CHSE Odisha Class 12 Economics Chapter 5 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 5 ଚାହିଦା Short Answer Questions.

CHSE Odisha 12th Class Economics Chapter 5 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଚାହିଦା ଫଳନ କହିଲେ କ’ଣ ବୁଝ ?
Answer:
ଦ୍ରବ୍ୟ ପ୍ରତି ଚାହିଦା ଓ ତାହାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥ‌ିବା ସମ୍ପର୍କକୁ ଚାହିଦା ଫଳନ କୁହାଯାଏ । ଅନ୍ୟାନ୍ୟ ଉପାଦାନକୁ ଅପରିବର୍ତ୍ତିତ ବୋଲି ଧରିନେଲେ ଦ୍ରବ୍ୟ ପ୍ରତି ଚାହିଦାର ପରିମାଣ ତାହାର ଦରର ବିପରୀତ ଦିଗରେ ଗତି କରିଥାଏ ବୋଲି ଚାହିଦା ଫଳନରୁ ସୂଚନା ମିଳିଥାଏ । Dx = f(Px), x ନାମକ ଦ୍ରବ୍ୟର ଦର P, ରେ ପରିବର୍ତ୍ତନ ହେଲେ ତାହାର ଚାହିଦା ପରିମାଣରେ କିଭଳି ପରିବର୍ତ୍ତନ ହେବା, ତାହା ଉପରୋକ୍ତ ଫଳନରୁ ଅଧ୍ୟୟନ କରିହେବ ।

2. ଚାହିଦା ସୂଚୀ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଦ୍ରବ୍ୟର ଦାମ୍ ଓ କ୍ରୟ ହେଉଥ‌ିବା ପରିମାଣର ସମ୍ପର୍କ ପ୍ରକାଶ କରୁଥିବା ତାଲିକାକୁ ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍, ଚାହିଦା ନିୟମର ପ୍ରୟୋଗକୁ ବ୍ୟାଖ୍ୟା କରିବାପାଇଁ ଚାହିଦା ସୂଚୀର ସାହାଯ୍ୟ ନିଆଯାଇଥାଏ । ଚାହିଦା ସୂଚୀ ମୁଖ୍ୟତଃ ଦୁଇପ୍ରକାର ହୋଇଥାଏ; ଯଥା – ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ ।

3. ଚାହିଦାକୁ ପ୍ରଭାବିତ କରୁଥିବା ତିନୋଟି ଉପାଦାନ ଲେଖ ।
Answer:

  • ଉପଭୋକ୍ତାର ଆୟ ଅପରିବର୍ତିତ ରହେ,
  • ଉପଭୋକ୍ତାର ରୁଚି ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ରହେ,
  • ଦ୍ରବ୍ୟର ଦାମ୍ ଚାହିଦାର ଏକ ପ୍ରମୁଖ ନିର୍ଦ୍ଧାରଣକାରୀ ।

4. ଚାହିଦାରେ ପରିବର୍ତ୍ତନ କ’ଣ ?
Answer:
ଦର ଅପରିବର୍ତ୍ତିତ ରହି ଅନ୍ୟାନ୍ୟ ଉପାଦାନଗୁଡ଼ିକର ପରିବର୍ତ୍ତନ ଫଳରେ ଦ୍ରବ୍ୟ କ୍ରୟର ପରିମାଣରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ଚାହିଦାରେ ପରିବର୍ତ୍ତନ କୁହାଯାଏ । ଦର ବ୍ୟତୀତ ଚାହିଦାକୁ ପ୍ରଭାବିତ କରୁଥିବା ଯେ କୌଣସି ଉପାଦାନର ପରିବର୍ତ୍ତନ ଚାହିଦାରେ ପରିବର୍ତ୍ତନ ଆଣିପାରେ । ଉଦାହରଣସ୍ୱରୂପ, ଯଦି ଜଣେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ପାଏ, ସେ ମୂଳ ଦରରେ ଅଧିକ ଦ୍ରବ୍ୟ କ୍ରୟ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବ । ଏ କ୍ଷେତ୍ରରେ ଉପଭୋକ୍ତାଙ୍କ ଚାହିଦା ସୂଚୀରେ ପରିବର୍ତ୍ତନ ଘଟିବ ଏବଂ ଉପଭୋକ୍ତା ମୂଳ ଚାହିଦା ରେଖାରୁ ଅନ୍ୟ ଏକ ଚାହିଦା ରେଖାକୁ ସ୍ଥାନାନ୍ତରିତ ହେବେ ।

5. ଚାହିଦା ପରିମାଣରେ ପରିବର୍ତ୍ତନ କ’ଣ ?
Answer:
ଦ୍ରବ୍ୟର ଦର ପରିବର୍ତ୍ତନ ହେଲେ, ଦ୍ରବ୍ୟର ଚାହିଦା ପରିମାଣରେ ପରିବର୍ତ୍ତନ ହୋଇଥାଏ । ଚାହିଦା ସୂଚୀ ଏହି ତଥ୍ୟକୁ ହିଁ ପ୍ରତିପାଦିତ କରିଥାଏ । ଏଠାରେ ଦର ବ୍ୟତୀତ ଚାହିଦାକୁ ପ୍ରଭାବିତ କରୁଥିବା ଅନ୍ୟ ସମସ୍ତ ଉପାଦାନକୁ ଅପରିବର୍ତ୍ତିତ ରଖାଯାଇଥାଏ । ଫଳରେ ଚାହିଦା ପରିମାଣରେ କେବଳ ଦର ପରିବର୍ତ୍ତନ ଯୋଗୁଁ ହିଁ ସମ୍ଭବ ହୋଇଥାଏ । ଏ କ୍ଷେତ୍ରରେ ଦର ପରିବର୍ତ୍ତନ ଯୋଗୁଁ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ଚାହିଦାରେଖାରେ ଗୋଟିଏ ବିନ୍ଦୁରୁ ଆଉ ଗୋଟିଏ ବିନ୍ଦୁକୁ ଗତି କରିଥାନ୍ତି । ଫଳରେ ଚାହିଦାର ସମ୍ପ୍ରସାରଣ ବା ସଂକୋଚନ ଘଟିଥାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

6. ବ୍ୟକ୍ତିଗତ ଚାହିଦା ସୂଚୀ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ସାରଣୀର ପ୍ରଥମ ସ୍ତମ୍ଭରେ ଦ୍ରବ୍ୟର ବିଭିନ୍ନ ସମ୍ଭାବ୍ୟ ଦର ଦର୍ଶାଯାଇଥ‌ିବା ସ୍ଥଳେ ଦ୍ଵିତୀୟ ସ୍ତମ୍ଭରେ ପ୍ରତ୍ୟେକ ଦରରେ ଦ୍ରବ୍ୟ ପ୍ରତି ଜଣେ ବ୍ୟକ୍ତିଙ୍କ ଚାହିଦାର ପରିମାଣ ଦର୍ଶାଯାଇଥାଏ ।

7. ବଜାର ଚାହିଦା ସୂଚୀ କ’ଣ ?
Answer:
ପ୍ରତ୍ୟେକ କ୍ରେତାଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍ ବଜାରର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦାମ୍‌ରେ କ୍ରୟ କରାଯାଉଥିବା ଏକ ଦ୍ରବ୍ୟର ଭିନ୍ନ ଭିନ୍ନ ଏକ ତାଲିକା ଆକାରରେ ପ୍ରକାଶ କରୁଥିବା ସୂଚୀକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାର ଚାହିଦା ଆକଳନ କରିବାକୁ ହେଲେ ସମସ୍ତ ଉପଭୋକ୍ତାଙ୍କର ବ୍ୟକ୍ତିଗତ ଚାହିଦା ପରିମାଣର ସମ୍ମିଶ୍ରଣ କରିବାକୁ ହୋଇଥାଏ ।

8. ଚାହିଦା ରେଖା କ’ଣ ?
Answer:
ଚାହିଦା ରେଖା କହିଲେ ଚାହିଦା ସୂଚୀର ଏକ ରେଖାଙ୍କିତ ବିବରଣୀ । ଏହା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥାଏ । କାରଣ ଏହା କେତେଗୁଡ଼ିଏ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ; ଯଥା- ଦାମ୍ର ପ୍ରଭାବ, ଆୟର ପ୍ରଭାବ, ପ୍ରତିସ୍ଥାପନ ପ୍ରଭାବ ଓ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ଅଭାବ ।

9. ବଜାର ଚାହିଦା ରେଖା କହିଲେ କ’ଣ ବୁଝ ?
Answer:
ସମସ୍ତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ଚାହିଦାର ସମଷ୍ଟି ହିଁ ବଜାର ଚାହିଦା । ତେଣୁ ବଜାରରେ କ୍ରୟ କରୁଥିବା ସମସ୍ତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାର ଚାହିଦା ସୂଚୀକୁ ଆଧାର କରି ବଜାର ଚାହିଦା ରେଖା ନିର୍ଣ୍ଣୟ କରାଯାଏ । ଏହା ସମସ୍ତ ବ୍ୟକ୍ତିଗତ ଚାହିଦା ରେଖାର ଆନୁଭୂମିକ ସମଷ୍ଟି । ଏହା ନିମ୍ନଗାମୀ । ବଜାର ଦର ଓ ଚାହିଦା ପରିମାଣ ମଧ୍ଯରେ ପରୋକ୍ଷ ବା ଋଣାତ୍ମକ ସମ୍ପର୍କ ଥିବା କଥା ଏହା ବ୍ୟକ୍ତ କରିଥାଏ ।

10. ଯୌଗିକ ଚାହିଦା କ’ଣ ?
Answer:
ବହୁବିଧ ବ୍ୟବହାରରେ ଲାଗୁଥିବା ଦ୍ରବ୍ୟର ଚାହିଦାକୁ ଯୌଗିକ ଚାହିଦା କୁହାଯାଏ । କୋଇଲା ଓ ଲୁହାର ଚାହିଦା ଯୌଗିକ ବା ସଂଯୁକ୍ତ ଚାହିଦାର ଉଦାହରଣ । କୋଇଲାକୁ ରନ୍ଧନ କାର୍ଯ୍ୟରେ ବ୍ୟବହାର କରାଯାଇପାରେ, ବିଦ୍ୟୁତ୍ଵଶକ୍ତି ଉତ୍ପାଦନରେ ବ୍ୟବହାରକରାଯାଇପାରେ ଅଥବା କଳକାରଖାନାରେ ବ୍ୟବହାର କରାଯାଇପାରେ ।

11. ପ୍ରତିଯୋଗୀ ଚାହିଦା କ’ଣ ?
Answer:
ଦୁଇଟି ଦ୍ରବ୍ୟ ଏକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲେ, ସେମାନଙ୍କ ଚାହିଦାକୁ ପ୍ରତିଯୋଗୀ ଚାହିଦା କୁହାଯାଏ । ଏଠାରେ ଦ୍ରବ୍ୟଗୁଡ଼ିକ ସମ୍ପୂର୍ଣ୍ଣ ପ୍ରତିବଦଳକ୍ଷମ । ଗୋଟିଏ ଦ୍ରବ୍ୟର ଚାହିଦା ବୃଦ୍ଧି ହେଲେ ଅନ୍ୟଟିର ଚାହିଦା ହ୍ରାସ ପାଏ । ଚା’ ଓ କଫି ଏହାର ଉଦାହରଣ ।

