CHSE Odisha Class 12 Economics Chapter 15 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 15 ବ୍ୟାଙ୍କ Short Answer Questions.

CHSE Odisha 12th Class Economics Chapter 15 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ବ୍ୟାଙ୍କ କାହାକୁ କୁହାଯାଏ ?
Answer:
ଯେଉଁମାନଙ୍କ ପାଖରେ ମୁଦ୍ରା ସଂଚୟ କରିବାପାଇଁ ଅଛି ବା ଯେଉଁମାନେ ସେମାନଙ୍କ ଆୟରୁ ସଂଚୟ କରୁଛନ୍ତି, ସେମାନଙ୍କଠାରୁ ମୁଦ୍ରା ସଂଗ୍ରହ କରି ଆବଶ୍ୟକ କରୁଥିବା ଲୋକମାନଙ୍କୁ ଋଣ ପ୍ରଦାନ କରୁଥିବା ଅନୁଷ୍ଠାନକୁ ବ୍ୟାଙ୍କ କୁହାଯାଏ । ଅର୍ଥାତ୍ ଯେଉଁ ଅନୁଷ୍ଠାନ ଜମା ଗ୍ରହଣ, ଏହି ଜମାଭିଭିରେ ଋଣ ପ୍ରଦାନ ଏବଂ ଏହି ଋଣ ପ୍ରଦାନ ପ୍ରକ୍ରିୟାରେ ମୁଦ୍ରା ସୃଜନ କରନ୍ତି, ସେହି ଅନୁଷ୍ଠାନକୁ ବ୍ୟାଙ୍କ କୁହାଯାଏ ।

2. ପୌନଃପୁନିକ ଜମା କ’ଣ ?
Answer:
ବ୍ୟାଙ୍କଦ୍ଵାରା ଜମା ଗ୍ରହଣର ପୌନଃପୁନିକ ଜମା ଏକ ନୂତନ ମାଧ୍ୟମ । ଏହି ଜମା ହିସାବରେ ଜମାକାରୀ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ମୁଦ୍ରା କିଛି ବର୍ଷ ପାଇଁ ତା’ର ପୌନଃପୁନିକ ଜମାଖାତାରେ ପୈଠ କରିଥାନ୍ତି | ସ୍ଥିର ସମୟ ଅବଧୂ ପୂର୍ଣ୍ଣ ହେବାପରେ ଜମାକାରୀ ତା’ର ମୂଳଜମା ସହିତ ଅର୍ଜିତ ସୁଧ ଫେରି ପାଇଥାଏ । ଏଭଳି ଜମା ଉପରେ ଜମାକାରୀମାନେ ସାଧାରଣତଃ ସୁଧର ହାର ମିଆଦି ଜମା ପରି ଉଚ୍ଚ ହାରରେ ପାଇଥାନ୍ତି ।

3. ସଞ୍ଚୟ ଜମା କ’ଣ ?
Answer:
ସ୍ବଳ୍ପ ସଞ୍ଚୟକାରୀ ଓ ନିମ୍ନ ଆୟକାରୀ ଲୋକମାନଙ୍କ ସୁବିଧା ପାଇଁ ବ୍ୟାଙ୍କ୍ ସଞ୍ଚୟ ଜମା ସୁବିଧା ପ୍ରଦାନ କରିଥାଏ । ସ୍ଵଳ୍ପ ପରିମାଣରେ ମୁଦ୍ରା ଜମା କରି ବ୍ୟାଙ୍କରେ ଏଭଳି ଜମାଖାତା ଖୋଲାଯାଇପାରେ । ଏହି ଜମାକୁ ବିନା ନୋଟିସ୍‌ରେ ଚାହିଁବାମାତ୍ରେ ବ୍ୟାଙ୍କୁରୁ ଉଠାଯାଇ ପାରିବ; କିନ୍ତୁ ବ୍ୟାଙ୍କ ଉଠାଣର ସଂଖ୍ୟା ଏବଂ ଉଠାଣର ପରିମାଣ ଉପରେ କେତେକ କଟକଣା ଲାଗୁ କରିଥାଏ । ସଞ୍ଚୟ ଜମା ଉପରେ ମିଳୁଥିବା ସୁଧହାର ସାଧାରଣତଃ ମିଆଦି ଜମାର ସୁଧ ହାରଠାରୁ କମ୍ ଓ ଚଳନ୍ତି ଜମାର ସୁଧହାରଠାରୁ ଅଧିକ ହୋଇଥାଏ ।

4. ଋଣ ପ୍ରଦାନ କହିଲେ କ’ଣ ବୁଝ ?
Answer:
ବ୍ୟାଙ୍କର ସର୍ବଶ୍ରେଷ୍ଠ କାର୍ଯ୍ୟ ହେଲା ଋଣ ପ୍ରଦାନ । ଆୟ ଓ ଉପାର୍ଜନ ଦୃଷ୍ଟିରୁ ଏହା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ । ଏହି କାର୍ଯ୍ୟ ଯୋଗୁଁ ବ୍ୟାଙ୍କ୍ ଜାତୀୟ ଅର୍ଥନୈତିକ ପ୍ରଗତିର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେଉଁ ବ୍ୟାଙ୍କ୍ ଯେତେ ଅଧିକ ଋଣ ପ୍ରଦାନ କରେ, ସେ ସେତେ ଅଧ‌ିକ ଆୟ ଓ ଲାଭ କରେ । ବ୍ୟାଙ୍କ୍ସିମାନେ ସଂଗୃହୀତ ଜମା ଉପରେ ଜମାକାରୀଙ୍କୁ ଯେଉଁ ସୁଧ ଦେଇଥା’ନ୍ତି, ଋଣ ଉପରେ ତାହାଠାରୁ ଅଧ୍ଵ ସୁଧ ଧାର୍ଯ୍ୟ କରିଥା’ନ୍ତି । ଏହି ଦୁଇ ସୁଧର ପାର୍ଥକ୍ୟ ହେଉଛି ବ୍ୟାଙ୍କର ଲାଭ ।

CHSE Odisha Class 12 Economics Chapter 15 Short Answer Questions in Odia Medium

5. ଓଭରଡ୍ରାଫ୍‌ଟ ବ୍ୟବସ୍ଥା କ’ଣ ?
Answer:
ଯେଉଁ ବ୍ୟବସ୍ଥାଦ୍ୱାରା ଜମାକାରୀ ନିଜର ଚାହିଦା ଜମାଖାତାରେ ଥିବା ପରିମାଣଠାରୁ ଅଧିକ ମୁଦ୍ରା ବ୍ୟାଙ୍କରୁ ଉଠାଇବାକୁ ସକ୍ଷମ ହୋଇଥାଏ, ତାହାକୁ ଓଭରଡ୍ରାଫ୍‌ଟ ବ୍ୟବସ୍ଥା କୁହାଯାଏ । ନିଜ ଜମାଖାତାରେ ଥିବା ପରିମାଣଠାରୁ ଯେତିକି ଅଧିକ ମୁଦ୍ରା ଜମାକାରୀ ଉଠାଇଥାଏ, ସେହି ବଳକା ପରିମାଣ ଉପରେ ହିଁ ତାହାକୁ ସୁଧ ଦେବାକୁ ପଡ଼ିଥାଏ । ବ୍ୟବସାୟୀମାନେ ସାମୟିକ ଆର୍ଥିକ ନିଅଣ୍ଟ ମେଣ୍ଟାଇବା ପାଇଁ ଏହି ଋଣ କରିଥା’ନ୍ତି ।

6. ନଗଦୀ ଋଣ କ’ଣ ?
Answer:
ଯେଉଁ ଋଣଗୁଡ଼ିକ ଗ୍ରାହକମାନଙ୍କର ପ୍ରତିଶ୍ରୁତି ପତ୍ର ବଦଳରେ ପ୍ରଦାନ କରାଯାଏ, ତାହାକୁ ନଗଦୀ ଋଣ କୁହାଯାଏ । ଏହି ପ୍ରତିଶ୍ରୁତି ପତ୍ରଗୁଡ଼ିକ ଅନ୍ୟନପକ୍ଷେ ଦୁଇଜଣ ବ୍ୟକ୍ତିଙ୍କଦ୍ବାରା ପ୍ରତିଭୂତ ହୋଇଥାଏ । ଏହିସବୁ ସର୍ଭ ପୂରଣ ହୋଇସାରିଲା ପରେ ବ୍ୟାଙ୍କ୍ ନଗଦୀ ଋଣ ମଞ୍ଜୁର କରିଥା’ନ୍ତି । ପ୍ରଥମେ ବ୍ୟାଙ୍କ୍ ଏହି ଋଣ ନେଇଥିବା ଗ୍ରାହକମାନଙ୍କ ନାମରେ ଏକ ଚଳନ୍ତି ହିସାବ ଖୋଲନ୍ତି ଏବଂ ମଞ୍ଜୁର କରିଥିବା ଋଣକୁ ଗ୍ରାହକମାନଙ୍କ ନାମରେ ଜମା କରନ୍ତି । ବ୍ୟବସାୟୀମାନେ ଏହିପ୍ରକାର ଋଣକୁ
ପସନ୍ଦ କରନ୍ତି |

7. ବିନିମୟ ପତ୍ରର ପୂର୍ବପ୍ରାପଣ କ’ଣ ?
Answer:
ପରିପକ୍ବ ସମୟ ଅବଧୂ ପୂର୍ବରୁ ବିନିମୟ ପତ୍ରଗୁଡ଼ିକୁ ଭଙ୍ଗାଇ ତାହାର ଅଧିକାରୀମାନଙ୍କୁ ଅର୍ଥ ପ୍ରଦାନ କରିବା ହେଉଛି ବିନିମୟ ପତ୍ରର ପୂର୍ବପ୍ରାପଣ । ବିନିମୟ ପତ୍ର ହେଉଛି ଏକ ଋଣପତ୍ର । ଏହା ଗଣକର୍ତ୍ତା ଋଣଦାତାଙ୍କୁ ଭବିଷ୍ୟତରେ ଏକ ନିର୍ଦ୍ଦିଷ୍ଟ ପରିମାଣ ମୁଦ୍ରା ଦେବାର ଏକ ଆଦେଶନାମା ମାତ୍ର । ଯଦି ଏହି ବିନିମୟ ପତ୍ରର ପରିପକ୍ବତା ପୂର୍ବରୁ ଋଣଦାତାଙ୍କର ଅର୍ଥର ଜରୁରୀ ଆବଶ୍ୟକତା ପଡ଼େ, ସେ କ୍ଷେତ୍ରରେ ବ୍ୟାଙ୍କ୍ କମିଶନ ରଖ୍ ବିନିମୟ ପତ୍ର ଭଙ୍ଗାଇଥା’ନ୍ତି । ଏହି ସୁବିଧା ପ୍ରଦାନ କରିବାଦ୍ଵାରା ବାଣିଜ୍ୟିକ ବ୍ୟାକ୍ ଦେଶରେ ବାଣିଜ୍ୟ ବ୍ୟବସାୟର ସମୃଦ୍ଧି ଘଟାଇବା ସହିତ ବ୍ୟବସାୟୀମାନେ ବିନା ଅର୍ଥରେ ନିଜ ବ୍ୟବସାୟ କରିବାର ସୁଯୋଗ ଲାଭ କରିଥାଆନ୍ତି ।

