Odisha State Board BSE Odisha 7th Class Science Solutions Chapter 10 ଉଦ୍ଭିଦରେ ବଂଶ ବିସ୍ତାର Textbook Exercise Questions and Answers.
BSE Odisha Class 7 Science Solutions Chapter 10 ଉଦ୍ଭିଦରେ ବଂଶ ବିସ୍ତାର
Question 1.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(ସମାୟନ, ପରାଗଣ, ସ୍ଵପରାଗଣ, ଅଙ୍ଗୀୟ, ମେରୁ ନ୍ୟଷ୍ଟି, ଉଭୟଲିଙ୍ଗୀ)
(କ) ଉଭିଦର ମୂଳ ବା କାଣ୍ଡରୁ ନୂଆ ଉଭିଦଟିଏ ଜାତ ହେଲେ ତାହାକୁ _____ ଜନନ କୁହାଯାଏ ।
(ଖ) ଗୋଟିଏ ଫୁଲର ପୁଂକେଶର ଓ ଗର୍ଭକେଶର ଥିଲେ ତାହାକୁ _____ ଫୁଲ କୁହାଯାଏ ।
(ଗ) ପରାଗଯେଗାରୁ ଫଲିକ୍ଫୁ ଫ୍କେଶର ଗରକେଶର ଥିଲେ ତାହାନ୍ତ _____ କହନ୍ତି ।
(ଘ) ପୁଂ ଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନ ଦ୍ବାରା _____ ପ୍ରକ୍ରିୟା ଘଟିଥାଏ । ରୁ ବୃଦ୍ଧି ପାଇଥାଏ ।
(ଙ) ଭୃଣପୋଷ ଡିମ୍ବକର _____ ରୁ ହଦି ପାଲଥାଏ |
Solution:
(କ) ଅଙ୍ଗୀୟ,
(ଖ) ଉଭୟଲିଙ୍ଗୀ,
(ଗ) ପରାଗଣ,
(ଘ) ସମାୟନ,
(ଙ) ମେରୁନ୍ୟଷ୍ଟି
Question 2.
ଉଦାହରଣ ସହ ବିଭିନ୍ନ ପ୍ରକାରର ଅଙ୍ଗୀୟ ଜନନ ବର୍ଣ୍ଣନା କର ।
Solution:
ଉଭିଦର ପତ୍ର, ମୂଳ ବା କାଣ୍ଡର କୌଣସି ଅଂଶରୁ ନୂତନ ଉଭିଦ ଜାତ ହେଲେ ତାହାକୁ ଅଙ୍ଗୀୟ ଜନନ କହନ୍ତି ।
- ଅମରପୋଇ ପତ୍ରର ଅଗ୍ରଭାଗରେ ଥିବା ମୁକୁଳ ଓଦା ମାଟି ସଂସ୍ପର୍ଶରେ ଆସିଲେ ସେଥୁରୁ ଏକ ନୂତନ ଗଛ ହେବାର ଦେଖାଯାଏ ।
- ସେହିପରି କନ୍ଦମୂଳ, ଡାଲିଆ, ଶତମୂଳୀ ଆଦି ଗଛର ମୂଳରୁ ନୂତନ ଗଛ ବା ଲତା ଜାତ ହେବାର ଦେଖାଯାଏ ।
- ପିଆଜ, ଅଦା, ହଳଦୀ, କଦଳୀ ଆଦି ଉଭିଦର ଭୂନିମ୍ନସ୍ଥ କାଣ୍ଡରୁ ନୂତନ ଗଛ ଜାତ ହୁଏ ।
- ଗୋଲାପ, ମନିପ୍ଲାଣ୍ଟ, ଚମ୍ପା ଆଦି ଗଛର କାଣ୍ଡକୁ କାଟି ଓଦା ମାଟିରେ ପୋତିଲେ ସେଥୁରୁ ଚେର ବାହାରେ, ଏକ ନୂତନ ଗଛ ସୃଷ୍ଟି ହୁଏ । ଏହାକୁ ପୁନରୁଭବନ କହନ୍ତି ।
- ଅନେକ ଅପୁଷ୍ପକ ଉଭିଦ ଅଛନ୍ତି, ଯେଉଁମାନଙ୍କୁ ଖାଲି ଆଖରେ ଦେଖ୍ ହୁଏ ନାହିଁ । ସ୍ପାଇରୋଗାଇରା ନାମକ ଶୈବାଳ ଜାତୀୟ ଉଦ୍ଭିଦ ଓ ରିକ୍ସିଆ ନାମକ ଅପୁଷ୍ପକ ଉଦ୍ଭଦର ଥାଲସ୍ ବିଖଣ୍ଡିତ ହୋଇ ନୂତନ ଉଦ୍ଭଦରେ ପରିଣତ ହୁଅନ୍ତି । ଏହାକୁ ବିଖଣ୍ଡନ କୁହାଯାଏ ।
- କଲମୀକରଣ ଦ୍ବାରା ମଧ୍ୟ ନୂତନ ଗଛ ସୃଷ୍ଟି କରାଯାଉଛି । ଏପରି ସ୍ଥଳେ ମାତୃ ଗଛର ଗୁଣ ଅପରିବର୍ତିତ ରହେ । ବିଭିନ୍ନ ପ୍ରକାର କଲମୀଗୁଡ଼ିକ ହେଲା– ଡାଳି କଲମୀ, କଲି କଲମୀ ଓ ଗୁଟ୍ଟି କଲମୀ ଆଦି ।
Question 3.
