Odisha State Board BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ Textbook Exercise Questions and Answers.
BSE Odisha Class 8 History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ
୧ । ପପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ରାଜା ଦ୍ଵିତୀୟ ମୁକୁନ୍ଦଦେବଙ୍କ ରାଜତ୍ଵର ପ୍ରାରମ୍ଭିକ ଅବସ୍ଥାରେ କି କି ସମସ୍ୟା ଦେଖାଗଲା ?
Answer:
ସିଂହାସନ ଆରୋହଣ :
ଦ୍ଵିତୀୟ ମୁକୁନ୍ଦଦେବ ନାବାଳକ ଭାବେ ସିଂହାସନ ଆରୋହଣ କରିଥିଲେ ଓ ଜୟୀ ରାଜଗୁରୁ ତାଙ୍କ ଅଭିଭାବକ ଭାବେ କାର୍ଯ୍ୟ କରିଥିଲେ ।
ଅନ୍ତଯୁଦ୍ଧ :
ତାଙ୍କ ରାଜତ୍ଵର ପ୍ରାରମ୍ଭରେ ଛୋଟ ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ଅନ୍ତଯୁଦ୍ଧ ହେଲା ।
ଦୁର୍ଭିକ୍ଷ :
ରାଜ୍ୟରେ ଦୁର୍ଭିକ୍ଷ ମଧ୍ୟ ପଡ଼ିଥିଲା ।
ଖୋର୍ଦ୍ଧା ଅଧିକାର :
- ଇଂରେଜମାନେ ସେତେବେଳେ ଖୋର୍ଦ୍ଧା ଅଧିକାର କରିବାକୁ ଚାହୁଁଥିଲେ ।
- ଏହିପରି ଭାବେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
(ଖ) ଇଂରେଜମାନଙ୍କର ଖୋର୍ଦ୍ଧା ରାଜାଙ୍କ ସହିତ କାହିଁକି ଯୁଦ୍ଧ ହେଲା ?
Answer:
କୂଟନୀତି :
ଇଂରେଜ ପ୍ରଶାସକ କର୍ଣ୍ଣେଲ ହାରକୋର୍ଟ ଖୋର୍ଦ୍ଧା ରାଜାଙ୍କୁ କବଳିତ କରିବାକୁ କୂଟନୀତି ଅବଲମ୍ବନ କରି ନାନା ପ୍ରଲୋଭନ ଦେଖାଇଲେ ।
ପ୍ରଲୋଭନ :
ଖୋର୍ଦ୍ଧା ରାଜା ଇଂରେଜମାନଙ୍କୁ ସାହାଯ୍ୟ କଲେ ସେ ୧ ଲକ୍ଷ ଟଙ୍କା ପୁରସ୍କାର ସହ ୪ଟି ମରହଟ୍ଟା କବଳିତ ପ୍ରଗଣା ଯଥା ରାହଙ୍ଗ, ସରାଇ, ଚବିଶକୁଦ ଓ ଲେମ୍ବାଇ ଫେରିପାଇବେ ବୋଲି ତାଙ୍କୁ ପ୍ରଲୋଭନ ଦିଆଗଲା ।
ବିଶ୍ୱାସଘାତକତା :
- ରାଜା ମୁକୁନ୍ଦଦେବ ଲୋଭବଶତଃ ଜୟୀ ରାଜଗୁରୁଙ୍କ କଥାକୁ ଅମାନ୍ୟ କରି ଇଂରେଜମାନଙ୍କୁ ସହାୟତା କଲେ ।
- ମାତ୍ର ଇଂରେଜମାନଙ୍କ ବିଶ୍ୱାସଘାତକତା ଯୋଗୁଁ ମୁକୁନ୍ଦଦେବ କୌଣସି ପ୍ରଗଣା ପାଇଲେ ନାହିଁ ।
- ତେଣୁ ମୁକୁନ୍ଦଦେବ ଜୟୀ ରାଜଗୁରୁଙ୍କ ପରାମର୍ଶରେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧଘୋଷଣା କଲେ ।
(ଗ) ବିପ୍ଳବୀ ଜୟୀ ରାଜଗୁରୁଙ୍କୁ କାହିଁକି ଫାଶୀ ଦିଆଗଲା ?
Answer:
ପାଇକମାନଙ୍କର ନେତୃତ୍ଵ :
- ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ଜୟୀ ରାଜଗୁରୁ ରାଜା ମୁକୁନ୍ଦଦେବଙ୍କୁ ପରାମର୍ଶ ଦେଇଥିଲେ ।
- ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବାପାଇଁ ସେ ଏକ ଦୁର୍ଦ୍ଦଷ ପାଇକସେନା ଗଠନ କରି ତା’ର ନେତୃତ୍ୱ ମଧ୍ଯ ନେଇଥିଲେ ।
ଜୟୀ ରାଜଗୁରୁଙ୍କୁ ବନ୍ଦୀ :
- ୧୮୦୪ ଡିସେମ୍ବର ୪ ତାରିଖ ଦିନ ଖୋର୍ଦ୍ଧା ଏବଂ ବରୁଣେଇ ଦୁର୍ଗ ଇଂରେଜମାନେ ଅଧ୍ୟାର କଲେ ।
- ବହୁ ଉଦ୍ୟମ କରି ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ବନ୍ଦୀ କଲେ ।
ଜୟୀରାଜଗୁରୁଙ୍କୁ ଫାଶୀ :
ଇଂରେଜମାନେ ବିଚାର କରି ଜୟୀ ରାଜଗୁରୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ଦଣ୍ଡ ସ୍ବରୂପ ମେଦିନୀପୁରଠାରେ ଏକ ବରଗଛର ଦୁଇଡାଳକୁ ଏକାଠି କରି ସେଥ୍ରେ ତାଙ୍କୁ ବାନ୍ଧି ଅତି ନିଷ୍ଠୁର ଭାବରେ ଫାଶୀ ଦେଲେ ।
(ଘ) ପାଇକ ବିଦ୍ରୋହର ମୁଖ୍ୟ କାରଣଗୁଡ଼ିକ କ’ଣ ?
