BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର Textbook Exercise Questions and Answers.

BSE Odisha Class 8 Political Science Solutions Chapter 2 ରାଜ୍ୟ ସରକାର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୦୦ ଗୋଟି ଶବ୍ଦରେ ଲେଖ ।

(କ) ରାଜ୍ୟପାଳଙ୍କ ବ୍ୟବସ୍ଥାପିକା କ୍ଷମତା କ’ଣ ?
Answer:
ଅଧୁବେଶନ ସମ୍ବନ୍ଧୀୟ :

  • ରାଜ୍ୟପାଳ ବିଧାନମଣ୍ଡଳର ଏକ ବା ଉଭୟ ଗୃହର ଅଧୂବେଶନ ଆହ୍ୱାନ କରନ୍ତି, ଅଧ୍ଵବେଶନର ପରିସମାପ୍ତି ଘୋଷଣା କରନ୍ତି ଏବଂ ଆବଶ୍ୟକ ସ୍ଥଳେ ସେ କେବଳ ବିଧାନସଭାକୁ ଭଙ୍ଗ କରନ୍ତି ।
  • ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅବେଶନ ଓ ପ୍ରତି ବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖୁତ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି ।

ଆଇନ ପ୍ରଣୟନ :

  • ଚିଠା ବିଧେୟକ’ ବା ‘ବିଲ୍’ ବିଧାନମଣ୍ଡଳର ଉଭୟ ଗୃହରେ ବା ବିଧାନସଭାରେ ଗୃହୀତ ହୋଇ ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ ‘ପୂର୍ଣ୍ଣାଙ୍ଗ ଆଇନ’ରେ ପରିଣତ ହୁଏ ।
  • ଅର୍ଥ-ଚିଠା ଆଇନ ବିଧାନସଭାରେ ଗୃହୀତ ହେବା ପୂର୍ବରୁ ରାଜ୍ୟପାଳଙ୍କ ପ୍ରାକ୍-ଅନୁମତି ପାଇଥିବାରୁ ରାଜ୍ୟପାଳ ଏହାକୁ ସମ୍ମତି ଦେବାକୁ ବାଧ୍ୟ ।

ଅଧ୍ୟାଦେଶ :
ବିଧାନମଣ୍ଡଳ ବା ବିଧାନସଭାର ଅଧ୍ଵବେଶନ ଚାଲୁ ନଥ‌ିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଅଧ୍ୟାଦେଶ (ଅର୍ଜିନାନ୍ସ) ଜାରି କରିଥାଆନ୍ତି ।

(ଖ) ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାବଳୀ ବୁଝାଇ ଲେଖ ।
Answer:
ବିଭାଗ ବଣ୍ଟନ :
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ମନ୍ତ୍ରୀମାନଙ୍କ ନିଯୁକ୍ତି, ପାହ୍ୟା ଓ ବିଭାଗ ବଣ୍ଟନ ହୁଏ । ସେ ମନ୍ତ୍ରୀ ପରିଷଦର ବୈଠକ ଆହ୍ୱାନ କରନ୍ତି, କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ଓ ବୈଠକରେ ଅଧ୍ୟକ୍ଷତା କରନ୍ତି ।

ଯୋଗସୂତ୍ର :
ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଓ ରାଜ୍ୟପାଳଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ରାଜ୍ୟ ଶାସନ ସମ୍ପର୍କରେ ରାଜ୍ୟପାଳଙ୍କୁ ସର୍ବଦା ଅବଗତ କରାଇଥା’ନ୍ତି ।

ନୀତି ନିର୍ଦ୍ଧାରଣ :
ମୁଖ୍ୟମନ୍ତ୍ରୀ ବିଧାନସଭାରେ ସରକାରଙ୍କ ନୀତି ଓ ଯୋଜନାମାନ ଘୋଷଣା କରନ୍ତି । ସେ ବିରୋଧୀ ଦଳର ନେତା ଓ ଅନ୍ୟ ଦଳର ନେତାମାନଙ୍କ ସହିତ ବିଚାର ଆଲୋଚନା କରନ୍ତି ।