ଲିଙ୍ଗୀୟ ଜନନ କହିଲେ କ’ଣ ବୁଝାଯାଏ ?
Solution:
- ଯେଉଁ ଜନନରେ ଜନନ କୋଷର ମିଳନ ଘଟିଥାଏ, ତାହାକୁ ଲିଙ୍ଗୀୟ ଜନନ କୁହାଯାଏ ।
- ଯୁଗ୍ମକ ହେଉଛି ଲିଙ୍ଗୀୟ ଜନନର ଏକକ ଓ ଦୁଇଟି ଯୁଗ୍ଧକର ମିଳନ ହେଉଛି ଲିଙ୍ଗୀୟ ଜନନର ମୂଳଭିତ୍ତି । ଏହି ଯୁଗ୍ମକ ମଧ୍ୟରୁ ଗୋଟିଏ ହେଉଛି ପୁଂ-ଯୁଗ୍ମକ ଏବଂ ଅନ୍ୟଟି ହେଉଛି ସ୍ତ୍ରୀ-ଯୁଗ୍ମକ ।
- ଏହି ଯୁଗ୍ମକ ଦୁଇଟି ମିଳନର ସଂଯୋଜକରୁ ଯୁଗ୍ମଜ(zygote)ର ସୃଷ୍ଟି ହୁଏ ଏବଂ ଯୁଗ୍ମଜଟି କ୍ରମଶଃ ବୃଦ୍ଧି ପ୍ରାପ୍ତ ହୋଇ ଏକ ନୂତନ ଜୀବ ସୃଷ୍ଟି କରେ ।
- ସପୁଷ୍ପକ ଉଦ୍ଭଦରେ ସାଧାରଣତଃ ଅଙ୍ଗୀୟ ଓ ଲିଙ୍ଗୀୟ ଜନନ ଦେଖିବାକୁ ମିଳିଥାଏ ଏବଂ ଲିଙ୍ଗୀୟ ଜନନ ଜୀବନକାଳ ମଧ୍ୟରେ ମାତ୍ର କେତେଥର ହୋଇଥାଏ ।
Question 4.
ଏକ ସମ୍ପୂର୍ଣ ଫୁଲର ନାମାଙ୍କିତ ଚିତ୍ର କର ।
Solution:
Question 5.
ସ୍ଵପରାଗଣ ଓ ପରପରାଗଣ ବୁଝାଅ ।
Solution:
(i) ପରାଗ ପେଟୀରୁ ପରାଗରେଣୁର ଫଳକଶୀର୍ଷକୁ ସ୍ଥାନାନ୍ତରଣକୁ ପରାଗଣ କୁହାଯାଏ । ପରାଗରେଣୁର ଚଳନକ୍ଷମତା ନଥିବାରୁ ବିଭିନ୍ନ ମାଧ୍ୟମରେ ଏହା ବାହିତ ହୋଇଥାଏ; ଯଥା-ବାୟୁ, ଜଳ, କୀଟପତଙ୍ଗ ଓ ଜୀବଜନ୍ତୁ ଆଦି ।
(ii) ପରାଗଣ ଦୁଇ ପ୍ରକାରର; ଯଥା – (a) ସ୍ଵପରାଗଣ ଓ (b) ପରପରାଗଣ ।
(a) ସ୍ଵପରାଗଣ – ଯଦି ପରାଗରେଣୁ ସେହି ଫୁଲର ଫଳିକାଶୀର୍ଷ ବା ସେହି ଉଭିଦର ଯେକୌଣସି ଫୁଲର ଫଳିକା ଶୀର୍ଷରେ ପଡ଼ି ପରାଗଣ କରେ, ତାହାକୁ ସ୍ଵପରାଗଣ କୁହାଯାଏ ।
ଚିନାବାଦାମ, ଚଣା ଏବଂ ମଟର ଫୁଲରେ ସ୍ଵପରାଗଣ ଦେଖାଯାଏ ।
(b) ପରପରାଗଣ – ଯଦି ପରାଗରେଣୁ ସେହି ଜାତିର ଅନ୍ୟ ଏକ ଉଦ୍ଭଦର ଫୁଲରେ ଥିବା ଫଳିକା ଶୀର୍ଷରେ ପଡ଼ି ପରାଗଣ କରେ ତେବେ ତାହାକୁ ପରପରାଗଣ କୁହାଯାଏ ।
ସୋରିଷ, ମନ୍ଦାର, ଖଜୁରୀଫୁଲ ଆଦିରେ ପରପରାଗଣ ଦେଖାଯାଏ ।
Question 6.