8. ପ୍ରତ୍ୟକ୍ଷ ଋଣ କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ ପ୍ରତ୍ୟକ୍ଷ ଭାବେ ବ୍ୟକ୍ତିବିଶେଷ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଋଣ ପ୍ରଦାନ କରିଥାଏ । ଋଣ ଗ୍ରହୀତାଙ୍କ ନାମରେ ଏକ ହିସାବ ଖୋଲି ବ୍ୟାଙ୍କ ଋଣ ମଞ୍ଜୁର କରେ ଏବଂ ମଞ୍ଜୁରୀପ୍ରାପ୍ତ ଋଣ ଉପରେ ସୁଧ ହିସାବ କରାଯାଏ । ଏହି ଋଣର ପରିଶୋଧ ଥରକରେ କିମ୍ବା ବ୍ୟାଙ୍କ୍ ସ୍ଥିର କରିଥିବା କିସ୍ତି ଅନୁସାରେ କରିବାକୁ ହୋଇଥାଏ । ଏହି ଋଣ ମଞ୍ଜୁର ପାଇଁ ଆବଶ୍ୟକ ସ୍ଥଳେ ଜାମିନ୍ଦାର ଓ ବନ୍ଧକ ଦେବାକୁ ହୋଇଥାଏ ।

9. ଶାଖା ବ୍ୟାଙ୍କ୍ ବ୍ୟବସ୍ଥା କ’ଣ ?
Answer:
ଏହି ବ୍ୟବସ୍ଥାରେ ରାଷ୍ଟ୍ରରେ ଅଳ୍ପ କେତେକ ବାଣିଜ୍ୟିକ ବ୍ୟାଙ୍କ୍ ଥାଏ ଏବଂ ପ୍ରତ୍ୟେକ ବ୍ୟାଙ୍କର ବିଭିନ୍ନ ଶାଖା ରହିଥାଏ । ଏଭଳି ବ୍ୟାଙ୍କ୍ ବ୍ୟବସ୍ଥାର ଉତ୍ପରିଂ ଇଂଲଣ୍ଡରେ ହୋଇଥିଲା । ଭାରତରେ ମଧ୍ୟ ଶାଖା ବ୍ୟାଙ୍କ୍ ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କେନ୍ଦୁଝର ଶାଖା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କଟକ ଶାଖା ଇତ୍ୟାଦି ନାମରେ ଦେଖୁବାକୁ ମିଳିଥାଏ ।

10. ଏକକ ବ୍ୟାକ୍ ବ୍ୟବସ୍ଥା କ’ଣ ?
Answer:
ଏକକ ବ୍ୟାଙ୍କ୍ ବ୍ୟବସ୍ଥାରେ ଗୋଟିଏ ବ୍ୟାଙ୍କର ଏକମାତ୍ର କାର୍ଯ୍ୟାଳୟ ରହିଥାଏ । ବ୍ୟାଙ୍କ୍ ଏକ ସୀମିତ ସ୍ଥାନରେ ନିଜ କାର୍ଯ୍ୟ ସମ୍ପାଦନ କରେ । ତେଣୁ ରାଷ୍ଟ୍ରରେ ଅନେକ ବାଣିଜ୍ୟିକ ବ୍ୟାଙ୍କ୍ କାର୍ଯ୍ୟ କରିଥା’ନ୍ତି । ଏହି ବ୍ୟାଙ୍କ୍ ବ୍ୟବସ୍ଥା ପ୍ରଥମେ ଆମେରିକାରେ ଉତ୍ପତ୍ତି
ହୋଇଥିଲା ।

11. ଗ୍ରାମ୍ୟବ୍ୟାଙ୍ଗ୍‌ର କାର୍ଯ୍ୟ କ’ଣ ?
Answer:
ଗ୍ରାମୀଣ ଜନସାଧାରଣଙ୍କୁ ବ୍ୟାଙ୍କ୍ ସୁବିଧା ଯୋଗାଇଦେବା ପାଇଁ 1975 ମସିହାରେ ଭାରତ ସରକାର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଇଥିଲେ । ଏହା ସ୍ଵଳ୍ପ ଜମା ଗ୍ରହଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ଋଣ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହି ବ୍ୟାକ୍‌ଗୁଡ଼ିକ ବାଣିଜ୍ୟିକ ବ୍ୟାଦ୍ଵାରା ପ୍ରୟୋଜିତ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗ୍ରାମ୍ୟବ୍ୟାଙ୍କ୍ କାର୍ଯ୍ୟ କରିଥାଏ ।

12. ଚାହିଦା ମାତ୍ରେ ଫେରସ୍ତଯୋଗ୍ୟ ଋଣ କ’ଣ ?
Answer:
ଖୁବ୍ କମ୍ ସମୟ ପାଇଁ ପ୍ରଦାନ କରାଯାଉଥିବା ଏହା ଏକ ସ୍ବତନ୍ତ୍ର ଋଣ । ନୋଟିସ୍ ଦେବାର 24 ଘଣ୍ଟାରୁ 14 ଦିନ ମଧ୍ୟରେ ବ୍ୟାଙ୍କ୍ ଋଣକାରୀଠାରୁ ଏହି ଋଣ ଫେରସ୍ତ ଆଣିପାରେ । ଏହି ଋଣ ସାଧାରଣତଃ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ବାଣିଜ୍ୟିକ ବ୍ୟାକ୍‌ଠାରୁ ନେଇଥା’ନ୍ତି । ଏହାର ସୁଧହାର ବହୁତ କମ୍ । ଏହା ବ୍ୟାଙ୍କ୍‌କୁ ‘ତରଳତା ସହିତ ଲାଭ’ ଅର୍ଜନର ସୁଯୋଗ ପ୍ରଦାନ କରିଥାଏ ।

13. ବ୍ୟାଙ୍କର ସନ୍ତୁଳନ ପତ୍ର କ’ଣ ?
Answer:
ସନ୍ତୁଳନ ପତ୍ର ହେଉଛି ବାଣିଜ୍ୟିକ ବ୍ୟାଙ୍କର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଦେୟତା ଓ ପରିସମ୍ପଭିର ଏକ ଲିଖ୍ ବିବରଣୀ । ଏହି ବିବରଣୀରେ ବ୍ୟାଙ୍କର ଆର୍ଥିକ ବର୍ଷର ଶେଷଭାଗ ପ୍ରତିଫଳିତ ହୋଇଥାଏ । ପ୍ରତି ଆର୍ଥିକ ବର୍ଷର ଶେଷଭାଗରେ ବ୍ୟାଙ୍କ୍ ଏହି ବିବରଣୀ ପ୍ରକାଶ କରିଥାଏ ।

14. ବାଣିଜ୍ୟିକ ବ୍ୟାଙ୍କ ଦେଶର ଅର୍ଥନୈତିକ ବିକାଶରେ କିପରି ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ ?
Answer:
ବଳିଷ୍ଠ ବ୍ୟାଙ୍କ କାରବାରର ବିକାଶ ବିନା ବିକାଶଶୀଳ ଦେଶମାନେ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କ ଉଦ୍ୟମକୁ ତ୍ୱରାନ୍ବିତ କରିପାରିବେ ନାହିଁ । ଭାରତର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଗ୍ରାମାଞ୍ଚଳ ବିକାଶ ଦାୟିତ୍ୱ ଦିଆଯାଇଛି । ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଏବେ ଅଧିକ ଭାବେ ବିକାଶମୂଳକ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ।

CHSE Odisha Class 12 Economics Chapter 15 Short Answer Questions in Odia Medium

15. ବାଣିଜ୍ୟିକ ବ୍ୟାଙ୍କ କେତେ ପ୍ରକାର ଜମା ଗ୍ରହଣ କରେ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ ତିନି ପ୍ରକାର ଜମା ଗ୍ରହଣ କରନ୍ତି; ଯଥା – ଚଳନ୍ତି ଜମା, ସଞ୍ଚୟ ଜମା ଓ ମିଆଦି ବା ସ୍ଥାୟୀ ଜମା । ବ୍ୟାଙ୍କ୍ ଚଳନ୍ତି ଜମା ପାଇଁ କୌଣସି ସୁଧ ପ୍ରଦାନ କରି ନଥାଏ କାରଣ ଏହି ଜମାକୁ ଲାଭ ଉଦ୍ଦେଶ୍ୟରେ ବିନିଯୋଗ କରିପାରେ ନାହିଁ । ସଞ୍ଚୟ ଜମାର ଉଠାଣରେ ବାଣିଜ୍ୟିକ ବ୍ୟାଙ୍କର କଟକଣା ରହିଥାଏ, ଫଳରେ ବାଣିଜ୍ୟିକ ବ୍ୟାଙ୍କ୍ ସଞ୍ଚୟ ଜମାକୁ ବିନିଯୋଗ କରି ଉପାର୍ଜନ କରେ ଏବଂ ଜମାକାରୀଙ୍କୁ ସୁଧ ପ୍ରଦାନ କରେ । ସ୍ଥାୟୀ ଜମାରାଶିକୁ ବ୍ୟାଙ୍କ୍ ଲାଭ ଉଦ୍ଦେଶ୍ୟରେ ବିନିଯୋଗ କରେ, ତେଣୁ ଜମାକାରୀଙ୍କୁ ସର୍ବାଧ‌ିକ ସୁଧ ପ୍ରଦାନ କରେ ।

16. କେନ୍ଦ୍ରୀୟ ବ୍ୟାଙ୍କ୍ କାହାକୁ କହନ୍ତି ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରର ଏକମାତ୍ର ମୁଦ୍ରା କର୍ତ୍ତୃପକ୍ଷ । ପ୍ରତ୍ୟେକ ରାଷ୍ଟ୍ରରେ କେନ୍ଦ୍ରୀୟ ବ୍ୟାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହା ରାଷ୍ଟ୍ରର ମୌଦ୍ରିକ ତଥା ବ୍ୟାଙ୍କ୍ ବ୍ୟବସ୍ଥାର ସର୍ବୋଚ୍ଚ ଅନୁଷ୍ଠାନ । ଏହା ଅର୍ଥବ୍ୟବସ୍ଥାର ପଥପ୍ରଦର୍ଶକ ।

17. କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରକ କହିଲେ କ’ଣ ବୁଝ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ ବହୁଗୁଣିତ ଋଣ ମୁଦ୍ରା ସୃଜନ କରିଥାଏ । ଋଣ ମୁଦ୍ରା ସୃଜନ ରାଷ୍ଟ୍ର ପାଇଁ ଆବଶ୍ୟକ ହେଲେ ମଧ୍ୟ ଅତ୍ୟଧିକ ଋଣମୁଦ୍ରା ସୃଜନ ରାଷ୍ଟ୍ର ପାଇଁ କ୍ଷତିକାରକ । ଏହା ମୁଦ୍ରାଷ୍ଟୀତି ସୃଷ୍ଟି କରିଥାଏ । ତେଣୁ ଅର୍ଥବ୍ୟବସ୍ଥାର ତତ୍ତ୍ୱାବଧାରକ ରୂପେ କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରିଥାଏ ।

18. ପରିମାଣାତ୍ମକ ପଦ୍ଧତି କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ ଋଣ ମୁଦ୍ରା ସୃଜନ କରିଥାଏ । ତେଣୁ କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରିଥାଏ । ଋଣ ନିୟନ୍ତ୍ରଣ ପଦ୍ଧତି ଦୁଇଭାଗରେ ବିଭକ୍ତ । ସେଗୁଡ଼ିକ ହେଲା – ପରିମାଣାତ୍ମକ ପଦ୍ଧତି ଓ ଗୁଣାତ୍ମକ ପଦ୍ଧତି । ପରିମାଣାତ୍ମକ ପଦ୍ଧତି ମୋଟ ଋଣ ପରିମାଣରେ ପରିବର୍ତ୍ତନ ଆଣିଥାଏ । କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ପରିମାଣର ପରିବର୍ତ୍ତନ ପାଇଁ ତିନୋଟି ଅସ୍ତ୍ର ପ୍ରୟୋଗ କରିଥାଏ । ସେଗୁଡ଼ିକ ହେଲା – ବ୍ୟାଙ୍କ୍ ହାର, ଖୋଲାବଜାର କାରବାର ଓ ପରିବର୍ତ୍ତନଶୀଳ ନଗଦୀ ସଂରକ୍ଷଣ ଅନୁପାତ ।