Answer:
ରାଜନୈତିକ କାରଣ :
ଇଂରେଜ ସରକାର ଖୋର୍ଦ୍ଧା ରାଜାଙ୍କ ପ୍ରଧାନମନ୍ତ୍ରୀ ଜୟୀ ରାଜଗୁରୁଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବାରୁ ଓଡ଼ିଶାବାସୀ କ୍ଷୁବ୍ଧ ହୋଇଥିଲେ ।
ସାମାଜିକ ତଥା ଅର୍ଥନୈତିକ କାରଣ :
- ଇଂରେଜ ଶାସନରେ ଓଡ଼ିଶାବାସୀ ଆର୍ଥିକ ଅନଟନର ସମ୍ମୁଖୀନ ହେଲେ ।
- ପୂର୍ବରୁ ପାଇକମାନେ ବିନା କରରେ ଉପଭୋଗ କରୁଥିବା ଜମି ଉପରୁ ଇଂରେଜମାନେ ଖଜଣା ଆଦାୟ କଲେ । ଖଜଣା ଆଦାୟକାରୀ ସରକାରୀ କର୍ମଚାରୀଙ୍କ ବ୍ୟବହାର ଅସହ୍ୟ ଥିଲା ।
- କଉଡ଼ି ବଦଳରେ ଟଙ୍କା ଆକାରରେ ଖଜଣା ଦେବାକୁ ପ୍ରଜାମାନଙ୍କୁ ବାଧ୍ୟ କରାଗଲା । ଖଜଣା ନଦେଲେ ସେମାନଙ୍କୁ ଜମିରୁ ଉଚ୍ଛେଦ କରାଗଲା ।
- ସରକାରୀ ନୀତିନିୟମ ପାର୍ସୀ ଭାଷାରେ ଲେଖାଯାଇଥିବାରୁ ପ୍ରଜାମାନେ ସେସବୁ ବୁଝିପାରିଲେ ନାହିଁ । ସେହି ସୁଯୋଗରେ ପ୍ରଶାସନିକ ଅଫିସର ଓ ପୋଲିସ୍ କର୍ମଚାରୀ ଓଡ଼ିଆମାନଙ୍କ ଉପରେ ଅତ୍ୟାଚାର କଲେ ।
- ସ୍ଵଳ୍ପ ମିଆଦୀ ଭୂରାଜସ୍ଵ ପ୍ରଥା ପ୍ରଚଳନ ଫଳରେ ଓଡ଼ିଆମାନେ ଜମିଦାରୀ ହରାଇଲେ ଓ ବଙ୍ଗାଳୀମାନେ ସେଗୁଡ଼ିକ କିଣିଲେ । ଫଳରେ ଲୋକମାନେ ଅର୍ଥନୈତିକ ଅତ୍ୟାଚାରରେ ଅତିଷ୍ଠ ହେଲେ ।
- ସରକାରଙ୍କ ଲବଣ ଓ ଅନ୍ୟାନ୍ୟ ଅର୍ଥନୀତି ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି କରିଥିଲା ।
ପ୍ରତ୍ୟକ୍ଷ କାରଣ :
ଇଂରେଜ ସରକାରଙ୍କ ପ୍ରିୟାପ୍ରୀତି ତୋଷଣ, ଅନ୍ୟାୟ, ଅତ୍ୟାଚାର, ଅମଲାମାନଙ୍କ ଦୁର୍ନୀତି, ପ୍ରଶାସନିକ ଅଧିକାରୀଙ୍କ ଦୁର୍ବ୍ଯବହାର, ସର୍ବରାକାରଙ୍କ ଚକ୍ରାନ୍ତରେ ବକ୍ସି ଜଗବନ୍ଧୁଙ୍କ ଜମିଦାରୀ ଉଚ୍ଛେଦ ପାଇକ ବିଦ୍ରୋହର କାରଣ ହୋଇଥିଲା ।
(ଙ) କନ୍ଧ ବିଦ୍ରୋହରେ ଦୋରା ଓ ଚକରା ବିଶୋଇଙ୍କ ଭୂମିକାର ଏକ ବିବରଣୀ ପ୍ରଦାନ କର ।
Answer:
ଘୁମୁସୁର ବିଦ୍ରୋହ :
୧୮୩୫ ଖ୍ରୀ.ଅ.ରେ ଇଂରେଜମାନେ ଦକ୍ଷିଣ ଓଡ଼ିଶାର ଘୁମୁସର ଅଧ୍ୟାର କରି କନ୍ଧମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବାରୁ ସେମାନେ ଏହାର ପ୍ରତିରୋଧ କରିଥିଲେ । ଏହାକୁ ଘୁମୁସର ବିଦ୍ରୋହ କୁହାଯାଏ । ଦୋରା ବିଶୋଇ ଓ ଚକରା ବିଶୋଇ ଏହି ବିଦ୍ରୋହର ନେତୃତ୍ଵ ନେଇଥିଲେ ।
ଦୋରା ବିଶୋଇଙ୍କ ନେତୃତ୍ଵ :