ସପୁଷ୍ପକ ଉଦ୍ଭଦରେ ସମାୟନ କିପରି ହୋଇଥାଏ ।
Solution:
(i) ସପ୍ପଖ୍ୟକ ଭରିଦରେ ପ୍ତାକେଶର ତକ୍ତର ଦିମକରେ ରୁଣାମୟ ଥାଏ । ଭ୍ରୂଣାଶୟରେ 1 ଟି ଡିମ୍ବକୋଷ, 2 ଟି ସହାୟକ କୋଷ, 3 ଟି ପାତଳୀ କୋଷ ଏବଂ 2 ଟି ମେରୁ ନ୍ୟଷ୍ଟିକୋଷ ଯୋଡ଼ି ହୋଇଥାନ୍ତି ।
(ii) ପରାଗରେଣୁ ଫଳିକା ଶୀର୍ଷରେ ପଡ଼ିବାପରେ 2 ଟି କୋଷ (ନଳୀକା କୋଷ ଓ ଜନନକୋଷ)ରେ ବିଭକ୍ତ ହୁଏ ।
(iii) ନଳୀକା କୋଷରୁ ନଳୀକା ବାହାରି ଶଳାକା ମଧ୍ୟଦେଇ ଡିମ୍ବକ ମଧ୍ୟରେ ପ୍ରବେଶ କରେ ।
(iv) ଏହି ସମୟରେ ଜନନକୋଷ 2 ଟି ପୁଂଯୁଗ୍ମକରେ ବିଭକ୍ତହୁଏ । ସେଥୁରୁ ଗୋଟିଏ ଡିମ୍ବକୋଷ ସହିତ ସମାୟନ କରେ ।
(v) ପୁଂଯୁଗ୍ମକ ଓ ଡିମ୍ବକୋଷର ମିଳନକୁ ଦ୍ବିସମାୟନ କୁହାଯାଏ ଫଳରେ ଯୁଗ୍ମଜ ସୃଷ୍ଟିହୁଏ । ଯୁଗ୍ମଜ ବଢ଼ିଲେ ଭୃଣ ହୁଏ ଓ ଭ୍ରୂଣରୁ ନୂତନ ଉଭିଦ ସୃଷ୍ଟିହୁଏ ।
(vi) ଅନ୍ୟ ଏକ ପୁଂଯୁଗ୍ମକ ଦୁଇ ମେରୁ ନ୍ୟଷ୍ଟି କୋଷ ସହିତ ମିଳିତହୋଇ ଭ୍ରୂଣପୋଷ ହୁଏ । ଏହି ଭୃଣପୋଷ ଯୁଗ୍ମଜକୁ ବଢ଼ି ଭୃଣ ହେବାପାଇଁ ସାହାଯ୍ୟ କରେ । ଦ୍ବିସମାୟନ ପରେ ଡିମ୍ବକଟି ମଞ୍ଜିରେ ଓ ଡିମ୍ବାଶୟଟି ବଢ଼ି ଫଳଟିଏ ଜାତହୁଏ ।
Question 7.
‘କ’ ସ୍ତମ୍ଭରେ ଥିବା ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳାଅ ।
Solution:
Question 8.
କେଇଟି ଠିକ (✓) ଚିହ୍ନ ଦେଇ ଦର୍ଶାଅ ।
(କ) ସପୁଷ୍ପକ ଉଦ୍ଭଦର ଜନନ ଅଙ୍ଗ ଫୁଲ ଅଟେ ।
(ଖ) ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନକୁ ପରାଗଣ କୁହାଯାଏ ।
(ଗ) ଅମରପୋଇର ପ୍ରଜନନ ଅଙ୍ଗ କାଣ୍ଡ ଅଟେ ।
(ଘ) ଚଳରେଣୁ ଦ୍ଵାରା କେତେକ ଅପୁଷ୍ପକ ଉଭିଦର ବଂଶବିସ୍ତାର ହୋଇଥାଏ ।
(ତ) ବଂଶବିସ୍ତାର ହୋଇଥାଏ ।
Solution:
(କ) (✓)
(ଘ) (✓)
(ତ) (✓)
Question 9.
ନିମ୍ନ ପ୍ରଦତ୍ତ ଉଭିଦମାନଙ୍କର ବଂଶ ବିସ୍ତାର କିପରି ହୋଇଥାଏ ?
Solution:
Question 10.
