ରେସ ନେତୃବୃନ୍ଦ, ମୁସଲିମ୍ ଲିଗର ନେତା ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରି ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ବ୍ରିଟିଶ୍ ସରକାର ଅନୁମୋଦନ କରିଥିଲେ । ସେହି ପ୍ରସ୍ତାବକୁ ଭାରତର ସ୍ଵାଧୀନତା ଆଇନ କୁହାଯାଏ ।
- ସେହି ପ୍ରସ୍ତାବ ଅନୁଯାୟୀ ଭାରତକୁ ବିଭାଜନ କରାଯାଇ ଭାରତ ଏବଂ ପାକିସ୍ତାନ ନାମରେ ଦୁଇଟି ଅଲଗା ରାଷ୍ଟ୍ର ସୃଷ୍ଟି କରାଗଲା, ଯାହାଦ୍ଵାରା ଭାରତ ଏକ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଲାଭକଲା ।
୭। ସଂଶୋଧନ କରି ଲେଖ ।
(କ) ୧୯୧୯ ମସିହା ଭାରତ ସଂସ୍କାର ଶାସନ ଆଇନ ବଳରେ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଭାରତୀୟମାନେ ସରକାରୀ ଚାକିରିରେ ନିଯୁକ୍ତି ପାଇପାରିବେ ।
Answer:
୧୮୫୮ ମସିହା ଭାରତ ଶାସନ ଆଇନ ବଳରେ ଶିକ୍ଷାଗତ ଯୋଗ୍ୟତା ଭିଭିରେ ଭାରତୀୟମାନେ ସରକାରୀ ଚାକିରିରେ ନିଯୁକ୍ତି ପାଇପାରିବେ ।
(ଖ) ୧୮୯୨ ମସିହା ଶାସନ ସଂସ୍କାର ଆଇନ ବଳରେ କେନ୍ଦ୍ର–ରାଜ୍ୟ ମଧ୍ୟରେ ବିବାଦର ସମାଧାନ କରିବାପାଇଁ ରାଜ୍ୟ ନ୍ୟାୟାଳୟ ବ୍ୟବସ୍ଥା ରହିଲା ।
Answer:
୧୯୩୫ ମସିହା ଭାରତ ଶାସନ ଆଇନ ବଳରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦର ସମାଧାନ କରିବା ପାଇଁ ସଂଘୀୟ ନ୍ୟାୟାଳୟ ବ୍ୟବସ୍ଥା ରହିଲା ।
(ଗ) ୧୮୬୧ ମସିହା ଶାସନ ଆଇନ ବଳରେ ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟର କ୍ଷମତା ଆଉ ରହିଲା ନାହିଁ ।
Answer:
୧୯୪୭ ମସିହା ଭାରତର ସ୍ଵାଧୀନତା ଆଇନ ବଳରେ ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟର କ୍ଷମତା ଆଉ ରହିଲା ନାହିଁ ।
(ଘ) ଭାରତର ନୂତନ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖରୁ କାର୍ଯ୍ୟକାରୀ ହୋଇ ଆସୁଅଛି।
Answer:
ଭାରତର ନୂତନ ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରୁ କାର୍ଯ୍ୟକାରୀ ହୋଇ ଆସୁଅଛି।