- ଦୋରା ବିଶୋଇଙ୍କ ନେତୃତ୍ୱରେ କନ୍ଧମାନେ ଇଂରେଜ ସେନାକୁ ଆକ୍ରମଣ କରି ୧୩ ଜଣ ସୈନ୍ୟ ଓ ଦୁଇଜଣ ଇଂରେଜ ସେନାପତିଙ୍କୁ ହତ୍ୟା କରିଥିଲେ । କନ୍ଧମାନଙ୍କୁ ଆଉ କରିଦେବାକୁ ପଡ଼ିବ ନାହିଁ ଘୋଷଣା କରାଗଲେ ମଧ୍ୟ ସେମାନେ ବିଦ୍ରୋହ ଚାଲୁ ରଖୁ ।
- ଶେଷରେ ଇଂରେଜମାନଙ୍କଦ୍ୱ।ରା ଦୋରା ବିଶୋଇ ଅନୁଗୋଳରେ ଧରାପଡ଼ି ବନ୍ଦୀ ଜୀବନଯାପନ କରୁଥିଲାବେଳେ ମାନ୍ଦ୍ରାଜଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଚକରା ବିଶୋଇଙ୍କ ନେତୃତ୍ଵ :
- ଦୋରା ବିଶୋଇଙ୍କର ମୃତ୍ୟୁପରେ ତାଙ୍କର ପୁତୁରା ଚକରା ବିଶୋଇଙ୍କ ନେତୃତ୍ୱରେ ୧୮୪୬ରେ କନ୍ଧମାନେ ବିଦ୍ରୋହ କଲେ । ବଣଜଙ୍ଗଲରେ ଲୁଚିରହି ସେ ଓ ତାଙ୍କ ଅନୁଗାମୀମାନେ ଇଂରେଜ ସୈନ୍ୟମାନଙ୍କୁ ଆକ୍ରମଣ କରି ବ୍ୟତିବ୍ୟସ୍ତ କରିପକାଇଲେ ।
- ତାଙ୍କୁ ଧରିବାପାଇଁ ଇଂରେଜମାନଙ୍କଦ୍ୱାରା ପରୱାନା ପଠାଗଲେ ମଧ୍ୟ ସେ ଧରାପଡ଼ି ନଥିଲେ ଓ ଶକ୍ତିଶାଳୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ମୃତ୍ୟୁପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ରୋହ ଚାଲୁ ରଖୁଥିଲେ ।
(ଚ) ଭୂୟାଁମାନେ ଇଂରେଜମାନଙ୍କ ବିରୁଦ୍ଧରେ କାହିଁକି ବିଦ୍ରୋହ କଲେ ?
Answer:
ରାଜଗାଦିରୁ ବଞ୍ଚିତ କରିବା :
କେନ୍ଦୁଝର ରାଜା ଗଦାଧର ଭଞ୍ଜଙ୍କ ମୃତ୍ୟୁ ପରେ ତାଙ୍କର ପୋଷ୍ୟପୁତ୍ର ବୃନ୍ଦାବନ ଭଞ୍ଜଙ୍କୁ ଓଡ଼ିଶାର ତତ୍କାଳୀନ କମିଶନର ରେଭେନ୍ସା ଅନ୍ୟାୟ ଭାବରେ ଶାସନ ଗାଦିରୁ ବଞ୍ଚିତ କରିଥିଲେ ଏବଂ ଧନୁର୍ଜୟ ଭଞ୍ଜଙ୍କୁ ରାଜଗାଦି ପାଇବାରେ ସାହାଯ୍ୟ କରିଥିଲେ ।
ସରକାରଙ୍କ ମନୋମୁଖୀ କାର୍ଯ୍ୟ :
ଭୂୟାଁ ସମ୍ପ୍ରଦାୟ ଧନୁର୍ଜୟ ଭଞ୍ଜଙ୍କୁ ସମର୍ଥନ କରୁନଥିବାରୁ ଇଂରେଜ ସରକାରଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କଲେ ।
ବିଦ୍ରୋହ :
- ରତ୍ନା ନାୟକ ଓ ନନ୍ଦ ନାୟକଙ୍କ ପରି ଭୂୟାଁ ନେତାମାନେ ୧୮୬୮ ଖ୍ରୀଷ୍ଟାବ୍ଦରେ ଧନୁର୍ଜୟ ଭଞ୍ଜଙ୍କ ବିରୋଧରେ ବିଦ୍ରୋହ କଲେ ।
- ସେହିପରି ଧନୁର୍ଜୟ ଭଞ୍ଜଙ୍କ ପ୍ରଜାଶୋଷଣ ଓ ନିର୍ଯାତନା ଓ ବେଠି ପ୍ରଥା ପ୍ରଚଳନ ବିରୁଦ୍ଧରେ ୧୮୯୮ ଖ୍ରୀ.ଅ.ରେ ଆଉ ଏକ ବିଦ୍ରୋହ ହୋଇଥିଲା ।
- ଧରଣୀଧର ଭୂୟାଁ ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ ।
(ଛ) ‘ଧରଣୀ ମେଳି’ କ’ଣ ? ଏହା କାହିଁକି ସୃଷ୍ଟି ହେଲା ?
