CHSE Odisha Class 12 Economics Chapter 5 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 5 ଚାହିଦା Long Answer Questions.

CHSE Odisha 12th Class Economics Chapter 5 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଚାହିଦାର ସଂଜ୍ଞା ନିରୂପଣ କର । ଏହାକୁ ପ୍ରଭାବିତ କରୁଥିବା ଉପାଦାନସମୂହ କ’ଣ ?
Answer:
ସାଧାରଣତଃ କୌଣସି ଦ୍ରବ୍ୟର ଚାହିଦାର ପରିପ୍ରକାଶ କରିବା ସମୟରେ ସେହି ଦ୍ରବ୍ୟ ପ୍ରତି ଥ‌ିବା କ୍ରେତା ବା ଉପଭୋକ୍ତାଙ୍କ ଅଭିଳାଷକୁ ସୂଚାଇ ଦିଆଯାଇଥାଏ । ସାଧାରଣ ଅର୍ଥରେ ଚାହିଦା ଓ ଅଭିଳାଷ ଏକାର୍ଥବୋଧକ ଶବ୍ଦରୂପେ ବିଚାର କରାଯାଇଥିଲେ ହେଁ ଅର୍ଥଶାସ୍ତ୍ରରେ ଏଥିରେ ବିଶେଷ ବ୍ୟତିକ୍ରମ ଦେଖାଯାଇଥାଏ ।

ଅର୍ଥଶାସ୍ତ୍ରରେ ଚାହିଦାର ପରିଭାଷା ସାଧାରଣ ଅଭିଳାଷ ସହ ସଂପୃକ୍ତ ନୁହେଁ; ମାତ୍ର ଏ ଅର୍ଥରେ କୌଣସି ଦ୍ରବ୍ୟର ଚାହିଦା କହିଲେ ଦ୍ରବ୍ୟଟି ଲାଭ କରିବାପାଇଁ ଅଭିଳାଷ, ଆବଶ୍ୟକୀୟ କ୍ରୟ କ୍ଷମତା ଏବଂ ଅର୍ଥବ୍ୟୟ କରିବାପାଇଁ ଇଚ୍ଛାକୁ ବୁଝାଇଥାଏ । ତେଣୁ ସାଧାରଣ ଅଭିଳାଷ ଚାହିଦାର ରୂପ ନେବାକୁ ହେଲେ ଉପରୋକ୍ତ ତିନୋଟି ସର୍ଭ ପୂରଣ ହେବା ଆବଶ୍ୟକ ।

ସଂଜ୍ଞା – Prof. Benham ଚାହିଦାର ସଂଜ୍ଞା ନିରୂପଣ କରି ମତପ୍ରକାଶ କରିଛନ୍ତି ଯେ, “The demand for anything at a given price is the amount of it which will be bought per unit of time at that price.” ଅର୍ଥାତ୍ କୌଣସି ଦ୍ରବ୍ୟ ପାଇଁ ଚାହିଦା କହିଲେ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଓ ଏକ ନିର୍ଦ୍ଦିଷ୍ଟ ସମୟରେ କ୍ରୟ କରାଯାଉଥ‌ିବା ଦ୍ରବ୍ୟର ପରିମାଣକୁ ହ‍ି‍ଁ ବୁଝାଏ| Alvin Hansen ମତରେ, “By demand, we mean the quantity of a commodity that will be purchased at a particular price and not merely the desire of a thing.

” ଅର୍ଥାତ୍ ଚାହିଦା କହିଲେ ଦ୍ରବ୍ୟ ଲାଭ କରିବାର ଅଭିଳାଷ ନୁହେଁ, ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ହିଁ ବୁଝାଇଥାଏ । Prof. Hibsonଙ୍କ ମତରେ “Demand means the various quantities of a good that would be purchased per time period at a different price in a given market.” u qi mê6m 68161 â ବଜାରରେ ଓ ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ କ୍ରୟ କରାଯାଉଥିବା ଦ୍ରବ୍ୟଟିର ପରିମାଣକୁ ହିଁ ବୁଝାଇଥାଏ ।

ବୈଶିଷ୍ଟ୍ୟ – ଉପରୋକ୍ତ ସଂଜ୍ଞାଗୁଡ଼ିକୁ ଅନୁଧ୍ୟାନ କଲେ ପ୍ରତୀୟମାନ ହୁଏ ଯେ ଚାହିଦା ଓ ଅଭିଳାଷ ଦୁଇଟି ଭିନ୍ନାର୍ଥବୋଧକ ଶବ୍ଦ । ଚାହିଦା ସର୍ବଦା ଏକ ନିର୍ଦ୍ଦିଷ୍ଟ ସମୟ ଓ ନିର୍ଦ୍ଦିଷ୍ଟ ଦାମ୍ ଭିଭିରେ ପରିପ୍ରକାଶ କରାଯାଇଥାଏ ଯାହା ଦ୍ରବ୍ୟର ଅଭିଳାଷ କ୍ଷେତ୍ରରେ ଦୃଷ୍ଟିଗୋଚର ହୁଏ ନାହିଁ । ଚାହିଦାର ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କରାଗଲେ ନିମ୍ନୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ଦୃଷ୍ଟିକୁ ଆସିଥାଏ ।

(1) ଚାହିଦା ଓ ଅଭିଳାଷ ଭିନ୍ନାର୍ଥବୋଧକ ଅଟନ୍ତି – ଦ୍ରବ୍ୟର ଚାହିଦା ଓ ଅଭିଳାଷ ମଧ୍ୟରେ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଅଭିଳାଷ ଅର୍ଥରେ ଏହା ଦ୍ରବ୍ୟ ଲାଭ ନିମନ୍ତେ ସାଧାରଣ ଇଚ୍ଛା ପ୍ରତିପାଦିତ କରୁଥିବାବେଳେ ଦ୍ରବ୍ୟର ଚାହିଦା କହିଲେ ଦ୍ରବ୍ୟ ପାଇଁ ଇଚ୍ଛା ଓ ଦ୍ରବ୍ୟ କ୍ରୟ ନିମନ୍ତେ ନିର୍ଦ୍ଦିଷ୍ଟ ଦାମ୍ ଦେବାର ସାମର୍ଥ୍ୟକୁ ହିଁ ଦର୍ଶାଇଥାଏ ।

(2) ଚାହିଦା ଓ ଦାମ୍ ମଧ୍ୟରେ ସମ୍ପର୍କ – କୌଣସି ଦ୍ରବ୍ୟର ଚାହିଦା ଏହାର ଦାମ୍ ମାଧ୍ୟମରେ ପ୍ରକାଶ କରାଯାଇଥାଏ । ଦ୍ରବ୍ୟର ଦାମ୍ ଓ ଚାହିଦା ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଦାମ୍ ବ୍ୟତିରେକେ ଚାହିଦାର ପରିପ୍ରକାଶ ଅର୍ଥହୀନ ହୋଇଥାଏ । ତେଣୁ ଚାହିଦାର ପରିପ୍ରକାଶ ଓ ଦାମ୍‌ର ପରିପ୍ରକାଶ ଉଭୟେ ସମକାଳୀନ ହୋଇଥା’ନ୍ତି ।

(3) ନିର୍ଦ୍ଦିଷ୍ଟ ସମୟ ଓ ଚାହିଦା – ଚାହିଦା ସର୍ବଦା ନିର୍ଦ୍ଦିଷ୍ଟ ସମୟ ପରିପ୍ରେକ୍ଷୀରେ ପ୍ରକାଶ କରାଯାଏ । ଦ୍ରବ୍ୟର ଚାହିଦାର ପରିପ୍ରକାଶ ନିର୍ଦ୍ଦିଷ୍ଟ ସମୟକୁ ଉଲ୍ଲେଖ କରିଥାଏ ନଚେତ୍ ଏହା ସମ୍ପୂର୍ଣ ଭାବପ୍ରକାଶ କରିପାରେ ନାହିଁ ।

ଚାହିଦା ଫଳନ – ଉପରୋକ୍ତ ଉପସ୍ଥାପନାରୁ ପ୍ରତୀୟମାନ ହୁଏ ଯେ ଦ୍ରବ୍ୟର ଚାହିଦା ଓ ଦାମ୍ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଚାହିଦା ଓ ଦାମ୍ ମଧ୍ଯରେ ଥିବା ସମ୍ପର୍କକୁ ‘ଚାହିଦା ଫଳନ’ କୁହାଯାଏ ।
Dx = f (Px) Dx → x ଦ୍ରବ୍ୟର ଚାହିଦା
Px → x ଦ୍ରବ୍ୟର ଦାମ୍
f → ଫଳନ
ଏହି ଚାହିଦା ଫଳନ ଅନୁଯାୟୀ, ଦ୍ରବ୍ୟର ଚାହିଦା ଏହାର ଦାମ୍ ଉପରେ ନିର୍ଭରଶୀଳ । ମାତ୍ର ଏହି ଚାହିଦା ଫଳନ ‘ଦାମ୍ ଚାହିଦା’ କ୍ଷେତ୍ରରେ ପ୍ରଯୁଜ୍ୟ । ଏତଦ୍‌ବ୍ୟତୀତ ଆୟ ଚାହିଦା, କ୍ରସ୍ ଚାହିଦା, ବ୍ୟୁତ୍ପନ୍ନ ଚାହିଦା ଆଦି ଅର୍ଥନୀତିରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ।

ଚାହିଦାକୁ ପ୍ରଭାବିତ କରୁଥ‌ିବା ଉପାଦାନସମୂହ – କୌଣସି ଦ୍ରବ୍ୟର ଚାହିଦା ବହୁବିଧ; ଯଥା- ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଉପାଦାନଦ୍ୱାରା ବିଶେଷଭାବରେ ପ୍ରଭାବିତ । ନିମ୍ନଲିଖ୍ ଉପାଦାନଗୁଡ଼ିକ ଚାହିଦାକୁ ବିଶେଷଭାବରେ ପ୍ରଭାବିତ କରିଥା’ ନ୍ତି ।

CHSE Odisha Class 12 Economics Chapter 5 Long Answer Questions in Odia Medium

(1) ଦ୍ରବ୍ୟର ଦାମ୍ – ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଦ୍ରବ୍ୟର ଦାମ୍ ଏକ ବିଶେଷ ଗୁରୁତ୍ୱପୂର୍ଣ ଉପାଦାନଭାବେ ଗ୍ରହଣ କରାଯାଏ । ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଏହାର ଚାହିଦାର ପରିମାଣ ସଂପ୍ରସାରଣ ଓ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ସଂକୁଚିତ ହୋଇଥାଏ । ଅପରିବର୍ତ୍ତନୀୟ ପରିସ୍ଥିତିରେ ଚାହିଦାର ଏହି ସଂପ୍ରସାରଣ ଓ ସଂକୋଚନ ଦାମ୍‌ର ପରିବର୍ତ୍ତନଜନିତ ହୋଇଥ‌ିବାରୁ ଚାହିଦାର ପରିବର୍ତ୍ତନ କ୍ଷେତ୍ରରେ ଦ୍ରବ୍ୟର ଦାମ୍ଭିକୁ ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନରୂପେ ବିବେଚନା କରାଯାଏ ।

(2) ସମ୍ପର୍କିତ ଦ୍ରବ୍ୟର ଦାମ୍ – ଦ୍ରବ୍ୟର ଚାହିଦା ସେହି ଦ୍ରବ୍ୟର ସମ୍ପର୍କିତ ଦ୍ରବ୍ୟ; ଯଥା – ଅନୁପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟଦ୍ଵାରା ପ୍ରଭାବିତ ହୋଇଥାଏ । କାରଣ ଦ୍ରବ୍ୟଟିର ଦାମ୍ ପରିବର୍ତ୍ତନ ହେଲେ ସେହି ଦ୍ରବ୍ୟର ଅନୁପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟର ଚାହିଦା ପ୍ରଭାବିତ ହୋଇଥାଏ । କୌଣସି ଦ୍ରବ୍ୟର ଅନୁପୂରକ ଦ୍ରବ୍ୟର ଦାମ୍ ବୃଦ୍ଧି ବା ହ୍ରାସ ହେଲେ ସେହି ଦ୍ରବ୍ୟର ଚାହିଦାର ପରିମାଣ ଯଥାକ୍ରମେ ହ୍ରାସ ଓ ବୃଦ୍ଧି ଘଟିଥାଏ । ସେହିପରି କୌଣସି ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟର ଦାମ୍ ହ୍ରାସ ଓ ବୃଦ୍ଧି ହେଲେ ସେହି ଦ୍ରବ୍ୟର ଚାହିଦାର ପରିମାଣ ଯଥାକ୍ରମେ ହ୍ରାସ ଓ ବୃଦ୍ଧି ହୋଇଥାଏ ।

(3) ଉପଭୋକ୍ତାଙ୍କ ଆୟ – ଉପଭୋକ୍ତାଙ୍କ ଆୟ ଓ ଚାହିଦା ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହୁଥ‌ିବାରୁ ଏହା ଚାହିଦାକୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରିଥାଏ । ସାଧାରଣ ଦ୍ରବ୍ୟ କ୍ଷେତ୍ରରେ ଅପରିବର୍ତ୍ତନୀୟ ପରିସ୍ଥିତିରେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ପାଇଲେ ତାଙ୍କର ଦ୍ରବ୍ୟର ଚାହିଦାରେ ବୃଦ୍ଧି ପରିଲକ୍ଷିତ ହୁଏ ଏବଂ ଆୟ ହ୍ରାସ ପାଇଲେ ତାଙ୍କର ଦ୍ରବ୍ୟର ଚାହିଦାର ହ୍ରାସ ଘଟିଥାଏ । ମାତ୍ର ନିକୃଷ୍ଟ ଦ୍ରବ୍ୟ ବା ଗିଫେନ୍ ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ସହ ଏହି ଦ୍ରବ୍ୟର ଚାହିଦା ହ୍ରାସ ପାଇଥାଏ ।

(4) ଜନସଂଖ୍ୟା ଜନସଂଖ୍ୟା ବୃଦ୍ଧି ବିଭିନ୍ନ ଦ୍ରବ୍ୟର ଚାହିଦା ସୃଷ୍ଟି ଓ ବୃଦ୍ଧି କରିଥାଏ । ଜନସଂଖ୍ୟା ହ୍ରାସ ହେଲେ ଚାହିଦାର ହ୍ରାସ ମଧ୍ୟ ଘଟିଥାଏ । ଦ୍ବିତୀୟତଃ, ଜନସଂଖ୍ୟାର ବଣ୍ଟନ ଓ ଗଠନ ମଧ୍ୟ ଦ୍ରବ୍ୟ ଓ ସେବାର ଚାହିଦାକୁ ପ୍ରଭାବିତ କରିଥାଏ । ଜନସଂଖ୍ୟାର ବହୁଳାଶ ଯଦି ଶିଶୁ ହୋଇଥା’ନ୍ତି ତେବେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ, ଖେଳନା ଆଦିର ଚାହିଦା ବୃଦ୍ଧି ପାଇଥାଏ । ସେହିପରି ଜନସଂଖ୍ୟାର ବଳିଷ୍ଠ ଅଂଶ ଦରିଦ୍ର ହୋଇଥିଲେ, ସେମାନଙ୍କପାଇଁ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ । ତେଣୁ ଜନସଂଖ୍ୟାକୁ ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନ ଭାବେ ବିଚାର କରାଯାଇଥାଏ ।

