BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର Important Questions and Answers.

BSE Odisha Class 8 Political Science Important Questions Chapter 2 ରାଜ୍ୟ ସରକାର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଜ୍ୟ ବିଧାନମଣ୍ଡଳ କିପରି ଗଠିତ ହୋଇଥାଏ ?
Answer:
ଗଠନ ପ୍ରକ୍ରିୟା :

  • ରାଜ୍ୟ ବିଧାନମଣ୍ଡଳ ରାଜ୍ୟପାଳ, ବିଧାନ ପରିଷଦ ଓ ବିଧାନସଭାକୁ ନେଇ ଗଠିତ ।
  • ଏହା ଏକ ସଦନୀୟ ବା ଦ୍ବିସଦନୀୟ ହୋଇଥାଏ । ଏହାର ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଏ । ଓଡ଼ିଶାରେ କେବଳ ବିଧାନସଭା ଅଛି ।

ସଦସ୍ୟ ସଂଖ୍ୟା :
ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ । ଏଥୁରୁ ୨୨ଟି ଆସନ ଅନୁସୂଚିତ ଜାତି, ୩୪ଟି ଆସନ ଅନୁସୂଚିତ ଉପଜାତି ଓ ୯୧ଟି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ଭୋଟ ଦାନ :
ଏହି ସଭ୍ୟମାନେ ଭୋଟଦାତାମାନଙ୍କ ପ୍ରତ୍ୟକ୍ଷ ଭୋଟଦାନଦ୍ୱାରା ନିର୍ବାଚିତ ହୁଅନ୍ତି ।

କାର୍ଯ୍ୟକାଳ :
ପ୍ରତି ନିର୍ବାଚନ ମଣ୍ଡଳୀରୁ ସାବାଳକ ଭୋଟରମାନେ ଭୋଟଦେଇ ଜଣେ ଜଣେ ବିଧାନସଭା ସଭ୍ୟଙ୍କୁ ନିର୍ବାଚିତ କରନ୍ତି । ପ୍ରତି ୫ ବର୍ଷ ବ୍ୟବଧାନରେ ବିଧାନସଭା ଗଠନ ହେବାପାଇଁ ନିର୍ବାଚନ ହୁଏ ।

୨। ବାଚସ୍ପତିଙ୍କ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
Answer:
ଅଧ୍ଯକ୍ଷତା :
ବାଚସ୍ପତି ବିଧାନସଭା ବୈଠକରେ ଅଧ୍ୟକ୍ଷତା କରନ୍ତି ।

କାର୍ଯ୍ୟସୂଚୀ :
ବିଧାନସଭାକୁ ନୀତି ନିୟମ ଅନୁଯାୟୀ ପରିଚାଳିତ କରିବା ଏବଂ ବିଧାନସଭାର ଅଧ୍ବବେଶନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ବାଚସ୍ପତି ବିଧାନସଭାର କାର୍ଯ୍ୟସୂଚୀ ନିଦ୍ଧାରଣ କରନ୍ତି ।

ବକ୍ତବ୍ୟ ପ୍ରଦାନ :
ସଭ୍ୟମାନେ ବାଚସ୍ପତିଙ୍କ ଅନୁମତି କ୍ରମେ ବିଧାନସଭାରେ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି ।

ସୁରକ୍ଷା :
ସଭ୍ୟମାନଙ୍କର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା କରିବା ବାଚସ୍ପତିଙ୍କର ମୁଖ୍ୟ କର୍ତ୍ତବ୍ୟ । ବିଧାନସଭା ଅଧୂବେଶନ ଚାଲୁଥିବା ସମୟରେ ବିଶୃଙ୍ଖଳା ସୃଷ୍ଟି ହେଲେ ବାଚସ୍ପତି ଗୃହକୁ ମୁଲତବୀ ରଖନ୍ତି ।

ନିର୍ଣ୍ଣାୟକ ଭୋଟ :
ବାଚସ୍ପତି କୌଣସି ଚିଠା ଆଇନ (ବିଲ୍) ପ୍ରସ୍ତାବ ସପକ୍ଷରେ ବା ବିପକ୍ଷରେ ଭୋଟ ଦିଅନ୍ତି ନାହିଁ । ଯେତେବେଳେ କୌଣସି ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣାୟକ ଭୋଟ’ ମାଧ୍ୟମରେ ଚିଠା ଆଇନଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୩ । ରାଜ୍ୟପାଳଙ୍କ ଅର୍ଥ ସମ୍ବନ୍ଧୀୟ କ୍ଷମତାଗୁଡ଼ିକ ଉଲ୍ଲେଖ କର ।
Answer:
ରାଜ୍ୟପାଳଙ୍କ ଅର୍ଥ ସମ୍ବନ୍ଧୀୟ କ୍ଷମତାଗୁଡ଼ିକ ହେଲା

  • ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଅର୍ଥବିଲ୍ ବିଧାନସଭାରେ ଆଗତ ହୋଇପାରିବ ନାହିଁ ।
  • ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ବାରା ରାଜ୍ୟ ବିଧାନସଭାରେ ରାଜ୍ୟର ବାର୍ଷିକ ଆୟବ୍ୟୟର ଅଟକଳ ବା ବଜେଟ୍ ଉପସ୍ଥାପିତ କରନ୍ତି ।
  • ଅର୍ଥବିଲ୍ ବିଧାନମଣ୍ଡଳରେ ଗୃହୀତ ହେଲାପରେ ଦ୍ୱିତୀୟଥର ରାଜ୍ୟପାଳଙ୍କ ସ୍ବାକ୍ଷର ଲାଭ କଲାପରେ ଆଇନରେ ପରଣିତ ହୁଏ ।
  • ଏହା ବ୍ୟତୀତ ଅତିରିକ୍ତ ଖର୍ଚ୍ଚ ଦାବି ମଧ୍ୟ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ୱାରା ବିଧାନସଭାରେ ଆଗତ କରାନ୍ତି ।
  • ରାଜ୍ୟ ବିଧାନସଭାର ଅନୁମୋଦନ ବିନା ରାଜ୍ୟ ସରକାର ପଇସାଟିଏ ଖର୍ଚ୍ଚ କରନ୍ତି ନାହିଁ କି ଟିକସ ଆଦାୟ କରନ୍ତି ନାହିଁ ।

