BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Odisha State Board BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Textbook Exercise Questions and Answers.

BSE Odisha Class 8 History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଲେଖ ।

(କ) ନାଦିର ଶାହ କେବେ ଓ କେଉଁ ପରିସ୍ଥିତିରେ ଭାରତ ଆକ୍ରମଣ କରିଥିଲେ ? ସେ ଭାରତ ଆକ୍ରମଣ କରି କେଉଁ ପରିସ୍ଥିତି ସୃଷ୍ଟି କରିଥିଲେ ? ସେ ଭାରତରୁ ନିଜ ଦେଶକୁ କ’ଣ ନେଇଯାଇଥିଲେ ?
Answer:
ଆକ୍ରମଣ ସମୟ :
ପାରସ୍ୟର ରାଜା ନାଦିର ଶାହ ମୋଗଲ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ ।

ସ୍ଥାନ :
ପାନିପଥ ନିକଟବର୍ତ୍ତୀ କର୍ଣ୍ଣାଲଠାରେ ସେ ମୋଗଲ ସେନାଙ୍କୁ ପରାସ୍ତ କରି ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କୁ ସଙ୍ଗରେ ନେଇ ଦିଲ୍ଲୀରେ ପ୍ରବେଶ କଲେ ।

ଅଧିକାର ଓ ଲୁଣ୍ଠନ :
ସେ ଭାରତ ଆକ୍ରମଣ କରି ବହୁଦିନ ଦିଲ୍ଲୀ ଅଧିକାର କରି ସେଠାରେ ଲୁଣ୍ଠନ ଓ ନରହତ୍ୟା ଚଳାଇଥିଲେ । ଫଳରେ ଦିଲ୍ଲୀ ନଗରୀ ଏକ ଶ୍ମଶାନରେ ପରିଣତ ହୋଇଗଲା ।

ମୟୂର ସିଂହାସନ ଅପହରଣ :
ଅବଶେଷରେ ଦିଲ୍ଲୀକୁ ଲୁଣ୍ଠନ କରି ସେ ଶାହାଜାହାନ୍‌ଙ୍କ ନିର୍ମିତ ମୟୂର ସିଂହାସନ, କୋହିନୂର ମଣି, ହସ୍ତୀ ଓ ଅଶ୍ଵଗୁଡ଼ିକୁ ସଙ୍ଗରେ ଧରି ପାରସ୍ୟ ଫେରିଯାଇଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଖ) ପର୍ତ୍ତୁଗୀଜ୍‌ମାନଙ୍କ ଭାରତ ଆଗମନ ଓ ବାଣିଜ୍ୟକୋଠି ସ୍ଥାପନ ଉପରେ ଧାରଣା ଦିଅ ।
Answer:
ପର୍ତ୍ତୁଗୀଜମାନଙ୍କ ଆଗମନ :
୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ଉତ୍ତମାଶା ଅନ୍ତରୀପ ପାର ହୋଇ ଭାରତର ପଶ୍ଚିମ ଉପକୂଳସ୍ଥ କାଲିକଟ୍ (କୋଝିକୋଡ଼)ଠାରେ ପହଞ୍ଚିଥିଲେ । ସେତେବେଳେ ଜାମୋରିନ୍ ଉପାଧ୍ଧାରୀ ଜଣେ ହିନ୍ଦୁ ରାଜା ଏହି ଅଞ୍ଚଳରେ ଶାସନ କରୁଥିଲେ । ଭାସ୍କୋଡ଼ାଗାମା ଭାରତରେ ବାଣିଜ୍ୟ କରିବାପାଇଁ ତାଙ୍କୁ ଅନୁମତି ମାଗିଥିଲେ ।

ବାଣିଜ୍ୟକୋଠି ନିର୍ମାଣ :
ତାଙ୍କ ଅନୁମତି ଲାଭକରି ପର୍ତ୍ତୁଗୀଜମାନେ ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ (ମୁମ୍ବାଇ) ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ । ପରେ ସେମାନେ ଭାରତରେ ପର୍ତ୍ତୁଗୀଜ୍ ଉପନିବେଶମାନ ସ୍ଥାପନ କରିଥିଲେ ।

(ଗ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ କିପରି ସ୍ଥିତି ଦୃଢ଼ କରିପାରିଥିଲା ?
Answer:
ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ :
ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ ମନ୍ତ୍ରୀ କୋଲବର୍ଟଙ୍କ ପୃଷ୍ଠପେ! କତାରେ ୧୬୬୪ ଖ୍ରୀ.ଅ.ରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ଏବଂ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଅନୁମତି ଲାଭ କରି ଭାରତରେ ବାଣିଜ୍ୟ କାରବାର କରିଥିଲା ।