12. ବିକଳ୍ପ ଚାହିଦା କ’ଣ ?
Answer:
ଯେତେବେଳେ କୌଣସି ଏକ ଦ୍ରବ୍ୟର ଚାହିଦା ବିକଳ୍ପ ଉପାୟରେ ଲାଭ କରାଯାଏ, ସେତେବେଳେ ତାହାକୁ ବିକଳ୍ପ ଚାହିଦା କୁହାଯାଏ । ଉଦାହରଣସ୍ୱରୂପ, ଆଲୋକ ବିଭିନ୍ନ ଉତ୍ସରୁ ଲାଭ କରାଯାଇପାରେ । ଏହା ବିଦ୍ୟୁତ୍ ଶକ୍ତି, କିରାସିନି, ଗ୍ୟାସ୍, କ୍ୟାଣ୍ଡଲ ଇତ୍ୟାଦିରୁ ମିଳିଥାଏ । ଆଲୋକ ବିଭିନ୍ନ ଉତ୍ସରୁ ମିଳୁଥିବାରୁ ଏହାର ଚାହିଦାକୁ ବିକଳ୍ପ ଚାହିଦା କୁହାଯାଏ ।

13. ବ୍ୟୁତ୍ପନ୍ନ ଚାହିଦା (Derived Demand) କ’ଣ ?
Answer:
କୌଣସି ଏକ ଦ୍ରବ୍ୟର ଚାହିଦା ଅନ୍ୟ ଏକ ଅନ୍ତିମ ଦ୍ରବ୍ୟର ଚାହିଦା ଉପରେ ନିର୍ଭର କରୁଥିଲେ, ତାହାକୁ ବ୍ୟୁତ୍ପନ୍ନ ଚାହିଦା କୁହାଯାଏ । ବସ୍ତ୍ରର ଚାହିଦା ହେତୁ ତୁଳାର ଚାହିଦା ହୁଏ । ଏଥିରେ ବସ୍ତ୍ରର ଚାହିଦା ପ୍ରତ୍ୟକ୍ଷ ଓ ତୁଳାର ଚାହିଦା ପରୋକ୍ଷ ହୋଇଥାଏ । ଅନେକ ଅର୍ଥନୀତିଜ୍ଞ ଏହି ବ୍ୟୁତ୍ପନ୍ନ ଚାହିଦାକୁ ପରୋକ୍ଷ ଚାହିଦା ବୋଲି ମଧ୍ୟ କହିଥାଆନ୍ତି ।

14. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରରେ ଅତି ସାମାନ୍ୟ ବା ନଗଣ୍ୟ ପରିବର୍ତ୍ତନ ଚାହିଦା ପରିମାଣରେ ବ୍ୟାପକ ପରିବର୍ତ୍ତନ ଘଟାଏ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏଠାରେ କହିବାକୁ ଗଲେ ଦରରେ ପ୍ରାୟ କୌଣସି ପରିବର୍ତ୍ତନ ଘଟି ନଥିଲେ ମଧ୍ୟ ଚାହିଦାରେ କଳ୍ପନାତୀତ ପରିବର୍ତ୍ତନ ହୋଇଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ∞ (ଅସୀମ) ଏବଂ ଚାହିଦା ରେଖା ଆନୁଭୂମିକ ହେବ ।

15. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରରେ ଯେ କୌଣସି ପରିବର୍ତ୍ତନ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟାଏ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ହେବ । ଏଠାରେ ଦରରେ ପରିବର୍ତ୍ତନ ଘଟିଲେ ମଧ୍ୟ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇନଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ ହୋଇଥାଏ ଏବଂ ଚାହିଦା ରେଖା ଉଲ୍ଲମ୍ବ ହୋଇଥାଏ ।

16. ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦା ପରିମାଣର ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ ଅଧୂକ ହୋଇଥାଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏ କ୍ଷେତ୍ରରେ ଚାହିଦା ପରିମାଣରେ ହୋଇଥିବା ଶତକଡ଼ା ପରିବର୍ତ୍ତନ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନଠାରୁ ଅଧୂକ । ଚାହିଦା ପରିମାଣରେ ହେଉଥ‌ିବା ଶତକଡ଼ା ପରିବର୍ତ୍ତନ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନଠାରୁ ଅଧିକ ହୋଇଥିବାରୁ ଚାହିଦାର ସ୍ଥିତିସ୍ଥାପକତା ସର୍ବଦା ଠାରୁ ଅଧିକ ହେବ ।

17. ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦା ପରିମାଣର ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ କମ୍ ହୁଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଅସ୍ଥିତିସ୍ଥାପକ ବୋଲି କୁହାଯାଏ । ଏ କ୍ଷେତ୍ରରେ ଚାହିଦା ପରିମାଣରେ ହୋଇଥିବା ଶତକଡ଼ା ପରିବର୍ତ୍ତନ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନଠାରୁ କମ୍ । ତେଣୁ ଚାହିଦାର ସ୍ଥିତିସ୍ଥାପକତା ସର୍ବଦା ଏକଠାରୁ କମ୍ ହେବ ।

18. ଏକକ ସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ଚାହିଦା ପରିମାଣର ଆନୁପାତିକ ପରିବର୍ତ୍ତନ ସହ ସମାନ, ତେବେ ଦ୍ରବ୍ୟର ଚାହିଦା ଏକକ ସ୍ଥିତିସ୍ଥାପକ ହେବ । ଏ କ୍ଷେତ୍ରରେ ଚାହିଦା ପରିମାଣରେ ହୋଇଥିବା ଶତକଡ଼ା ପରିବର୍ଭନ ଓ ଦରରେ ହୋଇଥ୍‌ ଶତକଡ଼ା ପରିବର୍ତ୍ତନ ସମାନ । ଉଭୟ ଚାହିଦା ଓ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନ ସମାନ ଥ‌ିବାରୁ ଚାହିଦାର ସ୍ଥିତି- ସ୍ଥାପକତା ଏକ ହେବ ।

19. ଚାହିଦାର ସ୍ଥିତିସ୍ଥାପକତା କହିଲେ କ’ଣ ବୁଝ ?
Answer:
ଦର ପରିବର୍ତ୍ତନ ଫଳରେ ଚାହିଦା ପରିମାଣରେ ଘଟୁଥ‌ିବା ସଙ୍କୋଚନ ଓ ପ୍ରସାରଣର ମାତ୍ରାକୁ ଚାହିଦାର ସ୍ଥିତିସ୍ଥାପକତା` କୁହାଯାଏ । ଏହା ଦର ପରିବର୍ତ୍ତନ ପ୍ରତି ଚାହିଦା ପରିମାଣର ସମ୍ବେଦନଶୀଳତାର ମାତ୍ରା । ଅର୍ଥାତ୍ ବଜାରରେ କୌଣସି ଦ୍ରବ୍ୟର ଦାମ୍‌ରେ ଏକ ନିର୍ଦ୍ଦିଷ୍ଟ ବୃଦ୍ଧି ବା ହ୍ରାସ ହେଲେ, ଚାହିଦା ପରିମାଣରେ ଯେଉଁ ହ୍ରାସ ବା ବୃଦ୍ଧି ହୁଏ, ସେହି ଦ୍ରବ୍ୟ ପାଇଁ ଚାହିଦାର ସ୍ଥିତିସ୍ଥାପକତା ତଦନୁସାରେ ଅଧିକ ବା କମ୍ ହୋଇଥାଏ ।

20. ଆୟ ସମ୍ପର୍କିତ ସ୍ଥିତିସ୍ଥାପକତା କ’ଣ ?
Answer:
କ୍ରେତାଙ୍କର ଆୟ ପରିବର୍ଭନ ହେଲେ, ତାହା ଦ୍ରବ୍ୟର ଚାହିଦାରେ ଯେଉଁ ପରିମାଣର ପରିବର୍ତ୍ତନ ଘଟାଏ, ତାହାକୁ ଦ୍ରବ୍ୟର ଆୟ ସମ୍ପର୍କିତ ସ୍ଥିତିସ୍ଥାପକତା କୁହାଯାଏ । ଦ୍ରବ୍ୟର ଚାହିଦାରେ ଦେଖାଦେଇଥିବା ଆନୁପାତିକ ପରିବର୍ତ୍ତନକୁ କ୍ରେତାଙ୍କର ଆୟରେ ଦେଖାଦେଇଥିବା ଆନପାତିକ ପରିବର୍ତ୍ତନଦ୍ୱାରା ଭାଗକରି ଆୟସ୍ଥିତିସ୍ଥାପକତା ନିର୍ଣ୍ଣୟ କରାଯାଏ । ସଙ୍କେତିକ ଭାଷାରେ-
Ey = \(\frac{ଦ୍ରବ୍ୟର ଚାହିଦାର ଆନୁପାତିକ ପରିବର୍ତ୍ତନ}{କ୍ରେତାଙ୍କ ଆୟର ଆନୁପାତିକ ପରିବର୍ତ୍ତନ}\)
ଯେଉଁଠି Ey ହେଉଛି ଆୟ ସମ୍ପର୍କିତ ସ୍ଥିତିସ୍ଥାପକତା ।

21. ଅନୁପ୍ରସ୍ଥ ସ୍ଥିତିସ୍ଥାପକତା (Cross Elasticity of Demand) କ’ଣ ?
Answer:
ପ୍ରତିବଦଳକ୍ଷମ ଅଥବା ଅନୁପୂରକ ଦ୍ରବ୍ୟଗୁଡ଼ିକ ପରସ୍ପର ସମ୍ପର୍କିତ ହୋଇଥା’ନ୍ତି । ତେଣୁ ଗୋଟିଏ ଦ୍ରବ୍ୟର ଦର ପରିବର୍ତ୍ତନ ହେଲେ ଅନ୍ୟ ଏକ ଦ୍ରବ୍ୟର ଚାହିଦାରେ ପରିବର୍ତ୍ତନ ଦେଖାଦେଇଥାଏ । ସେହି ପରିବର୍ତ୍ତନର ମାତ୍ରା ହିଁ ଚାହିଦାର ଅନୁପ୍ରସ୍ଥ ସ୍ଥିତିସ୍ଥାପକତା । X ଓ Y ଦୁଇଟି ସମ୍ପର୍କିତ ଦ୍ରବ୍ୟ ହେଲେ ‘Y’ର ଦର ପରିବର୍ତ୍ତନ ହେତୁ ‘X’ର ଚାହିଦାରେ ଯେଉଁ ଆନୁପାତିତ ପରିବର୍ତ୍ତନ ଦେଖାଦିଏ, ତାହାକୁ ‘Y’ ଦ୍ରବ୍ୟର ଦାମ୍‌ରେ ଘଟିଥିବା ଆନୁପାତିକ ପରିବର୍ତ୍ତନଦ୍ୱାରା ଭାଗକରି ‘X’ ର ଚାହିଦାର ଅନୁପ୍ରସ୍ଥ ସ୍ଥିତିସ୍ଥାପକତା ମାପ କରାଯାଏ । ସୁତରାଂ –
Ex = \(\frac{‘X’ ର ଚାହିଦାର ଆନୁପାତିକ ପରିବର୍ତ୍ତନ}{‘Y’ ର ଦାମ୍‌ର ଆନୁପାତିକ ପରିବର୍ତ୍ତନ}\)
ଯେଉଁଠି Ex ହେଉଛି ‘x’ ଦ୍ରବ୍ୟର ଅନୁପ୍ରସ୍ଥ ସ୍ଥିତିସ୍ଥାପକତା ।