(5) ରୁଚି ଓ ଅଭ୍ୟାସ – ଉପଭୋକ୍ତାଙ୍କ ରୁଚି, ରୀତି ଓ ଅଭ୍ୟାସ ଦ୍ରବ୍ୟ କ୍ରୟ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ମନୁଷ୍ୟର ରୁଚି ଓ ଅଭ୍ୟାସ ପରିବେଷ୍ଟନୀର ପ୍ରଭାବଦ୍ଵାରା ପରିବର୍ତ୍ତିତ ହୋଇଥାଏ । ଏତଦ୍‌ବ୍ୟତୀତ ସାମାଜିକ ଚଳଣି, ଫେସନ ମଧ୍ଯ ଦ୍ରବ୍ୟ କ୍ରୟକୁ ପ୍ରଭାବିତ କରିଥାଏ । କୌଣସି ନୂତନ ଦ୍ରବ୍ୟ ବିଜ୍ଞାପନଦ୍ୱାରା ପ୍ରଚାରିତ ବା ପ୍ରସାରିତ ହେଲେ ଉପଭୋକ୍ତା ସେ ଦ୍ରବ୍ୟ ପ୍ରତି ଅହେତୁକ ଆଗ୍ରହ ପ୍ରକାଶ କରିଥା’ନ୍ତି, ଯଦ୍ବାରା ସେ ଦ୍ରବ୍ୟର ଚାହିଦା ବହୁଗୁଣିତ ହୋଇଥାଏ ।

(6) ଆୟର ବଣ୍ଟନ – ଆୟର ବଣ୍ଟନ ଦ୍ରବ୍ୟର ଚାହିଦାକୁ ବିଶେଷଭାବେ ପ୍ରଭାବିତ କରେ । ଆୟର ବଣ୍ଟନ ସୁଷମ ହେଲେ କେତେକ ଦ୍ରବ୍ୟର ଚାହିଦା ହ୍ରାସ ହେଲାବେଳେ ଅନ୍ୟ କେତେକ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ । ଆୟର ବୈଷମ୍ୟ ଦୂରୀକରଣ ହେଲେ ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ ଓ ବିଳାସମୂଳକ ଚାହିଦା ଦ୍ରବ୍ୟର ହ୍ରାସ ପାଇଥାଏ ।

(7) କର ବ୍ୟବସ୍ଥା – ସରକାର ରାଜସ୍ୱ ବୃଦ୍ଧି ନିମନ୍ତେ ଅନେକ ଦ୍ରବ୍ୟ ଉପରେ କର ଧାର୍ଯ୍ୟ କରନ୍ତି, ଯଦ୍ବାରା ସେହି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଥାଏ । ଏତଦ୍‌ଦ୍ୱାରା ଉଚ୍ଚ ଦାମ୍ଵନିତ ପରିସ୍ଥିତି ଯୋଗୁଁ ସେହି ଦ୍ରବ୍ୟର ଚାହିଦା ହ୍ରାସ ପାଇଥାଏ । ଏହି ପରିବର୍ତ୍ତନ କେବଳ ସରକାରୀ କର ବ୍ୟବସ୍ଥା ଯୋଗୁଁ ହିଁ ଘଟିଥାଏ । ଉପରୋକ୍ତ ଉପାଦାନଗୁଡ଼ିକ ଦ୍ରବ୍ୟର ଚାହିଦାକୁ ଅନେକାଂଶରେ ପ୍ରଭାବିତ କରିଥାଏ । କୌଣସି ଦ୍ରବ୍ୟର ଚାହିଦା ଦାମ୍ ଉପରେ ନିର୍ଭରଶୀଳ ହେଲେ ହେଁ ଦାମ୍ ଅପରିବର୍ତ୍ତିତ ରହି ଉକ୍ତ ଉପାଦାନ ପରିବର୍ତ୍ତିତ ହେଲେ ଦ୍ରବ୍ୟ ଚାହିଦାର ହ୍ରାସ ବା ବୃଦ୍ଧି ଘଟିଥାଏ । ଏ କ୍ଷେତ୍ରରେ ଚାହିଦା ବକ୍ର ସ୍ଥିର ନ ରହି ଊର୍ଦ୍ଧ୍ବ କିମ୍ବା ନିମ୍ନକୁ ସ୍ଥାନାନ୍ତର ହୋଇଥାଏ ।

2. ଚାହିଦା କହିଲେ କ’ଣ ବୁଝାଯାଏ ? ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ଏବଂ ନିର୍ଦ୍ଦିଷ୍ଟ ଦାମ୍‌ରେ କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ଚାହିଦା ଆଖ୍ୟା ଦିଆଯାଇଥାଏ । ଚାହିଦାର ଏହି ଅର୍ଥକୁ ଅନୁଧ୍ୟାନ କଲେ ଚାହିଦାର ସ୍ବାତନ୍ତ୍ର୍ୟ ପ୍ରତୀୟମାନ ହୋଇଥାଏ । ପ୍ରଥମତଃ, କୌଣସି ଦ୍ରବ୍ୟର ଚାହିଦା ସେହି ଦ୍ରବ୍ୟର ଦାମ୍ ସହ ଅତି ନିବିଡ଼ଭାବେ ସଂଶ୍ଳିଷ୍ଟ । ଦ୍ରବ୍ୟର ଚାହିଦା ଓ ଦାମ୍ରର ପରିପ୍ରକାଶ ସମକାଳୀନ ହୋଇଥାଏ । ଦାମ୍ ବ୍ୟତିରେକ ଚାହିଦାର ଅର୍ଥ ପ୍ରକାଶ ପାଏନାହିଁ । ଅର୍ଥାତ୍ ଦାମ୍ ଉଲ୍ଲେଖୁ ନ ଥିଲେ ଚାହିଦାର ସଂପୂର୍ଣ୍ଣ ଅର୍ଥ ପ୍ରକାଶ ପାଏନାହିଁ । ଏହା ନିରର୍ଥକ । ଦ୍ଵିତୀୟତଃ, ଚାହିଦା ସର୍ବଦା ନିର୍ଦ୍ଦିଷ୍ଟ ସମୟ ପରିପ୍ରେକ୍ଷୀରେ ପ୍ରକାଶ କରାଯାଇଥାଏ । ଏହି ସମୟସୀମା । ଦିନ, 1 ସପ୍ତାହ, 1 ମାସ ବା ।

ବର୍ଷ ହୋଇପାରେ; ମାତ୍ର ଚାହିଦାର ପୂର୍ଣ୍ଣ ଅର୍ଥ ପ୍ରକାଶ ନିମନ୍ତେ ସମୟର ଉଲ୍ଲେଖ ଅପରିହାର୍ଯ୍ୟ । ତୃତୀୟତଃ, ଚାହିଦା ଏକ ଦ୍ରବ୍ୟ ବା ସେବା କ୍ଷେତ୍ରରେ ଉଦ୍ଦିଷ୍ଟ ଯାହାର ପରିମାଣ ଉଲ୍ଲେଖ କରାଯାଇଥାଏ । ଅର୍ଥାତ୍ ଚାହିଦାର ପରିମାଣ ସର୍ବଦା କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ସୂଚାଇଥାଏ । ଏହି ମର୍ମରେ Prof. Benham ଙ୍କ ମତ ପ୍ରଣିଧାନଯୋଗ୍ୟ । ତାଙ୍କ ମତରେ, ‘କୌଣସି ଦ୍ରବ୍ୟ ବା ସେବା ପାଇଁ ଚାହିଦା କହିଲେ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଏବଂ ନିର୍ଦ୍ଦିଷ୍ଟ ସମୟରେ କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ବୁଝାଇଥାଏ ।’

ଏହି ପରିପ୍ରେକ୍ଷୀରେ ଚାହିଦା ଓ ଅଭିଳାଷ ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଦ୍ରବ୍ୟର ଚାହିଦା ଦ୍ରବ୍ୟର ଅଭିଳାଷଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଅଭିଳାଷ ସାଧାରଣତଃ କୌଣସି ଦ୍ରବ୍ୟ ଲାଭ କରିବାର ପ୍ରତ୍ୟାଶାକୁ ପ୍ରଦର୍ଶିତ କରେ । ମାତ୍ର କୌଣସି ଦ୍ରବ୍ୟର ଚାହିଦା କହିଲେ ସେ ଦ୍ରବ୍ୟ ପ୍ରତି ଥ‌ିବା ଅଭିଳାଷ, ପ୍ରାପ୍ୟ (ଦାମ୍) ପ୍ରଦାନ କରିବାର ସାମର୍ଥ୍ୟ ତଥା ବ୍ୟୟ କରିବାର ଇଚ୍ଛାକୁ ସୂଚାଇଥାଏ । ଏଣୁ ଚାହିଦାକୁ ଫଳପ୍ରଦ ଇଚ୍ଛା (Effective Desire) କୁହାଯାଇଥାଏ ।

ସେର୍‌ମାନ୍‌ଙ୍କ ଭାଷାରେ, ‘ମୂଲ୍ୟ ବିଷୟ ଉଲ୍ଲେଖ ନ କରି କେବଳ କ୍ରୟ ପରିମାଣ ଉଲ୍ଲେଖ କରାଗଲେ ଚାହିଦା ସମ୍ପର୍କରେ ସମ୍ୟକ୍ ଧାରଣା ପାଇହୁଏ ନାହିଁ ।’’ ତେଣୁ ଚାହିଦାର ପରିପ୍ରକାଶ ସମୟରେ ଦ୍ରବ୍ୟର ଦାମ୍‌ର ପରିପ୍ରକାଶ ଏକାନ୍ତ ଆବଶ୍ୟକ ।

ଚାହିଦା ଓ ଦାମ୍ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ସୂଚୀ ବା ସାରଣୀ ବା ତାଲିକା ମାଧ୍ୟମରେ ପ୍ରକାଶ କରାଯାଇପାରେ । ଏହାକୁ ‘ଚାହିଦା ସୂଚୀ’ କୁହଯାଏ । ବିଭିନ୍ନ ଦାମ୍‌ରେ କ୍ରୟ କରାଯାଉଥିବା କୌଣସି ଦ୍ରବ୍ୟର ବିଭିନ୍ନ ପରିମାଣକୁ ତାଲିକା ବା ସାରଣୀ ବା ସୂଚୀ ମାଧ୍ୟମରେ ପ୍ରକାଶ କରାଗଲେ ତାହାକୁ ‘ଚାହିଦା ସୂଚୀ’ କୁହାଯାଏ । ଚାହିଦା ସୂଚୀ ସାଧାରଣତଃ ଦୁଇପ୍ରକାର ହୋଇପାରେ –
(1) ବ୍ୟକ୍ତିଗତ ଚାହିଦା ସୂଚୀ ଓ
(2) ବଜାର ଚାହିଦା ସୂଚୀ

(1) ବ୍ୟକ୍ତିଗତ ଚାହିଦା ସୂଚୀ – ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକା ବା ସାରଣୀକୁ ‘ବ୍ୟକ୍ତିଗତ ଚାହିଦା ସୂଚୀ’ କୁହାଯାଏ । ସର୍ବୋପରି ଏହି ସାରଣୀ ଏକ ଉପଭୋକ୍ତା ବିଭିନ୍ନ ଦାମ୍‌ରେ କ୍ରୟ କରୁଥିବା ଏକ ଦ୍ରବ୍ୟର ବିଭିନ୍ନ ପରିମାଣକୁ ପରିପ୍ରକାଶ କରିଥାଏ । ମନେକର, ଏକ ଉପଭୋକ୍ତା ବିଭିନ୍ନ ଦାମ୍‌ରେ A ଦ୍ରବ୍ୟର ବିଭିନ୍ନ ପରିମାଣ କ୍ରୟ କରିଛନ୍ତି । ଏହି ବିଭିନ୍ନ ଦାମ୍ ଏହାର ତଦ୍ଵଜନିତ ବିଭିନ୍ନ ପରିମାଣ ଏକ ସାରଣୀ ମାଧ୍ୟମରେ ପ୍ରକାଶ କରାଗଲେ ତାହା ହିଁ ବ୍ୟକ୍ତିଗତ ଚାହିଦା ସୂଚୀର ମାନ୍ୟତା ପାଇଥାଏ ।

A ଦ୍ରବ୍ୟ ପାଇଁ ବ୍ୟକ୍ତିଗତ ଚାହିଦା ସୂଚୀ

A ଦ୍ରବ୍ୟର ଏକକ ପ୍ରତି ଦାମ୍ (ଟଙ୍କାରେ) A ଦ୍ରବ୍ୟର ପରିମାଣ (ଏକକ)
7.00 10
6.00 15
5.00 20
4.00 25
3.00 30

ଉପରୋକ୍ତ ସାରଣୀରେ ଦର୍ଶାଇ ଦିଆଯାଇଛି ଯେ ଉପରୋକ୍ତ ବ୍ୟକ୍ତି ଜଣକ A ଦ୍ରବ୍ୟର ଦାମ୍ ଟ.7.00 ସମୟରେ 10 ଏକକ କ୍ରୟ କରିଛନ୍ତି । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ A ଦ୍ରବ୍ୟର ଦାମ୍ ଟ.6.00 କୁ ହ୍ରାସ ପାଇବାରୁ ଉପଭୋକ୍ତା 15 ଏକକ କ୍ରୟ କରିଛନ୍ତି । ଅର୍ଥାତ୍ A ଦ୍ରବ୍ୟର ଦାମ୍ ହ୍ରାସ ପାଇଥିବା ସମୟରେ ଏହାର ଚାହିଦାରୁ ପରିମାଣ ବୃଦ୍ଧି ପାଇଅଛି । ଉପରୋକ୍ତ ସାରଣୀରେ A ଦ୍ରବ୍ୟର ଦାମ୍ କ୍ରମାଗତ ହ୍ରାସ ପାଇଥିବାରୁ ଏହାର ପରିଣତି ସ୍ୱରୂପ ଦ୍ରବ୍ୟର କ୍ରୟର ପରିମାଣ କ୍ରମାଗତ ବୃଦ୍ଧି ପାଇଚାଲିଛି । ଏଥୁରୁ ପ୍ରତୀୟମାନ ହଏ ଯେ, ଦାମ୍‌ର ହ୍ରାସ ପାଇଲେ ଚାହିଦାର ପରିମାଣ ବୃଦ୍ଧି ଓ ଦାମ୍‌ର ବୃଦ୍ଧି ହେଲେ ଚାହିଦାର ପରିମାଣ ହ୍ରାସ ପାଇଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