ବାଣିଜ୍ୟକୋଠି ନିର୍ମାଣ :
ଏହି କମ୍ପାନୀ ଭାରତର ସୁରତ, ମସଲିପଟ୍ଟମ୍, ପଣ୍ଡିଚେରୀ (ପୁଦୁଚେରୀ) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲା ।

ସଂଘର୍ଷର ସୂତ୍ରପାତ :
ଭାରତରେ ବାଣିଜ୍ୟ କରିବା ଓ ରାଜ୍ୟବିସ୍ତାର କରିବାପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ସଂଘର୍ଷ କର୍ଣାଟକ, ମାନ୍ଦ୍ରାଜ୍, ପଣ୍ଡିଚେରୀରେ ଲାଗି ରହିଥିଲା ।

ଶାନ୍ତି ଚୁକ୍ତି :
ଇଉରୋପରେ ସଂଗଠିତ ଅଷ୍ଟ୍ରିଆ ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧରେ ଦୁଇ ବିପରୀତ ପକ୍ଷ ଥିବା ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଭାରତରେ ଯୁଦ୍ଧ ଲାଗିଗଲା । ଇଂରେଜମାନେ ଫରାସୀମାନଙ୍କ ଦୁର୍ଗ ପଣ୍ଡିଚେରୀ ଆକ୍ରମଣ କରିବାରୁ ଡ୍ୟୁପ୍ଲେଙ୍କ ନେତୃତ୍ୱରେ ଫରାସୀମାନେ ମାନ୍ଦ୍ରାଜ ଅଧିକାର କଲେ । ଉଭୟ ପକ୍ଷ ମଧ୍ୟରେ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେବାରୁ ଯୁଦ୍ଧ ବନ୍ଦ ହେଲା ଓ ଇଂରେଜମାନେ ମାନ୍ଦ୍ରାଜ ଫେରିପାଇଲେ ।

ସୁଦୃଢ଼ ସ୍ଥିତି :
ସେହିଭଳି ହାଇଦ୍ରାବାଦ ଓ କର୍ଣ୍ଣାଟକର ନବାବ ପଦପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ପୁନର୍ବାର ସଂଘର୍ଷ ସଂଗଠିତ ହୋଇଥିଲା । ଡ୍ୟୁପ୍ଲେଙ୍କ ବିଚକ୍ଷଣ ବୁଦ୍ଧି ବଳରେ ଏହି ଯୁଦ୍ଧରେ ଫରାସୀମାନେ ବିଜୟ ଲାଭକରି ଭାରତରେ ନିଜର ସ୍ଥିତି ସୁଦୃଢ଼ କରିଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଘ) ଦ୍ଵିତୀୟ କର୍ଣାଟ ସମର ଉପରେ ବିବରଣୀ ପ୍ରଦାନ କର ।
Answer:
ସମୟସୀମା :
ହାଇଦ୍ରାବାଦ ଓ କର୍ଣ୍ଣାଟକ ନବାବ ପଦପାଇଁ ଇଂରେଜ ଏବଂ ଫରାସୀମାନଙ୍କ ମଧ୍ୟରେ ଦ୍ବିତୀୟ କର୍ଣ୍ଣାଟ ସମର ୧୭୫୦ରୁ ୧୭୫୪ ଖ୍ରୀ.ଅ. ମଧ୍ଯରେ ସଂଘଟିତ ହୋଇଥିଲା ।

ସମର୍ଥନ :
କର୍ଣ୍ଣାଟକର ନବାବ ପଦପାଇଁ ଇଂରେଜମାନେ ଅନରଙ୍କୁ ସମର୍ଥନ କରୁଥିଲାବେଳେ ଫରାସୀମାନେ ଚନ୍ଦାସାହେବଙ୍କୁ ସମର୍ଥନ କରୁଥିଲେ । ଫଳସ୍ବରୂପ ଉଭୟଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ହେଲା ସେଥ‌ିରେ ଅନୱାରଉଦ୍ଦିନ ପରାସ୍ତ ଓ ନିହତ ହେଲେ ଏବଂ ଫରାସୀ ସମର୍ଥ ଚନ୍ଦାସାହେବ ବିଜୟୀ ହୋଇ କର୍ଣ୍ଣାଟକର ନବାବ ହେଲେ ।

କନ୍ଦଳ :
ସେହିପରି ହାଇଦ୍ରାବାଦର ସିଂହାସନ ପାଇଁ ନିଜାମଙ୍କ ପୁତ୍ର ନାସିରଜଙ୍ଗ ଓ ନାତି ମୁଜାଫରଜଙ୍ଗଙ୍କ ମଧ୍ୟରେ କନ୍ଦଳ ଲାଗିଥିଲା ।