୪ । ରାଜ୍ୟପାଳଙ୍କ କି କି ଯୋଗ୍ୟତା ଥ‌ିବା ଆବଶ୍ୟକ ?
Answer:
ରାଜ୍ୟପାଳ ପଦରେ ନିଯୁକ୍ତି ପାଇଁ ନିମ୍ନଲିଖୂ ଯୋଗ୍ୟତା ଥିବା ଆବଶ୍ୟକ ।

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୩୫ ବର୍ଷରୁ ଉର୍ଦ୍ଧ୍ୱ ହୋଇଥ‌ିବ ।
  • ସେ କୌଣସି ଲାଭଜନକ ପଦବୀରେ ନ ଥ‌ିବେ ।
  • ସେ କେନ୍ଦ୍ର ସଂସଦ ଓ ବିଧାନମଣ୍ଡଳର ସଭ୍ୟ ହୋଇ ନ ଥ‌ିବେ । ଯଦି କେନ୍ଦ୍ର ସଂସଦ କିମ୍ବା ରାଜ୍ୟ ବିଧାନମଣ୍ଡଳର କୌଣସି ସଭ୍ୟ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇ ଶପଥ ନିଅନ୍ତି ତେବେ ସଙ୍ଗେ ସଙ୍ଗେ ତାଙ୍କର ସାଂସଦ ବା ବିଧାୟକ ପଦବୀର ଅନ୍ତ ହୁଏ ।

୫। ଦେୱାନୀ ଓ ଫୌଜଦାରୀ ଅଦାଲତର କାମ କ’ଣ ?
Answer:

  • ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ୍ ସ୍ତରରେ ଦୁଇ ପ୍ରକାର ନ୍ୟାୟାଳୟ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା — (କ) ଦେୱାନୀ ଅଦାଲତ, (ଖ) ଫୌଜଦାରୀ ଅଦାଲତ ।
  • ଦେୱାନୀ ଅଦାଲତ – ଏହି ଅଦାଲତରେ ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି • ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ବିଚାର କରାଯାଏ । ଜିଲ୍ଲାସ୍ତରୀୟ ଜଜ୍ କୋର୍ଟ ସର୍ବୋଚ୍ଚ ଦେୱାନୀ ଅଦାଲତ ଅଟେ । ଏହି ମୋକଦ୍ଦମା ବିଚାର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜ୍, ସବ୍‌ଡିଭିଜନ୍ ସ୍ତରରେ ସବ୍‌ଜଜ୍ ଓ ମୁନ୍‌ସଙ୍କ ଅଦାଲତ ଅଛି ।
  • ଫୌଜଦାରୀ ଅଦାତଲ – ଏହି ଅଦାଲତରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ । ଜିଲ୍ଲାସ୍ତରୀୟ ସେସନ୍ସ କୋର୍ଟ ସର୍ବୋଚ୍ଚ ଫୌଜଦାରୀ ଅଦାଲତ । ଏହି ମୋକଦ୍ଦମାଗୁଡ଼ିକ ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଏବଂ ସବ୍‌ଡିଭିଜନ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

୬। ରାଜ୍ୟପାଳଙ୍କର କାର୍ଯ୍ୟପାଳିକା କ୍ଷମତା କ’ଣ ?
Answer:
ସରକାରୀ କାର୍ଯ୍ୟ:
ସମ୍ବିଧାନ ରାଜ୍ୟ ସରକାରଙ୍କର ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଜ୍ୟପାଳଙ୍କଠାରେ ନ୍ୟସ୍ତ କରିଅଛି । କିନ୍ତୁ ଏ ସମସ୍ତ କ୍ଷମତା ତାଙ୍କ ନାମରେ ମନ୍ତ୍ରୀପରିଷଦ ଓ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀଙ୍କଦ୍ୱାରା ପରୋକ୍ଷଭାବେ ସମ୍ପାଦିତ ହୋଇଥାଏ ।

ନିଯୁକ୍ତି ପ୍ରଦାନ :
ରାଜ୍ୟପାଳ ବିଧାନସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇଥବା ଦଳର ବା ମିଳିତ ସରକାର କ୍ଷେତ୍ରରେ ଏକାଧ୍ଵ ମେଣ୍ଟଦଳର ସର୍ବସମ୍ମତିଭାବେ ନିର୍ବାଚିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଓ ତାଙ୍କ ପରାମର୍ଶ କ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରି ‘ମନ୍ତ୍ରୀପରିଷଦ’ ଗଠନ କରନ୍ତି ।

ପରାମର୍ଶ :
ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ଅନ୍ୟ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି ।

କୁଳପତି :