19. ଖୋଲାବଜାର କାରବାର କ’ଣ ?
Answer:
ଋଣ ପରିମାଣରେ ନିୟନ୍ତ୍ରଣ ଆଣିବାପାଇଁ ଖୋଲା ବଜାର କାରବାର ଏକ ଆୟୁଧ । କେନ୍ଦ୍ରୀୟ ବ୍ୟାଙ୍କ୍ରା ଖୋଲା ବଜାରରେ ସରକାରୀ ପ୍ରତିଭୂତିର କ୍ରୟ -ବିକ୍ରୟ ପ୍ରକ୍ରିୟାକୁ ଖୋଲା ବଜାର କାରବାର କୁହାଯାଏ । ସରକାରୀ ପ୍ରତିଭୂତିର ସୁଧ ହାର ଅଧ‌ିକ ଥିବାରୁ ବାଣିଜ୍ୟିକ ବ୍ୟାଙ୍କ୍ ଓ ଜନସାଧାରଣ ଅଧିକ ଆୟ ଆଶାରେ ସେଗୁଡ଼ିକ କ୍ରୟ କରିଥା’ନ୍ତି । ଏହାଦ୍ଵାରା ବାଣିଜ୍ୟିକ ବ୍ୟାଙ୍କ୍ ନିକଟରେ ନଗଦ ମୁଦ୍ରାର ପରିମାଣ ହ୍ରାସ ପାଏ ଓ ଋଣ ନିୟନ୍ତ୍ରଣ କରାଯାଇପାରେ ।

20. ପରିବର୍ତ୍ତନଶୀଳ ନଗଦୀ ସଂରକ୍ଷଣ ଅନୁପାତ କ’ଣ ?
Answer:
ଜମାର ଯେଉଁ ଅନୁପାତ ବାଣିଜ୍ୟିକ ବ୍ୟାଙ୍କ୍ ଋଣ ଦେଇପାରେ ନାହିଁ ତାହାକୁ ନଗଦୀ ସଂରକ୍ଷଣ ଅନୁପାତ କୁହାଯାଏ । ଏହା ପରିବର୍ତ୍ତନଶୀଳ । ରାଷ୍ଟ୍ରର ଋଣ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ନଗଦୀ ସଂରକ୍ଷଣ ଅନୁପାତରେ ପରିବର୍ତ୍ତନ ଆଣିଥାଏ । ନଗଦୀ ସଂରକ୍ଷଣ ଅନୁପାତ ଓ ଋଣ ଗୁଣାଙ୍କ ମଧ୍ୟରେ ପରୋକ୍ଷ ଆନୁପାତିକ ସମ୍ପର୍କ ରହିଛି । ତେଣୁ, ଋଣ ପରିମାଣର ବ୍ୟାପକ ହ୍ରାସ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ନଗଦୀ ସଂରକ୍ଷଣ ଅନୁପାତ ବୃଦ୍ଧି କରିଥାଏ ।

21. ଗୁଣାତ୍ମକ ପଦ୍ଧତି କ’ଣ ?
Answer:
ଗୁଣାତ୍ମକ ପଦ୍ଧତି ମାଧ୍ୟମରେ କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରର ଋଣ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାପାଇଁ ସମର୍ଥ ହୋଇଥାଏ । କେନ୍ଦ୍ରୀୟ ବ୍ୟାଙ୍କ୍ କେତେକ ନିର୍ଦ୍ଦିଷ୍ଟ ସ୍ୱଚ୍ଛ ଆବଶ୍ୟକ କ୍ଷେତ୍ର ଚୟନ କରିଥାଏ । କେବଳ ସେହି କ୍ଷେତ୍ରମାନଙ୍କର ଋଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥାଏ । ତେଣୁ ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତିକୁ ଚୟନାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ମଧ୍ଯ କୁହାଯାଏ ।
ଏହି ପଦ୍ଧତିର କେତେକ ନିର୍ଦ୍ଦିଷ୍ଟ ଆୟୁଧମାନ ହେଲା –
(i) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ
(ii) ଋଣ ପଡ଼ି ବ୍ୟବସ୍ଥା
(iii) ନୈତିକ ପ୍ରବର୍ତ୍ତନ, ଇତ୍ୟାଦି ।

22. ଉପଭୋକ୍ତା ଋଣ ନିୟନ୍ତ୍ରଣ କ’ଣ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ଉପଭୋକ୍ତା ଋଣ ଉପରେ କଟକଣା ଜାରି କରିଥାଏ । ଉପଭୋକ୍ତା ଋଣର ପରିମାଣ ସାଧାରଣତଃ ଦୁଇଟି ଉପାଦାନ ଉପରେ ନିର୍ଭର କରେ । ସେଗୁଡ଼ିକ ହେଲା ପ୍ରାଥମିକ କିସ୍ତି ଦେୟ (Down Payment) ଓ କିସ୍ତି ସଂଖ୍ୟା । କେନ୍ଦ୍ରୀୟ ବ୍ୟାଙ୍କ୍ ପ୍ରାଥମିକ ଦେୟ ବୃଦ୍ଧି ଏବଂ କିସ୍ତି ସଂଖ୍ୟା ହ୍ରାସ ପାଇଁ ନିର୍ଦ୍ଦେଶ ଦିଏ । ଏହା ଫଳରେ ଉପଭୋକ୍ତାମାନେ ଋଣ ପାଇଁ ନିରୁତ୍ସାହିତ ହୁଅନ୍ତି ଏବଂ ଉପଭୋକ୍ତା ଋଣ ନିୟନ୍ତ୍ରିତ ହୁଏ ।

23. କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶନାମା କ’ଣ ?
Answer:
ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଋଣ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାକ୍‌ମାନଙ୍କ ପ୍ରତି ନିର୍ଦ୍ଦେଶନାମା ଜାରି କରେ । ଏହାକୁ ବ୍ୟାଙ୍କମାନେ ପାଳନ କରିବାକୁ ବାଧ୍ୟ । ଅବଶ୍ୟ, ଏହାର କାର୍ଯ୍ୟକାରିତା କେନ୍ଦ୍ରୀୟ ବ୍ୟାଙ୍କର ସ୍ଥିତି ଉପରେ ନିର୍ଭର କରେ ।

24. ଋଣ ପଢ଼ି ବ୍ୟବସ୍ଥା କ’ଣ ?
Answer:
ଋଣର ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ଋଣର ସର୍ବୋଚ୍ଚ ସୀମା ଧାର୍ଯ୍ୟ କରି କୌଣସି ପରିସ୍ଥିତିରେ ତା’ଠାରୁ ଅଧିକ ଋଣ ନ ଦେବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଙ୍କ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଥାଏ । ଏହାକୁ ଋଣ ପଡ଼ି ବ୍ୟବସ୍ଥା କୁହାଯାଏ । ଏହାଦ୍ଵାରା ଆବଶ୍ୟକୀୟ କ୍ଷେତ୍ର ପାଇଁ ଅଧ‌ିକ ଋଣର ସୁଯୋଗ ସୃଷ୍ଟି ହେଉଥିବାବେଳେ କମ୍ ଆବଶ୍ୟକ କ୍ଷେତ୍ରରେ ଋଣ ନିୟନ୍ତ୍ରଣ କରାଯାଇପାରେ ।

25. କେନ୍ଦ୍ରୀୟ ବ୍ୟାଙ୍କର ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଋଣ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦେଇପାରେ । ଯଦି କୌଣସି ବ୍ୟାଙ୍କ୍ ଏହି ନିର୍ଦ୍ଦେଶ ଅବମାନନା କରେ, କେନ୍ଦ୍ରୀୟ ବ୍ୟାଙ୍କ୍ ତାକୁ ସତର୍କ କରିପାରେ ଏବଂ ଆବଶ୍ୟକସ୍ଥଳେ ଶାସ୍ତି ବିଧାନ ମଧ୍ୟ କରିପାରେ । ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ବ୍ୟାଙ୍କ୍ ଋଣ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ସହାୟତା ପ୍ରଦାନ କରେ ।

CHSE Odisha Class 12 Economics Chapter 15 Short Answer Questions in Odia Medium

26. ବିନିଯୋଗ ବ୍ୟାଙ୍କର ପରିସମ୍ପତ୍ତି କିପରି ?
Answer:
ବାଣିଜ୍ୟିକ ବ୍ୟାଙ୍କମାନେ ସରକାରୀ ପ୍ରତିଭୂତି ଓ ଋଣପତ୍ର କ୍ରୟ କରିଥା’ନ୍ତି । କାରଣ ଆବଶ୍ୟକ ହେଲେ ଏହାକୁ ସହଜରେ ବିକି ଦେଇପାରନ୍ତି । ଏହା ବ୍ୟତୀତ ଘରୋଇ କମ୍ପାନୀଗୁଡ଼ିକର ଅଂଶ କିଣିଥା’ନ୍ତି, କାରଣ ଏଗୁଡ଼ିକ କମ୍ ନଗଦୀ ଓ ଅଧ୍ଵକ ସୁଧହାର ବହନ କରିଥାଏ । ବ୍ୟାଙ୍କ୍ ଏଥୁରୁ ନିରବଚ୍ଛିନ୍ନ ଭାବରେ ଲାଭ ପାଇଥାଏ । ତେଣୁ ଏହା ବ୍ୟାଙ୍କର ପରିସମ୍ପତ୍ତି ।

27. ବ୍ୟାକ୍ ହାତରେ ଓ କେନ୍ଦ୍ରୀୟ ବ୍ୟାଙ୍କ୍‌ରେ ଥିବା ନଗଦ ମୁଦ୍ରା କିପରି ବ୍ୟାକ୍ଚର ପରିସମ୍ପତ୍ତି ?
Answer:
ପ୍ରତ୍ୟେକ ବ୍ୟାକ୍ ଗ୍ରାହକମାନଙ୍କ ଚାହିଦାମାତ୍ରେ ସେମାନଙ୍କର ଆବଶ୍ୟକତା ପୂରଣ କରିବାପାଇଁ ନିଜ ପାଖେ କିଛି ନଗଦ ମୁଦ୍ରା ରଖନ୍ତି, ଏହାକୁ ହସ୍ତସ୍ଥ ମୁଦ୍ରା କୁହାଯାଏ । ଏହା ବ୍ୟତୀତ ପରମ୍ପରାଗତ ଭାବେ ହେଉ ବା ଆଇନ ଯୋଗୁଁ ହେଉ, ବାଣିଜ୍ୟିକ ବ୍ୟାଙ୍କମାନେ କେନ୍ଦ୍ରୀୟ ବ୍ୟାଙ୍କ୍ ପାଖରେ ମୋଟ ଜମାର କିଛି ଶତାଂଶ ନଗଦ ଆକାରରେ ଗଚ୍ଛିତ ରଖୁଥା’ନ୍ତି । ଏହି ସବୁ ବାବଦରେ ଗଚ୍ଛିତ ହୋଇ ରହୁଥିବା ମୁଦ୍ରା ବ୍ୟାଙ୍କର ପରିସମ୍ପତ୍ତି ।