ବ୍ୟକ୍ତିଗତ ଚାହିଦା ରେଖା – ଉପରୋକ୍ତ ଚାହିଦା ବୃଦ୍ଧି ଓ ସୂଚୀକୁ ଭିଭିକରି ଚାହିଦା ରେଖା ଅଙ୍କନ କରାଯାଇପାରେ ।
CHSE Odisha Class 12 Economics Chapter 5 Long Answer Questions in Odia Medium
ଉପରୋକ୍ତ ଚିତ୍ରରେ OX- ଅକ୍ଷରେ ଦ୍ରବ୍ୟର ଚାହିଦାର ପରିମାଣ ଓ OY- ଅକ୍ଷରେ ଦ୍ରବ୍ୟର ଦାମ୍ ପ୍ରତିଫଳିତ ହୋଇଛି । A, B, C, D ଓ E ବିନ୍ଦୁଗୁଡ଼ିକ ବିଭିନ୍ନ ଦାମ୍‌ରେ ଚାହିଦାର ବିଭିନ୍ନ ପରିମାଣ ଉପସ୍ଥାପନ କରୁଛି । ଏହି ବିନ୍ଦୁ ଗୁଡ଼ିକ ସଂଯୋଗ କରାଯାଇ DD ଚାହିଦାରେଖା ଅଙ୍କନ କରାଯାଇଛି । DD ଏକ ବ୍ୟକ୍ତିଗତ ଚାହିଦା ରେଖା ।

(2) ବଜାର ଚାହିଦା ସୂଚୀ – ବଜାର ଚାହିଦା ସୂଚୀ, ବ୍ୟକ୍ତିଗତ ଚାହିଦା ସୂଚୀର ଏକ ପରିବର୍ଦ୍ଧିତ ପରିପ୍ରକାଶ । କାରଣ ବଜାରରେ ଅସଂଖ୍ୟ କ୍ରେତାଙ୍କର ସମାବେଶ ଘଟିଥାଏ । ବଜାରରେ ପ୍ରତ୍ୟେକ କ୍ରେତା ନିଜର ଆର୍ଥିକ ସାମର୍ଥ୍ୟକୁ ଭିତ୍ତିକରି ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଭିନ୍ନ ଭିନ୍ନ ପରିମାଣର ଦ୍ରବ୍ୟ କ୍ରୟ କରଥା’ନ୍ତି । ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିଭିନ୍ନ କ୍ରେତାଙ୍କର ଚାହିଦାର ପରିମାଣ ଭିନ୍ନ ହୋଇଥାଏ । ପ୍ରତ୍ୟେକ କ୍ରେତାଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ ।

ବିଭିନ୍ନ ଦାମ୍ରେ ବିଭିନ୍ନ କ୍ରେତାଙ୍କଦ୍ୱାରା ବଜାରରେ କ୍ରୟ ହେଉଥିବା ଦ୍ରବ୍ୟର ବିଭିନ୍ନ ପରିମାଣକୁ ବଜାର ଚାହିଦା ସୂଚୀ କୁହାଯାଏ । ମନେକର ‘A” ଦ୍ରବ୍ୟ ପାଇଁ ବଜାରରେ X, Y ଓ Z ନାମକ ତିନିଜଣ କ୍ରେତା ଅଛନ୍ତି । ବଜାରରେ A ଦ୍ରବ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ଦାମ୍ ପାଇଁ X, Y ଓ Z ଉପଭୋକ୍ତା ବିଭିନ୍ନ ପରିମାଣର ଦ୍ରବ୍ୟ କ୍ରୟ କରିଥା’ନ୍ତି । ସେହି ନିର୍ଦ୍ଦିଷ୍ଟ ଦାମ୍‌ରେ ତିନିଜଣ ଉପଭୋକ୍ତା ଦ୍ରବ୍ୟ କ୍ରୟର ମୋଟ ପରିମାଣକୁ ସେହି ନିର୍ଦ୍ଦିଷ୍ଟ ଦାମ୍‌ରେ ବଜାର ଚାହିଦା କୁହାଯାଇଥାଏ । ନିମ୍ନୋକ୍ତ ସାରଣୀରେ ଏହି ତତ୍ତ୍ବ ପ୍ରାଞ୍ଜଳ ଭାବରେ ବର୍ଣ୍ଣିତ ହୋଇଛି ।

‘A’ ଦ୍ରବ୍ୟ ପାଇଁ ବଜାର ଚାହିଦା ସୂଚୀ

A ଦ୍ରବ୍ୟର ଏକକ ପ୍ରତି ଦାମ୍ (ଟଙ୍କାରେ) ‘X’ କ୍ରେତାଙ୍କ ଚାହିଦା (ଏକକ) ‘Y’ କ୍ରେତାଙ୍କ ଚାହିଦା (ଏକକ) ‘Z’  କ୍ରେତାଙ୍କ ଚାହିଦା (ଏକକ) ମୋଟ ବଜାର ଚାହିଦା(ଏକକ)
7.00 3 2 5 3+2+5=10
6.00 5 4 6 5+4+6=15
5.00 6 5 9 6+5+9=20
4.00 8 7 10 8+7+10=25
3.00 9 9 12 9+9+12=30

ଉପରୋକ୍ତ ତାଲିକାରୁ ଏହା ସୂଚିତ ହୋଇଛି ଯେ, A ଦ୍ରବ୍ୟର ଦାମ୍ ଟ. 7.00 ବେଳେ ଉପଭୋକ୍ତା ତ୍ରୟ (X, Y ଓ Z) ଯଥାକ୍ରମେ 3 ଏକକ, 2 ଏକକ ଓ 5 ଏକକ କ୍ରୟ କରିଛନ୍ତି । ଏ କ୍ଷେତ୍ରରେ ମୋଟ ବଜାର ଚାହିଦାର ପରମାଣ 10 ଏକକ (3 + 2+ 5) । ସେହିପରି A ଦ୍ରବ୍ୟର ଦାମ୍ ଟ. 6.00, ଟ. 5.00, ଟ. 4.00, ଟ. 3.00 ହେଲାବେଳେ ଉପଭୋକ୍ତା

X, Y ଓ Z ସେମାନଙ୍କର ଦ୍ରବ୍ୟକ୍ରୟର ପରିମାଣ ବୃଦ୍ଧି କରିଛନ୍ତି ଯଦ୍ବାରା ମୋଟ ବଜାର ଚାହିଦାର ପରିମାଣ ଯଥାକ୍ରମେ 15, 20, 25 ଓ 30 ଏକକକୁ ବୃଦ୍ଧି ପାଇଛି । ଦ୍ରବ୍ୟର ବିଭିନ୍ନ ଦାମ୍ ଓ ଉପଭୋକ୍ତାମାନଙ୍କର ବିଭିନ୍ନ ଦ୍ରବ୍ୟକ୍ରୟର ପରିମାଣ ବଜାର ଚାହିଦା ସୂଚୀରେ ପ୍ରତିଫଳିତ ହୋଇଛି । ଏହା ନିଃସନ୍ଦେହରେ କୁହାଯାଏ ଯେ ବଜାର ଚାହିଦା ସୂଚୀ, ବ୍ୟକ୍ତିଗତ ଚାହିଦା ସୂଚୀର ସମାହାର ।

ବଜାର ଚାହିଦା ରେଖା – ଉପରୋକ୍ତ ତାଲିକାରେ ପ୍ରଦତ୍ତ ଦ୍ରବ୍ୟର ବିଭିନ୍ନ ଦାମ୍ ଓ ଉପଭୋକ୍ତାମାନେ ଏହି ଦାମ୍‌ରେ କ୍ରୟ କରୁଥିବା ବିଭିନ୍ନ ପରିମାଣକୁ ରେଖାଚିତ୍ର ସାହାଯ୍ୟରେ ପ୍ରକାଶ କଲେ ବଜାର ଚାହିଦା ରେଖା ମିଳିଥାଏ । ଅନ୍ୟ ଅର୍ଥରେ ବଜାର ଚାହିଦା ରେଖା, ବଜାର ଚାହିଦା ସୂଚୀର ଜ୍ୟାମିତିକ ବା ରୈଖ୍ୟକ ପରିପ୍ରକାଶ ।
ନିମ୍ନରେ ବଜାର ଚାହିଦା ସୂଚୀର ଜ୍ୟାମିତିକ ବିଶ୍ଳେଷଣ ଉପସ୍ଥାପନ କରାଯାଇଛି ।
CHSE Odisha Class 12 Economics Chapter 5 Long Answer Questions in Odia Medium 1
ଉପରୋକ୍ତ ଚିତ୍ରରେ OX ଅକ୍ଷରେ ଦ୍ରବ୍ୟର ପରିମାଣ ଓ OY ଅକ୍ଷରେ ଦ୍ରବ୍ୟର ଦାମ୍ ପ୍ରତିଫଳିତ ହୋଇଛି । A ଦ୍ରବ୍ୟର ଦାମ୍ ଟ. 3.00 ବେଳେ, X, Y ଓ Z ଉପଭୋକ୍ତାଗଣ ମୋଟ 10 ଏକକ ଦ୍ରବ୍ୟ କ୍ରୟ କରିଛନ୍ତି ଯାହା ବଜାର ଚାହିଦା ପରିମାଣ । ଏହା ଚିତ୍ରରେ P ବିନ୍ଦୁରେ ଦର୍ଶାଯାଇଛି । ସେହିପରି ଦ୍ରବ୍ୟର ଦାମ୍ ଟ. 6.00, ଟ. 5.00, ଟ. 4.00 ଓ ଟ. 3.00 ଥିବା ସମୟରେ ମୋଟ ବଜାର ଚାହିଦାର ପରିମାଣ ଯଥାକ୍ରମେ 15, 20, 25 ଓ 30 ଏକକକୁ ବୃଦ୍ଧି ପାଇଛି ଏବଂ ଏହା ଯଥାକ୍ରମେ Q, R, S ଓ T ବିନ୍ଦୁରେ ଦର୍ଶାଯାଇଛି । ବର୍ତ୍ତମାନ P, Q, R, S, T ବିନ୍ଦୁକୁ ସଂଯୋଗ କରାଗଲେ MN ବଜାର ଚାହିଦା ରେଖା ଅଙ୍କନ କରାଯାଇପାରିବ । ‘MN’ କୁ ବଜାର ଚାହିଦା ରେଖା କୁହାଯାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ ଦ୍ରବ୍ୟର ଦାମ୍ ଓ ଚାହିଦାର ପରିମାଣ ବିପରୀତମୁଖୀ ହୋଇଥିବାରୁ ବ୍ୟକ୍ତିଗତ ଚାହିଦା ରେଖା ଓ ବଜାର ଚାହିଦା ଲେଖା ବାମରୁ ଡାହାଣକୁ କ୍ରମାବନତ ହୋଇଥାଏ । ଏହାକୁ ଅର୍ଥଶାସ୍ତ୍ରରେ ଋଣାତ୍ମକ ଅଧୋଗତି କୁହାଯାଇଥାଏ । ଏହି ଉପସ୍ଥାପନାରୁ ସୂଚନା ମିଳେ ଯେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ହେଲେ, ସେହି ଦ୍ରବ୍ୟର କ୍ରୟର ପରିମାଣ (ଚାହିଦାର ପରିମାଣ) ବୃଦ୍ଧି ହୋଇଥାଏ ଓ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଦ୍ରବ୍ୟର କ୍ରୟର ପରିମାଣ (ଚାହିଦାର ପରିମାଣ) ହ୍ରାସ ହୋଇଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

3. ଚାହିଦା ସୂତ୍ରର ବର୍ଣ୍ଣନା ଓ ବ୍ୟାଖ୍ୟା କର । କେଉଁ ସର୍ଭରେ ଚାହିଦା ସୂତ୍ର କାର୍ଯ୍ୟ କରିଥାଏ? ଏହାର ସୀମାବଦ୍ଧତାଗୁଡ଼ିକ ଉଲ୍ଲେଖ କର।
Answer:
ଚାହିଦା ସର୍ବଦା ଫଳପ୍ରଦ ଇଚ୍ଛାକୁ ବୁଝାଏ, ଯାହାର ପ୍ରକୃତ ଅର୍ଥ ହେଲା ଦ୍ରବ୍ୟପ୍ରାପ୍ତିର ଇଚ୍ଛା ପଛରେ ଦ୍ରବ୍ୟ ଲାଗି ଉଦ୍ଦିଷ୍ଟ ଦାମ ଦେବାର ସାମର୍ଥ୍ୟ ସହିତ ଅର୍ଥତ୍ୟାଗ ଲାଗି ସମ୍ମତ ରହିବା ଦରକାର । ତେଣୁ ଚାହିଦା ବା ସାମର୍ଥ୍ୟ ଓ ସମ୍ମତିର ସହ ଦ୍ରବ୍ୟପ୍ରାପ୍ତିର ଇଚ୍ଛା, ଦ୍ରବ୍ୟର ଏକ ପରିମାଣକୁ ବୁଝାଏ ଓ ଏହି ପରିମାଣର ନିର୍ଣ୍ଣୟ କରିବା ଲାଗି ଦାମ୍ ଗୁରୁତ୍ଵପୂର୍ଣ ଭୂମିକା ବହନ କରେ । ତେଣୁ ଚାହିଦା ଓ ଦାମ୍ ଅଙ୍ଗାଙ୍ଗୀଭାବେ ଜଡ଼ିତ ।

ଚାହିଦା ସୂତ୍ର :
ଦ୍ରବ୍ୟର ଦାମ୍ ଓ ଏହାର ପରିମାଣ ମଧ୍ଯରେ ଥିବା ବିପରୀତମୁଖୀ ସଂପର୍କ ବିଷୟରେ ମାର୍ଶାଲ୍ ମତ ଦେଇଛନ୍ତି ଯେ, ‘ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହି, କୌଣସି ଦ୍ରବ୍ୟର ଦାମ୍ ହ୍ରାସ ସଙ୍ଗେ ସଙ୍ଗେ ଦ୍ରବ୍ୟର ଚାହିଦାର ପରିମାଣ ବୃଦ୍ଧି ହୁଏ ଏବଂ ଦାମ ବୃଦ୍ଧି ସହିତ ସେହି ଦ୍ରବ୍ୟର ଚାହିଦାର ପରିମାଣ ହ୍ରାସ ହୁଏ ।

’’ପ୍ରକାରନ୍ତରେ, ଅପରିବର୍ତ୍ତନୀୟ ପରିସ୍ଥିତିରେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ, ଏହାର ଚାହିଦାର ପରିମାଣ ସଂପ୍ରସାରିତ ହୁଏ ଓ ଦାମ୍ ବୃଦ୍ଧି ହେଲେ ଦ୍ରବ୍ୟର ଚାହିଦାର ପରିମାଣ ସଙ୍କୁଚିତ ହୁଏ । ଦ୍ରବ୍ୟର ଦାମ୍ ହ୍ରାସ ଓ ବୃଦ୍ଧିଜନିତ ପରିସ୍ଥିତିରେ ଦ୍ରବ୍ୟର ଚାହିଦାର ପରିମାଣରେ ସଂପ୍ରସାରଣ ଓ ସଙ୍କୋଚନ ହିଁ ଚାହିଦା ସୂତ୍ରର ମୂଳଭିଭି । ଅଧ୍ୟାପକ ମେୟରଙ୍କ ମତରେ, ‘ଲୋକମାନେ ଉଚ୍ଚ ଦାମ୍ ଅପେକ୍ଷା କମ୍ ଦାମ୍‌ରେ ଅଧିକ ପରିମାଣର ଦ୍ରବ୍ୟ ଓ ସେବା କ୍ରୟ କରନ୍ତି ।’’