ଅଙ୍ଗୀୟ ଓ ଲିଙ୍ଗୀୟ ଜନନ ଉଭିଦଟିକୁ କିପରି ସାହାଯ୍ୟ କରିଥାନ୍ତି ?
Solution:
- ଅଙ୍ଗୀୟ ଜନନ ଉଲିଦକ୍ମି ଦ୍ବଂଶ ହବିବେ ସାହାଯ୍ୟ କରିଥା’ ନ୍ତି |
- ଅଙ୍ଗୀୟ ଜନନରେ ସୃଷ୍ଟି ହୋଇଥିବା ଗଛଗୁଡ଼ିକ ମାତୃଗଛର ସମରୂପୀ ହୋଇଥା’ନ୍ତି ।
- ଏହି ପ୍ରଣାଳୀରେ ଶୀଘ୍ର ଗଛଗୁଡ଼ିକ ଉତ୍ପନ୍ନ ହୋଇଥା’ନ୍ତି ।
- ମଞ୍ଜି ସୃଷ୍ଟି କରୁନଥିବା ଗଛଗୁଡ଼ିକର ଏହି ପ୍ରଣାଳୀରେ ବଂଶବିସ୍ତାର ହୋଇଥାଏ ।
ଲିଙ୍ଗୀୟ ଜନନ –
- କିକାଯ କନନ ଉକିଦକୁ ଦଂଶ ଦ୍ଵଦିରେ ସାପ୍ତାମ୍ୟ କରିଥା’ ନ୍ତି |
- ଏହି ଜନନରେ ମଞ୍ଜି ଓ ଫଳ ସୃଷ୍ଟି ହୋଇଥାଏ ।
ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :
→ ଭପକ୍ତମ :
- ପ୍ରତ୍ୟେକ ଜାତିର ପ୍ରାଣୀ ଓ ଉଦ୍ଭିଦ ନିଜପରି ଜୀବ ସୃଷ୍ଟି କରି ଥାଆନ୍ତି । ଏହାକୁ ପ୍ରଜନନ କୁହାଯାଏ । ଏହା ଜୀବଜଗତର ଏକ ବୈଶିଷ୍ଟ୍ୟ ।
- ବଂଶରକ୍ଷା ଓ ବଂଶବୃଦ୍ଧି ପ୍ରାଣୀ ଓ ଉଭିଦମାନଙ୍କର ଏକ ବିଶେଷତ୍ଵ ।
- ଉଭିଦମାନେ ସାଧାରଣତଃ ତିନୋଟି ଉପାୟରେ ଜନନ କରି ବଂଶବିସ୍ତାର କରିଥାଏ । ସେଗୁଡ଼ିକ ହେଲା (a) ଅଙ୍ଗୀୟ ଜନନ, (b) ଅଲିଙ୍ଗୀ ଜନନ ଓ (c) ଲିଙ୍ଗୀୟ ଜନନ ।
→ ବଂଶବିସ୍ତାର ପ୍ରକ୍ରିୟା :
- କେତେକ ଉଭିଦର ପତ୍ର, ମୂଳ ବା କାଣ୍ଡର କୌଣସି ଅଂଶରୁ ନୂତନ ଉଭିଦ ଜାତ ହୋଇଥାଏ । ଏହାକୁ ଅଙ୍ଗୀୟ
- ଅଦାର କାଣ୍ଡ ମାଟିତଳେ ଥାଏ । ଏହା ଖାଦ୍ୟ ସଂରକ୍ଷଣ କରେ ଓ ବଂଶ ବିସ୍ତାରରେ ସାହାଯ୍ୟ କରେ ।
- ସପୁଷ୍ପକ ଉଦ୍ଭଦ (ଧାନ)ରେ ଫୁଲ ଧରେ, ସେଥୁରୁ ଫଳ ଓ ମଞ୍ଜି ମିଳେ । ଏହା ବଂଶ ବିସ୍ତାରରେ ସାହାଯ୍ୟ କରେ । ବର୍ଷା ମାସରେ ଧାନ ରୁଆ ହୁଏ, ଆଶ୍ଵିନ ମାସରେ ଧାନ ଫୁଲ ଧରେ ଏବଂ ପୌଷମାସରେ ଧାନ ପାଚିଲେ କଟାହୋଇ ଅମଳ ହୁଏ ।
- ସପୁଷ୍ପକ ଉଦ୍ଭଦରେ ଫୁଲ ହେଉଛି ପ୍ରଜନନ ଅଙ୍ଗ । ଫୁଲଦ୍ଵାରା ଉଭିଦର ଲିଙ୍ଗୀୟଜନନ ହୁଏ । କେତେକ ଫୁଲ ଉଭୟ ଲିଙ୍ଗୀ; ଯଥା-ମନ୍ଦାର ଫୁଲ । ଏଥିରେ ଗୋଟିଏ ଫୁଲର ପୁଂକେଶର ଓ ଗର୍ଭକେଶର ଉଭୟ ଥାଏ ।