28. ଗ୍ରାହକମାନଙ୍କ ତରଫରୁ ସ୍ୱୀକୃତି ପ୍ରଦତ୍ତ ଓ ବରାଦି ବିଲ୍‌ ଦେୟ କିପରି ବ୍ୟାଙ୍କର ଦେୟତା ଏବଂ ପାଉଣା ?
Answer:
ବିନିମୟ ପତ୍ରର ପରିପକ୍ଵ ଅବସ୍ଥାରେ ଯଦି ତାହାର ଧାରକ ମୂଲ୍ୟ ପରିଶୋଧ କରିବାକୁ ଅସମର୍ଥ ହୁଅନ୍ତି, ତେବେ ସ୍ବୀକୃତି ପ୍ରଦାନ କରିଥିବା ବ୍ୟାକୁ ଏହି ଅର୍ଥ ଦେବାକୁ ହୋଇଥାଏ । ଏହା ଫଳରେ ବ୍ୟାଙ୍କର ଦେୟତା ସୃଷ୍ଟି ହୁଏ । ଏହି କାର୍ଯ୍ୟ କରୁଥିବାରୁ ବ୍ୟାଙ୍କମାନଙ୍କୁ କମିଶନ ସ୍ବରୂପ ଯେଉଁ ଆୟ ମିଳେ ତାହା ସନ୍ତୁଳନ ପତ୍ରର ଆୟ (ପରିସମ୍ପତ୍ତି) ପାର୍ଶ୍ବରେ ଦର୍ଶାଯାଏ । ଅର୍ଥାତ୍ ଏହି ବିଷୟଟି ସନ୍ତୁଳନ ପତ୍ରର ଉଭୟ ପରିସମ୍ପତ୍ତି (ପାଉଣା) ଓ ଦେୟତା ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ନୋଟ୍ ପ୍ରଚଳନର ଏକାଧିକାର କ’ଣ ?
Answer:
ନୋଟ୍ ପ୍ରଚଳନର ଏକାଧିକାର କେନ୍ଦ୍ରୀୟ ବ୍ୟାଙ୍କର ସର୍ବଶ୍ରେଷ୍ଠ ଅଧିକାର । ସେଥିପାଇଁ କେନ୍ଦ୍ର ବ୍ୟାଙ୍କ୍‌କୁ ନୋଟ ପ୍ରଚଳନ ବ୍ୟାଙ୍କ୍ ବୋଲି କୁହାଯାଏ । କେନ୍ଦ୍ରୀୟ ବ୍ୟାଦ୍ଵାରା ନୋଟ ପ୍ରଚଳନ ହେବାଦ୍ୱାରା ଦେଶର ମୁଦ୍ରା ବ୍ୟବସ୍ଥାରେ ସମତା ରକ୍ଷା କରାଯାଇପାରିଲା । ନୋଟ୍‌ଗୁଡ଼ିକ ସମଜାତୀୟ ହେବା ହେତୁ ସାଧାରଣ ଲୋକଙ୍କଦ୍ୱାରା ସହଜରେ ଗ୍ରହଣୀୟ ହୋଇପାରିଲା । କେନ୍ଦ୍ରୀୟ ବ୍ୟାଙ୍କ୍‌ଦ୍ୱାରା ପ୍ରଚଳିତ ମୁଦ୍ରା ସରକାରଙ୍କ ଅନୁମୋଦିତ ହୋଇଥିବାରୁ ସେଗୁଡ଼ିକ ବିହ୍ୟ ମୁଦ୍ରା ଏବଂ ଜନସାଧାରଣ ଉକ୍ତ ମୁଦ୍ରା ଉପରେ ଆସ୍ଥା ପ୍ରକଟ କରିଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ୍‌ଦ୍ୱାରା ନୋଟ୍ ପ୍ରଚଳନ ଫଳରେ କେନ୍ଦ୍ରୀୟ ବ୍ୟାଙ୍କ୍ ଦେଶର ମୁଦ୍ରା ଓ ଋଣ ପରିମାଣକୁ ନିୟନ୍ତ୍ରଣ କରିଥାଏ ।

2. କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ବ୍ୟାଙ୍କ୍ କହିଲେ କ’ଣ ବୁଝ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ସରକାରଙ୍କ ବ୍ୟାଙ୍କ୍ ହିସାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆର୍ଥିକ କାର୍ଯ୍ୟକଳାପର ହିସାବ ରଖେ । ଦେଶର ସଂଗୃହୀତ ଟିକସ ଓ ବଳକା ପାଣ୍ଠି ଗଚ୍ଛିତ କରି ରଖେ । ସରକାରଙ୍କ ସାମୟିକ ଆର୍ଥିକ ସଙ୍କଟ ଦୂର କରିବାପାଇଁ ଏହି ବ୍ୟାଙ୍କ୍ ସ୍ଵଳ୍ପକାଳୀନ ଋଣ ଓ ଅଗ୍ରୀମ ଋଣ ପ୍ରଦାନ କରିଥାଏ । ଏହି ଋଣକୁ କାମଚଳା ଅଗ୍ରୀମ କୁହାଯାଏ । ସରକାରଙ୍କ ପ୍ରତିନିଧି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣ ଉଠାଇଥାଏ । ସରକାରଙ୍କ ତରଫରୁ ଋଣପତ୍ର ଓ ପ୍ରତିଭୂତିର କ୍ରୟ ବିକ୍ରୟ କରିଥାଏ । ଦେଶର ଆର୍ଥିକ ପରିସ୍ଥିତିର ସବିଶେଷ ବିବରଣୀ ଯୋଗାଇବା ସହିତ ଆର୍ଥିକ ସମସ୍ୟାର ସମାଧାନର ପନ୍ଥା ନେଇ ଏହା ସରକାରଙ୍କୁ ପରାମର୍ଶ ଯୋଗାଇଥାଏ ।

3. ବ୍ୟାମାନଙ୍କର ବ୍ୟାକ୍ କ’ଣ ?
Answer:
ଗୋଟିଏ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍, ବ୍ୟାଙ୍କ୍ରାମାନଙ୍କ ବ୍ୟାଙ୍କ୍ ହିସାବରେ କାର୍ଯ୍ୟ କରେ । ପରମ୍ପରା ଦୃଷ୍ଟିରୁ ବା ଆଇନ ଦୃଷ୍ଟିରୁ ହେଉ, ଦେଶର ସମସ୍ତ ବାଣିଜ୍ୟିକ ବ୍ୟାଟ୍ସମାନେ ସେମାନଙ୍କ ନଗଦ ଜମାମୁଦ୍ରାର ଏକ ନିର୍ଦ୍ଦିଷ୍ଟ ଅନୁପାତ କେନ୍ଦ୍ରୀୟ ବ୍ୟାଙ୍କ୍ ନିକଟରେ ସଂରକ୍ଷଣ କରନ୍ତି । ବାଣିଜ୍ୟିକ ବ୍ୟାଙ୍କ୍ ସମୂହର ଜମା କେନ୍ଦ୍ରୀୟ ବ୍ୟାଙ୍କ୍ ନିକଟରେ କେନ୍ଦ୍ରୀଭୂତ ହେଉଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ବ୍ୟାକ୍‌ସମୂହର ବ୍ୟାଙ୍କ୍ ବୋଲି କୁହାଯାଏ । କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କ ଦ୍ଵାରା ସଂଗୃହୀତ ବିନିମୟ ପତ୍ରଗୁଡ଼ିକର ପୁନଃ ଅପହ୍ରାସ କରି ନଗଦ ଅର୍ଥ ଯୋଗାଇଥାଏ ଏବଂ କେନ୍ଦ୍ରୀୟ ବ୍ୟାଙ୍କ୍ ମଧ୍ଯ ବାଣିଜ୍ୟିକ ବ୍ୟାକ୍‌ଗୁଡ଼ିକୁ ସରକାରୀ ପ୍ରତିଭୂତି ବଦଳରେ ଋଣଦାନ କରିଥାଏ ।

4. ବାଣିଜ୍ୟିକ ବ୍ୟାକ୍ଚର ସନ୍ତୁଳନ ପତ୍ର କ’ଣ ?
Answer:
ସନ୍ତୁଳନପତ୍ର ହେଉଛି ବାଣିଜ୍ୟିକ ବ୍ୟାଙ୍କର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଦେଣା ପାଉଣାର ଏକ ଲିଖ୍ତ ବିବରଣୀ । ଏହି ବିବରଣୀରେ ବ୍ୟାଙ୍କର ଆର୍ଥିକ ଅବସ୍ଥା, ଅର୍ଥାତ୍ ଦେୟତା ଓ ପରିସମ୍ପତ୍ତି ପ୍ରତିଫଳିତ ହୋଇଥାଏ । ସନ୍ତୁଳନ ପତ୍ରର ଦୁଇଟି ପାର୍ଶ୍ଵ ଥାଏ – ଦେୟତା ଓ ପରିସମ୍ପତ୍ତି ପାର୍ଶ୍ବ । ଦେୟତା ପାର୍ଶ୍ଵରେ ଅଂଶୀଦାରମାନଙ୍କ ପ୍ରାପ୍ୟ, ବିଭିନ୍ନ ସଂସ୍ଥାରୁ ଆଣିଥିବା ଋଣ ଓ ଜମାକାରୀଙ୍କ ପ୍ରାପ୍ୟ ଆଦି ଉଲ୍ଲେଖ ଥାଏ । ଅର୍ଥାତ୍ ଯେଉଁ ପରିମାଣର ଅର୍ଥ ବ୍ୟାଙ୍କ୍ ଅନ୍ୟମାନଙ୍କୁ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ତାହା ଦେୟତା ପାର୍ଶ୍ଵରେ ଉଲ୍ଲେଖ ଥାଏ । ଅନ୍ୟପକ୍ଷରେ ଯାହା ବ୍ୟାଙ୍କ୍ ଅନ୍ୟମାନଙ୍କଠାରୁ ପାଇବାକୁ ହକ୍‌ର ତାହା ପରିସମ୍ପତ୍ତି ପାର୍ଶ୍ଵରେ ଉଲ୍ଲେଖ ଥାଏ । ବ୍ୟାଙ୍କ୍ ନିକଟରେ ଥିବା ନଗଦ ମୁଦ୍ରା, ବ୍ୟାଙ୍କର ନିବେଶ, ଋଣ ଓ ଅଗ୍ରୀମରୁ ଆୟ ଆଦି ପରିସମ୍ପତ୍ତି ପାର୍ଶ୍ଵରେ ଉଲ୍ଲେଖ ଥାଏ ।

5. ସ୍ଥାୟୀ ଜମା ବା ମିଆଦି ଜମା କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କର ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ କରିବା । ନିର୍ଦ୍ଧାରିତ ସମୟ ପାଇଁ ତଥା ଏକ ସ୍ଥିର ପରିମାଣର ମୁଦ୍ରା ଜମା ଆକାରରେ ରହୁଥିବା ଜମାକୁ ସ୍ଥାୟୀ ଜମା କୁହାଯାଏ । ଏଥିରେ ଜମାକାରୀଙ୍କୁ ଜମାର ସମୟ ଭତ୍ତାରେ ସୁଧ ମିଳିଥାଏ । ବ୍ୟାଙ୍କ୍ ଏହି ଜମାକୁ ଲାଭଜନକ ଉଦ୍ୟୋଗରେ ବିନିଯୋଗ କରି ଲାଭ ଅର୍ଜନ କରିଥାଏ । ତେଣୁ ଅନ୍ୟାନ୍ୟ ଜମା ଉପରେ ମିଳୁଥିବା ସୁଧ ହାର ଅପେକ୍ଷା ଏହି ଜମା ଉପରେ ମିଳୁଥିବା ସୁଧ ହାର ଅଧ୍ଵ । ମିଆଦକାଳ ଯେତେ ଦୀର୍ଘତର ହୋଇଥାଏ, ସୁଧ ହାର ସେତିକି ଅଧିକ ହୋଇଥାଏ । ସାଧାରଣତଃ, ଯେଉଁମାନଙ୍କର ଅଧିକ ଟଙ୍କା ଥାଏ ସେମାନେ ମିଆଦି ଜମା ଆକାରରେ ବ୍ୟାଙ୍କ୍‌ରେ ରଖୁବାକୁ ପସନ୍ଦ କରିଥା’ନ୍ତି ।