ଦ୍ରବ୍ୟର ଦାମ୍ ଓ ଏହାର ଚାହିଦା ମଧ୍ୟରେ ଥ‌ିବା ସଂପର୍କ ‘ଚାହିଦା ଫଳନ’ ମାଧ୍ୟମରେ ପ୍ରକାଶ କରାଯାଇପାରେ ।
Dx = f(Px) ଅପରିବର୍ତ୍ତନୀୟ ପରିସ୍ଥିତିରେ ।
Dx → ‘x’ ଦ୍ରବ୍ୟର ଚାହିଦା ;
Px→ ‘x’ ଦ୍ରବ୍ୟର ଦାମ୍;
f → ଫଳନ ।
ଏହି ଚାହିଦା ଫଳନରୁ ପ୍ରକଟିତ ହୁଏ ଯେ କୌଣସି ଦ୍ରବ୍ୟର ଚାହିଦା ଏହାର ଦାମ୍ ଉପରେ ନିର୍ଭରଶୀଳ । ଚାହିଦା ସୂତ୍ରରେ ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ‘କାରଣ’ ଓ ଚାହିଦା ପରିମାଣରେ ପରିବର୍ତ୍ତନ ଏହାର ‘ଫଳାଫଳ’ ରୂପେ ବିବେଚିତ ହୋଇଥାଏ ।

ଉପସ୍ଥାପନା :
ଚାହିଦା ସୂତ୍ର ଚାହିଦା ଓ ଦାମ୍ ମଧ୍ଯରେ ଯେଉଁ ବିପରୀତ ସମ୍ପର୍କ ଦର୍ଶାଏ, ତାହାକୁ ସାଧାରଣତଃ ଦୁଇ ପ୍ରକାରରେ ଉପସ୍ଥାପନ କରାଯାଏ । ପ୍ରଥମତଃ ସାରଣୀକ ଉପସ୍ଥାପନା ବା ଚାହିଦା ଅନୁସୂଚୀ ଓ ଦ୍ବିତୀୟତଃ ରେଖାଚିତ୍ର ସହାୟତାରେ ଉପସ୍ଥାପନ ।

(i) ଚାହିଦା ଅନୁସୂଚୀ : ଚାହିଦା ଅନୁସୂଚୀ କହିଲେ ଏହା ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ୟରେ କୌଣସି ବ୍ୟକ୍ତି ବା ବଜାରର ବିଭିନ୍ନ ଦାମ୍‌ରେ ଚାହିଦା ପରିମାଣକୁ ସାରଣୀ ସାହାଯ୍ୟରେ ଉପସ୍ଥାପନ କରେ । ମାତ୍ର ଏହି ଉପସ୍ଥାପନ ସେହି ସମ୍ପର୍କ ସ୍ଥାପନ କରେ ଯାହା ଚାହିଦା ସୂତ୍ର ଚାହିଦା ଓ ଦାମ୍ ମଧ୍ଯରେ ଦର୍ଶାଏ । ତେଣୁ ଚାହିଦା ଅନୁସୂଚୀ ଦର୍ଶାଏ କି ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ୟରେ ବ୍ୟକ୍ତି ବା ବଜାରସ୍ଥଳେ ଦାମ୍ କମ୍ ବେଳେ ଚାହିଦା ବେଶୀ ଓ ଦାମ୍ ବେଶୀ ବେଳେ ଚାହିଦା କମ୍ ହୁଏ । ଚାହିଦା ଅନୁସୂଚୀକୁ ବ୍ୟକ୍ତି ସ୍ଥଳେ ବ୍ୟକ୍ତିଗତ ଚାହିଦା ଅନୁସୂଚୀ ଓ ବଜାରସ୍ଥଳେ ବଜାର ଚାହିଦା ଅନୁସୂଚୀ କୁହାଯାଏ । ନିମ୍ନରେ ଏକ ବ୍ୟକ୍ତିଗତ ଚାହିଦା ଅନୁସୂଚୀର ଉପସ୍ଥାପନା କରାଗଲା ।

ଚାହିଦା ଅନୁସୂଚୀ:

ଏକକ ପ୍ରତି ଦାମ୍ ( ଟଙ୍କାରେ ) ଚାହିଦା ପରିମାଣ
15 25
25 20
37 16
50 10
60 5
75 2

ଉପରୋକ୍ତ ସାରଣୀରୁ ସ୍ପଷ୍ଟ ପ୍ରତୀୟମାନ ଯେ ଦ୍ରବ୍ୟର 15 ଟଙ୍କା ଥିଲେ ଚାହିଦାର ପରିମାଣ 25 ଅଛି । ଠିକ୍ ସେହିପରି ଦ୍ରବ୍ୟର ଦାମ 15 ଟଙ୍କାରୁ ବୃଦ୍ଧି ପାଇ 25 ଟଙ୍କା ହେଲା ଏଠାରେ ଚାହିଦାର ପରିମାଣ 25 ରୁ ହ୍ରାସ ପାଇଁ 20 କୁ ଖସି ଆସିଛି । କୁ ପରିଶେଷରେ ଦ୍ରବ୍ୟର ଦାମ 75 ଟଙ୍କା ଥିଲାବେଳେ ଚାହିଦାର ପରିମାଣ 2 ଅଛି । ଏହା ଦର୍ଶାଅ ଯେ, ଦାମ୍ ବୃଦ୍ଧି ପାଉଥିଲାବେଳେ ଚାହିଦା ପରିମାଣରେ ହ୍ରାସ ଘଟୁଛି ।

(ii) ରେଖାଚିତ୍ର ଉପସ୍ଥାପନ : ଚାହିଦା ଅନୁସୂଚୀକୁ ରେଖାଚିତ୍ରରେ ଉପସ୍ଥାପନ କରିବାକୁ ଚାହିଦା ସୂତ୍ରରେ ରେଖାଚିତ୍ର ଉପସ୍ଥାପନ କୁହାଯାଏ । ପ୍ରଥମେ ପ୍ରତ୍ୟେକ ଦାମ୍‌ରେ ଦର୍ଶିତ ଚାହିଦା ପରିମାଣକୁ ଏକ ବିନ୍ଦୁରେ ଚିହ୍ନଟ କରାଯାଏ ଓ ପରେ ସେଗଡ଼ିକୁ ଯୋଗ କରି ଏକ ରେଖା ଟଣାଯାଏ । ସେହି ରେଖାକୁ ଚାହିଦା ରେଖା କୁହାଯାଏ, ଯାହା ଚାହିଦା ଓ ଦାମ୍ ମଧ୍ୟରେ ଥବା ସମ୍ପର୍କକୁ ରେଖାଚିତ୍ର ସାହାଯ୍ୟରେ ଉପସ୍ଥାପନ କରେ । ଚାହିଦା ଅନୁସୂଚୀ ପରି ବ୍ୟକ୍ତିବିଶେଷ ବା ବଜାରସ୍ଥଳେ ମଧ୍ୟ ଚାହିଦା ସମ୍ପର୍କକୁ ରେଖାଚିତ୍ରରେ ଉପସ୍ଥାପନ କରାଯାଇପାରେ ଓ ଏହା ବ୍ୟକ୍ତି ଚାହିଦା ରେଖା ବା ବଜାର ଚାହିଦା ଦର୍ଶାଏ । ଉପରୋକ୍ତ ବ୍ୟକ୍ତି ଚାହିଦା ଅନୁସୂଚୀକୁ ନିମ୍ନରେ ରେଖାଚିତ୍ର ସହାୟତାରେ ଉପସ୍ଥାପନା କରାଗଲା ।

ଉକ୍ତ ରେଖାଚିତ୍ରରେ ‘A’ ବିନ୍ଦୁ ଦର୍ଶାଏ ଯେ ଦାମ 15 ବେଳେ ଚାହିଦା ପରିମାଣ 25 । ‘B’ ବିନ୍ଦୁରେ 25 ଦାମ୍ରେ ଚାହିଦା ପରିମାଣ 20 । ତେଣୁ ଦାମ୍‌ରେ ବୃଦ୍ଧି ଘଟି ଚାହିଦା ପରିମାଣ ହ୍ରାସ ଘଟିଅଛି । ଏହିଭଳି A, B, C, D ଓ E ବିନ୍ଦୁଗୁଡ଼ିକୁ ଯୋଗକଲେ ଚାହିଦା ରେଖା ମିଳିଥାଏ ।
CHSE Odisha Class 12 Economics Chapter 5 Long Answer Questions in Odia Medium 2
ଚାହିଦା ରେଖା ବାମରୁ ଦକ୍ଷିଣକୁ ଓ ଊର୍ଦ୍ଧ୍ବରୁ ନିମ୍ନକୁ ଗତି କରିଥାଏ । ଚାହିଦା ସୂତ୍ରର ସାରଣୀକ ବା ରେଖାଚିତ୍ର ଉପସ୍ଥାପନ ହେଉ, ଏହା ସର୍ବଦା ଦର୍ଶାଏ ଯେ ଦାମ୍‌ରେ ଚାହିଦା ପରିମାଣ ବୃଦ୍ଧି ଘଟେ ଓ ଦାମ୍ ବୃଦ୍ଧି ଘଟିଲେ ଚାହିଦାର ହ୍ରାସ ଘଟେ । ଏହା ଚାହିଦା ସୂତ୍ର ଅଟେ ।

ସର୍ତ୍ତାବଳୀ :
ଚାହିଦା ସୂତ୍ରର କାର୍ଯ୍ୟକାରିତା କେତେକ ସର୍ଭ ଉପରେ ନିର୍ଭର କରେ । ଚାହିଦାର ସୂତ୍ର ଓ ଚାହିଦା ପରିମାଣ ମଧ୍ଯରେ ଥ‌ିବା ଏହି ବିପରୀତମୁଖ୍ ସମ୍ପର୍କକୁ ବ୍ୟାଖ୍ୟା କଲାବେଳେ ‘ଅପରିବର୍ତ୍ତନୀୟ ପରିସ୍ଥିତି’ ଉପରେ ଗୁରୁତ୍ବ ଆରୋପ କରାଯାଇଛି । 

  • ଖାଉଟିଙ୍କ ଆୟ – ଚାହିଦା ସୂତ୍ରର କାର୍ଯ୍ୟକାରିତା ପାଇଁ ଖାଉଟିଙ୍କ ଆୟ ଅପରିବର୍ତ୍ତିତ ରହିବା ଉଚିତ୍ । ଆୟର ପରିବର୍ତ୍ତନ ହେଲେ ଚାହିଦାର ପରିମାଣରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇଉଠେ ।
  • ରୁଚି, ଅଭ୍ୟାସ ଓ ଫେସନ – ଉପଭୋକ୍ତାଙ୍କ ରୁଚି, ଅଭ୍ୟାସ ଓ ଫେସନରେ କୌଣସି ପରିବର୍ତ୍ତନ ହେବା ଉଚିତ ନୁହେଁ । ଏହି ଉପାଦାନଗୁଡ଼ିକରେ କୌଣସି ପରିବର୍ତ୍ତନ ହେଲେ ଦାମ୍‌ର ପରିବର୍ତ୍ତନ ନ ହୋଇ ମଧ୍ୟ ଚାହିଦାର ପରିମାଣରେ ପରିବର୍ତ୍ତନ ଘଟିଥାଏ ।
  • ସମ୍ପର୍କିତ ଦ୍ରବ୍ୟର ଦାମ୍ – ଚାହିଦା ସୂତ୍ରର ସଫଳତା ନିମନ୍ତେ ଅନୁପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟର ଦାମ୍ ସ୍ଥିର ରହିବା ଆବଶ୍ୟକ । ଯଦି ଏହି ଦ୍ରବ୍ୟମାନଙ୍କ ଦାମ୍‌ରେ ପରିବର୍ତ୍ତନ ଘଟେ, ତେବେ ଦାମ୍ ଅପରିବର୍ତ୍ତନୀୟ ରହି ସୁଦ୍ଧା ଚାହିଦାରେ ପରିବର୍ତ୍ତନ ଘଟିଥାଏ।
  • ଜନସଂଖ୍ୟାକୌଣସି ଦ୍ରବ୍ୟର ଚାହିଦାର ପରିମାଣ ଜନସଂଖ୍ୟାର ଆକାର ଓ ଗଠନ ଉପରେ ନିର୍ଭରଶୀଳ । ତେଣୁ ଚାହିଦା ସୂତ୍ରର କାର୍ଯ୍ୟକାରିତା ପାଇଁ ଜନସଂଖ୍ୟାର ଆକାର ଓ ଗଠନ ଅପରିବର୍ତିତ ରହିବା ଉଚିତ।
  • ଅର୍ଥନୀତିର ଅବସ୍ଥା – ଅର୍ଥନୀତିର ଅବସ୍ଥାରେ କୌଣସି ବିଶେଷ ପରିବର୍ତ୍ତନ ଘଟିଲେ ଏହା ଚାହିଦାର ପରିମାଣକୁ

4. ଚାହିଦା ରେଖାର ସ୍ଥାନାନ୍ତର କିପରି ଓ କେଉଁ ପରିସ୍ଥିତିରେ ଘଟିଥାଏ – ଚିତ୍ର ସାହାଯ୍ୟରେ ବର୍ଣ୍ଣନା କର । କିମ୍ବା, ଚାହିଦା ରେଖାର ସ୍ଥାନାନ୍ତରଣ କିପରି ଓ କେଉଁ ପରିସ୍ଥିତିରେ ଘଟିଥାଏ, ଚିତ୍ର ସାହାଯ୍ୟରେ ଦର୍ଶାଅ । କିମ୍ବା, ‘ଚାହିଦାର ପରିବର୍ତ୍ତନ’ (Change in Demand) ଏବଂ ‘ଚାହିଦାର ପରିମାଣରେ ପରିବର୍ତ୍ତନ’ ମଧ୍ଯରେ ପାର୍ଥକ୍ୟ ଚିତ୍ର ସାହାଯ୍ୟରେ ଦର୍ଶାଅ । ଏହାର କାରଣ ଉଲ୍ଲେଖ କର ।
Answer:
ସାଧାରଣ ଅର୍ଥରେ ‘ଚାହିଦାର ପରିବର୍ତ୍ତନ’ ଓ ‘ଚାହିଦାର ପରିମାଣରେ ପରିବର୍ତ୍ତନ’ ସମାର୍ଥବୋଧକ ଶବ୍ଦଭାବେ ବ୍ୟବହୃତ ହୋଇଥିଲେ ହେଁ ଅର୍ଥଶାସ୍ତ୍ରରେ ଏହା ଦୁଇଟି ଭିନ୍ନ ଭିନ୍ନ ଅଭିଧାରଣ । ଚାହିଦା ସୂତ୍ର ଅନୁସାରେ ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ରହି କୌଣସି ଦ୍ରବ୍ୟର ଦରବୃଦ୍ଧି ଘଟିଲେ ଏହାର ଚାହିଦାର ପରିମାଣ ହ୍ରାସ ପାଏ ଏବଂ ଦରହ୍ରାସ ଘଟିଲେ ଚାହିଦାର ପରିମାଣ ବୃଦ୍ଧି ପାଏ । ଏହାକୁ ଚାହିଦାର ସଂପ୍ରସାରଣ ଓ ସଂକୋଚନର ଆଖ୍ୟା ଦିଆଯାଇଥାଏ । ଚାହିଦାର ସଂପ୍ରସାରଣ (Expansion of demand) 3 11 °6 (Contraction of demand) ଚାହିଦା ସଂକୋଚନ ପ୍ରତିକ୍ରିୟା । ଏହି ପରିସ୍ଥିତିରେ ଅନ୍ୟାନ୍ୟ ବିଷୟ; ଯଥା – ଉପଭୋକ୍ତାଙ୍କ ଆୟ, ଅଭ୍ୟାସ, ରୁଚି, ପସନ୍ଦ ସମ୍ପର୍କିତ ଦ୍ରବ୍ୟର ଦାମ୍ ଆଦି ଅପରିବର୍ତିତ ରହିଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