Answer:
ଧରଣୀ ମେଳି :
୧୮୯୮ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ବିରୋଧରେ କେନ୍ଦୁଝରର ଭୂୟାଁ ସମ୍ପ୍ରଦାୟର ଧରଣୀଧର ଭୂୟାଁଙ୍କ ନେତୃତ୍ୱରେ ବିଦ୍ରୋହ ହୋଇଥିଲା । ଏହା ଧରଣୀ ମେଳି ଭାବରେ ପରିଚିତ ।
ପ୍ରଜା ଶୋଷଣ :
- କେନ୍ଦୁଝରରେ ରାଜା ଧନୁର୍ଜୟ ଭଞ୍ଜଙ୍କ ଶାସନରେ ପ୍ରଜାମାନେ ଶୋଷିତ ଓ ନିର୍ଯାତିତ ହେଉଥିଲେ ।
- ପ୍ରଜାମାନଙ୍କୁ ବିଭିନ୍ନ କର ଦେବାକୁ ପଡୁଥିଲା ।
- ରାଜ୍ୟରେ ବେଠି ପ୍ରଥା ପ୍ରଚଳନ ହେବାରୁ ଲୋକମାନଙ୍କ ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇପଡ଼ିଲା ।
ବିଦ୍ରୋହ :
୧୮୯୧ ଖ୍ରୀଷ୍ଟାବ୍ଦରେ ପ୍ରଜାମାନଙ୍କର ବେଠିରେ ରାଜ୍ୟରେ ଏକ ବନ୍ଧ ନିର୍ମାଣପାଇଁ ରାଜା ଆଦେଶ ଦେଲେ । ଏହାକୁ କେନ୍ଦୁଝରର ପ୍ରଜାମାନେ ଧରଣୀଧର ଭୂୟାଁଙ୍କ ନେତୃତ୍ବରେ ବିରୋଧ କରିଥିଲେ ଓ ଧରଣୀ ମେଳି ସୃଷ୍ଟି ହେଲା ।
(ଜ) କୋହୂମାନେ କାହିଁକି ବିଦ୍ରୋହ କଲେ ?
Answer:
କୋହ୍ଲଙ୍କ ଜମି ଦଖଲ :
କୋହ୍ଲ ଅଧୂକୃତ ଜମିକୁ ଦଖଲ କରିବାପାଇଁ ସିଂହଭୂମ ରାଜା ଉଦ୍ୟମ କରିବାରୁ ୧୮୨୦ ମସିହାରେ କୋହ୍ଲମାନେ ତାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ।
କ୍ଷମତାରୁ ବଞ୍ଚତ :
ଦ୍ବିତୀୟତଃ ବାମନଘାଟୀର ଜମିଦାର ମୟୂରଭଞ୍ଜ ରାଜାଙ୍କ ନିୟନ୍ତ୍ରଣରୁ ସ୍ବାଧୀନ ରହିବାକୁ ଚାହିଁଲେ । ଅପରପକ୍ଷରେ ରାଜା ଜମିଦାରଙ୍କୁ ସମସ୍ତ ପ୍ରକାର କ୍ଷମତା ଓ ଅଧିକାରରୁ ବଞ୍ଚିତ କରିବାକୁ ଚାହିଁଲେ । ଏହି ବିବାଦରେ କୋହ୍ଲମାନେ ଜମିଦାରଙ୍କୁ ସମର୍ଥନ କରିଥିଲେ ।
ବିଦ୍ରୋହ :
- ୧୮୩୧ ମସିହାରେ ଇଂରେଜ କମିଶନର ଷ୍ଟକ୍ୱେଲଙ୍କଦ୍ୱାରା ରାଜା ଓ ବାମନଘାଟୀର ଜମିଦାରଙ୍କ ମଧ୍ୟରେ ବିବାଦ ସମାଧାନ ନିମନ୍ତେ ହୋଇଥିବା ଉଦ୍ୟମ ବିଫଳ ହେବାରୁ କୋହ୍ଲମାନେ ପୁନର୍ବାର ବିଦ୍ରୋହ କରିଥିଲେ ।
- ଇଂରେଜ ସରକାରଙ୍କ ହସ୍ତକ୍ଷେପ ଫଳରେ ମାଧବଦାସ ମହାପାତ୍ର ବାମନଘାଟୀ ଜମିଦାର ହୋଇଥିଲେ ହେଁ କୋହ୍ଲମାନେ ତାଙ୍କୁ ସମର୍ଥନ ନ କରି ବିଦ୍ରୋହ ଚାଲୁ ରଖିଲେ ।
- ଏହିସବୁ କାରଣରୁ କୋହୂମାନେ ବିଦ୍ରୋହ କରିଥିଲେ ।
(ଝ) ସାନ୍ତାଳ ବିଦ୍ରୋହ କିପରି ଅଗ୍ରଗତି କଲା ?