CHSE Odisha Class 12 Economics Chapter 5 Short Answer Questions in Odia Medium

22. ଉପଭୋକ୍ତାଙ୍କର ଆୟ ଚାହିଦାକୁ କିପରି ପ୍ରଭାବିତ କରେ ?
Answer:
ଆୟ ବୃଦ୍ଧି ସହିତ କ୍ରୟ କରିବାର କ୍ଷମତା ବୃଦ୍ଧି ପାଏ । ତେଣୁ କୌଣସି ଏକ ଦ୍ରବ୍ୟର ଦାମ୍ ଅପରିବର୍ତ୍ତିତ ଥାଇ ଯଦି ଉପଭୋକ୍ତାଙ୍କର ଆୟ ବୃଦ୍ଧି ଘଟେ, ଉକ୍ତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇବା ସ୍ଵାଭାବିକ । ଅବଶ୍ୟ ଯଦି ଦ୍ରବ୍ୟଟି ନିକୃଷ୍ଟ ଦ୍ରବ୍ୟ ହୋଇଥାଏ, ଆୟ ବୃଦ୍ଧି ସହିତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଏ ନାହିଁ, ବରଂ ଚାହିଦା ହ୍ରାସ ପାଇବାରେ ଲାଗେ । ତେଣୁ ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଆୟର ପ୍ରଭାବ ଋଣାତ୍ମକ; କିନ୍ତୁ ଅନ୍ୟାନ୍ୟ ଦ୍ରବ୍ୟ ପାଇଁ ଏହା ଧନାତ୍ମକ ହୋଇଥାଏ ।

23. ଦେଶର ଆର୍ଥିକ ଅବସ୍ଥା ଚାହିଦାକୁ କିପରି ପ୍ରଭାବିତ କରିଥାଏ ?
Answer:
ଦେଶର ଅର୍ଥନୈତିକ ଅବସ୍ଥା ଚାହିଦାର ନିୟାମକ । ଯେଉଁ ଦେଶର ଚାରିଆଡ଼େ ଉନ୍ନୟନ ଏବଂ ପ୍ରଗତି ଦେଖାଯାଏ, ସେଠାରେ ମାଗଣ ବୃଦ୍ଧି ପାଏ । ମାତ୍ର ଦେଶର ଅର୍ଥନୀତିରେ ଅବସ୍କ୍ରୀତି ଦେଖାଗଲେ ମାଗଣ ହ୍ରାସ ପାଏ । ଏହା ସ୍ବଳ୍ପ ନିବେଶ ଏବଂ ଆୟ ହେତୁ ଘଟିଥାଏ ।

24. ବିଭିନ୍ନ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଚାହିଦାର ପରିମାଣ କିପରି ଜନସଂଖ୍ୟାଦ୍ଵାରା ପ୍ରଭାବିତ ହୁଏ ?
Answer:
ଯଦି ଜନସଂଖ୍ୟା ବୃଦ୍ଧି ହୁଏ, ତେବେ ପ୍ରଚଳିତ ବଜାର ଦରରେ ମଧ୍ୟ ବହୁ ପରିମାଣର ବିଭିନ୍ନ ଦ୍ରବ୍ୟ କିଣନ୍ତି ଏବଂ ଜନସଂଖ୍ୟାରେ ହ୍ରାସ ଦେଖାଦେଲେ, ଏହାର ବିପରୀତ ପ୍ରଭାବ ଦେଖାଯାଏ । ଯଦି ମୋଟ ଜନସଂଖ୍ୟାର ବହୁଳାଶ ଶିଶୁ ଶ୍ରେଣୀ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ଶିଶୁଖାଦ୍ୟ, କ୍ଷୀର ଓ ଶିଶୁ ବସ୍ତ୍ରର ଚାହିଦା ଅଧ୍ଵ ହୋଇଥାଏ । ତେଣୁ ଜନସଂଖ୍ୟା ବୃଦ୍ଧି ସହିତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ସେବାର ଚାହିଦା ବୃଦ୍ଧି ପାଇବା ସ୍ଵାଭାବିକ ।

25. ମନସ୍ତାତ୍ତ୍ଵିକ ଭ୍ରାନ୍ତ ଧାରଣା କ୍ଷେତ୍ରରେ କାହିଁକି ଚାହିଦାର ନିୟମ କାର୍ଯ୍ୟକାରୀ ହୋଇ ନଥାଏ ?
Answer:
ଉପଭୋକ୍ତାମାନେ ସମୟେ ସମୟେ ମନସ୍ତାତ୍ତ୍ଵିକ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ଅଧ‌ିକ ଦାମ୍ ଥ‌ିବା ପଦାର୍ଥକୁ ଉତ୍କୃଷ୍ଟ ଦ୍ରବ୍ୟ ଓ କମ୍ ଦାମ୍ ଥ‌ିବା ଦ୍ରବ୍ୟକୁ ନିକୃଷ୍ଟ ଦ୍ରବ୍ୟ ବୋଲି ଭାବିଥା’ନ୍ତି । ତେଣୁ ମନସ୍ତାତ୍ତ୍ଵିକ ଭ୍ରାନ୍ତ ଧାରଣା ହେତୁ ଉପଭୋକ୍ତାମାନେ ଦର ଅଧିକ ଥିଲେ ଉତ୍କୃଷ୍ଟ ଦ୍ରବ୍ୟ ଭାବି ଅଧ୍ଵ ପରିମାଣରେ କ୍ରୟ କରନ୍ତି ଓ ଦର କମିଗଲେ ତାହା ନିକୃଷ୍ଟ ଦ୍ରବ୍ୟ ଭାବି କମ୍ ପରିମାଣର କିଣିବା ଯୋଗୁଁ ଚାହିଦାରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ । ଏଠାରେ ଉପଭୋକ୍ତାଙ୍କର ଭ୍ରାନ୍ତ ଧାରଣରା ଦର ଓ ଚାହିଦାର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ସୃଷ୍ଟି କରୁଥିବାରୁ ଚାହିଦା ସୂତ୍ରର ବ୍ୟତିକ୍ରମ ପରିଲକ୍ଷିତ ହୁଏ ।

26. ବାହ୍ୟାଡ଼ମ୍ବରପୂର୍ଣ୍ଣ ଉପଭୋଗ କ୍ଷେତ୍ରରେ କାହିଁକି ଚାହିଦାର ନିୟମ କାର୍ଯ୍ୟକାରୀ ହୋଇନଥାଏ ?
Answer:
ଏପରି କେତେକ ଦ୍ରବ୍ୟ ଅଛି ଯାହାକି ଉପାଦେୟତା ଦୃଷ୍ଟିରୁ ଉପଭୋଗ କରା ନ ଯାଇ, ସାମାଜିକ ପ୍ରତିଷ୍ଠାର ପ୍ରତୀକ ରୂପେ କ୍ରୟ କରାଯାଏ । ଆମେରିକାର ଅର୍ଥଶାସ୍ତ୍ରୀ ଭେଲେନ୍‌ଙ୍କ ମତରେ କେତେଗୁଡ଼ିକ ଦ୍ରବ୍ୟ; ଯଥା— ସୁନା, ହୀରା, ମୂଲ୍ୟବାନ୍‌ ଅଳଙ୍କାରର ଦାମ୍ ବଢ଼ିଲେ ସମାଜର ଧନିକ ଶ୍ରେଣୀର ଲୋକମାନେ ନିଜର ପ୍ରତିପତ୍ତି, ଆତ୍ମବଡ଼ିମା ଏବଂ ଆଭିଜାତ୍ୟ ଦେଖେଇବା ନିମନ୍ତେ ଅଧ୍ବକ କ୍ରୟ କରିଥା’ନ୍ତି ଏବଂ ଦାମ୍ କମିଲେ କମ୍ ପରିମାଣ କିଣିଥା’ନ୍ତି । ତେଣୁ ଏଭଳି ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ନିୟମ କାର୍ଯ୍ୟକାରୀ ହୋଇ ନଥାଏ।

27. ଚାହିଦାର ଦର-ସ୍ଥିତିସ୍ଥାପକତା ମାପିବା ପାଇଁ କେଉଁ ସୂତ୍ରର ବ୍ୟବହାର କରାଯାଏ ?
Answer:
ଚାହିଦାର ଦର-ସ୍ଥିତିସ୍ଥାପକତା ହେଉଛି ଚାହିଦାର ଶତକଡ଼ା ପରିବର୍ତ୍ତନ ଓ ଦରର ଶତକଡ଼ା ପରିବର୍ତ୍ତନର ଅନୁପାତ ।
ଅର୍ଥାତ୍
CHSE Odisha Class 12 Economics Chapter 5 Short Answer Questions in Odia Medium

28. ଦର ସ୍ତର ଚାହିଦା ସ୍ଥିତିସ୍ଥାପକତାକୁ କି ପ୍ରକାରେ ପ୍ରଭାବିତ କରେ ?
Answer:
ଦ୍ରବ୍ୟର ଦର-ସ୍ତର ଚାହିଦାର ସ୍ଥିତିସ୍ଥାପକତାକୁ ପ୍ରଭାବିତ କରେ । ଉଚ୍ଚ ଦର ସ୍ତରରେ ଥ‌ିବା ଦ୍ରବ୍ୟଗୁଡ଼ିକ ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ । ଅନ୍ୟପକ୍ଷରେ, ନିମ୍ନ ଦର –ଯୁକ୍ତ ଦ୍ରବ୍ୟର ଦରରେ ପରିବର୍ତ୍ତନ ଘଟିଲେ ଉପଭୋକ୍ତାଙ୍କର ଚାହିଦାରେ ଉଲ୍ଲେଖନୀୟ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ମଧ୍ୟମ ଦରଯୁକ୍ତ ଦ୍ରବ୍ୟର ଦରରେ କୌଣସି ପରିବର୍ତ୍ତନ ଘଟିଲେ ଉପଭୋକ୍ତାଙ୍କର ଚାହିଦାରେ ବିରାଟ ପରିବର୍ତ୍ତନ ଦେଖାଦେବ ।

29. ପ୍ରତିସ୍ଥାପକ ଦ୍ରବ୍ୟର ସୁଲଭତା କିପରି ଚାହିଦାକୁ ପ୍ରଭାବିତ କରେ ?
Answer:
ଯଦି ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟ ଅଧ‌ିକ ସୁଲଭ ଭାବରେ ଉପଲବ୍‌ଧ ହୁଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଭାବେ ସ୍ଥିତିସ୍ଥାପକ ହୋଇଥାଏ । କଫି ଚା’ର ଏକ ପ୍ରତିସ୍ଥାପକ ଦ୍ରବ୍ୟ । ଯେତେବେଳେ ଚା’ର ଦାମ୍ କମ୍ ଥାଏ, କଫିର ଦାମ୍ ବୃଦ୍ଧି ହେଲେ, ଚା’ର ଚାହିଦା ବୃଦ୍ଧି ହୁଏ; କିନ୍ତୁ ଲୁଣର ପ୍ରତିସ୍ଥାପକ ଦ୍ରବ୍ୟ ନ ଥିବାରୁ ଲୁଣର ଚାହିଦା ଅସ୍ଥିତିସ୍ଥାପକ ।