ଶକ୍ତିବୃଦ୍ଧି :
ଇଂରେଜମାନେ ନାସିରଜଙ୍ଗଙ୍କୁ ଏବଂ ଫରାସୀମାନେ ମୁଜାଫରଜଙ୍ଗଙ୍କୁ ସମର୍ଥନ କରି ଯୁଦ୍ଧରେ ଅବତୀର୍ଣ୍ଣ ହେଲେ । ଫରାସୀ ଗଭର୍ଣ୍ଣର ନ୍ୟୁଙ୍କ ଷଡ଼ଯନ୍ତ୍ରରେ ନାସିରଜଙ୍ଗ ପରାସ୍ତ ଓ ନିହତ ହେଲେ ଏବଂ ମୁଜାଫରଜଙ୍ଗ ହାଇଦ୍ରାବାଦର ନିଜାମ ହେଲେ । ଫଳରେ ଦାକ୍ଷିଣାତ୍ୟରେ ଫରାସୀମାନଙ୍କ ଶକ୍ତି ବୃଦ୍ଧି ପାଇଲା ।

ଇଂରେଜମାନଙ୍କ ପ୍ରଭାବ :
ଇଂରେଜମାନଙ୍କ ଏହି ଦୁର୍ଦ୍ଦିନରେ କ୍ଲାଇଡ୍ ନାମକ ଜଣେ ଇଂରେଜ ଯୁବକ ଇଂରେଜ ସେନାବାହିନୀ ସାହାଯ୍ୟରେ କର୍ଣ୍ଣାଟକର ରାଜଧାନୀ ଆର୍କଟ ଅଧ୍ୟାର କରି ଅନୱାରଉଦ୍ଦିନ୍‌ଙ୍କ ପୁତ୍ର ମହମ୍ମଦ ଅଲ୍ଲୀଙ୍କୁ କର୍ଣ୍ଣାଟକର ନବାବ କରାଇଲେ । ଫଳରେ ଇଂରେଜମାନଙ୍କ ପ୍ରଭାବ ପୁନଃ ପ୍ରତିଷ୍ଠିତ ହେଲା ।

(ଙ) ମୀରକାଶିମ୍ କିପରି ବଙ୍ଗର ନବାବ ହେଲେ ଓ କେଉଁ କାରଣ ଯୋଗୁଁ ଇଂରେଜମାନେ ତାଙ୍କୁ ନବାବ ପଦରୁ ଅପସାରଣ କରିବାକୁ ଚାହିଁଥିଲେ ?
Answer:
ଅର୍ଥଲୋଭ :
ଇଂରେଜ କର୍ମଚାରୀମାନେ ଅଧିକ ବିଶୃଙ୍ଖଳିତ ହୋଇ ଅଧୂକ ଅର୍ଥ ଲୋଭରେ ମୀଜାଫରଙ୍କୁ ସିଂହାସନରୁ ବିତାଡ଼ିତ କରି ତାଙ୍କ ଜାମାତା ମୀରକାଶିମ୍‌ଙ୍କୁ ସିଂହାସନରେ ବସାଇଥିଲେ । ଫଳରେ ମୀୠକାଶିମ୍ ବଙ୍ଗର ନବାବ ହୋଇଥିଲେ ।

ରାଜଧାନୀ ଉଠାଇବା :
ମୀର୍‌କାଶିମ୍ ନବାବ ହେବାପରେ ଇଂରେଜମାନଙ୍କଠାରୁ ଦୂରରେ ରହି ସ୍ଵାଧୀନଭାବେ ଶାସନ କରିବାପାଇଁ ନିଜ ରାଜଧାନୀ ମୁର୍ଶିଦାବାଦଠାରୁ ମୁଙ୍ଗେରକୁ ଉଠାଇ ନେଇଥିଲେ ।

କର୍ମଚାରୀ ଅପସାରଣ :
ସେ ଶାସନ କ୍ଷେତ୍ରରେ କେତେକ କର୍ମଚାରୀମାନଙ୍କୁ ଅପସାରଣ କରିଥିଲେ ।

କର ଛାଡ଼ :
ପୂର୍ବରୁ କମ୍ପାନୀର ବଣିକମାନଙ୍କ ଉପରୁ ବାଣିଜ୍ୟ କର ଛାଡ଼ କରାଯାଇଥିବାରୁ ମୀରକାଶିମ୍ ଭାରତୀୟ ବଣିକମାନଙ୍କ ଉପରୁ ବାଣିଜ୍ୟ କର ଛାଡ଼ କରିଦେଇଥିଲେ ।