6. ଚଳନ୍ତି ବା ଚାହିଦା ଜମା କ’ଣ ?
Answer:
ଚଳନ୍ତି ଜମା ହାତରେ ରଖୁଥିବା ମୁଦ୍ରା ସଙ୍ଗେ ସମାନ । ଚଳନ୍ତି ଜମା ସେହି ଜମାକୁ ବୁଝାଏ, ଯାହା ଜମାକାରୀ ଯେ କୌଣସି କାର୍ଯ୍ୟକାରୀ ଦିନରେ ଚେକ୍ ବା ଉଠାଣ ଫର୍ମ ଜରିଆରେ ପ୍ରତ୍ୟାହାର କରିପାରନ୍ତି । ଯେହେତୁ ଜମାକାରୀଙ୍କୁ ଚାହିଁବାମାତ୍ରେ ବ୍ୟାଙ୍କ୍ ମୁଦ୍ରା ଦେଇଥାଏ, ତେଣୁ ଚଳନ୍ତି ଜମାକୁ ମଧ୍ୟ ଚାହିଦା ଜମା କୁହାଯାଏ । ମୁଦ୍ରା ପ୍ରତ୍ୟାହାର ପୂର୍ବରୁ ଜମାକାରୀଙ୍କୁ ବ୍ୟାଙ୍କ୍‌କୁ କୌଣସି ସୂଚନା ଦେବାକୁ ପଡ଼େନାହିଁ । ବ୍ୟାଙ୍କ୍ ଏହି ଜମାରାଶିକୁ କୌଣସି ଲାଭଜନକ କ୍ଷେତ୍ରରେ ବିନିଯୋଗ କରିପାରେ ନାହିଁ । ସେଥୂପାଇଁ ସାଧାରଣତଃ ଏହି ଜମା ଉପରେ ଅତି ସାମାନ୍ୟ ସୁଧ ଦେଇଥାଏ ବା ଆଦୌ କୌଣସି ସୁଧ ଦେଇ ନ ଥାଏ ।

CHSE Odisha Class 12 Economics Chapter 15 Short Answer Questions in Odia Medium

7. ଅଧ୍ଵ ଉଠାଣ କ’ଣ ?
Answer:
ଅଧୁକ ଉଠାଣ ବ୍ୟବସ୍ଥା ଗୋଟିଏ ପ୍ରକାର ଋଣ, ଯାହାକି କେବଳ ଜମାକାରୀମାନଙ୍କୁ ମିଳିଥାଏ । ଏହି ବ୍ୟବସ୍ଥାରେ ଜମାକାରୀଙ୍କ ଜମା ପରିମାଣ ବାହାରେ କିଛି ନିର୍ଦ୍ଦିଷ୍ଟ ପରିମାଣରେ ଋଣ ଉଠାଇବାକୁ ବ୍ୟାକ୍ ଅନୁମତି ଦେଇଥାଏ । ଏହା ସେମାନେ ଚେକ୍ ଅଥବା ଉଠାଣ ଫର୍ମ ମାଧ୍ୟମରେ ଉଠାଇପାରନ୍ତି । ସାଧାରଣତଃ ବ୍ୟବସାୟୀମାନେ କୌଣସି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଲେ, ଏହି ସୁଯୋଗ ହାସଲ ପାଇଁ ଆବେଦନ କରିଥା’ନ୍ତି । ଜମାକାରୀଙ୍କୁ ଜମା ଟଙ୍କାଠାରୁ ଅଧିକ ଉଠାଣ ଟଙ୍କା ଉପରେ କେବଳ ସୁଧ ଦେବାକୁ ହୋଇଥାଏ । ଅନୁମତିପ୍ରାପ୍ତ ଅତିରିକ୍ତ ଋଣ ଉଠାଣ ପରିମାଣ ଗ୍ରାହକମାନଙ୍କୁ ଦିଆଯାଇଥିବା ଏକ ବ୍ୟକ୍ତିଗତ ଋଣ ବୋଲି ବିଚାର କରାଯାଏ, ତେଣୁ ସେମାନେ ଏହା ଉପରେ ଚୁକ୍ତି ଅନୁସାରେ ସୁଧ ଦେଇଥା’ନ୍ତି ।

8. ପ୍ରତ୍ୟକ୍ଷ ଋଣ କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍‌ଗୁଡ଼ିକ ବ୍ୟକ୍ତିବିଶେଷ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ପ୍ରତ୍ୟକ୍ଷ ଋଣ ଦେଇଥା’ନ୍ତି । ଏହି ଋଣକୁ କେହି କେହି ସାଧାରଣ ଋଣ କହିଥା’ନ୍ତି । ଏହି କ୍ଷେତ୍ରରେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କଠାରୁ ଋଣ ପରିଶୋଧ କରିବାର ପ୍ରତିଶ୍ରୁତି ଆବଶ୍ୟକ କରିଥାଏ । ଋଣ ମଞ୍ଜୁର ସମୟରେ ବ୍ୟାଙ୍କ ଋଣଗ୍ରହୀତାଙ୍କ ପରିଶୋଧ କ୍ଷମତା ଓ ସାଧୁତା ପ୍ରତି ବିଶେଷ ଦୃଷ୍ଟି ଦେଇଥାଏ । ସମୟେ ସମୟେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କଠାରୁ କିଛି ବନ୍ଧକ ମଧ୍ଯ ନେଇଥା’ନ୍ତି । ଋଣଗ୍ରହଣକାରୀ ଅନୁମୋଦିତ ଋଣମୁଦ୍ରା ବ୍ୟାଙ୍କୁରୁ ଉଠାଇ ପାରନ୍ତି କିମ୍ବା ଏହି ଋଣକୁ ଋଣଗ୍ରହୀତାଙ୍କ ବ୍ୟାଙ୍କରେ ଥିବା ହିସାବ ଖାତାରେ ଜମା କରି ଦିଆଯାଏ ଏବଂ ସେ ନିଜର ଆବଶ୍ୟକ ସମୟରେ ଚେକ୍ ବା ଉଠାଣ ଫର୍ମ ମାଧ୍ୟମରେ ଏଥୁରୁ ମୁଦ୍ରା ଉଠାଇପାରନ୍ତି । ଏହି ଋଣ ବାଣିଜ୍ୟିକ ବ୍ୟାଟ୍ସମାନେ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିବା ନିମନ୍ତେ ବା ଦୀର୍ଘସ୍ଥାୟୀ ଖାଉଟି ଦ୍ରବ୍ୟ କିଣିବା ନିମନ୍ତେ ଦେଇଥା’ନ୍ତି ।

9. ମୁଦ୍ରା ସୃଜନ କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍ଗ୍‌ମାନେ କେବଳ ମୁଦ୍ରା କାରବାର କରି ନ ଥା’ନ୍ତି, ଏମାନେ ମଧ୍ୟ ମୁଦ୍ରା ସୃଜନ କରିଥା’ନ୍ତି । ଜମାର ଯେଉଁ ଅଂଶ ଅପ୍ରତ୍ୟାହୃତ ଭାବେ ବ୍ୟାଙ୍କରେ ରହେ, ତାହାକୁ ବ୍ୟାଙ୍କ ଅନ୍ୟକୁ ଋଣ ଆକାରରେ ଦିଏ । ଋଣକର୍ତ୍ତାକୁ ନଗଦ ମୁଦ୍ରା ଆକାରରେ ଋଣ ନ ଦେଇ, ବ୍ୟାଙ୍କ୍ ଋଣ ପରିମାଣ ଅନୁଯାୟୀ ଏକ ଜମା ସୃଷ୍ଟି କରେ ଏବଂ ଚେକ୍ ସାହାଯ୍ୟରେ ଟଙ୍କା ଉଠାଣ କରିବାକୁ ସୁଯୋଗ ଦେଇଥାଏ । ଏହିପରି ଯେଉଁ ଜମା ସୃଷ୍ଟି ହୁଏ, ତାହାକୁ ବ୍ୟୁତ୍ପନ୍ନ ଜମା (Derived Deposit) କୁହାଯାଏ । ଏହି ଜମା ମୁଦ୍ରା ସ୍ଵରୂପ ବ୍ୟାଙ୍କମାନେ ବ୍ୟାଙ୍କ୍ ମୁଦ୍ରା ସୃଷ୍ଟି କରନ୍ତି, ତେଣୁ ମୁଦ୍ରା ସୃଷ୍ଟି ବ୍ୟାଙ୍କମାନଙ୍କର ଏକ ମୁଖ୍ୟ କାର୍ଯ୍ୟ ବୋଲି ଧରାଯାଏ ଓ ବାଣିଜ୍ୟିକ ବ୍ୟାଙ୍କ୍ରାମାନଙ୍କୁ ଋଣ ବ୍ୟବସାୟୀ କୁହାଯାଏ ।

10. କେନ୍ଦ୍ରୀୟ ବ୍ୟାକ୍ କିପରି ବିକାଶର ବାହକ ?
Answer:
ପ୍ରତ୍ୟେକ ବିକାଶଶୀଳ ରାଷ୍ଟ୍ରରେ କେନ୍ଦ୍ରୀୟ ବ୍ୟାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଅର୍ଥନୈତିକ ସ୍ଥିରତା ବିକାଶ ପାଇଁ ସର୍ବାଦୌ ଆବଶ୍ୟକ । ଏହି ଗୁରୁ ଦାୟିତ୍ଵ କେନ୍ଦ୍ରୀୟ ବ୍ୟାଙ୍କ୍ ବହନ କରିଥାଏ । ଅର୍ଥନୈତିକ ବିକାଶ ପାଇଁ କେଉଁ କେଉଁ ପଦକ୍ଷେପ ନେବା ଉଚିତ, ସେଗୁଡ଼ିକ ସରକାରଙ୍କୁ ସୂଚାଇଥାଏ । ଅର୍ଥନୈତିକ ବିକାଶ ପାଇଁ ଯେଉଁ କ୍ଷେତ୍ରମାନଙ୍କରେ ଋଣ ସୃଷ୍ଟିର ଆବଶ୍ୟକତା ରହିଛି, ସେଗୁଡ଼ିକ ଗବେଷଣା ମାଧ୍ୟମରେ ଚୟନ କରି ସୁବିଧାରେ ଋଣ ପ୍ରଦାନ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କୁ ନିର୍ଦ୍ଦେଶ ଦେଇଥାଏ । ତେଣୁ, କେନ୍ଦ୍ରୀୟ ବ୍ୟାଙ୍କ୍ ଅର୍ଥନୈତିକ ବିକାଶର ବାହକ । ସର୍ବୋପରି ଏହା ରାଷ୍ଟ୍ରର ବନ୍ଧୁ, ପରାମର୍ଶଦାତା ଓ ପଥ ପ୍ରଦର୍ଶକ । ମୋଟାମୋଟି ଭାବେ କହିଲେ କେନ୍ଦ୍ରୀୟ ବ୍ୟାଙ୍କ୍ ଦେଶର ଉନ୍ନୟନର ଗୁରୁ ଦାୟିତ୍ଵ ଗ୍ରହଣ କରିଥାଏ ।