30. ଚାହିଦା ରେଖା କାହିଁକି ନିମ୍ନାଭିମୁଖୀ ହୁଏ ?
Answer:
ଚାହିଦା ରେଖା ନିମ୍ନଭିମୁଖୀ ହେବାର କାରଣ ହେଲା- (1) କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ପ୍ରଭାବ, (2) ଦାମ୍ ପ୍ରଭାବ, (3) ଆୟ ପ୍ରଭାବ, (4) ପ୍ରତିସ୍ଥାପନ ପ୍ରଭାବ ।

31. ଚାହିଦାକୁ ପ୍ରଭାବିତ କରୁଥିବା ତିନୋଟି ଉପାଦାନ ଲେଖ ।
Answer:
(1) ଉପଭୋକ୍ତାର ଆୟ ଅପରିବର୍ତିତ ରହେ, (2) ଉପଭୋକ୍ତାର ରୁଚି ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ରହେ, (3) ଦ୍ରବ୍ୟର ଦାମ୍ ଚାହିଦାର ଏକ ପ୍ରମୁଖ ନିର୍ଦ୍ଧାରଣକାରୀ ।

32. ଚାହିଦା ସୂତ୍ର ତିନୋଟି ସର୍ତ୍ତାବଳୀ ଲେଖ ।
Answer:
(1) ଉପଭୋକ୍ତାର ଆୟ ଅପରିବର୍ତିତ ରହେ, (2) ଉପଭୋକ୍ତାର ରୁଚି ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ନ ହୁଏ । (3) ଜନସଂଖ୍ୟା ସ୍ଥିର ରହିବା ଆବଶ୍ୟକ ।

33. ଚାହିଦା ନିୟମର ତିନୋଟି ବ୍ୟତିକ୍ରମ ଲେଖ ।
Answer:
(1) ଗିଫେନ୍ ଦ୍ରବ୍ୟ ବା ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ରରେ ବ୍ୟତିକ୍ରମ ଦେଖାଯାଏ । (2) ବାହ୍ୟାଡ଼ମ୍ବରପୂର୍ଣ ଉପଭୋଗ କ୍ଷେତ୍ରରେ ଚାହିଦା ସୂତ୍ରରେ ବ୍ୟତିକ୍ରମ ଦେଖାଯାଏ । (3) ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହେ ନାହିଁ ।

34. ଖାଉଟିଙ୍କର ଆୟ ଚାହିଦାକୁ କିପରି ପ୍ରଭାବିତ କରେ ?
Answer:
ଖାଉଟିର ଆୟ ବୃଦ୍ଧି ସହିତ କ୍ରୟ କ୍ଷମତା ମଧ୍ୟ ବୃଦ୍ଧି ପାଏ । ତେଣୁ କୌଣସି ଏକ ଦ୍ରବ୍ୟର ଦାମ୍ ଅପରିବର୍ତ୍ତି ଥାଇ ଯଦି ଖାଉଟିଙ୍କର ଆୟ ବୃଦ୍ଧି ଘଟେ । ଉକ୍ତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇବା ସ୍ଵାଭାବିକ । ଅବଶ୍ୟ ଯଦି ଦ୍ରବ୍ୟଟି ନିକୃଷ୍ଟ ଦ୍ରବ୍ୟ ହୋଇଥାଏ, ଆୟବୃଦ୍ଧି ସହିତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଏ ନାହିଁ, ବରଂ ଚାହିଦା ହ୍ରାସ ପାଇବାରେ ଲାଗେ । ତେଣୁ ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଆୟର ପ୍ରଭାବ ଋଣାତ୍ମକ କିନ୍ତୁ ଅନ୍ୟାନ୍ୟ ଦ୍ରବ୍ୟ ପାଇଁ ଏହା ଧନାତ୍ମକ ହୋଇଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଚାହିଦା କ’ଣ ?
Answer:
ଅର୍ଥଶାସ୍ତ୍ରରେ ଚାହିଦା କହିଲେ ଫଳପ୍ରଦ ଚାହିଦାକୁ ହିଁ ବୁଝାଇଥାଏ । ଚାହିଦା ସର୍ବଦା ନିର୍ଦ୍ଦିଷ୍ଟ ଦର ଓ ନିର୍ଦ୍ଦିଷ୍ଟ ସମୟ ସହିତ ସମ୍ପୃକ୍ତ । କୌଣସି ଦ୍ରବ୍ୟ ନିମନ୍ତେ ଜଣେ ଉପଭୋକ୍ତାଙ୍କ ଚାହିଦା ସେହି ଦ୍ରବ୍ୟର ଦାଦ୍ୱାରା ପ୍ରଭାବିତ ହୋଇଥାଏ । ଦରର ପରିବର୍ତ୍ତନ ସହିତ ଚାହିଦା ପରିମାଣର ପରିବର୍ତ୍ତନ ଘଟେ । ଠିକ୍ ସେହିପରି ସମୟର ପରିବର୍ତ୍ତନ ଚାହିଦା ପରିମାଣରେ ପରିବର୍ତ୍ତନ ଆଣିଥାଏ । ଦ୍ରବ୍ୟର ଦାମ୍ ଅପରିବର୍ତିତ ଥିଲେ ମଧ୍ୟ ବିଭିନ୍ନ ସମୟରେ ଜଣେ ଉପଭୋକ୍ତା ବିଭିନ୍ନ ପରିମାଣର ଚାହିଦା କରିଥା’ନ୍ତି । ତେଣୁ ଅର୍ଥଶାସ୍ତ୍ରରେ ଚାହିଦା କହିଲେ ଏକ ନିର୍ଦ୍ଦିଷ୍ଟ ସମୟରେ କ୍ରୟ କରାଯାଉଥିବା ଦ୍ରବ୍ୟ ଓ ସେବାର ପରିମାଣକୁ ବୁଝାଏ । ଅଧ୍ୟାପକ ବେନ୍‌ହାମ୍‌ଙ୍କ ମତରେ ନିର୍ଦ୍ଦିଷ୍ଟ ସମୟରେ ଓ ଉକ୍ତ ଦାମ୍‌ରେ କ୍ରୟ କରାଯାଉଥ‌ିବା ଦ୍ରବ୍ୟର ପରିମାଣକୁ ସୂଚାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

2. ଚାହିଦା ଫଳନ କ’ଣ ?
Answer:
କୌଣସି ଦ୍ରବ୍ୟର ଚାହିଦା ଓ ତାହାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥିବା ସମ୍ପର୍କ, ଚାହିଦା ଫଳନ ବ୍ୟକ୍ତ କରିଥାଏ । ତେଣୁ
q = f (P, P1, P2 …………. Pn, Y, T)
ଏଠାରେ p = ଦ୍ରବ୍ୟ ଚାହିଦା ପରିମାଣ
P = ଦ୍ରବ୍ୟର ଦର
P1, P2 …………. Pn ସମ୍ପର୍କିତ ଦ୍ରବ୍ୟମାନଙ୍କର ଦର
Y = ଉପଭୋକ୍ତାର ଆୟ
T = ଉପଭୋକ୍ତାର ରୁଚି ଓ ଅନୁରାଗ
ଉପରୋକ୍ତ ଚାହିଦା ଫଳନରୁ ଏହା ଜଣାଯାଏ ଯେ, କୌଣସି ଦ୍ରବ୍ୟ ଚାହିଦାର ପରିମାଣ ଦ୍ରବ୍ୟର ଦର, ସମ୍ପର୍କିତ ଦ୍ରବ୍ୟଗୁଡ଼ିକର ଦର, ଉପଭୋକ୍ତାଙ୍କ ଆୟ, ଉପଭୋକ୍ତାଙ୍କ ରୁଚି ଓ ଅନୁରାଗ ଇତ୍ୟାଦି ଅନେକ ପରିବର୍ତ୍ତନୀୟ ଉପାଦାନଗୁଡ଼ିକଦ୍ୱାରା ପ୍ରଭାବିତ ହୁଏ । ଚାହିଦା ପରିମାଣ ଉପରେ କୌଣସି ଏକ ନିର୍ଦ୍ଦିଷ୍ଟ ଉପାଦାନର ପ୍ରଭାବ କ’ଣ ତାହା ଅନୁଶୀଳନ କରିବାପାଇଁ ଉକ୍ତ ଉପାଦାନ ବ୍ୟତୀତ ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସ୍ଥିର ରଖୁବା ନିମନ୍ତେ ସର୍ଭ ରଖାଯାଏ । ଏହି ସର୍ଭ ଅନୁସରଣ କରି ଚାହିଦା ସୂତ୍ର ଦ୍ରବ୍ୟର ଦର ଓ ଚାହିଦା ପରିମାଣ ମଧ୍ଯରେ ଥିବା ସମ୍ପର୍କ ଆଲୋଚନା କରିଥାଏ ।

3. ଚାହିଦା ସୂତ୍ର କହିଲେ କ’ଣ ବୁଝ ?
Answer:
ଚାହିଦା ସୂତ୍ର ଉପଭୋଗର ଏକ ଗୁରୁତ୍ଵପୂର୍ଣ୍ଣ ସୂତ୍ର । ଏହା ଉପଭୋକ୍ତାମାନଙ୍କର ମୌଳିକ ମନସ୍ତାତ୍ତ୍ଵିକ ପ୍ରବୃତ୍ତିର ଏକ ବିବରଣୀ । ଏହା ଦ୍ରବ୍ୟ ଦରର ପରିବର୍ତ୍ତନ ଓ କ୍ରେତାମାନଙ୍କ ପ୍ରତିକ୍ରିୟାର ଏକ ପ୍ରଣାଳୀବଦ୍ଧ ପରିପ୍ରକାଶ । ପ୍ରଖ୍ୟାତ ଇଂରେଜ ଅର୍ଥଶାସ୍ତ୍ରୀ ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଚାହିଦା ସୂତ୍ରର ମୁଖ୍ୟ ପ୍ରଣେତା । ମାର୍ଶାଲ୍ କହିଛନ୍ତି ଯେ ଚାହିଦାର ପରିମାଣ ଦର ହ୍ରାସ ସହିତ ବୃଦ୍ଧି ପାଏ ଏବଂ ଦର ବୃଦ୍ଧି ସହିତ ହ୍ରାସ ପାଏ । ଚାହିଦା ସୂତ୍ର ଅନୁସାରେ ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହି କୌଣସି ଦ୍ରବ୍ୟର ଦର ହ୍ରାସ ପାଇଲେ ଚାହିଦା ପରିମାଣ ବୃଦ୍ଧି ପାଏ ଏବଂ ଦର ବୃଦ୍ଧି ପାଇଲେ ଚାହିଦା ପରିମାଣ ହ୍ରାସ ପାଏ । ଚାହିଦା ସୂତ୍ର ଦର ଓ ଚାହିଦା ପରିମାଣ ମଧ୍ଯରେ ଥିବା ପରୋକ୍ଷ ସମ୍ପର୍କର ସୂଚନା ପ୍ରଦାନ କରେ ।