Answer:
ଇଂରେଜ ଶାସନର ପ୍ରତିବାଦ :
- ୧୯୧୭ ମସିହାରେ ସାନ୍ତାଳ ବିଦ୍ରୋହୀମାନେ ଇଂରେଜ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ପ୍ରଥମେ ବେତନଟୀ ହାଟରେ ଇଂରେଜ ଶାସନ ଓ ଜମିଦାରଙ୍କ ଶୋଷଣକୁ ପ୍ରତିବାଦ କରାଗଲା ।
- ଦୋକାନ ବଜାର ଲୁଣ୍ଠନ କରାଗଲା । ବ୍ରିଟିଶ୍ ଅଫିସ୍ ପୋଡ଼ି ଦିଆଗଲା । ବ୍ରିଟିଶ୍ ଅଫିସର୍ ଭୟରେ ପଳାଇଗଲେ ।
ଯୋଗାଯୋଗ ବିଚ୍ଛିନ୍ନ :
- ବିଦ୍ରୋହୀମାନେ ବେତନଟୀ ଆୟତ୍ତ କରିନେବାରୁ ଇଂରେଜ ସରକାର ଭୀତତ୍ରସ୍ତ ହୋଇପଡ଼ିଲେ ।
- ବିଦ୍ରୋହୀମାନେ ରାସ୍ତା ପୋଲ ଭାଙ୍ଗିଦେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ।
ନିର୍ବାଚନ :
ସେମାନେ କଙ୍କା ମାଝିଙ୍କୁ ରାଜା, କାଳିଆ ସର୍ବସମ୍ମତିକ୍ରମେ ନିର୍ବାଚିତ କରି କଙ୍କା-କାଳିଆ ସର୍ବସମ୍ମତିକ୍ରମେ ନିର୍ବାଚିତ କରି କଙ୍କା-କାଳିଆ ସରକାର ଗଠନ କଲେ ।
(ଞ) ସିପାହୀ ବିଦ୍ରୋହର ମୁଖ୍ୟ କାରଣଗୁଡ଼ିକ କ’ଣ ?
Answer:
୧୮୫୭ ମସିହାର ମହାନ୍ ବିଦ୍ରୋହ ବିଭିନ୍ନ କାରଣରୁ ସଂଘଟିତ ହୋଇଥିଲା ।
ରାଜନୈତିକ କାରଣ :
ଇଂରେଜମାନଙ୍କ ଦେଶୀୟ ରାଜ୍ୟ ଅଧିକାର, ୱେଲେସ୍ଲିଙ୍କ ସାମନ୍ତ ସନ୍ଧି ପ୍ରଥା ଓ ଡେଲ୍ହାଉସୀଙ୍କ ରାଜ୍ୟସ୍ୱତ୍ୱ ଲୋପନୀତିଦ୍ୱାରା ଦେଶୀୟ ରାଜ୍ୟଗୁଡ଼ିକୁ ଇଂରେଜ ସାମ୍ରାଜ୍ୟଭୁକ୍ତ କରିବା, ମୋଗଲ ସମ୍ରାଟ ବାହାଦୁର ଶାହଙ୍କୁ ଲାଲକିଲ୍ଲାରୁ କୁତବକୁ ସ୍ଥାନାନ୍ତର, ଇଂରେଜ ସାମ୍ରାଜ୍ୟରେ ଅଯୋଧ୍ୟାର ମିଶ୍ରଣ, େବା ଦ୍ୱିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ନାନାସାହେବଙ୍କ ଭତ୍ତା ବନ୍ଦ କରିବା ପ୍ରଭୃତି ସିପାହୀ ବିଦ୍ରୋହର କାରଣ ଥିଲା ।
ସାମାଜିକ କାରଣ :
ସତୀଦାହ ପ୍ରଥା ଉଚ୍ଛେଦ, ବିଧବା ବିବାହ ପ୍ରଚଳନ, ରେଳଗାଡ଼ି ଚଳାଚଳ ଓ ଡାକତାର ବ୍ୟବସ୍ଥାର ପ୍ରଚଳନ ଇଂରେଜମାନଙ୍କର ଭାରତୀୟ ସଂସ୍କୃତି ଉପରେ ଏକ ହସ୍ତକ୍ଷେପ ବୋଲି ଭାରତୀୟମାନେ ଭାବୁଥିଲେ ।
ଧର୍ମଗତ କାରଣ :
ଧର୍ମାନ୍ତରିତ ବ୍ୟକ୍ତିଙ୍କର ପୈତୃକ ସମ୍ପତ୍ତିରେ ଅଧିକାର ରହିବା ଆଇନ ପ୍ରଣୟନ ଇଂରେଜମାନଙ୍କର ହିନ୍ଦୁ ଧର୍ମ ଉପରେ ଏକ ଅବାଞ୍ଛିତ ହସ୍ତକ୍ଷେପ ବୋଲି ଭାରତୀୟମାନେ ଚିନ୍ତାକଲେ ।
ସାମରିକ କାରଣ :
ଭାରତୀୟ ସିପାହୀମାନଙ୍କୁ ଗୋରା ସୈନ୍ୟଙ୍କ ତୁଳନାରେ କମ୍ ଦରମା, ସେମାନଙ୍କ ପ୍ରତି ଦୁର୍ବ୍ଯବହାର, ସେମାନଙ୍କ ଧର୍ମ ବିଶ୍ୱାସ ଉପରେ ହସ୍ତକ୍ଷେପ, ସମୁଦ୍ର ପାର ହୋଇ ଯୁଦ୍ଧ କରିବାକୁ ବାଧ୍ୟ କରିବା ସିପାହୀ ବିଦ୍ରୋହର କାରଣ ଥିଲା ।
ପ୍ରତ୍ୟକ୍ଷ କାରଣ :
୧୮୫୭ ଖ୍ରୀ.ଅ.ରେ ଏନ୍ଫିଲଡ୍ ବନ୍ଧୁକ ବ୍ୟବହାର କରିବାକୁ ହିନ୍ଦୁ ଓ ମୁସଲମାନ ସିପାହୀମାନଙ୍କୁ ବାଧ୍ୟ କରାଯାଇଥିଲା । ସେହି ଗୁଳିର ଖୋଳରେ ଗାଈ ଓ ଘୁଷୁରୀ ଚର୍ବିର ଲେପ ଦିଆଯାଇଛି ବୋଲି ପ୍ରଚାରିତ ହେବା ପରେ ସିପାହୀମାନେ ଏହି ବନ୍ଧୁକ ବ୍ୟବହାରକୁ ବିରୋଧ କରିଥିଲେ ।
(ଟ) ସିପାହୀ ବିଦ୍ରୋହର ଫଳାଫଳ କ’ଣ ହେଲା ?
