BSE Odisha 7th Class Political Science Solutions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

Odisha State Board BSE Odisha 7th Class Political Science Solutions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ Textbook Exercise Questions and Answers.

BSE Odisha Class 7 Political Science Solutions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୧। ଭାରତର ସମ୍ବିଧାନରେ ପ୍ରସ୍ତାବନା କାହିଁକି ସ୍ଥାନ ପାଇଛି ?
Answer:

  • ପ୍ରତ୍ୟେକ ଲିଖତ ସମ୍ବିଧାନର ଏକ ପ୍ରସ୍ତାବନା ଥାଏ ଯାହାକୁ ସମ୍ବିଧାନର ମୁଖବନ୍ଧ ଓ ଜାତକ ବୋଲି କୁହାଯାଇପାରେ ।
  • ସମ୍ବିଧାନର ଆଭିମୁଖ୍ୟ ପ୍ରସ୍ତାବନାରେ ପ୍ରକାଶିତ ହୋଇଥାଏ ।
  • ତେଣୁ ଭାରତର ସମ୍ବିଧାନରେ ପ୍ରସ୍ତାବନା ସ୍ଥାନ ପାଇଛି ।

BSE Odisha 7th Class Political Science Solutions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୨। ଭାରତର ସମ୍ବିଧାନ ଏକ ଲିଖ୍ ସମ୍ବିଧାନ ହେଲେ ମଧ୍ୟ ସମ୍ବିଧାନରେ ଦୁଇଗୋଟି ଅଲିଖ ବିଷୟବସ୍ତୁର ଉଦାହରଣ ଲେଖ ।
Answer:

  • ଭାରତର ସମ୍ବିଧାନରେ ଲିଖ୍ ଅଛି ଯେ ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ମୁଖ୍ୟଙ୍କୁ ରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳ ଗଠନ ପାଇଁ ନିମନ୍ତ୍ରଣ କରିବେ । ଯଦି ନିର୍ବାଚନରେ କୌଣସି ରାଜନୈତିକ ଦଳ ସଂଖ୍ୟାଗରିଷ୍ଠତା ହାସଲ ନ କରିନ୍ତି ତେବେ ରାଷ୍ଟ୍ରପତି କାହାକୁ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ନିମନ୍ତ୍ରଣ କରିବେ ତାହା ସମ୍ବିଧାନରେ ଉଲ୍ଲେଖ କରାଯାଇନାହିଁ ।
  • ରାଷ୍ଟ୍ରପତି ନ୍ୟାୟାଳୟଦ୍ଵାରା ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିକୁ ରାଜକ୍ଷମା ଦେଇପାରିବେ । ରାଜକ୍ଷମା ଆବେଦନର ବିଚାର କରି ରାଷ୍ଟ୍ରପତି ନିଷ୍ପତ୍ତି ଦେବାର ସମୟସୀମା ସମ୍ବିଧାନରେ ଉଲ୍ଲେଖ କରାଯାଇନାହିଁ କିମ୍ବା ନ୍ୟାୟାଳୟର ନିଷ୍ପଭି ସତ୍ତ୍ବେ ରାଷ୍ଟ୍ରପତି କାହିଁକି କ୍ଷମା ଦେବେ ତାହାର କାରଣ ଉଲ୍ଲେଖ କରିବାକୁ ରାଷ୍ଟ୍ରପତି ବାଧ୍ଯ ନୁହନ୍ତି ।

୩। ଭାରତର ସମ୍ବିଧାନରେ କେତେକ ଅଂଶ ନମନୀୟ — ଏହାର ତିନିଗୋଟି ଉଦାହରଣ ଦିଅ ।
Answer:

  • ଭାରତର ସମ୍ବିଧାନ ଏକ ଅନମନୀୟ ସମ୍ବିଧାନ ହେଲେ ମଧ୍ୟ ସମ୍ବିଧାନର କେତେକ ଅଂଶ ନମନୀୟ ।
  • ନୂତନ ରାଜ୍ୟ ସୃଷ୍ଟି ବା ରାଜ୍ୟର ନାମ ପରିବର୍ତ୍ତନ, ରାଜ୍ୟ ବିଧାନ ପରିଷଦର ସୃଷ୍ଟି ଓ ଉଚ୍ଛେଦ, ନାଗରିକଙ୍କ ପାଇଁ ଆଇନ ପ୍ରଣୟନ କ୍ଷେତ୍ରରେ ସମ୍ବିଧାନକୁ ସହଜରେ ସଂଶୋଧନ କରାଯାଇପାରେ । ଏଣୁ ଭାରତ ସମ୍ବିଧାନର କେତେକ ଅଂଶ ନମନୀୟ ଅଟେ ।