ଏ ପରିପ୍ରେକ୍ଷୀରେ ଏହା ଉଲ୍ଲେଖଯୋଗ୍ୟ ଯେ ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହି କେବଳ ମାତ୍ର ଦାମ୍‌ ପରିବର୍ତ୍ତନ ପ୍ରଭାବରୁ ଚାହିଦାର ସଂପ୍ରସାରଣ କିମ୍ବା ସଂକୋଚନ ଘଟିଥାଏ । ଅପରିବର୍ତ୍ତନୀୟ ପରିସ୍ଥିତିରେ ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଚାହିଦାର ପରିମାଣ ବୃଦ୍ଧି ପାଇଥାଏ । ଏହାକୁ ଚାହିଦାର ସଂପ୍ରସାରଣ କୁହାଯାଇଥାଏ । ଅନ୍ୟପକ୍ଷରେ କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ହ୍ରାସ ପାଇଥାଏ ଯାହାକୁ ଚାହିଦାର ସଂକୋଚନ କୁହାଯାଏ । ଏ କ୍ଷେତ୍ରରେ ଉପଭୋକ୍ତା ଦର ପରିବର୍ତ୍ତନ ଯୋଗୁଁ ମୂଳ ଚାହିଦା ରେଖାକୁ ପରିତ୍ୟାଗ କରନ୍ତି ନାହିଁ, ମାତ୍ର ଏହି ଚାହିଦାରେଖାରେ ଅବସ୍ଥାନ କରି ଦାମ୍ ପରିବର୍ତ୍ତନ ଯୋଗୁଁ ଊର୍ଦ୍ଧ୍ବ ବା ନିମ୍ନ ବିନ୍ଦୁକୁ ଗତି କରିଥା’ନ୍ତି ।

ଏହି ଭାବଧାରା ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇପାରେ । ମନେକର କୌଣସି ଦ୍ରବ୍ୟର ଦାମ୍ ଟ 2.00 ଥିଲାବେଳେ ଏହାର ଚାହିଦାର ପରିମାଣ 10 ଏକକ ଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଦାମ୍ ଟ. 1.00 ହ୍ରାସ ପାଇଥିଲା ସମୟରେ ଏହି ଦ୍ରବ୍ୟର ଚାହିଦାର ପରମାଣ 20 ଏକକୁ ବୃଦ୍ଧି ପାଇଲା । ଏହାହିଁ ଚାହିଦାର ସଂପ୍ରସାରଣ । ଏହାହିଁ ରେଖାଚିତ୍ରରେ ପ୍ରତିଫଳିତ ହୋଇଛି ।
CHSE Odisha Class 12 Economics Chapter 5 Long Answer Questions in Odia Medium 3
ଉପରୋକ୍ତ ଚିତ୍ରରେ ‘DD’ ‘ଚାହିଦା ବକ୍ର’ । ଦ୍ରବ୍ୟର Y- ଅକ୍ଷରେ ପ୍ରଦର୍ଶିତ ଦାମ୍ ଟ. 1.00 ଥିବାବେଳେ ଚାହିଦାର ପରିମାଣ 20 ଏକକ ଯାହା OX ଅକ୍ଷରେ ଦର୍ଶାଯାଇଛି । ସେହିପରି ଦାମ୍ ଦୁଇଟଙ୍କା (2.00) କୁ ବୃଦ୍ଧିପାଇଥିବା ସମୟରେ ପରିମାଣ 10 ଏକକକୁ ହ୍ରାସ ପାଇଛି । ଏହାକୁ ଚାହିଦାର ସଂକୋଚନ କୁହାଯାଇଥାଏ ।

ଏଥୁରୁ ପ୍ରତିଫଳିତ ହୁଏ ଯେ, ଦାମ୍ ପରିବର୍ତ୍ତନଜନିତ ପ୍ରତିକ୍ରିୟା ଯୋଗୁଁ ଉପଭୋକ୍ତା ଦ୍ରବ୍ୟର ଚାହିଦା ପରିବର୍ତ୍ତନ କରନ୍ତି । ଏକ୍ଷେତ୍ରରେ ଚାହିଦାର ସଂପ୍ରସାରଣ ବେଳେ (ଦାମ୍ ହ୍ରାସ ପରିସ୍ଥିତି) ଉପଭୋକ୍ତା ନିର୍ଦ୍ଦିଷ୍ଟ ଚାହିଦା ବକ୍ରରେ ଅବସ୍ଥାନ କରି ବାମରୁ ଡାହାଣକୁ ଏବଂ ଊର୍ଦ୍ଧ୍ବରୁ ନିମ୍ନକୁ ଗତି କରନ୍ତି । ଅନ୍ୟପକ୍ଷରେ ଚାହିଦାର ସଂକୋଚନ ସମୟରେ ଉପଭୋକ୍ତା ସେହି ନିର୍ଦ୍ଦିଷ୍ଟ ଚାହିଦା ବକ୍ରରେ ଡାହାଣରୁ ବାମକୁ ଏବଂ ନିମ୍ନରୁ ଊର୍ଦ୍ଧ୍ବକୁ ଗତି କରନ୍ତି ।

ଏହା ଉଲ୍ଲେଖଯୋଗ୍ୟ ଯେ ଚାହିଦାର ପରିମାଣରେ ପରିବର୍ତ୍ତନ କିମ୍ବା ଚାହିଦାର ସଂପ୍ରସାରଣ କିମ୍ବା ସଂକୋଚନ କେବଳ ମାତ୍ର ଦାମ୍ ପରିବର୍ତ୍ତନଜନିତ ପ୍ରତିକ୍ରିୟାର ପ୍ରତିଫଳନ ।

ଚାହିଦାର ପରିବର୍ତ୍ତନ (Change in Demand) :
ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ନହୋଇ ଉପଭୋକ୍ତାଙ୍କର ଆୟ, ଜନସଂଖ୍ୟା, ରୁଚି, ଅଭ୍ୟାସ, ପସନ୍ଦ, ଅନ୍ୟାନ୍ୟ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ଘଟି ଦ୍ରବ୍ୟଟିର ଚାହିଦାର ବୃଦ୍ଧି ବା ହ୍ରାସ ଘଟିଲେ ତାହାକୁ ଚାହିଦାର ପରିବର୍ତ୍ତନ (Change in Demand) କୁହାଯାଏ । ଚାହିଦାର ପରିବର୍ତ୍ତନ ଦୁଇଟି ଦୃଷ୍ଟିକୋଣରୁ; ଯଥା – ଚାହିଦାର ବୃଦ୍ଧି (Increase in Demand) ଓ – g ଚାହିଦାର ହ୍ରାସ (Decrease in Demand) ଦିଗରୁ ବିଚାର କରାଯାଇଥାଏ । ଚାହିଦାର ପରିବର୍ତ୍ତନ ଯୋଗୁଁ ସମୁଦାୟ ଚାହିଦା ସୂଚୀରେ ପରିବର୍ତ୍ତନ ଘଟେ ।

(କ) ଚାହିଦାର ବୃଦ୍ଧି (Increase in Demand) – ଚାହିଦାର ବୃଦ୍ଧି ଘଟିଲେ, ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ନ ହୋଇ ଉପଭୋକ୍ତା ପୂର୍ବାପେକ୍ଷା ଅଧିକ ପରିମାଣ କ୍ରୟ କରିଥା’ନ୍ତି କିମ୍ବା ସେତିକି ପରିମାଣ ଦ୍ରବ୍ୟ ପାଇଁ ପୂର୍ବାପେକ୍ଷା ଅଧିକ ଦର ଦେବାକୁ ପ୍ରସ୍ତୁତ ଥା’ନ୍ତି ଅର୍ଥାତ୍ ଚାହିଦାର ବୃଦ୍ଧି ମୁଖ୍ୟତଃ ଦୁଇଟି କାରଣରୁ ଘଟିଥାଏ ।
(1) ଏକ ଦାମ୍‌ରେ ଅଧ୍ଵକ ଚାହିଦା
(2) ଅଧୀକ ଦାମ୍‌ରେ ଅପରିବର୍ତ୍ତିତ ଚାହିଦା

ଚାହିଦାର ବୃଦ୍ଧି ଅବସ୍ଥା ନିମ୍ନଲିଖ ରେଖାଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇପାରେ ।
CHSE Odisha Class 12 Economics Chapter 5 Long Answer Questions in Odia Medium 4
ଉପରୋକ୍ତ ରେଖାଚିତ୍ରରେ ଦ୍ରବ୍ୟର ଦାମ୍ ଟ. 1.00 ଥ‌ିବାବେଳେ ଉପଭୋକ୍ତା 10 ଏକକ ଦ୍ରବ୍ୟ ପ୍ରାଥମିକ ଅବସ୍ଥାରେ କ୍ରୟ କରୁଛି । ଯଦି ଦାମ୍ (ଟ. 1.00) ଅପରିବର୍ତିତ ରହି ‘ଅନ୍ୟାନ୍ୟ ବିଷୟ’ରେ ବୃଦ୍ଧିଜନିତ ଅବସ୍ଥା ସୃଷ୍ଟି ହୁଏ, ତେବେ ଉପଭୋକ୍ତା ସେହି ପ୍ରଚଳିତ ଦାମ୍‌ରେ ଅଧିକ ଦ୍ରବ୍ୟ (20 ଏକକ) କ୍ରୟ କରିଥାଏ । ଏ କ୍ଷେତ୍ରରେ ଉପଭୋକ୍ତା ପୂର୍ବର ଚାହିଦା ବକ୍ର DD ରେ ଅବସ୍ଥାନ ନ କରି ଏହାର ଦକ୍ଷିଣର ଊର୍ଦ୍ଧ୍ବସ୍ତରରେ ଥ‌ିବା D1D1 ଚାହିଦା ବକ୍ରରେ ଅବସ୍ଥାନ କରିଥାଏ । ପୁନଶ୍ଚ ଯେତେବେଳେ ଦାମ୍ ଟ. 2.00 କୁ ବୃଦ୍ଧି ପାଏ, ସେ କ୍ଷେତ୍ରରେ ଚାହିଦାର ପରିମାଣ ହ୍ରାସ ନ ଘଟି ସେହି ପୂର୍ବ ପରିମାଣ (10 ଏକକ) କ୍ରୟ କରିଥାଏ । ଏ କ୍ଷେତ୍ରରେ ମଧ୍ୟ ଉପଭୋକ୍ତା ନୂତନ ଚାହିଦା ବଜ୍ର (D,D,) ରେ ଅବସ୍ଥାନ କରିଥା’ନ୍ତି । ଚାହିଦାର ଏହି ପରିବର୍ତ୍ତନକୁ ଚାହିଦାର ବୃଦ୍ଧି କୁହାଯାଏ ।

ଚାହିଦାର ହ୍ରାସ (Decrease in Demand) :
ଚାହିଦାର ହ୍ରାସ ହେଲେ, ଦରରେ ପରିବର୍ତ୍ତନ ନ ଘଟି ଉପଭୋକ୍ତା ପୂର୍ବାପେକ୍ଷା କମ୍ ପରିମାଣ ଦ୍ରବ୍ୟ କ୍ରୟ କରିଥା’ନ୍ତି କିମ୍ବା ସେତିକି ପରିମାଣ ଦ୍ରବ୍ୟ ପାଇଁ ପୂର୍ବାପେକ୍ଷା କମ୍ ଦାମ୍ ହେବାକୁ ପ୍ରସ୍ତୁତ ଥା’ନ୍ତି । ତେଣୁ ଚାହିଦାର ହ୍ରାସ ଦୁଇପ୍ରକାରେ ସଂଘଟିତ ହୋଇଥାଏ; ଯଥା –
(1) ଏକ ଦାମ୍‌ରେ କମ୍ ଚାହିଦା
(2) କମ୍ ଦାମ୍‌ରେ ଅପରିବର୍ତ୍ତିତ ଚାହିଦା
ଏହି ଚାହିଦାର ହ୍ରାସଜନିତ ପରିସ୍ଥିତି ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇପାରେ ।
CHSE Odisha Class 12 Economics Chapter 5 Long Answer Questions in Odia Medium 5
ଦ୍ରବ୍ୟର ଦାମ୍ ଟ. 2.00 ଥ‌ିବାବେଳେ ଦ୍ରବ୍ୟର ଚାହିଦା 20 ଏକକ ହୋଇଛି । ଯଦି ଅନ୍ୟାନ୍ୟ ବିଷୟରେ ହ୍ରାସଜନିତ ପରିସ୍ଥିତି ସୃଷ୍ଟି ହୁଏ, ସେହି ଏକା ଦାମ୍‌ରେ (ଟ. 2.00)ରେ ଚାହିଦା 10 ଏକକକୁ ହ୍ରାସ ପାଇବା କିମ୍ବା ଦାମ୍ ହ୍ରାସଜନିତ ପରିସ୍ଥିତି (ଟ. 1.00) ରେ ଅନ୍ୟାନ୍ୟ ବିଷୟର ପରିବର୍ତ୍ତନର ପ୍ରଭାବ ଯୋଗୁଁ ଉପଭୋକ୍ତା ପୂର୍ବ ଦ୍ରବ୍ୟର ପରିମାଣ (20 ଏକକ) କ୍ରୟ କରିପାରିଥାଏ । ଏ ଉଭୟ କ୍ଷେତ୍ରରେ ଉପଭୋକ୍ତା ମୂଳ ଚାହିଦା ରେଖା (DD) ରେ ଅବସ୍ଥାନ ନକରି ଏହାର ବାମ୍‌ରେ ନିମ୍ନସ୍ତରରେ ଥିବା (D1D1) ଚାହିଦା ବକ୍ରରେ ଅବସ୍ଥାନ କରିଥାଏ । ଅର୍ଥାତ୍ ଚାହିଦାର ହ୍ରାସ ନିମ୍ନଗାମୀ ଚାହିଦା ରେଖାଦ୍ଵାରା ଉପସ୍ଥାପନ କରାଯାଇଥାଏ ।

ଉପରୋକ୍ତ ଆଲୋଚନାରୁ ଉପଲବଧୂ ହୁଏ ଯେ, ଚାହିଦାର ସଂପ୍ରସାରଣ ଓ ସଂକୋଚନକୁ ଚାହିଦା ପରିମାଣରେ ପରିବର୍ତ୍ତନ କୁହାଯାଏ । ଏହା କେବଳ ଦାମ୍ଜନିତ ପରିବର୍ତ୍ତନ ଯୋଗୁଁ ସଂଗଠିତ ହୁଏ । ଅନ୍ୟ ପକ୍ଷରେ ଚାହିଦାର ହ୍ରାସ ଓ ବୃଦ୍ଧିକୁ ଚାହିଦାର ପରିବର୍ତ୍ତନ କୁହାଯାଏ ଯାହା ଅନ୍ୟାନ୍ୟ ବିଷୟର ପରିବର୍ତ୍ତନ ଯୋଗୁଁ ସମ୍ଭବ ହୋଇଥାଏ ।