ସମନ୍ଵୟ :

  • ମୁଖ୍ୟମନ୍ତ୍ରୀ ଶାସକ ଦଳର ସଦସ୍ୟମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ଦଳ ମଧ୍ୟରେ ସମନ୍ଵୟ ରକ୍ଷା କରନ୍ତି ।
  • ମୁଖ୍ୟମନ୍ତ୍ରୀ ବିଭିନ୍ନ ନୀତି ନିୟମ ପ୍ରଣୟନ କରିବାରେ ନିଷ୍ପତ୍ତି ନେବା ସହିତ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ପଦକ୍ଷେପ ନିଅନ୍ତି ।
  • ରାଜ୍ୟର ସର୍ବୋଚ୍ଚ ଶାସନକର୍ତ୍ତା ହିସାବରେ ରାଜ୍ୟର ତଥା ଜନତାର ସ୍ବାର୍ଥ କେନ୍ଦ୍ର ସରକାରଙ୍କ ନିକଟରେ ଉଚିତ ଭାବେ ଉପସ୍ଥାପନ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ କାର୍ଯ୍ୟ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଗ) ବିଧାନସଭା କିପରି ଗଠିତ ହୁଏ ?
Answer:
ସଭ୍ୟ ସଂଖ୍ୟା :

  • ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟ ସଂଖ୍ୟା ୫୦୦ରୁ ଅଧିକ କିମ୍ବା ୬୦ରୁ କମ୍ ହୋଇପାରିବ ନାହିଁ ।
  • ଓଡ଼ିଶାର ବିଧାନସଭା ୧୪୭ ଜଣ ସଭ୍ୟଙ୍କୁ ନେଇ ଗଠିତ । ସେଥୁମଧ୍ୟରୁ ୨୨ ଜଣ ଅନୁସୂଚିତ ଜାତି (S.C.), ୩୪ ଜଣ ଅନୁସୂଚିତ ଜନଜାତି (S.T.) ଏବଂ ୯୧ ଜଣ ସାଧାରଣ ବର୍ଗର ଅଟନ୍ତି ।

ନିର୍ବାଚନ :

  • ବିଧାନସଭାର ସଭ୍ୟମାନେ ରାଜ୍ୟର ଭୋଟଦାତାମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ସାବାଳକ ଭୋଟଦାନ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ହୁଅନ୍ତି ।
  • ୧୮ ବର୍ଷରୁ ଅଧ‌ିକ ବୟସ୍କ ସାବାଳକ ନାଗରିକ ମତଦାନ ଅଧିକାର ସାବ୍ୟସ୍ତ କରି ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଜଣେ ପ୍ରାର୍ଥୀକୁ ବିଧାୟକ (M.L.A.) ଭାବରେ ନିର୍ବାଚିତ କରନ୍ତି ।
    କାର୍ଯ୍ୟକାଳ : ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ । କିନ୍ତୁ ଜରୁରୀ ପରିସ୍ଥିତିବେଳେ ବିଧାନସଭାର କାର୍ଯ୍ୟକାଳ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

(ଘ) ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାତ୍‌କାର ବୁଝାଇ ଲେଖ ।
Answer:

  • ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାରକୁ ୩ ଭାଗରେ ବିଭକ୍ତ କରାଯାଇଛି; ଯଥା— ମୌଳିକ କ୍ଷେତ୍ରାଧିକାର, ଆବେଦନମୂଳକ କ୍ଷେତ୍ରାତ୍‌କାର ଓ ପର୍ଯ୍ୟବେକ୍ଷଣ କ୍ଷେତ୍ରାଧ୍ୟାକାର ।
  • ମୌଳିକ କ୍ଷେତ୍ରାଧୁକାର – ଧାରା ୨୨୬ ଅନୁସାରେ କୌଣସି ନାଗରିକଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସେ ସିଧାସଳଖ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ । ସଂସଦ, ବିଧାନସଭା ଇତ୍ୟାଦି ନିର୍ବାଚନ ସଂକ୍ରାନ୍ତୀୟ ମୋକଦ୍ଦମା ଏବଂ ଅଦାଲତ ଅବମାନନା, ବିବାହ, ଛାଡ଼ପତ୍ର ଇତ୍ୟାଦି ମୋକଦ୍ଦମାଗୁଡ଼ିକ ଉଚ୍ଚ ନ୍ୟାୟାଳୟର ମୌଳିକ କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ ।
  • ଆବେଦନମୂଳକ କ୍ଷେତ୍ରାଧୁକାର – ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଏ, ଯଦି ଏହି ମୋକଦ୍ଦମାଗୁଡ଼ିକରେ ଆଇନର ତର୍ଜମା କରାଯିବାର ଆବଶ୍ୟକତା ଥାଏ ।
  • ପର୍ଯ୍ୟବେକ୍ଷଣ କ୍ଷେତ୍ରାଧ୍ୟାର – ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜିଲ୍ଲାସ୍ତରୀୟ ନିମ୍ନ ଅଦାଲତଗୁଡ଼ିକ- ପରିଦର୍ଶନ କରନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟ ନିର୍ବାହ ପଦ୍ଧତି ସ୍ଥିର କରନ୍ତି । ନିମ୍ନ ଅଦାଲତରେ ବିଚାରାଧୀନ ଯେକୌଣସି ମୋକଦ୍ଦମାକୁ ନିଜ ପାଖକୁ ପ୍ରତ୍ୟାହାର କରି ଆଣି ତାହାର ବିଚାର କରିବାର କ୍ଷମତା ଉଚ୍ଚ ନ୍ୟାୟାଳୟର ଅଛି । ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରୀ ସର୍ତ୍ତାବଳୀ ଉଚ୍ଚ ନ୍ୟାୟାଳୟଦ୍ବାରା ନିର୍ଦ୍ଧାରିତ ହୁଏ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଙ) ମନ୍ତ୍ରୀପରିଷଦର ଗଠନ କିପରି ହୁଏ ?
Answer:
ପରାମର୍ଶ :
ସମ୍ବିଧାନର ନିୟମ ଅନୁସାରେ ରାଜ୍ୟପାଳଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବାପାଇଁ ଏକ ମନ୍ତ୍ରୀପରିଷଦ ଥାଏ ।

ନିଯୁକ୍ତି :
ରାଜ୍ୟ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଅନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।

ମନ୍ତ୍ରିପରିଷଦ :

  • କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀପରିଷଦ ଗଠିତ ହୋଇଥାଏ ।
  • ବିଧାନମଣ୍ଡଳର ସଭ୍ୟ ନ ଥ‌ିବା ବ୍ୟକ୍ତି ମନ୍ତ୍ରୀପରିଷଦରେ ସ୍ଥାନ ପାଇଥିଲେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ବା
  • ବିଧାନସଭାର ସଂଖ୍ୟାଗରିଷ୍ଠ ସଭ୍ୟଙ୍କର ଆସ୍ଥାଭାଜନ ଥୁବା ପର୍ଯ୍ୟନ୍ତ ମନ୍ତ୍ରପରିଷଦ ଶାସନ ପରିଚାଳନା କରିଥାଏ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୪୦ଟି ଶବ୍ଦରେ ଲେଖ ।

(କ) ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତାଗୁଡ଼ିକ ଲେଖ ।
Answer:

  • ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯେଉଁ କ୍ଷମତା ପ୍ରୟୋଗ କରିବା ସମୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ପରାମର୍ଶଦ୍ବାରା ପରିଚାଳିତ ନହୋଇ ନିଜର ବୁଦ୍ଧି ଓ ବିବେକଦ୍ବାରା ପରିଚାଳିତ ହୁଅନ୍ତି, ସେହି କ୍ଷମତାକୁ ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା କୁହାଯାଏ ।
  • କେଉଁ କ୍ଷେତ୍ରରେ ରାଜ୍ୟପାଳ ଇଚ୍ଛାଧୀନ କ୍ଷମତା ପ୍ରୟୋଗ କରିବେ, ତାହା ସେ ନିଜେ ସ୍ଥିର କରନ୍ତି ।
  • ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତା ବିଷୟରେ କୌଣସି ପ୍ରଶ୍ନ ନ୍ୟାୟାଳୟରେ ଉତ୍‌ଥାପିତ ହୁଏ ନାହିଁ ।
  • ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା ସମ୍ପର୍କରେ ସମ୍ବିଧାନରେ କୌଣସି ବିଶଦ ଆଲୋଚନା ହୋଇନାହିଁ ।

(ଖ) ବିଧାନସଭାର ଆଇନ ପ୍ରଣୟନ କ୍ଷମତା ବୁଝାଇ ଲେଖ ।
Answer:

  • ବିଧାନସଭା ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟଗୁଡ଼ିକରେ ଆଇନ ପ୍ରଣୟନ କରନ୍ତି ।
  • ଚିଠା ଆଇନ (ବିଲ୍) ବିଧାନସଭାରେ ଗୃହୀତ ହେବାପରେ ରାଜ୍ୟପାଳ ତାହାକୁ ସମ୍ମତି ଦେଲେ ତାହା ଆଇନରେ ପରିଣତ ହୁଏ ।

(ଗ) ଉଚ୍ଚ ନ୍ୟାୟାଳୟର ଆବେଦନମୂଳକ କ୍ଷେତ୍ରାଧିକାର ବୁଝାଇ ଲେଖ ।
Answer:

  • ଆବେଦନମୂଳକ କ୍ଷେତ୍ରାଧ୍ୟାର ଉଚ୍ଚ ନ୍ୟାୟାଳୟର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କ୍ଷମତା ।
  • ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇପାରିବ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଘ) ବାଚସ୍ପତି କେତେବେଳେ ନିର୍ଣ୍ଣାୟକ ଭୋଟ ଦେଇଥା’ନ୍ତି ?
Answer:

  • ଯେତେବେଳେ କୌଣସି ଚିଠା ଆଇନ ବା ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ନିର୍ଣ୍ଣାୟକ ଭୋଟ ଦିଅନ୍ତି ।
  • ଏହି ‘ନିର୍ଣ୍ଣାୟକ ଭୋଟ’ ମାଧ୍ୟମରେ ସେ ଚିଠା ଆଇନ ବା ପ୍ରସ୍ତାବଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

(ଙ) ନିମ୍ନ ଅଦାଲତ କହିଲେ ତୁମେ କ’ଣ ବୁଝ ?
Answer:

  • ରାଜ୍ୟର ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ୍ ସ୍ତରରେ ଉଚ୍ଚ ନ୍ୟାୟାଳୟ ପରି ଅଧସ୍ତନ ଅଦାଲତମାନ ରହିଛି । ଏହାକୁ ନିମ୍ନ ଅଦାଲତ କୁହାଯାଏ ।
  • ଏହି ନିମ୍ନ ଅଦାଲତକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା— (୧) ଦେୱାନୀ ଅଦାଲତ, (୨) ଫୌଜଦାରୀ ଅଦାଲତ ।

(ଚ) ଫୌଜଦାରୀ ମୋକଦ୍ଦମା କ’ଣ ?
Answer:

  • ଯେଉଁ ମୋକଦ୍ଦମାଗୁଡ଼ିକ ଚୋରି, ଡକାୟତି, ଧର୍ଷଣ, ହତ୍ୟା ସମ୍ପର୍କିତ ହୋଇଥାଏ, ସେଗୁଡ଼ିକୁ ଫୌଜଦାରୀ ମୋକଦ୍ଦମା କୁହାଯାଏ ।
  • ଏହି ମୋକଦ୍ଦମାଗୁଡ଼ିକର ବିଚାର ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଓ ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

