BSE Odisha 7th Class Political Science Solutions Chapter 4 ମାନବିକ ଅଧ୍ବକାର

Odisha State Board BSE Odisha 7th Class Political Science Solutions Chapter 4 ମାନବିକ ଅଧ୍ବକାର Textbook Exercise Questions and Answers.

BSE Odisha Class 7 Political Science Solutions Chapter 4 ମାନବିକ ଅଧ୍ବକାର

୧। ମଣିଷମାନଙ୍କୁ ଅଧିକାର ଦିଆଯିବାର ତାତ୍ପର୍ଯ୍ୟ କ’ଣ? ୫ ଧାଡ଼ିରେ ଲେଖ ।
Answer:

  • ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ, ନିର୍ବିଶେଷରେ ଗୋଟିଏ ମଣିଷ ଧରାପୃଷ୍ଠରେ ଜନ୍ମନେବାଠାରୁ ସମାଜରେ ମଣିଷ ଭଳି ବଞ୍ଝା ତା’ର ଜନ୍ମଗତ ଅଧିକାର ।
  • ଅଧୁନା ପୃଥ‌ିବୀରେ ବିକାଶମୁଖୀ ରାଷ୍ଟ୍ରର ଅଧ‌ିବାସୀମାନେ ଅଧିକାରରୁ ବଞ୍ଚିତ ହେଉଛନ୍ତି ।
  • ସମାଜରେ ମହିଳା, ଶିଶୁ ଓ ପଛୁଆବର୍ଗ ସେମାନଙ୍କ ଅଧିକାର ସାବ୍ୟସ୍ତ କରିପାରୁ ନାହାଁନ୍ତି ।
  • ଏକଚ୍ଛତ୍ରବାଦୀ ରାଷ୍ଟ୍ରର ନାଗରିକମାନଙ୍କ ଅଧିକାର ସଙ୍କୁଚିତ ହେଉଛି ।
  • ତେଣୁ ଲୋକମାନଙ୍କୁ ଏସବୁ କ୍ଷେତ୍ରରେ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ଦେବା ଆବଶ୍ୟକ ।

BSE Odisha 7th Class Political Science Solutions Chapter 4 ମାନବିକ ଅଧ୍ବକାର

୨। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପାଞ୍ଚଗୋଟି ମାନବିକ ଅଧିକାର ଲେଖ ।
Answer:

  • ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ସୁବିଧା ସୁଯୋଗ ଦିଆଯାଇ ଭ୍ରାତୃତ୍ଵ ଚିନ୍ତାଧାରା ବଜାୟ ରଖୁବାର ବ୍ୟବସ୍ଥା କରାଯାଇଛି ।
  • ଗଣତାନ୍ତ୍ରିକ ରାଷ୍ଟ୍ରରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବର୍ଣ୍ଣ, ଲିଙ୍ଗ, ଭାଷା, ଧର୍ମ ଭେଦରେ ବିଚାର କରାଯାଇ ସମାନ ସୁଯୋଗ ଓ ଅଧିକାର ପ୍ରଦାନ କରାଯାଇଛି ।
  • ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ବ୍ୟକ୍ତି ଆଇନ ଆସ୍‌ରେ ସମାନ । ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଇନର ସୁରକ୍ଷା ଦିଆଯାଇଛି ।
  • ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ବ୍ୟକ୍ତିକୁ ବଞ୍ଚିବାର ଅଧିକାର, ସ୍ଵାଧୀନତା ଏବଂ ସୁରକ୍ଷା ଦିଆଯାଇଛି ।
  • ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷାର ଅଧିକାର, ସ୍ବାସ୍ଥ୍ୟର ଅଧିକାର, ମୌଳିକ ଅଧିକାର ପାଇବା ସଙ୍ଗେ ସଙ୍ଗେ ଏହିସବୁ ଅଧିକାରରୁ ବଞ୍ଚିତ ହେଲେ ନ୍ୟାୟ ପାଇବାର ଅଧିକାର ପାଇଛନ୍ତି ।