ଚାହିଦା ପରିବର୍ତ୍ତନକୁ ପ୍ରଭାବିତ କରୁଥ‌ିବା ଉପାଦାନ :
ଚାହିଦାର ପରିବର୍ତ୍ତନକୁ ପ୍ରଭାବିତ କରୁଥ‌ିବା ଉପାଦାନଗୁଡ଼ିକ ହେଲେ ଉପଭୋକ୍ତାଙ୍କ ଆୟ, ରୁଚି, ପସନ୍ଦ, ଜନସଂଖ୍ୟା, ସମ୍ପର୍କିତ ଦ୍ରବ୍ୟର ଦାମ୍, ବ୍ୟବସାୟିକ ଅବସ୍ଥା ଇତ୍ୟାଦି । ଉକ୍ତ ଉପାଦାନଗୁଡ଼ିକର କୌଣସି ବୃଦ୍ଧିଜନିତ ଓ ହ୍ରାସଜନିତ ପରିବର୍ତନ ଘଟିଲେ ଏହାର ପ୍ରତିକ୍ରିୟାର ପ୍ରଭାବରେ ଚାହିଦାର ପରିବର୍ତ୍ତନ; ଯଥା – ଚାହିଦାର ବୃଦ୍ଧି କିମ୍ବା ଚାହିଦାର ହ୍ରାସ ଘଟିଥାଏ । ଏ କ୍ଷେତ୍ରରେ ଦ୍ରବ୍ୟର ଦାମ୍ ଗୌଣ ଭୂମିକା ଗ୍ରହଣ କରିଥାଏ ।

5. ଚାହିଦା ବକ୍ରରେଖା କାହିଁକି ନିମ୍ନାଭିମୁଖୀ ହୁଏ – ଆଲୋଚନା କର ।
Answer:
ଚାହିଦା ସୂତ୍ର ତଥା ଚାହିଦା ଫଳନରୁ ଏହା ସୁସ୍ପଷ୍ଟ ଯେ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦାର ପରିମାଣ ମଧ୍ଯରେ ବିପରୀତମୁଖୀ ସମ୍ପର୍କ ରହିଛି । ଅର୍ଥାତ୍ ଅପରିବର୍ତ୍ତନୀୟ ପରିସ୍ଥିତିରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଏହାର ଚାହିଦାର ପରିମାଣ ବୃଦ୍ଧି ଏବଂ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଏହାର ଚାହିଦାର ପରିମାଣ ହ୍ରାସ ପାଇଥାଏ । ଏହା ଯଥାର୍ଥରେ ଚାହିଦା ରେଖାର ଋଣାତ୍ମକ ଅଧୋଗତି ସମ୍ପର୍କରେ ଦର୍ଶାଇଥାଏ । ନିମ୍ନୋକ୍ତ ଉପସ୍ଥାପନା ଚାହିଦା ବକ୍ରରେଖାର ନିମ୍ନଗାମୀ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରେ 

(1) କ୍ରମହ୍ରାସମାନ ସୂତ୍ରର ପ୍ରଭାବ – କ୍ରମହ୍ରାସମାନ ଉପଯୋଗିତା ସୂତ୍ର ଅନୁସାରେ ଜଣେ ଉପଭୋକ୍ତା କୌଣସି ଦ୍ରବ୍ୟ ଅଧିକରୁ ଅଧ‌ିକ ଉପଭୋଗ କଲେ ସେ ଅତିରିକ୍ତ ଏକକରୁ ମିଳୁଥିବା ଉପଯୋଗିତା କ୍ରମାଗତଭାବେ ହ୍ରାସ ପାଏ । ପ୍ରତ୍ୟେକ ବିଚାରବନ୍ତ ଉପଭୋକ୍ତା ଦ୍ରବ୍ୟ କ୍ରୟ ସମୟରେ ଉପଭୋଗରୁ ସର୍ବାଧ‌ିକ ପରିତୃପ୍ତି ଲାଭ ଉଦ୍ଦେଶ୍ୟରେ ମୁଦ୍ରା ଆକାରରେ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତାକୁ ଦ୍ରବ୍ୟର ଦାମ୍ ସହ ତୁଳନା କରିଥା’ନ୍ତି ।

ପ୍ରତ୍ୟେକ ଅତିରିକ୍ତ ଏକକରୁ ଲାଭ ହେଉଥିବା କମ୍ କମ୍ ଉପଯୋଗିତା ଯୋଗୁଁ ଉପଭୋକ୍ତା ପ୍ରତ୍ୟେକ ଏକକ ପାଇଁ ଏକପ୍ରକାର ଦାମ୍ ଦେବାକୁ ଦ୍ବିଧାବୋଧ କରିଥା’ନ୍ତି । କାରଣ ଉପଭୋକ୍ତା ଅତିରିକ୍ତ ଏକକଗୁଡ଼ିକୁ କମ୍ ଗୁରୁତ୍ଵପୂର୍ଣ ବିବେଚନା କରିଥା’ନ୍ତି । ଉଦାହରଣସ୍ୱରୂପ, ଦ୍ୱିତୀୟ ଏକକରେ ଦେଉଥ‌ିବା ଦାମ୍ ଅପେକ୍ଷା ତୃତୀୟ ଏକକରେ ଦେବାକୁ ଥିବା ଦାମ୍ ନିଶ୍ଚିତଭାବେ ଅଧ୍ବକ ଉପଲବ୍‌ଧ ହୁଏ । ସେଥିପାଇଁ ତୃତୀୟ ଏକକ ପାଇଁ ସେ ଦ୍ୱିତୀୟ ଏକକଠାରୁ କମ୍ ଦାମ୍ ଦେବାକୁ ଇଚ୍ଛା ପ୍ରକାଶ କରେ ।

ପ୍ରକାରାନ୍ତରେ ପ୍ରକାଶ କଲେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଉପଭୋକ୍ତା ଅଧୂକ କ୍ରୟ କରିବାକୁ ପସନ୍ଦ କରନ୍ତି । ଦାମ୍ ବୃଦ୍ଧି କ୍ଷେତ୍ରରେ ଏହାର ବିପରୀତ ପ୍ରତିକ୍ରିୟା ଦୃଶ୍ୟମାନ ହୁଏ । ସୁତରାଂ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ପରିମାଣ ବୃଦ୍ଧି ପାଏ ଓ ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ହ୍ରାସ ପାଏ । ଏହି ପ୍ରତିଷ୍ଠିତ ଚାହିଦା ସୂତ୍ର ଉପଭୋଗର ଏହି ମୌଳିକ ସୂତ୍ରର ପ୍ରଭାବରୁ ସଂଗଠିତ ହୋଇଥାଏ ।

(2) ଦାମ୍ ପ୍ରଭାବ – ଦ୍ରବ୍ୟର ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ କେତେକ ନିର୍ଦ୍ଦିଷ୍ଟ ଉପଭୋକ୍ତା ଉଚ୍ଚ ଦାମ୍ ଯୋଗୁଁ ସେହି ଦ୍ରବ୍ୟ କ୍ରୟରୁ ବଞ୍ଚିତ ହୁଅନ୍ତି । ମାତ୍ର ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ପୂର୍ବରୁ କ୍ରୟ କରୁନଥିବା ଉପଭୋକ୍ତାଙ୍କର ବଜାରରେ ଆବିର୍ଭାବ ଘଟେ । ଏହି ନୂତନ କ୍ରେତାଙ୍କ ଉପସ୍ଥିତି ଯୋଗୁଁ ବଜାରରେ ସେହି ଦ୍ରବ୍ୟର ଚାହିଦାର ପରିମାଣ ବୃଦ୍ଧି ହୁଏ । ଦ୍ବିତୀୟତଃ, ପୂର୍ବରୁ ଉଚ୍ଚ ଦାମ୍‌ରେ କ୍ରୟ କରୁଥୁବା ଉପଭୋକ୍ତା ଦାମ୍ ହ୍ରାସଜନିତ ପରିସ୍ଥିତିରେ ଅଧିକ ଦ୍ରବ୍ୟ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଯଦ୍ବାରା ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ଅଧ‌ିକ ଦ୍ରବ୍ୟ କ୍ରୟ କରାଯାଏ । ଅର୍ଥାତ୍ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଦ୍ରବ୍ୟର ଚାହିଦାର ପରିମାଣ ବୃଦ୍ଧି ହୋଇଥାଏ । ଅନ୍ୟପକ୍ଷରେ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଏହାର ବିପରୀତ ପ୍ରକ୍ରିୟା ଘଟିଥାଏ ।

(3) ଆୟ ପ୍ରଭାବ – ଉପଭୋକ୍ତାଙ୍କ ଆୟକୁ ସାଧାରଣତଃ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଏ; ଯଥା – ମୌଦ୍ରିକ ଆୟ ଓ ବାସ୍ତବ ଆୟ । ଦ୍ରବ୍ୟର ଦାମ୍ ପରିବର୍ତ୍ତନ ହେଲେ କ୍ରେତାଙ୍କର ବାସ୍ତବ ଆୟରେ ପରିବର୍ତ୍ତନ ଘଟେ । ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଉପଭୋକ୍ତାଙ୍କୁ ପୂର୍ବାପେକ୍ଷା କମ୍ ବ୍ୟୟ କରିବାକୁ ପଡ଼େ ଅର୍ଥାତ୍ ଉପଭୋକ୍ତାଙ୍କ ବାସ୍ତବ ଆୟ ବା କ୍ରୟଶକ୍ତି ବୃଦ୍ଧି ପାଏ । ଦାମ୍ ହ୍ରାସ ହେଲେ କ୍ରେତାଙ୍କର ଯେଉଁ କ୍ରୟଶକ୍ତି ଦ୍ରବ୍ୟ କ୍ରୟରୁ ମୁକ୍ତ ହୁଏ, ତାହାକୁ ସେ ସେହି ଦ୍ରବ୍ୟ ବା ଅନ୍ୟଦ୍ରବ୍ୟ କ୍ରୟରେ ବିନିଯୋଗ କରିଥା’ନ୍ତି ।

ଅର୍ଥାତ୍ ତାଙ୍କର ଆୟ ବୃଦ୍ଧି ଘଟିଲେ ଯାହା କରିପାରନ୍ତେ, ବର୍ତ୍ତମାନ ତାହା କରିବାକୁ ସମର୍ଥ ହୋଇଥା’ନ୍ତି । ମଥାର୍ଥରେ ଉଲ୍ଲେଖ କରାଯାଇପାରେ ଯେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ବାସ୍ତବ ଆୟ ବୃଦ୍ଧି ସହିତ ଚାହିଦା ପରିମାଣରେ ବୃଦ୍ଧି ପାଏ ଓ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ବାସ୍ତବ ଆୟ ହ୍ରାସ ସହ ଚାହିଦା ପରିମାଣରେ ହ୍ରାସ ପରିଲକ୍ଷିତ ହୁଏ । ଅତଏବ ଚାହିଦା ବକ୍ରରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୁଏ ।

(4) ପ୍ରତିସ୍ଥାପନ ପ୍ରଭାବ – ଦ୍ରବ୍ୟର ଦର ହ୍ରାସ କିମ୍ବା ବୃଦ୍ଧି ପାଇଲେ ପ୍ରତିସ୍ଥାପନ ପ୍ରଭାବ ପରିଲକ୍ଷିତ ହୋଇଥାଏ । କୌଣସି ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଉପଭୋକ୍ତା ଅଧ୍ଵକ ଦାମ୍‌ରେ ମିଳୁଥିବା ଏହି ଦ୍ରବ୍ୟର ପ୍ରତିବଦଳ ଦ୍ରବ୍ୟ ପରିବର୍ତ୍ତେ ଉପଭୋଗ ବା କ୍ରୟ କରିଥା’ନ୍ତି । ଦ୍ରବ୍ୟର ଏହି ପ୍ରତିସ୍ଥାପନ ଯୋଗୁଁ ଦାମ୍ ହ୍ରାସ ପାଇଥିବା ଦ୍ରବ୍ୟର କ୍ରୟ ପରିମାଣ ବୃଦ୍ଧି ପାଇଥାଏ । ଏଣୁ କମ୍ ଦାମ୍‌ରେ ଅଧିକ କ୍ରୟ କରାଯାଇପାରେ । ଉଦାହରଣସ୍ୱରୂପ, ଥଣ୍ଡା ପାନୀୟର ଦାମ୍ ହ୍ରାସ ଯୋଗୁଁ ଉପଭୋକ୍ତା ଏହାଠାରୁ ଅଧ୍ଵ ଦାମ୍‌ରେ ମିଳୁଥ‌ିବା ପ୍ରତିବଦଳ ଦ୍ରବ୍ୟ ଆଇସ୍‌କ୍ରିମ ବଦଳରେ ଅଧ୍ଵକ କ୍ରୟ କରନ୍ତି । ଯଦ୍ବାରା ଥଣ୍ଡାପାନୀୟର ଉପଭୋଗ ବୃଦ୍ଧି ପାଏ ।

ଏଣୁ ଚାହିଦା ସୂତ୍ରର ପ୍ରୟୋଗ ଉପଲବ୍‌ଧ ହୁଏ । ଅନ୍ୟପକ୍ଷରେ ଦ୍ରବ୍ୟର ଦର ବୃଦ୍ଧି ହେଲେ ଏହି ଉଚ୍ଚ ଦାମ୍ ଦ୍ରବ୍ୟ ପରିବର୍ତ୍ତେ ସ୍ଵଳ୍ପ ଦାମ୍‌ରେ ମିଳୁଥିବା ଏହାର ପ୍ରତିବଦଳ ଦ୍ରବ୍ୟ ଉପଭୋଗ କରନ୍ତି । ଫଳରେ ଉଚ୍ଚ ଦାମ୍‌ଯୁକ୍ତ ଦ୍ରବ୍ୟର ଚାହିଦା ବିଶେଷଭାବେ ହ୍ରାସ ପାଏ । ଚାହିଦା ସୂତ୍ର ଏ କ୍ଷେତ୍ରରେ ପ୍ରତିସ୍ଥାପନ ପ୍ରଭାବ ଯୋଗୁଁ କାର୍ଯ୍ୟକାରୀ ହୋଇଥାଏ ଓ ଚାହିଦା ବକ୍ରରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ ।