(ଛ) ଦେୱାନୀ ମୋକଦ୍ଦମା କ’ଣ ?
Answer:

  • ଯେଉଁ ମୋକଦ୍ଦମାଗୁଡ଼ିକ ଜମିଜମା ସଂକ୍ରାନ୍ତୀୟ ଓ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ, ଦେୱାନୀ ମୋକଦ୍ଦମା କୁହାଯାଏ ।
  • ଦେୱାନୀ ମୋକଦ୍ଦମା ବିଚାର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜଙ୍କର ଅଦାଲତ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବଜଜ୍ଙ୍କର ଏବଂ ମୁସଫଙ୍କର ଅଦାଲତ ରହିଛି ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

୩। ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ ।

(କ) ରାଜ୍ୟପାଳଙ୍କୁ କିଏ ନିଯୁକ୍ତ କରନ୍ତି ?
Answer:
ରାଜ୍ୟପାଳଙ୍କ କାର୍ଯ୍ୟକାଳ ୫ ବର୍ଷ ।

(ଖ) ରାଜ୍ୟପାଳଙ୍କ କାର୍ଯ୍ୟକାଳ କେତେ ବର୍ଷ ?
Answer:
ରାଜ୍ୟପାଳଙ୍କ କାର୍ଯ୍ୟକାଳ ୫ ବର୍ଷ ।

(ଗ) ମୁଖ୍ୟମନ୍ତ୍ରୀଙ୍କୁ କିଏ ନିଯୁକ୍ତି ଦିଅନ୍ତି ?
Answer:
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି ।

(ଘ) ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରନ୍ତି ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଙ) ବିଧାନସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ବିଧାନସଭାରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(ଚ) ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ ?
Answer:
ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ।

(ଛ) ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
Answer:
ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୨ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

୪। ନିମ୍ନରେ ଦିଆଯାଇଥିବା ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଜାମ୍ମୁ-କାଶ୍ମୀର ରାଜ୍ୟ ପାଇଁ ସମ୍ବିଧାନର କେଉଁ ଧାରା ଅନୁଯାୟୀ ଏକ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଦାନ କରାଯାଇଅଛି ?
(କ) ୩୭୦
(ଖ) ୩୭୪
(ଗ) ୩୭୮
(ଘ) ୩୭୨
Answer:
୩୭୦

(ଖ) ଭାରତର କେତୋଟି ରାଜ୍ୟରେ ଦ୍ୱି-ସଦନୀୟ ବିଧାନ ମଣ୍ଡଳ ଅଛି ?
(କ) ୪
(ଖ) ୫
(ଗ) ୬
(ଘ) ୮
Answer:

(ଗ) ରାଜ୍ୟପାଳ କେତେ ଦିନରେ ଥରେ ରାଜ୍ୟ ଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କ ରିପୋର୍ଟ ପ୍ରଦାନ କରନ୍ତି ?
(କ) ୧୫ ଦିନ
(ଖ) ୨୦ ଦିନ
(ଗ) ୩୦ ଦିନ
(ଘ) ୬ ମାସ
Answer:
୧୫ ଦିନ

(ଘ) ରାଜ୍ୟ ସରକାରଙ୍କ କେଉଁ ବିଭାଗ ବଜେଟ୍ ପ୍ରସ୍ତୁତ କରିଥାଏ ?
(କ) ଶିକ୍ଷା ବିଭାଗ
(ଖ) ଅର୍ଥ ବିଭାଗ
(ଗ) ସ୍ଵାସ୍ଥ୍ୟ ବିଭାଗ
(ଘ) ଗୃହ ବିଭାଗ
Answer:
ଅର୍ଥ ବିଭାଗ

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଙ) ରାଜ୍ୟ ବିଧାନସଭାର କେତୋଟି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ?
(କ) ୯୦
(ଖ) ୯୧
(ଗ) ୯୪
(ଘ) ୯୫
Answer:
୯୧

Leave a Comment