Answer:
ସୁଦୂରପ୍ରସାରୀ ଫଳାଫଳ :
୧୮୫୭ ମହାନ୍ ବିଦ୍ରୋହର ଫଳାଫଳ ଥିଲା ସୁଦୂରପ୍ରସାରୀ । ଏହି ବିଦ୍ରୋହ ଫଳରେ ବିଲାତ ସରକାର ଭାରତରେ ଥିବା କମ୍ପାନୀ ସରକାରର କିଛି ଦୋଷ ଦୁର୍ବଳତାକୁ ଅନୁଭବ କଲେ ।
ସରକାରଙ୍କ ଶାସନ :
- ତେଣୁ ୧୮୫୮ ମସିହାରେ ଏକ ଆଇନ ପ୍ରଣୀତ ହୋଇ ଭାରତର ଶାସନ ଇଷ୍ଟଇଣ୍ଡିଆ କମ୍ପାନୀ ହାତରୁ ବିଲାତ ସରକାରଙ୍କ ହାତକୁ ଗଲା ।
- ବିଲାତ ସରକାରଙ୍କ ଜଣେ ମନ୍ତ୍ରୀ ଭାରତ ଶାସନ ଦାୟିତ୍ୱରେ ରହିଲେ ।
ଭାଇସ୍ରାଏ ପଦବୀ :
ଭାରତରେ ନିଯୁକ୍ତ ଗଭର୍ଣ୍ଣର ଜେନେରାଲ ଇଂଲଣ୍ଡ ରାଣୀଙ୍କ ପ୍ରତିନିଧୁଭାବେ ଭାଇସ୍ରାଏ ରୂପେ ପରିଚିତ ହେଲେ ।
ରାଣୀଙ୍କ ଘୋଷଣାପତ୍ର :
ଇଂଲଣ୍ଡର ରାଣୀ ଭିକ୍ଟୋରିଆ ଭାରତ ଶାସନ କ୍ଷମତା ହାତକୁ ନେଲେ ବୋଲି ଆଲ୍ଲାହାବାଦରେ ୧୮୫୮ ମସିହା ନଭେମ୍ବର ୧ ତାରିଖରେ ଏକ ଘୋଷଣାପତ୍ର ପାଠ କରାଗଲା ।
(୦) ସୁରେନ୍ଦ୍ର ସାଏ କାହିଁକି ବିଦ୍ରୋହ କଲେ ?
Answer:
ଅଧିକାରରୁ ବଞ୍ଚିତ :
- ସୁରେନ୍ଦ୍ର ସାଏ ସମ୍ବଲପୁରର ଚୌହାନ ରାଜବଂଶର ବଳିୟାର ସିଂହଙ୍କ ଉତ୍ତରାଧ୍ୟାକାରୀ ଥିଲେ ।
- ମାତ୍ର ୧୮୨୭ ମସିହାରେ ରାଜା ମହାରାଜା ସାଏଙ୍କର ମୃତ୍ୟୁ ପରେ ତାଙ୍କ ବିଧବାପତ୍ନୀ ମୋହନ କୁମାରୀଙ୍କୁ ଇଂରେଜ ସରକାରଙ୍କ ପ୍ରଶାସନିକ ଅଫିସର ଶାସନ କ୍ଷମତା ଅର୍ପଣ କରି ସୁରେନ୍ଦ୍ର ସାଏଙ୍କୁ ନାଯ୍ୟ ଅଧିକାରରୁ ବଞ୍ଚତ କଲେ ।
ବିଦ୍ରୋହ :
- ଏଥିରେ କ୍ଷୁବ୍ଧ ହୋଇ ସୁରେନ୍ଦ୍ର ସାଏ ଗଣ୍ଡ ଓ ବିଞ୍ଝାଲ ଆଦିବାସୀଙ୍କ ସମର୍ଥନରେ ବିଦ୍ରୋହ କଲେ ।
- ୧୮୩୭ ମସିହାରେ ଇଂରେଜ ସରକାର ରାଣୀଙ୍କ ସ୍ଥାନରେ ନାରାୟଣ ସିଂହଙ୍କୁ ରାଜା କଲେ ।
- ଏଥରେ ଆହୁରି ଉତ୍କ୍ଷିପ୍ତ ହୋଇ ସୁରେନ୍ଦ୍ର ସାଏ ଜନସାଧାରଣଙ୍କ ସହାୟତାରେ ବିଦ୍ରୋହ କଲେ ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଲେଖ ।
(କ) ଶହୀଦ ରାଜଗୁରୁ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
- ସମୟ :
ଶହୀଦ ଜୟୀରାଜଗୁରୁ ୧୭୩୯ ମସିହା ଅକ୍ଟୋବର ୨୯ ତାରିଖ ତଥା ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ନବମୀ ତିଥ୍ୟରେ ଜନ୍ମଗ୍ରହଣ କରିଥିଲେ । - ସ୍ଥାନ :
ସେ ପୁରୀ ନିକଟସ୍ଥ ବୀର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
(ଖ) ରାଜା ମୁକୁନ୍ଦଦେବଙ୍କୁ କେଉଁଠାରେ ବନ୍ଦୀ କରାଗଲା ଓ ମୁକ୍ତ କରାଯାଇ କେଉଁଠାରେ ରଖାଗଲା ?