11. ନଗଦୀ ଋଣ କ’ଣ ?
Answer:
ବାଣିଜ୍ୟ – ବ୍ୟବସାୟ କ୍ଷେତ୍ରରେ ନଗଦୀ ଋଣ ବେଶ୍ ଆଦୃତ । ଜଣେ ଋଣ ଗ୍ରହୀତା ସର୍ବାଧ‌ିକ କେତେ ଟଙ୍କାର ନଗଦୀ ଋଣ ନେଇପାରିବେ ତାହା ବାଣିଜ୍ୟିକ ବ୍ୟାଙ୍କ୍ ସ୍ଥିର କରି ଋଣ ମଞ୍ଜୁର କରେ । ନଗଦୀ ଋଣ ପଦ୍ଧତି ଅନୁସାରେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କ ନାମରେ ଏକ ଚଳନ୍ତି ହିସାବ ଖୋଲି ମଞ୍ଜୁରୀପ୍ରାପ୍ତ ଅର୍ଥ ଉକ୍ତ ହିସାବରେ ଜମାକରେ । ଋଣଗ୍ରହୀତା ନିଜ ଆବଶ୍ୟକ ମୁତାବକ ଅର୍ଥ ଚେକ୍ ମାଧ୍ୟମରେ ଉଠାଣ କରନ୍ତି । ସେ ମଞ୍ଜୁରୀପ୍ରାପ୍ତ ଋଣ ଉପରେ ସୁଧ ନଦେଇ କେବଳ ଉଠାଣ କରିଥିବା ଅର୍ଥ ଉପରେ ସୁଧ ଦିଅନ୍ତି । ନଗଦୀ ଋଣ ପ୍ରଦାନ ସମୟରେ ବାଣିଜ୍ୟିକ ବ୍ୟାଙ୍କ୍ ଅନ୍ୟୁନ ଦୁଇଜଣ ଜାମିନ୍ଦାର ସହିତ ଅଂଶଧନ, ବଣ୍ଡ ଇତ୍ୟାଦି ବନ୍ଧକ ରଖୁଥାଏ ।

12. ବିନିମୟ ପତ୍ରର ଅବମୂଲ୍ୟାୟନ କ’ଣ ?
Answer:
ବିନିମୟ ପତ୍ରର ଅବମୂଲ୍ୟାୟନ ବାଣିଜ୍ୟିକ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ଏହା ମାଧ୍ୟମରେ ବ୍ୟାଙ୍କ୍ ବ୍ୟବସାୟ ବାଣିଜ୍ୟର ପ୍ରସାର ପାଇଁ ଋଣ ପ୍ରଦାନ କରିଥାଏ । ବିନିମୟ ପତ୍ର ଏକ ଋଣ ପତ୍ର । ଏଥୁରେ ବିକ୍ରେତା କ୍ରେତାଙ୍କୁ ସାଧାରଣତଃ 90 ଦିନ ପରେ ମୂଲ୍ୟ ପରିଶୋଧ କରିବାପାଇଁ ଆଦେଶ ଦେଇଥା’ନ୍ତି । କିନ୍ତୁ 90 ଦିନ ପୂର୍ବରୁ ଯଦି ବିକ୍ରେତାଙ୍କ ଅର୍ଥ ଆବଶ୍ୟକ ହୁଏ, ସେ ବାଣିଜ୍ୟିକ ବ୍ୟାଙ୍କରେ ଉକ୍ତ ବିନିମୟ ପତ୍ର ଅବମୂଲ୍ୟାୟନ କରିପାରିବେ । ଲିଖ୍ତ ମୂଲ୍ୟଠାରୁ କମ୍ ମୂଲ୍ୟରେ ସେ ବାଣିଜ୍ୟିକ ବ୍ୟାଙ୍କ୍‌କୁ ବିନିମୟ ପତ୍ର ବିକ୍ରୟ କରିପାରିବେ । ତେଣୁ ବିନିମୟ ପତ୍ରର ଅବମୂଲ୍ୟାୟନ ଏକ ସ୍ବତନ୍ତ୍ର ରଣଦାନ ପ୍ରକ୍ରିୟା । ଏହା ମାଧ୍ୟମରେ ବାଣିଜ୍ୟିକ ବ୍ୟାଙ୍କ୍ ନିରାପଦରେ ଋଣ ପ୍ରଦାନ କରି ଲାଭ ଅର୍ଜନ କରିପାରେ ।

13. ବ୍ୟାଙ୍କ୍ ହାର କ’ଣ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କୁ ଯେଉଁ ହାରରେ ଋଣ ଦେଇଥାଏ ତାହାକୁ ବ୍ୟାକ୍ ହାର କୁହାଯାଏ । ଏହା ବାଣିଜ୍ୟିକ ବ୍ୟାଙ୍କର ଋଣ ପାଇଁ ବ୍ୟୟ । ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ୍ ବ୍ୟାହାର ବୃଦ୍ଧି କରେ, ବାଣିଜ୍ୟିକ ବ୍ୟାଙ୍କ୍ ସୁଧହାର ବୃଦ୍ଧି କରେ । ବାଣିଜ୍ୟିକ ବ୍ୟାଙ୍କ୍ ଯେଉଁ ହାରରେ ତା’ର ଗ୍ରାହକମାନଙ୍କୁ ଋଣ ଦିଏ ତାହା ସୁଧ ହାର ! ତେଣୁ, ବ୍ୟାଙ୍କ୍ ହାର ବୃଦ୍ଧି ସହିତ ସୁଧ ହାର ବୃଦ୍ଧି ପାଇବାଦ୍ୱାରା ବାଣିଜ୍ୟିକ ବ୍ୟାଙ୍କ୍ ନିକଟରେ ଋଣର ଚାହିଦା ହ୍ରାସ ପାଏ । ଫଳରେ ଋଣ ନିୟନ୍ତ୍ରଣ ହୋଇଥାଏ ।

14. ବ୍ୟାଙ୍କ୍ ମୁଦ୍ରା କ’ଣ ?
Answer:
ଜମା ଗ୍ରହଣ ଓ ଋଣ ପ୍ରଦାନ ବ୍ୟତୀତ ବାଣିଜ୍ୟିକ ବ୍ୟାଟ୍ସମାନେ ମଧ୍ୟ ମୁଦ୍ରା ସୃଷ୍ଟି କରନ୍ତି । ଋଣକର୍ତ୍ତାଙ୍କୁ ନଗଦ ମୁଦ୍ରା ଆକାରରେ ଋଣ ନଦେଇ, ଋଣ ପରିମାଣ ଅନୁଯାୟୀ ଏକ ଜମା ବ୍ୟାଙ୍କ୍ ସୃଷ୍ଟି କରେ ଏବଂ ଋଣଗ୍ରହୀତାଙ୍କୁ ଚେକ୍ ସାହାଯ୍ୟରେ ଟଙ୍କା ଉଠାଣ କରିବାକୁ ସୁଯୋଗ ଦେଇଥାଏ । ଗ୍ରହୀତା ବିଭିନ୍ନ ବ୍ୟକ୍ତିଙ୍କ ପ୍ରାପ୍ୟ ଚେକ୍ ମାଧ୍ୟମରେ ପ୍ରଦାନ କରନ୍ତି । ଏହି ଚେକ୍ ପୁଣି ବ୍ୟାଙ୍କରେ ଜମା ହୁଏ । ଏହି ପ୍ରକ୍ରିୟାରେ ବ୍ୟାଙ୍କ୍ ବାରମ୍ବାର ଋଣ ବା ମୁଦ୍ରା ସୃଷ୍ଟି କରିଚାଲେ । ବ୍ୟାଙ୍କ୍ ସୃଷ୍ଟି କରୁଥିବା ଏହି ମୁଦ୍ରା ନଗଦ ମୁଦ୍ରା ନୁହେଁ । ଏହା କାଗଜ କଲମରେ ସୃଷ୍ଟ । ଏହାକୁ ବ୍ୟାଙ୍କ୍ ମୁଦ୍ରା କୁହାଯାଏ ।

CHSE Odisha Class 12 Economics Chapter 15 Short Answer Questions in Odia Medium

15. କେନ୍ଦ୍ରୀୟ ବ୍ୟାଙ୍କ୍ କାହାକୁ କୁହାଯାଏ ?
Answer:
ପ୍ରତ୍ୟେକ ରାଷ୍ଟ୍ରର ବ୍ୟାଙ୍କ୍ ବ୍ୟବସ୍ଥାର ଶୀର୍ଷବ୍ୟାକ୍ ହେଉଛି କେନ୍ଦ୍ରୀୟ ବ୍ୟାଙ୍କ୍ । ଭାରତର କେନ୍ଦ୍ରୀୟ ବ୍ୟାଙ୍କର ନାମ ଭାରତୀୟ ରିଜର୍ଭ ବ୍ୟାଙ୍କ୍ । କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରରେ ନୋଟ୍ ପ୍ରଚଳନର ଏକାଧିକାର ପାଇଥାଏ । ଏହା ମଧ୍ୟ ସରକାରଙ୍କ ବ୍ୟାଙ୍କ୍ । ଏହା ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାର ଅଭିଭାବକ । ଉନ୍ନୟନ ସହିତ ଅର୍ଥନୈତିକ ସ୍ଥିରତା କେନ୍ଦ୍ରୀୟ ବ୍ୟାଙ୍କର ଉଦ୍ଦେଶ୍ୟ । ସୁତରାଂ, କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରର ଏକମାତ୍ର ମୁଦ୍ରା କର୍ତ୍ତୃପକ୍ଷ । ଏହା ରାଷ୍ଟ୍ରର ହିତ ପାଇଁ, ଅନେକ ମୌଦ୍ରିକ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ । ଏହା ରାଷ୍ଟ୍ରର ମୁଦ୍ରାନୀତି ପ୍ରଣୟନକାରୀ ସଂସ୍ଥା ।