  • ରାଜ୍ୟର ମହାଧ୍ଵବକ୍ତା, ରାଜ୍ୟର ଲୋକସେବା ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ ଓ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିମାନେ ରାଜ୍ୟପାଳଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି ।
  • ବିଧାନସଭାରେ ଆଟ୍ରୋ-ଭାରତୀୟ ସମ୍ପ୍ରଦାୟ ଯଥାର୍ଥ ପ୍ରତିନିଧୂ ପାଇନଥିଲେ ରାଜ୍ୟପାଳ ସେହି ସମ୍ପ୍ରଦାୟରୁ ଜଣଙ୍କୁ ମନୋନୀତ କରନ୍ତି । ବିଧାନ ପରିଷଦକୁ କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରିଦର୍ଶିତା
  • ରାଜ୍ୟରେ ରାଷ୍ଟ୍ରପତି ଶାସନ ଚାଲୁଥିବା ସମୟରେ ରାଜ୍ୟପାଳ ରାଜ୍ୟର ଶାସନ ଦୟିତ୍ଵରେ ରୁହନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୭ । ଅଧ୍ୟାଦେଶ କହିଲେ କ’ଣ ବୁଝ ? ଏହା କିଏ ଘୋଷଣା କରନ୍ତି ?
Answer:
ଅଧ୍ୟାଦେଶ ଜାରୀ :

  • ଅଧ୍ୟାଦେଶ ଜାରି କରିବା ରାଜ୍ୟପାଳଙ୍କ ବ୍ୟବସ୍ଥାପିକା କ୍ଷମତାର ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା ।
  • ବିଧାନସଭା ବା ବିଧାନମଣ୍ଡଳର ଅଧିବେଶନ ଚାଲୁ ନ ଥ‌ିବାବେଳେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରନ୍ତି ।

କାର୍ଯ୍ୟକାରିତା :

  • ଅଧ୍ୟାଦେଶଟି ଯଦି ବିଧାନମଣ୍ଡଳର ପରବର୍ତ୍ତୀ ଅଧୂବେଶନ ବସିବାର ୬ ସପ୍ତାହ ସମୟସୀମା ମଧ୍ୟରେ ବିଧାନମଣ୍ଡଳଦ୍ୱାରା ଅନୁମୋଦିତ ନହୁଏ, ତେବେ ଏହା ଆପେ ଆପେ ଅକାମୀ ହୋଇଯାଏ ।
  • ଏତଦ୍‌ବ୍ୟତୀତ ରାଜ୍ୟପାଳ ଚାହିଁଲେ ସେ ଅଧ୍ୟାଦେଶଟି ପ୍ରତ୍ୟାହାର କରିପାରନ୍ତି ।
  • ଅଧ୍ୟାଦେଶ ସମ୍ପର୍କିତ ବିଷୟବସ୍ତୁ ଉପରେ ଏକ ସ୍ଥାୟୀ ଆଇନ ବିଧାନମଣ୍ଡଳରେ ଗୃହୀତ ହେଲେ ଅଧ୍ୟାଦେଶଟି ସ୍ଵତଃ ଅକାମୀ ହୋଇଯାଏ ।

୮ | ବିଧାନସଭାର ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ କ୍ଷମତା କ’ଣ ?
Answer:
ଅନୁମୋଦନ :
ବିଧାନସଭାର ବିନା ଅନୁମୋଦନରେ ସରକାର ଗୋଟିଏ ପଇସା ଖର୍ଚ୍ଚ କରିପାରିବେ ନାହିଁ ।

ବଜେଟ୍:
ଅର୍ଥମନ୍ତ୍ରୀ ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥାଆନ୍ତି ।

ସରକାରୀ ଅର୍ଥ :
ବଜେଟ୍ ଉପରେ ଆଲୋଚନା ଶେଷହେବା ପରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭାଗୀୟ ଖର୍ଚ୍ଚଦାବି ବିଧାନସଭାରେ ଉପସ୍ଥାପନ କରନ୍ତି । ବିଧାନସଭାରେ ଖର୍ଚ୍ଚଦାବି ଗୃହୀତ ହେଲାପରେ ସରକାର ଅର୍ଥ ବ୍ୟୟ କରନ୍ତି ।

ଚିଠା ଆଇନ :
ଅର୍ଥ ସମ୍ପର୍କିତ ଚିଠା ଆଇନ କେବଳ ବିଧାନସଭାରେ ଆଗତ ହୁଏ । ବିଧାନସଭାର ବିନା ଅନୁମୋଦନରେ ସରକାର ଟିକସ ଆଦାୟ କରିପାରିବେ ନାହିଁ ।

ନିୟନ୍ତ୍ରଣ :
ଏହିପରି ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ ମାଧ୍ୟମରେ ବିଧ।ନସଭା ମନ୍ତ୍ରୀମଣ୍ଡଳକୁ ନିୟନ୍ତ୍ରଣ କରେ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ରାଜ୍ୟଗୁଡ଼ିକରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି ?
Answer:
ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର, ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଆଦି ୭ଟି ରାଜ୍ୟରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି ।

୨। କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା କୌଣସି କାରଣରୁ ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ତାଙ୍କ କାର୍ଯ୍ୟ କିଏ ତୁଲାଇ ଥାଆନ୍ତି ?
Answer:

  • କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ପଡ଼ୋଶୀ ରାଜ୍ୟର ରାଜ୍ୟପାଳ ସେହି ଦାୟିତ୍ଵ ତୁଲାଇଥାଆନ୍ତି ।
  • ଅଥବା ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅସ୍ଥାୟୀ ରାଜ୍ୟପାଳଭାବେ କାର୍ଯ୍ୟ ତୁଲାଇଥାଆନ୍ତି ।

୩। ମୁଖ୍ୟମନ୍ତ୍ରୀ କିପରି ନିଯୁକ୍ତି ହୁଅନ୍ତି ?
Answer:

  • ବିଧାନସଭାରେ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠ ଆସନ ପାଇଥବା ଦଳର ନେତାଙ୍କ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରନ୍ତି ।
  • କୌଣସି ରାଜନୈତିକ ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ ମେଣ୍ଟ ଦଳର ସର୍ବସମ୍ମତ ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରନ୍ତି ।