- ଆଉ କେତେକ ସପୁଷ୍ପକ ଉଦ୍ଭିଦ ଏକଲିଙ୍ଗୀ; ଯଥା – କଖାରୁ ଫୁଲ । କେତେକରେ କେବଳ ପୁଂକେଶର ଓ ଅନ୍ୟରେ ଗର୍ଭକେଶର ରହିଥାଏ ।
- ପୁଂକେଶରରୁ ମିଳୁଥିବା ପୁଂଯୁଗ୍ମକ ଓ ଗର୍ଭକେଶରରେ ଥିବା ସ୍ତ୍ରୀ ଯୁଗ୍ଧକର ମିଳନରେ ସମାୟନ ଘଟେ । ଏହା ହେଉଛି ଲିଙ୍ଗୀୟ ଜନନର ମୂଳଭିତ୍ତି ।
- କେତେକ ଉଭିଦ ଅଛନ୍ତି, ସେମାନେ ଅଙ୍ଗୀୟ ଓ ଲିଙ୍ଗୀୟ ଜନନ ବ୍ୟତୀତ ଅନ୍ୟକେତେକ ବିଶେଷ ଉପାୟରେ ବଂଶବିସ୍ତାର କରିଥା’ନ୍ତି । ତାହାକୁ ଅଲିଙ୍ଗୀ ଜନନ କହନ୍ତି । ଏଠାରେ ଜନନ କୋଷର ମିଳନ ନଘଟି ରେଣୁ ଭଳି କେତେକ ବିଶେଷ ଅଙ୍ଗଦ୍ଵାରା ବଂଶବିସ୍ତାର ହୁଏ ।
→ ଅଙ୍ଗୀୟ ଜନନ :
- ଉଭିଦର ପତ୍ର, ମୂଳ ବା କାଣ୍ଡ ଆଦି ଅଙ୍ଗରୁ ନୂତନ ଉଭିଦ ଜାତ ହେଲେ ତା’କୁ ଅଙ୍ଗୀୟ ଜନନ କହନ୍ତି ।
- ଅମରପୋଇ ପତ୍ର ଧାରରେ ଥିବା ଦନ୍ତୁରିତ ଅଂଶ ଓଦାମାଟି ସଂସ୍ପର୍ଶରେ ଆସିଲେ ସେଥୁରୁ ଏକ ନୂତନ ଗଛ ଜାତ ହୋଇଥାଏ । ଅମରପୋଇ ପତ୍ରର ମୁକୁଳ ତାହାର ଅଗ୍ରଭାଗରେ ଥାଏ ।
- କନ୍ଦମୂଳ, ଡାଲିଆ ଓ ଶତମୂଳୀ ଆଦି ଗଛର ମୂଳରୁ ନୂତନ ଗଛ ବା ଲତା ଜାତ ହୋଇଥାଏ ।
- ଅଦା, ଆଳୁ, ହଳଦୀ, ପିଆଜ ଆଦି ଉଭିଦର ଭୂନିମ୍ନସ୍ଥ କାଣ୍ଡରୁ ନୂତନ ଗଛ ଜାତ ହୁଏ ।
- ଗୋଲାପ, ମଲିପ୍ଲାଣ୍ଟ, ଚମ୍ପାଡାଳ ଆଦି ଗଛର କାଣ୍ଡକୁ କାଟି ଓଦା ମାଟିରେ ପୋତିଲେ ସେଥିରୁ ଚେର ବାହାରି ଏକ ସମ୍ପୂର୍ଣ୍ଣ ଗଛରେ ପରିଣତ ହେବା ପ୍ରକ୍ରିୟାକୁ ପୁନରୁଭବନ କୁହାଯାଏ ।
- ଅନେକ ଅପୁଷ୍ପକ ଉଦ୍ଭଦ ଅଛନ୍ତି, ଏମାନଙ୍କୁ ଖାଲି ଆଖିରେ ଦେଖ୍ ହୁଏ ନାହିଁ ଓ ଏମାନଙ୍କର ଶରୀରରେ କାଣ୍ଡ, ପତ୍ର ବା ମୂଳ ନ ଥାଏ । ଏମାନେ ବିଖଣ୍ଡନ ଦ୍ବାରା ବଂଶବିସ୍ତାର କରିଥା’ନ୍ତି ।
- ସ୍ପାଇରୋଗାଇରା ନାମକ ଶୈବାଳ ଜାତୀୟ ଉଦ୍ଭିଦ ଓ ରିକ୍ସିଆ ନାମକ ଅପୁଷ୍ପକ ଉଦ୍ଭଦର ଥାଲସ୍ ବିଖଣ୍ଡିତ ହୋଇ ନୂତନ ଉଦ୍ଭଦରେ ପରିଣତ ହୁଅନ୍ତି । ଏହାକୁ ବିଖଣ୍ଡନ କୁହାଯାଏ ।