ବାଣିଜ୍ୟରେ ବାଧା :
ଫଳରେ ଇଂରେଜମାନଙ୍କ ବାଣିଜ୍ୟ କାରବାରରେ ବାଧା ସୃଷ୍ଟି ହେଲା । ତେଣୁ ଇଂରେଜମାନେ ମୀୠକାଶିମ୍‌ଙ୍କୁ ନବାବ ପଦରୁ ଅପସାରଣ କରିବାକୁ ଚାହିଁଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଚ) ସାମନ୍ତ ସନ୍ଧି କିଏ କେଉଁ ଉଦ୍ଦେଶ୍ୟରେ ପ୍ରଣୟନ କରିଥିଲେ ? ଏହାର ସର୍ଭଗୁଡ଼ିକ କ’ଣ ଥିଲା ଓ କେଉଁମାନେ ଏହି ସନ୍ଧି ଗ୍ରହଣ କରିଥିଲେ ?
Answer:
ସାମନ୍ତ ସନ୍ଧି ପ୍ରଣୟନ :
ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଇଂରେଜମାନଙ୍କ ପ୍ରଭାବ ବିସ୍ତାର କରିବାପାଇଁ ଗଭର୍ଣ୍ଣର ଲର୍ଡ ୱେଲେସ୍‌ଲି ସାମନ୍ତ ସନ୍ଧି ପ୍ରଥା ପ୍ରଣୟନ କରିଥିଲେ ।

ସାମନ୍ତ ସନ୍ଧିର ସର୍ଭ :

  • ଯେଉଁ ଦେଶୀୟ ରାଜ୍ୟଗୁଡ଼ିକର ରାଜା ଏହି ସନ୍ଧି ଗ୍ରହଣ କରିବେ ସେମାନେ ଇଂରେଜମାନଙ୍କ ମିତ୍ର ହୋଇ ଅଧୀନତା ସ୍ବୀକାର କରିବେ ।
  • ଇଂରେଜମାନଙ୍କ ବିନା ଅନୁମତିରେ ସେମାନେ କୌଣସି ଦେଶୀୟ ଓ ବିଦେଶୀ ଶକ୍ତି ସହ ସମ୍ପର୍କ ରଖୂପାରିବେ ନାହିଁ ।
  • ସେମାନେ ନିଜ ରାଜ୍ୟରେ ଦଳେ ଇଂରେଜ ସୈନ୍ୟ ନିଜ ଖର୍ଚ୍ଚରେ ରଖିବେ ।
  • ସୈନ୍ୟମାନଙ୍କ ଖର୍ଚ୍ଚ ଦେବାକୁ ଅସମର୍ଥ ହେଲେ ସେମାନେ ନିଜ ରାଜ୍ୟର ଏକ ଅଂଶ ଇଂରେଜମାନଙ୍କୁ ଦେବେ ।

ସନ୍ଧି ଗ୍ରହଣକାରୀ ଶାସକ :
ହାଇଦ୍ରାବାଦର ନିଜାମ୍, ଅଯୋଧ୍ୟାର ନବାବ, ଭୋସଲା, ସିନ୍ଧିଆଙ୍କ ସହ ତାଞ୍ଜୋର, ସୁରାଟ, ଯୋଧପୁର, ଜୟପୁର ଓ ଉଦୟପୁର ଆଦି ଅଞ୍ଚଳର ଶାସକମାନେ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ।

(ଛ) ରାଜ୍ୟସ୍ଵତ୍ଵ ଲୋପନୀତି କିଏ ପ୍ରଣୟନ କରିଥିଲେ ? ଏହି ନୀତିରେ କି ବ୍ୟବସ୍ଥା ଥିଲା ଏବଂ କେଉଁ ରାଜ୍ୟଗୁଡ଼ିକ ଏଥରେ କ୍ଷତିଗ୍ରସ୍ତ ହୋଇଥିଲେ ?
Answer:
ନୀତି ପ୍ରଣୟନ :
ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲ୍‌ହାଉସୀ ରାଜ୍ୟସ୍ୱତ୍ବ ଲୋପନୀତି ପ୍ରଣୟନ କରିଥିଲେ ।

ରାଜ୍ୟସ୍ଵତ୍ଵ ଲୋପନୀତିର ବ୍ୟବସ୍ଥା :

  • ଅପୁତ୍ରିକ ରାଜାମାନେ ପୋଷ୍ୟପୁତ୍ର ଗ୍ରହଣ କରିପାରିବେ ନାହିଁ ।
  • ସେମାନଙ୍କର ମୃତ୍ୟୁପରେ ସେମାନଙ୍କ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହେବ ।