୪। କେଉଁ ପରିସ୍ଥିତିରେ ‘ରାଷ୍ଟ୍ରପତି ଶାସନ’ ଜାରି କରିବାପାଇଁ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ?
Answer:

  • ଯଦି ବିଧାନସଭା ନିର୍ବାଚନ ପରେ କୌଣସି ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ କରି ନଥା’ନ୍ତି ଓ ମେଣ୍ଟଦଳଦ୍ୱାରା ସମର୍ଥିତ ନେତାଙ୍କ ସପକ୍ଷରେ ବିଧାନସଭାରେ ଅର୍ଦ୍ଧାଧ‌ିକ ସଭ୍ୟଙ୍କ ନିଶ୍ଚିତ ସମର୍ଥନ ନ ଥାଏ ଓ ଏକାଧ୍ଯକ ନେତା ନିଜ ସପକ୍ଷରେ ବହୁମତ ଦାବି କରନ୍ତି, ତେବେ ରାଜ୍ୟପାଳ ସ୍ଵେଚ୍ଛାଧୀନ କ୍ଷମତା ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନିଯୁକ୍ତ କରନ୍ତି ଓ ବିଧାନସଭାରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପରାମର୍ଶ ଦିଅନ୍ତି ।
  • ଯଦି ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ସ୍ଥିର ସରକାର ପ୍ରତିଷ୍ଠା ହୋଇପାରେ ନାହିଁ, ତେବେ ରାଜ୍ୟପାଳ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

୫। ଅଧ୍ୟାଦେଶ (ଅର୍ଜିନାନ୍ସ) ଜାରି କହିଲେ କ’ଣ ବୁଝ ? ଏହା କେଉଁ ପରିସ୍ଥିତିରେ ଜାରି ହୁଏ ?
Answer:

  • ଅଧ୍ୟାଦେଶ ହେଉଛି ଏକ କାର୍ଯ୍ୟନିର୍ବାହୀ ଆଇନ । ଏହା ଅସ୍ଥାୟୀ ବା ସ୍ଵଳ୍ପକାଳୀନ ଆଇନ ।
  • ବିଧାନସଭାର ଅଧ୍ଵବେଶନ ଚାଲୁନଥିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରିଥାଆନ୍ତି ।

୬। ରାଜ୍ୟପାଳଙ୍କର କି କି ଭୂମିକା ଅଛି ଉଲ୍ଲେଖ କର ।
Answer:
ରାଜ୍ୟପାଳଙ୍କର ଭୂମିକା ମୁଖ୍ୟତଃ ଦୁଇଗୋଟି; ଯଥା –

  • ସେ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ଶାସନମୁଖ୍ୟ । ସେ ନିଜର ଦାୟିତ୍ୱ ସମ୍ପାଦନ କରିବା ସମୟରେ ସଂସଦୀୟ ଗଣତନ୍ତ୍ରର ପରମ୍ପରା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି ।
  • ସେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧ୍ଵ । ସେ କେନ୍ଦ୍ର ସରକାରଙ୍କର ଚକ୍ଷୁ ଓ କର୍ଣ୍ଣ ସଦୃଶ ରାଜ୍ୟରେ କାମ କରନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୭ । କେଉଁ ପରିସ୍ଥିତିରେ ରାଜ୍ୟ ବିଧାନସଭା ମନ୍ତ୍ରୀପରିଷଦକୁ ପଦଚ୍ୟୁତ କରିଥା’ନ୍ତି ?
Answer:

  • ଯେଉଁ ମୁହୂର୍ଭରେ ମନ୍ତ୍ରୀପରିଷଦ ବିଧାନସଭାର ଅଦ୍ଧାଧ‌ିକ ସଭ୍ୟଙ୍କର ଆସ୍ଥା ହରାଏ, ସେହି ମୁହୂର୍ଭରେ ମନ୍ତ୍ରୀପରିଷଦର ବିଲୟ ଘଟେ ।
  • ଅନାସ୍ଥା ପ୍ରସ୍ତାବ ଅନୁମୋଦନ କରି ବିଧାନସଭା ମନ୍ତ୍ରୀପରିଷଦକୁ ପଦଚ୍ୟୁତ କରିଥାଏ ।

୮। ନିମ୍ନ ଅଦାଲତ କେତେ ପ୍ରକାରର ଓ ସେଗୁଡ଼ିକ କ’ଣ ?
Answer:
ନିମ୍ନ ଅଦାଲତ ଦୁଇ ପ୍ରକାରର । ସେଗୁଡ଼ିକ ହେଲା –

  • ଦେୱାନୀ ଅଦାଲତ
  • ଫୌଜଦାରୀ ଅଦାଲତ ।

୯ । ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ସାଧାରଣତଃ କେଉଁ ଦଳରୁ ନିର୍ବାଚିତ ହୋଇଥା’ନ୍ତି ?
Answer:

  • ବିଧାନସଭାର ବାଚସ୍ପତି ସାଧାରଣତଃ ଶାସକ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।
  • ବିଧାନସଭାର ଉପବାଚସ୍ପତି ସାଧାରଣତଃ ବିରୋଧୀ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।

୧୦ । ଦ୍ବିସଦନୀୟ ବିଧାନ ମଣ୍ଡଳ କ’ଣ ?
Answer:

  • ଯେଉଁ ବିଧାନମଣ୍ଡଳରେ ଦୁଇଟି ସଦନ ଥାଏ, ତାହାକୁ ଦ୍ବିସଦନୀୟ ବିଧାନମଣ୍ଡଳ କୁହାଯାଏ ।
  • ଏହା ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଏ ।