- କଲମୀକରଣ ଦ୍ଵାରା ମଧ୍ୟ ନୂତନଗଛ ସୃଷ୍ଟି କରାଯାଉଛି, ଏପରିସ୍ଥଳେ ମାତୃଗଛର ଗୁଣ ଅପରିବର୍ତିତ ରହିଥାଏ ।
- ଇଷ୍ଟ ନାମକ କବକରେ ମାତୃକୋଷରୁ ଜାତ ଅପତ୍ୟକୋଷ କଳିକା ଆକାରରେ କ୍ରମଶଃ ବୃଦ୍ଧିପାଇ ମାତୃକୋଷଠାରୁ ବିଛିନ୍ନ ହୋଇ ଏକ ପୂର୍ଣ୍ଣାଙ୍ଗ ଇଷ୍ଟକୋଷରେ ପରିଣତ ହୁଏ, ଏହାକୁ କଳିକନ କୁହାଯାଏ ।
→ ଅଲିଙ୍ଗୀ ଜନନ :
- ଜନନ କୋଷର ମିଳନ ନ ହୋଇ ସୃଷ୍ଟି ହେଉଥିବା ପ୍ରଜନନକ୍ଷମ ଏକକ ଗୁଡ଼ିକୁ ରେଣୁ କହନ୍ତି ।
- ରେଣୁଗୁଡ଼ିକ ଅତି କ୍ଷୁଦ୍ର, ହାଲୁକା ଓ ଖାଲି ଆଖୁକୁ ଦେଖାଯାଏ ନାହିଁ, ଛତୁ ଓ ଫିମ୍ପିଜାତୀୟ ଉଦ୍ଭଦରେ ଅସଂଖ୍ୟ
- ରେଣୁଗୁଡ଼ିକ ଚଳନକ୍ଷମ ହୋଇଥିଲେ ସେଗୁଡ଼ିକୁ ଚଳରେଣୁ କହନ୍ତି । ଅନେକ କବକ ଓ ଶୈବାଳ (ୟୁଲୋଥିକ୍ ) ଚଳରେଣୁଦ୍ଵାରା ବଂଶ ବିସ୍ତାର କରିଥା’ନ୍ତି । ଏଗୁଡ଼ିକ ରେଣୁ ପେଟୀରେ ସୃଷ୍ଟି ହୋଇଥା’ନ୍ତି ।
- ପେନ୍ସିଲିୟମ୍ ପରି କେତେକ କବକ ବାହ୍ୟରେଣୁ (କୋନିଡ଼ିଆ) ଦ୍ଵାରା ଅଲିଙ୍ଗୀ ଜନନ ପ୍ରଣାଳୀରେ ବଂଶ ଜୀବାଣୁ ଓ କେତେକ ଏକକୋଷୀ ଶୈବାଳ ଆଦି ଜୀବରେ କୋଷର ବିଭଞ୍ଜନ ଦ୍ବାରା ନୂତନ ଉଭିଦ ସୃଷ୍ଟି ହୁଏ । ଏମାନଙ୍କ ନ୍ୟଶି କୋଶ କାରକ ହୁଲ ସମାନ ଭାବରେ ବିଭକ୍ତ ହେବାବାରା ସେଥିରୁ ଭୁଲଟି ନୂତନ ମିଳେ ।
- ଛତୁ ଓ ଫିମ୍ପିଜାତୀୟ ଉଦ୍ଭଦ ରେଣୁଦ୍ଵାରା; କବକ ଓ ଶୈବାଳ ୟୁଲୋଥିକ୍ ଚଳରେଣୁଦ୍ଵାରା; ପେନ୍ସିଲିୟମ୍ ଜାତୀୟ କବକ ବାହ୍ୟରେଣୁ କୋନିଡ଼ିଆ ଦ୍ବାରା ବଂଶ ବିସ୍ତାର କରନ୍ତି ।
→ ଲିଙ୍ଗୀୟ ଜନନ :
- ଲିଙ୍ଗୀୟ ଜନନର ଏକକକୁ ଯୁଗ୍ମକ କୁହାଯାଏ । ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ଧକର ମିଳନରୁ ଯୁଗ୍ମଜ (Zygote)ଗଠିତ ହୁଏ ।
- ଥାଏ କିନ୍ତୁ ସପୁଷ୍ପକ ଉଦ୍ଭଦରେ ଅଙ୍ଗୀୟ ଓ ଲିଙ୍ଗୀୟ ଜନନ ମାତ୍ର କେତେଥର ହୋଇଥାଏ ।
- ଫୁଲ ସପୁଷ୍ପକ ଉଭିଦର ଏକ ବିଶେଷ ଅଙ୍ଗ କାରଣ ଏଥିରେ ପୁରୁଷ ଓ ସ୍ତ୍ରୀ ପ୍ରଜନନ ଅଙ୍ଗ ରହିଥାଏ ।