BSE Odisha 7th Class Political Science Solutions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୪। ଭାରତକୁ କାହିଁକି ସଂସଦୀୟ ରାଷ୍ଟ୍ର କୁହାଯାଏ ? ଏହାର ତିନିଗୋଟି ମୁଖ୍ୟ ବୈଶିଷ୍ଟ୍ୟ ଲେଖ ।
Answer:

  • ଭାରତରେ ଲୋକମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ସଂସଦ ଗଠିତ ହୋଇ ଶାସନ ଚାଲୁଥିବାରୁ ଭାରତକୁ ସଂସଦୀୟ ରାଷ୍ଟ୍ର କୁହାଯାଏ ।
  • ସଂସଦୀୟ ରାଷ୍ଟ୍ରର ତିନିଗୋଟି ମୁଖ୍ୟ ବୈଶିଷ୍ଟ୍ୟ ହେଲା –
    (କ) ଗୋଟିଏ ସଂସଦୀୟ ଶାସନ ବ୍ୟବସ୍ଥାରେ ଦୁଇଜଣ ରାଷ୍ଟ୍ରମୁଖ୍ୟ ଥାଆନ୍ତି– ଜଣେ ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ଜଣେ ସରକାରର ମୁଖ୍ୟ ।
    (ଖ) କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇଥାଏ ।
    (ଗ) ମନ୍ତ୍ରୀପରିଷଦର କାର୍ଯ୍ୟକାଳ ନିମ୍ନ ସଦନ (ଲୋକସଭା)ର ସଂଖ୍ୟାଗରିଷ୍ଠତା ଉପରେ ନିର୍ଭରୀଶୀଳ ହୋଇଥାଏ ।

୫। ଭାରତକୁ କାହିଁକି ଏକ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ ? ଧର୍ମନିରପେକ୍ଷ ହୋଇନଥ‌ିବା ଏକ ରାଷ୍ଟ୍ରର ନାମ ଲେଖ ।
Answer:

  • ଯେଉଁ ରାଷ୍ଟ୍ର ଆଇନତଃ କୌଣସି ଧର୍ମର ପୃଷ୍ଠପୋଷକତା କରେ ନାହିଁ କିମ୍ବା ବିରୋଧାଚରଣ କରେ ନାହିଁ, ସେହି ରାଷ୍ଟ୍ରକୁ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ । ଭାରତର କୌଣସି ରାଷ୍ଟ୍ରଧର୍ମ ନାହିଁ ।
  • ୧୯୭୬ ମସିହାରେ ୪୨ ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ପ୍ରସ୍ତାବନାରେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଉଲ୍ଲେଖ କରାଯାଇଛି । ସମ୍ବିଧାନର ଧାରା ୨୫ରୁ ୨୮ ମଧ୍ୟରେ ନାଗରିକମାନଙ୍କୁ ଧର୍ମଗତ ଅଧିକାର · ପ୍ରଦାନ କରାଯାଇଛି ।
  • ଧର୍ମନିରପେକ୍ଷ ହୋଇନଥିବା ଏକ ରାଷ୍ଟ୍ର – ପାକିସ୍ତାନ ।

BSE Odisha 7th Class Political Science Solutions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୬। ସାମ୍ବିଧାନିକ ପ୍ରତିକାର ଅଧିକାର କ’ଣ ? ୩ ଧାଡ଼ିରେ ବୁଝାଇ ଲେଖ ।
Answer:

  • ଭାରତୀୟ ସାମ୍ବିଧାନରେ ଭାରତୀୟ ନାଗରିକମାନଙ୍କୁ ଛଅଗୋଟି ମୌଳିକ ଅଧିକାର ପ୍ରଦାନ କରାଯାଇଥିଲେହେଁ ସେମାନେ ବାସ୍ତବରେ ୫ଗୋଟି ମୌଳିକ ଅଧିକାର ଉପଭୋଗ କରନ୍ତି ।
  • ଭାରତୀୟ ନାଗରିକମାନେ ଉପଭୋଗ କରୁଥିବା ପାଞ୍ଚଗୋଟି ଅଧ୍ୟାର ମଧ୍ୟରୁ କୌଣସି ଅଧିକାର ଉପରେ କୌଣସି ପରସ୍ଥିତିରେ ସରକାର ବା ବ୍ୟକ୍ତିବିଶେଷ ଯଦି ହସ୍ତକ୍ଷେପ କରନ୍ତି ତେବେ ଜଣେ ଭାରତୀୟ ନ୍ୟାୟାଳୟରେ ଆଶ୍ରୟ ନେଇପାରିବ ।
  • ସର୍ବୋଚ୍ଚ ନ୍ୟାୟାଳୟ କିମ୍ବା ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ନାଗରିକର ଅଧିକାରର ସୁରକ୍ଷା କରିବାପାଇଁ ସାମ୍ବିଧାନିକ ପ୍ରତିକାର ଅଧିକାର’ ଜରିଆରେ ବ୍ୟବସ୍ଥା କରାଯାଇଛି ।