କ୍ଷତିଗ୍ରସ୍ତ ରାଜ୍ୟ :
ଏହି ନୀତିଦ୍ଵାରା ସତାରା, ଝାନ୍ସୀ, ନାଗପୁର, ସମ୍ବଲପୁର, ଜୈତ୍ରପୁର ଆଦି ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ । ସେହି ରାଜ୍ୟଗୁଡ଼ିକ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଜ) ‘ପିଙ୍କ ଭାରତ ଶାସନ ଆଇନ’’ ସମ୍ପର୍କରେ ଧାରଣା ଦିଅ ।
Answer:
ରେଗୁଲେଟିଂ ଆକ୍ଟର ତ୍ରୁଟି ସୁଧାର :
ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନର ତ୍ରୁଟିକୁ ସୁଧାରିବାପାଇଁ ବିଲାତ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ପିଟ୍ ସାହେବ ଏକ ଆଇନ କଲେ । ତାହା ପିଟ୍‌ଙ୍କ ଭାରତ ଶାସନ ଆଇନ ନାମରେ ନାମିତ ।

ବୋର୍ଡ଼ ଅଫ୍ କଣ୍ଟ୍ରାଲ ଗଠନ :
ଏହି ଆଇନ ଅନୁଯାୟୀ ବିଲାତରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ବା ନିୟନ୍ତ୍ରଣ ପରିଷଦ ଗଠନ କରାଗଲା । ବିଲାତର ମନ୍ତ୍ରୀପରିଷଦରୁ ଜଣକୁ ତାହାର ସଭାପତି ରୂପେ ନିଯୁକ୍ତ କରାଗଲା ।

କ୍ଷମତା ପ୍ରଦାନ :
ଏହି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ହାତରେ ଭାରତ ଶାସନର ସର୍ବୋଚ୍ଚ କ୍ଷମତା ରହିଲା । ଗଭର୍ଣ୍ଣର ଜେନେରାଲଙ୍କ କ୍ଷମତା ବଢ଼ାଇ ଦିଆଗଲା । ଶାସନକାର୍ଯ୍ୟରେ ତାଙ୍କୁ ପରାମର୍ଶ ଦେବାକୁ ଏକ ସଭା ରହିଲା । ଏହି ସଭାରେ ତିନିଜଣ ସଭ୍ୟ ରହିଲେ ।

ପୂର୍ଣ୍ଣ ନିୟନ୍ତ୍ରଣ ବ୍ୟବସ୍ଥା :
ବମ୍ବେ, ମାନ୍ଦ୍ରାଜର ଗଭର୍ଣରଙ୍କ ଉପରେ ଗଭର୍ଣ୍ଣର ଜେନେରାଲ୍‌ଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିଲା । ସୁପ୍ରିମ୍‌କୋର୍ଟର କ୍ଷମତା ପରିସର ସ୍ପଷ୍ଟ କରାଗଲା । ଏହି ଆଇନଦ୍ଵାରା ଇଂରେଜ ସରକାର ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲେ ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗେଟି ଶବ୍ଦରେ ଲେଖ ।

(କ) ଅମୀରମାନେ କେଉଁ କେଉଁ ଦଳରେ ବିଭକ୍ତ ହୋଇଥିଲେ ? ସେମାନେ କେଉଁ ଫାଇଦା ହାସଲ କରୁଥିଲେ ?
Answer:
ଦଳ ଗଠନ :
ଅମୀରମାନେ ଦୁରାନୀ, ଇରାନୀ ଓ ହିନ୍ଦୁସ୍ଥାନୀ ପ୍ରଭୃତି ଦଳରେ ବିଭକ୍ତ ହୋଇଥିଲେ ।

ଫାଇଦା ହାସଲ :
ମୋଗଲ ଦରବାରକୁ ଦୁର୍ବଳ କରି ସେମାନେ ରାଜନୈତିକ ଫାଇଦା ହାସଲ କରୁଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଖ) ଯୋଧପୁରର ରାଜା ଅଜିତ୍ ସିଂହ କେଉଁ କେଉଁ ରାଜ୍ୟର ଶାସନକର୍ତ୍ତା ହେଲେ ? ସେ କେଉଁ ଅଞ୍ଚଳର ଶାସନ ଦାୟିତ୍ବ ଗ୍ରହଣ କରିଥିଲେ ?
Answer:
ଶାସନକର୍ତ୍ତା :
ଯୋଧପୁରର ରାଜା ଅଜିତ୍ ସିଂ ଗୁଜରାଟ ଓ ଆଜମିରର ଶାସନକର୍ତ୍ତା ହୋଇଥିଲେ ।

ଅଞ୍ଚଳ :
ସେ ମଧ୍ୟ ଆଗ୍ରାର ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ।

(ଗ) କେଉଁ ସ୍ଥାନଗୁଡ଼ିକରେ ପର୍ତ୍ତୁଗୀଜମାନଙ୍କ ବାଣିଜ୍ୟକୋଠି ଥିଲା ? କେଉଁଗୁଡ଼ିକ ୧୯୬୧ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରରେ ରହିଥିଲା ?
Answer:
ବାଣିଜ୍ୟକୋଠି :
ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ପର୍ତ୍ତୁଗୀଜମାନଙ୍କର ବାଣିଜ୍ୟକୋଠି ଥିଲା ।