୧୧। ବାଚସ୍ପତିଙ୍କର ୨ଟି କାର୍ଯ୍ୟ ଉଲ୍ଲେଖ କର ।
Answer:

  • ବାଚସ୍ପତି ବିଧାନସଭା ଅଧୁବେଶନରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି।
  • ସେ ବିଧାନସଭାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ।

୧୨ । ‘ବିଧାୟକ’ (M.L.A.) କିପରି ନିର୍ବାଚିତ ହୁଅନ୍ତି ?
Answer:
ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ସାବାଳକ ନାଗରିକ ‘ଭୋଟଦାତା’ ହିସାବରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ନିର୍ବାଚନ ମାଧ୍ୟମରେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଜଣେ ପ୍ରାର୍ଥୀଙ୍କୁ ‘ବିଧାୟକ’ (M.L.A.) ଭାବରେ ନିର୍ବାଚିତ କରନ୍ତି ।

୧୩। ପ୍ରତିବର୍ଷ ବିଧାନସଭାରେ କେତୋଟି ଅଧ୍ଶନ ହୋଇଥାଏ ? ସେଗୁଡ଼ିକ କ’ଣ ?
Answer:

  • ପ୍ରତିବର୍ଷ ବିଧାନ ସଭାରେ ୩ଟି ଅଧୁବେଶନ ଆହୂତ ହୋଇଯାଏ ।
  • ସେଗୁଡ଼ିକ ହେଲା – (୧) ବଜେଟ୍ ଅଧିବେଶନ, (୨) ବର୍ଷାକାଳୀନ ଅଧିବେଶନ, (୩) ଶୀତକାଳୀନ ଅଧୂବେଶନ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୪। ସମ୍ବିଧାନର କେଉଁ ଧାରା ଅନୁଯାୟୀ ଭାରତର କେଉଁ ରାଜ୍ୟ ପାଇଁ ଏକ ଭିନ୍ନ ସମ୍ବିଧାନର ବ୍ୟବସ୍ଥା ଅଛି ?
Answer:

  • ଭାରତର ଜାମ୍ମୁ-କାଶ୍ମୀର ରାଜ୍ୟ ଶାସନ ପାଇଁ ଏକ ଭିନ୍ନ ସମ୍ବିଧାନର ବ୍ୟବସ୍ଥା ଅଛି ।
  • ସମ୍ବିଧାନ ୩୭୦ ଧାରାରେ ଏହି ବ୍ୟବସ୍ଥା ଅଛି ।

୧୫ । ଓଡ଼ିଶା ବିଧାନସଭାର କେତୋଟି ଆସନ ଅନୁସୂଚିତ ଜାତି ପାଇଁ ଏବଂ କେତୋଟି ଆସନ ଅନୁସୂଚିତ ?
Answer:

  • ଓଡ଼ିଶା ବିଧାନସଭାରେ ୨୨ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଛି ।
  • ଓଡ଼ିଶା ବିଧାନସଭାରେ ୩୪ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଅଛି ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଅଛି ?
Answer:
ଦିଲ୍ଲୀ ଓ ପୁଦୁଚେରୀରେ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ଅଛି ।

୨। କିଏ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟର କୁଳାଧୂପତି ଅଟନ୍ତି ?
Answer:
ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧୂପତି ଅଟନ୍ତି ।

୩ । କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା କରିବାପାଇଁ କେଉଁମାନେ ନିଯୁକ୍ତ ହୁଅନ୍ତି ?
Answer:
କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା କରିବାପାଇଁ ରାଷ୍ଟ୍ରମନ୍ତ୍ରୀମାନେ ନିଯୁକ୍ତ ହୋଇଥା’ନ୍ତି ।

୪। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା କେତେ ହେବା ଉଚିତ ?
Answer:
ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା ୫୦୦ରୁ ଅଧିକ କିମ୍ବା ୬୦ରୁ କମ୍ ହେବ ନାହିଁ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୫। ସମ୍ବିଧାନର କେତେ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ?
Answer:
ସମ୍ବିଧାନର ୩୫୨ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ।

୬। ‘ମୁଲତବୀ’ କହିଲେ କ’ଣ ବୁଝ ?
Answer:
ସାମୟିକଭାବେ ସଭାକାର୍ଯ୍ୟକୁ ବନ୍ଦ ରଖିବାକୁ ‘ମୁଲତବୀ’ କୁହାଯାଏ ।

୭। ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା କେତେ ?
Answer:
ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା ୧,୧୦,୦୦୦ ଟଙ୍କା ।

୮। ରାଜ୍ୟପାଳ କାହା ପରାମର୍ଶ ଅନୁସାରେ ନିଜର ଦାୟିତ୍ଵ ତୁଲାଇ ଥାଆନ୍ତି ?
Answer:
ରାଜ୍ୟପାଳ, ରାଜ୍ୟ ମନ୍ତ୍ରୀପରିଷଦର ପରାମର୍ଶ ଅନୁସାରେ ନିଜର ଦାୟିତ୍ଵ ତୁଲାଇ ଥାଆନ୍ତି ।

୯। ରାଜ୍ୟପାଳ ତାଙ୍କର ‘ଲିଖ୍ତ ଅଭିଭାଷଣ’ ବିଧାନସଭାରେ କେତେବେଳେ ପାଠ କରନ୍ତି ?
Answer:
ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅଧ‌ିବେଶନ ଓ ପ୍ରତିବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖ୍ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି ।

୧୦ । କିଏ ରାଜ୍ୟର ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ?
Answer:
ରାଜ୍ୟପାଳ ରାଜ୍ୟର ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ କୋହଳ ବା ଲାଘବ କରିପାରନ୍ତି ।

୧୧ । କାହା ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ?
Answer:
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୨ । ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା କେତୋଟି ଆସନ ବିଶିଷ୍ଟ ?
Answer:
ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା ୩୨ଟି ଆସନ ବିଶିଷ୍ଟ ।

୧୩ । ସମ୍ବିଧାନର କେତେ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବା ବ୍ୟବସ୍ଥା ଅଛି ?
Answer:
ସମ୍ବିଧାନର ୨୧୪ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବା ବ୍ୟବସ୍ଥା ଅଛି ।

୧୪ । ଦେୱାନୀ ଅଦାଲତ କାହାକୁ କୁହାଯାଏ ?
Answer:
ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ଯେଉଁ ଅଦାଲତରେ ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।

୧୫ । ଫୌଜଦାରୀ ଅଦାଲତ କାହାକୁ କୁହାଯାଏ ?
Answer:
ଯେଉଁ ଅଦାଲତଗୁଡ଼ିକରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ, ତାହାକୁ ଫୌଜଦାରୀ ଅଦାଲତ କୁହାଯାଏ ।

୧୬ । ଲୋକ ଅଦାଲତ କାହାକୁ କୁହାଯାଏ ?
Answer:
ଅଦାଲତର ପରିସର ବାହାରେ ବିଚାରପତିମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ସେଠାରେ ‘ଲୋକ ଅଦାଲତ’ ପରିଚାଳନା କରି ତାହା ମାଧ୍ୟମରେ ଆପୋଷ ସମାଧାନ ଭିଭିକ ମୋକଦ୍ଦମାଗୁଡ଼ିକର ଫଏସଲା କରି ରାୟ ପ୍ରଦାନ କରିବା ବ୍ୟବସ୍ଥାକୁ ‘ଲୋକ ଅଦାଲତ’ କୁହାଯାଏ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

A. ଶୂନ୍ୟସ୍ଥାନ ପୂରଣ କର ।

୧। _________________ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନ ମୁଖ୍ୟ ।
Answer:
ରାଜ୍ୟପାଳ

୨। ଆମ ଦେଶର _____________ ଗୋଟି ରାଜ୍ୟରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ଅଛି ।
Answer:

୩। ରାଜ୍ୟପାଳ _____________ ଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି ।
Answer:
ରାଷ୍ଟ୍ରପତି

୪। ରାଜ୍ୟପାଳ ପଦରେ ନିଯୁକ୍ତି ପାଇବାପାଇଁ ବୟସ ________________ ବର୍ଷରୁ ଊର୍ଦ୍ଧ୍ବ ହେବା ଉଚିତ ।
Answer:
୩୫

୫। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧୂପତି ହେଉଛନ୍ତି ________________ ।
Answer:
ରାଜ୍ୟପାଳ

୬। ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କୁ ________________ ନିଯୁକ୍ତ କରନ୍ତି ।
Answer:
ରାଜ୍ୟପାଳ

୭। _____________ ରାଜ୍ୟର ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ।
Answer:
ରାଜ୍ୟପାଳ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୮। ରାଜ୍ୟପାଳ ରାଜ୍ୟର ______________ ଙ୍କ ପ୍ରତିନିଧ୍ ଭାବରେ କାର୍ଯ୍ୟ କରନ୍ତି ।
Answer:
କେଦ୍ର ସରକାର

୯। ରାଜ୍ୟପାଳ ପ୍ରତି _____________ ଦିନରେ ଥରେ ରାଜ୍ୟଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ‘ପାକ୍ଷିକ ରିପୋର୍ଟ’ ପ୍ରଦାନ କରନ୍ତି ।
Answer:
୧୫

୧୦| ________________ ହେଉଛନ୍ତି ରାଜ୍ୟ ମନ୍ତ୍ରୀପରିଷଦର ମୁଖ୍ୟ ।
Answer:
ମୁଖ୍ୟମନ୍ତ୍ରୀ

୧୧। କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବାପାଇଁ ______________ ନିଯୁକ୍ତ ହୁଅନ୍ତି ।
Answer:
ରାଷ୍ଟ୍ରମନ୍ତ୍ରୀ

୧୨। ______________ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରନ୍ତି ।
Answer:
ମୁଖ୍ୟମନ୍ତ୍ରୀ

୧୩। ____________ ହେଉଛନ୍ତି ମନ୍ତ୍ରୀପରିଷଦର ସୃଷ୍ଟି, ସ୍ଥିତି ଏବଂ ବିଲୟର ଆଧାର ।
Answer:
ମୁଖ୍ୟମନ୍ତ୍ରୀ

୧୪। ସିକିମ୍ ବିଧାନସଭା ______________ ଆସନ ବିଶିଷ୍ଟ ।
Answer:
୩୨

୧୫। ମିଜୋରାମର ବିଧାନସଭାର ସଭ୍ୟସଂଖ୍ୟା _______________ ।
Answer:
୪୦

୧୬। ଓଡ଼ିଶା ବିଧାନ ସଭାର ସଭ୍ୟସଂଖ୍ୟା ______________ ।
Answer:
୧୪୭

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୭। ବିଧାନସଭାର ସଭ୍ୟ ହେବାପାଇଁ ଅନୂନ ବୟସ ______________ ବର୍ଷ ହେବା ଉଚିତ ।
Answer:
୨୫

୧୮। ଉଭୟ ବାଚସ୍ପତି ଓ ଉପବାଚସ୍ପତି ଅନୁପସ୍ଥିତ ରହିଲେ ଅଧୂବେଶନ କାର୍ଯ୍ୟ ଚଳାଇବାପାଇଁ ଏକ ______________ ରହିଛି ।
Answer:
ଅଧ୍ୟକ୍ଷ ମଣ୍ଡଳୀ