୩। ନାରୀମାନେ ପୁରୁଷମାନଙ୍କ ପରି ଅଧିକାର ଉପଭୋଗ କରିବା ପଛରେ ୩ ଗୋଟି ବଳିଷ୍ଠ ଯୁକ୍ତି ଉପସ୍ଥାପନ କର ।
Answer:

  • ନାରୀର ସମୃଦ୍ଧି ହେଲେ ସମାଜର ସମୃଦ୍ଧି ହେବ । ଗୋଟିଏ ସନ୍ତାନର ବାଲ୍ୟଶିକ୍ଷା ମା’ କୋଳରୁ ହିଁ ଆରମ୍ଭ ହୁଏ । ତେଣୁ ନାରୀମାନଙ୍କୁ ସମାଜରେ ପୁରୁଷମାନଙ୍କ ପରି ଅଧ୍ୟାର ପ୍ରଦାନ କରାଯିବା ଆବଶ୍ୟକ ।
  • ନାରୀମାନଙ୍କୁ ଅବଳା ଦୁର୍ବଳା କହି ନ୍ୟୁନ କରିବା ଉଚିତ ନୁହେଁ । ପୁରୁଷମାନଙ୍କ ପରି ନାରୀମାନେ ସ୍ଵାଧୀନତା ସଂଗ୍ରାମରେ, ପର୍ବତ ଆରୋହଣ ପରି ଦୁଃସାହସିକ ପଦକ୍ଷେପ ଗ୍ରହଣ କରିବାରେ, ଶିକ୍ଷାରେ, ଦେଶ ଶାସନ କରିବାରେ, ସମାଜସେବା କ୍ଷେତ୍ରରେ ନିଜର କର୍ତ୍ତବ୍ୟନିଷ୍ଠା, ସାହସ ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ।
  • ନାରୀମାନେ ପୁରୁଷପ୍ରଧାନ ରାଷ୍ଟ୍ରରେ ପୁରୁଷମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ନ ଥ‌ିବାରୁ ସେମାନଙ୍କ ଅଧିର ପୁରୁଷମାନଙ୍କ ଅଧିକାରର ସମକକ୍ଷ ହୋଇପାରିଛି ।

BSE Odisha 7th Class Political Science Solutions Chapter 4 ମାନବିକ ଅଧ୍ବକାର

୪। ଶିଶୁମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ମୌଳିକ ଅଧୂକାରରେ କାହିଁକି ଅନ୍ତର୍ଭୁକ୍ତ ହେଲା ? ପାଞ୍ଚଟି- ଧାଡ଼ିରେ ଲେଖ ।
Answer:

  • ଶିଶୁମାନେ ହେଉଛନ୍ତି ସମ୍ଭାବନାମୟ ନୂତନ ବିଶ୍ଵର ନାଗରିକ ।
  • ରାଷ୍ଟ୍ର ନିର୍ମାଣରେ ସେମାନେ ହିଁ ନିର୍ମାତା ହେବ । ଏଣୁ ଭବିଷ୍ୟତର ନାଗରିକମାନଙ୍କୁ ଉତ୍ତମ ଶିକ୍ଷା ଦିଆଯିବା
  • ଏବେ ଆମ ଦେଶର ୫ ବର୍ଷରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କ ମଧ୍ୟରୁ ଶତକଡ଼ା ୫୦ ଭାଗରୁ ଅଧ୍ଵ ଶିଶୁ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଉପଯୁକ୍ତ ଖାଦ୍ୟ, କ୍ରୀଡ଼ା ଏବଂ ଆମୋଦ ପ୍ରମୋଦ ପାଇବାରୁ ବଞ୍ଚିତ ହେଉଅଛନ୍ତି । ସେମାନେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବା ଦିବାସ୍ୱପ୍ନରେ ପରିଣତ ହୋଇଛି ।
  • ଶିକ୍ଷା ବଞ୍ଚତ ଶିଶୁମାନଙ୍କୁ ଶିକ୍ଷା ସ୍ରୋତକୁ ଆଣିବାପାଇଁ ଭାରତ ସମ୍ବିଧାନର ୮୬ ତମ ସଂଶୋଧନଦ୍ୱାରା ‘ଶିଶୁକୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା’କୁ ଏକ ମୌଳିକ ଅଧିକାର ରୂପେ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ଶିଶୁମାନଙ୍କର ଶିକ୍ଷାଦାନ ଅଭିଭାବକମାନଙ୍କର ଏକ ମୌଳିକ କର୍ତ୍ତବ୍ୟ ବୋଲି ଭାରତୀୟ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟରୂପେ ଗ୍ରହଣ କରାଯାଇଛି।