ଅଧ୍ୟାତ ଅଞ୍ଚଳ :
୧୯୬୧ ମସିହା ପର୍ଯ୍ୟନ୍ତ ଗୋଆ, ଡାମନ, ଡିଉ ସେମାନଙ୍କ ଅଧିକାରରେ ଥିଲା ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଘ) ଇଂରେଜ ଓ ଫରାସୀମାନେ କେଉଁ ସ୍ଥାନମାନଙ୍କରେ ବାଣିଜ୍ୟଦୁର୍ଗ ନିର୍ମାଣ କରିଥିଲେ ?
Answer:
ଇଂରେଜମାନଙ୍କ ବାଣିଜ୍ୟକୋଠି ନିର୍ମାଣ :
ଇଂରେଜମାନେ ନିର୍ମାଣ କରିଥିବା ବାଣିଜ୍ୟକୋଠି ମଧ୍ୟରେ ମସଲିପଟ୍ଟମ୍, ମହାନଦୀ ମୁହାଣସ୍ଥିତ ହରିପୁର, ବାଲେଶ୍ଵର, ହୁଗୁଳୀ, ପାଟଣା ଓ କାଶି ମ୍ବବଜାର ଉଲ୍ଲେଖଯୋଗ୍ୟ ଥିଲା । ମାନ୍ଦ୍ରାଜ୍ (ଚେନ୍ନାଇ), ବମ୍ବେ (ମୁମ୍ବାଇ) ଓ କଲିକତା (କୋଲକାତା) ସେମାନଙ୍କର ପ୍ରଧାନ ବାଣିଜ୍ୟକେନ୍ଦ୍ର ଥିଲା ।

ଫରାସୀମାନଙ୍କ ବାଣିଜ୍ୟକୋଠି ନିର୍ମାଣ :
ଫରାସୀମାନେ ପ୍ରଥମେ ସୁରତଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ଓ ପରେ ମସଲିପଟ୍ଟମ୍, ପଣ୍ଡିଚେରୀ (ପୁଦୁଚେରି) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।

(ଙ) ଆଲିବର୍ଦ୍ଦି ଖାଁ କେବେ ପ୍ରାଣତ୍ୟାଗ କରିଥିଲେ ? ତାଙ୍କ ପରେ କିଏ ବଙ୍ଗର ଶାସକ ହୋଇଥିଲେ ?
Answer:
ପ୍ରାଣତ୍ୟାଗ ସମୟ :
ଆଲିବର୍ଦ୍ଦି ଖାଁ ୧୭୫୬ ଖ୍ରୀ.ଅ. ଅପ୍ରେଲ ମାସ ୯ ତାରିଖରେ ପ୍ରାଣତ୍ୟାଗ କରିଥିଲେ ।

ପରବର୍ତୀ ଶାସକ :
ତାଙ୍କ ପରେ ତାଙ୍କର ନାତି ସିରାଜଉଦୌଲା ବଙ୍ଗର ଶାସକ ହୋଇଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଚ) ପଲାସୀ ଯୁଦ୍ଧରେ କିଏ ପରାଜିତ ହୋଇଥିଲେ ଓ ତାଙ୍କୁ କେଉଁ ସ୍ଥାନରେ ବନ୍ଦୀକରି ରଖାଯାଇଥିଲା ?
Answer:
ବ୍ୟକ୍ତି :
ପଲାସୀ ଯୁଦ୍ଧରେ ସିରାଜଉଦୌଲା ପରାଜିତ ହୋଇଥିଲେ ।

ସ୍ଥାନ :
ତାଙ୍କୁ ମୁର୍ଶିଦାବାଦଠାରେ ବନ୍ଦୀକରି ରଖାଯାଇଥିଲା ।

(ଛ) କେଉଁ ଆଇନ ବଳରେ ଇଂଲଣ୍ଡର ପାର୍ଲାମେଣ୍ଟ ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା ? ଏହା କେଉଁ ଆଇନର ଦୋଷତ୍ରୁଟିକୁ ସୁଧାରିବାପାଇଁ କରାଯାଇଥିଲା ?
Answer:
ଆଇନ :
ପିଟ୍‌ଙ୍କ ଭାରତ ଶାସନ ଆଇନ ବଳରେ ଇଂଲଣ୍ଡର ପାର୍ଲାମେଣ୍ଟ ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା ।