Answer:
- ରାଜା ମୁକୁନ୍ଦଦେବଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀ କରି ରଖାଗଲା ।
- ପରେ ତାଙ୍କୁ ମୁକ୍ତ କରାଯାଇ ଜଗନ୍ନାଥ ମନ୍ଦିର ଦାୟିତ୍ଵରେ ପୁରୀଠାରେ ରଖାଗଲା ।
(ଗ) ଜଗବନ୍ଧୁଙ୍କର ପୂରା ନାମ କ’ଣ ? ସେ କ’ଣ ଥିଲେ ?
Answer:
- ଜଗବନ୍ଧୁଙ୍କର ପୂରା ନାମ ଥିଲା ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର ।
- ସେ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ ।
(ଘ) ପାଇକ ବିଦ୍ରୋହ କେଉଁ କେଉଁ ଅଞ୍ଚଳରେ ବ୍ୟାପିଥିଲା ?
Answer:
ପାଇକ ବିଦ୍ରୋହ ଖୋର୍ଦ୍ଧା, ପୁରୀ ଜିଲ୍ଲାର ଗୋପ, ପିପିଲି, ବାଣପୁର ଏବଂ କଟକ ଜିଲ୍ଲାର ଝଙ୍କଡ଼ ଓ କୁଜଙ୍ଗ ଆଦି ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା ।
(ଙ) କିଏ କିଏ କନ୍ଧ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
Answer:
ଦୋରା ବିଶୋଇ ଓ ଚକରା ବିଶୋଇ କନ୍ଧ ବିଦ୍ରୋହର ନେତୃତ୍ଵ ନେଇଥିଲେ ।
(ଚ) ଭୂୟାଁ ବିଦ୍ରୋହ କେବେ ସଂଗଠିତ ହେଲା ଓ କିଏ ଏହାର ନେତୃତ୍ଵ ନେଇଥିଲେ ?
Answer:
- ସମୟ :
ଭୂୟାଁ ବିଦ୍ରୋହ ୧୮୬୮ ମସିହା ଓ ୧୮୯୮ ମସିହାରେ ସଂଗଠିତ ହୋଇଥିଲା । - ନେତୃତ୍ୱ :
୧୮୬୮ର ବିଦ୍ରୋହରେ ରତ୍ନା ନାୟକ ଓ ୧୮୯୮ର ବିଦ୍ରୋହରେ ଧରଣୀଧର ଭୂୟାଁ ନେତୃତ୍ୱ ନେଇଥିଲେ ।
(ଛ) କିଏ କିଏ ସାନ୍ତାଳ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
Answer:
କଙ୍କା ମାଝି ଓ କାଳିଆ ମହାନ୍ତ ସାନ୍ତାଳ ବିଦ୍ରୋହର ନେତୃତ୍ଵ ନେଇଥିଲେ ।
(ଜ) କିଏ ରାଜ୍ୟସ୍ଵତ୍ଵ ଲୋପନୀତି ପ୍ରବର୍ତ୍ତନ କରିଥିଲେ ?
Answer:
ଲର୍ଡ ଡେଲ୍ହାଉସୀ ରାଜ୍ୟସ୍ଵତ୍ଵ ଲୋପନୀତି ପ୍ରବର୍ତ୍ତନ କରିଥିଲେ ।
(ଝ) ଏନ୍ଫିଲଡ୍ ବନ୍ଧୁକର ବ୍ୟବହାରକୁ ଉଭୟ ହିନ୍ଦୁ ଓ ମୁସଲମାନମାନେ କାହିଁକି ବିରୋଧ କରିଥିଲେ ?
Answer:
- ଏନ୍ଫିଲଡ୍ ବନ୍ଧୁକରେ ବ୍ୟବହାର ହେଉଥିବା ଗୁଳି ଏକ ପ୍ରକାର ଖୋଳରେ ରହିଥିଲା । ବନ୍ଧୁକରେ ବ୍ୟବହାର ପୂର୍ବରୁ ସେହି ଖୋଳକୁ ସିପାହୀମାନଙ୍କୁ ଦାନ୍ତରେ ଛିଡ଼ାଇବାକୁ ପଡୁଥିଲା ।
- ସେହି ଖୋଳରେ ଗାଈ ଓ ଘୁଷୁରୀର ଚର୍ବି ଲେପ ଦିଆଯାଇଛି ବୋଲି ପ୍ରଚାରିତ ହେଲା । ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ସିପାହୀମାନେ ସେମାନଙ୍କ ଧର୍ମ ଉପରେ ଇଂରେଜ ସରକାର ହସ୍ତକ୍ଷେପ କରୁଛନ୍ତି ବୋଲି ଅନୁଭବ କରି ଏହାର ବ୍ୟବହାରକୁ ବିରୋଧ କରିଥିଲେ ।
(ଞ) ମଙ୍ଗଳ ପାଣ୍ଡେଙ୍କୁ କାହିଁକି ମୃତ୍ୟୁଦଣ୍ଡ ଦିଆଗଲା ?