(5) ବହୁବିଧ ବ୍ୟବହାର – କେତେକ ଦ୍ରବ୍ୟର ଅନେକ ବିକଳ୍ପ ତଥା ବହୁବିଧ ବ୍ୟବହାର ରହିଥାଏ । ଏପ୍ରକାର ଦ୍ରବ୍ୟ କ୍ଷେତ୍ରରେ ଦାମ୍ ହ୍ରାସ ହେଲେ ଏହା କମ୍ ଗୁରୁତ୍ଵପୂର୍ଣ୍ଣ ବ୍ୟବହାରରେ ଲଗାଯାଇଥାଏ । ଯଦ୍ବାରା ଏହାର ଦ୍ରବ୍ୟ କ୍ରୟର ପରିମାଣ ବୃଦ୍ଧି ପାଏ । ଉଦାହରଣସ୍ୱରୂପ, ବିଦ୍ୟୁତ୍ ଶକ୍ତିର ଦାମ୍ ହ୍ରାସ ହେଲେ ଏହା ରନ୍ଧନ କାର୍ଯ୍ୟରେ ବ୍ୟବହାର କରାଯାଏ ଯଦ୍ବାର ଏହାର ମୋଟ ଚାହିଦା ବୃଦ୍ଧି ପାଏ । ଏଣୁ ଦ୍ରବ୍ୟର ଏହି ବିକଳ୍ପ ବ୍ୟବହାରକ୍ଷମ ପ୍ରକୃତି ଯୋଗୁଁ ସ୍ଵଳ୍ପ ଦାମ୍‌ରେ ଅଧିକ ଚାହିଦା ଓ ଉଚ୍ଚ ଦାମ୍‌ରେ ସ୍ଵଳ୍ପ ଚାହିଦା ହୋଇଥାଏ । ତେଣୁ ଚାହିଦା ବକ୍ର ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

6. ‘ଚାହିଦାର ସ୍ଥିତିସ୍ଥାପକତା’ ଅଭିଧାରଣାର ବ୍ୟାଖ୍ୟା କର । ଏହାକୁ ପ୍ରଭାବିତ କରୁଥ‌ିବା ଉପାଦାନସମୂହର ଗୁରୁତ୍ଵ ଆଲୋଚନା କର ।
Answer:
ସ୍ଵାଭାବିକ ଅବସ୍ଥାରେ ଦ୍ରବ୍ୟର ଚାହିଦାର ପରିମାଣ ଓ ଏହାର ଦାମ୍ ମଧ୍ଯରେ ଏକ ବିପରୀତମୁଖୀ ସମ୍ପର୍କ ରହିଛି ଯାହା ଚାହିଦା ସୂତ୍ରରେ ଉତ୍ତମଭାବେ ପ୍ରତିଫଳିତ । ଚାହିଦା ସୂତ୍ର ଅନୁସାରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସଜନିତ ପରିସ୍ଥିତିରେ ଏହାର ଚାହିଦାର ପରିମାଣ ବୃଦ୍ଧିପ୍ରାପ୍ତ ହୁଏ ଓ ଦାମ୍ ବୃଦ୍ଧିଜନିତ ପରିସ୍ଥିତିରେ ଚାହିଦାର ପରିମାଣ ହ୍ରାସପ୍ରାପ୍ତ ହୁଏ । ଦାମର ଏହି ପରିବର୍ତ୍ତନଜନିତ ପରିଣାମ ସ୍ବରୂପ ଦ୍ରବ୍ୟର ଚାହିଦାର ପରିମାଣରେ ସମ୍ପ୍ରସାରଣ ଓ ସଙ୍କୋଚନ ହିଁ ଚାହିଦା ସୂତ୍ରର ବିଷୟବସ୍ତୁରେ ପ୍ରତିଫଳିତ । 

କିନ୍ତୁ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ଯେଉଁ ପରିବର୍ତ୍ତନ ହୁଏ ତାହା ସମସ୍ତ ଦ୍ରବ୍ୟ ପ୍ରତି ଅଭିନ୍ନ ନୁହେଁ । ଆବଶ୍ୟକୀୟ ଦ୍ରବ୍ୟାଦି କ୍ଷେତ୍ରରେ ଦାମ୍‌ର ବିଶେଷ ପରିବର୍ଭନ ହେଲେ ମଧ୍ୟ ଚାହିଦାର ପରିମାଣ ସେହି ଅନୁପାତରେ ନାହିଁ । ଅନ୍ୟପକ୍ଷରେ ଆରାମଦାୟକ ଓ ବିଳାସମୂଳକ ଦ୍ରବ୍ୟ କ୍ଷେତ୍ରରେ ଦାମ୍‌ର ସାମାନ୍ୟ ପରିବର୍ତ୍ତନ ଫଳରେ ଚାହିଦାର ପରିମାଣରେ ବ୍ୟାପ୍ତିକ ପରିବର୍ତ୍ତନ ଘଟେ । ଦାମ୍‌ର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିବର୍ତ୍ତନ ହାର ବିଭିନ୍ନ ଦ୍ରବ୍ୟ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ । ଚାହିଦାର ସ୍ଥିତିସ୍ଥାପକତା ବ୍ୟକ୍ତି, ସ୍ଥାନ, କାଳ ଭେଦରେ ଭିନ୍ନ ହୋଇଥାଏ । ତେଣୁ ଏହା ସୁସ୍ପଷ୍ଟ ଯେ ଚାହିଦାର ସ୍ଥିତିସ୍ଥାପକତା ବିଭିନ୍ନ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ ।

(1) ଦ୍ରବ୍ୟର ପ୍ରକୃତି – ଚାହିଦାର ସ୍ଥିତିସ୍ଥାପକତା ଦ୍ରବ୍ୟର ପ୍ରକୃତିଦ୍ୱାରା ବିଶେଷଭାବରେ ପ୍ରଭାବିତ ହୋଇଥାଏ । ବ୍ୟକ୍ତିବିଶେଷଙ୍କ ପାଇଁ କୌଣସି ଦ୍ରବ୍ୟ ଅତ୍ୟାବଶ୍ୟକ ବିବେଚିତ ହେଉଥ‌ିବାବେଳେ କେତେକଙ୍କ ପାଇଁ ତାହା ଆରାମଦାୟକ ବା ବିଳାସମୂଳକ ଦ୍ରବ୍ୟ ବୋଲି ବିବେଚିତ ହୋଇଥାଏ । ଦ୍ରବ୍ୟର ପ୍ରକୃତି ଅନୁଯାୟୀ ସେମାନଙ୍କର ଚାହିଦାର ସ୍ଥିତିସ୍ଥାପକତା ନିର୍ଦ୍ଧାରିତ ହୋଇଥାଏ । ଅତ୍ୟାବଶ୍ୟକ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୋଇଥାଏ କାରଣ ଦାମ୍ ପରିବର୍ତ୍ତନ ହେଲେହେଁ ଏସବୁ ଦ୍ରବ୍ୟର ଚାହିଦାରେ ବିଶେଷ ପରିବର୍ତ୍ତନ ଅନୁଭୂତ ହୋଇନଥାଏ ।

ତେଣୁ ଏ କ୍ଷେତ୍ରରେ ଚାହିଦା ଅସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ । ଅନ୍ୟପକ୍ଷରେ ଆରାମଦାୟକ ଓ ବିଳାସମୂଳକ ଦ୍ରବ୍ୟ; ଯଥା – TV, ରେଫ୍ରିଜିରେଟର, ଏୟାରକଣ୍ଡିସନର, କାର୍ ଆଦି କ୍ଷେତ୍ରରେ ଚାହିଦା ଅଧ୍ଵ ସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ । କାରଣ ଏସବୁ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ଏମାନଙ୍କର ଚାହିଦାକୁ ବିଶେଷଭାବେ ପ୍ରଭାବିତ କରିଥାଏ ।

(2) ପ୍ରତିସ୍ଥାପକ ଦ୍ରବ୍ୟର ଉପସ୍ଥିତି – ଯଦି କୌଣସି ଦ୍ରବ୍ୟର ପୂର୍ଣ୍ଣ ବା ଉତ୍ତମ ପ୍ରତିସ୍ଥାପକ ଦ୍ରବ୍ୟ ରହିଥାଏ; ତାହାର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୋଇଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ଅଭାବକୁ ଏକାଧ୍ଯକ ଦ୍ରବ୍ୟ ସାହାଯ୍ୟରେ ପରିତୃପ୍ତ କରିବା ସମ୍ଭବ ହେଲେ, ସେହି ଦ୍ରବ୍ୟଗୁଡ଼ିକୁ ପ୍ରତିସ୍ଥାପକ ଦ୍ରବ୍ୟ କୁହାଯାଇଥାଏ । ତେଣୁ ଗୋଟିଏ ଦ୍ରବ୍ୟର ଦାମ୍ ବୃଦ୍ଧି ବା ହ୍ରାସ ପାଇଲେ ଏହାର ପ୍ରତିସ୍ଥାପକ ଦ୍ରବ୍ୟର ଚାହିଦା ଯଥାକ୍ରମେ ବୃଦ୍ଧି ବା ହ୍ରାସ ପାଇଥାଏ । ତେଣୁ ଏ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଚାହିଦା ଅଧ୍ଵ ସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ ।

ଉଦାହରଣସ୍ୱରୂପ, ଚା’ ଓ କଫି । ଚା’ର ଦର ବୃଦ୍ଧି ଘଟିଲେ, ଉପଭୋକ୍ତା ଚା’ ବଦଳରେ କଫି ବ୍ୟବହାରରେ ମନୋନିବେଶ କରନ୍ତି ଯଦ୍ବାରା ଚା’ର ଉପଭୋଗ ହ୍ରାସ ପାଏ ଓ କଫିର ଉପଭୋଗ ବୃଦ୍ଧି ପାଏ । ଏଣୁ ପ୍ରତିସ୍ଥାପକ ଦ୍ରବ୍ୟ ଥିବା ଦ୍ରବ୍ୟମାନଙ୍କର ଚାହିଦା ଅଧିକ ସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ ।

(3) ବିକଳ୍ପ ବ୍ୟବହାର – କୌଣସି ଦ୍ରବ୍ୟର ବିକଳ୍ପ ବ୍ୟବହାର ରହିଥୁଲେ ତାହାର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୋଇଥାଏ । ଉଦାହରଣସ୍ୱରୂପ, ପେଟ୍ରୋଲ ଓ ଡିଜେଲର ବିକଳ୍ପ ବ୍ୟବହାର ରହିଛି । ଯଦି ଏସବୁ ଦ୍ରବ୍ୟର ଦର ହ୍ରାସ ପାଏ, ତେବେ ଉପଭୋକ୍ତା ଏସବୁକୁ କମ୍ ଗୁରୁତ୍ବପୂର୍ଣ୍ଣ ବ୍ୟବହାରରେ ଲଗାଇଥା’ନ୍ତି, ଯଦ୍ବାରା ଉପଭୋଗ ବା ଚାହିଦା ପରିମାଣ ବିଶେଷ ବୃଦ୍ଧି ପାଏ । ଅନ୍ୟପକ୍ଷରେ ଦର ବୃଦ୍ଧି ଘଟିଲେ ଉପଭୋକ୍ତା ଏସବୁକୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଉଦ୍ଦେଶ୍ୟରେ ବ୍ୟବହାର କରିଥା’ନ୍ତି, ଯଦ୍ବାରା ଚାହିଦା ହ୍ରାସ ଘଟେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୌଣସି ଦ୍ରବ୍ୟର ଚାହିଦା ଗୋଟିଏ ବ୍ୟବହାର ପାଇଁ ସ୍ଥିତିସ୍ଥାପକ ହେଲେ ମଧ୍ୟ ଅନ୍ୟ ବ୍ୟବହାର ପାଇଁ ଅସ୍ଥିତିସ୍ଥାପକ ହୋଇପାରେ ।

(4) ବ୍ୟୟିତ ହେଉଥ‌ିବା ଆୟର ଅନୁପାତ – ଦ୍ରବ୍ୟର ଚାହିଦାର ସ୍ଥିତିସ୍ଥାପକତା ଏହାର ଉପଭୋଗ ନିମନ୍ତେ ଉପଭୋକ୍ତା ବ୍ୟୟ କରୁଥିବା ଆୟର ଅନୁପାତ ଉପରେ ନିର୍ଭର କରେ । ଯଦି କୌଣସି ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତା ନିଜ ଆୟର ଏକ ସ୍ୱଳ୍ପ ବା ନଗଣ୍ୟ ଅନୁପାତ ବ୍ୟୟ କରନ୍ତି, ତେବେ ସେସବୁ ଦ୍ରବ୍ୟର ଦାମ୍ ପରିବର୍ତ୍ତନ ହେଲେ ଉପଭୋକ୍ତା ଉପଭୋଗକୁ ସେପରି ପରିବର୍ତ୍ତନ କରିନଥା’ନ୍ତି । ଉଦାହରଣସ୍ୱରୂପ, ଲୁଣ ଓ ଦିଆସିଲି କ୍ଷେତ୍ରରେ ଉପଭୋକ୍ତା ନିଜ ଆୟର ଏକ ଅତି କ୍ଷୁଦ୍ର ଅଂଶ ବ୍ୟୟ କରୁଥିବାରୁ, ସେମାନଙ୍କର ଦର ବୃଦ୍ଧି କିମ୍ବା ହ୍ରାସ ଘଟିଲେ ଉପଭୋଗର ପରିମାଣରେ ସେପରି ବୃଦ୍ଧି ବା ହ୍ରାସ । ନାହିଁ । ଏଣୁ ଏସବୁ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ବା ଚାହିଦା ଅସ୍ଥିତିସ୍ଥାପକ ହୋଇଥାଏ । 

(5) ଦ୍ରବ୍ୟର ଦାମ୍ ସ୍ତର – କୌଣସି ଦ୍ରବ୍ୟର ଚାହିଦାର ସ୍ଥିତିସ୍ଥାପକତା ଏହାର ଦାମ୍‌ର ସ୍ତର ଉପରେ କେତେକାଂଶରେ ନିର୍ଭର କରିଥାଏ । ଉଚ୍ଚ ଦାମ୍ଯୁକ୍ତ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅଧ୍ଵ ହୋଇଥାଏ, କାରଣ ଉଚ୍ଚ ଦାମ୍‌ଯୋଗୁଁ ବହୁ କ୍ରେତା ଏହି ଦ୍ରବ୍ୟ କ୍ରୟରୁ ବଞ୍ଚତ ହୋଇଥା’ନ୍ତି । ଯଦି ଏପ୍ରକାର ଦ୍ରବ୍ୟର ଦାମ୍ ହ୍ରାସ ହୁଏ, ତେବେ ଅଧିକାଂଶ ଉପଭୋକ୍ତା ଦ୍ରବ୍ୟ କ୍ରୟ କରିବାକୁ ସକ୍ଷମ ହେବେ, ଯଦ୍ବାରା ଚାହିଦାର ପରିମାଣ ବୃଦ୍ଧି ପାଇବ । ଏଣୁ ଏସବୁ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅଧିକ ହୁଏ । ମାତ୍ର କମ୍ ଦାମ୍ଯୁକ୍ତ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୁଏ, କାରଣ ଏହାର ଦାମ୍ ହ୍ରାସ ହେଲେ ଚାହିଦା ବିଶେଷ ବୃଦ୍ଧି ପାଏ ନାହିଁ ।