ଦୋଷତ୍ରୁଟି :
ଏହା ରେଗୁଲେଟିଂ ଆକ୍‌ଟ ବା ନିୟାମକ ଆଇନର ଦୋଷତ୍ରୁଟିକୁ ସୁଧାରିବାପାଇଁ କରାଯାଇଥିଲା ।

(ଜ) ଟିପୁ ସୁଲତାନ କେଉଁ ଯୁଦ୍ଧରେ ନିହତ ହୋଇଥିଲେ ? ତାଙ୍କ ପରେ ମହୀଶୂର ରାଜ୍ୟର ପରିଣତି କ’ଣ ହୋଇଥିଲା ?
Answer:
ଯୁଦ୍ଧର ନାମ :
ଟିପୁ ସୁଲତାନ ୧୭୯୯ ଖ୍ରୀଷ୍ଟାବ୍ଦରେ ସଂଘଟିତ ଚତୁର୍ଥ ମହୀଶୂର ଯୁଦ୍ଧରେ ନିହତ ହୋଇଥିଲେ ।

ରାଜ୍ୟ ବିଭକ୍ତିକରଣ :
ତାଙ୍କ ପରେ ମହୀଶୂର ରାଜ୍ୟ ତିନି ଭାଗରେ ବିଭକ୍ତ ହୋଇଥିଲା । ରାଜ୍ୟର ପଶ୍ଚିମ- ଦକ୍ଷିଣ ଜିଲ୍ଲାଗୁଡ଼ିକ ଇଂରେଜମାନଙ୍କ ଅଧୀନରେ, ଉତ୍ତର-ପୂର୍ବର କେତେକ ଜିଲ୍ଲା ନିଜାମଙ୍କ ରାଜ୍ୟରେ ମିଶିଲା ଓ ରାଜ୍ୟର ଉତ୍ତର-ପଶ୍ଚିମ ଅଂଶରୁ କିଛି ମରହଟ୍ଟାମାନେ ପାଇଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୩ । ଶୂନ୍ୟସ୍ଥାନ ପୂରଣ କର ।

(କ) ନିଜାମ୍ -ଉଲ୍-ମୁଲକ୍ __________ ର ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିଲେ ।
Answer:
ଦାଷିଣାତ୍ୟ

(ଖ) ମୟୂର ସିଂହାସନ __________ ନିର୍ମାଣ କରିଥିଲେ ।
Answer:
ଶାହାଜାହାନ୍

(ଗ) ଶାହୁଜୀଙ୍କୁ ________ ବନ୍ଦୀ କରି ରଖୁଥିଲେ ।
Answer:
ମୋଗଲମାନେ

(ଘ) ୧୬୧୫ ଖ୍ରୀ.ଅ.ରେ __________ ଇଂଲଣ୍ଡର ରାଜଦୂତ ଭାବେ ଭାରତକୁ ଆସିଥିଲେ ।
Answer:
ସାର୍ ଟମାସ୍‌

(ଙ) ପଣ୍ଡିଚେରୀରେ ସାମରିକ ଶିବିର __________ ମାନେ ପ୍ରତିଷ୍ଠା କରିଥିଲେ ।
Answer:
ଫରାସୀ

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଚ) ଇଂରେଜ ସେନାଧ୍ୟକ୍ଷ __________ ଫରାସୀ ବାଣିଜ୍ୟକୋଠି ଚନ୍ଦନନଗର ଅଧିକାର କରିଥିଲେ ।
Answer:
ଲର୍ଡ କ୍ଲାଇବ୍

(ଛ) ‘ଅନ୍ଧକୂପ ହତ୍ୟା’’ ________ ଙ୍କ ଦ୍ଵାରା ହୋଇଥିଲା ।
Answer:
ସିରାଜଉଦୌଲା

(ଜି) ବକ୍ସାର ଯୁଦ୍ଧ ପରେ ସୁଜାଉଦୌଲା ଇଷ୍ଟଇଣ୍ଡିଆ କମ୍ପାନୀକୁ ________ ଓ __________ ହସ୍ତାନ୍ତର କରିଥିଲେ ।
Answer:
କୋରା, ଆଲ୍ଲାହାବାଦ

(ଝ) ହାଇଦର ଅଲ୍ଲୀ ________ ଖ୍ରୀ.ଅ.ରେ ମହୀଶୂରର ଶାସକ ହେଲେ ।
Answer:
୧୭୬୧

(ଞ) ୱେଲେସ୍‌ଲି __________ ପ୍ରଥା ପ୍ରଚଳନ କରିଥିଲେ ।
Answer:
ସାମନ୍ତସନ୍ଧି

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪ । ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) ଟିପ୍ ସୁଲତାନ୍ କର୍ସେଲ୍‌ ବେରଂଙ୍କୁ ପରାସ୍ତ କରି ଶେରିଙ୍ଗାପରନମ୍ ଅଧିକାର କରିଥିଲେ ।
Answer:
ଟିପୁ ସୁଲତାନ୍ କର୍ଣ୍ଣେଲ ବେରଂଙ୍କୁ ପରାସ୍ତ କରି ଆର୍କଟ ଅଧୂକାର କରିଥିଲେ ।

(ଖ) ନିୟାମକ ଆଇନ ଭାରତ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ।
Answer:
ନିୟାମକ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ।

(ଗ) ନାଦିର ଶାହଙ୍କୁ ମୋଗଲସେନା ଲାହୋରଠାରେ ପ୍ରତିରୋଧ କରିଥିଲେ ।
Answer:
ନାଦିର ଶାହଙ୍କୁ ମୋଗଲସେନା କର୍ତ୍ତାଲଠାରେ ପ୍ରତିରୋଧ କରିଥିଲେ ।

(ଘ) ଫୋର୍ଟ ସେଣ୍ଟଜର୍ଜ କଲିକତାରେ ଅବସ୍ଥିତ ।
Answer:
ଫୋର୍ଟ ସେଣ୍ଟଜର୍ଜ ମାନ୍ଦ୍ରାଜ(ଚେନ୍ନାଇ)ରେ ଅବସ୍ଥିତ ।

(ଙ) ଓ୍ୱାଜିର ପଦବୀ ମୋଗଲ ଶାସନ କାଳରେ ରାଜସ୍ବ ଆଦାୟକାରୀଙ୍କୁ ବୁଝାଉଥିଲା ।
Answer:
ୱାଜିର୍ ପଦବୀ ମୋଗଲ ଶାସନ କାଳରେ ପ୍ରଧାନମନ୍ତ୍ରୀ ପଦକୁ ବୁଝାଉଥିଲା ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୫। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା chapter 1
Answer:

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା chapter 1.1

୬ । ନିମ୍ନ ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ‘କୁଲି ଖାଁ’’ ଉପାଧ୍ କିଏ ପାଇଥିଲେ ?
(i) ନାଦିର ଶାହ
(ii) ନିଜାମ୍‌ -ଉଲ୍ ମୁଲକ
(iii) ସାଦତ୍ ଖାଁ
(iv) ଚେଙ୍ଗିଜ୍ ଖାଁ
Answer:
(ii) ନିଜାମ୍‌ -ଉଲ୍ ମୁଲକ

(ଖ) ଶିଶୁମାନେ କେତୋଟି ସଂଘରେ ସଂଗଠିତ ହୋଇଥିଲେ ?
(i) ୧୧
(ii) ୧୨
(iii) ୧୩
(iv) ୧୪
Answer:
(ii) ୧୨

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଗ) ପ୍ରଥକ କର୍ଣ୍ଣାଟ ସମରର ସମୟସୀମା କେତେ ?
(i) ୧୭୪୦-୧୭୪୮
(ii) ୧୭୫୦-୧୭୬୦
(iii) ୧୭୫୮-୧୭୬୦
(iv) ୧୭୫୭-୧୭୬୦
Answer:
(i) ୧୭୪୦-୧୭୪୮

(ଘ) ‘ମହୀଶୂରର ବାଘ’’ ନାମରେ କିଏ ପରିଚିତ ?
(i) ରବର୍ଟ କ୍ଲାଇବ୍
(ii) ହାଇଦର ଅଲ୍ଲୀ
(iii) ଟିପୁ ସୁଲତାନ୍
(iv) କଣ୍ଠୱାଲିସ୍
Answer:
(iii) ଟିପୁ ସୁଲତାନ୍

୭ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଭାରତକୁ ________ ଆବିଷ୍କାର କରିଥିଲେ ।
(ଭାସ୍କୋଡ଼ାଗାମା, ଆଲବୁକାର୍କ, କଲମ୍ବସ୍, କ୍ୟାପଟେନ୍ କୁକ୍)
Answer:
ଭାସ୍କୋଡ଼ାଗାମା

(ଖ) ପଲାସୀ ଯୁଦ୍ଧରେ _______ ର ବିଶ୍ଵାସଘାତକତା ପାଇଁ ସିରାଜଉଦୌଲା ହାରିଲେ ।
(ମୀରକାଶିମ୍, ମିରଜାଫର, ସୁଜାଉଦୌଲା, ଶାହାଆଲାମ୍)
Answer:
ମିରଜାଫର

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଗ) ଟିପୁ ସୁଲତାନ _______ ମସିହାରେ ଯୁଦ୍ଧରେ ନିହତ ହେଲେ ।
(୧୭୯୦, ୧୭୬୧, ୧୭୯୯, ୧୮୦୦)
Answer:
୧୭୯୯

Leave a Comment