୫। କେଉଁ ସ୍ଵାଧୀନତା ସଂଗ୍ରାମୀ ନାରୀଶିକ୍ଷାର ପ୍ରସାର ଓ ନାରୀମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ ଲେଖ ।
Answer:
ରାଜା ରାମମୋହନ ରାୟ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର, ଜ୍ୟୋତିବା ଫୁଲେ, ସ୍ଵାମୀ ବିବେକାନନ୍ଦ, ଦୟାନନ୍ଦ ସରସ୍ଵତୀ ଓ ମହାତ୍ମା ଗାନ୍ଧୀ ଆଦି ସ୍ଵାଧୀନତା ସଂଗ୍ରାମୀମାନେ ନାରୀ ଶିକ୍ଷାର ପ୍ରସାର ଓ ନାରୀମାନଙ୍କର ଅଧିକାର ପାଇଁ ସ୍ଵର ଉତ୍ତୋଳନ କରିଥିଲେ ।

BSE Odisha 7th Class Political Science Solutions Chapter 4 ମାନବିକ ଅଧ୍ବକାର

ଉତ୍ତର ଦିଅ :

୬। କେଉଁ ଦିନ ସାର୍ବଜନୀନ ମାନବିକ ଅଧିକାର ଘୋଷଣା କରାଗଲା ?
Answer:
୧୯୪୮ ମସିହା ଡିସେମ୍ବର ମାସ ୧୦ ତାରିଖ ଦିନ ଜାତିସଂଘର ସାଧାରଣ ପରିଷଦରେ ସାର୍ବଜନୀନ ମାନବିକ ଅଧିକାର ଘୋଷଣା କରାଗଲା ।

୭। ଶିଶୁମାନଙ୍କ ଶିକ୍ଷା ସମ୍ପର୍କରେ କେଉଁ ନୂଆ ଅଧିକାର ସମ୍ବିଧାନ ସଂଶୋଧନ କରି ଯୋଗ କରାଯାଇଅଛି ?
Answer:

  • ଭାରତ ସମ୍ବିଧାନର ୮୬ ତମ ସମ୍ବିଧାନ ସଂଶୋଧନଦ୍ଵାରା ସମ୍ବିଧାନର ୨୧ (କ) ଧାରାରେ ୬ରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ମୌଳିକ ଅଧିକାରର ଏକ ଅଂଶରୂପେ ସ୍ବୀକୃତି ଦିଆଯାଇଛି ।
  • ସମ୍ବିଧାନର ୫୧ (କ) ଧାରାରେ ପିଲାମାନଙ୍କର ଶିକ୍ଷାଦାନ ଅଭିଭାବକମାନଙ୍କର ମୌଳିକ କର୍ଭବ୍ୟଭାବେ ଭାରତୀୟ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟରେ ୮୬ ତମ ସମ୍ବିଧାନ ସଂଶୋଧନଦ୍ୱାରା ଗ୍ରହଣ କରାଯାଇଛି ।

BSE Odisha 7th Class Political Science Solutions Chapter 4 ମାନବିକ ଅଧ୍ବକାର

୮। ତୁମ ବହିରେ ଦିଆଯାଇଥିବା ନାରୀ ସଶକ୍ତିକରଣର ଉଦାହରଣ ବ୍ୟତୀତ ଆଉ ଦୁଇଜଣ ନାରୀ ଯେଉଁମାନେ କି ସେମାନଙ୍କ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି ଲେଖ ।
Answer:
ଅରୁନ୍ଧତୀ ରାୟ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଏବଂ ତୁଳସୀ ମୁଣ୍ଡା ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି ।

Leave a Comment