4. ବ୍ୟକ୍ତିଗତ ଚାହିଦା ସୂଚୀ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଦ୍ରବ୍ୟର ଦାମ୍ ଓ କ୍ରୟ ହେଉଥ‌ିବା ପରିମାଣର ସମ୍ପର୍କ ପ୍ରକାଶ କରୁଥିବା ତାଲିକାକୁ ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍ ଚାହିଦା ନିୟମର ପ୍ରୟୋଗକୁ ବ୍ୟାଖ୍ୟା କରିବାପାଇଁ ଚାହିଦା ସୂଚୀର ସାହାଯ୍ୟ ନିଆଯାଇଥାଏ । ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ବ୍ୟକ୍ତିଗତ ଚାହିଦା ସୂଚୀ ଜଣେ ବ୍ୟକ୍ତିର ଚାହିଦା ପରିମାଣକୁ ଉପସ୍ଥାପନା କରେ । ବ୍ୟକ୍ତିଗତ ଚାହିଦା ସୂଚୀର ପ୍ରଥମ ସ୍ତମ୍ଭରେ ଦ୍ରବ୍ୟର ବିଭିନ୍ନ ସମ୍ଭାବ୍ୟ ଦର ଦର୍ଶାଯାଇଥିବା ସ୍ଥଳେ ଦ୍ୱିତୀୟ ସ୍ତମ୍ଭରେ ପ୍ରତ୍ୟେକ ଦରରେ ଦ୍ରବ୍ୟ ପ୍ରତି ଜଣେ ବ୍ୟକ୍ତିଙ୍କ ଚାହିଦା ପରିମାଣ ଦର୍ଶାଯାଇଥାଏ । ବ୍ୟକ୍ତିଗତ ଚାହିଦା ସୂଚୀରୁ ଜଣାଯାଏ ଯେ ଦାମ୍ କମ୍ ବେଳେ ଚାହିଦା ପରିମାଣ ଅଧିକ ଓ ଦାମ୍ ଅଧ୍ୟା ବେଳେ ଚାହିଦା ପରିମାଣ ସ୍ଵଳ୍ପ ହୋଇଥାଏ ।

5. ବଜାର ଚାହିଦା ସୂଚୀ କ’ଣ ?
Answer:
ବଜାରରେ ସାଧାରଣତଃ ବହୁତ କ୍ରେତା ଥାଆନ୍ତି । ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଚାହିଦା ସୂଚୀ ଥାଏ । ଏହି ସମସ୍ତ କ୍ରେତାମାନଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ହିଁ ବଜାର ଚାହିଦା ସୂଚୀ କୁହାଯାଏ । ମୁଖ୍ୟତଃ, ପ୍ରତ୍ୟେକ କ୍ରେତାମାନଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର୍ ମିଶ୍ରଣରେ ବଜାର ଚାହିଦା ସୂଚୀକୁ ସାରଣୀ ମାଧ୍ୟମରେ ପରିପ୍ରକାଶ କରାଯାଇପାରିବ । ଚାହିଦାର ପରିମାଣ ଓ ବଜାର ଦରର ପରିବର୍ତ୍ତନ ମଧ୍ୟରେ ଥ‌ିବା ବିପରୀତ ସମ୍ପର୍କକୁ ବଜାର ଚାହିଦା ସୂଚୀଦ୍ଵାରା ମଧ୍ୟ ବ୍ୟାଖ୍ୟା କରାଯାଇପାରେ । ବଜାର ଚାହିଦା ସୂଚୀ ପ୍ରସ୍ତୁତି ନିମନ୍ତେ ଅନ୍ୟ ଏକ ପଦ୍ଧତି ଅଛି । ଜଣେ ଉପଭୋକ୍ତାଙ୍କୁ ଖାଉଟିମାନଙ୍କର ଦିଆଯାଏ ତେବେ ମଧ୍ୟ ଆମେ ବଜାର ଚାହିଦା ସୂଚୀ ପ୍ରସ୍ତୁତ କରିପାରିବା ।

6. ଚାହିଦାର ପରିବର୍ତ୍ତନ କ’’ଣ ?
Answer:
ଦର ଅପରିବର୍ତିତ ରହି ଅନ୍ୟାନ୍ୟ ଉପାଦାନମାନଙ୍କର ପରିବର୍ତ୍ତନ ଫଳରେ ଦ୍ରବ୍ୟ କ୍ରୟର ପରିମାଣରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ଚାହିଦାରେ ପରିବର୍ତ୍ତନ କୁହାଯାଏ । ଅର୍ଥାତ୍ ଦ୍ରବ୍ୟ ପାଇଁ ଚାହିଦାର ବୃଦ୍ଧି ବା ହ୍ରାସକୁ ଚାହିଦାର ପରିବର୍ଭନ କୁହାଯାଏ । ଦର ବ୍ୟତୀତ ଚାହିଦାକୁ ପ୍ରଭାବିତ କରୁଥିବା ଯେକୌଣସି ଉପାଦାନର ପରିବର୍ତ୍ତନ ଚାହିଦାର ପରିବର୍ତ୍ତନ ଆଣିପାରେ । ଯଦି ଜଣେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ପାଏ, ସେ ମୂଳ ଦରରେ ଅଧ‌ିକ ଦ୍ରବ୍ୟ କ୍ରୟ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବା କ୍ରୟ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବ । ଏ କ୍ଷେତ୍ରରେ ଉପଭୋକ୍ତାଙ୍କ ଚାହିଦା ସୂଚୀରେ ପରିବର୍ତ୍ତନ ଘଟିବ ଏବଂ ଉପଭୋକ୍ତା ମୂଳ ଚାହିଦା ରେଖାରୁ ଅନ୍ୟ ଏକ ଚାହିଦା ଲେଖାକୁ ସ୍ଥାନାନ୍ତରିତ ହେବେ । ଚାହିଦା ରେଖା ଦକ୍ଷିଣକୁ ସ୍ଥାନାନ୍ତରିତ ହେଲେ ଚାହିଦା ବୃଦ୍ଧି ପାଏ ଏବଂ ଯଦି ଏହା ବାମକୁ ସ୍ଥାନାନ୍ତରିତ ହୁଏ, ଚାହିଦା ହ୍ରାସ ପାଏ ।

7. ନିକୃଷ୍ଟ ଦ୍ରବ୍ୟ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
ସାଧାରଣତଃ ଆଳୁ, ମାଣ୍ଡିଆ, ବାଜରା ଇତ୍ୟାଦି ଯାହା ଅଧିକାଂଶ ଲୋକଙ୍କର ଖାଦ୍ୟ ହୋଇଥାଏ, ତାହାକୁ ନିକୃଷ୍ଟ ଦ୍ରବ୍ୟ କହନ୍ତି । ଯେତେବେଳେ ଏହି ଦ୍ରବ୍ୟଗୁଡ଼ିକର ଦାମ୍ ବୃଦ୍ଧି ହୁଏ, ସେତେବେଳେ ସେହି ଦ୍ରବ୍ୟଗୁଡ଼ିକର ଚାହିଦା ମଧ୍ୟ ବୃଦ୍ଧି ପାଏ । କେତେକ ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ରର ବ୍ୟତିକ୍ରମ ହେଉଥ‌ିବା କଥା ସର୍ବପ୍ରଥମେ ସାର୍‌ ରବର୍ଟ ଗିଫେନ୍ ଉଲ୍ଲେଖ କରିଛନ୍ତି ଊନବିଂଶ ଶତାବ୍ଦୀରେ ଆୟାର୍ଲାଣ୍ଡର ଅଧିକାଂଶ ଅଧିବାସୀ ଦାରିଦ୍ର୍ୟଜନିତ କାରଣରୁ ସେମାନଙ୍କ ଆୟର ବହୁଳାଶ ଆଳୁ ଓ ଅଳ୍ପ ଅଂଶ ମାଂସ କ୍ରୟରେ ବ୍ୟୟ କରୁଥିଲେ ।

ଦୁର୍ଭିକ୍ଷଜନିତ କାରଣରୁ ଆଳୁର ଦାମ୍ ଯେତେବେଳେ ଅତ୍ୟଧ‌ିକ ବୃଦ୍ଧି ହେଲା, ସେମାନେ ମାଂସ କ୍ରୟ ନ କରି ସେହି ବାବଦରେ ବ୍ୟୟ ହେଉଥ‌ିବା ଆୟକୁ ଆଳୁ କ୍ରୟ କରିବାରେ ନିୟୋଜନ କଲେ । ଏହାଫଳରେ ଆଳୁର ଚାହିଦା ବୃଦ୍ଧି ପାଇଲା । ଏହି ବିରୋଧାଭାସକୁ ଗିଫେନ୍‌ଙ୍କ ବିରୋଧାଭାସ (Giffen’s Paradox) କୁହାଯାଇଥାଏ ।

8. ଚାହିଦା ଲେଖା କାହିଁକି ନିମ୍ନଗାମୀ ହୋଇଥାଏ ?
Answer:
ଚାହିଦା ସୂତ୍ର ପ୍ରମାଣ ଦିଏ ଯେ ଦ୍ରବ୍ୟର ଦାମ୍ ଓ ଚାହିଦା ପରସ୍ପର ବିପରୀତମୁଖୀ । ଅର୍ଥାତ୍ ଉଚ୍ଚ ଦାମ୍‌ରେ କ୍ରୟ ପରିମାଣ କମ୍ ଓ ନିମ୍ନ ଦାମ୍‌ରେ କ୍ରୟ ପରିମାଣ ବେଶି ହେଉଥ‌ିବାରୁ ସାଧାରଣତଃ ଚାହିଦା ରେଖା ନିମ୍ନଗାମୀ ହୁଏ । ଚାହିଦା ରେଖା ସାଧାରଣତଃ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦା ମଧ୍ୟରେ ଥ‌ିବା ବିପରୀତମୁଖୀ ସମ୍ପର୍କର ଜ୍ୟାମିତିକ ପରିପ୍ରକାଶ । ଏହା ସାଧାରଣତଃ ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ । ଦ୍ରବ୍ୟର ଦାମ୍ ବୃଦ୍ଧି ବା ହ୍ରାସ ହେଲେ ଏହାର ଚାହିଦାର ପରିମାଣ ଯଥାକ୍ରମେ ହ୍ରାସ ବା ବୃଦ୍ଧି ହୋଇଥାଏ । ଚାହିଦା ଲେଖାର ଏହି ଋଣାତ୍ମକ ଅଧୋଗତି ପ୍ରାନ୍ତୟୀୟ ଉପଯୋଗିତାର ପ୍ରଭାବ, ଆୟ ପ୍ରଭାବ, ପ୍ରତିସ୍ଥାପନ ପ୍ରଭାବ, ଦାମ୍ ପ୍ରଭାବ ଯୋଗୁ ହିଁ ଘଟିଥାଏ ।