16. ଅନ୍ତିମ ଋଣଦାତା କହିଲେ କ’ଣ ବୁଝ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ଅନ୍ତିମ ଋଣଦାତା ହିସାବରେ ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଏ । କୌଣସି ଆର୍ଥିକ ସଂକଟ ସମୟରେ ଯଦି ବାଣିଜ୍ୟିକ ବ୍ୟାଙ୍କ୍ ଅନ୍ୟ କୌଣସି ସୂତ୍ରରୁ ଅର୍ଥ ଯୋଗାଡ଼ କରିବାପାଇଁ ଅସମର୍ଥ ହୁଏ, ତେବେ ଏହା ପରିଶେଷରେ କେନ୍ଦ୍ରୀୟ ବ୍ୟାଙ୍କର ଦ୍ବାରସ୍ଥ ହୋଇଥାଏ ଏବଂ କେନ୍ଦ୍ରୀୟ ବ୍ୟାଙ୍କୁ ସାଧାରଣତଃ ଆର୍ଥିକ ସହାୟତା ପ୍ରଦାନ କରେ । ବିନିମୟ ପତ୍ରର ପୁନଃ -ଅବମୂଲ୍ୟାୟନ କିମ୍ବା ପ୍ରତିଭୂତି ବନ୍ଧକ ରଖ୍ କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ଦେଇଥାଏ । କେବଳ ସଙ୍କଟ ସମୟରେ କେନ୍ଦ୍ରୀୟ ବ୍ୟାଙ୍କ୍ ଆର୍ଥିକ ସହାୟତା ଯୋଗାଇଥାଏ । ଏହି ଋଣ ସ୍ଵଳ୍ପକାଳୀନ । ଏଥିପାଇଁ ବାଣିଜ୍ୟିକ ବ୍ୟାକ୍‌କୁ ନିର୍ଦ୍ଦିଷ୍ଟ ହାରରେ ସୁଧ ଦେବାକୁ ହୋଇଥାଏ ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. କେନ୍ଦ୍ରୀୟ ବ୍ୟାଙ୍କ୍ ଓ ବାଣିଜ୍ୟିକ ବ୍ୟାଙ୍କ୍ :
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ଓ ବାଣିଜ୍ୟିକ ବ୍ୟାଙ୍କ୍ ଉଭୟ ବ୍ୟାଙ୍କ୍ ବ୍ୟବସାୟ କରୁଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟ ପରିସର ଓ ଭୂମିକାରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୁଏ ।
ସେଗୁଡ଼ିକ ହେଲା –
(i) କେନ୍ଦ୍ରୀୟ ବ୍ୟାଙ୍କ୍, ବ୍ୟାଙ୍କ ବ୍ୟବସ୍ଥାର ଏକ ଶୀର୍ଷସ୍ଥାନୀୟ ଅନୁଷ୍ଠାନ । ପ୍ରତ୍ୟେକ ଦେଶରେ ଗୋଟିଏ କେନ୍ଦ୍ରୀୟ ବ୍ୟାଙ୍କ୍ ଥାଏ; ମାତ୍ର ପ୍ରତ୍ୟେକ ଦେଶରେ ଏକାଧ୍ଯକ ବାଣିଜ୍ୟିକ ବ୍ୟାଙ୍କ୍ ରହିଥାଏ ।
(ii) କେନ୍ଦ୍ରୀୟ ବ୍ୟାଙ୍କ୍ ସରକାରଙ୍କ ବ୍ୟାଙ୍କ୍ ଭାବରେ କାର୍ଯ୍ୟ କରେ; ମାତ୍ର ବାଣିଜ୍ୟିକ ବ୍ୟାଙ୍କ୍ ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟ କରିଥାଏ ।
(iii) କେନ୍ଦ୍ରୀୟ ବ୍ୟାଙ୍କର ଲାଭର ପ୍ରତ୍ୟାଶା ନଥାଏ; ମାତ୍ର ବାଣିଜ୍ୟିକ ବ୍ୟାଙ୍କର ଲାଭର ପ୍ରତ୍ୟାଶା ରହିଥାଏ ।
(iv) କେନ୍ଦ୍ରୀୟ ବ୍ୟାଙ୍କ୍ ଦେଶରେ ବିଧୂଗ୍ରାହ୍ୟ ମୁଦ୍ରା ପ୍ରଚଳନ କରେ, ବାଣିଜ୍ୟିକ ବ୍ୟାଙ୍କ୍ ଋଣମୁଦ୍ରା ସୃଷ୍ଟି କରେ । କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରେ ।

2. ଚାହିଦା ଜମା ଓ ମିଆଦି ଜମା :
Answer:
ଚାହିଁବା ମାତ୍ରେ ଚଳନ୍ତି ଜମାର ଉଠାଣ ସମ୍ଭବ ହେଉଥିବାରୁ ଏହାକୁ ଚାହିଦା ଜମା କୁହାଯାଏ । ଏହି ଜମା ଚାହିଁବା ମାତ୍ରେ ଫେରସ୍ତ ଯୋଗ୍ୟ ହୋଇଥିବାରୁ ବାଣିଜ୍ୟିକ ବ୍ୟାଙ୍କ୍ ସର୍ବଦା ନିଜ ପାଖରେ ନଗଦ ମୁଦ୍ରା ଆକାରରେ ରଖୁଥାଏ ଏବଂ ଏହାକୁ ଲାଭ ଉଦ୍ଦେଶ୍ୟରେ ବିନିଯୋଗ କରିପାରେ ନାହିଁ । ତେଣୁ ବ୍ୟାଙ୍କ୍ ଚାହିଦା ଜମା ପାଇଁ କୌଣସି ସୁଧ ପ୍ରଦାନ କରିନଥାଏ । ମିଆଦି ଜମା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କରାଯାଇଥାଏ । ନିର୍ଦ୍ଧାରିତ ସମୟସୀମା ଅତିକ୍ରାନ୍ତ ନହେବା ପର୍ଯ୍ୟନ୍ତ ଏହି ଜମା ପ୍ରତ୍ୟାହୃତ ହୋଇପାରେ ନାହିଁ । ତେଣୁ ଏହାକୁ ସ୍ଥାୟୀ ଜମା ମଧ୍ୟ କୁହାଯାଏ । ବ୍ୟାଙ୍କ୍ ଏହି ଜମାରାଶିକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଲାଭ ଉଦ୍ଦେଶ୍ୟରେ ନିବେଶ କରିବାର ସୁଯୋଗ ପାଇଥାଏ । ତେଣୁ ବ୍ୟାଙ୍କ୍ ଜମାକାରୀଙ୍କୁ ଏହି ଜମା ଉପରେ ସର୍ବାଧ‌ିକ ସୁଧ ପ୍ରଦାନ କରେ । ଏହି ସୁଧର ହାର ଜମାର ମିଆଦ ଓ ଜମା ପରିମାଣ ଉପରେ ନିର୍ଭର କରେ ।

3. ସଞ୍ଚୟ ଜମା ଓ ଚଳନ୍ତି ଜମା :
Answer:
କ୍ଷୁଦ୍ର ଜମାକାରୀଙ୍କୁ ବ୍ୟାଙ୍କରେ ଜମା କରିବା ପାଇଁ ଆକୃଷ୍ଟ କରିବା ସଞ୍ଚୟ ଜମାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଜମାର ଉଠାଣରେ ବାଣିଜ୍ୟିକ ବ୍ୟାଙ୍କର କଟକଣା ରହିଥାଏ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜଣେ ଜମାକାରୀ ସର୍ବାଧ୍ଵ କେତେଥର ଏବଂ କେତେ ଟଙ୍କା ଉଠାଣ କରିପାରିବ, ତାହା ବ୍ୟାଙ୍କ୍ ସ୍ଥିର କରିଥାଏ । ଫଳରେ ବାଣିଜ୍ୟିକ ବ୍ୟାଙ୍କ୍ ସଞ୍ଚୟ ଜମାକୁ ବିନିଯୋଗ କରି ଉପାର୍ଜନ କରେ ଏବଂ ଉପାର୍ଜିତ ଅର୍ଥରୁ କିଛି ଜମାକାରୀଙ୍କୁ ସୁଧ ଆକାରରେ ପ୍ରଦାନ କରିଥାଏ ।

ପୂର୍ବରୁ କୌଣସି ନୋଟିସ୍ ନଦେଇ ଜମାକାରୀ ଯେ କୌଣସି ବ୍ୟାଙ୍କ୍ କାର୍ଯ୍ୟ ଦିବସରେ ଯେଉଁ ଜମା ଉଠାଣ କରିପାରନ୍ତି, ତାହାକୁ ଚଳନ୍ତ ଜମା କୁହାଯାଏ । ଏହି ଜମା ଚାହିଁବା ମାତ୍ରେ ଫେରସ୍ତଯୋଗ୍ୟ ହୋଇଥିବାରୁ ବାଣିଜ୍ୟିକ ବ୍ୟାଙ୍କ୍ ସର୍ବଦା ନିଜ ପାଖରେ ନଗଦ ମୁଦ୍ରା ଆକାରରେ ରଖୁଥାଏ ଏବଂ ଏହାକୁ ଲାଭ ଉଦ୍ଦେଶ୍ୟରେ ବିନିଯୋଗ କରିପାରେ ନାହିଁ । ତେଣୁ ବ୍ୟାଙ୍କ୍ ଚଳନ୍ତି ଜମା ପାଇଁ ଅଳ୍ପ ସୁଧ ବା କୌଣସି ସୁଧ ପ୍ରଦାନ କରି ନଥାଏ ।

4. ନଗଦୀ ଋଣ ଏବଂ ଅତିରିକ୍ତ ଉଠାଣ :
Answer:
ବାଣିଜ୍ୟ – ବ୍ୟବସାୟ କ୍ଷେତ୍ରରେ ନଗଦୀ ଋଣ ବେଶ୍ ଆଦୃତ । ନଗଦୀ ଋଣ ପଦ୍ଧତି ଅନୁସାରେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କ ନାମରେ ଏକ ଚଳନ୍ତି ହିସାବ ଖୋଲି ମଞ୍ଜୁରୀପ୍ରାପ୍ତ ଅର୍ଥ ଉକ୍ତ ହିସାବରେ ଜମା କରେ । ଋଣଗ୍ରହୀତା ନିଜ ଆବଶ୍ୟକ ମୁତାବକ ଅର୍ଥ ଚେକ୍ ମାଧ୍ୟମରେ ଉଠାଣ କରନ୍ତି । ନଗଦୀ ଋଣ ପ୍ରଦାନ ସମୟରେ ବାଣିଜ୍ୟିକ ବ୍ୟାଙ୍କ୍ ଅନ୍ୟୁନ ଦୁଇଜଣ ଜାମିନ୍ଦାର ସହିତ ଅଂଶଧନ, ବଣ୍ଡ୍ ଇତ୍ୟାଦି ବନ୍ଧକ ରଖୁଥାଏ ।

ବ୍ୟାଙ୍କ୍ ଋଣର ଅନ୍ୟ ଏକ ମାଧ୍ୟମ ହେଉଛି ଅତିରିକ୍ତ ଉଠାଣ । ଅତିରିକ୍ତ ଉଠାଣ ସୁବିଧା ଅନୁସାରେ ଜଣେ ଜମାକାରୀଙ୍କୁ ତାଙ୍କ ଜମାରାଶିଠାରୁ ଅଧିକ ଉଠାଣ ପାଇଁ ବ୍ୟାଙ୍କ ଅନୁମତି ପ୍ରଦାନ କରିଥାଏ । ଜମାକାରୀ ଯେଉଁ ଅତିରିକ୍ତ ଉଠାଣ କରନ୍ତି ତାହା ବ୍ୟାଙ୍କ୍ ଦେଇଥିବା ଋଣ । ଏଥିପାଇଁ ତାଙ୍କୁ ସୁଧ ଦେବାକୁ ପଡ଼ିଥାଏ ।

5. ବ୍ୟୁତ୍ପନ୍ନ ଜମା ଓ ପ୍ରାଥମିକ ଜମା :
Answer:
ବାଣିଜ୍ୟିକ ବ୍ୟାଙ୍କ୍ ମୁଦ୍ରା ସୃଜନ କରିଥାଏ । ଏହା ବାଣିଜ୍ୟିକ ବ୍ୟାଙ୍କର ଅନନ୍ୟ କ୍ଷମତା । ଜମା ଗ୍ରହଣ ଓ ଋଣ ଦାନ ପ୍ରକ୍ରିୟାରେ ମୁଦ୍ରା ସୃଜନ ସମ୍ଭବ ହୋଇଥାଏ । ଋଣ ଦାନ ସମୟରେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କ ନାମରେ ଜମା ହିସାବ ଖୋଲି ମଞ୍ଜୁରିପ୍ରାପ୍ତ ଋଣକୁ ଉକ୍ତ ହିସାବରେ ଜମା କରେ । ଏହି ପ୍ରକ୍ରିୟାରେ ଜଣେ ଋଣ ଗ୍ରହୀତା ଜମା କାରୀରେ ପରିଣତ ହୁଏ । ତେଣୁ ପ୍ରତ୍ୟେକ ଋଣ ଜମା ସୃଷ୍ଟି କରିଥାଏ । ବ୍ୟାଦ୍ୱାରା ସୃଷ୍ଟ ଏପରି ଜମାକୁ ବ୍ୟୁତ୍ପନ୍ନ ଜମା କୁହାଯାଏ ।