୭। ଏକକ ନାଗରିକତା କହିଲେ କ’ଣ ବୁଝ ? ପୃଥ‌ିବୀର କେଉଁ ରାଷ୍ଟ୍ରରେ ଏକାଧ୍ଵ ନାଗରିକତା ଅଛି ?
Answer:

  • ସଂଘୀୟ ରାଷ୍ଟ୍ରରେ ବାସ କରୁଥିବା ଜଣେ ବାସିନ୍ଦା ’କେବଳ ସେହି ରାଷ୍ଟ୍ରର ନାଗରିକ ଭାବରେ ସ୍ଵୀକୃତ ହେଲେ ତାହାକୁ ଏକକ ନାଗରିକତା କୁହାଯାଏ । ଉଦାହରଣସ୍ୱରୂପ ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିବାରୁ ଏହାର ନାଗରିକମାନେ ସେମାନେ ବାସ କରୁଥିବା ରାଜ୍ୟ ବା ପ୍ରଦେଶର ନାଗରିକ ରୂପେ ଗଣା ନ ହୋଇ ଭାରତୀୟ ନାଗରିକରୂପେ ଗଣାହୁଅନ୍ତି ।
  • ଯୁକ୍ତରାଷ୍ଟ୍ର ଆମେରିକାରେ ଏକାଧ୍ଵକ ନାଗରିକତା ଅଛି ।

BSE Odisha 7th Class Political Science Solutions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

ଉତ୍ତର ଦିଅ।:

୮। ଭାରତ ସମ୍ବିଧାନର ପିତା କାହାକୁ କୁହାଯାଏ ?
Answer:
ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ଭାରତ ସମ୍ବିଧାନର ପିତା କୁହାଯାଏ ।

୯। ଏକ ଧର୍ମତାନ୍ତ୍ରିକ ରାଷ୍ଟ୍ରର ଉଦାହରଣ ଦିଅ।
Answer:
ଇରାନ୍ ଏକ ଧର୍ମତାନ୍ତ୍ରିକ ରାଷ୍ଟ୍ର।

୧୦। ୧୯୭୬ ମସିହାଠାରୁ କେଉଁସବୁ ଶବ୍ଦ ସମ୍ବିଧାନର ପ୍ରସ୍ତାବନାରେ ଯୋଗ କରାଗଲା ?
Answer:
୧୯୭୬ ମସିହାଠାରୁ ସମ୍ବିଧାନର ପ୍ରସ୍ତାବନାରେ ସମାଜବାଦୀ (Socialistic), ଧର୍ମନିରପେକ୍ଷ (Secular) ଏବଂ ଅଖଣ୍ଡତା (Integrity) – ଏହି ତିନୋଟି ଶବ୍ଦ ଯୋଗ କରାଗଲା ।

BSE Odisha 7th Class Political Science Solutions Chapter 3 ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୧୧ । ଭାରତ ରାଷ୍ଟ୍ରସଂଘରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ହେଲେ କିଏ ସମାଧାନ କରନ୍ତି ?
Answer:
ଭାରତ ରାଷ୍ଟ୍ରସଂଘରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ହେଲେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ତାହାର ସମାଧାନ କରନ୍ତି ।

୧୨ । ଭାରତୀୟ ସଂସ୍କୃତିର ସୁରକ୍ଷା କରିବାର ଦାୟିତ୍ଵକୁ କ’ଣ କୁହାଯାଏ ?
Answer:
ଭାରତୀୟ ସଂସ୍କୃତିର ସୁରକ୍ଷା କରିବାର ଦାୟିତ୍ଵକୁ ମୌଳିକ କର୍ତ୍ତବ୍ୟ କୁହାଯାଏ ।

Leave a Comment