9. ସୁନା, ହୀରା ଆଦି ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟ କରି ନଥାଏ– କାରଣ ଦର୍ଶାଅ ।
Answer:
ସୁନା, ହୀରା ଆଦିର ଉପଭୋଗ ବା ବ୍ୟବହାର ସାଧାରଣଭାବେ ବାହ୍ୟାଡ଼ମ୍ବର ବ୍ୟବହାର ଭାବରେ ବିବେଚନା କରାଯାଏ । ଏହାର ସେଭଳି ଉପଯୋଗିତା ନଥିଲେ ମଧ୍ୟ ଉପଭୋକ୍ତା ନିଜର ସାମାଜିକ ପ୍ରତିପତ୍ତି, ପ୍ରତିଷ୍ଠା, ନିଜର ସ୍ଵତନ୍ତ୍ର ସ୍ଥିତି ପ୍ରଦର୍ଶନ ନିମନ୍ତେ ଉପଭୋଗ କରିଥା’ନ୍ତି । ତେଣୁ ଏହାର ଦରବୃଦ୍ଧି ଘଟିଲେ ଚାହିଦାର ପରିମାଣ ମଧ୍ୟ ବୃଦ୍ଧି ଘଟିଥାଏ ଏବଂ ଦାମ୍ ହ୍ରାସ ଘଟିଲେ ଏହାର ଗୁରୁତ୍ଵ ହ୍ରାସ ପାଇଥାଏ । କାରଣ ଏହି ଦ୍ରବ୍ୟଗୁଡ଼ିକର ଦର ବୃଦ୍ଧି ଘଟିଲେ ସେମାନେ ଅଧିକ ସମ୍ମାନ ଆଶାରେ ଅଧ‌ିକ କ୍ରୟ କରନ୍ତି । ଅନ୍ୟପକ୍ଷରେ, ଦର ହ୍ରାସ ପାଇଲେ ଅନ୍ୟମାନେ ମଧ୍ୟ କ୍ରୟ କରିବାର ସୁଯୋଗ ପାଉଥିବାରୁ ଉକ୍ତ ଦ୍ରବ୍ୟଗୁଡ଼ିକ ସମ୍ମାନ ବୃଦ୍ଧିରେ ସହାୟତା ପ୍ରଦାନ କରିପାରନ୍ତି ନାହିଁ । ଫଳରେ ଚାହିଦା ହ୍ରାସ ପାଏ । ଏଣୁ ଏ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟକାରୀ ହୋଇନଥାଏ ।

10. ଚାହିଦା ପରିମାଣର ପରିବର୍ତ୍ତନ କ’ଣ ?
Answer:
ଚାହିଦାର ନିୟମ ଅନୁସାରେ ଅନ୍ୟାନ୍ୟ ସର୍ଭଗୁଡ଼ିକ ଅପରିବର୍ତ୍ତିତ ରହି ଦ୍ରବ୍ୟର ବଜାର ଦରରେ ପରିବର୍ତ୍ତନ ହେଲେ ଉପଭୋକ୍ତାଙ୍କର ଚାହିଦାରେ ମଧ୍ୟ ପରିବର୍ତ୍ତନ ଘଟେ । ଏହାକୁ ଚାହିଦାର ପରିମାଣରେ ପରିବର୍ତ୍ତନ କୁହାଯାଏ । ଦ୍ରବ୍ୟର ବଜାର ଦରକୁ ଏଠାରେ ସ୍ଵାଧୀନ ଚଳ ଭାବରେ ଗ୍ରହଣ କରାଯାଏ । ବଜାର ଦର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ପରିବର୍ତ୍ତନକୁ ଚାହିଦାର ସଂପ୍ରସାରଣ ଏବଂ ସଙ୍କୋଚନ କୁହାଯାଏ । ଯେତେବେଳେ କୌଣସି ଦ୍ରବ୍ୟର ବଜାର ଦର ହ୍ରାସ ପାଏ, ଉପଭୋକ୍ତାମାନଙ୍କର ଦ୍ରବ୍ୟ ପ୍ରତି ଚାହିଦାର ବୃଦ୍ଧି ପାଏ । ଏହାକୁ ଚାହିଦାର ସଂପ୍ରସାରଣ କୁହାଯାଏ । ଅନ୍ୟପକ୍ଷରେ ଯେତେବେଳେ ଦ୍ରବ୍ୟର ବଜାର ଦର ବୃଦ୍ଧି ପାଏ, ତାହାକୁ ଚାହିଦାର ସଙ୍କୋଚନ ବୋଲି କୁହାଯାଏ । ତେଣୁ ଚାହିଦାର ପରିମାଣର ପରିବର୍ତ୍ତନ ହେଲେ ଉପଭୋକ୍ତା ମୂଳ ଚାହିଦା ରେଖାରେ ଏକ ଉର୍ଦୁବିନ୍ଦୁ ବା ନିମ୍ନବିନ୍ଦୁକୁ ଗତି କରିଥାଆନ୍ତି ।

CHSE Odisha Class 12 Economics Chapter 5 Short Answer Questions in Odia Medium

11. ଏକକ ସ୍ଥିତିସ୍ଥାପକତା କ’ଣ ?
Answer:
ଏକକ ସ୍ଥିତିସ୍ଥାପକତା କ୍ଷେତ୍ରରେ ଦାମ୍‌ର ଏକ ନିର୍ଦ୍ଦିଷ୍ଟ ଆନୁପାତିକ ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ମଧ୍ୟ ସମାନୁପାତିକ ପରିବର୍ତ୍ତନ ଦେଖାଯାଏ । ଏହି ଅବସ୍ଥାରେ ଦାମ୍‌ର ପରିବର୍ତ୍ତନ ହେଲେ ମଧ୍ୟ ମୋଟ ପରିବ୍ୟୟ ଅପରିବର୍ତିତ ରହେ । ଏଠାରେ ଚାହିଦା ରେଖା ଏକ ଆୟତାକାର ପରାବଳୟ (Rectangular hyperbola) ହୋଇଥାଏ । ଗାଣିତିକ ଭାଷାରେ ଏ ପ୍ରକାର ସ୍ଥିତିସ୍ଥାପକତାକୁ ଏକକ ସ୍ଥିତିସ୍ଥାପକତା କୁହାଯାଏ । ଏଠାରେ ସ୍ଥିତିସ୍ଥାକତାର ମୂଲ୍ୟ l ଅଟେ ।
CHSE Odisha Class 12 Economics Chapter 5 Short Answer Questions in Odia Medium 1

12. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦାର ବିପରୀତ ଅଟେ । ଯଦି ଦରରେ ଯେକୌଣସି ପରିବର୍ତ୍ତନ ଯୋଗୁଁ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟେ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ହେବ । ଏଠାରେ ଦରରେ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇନଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ । ଏ କ୍ଷେତ୍ରରେ ଦର ଯାହା ହେଉନା କାହିଁକି ଚାହିଦା ପରିମାଣ ସ୍ଥିର ରହୁଥ‌ିବାରୁ ଚାହିଦା ରେଖ ଉଲ୍ଲମ୍ବ ହୋଇଥାଏ । ଦରର ପରିବର୍ଭନ ହେଲେ ମଧ୍ୟ ଚାହିଦା ପରିମାଣ ସ୍ଥିର ରହିଛି । ଚାହିଦା ରେଖା Y ଅକ୍ଷ ସହ ସମାନ୍ତର ବା ଉଲ୍ଲମ୍ବ ହୋଇଥାଏ । ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା ବିରଳ ହୋଇଥିଲେ ମଧ୍ୟ ତାତ୍ତ୍ଵିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ଵ ରହିଛି ।
CHSE Odisha Class 12 Economics Chapter 5 Short Answer Questions in Odia Medium 2

13. କ୍ରମ ହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ପ୍ରଭାବ ଯୋଗୁଁ ଚାହିଦା ରେଖା ନିମ୍ନଭିମୁଖୀ ହୁଏ – କାରଣ କ’ଣ ?
Answer:
କ୍ରମ ହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ଅନୁସାରେ ଯେତେବେଳେ ଜଣେ ଉପଭୋକ୍ତା ଅଧିକ ଦ୍ରବ୍ୟ କ୍ରୟ କରନ୍ତି, ସେତେବେଳେ ତାଙ୍କୁ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତା କମିଯାଏ । ପ୍ରାନ୍ତୀୟ ଉପଯୋଗିତା କହିଲେ କୌଣସି ଦ୍ରବ୍ୟର ଗୋଟିଏ ଅତିରିକ୍ତ ଏକକରୁ ମିଳୁଥ‌ିବା ଉପଯୋଗିତାକୁ ସୂଚାଏ । ଉପଭୋକ୍ତା ଅତିରିକ୍ତ ଏକକରୁ କମ୍ ପରିମାଣର ଉପଯୋଗିତା ପାଉଥ‌ିବାରୁ ଧୀରେ ଧୀରେ ସେ ଅତିରିକ୍ତ ଏକକଗୁଡ଼ିକୁ କମ୍ ଗୁରୁତ୍ୱ ଆରୋପ କରନ୍ତି । ସୁତରାଂ, ଦ୍ରବ୍ୟର ଦାମ୍ ହ୍ରାସ ହେଉଥ‌ିବା ବେଳେ ସେ ଅଧ୍ଵକ କ୍ରୟକରି ମୋଟ ଉପଯୋଗିତାକୁ ବୃଦ୍ଧି କରିଥା’ନ୍ତି । ଅପର ପକ୍ଷରେ ମଧ୍ୟ ଦ୍ରବ୍ୟର ଦାମ୍ ଯେତେବେଳେ ବୃଦ୍ଧି ହୁଏ, ଉପଭୋକ୍ତା ପ୍ରାନ୍ତୀୟ ଉପଯୋଗିତାଠାରୁ କମ୍ ଉପଯୋଗିତା ବିଶିଷ୍ଟ ଦ୍ରବ୍ୟ ଏକକ କ୍ରୟକୁ ହ୍ରାସ କରନ୍ତି । ତେଣୁ ଦାମ୍‌ର ହ୍ରାସ ହେଲେ ଚାହିଦାର ବୃଦ୍ଧି ଘଟେ ଓ ଦାମ୍‌ର ବୃଦ୍ଧି ହେଲେ ଚାହିଦାର ହ୍ରାସ ଘଟେ । ଫଳତଃ ଚାହିଦାରେଖା ସାଧାରଣତଃ ନିମ୍ନାଭିମୁଖୀ’ ହୁଏ ।