ଅନ୍ୟ ପକ୍ଷରେ ପ୍ରତ୍ୟେକ ଜମା ମଧ୍ୟ ଋଣ ସୃଷ୍ଟି କରେ । ନିରାପଦରେ ରଖୁବାପାଇଁ ଓ ସୁଧ ପାଇବାପାଇଁ ଲୋକମାନେ ବ୍ୟାଙ୍କ୍‌ରେ ଯେଉଁ ଅର୍ଥ ଜମା କରନ୍ତି ତାହା ମଧ୍ୟ ବ୍ୟାଙ୍କର ଋଣ । ଏହି ଜମାକୁ ପ୍ରାଥମିକ ଜମା କୁହାଯାଏ । ପ୍ରାଥମିକ ଜମାର ଏକ ବୃହତ୍ ଅଂଶ ଋଣଦେଇ ବାଣିଜ୍ୟିକ ବ୍ୟାଙ୍କ୍ ବ୍ୟୁତ୍ପନ୍ନ ଜମା ସୃଷ୍ଟି କରେ ।

CHSE Odisha Class 12 Economics Chapter 15 Short Answer Questions in Odia Medium

6. ପରିମାଣାତ୍ମକ ଓ ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି :
Answer:
ଅର୍ଥବ୍ୟବସ୍ଥାର ତତ୍ତ୍ଵାବଧାରକ ରୂପେ କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରିଥାଏ । ଋଣ ନିୟନ୍ତ୍ରଣ ପଦ୍ଧତି ପ୍ରଧାନତଃ ଦୁଇଭାଗରେ ବିଭକ୍ତ । ସେଗୁଡ଼ିକ ହେଲା ପରିମାଣାତ୍ମକ ପଦ୍ଧତି ଓ ଗୁଣାତ୍ମକ ପଦ୍ଧତି । ପରିମାଣାତ୍ମକ ପଦ୍ଧତି ମୋଟ ଋଣ ପରିମାଣରେ ପରିବର୍ତ୍ତନ ଆଣିଥାଏ । କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ପରିମାଣର ପରିବର୍ତ୍ତନ ପାଇଁ ତିନୋଟି ଅସ୍ତ୍ର ପ୍ରୟୋଗ କରିଥାଏ ।
ସେଗୁଡ଼ିକ ହେଲା –
(i) ବ୍ୟାଙ୍କ୍ ହାର
(ii) ଖୋଲାବଜାର କାରବାର
(iii) ପରିବର୍ତ୍ତନଶୀଳ ନଗଦୀ ସଂରକ୍ଷଣ ଅନୁପାତ ।

ଅନ୍ୟପକ୍ଷରେ ଗୁଣାତ୍ମକ ପଦ୍ଧତି ମାଧ୍ୟମରେ କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରର ଋଣ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସମର୍ଥ ହୋଇଥାଏ । କେନ୍ଦ୍ରୀୟ ବ୍ୟାଙ୍କ୍ କେତେକ ନିର୍ଦ୍ଦିଷ୍ଟ ସ୍ଵଚ୍ଛ ଆବଶ୍ୟକ କ୍ଷେତ୍ର ଚୟନ କରିଥାଏ । କେବଳ ସେହି କ୍ଷେତ୍ରମାନଙ୍କର ଋଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥାଏ । ତେଣୁ ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତିକୁ ଚୟନାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ମଧ୍ୟ କୁହାଯାଏ । ଏହି ପଦ୍ଧତି କେତେକ ନିର୍ଦ୍ଦିଷ୍ଟ ଆୟୁଧମାନଙ୍କୁ ନେଇ ଗଠିତ ।
ସେଗୁଡ଼ିକ ହେଲା –
(i) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ
(ii) ଋଣ ପଡ଼ି ବ୍ୟବସ୍ଥା
(iii) ନୈତିକ ପ୍ରବର୍ତ୍ତନା
(iv) ପ୍ରଚାର,
(v) ଉପଭୋକ୍ତା ଋଣ ନିୟନ୍ତ୍ରଣ ଇତ୍ୟାଦି ।

7. ବ୍ୟାଙ୍କ୍ ହାର ଓ ଖୋଲାବଜାର କାରବାର :
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କୁ ଯେଉଁ ହାରରେ ଋଣ ଦେଇଥାଏ, ତାହାକୁ ବ୍ୟାଙ୍କ୍ ହାର କୁହାଯାଏ । ଏହା ବାଣିଜ୍ୟିକ ବ୍ୟାଙ୍କର ଋଣ ପାଇଁ ବ୍ୟୟ । ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ୍ ବ୍ୟାକ୍ ହାର ବୃଦ୍ଧି କରେ ବାଣିଜ୍ୟିକ ବ୍ୟାଙ୍କ୍ ମଧ୍ୟ ସୁଧାହାର ବୃଦ୍ଧି କରେ । ତେଣୁ ବ୍ୟାଙ୍କ୍ ହାର ବୃଦ୍ଧି ସହିତ ସୁଧ ହାର ବୃଦ୍ଧି ପାଇବାଦ୍ୱାରା ବାଣିଜ୍ୟିକ ବ୍ୟାଙ୍କ୍ ନିକଟରେ ଋଣର
ଚାହିଦା ହ୍ରାସ ପାଏ । ଫଳରେ ଋଣ ନିୟନ୍ତ୍ରିତ ହୋଇଥାଏ ।

ଋଣ ପରିମାଣରେ ନିୟନ୍ତ୍ରଣ ଆଣିବାପାଇଁ ଖୋଲାବଜାର କାରବାର ଅନ୍ୟ ଏକ ଆୟୁଧ । କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ଖୋଲା ବଜାରରେ ସରକାରୀ ପ୍ରତିଭୂତିର କ୍ରୟ ବିକ୍ରୟ ପ୍ରକ୍ରିୟାକୁ ଖୋଲା ବଜାର କାରବାର କୁହାଯାଏ । ସରକାରୀ ପ୍ରତିଭୂତିର ସୁଧ ହାର ଅଧ‌ିକ ଥିବାରୁ ବାଣିଜ୍ୟିକ ବ୍ୟାଙ୍କ୍ ଓ ଜନସାଧାରଣ ଅଧ୍ଵ ଆୟ ଆଶାରେ ସେଗୁଡ଼ିକ କ୍ରୟ କରିଥା’ନ୍ତି । ଏହାଦ୍ଵାରା ବାଣିଜ୍ୟିକ ବ୍ୟାଙ୍କ୍ ନିକଟରେ ନଗଦ ମୁଦ୍ରାର ପରିମାଣ ହ୍ରାସ ପାଏ ଓ ଋଣ ନିୟନ୍ତ୍ରଣ କରାଯାଇପାରେ ।

8. ଦେୟତା ଓ ପରିସମ୍ପରି :
Answer:
ବ୍ୟାଙ୍କ୍ ଅନ୍ୟମାନଙ୍କୁ ଯେଉଁ ପାଉଣା ଆଇନତଃ ଦେବାକୁ ବାଧ୍ୟ, ତାହା ହେଉଛି ବ୍ୟାଙ୍କର ଦେୟତା । ସନ୍ତୁଳନ ପତ୍ରର ଦେୟତା କହିଲେ ବ୍ୟାଙ୍କ୍ ଜମାକାରୀ, ଅଂଶୀଦାର ଇତ୍ୟାଦିଙ୍କଠାରୁ ଆଣିଥିବା ଋଣକୁ ବୁଝାଏ, ଯାହାକୁ ପରିଶୋଧ କରିବାର ଦାୟିତ୍ୱ ବ୍ୟାଙ୍କ୍ ବହନ କରିଥାଏ । ସନ୍ତୁଳନ ପତ୍ରର ବାମପାର୍ଶ୍ଵରେ ବ୍ୟାଙ୍କର ଦେୟତା ପ୍ରକାଶ କରାଯାଏ । ଦେୟତା ପାର୍ଶ୍ୱ ଆଲୋଚନା କଲେ ବ୍ୟାଙ୍କ୍ କେଉଁ କେଉଁ ସୂତ୍ରରୁ ପାଣ୍ଠି ସଂଗ୍ରହ କରିଥାଏ, ତାହା ଜଣା ଯାଇଥାଏ ।

ସେହିପରି ପରିସମ୍ପତ୍ତି ହେଉଛି ବ୍ୟାଙ୍କର ସମ୍ପଦ ଓ ଆଇନତଃ ପାଇବାକୁ ଥିବା ପ୍ରାପ୍ୟର ଅଧିକାର । ବ୍ୟାଙ୍କର ସମ୍ପଦ ଓ ବ୍ୟାଙ୍କ୍ ଯାହା ଅନ୍ୟମାନଙ୍କଠାରୁ ପାଇବାକୁ ହକ୍‌ର ଥିବା ଅର୍ଥ ପରିସମ୍ପଭିର ଅନ୍ତର୍ଭୁକ୍ତ । ସନ୍ତୁଳନ ପତ୍ରର ଡାହାଣ ପାର୍ଶ୍ଵରେ ବ୍ୟାଙ୍କର ପରିସମ୍ପରି ପ୍ରକାଶ କରାଯାଇଥାଏ । ପରିସମ୍ପତ୍ତି ପାର୍ଶ୍ଵକୁ ବିଶ୍ଳେଷଣ କଲେ ବ୍ୟାଙ୍କ୍ ତା’ର ପାଣ୍ଠିକୁ କେଉଁ ଉପାୟରେ ବିନିଯୋଗ କରୁଛି, ତାହା ଜଣାପଡ଼େ । ତେଣୁ ପରିସମ୍ପତ୍ତି ପାର୍ଶ୍ଵ ବାଣିଜ୍ୟିକ ବ୍ୟାଙ୍କର ପାଣ୍ଠି ବିନିଯୋଗ ନୀତିର ଏକ ବାସ୍ତବ ପ୍ରତିଫଳନ ମାତ୍ର ।

9. ସଞ୍ଚୟ ଜମା ଓ ପୌନଃପୁନିକ ଜମା :
Answer:
କ୍ଷୁଦ୍ର ଜମାକାରୀଙ୍କୁ ବ୍ୟାଙ୍କରେ ଜମା କରିବାପାଇଁ ଆକୃଷ୍ଟ କରିବା ସଞ୍ଚୟର ମୁଖ୍ୟ ଉଦ୍ଦେଶ୍ୟ । ଏହି ଜମାର ଉଠାଣରେ ବାଣିଜ୍ୟିକ ବ୍ୟାଙ୍କର କଟକଣା ରହିଥାଏ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜଣେ ଜମାକାରୀ ସର୍ବାଧ୍ଵକ କେତେଥର ଏବଂ କେତେ ଟଙ୍କା ଉଠାଣ କରିପାରିବେ, ତାହା ବ୍ୟାଙ୍କ୍ ସ୍ଥିର କରିଥାଏ ।

ପୌନଃପୁନିକ ଜମା କ୍ଷେତ୍ରରେ ଜମାକାରୀମାନଙ୍କୁ ନିୟମିତ ମାସିକିଆ କିସ୍ତି ଆକାରରେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜମା କରିବାକୁ ହୋଇଥାଏ । ଧାର୍ଯ୍ୟ ସମୟ ମଧ୍ୟରେ ଜମା ଅର୍ଥ ପଇଠ କରିବାରେ ବିଫଳ ହେଲେ ସୁଧଦେଇ ଜମାକୁ ନିୟମିତ କରିବାକୁ ପଡ଼େ । ସର୍ବାଧିକ ଅବଧୂ ପାଞ୍ଚବର୍ଷ ହୋଇଥିବାବେଳେ ତା’ପୂର୍ବରୁ ଟଙ୍କା ଉଠାଇନେଲେ ସୁଧ ହରାଇବାକୁ ପଡ଼େ । ଏହି ଜମା, ସଞ୍ଚୟ ଜମାଠାରୁ ଅଧ୍ଵ ସୁଧ ବହନ କରିଥାଏ ।

Leave a Comment