(6) ଉପଭୋଗ ସ୍ଥଗିତ ରଖୁବାର ସମ୍ଭାବନା – ଯଦି କୌଣସି ଦ୍ରବ୍ୟର ଉପଭୋଗ ସ୍ଥଗିତ ରଖାଯାଇପାରେ, ତେବେ ଏହାର ଚାହିଦା ସ୍ଥିତିସ୍ଥାପକ ହୁଏ । କାରଣ ଏସବୁ ଦ୍ରବ୍ୟର ଦରବୃଦ୍ଧି ଘଟିଲେ ଉପଭୋକ୍ତା ନିଜର ଉପଭୋଗକୁ ସ୍ଥଗିତ ରଖୁ’ନ୍ତି । ତେଣୁ ଏହାର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୋଇଥାଏ ।

(7) ଦ୍ରବ୍ୟର ସ୍ଥାୟିତ୍ୱ – ସ୍ଥାୟିତ୍ୱ ଭିଭିରେ ଦ୍ରବ୍ୟକୁ ଦୀର୍ଘସ୍ଥାୟୀ ଓ କ୍ଷଣସ୍ଥାୟୀ ଦ୍ରବ୍ୟରେ ଶ୍ରେଣୀବିଭାଗ କରାଯାଇଥାଏ । ଦୀର୍ଘସ୍ଥାୟୀ ଦ୍ରବ୍ୟ କ୍ଷେତ୍ରରେ ଚାହିଦା କମ୍ ସ୍ଥିତିସ୍ଥାପକ ହୁଏ, କାରଣ ଏହାକୁ ଥରେ କ୍ରୟକଲେ ଦୀର୍ଘଦିନ ଧରି ବ୍ୟବହାର କରାଯାଇଥାଏ ଓ ନିର୍ଦ୍ଦିଷ୍ଟ ଅଭାବଟି ଦୀର୍ଘଦିନଧରି ପରିତୃପ୍ତ ହୋଇଥାଏ । ତେଣୁ ଏସବୁ ଦ୍ରବ୍ୟ କ୍ଷେତ୍ରରେ ଦାମ୍‌ର ପରିବର୍ତ୍ତନ ଚାହିଦାକୁ ବିଶେଷ ପ୍ରଭାବିତ କରିପାରେ ନାହିଁ । ତେଣୁ ଦୀର୍ଘସ୍ଥାୟୀ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୋଇଥାଏ । 

7. ଚାହିଦାର ସ୍ଥିତିସ୍ଥାପକତା ବ୍ୟାଖ୍ୟା କର । ଅର୍ଥଶାସ୍ତ୍ରରେ ଏହାର ପ୍ରକାରଭେଦ ନିଷ୍କ୍ରିୟ କରି ଏହାର ଗୁରୁତ୍ଵ ଆଲୋଚନା କର ।
Answer:
ଚାହିଦା ସୂତ୍ରରୁ ଉପଲବ୍‌ଧ ହୁଏ ଯେ ଅପରିବର୍ତ୍ତନୀୟ ପରିସ୍ଥିତିରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ପରିମାଣ ବୃଦ୍ଧି ପାଏ ଏବଂ ଦାମ୍ ବୃଦ୍ଧି ହେଲେ ଚାହିଦାର ପରିମାଣ ହ୍ରାସ ପାଏ । ମାତ୍ର କୌଣସି ଦ୍ରବ୍ୟର ଦାମ୍‌ରେ ହ୍ରାସ ଘଟିଲେ, ଏହାର ଚାହିଦାର ପରିମାଣରେ କେତେ ପରିବର୍ଭନ ହେଲା ସେ ସମ୍ପର୍କରେ ଚାହିଦା ସୂତ୍ର କୌଣସି ସୂଚନା ପ୍ରଦାନ କରେ ନାହିଁ । ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ଫଳରେ ଚାହିଦାର ସମ୍ବେଦନଶୀଳତାର ପରିମାପ ଚାହିଦାର ସ୍ଥିତିସ୍ଥାପକତା ଧାରଣାଦ୍ୱାରା ହିଁ ସମ୍ଭବ ହୋଇଥାଏ ।

କୌଣସି ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ହେଉଥ‌ିବା ପରିବର୍ତ୍ତନ ହାରକୁ ଚାହିଦାର ସ୍ଥିତିସ୍ଥାପକତା କୁହାଯାଏ । ଅର୍ଥାତ୍ ଦାମ୍ ପରିବର୍ତ୍ତନ ଯୋଗୁଁ ଚାହିଦାରେ ହେଉଥ‌ିବା ପ୍ରତିକ୍ରିୟା ବା ସମ୍ବେଦନଶୀଳତାର ମାତ୍ରା ସମ୍ପର୍କରେ ଚାହିଦାର ସ୍ଥିତିସ୍ଥାପକତା ସୂଚନା ଦେଇଥାଏ ।

ଅଧ୍ୟାପକ ମାର୍ଶାଲ୍‌ଙ୍କ ମତରେ, ‘ଦରରେ ଏକ ନିର୍ଦ୍ଦିଷ୍ଟ ହ୍ରାସ ହେଲେ ଚାହିଦାର ପରିମାଣ ଅଧ୍ବକ ବୃଦ୍ଧି ପାଏ ନା କମ୍ ବୃଦ୍ଧି ପାଏ ବା ଏକ ନିର୍ଦ୍ଦିଷ୍ଟ ବୃଦ୍ଧି ଫଳରେ ତାହା ଅଧ୍ବକ ହ୍ରାସ ପାଏ ନା କମ୍ ହ୍ରାସ ପାଏ, ସେହି ଅନୁସାରେ ବଜାରରେ ଚାହିଦାର ସ୍ଥିତିସ୍ଥାପକତା ଅଧ୍ବକ ବା କମ୍ ହୋଇଥାଏ ।’’ ଅର୍ଥାତ୍ କୌଣସି ଦ୍ରବ୍ୟର ଦାମ୍ ପରିବର୍ତ୍ତନ ଯୋଗୁଁ ତାହାର ଚାହିଦାରେ ଯେଉଁ ସମ୍ବେଦନଶୀଳତା ପରିଲକ୍ଷିତ ହୁଏ ତାହାକୁ ଚାହିଦାର ସ୍ଥିତିସ୍ଥାପକତା କୁହାଯାଏ । ଚାହିଦାର ସ୍ଥିତିସ୍ଥାପକତା ସୂତ୍ର ଅନୁସାରେ ଦାମ୍‌ର ଏକ ନିର୍ଦ୍ଦିଷ୍ଟ ଶତକଡ଼ା ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ଯେଉଁ ଶତକଡ଼ା ପରିବର୍ତ୍ତନ ହୁଏ ତାହାର ହାରକୁ ଚାହିଦାର ସ୍ଥିତିସ୍ଥାପକତା କୁହାଯାଏ; ଯଥା –
CHSE Odisha Class 12 Economics Chapter 5 Long Answer Questions in Odia Medium 6
ସ୍ଥିତିସ୍ଥାପକତାର ପ୍ରକାରଭେଦ :
ଦ୍ରବ୍ୟର ଚାହିଦାର ପରିମାଣରେ ପରିବର୍ତ୍ତନ ସମ୍ପୂର୍ଣ୍ଣଭାବେ ଦାମ୍ ପରିବର୍ତ୍ତନଜନିତ । ମାତ୍ର ସବୁଦ୍ରବ୍ୟ କ୍ଷେତ୍ରରେ ଏହା ସମାନ ନୁହେଁ କି ସବୁଦ୍ରବ୍ୟ କ୍ଷେତ୍ରରେ ପରିବର୍ତ୍ତନର ମାତ୍ରା ସମାନ ନୁହେଁ । ଦାମ୍ ପରିବର୍ତ୍ତନ ଫଳରେ ଚାହିଦାର ପରିମାଣରେ ସମ୍ବେଦନଶୀଳତା ଉପରେ ନିର୍ଭର କରି ଅର୍ଥଶାସ୍ତ୍ରୀମାନେ ପାଞ୍ଚପ୍ରକାର ସ୍ଥିତିସ୍ଥାପକତା ବିଷୟ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା –

(1) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା
(2) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା
(3) ଅପେକ୍ଷାକୃତ ଅଧ୍ଵ ସ୍ଥିତିସ୍ଥାପକ ଚାହିଦା
(4) ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା
(5) ଏକକ ସ୍ଥିତିସ୍ଥାପକ ଚାହିଦା

(1) ସମ୍ପୂର୍ଣ ସ୍ଥିତିସ୍ଥାପକ ଚାହିଦା – ଯଦି କୌଣସି ଦ୍ରବ୍ୟର ଦାମ୍ରେ
ଅସୀମ ପରିବର୍ତ୍ତନ ଘଟେ, ତେବେ ଚାହିଦାକୁ ସମ୍ପୂର୍ଣ ସ୍ଥିତିସ୍ଥାପକ କୁହାଯାଏ । ଅନ୍ୟ ଅର୍ଥରେ ଦାମ୍‌ର ଅତ୍ୟନ୍ତ ନଗଣ୍ୟ ହ୍ରାସ ଯୋଗୁଁ ଯଦି ଚାହିଦାରେ ଅସୀମ ବୃଦ୍ଧି ଘଟେ ବା ଦାମ୍‌ରେ ଅତ୍ୟନ୍ତ ନଗଣ୍ୟ ବୃଦ୍ଧି ଯୋଗୁଁ ଯଦି ଚାହିଦା ‘ଶୂନ୍ୟ’ ହୁଏ ତେବେ ସେ କ୍ଷେତ୍ରରେ ଚାହିଦା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ହୋଇଥାଏ ।
ଏ କ୍ଷେତ୍ରରେ ଚାହିଦା ଲେଖା ଆନୁଭୂମିକ ଓ ଏହା OX ଅକ୍ଷ ସହ ସମାନ୍ତର । ଗାଣିତିକ ଭାଷାରେ Ed = ∞ ବା ଅସୀମ ।
CHSE Odisha Class 12 Economics Chapter 5 Long Answer Questions in Odia Medium 7

(2) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା – କୌଣସି ଦ୍ରବ୍ୟର ଦାମ୍‌ରେ ବିଶେଷ ଉଲ୍ଲେଖନୀୟ ପରିବର୍ତ୍ତନ ସତ୍ତ୍ବେ ଚାହିଦାର ପରିମାଣରେ ଯଦି କୌଣସି ପରିବର୍ତ୍ତନ ହୁଏ ନାହିଁ; ତେବେ ସେହି ଅବସ୍ଥାକୁ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କୁହାଯାଏ । ଏ କ୍ଷେତ୍ରରେ ଦାମ୍‌ର ଯେକୌଣସି ପରିବର୍ତ୍ତନ ଚାହିଦାକୁ ପ୍ରଭାବିତ କରିପାରେ ନାହିଁ ।
ଏ କ୍ଷେତ୍ରରେ ଚାହିଦା ରେଖା OY ଅକ୍ଷ ସହ ସମାନ୍ତର । ଗାଣିତିକ ଭାଷାରେ Ed = 0।
CHSE Odisha Class 12 Economics Chapter 5 Long Answer Questions in Odia Medium 8

(3) ଅପେକ୍ଷାକୃତ ଅଧୂକ ସ୍ଥିତିସ୍ଥାପକ ଚାହିଦା – କୌଣସି ଦ୍ରବ୍ୟର ଦାମ୍‌ରେ ଯଦି ସାମାନ୍ୟ ପରିବର୍ତ୍ତନ ଏହାର ଚାହିଦାରେ ବ୍ୟାପକ ପରିବର୍ତ୍ତନ ଘଟାଏ, ତେବେ ଚାହିଦାକୁ ଅପେକ୍ଷାକୃତ ଅଧ୍ଵ ସ୍ଥିତିସ୍ଥାପକ ଚାହିଦା କୁହାଯାଏ । ଏ କ୍ଷେତ୍ରରେ ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦାର ପରିମାଣରେ ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ ଅଧିକ ହୁଏ ।
ଏ କ୍ଷେତ୍ରରେ ଦାମ୍‌ରେ ପରିବର୍ତ୍ତନ (PP1) ହେଲେ ଚାହିଦାର ପରିବର୍ତ୍ତନ (QQ1) ହେଉଛି ।
∴ QQ1 > PP1 ଗାଣିତିକ ଭାଷାରେ Ed = 1।
CHSE Odisha Class 12 Economics Chapter 5 Long Answer Questions in Odia Medium 9

(4) ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା – ଦ୍ରବ୍ୟର ଦାମ୍‌ରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ସତ୍ତ୍ବେ ଯଦି ଚାହିଦାର ପରିମାଣରେ କମ୍ ଆନୁପାତିକ ପରିବର୍ତ୍ତନ ଘଟେ, ତେବେ ଚାହିଦାକୁ ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା କୁହାଯାଏ ।
ଏ କ୍ଷେତ୍ରରେ ଦାମ୍ର ପରିବର୍ତ୍ତନ (PP1) ଚାହିଦାର ପରିମାଣର ପରିବର୍ତ୍ତନ (QQ1) ଠାରୁ ଅଧ୍ବକ ।
PP1 > QQ1
ଗାଣିତିକ ଭାଷାରେ Ed > 1 
CHSE Odisha Class 12 Economics Chapter 5 Long Answer Questions in Odia Medium 10

(5) ଏକକ ସ୍ଥିତିସ୍ଥାପକ ଚାହିଦା – କୌଣସି ଦ୍ରବ୍ୟର ଦାମ୍‌ରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁଁ ଯଦି ଚାହିଦାର ସମଆନୁପାତିକ ପରିବର୍ତ୍ତନ ହୁଏ, ତେବେ ତାହାକୁ ଏକକ ସ୍ଥିତିସ୍ଥାପକ ଚାହିଦା କୁହାଯାଏ ।
ଏ କ୍ଷେତ୍ରରେ ଦାମ୍ରେ ପରିବର୍ତ୍ତନ (PP1) ଚାହିଦାର ପରିବର୍ତ୍ତନ (QQ1)
PP1 = QQ1
ଗାଣିତିକ ଭାଷାରେ Ed = 1
CHSE Odisha Class 12 Economics Chapter 5 Long Answer Questions in Odia Medium 11

ଗୁରୁତ୍ବ – ସ୍ଥିତିସ୍ଥାପକତା ଅଭିଧାରଣା ସାହାଯ୍ୟରେ ଦାମ୍ର ପରିବର୍ତ୍ତନ ଚାହିଦାକୁ କିପରି ପ୍ରଭାବିତ କରେ ସେ ସମ୍ପର୍କରେ ଧାରଣା ସୃଷ୍ଟି ହୁଏ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଚାହିଦା ସ୍ଥିତିସ୍ଥାପକର ଗୁରୁତ୍ଵ ବିଶେଷଭାବେ ଉପଲବ୍‌ଧ ହୋଇଥାଏ । ଦେଶର ଆର୍ଥିକ ପ୍ରଶାସନ କ୍ଷେତ୍ରରେ; ଯଥା – ସମ୍ବଳ ସଂଗ୍ରହ, କରଧାର୍ଯ୍ୟ କ୍ଷେତ୍ରରେ ସ୍ଥିତିସ୍ଥାପକତା ଅଭିଧାରଣାର ପ୍ରଭୃତ ଗରୁତ୍ଵ ରହିଛି । ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ସ୍ଥିତିସ୍ଥାପକତା ଧାରଣାର ଗୁରୁତ୍ଵ ମଧ୍ୟ ବିଶେଷ ଉପଲବ୍ଧଧ ହୋଇଥାଏ ।

Leave a Comment