14. ଚାହିଦା ସୂଚୀ କହିଲେ କ’ଣ ବୁଝ ?
Answer:
ଚାହିଦା ଓ ଦାମ୍ ମଧ୍ୟରେ ଥିବା ସମ୍ପର୍କକୁ ଏକ ତାଲିକାରେ ପ୍ରକାଶ କଲେ, ତାହାକୁ ଚାହିଦା ସୂଚୀ କୁହାଯାଏ । ଏହି ସୂଚୀ ସାଧାରଣତଃ ଦୁଇ ପ୍ରକାର; ଯଥା – ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ । ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ କୌଣସି ବ୍ୟକ୍ତିବିଶେଷ କ୍ରୟ କରୁଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ସେହିପରି ଅସଂଖ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ବଜାର କ୍ଷେତ୍ରରେ ସମସ୍ତ ବ୍ୟକ୍ତିଙ୍କର ଚାହିଦା ସୂଚୀର ସମାହାରକୁ ଏକ ନିର୍ଦ୍ଦିଷ୍ଟ ତାଲିକା ମାଧ୍ୟମରେ ପ୍ରକାଶ କରାଗଲେ, ତାହାକୁ ବଜାର ଚାହିଦା ସୂଚୀ କୁହାଯାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଚାହିଦାରେ ପରିବର୍ତ୍ତନ ଓ ଚାହିଦା ପରିମାଣରେ ପରିବର୍ତ୍ତନ :
Answer:
ଦାମ୍ ଅପରିବର୍ତିତ ରହି ଅନ୍ୟାନ୍ୟ ଅଣଦାମ୍ ଉପାଦାନଗୁଡ଼ିକର ପରିବର୍ତ୍ତନ ଯୋଗୁଁ ଚାହିଦାରେ ପରିବର୍ତ୍ତନ ହୋଇଥାଏ । ଏହା ବହୁ ଉପାଦାନ ଉପରେ ନିର୍ଭର କରୁଥିବାରୁ ଏହାକୁ ବହୁ ଉପାଦାନ ଫଳନ କୁହାଯାଏ । ଏହା ଦୁଇ ପ୍ରକାରର ହୋଇପାରେ; ଯଥା ଚାହିଦା ବୃଦ୍ଧି ଓ ଚାହିଦା ହ୍ରାସ । ଏ କ୍ଷେତ୍ରରେ ଚାହିଦା ରେଖା ବାମରୁ ଡାହାଣକୁ ବା ଡାହାଣରୁ ବାମକୁ ହୋଇଥାଏ । ଅନ୍ୟାନ୍ୟ ଅଣଦାମ୍ ଉପାଦାନଗୁଡ଼ିକ ଅପରିବର୍ତ୍ତିତ ରହି କେବଳ ଦ୍ରବ୍ୟର ଦାମ୍ ପରିବର୍ତ୍ତନ ଯୋଗୁଁ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇଥାଏ । ଏହା ଗୋଟିଏ ଉପାଦାନ ଉପରେ ନିର୍ଭର କରୁଥିବାରୁ ଏହାକୁ ଏକ ଉପାଦାନ ଫଳନ କୁହାଯାଏ । ଏହା ଦୁଇ ପ୍ରକାରର ହୋଇପାରେ, ଯଥା – ଚାହିଦା ପ୍ରସାରଣ ଓ ଚାହିଦା ସଙ୍କୋଚନ । ଏ କ୍ଷେତ୍ରରେ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ଚାହିଦା ରେଖାର ଏକ ବିନ୍ଦୁରୁ ଅନ୍ୟ ଏକ ବିନ୍ଦୁକୁ ଗତି କରିଥାଏ ।

2. ପରୋକ୍ଷ ଚାହିଦା ଓ ପ୍ରତ୍ୟକ୍ଷ ଚାହିଦା :
Answer:
କେତେକ ଦ୍ରବ୍ୟକୁ ପ୍ରତ୍ୟକ୍ଷ ଭାବରେ ଉପଭୋଗ କରାଯାଏ । ତେଣୁ ସେ ଜାତୀୟ ଚାହିଦାକୁ ପ୍ରତ୍ୟକ୍ଷ ଚାହିଦା କୁହାଯାଏ । ଉଦାହରଣସ୍ୱରୂପ, ବସ୍ତ୍ରକୁ ଲୋକମାନେ ସିଧାସଳଖ ବ୍ୟବହାର କରନ୍ତି । ତେଣୁ ବସ୍ତ୍ରର ଚାହିଦାକୁ ପ୍ରତ୍ୟକ୍ଷ ଚାହିଦା କୁହାଯାଏ । କିନ୍ତୁ ଅନ୍ୟ କେତେକ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବରେ ବ୍ୟବହାର ହୋଇପାରନ୍ତି ନାହିଁ । ସେମାନଙ୍କ ସାହାଯ୍ୟରେ ପ୍ରତ୍ୟକ୍ଷ ଭାବରେ ବ୍ୟବହୃତ ହେଉଥ‌ିବା ଦ୍ରବ୍ୟସମୂହ ଉତ୍ପାଦନ କରାଯାଏ। ତୁଳା ସାହାଯ୍ୟରେ ବସ୍ତ୍ର ପ୍ରସ୍ତୁତ କରାଯାଏ । ଇସ୍ପାତ ତିଆରି କରାଯାଏ । ତେଣୁ ତୁଳା ଓ ଲୌହପିଣ୍ଡକୁ ପରୋକ୍ଷ ଚାହିଦା କୁହାଯାଏ ।

3. ଯୁଗ୍ମ ଚାହିଦା ଓ ଅନୁପୂରକ ଚାହିଦା :
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଅଭାବକୁ ପୂରଣ କରିବାପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟସମୂହକୁ ଯୁଗ୍ମ ଚାହିଦା କୁହାଯାଏ । ଉଦାହରଣସ୍ୱରୂପ, ଚା’ର ଅଭାବ ପୂରଣ କରିବାପାଇଁ ଚା’ ଗୁଣ୍ଡ, ଚିନି ଓ ଦୁଗ୍‌ଧ ଆବଶ୍ୟକ ହୋଇଥାଏ । ଏହିସବୁ ଦ୍ରବ୍ୟର ଚାହିଦା ଏକକାଳୀନ ହୋଇଥାଏ । ତେଣୁ ଏହାକୁ ଯୁଗ୍ମ ଚାହିଦା କୁହାଯାଏ ।‘

ଗୋଟିଏ ଦ୍ରବ୍ୟର ଅଭାବରେ ଅନ୍ୟର ବ୍ୟବହାର କରାଯାଇ ପାରେ ନାହିଁ ଓ ଗୋଟିକର ଦାମ୍ ଅନ୍ୟର ଦାମ୍‌କୁ ପ୍ରଭାବିତ କରେ ବୋଲି ଏହାକୁ ମଧ୍ୟ ଅନୁପୂରକ ଚାହିଦା କୁହାଯାଏ । ପେଟ୍ରୋଲ୍ ଓ କାର୍ ପରସ୍ପର ପରିପୂରକ ଦ୍ରବ୍ୟ । ପେଟ୍ରୋଲର ଦରବୃଦ୍ଧି ଘଟିଲେ କାର୍‌ର ଚାହିଦା ହ୍ରାସ ପାଏ ।

4. ବ୍ୟକ୍ତିଗତ ଚାହିଦା ସୂଚୀ ଓ ଚାହିଦା ଲେଖା :
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ଚାହିଦା ସୂଚୀ ଦ୍ରବ୍ୟର ଦର ଓ ଚାହିଦା ମଧ୍ୟରେ ଥିବା ସମ୍ପର୍କକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଦର ହ୍ରାସ ସହିତ ଚାହିଦା ବୃଦ୍ଧିର ସୂଚନା ଦିଏ । ସାରଣୀରେ ବର୍ଣ୍ଣିତ ତଥ୍ୟାବଳୀକୁ ଗ୍ରାଫ୍ କାଗଜରେ ଚିତ୍ରଣ କଲେ ସଂପୃକ୍ତ ଦ୍ରବ୍ୟ ପାଇଁ ଚାହିଦା ରେଖା ଅଙ୍କିତ ହୋଇଥାଏ । ଗ୍ରାଫ୍ କାଗଜରେ ଉଲ୍ଲମ୍ବ ଅକ୍ଷରେ ଦ୍ରବ୍ୟର ଦର ଦର୍ଶାଯାଏ ଏବଂ ଆନୁଭୂମିକ ଅକ୍ଷରେ ଦ୍ରବ୍ୟର ଚାହିଦା ପରିମାଣ ଦର୍ଶାଯାଇଥାଏ ।

ବ୍ୟକ୍ତିଗତ ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥିବା ଲକ୍ଷ୍ୟ କରାଯାଏ । ତେଣୁ ଦାମ୍ ଓ ଚାହିଦା ମଧ୍ଯରେ ଏକ ବିପରୀତ ସମ୍ବନ୍ଧ ଥାଏ । ଯଦିଓ ଚାହିଦା ଓ ଦାମ୍ ମଧ୍ୟରେ ସମ୍ପର୍କ ବିପରୀତ ତଥାପି ଏହା ଆନୁପାତିକ ନୁହେଁ । ଅର୍ଥାତ୍ ଗୋଟିଏ ଦ୍ରବ୍ୟର ଦାମ୍‌ରେ 20% ପରିବର୍ତ୍ତନ ହେଲେ ଯେ ଚାହିଦାରେ 20% ପରିବର୍ତ୍ତନ ହେବ, ତାହା କୁହାଯାଇନପାରେ ।

5. ବଜାର ଚାହିଦା ସୂଚୀ ଓ ବଜାର ଚାହିଦା ଲେଖା :
Answer:
ପ୍ରତ୍ୟେକ କ୍ରେତାଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍ ବଜାରର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦାମ୍‌ରେ କ୍ରୟ କରାଯାଉଥିବା ଏକ ଦ୍ରବ୍ୟର ଭିନ୍ନ ଭିନ୍ନ ଏକ ତାଲିକା ଆକାରରେ ପ୍ରକାଶ କରୁଥିବା ସୂଚୀକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାର ଚାହିଦା ଆକଳନ କରିବାକୁ ହେଲେ ସମସ୍ତ ଉପଭୋକ୍ତାଙ୍କର ବ୍ୟକ୍ତିଗତ ଚାହିଦା ପରିମାଣର ସମ୍ମିଶ୍ରଣ କରିବାକୁ ହୋଇଥାଏ ।

ବଜାର ଚାହିଦା ରେଖା, ବଜାର ଚାହିଦା ସୂଚୀର ଏକ ରେଖାଚିତ୍ର ପ୍ରଦର୍ଶନ । ଏହା ବ୍ୟକ୍ତିଗତ ଚାହିଦା ରେଖାର ଆନୁଭୂମିକ ସମଷ୍ଟି ଅଟେ । ବ୍ୟକ୍ତିଗତ ଚାହିଦା ଲେଖା ପରି ବଜାର ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥାଏ । ଅର୍ଥାତ୍ ବଜାରରେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ବୃଦ୍ଧି ଘଟେ ଓ ଦର ବୃଦ୍ଧି ହେଲେ ଚାହିଦା ହ୍ରାସ ପାଇଥାଏ ।