୧୯। ବିଧାନ ପରିଷଦର ସଭ୍ୟ ହେବାପାଇଁ ଅନ୍ୟୁନ ବୟସ _______________ ବର୍ଷ ହେବା ଉଚିତ ।
Answer:
୩୦

୨୦। ସମ୍ବିଧାନର _______________ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ ।
Answer:
୨୧୪

୨୧। ବର୍ତ୍ତମାନ ଆମ ଦେଶରେ _______________ ଟି ଉଚ୍ଚ ନ୍ୟାୟପାଳିକା କାର୍ଯ୍ୟ କରୁଛନ୍ତି ।
Answer:
୨୧

୨୨। ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ______________ ଠାରେ ଅଛି ।
Answer:
କଟକ

୨୩। ______________ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ।
Answer:
୩୫୨

୨୪। ____________ ଧାରା ଅନୁଯାୟୀ ରାଷ୍ଟ୍ରପତି ଶାସନ ଘୋଷଣା କରାଯାଇଥାଏ ।
Answer:
୩୫୬

୨୫ । ସଂବିଧାନର _____________ ଧାରା ଅନୁସାରେ ରାଷ୍ଟ୍ରପତି ପ୍ରତି ପାଞ୍ଚବର୍ଷରେ ଗୋଟିଏ ଲେଖାଏଁ ଅର୍ଥ ଆୟୋଗ ନିଯୁକ୍ତ କରିଥାଆନ୍ତି ।
Answer:
୨୮୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୨୬। ସାମୟିକଭାବେ ସଭାକାର୍ଯ୍ୟକୁ ବନ୍ଦ ରଖିବାକୁ ______________ କୁହାଯାଏ ।
Answer:
ମୁଲତବୀ

୨୭। ଦିଲ୍ଲୀ ଓ ପୁଦୁଚେରୀ ବ୍ୟତୀତ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ _______________ ହେଉଛନ୍ତି ଶାସନ ମୁଖ୍ୟ ।
Answer:
ଚିଫ୍ କମିଶନର

୨୮। ଓଡ଼ିଶାର ପ୍ରଥମ ରାଜ୍ୟପାଳ _____________ ଥିଲେ ।
Answer:
ସାର୍ ଜନ୍ ଅଷ୍ଟିନ୍ ହବାନ୍

୨୯। ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା _____________ ଅଟେ ।
Answer:
୧,୧୦,୦୦୦ଟଙ୍କା

୩୦। ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦରମ ____________ ଅଟେ ।
Answer:
୯୦,୦୦୦ ଟଙ୍କା

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ବିଧାନସଭା ବୈଠକରେ କିଏ ସଭାପତିତ୍ବ କରନ୍ତି ?
(i) ଉପସଭାପତି
(ii) ରାଜ୍ୟପାଳ
(iii) ବାଚସ୍ପତି
(iv) ମୁଖ୍ୟମନ୍ତ୍ରୀ
Answer:
(iii) ବାଚସ୍ପତି

୨। ଭାରତର କେଉଁ ଗୋଟିଏ ରାଜ୍ୟ ବ୍ୟତୀତ ଅନ୍ୟ ସବୁରାଜ୍ୟରେ ସମାନ ପ୍ରକାରର ଶାସନ ବ୍ୟବସ୍ଥା ରହିଛି ?
(i) ଓଡ଼ିଶା
(ii) ପଶ୍ଚିମବଙ୍ଗ
(iii) ଜାମ୍ମୁ-କାଶ୍ମୀର
(iv) ଛତିଶଗଡ଼
Answer:
(iii) ଜାମ୍ମୁ-କାଶ୍ମୀର

୩। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ କେନ୍ଦ୍ରଶାସିତ ଅଞ୍ଚଳ ?
(i) ବିହାର
(ii) ଉତ୍ତର ପ୍ରଦେଶ
(iii) ଜାମ୍ମୁ-କାଶ୍ମୀର
(iv) ଦିଲ୍ଲୀ
Answer:
(iv) ଦିଲ୍ଲୀ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୪। କିଏ ମୁଖ୍ୟମନ୍ତ୍ରୀଙ୍କୁ ଶପଥପାଠ କରାଇଥା’ନ୍ତି ?
(i) ରାଜ୍ୟପାଳ
(ii) ପୂର୍ବତନ ମୁଖ୍ୟମନ୍ତ୍ରୀ
(iii) ବାଚସ୍ପତି
(iv) ଉଚ୍ଚ ନ୍ୟାୟାଳୟର ବିଚାରପତି
Answer:
(i) ରାଜ୍ୟପାଳ

ଓଡ଼ିଶା ବିଧାନସଭାର ମୋଟ ସଭ୍ୟସଂଖ୍ୟା କେତେ ?
(i) ୧୭୪
(ii) ୧୪୭
(iii) ୧୮୧
(iv) ୧୯୨
Answer:
(ii) ୧୪୭

ରାଜ୍ୟପାଳ ହେବାପାଇଁ ଅନ୍ୟନ ବୟସ କେତେ ହେବା ଉଚିତ ?
(i) ୨୫ ବର୍ଷ
(ii) ୩୦ ବର୍ଷ
(iii) ୩୫ ବର୍ଷ
(iv) ୪୦ ବର୍ଷ
Answer:
(iii) ୩୫ ବର୍ଷ

୭। ନିମ୍ନୋକ୍ତ କିଏ ଅଧ୍ୟାଦେଶ ଜାରି କରିଥା’ନ୍ତି ?
(i) ଜିଲ୍ଲାପାଳ
(ii) ଲୋକପାଳ
(iii) ମୁଖ୍ୟମନ୍ତ୍ରୀ
(iv) ରାଜ୍ୟପାଳ
Answer:
(iv) ରାଜ୍ୟପାଳ