- ପୁରଷ ପ୍ରଜନନ ଅଙ୍ଗକୁ ପୁଂକେଶର ଓ ସ୍ତ୍ରୀପ୍ରଜନନ ଅଙ୍ଗକୁ ଗର୍ଭକେଶର କୁହାଯାଏ ।
- ଯେଉଁ ଫୁଲରେ ଦୁଇଟି ପ୍ରଜନନ ଅଙ୍ଗ ନଥାଇ ଗୋଟିଏ ଥାଏ, ସେହି ଫୁଲଗୁଡ଼ିକୁ ଏକଲିଙ୍ଗୀ ଫୁଲ କହନ୍ତି; ଯଥା – , କାକୁଡ଼ି, ଜହ୍ନି ଆଦି ।
- ଦୁଇଟି ଯାକ ପ୍ରଜନନ ଅଙ୍ଗ ଗୋଟିଏ ଫୁଲରେ ଦେଖାଯାଉଥିଲେ ସେପରି ଫୁଲକୁ ଉଭୟଲିଙ୍ଗୀ ବା ଦ୍ବିଲିଙ୍ଗୀ ଫୁଲ କହନ୍ତି; ଯଥା— ସୋରିଷ, ମନ୍ଦାର ଇତ୍ୟାଦି ।
- ଦୁଇ ପ୍ରକାର ଫୁଲ କଖାରୁ ଗଛରେ ଦେଖାଯାଉଥିବାରୁ ଏହାକୁ ଏକବାସୀ ଉଭିଦ କୁହାଯାଏ ।
- ଖଜୁରୀ ଓ ତାଳଗଛରେ କେବଳ ଅଣ୍ଡିରା ଫୁଲ ବା ମାଈଫୁଲ ହେଉଥିବାର ଦେଖାଯାଏ । ଏଗୁଡ଼ିକୁ ଦ୍ବିବାସୀ ଉଭିଦ କୁହାଯାଏ ।
- ପୁଂ କେଶର ପରାଗ ଦଣ୍ଡ (Filaments) ବା କେଶର ଧାରିକା ଓ ପରାଗପେଟି (Anthers)କୁ ନେଇ ଗଠିତ । ପରାଗପେଟି ମଧ୍ୟରେ ପରାଗରେଣୁ (pollen grains) ରହିଥାଏ । ଏଗୁଡ଼ିକ ହେଲେ ପୁଂ ଯୁଗ୍ମକ ।
- ଗର୍ଭକେଶର ଫଳିକାଶୀର୍ଷ (Stigma), ଶଳାକା ଓ ଗର୍ଭାଶୟ ବା ଡିମ୍ବାଶୟକୁ ନେଇ ଗଠିତ । ଡିମ୍ବାଶୟରେ ଡିମ୍ବକ ମଧ୍ୟରେ ଡିମ୍ବାଣୁ (ovum) ସୃଷ୍ଟି ହୁଏ । ଏଗୁଡ଼ିକ ହେଲେ ସ୍ତ୍ରୀ ଯୁଗ୍ମକ (Female gamete) ବା ‘ଡିମ୍ବ’ ।
→ ପରାଗଣ :
- ପରାଗରେଣୁର ପରାଗପେଟୀରୁ ଗର୍ଭଶୀର୍ଷ ବା ଫଳିକା ଶୀର୍ଷକୁ ସ୍ଥାନାନ୍ତର ପ୍ରକ୍ରିୟାକୁ ପରାଗଣ (Pollination) କୁହାଯାଏ ।
- ପରାଗଣ ଦୁଇପ୍ରକାରର ; ଯଥା ସ୍ଵପରାଗଣ (Self Pollination) ଏବଂ ପରପରାଗ- Pollination) ।
- ଯଦି ପରାଗରେଣୁ ସେହି ଫୁଲର ଫଳିକା ଶୀର୍ଷ ବା ସେହି ଉଭିଦର ଯେକୌଣସି ଫୁଳ ପରାଗଣ କରେ, ତାହାକୁ ସ୍ଵପରାଗଣ କୁହାଯାଏ ।
- ଯଦି ପରାଗରେଣୁ ସେହି ଜାତିର ଅନ୍ୟ ଏକ ଉଭିଦର ଫୁଲରେ ଥିବା ଫଳିକା ଶୀର୍ଷରେ ପଡ଼ି ପରାଗଣ କରେ ତେବେ ତାହାକୁ ପରପରାଗଣ କୁହାଯାଏ । ମନ୍ଦାର, ଖଜୁରୀ, ଦୁଦୁରା, ସୋରିଷ ଫୁଲରେ ପରପରାଗଣ ଦେଖାଯାଏ ।
- ପରାଗରେଣୁର ଚଳନ କ୍ଷମତା ନ ଥିବାରୁ ସେଗୁଡ଼ିକ ବାୟୁ, ଜଳ, କୀଟପତଙ୍ଗ ଓ ଜୀବଜନ୍ତୁଙ୍କ ଦ୍ୱାରା ସ୍ଥାନାନ୍ତରିତ ପ୍ରକାରର ଫୁଲ ଫଳ ଏହାଦ୍ବାରା ସମ୍ଭବ ହୋଇଥାଏ ।
- ପ୍ରକୃତି ଏପରି ବ୍ୟବସ୍ଥା କରିଛି ଯେ ସ୍ବ-ପରାଗଣ ଅପେକ୍ଷା ପର-ପରାଗଣ ଅଧିକାଂଶ ଫୁଲରେ ଦେଖାଯାଏ ।
→ ସମାୟନ :
- ପଦ୍ମଗଲ ଉଦ୍ଭିଦରେ ପାକେଶର ବକ୍ତୃତ ତିମିକରେ ଜଣାଣମ ଥାଏ । ଭ୍ରୂଣାଶୟରେ 1 ଟି ଡିମ୍ବକୋଷ, 2 ଟି ସହାୟକ କୋଷ, 3 ଟି ପାତଳୀ କୋଷ ଏବଂ 2 ଟି ମେରୁ ନ୍ୟଷ୍ଟିକୋଷ ଯୋଡ଼ି
- ପରାଗରେଣୁ ଫଳିକା ଶୀର୍ଷରେ ପଡ଼ିବାପରେ 2 ଟି କୋଷ ( ନଳୀ ବା କୋଷ ଓ ଜନନକୋଷ)ରେ ବିଭକ୍ତ ହୁଏ ।
- ନଳୀକା କୋଷରୁ ନଳୀକା ବାହାରି ଶଳାକା ମଧ୍ୟଦେଇ ଡିମ୍ବକ ମଧ୍ୟରେ ପ୍ରବେଶ କରେ ।
- ଏହି ସମୟରେ ଜନନକୋଷ 2 ଟି ପୁଂଯୁଗ୍ମକରେ ବିଭକ୍ତ ହୁଏ । ସେଥୁରୁ ଗୋଟିଏ ଡିମ୍ବକୋଷ ସହିତ ସମାୟନ କରେ ।
- ପୁଂଯୁଗ୍ମକ ଓ ଡିମ୍ବକୋଷର ମିଳନକୁ ଦ୍ବିସମାୟନ କୁହାଯାଏ, ଫଳରେ ଯୁଗ୍ମଜ ସୃଷ୍ଟିହୁଏ । ଯୁଗ୍ମଜ ବଢ଼ିଲେ ଭୃଣ ହୁଏ ଓ ଭ୍ରୂଣରୁ ନୂତନ ଉଭିଦ ସୃଷ୍ଟିହୁଏ ।
- ଅନ୍ୟ ଏକ ପୁଂଯୁଗ୍ମକ ଦୁଇ ମେରୁ ନ୍ୟଷ୍ଟି କୋଷ ସହିତ ମିଳିତହୋଇ ଭ୍ରୂଣପୋଷ ହୁଏ । ଏହି ଭ୍ରୂଣପୋଷ ଯୁଗ୍ମଜକୁ ବଢ଼ି ଭୃଣ ହେବାପାଇଁ ସାହାଯ୍ୟକରେ । ଦ୍ଧିସମାୟନ ପରେ ଡିମ୍ବକଟି ମଞ୍ଜିରେ ଓ ଡିମ୍ବାଶୟଟି ବଢ଼ି ଫଳଟିଏ ଜାତହୁଏ ।
→ ଆସ, ଜାଣିବା:
- ସବୁ ଜୀବ ବଂଶ ବିସ୍ତାର କରିଥାନ୍ତି ।
- ଉଭିଦମାନେ ଅଙ୍ଗୀୟ, ଅଲିଙ୍ଗୀ, ଲିଙ୍ଗୀୟଜନନ ଦ୍ବାରା ବଂଶବିସ୍ତାର କରନ୍ତି ।
- ପୁଷ୍ପକ ଉଦ୍ଭିଦ ବିଖଣ୍ଡନ, କଳିକନଦ୍ୱାରା ଅଙ୍ଗୀୟଜନନ କରୁଥିବାବେଳେ ସପୁଷ୍ପକ ଉଦ୍ଭଦମାନେ କାଣ୍ଡ, ମୂଳ ଓ ପତ୍ର ଅନାୟକାନନ କରନ୍ତି ।
- ଅପୁଷ୍ପକ ଉଦ୍ଭଦରେ ଚଳରେଣୁ ଓ ବାହ୍ୟରେଣୁ ଦ୍ଵାରା ଅଲିଙ୍ଗୀ ଜନନ ହୋଇଥାଏ ।