6. ଚାହିଦାର ପ୍ରସାରଣ ଓ ଚାହିଦାର ବୃଦ୍ଧି :
Answer:
କେବଳ ଦରର ପରିବର୍ତ୍ତନ ଫଳରେ ଦ୍ରବ୍ୟ କ୍ରୟ ପରିମାଣରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ଚାହିଦା ପରିମାଣରେ ପରିବର୍ତ୍ତନ କୁହାଯାଏ । ଚାହିଦାର ପ୍ରସାରଣ ଏକ ଅବସ୍ଥା, ଯେତେବେଳେ ଅନ୍ୟାନ୍ୟ ଉପାଦାନଗୁଡ଼ିକ ଅପରିବର୍ତ୍ତିତ ରହି ଦ୍ରବ୍ୟର ଦାମ୍ ହ୍ରାସ ହୋଇ ଦ୍ରବ୍ୟର ଚାହିଦା ଅଧିକ ହୁଏ । ତେଣୁ ଦାମ୍ ହ୍ରାସ ହେଲେ ଉପଭୋକ୍ତା ପୂର୍ବ ଚାହିଦାରେଖାର ବାମରୁ ଡାହାଣକୁ ନିମ୍ନମୁଖୀ ଚଳନ କରିଥାଏ ଏବଂ ଏହାକୁ ଚାହିଦାର ପ୍ରସାରଣ କୁହାଯାଏ । ତେଣୁ ଚାହିଦାର ପ୍ରସାରଣ ଘଟିଲେ ଉପଭୋକ୍ତା ମୂଳ ଚାହିଦା ରେଖା ପରିତ୍ୟାଗ କରିପାରେ ନାହିଁ ଏବଂ ମୂଳ ଚାହିଦା ରେଖାର ବାମରୁ ଡାହାଣ ବିନ୍ଦୁକୁ କେବଳ ସ୍ଥାନାନ୍ତରିତ ହୁଏ ।

ଦ୍ରବ୍ୟର ଦାମ୍ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ଅନୁକୂଳ ଦିଗରେ ପରିବର୍ତ୍ତନ ଯୋଗୁଁ ଦ୍ରବ୍ୟର ଚାହିଦା ଅଧିକ ହୋଇଥାଏ । ଏହାକୁ ଚାହିଦା ବୃଦ୍ଧି ବୋଲି କୁହାଯାଏ । ଯଦି ଆୟର ବୃଦ୍ଧି ହୁଏ, ତେବେ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ । ଏ କ୍ଷେତ୍ରରେ ଚାହିଦା ରେଖା ଡାହାଣକୁ ସ୍ଥାନଚ୍ୟୁତ ହୋଇଥାଏ । ଏହାକୁ ଚାହିଦା ବୃଦ୍ଧି କୁହାଯାଏ ।

7. ସ୍ଥିତିସ୍ଥାପକ ଚାହିଦା ଓ ଅସ୍ଥିତିସ୍ଥାପକ ଚାହିଦା :
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାର ଚାହିଦା ପରିମାଣରେ ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ ଅଧିକ ହୋଇଥାଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ସ୍ଥିତିସ୍ଥାପକ ବା ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏଠାରେ ସମ୍ବେଦନଶୀଳତାର ମାତ୍ରା ଅଧ‌ିକ । ଏ କ୍ଷେତ୍ରରେ ସ୍ଥିତିସ୍ଥାପକତାର ମୂଲ୍ୟ 1ରୁ ଅଧିକ (ଅର୍ଥାତ୍ ep > 1) । ବିଳାସ ସାମଗ୍ରୀ ଓ ଆରାମଦାୟକ ସାମଗ୍ରୀଗୁଡ଼ିକ ସ୍ଥିତିସ୍ଥାପକ ଦ୍ରବ୍ୟ ଅଟନ୍ତି ।
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦା ପରିମାଣରେ ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ କମ୍ ହୁଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଅସ୍ଥିତିସ୍ଥାପକ ବା ଅସ୍ଥିତିସ୍ଥାପକ ବୋଲି କୁହାଯାଏ । ଅସ୍ଥିତିସ୍ଥାପକତା କ୍ଷେତ୍ରରେ ସମ୍ବେଦନଶୀଳତାର ମାତ୍ରା କମ୍ ଅଟେ । ଏ କ୍ଷେତ୍ରରେ ସ୍ଥିତିସ୍ଥାପକତାର ମୂଲ୍ୟ 1ରୁ କମ୍ (ଅର୍ଥାତ୍ ep < 1) । ଆବଶ୍ୟକୀୟ ଅସ୍ଥିତିସ୍ଥାପକ ୍ରବ୍ୟ ଅଟନ୍ତି ।

8. ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ :
Answer:
କୌଣସି ଦ୍ରବ୍ୟର ଦାମ୍ ଓ ସେହି ଦାମ୍‌ରେ କ୍ରୟ କରାଯାଉଥ‌ିବା ସେହି ଦ୍ରବ୍ୟର ବିଭିନ୍ନ ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଚାହିଦା ସୂଚୀ କୁହାଯାଏ । କୌଣସି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦରରେ କିଣୁଥିବା କୌଣସି ଦ୍ରବ୍ୟର ବିଭିନ୍ନ ପରିମାଣକୁ ତାଲିକା ଆକାରରେ ପ୍ରକାଶ କଲେ, ତାହାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ଏଥ‌ିରେ ଦରର ହ୍ରାସ ବୃଦ୍ଧି ସହିତ ଚାହିଦାର ହ୍ରାସ ବୃଦ୍ଧି ସୂଚିତ ହୁଏ । ଦର କମିଲେ ଚାହିଦା ବଢ଼େ ଓ ଦର ବଢ଼ିଲେ ଚାହିଦା କମେ ।

ଅନ୍ୟପକ୍ଷରେ, ଏକ ନିର୍ଦ୍ଦିଷ୍ଟ ସମୟରେ ବଜାରରେ ବିଭିନ୍ନ ଦାମ୍‌ରେ କ୍ରୟ କରାଯାଉଥିବା ଏକ ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାରରେ ଅସଂଖ୍ୟ କ୍ରେତାଙ୍କ ସମାବେଶ ହୋଇଥାଏ । ବଜାରରେ ସମସ୍ତ କ୍ରେତାଙ୍କ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

9. ସମ୍ପୂର୍ଣ ସ୍ଥିତିସ୍ଥାପକ ଚାହିଦା ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା :
Answer:
ଯଦି ଦରରେ ଅତି ସାମାନ୍ୟ ବା ନଗଣ୍ୟ ପରିବର୍ତ୍ତନ ଚାହିଦା ପରିମାଣରେ ବ୍ୟାପକ ପରିବର୍ତ୍ତନ ଘଟାଏ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ∞ ବା ଅସୀମ । ଏ କ୍ଷେତ୍ରରେ ଚାହିଦା ରେଖା ଆନୁଭୂମିକ ହେବ ।
CHSE Odisha Class 12 Economics Chapter 5 Short Answer Questions in Odia Medium 3
ବସୁବରେ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ଏକ ବିରଳ ଘଟଣା । କିନ୍ତୁ ଅର୍ଥଶାସ୍ତ୍ରରେ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହା ଗୁରୁତ୍ବପୂର୍ଣ ।
ଯଦି ଦରରେ ଯେକୌଣସି ପରିବର୍ତ୍ତନ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟାଏ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ହେବ । ଏଠାରେ ଦରରେ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇନଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ । ଏ କ୍ଷେତ୍ରରେ ଦର ଯାହା ହେଉନା କାହିଁକି ଚାହିଦା ପରିମାଣ ସ୍ଥିର ରହୁଥ‌ିବାରୁ ଚାହିଦା ରେଖା ଉଲ୍ଲମ୍ବ ହେବ ।
CHSE Odisha Class 12 Economics Chapter 5 Short Answer Questions in Odia Medium 4

10. ଚାହିଦାର ସଂକୋଚନ ଓ ଚାହିଦାର ହ୍ରାସ :
Answer:
ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହି, କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ହ୍ରାସ ପାଇଥାଏ ଯାହାକୁ ଚାହିଦାର ସଂକୋଚନ କୁହାଯାଏ । ଏ କ୍ଷେତ୍ରରେ ଚାହିଦା ରେଖା ପରିବର୍ତ୍ତିତ ହୁଏ ନାହିଁ । ଦର ବୃଦ୍ଧି ଯୋଗୁଁ ଉପଭୋକ୍ତା ମୂଳ ଚାହିଦା ରେଖାର ଡାହାଣରୁ ବାମକୁ ଊର୍ଦୁ ବିନ୍ଦୁକୁ ଗତି କରେ ।

ଦ୍ରବ୍ୟର ଦାମ୍ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ପ୍ରତିକୂଳ ଦିଗରେ ପରିବର୍ତ୍ତନ ଯୋଗୁଁ ଦ୍ରବ୍ୟର ଚାହିଦା କମ୍ ହୋଇଥାଏ । ଏହାକୁ ଚାହିଦା ହ୍ରାସ ବୋଲି କୁହାଯାଏ । ଆୟର ହ୍ରାସ ଯୋଗୁଁ ଦ୍ରବ୍ୟର ଚାହିଦା ମଧ୍ୟ ହ୍ରାସ ପାଇଥାଏ । ଏ କ୍ଷେତ୍ରରେ ଚାହିଦା ରେଖା ବାମକୁ ସ୍ଥାନଚ୍ୟୁତ ହୋଇଥାଏ ।

11. ସଂଯୁକ୍ତ ଚାହିଦା ଓ ମିଶ୍ରିତ ଚାହିଦା :
Answer:
ଅଭାବ ପୂରଣସ୍ଥଳେ ଦ୍ରବ୍ୟର ଗୁରୁତ୍ୱ ଦୃଷ୍ଟିକୋଣରୁ ଚାହିଦାକୁ ସଂଯୁକ୍ତ ବା ମିଶ୍ରିତ ବୋଲି କୁହାଯାଇଥାଏ । କୌଣସି ଦ୍ରବ୍ୟ ଯେତେବେଳେ ନିର୍ଦ୍ଦିଷ୍ଟ ଅଭାବ ପୂରଣ ଲାଗି ଯଥେଷ୍ଟ ହୁଏ ନାହିଁ ଏବଂ ସେହି ଦ୍ରବ୍ୟ ସହ ଅନ୍ୟ ଦ୍ରବ୍ୟ ପ୍ରତି ମଧ୍ୟ ଚାହିଦା ସୃଷ୍ଟି ହୁଏ, ତେବେ ତାକୁ ସଂଯୁକ୍ତ କୁହାଯାଏ । ଉଦାହରଣସ୍ୱରୂପ, କାର, ଗାଡ଼ି ଏବଂ ପେଟ୍ରୋଲ ପ୍ରତି ଚାହିଦା ଏଠାରେ ଗୋଟିଏ ଦ୍ରବ୍ୟ ପ୍ରତି ଚାହିଦା । ଅନ୍ୟ ଦ୍ରବ୍ୟ ପ୍ରତି ଆପେ ଆପେ ଚାହିଦା ସୃଷ୍ଟି କରେ । ମାତ୍ର ଅନ୍ୟପକ୍ଷରେ ଯଦି କୌଣସି ଦ୍ରବ୍ୟ ପ୍ରତି ଚାହିଦା ବିଭିନ୍ନ ଅଭାବ ପୂରଣ ଲାଗି ସୃଷ୍ଟି ହୁଏ ତେବେ ତାହାକୁ ମିଶ୍ରିତ ଚାହିଦା ବୋଲି କୁହାଯାଏ । ଏଠାରେ ଏକକ ଦ୍ରବ୍ୟ ବିଭିନ୍ନ ଅଭାବ ପୂରଣ ଲାଗି ଯଥେଷ୍ଟ ହୋଇଥାଏ । ଉଦାହରଣସ୍ୱରୂପ କୋଇଲା ।

Leave a Comment