୮| ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
(i) ବାଚସ୍ପତି
(ii) ଉପବାଚସ୍ପତି
(iii) ମୁଖ୍ୟମନ୍ତ୍ରୀ
(iv) ରାଜ୍ୟପାଳ
Answer:
(iii) ମୁଖ୍ୟମନ୍ତ୍ରୀ

ସମ୍ବିଧାନର କେତେଗୁଡ଼ିଏ ଧାରାର ସଂଶୋଧନ କ୍ଷେତ୍ରରେ ଅନ୍ୟୁନ କେତେ ଶତାଂଶ ରାଜ୍ୟ ବିଧାନମଣ୍ଡଳର ସମ୍ମତି ଆବଶ୍ୟକ ?
(i) ୨୫
(ii) ୫୦
(iii) ୬୦
(iv) ୭୫
Answer:
(ii) ୫୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୦। ଜଣେ ମନ୍ତ୍ରୀ ବିଧାନମଣ୍ଡଳର ସଭ୍ୟ ହୋଇନଥିଲେ ତାଙ୍କୁ କେତେ ମାସ ମଧ୍ୟରେ ସଭ୍ୟରୂପେ ନିର୍ବାଚିତ ହେବାକୁ ପଡ଼ିବ ?
(i) ୩ ମାସ
(ii) ୯ ମାସ
(iii) ୬ ମାସ
(iv) ୧ ମାସ
Answer:
(iii) ୬ ମାସ

୧୧। ପ୍ରତି କେତେ ଦିନରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟ ଶାସନ ସମ୍ପର୍କରେ ‘ପାକ୍ଷିକ ରିପୋର୍ଟ’ ପଠାଇଥା’ନ୍ତି ?
(i) ୧୦ ଦିନ
(ii) ୧୫ ଦିନ
(iii) ୧୨ ଦିନ
(iv) ୨୦ ଦିନ
Answer:
(ii) ୧୫ ଦିନ

୧୨। ନିମ୍ନୋକ୍ତ କେଉଁ ବିଭାଗଟି ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ?
(i) ପ୍ରତିରକ୍ଷା
(ii) ଜଙ୍ଗଲ
(iii) ବିବାହ
(iv) କୃଷି
Answer:
(iii) ବିବାହ

୧୩। ଓଡ଼ିଶା ବିଧାନସଭାରେ ଅନୁସୂଚିତ ଜନଜାତିଙ୍କ ଆସନ ସଂଖ୍ୟା କେତେ ?
(i) ୨୨
(ii) ୩୨
(iii) ୩୬
(iv) ୩୪
Answer:
(iv) ୩୪

୧୪। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା କେତେରୁ ଅଧ‌ିକ ହୋଇପାରିବ ନାହିଁ ?
(i) ୨୦୦
(ii) ୩୦୦
(iii) ୪୦୦
(iv) ୫୦୦
Answer:
(iv) ୫୦୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

C. ଗୋଟିଏ ଶବ୍ଦରେ ପ୍ରକାଶ କର ।

୧। ସମ୍ବିଧାନର ୩୭୦ ଧାରା କେଉଁ ରାଜ୍ୟ ପାଇଁ ଲାଗୁ ହୋଇଥାଏ ?
Answer:
ଜାମ୍ମୁ-କାଶ୍ମୀର

ସମ୍ବିଧାନର ୩୭୦ ଧାରା କେଉଁ ରାଜ୍ୟ ପାଇଁ ଲାଗୁ ହୋଇଥାଏ ?
Answer:
ଜାମ୍ମୁ-କାଶ୍ମୀର

୩। କେତୋଟି ରାଜ୍ୟରେ ବିଧାନ ମଣ୍ଡଳ ରହିଛି ?
Answer:
୭ ଟି

୪। କେଉଁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ରହିଛି ?
Answer:
ଦିଲ୍ଲୀ ଓ ପଦୁଚେରୀ

ଭାରତର ପ୍ରଥମ ମହିଳା ଆଦିବାସୀ ରାଜ୍ୟପାଳ କିଏ ?
Answer:
ଦ୍ରୌପଦୀ ମୁର୍ମୁ

୬। ଅଧୂବେଶନର ପରିସମାପ୍ତି ଗୋଷଣାକୁ କ’ଣ କୁହାଯାଏ ?
Answer:
ପ୍ରୋରୋଗ୍

୭ । ବିଧାନ ସଭାର ନେତା କିଏ ?
Answer:
ମୁଖ୍ୟମନ୍ତ୍ରୀ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୮ | ଭାରତର ନୂତନ ରାଜ୍ୟଟି କିଏ ?
Answer:
ତେଲେଙ୍ଗାନା

୯ । ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା କେତେ ?
Answer:
୧୪୭

୧୦ । ସିକିମ୍ ବିଧାନସଭାର ଆସନ ସଂଖ୍ୟା କେତେ ?
Answer:
୩୨

୧୧ । ଓଡ଼ିଶା ବିଧାନସଭାର ହରିଜନ ଓ ଆଦିବାସୀ ଆସନ ସଂଖ୍ୟା କେତେ ?
Answer:
ହରିଜନ (SC) ୨୨ ଓ ଆଦିବାସୀ (ST) ୩୪

୧୨ । ଆମ ରାଜ୍ୟର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି ?
Answer:
କଟକ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୩ । ଅଦାଲତ ବାହାରେ ଆପୋଷ ଭାବରେ ମକଦ୍ଦମା ବିଚାର କରିବା ବ୍ୟବସ୍ଥାଟି କ’ଣ ?
Answer:
ଲୋକ ଅଦାଲତ

Leave a Comment