Answer:
- ମଙ୍ଗଳ ପାଣ୍ଡେଙ୍କୁ ଇଂରେଜ ଅଫିସର ଏନ୍ଫିଲଡ୍ ବନ୍ଧୁକ ବ୍ୟବହାର କରିବାକୁ ବାଧ୍ୟ କରିବାରୁ ସେ ରାଗିଯାଇ ସେହି ବନ୍ଧୁକରେ ଇଂରେଜ ଅଫିସରଙ୍କୁ ହତ୍ୟା କଲେ ।
- ହତ୍ୟା ଅପରାଧରେ ଅଭିଯୁକ୍ତ ହୋଇ ସେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଲେ ।
(ଟ)ରାଣୀ ଭିକ୍ଟୋରିଆ କେଉଁଠାରେ ଘୋଷଣାପତ୍ର ପାଠ କରିଥିଲେ ? .
Answer:
ରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ରକୁ ତତ୍କାଳୀନ ଭାଇସ୍ରାଏ ଲର୍ଡ କ୍ୟାମିଂ ଆହ୍ଲାବାଦଠାରେ ପାଠ କରିଥିଲେ ।
(୦) ସୁରେନ୍ଦ୍ର ସାଏ ଲି’ଙ୍କୁ କେବେ ଦେଖା କରିଥିଲେ ?
Answer:
ହଜାରୀବାଗ ଜେଲ୍ରୁ ମୁକ୍ତ ହେଲାପରେ ସୁରେନ୍ଦ୍ର ସାଏ ଇଂରେଜ ସେନାପତି ଲି’ଙ୍କୁ ଦେଖା କରିଥିଲେ ।
୩ । ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଜୟୀ ରାଜଗୁରୁ _________ ରେ ଶାସନ ନିୟନ୍ତ୍ରଣ କ୍ଷମତା ହାତକୁ ନେଲେ ।
(୧୮୫୭, ୧୮୦୪, ୧୭୯୮, ୧୮୦୩)
Answer:
୧୭୯୮
(ଖ) ବିଦ୍ରୋହୀମାନେ ହଜାରିବାଗ ଜେଲ ଭାଙ୍ଗିଦେବା ଫଳରେ __________ ମୁକ୍ତ ହୋଇଗଲେ ।
(ଚକରା ବିଶୋଇ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ସୁରେନ୍ଦ୍ର ସାଏ)
Answer:
ସୁରେନ୍ଦ୍ର ସାଏ
(ଗ) ୧୮୧୭ରେ _________ ବିଦ୍ରୋହ ସଂଗଠିତ ହୋଇଥିଲା ।
(ପାଇକ, ସାନ୍ତାଳ, ସିପାହୀ, କୋହ୍ଲ)
Answer:
ପାଇକ
(ଘ) ଚକରା ବିଶୋଇକୁ ଧରାଇ ଦେଲେ ତିନିହଜାର ଟଙ୍କାର ପୁରସ୍କାର _________ ଘୋଷଣା କରିଥିଲେ ।
(କ୍ୟାନିଂ, ଡେଲ୍ହାଉସୀ, ୱେଲେସ୍, କର୍ଡୱାଲିସ୍)
Answer:
ଡେଲ୍ହାଉସୀ
୪ । ରେଖାଙ୍କିତ ଅଂଶ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।
(କ) ରାଜା ୨ୟ ମୁକୁନ୍ଦଦେବଙ୍କୁ ପୁରୀ ରାଜାରୂପେ ଘୋଷଣା କରାଗଲା ।
Answer:
ରାଜା ୨ୟ ମୁକୁନ୍ଦଦେବଙ୍କୁ ଖୋର୍ଦ୍ଧା ରାଜାରୂପେ ଘୋଷଣା କରାଗଲା ।
(ଖ) ୧୮୯୮ରେ ଭୂୟାଁ ସଂପ୍ରଦାୟର ରତନା ଏକ ମେଳିର ନେତୃତ୍ଵ ନେଲେ ।
Answer:
୧୮୯୮ରେ ଭୂୟାଁ ସଂପ୍ରଦାୟର ଧରଣୀଧର ଏକ ମେଳିର ନେତୃତ୍ଵ ନେଲେ ।
(ଗ) ସାନ୍ତାଳ ବିଦ୍ରୋହ ୧୮୧୭ରେ ହୋଇଥିଲା ।
Answer:
ସାନ୍ତାଳ ବିଦ୍ରୋହ ୧୯୧୭ରେ ହୋଇଥିଲା ।
(ଘ) କନ୍ର ସଂ ନାନା ସାହେବଙ୍କ ମନ୍ତ୍ରୀଥିଲେ ।
Answer:
ତାନ୍ତିଆ ତୋପେ ନାନାସାହେବଙ୍କ ମନ୍ତ୍ରୀ ଥିଲେ ।
୫। ନିମ୍ନଲିଖ ‘କ’ସ୍ତମ୍ଭ ‘ଖ’ସ୍ତମ୍ଭକୁ ପ୍ରାସଙ୍ଗିକ ମେଳ ଅନୁଯାୟୀ ସଂଯୋଗ କର ।
Answer: